অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ,୨୦୦୯(ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର )

ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ,୨୦୦୯(ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର )

ଶିଶୁର ପ୍ରାଥମିକ ଶିକ୍ଷା ନିମନ୍ତେ ଅଧିକାର

  1. ୬ ରୁ ୧୪ ବର୍ଷ ବୟସର ପ୍ରତ୍ୟେକ ଶିଶୁର ପ୍ରାଥମିକ ଶିକ୍ଷା ସରିବା ପର୍ଯ୍ୟନ୍ତ ପାଖ ବିଦ୍ୟାଳୟରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇବାର ଅଧିକାର ରହିବ ।
  2. ଉପଧାରା (୧): କୌଣସି ଶିଶୁକୁ କୌଣସି ପ୍ରକାର ଚାନ୍ଦା,ଦେୟ ବା ଫିସ୍ ଦେବାକୁ ପଡିବ ନାହିଁ । କାରଣ ତାହା ହୁଏତ     ଶିଶୁକୁ ପଢିବାରୁ ବଞ୍ଚିତ କରିବ ବା ପ୍ରାଥମିକଶିକ୍ଷା ସାରିବାରେ ବାଧା ସୃଷ୍ଟି କରିବ ।

ଭିନ୍ନକ୍ଷମ ଶିଶୁଙ୍କ ନିମିତ୍ତ

ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିମିତ୍ତ (ସମାନ ସୁବିଧା ସୁଯୋଗ,ଅଧିକରାର ସୁରକ୍ଷା ଓ ସଂପୂର୍ଣ୍ଣ ସହଯୋଗିତା ପ୍ରଦାନ )ର ଧାରା -୨ (i)  ଅନୁଯାୟୀ ଅକ୍ଷମତା ଭୋଗୁଥିବା ଶିଶୁ ଏହି ଆଇନର ପଞ୍ଚମ ଅଧ୍ୟାୟରେ ଥିବା ବ୍ୟବସ୍ଥାମତେ ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ପାଇପାରିବେ ।

ପ୍ରାଥମିକ ଶିକ୍ଷା ସମସ୍ତ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା

ଯଦି ୬ବର୍ଷରୁ ବେଶି ସମୟର କୌଣସି ବିଦ୍ୟାଳୟରେ ନାମ ଲେଖାଈ  ନାହିଁ କିମ୍ବା ବିଦ୍ୟାଳୟକୁ ଯାଇ ପ୍ରାଥମିକ ଶିକ୍ଷା ସାରି ନାହିଁ,ତେବେ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ତାଙ୍କର  ନାମ ଲେଖାଇ ଦିଆଯିବ ।

ଯଦିଓ ସିଧାସଳଖ ଭାବେ ଜଣେ ଶିଶୁକୁ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇ ଦିଆଯାଏ,ସେଠାରେ ଶିଶୁଟି ଅନ୍ୟ ଶିଶୁ ମାନଙ୍କ ସମକକ୍ଷ ହେବାକୁ ସ୍ଵତନ୍ତ୍ର ପ୍ରଶିକ୍ଷଣ  ପାଇବାର ଅଧିକାରୀ ରହିଛି; ଏବଂ ସେହି ଶିଶୁ ୧୪ ବର୍ଷ ପରେ ମଧ୍ୟ ପ୍ରାଥମିକ ଶିକ୍ଷା ସମାପ୍ତ ହେବା ପର୍ଯ୍ୟନ୍ତ ମାଗଣା ଶିକ୍ଷା ପାଇବାକୁ ସମୟସୀମା ଧାର୍ଯ୍ୟ ହୋଇପାରେ ।

ଶିକ୍ଷାନୁଷ୍ଠାନ ପରିବର୍ତ୍ତନର ଅଧିକାର

  • ଯେଉଁ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସାରିବାର ବ୍ୟବସ୍ଥା ନାହିଁ,ସେଠାରେ ନାମ ଲେଖାଇଥିବା ଶିଶୁମାନେ ପ୍ରାଥମିକ ଶିକ୍ଷା ସମାପ୍ତି ପାଇଁ ଉପରଶ୍ରେଣୀ ଥିବା ଅନ୍ୟ ବିଦ୍ୟାଳୟକୁ ଯିବାର ଅଧିକାର ରହିଛି । ତେବେ ଶିକ୍ଷା ଆଇନର ଧାରା ୨(ଏନ୍) ର ଉପଧାରା (iii)  ଓ  (iv)ରେ ସୂଚିତ ବିଦ୍ୟାଳୟଗୁଡିକ ଏଥିରୁ ବାଦ୍ ପଡିବ ।
  • କୌଣସି ବି କାରଣ ପାଇଁ ଯଦି ରାଜ୍ୟ ମଧ୍ୟରେ କିମ୍ବା ରାଜ୍ୟ ବାହାରେ ଥିବା କୌଣସି ବିଦ୍ୟାଳୟକୁ  ଶିଶୁ ବଦଳି ହେବାକୁ ଚାହୁଁଥାଏ,ତେବେ ସେ ବଦଳି ପ୍ରମାଣପତ୍ର ପାଇବାକୁ ହକ୍ ଦାର। ତେବେ ଶିକ୍ଷା ଆଇନର ଭାଗ -୨ର ଧାରା (ଢ )ର ଉପଧାରା (iii)  ଏବଂ  (iv)ରେ ସୂଚିତ ବିଦ୍ୟାଳୟଗୁଡିକ ଏଥିରୁ ବାଦ୍ ପଡିବ ।
  • ବିଦ୍ୟାଳୟ ପରିବର୍ତ୍ତନ କରିବାକୁ ଚାହୁଁଥିବା ଶିଶୁକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତତ୍ କ୍ଷଣାତ୍ ବଦଳି ପ୍ରମାଣପତ୍ର ପ୍ରଦାନ କରିବେ। ପରନ୍ତୁ ‘ବଦଳି ପ୍ରମାଣପତ୍ର ‘ ପ୍ରଦାନରେ ବିଳମ୍ବଜନିତ କାରଣ ଯେପରି ଶିଶୁକୁ ଅନ୍ୟ ବିଦ୍ୟାଳୟରେ ପ୍ରବେଶାନୁମତିର କାରଣ ହେବ ନାହିଁ । ଅଧିକନ୍ତୁ,ବଦଳି ପ୍ରମାଣପତ୍ର ଦେବାରେ ବିଳମ୍ବ କରିଥିବା ପ୍ରଧାନଶିକ୍ଷକଙ୍କୁ ତାଙ୍କ ପ୍ରତି ପ୍ରଯୋଜ୍ୟ ଚାକିରି ସର୍ତ୍ତାବଳୀ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ଆଧାର – ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate