ହୋମ / ଶିକ୍ଷା
ସେଆର କରନ୍ତୁ

ଶିକ୍ଷା

  • ବାଳିକା ଶିକ୍ଷା

    ବାଳିକା ଶିକ୍ଷା

    ‘ମା ଟିଏ ଶିକ୍ଷିତ ହେଲେ ସାରା ପରିବାର ଶିକ୍ଷିତ ହୋଇଯାଏ ‘ ସେହି ଦୃଷ୍ଟିରୁ ଆଜି ବାଳିକା ମାନଙ୍କର ଶିକ୍ଷାକୁ ବେଶି ଗୁରୁତ୍ଵ ଦିଆଯାଉଛି । ସହରାଞ୍ଚଳଠାରୁ ଦୂର ଦୂରନ୍ତ ଆଧିବାସୀ ଅଧୁସିତ ଅଞ୍ଚଳ ରେ ମଧ୍ୟ ସରକାରୀ ବାଳିକା ବିଦ୍ୟାଳୟ ମାନ ପ୍ରତିଷ୍ଠା କରାଯାଇଛି , ଯେଉଁ ଥିରେ ବାଳିକାମାନଙ୍କ ପାଇଁ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି । ତାହାରି ଫଳ ଯୋଗୁଁ ବାଳିକା ସ୍ଵାକ୍ଷରତା ହାର ବଢିଛି, ଅନେକ ଅନୁଷ୍ଠାନରେ ବାଳିକା ମାନଙ୍କ ସଫଳତା ର ହାର ବାଳକମାନଙ୍କ ଠାରୁ ଉପରେ ଓ ସମାଜର ପ୍ରତ୍ୟେକ କ୍ଷେତ୍ରରେ ବାଳିକା ମାନେ ପ୍ରତିଷ୍ଠିତ ।

  • ଶିକ୍ଷା  ବିଲ -୨୦୦୯

    ଶିକ୍ଷା ବିଲ -୨୦୦୯

    ୬ରୁ ୧୪ ବର୍ଷ ବୟସବର୍ଗ ର ପିଲାମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା କରିବାକୁ ଶିକ୍ଷାବିଲ ୨୦୦୯ ପ୍ରଣୟନ କରାଯାଇଛି । ଶିକ୍ଷା ଓ ସଚେତନତା ଅଭାବରୁ ସଂଖ୍ୟାଧିକ ଅଧିବାସୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ଅନଭିଜ୍ଞ ରହନ୍ତି ଓ ସେଗୁଡିକ ସଫଳ ପାଇପାରନ୍ତି ନାହିଁ । ସେମାନଙ୍କୁ ଶିକ୍ଷାର ଆଲୋକ ଦ୍ଵାରା ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଶିକ୍ଷା ବିଲ ୨୦୦୯ ଏକ ବଳିଷ୍ଠ ପଦକ୍ଷେପ ।

  • ବାଳିକାଙ୍କୁ ସୁରକ୍ଷା

    ବାଳିକାଙ୍କୁ ସୁରକ୍ଷା

    ସରକାରଙ୍କ ଯୋଜନା ଅନୁସାରେ ବାଳିକାମାନଙ୍କର ଶିକ୍ଷାକୁ ଅଗ୍ରାଧିକାର ଦିଆଯାଉଛି । ତେବେ ସେମାନଙ୍କୁ ଏକ ସୁରକ୍ଷିତ ବାତାବରଣ ରେ ଶିକ୍ଷା ଦେବାକୁ ସୁନିଶ୍ଚିତ କରିବା ମଧ୍ୟ ଅତି ଗୁରୁତ୍ଵପୂର୍ଣ୍ଣ ଅଟେ । ଗାଁ ଗହଳିର ଝିଅମାନେ ମଧ୍ୟ ପୁରୁଷ ଓ କର୍ମଚାରୀଙ୍କ ଗହଣରେ ନିଜରକୁ ସହଜ ମନେ କରନ୍ତି । ଏହାକୁ ଦୃଷ୍ଟିରେ ରାଖୀ ସରକାର ଏବେ ବାଳିକା ବିଦ୍ୟାଳୟ ଓ ଛାତ୍ରଛାତ୍ରୀନିବାସ ମାନଙ୍କରେ ମହିଳାମାନଙ୍କୁ ନିଯୁକ୍ତ ଦେବାର ବ୍ୟବସ୍ଥା କରିଛନ୍ତି ।

ଶିକ୍ଷା

୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ମାଗଣା, ବାଧ୍ୟତାମୂଳକ ଶିକ୍ଷା ଦେବା ହେଉଛି ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ଅନ୍ୟତମ । ୨୦୦୯ ରୁ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେବା ପରେ ଭାରତ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି କରି ପାରିଛି ।

ପ୍ରାଥମିକ ଶିକ୍ଷା ହେଉଛି ମୂଳଦୁଆ । ଯାହା ଉପରେ ପ୍ରତ୍ୟେକ ନାଗରିକ ତଥା ଦେଶର ବିକାଶ ନିର୍ଭର କରେ । ଗତ କିଛି ବର୍ଷ ମଧ୍ୟରେ ଭାରତରେ ପ୍ରଥିମିକ ବିଦ୍ୟାଳୟରେ ନାମ ଲେଖା, ନିୟମିତ ଉପସ୍ଥାନ ବୃଦ୍ଧି, ଡ୍ରପ ଆଉଟ ସଂଖ୍ୟାରେ ହ୍ରାସ ଇତ୍ୟାଦି ରେ ଆଶାତୀତ ଉନ୍ନତି ଘଟିଛି । ଭାରତର ଆର୍ଥିକ ବିକାଶରେ ଶିକ୍ଷାର ଏକ ପ୍ରମୁଖ ଭୂମିକା ରହିଛି । ଅନ୍ୟପକ୍ଷରେ ଯେତେ ପ୍ରତିଶତ ଶିକ୍ଷା ହାର ବୃଦ୍ଧି ପାଇବା କଥା ତାହା ବୃଦ୍ଧି ହୋଇନାହିଁ ଯାହା ଚିନ୍ତାର କାରଣ ।

ଯଦିଓ 6 ରୁ 14 ବର୍ଷ ପିଲାମାନଙ୍କ ପାଇଁ ଶିକ୍ଷା ଏକ ମୌଳିକ ଅଧିକାର ଏବଂ ଏହାକୁ ମାଗଣା, ବାଧ୍ୟତାମୂଳକ କରାଗଲେବି ପ୍ରଥିମିକ ଶିକ୍ଷାର ସାର୍ବଜନୀନ କାରଣର ଲକ୍ଷ ପୂରଣ ହୋଇ ପାରିନାହିଁ ଅଞ୍ଚଳରେ ବିଦ୍ୟାଳୟରେ 100 ପ୍ରତିଶତ ପିଲାଙ୍କ ନାମଲେଖା ଯାଇ ପାରିନାହିଁ । ଏହାକୁ ଦୃଷ୍ଟିରେ ରଖି ୨୦୦୧ ମସିହାରେ ସରକାର ସର୍ବଶିକ୍ଷା ଅଭିଯାନ ଆରମ୍ଭ କରିଛନ୍ତି । ଯାହା ବିଶ୍ଵର ସବୁଠାରୁ ବଡ କାର୍ଯ୍ୟକ୍ରମ ।

ଯଦିଓ ୬ ରୁ ୧୪ ବର୍ଷ ପିଲାମାନଙ୍କ ପାଇଁ ଶିକ୍ଷା ଏକ ମୌଳିକ ଅଧିକାର ଏବଂ ଏହାକୁ ମାଗଣା, ବାଧ୍ୟତାମୂଳକ କରାଗଲେବି ପ୍ରଥିମିକ ଶିକ୍ଷାର ସାର୍ବଜନୀନ ଉନ୍ନତ୍ତିର ଲକ୍ଷ୍ୟ ପୂରଣ ହୋଇ ପାରିନାହିଁ । ଅନେକ ଅଞ୍ଚଳରେ ବିଦ୍ୟାଳୟରେ ୧୦୦ ପ୍ରତିଶତ ପିଲାଙ୍କ ନାମଲେଖା ଯାଇ ପାରିନାହିଁ । ଏହାକୁ ଦୃଷ୍ଟିରେ ରଖି ୨୦୦୧ ମସିହାରେ ସରକାର ସର୍ବଶିକ୍ଷା ଅଭିଯାନ ଆରମ୍ଭ କରିଛନ୍ତି । ଯାହା ବିଶ୍ଵର ସବୁଠାରୁ ବଡ କାର୍ଯ୍ୟକ୍ରମ ।

ପିଲାଙ୍କ ଅଧିକାର

ଶିକ୍ଷା ହେଉଛି ମୌଳିକ ମାନବିକ ଅଧିକାର । ବ୍ୟକ୍ତି ହିସାବରେ ସମାଜ ବିକାଶ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ପ୍ରତ୍ୟେକ ନାଗରିକର ଏହି ଅଧିକାର ରହିଛି ।

ନୀତି ଓ ଯୋଜନା

୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲା ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷାର ଅଧିକାର ରହିଛି । ଏହା ସମ୍ବିଧାନର ୨୧ ତମ ଧାରାର ୮୬ ତମ ସଂଶୋଧନରେ ଉଲ୍ଲେଖ ରହିଛି ।

ପିଲାଙ୍କ ଦୃଷ୍ଟିରୁ

ଶିଶୁମାନଙ୍କ ପାଇଁ ଶିକ୍ଷା ଆଇନ ଦାୟକ ହେବା ଆବ୍ୟଶକ । ସହଜ, ଆଲୋଚନାତ୍ମକ ଏବଂ ସହଜ ବିଜ୍ଞାନ ଶିକ୍ଷା ସମ୍ବନ୍ଧରେ ଶିଶୁକୁ ଦିଆଗଲେ ଏହା ଅଧିକ ଶିକ୍ଷଣୀୟ ହୋଇପାରିଥାଏ । ଏହି ବିଭାଗରେ ପିଲାଙ୍କୁ ବିଭିନ୍ନ ଶିକ୍ଷଣ ପ୍ରକ୍ରିୟାରେ ଭାଗ ନେବା ପାଇଁ ପ୍ରୋତ୍ସାହନ ମିଳିଥାଏ ।

ଶିକ୍ଷକଙ୍କ ଦୃଷ୍ଟିରୁ

ପଢାଇବା ଓ ଶିଖିବା ହେଉଛି ଏକ ଗୁରୁତ୍ଵପୂର୍ଣ ପ୍ରକ୍ରିୟା । ଯେଉଁଥିରେ ଅନେକ ଦିଗ ରହିଥାଏ । ଶିକ୍ଷକ ମାନେ ପଢାଇବା ସମୟରେ ଅନେକ ଗୁଡିକ ଜ୍ଞାନ କୌଶଳ କୁ ସାମିଲ କରନ୍ତି ଯାହା ଛାତ୍ରଛାତ୍ରୀ ମାନଙ୍କୁ ଶିଖିବାରେ ସାହାଜ୍ୟ କରିଥାଏ ।

ଅନଲାଇନ ଶିକ୍ଷା

ବିଭିନ୍ନ ବୟସର ପିଲାମାନେ ସେମାନଙ୍କ ଦରକାର ହୋଇଥିବା ବିଷୟ ଉପରେ ଅଧିକ ଜ୍ଞାନ କୌଶଳ ଆହରଣ ନିମନ୍ତେ ଅନଲାଇନ ସୁବିଧା ନେଇଥାନ୍ତି । ତେଣୁ ଅନଲାଇନ ଶିକ୍ଷାରେ ଅଧିକ ତଥ୍ୟ ସିଏଚଏଚଟିର ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ହୋଇଥାଏ ।

ଶିକ୍ଷଣୀୟ ଅଭ୍ୟାସ

ଜଣଙ୍କ ଭିତରେ ବିଭିନ୍ନ ପ୍ରକାରର ବୁଦ୍ଧିମତା ରହିଥାଏ । ହାୱାର୍ଡ ଗାର୍ତନରକିର ମନସ୍ତତ୍ତ୍ୱିକ ଥିଓରୀ ଅନୁସାରେ ଜେନ ବ୍ୟକ୍ତିର ବୁଦ୍ଧିମତାକୁ ସେ ବିଭିନ୍ନ କ୍ଷେତ୍ର ରେ ଲାଗାଇଥାଏ । ପ୍ରତ୍ୟେକ ବ୍ୟକ୍ତି ପାଖରେ ୭ ପ୍ରକାର ବୁଦ୍ଧିମତା ଥାଏ । ଜଣେ ଜଣେ ଗୋଟିଏ କିମ୍ବା ଦୁଇଟି କୁ କାମରେ ଲଗାଇଥିବା ବେଳେ କେତେକ ସମସ୍ତ ୭ ଟି ଯାକ କୁ କାମରେ ଲଗାଇଥାନ୍ତି, କାରଣ ସେମାନଙ୍କର ବୁଦ୍ଧିମତାର ୭ ଟି ଜାକ ସ୍ତର ସମାନଥାଏ ।

କ୍ୟାରିୟର ମାର୍ଗଦର୍ଶକ

ଭବିଷ୍ୟତ କୁ ଭଲ ଭାବରେ ଗଢିବା ପାଇଁ କ୍ୟାରିୟର ମାର୍ଗଦର୍ଶକ ସହାୟତା କରିଥାଏ । ସ୍କୁଲ ଶିକ୍ଷା ପରେ ଅର୍ଥାତ ୧୦ମ, ଦ୍ଵାଦଶ ଶ୍ରେଣୀ ପାସ କରିଲାପରେ ଜଣେ କିପରି କ୍ୟାରିୟର ଗଢିପାରିବ, ତା ପାଇଁ କଣ ସୁବିଧା ସୁଯୋଗ ରହିଛି ସେ ସମ୍ବନ୍ଧରେ ବିଭିନ୍ନ ଅନୁଷ୍ଠାନ, ପାଠ୍ୟକ୍ରମ, ବୃତ୍ତିଗତ ଶିକ୍ଷା ଇତ୍ୟାଦି ର ସୂଚନା ଏହି ପୋର୍ଟାଲ ରେ ରହିଛି ।

ଆଇ ଟି ଶିକ୍ଷା

ଏହି ୱେବ ପୋର୍ଟାଲରେ ଅନେକ ଅଂଶ ବୈଷୟକ ଜ୍ଞାନ କୌଶଳ, ବିଭିନ୍ନ ଫଣ୍ଟ ଟେକ୍ନୋଲୋଜି ସମ୍ପର୍କରେ ଆଇ. ଟି. ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରେ । କମ୍ପ୍ୟୁଟର ସମ୍ପର୍କରେ ମୌଳିକ ଜ୍ଞାନ, ହାର୍ଡ ୱାୟାର, କୋରାଲଡ୍ର ଇତ୍ୟାଦି ସମ୍ପର୍କରେ ସୂଚନା ଦିଆଯାଏ ।

ଡିଜିଟାଲ ଶିକ୍ଷଣ ସମ୍ବଳ

ଏହି ଅଂଶରେ ବିଭିନ୍ନ ଅନଲାଇନ ଇଣ୍ଟରାକ୍ଟିଭ ସମ୍ବଳ ସମ୍ପର୍କରେ ସମ୍ୟକ ସୂଚନା ଦିଆଯ଼ାଇଛି ।

ସମ୍ବଳ ଲିଙ୍କ

ଏଥି ମଧ୍ୟରେ ଏସଏସ, ସରକାରୀ ସମ୍ବଳ , ମୌଳିକ ଶିକ୍ଷା ଏବଂ ଲିଙ୍ଗ ସମାନତା, ପିଲାଙ୍କ ଅଧିକାର ଓ ଆଡଭୋକେସି, ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସମ୍ବଳ ଲିଙ୍କର ୱେବସାଇଟ ସାମିଲ ରହିଛି ।

ଆଲୋଚନା ଗୋଷ୍ଠୀ

ବିଭିନ୍ନ ପ୍ରକାର ସୂଚନା ପ୍ରଯୁକ୍ତର ଶିକ୍ଷା ପ୍ରଣାଳୀ ଦ୍ଵାରା ଶିକ୍ଷାର ପ୍ରଚାର ପ୍ରସାର କୁ ବ୍ୟାପକ କରାଯାଇଛି । ଗଣମାଧ୍ୟମ, କମ୍ପ୍ୟୁଟର ଇତ୍ୟାଦି ଦ୍ଵାରା ଶିକ୍ଷକ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନା କରାଯାଇ ଶିକ୍ଷାକୁ ସାର୍ବଜନୀନ କରାଯାଇ କିପରି ସଶକ୍ତିକରଣ କରାଯାଇ ପାରିବ ସେ ସମ୍ବନ୍ଧୀୟ ସୂଚନା ରହିଛି ।

Amiya Behera Jun 08, 2017 04:52 PM

ମୁଖ୍ୟ ସୂଚୀ ଦେଖିବେ
ଉଇକିପିଡ଼ିଆ ଖୋଜନ୍ତୁ
ସମ୍ପାଦନ କରନ୍ତୁଏହି

ପୟାଶ୍ରାଦ୍ଧ
ଶ୍ରାଦ୍ଧକର୍ମରେ ଅନ୍ତରର ଶ୍ରଦ୍ଧା ହେଉଛି ମୁଖ୍ୟ । ଅନ୍ତରର ଶ୍ରଦ୍ଧା ନଥାଇ କୌଣସି କାର୍ଯ୍ୟ ଫଳଦାୟକ ହୁଏ ନାହିଁ । ଜଣେ ଗୃହସ୍ଥ ପକ୍ଷରେ ବର୍ଷକ ମଧ୍ୟରେ ଚାରିଗୋଟି ଶ୍ରାଦ୍ଧ ସ୍ୱତନ୍ତ୍ର ଭାବେ କରିବାର ବ୍ୟବସ୍ଥା ଅଛି, ଯଥା: ପିତୃଶ୍ରାଦ୍ଧ, ମାତୃଶ୍ରାଦ୍ଧ, ମହାଳୟା ଶ୍ରାଦ୍ଧ ଓ ଦୀପଦାନ ବା ପୟାଶ୍ରାଦ୍ଧ । ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅପରପକ୍ଷ ଆରମ୍ଭ ହୋଇ ସେହି ମାସର ଅମାବାସ୍ୟା ତିଥିରେ, ମହାଳୟା ଶ୍ରାଦ୍ଧ ପରେ, ପିତୃପକ୍ଷର ପରିସମାପ୍ତି ହୁଏ । ଏହି ପିତୃପକ୍ଷରେ ପ୍ରତ୍ୟେକ ଦିନ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିବିଧାନରେ କରଣୀୟ । ଏହି ପକ୍ଷରେ ପିତୃପୁରୁଷମାନେ ନିଜନିଜର ଆତ୍ମୀୟମାନଙ୍କଠାରୁ ତିଳୋଦକ ଓ ଅନ୍ନବ୍ୟଞ୍ଜନ ପାଇବାକୁ ଆଗ୍ରହୀ ଥାଇ ମର୍ତ୍ତ୍ୟମଣ୍ଡଳକୁ ଅବତରଣ କରିଥାନ୍ତି । ପ୍ରତ୍ୟେକ ଦିନ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରି ତୃପ୍ତି କରିବାର ଅନୁକୂଳ ସମୟ । ଅସୁବିଧାବଶତଃ ପ୍ରତ୍ୟେକ ଦିନ ଶ୍ରାଦ୍ଧ ନ କରି ପାରିଲେ ଅନ୍ତତଃପକ୍ଷେ ପିତାଙ୍କର ଦେହାନ୍ତ ଯେଉଁ ତିଥିରେ ହୋଇଥିବ, ସେହିଦିନ ଶ୍ରାଦ୍ଧ କରିବା ବିଧେୟ । କିନ୍ତୁ ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ତର୍ପଣ ଚାଲୁ ରଖିବାକୁ ହେବ । ପ୍ରତ୍ୟହ ତର୍ପଣ ପରେ ବୈଶ୍ୱଦେବ କରିବା ଉଚିତ, କାରଣ ବୈଶ୍ୱଦେବ ଏକପ୍ରକାର ଶ୍ରାଦ୍ଧର ଅନ୍ତର୍ଗତ । ଯେଉଁ ଗୃହସ୍ଥଙ୍କ ପିତା ପୂର୍ଣ୍ଣିମା ତିଥିରେ ମୃତ୍ୟୁବରଣ କରିଥିବେ, ତାଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟା ଦିନ ମହାଳୟା ବିଧିରେ ଶ୍ରାଦ୍ଧ କରାଯିବ ।

ପ୍ରକାର ସମ୍ପାଦନ କରନ୍ତୁ
ମୁଖ୍ୟତଃ ଦୁଇପ୍ରକାର ଶ୍ରାଦ୍ଧ ପାଳିତ ହୋଇ ଆସୁଛି: ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

ଏକୋଦ୍ଦିଷ୍ଟ ସମ୍ପାଦନ କରନ୍ତୁ
ପିତା କିମ୍ବା ମାତା ଜଣକୁ ଉଦ୍ଦେଶ୍ୟ କରି ଗୋଟିଏ ପିଣ୍ଡଦେଇ ଶ୍ରାଦ୍ଧ କଲେ ଏକୋଦ୍ଦିଷ୍ଟ ଶ୍ରାଦ୍ଧ କହନ୍ତି । ଏହା ମଧ୍ୟାହ୍ନରେ ଆରମ୍ଭ କରାଯାଇଥାଏ । ଏହି ଶ୍ରାଦ୍ଧରେ ଅଗ୍ନୌକରଣ ନାହିଁ କିମ୍ୱା ବିଶ୍ୱେଦେବାଙ୍କୁ ଆବାହନ କରାଯାଏ ନାହିଁ । ବାର୍ଷିକ ଶ୍ରାଦ୍ଧରେ କର୍ତ୍ତା ପାର୍ବଣ ବିଧି ଅନୁସାରେ ନିଜର ତିନି ପୁରୁଷଙ୍କୁ ପିଣ୍ଡଦାନ କରିଥାଏ, କିନ୍ତୁ ମହାଳୟା ଶ୍ରାଦ୍ଧରେ ଅଜାଘର ତିନିପୁରୁଷଙ୍କୁ ସେଥିରେ ସାମିଲ କରି ପିଣ୍ଡ ଦାନର ବ୍ୟବସ୍ଥା ଅଛି । ଏହି ଶ୍ରାଦ୍ଧ ଅପରାହ୍ନ ସମୟରେ କରାଯାଏ । ଶ୍ରାଦ୍ଧକର୍ତ୍ତା ତର୍ପଣ ଶେଷ କରି, ଶାଳଗ୍ରାମ କିମ୍ୱା ବିଷ୍ଟର (କର୍ମସ୍ଥଳକୁ ନିମନ୍ତ୍ରୀତ ଦେବତାଙ୍କ ସ୍ଥାନରେ କଳ୍ପିତ କ୍ଷୁଦ୍ରାବୟବ କୁଶର ମୋଡ଼ା) ଦ୍ୱାରା ଶ୍ରାଦ୍ଧ ମଣ୍ଡଳର ପଶ୍ଚିମ ଦିଗରେ ବିଶ୍ୱେଦେବାଙ୍କୁ ପୂର୍ବମୁହାଁ କରି ସ୍ଥାପନ କରିବେ । ସେହିପରି ପିତୃଙ୍କ ପ୍ରତିନିଧି ସ୍ୱରୂପ ଶାଳଗ୍ରାମ କିମ୍ୱା ବିଷ୍ଟର ଦ୍ୱାରା ନିଜର ପିତା, ପିତାମହ ଓ ବୃଦ୍ଧ ପ୍ରପିତାମହଙ୍କୁ ‘ଉତ୍ତର’ ମୁଖା କରି ବସାଇବେ । ଭକ୍ତି ସହାକାରେ ଆବାହନ ପୂର୍ବକ ବସିବାକୁ ପ୍ରାର୍ଥନା କରିବେ । ତାପରେ ଅର୍ଘ୍ୟ, ଚନ୍ଦନ, ପୁଷ୍ପ, ବସ୍ତ୍ର, ଧୂପ ଓ ଦୀପ ପ୍ରଦାନ ପରେ, ତାଙ୍କର ଅନୁମତି କ୍ରମେ ଶ୍ରାଦ୍ଧର ପରଥମ ପିଣ୍ଡ ଅଗ୍ନିଦେବଙ୍କୁ ଓ ଦ୍ୱିତୀୟ ପିଣ୍ଡ ସୋମପ ପିତରଙ୍କୁ ପ୍ରଦାନ କରିବେ । ବିଶ୍ୱେଦେବା ଓ ପିତୃପୁରୁଷଙ୍କ ପତ୍ରରେ ଅନ୍ନବ୍ୟଞ୍ଜନାଦି ପରିବେଷଣ କରି ସେମାନେ ତୃପ୍ତି ସହକାରେ ଭୋଜନ କଲେ ବୋଲି ଜାଣିବା ପରେ ବିକୀର୍ଣ୍ଣ ପିଣ୍ଡ ଦେବେ । ତାପରେ କର୍ତ୍ତା ବିଶ୍ୱଦେବର ପତ୍ର ଓ ବାହ୍ୟ ବଳିପତ୍ରର ଉତ୍ସର୍ଗ କର୍ମ ନ କରି, ପିତୃପୁରୁଷଙ୍କ ଅନୁମତି ନେଇ ଭୂମିରେ ପିଣ୍ଡ ଦାନ କରିବେ ଓ ଶେଷରେ ବୈଶ୍ୱଦେବର ଅତିଥିପତ୍ର ଓ ବାହ୍ୟବଳିପତ୍ର ଉତ୍ସର୍ଗ କର୍ମ ଶେଷ କରି ଶ୍ରାଦ୍ଧ ସମାପନ କରିବେ ।

ପାର୍ବଣ ସମ୍ପାଦନ କରନ୍ତୁ
ପାର୍ବଣ ଶ୍ରାଦ୍ଧରେ ତିନିଗୋଟି ପିଣ୍ଡ ଓ ମହାଳୟା ଶ୍ରାଦ୍ଧରେ ଛଅଗୋଟି ପିଣ୍ଡ ପ୍ରଦାନ କରାଯାଏ । ପ୍ରତି ପିଣ୍ଡସହ ଗୋଟିଏ ଲେପଭାଗ (ଛୋଟ ପିଣ୍ଡ) ଦିଆଯାଏ। ଏହି ଲେପଭାଗ ତିନିପୁରୁଷଙ୍କ ପୂର୍ବଜ, ଯଥା ବୃଦ୍ଧପ୍ରପିତାମହ, ଅତିବୃଦ୍ଧ ପ୍ରପିତାମହ ଓ ଅତିତୀବୃଦ୍ଧ ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ଏହା ଅର୍ପଣ କରାଯାଏ । ଏଥିରେ ପିଣ୍ଡଗ୍ରହିତା ଓ ଲେପଭାଗ ଗ୍ରହିତା ମିଶି ଛଅ ପୁରୁଷଙ୍କୁ ପିଣ୍ଡ ଦିଆଯାଏ । ଏଥିସହ କର୍ତ୍ତା ମିଶିଲେ ମୋଟ ସାତପୁରୁଷ । ଏମାନଙ୍କୁ ସପିଣ୍ଡ କହନ୍ତି । ଏଥୁଁ ଅଧିକ ତିନିପୁରୁଷଙ୍କୁ ସୋଦକ ଓ ତହିଁରୁ ଉର୍ଦ୍ଧ ତିନି ପୁରୁଷଙ୍କୁ ଗୋତ୍ରଜ କହନ୍ତି ।

ପୟା ଶ୍ରାଦ୍ଧ ସମ୍ପାଦନ କରନ୍ତୁ
ଦୀପଦାନ ଶ୍ରାଦ୍ଧ ବା ପୟାଶ୍ରାଦ୍ଧ କାର୍ତ୍ତିକମାସ ଅମାବାସ୍ୟା ଦିନ କରାଯାଏ । ଏହି ଶ୍ରାଦ୍ଧରେ ଅନ୍ନବ୍ୟଞ୍ଜନ ଦ୍ୱାରା ପିଣ୍ଡ ଦେବାର ବ୍ୟବସ୍ଥା ନାହିଁ । ଶ୍ରାଦ୍ଧକର୍ତ୍ତା କ୍ରତୁ ଆଦି ଦଶ ବିଶ୍ୱେଦେବା, ସନକ ଆଦି ସପ୍ତ ମନୁଷ୍ୟ, ପିତା ଓ ମାତାଙ୍କର ତିନି ପୁରୁଷ, ଅଜା ଓ ଆଇଙ୍କର ତିନି ପୁରୁଷମାନଙ୍କୁ ଆବାହନ କରି, ସେମାନଙ୍କୁ ସୁଆଁଫୁଲ, ଚନ୍ଦନ, ପୁଷ୍ପ, ଧୂପ, ଦୀପ ଇତ୍ୟାଦି ଅର୍ପଣ କରିବା ପରେ ଆଖୁ, କଦଳୀ, ନଡ଼ିଆ ଦ୍ୱାରା ତୃପ୍ତ କରାଯାଏ । ତାପରେ ଦୀପ ଦାନ କରି ଶେଷରେ କାଉଁରିଆ ନିଆଁହୁଳାକୁ ଧରି ବିସର୍ଜନ ମନ୍ତ୍ର ପାଠ କରି ଶ୍ରାଦ୍ଧ ସମାପନ କରାଯାଏ ।

ମହାଳୟା ଶ୍ରାଦ୍ଧ ସମ୍ପାଦନ କରନ୍ତୁ
ମୂଳ ଲେଖା: ମହାଳୟା
ହିନ୍ଦୁ ପରମ୍ପରାରେ ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକାଧିକ ଶ୍ରାଦ୍ଧ କର୍ମ କରାଯାଏ । ସେସବୁ ମଧ୍ୟରେ ମହାଳୟା ଶ୍ରାଦ୍ଧ ଶ୍ରେଷ୍ଠ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ପିତୃପର୍ବ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ । ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା । ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ମହାଳୟା ଶ୍ରାଦ୍ଧ, ସାମ୍ବତ୍ସରିକ ଶ୍ରାଦ୍ଧ ବା ପାର୍ବଣ ଶ୍ରାଦ୍ଧ ବା ମଉଳା ଶ୍ରାଦ୍ଧ କୁହାଯାଏ । ମହଳୟା ଶ୍ରାଦ୍ଧର ତର୍ପଣରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଅଚାର୍ଯ୍ୟ, ବେଦ, ଛନ୍ଦ, ଗନ୍ଧର୍ବଗଣ, ଦେବଗଣ, ପୁରୁଣାଚାର୍ଯ୍ୟ, ସମ୍ବତ୍ସର, ଶାବୟବ, ନାଗଗଣ, ଯକ୍ଷ, ଭକ୍ଷ, ପିଶାଚ, ବନସ୍ପତି, ଔଷଧ, ଭୂତଗ୍ରାମ, ଚତୁଷ୍ଟୟ ଏବଂ ପୃଥିବୀ ଇତ୍ୟାଦି କୋଡ଼ିଏ ଦେବଗଣଙ୍କୁ ଗୋଟିଏ ଥର ତର୍ପଣ; ସନତ, ସନନ୍ଦ, ସନତନ, କପିଳ, ଆସୁରୀ, ଡୋବୁ, ଏବଂ ପଞ୍ଚଶିଖ ଇତ୍ୟାଦି ସାତ ଋଷିଙ୍କୁ ଦୁଇ ଥର ତର୍ପଣ ଏବଂ ପିତୃପୁରୁଷଗଣଙ୍କୁ ତିନିଥର ତର୍ପଣରେ ଅପ୍ୟାୟିତ କରାଯାଏ । ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ କଳ୍ପିତ କରାଯାଏ । ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହଯାଏ ।

ପରମ୍ପରା ସମ୍ପାଦନ କରନ୍ତୁ
ପିତୃଲୋକରେ ଦୁଇପ୍ରକାର ପିତର ଅବସ୍ଥାନ କରନ୍ତି । ଯଥା: ନିତ୍ୟପିତର ଓ ସାଧାରଣ ପିତର । ନିତ୍ୟପିତର ହେଲେ ଅଗ୍ନିଷ୍ୱାତ୍ତ, ବହିର୍ଷଦ, ସୋମପ, ଆଜ୍ୟପ, ସାଗ୍ନିକ ଓ ନିରଗ୍ନିକ । ଏମାନେ ସଦାସର୍ବଦା ପ୍ରତ୍ୟେକ ପ୍ରାଣୀଙ୍କର ବଂଶବୃଦ୍ଧି ଇଚ୍ଛାରେ ମହାସମାଧିରେ ମଜ୍ଜି ରହନ୍ତି । ଦକ୍ଷ କନ୍ୟା ସ୍ୱଧା ଏହି ପିତରମାନଙ୍କୁ ବିବାହ କରିଥିଲେ । ଗୃହସ୍ଥମାନେ କେବଳ ତିଳୋଦକ ଦ୍ୱାରା ସ୍ୱଧା ଉଚ୍ଚାରଣ କରି ଏହି ପିତରମାନଙ୍କୁ ତୃପ୍ତି କରିଥାନ୍ତି । ଯେଉଁମାନେ ଇହଲୋକରୁ ମୃତ୍ୟୁପରେ ପିତୃଲୋକକୁ ଗମନ କରନ୍ତି, ସେମାନଙ୍କୁ ସାଧାରଣ ପିତର କୁହାଯାଏ । ଏହି ସାଧାରଣ ପିତର ହେଲେ ଆମ୍ଭମାନଙ୍କର ପିତୃପୁରୁଷ । ପିତୃଋଣରୁ ମୁକ୍ତି ପାଇବାପାଇଁ ପ୍ରତ୍ୟକ ଗୃହସ୍ଥ ନିଜ ନିଜର ପିତୃପୁରୁଷଙ୍କୁ ତିଳୋଦକ ଓ ପିଣ୍ଡ ପ୍ରଦାନ କରିବା ପରମ୍ପରା ଆଜି ପର୍ଯ୍ୟନ୍ତ ଚଳି ଆସୁଛି । ସୃଷ୍ଟି ଆରମ୍ଭରେ ପିତୃଶ୍ରାଦ୍ଧର ବ୍ୟବସ୍ଥା ନଥିଲା, ସମସ୍ତେ ଅମର ଥିଲେ । ଅତ୍ରୀଋଷିଙ୍କ ପ୍ରପୌତ୍ରର ଅକାଳ ବିୟୋଗ ହେତୁ ଅତ୍ରୀଋଷିଙ୍କ ଅନୁମୋଦନ କ୍ରମେ ପିତୃଶ୍ରାଦ୍ଧର ପ୍ରଚଳନ ଆରମ୍ଭ ହେଲା ।

ଜଣେ ଗୃହସ୍ଥ ପକ୍ଷରେ ଜିବଦ୍ଦଶା ମଧ୍ୟରେ ପାଞ୍ଚଗୋଟି ଋଣ ସୁଝିବାର ବ୍ୟବସ୍ଥା ଅଛି, ଯଥା: ପିତୃଋଣ, ଦେବଋଣ, ଋଷିଋଣ, ମନୁଷ୍ୟଋଣ ଓ ଭୂତଋଣ । ସେଥିମଧ୍ୟରୁ ପ୍ରଥମେ ପିତୃଋଣରୁ ମୁକ୍ତି ପାଇବା ଉଚିତ। କାରଣ ପିତାମାତାଙ୍କ ଯୋଗୁଁ ଏ ଶରୀର ମିଳିଛି । ମାତୃ ସ୍ତନ୍ୟପାନ ଓ ପିତାଙ୍କ ଅର୍ଜିତ ଧନରୁ ଶିକ୍ଷା ଓ ଯୋଗ୍ୟତା ମିଳିଛି ଓ ଗୃହସ୍ଥା ଜୀବନର ଆରମ୍ଭ ହୋଇଛି ।

