অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ, ୨୦୧୦(ଶିକ୍ଷକ)

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାବରେ ନିଯୁକ୍ତ ହେବାପାଇଁ ସର୍ବନିମ୍ନ ଯୋଗ୍ୟତା

  1. ଜଣେ ବ୍ୟକ୍ତି ଶିକ୍ଷକ ଭାବରେ ନିଯୁକ୍ତ ପାଇବାକୁ ହେଲେ ସେ କେନ୍ଦ୍ର ସରକାରଙ୍କ ଦ୍ଵାରା ଗଠିତ ଏକାଡେମିକ କର୍ତ୍ତୁପକ୍ଷଙ୍କ ଦ୍ଵାରା ନିର୍ଦ୍ଧାରିତ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ ।
  2. ଉପନିୟମ (1) ଅନୁଯାୟୀ ଏକାଡେମିକ କର୍ତ୍ତୁପକ୍ଷଙ୍କ ଦ୍ଵାରା ସ୍ଥିର କାରାଯାଇଥିବା ସର୍ବନିମ୍ନ ଯୋଗ୍ୟତା ଧାରା 2 ର ଖଣ୍ଡ (n) ରେ ଉଲ୍ଲେଖିତ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ଲାଗୁ ହେବ ।

ସର୍ବନିମ୍ନ ଯୋଗ୍ୟତାରେ କୋହଳ

  1. ଧାରା 2 ର ଖଣ୍ଡ (n ) ରେ ଉଲ୍ଲେଖିତ ବ୍ୟବସ୍ଥା ଅନ୍ତର୍ଗତ ରାଜ୍ୟର ସମସ୍ତ ବିଦ୍ୟାଳୟ ପାଇଁ ଏହି ଅଧିନିୟମ ଲାଗୁ ହେବା ଦିନଠାରୁ 6 ମାସ ମଧ୍ୟରେ ପ୍ରତି ବିଦ୍ୟାଳୟ ପାଇଁ ଅନୁସୂଚିରେ ଉଲ୍ଲିଖିତ ସର୍ତ୍ତାନୁସାରେ ଶିକ୍ଷକମାନଙ୍କ ଆବଶ୍ୟକତା ସମ୍ପର୍କରେ ରାଜ୍ୟ ସରକାର ଆକଳନ କରିବେ ।
  2. ଯେଉଁ ରାଜ୍ୟରେ ଶିକ୍ଷକମାନଙ୍କୁ ତାଲିମ ଦେବା ଯଥେଷ୍ଟ ସଂଖ୍ୟକ ଅନୁଷ୍ଠାନ ନାହିଁ କିମ୍ବା ନିୟମ 15 ର ଉପନିୟମ 2 ଅନୁଯାୟୀ ସର୍ବନିମ୍ନ ଯୋଗ୍ୟତା ଥିବା ବ୍ୟକ୍ତି ଉପନିୟମ 1 ଅନୁସାରେ କଳନା କରଯାଉଥିବା ଶିକ୍ଷକ ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ ସଂଖ୍ୟାରେ ମିଳୁନାହାନ୍ତି ସେ କ୍ଷେତ୍ରରେ ରାଜ୍ୟ ସରକାର ଏହି ଅଧିନିୟମ ଲାଗୁ ହେବା ଦିନଠାରୁ ଏକ ବର୍ଷ ମଧ୍ୟରେ ସର୍ବନିମ୍ନ ଯୋଗ୍ୟତାରେ କୋହଳ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିପାରିବେ ।
  3. ଉପନିୟମ 2 ଅନୁଯାୟୀ ଅନୁରୋଧ ପତ୍ର ମିଳିବା ପରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କର ଅନୁରୋଧକୁ ସମୀକ୍ଷା କରି ବିଜ୍ଞପ୍ତି ଜରିଆରେ ସର୍ବନିମ୍ନ ଯୋଗ୍ୟତା କୋହଳ କରିପାରନ୍ତି ।
  4. ଉପଧାରା 3ରେ ଉଲ୍ଲିଖିତ ବିଜ୍ଞପ୍ତିରେ ସମୟ ସୀମା ଏବଂ ଶିକ୍ଷକଙ୍କର ସର୍ବନିମ୍ନ ଯୋଗ୍ୟତା କୋହଳ ସ୍ପୃଷ୍ଟ ନିର୍ଦ୍ଧାରିତ ହେବ ଏବଂ ଏହି ସମୟସୀମା ତିନିବର୍ଷରୁ ଊର୍ଦ୍ଦ୍ଵ ହେବ ନାହିଁ ତଥା ଏହି ଅଧିନିୟମ କାର୍ଯ୍ୟକାରୀ ହେବ ଦିନଠାରୁ କସ୍ମିନ କାଳେ ପାଞ୍ଚବର୍ଷ ତପିବ ନାହିଁ । ଏହି ସମୟ ମଧ୍ୟରେ କୋହଳ ସର୍ତ୍ତରେ ନିଯୁକ୍ତ ଶିକ୍ଷକମାନେ ନିଶ୍ଚିତ ଭାବରେ ଅଧିନିୟମ ଧାରା 2 ରୁ ଉପଧାରା 1 ଅନୁସାରେ ଆକାଡେମିକ କର୍ତ୍ତୁପକ୍ଷଙ୍କ ଦ୍ଵାରା ବିଜ୍ଞାପତି ସର୍ବନିମ୍ନ ଯୋଗ୍ୟତା ହାସଲ କରିବେ ।
  5. ଧାରା 23 ର ଉପଧାରା 1 ଅନୁସାରେ ବିଜ୍ଞାପିତ ହୋଇଥିବା ଆକାଡେମିକ କର୍ତ୍ତୁପକ୍ଷଙ୍କ ଦ୍ଵାରା ନିର୍ଦ୍ଧାରିତ ସର୍ବନିମ୍ନ ଯୋଗ୍ୟତା ନ ଥିବା  କୌଣସି ବ୍ୟକ୍ତିଙ୍କୁ କୌଣସି ସ୍କୁଲ ପାଇଁ ଶିକ୍ଷକ ରୂପେ ନିଯୁକ୍ତ ଦିଆଯିବ ନାହିଁ ।
  6. ଏହି ଅଧିନିୟମ ଲାଗୁ ହେବ ଦିନଠାରୁ ନିଯୁକ୍ତି ପାଇଥିବା ଶିକ୍ଷକ ଉଚ୍ଚ ମାଧ୍ୟମିକ କିମ୍ବା ତର୍ତ୍ତୁଲ୍ୟ ପ୍ରମାଣପତ୍ର ନିଶ୍ଚିତ ଭାବେ ହାସଲ କରିବେ ।

ସର୍ବନିମ୍ନ ଯୋଗ୍ୟତା ହାସଲ

  1. ଉପଖଣ୍ଡ (1) ରେ ସୂଚିତ ବିଦ୍ୟାଳୟର ଶିକ୍ଷକ ଏବଂ ଧାରା (2) ଖଣ୍ଡ(n) ଉପଖଣ୍ଡ (iii) ଅଧିନସ୍ଥ କେନ୍ଦ୍ର ସରକାର ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ମାଲିକାନାରେ ପରିଚାଳିତ ବିଦ୍ୟାଳୟ ଗୁଡିକର ନିୟମ (15) ଉପନିୟମ (2) ଅନୁଯାୟୀ ସର୍ବନିମ୍ନ ଯୋଗ୍ୟତା ହାସଲ କରିନଥିବା ଶିକ୍ଷକମାନଙ୍କୁ ଏହି ନିୟମ ଲାଗୁ ହେବାର 5 ବର୍ଷ ମଧ୍ୟରେ ସରକାର ଉପଯୁକ୍ତ ଶିକ୍ଷକ ପ୍ରଶିକ୍ଷଣ ସୁଯୋଗ ଯୋଗାଇ ଦେବେ ।
  2. ଧାରା (2) ଖଣ୍ଡ (n) ଉପଖଣ୍ଡ (ii) ଏବଂ (iv)  ରେ ସୂଚିତ ବିଦ୍ୟାଳୟର ଶିକ୍ଷକଙ୍କୁ ଏବଂ ଧାରା (2) ଖଣ୍ଡ (n) ଓ ଉପଖଣ୍ଡ (iii) ରେ ସୂଚିତ ସରକାର କିମ୍ବା ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ମାଲିକାନାରେ ପରିଚାଳିତ ହେଉନଥିବା ବିଦ୍ୟାଳୟର ଯେଉଁ ଶିକ୍ଷକ, ଏହି ନିୟମ କାର୍ଯ୍ୟକାରୀ ହେଲାବେଳକୁ ନିୟମ (15) ଉପନିୟମ (2) ରେ ଉଲ୍ଲିଖିତ ସର୍ବନିମ୍ନ ଯୋଗ୍ୟତା ହାସଲ କରିନାହାନ୍ତି , ତାଙ୍କୁ ସେହି ବିଦ୍ୟାଳୟର ପରିଚାଳନା କର୍ତ୍ତୁପକ୍ଷ ଏହି ନିୟମ ଲାଗୁ ହେବାର 5 ବର୍ଷ ମଧ୍ୟରେ ସର୍ବନିମ୍ନ ଯୋଗ୍ୟତା ହାସଲ କରିବା ପାଇଁ ସମର୍ଥ କରାଇବେ ।

ଶିକ୍ଷକ ମାନଙ୍କର ଦରମା ଭତ୍ତା ଏବଂ ସେବା ସର୍ତ୍ତାବଳୀ

  1. ସ୍ଥଳ ବିଶେଷରେ ସରକାର କିମ୍ବା ସ୍ଥାନୀୟ କର୍ତ୍ତୁପକ୍ଷ ଶିକ୍ଷକମାନଙ୍କର ବୃତ୍ତିଗତ ଏବଂ ସ୍ଥାୟୀ କ୍ୟାଡର ସୃଷ୍ଟି କରିବା ପାଇଁ ଶିକ୍ଷକମାନଙ୍କର ଚାକିରିରେ ସର୍ତ୍ତାବଳୀ, ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଇତ୍ୟାଦି ସୂଚିତ କରିବେ ।
  2. ନିର୍ଦ୍ଧିଷ୍ଟ ଭାବରେ ଉପନିୟମ (1) ର ପ୍ରତିକୂଳ ପ୍ରଭାବ ବିନା ସେବା ସର୍ତ୍ତାବଳୀ ନିମ୍ନୋକ୍ତ ବିଷୟ ଗୁଡିକ ବିଚାରକୁ ନେବ, ଯଥା –
    • ବିଦ୍ୟାଳୟ ପରିଚାଳନା କମିଟି ନିକଟରେ ଶିକ୍ଷକମାନଙ୍କର ଉତ୍ତର ଦାୟିତ୍ଵ ।
    • ଶିକ୍ଷକ ବୃତ୍ତିରେ ଶିକ୍ଷକମାନଙ୍କୁ ଦୀର୍ଘ ମିଆଦି ସର୍ତ୍ତର ସୁଯୋଗ ଦେବା ।
    • ଶିକ୍ଷକମାନଙ୍କର ଦରମା ହାର ଏବଂ ଭତ୍ତା, ଡାକ୍ତରୀ ସୁବିଧା, ପେନସନ, ଗ୍ରାଚୁଇଟି, ଭବିଷ୍ୟନିଧି ପାଣ୍ଠି ଏବଂ ଅନ୍ୟାନ୍ୟ ନିର୍ଦ୍ଧାରିତ ସୁବିଧା ରାଜ୍ୟ ସରକାରଙ୍କ ଅଧୀନରେ ଅନୁରୂପ ଯୋଗ୍ୟତା ଓ ଅଭିଜ୍ଞାତା ଥିବା ଶିକ୍ଷକମାନଙ୍କୁ ମିଳୁଥିବା ସୁବିଧା ଭଳି ସ୍ଥିରୀକୃତ ହେବ ।

ଶିକ୍ଷକଙ୍କ କର୍ତ୍ତବ୍ୟ

  1. ପ୍ରତ୍ୟେକ ଛାତ୍ର ପାଇଁ ଛାତ୍ର କ୍ରମ ବର୍ଦ୍ଧିଷ୍ଣୁ ମୂଲ୍ୟାୟନ ଦଲିଲ ପ୍ରସ୍ତୁତି କରିବେ ଯାହାକୁ ଭିତ୍ତି କରି ଶିଶୁଟିକୁ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିବା ପ୍ରମାଣପତ୍ର ଦିଆଯାଇପାରିବ।
  2. ଅଧିନିୟମ ଧାରା 24 ଉପଧାରା (1) ର ଉପଖଣ୍ଡ (a) ଠାରୁ (e) ଅନୁଯାୟୀ ଜଣେ ଶିକ୍ଷକ/ଶିଖୟତ୍ରୀ ଦୈନଦିନ ଶିକ୍ଷାଦାନ ସହିତ ନିମ୍ନଲିଖିତ କର୍ତ୍ତବ୍ୟ ଗୁଡିକ ସମ୍ପାଦାନ କରିବେ ଯଥା :
    • ତାଲିମ କାର୍ଯ୍ୟକ୍ରମଗୁଡିକରରେ ଅଂଶଗ୍ରହଣ ।
    • ବିଭିନ୍ନ ପାଠ୍ୟ ଖସଡା ପ୍ରସ୍ତୁତିରେ ଅଂଶ ଗ୍ରହଣ, ପାଠ୍ୟକ୍ରମର ବିକାଶ, ତାଲିମ ଓ ପାଠ୍ୟ ପୁସ୍ତକର ବିକାଶ ।
    • ସରକାରଙ୍କ ଦ୍ଵାରା ନ୍ୟସ୍ତ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦାନ କରିବେ ।

ପ୍ରତ୍ୟେକ ବିଦ୍ୟାଳୟ ପାଇଁ ଛାତ୍ର ଶିକ୍ଷକ ଅନୁପାତ

  1. ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୁପକ୍ଷ ଯିଏ ଯେଉଁଠି ପ୍ରଯୁଜ୍ୟ, ଏହି ଆଇନ କାର୍ଯ୍ୟକାରୀ ହେବା ତାରିଖଠାରୁ ସର୍ବାଧିକ ତିନିମାସ ମଧ୍ୟରେ ପ୍ରତ୍ୟେକ ବିଦ୍ୟାଳୟର ମଞ୍ଜୁରୀପ୍ରାପ୍ତ ଶିକ୍ଷକ ସଂଖ୍ୟା ବିଜ୍ଞାପିତ କରିବେ ।
  2. ସର୍ତ୍ତ- ଅବସ୍ଥା ଭେଦରେ ସରକାର କିମ୍ବା ସ୍ଥାନୀୟ କର୍ତ୍ତୁପକ୍ଷ ଶିକ୍ଷକମାନଙ୍କୁ ପୁନଃ ମୁତୟନ କରିବେ ଯେଉଁ ବିଦ୍ୟାଳୟମାନଙ୍କରେ ଉପନିୟମ (1) ରେ ସୂଚିତ ବିଜ୍ଞାପନ ପ୍ରକାଶିତ ହେବାପୂର୍ବରୁ ଛାତ୍ର ସଂଖ୍ୟା ଅନୁମୋଦନ ସଂଖ୍ୟା ଅପେକ୍ଷା ଅଧିକ ହୋଇଥିବ ।

  3. ଅଧିନିୟମ ଧାରା -25  ଉପଧାରା-2 ବିଧି ବ୍ୟବସ୍ଥାକୁ ସରକାର କିମ୍ବା ସ୍ଥାନୀୟ କର୍ତ୍ତୁପକ୍ଷଙ୍କର ଯେ କୌଣସି ବ୍ୟକ୍ତି ଉଲ୍ଲଂଘନ କଲେ , ସେ ବ୍ୟକ୍ତିଗତ ଭାବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ।

ଆଧାର - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର

Last Modified : 2/18/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate