ହୋମ / ଶିକ୍ଷା / ପିଲାଙ୍କ ଅଧିକାର / ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ,୨୦୦୯(ପ୍ରାଥମିକ ଶିକ୍ଷା / ଶିଶୁ ମାନଙ୍କର ଅଧିକାର)
ସେଆର କରନ୍ତୁ

ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ,୨୦୦୯(ପ୍ରାଥମିକ ଶିକ୍ଷା / ଶିଶୁ ମାନଙ୍କର ଅଧିକାର)

ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ,୨୦୦୯ (ପ୍ରାଥମିକ ଶିକ୍ଷା / ଶିଶୁ ମାନଙ୍କର ଅଧିକାର) ସମ୍ବନ୍ଧରେ ସୂଚନା ।

ପାଠ୍ୟକ୍ରମ/ପରୀକ୍ଷା/ମୂଲ୍ୟାୟନ ପଦ୍ଧତି

  1. ଉପଯୁକ୍ତ ସରକାରଙ୍କୁ ବିଜ୍ଞପ୍ତି ଆଧାରରେ ନିର୍ଧାରିତ ଏକାଡେମିକ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରାଥମିକ ଶିକ୍ଷାର ପାଠ୍ୟକ୍ରମ ଓ ମୂଲ୍ୟାୟନ ପଦ୍ଧତି ସ୍ଥିରୀକୃତ ହେବ ।
  2. ଉପଧାରା -୨ ଅନୁଯାୟୀ, ଏକାଡେମିକ କର୍ତ୍ତୃପକ୍ଷ ପାଠ୍ୟକ୍ରମ ଓ ମୂଲ୍ୟାୟନ ପଦ୍ଧତିର ସ୍ଥିରୀକରଣ ବେଳେ ନିମ୍ନ ପ୍ରସଙ୍ଗଗୁଡିକୁ ବିଚାରକୁ ନେବେ –
    • ସାମ୍ବିଧାନିକ ମୂଲ୍ୟବୋଧ ;
    • ଶିଶୁର ସର୍ବାଙ୍ଗୀନ ବିକାଶ ;
    • ଶିଶୁର ଜ୍ଞାନବୃଦ୍ଧି, ଅନ୍ତନିର୍ହିତ ଶକ୍ତି ଓ ପ୍ରତିଭାର ଅଭିବୃଦ୍ଧି ସାଧନ;
    • ଶିଶୁର ଶାରୀରିକ ଓ ମାନସିକ ଦକ୍ଷତାର ପୂର୍ଣ୍ଣାଙ୍ଗ ବିକାଶ ସାଧନ;
    • ଶିଶୁ ସହାୟକ ଓ ଶିଶୁ – କୈନ୍ଦ୍ରିକ ଢାଞ୍ଚାରେ ନାନାବିଧ କାର୍ଯ୍ୟକଳାପ,ଆବିଷ୍କାର ଓ ଉଭାବନ ପ୍ରକ୍ରିୟା ଜରିଆରେ ଶିକ୍ଷଣ ପ୍ରାପ୍ତିର ନିର୍ଯାସ ନିହିତ ଥିବ ।
    • ଶିକ୍ଷାଦାନର ମାଧ୍ୟମ  ଯଥାସମ୍ଭବ ଶିଶୁର ମାତୃଭାଷା ହେବ ;
    • ଶିଶୁକୁ ଆଶଙ୍କା,ଉଦ୍ ବେଗ ଓ ମାନସିକଚାପ ମୁକ୍ତ କରି ନିଜର ଖୋଲା ମତ ପ୍ରକାଶର ସୁଯୋଗ ପ୍ରଦାନ;
    • ଶିଶୁର ଜ୍ଞାନର ଅବବୋଧ ଓ ସେହି ଜ୍ଞାନକୁ ଉପଯୋଗ କରିବାର ଦକ୍ଷତା ପ୍ରାପ୍ତି ପାଇଁ ସାମଗ୍ରିକ ଓ ନିରନ୍ତର ମୂଲ୍ୟାୟନ।
  3. ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ କୌଣସି ପିଲାକୁ ବୋର୍ଡ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।
  4. ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ କରୁଥିବା ପ୍ରତ୍ୟେକ ଶିଶୁକୁ ନିର୍ଦ୍ଧାରିତ ଫର୍ମ ଓ ଢାଞ୍ଚାରେ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଶିଶୁ ଅଧିକାରର ସୁରକ୍ଷା

  1. ‘ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆଇନ  -୨୦୦୫ (୨୦୦୬ ର ଧାରା ୪)ର ଧାରା ୩ ଅଧୀନରେ ଗଠିତ ଶିଶୁ ଅଧିକାର ସୁରକ୍ଷା ନିମିତ୍ତ ଜାତୀୟ ଆୟୋଗ, ସ୍ଥଳବିଶେଷରେ ଧାରା ୧୭ ଅଧୀନରେ ଗଠିତ ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଆୟୋଗ ନିମ୍ନୋକ୍ତ ଦାୟିତ୍ଵ ଓ କର୍ତ୍ତବ୍ୟ ସଂପାଦନ କରିବେ –
    • ଏହି ଆଇନର ବ୍ୟବସ୍ଥିତ ଶିଶୁ ଅଧିକାରୀ ସୁରକ୍ଷା ନିମିତ୍ତ ପଦକ୍ଷେପଗୁଡିକୁ ପରୀକ୍ଷା ନିରୀକ୍ଷା କରି ସେଗୁଡିକର ସଫଳ କାର୍ଯ୍ୟକାରିତା ପାଇଁ ସୁପାରିଶ କରିବେ ;
    • ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାଲାଭ ପାଇଁ ଶିଶୁ ଅଧିକାର ସଂକ୍ରାନ୍ତ ଆପତ୍ତି ଅଭିଯୋଗର  ତଦନ୍ତ କରିବେ ;
    • ’ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆଇନ’ ର ଧାରା ୧୫ ଓ ୨୪ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ।
  2. ଉପଧାରା(୧) (c) ଅଧୀନରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ସଂକ୍ରାନ୍ତ କୌଣସି ତଦନ୍ତ ସମୟରେ ଏହି ଆୟୋଗ ଯଥାକ୍ରମେ ଧାରା ୧୪ ଓ ୨୪ ରେ ସେମାନଙ୍କ ଉପରେ ନ୍ୟସ୍ତ କ୍ଷମତା ଉପଭୋଗ କରିବେ ।
  3. ‘ଶିଶୁ ଅଧିକାର ସୁରକ୍ଷା’ ନିମିତ୍ତ ରାଜ୍ୟ ଆୟୋଗ ଗଢା ଯାଇ ନଥିବା ରାଜ୍ୟରେ ଉପଧାରା (୧) (a) ଠାରୁ (c)  ପର୍ଯ୍ୟନ୍ତ ସୂଚିତ କର୍ତ୍ତବ୍ୟ ସଂପାଦନ ଉଦ୍ଦେଶ୍ୟରେ, ଧାର୍ଯ୍ୟ ପଦ୍ଧତିରେ ଏବଂ ନିୟମ ଓ ସର୍ତ୍ତାବଳୀ ଆଧାରରେ ‘କର୍ତ୍ତୃପକ୍ଷ’ ଗଢିବେ ।

ଅଭିଯୋଗର ପ୍ରତିବିଧାନ

  1. ଧାରା -୩୧ର କୌଣସି ବ୍ୟବସ୍ଥାକୁ ବିରୋଧ ନକରି ଯେକୌଣସି ବ୍ୟକ୍ତି ଏହି ଆଇନର ଅଧୀନରେ ଶିଶୁ ଅଧିକାରର ସୁରକ୍ଷା ସଂକ୍ରାନ୍ତ କୌଣସି ଅଭିଯୋଗକୁ ସଂପୃକ୍ତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପାଖରେ ଲିଖିତ ଅଭିଯୋଗ କରିପାରିବେ ।
  2. ଉପଧାରା-୧ ଅଧୀନରେ ଅଭିଯୋଗ ଗ୍ରହଣ ପରେ ସ୍ଥାନୀୟ କର୍ତ୍ତୃପକ୍ଷ ୩ ମାସ ମଧ୍ୟରେ ସଂପୃକ୍ତ ପକ୍ଷମାନଙ୍କୁ ଶୁଣିବା ପରେ ସେହି ଅଭିଯୋଗ ଉପରେ ନିଷ୍ପତ୍ତି ନେବେ  ।

ଜାତୀୟ ଉପଦେଷ୍ଟା ପରିଷଦ ଗଠନ

  1. ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଓ ଶୁଣାଣିରେ କୌଣସି ବ୍ୟକ୍ତିବିଶେଷଙ୍କର ଅସନ୍ତୋଷ/କ୍ଷୋଭ ରହିଥିଲେ,ସେହି ବ୍ୟକ୍ତି ଆଇନର ଧାରା -୩୧ (୩) ଅଧୀନରେ ନିର୍ଦ୍ଧାରିତ କୌଣସି କର୍ତ୍ତୃପକ୍ଷ କିମ୍ବା ‘ଶିଶୁ ଅଧିକାର ସୁରକ୍ଷା ଆୟୋଗ’ଙ୍କୁ ଅଭିଯୋଗ ସଂପର୍କରେ ପୁନଃଆବେଦନ କରିପାରିବେ,ଏବଂ ଆୟୋଗ ଆଇନର ଭାଗ -୩୧ ର ଉପଭାଗ (୧)ର ଧାରା (ଗ)ଅଧିନସ୍ଥ ବ୍ୟବସ୍ଥାମତେ ଅଭିଯୋଗର ନିଷ୍ପତ୍ତି କରିବେ ।
  2. କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ଏକ ଜାତୀୟ ଉପଦେଷ୍ଟା ପରିଷଦ ଗଠନ କରିବେ । ଏଥିପରି ସର୍ବାଧିକ ୧୫ ଜଣ ସଦସ୍ୟ ରହିବେ,ଯେଉଁମାନଙ୍କର ପ୍ରାଥମିକ ଶିକ୍ଷା ଓ ଶିଶୁ ବିକାଶ କ୍ଷେତ୍ରରେ ଜ୍ଞାନ ଓ ବାସ୍ତବ ଅଭିଜ୍ଞତା ରହିଥିବ ।
  3. ଆଇନର ବ୍ୟବସ୍ଥା ସମୂହର ସଫଳ କାର୍ଯ୍ୟକାରିତା ପାଇଁ ଜାତୀୟ ଉପଦେଷ୍ଟା ପରିଷଦ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବା ହିଁ ଏହାର ପ୍ରମୁଖ କାର୍ଯ୍ୟ ହେବ ।

ରାଜ୍ୟ ଉପଦେଷ୍ଟା ପରିଷଦ ଗଠନ

  1. ଉପଦେଷ୍ଟା ପରିଷଦର ସଦସ୍ୟମାନଙ୍କର ନିଯୁକ୍ତି ଜନିତ ସର୍ତ୍ତାବଳୀ ଓ ଭତ୍ତା ଆଦି, ଆଇନ ନିର୍ଦ୍ଧାରିତ ମତେ ସ୍ଥିର କରାଯିବ ।
  2. ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ଏକ ରାଜ୍ୟ ଉପଦେଷ୍ଟା ପରିଷଦ ଗଠନ କରିବେ । ଏଥିରେ  ସର୍ବାଧିକ ୧୫ ଜଣ ସଦସ୍ୟ ରହିବେ, ପ୍ରାଥମିକ ଶିକ୍ଷା ଓ ଶିଶୁ ବିକାଶ କ୍ଷେତ୍ରରେ ଜ୍ଞାନ ଓ ଅଭିଜ୍ଞତା ଥିବା ବ୍ୟକ୍ତିବିଶେଷ ହିଁ  ସଦସ୍ୟ ଭାବେ ନିଯୁକ୍ତି ହେବେ।
  3. ଆଇନର ବ୍ୟବସ୍ଥାସମୂହର ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟ ଉପଦେଷ୍ଟା ପରିଷଦ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ହିଁ ଏହାର ପ୍ରମୁଖ କାର୍ଯ୍ୟ ହେବ ।
  4. ଉପଦେଷ୍ଟା ପରିଷଦ ନିଯୁକ୍ତିର ବିଭିନ୍ନ ସର୍ତ୍ତାବଳୀ ଓ ଭତ୍ତା ଆଦି ଅନୁମୋଦନ ଭିତ୍ତିରେ ଲାଗୁ ହେବ ।

ଆଧାର – ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର

3.53846153846
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top