ଋଣ ଶୁଝିବା ପାଇଁ ଶ୍ରାଦ୍ଧ ସମ୍ପାଦନ କରନ୍ତୁ
ମଣିଷ ଜନ୍ମବେଳେ ତିନିଟି ଋଣ ଶୁଝିବାକୁ ବାଧ୍ୟ ହୋଇ ଆସିଥାଏ । ସେଗୁଡ଼ିକ ହେଲା ଦେବଋଣ, ଋଷିଋଣ ଓ ପିତୃଋଣ। ଦେବଋଣ ଅଧ୍ୟୟନ ଦ୍ଵାରା, ଋଷିଋଣ ଯାଗଯଜ୍ଞ ଦ୍ଵାରା ଏବଂ ପିତୃଋଣ ନିଜେ ପିତା ହେବା ଦ୍ଵାରା ଶୁଝାଯାଇଥାଏ । ଅପୁତ୍ରିକ ପିତାମାନେ ମୋକ୍ଷ ପାଆନ୍ତି ନାହିଁ ବୋଲି ଧର୍ମମତେ ବିଶ୍ଵାସ ରହିଛି । ପୁତ୍ରର ପିଣ୍ଡଦାନ ଦ୍ଵାରା ସ୍ଵର୍ଗତ ପିତାମାତା ଏବଂ ପୂର୍ବଜଙ୍କୁ ମୁକ୍ତି ମିଳେ ଏବଂ ଏହିକ୍ରମରେ ବଂଶାନୁକ୍ରମ ଚାଲୁରହେ । ଏହି ପିଣ୍ଡଦାନ ବ୍ୟବସ୍ଥାକୁ ଶ୍ରାଦ୍ଧ କୁହାଯାଏ । ଅନ୍ୟ ମତେ ପୂର୍ବପୁରୁଷଙ୍କୁ ପ୍ରତି ଶ୍ରଦ୍ଧା ଓ ସମ୍ମାନକୁ ଶ୍ରାଦ୍ଧ କୁହାଯାଏ । ଶ୍ରାଦ୍ଧ ଦିବସରେ ଶୁଦ୍ଧପୂତ ଅନ୍ତରରେ ଭକ୍ତି ସହକାରେ ସ୍ନାନପୂର୍ବକ ଦେବଗଣ, ଋଷିଗଣ, ପିତୃ ତଥା ମାତୃଗଣଙ୍କୁ ତିଳ-ତଣ୍ଡୁଳ ମିଶ୍ରିତ ଜଳ ଦାନ କରାଯାଏ । ଏହାକୁ ତର୍ପଣ ବା ତର୍ପଣ ଶ୍ରାଦ୍ଧ କହନ୍ତି । ତିଳ ଅର୍ଥ ରାଶି, ତଣ୍ଡୁଳ ଅର୍ଥାତ ଅନ୍ନ ଏବଂ ତା ସହିତ ତୁଳସୀ ଜଳ କୁ ତ୍ରିଳୋତ୍ରୟ ବା ତିଳୋଦକ କହନ୍ତି । ଏଥିରେ ନିଜ ତିନି ପୁରୁଷ ସହ ଅଜା ଆଇଙ୍କ ସମେତ ତାଙ୍କ ଘରୁ ତିନି ପୁରୁଷଙ୍କ ଶ୍ରାଦ୍ଧ ପକାଯାଏ । ପିତୃପୁରୁଷ ଶ୍ରଦ୍ଧରେ ପିତା, ପିତାମହ ଓ ପ୍ରପିତାମହ ମିଶି ତିନି ପୁରୁଷଙ୍କୁ ‘ସୋଦକ’ ଏବଂ ତାଙ୍କର ତିନି ପୁରୁଷଙ୍କୁ ଗୋତ୍ରଜ ବୋଲି କହାଯାଏ । ଏହିପରି ସେମାନେ ଛଅ ପୁରୁଷ । ଏଥି ସହ କର୍ତ୍ତାକୁ ଯୋଡ଼ିଲେ ସାତପୁରୁଷର ଶ୍ରାଦ୍ଧ ପଡ଼େ । ପିଣ୍ଡଦାନ କରୁଥିବା ବ୍ୟକ୍ତି ପିଣ୍ଡକୁ ଆଘ୍ରାଣ କରିବାକୁ ବାଧ୍ୟ । କାରଣ ଭକ୍ତ ଠାକୁରଙ୍କୁ ସମର୍ପିତ ନୈବେଦ୍ୟ ନିଶ୍ଚୟ ପାଇବେ, ନଚେତ ଏହା ଏକ ଅପରାଧ ବୋଲି ଧରାଯିବ ।

କିଛି ପୌରାଣିକ ତଥ୍ୟ ସମ୍ପାଦନ କରନ୍ତୁ
ପୌରାଣିକ ବିଶ୍ୱାସ ଅନୁଯାୟୀ, ମହାଦାନୀ କର୍ଣ୍ଣଙ୍କର ମୃତ୍ୟୁପରେ ତାଙ୍କ ଦାତାପଣିଆର ପୁରସ୍କାର ସ୍ଵରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଲା, କିନ୍ତୁ ଅଭୁକ୍ତ ରଖାଗଲା, କିଛି ଖାଦ୍ୟ ଦିଆଗଲା ନାହିଁ, କାରଣ ଜୀବିତାବସ୍ଥାରେ ସେ କେବେ କୌଣସି ବ୍ୟକ୍ତିକୁ ଅନ୍ନଦାନ ଦେଇନଥିଲେ । ସେ ଚିନ୍ତିତ ହୋଇ ଯମରାଜଙ୍କୁ ପ୍ରାର୍ଥନା କରିବାରୁ, ତାଙ୍କୁ ମାତ୍ର ଚଉଦ ଦିନ ପାଇଁ ମର୍ତ୍ତ୍ୟମଣ୍ଡଳକୁ ପଠାଯାଇଥିଲା । ସେହି ଚଉଦଦିନ ମଧ୍ୟରେ ସେ ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ । ଫଳସ୍ବରୂପ ତାଙ୍କୁ ଆଉ ଯମପୁରରେ ଅନ୍ନରୁ ବଞ୍ଚିତ ହେବାକୁ ପଡ଼ି ନ ଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦଦିନ ପିତୃପକ୍ଷ ଥିଲା ।

SUBRAT SAHOO Mar 25, 2017 12:30 PM

ଏହା ଛାତ୍ରମାନଙ୍କ ପାଇଁ ବେସ ଲାଭଦାୟକ ହେବ।

TUSARKANTA MEHER Feb 26, 2017 04:00 AM

PART TIME JOB WITHOUT INVESTMENT
Earn at home without investment.
Company Name - Champion Networks Pvt. Ltd. Company
No of post – 270
Eligibility – Minimum 10th Qualification and knows basic knowledge of internet surfing
Registered today and Earn Unlimited from this company, By working online your own 2 hours only

Note down
FILL REFER ID 13233879

Interested Candidates type “INFO” And sent it Whatapp no. (78*****64)

ସତ୍ୟନାରାୟଣ ରଣା Jan 31, 2017 03:12 PM

ଏହା ଛାତ୍ରମାନଙ୍କ ପାଇଁ ବେସ ଲାଭଦାୟକ ହେବ ।

sudhansu mallick Jan 31, 2017 03:11 PM

ଏହି ପୋର୍ଟାଲ ରେ ଶିକ୍ଷା ବିଷୟରେ ଜାଣିବାକୁ ପାଇଲି । ଏହା ସମସ୍ତଙ୍କୁ ଆକୃଷ୍ଟ କରୁଛି ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top