ହୋମ / ଶିକ୍ଷା
ସେଆର କରନ୍ତୁ

ଶିକ୍ଷା

  • ବାଳିକା ଶିକ୍ଷା

    ବାଳିକା ଶିକ୍ଷା

    ‘ମା ଟିଏ ଶିକ୍ଷିତ ହେଲେ ସାରା ପରିବାର ଶିକ୍ଷିତ ହୋଇଯାଏ ‘ ସେହି ଦୃଷ୍ଟିରୁ ଆଜି ବାଳିକା ମାନଙ୍କର ଶିକ୍ଷାକୁ ବେଶି ଗୁରୁତ୍ଵ ଦିଆଯାଉଛି । ସହରାଞ୍ଚଳଠାରୁ ଦୂର ଦୂରନ୍ତ ଆଧିବାସୀ ଅଧୁସିତ ଅଞ୍ଚଳ ରେ ମଧ୍ୟ ସରକାରୀ ବାଳିକା ବିଦ୍ୟାଳୟ ମାନ ପ୍ରତିଷ୍ଠା କରାଯାଇଛି , ଯେଉଁ ଥିରେ ବାଳିକାମାନଙ୍କ ପାଇଁ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି । ତାହାରି ଫଳ ଯୋଗୁଁ ବାଳିକା ସ୍ଵାକ୍ଷରତା ହାର ବଢିଛି, ଅନେକ ଅନୁଷ୍ଠାନରେ ବାଳିକା ମାନଙ୍କ ସଫଳତା ର ହାର ବାଳକମାନଙ୍କ ଠାରୁ ଉପରେ ଓ ସମାଜର ପ୍ରତ୍ୟେକ କ୍ଷେତ୍ରରେ ବାଳିକା ମାନେ ପ୍ରତିଷ୍ଠିତ ।

  • ଶିକ୍ଷା  ବିଲ -୨୦୦୯

    ଶିକ୍ଷା ବିଲ -୨୦୦୯

    ୬ରୁ ୧୪ ବର୍ଷ ବୟସବର୍ଗ ର ପିଲାମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା କରିବାକୁ ଶିକ୍ଷାବିଲ ୨୦୦୯ ପ୍ରଣୟନ କରାଯାଇଛି । ଶିକ୍ଷା ଓ ସଚେତନତା ଅଭାବରୁ ସଂଖ୍ୟାଧିକ ଅଧିବାସୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ଅନଭିଜ୍ଞ ରହନ୍ତି ଓ ସେଗୁଡିକ ସଫଳ ପାଇପାରନ୍ତି ନାହିଁ । ସେମାନଙ୍କୁ ଶିକ୍ଷାର ଆଲୋକ ଦ୍ଵାରା ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଶିକ୍ଷା ବିଲ ୨୦୦୯ ଏକ ବଳିଷ୍ଠ ପଦକ୍ଷେପ ।

  • ବାଳିକାଙ୍କୁ ସୁରକ୍ଷା

    ବାଳିକାଙ୍କୁ ସୁରକ୍ଷା

    ସରକାରଙ୍କ ଯୋଜନା ଅନୁସାରେ ବାଳିକାମାନଙ୍କର ଶିକ୍ଷାକୁ ଅଗ୍ରାଧିକାର ଦିଆଯାଉଛି । ତେବେ ସେମାନଙ୍କୁ ଏକ ସୁରକ୍ଷିତ ବାତାବରଣ ରେ ଶିକ୍ଷା ଦେବାକୁ ସୁନିଶ୍ଚିତ କରିବା ମଧ୍ୟ ଅତି ଗୁରୁତ୍ଵପୂର୍ଣ୍ଣ ଅଟେ । ଗାଁ ଗହଳିର ଝିଅମାନେ ମଧ୍ୟ ପୁରୁଷ ଓ କର୍ମଚାରୀଙ୍କ ଗହଣରେ ନିଜରକୁ ସହଜ ମନେ କରନ୍ତି । ଏହାକୁ ଦୃଷ୍ଟିରେ ରାଖୀ ସରକାର ଏବେ ବାଳିକା ବିଦ୍ୟାଳୟ ଓ ଛାତ୍ରଛାତ୍ରୀନିବାସ ମାନଙ୍କରେ ମହିଳାମାନଙ୍କୁ ନିଯୁକ୍ତ ଦେବାର ବ୍ୟବସ୍ଥା କରିଛନ୍ତି ।

ଶିକ୍ଷା

୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ମାଗଣା, ବାଧ୍ୟତାମୂଳକ ଶିକ୍ଷା ଦେବା ହେଉଛି ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ଅନ୍ୟତମ । ୨୦୦୯ ରୁ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେବା ପରେ ଭାରତ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି କରି ପାରିଛି ।

ପ୍ରାଥମିକ ଶିକ୍ଷା ହେଉଛି ମୂଳଦୁଆ । ଯାହା ଉପରେ ପ୍ରତ୍ୟେକ ନାଗରିକ ତଥା ଦେଶର ବିକାଶ ନିର୍ଭର କରେ । ଗତ କିଛି ବର୍ଷ ମଧ୍ୟରେ ଭାରତରେ ପ୍ରଥିମିକ ବିଦ୍ୟାଳୟରେ ନାମ ଲେଖା, ନିୟମିତ ଉପସ୍ଥାନ ବୃଦ୍ଧି, ଡ୍ରପ ଆଉଟ ସଂଖ୍ୟାରେ ହ୍ରାସ ଇତ୍ୟାଦି ରେ ଆଶାତୀତ ଉନ୍ନତି ଘଟିଛି । ଭାରତର ଆର୍ଥିକ ବିକାଶରେ ଶିକ୍ଷାର ଏକ ପ୍ରମୁଖ ଭୂମିକା ରହିଛି । ଅନ୍ୟପକ୍ଷରେ ଯେତେ ପ୍ରତିଶତ ଶିକ୍ଷା ହାର ବୃଦ୍ଧି ପାଇବା କଥା ତାହା ବୃଦ୍ଧି ହୋଇନାହିଁ ଯାହା ଚିନ୍ତାର କାରଣ ।

ଯଦିଓ 6 ରୁ 14 ବର୍ଷ ପିଲାମାନଙ୍କ ପାଇଁ ଶିକ୍ଷା ଏକ ମୌଳିକ ଅଧିକାର ଏବଂ ଏହାକୁ ମାଗଣା, ବାଧ୍ୟତାମୂଳକ କରାଗଲେବି ପ୍ରଥିମିକ ଶିକ୍ଷାର ସାର୍ବଜନୀନ କାରଣର ଲକ୍ଷ ପୂରଣ ହୋଇ ପାରିନାହିଁ ଅଞ୍ଚଳରେ ବିଦ୍ୟାଳୟରେ 100 ପ୍ରତିଶତ ପିଲାଙ୍କ ନାମଲେଖା ଯାଇ ପାରିନାହିଁ । ଏହାକୁ ଦୃଷ୍ଟିରେ ରଖି ୨୦୦୧ ମସିହାରେ ସରକାର ସର୍ବଶିକ୍ଷା ଅଭିଯାନ ଆରମ୍ଭ କରିଛନ୍ତି । ଯାହା ବିଶ୍ଵର ସବୁଠାରୁ ବଡ କାର୍ଯ୍ୟକ୍ରମ ।

ଯଦିଓ ୬ ରୁ ୧୪ ବର୍ଷ ପିଲାମାନଙ୍କ ପାଇଁ ଶିକ୍ଷା ଏକ ମୌଳିକ ଅଧିକାର ଏବଂ ଏହାକୁ ମାଗଣା, ବାଧ୍ୟତାମୂଳକ କରାଗଲେବି ପ୍ରଥିମିକ ଶିକ୍ଷାର ସାର୍ବଜନୀନ ଉନ୍ନତ୍ତିର ଲକ୍ଷ୍ୟ ପୂରଣ ହୋଇ ପାରିନାହିଁ । ଅନେକ ଅଞ୍ଚଳରେ ବିଦ୍ୟାଳୟରେ ୧୦୦ ପ୍ରତିଶତ ପିଲାଙ୍କ ନାମଲେଖା ଯାଇ ପାରିନାହିଁ । ଏହାକୁ ଦୃଷ୍ଟିରେ ରଖି ୨୦୦୧ ମସିହାରେ ସରକାର ସର୍ବଶିକ୍ଷା ଅଭିଯାନ ଆରମ୍ଭ କରିଛନ୍ତି । ଯାହା ବିଶ୍ଵର ସବୁଠାରୁ ବଡ କାର୍ଯ୍ୟକ୍ରମ ।

ପିଲାଙ୍କ ଅଧିକାର

ଶିକ୍ଷା ହେଉଛି ମୌଳିକ ମାନବିକ ଅଧିକାର । ବ୍ୟକ୍ତି ହିସାବରେ ସମାଜ ବିକାଶ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ପ୍ରତ୍ୟେକ ନାଗରିକର ଏହି ଅଧିକାର ରହିଛି ।

ନୀତି ଓ ଯୋଜନା

୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲା ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷାର ଅଧିକାର ରହିଛି । ଏହା ସମ୍ବିଧାନର ୨୧ ତମ ଧାରାର ୮୬ ତମ ସଂଶୋଧନରେ ଉଲ୍ଲେଖ ରହିଛି ।

ପିଲାଙ୍କ ଦୃଷ୍ଟିରୁ

ଶିଶୁମାନଙ୍କ ପାଇଁ ଶିକ୍ଷା ଆଇନ ଦାୟକ ହେବା ଆବ୍ୟଶକ । ସହଜ, ଆଲୋଚନାତ୍ମକ ଏବଂ ସହଜ ବିଜ୍ଞାନ ଶିକ୍ଷା ସମ୍ବନ୍ଧରେ ଶିଶୁକୁ ଦିଆଗଲେ ଏହା ଅଧିକ ଶିକ୍ଷଣୀୟ ହୋଇପାରିଥାଏ । ଏହି ବିଭାଗରେ ପିଲାଙ୍କୁ ବିଭିନ୍ନ ଶିକ୍ଷଣ ପ୍ରକ୍ରିୟାରେ ଭାଗ ନେବା ପାଇଁ ପ୍ରୋତ୍ସାହନ ମିଳିଥାଏ ।

ଶିକ୍ଷକଙ୍କ ଦୃଷ୍ଟିରୁ

ପଢାଇବା ଓ ଶିଖିବା ହେଉଛି ଏକ ଗୁରୁତ୍ଵପୂର୍ଣ ପ୍ରକ୍ରିୟା । ଯେଉଁଥିରେ ଅନେକ ଦିଗ ରହିଥାଏ । ଶିକ୍ଷକ ମାନେ ପଢାଇବା ସମୟରେ ଅନେକ ଗୁଡିକ ଜ୍ଞାନ କୌଶଳ କୁ ସାମିଲ କରନ୍ତି ଯାହା ଛାତ୍ରଛାତ୍ରୀ ମାନଙ୍କୁ ଶିଖିବାରେ ସାହାଜ୍ୟ କରିଥାଏ ।

ଅନଲାଇନ ଶିକ୍ଷା

ବିଭିନ୍ନ ବୟସର ପିଲାମାନେ ସେମାନଙ୍କ ଦରକାର ହୋଇଥିବା ବିଷୟ ଉପରେ ଅଧିକ ଜ୍ଞାନ କୌଶଳ ଆହରଣ ନିମନ୍ତେ ଅନଲାଇନ ସୁବିଧା ନେଇଥାନ୍ତି । ତେଣୁ ଅନଲାଇନ ଶିକ୍ଷାରେ ଅଧିକ ତଥ୍ୟ ସିଏଚଏଚଟିର ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ହୋଇଥାଏ ।

ଶିକ୍ଷଣୀୟ ଅଭ୍ୟାସ

ଜଣଙ୍କ ଭିତରେ ବିଭିନ୍ନ ପ୍ରକାରର ବୁଦ୍ଧିମତା ରହିଥାଏ । ହାୱାର୍ଡ ଗାର୍ତନରକିର ମନସ୍ତତ୍ତ୍ୱିକ ଥିଓରୀ ଅନୁସାରେ ଜେନ ବ୍ୟକ୍ତିର ବୁଦ୍ଧିମତାକୁ ସେ ବିଭିନ୍ନ କ୍ଷେତ୍ର ରେ ଲାଗାଇଥାଏ । ପ୍ରତ୍ୟେକ ବ୍ୟକ୍ତି ପାଖରେ ୭ ପ୍ରକାର ବୁଦ୍ଧିମତା ଥାଏ । ଜଣେ ଜଣେ ଗୋଟିଏ କିମ୍ବା ଦୁଇଟି କୁ କାମରେ ଲଗାଇଥିବା ବେଳେ କେତେକ ସମସ୍ତ ୭ ଟି ଯାକ କୁ କାମରେ ଲଗାଇଥାନ୍ତି, କାରଣ ସେମାନଙ୍କର ବୁଦ୍ଧିମତାର ୭ ଟି ଜାକ ସ୍ତର ସମାନଥାଏ ।

କ୍ୟାରିୟର ମାର୍ଗଦର୍ଶକ

ଭବିଷ୍ୟତ କୁ ଭଲ ଭାବରେ ଗଢିବା ପାଇଁ କ୍ୟାରିୟର ମାର୍ଗଦର୍ଶକ ସହାୟତା କରିଥାଏ । ସ୍କୁଲ ଶିକ୍ଷା ପରେ ଅର୍ଥାତ ୧୦ମ, ଦ୍ଵାଦଶ ଶ୍ରେଣୀ ପାସ କରିଲାପରେ ଜଣେ କିପରି କ୍ୟାରିୟର ଗଢିପାରିବ, ତା ପାଇଁ କଣ ସୁବିଧା ସୁଯୋଗ ରହିଛି ସେ ସମ୍ବନ୍ଧରେ ବିଭିନ୍ନ ଅନୁଷ୍ଠାନ, ପାଠ୍ୟକ୍ରମ, ବୃତ୍ତିଗତ ଶିକ୍ଷା ଇତ୍ୟାଦି ର ସୂଚନା ଏହି ପୋର୍ଟାଲ ରେ ରହିଛି ।

ଆଇ ଟି ଶିକ୍ଷା

ଏହି ୱେବ ପୋର୍ଟାଲରେ ଅନେକ ଅଂଶ ବୈଷୟକ ଜ୍ଞାନ କୌଶଳ, ବିଭିନ୍ନ ଫଣ୍ଟ ଟେକ୍ନୋଲୋଜି ସମ୍ପର୍କରେ ଆଇ. ଟି. ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରେ । କମ୍ପ୍ୟୁଟର ସମ୍ପର୍କରେ ମୌଳିକ ଜ୍ଞାନ, ହାର୍ଡ ୱାୟାର, କୋରାଲଡ୍ର ଇତ୍ୟାଦି ସମ୍ପର୍କରେ ସୂଚନା ଦିଆଯାଏ ।

ଡିଜିଟାଲ ଶିକ୍ଷଣ ସମ୍ବଳ

ଏହି ଅଂଶରେ ବିଭିନ୍ନ ଅନଲାଇନ ଇଣ୍ଟରାକ୍ଟିଭ ସମ୍ବଳ ସମ୍ପର୍କରେ ସମ୍ୟକ ସୂଚନା ଦିଆଯ଼ାଇଛି ।

ସମ୍ବଳ ଲିଙ୍କ

ଏଥି ମଧ୍ୟରେ ଏସଏସ, ସରକାରୀ ସମ୍ବଳ , ମୌଳିକ ଶିକ୍ଷା ଏବଂ ଲିଙ୍ଗ ସମାନତା, ପିଲାଙ୍କ ଅଧିକାର ଓ ଆଡଭୋକେସି, ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସମ୍ବଳ ଲିଙ୍କର ୱେବସାଇଟ ସାମିଲ ରହିଛି ।

ଆଲୋଚନା ଗୋଷ୍ଠୀ

ବିଭିନ୍ନ ପ୍ରକାର ସୂଚନା ପ୍ରଯୁକ୍ତର ଶିକ୍ଷା ପ୍ରଣାଳୀ ଦ୍ଵାରା ଶିକ୍ଷାର ପ୍ରଚାର ପ୍ରସାର କୁ ବ୍ୟାପକ କରାଯାଇଛି । ଗଣମାଧ୍ୟମ, କମ୍ପ୍ୟୁଟର ଇତ୍ୟାଦି ଦ୍ଵାରା ଶିକ୍ଷକ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନା କରାଯାଇ ଶିକ୍ଷାକୁ ସାର୍ବଜନୀନ କରାଯାଇ କିପରି ସଶକ୍ତିକରଣ କରାଯାଇ ପାରିବ ସେ ସମ୍ବନ୍ଧୀୟ ସୂଚନା ରହିଛି ।

ଅଜୟ କୁମାର ମୁଦୁଲି Jan 31, 2017 03:08 PM

ଏହା ବେଶ ଶିକ୍ଷଣୀୟ ।

shiba narayan tripathy Dec 30, 2016 04:49 PM

ମୁଁ ଦ୍ୱାଦଶ ଶ୍ରେଣୀ ର ପାଠମାନେ ପଢିବାକୁ ଚାହେଁ

Dharmajit Baral Nov 13, 2016 04:04 PM

ଅନେକ ଉପାଦେୟ ଏହି ପେଜ୍- ଶିକ୍ଷା ବିଷୟରେ ଏତେ ସବୁ ଜ୍ଞାନ ମିଳୁଛି ଦେଖି ବହୁତ ଖୁସି ଲାଗିଲା... ମୁଁ ନିୟମିତ ଏହି ପେଜ୍ ବିଶିତ କରିବି
ଧନ୍ୟବାଦ

HIMANSU SEKHAR RANA Nov 12, 2016 02:22 PM

ଆଜି ପ୍ରଥମ ଏହି ପୋର୍ତଲ ଦେଖିଲି. ମତେ ଭଲ ଲାଗିଲା

ସେଖ ଅବ୍ଦୁଲ ଗଫାର Nov 03, 2016 08:31 PM

ଆଜି ମୁଁ ପ୍ରଥମ ଥର ପାଇଁ ଏହିପୃଷ୍ଠା ଦେଖିଲି,ଉପର ଲିଖିତ ବିଷୟର ଆମ ଶିକ୍ଷା ଆମସମାଜ ଅଗ୍ରଗତି କରାଇଛି ବା ଏହାକୁ ସତଗତି କଣ ହୋଇଛି ମୁଁ ମୋର ଅଞ୍ଚଳରେ ଯାହା ଦେଖୁଛି ତାହାର ସତ୍ୟତା ଏହିଠାରେ ଲେଖିବି. ଧନ୍ୟବାଦ
ସେଖ ଅବ୍ଦୁଲ ଗଫାର,ନିଆଳୀ,କଟକ,ଓଡିଶା,754004

ଶଂକର ମୁର୍ମୁ Oct 01, 2016 12:15 AM

ବିଦ୍ଯାଳୟରେ ପିଲାମାଂକୁ ପdheiବା ସହିତ dance, song ଶିଖିବା ପାଇ teacher ଦରକର୍...

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top