ହୋମ / ଶିକ୍ଷା / ପିଲାଙ୍କ ଅଧିକାର / ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ,୨୦୦୯ (ବିବିଧ)
ସେଆର କରନ୍ତୁ

ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ,୨୦୦୯ (ବିବିଧ)

ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ,୨୦୦୯ (ବିବିଧ) ସମ୍ବନ୍ଧରେ ସୂଚନା ।

ନିର୍ଦ୍ଦେଶାବଳି ଜାରିକରିବାର କ୍ଷମତା

  • ଏହି ଆଇନରେ ବ୍ୟବସ୍ଥାସମୂହରେ କାର୍ଯ୍ୟକାରିତା ପାଇଁ ଉପଯୁକ୍ତ ସରକାର ଅଥବା ଆବଶ୍ୟକ ମନେ କଲେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ କେନ୍ଦ୍ରସରକାର ବିଭିନ୍ନ ପାଳନୀୟ ନିର୍ଦ୍ଦେଶନାମା ଦେଇପାରିବେ ।
  • ଏହି ଆଇନ୍ ର ବ୍ୟବସ୍ଥାସମୂହର କାର୍ଯ୍ୟକାରିତା ପାଇଁ ବିଦ୍ୟାଳୟ ପରିଚାଳନା କମିଟିଗୁଡିକ ମାନିବା ପାଇଁ ରାଜ୍ୟ ସରକାର ମାର୍ଗଦର୍ଶିକା ପ୍ରସ୍ତୁତ କରିବା ସହ ନିର୍ଦେଶନାମା ଦେଇ ପାରନ୍ତି ।
  • ସେହିପରି ବିଦ୍ୟାଳୟ ପରିଚାଳନା କମିଟି ଏହି ଆଇନର ବିଧିବିଧାନକୁ ମାନି କାର୍ଯ୍ୟ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ମାର୍ଗଦର୍ଶିକା ସହ  ନିର୍ଦେଶନାମା ଜାରି କରିପାରିବେ ।

ଦଣ୍ଡ ବିଧାନ/ଉତ୍ତମ ଆଦେଶ/ କାର୍ଯ୍ୟର ସୁରକ୍ଷା

  • ଉପରୋକ୍ତ କାର୍ଯ୍ୟ ପାଇଁ ଜଣେ ଅଧିକାରୀ ନିଯୁକ୍ତ ନହେବା ପର୍ଯ୍ୟନ୍ତ ଆଇନ କାର୍ଯ୍ୟକାରିତାରେ ଖିଲାପି ପାଇଁ କାହା ବିରୋଧରେ କୌଣସି ଦଣ୍ଡବିଧାନ ବିଶେଷତଃ ଆଇନର ଧାରା ୧୩(୨), ଧାରା୧୮(୫) ଏବଂ ଧାରା ୧୯(୫)କୁ କେନ୍ଦ୍ର କରି ହେବ ନାହିଁ ।
  • ଏହି ଆଇନ ଅଧୀନରେ ବିଶ୍ଵାସରେ ହୋଇଥିବା କୌଣସି କାମ ବା ହେବାକୁ ଥିବା କାମକୁ କେନ୍ଦ୍ର କରି କେନ୍ଦ୍ର ସରକାର,ରାଜ୍ୟ ସରକାର,ଶିଶୁ ଅଧିକାରୀ ସୁରକ୍ଷାସକାଶେ ରାଜ୍ୟ ଆୟୋଗ,ସ୍ଥାନୀୟ କର୍ତ୍ତୃପକ୍ଷ,ବିଦ୍ୟାଳୟ ପରିଚାଳନା କମିଟି ବା ଏହାର କୌଣସି ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ଚଲାଯାଇ ପାରିବ ନାହିଁ ବା କୌଣସି ଆଇନଗତ ପଦକ୍ଷେପ ନିଆଯିବ ନାହିଁ ।

ନିୟମ ପ୍ରସ୍ତୁତ କରିବା ପାଇଁ ସରକାରଙ୍କ କ୍ଷମତା

  1. ଏହି ଆଇନରେ କାର୍ଯ୍ୟକାରିତା ନିମନ୍ତେ ଉପଯୁକ୍ତ ସରକାର ବିଜ୍ଞପ୍ତି ଜାରି କରି ନିୟମ ପ୍ରଣୟନ କରିପାରିବେ ।
  2. ଆଇନମୁତାବକ ପ୍ରଦତ୍ତ କ୍ଷମତାଗୁଡିକ କୌଣସି ବିଦ୍ଵେଷହୀନ ଭାବେ ସମସ୍ତଙ୍କ ପାଇଁ ଅଥବା ନିମ୍ନୋକ୍ତ ମତେ ଉଦ୍ଦିଷ୍ଟ ...
    • ଧାରା -୪ ର ପ୍ରଥମ ବ୍ୟବସ୍ଥା ଅନୁଯାୟୀ ସ୍ଵତନ୍ତ୍ର ତାଲିମ ପ୍ରଦାନ ପାଇଁ ପଦ୍ଧତି ଓ ସମୟ – ସୀମା ନିର୍ଧାରଣ;
    • ଧାରା -୬ ଅନୁଯାୟୀ ପଡୋଶୀ ବିଦ୍ୟାଳୟ ସ୍ଥାପନ ପାଇଁ ଅଞ୍ଚଳ ବା ସୀମା ନିର୍ଧାରଣ ;
    • ଧାରା -୯ (d)  ଅନୁଯାୟୀ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କର ବିବରଣୀ ରଖିବାକୁ ଅନୁସରଣୀୟ ପଦ୍ଧତି ;
    • ଧାରା -୧୨ ର ଉପଧାରା (୨) ଅନୁଯାୟୀ ଖର୍ଚଭରଣାର ଢଙ୍ଗ ଓ ପରିସର
    • ଧାରା – ୧୪ର ଉପଧାରା (୧) ଅନୁଯାୟୀ ଶିଶୁର ସଠିକ୍ ବୟସ ନିର୍ଦ୍ଧାରଣ ପାଇଁ ଅନ୍ୟ କୌଣସି ଦଲିଲପତ୍ର ;
    • ଧାରା -୧୫ ଅନୁଯାୟୀ ବିଦ୍ୟାଳୟରେ ନାମଲେଖା ପାଇଁ ପରିବର୍ଦ୍ଧିତ  ସମୟସୀମା ଏବଂ  ପରିବର୍ଦ୍ଧିତ ସମୟସୀମା ପରେ ନାମଲେଖାଇଥିବା ଶିଶୁର ଶିକ୍ଷା ସଂପୂର୍ଣ୍ଣ କରିବାର ଉପାୟ ;
    • ଧାରା -୧୮ର ଉପଧାରା (୧) ଅନୁଯାୟୀ ସ୍ଵୀକୃତି ପ୍ରମାଣପତ୍ର ନିମିତ୍ତ କର୍ତ୍ତୃପକ୍ଷ,ନିର୍ଦ୍ଧାରିତ ଫର୍ମାଟ୍ ଓ ଆବେଦନ କରିବାର ଢାଞ୍ଚା ;
    • ଧାରା-୧୮ ର ଉପଧାରା (୨)ଅନୁଯାୟୀ ସ୍ଵୀକୃତି ପ୍ରମାଣପତ୍ର ପ୍ରଦାନ ପାଇଁ ତହିଁର ଫର୍ମ, ସମୟ, ଢାଞ୍ଚା ଓ ସର୍ତ୍ତାବଳୀ ନିର୍ଧାରଣ ;
    • ଧାରା – ୧୮ ର ଉପଧାରା (୩) ଅନୁଯାୟୀ କୌଣସି ନିଷ୍ପତ୍ତିର ଶୁଣାଣି ସମୟରେ ପକ୍ଷମାନଙ୍କୁ ବୟାନ ଦେବା ପାଇଁ ସୁଯୋଗ ଦେବାର ଢାଞ୍ଚା ;
    • ଧାରା – ୨୧ ର ଉପଧାରା (୨) (d) ଅନୁଯାୟୀ ବିଦ୍ୟାଳୟ ପରିଚାଳନା କମିଟିର ଅନ୍ୟାନ୍ୟ କାର୍ଯ୍ୟ ନିର୍ଧାରଣ ;
    • ଧାରା – ୨୨ର ଉପଧାରା (୧) ଅନୁଯାୟୀ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତିର ଢାଞ୍ଚା ନିର୍ଣ୍ଣୟ;
    • ଧାରା -୨୩ ର ଉପଧାରା (୩) ଅନୁଯାୟୀ ଶିକ୍ଷକମାନଙ୍କ ଚାକିରି ସର୍ତ୍ତାବଳୀ ଏବଂ ସେମାନଙ୍କୁ ଦିଆଯିବାକୁ ଥିବା ବେତନ ଓ ଭତ୍ତା;
    • ଧାରା -୨୪ ର ଉପଧାରା (୧) (f) ଅନୁଯାୟୀ ଶିକ୍ଷକମାନଙ୍କର କର୍ତ୍ତବ୍ୟ ନିର୍ଧାରଣ ;
    • ଧାରା – ୨୪ର ଉପଧାରା (୩) ଅନୁଯାୟୀ ଶିକ୍ଷକମାନଙ୍କର ଅଭିଯୋଗ ପ୍ରତିବିଧାନ ଢାଞ୍ଚା ନିର୍ଣ୍ଣୟ;
    • ଧାରା-୩୦ ର ଉପଧାରା (୨)ଅନୁଯାୟୀ ପ୍ରାଥମିକ ଶିକ୍ଷା ସମାପ୍ତି ସଂକ୍ରାନ୍ତି ପ୍ରମାଣପତ୍ର ପ୍ରଦାନର ଢାଞ୍ଚା ଓ ପ୍ରମାଣପତ୍ରର ଫର୍ମ ନିର୍ଣ୍ଣୟ ;
    • ଧାରା-୩୧ର ଉପଧାରା (୩) ଅନୁଯାୟୀ କର୍ତ୍ତୃପକ୍ଷ ଗଠନର ପଦ୍ଧତି ଓ ତହିଁର ସର୍ତ୍ତାବଳୀ ନିର୍ଣ୍ଣୟ ;
    • ଧାରା-୩୩ ର ଉପଧାରା (୩) ଅନୁଯାୟୀ ଜାତୀୟ ଉପଦେଷ୍ଟା ପରିଷଦର ସଦସ୍ୟ ନିଯୁକ୍ତି ପାଇଁ ସର୍ତ୍ତାବଳୀ ଓ ସେମାନଙ୍କ ଭତ୍ତା ନିର୍ଧାରଣ ;
    • ଧାରା-୩୪ ର ଉପଧାରା (୩) ଅନୁଯାୟୀ ରାଜ୍ୟ ଉପଦେଷ୍ଟା ପରିଷଦର ସଦସ୍ୟ ନିଯୁକ୍ତି ପାଇଁ ସର୍ତ୍ତାବଳୀ ଓ ସେମାନଙ୍କ ଭତ୍ତା ନିର୍ଧାରଣ;
  3. ଏହି ଆଇନର ଅଧୀନରେ ପ୍ରଣୀତ ସମସ୍ତ ନିୟମ ,ଏବଂ ଆଇନର ଧାରା ୨୦ ଓ ୨୩ ଅଧୀନରେ କେନ୍ଦ୍ର ସରକାର ଜାରି କରିଥିବା ପ୍ରତିଟି ବିଜ୍ଞପ୍ତି ଆଧାରରେ ନିୟମ ପ୍ରଣୟନ ଅଥବା ବିଜ୍ଞପ୍ତି ଜାରି ପରି ଯଦି ସଂସଦ (ଲୋକସଭା ଓ ରାଜ୍ୟସଭା )ର ଅଧିବେଶନ ବସୁଥାଏ,ତେବେ ତାହା ଉଭୟ ସଦନରେ ଉପସ୍ଥାପିତ ହେବ । ଗୋଟିଏ ବା ଦୁଇଟି ବା କ୍ରମାନ୍ଵୟ ରେ ତତୋଧିକ ଅଧିକ ଅଧିବେଶନ ସମୁଦାୟ ସମୁଦାୟ ୩୦ ଦିନ ପାଇଁ ହୋଇଥିଲେ ଉପରୋକ୍ତ ଅଧିବେଶନର ଠିକ୍ ପରିବର୍ତ୍ତୀ ଅଧିବେଶନ ଶେଷ ହେବା ପୂର୍ବରୁ ବା ପଛକୁ ପଛ ଅଧିବେଶନଗୁଡିକ ସରିବା ପୂର୍ବରୁ ଯଦି ଏଭଳି ନିୟମ/ସଂଶୋଧିତ ନିୟମ/ବିଜ୍ଞପ୍ତିର ପରିବର୍ତ୍ତନ ପିନ ଉଭୟ ସଦନ ଏକମତ ହୁଅନ୍ତି ଯେ ଏପରି ନିୟମ ବା ବିଜ୍ଞାପନ କରାଯିବା ଉଚିତ,ତେବେ ତାହା କାର୍ଯ୍ୟକାରୀ ହେବ । କିନ୍ତୁ ଉଭୟ ସଦନ ବା କୌଣସି ସଦନ ଅସହମତି ପ୍ରକାଶ କାଲେ, ତାହାକୁ ଅକାମୀ ଘୋଷଣା କରାଯିବ । କିନ୍ତୁ ସଂସଦର ସହମତି ବା ଅସହମତି ଯେପରି ଆଇନର ପୂର୍ବ ନିର୍ଦ୍ଧାରିତ ନିୟମାବଳୀ ବା ସରକାରଙ୍କ ଦ୍ଵାରା ପୂର୍ବରୁ ଜାରି କାରଯାଇଥିବା ବିଜ୍ଞପ୍ତିର  ପ୍ରତି କ୍ଷତିକାରକ ବା ବ୍ୟତିକ୍ରମ ସାବ୍ୟସ୍ତ ନହୁଏ, ସେଥିପ୍ରତି ସଂସଦ ଦ୍ରୁଷ୍ଟି ଦେବ ।
  4. ଏହି ଆଇନ ଅଧୀନରେ ରାଜ୍ୟ ସରକାରଙ୍କ ଦ୍ଵାରା ପରବର୍ତ୍ତିତ ପ୍ରତିଟି ନିୟମ/ବିଜ୍ଞପ୍ତି ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବ ।

ଅନୁସୂଚୀ

(ଧାରା ୧୯ ଓ ୨୫ ଦ୍ରଷ୍ଟବ୍ୟ )

ବିଦ୍ୟାଳୟ ପାଇଁ ସର୍ତ୍ତ ଓ ମାନ

କ୍ରମିକ

ବିଷୟ

ସର୍ତ୍ତ ଓ ମାନ

1

ଶିକ୍ଷକଙ୍କ ସଂଖ୍ୟା

ନାମଲେଖାଇଥିବା   ଶିଶୁସଂଖ୍ୟା

ଶିକ୍ଷକସଂଖ୍ୟା

 

(କ) ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ

୬୦ଜଣ ପର୍ଯ୍ୟନ୍ତ

୦୨ଜଣ

 

 

୬୧ ରୁ ୯୦ପର୍ଯ୍ୟନ୍ତ

୦୩

 

 

୯୧ ରୁ ୧୨୦ ମଧ୍ୟରେ

୦୪

 

 

୧୨୦  ରୁ ୨୨୦

୦୫

 

 

୧୫୦  ରୁ ବେଶି

୫+୧ଜଣ ପ୍ରଧାନଶିକ୍ଷକ

 

 

୨୦୦  ରୁ ବେଶି

ପ୍ରଧାନଶିକ୍ଷକ ବ୍ୟତୀତ

 

(ଖ) ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପାଇଁ

1.ଅନ୍ତତଃ ଶ୍ରେଣୀୱାରୀ ଜଣେ ଶିକ୍ଷକ (ପ୍ରତି ବିଷୟରେ )

  • ବିଜ୍ଞାନ ଓ ଗଣିତ
  • ସାମାଜିକପାଠ
  • ଭାଷା

 

 

2. ପ୍ରତି ୩୫ ବିଦ୍ୟାର୍ଥୀଙ୍କୁ ଅନ୍ୟୂନ ଜଣେ ଶିକ୍ଷକ

 

 

3. ନାମଲେଖାଇଥିବା ଶିଶୁ ସଂଖ୍ୟା ୧୦୦ରୁ ବେଶି

  • ଜଣେ ପୂର୍ଣସମୟ ପ୍ରଧାନଶିକ୍ଷକ
  • ସାମୟିକ ଅନୁଦେଶକ
    • କଳା ଶିକ୍ଷା ପାଇଁ
    • ସ୍ୱାସ୍ଥ୍ୟ ଓ ବ୍ୟାୟମ
    • କାର୍ଯ୍ୟ ଶିକ୍ଷା

2

ବିଦ୍ୟାଳୟ କୋଠା

ସବୁ ଋତୁ ଉପଯୋଗୀ ଗୃହ,ଯାହା ମଧ୍ୟରେ

  • ପ୍ରତି ଶିକ୍ଷକଙ୍କ ପାଇଁ ଅନ୍ତତଃ ଗୋଟିଏ ଶ୍ରେଣୀକକ୍ଷ
  • ଏକ କାର୍ଯ୍ୟ।ଳୟ- ଭଣ୍ଡାର-ପ୍ରଧାନଶିକ୍ଷକ କକ୍ଷ
  • ସବୁକକ୍ଷ ହେବ ଅବାଧ ପ୍ରବେଶଯୋଗ୍ୟ
  • ଯଥେଷ୍ଟ ଓ ନିରାପଦ ପିଇବାପାଣିର ବ୍ୟବସ୍ଥା
  • ଏକ ପାକଶାଳା (ମଧ୍ୟାହ୍ନଭୋଜନ ରନ୍ଧନ ପାଇଁ)
  • ଖେଳପଡିଆ
  • ପାଚେରୀ ବା ତାରବାଡ ଘେରା ବିଦ୍ୟାଳୟ

3

ଏକ ଶିକ୍ଷାବର୍ଷରେ ସର୍ବନିମ୍ନ ଧାର୍ଯ୍ୟ କାର୍ଯ୍ୟଦିବସ/ପାଠପଢା ଘଣ୍ଟା

  • ପ୍ରଥମରୁ ପଞ୍ଚମ ଶ୍ରେଣୀ =୨୦୦ କାର୍ଯ୍ୟଦିବସ
  • ଷଷ୍ଠରୁ ଅଷ୍ଟମ ଶ୍ରେଣୀ =୨୨୦ କାର୍ଯ୍ୟଦିବସ
  • ପ୍ରଥମରୁ ପଞ୍ଚମ ଶ୍ରେଣୀ = ୮୦୦ ଘଣ୍ଟା ଶିକ୍ଷାଦାନ
  • ଷଷ୍ଠରୁ ଅଷ୍ଟମ ଶ୍ରେଣୀ = ୧୦୦୦  ଘଣ୍ଟା ଶିକ୍ଷାଦାନ

4

ଶିକ୍ଷକଙ୍କ ପାଇଁ ସାପ୍ତାହିକ ସର୍ବନିମ୍ନ କାର୍ଯ୍ୟ

ପ୍ରସ୍ତୁତି ସହ ଶିକ୍ଷାଦାନ ୪୫ ଘଣ୍ଟା

5

ଶିକ୍ଷାଦାନ ଓ ଶିକ୍ଷଣ ସାମଗ୍ରୀ

ଆବଶ୍ୟକତାନୁସାରେ ପ୍ରତି ଶ୍ରେଣୀକୁ ମିଳିବ ।

6

୧ଟି ଲେଖାଏଁ ପାଠାଗାର

ସମ୍ବାଦପତ୍ର, ପତ୍ରିକା ,ଗପବହି ଓ ସବୁ ବିଷୟରେ ବହି ରହିବ

7

କ୍ରୀଡା ସାମଗ୍ରୀ, ଖେଳକୁଦ ସରଞ୍ଜାମ

ପ୍ରତି ଶ୍ରେଣୀକୁ   ଆବଶ୍ୟକତାନୁସାରେ

ଆଧାର – ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top