ସେଆର କରନ୍ତୁ

କ୍ୟାରିୟର ଗଠନର ସହଜ ଉପାୟ

କ୍ୟାରିୟର ଗଠନର ସହଜ ଉପାୟ

କାହା ଦ୍ବାରା ପୋଷ୍ଟ କରାଯ଼ାଇଛି Vikaspediaodisha at February 24. 2017

ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଭଗବାନଙ୍କ ଦ୍ଵାରା ପ୍ରଦତ୍ତ ଭିନ୍ନ ଭିନ୍ନ ପ୍ରତିଭା ରହିଥାଏ । ସେମାନଙ୍କର ଆଇଜ୍ମା ଭିନ୍ନ ଭିନ୍ନ ହୋଇଥାଇପାରେ । ମାତାପିତାଙ୍କୁ କେବଳ ଉକ୍ତ ପ୍ରତିଭାକୁ ଚିହ୍ନଟ କରିବାକୁ ପଡିବ । ସେମାନଙ୍କ ମଧ୍ୟରେ ଲୁକ୍କାୟିତ ହୋଇଥିବା ଗୁଣାବଳୀକୁ ପ୍ରାଥମିକ ସ୍ତରରୁ ଚିହ୍ନଟ କରାଯିବା ଆବଶ୍ୟକତା ରହିଛି । ଏହା ଠିକ୍ ଭାବେ ହୋଇପାରିଲେ ସେମାନଙ୍କୁ ସଫଳତା ପାଇବାରୁ କେହି ଅଟକାଇ ପାରିବେ ନାହିଁ । ପିଲାଙ୍କ ପ୍ରୋଫାଇଲ୍‌କୁ ଭଲ ଭାବେ ସମୀକ୍ଷା କରିବା ପରେ ମାତାପିତା ସେମାନଙ୍କ ପାଇଁ ସର୍ବୋକୃଷ୍ଟ କ୍ୟାରିୟର ବାଛିବା ଦରକାର । ପିଲା ଯଦି କ୍ରୀଡ଼ାରେ ପାରଙ୍ଗମ ଥର୍ବେ ତାଙ୍କୁ ଉକ୍ତ ଦିଗରେ ଅଗ୍ରସର କରାଇବା ଉଚିତ । ସେହିଭଳି ପିଲାର ଯଦି ମୁଜିକ୍‌ରେ ରୁଚି ରହିଛି ତାଙ୍କୁ ଉକ୍ତ ଦିଗରେ ବଢ଼ାଇବା ଦରକାର । ମୋଟାମୋଟି କହିବାକୁ ଗଲେ ପିଲାର ରୁଚି ଅନୁଯାୟୀ କ୍ୟାରିୟର ଗଠନ କରାଯିବା ଉଚିତ । ପିଲାକୁ ନିଜ କ୍ୟାରିୟର ବାଛିବାର ସ୍ଵାଧୀନତା ଦେବା ଦରକାର । ସଫଳତା ଆପଣା ଛାଏଁ ଆସେନାହିଁ । ଖାଲି କ୍ୟାରିୟର ବାଛି ଦେଲେ ହେବ ନାହିଁ। ଏଥିରେ ନିଜର ଶତ ପ୍ରତିଶତ ଉଦ୍ୟମ ମଧ୍ୟ ଲଗାଇବାକୁ ପଡିବ ।

You are an anonymous user. If you want, you can insert your name in this comment.
( ଆବଶ୍ଯକ)
Enter the word
Back to top