ହୋମ / ଶିକ୍ଷା / ପିଲାଙ୍କ ଅଧିକାର / ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ,୨୦୦୯
ସେଆର କରନ୍ତୁ

ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ,୨୦୦୯

ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ,୨୦୦୯ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ପ୍ରାକ୍ କଥନ

  • ଏହି ଆଇନକୁ ଶିଶୁର ‘ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାରୀ ଆଇନ,୨୦୦୯”ରେ ନାମିତ କରାଯିବ ।
  • ଜାମ୍ମ ଓ କାଶ୍ମୀର ବ୍ୟତୀତ ଭାରତର ଅନ୍ୟ ସବୁ ରାଜ୍ୟ ପ୍ରତି ଏହି ଆଇନ ଲାଗୁ ହେବ ।
  • କେନ୍ଦ୍ର ସରକାରଙ୍କ ରାଜପତ୍ରରେ ବିଜ୍ଞାପିତ ନିର୍ଦ୍ଦିଷ୍ଟ ତାରିଖ ଠାରୁ ଏହି ଆଇନ କାର୍ଯ୍ୟକାରୀ ହେବ।

ଅଧିନିୟମର ସଂଜ୍ଞା ନିରୂପଣ

ଏହା ଆଇନରେ ସଂଯୋଜିତ ଶବ୍ଦଗୁଡିକ ଭିନ୍ନ ଅର୍ଥ ଆବଶ୍ୟକ କରୁନଥିଲେ,ତାହା ନିମ୍ନମତେ ବୁଝାଇବ –

  • “ଉପଯୁକ୍ତ ସରକାର” ଅର୍ଥ -
    1. କେନ୍ଦ୍ର ସରକାରଙ୍କ ଦ୍ଵାରା ବା ବିଧାନସଭା ନଥିବା କେନ୍ଦ୍ରଶାସିତ ଅଞ୍ଚଳର  ପ୍ରଶାସନ ଦ୍ଵାରା ପ୍ରତିଷ୍ଠିତ,ସ୍ଵତ୍ତ୍ଵାଧୀନ ବା ନିୟନ୍ତ୍ରିତ ବିଦ୍ୟାଳୟଗୁଡିକ କ୍ଷେତ୍ରରେ –‘କେନ୍ଦ୍ର ସରକାର’ ;
    2. ଉପଧାରା (I)ରେ ଦିଆଯାଇଥିବା ବିଦ୍ୟାଳୟ ବ୍ୟତୀତ ଯଦି ଅନ୍ୟ କୌଣସି ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥାଏ, ତେବେ –
  • ରାଜ୍ୟସରକାରଙ୍କ ଶାସନଭୁକ୍ତ ଅଞ୍ଚଳରେ ରାଜ୍ୟ ସରକାର
  • ରାଜ୍ୟରେ ବିଧାନସଭା ଅଥବା ବିଧାନସଭା ଥିବା କେନ୍ଦ୍ରଶାସିତ ଅଞ୍ଚଳର ସରକାର ।
  • “କ୍ୟାପିଟେସନ୍” ଅର୍ଥାତ୍ ଶିକ୍ଷାନୁଷ୍ଠାନ ବା ବିଦ୍ୟାଳୟ ଦ୍ଵାରା ବିଜ୍ଞାପିତ ହୋଇ ନଥିବା ମୁଣ୍ଡପିଛା ଦେୟ,ଦାନ କିମ୍ବା ସହାୟତା ରାଶି ଦାବି ।
  • ”ଶିଶୁ “ ଅର୍ଥାତ୍ ୬ବର୍ଷରୁ ୧୪ ବୟସର ବାଳକ କିମ୍ବା ବାଳିକା
  • “ଅସୁବିଧାରେ ଚାଲୁଥିବା ବର୍ଗର ଶିଶୁ “ଅର୍ଥାତ୍ ଅନୁସୂଚିତଜାତି,ଅନୁସୂଚିତ ଜନଜାତି,ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ଶ୍ରେଣୀ ଅଥବା ଉପଯୁକ୍ତ ସରକାରଙ୍କ ଦ୍ଵାରା ଅଧିସୂଚିତ ନିର୍ଦ୍ଦିଷ୍ଟ ଅଞ୍ଚଳର ପଛୁଆବର୍ଗ , ଅର୍ଥନୈତିକ,ସାମାଜିକ, ଭାଷାଗତ,ସାଂସ୍କୃତିକ,ଲିଙ୍ଗଗତ,ସ୍ଥାନବିଶେଷରେ ଭୌଗୋଳିକ ଅବସ୍ଥିତି ଜନିତ ଅନୁନ୍ନତତାକୁ ବୁଝାଏ ।
  • “ଦୁର୍ବଳ ସାମାଜିକ ଶ୍ରେଣୀର ଶିଶୁ “ ଅର୍ଥାତ୍,ଉପଯୁକ୍ତ ସରକାରଙ୍କ ଦ୍ଵାରା ଅଧିସୂଚିତ ସର୍ବନିମ୍ନ ବାର୍ଷିକ ଆୟରୁ କମ୍ ଆୟ ସଂପନ୍ନ ପିତାମାତା /ଅଭିଭାବକଙ୍କର ସନ୍ତାନ।
  • ‘ଏଲିମେଣ୍ଟାରୀ ଶିକ୍ଷା’ ବା ‘ପ୍ରାରମ୍ଭିକ ଶିକ୍ଷା’ ଅର୍ଥାତ୍ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ;
  • ‘ଅଭିଭାବକ’ ଅର୍ଥାତ୍ ଶିଶୁର  ଯତ୍ନ  ଓ ସୁରକ୍ଷା ଦାୟିତ୍ଵ ନେଉଥିବା ବ୍ୟକ୍ତି । ଶିଶୁର ସେ ପ୍ରାକୃତିକ ଅଭିଭାବକ (ମାଆ ବାପା) ବା ନିଯୁକ୍ତି ଅଭିଭାବକ ଅଥବା ଅଦାଲତ ବା ଆଇନ ଦ୍ଵାରା ଘୋଷିତ ଅଭିଭାବକ ହୋଇପାରନ୍ତି;
  • ’ସ୍ଥାନୀୟ କର୍ତ୍ତୃପକ୍ଷ’ ଅର୍ଥାତ୍ ନଗରନିଗମ,ପୌରପରିଷଦ ବା ଜିଲ୍ଲା ପରିଷଦ କିମ୍ବା ନଗର ପଞ୍ଚାୟତ ବା ପଞ୍ଚାୟତର କର୍ତ୍ତୃପକ୍ଷ ଏବଂ ବିଦ୍ୟାଳୟ ଉପରେ ପ୍ରାଶାସନିକ ନିୟନ୍ତ୍ରଣ ଥିବା କୌଣସି କର୍ତ୍ତୃପକ୍ଷ;
  • ‘ଶିଶୁ ଅଧିକାର ସୁରକ୍ଷା ପାଇଁ ଜାତୀୟ ଆୟୋଗ  “ଅର୍ଥାତ୍ ଶିଶୁ ଅଧିକାର ସୁରକ୍ଷା ଆଇନ,୨୦୦୫ (୨୦୦୬ର ଆଇନ )ର ଧାରା ୩ରେ ଗଠିତ ‘ଶିଶୁ ସୁରକ୍ଷା ପାଇଁ ଜାତୀୟ ଆୟୋଗ’;
  • ‘ବିଜ୍ଞପ୍ତି’ ଅର୍ଥ ସରକାରୀ ରାଜପତ୍ରରେ ପ୍ରକାଶିତ ବିଜ୍ଞପ୍ତି ;
  • ’ମାତାପିତା’ ଅର୍ଥାତ୍ ପ୍ରାକୃତିକ କିମ୍ବା ଆଇନ ଅନୁସାରେ ପୋଷ୍ୟ ମାତାପିତା କିମ୍ବା ସାବତ ମାଆବାପା ;
  • ‘ଧାର୍ଯ୍ୟ’ ଅର୍ଥାତ୍ ଏହି ଆଇନ ଅନୁସାରେ ଧାର୍ଯ୍ୟ
  • ’ଅନୁସୂଚୀ’ ଅର୍ଥାତ୍ ଏହି ଆଇନରେ ଯୋଗଯାଇଥିବା ଅନୁସୂଚୀ
  • ’ବିଦ୍ୟାଳୟ’ ଅର୍ଥାତ୍ ପ୍ରାରମ୍ଭିକ/ପ୍ରାଥମିକ ଶିକ୍ଷା ଯୋଗାଉଥିବା କୌଣସି ସ୍ଵୀକୃତିପ୍ରାପ୍ତ ବିଦ୍ୟାଳୟ ଏବଂ ଏଥିରେ ସାମିଲ ରହିଛି-
    1. ଉପଯୁକ୍ତ ସରକାରୀ କିମ୍ବା କୌଣସି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତିଷ୍ଠିତ, ସ୍ଵତ୍ତ୍ଵଅଧିକାରୀ ସମ୍ପନ୍ନ ବା ନିୟନ୍ତ୍ରିତ ବିଦ୍ୟାଳୟ;
    2. ଉପଯୁକ୍ତ  ସରକାର ବା ଆଞ୍ଚଳିକ କତ୍ତୃପକ୍ଷଙ୍କ ଠାରୁ ସଂପୂର୍ଣ୍ଣଭାବେ ବା ଆଂଶିକ ଭାବେ ନିଜର ବ୍ୟୟ ଭରଣା ପାଇଁ ସହାୟତା ବା ଅନୁଦାନ ପାଉଥିବା ଏକ ସହାୟତାପ୍ରାପ୍ତ ବିଦ୍ୟାଳୟ;
    3. ସ୍ଵତନ୍ତ୍ର ବର୍ଗର କୌଣସି ବିଦ୍ୟାଳୟ,ଏବଂ
    4. ବ୍ୟୟ ଭରଣା ପାଇଁ ଉପଯୁକ୍ତ ସରକାରଙ୍କ ଠାରୁ କୌଣସି ସହାୟତା/ଅନୁଦାନ ନେଉ ନଥିବା ବିଦ୍ୟାଳୟ ।
  • ’ବିଦ୍ୟାଳୟରେ ନାମ ଲେଖା ନିମନ୍ତେ ଯାଞ୍ଚ ପ୍ରଣାଳୀ” ଅର୍ଥ – ଶିଶୁର ନାମ ଲେଖା ପାଇଁ ରେଣ୍ଡମ୍ ପଦ୍ଧତିର ଅନୁସରଣ ନ କରି ଯେ କୌଣସି ପ୍ରକାର ଚୟନ ପ୍ରଣାଳୀ।
  • ‘ଏକ ବିଦ୍ୟାଳୟ ସଂପର୍କିତ ନିର୍ଦ୍ଧାରିତ ବର୍ଗର” ଅର୍ଥ – କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ଓ ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସୈନିକ ସ୍କୁଲ୍ କିମ୍ବା ଉପଯୁକ୍ତ ସରକାର (କେନ୍ଦ୍ର ସରକାର/ରାଜ୍ୟ ସରକାର)ଙ୍କ ବିଜ୍ଞପ୍ତିମତେ  ନିର୍ଦ୍ଦିଷ୍ଟ /ପୃଥକ୍ ବର୍ଗର ଅନ୍ୟ କୌଣସି ବିଦ୍ୟାଳୟ ।
  • ‘ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଆୟୋଗର” ଅର୍ଥ – ଶିଶୁ ସୁରକ୍ଷା ଆଇନ,୨୦୦୫ ପାଇଁ ଆୟୋଗସମୂହର ଧାରା-୩ ଅଧୀନରେ ଗଠିତ ‘ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଆୟୋଗ’।

ଆଧାର – ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top