অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ, ୨୦୧୦

ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ, ୨୦୧୦

ଓଡିଶା ଶିଶୁମାନଙ୍କ ମାଗଣା ଓ ବାଧ୍ୟତା ଶିକ୍ଷା ଅଧିକାର ଅଧିନିୟମ,୨୦୦୯ ଧାରା ୩୮ ଦ୍ଵାରା ପ୍ରଦତ୍ତ କ୍ଷମତା ବଳରେ ରାଜ୍ୟ ।

ସରକାର ଏତଦ୍ଵାରା ନିମ୍ନଲିଖିତ ନିୟମାବଳୀ

  1. ଏହି ନିୟମଗୁଡିକୁ ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ ୨୦୧୦ କୁହାଯାଇପାରେ ।
  2. ଓଡିଶା ଗେଜେଟରେ ପ୍ରକାଶିତ ହେବା ଦିନଠାରୁ ଏହି ନିୟମାବଳୀ କାର୍ଯ୍ୟକାରୀ ହେବ ।

ସଂଜ୍ଞା

  1. ବିଷୟକିମ୍ବା ଉପଲକ୍ଷ୍ୟ ସମ୍ପର୍କରେ କୌଣସି ପ୍ରତିକୂଳ ମନ୍ତବ୍ୟ ନଆସିଲା ପର୍ଯ୍ୟନ୍ତ , ଏହି ନିୟମଗୁଡିକରରେ ;
  2. ଏଠାରେ ବ୍ୟବହୃତ ଅନ୍ୟ ସମସ୍ତ ଶବ୍ଦ ଓ ଅଭିବ୍ୟକ୍ତି, ଯାହାର ସଂଜ୍ଞା ଏଠାରେ ନିରୂପିତ ହୋଇନାହିଁ ଅଥଚ ଅଧୀନିୟମ ବ୍ୟାଖ୍ୟା କରାଯାଇଛି, ତାହା ଅଧିନିୟମ ପ୍ରଦତ୍ତ ସେହି ସେହି ଅର୍ଥକୁ ବୁଝାଇବ ।
    • “ଅଧିନିୟମ“କହିଲେ ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ,୨୦୦୯ (ନଂ ୩୫,୨୦୦୯) କୁ ବୁଝାଇବ ।
    • “ଅଙ୍ଗନବାଡି“ କହିଲେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧୀନରେ ସ୍ଥାପିତ ଅଙ୍ଗନବାଡି କେନ୍ଦ୍ର ।
    • “ ନିର୍ଦ୍ଧାରିତ ତାରିଖ“ ଅର୍ଥ କେନ୍ଦ୍ର ସରକାରଙ୍କ ଦ୍ଵାରା ଅଧିସୂଚିତ ହୋଇଥିବା ତାରିଖ ଯେଉଁ ତାରିଖରୁ ଏହି ଅଧିନିୟମ କାର୍ଯ୍ୟକାରୀ ହେବ ।
    • “କମିଟି“ କହିଲେ ଏହି ନିୟମାବଳୀର ନିୟମ -୩  ଅଧୀନରେ ଗଠିତ କମିଟି ବୋଲି ବୁଝିବାକୁ ହେବ ।
    • “ଫର୍ମ“ କହିଲେ ଏହି ନିୟମାବଳୀରେ ଯୋଗକରାଯାଇଥିବା ଫର୍ମ ବୋଲି ବୁଝିବାକୁ ହେବ ।
    • “ ସରକାର” କହିଲେ ଓଡିଶା ସରକାରଙ୍କୁ ବୁଝାଏ ।
    • “ଛାତ୍ର କ୍ରମବର୍ଦ୍ଧିଷ୍ଣ ମୂଲ୍ୟାଙ୍କନ ଦଲିଲ“ କହିଲେ ସାମଗ୍ରିକ ଏବଂ ନିରନ୍ତର ମୂଲ୍ୟାୟନ ଭିତ୍ତିରେ ଶିଶୁର ଅଗ୍ରଗତିକୁ ଲିପିବଦ୍ଧ କରିଥିବା ଦଲିଲକୁ ବୁଝାଏ ।
    • “ବିଦ୍ୟାଳୟ ସ୍ଥିତିଚିତ୍ର ପ୍ରସ୍ତୁତି“ ଅର୍ଥ ସାମାଜିକ ପ୍ରତିବନ୍ଧକ ଏବଂ ଭୌଗଳିକ ଦୁରତ୍ଵ ଆଦି ସମସ୍ୟାକୁ ଅତିକ୍ରମ କରାଇବା ପାଇଁ ଅଧିନିୟମର ଧାରା ୬ ଅନୁଯାୟୀ ବିଦ୍ୟାଳୟର ସ୍ଥାନ ନିରୂପଣ ଯୋଜନା ।

ବିଦ୍ୟାଳୟ ପରିଚାଳନା କମିଟି

ବିଦ୍ୟାଳୟ ପରିଚାଳନା କମିଟିର ଗଠନ ପ୍ରଣାଳୀ ଏବଂ କାର୍ଯ୍ୟାବଳୀ

  1. ବିଦ୍ୟାଳୟ ପରିଚାଳନା କମିଟିର ଗଠନ ପ୍ରଣାଳୀ ଓ କାର୍ଯ୍ୟାବଳୀ (୧) ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ବ୍ୟତୀତ ପ୍ରତ୍ୟେକ ବିଦ୍ୟାଳୟରେ ଏହି ନିୟମ ଲାଗୁ ହେବା ତାରିଖଠାରୁ ଛଅମାସ ମଧ୍ୟରେ ସେହି ବିଦ୍ୟାଳୟର ଇଲାକା ମଧ୍ୟରୁ ୧୨ ରୁ ୧୬ ଜଣ ସଦସ୍ୟଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ କରାଯିବ ଓ ପ୍ରତି ୩ ବର୍ଷରେ ଏହି କମିଟି ପୁନର୍ଗଠନ ହେବ ।
  2. ବିଦ୍ୟାଳୟ ପରିଚାଳନା କମିଟିର ମୋଟ ସଦସ୍ୟ ସଂଖ୍ୟା ପଞ୍ଚସ୍ତରୀ ଶତାଂଶ ସଦସ୍ୟ ଶିଶୁମାନଙ୍କ ପିତାମାତା ଏବଂ ଅଭିଭାବକ ମାନଙ୍କ ମଧ୍ୟରୁ ରହିବେ ।
  3. ନିମ୍ନଲିଖିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ବିଦ୍ୟାଳୟ ପରିଚାଳନା କମିଟିର ବାକୁ ପଚିଶି ଶତାଂଶ ସଦସ୍ୟ ରହିବେ ।
    • ଏକ ତୃତୀୟାଂସ ସଦସ୍ୟ ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ନିର୍ବାଚିତ ପ୍ରତିନିଧି ଯାହାଙ୍କୁ ସ୍ଥାନୀୟ କର୍ତ୍ତୁପକ୍ଷ ସ୍ଥିର କରିବେ ।
    • ଏକ ତୃତୀୟାଂସ ସଦସ୍ୟ ବିଦ୍ୟାଳୟର ଶିକ୍ଷକମାନଙ୍କ ମଧ୍ୟରୁ ଶିକ୍ଷକମାନଙ୍କ ଦ୍ଵାରା ସ୍ଥିରୀକୃତ ହେବେ ।
    • ଏବଂ ବାକି ଏକ ତୃତୀୟାଂସ ସଦସ୍ୟଙ୍କୁ ସ୍ଥାନୀୟ ଶିକ୍ଷାବିତ କିମ୍ବା ବିଦ୍ୟାଳୟର ଶିଶୁମାନଙ୍କର ମଧ୍ୟରୁ ନିଆଯିବ ଯାହା କମିଟିର ଅଭିଭାବକ ସଦସ୍ୟମାନେ ସ୍ଥିର କରିବେ ।
  4. ପରିଚାଳନା କମିଟି ବିଦ୍ୟାଳୟର ସମସ୍ତ କାର୍ଯ୍ୟ ବୁଝାସୁଝା କରିବା ପାଇଁ ଅଭିଭାବକ ସଦସ୍ୟ ମାନଙ୍କର ମଧ୍ୟରୁ ଜଣଙ୍କୁ ଅଧ୍ୟକ୍ଷ ଏବଂ ଜଣକୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ କରିବେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିମ୍ବା ଯେଉଁ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନଥିବେ ସେ କ୍ଷେତ୍ରରେ ସର୍ବ ବରିଷ୍ଟ ଶିକ୍ଷକ ଜଣକ ବିଦ୍ୟାଳୟ ପରିଚାଳନା କମିଟିର ପଦପ୍ରଯୁକ୍ତ ସଦସ୍ୟ – ଆବାହକ ରହିବେ ।
  5. ବିଦ୍ୟାଳୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅତି କମରେ ପ୍ରତି ମାସରେ ଥରେ ବସିବ ଏବଂ ବୈଠକର ବିବରଣୀ ଏବଂ ନିଆଯାଉଥିବା ନିସ୍ପତିଗୁଡିକ ଠିକ ଭାବରେ ଲିପିବଦ୍ଧ କରି ରକ୍ଷାଯିବା ସଙ୍ଗେ ସଙ୍ଗେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବିଦ୍ୟାଳୟ ନୋଟିସ ବୋର୍ଡରେ ପ୍ରଦର୍ଶିତ ହେବ ।
  6. ଅଧିନିୟମରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସହିତ ବିଦ୍ୟାଳୟ ପରିଚାଳନା କମିଟି ନିମ୍ନଲିଖିତ କାର୍ଯ୍ୟ ନିର୍ବାହନ କରିବେ ଯେଉଁଥିପାଇଁ ସଦସ୍ୟମାନଙ୍କ ମଧ୍ୟରୁ କେତେକଙ୍କୁ ନେଇ ଛୋଟ ଛୋଟ କାର୍ଯ୍ୟକାରୀ ବର୍ଗ ଗଠନ କରାଯାଇପାରିବ ।
    • ଅଧିନିୟମରେ ବର୍ଣ୍ଣିତ ଶିଶୁମାନଙ୍କର ଅଧିକାରର କଥା ସରଳ ଏବଂ ସୃଜନତ୍ମକ ଭାବରେ ବିଦ୍ୟାଳୟର ପାଖ ପଡିଶା ଇଲାକାରେ ଜନଗଣଙ୍କୁ ଜଣାଇବା ସହିତ ସ୍କୁଲ, ଶିଶୁଙ୍କର ପିତାମାତା, ଅଭିଭାବକ, ରାଜ୍ୟ ସରକାର / ସ୍ଥାନୀୟ କର୍ତ୍ତୁପକ୍ଷଙ୍କର ଏହି ଦିଗରେ ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିବେ ।
    • ଅଧିନିୟମ ଧାରା ୨୮ ଏବଂ ୨୪ ର (a) ଏବଂ (e) ଅନୁଚ୍ଛେଦର କାର୍ଯ୍ୟକାରିତା ସମ୍ପର୍କରେ କମିଟି ନିଶ୍ଚିତ ହେବ ।
    • ଅଧିନିୟମ ଧାରା ୨୭ ରେ ନିର୍ଦ୍ଧାରିତ କର୍ତ୍ତବ୍ୟ ବ୍ୟତୀତ  ଶିକ୍ଷକମାନେ ଯେପରି ଅଣଶିକ୍ଷା କାର୍ଯ୍ୟରେ ଭାରାକ୍ରାନ୍ତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟିଦେବାକୁ ପଡିବ ।
    • ପାଖପଡିଶାର ସବୁ ଶିଶୁଙ୍କର ବିଦ୍ୟାଳୟରେ ନାମ ଲେଖା ଏବଂ ନିରନ୍ତର ଉପସ୍ଥାନକୁ ନିଶ୍ଚିତ କରିବେ ।
    • ଅଧିନିୟମ ସହିତ ସଂଯୁକ୍ତ ଅନୁସୂଚିରେ ପ୍ରବର୍ତ୍ତିତ ସର୍ତ୍ତ ଏବଂ ମାନ ରକ୍ଷା କରିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
    • କୌଣସି ଶିଶୁ ତାହାର ଅଧିକାରକୁ ବଞ୍ଚିତ ହେଉଥିଲେ, ବିଶେଷକରି ମାନସିକ ଏବଂ ଶାରୀରିକ ଭାବେ ନିର୍ଯ୍ୟାତିତ ହେଉଥିଲେ, ନାମ ଲେଖାଇବା ଏବଂ ଅଧିନିୟମର ଧାରା ୩ ର ଉପଧାରା ୨ ର ପ୍ରାବଧାନ ଅନୁଯାୟୀ ଅନୁଯାୟୀ ସମୟୋଚିତ ପ୍ରାପ୍ୟ ପାଇବା ପାଇଁ ବାରଣ କରାଯାଉଥିଲେ । ଏ ସମ୍ପର୍କରେ ସ୍ଥାନୀୟ କର୍ତ୍ତୁପକ୍ଷଙ୍କର ଦୃଷ୍ଟି ଆକର୍ଷଣ କରିବେ ।
    • ଆବଶ୍ୟକତା ନିରୂପଣ କରିବା,ଯୋଜନା ପ୍ରସ୍ତୁତ କରିବା ଏବଂ ଅଧିନିୟମ ଧାରା ୪ ରେ ପ୍ରବର୍ତ୍ତନ ବ୍ୟବସ୍ଥାଗୁଡିକର କାର୍ଯ୍ୟକାରିତାକୁ ନିରନ୍ତର ଆଗେଇ ନେବା ପାଇଁ ପଦକ୍ଷେପ ନେବେ ।
    • ଅକ୍ଷମ ଶିଶୁମାନଙ୍କୁ ଚିହ୍ନଟ  କରିବା ପ୍ରକ୍ରିୟାକୁ ଆଗେଇ ନେବା, ସେମାନଙ୍କର ନାମ ଲେଖାଅ ଶିକ୍ଷାଲାଭର ସମସ୍ତ ସୁଯୋଗକୁ ଉପଲ୍ଲବ୍ଧ କରାଇବା ଏବଂ ପ୍ରାଥମିକ ଶିକ୍ଷାଲାଭରେ ସେମାନଙ୍କର ଯୋଗଦାନ ଓ ସମାପନକୁ ନିଶ୍ଚିତ କରିବେ ।
    • ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବେ ।
    • ବିଦ୍ୟାଳୟର ବାର୍ଷିକ ଆୟ ବ୍ୟୟର ହିସାବ ପ୍ରସ୍ତୁତ କରିବେ ।
  7. ଏହି ଅଧିନିୟମ ଅଧୀନରେ ପ୍ରତି ବର୍ଷ ହିସାବର ଯାଞ୍ଚ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସେମାନଙ୍କର କର୍ତ୍ତବ୍ୟ ସଂପାଦାନ ନିମିତ୍ତ ଗ୍ରହଣ କରୁଥିବା ସମସ୍ତ ଅର୍ଥକୁ ଏକ ସ୍ଵତନ୍ତ୍ର ହିସାବ ଖାତାରେ ରହିବା ସହିତ ପ୍ରତ୍ୟେକ ବର୍ଷ ସମୀକ୍ଷା ପାଇଁ ଆୟବ୍ୟୟର ହିସାବ ଉପସ୍ଥାପନ କରିବେ ।
  8. ପ୍ରତ୍ୟେକ ଆୟବ୍ୟୟର ହିସାବ ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ/ ଉପାଧ୍ୟକ୍ଷ ଏବଂ ଆବାହକଙ୍କ ଦ୍ଵାରା ସ୍ଵାକ୍ଷରିତ ହେବ ଓ ଏହା ପ୍ରସ୍ତୁତ ହେବାର ଏକ ମାସ ମଧ୍ୟରେ ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ନିକଟରେ ଉପସ୍ଥାପନ କରାଯିବ ।

ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତି

  1. ଅଧିନିୟମ ଅନୁଯାୟୀ ଗଠିତ ହେବାର ପ୍ରଥମ ଆର୍ଥିକ ବର୍ଷ ଶେଷ ହେବାର ସର୍ବନିମ୍ନ ୩ ମାସ ପୂର୍ବରୁ ପରିଚାଳନା କମିଟି ବିଦ୍ୟାଳୟର ବିକାଶ ସଂକ୍ରାନ୍ତରେ ଏକ ଯୋଜନା ପ୍ରସ୍ତୁତ କରିବେ ।
  2. ବିଦ୍ୟାଳୟର ବିକାଶ ଯୋଜନାର ତିନି ବର୍ଷିଆ ହେବ ଏବଂ ଏଥିରେ ୩ ଟି ବାର୍ଷିକ ଉପଯୋଜନା ରହିବ,  ଯହିଁରେ ନିମ୍ନଲିଖିତ ବିଷୟଗୁଡିକ ସ୍ଥାନ ପାଇବ   :
    • ପ୍ରତି ବର୍ଷର ପ୍ରତି ଶ୍ରେଣୀ ପାଇଁ ନାମଲେଖାର ଆକଳନ ।
    • ଅନୁସୂଚିରେ ନିର୍ଦ୍ଧାରିତ ସର୍ତ୍ତ ମୁତାବକ ପ୍ରଥମରୁ ପଞ୍ଚମ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ପୃଥକ ଭାବରେ ଆବଶ୍ୟକ ପ୍ରଧାନ ଶିକ୍ଷକ, ବିଷୟ ଶିକ୍ଷକ ଏବଂ ସାମୟିକ ଶିକ୍ଷକଙ୍କ ସମେତ ଅତିରିକ୍ତ ଶିକ୍ଷକଙ୍କ ସଂଖ୍ୟା ନିରୂପଣ ।
    • ଅନୁସୂଚିରେ ସର୍ତ୍ତ ଓ ମାନରକ୍ଷା ପାଇଁ ନିର୍ଦ୍ଧାରିତ ବ୍ୟବସ୍ଥା ମୁତାବକ ତିନିବର୍ଷ ଅବଧି ମଧ୍ୟରେ ଅତିରିକ୍ତ ଭିତ୍ତି ଭୂମି ତଥା ସାଜସରଞ୍ଜାମ ଆଦିର ଆଦିର ଆବଶ୍ୟକତା ଆକଳନ ।
    • ଧାରା ୪ ନିର୍ଦ୍ଧାରିତ ମୁତାବକ ସ୍ଵତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ , ଶିଶୁମାନଙ୍କର ପ୍ରାପ୍ୟ ଯଥା ମାଗଣା ପାଠ୍ୟ ପୁସ୍ତକ ଏବଂ ଅନ୍ୟାନ୍ୟ ଯେକୌଣସି ଅତିରିକ୍ତ ଆର୍ଥିକ ଆବଶ୍ୟକତା ସମେତ ଅଧିନିୟମ ଅଧୀନରେ ବିଦ୍ୟାଳୟ ଉପରେ ନ୍ୟସ୍ତ କରାଯାଇଥିବା ଦାୟିତ୍ଵର ପରିପୂର୍ତ୍ତି ନିମିତ୍ତ ଉପନିୟମ ୨ ଖଣ୍ଡ b ଏବଂ c ପ୍ରସଙ୍ଗରେ ଅବଶ୍ୟକ ହେଉଥିବା ଅତିରିକ୍ତ ଆର୍ଥିକ ଆବଶ୍ୟକତା ଆକଳନ ।
  3. ବିଦ୍ୟାଳୟ ବିକାଶ ଯୋଜନା ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ଏବଂ ଆବାହକଙ୍କର ଦ୍ଵାରା ସ୍ଵାକ୍ଷରିତ ହୋଇ ଯେଉଁ ଆର୍ଥିକ ବର୍ଷରେ ପ୍ରସ୍ତୁତ କରାଯାଇଅଛି ସେହି ଆର୍ଥିକ ବର୍ଷ  ଶେଷ ହେବା ପୂର୍ବରୁ ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ନିକଟରେ ଦାଖଲ କରାଯିବ ।

ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର

ଶିଶୁମାନଙ୍କର ପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷଣ

  1. ସରକାର କିମ୍ବା ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ମାଲକାନା ଓ ପରିଚାଳନାରେ ଥିବା ବିଦ୍ୟାଳୟ ପରିଚାଳନା କମିଟି ସ୍ଵତନ୍ତ୍ର  ପ୍ରଶିକ୍ଷଣ ଆବଶ୍ୟକ କରୁଥିବା ଶିଶୁମାନଙ୍କୁ ଚିହ୍ନଟ  କରିବା ସହିତ ନିମ୍ନଲିଖିତ ପ୍ରକାରେ ଉକ୍ତ ପ୍ରଶିକ୍ଷଣର ବ୍ୟବସ୍ଥା କରିବେ ଯଥା :
    • ଏହି ସ୍ଵତନ୍ତ୍ର ପ୍ରଶିକ୍ଷଣ ଅଧିନିୟମ ଧାରା 29 ଉପଧାରା (1) ରେ ନିର୍ଦ୍ଧାରିତ ଆକାଡେମିକ କର୍ତ୍ତୁପକ୍ଷଙ୍କ ଦ୍ଵାରା ଅନୁମୋଦନ ଲାଭ କରିଥିବା ବିଶେଷ ଭାବରେ ପରିକଳପିତ ବୟସୋଚିତ ଶିକ୍ଷଣ ପଦାର୍ଥ ଆଦିକୁ ଆଧାର କରିବ ।
    • ବିଦ୍ୟାଳୟ ପରିସରରେ କିମ୍ବା ସୁରକ୍ଷିତ ବାସସ୍ଥାନରେ ଚାଲିଥିବା ଶ୍ରେଣୀରେ ଏହି ପ୍ରଶିକ୍ଷଣ ଦିଆଯିବ ।
    • ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କିମ୍ବା ଏଥିପାଇଁ ସ୍ଵତନ୍ତ୍ର ଭାବେ ନିଯୁକ୍ତ ଶିକ୍ଷକମାନେ ଏହି ପ୍ରଶିକ୍ଷଣ ହେବେ ।
    • ଏହାର ଅବିଧି ସର୍ବନିମ୍ନ 3 ମାସ ହେବ । ତେବେ ସ୍ଥଳ ବିଶେଷରେ ସମୟାନୁକ୍ରମିକ ଶିକ୍ଷଣର ପ୍ରଗତିକୁ ଆଧାର କରି ଏହି ଅବିଧି ସର୍ବାଧିକ ଦୁଇବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପରେ ।
    • ବର୍ଷିକିଆ  ବା ଦୁଇବର୍ଷିଆ ଶିକ୍ଷଣ ଓ ତାଲିମ ପାଇଁ ଟିଇ ଏବଂ ଏସସିଇଆରଟି ଦ୍ଵାରା ସଘନ ପାଠ୍ୟକ୍ରମ ପ୍ରସ୍ତୃତ ହେବ ।
  2. ବୟସୋଚିତ ଶ୍ରେଣୀର ଭର୍ତ୍ତିହେବା ପରେ ଶିଶୁଟି ସ୍ଵତନ୍ତ୍ର ତାଲିମ ନେଇସାରି ଅବଶିଷ୍ଟ ଶ୍ରେଣୀରେ ସଫଳ ଭାବରେ ଉଭୟ ଶିକ୍ଷା ଓ ଭାବଗତ ସମନ୍ଵୟ ରକ୍ଷା କରିବାକୁ ସମର୍ଥ ହେବା ନିମନ୍ତେ ଶିକ୍ଷକନାକ ସ୍ଵତନ୍ତ୍ର ଧ୍ୟାନ ପାଇ ଚାଲିବ ।

ଆଧାର – ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର

Last Modified : 5/13/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate