অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ, ୨୦୧୦(ରାଜ୍ୟ ସରକାର ଏବଂ ସ୍ଥାନୀୟ କର୍ତ୍ତୁପକ୍ଷଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ଵ)

ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ, ୨୦୧୦(ରାଜ୍ୟ ସରକାର ଏବଂ ସ୍ଥାନୀୟ କର୍ତ୍ତୁପକ୍ଷଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ଵ)

ବିଦ୍ୟାଳୟର ଅଞ୍ଚଳ ପରିସର କିମ୍ବା ପାର୍ଶ୍ଵବର୍ତ୍ତୀ ସୀମା

  1. ସ୍ଥାନୀୟ କର୍ତ୍ତୁପକ୍ଷ କିମ୍ବା ରାଜ୍ୟ ସରକାରଙ୍କ ଦ୍ଵାରା ଯେଉଁ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ବା ସୀମାରେ ବିଦ୍ୟାଳୟଟିଏ ନିର୍ମାଣ କରାଯିବ ତାହା ନିମ୍ନମତେ ହେବ   :
    • ପ୍ରଥମଠାରୁ ପଞ୍ଚମ ଶ୍ରେଣୀର ଶିଶୁମାନଙ୍କର ପାଇଁ ପାଖଆଖରୁ ଚାଲି ଚାଲି ଯାଇପାରିଲା ଭଳି ସର୍ବାଧିକ ଏକ କିଲୋମିଟର ଦୂରତାରେ ବିଦ୍ୟାଳୟ ସ୍ଥାପନ କରାଯିବ ।
    • ଷଷ୍ଠଠାରୁ ଅଷ୍ଟମ ଶ୍ରେଣୀର ଶିଶୁମାନଙ୍କ ପାଇଁ ପାଖଆଖରୁ ଚାଲି ଚାଲି ଯାଇପାରିଲା ଭଳି ସର୍ବାଧିକ 3 କିମି ଦୂରତାରେ ବିଦ୍ୟାଳୟ ସ୍ଥାପନ ।
  2. ଆବଶ୍ୟକ ସ୍ଥଳେ ରାଜ୍ୟ ସରକାର ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ପୁରୁଣା ବିଦ୍ୟାଳୟଗୁଡିକ ଉର୍ଣ୍ଣିତ କରି ସେଗୁଡିକର ଷଷ୍ଠଠାରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଖୋଲି ପାରିବେ । ସେହିପରି ଯେଉଁ ବିଦ୍ୟାଳୟ ଗୁଡିକରେ ଷଷ୍ଠ ଠାରୁ ଉପରକୁ ଶ୍ରେଣୀ ରହିଛି , ସେଠାରେ ଆବଶ୍ୟକ ହେଲେ ରାଜ୍ୟ ସରକାର ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ଉଦ୍ୟମ କରିବେ ।
  3. ଶିଶୁମାନେ ଘରୁ ସ୍କୁଲ ଯିବା ବାଟରେ ଯଦି ମାଟି ଧସୁଥିବା ଅଞ୍ଚଳ, ବନ୍ୟାଞ୍ଚଳ , ରାସ୍ତା ନ ଥିବା ଅଞ୍ଚଳ ଏବଂ ବିପଦପୂର୍ଣ୍ଣ ଅଞ୍ଚଳ ପଡୁଥାଏ ତେବେ ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୁପକ୍ଷ ବିଦ୍ୟାଳୟ ସ୍ଥାପନ ସମୟରେ ଏହି ସବୁ ବିପଦକୁ ଏଡାଇବା ପାଇଁ ଉପଧାରା । ଅଧୀନରେ ନିର୍ଦ୍ଧାରିତ ସୀମାକୁ କମାଇ ସ୍ଥାନ ନିରୂପଣ କରିବେ ।
  4. ଚିହ୍ନଟ ହୋଥିବା ଛୋଟ ଛୋଟ ପଡା ଗାଁର ଶିଶୁମାନଙ୍କର ପାଇଁ ଉପଧାରା । 1ରେ ନିର୍ଦ୍ଧାରିତ ସୀମାପରିସର ବା ପାଖଆଖରେ ବିଦ୍ୟାଳୟ ନ ଥିବା ସ୍ଥଳେ ଉକ୍ତ ଉପଧାରା । 1 ରେ ନିର୍ଦ୍ଧାରିତ ସୀମା ପରିସରକୁ କୋହଳ କରି ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ  ରାଜ୍ୟ ପ୍ରଦାନ ପାଇଁ ରାଜ୍ୟ ସରକାର/ ସ୍ଥାନୀୟ କର୍ତ୍ତୁପକ୍ଷ ଆବଶ୍ୟକ ବ୍ୟବସ୍ଥା କରିବେ ।
  5. ଘନଜନବସତି ବିଶିଷ୍ଟ ଅଞ୍ଚଳରେ ଥିବା 6 ରୁ 14 ବର୍ଷର ଶିଶୁମାନଙ୍କ ସଂଖ୍ୟାକୁ ବିଚାରକୁ ନେଇ ରାଜ୍ୟ ସରକାର  ସ୍ଥାନୀୟ କର୍ତ୍ତୁପକ୍ଷ ପାଖାପାଖି ଏକାଧିକ ସ୍କୁଲ ସ୍ଥାପନ କରିବାର ନିଷ୍ପତି ନେଇପାରିବେ ।
  6. ଯେଉଁ ପାଖପଡିସା ବିଦ୍ୟାଳୟଗୁଡିକର ଶିଶୁମାନେ ନାମ ଲେଖାଇବା ସେଗୁଡିକୁ ସ୍ଥାନୀୟ କର୍ତ୍ତୁପକ୍ଷ ଚିହ୍ନଟ କରିବେ ଏବଂ ପ୍ରତ୍ୟେକ ଗ୍ରାମ ବସ୍ତିର ଜନସାଧାରଣ ଅବଗତି ନିମନ୍ତେ ତାଙ୍କ କ୍ଷମତା ପରିସର ଅନ୍ତଭୁର୍କ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ନୋଟିସ ନୋଟିସ ବୋର୍ଡରେ ଏ ସଂକ୍ରାନ୍ତରେ ସୂଚନା ଦେବେ ।
  7. ସ୍କୁଲ ଯାଇ ପାରୁନଥିବା ଭିନ୍ନକ୍ଷମ ଶିଶୁମାନେ ଯେପରି ବିଦ୍ୟାଳୟ ପହଞ୍ଚି ପ୍ରାଥମିକ ଶିକ୍ଷା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ବା ସ୍ଥାନୀୟ କର୍ତ୍ତୁପକ୍ଷ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟମରେ ଉପଯୁକ୍ତ ଏବଂ ନିରାପଦ ବ୍ୟବସ୍ଥା ପାଇଁ ଉଦ୍ୟମ କରାବେ ।
  8. ସାମାଜିକ, ସାଂସ୍କୃତିକ ବା ଆଇନଗତ କାରଣରୁ ଶିଶୁମାନଙ୍କର ବିଦ୍ୟାଳୟ ପ୍ରବେଶ ଯେପରି ବାଧ୍ୟାପ୍ରାପ୍ତ ନହୁଏ ସେ ଦିଗରେ ରାଜ୍ୟ ସରକାର ବା ସ୍ଥାନୀୟ କର୍ତ୍ତୁପକ୍ଷ ସ୍ଥିର ନିଶ୍ଚିତ ହେବେ ।

ରାଜ୍ୟ ସରକାର ଏବଂ ସ୍ଥାନୀୟ କର୍ତ୍ତୁପକ୍ଷଙ୍କର ଦାୟିତ୍ଵ

  1. ଅଧିନିୟମ ଧାରା -2 ର ଖଣ୍ଡ (n) ର ଉପଖଣ୍ଡ (I) ଅନୁଯାୟୀ ସରକାର ସ୍ଥାନୀୟ କର୍ତ୍ତୁପକ୍ଷ ଙ୍କ ଦ୍ଵାରା ପରିଚାଳିତ ବିଦ୍ୟାଳୟରେ ପଢୁଥିବା ଶିଶୁ , ଧାରା -12 ର ଉପଧାରା (I) ଖଣ୍ଡ (b) ଆଧାରରେ ଧାରା-2 ର ଖଣ୍ଡ (n) ଉପଖଣ୍ଡ (ii) ଏବଂ (iv) ରେ ସୂଚିତ ବିଦ୍ୟାଳୟରେ ପଢୁଥିବା ଶିଶୁମାନେ 3 ର ଉପଖଣ୍ଡ (2) ଅନୁସାରେ ମାଗଣା ଶିକ୍ଷା ଲାଭପାଇଁ ହକଦାର ।
  2. ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବିଦ୍ୟାଳୟ ସ୍ଥାପନ ଓ ନିର୍ଦ୍ଧାରଣ ନିମନ୍ତେ ରାଜ୍ୟ ସରକାର ବା ସ୍ଥାନୀୟ କର୍ତ୍ତୁପକ୍ଷ ସ୍ଥିରୀକୃତ ତାରିଖଠାରୁ ଏକ ବର୍ଷ ଅବିଧି ମଧ୍ୟରେ ସ୍କୁଲର ରୂପରେଖ ପ୍ରସ୍ତୁତି କରିବା ସହ ଦୂରଦୁରାନ୍ତ ଅଞ୍ଚଳ, ଭିନ୍ନକ୍ଷମ ଅନଗ୍ରସର ସଂପ୍ରଦାଯ, ପ୍ରବାସୀ ଦୁର୍ବଳ ଶ୍ରେଣୀ ଏବଂ ଧାରା 4 ଅନ୍ତଭୁର୍କ୍ତ  ସମସ୍ତ ଶିଶୁମାନଙ୍କୁ ଚିହ୍ନଟ କରିବେ ଏବଂ ଏହି କାର୍ଯ୍ୟ ପ୍ରତି ବର୍ଷ ଚାଲିବ ।
  3. କୌଣସି ଶିଶୁ ଯେପରି ଜାତି, ଶ୍ରେଣୀ , ଧର୍ମ, କିମ୍ବା ଲୀଙ୍ଗ ଗତ କିମ୍ବା ଅନ୍ୟ କୌଣସି ପ୍ରକାରର ଦୁର୍ବ୍ୟବହାର ଶରବ୍ୟ ନ ହୁଅନ୍ତି , ସେଥିପ୍ରତି ରାଜ୍ୟ ସରକାର ବା ସ୍ଥାନୀୟ କର୍ତ୍ତୁପକ୍ଷ ସୁନିଶ୍ଚିତ ଦୃଷ୍ଟି ଦେବେ ।
  4. ଅଷ୍ଟମ ଧାରାର ଖଣ୍ଡ(C ) ଏବଂ ନବମ ଧାରାର ଖଣ୍ଡ (C ) ଅନୁଯାୟୀ  ଶ୍ରେଣୀ ଭିତରେ, ମଧ୍ୟାହ୍ନ ଭୋଜନ ପ୍ରଦାନ ସମୟରେ, ଖେଳ ପଡିଆରେ, ପାନୀଯ ଜଳ ବ୍ୟବହାର ଓ ଶୌଚାଳୟ ସୁବିଧା ଉପଲ୍ଲବ୍ଧ ସମୟରେ ଏବଂ ଶ୍ରେଣୀଗୃହ ବା ଶୌଚାଳୟ ସଫାକରିବା ସମୟରେ ଜଣେ ଅନଗ୍ରସର ସଂପ୍ରଦାୟ ଏବଂ ଦୁର୍ବଳ ଶ୍ରେଣୀର ଶିଶୁ ଯେପରି ଅନ୍ୟମାନଙ୍କରଠାରୁ ଅଲଗା ନ ହୁଏ ବା ଭେଦାଭେଦର ଶିକାର ନହୁଏ । ସେଥିପ୍ରତି ରାଜ୍ୟ ସରକାର ଏବଂ ସ୍ଥାନୀୟ କର୍ତ୍ତୁପକ୍ଷ ନିଶ୍ଚିତ ଦୃଷ୍ଟି ଦେବେ ।

ସ୍ଥାନୀୟ କର୍ତ୍ତୁପକ୍ଷ ଦ୍ଵାରା 14 ବର୍ଷ ପର୍ଯ୍ୟନ୍ତ ବୟସ୍କ ଶିଶୁମାନଙ୍କ ବିବରଣୀ ପରିରକ୍ଷଣ

  1. ସ୍ଥାନୀୟ କର୍ତ୍ତୁପକ୍ଷ ତାଙ୍କ ପରିସରରେ ଘର ଘର ବୁଲି ଜନ୍ମଠାରୁ 14 ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ସଂକ୍ରାନ୍ତରେ ଏକ ବିବରଣୀ ପ୍ରସ୍ତୁତ କରିବା ।
  2. ଉପ- ନିୟମ (1) ଅନୁଯାୟୀ ପ୍ରସ୍ତୁତି ଏହି ବିବରଣୀ ପ୍ରତିବର୍ଷ ଅଦ୍ୟାବଧୀକରଣ କରାଯିବ ।
  3. ଉପନିୟମ (1) ଅନୁଯାୟୀ ସର୍ବସାଧାରଣ ପାଇଁ ଏହି ବିବରଣୀ ପ୍ରସ୍ତୁତି ସ୍ଵଚ୍ଛତାର ସହିତ କରାଯିବ ଏବଂ 9 ମ  ଧାରା ଖଣ୍ଡ (e) ନିମନ୍ତେ ବ୍ୟବହୃତ ହେବ ।
  4. ଉପ-ନିୟମ (1) ଅନୁଯାୟୀ ପ୍ରତିଟି ଶିଶୁପାଇଁ ପ୍ରସ୍ତୁତ ବିବରଣୀରେ ନିମ୍ନଲିଖିତ ତଥ୍ୟ ଅନ୍ତଭୁର୍କ୍ତ ହେବ ଯଥା  :
    • ନାମ, ଲୀଙ୍ଗ, ଜନ୍ମ ତାରିଖ (ଯେଉଁଠାରେ ଜନ୍ମ ପ୍ରମାଣପତ୍ର ସଂଖ୍ୟା ଉପଲବଧ)ଜନ୍ମସ୍ଥାନ ।
    • ପିତାମାତା /ଅଭିଭାବକଙ୍କ ନାମ, ଠିକଣା ଏବଂ ବୃତ୍ତି ।
    • 6 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନେ ଯୋଗଦେଇଥିବା ପ୍ରାକ – ପ୍ରାଥମିକ ବିଦ୍ୟାଳୟ କିମ୍ବା ଅଙ୍ଗନବାଡି କେନ୍ଦ୍ର ।
    • ପ୍ରାଥମିକ ବିଦ୍ୟାଳୟ ଯେଉଁଠାରେ ଶିଶୁଟି ନାମ ଲେଖାଇଛି ।
    • ଶିଶିର ବର୍ତ୍ତମାନ ଠିକଣା ।
    • ଯେଉଁ ଶ୍ରେଣୀରେ ଶିଶୁଟି ପଢୁଛି (6 ରୁ 14 ବର୍ଷ ବୟସ୍କ ଶିଶୁ) ଏବଂ ସ୍ଥାନୀୟ କର୍ତ୍ତୁପକ୍ଷ କାର୍ଯ୍ୟ ପରିସର ଅଧୀନରେ ଯଦି ସେ ଅଧ୍ୟାରୁ ପଢା ଛାଡିଥାଏ ତେବେ ତାହାର କାରଣ ।
    • ଶିଶୁଟି ଦୁର୍ବଳ ଶ୍ରେଣୀଭୁକ୍ତ କି ?
    • ଶିଶୁଟି ଅସୁବିଧା ଭୋଗୁଥିବା ଗୋଷ୍ଠୀର କି ।
    • ସ୍ଥାନାନ୍ତରିତ ଏବଂ ବିକ୍ଷିପ୍ତ ଜନସଂଖ୍ୟା, (ii) ବୟସାନୁକୁଳ ନାମଲେଖା ଏବଂ (iii) ଅକ୍ଷମତା କାରଣରୁ ଶିଶୁଟି ସ୍ଵତନ୍ତ୍ର ସୁବିଧା, ଆବାସ ସୁବିଧା ଆବଶ୍ୟକ କରୁଥିଲେ ।
  5. ସ୍ଥାନୀୟ କର୍ତ୍ତୁପକ୍ଷ ବିଦ୍ୟାଳୟରେ ନାମଲେଖାଇଥିବା ଶିଶୁମାନଙ୍କର ତାଲିକା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସମ୍ପୃକ୍ତ ବିଦ୍ୟାଳୟରେ ପ୍ରଦର୍ଶିତ ।

ଆଧାର - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର

Last Modified : 5/13/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate