অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାଳିକା ଶିକ୍ଷା

ଉପକ୍ରମ

ଆଜିମଧ୍ୟ  ଅନେକ ଭାବୁଛନ୍ତି , ଝିଅଙ୍କ ଅପେକ୍ଷା ପୁଅକୁ ପାଠ ପଢାଇବା ବେସୀ ଦରକାର   । କାରଣ ପୁଅଟି ବାପା ମାଆଙ୍କୁ ସାହାଯ୍ୟ କରିବ ଓ ଝିଅଟି ବାହା ହୋଇ ଅନ୍ୟ ପରିବାରକୁ ସାହାଯ୍ୟ କରିବ   ।  ଏବେ ମଧ୍ୟ କେତେକ ଲୋକ ଭାବୁଛନ୍ତି “ ଝିଅ ଜନମ ଚୁଲି ମୁଣ୍ଡକୁ  “ ।  ଆଜି ଝିଅ ହୋଇଛି , କାଲି ବୋହୂ ହେବ , ମା ହେବ , ଘର ଭିତରେ ରୋଷାଇବାସ କରି ସ୍ଵାମୀ ଓ ପିଲାଙ୍କ ସେବାରେ ଜୀବନ କାଟିବ , ପାଠ ପଢିଲେ ଅଧିକ କି ଭାଭ   ।  ଏଭଳି ମାନସିକତା ଦୂର କରିବା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତାଇବା , ପୁଅ ଝିଅ ମଧ୍ୟରେ ତାରତମ୍ୟକୁ କମାଇଆ ଓ ବାଳିକା ଶିକ୍ଷା ଉପରେ ଗୁରୁତ୍ଵ ହେବାପାଇଁ ପଡିବ   ।

ଶିକ୍ଷକ ବା ପାଠଗୁରୁ ଭାବରେ ଆମକୁ ଅଧିକରୁ ଅଧିକ ଝିଅ ପିଲାଙ୍କୁ ପାଠ ପଢିବାର ସୁଯୋଗ ସୃଷ୍ଟି କରାଇବା ଆବଶ୍ୟକ   ।  ଝିଅ ପାଠ ପଢିଲେ ଅନ୍ୟ ଉପରେ ବୋଝ ହେବେ ନାହିଁ   ,  ବରଂ ଅନ୍ୟମାନଙ୍କ ପାଇଁ ସାହାଯ୍ୟକାରୀ ହୋଇପାରିବେ   ।  ନିମ୍ନରେ ଝିଅମାନଙ୍କ ପାଇଁ ଶିକ୍ଷା ସଂପୂର୍ଣ୍ଣରେ କେତେକ ସୂଚନା ପ୍ରଦାନ କରାଗଲା   ।

ଝିଅପିଲାମାନେ କାହିଁକି ପାଠ ପଢିବେ   ?

ଶିକ୍ଷାଲାବୟହ କରିବା ପ୍ରତ୍ୟେକଙ୍କର ଜନ୍ମଗତ ଅଧିକାର   । ଶିକ୍ଷା ଜ୍ଞାନ ବିକାଶ କରେ   ,  ଅଧିକରୁ ଅଧିକ ଜାଣିବା ପାଇଁ ସୁଯୋଗ ଦିଏ ,  ଅନେକ ନୂଆ କଥା ଜାଣିବା ପାଇଁ ପଥ ଉନ୍ମୁକ୍ତ କରେ   ।  ପରିବାରରେ , ଜାତିରେ ଓ ସମାଜରେ ଶିକ୍ଷିତ ବ୍ୟକ୍ତି ଏକ ସକ୍ରିୟ ଭୂମିକା ଗ୍ରହଣ କରିଥାଏ   ।  ତେଣୁ ଝିଅମାନଙ୍କୁ ପାଠ ପଢିବାର ସୁଯୋଗ ନ ଦେବା ଅର୍ଥ ସେମାନଙ୍କୁ ଏକ ମୌଲିକ ଅଧିକାରରୁ ବଞ୍ଚିତ କରିବା   ।

ଏହା ଦ୍ଵାରା କେବଳ ଝିଅପିଲା କିମ୍ବା ମହିଳାମାନଙ୍କର କ୍ଷତି  ଘଟେ ନାହିଁ ଏହା ସାରା ସମାଜର କ୍ଷତି ହୁଏ   । ଆପଣମାନେ ଗୋଟିଏ ଶିକ୍ଷିତ ଗରିବ ପରିବାରକୁ ଅନୁଧ୍ୟାନ କରନ୍ତୁ  । ଦେଖିବେ ମା ‘ ଯଦି ଶିକ୍ଷିତା ସେମାନଙ୍କ ପିଲା ଜନ୍ମ ଉତ୍ତମ ସ୍ୱାସ୍ଥ୍ୟ ଉପରେ ସଚେତନ  ।  ତେଣୁ ଆମକୁ ବାଳିକା ଶିକ୍ଷା ଉପରେ ଗୁରୁତ୍ଵ ଦେବା ପାଇଁ ପଡିବ   ।  “ ମା ହେଲେ ପାଠୋଇ , ପରିବାର ଓ ଦେଶ ଜୀବ ଆଗେଇ “ ଏକ ନିର୍ଭୁଲ ଉକ୍ତି   ।  ସେଥିପାଇଁ ସମାଜ କର୍ମୀ ବା ପାଠଗୁରୁଙ୍କ କେତେକ ଦାୟିତ୍ଵ ନିମ୍ନରେ ପ୍ରଦାନ କରାଗଲା   ।

ସମାଜ କର୍ମୀ ବା ପାଠଗୁରୁ ଭାବରେ ଆପଣ କ’ଣ କରିପାରିବେ   ?

(କ) ପରିସ୍ଥିତି ଅନୁଧ୍ୟାନ କରନ୍ତୁ  :-

  • ଗ୍ରାମର ସମସ୍ତ ୬-୧୪ ବର୍ଷ ବାଳକ/ ବାଳିକା ବିଦ୍ୟାଳୟରେ ଶିକ୍ଷାଲାଭ କରୁଛନ୍ତି କି   ?
  • ଗ୍ରାମରେ ଥିବା ବିଦ୍ୟାଳୟରେ ଶ୍ରେଣୀରେ ଅଧିକ ସଂଖ୍ୟାରେ ଛାତ୍ର ନା ଛାତ୍ରୀ ଅଛନ୍ତି   ?
  • ବିଦ୍ୟାଳୟରେ ଛାତ୍ରମାନେ ଛାତ୍ରୀମାନଙ୍କ ଅପେକ୍ଷା ଅଧିକ ନିୟମିତ ସ୍କୁଲକୁ ଆସନ୍ତି କି   ?
  • ଯେଉଁମାନେ ଅଧାରୁ ପାଠପଢା ଛାଡି ଦେଉଛନ୍ତି ସେମାନଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ କି   ?
  • ଛାତ୍ରମାନଙ୍କ ଭଳି ଛାତ୍ରୀମାନେ ଭଲ ପଢୁ ନାହାନ୍ତି କି   ?
  • ଆପଣଙ୍କ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଅଛନ୍ତି କି  ?
  • ଆପଣଙ୍କ ବିଦ୍ୟାଳୟ ପାଖରେ ଏଭଳି କିଛି ଅସୁବିଧା ଅଛି କି ଯେଉଁଥିପାଇଁ ଝିଅମାନେ ପଢିବାକୁ ଆସୁନାହାନ୍ତି   ।
  • ବିଦ୍ୟାଳୟରେ ପାଇଁ ବାଳିକାମାନଙ୍କ ପାଇଁ ସ୍ଵତନ୍ତ୍ର ପାଇଖାନା ଅଛି କି ନାହିଁ   ।

(ଖ) ଅସୁବିଧା ସବୁ ବୁଝନ୍ତୁ

  • ଚିନ୍ତାକରି ଦେଖନ୍ତୁ – କାହିଁକି ଝିଅମାନେ ପୁଅମାନଙ୍କ ପରି ଅଧିକ ସଂଖ୍ୟାରେ ବିଦ୍ୟାଳୟକୁ ଆସୁପାରୁ ନାହାନ୍ତି   ।
  • ଝିଅମାନଙ୍କର ପାଠପଢା କାହିଁକି ବାଧା ପାଉଛି ସେ ସମ୍ପର୍କ ଅଭିଭାବକ , ଗାଁ ର ମୁଖିଆ ଲୋକ ଓ ଅନ୍ୟମାନଙ୍କ ସହ ଆଲୋଚନା କରି ସେଥିରୁ କାରଣ ବୁଝନ୍ତୁ   ।

(ଗ) ସମସ୍ୟା ସମାଧାନର ଉପାୟ ସ୍ଥିର କରନ୍ତୁ   :

  • ଏପରି ଆଲୋଚନା ମାଧ୍ୟମରେ ଯେଉଁ ସମସ୍ୟା ସବୁ ଝିଅମାନଙ୍କ ପାଠପଢାରେ ବାଧା ସୃଷ୍ଟି କରୁଛି   ,  ତାହାର ନିରାକରଣ ଉପାୟ ସ୍ଥିର କରନ୍ତୁ ଏବଂ ବିଦ୍ୟାଳୟ ତଥା ଗ୍ରାମ ପାଇଁ ଗୋଟିଏ ଯୋଜନା ପ୍ରସ୍ତୁତ କରନ୍ତୁ   ।
  • ଏହି ସବୁ ସମସ୍ୟା ସମାଧାନ ନିମନ୍ତେ ସବୁପକ୍ଷଙ୍କ ସାହାଯ୍ୟ ଗହନ କରନ୍ତୁ   ।

(ଘ) କେଉଁମାନେ ସାହାଯ୍ୟ କରିପାରିବେ ସେମାନଙ୍କୁ ବାଛନ୍ତୁ  ।

  • ବିଦ୍ୟାଳୟର ଶିକ୍ଷକ
  • ପ୍ରଧାନ ଶିକ୍ଷକ
  • ଅଙ୍ଗନବାଡି କର୍ମୀ , ଗ୍ରାମ ଶିକ୍ଷା କମିଟିର ସଭ୍ୟସଭ୍ୟା   ।
  • ସରକାରଙ୍କ ବିଭିନ୍ନ ସଂସ୍ଥାରେ କାମ କରୁଥିବା ଗୋଷ୍ଠୀ- କର୍ମୀ ଏବଂ ସ୍ଵେଚ୍ଛାସେବୀ ସଂଗଠନ ସଦସ୍ୟ  ।
  • ସମାଜର ଅନ୍ୟାନ୍ୟ ପ୍ରଭାବଶାଳି ବ୍ୟକ୍ତି  ।
ଉକ୍ତ ଗୋଷ୍ଠୀର ସଭ୍ୟ ଓ ସଭ୍ୟାମାନେ ଆପଣଙ୍କ ଗ୍ରାମରେ ଥିବା ବିଦ୍ୟାଳୟର ବିକାଶ ଓ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ ଦିଗରେ ସାହାଯ୍ୟ କରିବେ   ।  ତେଣୁ ସେମାନଙ୍କୁ ବିଦ୍ୟାଳୟରେ ପ୍ରତ୍ୟେକ କାମରେ ସାମିଲ କରାଇବା ଆବଶ୍ୟକ   ।  ଏଥି ସହିତ ବାଳିକା ମାନଙ୍କର ଶିକ୍ଷାର ଗୁରୁତ୍ଵକୁ ଅନୁଭବ କରି ସେମାନଙ୍କ ସମସ୍ୟାକୁ ଧ୍ୟାନ ଦେଇ ଲୋକମାନଙ୍କର ସହଯୋଗ ରେ     “ ବାଳିକା ଶିକ୍ଷାର “ ପ୍ରସାର କରାଇ ପାରିବେ   ।

ଆଧାର :ପୋର୍ଟାଲ  ଟିମ

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate