ହୋମ / ଶକ୍ତି / ଶକ୍ତି ମୂଳକଥା / ବଳ ଓ ଗତି ନିୟମ
ସେଆର କରନ୍ତୁ

ବଳ ଓ ଗତି ନିୟମ

ବଳ ଓ ଗତି ନିୟମ ବିଷୟରେ ଜାଣନ୍ତୁ ।

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିଜିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଗୋଟସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈଷିକ ସମ୍ବଳ ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷା ପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେର କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖୁଛି । ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସମ୍ବଳ ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ । ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍- ଇଣ୍ଡିଆର ‘ମୁକ୍ତ ଶୈକ୍ଷିକ ସମ୍ବଳ’ ଗୁଡିକଭାରତୀୟ ପାଠ୍ୟ ଖସଡା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆନ୍ତର୍ଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ । ଏହା ଉଭୟ ଅନ୍ନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ ରେ ଉପଲବ୍ଧ । ‘ମୁକ୍ତ ଶୈକ୍ଷିକ ସମ୍ବଳ ଗୁଡିକ ବିଭିନ୍ନ ଭାଷାରେ ଅନୁବାଧି କରାଯାଇ ଉପଲବ୍ଧ କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀ ମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିତ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ଦ୍ରିତ କରାଯାଇଛି । ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତ ରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତ ରାଜ୍ୟର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ ।

ସମ୍ବଳ ସମୂହ

ଏହି କେକରେ କେତେକ କାର୍ଯ୍ୟମାନ ସଙ୍ଗେତ ସହୁବ ସମ୍ମିଳିତ କରାଯାଇଛି । ଟେସ୍- ଇଣ୍ଡିଆର ଭିଡିଓ ସମ୍ବଳ ସମୂହ ଶିକ୍ଷା ତତ୍ତ୍ଵ ଆଧାରିତ । ଏଥ‌ିରେ ଥିବା ଭିଡିଓ ଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି । ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିର୍ମିତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ । ଟେସ୍ - ଇଣ୍ଡିଆ ଭିଡିଓ ସମୂଳ ସମୂହ ଅନଲାଇନ୍ ରେ  ଉପଲବ୍ଧ ଓ ଡାଉନ୍ ଲୋଡ୍ କରାଯାଇପାରିବ । ଆପଣମାନେ ଏହି ଭିଡିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଓଡ଼ିଆ ସଂକଳନ-1.0 ମାଧ୍ୟମିକ ବିଜ୍ଞାନ, 11 ଓଡ଼ିଆ ଭାଷାନ୍ତର ସହାୟତା ; ଭାରତ ଜ୍ଞାନ ବିଜ୍ଞାନ ସମିତି : ଓଡିଶା

ଏହି ସଂକଳନଟି ଟେସ୍-ଇଣ୍ଡିଆର 'ମୁକ୍ତ ଶିକ୍ଷା ସମ୍ବଳ’ର ମାଧ୍ୟମିକ ବିଜ୍ଞାନ ସଂକଳନର ଏକ ଭାଗ ଅଟେ । ମୂଳ ଇଂରାଜୀ ଲେଖାକୁ ଡକ୍ଟର ପ୍ରାପ୍ତିଲତା ଜେନା ଓଡ଼ିଆ ଭାଷାନ୍ତର କରିଥିବା ବେଳେ ଶ୍ରୀମତୀ ଚନ୍ଦ୍ରିକା ନାୟକ ସମୀକ୍ଷା କରିଛନ୍ତି । ଏହି ସଂକଳନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତିତ ଅନ୍ୟ ସମସ୍ତ ସମ୍ବଳାଲେଖ creativecommons.org/licensesରେ ମୁକ୍ତ ବ୍ୟବହାର ପାଇଁ ଉପଲଛି ଅଟେ ।

ଏହି ଏକକରେ କ'ଣ ଅଛି

ଏହି ଏକକ ଆପଣଙ୍କୁ ଏକ ଶ୍ରେଣୀ ଗୃହ କୌଶଳ ସହ ପରିଚିତ କରାଇବା ଯାହାକୁ ମାନସମଚୁନ କୁହାଯାଏ ।

ମାନସମଚୁନ, ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ଠାରୁ ତଥ୍ୟ ଧାରଣା ସଂଗ୍ରହ ସହ ଜଡ଼ିତ । ଏହା ଏକ ସରଳ କୌଶଳ ଯାହା ବିନା ସଙ୍କୋଚରେ ବା ନିର୍ଭୟରେ ଶିକ୍ଷାର୍ଥୀମାନଙ୍କୁ ମୁକ୍ତ ଭାବରେ ସୃଜନାମ୍ବକ ଚିନ୍ତା କରିବାର ସୁଯୋଗ ଦେଇଥାଏ । ଏକ ପ୍ରାରମ୍ଭିକ 'ସୂଚକ' ପ୍ରେରଣା ଉଦ୍ଦୀପକ ଭାବେ ବ୍ୟବହାର କରାଯାଏ ଏବଂ ସେହି ସୂଚକ ସହିତ ସମ୍ପର୍କିତ ତଥ୍ୟ ବା ଧାରଣାଗୁଡ଼ିକୁ ଦେବାପାଇଁ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରାଯାଏ ।

ଏହି କାର୍ଯ୍ୟ ପ୍ରକ୍ରିୟା ସମୟରେ ଶିକ୍ଷାର୍ଥୀମାନଙ୍କ ପ୍ରସ୍ତାବକୁ ସମାଲୋଚନା ବା ଦୋଷ ଗୁଣ ବିଚାର କରାଯାଉନଥିବାରୁ ଏହି କୌଶଳଟି ଫଳପ୍ରଦ ହୋଇଥାଏ । ଏହାର ପ୍ରଭାବ ହେଉଛି ଯେ ସେମାନେ ଦେଉଥିବା ଧାରଣା ବା ଚିନ୍ତାଧାରାଗୁଡ଼ିକ ବିଭ୍ରାନ୍ତିକର, ଭୁଲ, ଅସଙ୍ଗୀତ ବା ଅସମ୍ପର୍କୀତ ହେଲେ ବି ଶିକ୍ଷାର୍ଥୀମାନେ ଭାବନ୍ତି ଯେ ସେମାନେ କିଛି ତଥ୍ୟ ଦେଉଛନ୍ତି । ବରଂ ମୁକ୍ତ ସମ୍ପୁକ୍ତି ପ୍ରକ୍ରିୟାରେ ତାଙ୍କ ମନଭିତରେ ଯାହା ଚିନ୍ତା କରାଯାଇପାରିବ ସେଥୁପାଇଁ ତାଙ୍କ ମନକୁ ସହଜ ଭାବେ ଖୋଲା ରଖୁଥାନ୍ତି ।

ଏହି ତଥାକଥୁତ ‘ଦ୍ୱାଇଲ୍ଡ଼ କାର୍ଡ଼ (Wild Card) ଚିନ୍ତାଧାରା ସୃଜନାମ୍ବକ ଭାବନାର ମଞ୍ଜି । ବହୁତ ସମୟରେ ସେମାନେ ଏପରି ଚିନ୍ତାର ଖୁଆଗୁଡ଼ିକ ଦେବେ ଯାହା ଅସାଧାରଣ ବା ନୂଆ ବା କଳ୍ପନା ପ୍ରସ୍ତୁତ ଉତ୍ତର ଆଡକୁ ଆଗେଇ ନିଏ । ତଥାପି ଭଲ ଯେ ଅଲଗା ଅଲଗା ପ୍ରକାରର ସମ୍ପର୍କ ନଥବା ବିଷୟ ବା ଧାରଣାକୁ ସେମାନେ ଯୋଡ଼ିପାରନ୍ତି । ଶିକ୍ଷାର୍ଥୀମାନେ କେତେଗୁଡ଼ିଏ ପ୍ରସ୍ତାବ ଦେବେ ଯାହା ଦରକାର ହେବ ନାହିଁ ତଥାପି ତାହା ଚଳିବ ।

ଏହି ପ୍ରକ୍ରିୟାର ପ୍ରଥମ ସ୍ତରରେ ସବୁ ଚିନ୍ତାଧାରା ବା ଧାରଣା ଗ୍ରହଣୀୟ ଏବଂ ଜଣଙ୍କ ଦ୍ଵାରା ଏଗୁଡ଼ିକ ଲେଖାଯିବା ଦରକାର । ମାନସମଚୁନରେ ଶିକ୍ଷାର୍ଥୀମନେ ଯୋଡ଼ିରେ, ଦଳଗତ ଭାବେ ବା ସମଗ୍ର ଶ୍ରେଣୀରେ ଭାଗନେବେ ଏବଂ ଅଧିକରୁ ଅଧିକ ବିସ୍ତୁତ ଚିନ୍ତାଧାରାକୁ ଉତ୍ସାହିତ କରିବା ପାଇଁ ସୂଚକଟି 'ମୁକ୍ତ ଉତ୍ତର ମୂଳକ' ହେବା ଉଚିତ ।

ଥରେ ସବୁ ଧାରଣାଗୁଡ଼ିକ ସଂଗୃହୀତ ହୋଇଗଲେ, ପରବର୍ତୀ ଶିକ୍ଷଣରେ ସହାୟକ ହେବାପାଇଁ ଏଗୁଡ଼ିକ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇପାରିବ । ମାନସମଚୁନ ଅଧୁବେଶନକୁ କିପରି ପରିଚାଳନା କରିବେ ଓ ଏଥୁରୁ ମିଳିଥିବା ଧାରଣାଗୁଡ଼ିକ ଶିକ୍ଷାଦାନରେ ଆପଣ କିପରି ବ୍ୟବହାର କରିବେ, ସେ ଦିଗରେ ଏହି ଏକକଟି ସାହାଯ୍ୟ କରିବ ।

ଏହି ଏକକରେ ନବମ ଶ୍ରେଣୀର । ‘ବଳ ଓ ଗତି ନିୟମ।’ ବିଷୟରୁ ଉଦାହରଣଗୁଡ଼ିକ ନିଆଯାଇଛି । କିନ୍ତୁ ମାନସମଚୁନ ଏପରି ଏକ କୌଶଳ ଯାହାକୁ ସଂପୂର୍ଣ୍ଣ ବିଜ୍ଞାନ ପାଠ୍ୟକ୍ରମରେ ବ୍ୟବହାର କରାଯାଇପାରିବ । ଏହା ଅନ୍ୟ କୌଶଳମାନଙ୍କ ସହିତ ଯଥା ମାନସ ଚିତ୍ରଣ ବା ପ୍ରକଳ୍ପ କାର୍ଯ୍ୟ ସହିତ ମଧ୍ୟ ବ୍ୟବହାର କରାଯାଇପାରିବ ।

ଏହି ଏକକରୁ କ’ଣ ଶିଖିବେ

  • ଆପଣ କିପରି ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ସହ ମାନସମଚୁନ ଶିକ୍ଷଣକାର୍ଯ୍ୟ କରିବେ ।
  • ମାନସମଚୁନ ପାଇଁ ଉପଯୁକ୍ତ ସୂଚକ (prompt) କିପରି ବାଛିବେ ।
  • ଗୋଟିଏ ମାନସମନୁନ ଅଧୁବେଶନର ଫଳାଫଳକୁ କିପରି ପରବର୍ତୀ ଶିକ୍ଷଣର ସହାୟତା ପାଇଁ ବ୍ୟବହାର   କରିପାରିବେ ।

ଏହି ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

ମାନସମଚୁନ, ଆପଣଙ୍କୁ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ବିଷୟରେ ବହୁତ କିଛି ଜାଣିବାକୁ ସୁଯୋଗ ଦିଏ । ସେମାନଙ୍କ ଚିନ୍ତା । ଭାବନାକୁ ଧାନ ଦେଇ ଶୁଣିଲେ ଆପଣ ବୁଝିପାରିବେ ଯେ ଯେଉଁ ବିଷୟଟି ଆପଣ ପଢାଇବାକୁ ଯାଉଛନ୍ତି ସେ ବିଷୟରେ ସେମାନଙ୍କର କ’ଣ ପୂର୍ବ ଧାରଣା ଅଛି, ସଂପ୍ରତି ପଢା ହୋଇଥିବା ବିଷୟକୁ ସେମାନେ କେତେ ମନେ ରଖୁଛନ୍ତି, ଗୋଟିଏ ସମସ୍ୟାକୁ ସେମାନେ କିପରି ସମ୍ମୁଖୀନ ହୋଇପାରିବେ ଏବଂ ସେମାନଙ୍କ ପାଇଁ କେଉଁ କେଉଁ ବିଷୟ ଗୁରୁତ୍ଵପୂର୍ଣ୍ଣ । ଏହା ମଧ୍ୟ ସେମାନଙ୍କୁ ସୃଜନଶୀଳ ଭାବେ ଚିନ୍ତା କରିବାକୁ ସୁଯୋଗ ପ୍ରଦାନ କରେ ଏବଂ ସେମାନଙ୍କ ଚିନ୍ତାଧାରାକୁ ବିଷୟବସ୍ତୁ ସହ ସଂଯୋଗ କରିବାରେ ସାହାଯ୍ୟ କରେ ।

ଦୃତ ଅର୍ଥନୈତିକ ପ୍ରଗତି ପରିପ୍ରେକ୍ଷୀରେ ସୃଜନଶୀଳ ଚିନ୍ତା କରିପାରୁଥିବା ଏବଂ ସମସ୍ୟା ସମାଧାନ କରିପାରୁଥିବା ବ୍ୟକ୍ତିମାନଙ୍କର ଆବଶ୍ୟକତା ରହିଛି । ଯେଉଁ ଶିକ୍ଷାର୍ଥୀମାନେ ସୃଜନଶୀଳ ଚିନ୍ତା କରିବାରେ ସକ୍ଷମ ସେମାନେ ଅଭିପ୍ରେତ (desirable) କର୍ମଚାରୀ ରୂପେ ବିବେଚିତ ହୁଅନ୍ତି । ସୃଜନଶୀଳତା କେବଳ ମାତ୍ର ମନେରଖୁବା ନୁହେଁ ଏହା ମଧ୍ୟ ଜ୍ଞାନକୁ ପ୍ରୟୋଗ କରିବା ଉପରେ ଗୁରୁତ୍ଵ ଦିଏ । ଏହା ମଧ୍ୟ ପ୍ରସ୍ତାବ ଦେବା, ବିକଳ୍ପ ପ୍ରଦାନ କରିବା ଓ ଏଗୁଡ଼ିକୁ ବିସ୍ତାରିତ କରିବା ଏବଂ ବିଭିନ୍ନ ପ୍ରସଙ୍ଗ ଓ ବିଷୟ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ପାଇଁ ଉର୍ଦ୍ଦିଷ୍ଟ । ଶିକ୍ଷାର୍ଥୀମାନେ ସୃଜନଶୀଳ ଚିନ୍ତା କରିବା ପାଇଁ ସେମାନଙ୍କୁ ଭିନ୍ନ ଭାବେ ଚିନ୍ତାକରି ମୌଳିକ ଧାରଣା ସୃଷ୍ଟି କରିବାକୁ ଉତ୍ସାହିତ କରିବାକୁ ପଡ଼ିବ । ଏଠାରେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ ସେମାନଙ୍କ ଧାରଣାଗୁଡ଼ିକ ସ୍ବାଗତଯୋଗ୍ୟ ଏବଂ ସାଦରେ ଗ୍ରହଣ କରାଯିବ ବୋଲି ସେମାନେ ନିରାପଦ ମନେ କରିବା ଆବଶ୍ୟକ ।ବଳ ଓ ଗତି ନିୟମ

ମାନସମଚୁନ ପ୍ରକ୍ରିୟାର ମୁଖ୍ୟ ସୁବିଧାଗୁଡ଼ିକ ହେଲା ଆପଣ ଓ ଆପଣଙ୍କ ଶିକ୍ଷାର୍ଥୀଙ୍କ ମଧ୍ୟରେ ଏହା ସୃଜନଶୀଳ ଚିନ୍ତା କରିବାର ଦକ୍ଷତାର ବିକାଶ କରାଏ । ଚିତ୍ର-1ରେ ଶ୍ରେଣୀ ଗୃହରେ ମାନସମଚୁନ ପ୍ରକ୍ରିୟା ପ୍ରଦାନ କରୁଥିବା ସୁବିଧାଗୁଡ଼ିକର ଦୃଷ୍ଟାନ୍ତ ଦିଆଯାଇଛି ।

ମାନସମଚୁନ ଏକ ବହୁମୁଖୀ ପ୍ରକ୍ରିୟା କାରଣ ଏହା ଯେ କୌଣସି ବିଷୟରେ ବ୍ୟବହାର କରାଯାଇପାରେ ଏବଂ ଏହା ଖୁବ ଶୀଘ୍ର କରାଯାଇପାରେ । ଯେହେତୁ ଏହା ଏକ ଦଳଗତ କାର୍ଯ୍ୟ, ଏହା ଅଧିକ ସଂଖ୍ୟକ ଶିକ୍ଷାର୍ଥୀ ଥିବା ଶ୍ରେଣୀରେ ତୁଳନାତ୍ମକ ଭାବରେ ଖୁବ୍ ଶୀଘ୍ର କରାଯାଇପାରିବ । ଏହା ମଧ୍ୟ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ଚିନ୍ତାଧାରା ବିଷୟରେ କଥାବାର୍ତ୍ତା କରିବା ପାଇଁ ଏବଂ ପରସ୍ପରଠାରୁ ଶିକ୍ଷାଲାଭ ପାଇଁ ସୁଯୋଗ ପ୍ରଦାନ କରେ ।

ଅଧିକ ଜାଣିବା ପାଇଁ ସମ୍ବଳ-1 ରେ ଥିବା 'ଶିକ୍ଷଣ ପାଇଁ କଥାବର୍ତା’ ପଢ଼ନ୍ତୁ ।

ଶିକ୍ଷଣ ପାଇଁ କଥାବାର୍ତ୍ତା

1. ମାନସମନୁନ କିପରି ହେବ

ପ୍ରଥମେ ଆପଣ ପୂର୍ବରୁ ମାନସମନୁନ ପ୍ରକ୍ରିୟାରେ ଅଂଶଗ୍ରହଣର ଅଭିଜ୍ଞତାକୁ ଗଭୀର ଭାବେ ଚିନ୍ତା କରନ୍ତୁ । ମନେ ରଖନ୍ତୁ ଏହି ଏକକରେ ମାନସମଚୁନ ଶବ୍ଦଟି ଉଭୟ ବିଶେଷ୍ୟ (ମାନସମନୁନ ଅଧୁବେଶନ) ଓ କ୍ରିୟା ଭାବରେ (ମାନସମଚୁନ ପ୍ରକ୍ରିୟାରେ ଅଂଶଗ୍ରହଣ) ବ୍ୟବହୃତ ହୋଇଛି ।

ଟିକିଏ ଚିନ୍ତା କରନ୍ତୁ

* ଆପଣ ନିଜେ ମାନସମଚୁନ ପ୍ରକ୍ରିୟା କରିବାକୁ ଚେଷ୍ଟା କରିଛନ୍ତି କି ?

• ଆପଣ ଭାବୁଛନ୍ତି କି ଆପଣଙ୍କ ଶିକ୍ଷାର୍ଥୀମାନେ ଏହା ସହିତ ଅଭ୍ୟସ୍ତ ହୋଇପାରିବେ ?

ହୁଏତ ଆପଣଙ୍କ ସହକର୍ମୀମାନଙ୍କ ସହ ଆପଣଙ୍କର ଏ ବିଷୟରେ କଥାବାର୍ତ୍ତା ହୋଇଥୁବ । ପ୍ରକୃତ ମାନସମଚୁନ ପ୍ରକ୍ରିୟାରେ ଚିନ୍ତା ଉନ୍ମୁକ୍ତ ଓ ପ୍ରସାରିତ ହୋଇଥାଏ । କିଛି କିଛି ପ୍ରାରମ୍ଭିକ ଧାରଣା ସମୟକ୍ରମେ ଗ୍ରହଣୀୟ ହୋଇ ନପାରେ, କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଏହା ଗୁରୁତ୍ଵପୂର୍ଣ୍ଣ ଯେ ଏହି ପ୍ରକ୍ରିୟାରେ ସମସ୍ତଙ୍କର ଚିନ୍ତା କରିବା ପାଇଁ କିଛି ଅବଦାନର ସୁଯୋଗ ରହିଛି । ଯଦି ସେମାନେ ପୂର୍ବରୁ କେବେ ଏହା କରି ନାହାନ୍ତି ସେ କ୍ଷେତ୍ରରେ ଏହି ଉପାୟରେ ଚିନ୍ତା କରିବାକୁ ଓ କାର୍ଯ୍ୟ କରିବାକୁ ଅଭ୍ୟସ୍ତ ହେବା ପୂର୍ବରୁ ସେମାନେ କିଛି ପଚେଷ୍ଟା କରିବା ଆବଶ୍ୟକ ।

ମାନସ ମନୁନ ଏକ ଅନୈପଚାରିକ ପ୍ରକ୍ରିୟା ଏବଂ ଏହାର କେତୋଟି ସରଳ ନିୟମ ଅଛି । ଏହା ପାଇଁ ଏମିତି କିଛି ଅତ୍ୟଧୁକ ଯୋଜନା ବା ପ୍ରାକ୍ ପ୍ରସ୍ତୁତିର ଆବଶ୍ୟକତା ନାହିଁ । ଏହା ଯେ କୌଣସି ସମୟରେ ଯଥା ଗୋଟିଏ ପାଠରେ ବା ପରବର୍ତ୍ତୀ ପର୍ଯ୍ୟାୟ ପାଠଗୁଡ଼ିକରେ କରାଯାଇପାରିବ ଏବଂ ଏହା ପାଇଁ କୌଣସି ନିଦ୍ଧିଷ୍ଟ ସମୟସୀମା ନାହିଁ । ଦଳଗତ କାର୍ଯ୍ୟରେ ମାନସମଚୁନ ସବୁଠାରୁ ଅଧିକ ଫଳପ୍ରଦ ହୋଇଥାଏ ।

ଏହି ପ୍ରକ୍ରିୟା ଏକ ’ ସୂଚକ' ସହିତ ଆରମ୍ଭ ହୁଏ । ସୂଚକଟି ଗୋଟିଏ ପ୍ରଶ୍ନ, ଗୋଟିଏ ଶବ୍ଦ, ଗୋଟିଏ ଉକ୍ତି, ଫଟୋଗ୍ରାଫ ବା ଚିତ୍ର ହୋଇପାରେ । ଶିକ୍ଷାର୍ଥୀମାନଙ୍କୁ ଏହି ସୂଚକ ବିଷୟରେ ଯେ କୌଣସି ଚିନ୍ତା କରିବାକୁ ଉତ୍ସାହିତ କରାଯାଏ ଯାହା ସେହି ସୂଚକ ସହ ସଂପର୍କିତ ହୋଇଥାଏ । ସେମାନଙ୍କର ସମସ୍ତ ଭାବନାକୁ ନିର୍ବିଚାରରେ ଲିପିବଦ୍ଧ କରାଯାଏ । ଚିନ୍ତା କରିବା କାର୍ଯ୍ୟ ଶେଷ ହେଲାପରେ ସେମାନଙ୍କର ଧାରଣାଗୁଡ଼ିକ ଆଲୋଚନା ଓ ମୂଲ୍ୟାୟନ କରାଯାଏ ଏବଂ ଏହାପରେ ଏଗୁଡ଼ିକ ଗ୍ରହଣ କରାଯାଏ ବା ବାଦ ଦିଆଯାଏ ।

ମାନସମନୁନର ନିୟମ

  1. 1. ସମାଲୋଚନା ଗ୍ରହଣୀୟ ନୁହେଁ: ଭାବନା ଗୁଡ଼ିକର ପ୍ରତିକୂଳ ବକ୍ତବ୍ୟ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ ।
  2. 2. ଅଣପାରମ୍ପରିକ ହେବା ସ୍ବାଗତଯୋଗ୍ୟ: ଯେତେ ଅନିୟନ୍ତିତ ଧାରଣା ହେବ ସେତେ ଭଲ । ଅସଙ୍ଗୀତ ଧାରଣାଗୁଡ଼ିକ ପରେ ବାଦ ଦିଆଯାଇପାରିବ ।
  3. 3. ଅଧିକ ସଂଖ୍ୟା ଭଲ ଅଟେ: ଯେତେ ଅଧିକ ସଂଖ୍ୟାରେ ଧାରଣା ହେବ, ଏହି ପ୍ରକ୍ରିୟା ସେତେ ଭଲ କାମ କରିବ ।
  4. 4. ସଂଯୋଗ ଏବଂ ଉନ୍ନତି କାମ୍ୟ: ଶିକ୍ଷାର୍ଥୀମାନେ ନିଜ ନିଜ ଧାରଣା ସହିତ ଅନ୍ୟମାନଙ୍କ ଧାରଣାକୁ କିପରି ଆହୁରି ଭଲ କରି ହେବ ଅଥବା ଦୁଇ ବା ତତୋଧୁକ ଧାରଣା ମିଶାଇ କିପରି ନୂଆ ଧାରଣା କରାଯାଇପାରିବ ସେ ବିଷୟରେ ମତାମତ ଦେଦେବ ।

ଶିକ୍ଷଣକାର୍ଯ୍ୟ 1- ବଳ ଓ ଗତିନିୟମ କୁ ନେଇ ସହକର୍ମୀଙ୍କ ସହ ମାନସମନ୍ଥନ କାର୍ଯ୍ୟ ।

ଏହି କାର୍ଯ୍ୟଟି ଆପଣ ନିଜେ କିମ୍ବା ଆପଣଙ୍କ ସହକର୍ମୀଙ୍କ ସହିତ କରିବାକୁ ହେବ । ଆପଣ ଖୋଣ୍ଡା କାଗଜ ଓ କଲମ ସହିତ ଆପଣଙ୍କ କବନା ଶକ୍ତି କେବଳ ଦରକାର କରିବେ ।

ଏହି କାର୍ଯ୍ୟର ଉଦ୍ଦେଶ୍ୟ ହେଲା ଆପଣ ମାନସମଚୁନ କିପରି ହୁଏ। ଶିଖିବେ । ଯେତେବେଳେ ଆପଣ ମାନସମନ୍ୱିନ କରିବେ, ଶିକ୍ଷାର୍ଥୀମାନେ କିପରି ନିଜ ଦୈନନ୍ଦିନ ଜୀବନରେ ବଳ ଓ ଗତିର ନିୟମ ବ୍ୟବହାର କରିବେ ଏବଂ ଏହି ଧାରଣାଗୁଡ଼ିକ ନିଜ ପାଠରେ ଲଗାଇବେ, ସେ ବିଷୟରେ ଆପଣ ସୃଜନାମ୍ବକ ଭାବେ ଚିନ୍ତା କରିପାରିବେ । ଖଣ୍ଡେ କାଗଜର ମଝିରେ ଦୈନନ୍ଦିନ ଜୀବନରେ ବଳ ଓ ଗତି ଲେଖନ୍ତୁ । ନିଜ ଶିକ୍ଷାର୍ଥୀଙ୍କର ଦୈନନ୍ଦିନ ଜୀବନ କଥା ଚିନ୍ତା କରନ୍ତୁ ଓ କେଉଁଠାରେ ସେମାନେ ଏହି ବିଷୟରେ ଶିଖିପାରିବେ ଯାହା ସେମାନଙ୍କ ପାଇଁ ଦରକାରୀ, ଏ ବିଷୟରେ ଯେତେ ପାରୁଛନ୍ତି ଉଦାହରଣ ଲେଖୁ ପକାନ୍ତୁ । ଉଦାହରଣଗୁଡ଼ିକ ହେଲା ଦ୍ଵାର ଖୋଲିବା, ଚକ ଲଗା ଛୋଟ ଗାଡ଼ି ଠେଲିବା ବା ସାଇକେଲରେ ତେଲ ଦେବା । ଏହି ସବୁଗୁଡ଼ିକ ବୈଜ୍ଞାନିକ ନିୟମ ଯଥା-ଭାରଦଣ୍ଡ ଓ ଘର୍ଷଣ ପ୍ରଦର୍ଶନ କରୁଛି । ସେମାନେ ଖେଳୁଥିବା ଖେଳଗୁଡ଼ିକ, ଘରେ କରୁଥିବା କାର୍ଯ୍ୟ ଓ ଯାତୟାତର ମାଧ୍ୟମଗୁଡ଼ିକ ବିଷୟରେ ଚିନ୍ତା କରନ୍ତୁ । ଯେଉଁ କାର୍ଯ୍ୟଗୁଡ଼ିକ ସେମାନେ କରୁନାହାନ୍ତି। କିନ୍ତୁ ଟେଲିଭିଜନ ବା ସିନେମାରେ ଦେଖିଥିବେ ଯେପରିକି ପାରାଚୁଟରୁ ଡ଼ିଆଁ ମାରିବା, ଅଛି। ପ୍ରତିରୋଧରେ ଗତି କରୁଥିବା ରେଳଗାଡ଼ି ବା ଅନ୍ତରୀକ୍ଷ ଯାନ, ଏ ବିଷୟଗୁଡ଼ିକୁ ମଧ୍ୟ ଆପଣ ଅନ୍ତର୍ଭୁକ୍ତ କରିପାରିବେ ।

ଆଶା କରାଯାଏ ଆପଣଙ୍କ କାଗଜ ଖଣ୍ଡ ଧାରଣାଗୁଡ଼ିକରେ ଶୀଘ୍ର ଭର୍ଜି ହୋଇଯିବ । ଏହି ପ୍ରକ୍ରିୟାଟି ସାହାଯ୍ୟକାରୀ ହେବ । କାରଣ ବଳ ଓ ଗତି ନିୟମ ପଢ଼ାଇବା ପାଇଁ ଆପଣଙ୍କୁ ଅଧିକ ସୃଜନଶୀଳ ଭାବେ ଚିନ୍ତା କରିବାକୁ ଏହା ଉତ୍ସାହିତ କରିବ । କେତେକ ବୈଜ୍ଞାନିକ ନିୟମକୁ ବ୍ୟାଖ୍ୟା କରିବା ବେଳେ ଆପଣ ଏହି ଉଦାହରଣଗୁଡ଼ିକ ବ୍ୟବହାର କରିବାକୁ ସମର୍ଥ ହେବେ । ତେବେ, ଧାରଣା ଏକତ୍ରିତ କରିବା ଅପେକ୍ଷା ବେଶି ମାନସମଚୁନ କରିବାକୁ ହୋଇଥାଏ । ଧାରଣାଗୁଡ଼ିକୁ ଶିକ୍ଷଣରେ ସହାୟତା କରିବାକୁ ଆପଣ ଆବଶ୍ୟକ କରିବେ । ଆପଣଙ୍କ ଶିକ୍ଷାର୍ଥୀଙ୍କର ଦୈନଦିନ ଜୀବନ କାର୍ଯ୍ୟକ୍ରମରେ ସଂପୃକ୍ତ ସବୁ ଧାରଣାକୁ ରେଖାଙ୍କିତ କରନ୍ତୁ । ଏହା ଗୋଟିଏ ଗୃହକର୍ମ ଅଭ୍ଯାସର ଭିତିଭୂମି ହୋଇପାରେ । ଉଦାହରଣସ୍ୱରୂପ ଆପଣ ଶିକ୍ଷାର୍ଥୀମାନଙ୍କୁ ସେମାନେ ପସନ୍ଦ କରୁଥିବା କାର୍ଯ୍ୟ ପଛରେ ଥିବା ବିଜ୍ଞାନକୁ ବୁଝାଇବାକୁ କୁହନ୍ତୁ । ସେମାନେ ‘ବଳ ରେଖାଚିତ୍ର' ଓ 'ବଳ ତୀର ଚିହ୍ନ' ଅଙ୍କନ କରିବା ଉଚିତ । ଗୋଟିଏ ଖେଳ ସହିତ ସଂପୃକ୍ତ ଧାରଣାଗୁଡ଼ିକର ଚାରିପଟେ ଏକ ବୃତ୍ତ ଅଙ୍କନ କରନ୍ତୁ । ଏଥୁମଧ୍ୟରୁ କୌଣସିଟି ଆପଣ ଶ୍ରେଣୀ ଗୃହରେ ବା ଶ୍ରେଣୀ ଗୃହ ବାହାରେ ପ୍ରଦର୍ଶିତ କରି ପାରିବେ କି ? ସିଲାବସ୍ ଦେଖନ୍ତୁ ଏବଂ ଦୁଇ ତିନୋଟି ସହଜ ପ୍ରଦର୍ଶନ ଉପରେ କାମ କରନ୍ତୁ ଯେଉଁଥିରେ ଆପଣଙ୍କ ଶିକ୍ଷାର୍ଥୀମାନେ ଅଂଶଗ୍ରହଣ କରିପାରିବେ ।

ଟିକିଏ ଚିନ୍ତା କରନ୍ତୁ ।

  • ଆପଣଙ୍କ ମାନସମଚୁନ କାର୍ଯ୍ୟ କିପରି ଚାଲିଲା ? ଏହା ଆପଣଙ୍କ ପାଇଁ କଷ୍ଟକର ବା ସହଜ ଅନୁଭୂତି ଥୁଲା କି ?
  • ବଳ ଓ ଗତି ନିୟମ।’ ବିଷୟଟିରେ ମାନସମଚୁନ ପ୍ରକ୍ରିୟାରେ ଆପଣ କେତେ ସୃଜନଶୀଳ ହୋଇ O ପାରିଥୁଲେ ?
  • ବଳ ଓ ଗତି ନିୟମ" ପାଠଯୋଜନା ପ୍ରସ୍ତୁତିରେ ସହାୟକ ହେବା ପାଇଁ ଏହି ମାନସମଚୁନ ଅଧୁବେଶନର ଫଳାଫଳକୁ ଆପଣ କିପରି ବ୍ୟବହାର କରିପାରିବେ ?

2 ଉତ୍ତମ ମାନସମନୁନ ସୂଚକ କିପରି କରାଯିବ ?

ଆପଣ ମାନସମଚୁନ ଅଧୁବେଶନର ଉଦ୍ଦେଶ୍ୟ ବିଷୟରେ ଦୁଇଟି ଦୃଷ୍ଟିକୋଣରୁ ଚିନ୍ତା କରିବା ଉଚିତ ।

  • ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ଏହା କେଉଁ ବିଜ୍ଞାନ ଶିକ୍ଷଣରେ ସାହାଯ୍ୟ କରିବ ?
  • ଏହି ପ୍ରକିୟାରେ ସେମାନେ କେଉଁ ଦକ୍ଷତାଗୁଡ଼ିକ ଶିଖିବେ ?

ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ଶିଖିବେ ବୋଲି ଆପଣ ଚାହୁଛନ୍ତି ତା ଉପରେ ଆପଣ କେଉଁ ସୂଚକ ନିର୍ବାଚନ କରିବେ ନିର୍ଭର କରୁଛି ଏବଂ ସେମାନେ କି ପ୍ରକାର ଦକ୍ଷତା ହାସଲ କରିବେ ବୋଲି ଆପଣ ଭାବୁଛନ୍ତି ତା ଉପରେ ଆପଣ କିପରି ଏହି ଅଧୁବେଶନଟି ସଂଗଠିତ କରିବେ ନିର୍ଭର କରୁଛି ।

ପ୍ରସଙ୍ଗର ଆରମ୍ଭରେ ‘ବଳ’ ପରି ଏକ ସହଜ ଶବ୍ଦକୁ ସୂଚକ ହିସାବରେ ନେଇ ଆପଣଙ୍କ ଶିକ୍ଷାର୍ଥୀମାନେ କ'ଣ ଜାଣିଛନ୍ତି ତାହା ଆପଣ ଜାଣିପାରିବେ । ଅଧିକ ନିର୍ଦ୍ଦିଷ୍ଟ ସୁଚକ, ଯେପରିକି- ‘ବଳ ଆମକୁ ଦୈନନ୍ଦିନ ଜୀବନରେ କିପରି ସାହାଯ୍ୟ କରେ ?‘ ଅଥବା ‘ଘର୍ଷଣ ବିନା ପୃଥିବୀର ଅବସ୍ଥା କିପରି ହୋଇଥାନ୍ତା ?' ସମ୍ଭବତଃ ଶିକ୍ଷାର୍ଥୀଙ୍କ ଭ୍ରାନ୍ତାଧାରଣା ଜାଣିବା ପାଇଁ ସବୁଠାରୁ ଭଲ ଉପାୟ ।

ଯେଉଁ ସୂଚକ ବିଭିନ୍ନ ପ୍ରକାର ଚିନ୍ତା। ଭଦ୍ରୋକ କରିପାରେ ତାହା ହିଁ ଗୁରୁତ୍ଵପୂର୍ଣ୍ଣ ଅଟେ । ସୁତରାଂ ଏହା ଏକ ମୁକ୍ତ ପ୍ରଶ୍ନ ବା ସମସ୍ୟା ହୋଇପାରେ ଯାହାର କୌଣସି ନିର୍ଦ୍ଦିଷ୍ଟ ଠିକ୍। ଉତ୍ତର ନଥାଏ ।

ଶିକ୍ଷଣ କାର୍ଯ୍ୟ-2 = ମାନସମନ୍ୱନ ପାଇଁ ଉପଯୁକ୍ତ ସୂଚକ (prompt) ଟି ?

ଆପଣଙ୍କ ପାଇଁ ଏହା ଏକ ଯୋଜନାବଦ୍ଧ କାର୍ଯ୍ୟ ଯାହାକୁ ଆପଣ ନିଜେ ବା ଅନ୍ୟ ଶିକ୍ଷକମାନଙ୍କ ସହ କରିବେ । ଏହି କାର୍ଯ୍ୟର ଉଦ୍ଦେଶ୍ୟ ହେଲା ଉପଯୁକ୍ତ ସୂଚକ (Prompt) ବିଷୟରେ ଚିନ୍ତା କରିବାକୁ ଆପଣଙ୍କୁ ସାହାଯ୍ୟ କରିବା ।

ମନେରଖନ୍ତୁ ଯେ ଗୋଟିଏ ପ୍ରଶ୍ନ, ଏକ ଶବ୍ଦ, ଏକ ଭକ୍ତି, ଏକ ଫଟୋ ବା ଚିତ୍ର ଏକ ସୂଚକ ହୋଇପାରେ । ମାନସମଚୁନ ଅଧୁବେଶନରେ ଆପଣ ଯେଉଁ ସୂଚକ ବ୍ୟବହାର କରିବେ ତା ଉପରେ ଶିକ୍ଷାର୍ଥୀମାନେ କ’ଣ ଶିଖିବାକୁ ଆପଣ ଚାହୁଛନ୍ତି ନିର୍ଭର କଜୋର ।

କେତେଗୁଡ଼ିଏ ସମ୍ଭାବ୍ୟ ଶିକ୍ଷଣ ଫଳାଫଳ :

  • ଆପଣଙ୍କ ଶିକ୍ଷାର୍ଥୀମାନେ ବଳ ଓ ଗତି ବିଷୟରେ କ'ଣ ଜାଣିଛନ୍ତି ଜାଣିବା ।
  • ଗୋଟିଏ ବିଷୟର ନିର୍ଦ୍ଦିଷ୍ଟ ସମସ୍ୟା ବିଷୟରେ ଗଭୀର ଚିନ୍ତା କରିବା ।
  • ବିଭିନ୍ନ ପ୍ରସଙ୍ଗ ଓ ବିଷୟ ଗୁଡ଼ିକୁ ସମ୍ପର୍କିତ କରିବା ।
  • ଦୈନନ୍ଦିନ ଜୀବନ ସହ ବିଜ୍ଞାନକୁ ସମ୍ପର୍କିତ କରିବା ।

ପ୍ରତି ଶିକ୍ଷଣ ଫଳାଫଳ ପାଇଁ ଉପଯୁକ୍ତ ସୂଚକ। ଚିନ୍ତା କରନ୍ତୁ ଯାହା ଶିକ୍ଷାର୍ଥୀମାନଙ୍କୁ ବଳ ଓ ଗତିର ନିୟମ ବିଷୟରେ ମୋଟାମୋଟି ଚିନ୍ତା କରିବାକୁ ସାହାଯ୍ୟ କରିବ ।

ଯେତେବେଳେ ଆପଣଙ୍କ କାର୍ଯ୍ୟ ସରିବା, ଆପଣଙ୍କ ଧାରଣାକୁ ସମ୍ବଳ-2ର ସାରଣୀ ସହ ତୁଳନା କରନ୍ତୁ ।

ଶେଷରେ, ଏହାପରେ ଆପଣ କେଉଁ ପ୍ରସଙ୍ଗ ପଢ଼ାଇବେ । ସେ କଥା ଚିନ୍ତା କରନ୍ତୁ । ଦୁଇଟି ମାନସମଚୁନ ସୂଚକ ଯୋଜନା କରନ୍ତୁ ଯାହାକୁ ଆପଣ ସେହି ପ୍ରସଙ୍ଗ ପାଇଁ ବ୍ୟବହାର କରିବେ ।

3 ମାନସମନୁନର ପ୍ରତିକ୍ରିୟା ଜନିତ ତଥ୍ୟ

ମାନସମଚୁନ ପ୍ରତିକ୍ରିୟାର ତଥ୍ୟ ଲିପିବଦ୍ଧ କରିବା ପାଇଁ ବିଭିନ୍ନ ବାଟ ଅଛି । ଆପଣ ଶିକ୍ଷାର୍ଥୀଙ୍କୁ କେଉଁ ଉପାୟରେ ତଥ୍ୟଗୁଡ଼ିକୁ ଲିପିବଦ୍ଧ କରିବାକୁ କହିବେ ତା ଉପରେ ଆପଣ ଏହି କାର୍ଯ୍ୟରୁ କ'ଣ ପାଇବାକୁ ଚାହୁଛନ୍ତି ନିର୍ଭର କରେ ।

ପରିସ୍ଥିତି ଅନୁଧାନ-1: ଶ୍ରୀମତୀ ମିଶ୍ର ‘ବଳ ଓ ଗତି ନିୟମ।’ ଉପରେ ଏକ ମାନସମନୁନ ଅଧୁବେଶନ ପରିଚାଳନା କରୁଛନ୍ତି

ବଳ ଓ ଗତି ଶିକ୍ଷାଦାନ ଆରମ୍ଭ କରିବା ପୂର୍ବରୁ ମୁଁ ପ୍ରାରମ୍ଭିକ ବିଜ୍ଞାନ ପାଠ୍ୟକ୍ରମ (Elementary Science curriculum) ଦେଖିଲି । ମୁଁ ଜାଣିଲି ଯେ ମୋ ଶିକ୍ଷାର୍ଥୀମାନେ ବଳ ଓ ଘର୍ଷଣ ବିଷୟରେ ପଢ଼ିଛନ୍ତି, କିନ୍ତୁ ଗତି ବିଷୟରେ ଅଛି ପଢିଛନ୍ତି । ମୁଁ ମଧ୍ୟ ଉପଲଛି କଲି ଯେ ବଳ ଓ ଘର୍ଷଣ ବିଷୟରେ ସେମାନେ କ’ଣ ମନେ ରଖୁଛନ୍ତି ତାହା ଜାଣିବା ମୋ ପାଇଁ ସାହାଯ୍ୟକାରୀ ହେବ ।

ଏଇଟି ଏକ ଅଧିକ ସଂଖ୍ୟକ ଶିକ୍ଷାର୍ଥୀ ଥିବା ଶ୍ରେଣୀ (ପ୍ରାୟ ୫୦ ଜଣ ଶିକ୍ଷାର୍ଥୀ), ତେଣୁ ମୁଁ ୮ ଜଣ ଲେଖାଏଁ ନେଇ ଦଳ ଗଠନ କଲି । ମୋ ପାଖରେ ବଡ଼ କାଗଜ ନଥିବାରୁ ଦୁଇଟି A4 କାଗଜକୁ ଯୋଡ଼ି, A3 କାଗଜ କଲି । ପ୍ରତି ଦଳ ପାଖରେ ଗୋଟିଏ କାଗଜ ଥୁଲା । ମୁଁ ସେମାନଙ୍କୁ କାଗଜର ଗୋଟିଏ ପାର୍ଶ୍ଵରେ ‘ବଳ' ଓ ଅନ୍ୟ ପାର୍ଶ୍ବ ରେ” ଘର୍ଷଣ’ ଲେଖୁବାକୁ କହିଲି । ମୁଁ ସେମାନଙ୍କୁ ସେମାନଙ୍କ ତଳ ଶ୍ରେଣୀରେ ପଢ଼ିଥିବା ପାଠ ମନେପକାଇବାକୁ କହିଲି ଏବଂ ଏହି ବିଷୟରେ ଯାହା ମନେ ପଡ଼ୁଛି, ସବୁ ଲେଖୁବାକୁ ଦଶମିନିଟ୍ ସମୟ ଦେଲି । ଦଶମିନିଟ ପରେ ମୁଁ କାଗଜ ଗୁଡ଼ିକ ସଂଗ୍ରହ କରି ନେଲି ।

ମାନସମଚୁନ - ବଳ ଓ ଗତି ନିୟମ ତାପରେ ମୁଁ କଳାପଟାରେ ଲେଖୁଲି, ‘କେତେବେଳେ ଘର୍ଷଣ ସାହାଯ୍ୟ କରେ ଓ କେତେବେଳେ ଘର୍ଷଣ ସମସ୍ୟା ସୃଷ୍ଟି କରେ ? ପ୍ରତି ଦଳକୁ କାନୁରେ ଲଗାଇବା ପାଇଁ କିଛି କାଗଜ ଦେଲି ଏବଂ ଗୋଟିଏ ପ୍ରଶ୍ନ ପାଇଁ ଯେତେ ଅଧିକ ଉତ୍ତର ଚିନ୍ତା କରି ପାରୁଛନ୍ତି ତାକୁ ଲେଖୁବାକୁ କହିଲି । ଯେତେବେଳେ ସେମାନେ ଦ୍ବିତୀୟ ମାନସମଚୁନ କରୁଥୁଲେ, ମୁଁ ପ୍ରଥମ କାର୍ଯ୍ୟର କାଗଜ ଗୁଡ଼ିକ କାଚୁରେ ଲଗାଇ ଦେଲି । କିନ୍ତୁ ସେମାନେ କ’ଣ କଥା ହେଉଛନ୍ତି । ମୁଁ ଶୁଣିବାକୁ ଚେଷ୍ଟା କରୁଥୁଲି । ସଞ୍ଜୟ ବୋଲି ଜଣେ ଶିକ୍ଷାର୍ଥୀ ପାଖରେ କିଛି ବିସ୍ମୟକର ଧାରଣାଗୁଡ଼ିଏ ଅଲା । ସାଧାରଣତଃ ସେ ବହୁତ ଚୁପଚାପ, କିନ୍ତୁ ଏହି କାର୍ଯ୍ୟକୁ ଉପଭୋଗ କରୁଥିବାର ଜଣାପଡ଼ୁଥୁଲା ।

ସେମାନେ କାର୍ଯ୍ୟ ସାରିଲା ପରେ ସେମାନଙ୍କୁ ଚାରିଆଡ଼େ ବୁଲି କାନୁରେ ଲାଗିଥିବା ପୋଷ୍ଟର ଗୁଡ଼ିକ ଦେଖିବାକୁ କିଛି ସମୟ ଦେଲି ଏବଂ ସେହି ସମୟରେ ଦ୍ବିତୀୟ କାର୍ଯ୍ୟର କାଗଜ ଗୁଡ଼ିକ କଳାପଟାରେ ଲଗାଇଲି । ଶେଷରେ, ଦ୍ବିତୀୟ କାର୍ଯ୍ୟର କାଗଜର କେତେକ ଧାରଣା ପଢ଼ିଦେଲି । ସେମାନେ ଶୀଘ୍ର ଅନୁଭବ କଲେ ଯେ ଘର୍ଷଣ ଜଟିଳ ଅଟେ । କେତେବେଳେ ଆମେ ଏହାକୁ ଦରକାର କରୁ ଏବଂ କେତେବେଳେ ଏହାକୁ କମ କରିବାକୁ ଚେଷ୍ଟା କରୁ । ଘର୍ଷଣକୁ କମ କରିବାର କେତେକ ଉପାୟ ଏହି ଆଲୋଚନାକୁ ଆଗେଇ ଜୋନଲା ।

ଦ୍ବିତୀୟ କାର୍ଯ୍ୟ ଅଧାରେ ପ୍ରଧାନ ଶିକ୍ଷକ ଶ୍ରେଣୀ ଗୃହକୁ ଆସିଲେ କାରଣ ଶ୍ରେଣୀରେ ପାଟିତୁଣ୍ଡ ହେଉଥିବା ବିଷୟରେ କେହି ଜଣେ ଅଭିଯୋଗ କରିଥୁଲେ । ସେ ରାଗି ଦେଖା ଯାଉଥୁଲେ ଓ ମୁଁ ସେଥୁପାଇଁ ବହୁତ ବ୍ୟସ୍ତ ହେଲି । କିନ୍ତୁ ମୁଁ ଯେତେବେଳେ ତାଙ୍କୁ ପୋଷ୍ଟର ଗୁଡ଼ିକ ଦେଖାଇଲି, ସେ ଅନୁଭବ କଲେ ଯେ ଶିକ୍ଷାର୍ଥୀମାନେ କଠିନ ପରିଶ୍ରମ କରୁଛନ୍ତି । ଶିକ୍ଷାର୍ଥୀମାନେ ଘର୍ଷଣ ବିଷୟରେ ବେଶୀ କିଛି ମନେ ରଖୁ ନାହାନ୍ତି ବୋଲି ମାନସମଚୁନରୁ ମୁଁ ଜାଣିବାକୁ ପାଇଛି ବୋଲି ପ୍ରଧାନ ଶିକ୍ଷକଙ୍କୁ ବୁଝାଇଲି ଏବଂ ଆସନ୍ତାକାଲି ପାଇଁ ନିଉଟନଙ୍କ ଗତି ସମ୍ବନ୍ଧୀୟ ପ୍ରଥମ ନିୟମ ବିଷୟରେ ମୁଁ ପୁନଃ ପାଠଯୋଜନା ପ୍ରସ୍ତୁତି କରିବି ବୋଲି କହିଲି ।

ଶ୍ରୀମତୀ ମିଶ୍ରଙ୍କ ଶ୍ରେଣୀର ଶିକ୍ଷାର୍ଥୀମାନେ ମାନସମଚୁନର ଉତ୍ତରଗୁଡ଼ିକ ଲିପିବଦ୍ଧ କରିଛନ୍ତି । ଆପଣ କଳାପଟା ବା ଫି ପଚାର୍ଚ ବ୍ୟବହାର କରିପାରିବେ । ଆପଣଙ୍କୁ ଯାହା ସୁବିଧାରେ ମିଳିବ ଏବଂ ଆପଣ କାହା ଉପରେ କାମ କରିବାକୁ ଚାହୁଛନ୍ତି ତା ଉପରେ ଏହା ନିର୍ଭର କରେ । ମାନସମନୁନର ଫଳାଫଳକୁ ସାଇତି ରଖୁ ପାରିଲେ। ପରବର୍ତୀ ସମୟରେ ଏହା ବହୁତ ସାହାଯ୍ୟ କରିଥାଏ, ବିଶେଷତଃ ଯେତେବେଳେ ଏହାକୁ ଶିକ୍ଷାର୍ଥୀମାନେ ଗୋଟିଏ ବିଷୟରେ କେତେ ଜାଣିଛନ୍ତି ବୋଲି ଆପଣ ଜାଣିବାକୁ ଚାହିଁବେ ସେତେବେଳେ ଏହାକୁ ବ୍ୟବହାର କରିବେ । ଯଦି ଆପଣ କଳାପଟାରେ ଏହାକୁ ଲେଖୁଛନ୍ତି ତେବେ ଭବିଷ୍ୟତରେ ଆପଣଙ୍କ, ମୋବାଇଲ ଫୋନରେ ଏହାର ଫଟୋ ଉଠାଇ ନିଅନ୍ତୁ । ବିବରଣୀ ଲିପିବଦ୍ଧ କରିବା ଦ୍ଵାରା ଆପଣ ଓ ଆପଣଙ୍କ ଶିକ୍ଷାର୍ଥୀମାନେ ସେମାନଙ୍କ ଚିନ୍ତା ଶକ୍ତିର ବିକାଶ କିପରି ହେଉଛି ଜାଣି ପାରିବେ ।

4 ଗୋଟିଏ ମାନସମନୁନକୁ ଶେଷ କରିବା

ଥରେ ଧାରଣାଗୁଡ଼ିକ ଉତ୍ପନ୍ନ ହୋଇଗଲା ପରେ ସେଗୁଡ଼ିକୁ କିପରି ବ୍ୟବହାର କରାଯିବ । ଆପଣ ସେ ବିଷୟ ଚିନ୍ତା କରିବା ଆବଶ୍ୟକ । ସରଳ ଭାବେ ଧାରଣା, ଉତ୍ପନ୍ନ କରିବା ଯଥେଷ୍ଟ ହୋଇପାରେ ଏବଂ ଆପଣ ମାନସମଚୁନର ଫଳାଫଳକୁ କାନୁରେ ଲଗେଇ ଦେଲେ ଆପଣଙ୍କ ଶିକ୍ଷାର୍ଥୀମାନେ ଏହାକୁ ଆବଶ୍ୟକ ସୁଲେ ବ୍ୟବହାର କରିବେ । ଯାହାହେଉ ଶିକ୍ଷଣକାର୍ଯ୍ୟ-1 ରେ ଆପଣ ଦେଖିଛନ୍ତି, ଧାରଣାଗୁଡ଼ିକର ବ୍ୟବହାର ସୃଜନଶୀଳତାକୁ ଆଗେଇ ନେଇପାରେ । ସେହି ଶିକ୍ଷଣକାର୍ଯ୍ୟ ସମୟରେ ଆପଣଙ୍କୁ ମାନସମଚୁନକୁ ଗୃହ କାର୍ଯ୍ୟ ପାଇଁ ପରିକଳ୍ପନା କରିବାକୁ କୁହାଯାଇଥୁଲା ଏବଂ ଆପଣଙ୍କ ଶିକ୍ଷାଦାନର ଉନ୍ନତି ପାଇଁ ଏକ ପ୍ରଦର୍ଶନ କରିବାକୁ କୁହାଯାଇଥୁଲା ।

ମାନସମଚୁନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବା ପାଇଁ ଅନେକ ଗୁଡ଼ିଏ ପଦ୍ଧତି ଆପଣ ବ୍ୟବହାର କରିପାରିବେ । ନିମ୍ନରେ ଦିଆଯାଇଥିବା କାର୍ଯ୍ୟଗୁଡ଼ିକ କରିବାକୁ ଶିକ୍ଷାର୍ଥୀଙ୍କୁ କହିପାରନ୍ତି ।

  • ତିନିଗୋଟି (ବା ପାଞ୍ଚଟି ବା ଦଶଟି) ସବୁଠାରୁ ଉପଯୁକ୍ତ (ବା ଗୁରୁତ୍ଵପୂର୍ଣ୍ଣ ବା ଉଲ୍ଲେଖଯୋଗ୍ୟ) ଧାରଣା ବାଛ ।
  • ସେଗୁଡିକର ଶୈଳୀ ଓ ସେମାନଙ୍କ ମଧ୍ୟରେ ସମ୍ବନ୍ଧ ଦେଖ ।
  • ସଠିକତା ଆଲୋଚନା କର । (ଯଦି କିଛି ଧାରଣା ବୈଜ୍ଞାନିକ ଦୃଷ୍ଟିକୋଣରୁ ଭୁଲ ଥାଏ ତେବେ ତୁମେ ତାକୁ ସଂଶୋଧନ କରିବା ଆବଶ୍ୟକ) ।
  • ତାଲିକାଟିଏ ଲେଖା । (ସବୁଠାରୁ ସହଜ କିନ୍ତୁ ସମ୍ଭବତଃ ସବୁଠାରୁ କମ୍ କାଟିନିକ ଉପାୟ ) ।
  • ମାନସ ଚିତ୍ର ବା ପ୍ରତ୍ୟୟ ଚିତ୍ର ତିଆରି କର । (ଉପଯୁକ୍ତ ଏକକକୁ ଦେଖ ।) ।
  • ପୋଷ୍ଟର ଅଙ୍କନ କର ।
  • ଗୋଟିଏ ଭଏସ୍ କ୍ଲିପ୍ ରେକର୍ଡ଼ କର । (ଆପଣ ଏଥୁପାଇଁ ଫୋନ୍ ବ୍ୟବହାର କରିପାରନ୍ତି) ।
  • ଶେଷ ସହମତି ଚୟନକୁ ଦର୍ଶାଉଥିବା କାର୍ତ୍ତନଟିଏ ତିଆରି କର ।

ଯଦି ଆପଣ ଚାହୁଛନ୍ତି ଯେ ଆପଣଙ୍କ ଶିକ୍ଷାର୍ଥୀମାନେ ମାନସ ଚିତ୍ର ଅଙ୍କନ କରନ୍ତୁ ଉଦାହରଣ ସ୍ୱରୂପ ଗୋଟିଏ ପ୍ରସଙ୍ଗର ସାରାଂଶ ନିର୍ଣ୍ଣୟ କରିବା ପାଇଁ, ମାନସମଚୁନ ଗୋଟିଏ ଭଲ ଆରମ୍ଭ ହୋଇପାରିବ । କଳାପଟାରେ ଧାରଣାଗୁଡ଼ିକ ସଂଗ୍ରହ କରି ଲେଖନ୍ତୁ, ତାପରେ ଶିକ୍ଷାର୍ଥୀମାନଙ୍କୁ ଯୋଡ଼ିରେ କାମ କରି ସେହି ଧାରଣାଗୁଡ଼ିକ ସଂଗଠିତ କରି ଏକ ମାନସ ଚିତ୍ର କରିବାକୁ କୁହନ୍ତୁ ।

5 ଆପଣଙ୍କ ଶ୍ରେଣୀ ଗୃହରେ ମାନସମନୁନ ଶିକ୍ଷଣ କାର୍ଯ୍ୟ ପରିଚାଳନା କରିବା

ଆପଣଙ୍କ ଶ୍ରେଣୀରେ ମାନସମଚୁନ କରିବା ପ୍ରକୃତରେ କେତେଦୂର ସମ୍ଭବ ତାହା ବିଚାର କରିବା ହେଉଛି ପରବର୍ତୀ ପଦକ୍ଷେପ । ଏଥୁପାଇଁ ତିନିଗୋଟି ମୁଖ୍ୟ ପ୍ରସଙ୍ଗ ହେଲା ।

  • ଏହି ଶିକ୍ଷଣ କାର୍ଯ୍ୟକ୍ରମଟି ଶିକ୍ଷଣରେ ସହାୟତା କରିବ ବୋଲି ନିଶ୍ଚିତ ହେବା ପାଇଁ ଆପଣ କ'ଣ କରିବେ?
  • ମାନସମଚୁନରୁ ବାହାରିଥିବା ଧାରଣାଗୁଡ଼ିକ ଆପଣ କିପରି ବ୍ୟବହାର କରିବେ ?
  • ଆପଣ ଶ୍ରେଣୀ ଗୃହକୁ କିପରି ସଙ୍ଗଠିତ କରିବେ ? ସମଗ୍ର ଶ୍ରେଣୀକୁ ନେବେ ବା ଶିକ୍ଷାର୍ଥୀମାନଙ୍କୁ ଦଳରେ ବିଭକ୍ତ କରିବେ ? ଦଳଗୁଡ଼ିକୁ କିପରି ସଙ୍ଗଠିତ କରିବେ ?

ସାଧାରଣତଃ ମାନସମଚୁନ ପାଇଁ ଦଳଗୁଡ଼ିକ ଲିଙ୍ଗଗତ ଓ ଶିକ୍ଷଣ ଉପଲବ୍ଧି ଭିଭିରେ ଭିନ୍ନ ହୋଇପାରନ୍ତି । କିନ୍ତୁ ଆପଣ ମଧ୍ୟ ଶିକ୍ଷଣ ଉପଲଛି ଭିଭିରେ ଶିକ୍ଷାର୍ଥୀମାନଙ୍କୁ ଦଳଭୁକ୍ତ କରିପାରିବେ ଏବଂ ଦଳର କାର୍ଯ୍ୟକୁ ବିଭିନ୍ନ ପ୍ରକାର କରିବା ପାଇଁ ଭିନ୍ନ ଭିନ୍ନ ଜଟିଳତା ସ୍ତରର ସୂଚକ ଦେଇପାରନ୍ତି ।

ଶିକ୍ଷଣ କାର୍ଯ୍ୟ -3 ବଳ ଓ ଗତିନିୟମ ବିଷୟର କଷ୍ଟକର ଧାରଣାକୁ ପରିଚିତ କରାଇବା ପାଇଁ ଏକ ମାନସମନ୍ୱନ ପ୍ରକ୍ରିୟାର ଯୋଜନ

ଆପଣଙ୍କ ଶ୍ରେଣୀରେ ବଳ ଓ ଗତି ନିୟମ ବିଷୟର ଗୋଟିଏ କଷ୍ଟ ଧାରଣାର ମାନସମନୁନ ଅଭ୍ୟାସ ପ୍ରସ୍ତୁତିରେ ଏହି ଶିକ୍ଷଣକାର୍ଯ୍ୟଟି ଆପଣଙ୍କୁ ସାହାଯ୍ୟ କରିବ ।

ଶିକ୍ଷାର୍ଥୀମାନେ ବଳ ଓ ଗତି ନିୟମ ବିଷୟରେ ଯେଉଁ ନିର୍ଦ୍ଦିଷ୍ଟ ଦିଗଟିକୁ କଷ୍ଟକର ଭାବୁଛନ୍ତି ତାହା ଆପଣ ନିର୍ବାରଣ କରନ୍ତୁ । ଉଦାହରଣ ସ୍ୱରୂପ ଏହା ‘ଜଡ଼ତ୍ଵ ଓ ବସ୍ତୁତ୍ଵ' 'ସଂବେଗ ର ସଂରକ୍ଷଣ’ ଅଥବା "ନିଉଟନଙ୍କ ତିନିଗୋଟି ଗତି ନିୟମରୁ ଗୋଟିଏ ହୋଇପାରେ । ମାନସମଚୁନରୁ ଆପଣ ଚାହୁଁଥିବା ଶିକ୍ଷଣ ଫଳାଫଳ ଗୁଡ଼ିକ ଲେଖନ୍ତୁ । ସେଥିରେ ଗୋଟିଏ ଶିକ୍ଷଣ ଫଳାଫଳ ବିଷୟ ସମ୍ବନ୍ଧିତ ଯାହା ଆପଣଙ୍କ ଶିକ୍ଷାର୍ଥୀ ଶିଖନ୍ତୁ ବୋଲି ଆପଣ ଚାହୁଁଛନ୍ତି ଏବଂ ଆଉ ଗୋଟିଏ କୌଶଳ ସମ୍ବନ୍ଧୀୟ ଯାହାକୁ ଆପଣ ବିକାଶ କରିବାକୁ ଚାହୁଁଛନ୍ତି, ରହିବା ଆବଶ୍ୟକ ।

ଉଦାହରଣ ସ୍ୱରୂପ:

  • ଆପଣଙ୍କ ଶିକ୍ଷାର୍ଥୀମାନେ ପ୍ରାରମ୍ଭିକ ବିଦ୍ୟାଳୟରେ ପଡ଼ିଥିବା ‘ବସ୍ତୁତ୍ଵ' ବିଷୟରେ କେତେ ଜାଣିଛନ୍ତି ଓ ବୁଝିଛନ୍ତି ଜାଣିବା ।
  • ଶିକ୍ଷାର୍ଥୀମାନଙ୍କୁ ପରସ୍ପରକୁ ଶୁଣିବା ଓ ସମ୍ମିଳିତ ଭାବରେ ଗୋଟିଏ ଦଳ ମଧ୍ୟରେ କାମ କରିବାର ସୁଯୋଗ ଦେବା ।

ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ଦେବାପାଇଁ ଗୋଟିଏ ସହଯୋଗୀ ସୂଚକ। ଚିନ୍ତା କରନ୍ତୁ । ଶିକ୍ଷଣକାର୍ଯ୍ୟ-2ରେ ବ୍ୟବହାର କରିଥିବା ଧାରଣାଗୁଡ଼ିକରୁ ଗୋଟିଏ ନେଇପାରନ୍ତି । ଆପଣଙ୍କ ସହଯୋଗୀ ସୂଚକ ଶିକ୍ଷାର୍ଥୀଙ୍କୁ ଆଗ୍ରହାର୍ନିତ କରିବା ସହ ପୂର୍ବରୁ ଜାଣିଥିବା ତଥ୍ୟଗୁଡ଼ିକୁ ଚିନ୍ତା କରିବା ଆରମ୍ଭ କରିବେ ବୋଲି ଆପଣ ନିଶ୍ଚିତ ହେବା ଦରକାର । ଶିକ୍ଷାର୍ଥୀଙ୍କ ଉତ୍ତରକୁ କିପରି ଲିପିବଦ୍ଧ କରିବେ ଓ ସଂଗଠିତ କରିବେ ତାହା ବିଚାର କରନ୍ତୁ । ଆପଣ ବଡ଼ କାଗଜ ବ୍ୟବହାର କରିବେ କି ? ସେମାନଙ୍କ ଖାତା ବା କଳାପଟା ବ୍ୟବହାର କରଜୋର କ ?

ଶିକ୍ଷାର୍ଥୀଙ୍କୁ କିପରି ଦଳ ଗଠନ କରିବେ ଯୋଜନା କରନ୍ତୁ । ନିୟମ କ’ଣ ଅଛି, ସେମାନେ କ’ଣ କରିବା ଆବଶ୍ୟକ । ଏ ବିଷୟ ଶିକ୍ଷାର୍ଥୀମାନଙ୍କୁ କିପରି ବୁଝାଇବେ, ସେ ବିଷୟ ଆପଣ ଚିନ୍ତା କରିବା ଆବଶ୍ୟକ । ମାନସମଚୁନର ନିୟମଗୁଡ଼ିକ ଗୋଟିଏ ପୋଷ୍ଟରରେ ଲେଖୁ ଦିଅନ୍ତୁ, ଯାହା ଫଳରେ ଆପଣଙ୍କୁ ସବୁ ଥର ଏହା କହିବାକୁ ପଡ଼ିବ ନାହିଁ ।

ଶେଷରେ ଆପଣ ଚିନ୍ତା କରନ୍ତୁ ଯେ ସେମାନଙ୍କ ଶିକ୍ଷଣକୁ ଆଗକୁ ନେବାକୁ ଆପଣ କ'ଣ କରିବେ । ପ୍ରଥମ ସୁଯୋଗରେ ହିଁ ଆପଣ ଯୋଜନାକୁ କାର୍ଯ୍ୟକାରୀ କରାନ୍ତୁ ।

ଟିକିଏ ଚିନ୍ତା କରନ୍ତୁ

  • ଆପଣଙ୍କର ସମସ୍ତ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥୁଲେ କି ?
  • ଏମିତି ଶିକ୍ଷାର୍ଥୀ ଅଛନ୍ତି କି ଯିଏ ଅଂଶଗ୍ରହଣ କରି ନଥୁଲେ ?
  • ପରବର୍ତୀ ସମୟରେ ସବୁ ଶିକ୍ଷାର୍ଥୀଙ୍କ ଅଂଶଗ୍ରହଣକୁ ଆପଣ କିପରି ନିଶ୍ଚିତ କରାଇବେ ?

ମାନସମଚୁନ ଏପରି ଏକ କାର୍ଯ୍ୟ ଯେଉଁଥିରେ ସବୁ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିପାରିବେ । ଏହା ଶିକ୍ଷାର୍ଥୀଙ୍କୁ ବ୍ୟକ୍ତିଗତ ଭାବରେ ଧାନ ଦେବାର ସୁଯୋଗ ଦେଇଥାଏ, ଶିକ୍ଷାର୍ଥୀଙ୍କ ଆତ୍ମବିଶ୍ବାସ ବଢ଼ାଇଥାଏ ଏବଂ ଏହି କୌଶଳଟିକୁ ନମନୀୟ ଭାବରେ ବ୍ୟବହାର କରିହେବ । "ଆପଣ ସମସ୍ତଙ୍କୁ ସମ୍ପୁକ୍ତ କରାଇ" ମୁଖ୍ୟ ସମ୍ବଳ ଦେଖିବାକୁ ଚାହିଁ ପାରନ୍ତି ।

ମାନସମନୁନର ବିଭିନ୍ନ ପନ୍ଥା

ଜଣେ ଶିକ୍ଷକ କିପରି ମାନସମଚୁନ କୌଶଳ ତାଙ୍କ ଶ୍ରେଣୀରେ ବ୍ୟବହାର କରିଥୁଲେ ତାର ବିବରଣୀ ପଢ଼ନ୍ତୁ ।

ପରିସ୍ଥିତି ଅନୁଧାନ 2: ଶ୍ରୀ ଖୁଣ୍ଟିଆ ତାଙ୍କର ପ୍ରଥମ ମାନସମନୁନ ଅଧୁବେଶନ ବିଷୟ ବର୍ଣ୍ଣନା କରୁଛନ୍ତି

ଶୀ ଖୁଣ୍ଟିଆନବମ ଶ୍ରେଣୀରେ ‘ବଳ’ ବିଷୟରେ ପଣାଇବା ଆରମ୍ବ କରିବାକୁ ଯାଉଥିଲେ ସେ ମାନସମନ୍ଥନ ଅଧିବେଶନରେ ଏହି ଏକକ ବିଷୟରେ ପଢ଼ିଥିବା କେତେକ ଧାରଣାକୁ ଉପଯୋଗ କରିବାକୁ ଠିକ୍ କରିଥିଲେ ।

ମୁଁ ମୋ ଶିକ୍ଷାର୍ଥୀଙ୍କୁ ସେମାନଙ୍କ ଚିରାଚରିତ ଦଳରେ ସଙ୍ଗଠିତ କଲି । ପ୍ରତି ଦଳକୁ ଗୋଟିଏ ଛୋଟ ବଲ ଦେଲି, ଯାହା ଦଳ ମଝିରେ ଥିବା ଡେସ୍ପରେ ରଖାଗଲା । ମୁଁ ମଧ୍ୟ ପ୍ରତି ଦଳକୁ ଗୋଟିଏ ଲେଖାଏଁ ବଡ଼ କାଗଜ ଦେଲି ଏବଂ ପ୍ରତି ଦଳରୁ ଜଣକୁ ସେଚ୍ଛାକୃତ ଭାବେ ଲେଖାଳି ହେବାକୁ କହିଲି । କାଗଜର ମଝିରେ ସେମାନେ ‘ବଳୀ’ ଶବ୍ଦଟି ଲେଖୁଲେ ।

ବଲଟି ଗଡ଼ିବା ଆରମ୍ଭ କରିବା ପାଇଁ ଯେତେ ପାରନ୍ତି ସେତେ ଉପାୟ ଚିନ୍ତା କରିବାକୁ ମୁଁ ତିନିଗୋଟି ଦଳକୁ କହିଲି ଏବଂ ଅନ୍ୟ ତିନୋଟି ଦଳକୁ ଗଡ଼ୁଥିବା ବଲକୁ ଅଟକାଇବା ପାଇଁ ଯେତେ ଅଧିକ ଉପାୟ ବ୍ୟବହାର କରି ହେବ ଚିନ୍ତା କରିବାକୁ କହିଲି । ବହୁତ ଗୁଡ଼ିଏ ଧାରଣାକୁ ମାନସ ମନ୍ଥନ କରି ଏବଂ ବଲ ସାହାଯ୍ୟରେ ପରସ୍ପରକୁ ପ୍ରଦର୍ଶନ କରି ସେମାନଙ୍କ ଭିତରେ ନୂଆ ଧାରଣାକୁ ଚିନ୍ତା କରି ସେମାନେ ଖୁବ ଶୀଘ୍ର ଆଲୋଚନା ଆରମ୍ଭ କରିଦେଲେ । ଶ୍ରେଣୀରେ ଚୁପ୍ଚାପ ରହୁଥିବା ଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରସ୍ତାବ ଦେବା ଏବଂ କେତେକ ବିଚିତ୍ର ଧାରଣାରେ ବହୁ ସମୟରେ ସେମାନେ ହସୁଥିବାର ଦେଖି ମୁଁ ଖୁସି ହେଲି ।

ଦଶମିନିଟ ପରେ ସେମାନଙ୍କ ଆଲୋଚନାରେ ବିରତି ଦେଇ ମୁଁ ପଚାରିଲି ‘ତୁମର ସବୁଠାରୁ ପ୍ରିୟ ଧାରଣାଟି କ’ଣ ତାକୁ ତୁମେ ଶ୍ରେଣୀର ଅନ୍ୟମାନଙ୍କ ଆଗରେ କିପରି ପ୍ରଦର୍ଶନ କରିବ ଓ କିଏ ପ୍ରଦର୍ଶନ କରିବ ? ପଚାରିଲି । ପ୍ରତି ଦଳରୁ ଜଣେ ଲେଖାଏଁ ପ୍ରଦର୍ଶନ କରିବାକୁ ଆସିଲେ । ତେଣୁ ଆମେ ବଲ କିପରି ଗଡ଼ିବା ଆରମ୍ଭ କରିବା ଓ କିପରି ଗଡ଼ିବା ବନ୍ଦ କରାଯାଇପାରିବ, ତାର ଛଅଗୋଟି ସମ୍ପୁର୍ଣ୍ଣ ଅଲଗା ଅଲଗା ଉଦାହରଣ ପାଇଲେ ।

ନିଜ ନିଜ ଦଳକୁ ଫେରିଯାଇ ତୁମର ମାନସମଚୁନ ତାଲିକା ଦେଖ, ନିଜର ପ୍ରଦର୍ଶନ ଗୁଡ଼ିକ ବିଷୟରେ ଚିନ୍ତା କର ଏବଂ ତୁମମାନଙ୍କ ପ୍ରସ୍ତାବଗୁଡ଼ିକରେ କେଉଁଗୁଡ଼ିକ ସାଧାରଣତଃ ଅଛି ନିଷ୍ପତ୍ତି କର, ବୋଲି ମୁଁ ସେମାନଙ୍କୁ କହିଲି । ମୁଁ ପ୍ରତ୍ୟେକ ଦଳଙ୍କୁ ପଚାରିଲି ଯେ ସେମାନେ କେଉଁ କେଉଁ ସିଦ୍ଧାନ୍ତରେ ପହଞ୍ଚୁଛନ୍ତି ଏବଂ ସେମାନଙ୍କର ଉତ୍ତରଗୁଡ଼ିକୁ (ବଲ ଗଡ଼ିବା ଆରମ୍ଭ କରିବା ବା ଗଡ଼ିବା ବନ୍ଦ କରିବା ପାଇଁ ବଳ ଦରକାର) ମୁଁ ପୋଷ୍ଟରରେ ଦେଇଥିବା ବଳ ରେଖାଚିତ୍ର ସହ ଯୋଡ଼ିବାକୁ କହିଲି ।

ବର୍ତମାନ ଏହି ମାନସମଚୁନ ପ୍ରକ୍ରିୟା ଶେଷ ହୋଇଛି, କିନ୍ତୁ ମୁଁ ନିଶ୍ଚିତ ଯେ ସେମାନେ ପ୍ରକୃତରେ ନିଉଟନଙ୍କ ପ୍ରଥମ ଗତି ନିୟମ ବୁଝିଛନ୍ତି । ମୁଁ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ କାଗଜ ଖଣ୍ଡିକ ଓ ବଳଗୁଡ଼ିକୁ ସାମ୍ରାକୁ ଆଣିବାକୁ କହିଲି ଏବଂ ମାନସ ମନ୍ଥନ ତାଲିକାଗୁଡ଼ିକୁ କାଚୁରେ ଲଗାଇବାକୁ କହିଲି, କାରଣ ପରେ ହୁଏତ ଆମକୁ ଏହା ଦେଖି ବା ଦରକାର ହୋଇପାରେ । ସେମାନଙ୍କର ସୃଜନାତ୍ମକ ଉତ୍ତରଗୁଡ଼ିକରେ ମୁଁ ପ୍ରକୃତରେ ଖୁବ ପ୍ରଭାବିତ ହୋଇଥୁଲି ।

ଶ୍ରୀ ଖୁଣ୍ଟିଆ ଏହି ଅଧାୟରୁ ଗୋଟିଏ ଧାରଣା ନେଲେ ଓ ଏହାକୁ ଉପଯୋଗ କରିଥୁଲେ । ବହୁତ ସଫଳ ଶିକ୍ଷକମାନଙ୍କର, ଅନ୍ୟ ଶ୍ରେଣୀରେ ବ୍ୟବହୃତ ହେଉଥିବା ଶିକ୍ଷଣ କୌଶଳକୁ ଦେଖି ସେଗୁଡ଼ିକ ନିଜ ଶ୍ରେଣୀରେ ଅନ୍ୟ ପାଠରେ ନକଲ ବା ଉପଯୋଗ କରିବାର ଦକ୍ଷତା ରହିଥାଏ । ମାନସମଚୁନ ପରବର୍ତୀ ଆଲୋଚନା ଶିକ୍ଷଣରେ ବହୁତ ସାହାଯ୍ୟକାରୀ ହୋଇଥାଏ। କାରଣ ଶିକ୍ଷାର୍ଥୀମାନେ ଶିକ୍ଷକଙ୍କ ଠାରୁ ଉତ୍ତର ପାଇବା ବଦଳରେ, ନିଜ ନିଜ ଭିତରେ କାମ କରି ନିଜର ଉତ୍ତର ସଂରଚନା କରିଥାନ୍ତି ।

ସାରାଂଶ

ଏହି ଏକକ, ଆପଣଙ୍କୁ ଓ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ସୃଜନାମ୍ବକ ଚିନ୍ତନ ଦକ୍ଷତାର ବିକାଶରେ ସହାୟତା ଯୋଗାଇବା ଓ ସେମାନଙ୍କ ଚିନ୍ତାଶକ୍ତି ଓ ପୂର୍ବଜ୍ଞାନକୁ ଜାଣିବା ପାଇଁ ନୂତନ ଉପାୟ ବାହାର କରିବାକୁ ସାହାଯ୍ୟ କରିଛି । ଏହି କୌଶଳକୁ ମାନସମଚୁନ କୁହାଯାଏ ।

ବିଜ୍ଞାନର ଯେକୌଣସି ବିଷୟର ଶିକ୍ଷଣରେ ସହାୟତା ପାଇଁ ମାନସମଚୁନ ବ୍ୟବହାର କରାଯାଇପାରେ । ଏହା ନିର୍ଦ୍ଦିଷ୍ଟ ଭାବେ ପୂର୍ବ ପ୍ରସଙ୍ଗର ପୁନଃ ଆଲୋଚନା ପାଇଁ ବ୍ୟବହାର କରାଯାଇପାରେ । ଏହା ସମସ୍ତ ଶିକ୍ଷାର୍ଥୀଙ୍କୁ ପାଠରେ ସଂପୃକ୍ତ କରିବା ପାଇଁ ଏକ ଭଲ ଉପାୟ ଏବଂ ଶିଖିବା ପାଇଁ କଥା ହେବାକୁ ମଧ୍ୟ ସୁଯୋଗ ଦେଇଥାଏ ।

ଏହି କୌଶଳର ମୁଖ୍ୟ ଉପାଦାନଗୁଡ଼ିକ ହେଲା:

  • ଗୋଟିଏ ଉପଯୁକ୍ତ ସୂଚକ। ଚିନ୍ତା କରିବା ।
  • ଉତ୍ତର କିପରି ଲିପିବଦ୍ଧ ହେବ ତାର ଯୋଜନା କରିବା ।
  • ପରବର୍ତୀ ବିଜ୍ଞାନ ଶିକ୍ଷଣରେ ସହାୟତା ପାଇଁ କିପରି ଉତ୍ତରଗୁଡ଼ିକୁ ବ୍ୟବହାର କରିବା, ତାର ଯୋଜନା କରିବା ।

ସମ୍ବଳ

ସମ୍ବଳ 1 : ଶିକ୍ଷଣ ପାଇଁ କଥାବାର୍ତ୍ତା

ଶିକ୍ଷଣ ପାଇଁ କଥାବାର୍ତ୍ତା କାହିଁକି ଗୁରୁତ୍ଵପୂର୍ଣ୍ଣ ଅଟେ।

ଚିନ୍ତା କରିବା, ଶିଖିବା ଓ ଜଗତକୁ ଅର୍ଥପୂର୍ଣ୍ଣ ଭାବେ ବୁଝିବାରେ ସାହାଯ୍ୟ କରିବା ପାଇଁ କଥାବାର୍ତ୍ତା ମାନବ ବିକାଶର ଏକ ଅଂଶ । ଯୁକ୍ତିଶକ୍ତି, ଜ୍ଞାନ ଓ ବୋଧଗମ୍ୟତାର ବିକାଶ ପାଇଁ ଲୋକମାନେ ଭାଷାକୁ ଏକ ସାଧନ ରୂପେ ବ୍ୟବହାର କରିଥାନ୍ତି । ସେଥୁପାଇଁ କଥାବାର୍ତ୍ତାକୁ ଶିକ୍ଷଣ ଅନୁଭୂତିର ଅଂଶ ଭାବେ ଗ୍ରହଣ କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା ଦ୍ଵାରା ସେମାନଙ୍କର ଶୈକ୍ଷିକ ପ୍ରଗତିର ଉନ୍ନତି ଘଟିବ । ଶିଖାଯାଉଥିବା ଧାରଣାଗୁଡ଼ିକ ବିଷୟରେ କଥାବାର୍ତ୍ତା ହେବା ଅର୍ଥ ହେଉଛି:

  • ସେହି ଧାରଣାଗୁଡ଼ିକ ତନ୍ମ ତନ୍ମ କରି ଅନୁସନ୍ଧାନ କରାଯାଇଛି ।
  • ଯୁକ୍ତିଶକ୍ତି ବିକଶିତ ଓ ସଂଗଠିତ କରାଯାଇଛି ।
  • ଏହା ଫଳରେ ଶିକ୍ଷାର୍ଥୀମାନେ ଅଧିକ ଶିଖିନ୍ତି ।

ଶ୍ରେଣୀ ଗୃହରେ ଶିକ୍ଷାର୍ଥୀମାନଙ୍କ କଥାବାର୍ତ୍ତାର ଉପଯୋଗ ବିଭିନ୍ନ ଉପାୟରେ କରାଯାଇପାରିବ, ଯେମିତି କି ବାରମ୍ବାର ଘୋଷିବା ଠାରୁ ଆରମ୍ଭ କରି ଉଚ୍ଚମାନର ଆଲୋଚନା ପର୍ଯ୍ୟନ୍ତ ।

ପାରମ୍ପରିକ ରୀତିରେ ଶିକ୍ଷକଙ୍କ କଥାକୁ ଶିକ୍ଷାର୍ଥୀଙ୍କ କଥା ଓ ଜ୍ଞାନ ଅପେକ୍ଷା ଅଧିକ ପ୍ରାଧାନ୍ୟ ଓ ମୂଲ୍ୟ ଦିଆଯାଉଥୁଲା । ତେବେ, ଶିକ୍ଷଣ ପାଇଁ କଥାବାର୍ତ୍ତାର ଉପଯୋଗ ପାଠ ଯୋଜନାରେ ଅନ୍ତର୍ଭୁକ୍ତ ହେବା ଦରକାର, ଫଳରେ ଶିକ୍ଷାର୍ଥୀମାନେ ଅଧିକ କଥା କହିପାରିବେ ଏବଂ ତାଙ୍କର ପୂର୍ବ ଅନୁଭୂତିକୁ ସଂଯୋଗ କରି ଅଧିକ ଶିଖିପାରିବେ । ଏହା ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରଶ୍ଳୋତ୍ତର ଅଧୁବେଶନଠାରୁ ଯଥେଷ୍ଟ ଅଧିକ ଗୁରୁତ୍ଵପୂର୍ଣ୍ଣ, ଯେଉଁଥିରେ ଶିକ୍ଷାର୍ଥୀମାନଙ୍କ ନିଜସ୍ବ ଭାଷା, ଚିନ୍ତାଧାରା, ଯୁକ୍ତିଶକ୍ତି ଓ ଆଗ୍ରହଗୁଡ଼ିକୁ ଅଧିକ ସମୟ ଓ ଗୁରୁତ୍ଵ ଦିଆଯାଇଥାଏ । ଆମ ଭିତରୁ ଅନେକ କୌଣସି ଏକ କଠିନ ସମସ୍ୟା କିମ୍ବା କିଛି ଜାଣିବା ଉଦ୍ଦେଶ୍ୟରେ ଅନ୍ୟଜଣଙ୍କ ସହିତ କଥାବାର୍ତ୍ତା ହେବାକୁ ଇଚ୍ଛା କରୁ ଏବଂ ଶିକ୍ଷକମାନେ ଏହି ପ୍ରବୃତ୍ତିକୁ ଭିତ୍ତିକରି ଉତ୍ତମ ଶିକ୍ଷଣକାର୍ଯ୍ୟର ଯୋଜନା ପ୍ରସ୍ତୁତ କରପାରନ୍ତ ।

ଶ୍ରେଣୀ ଗୃହରେ ଶିକ୍ଷଣ ପାଇଁ କଥାବାର୍ତ୍ତା ସମ୍ବନ୍ଧୀୟ ଶିକ୍ଷଣକାର୍ଯ୍ୟର ଯୋଜନା

କଥାବାର୍ତ୍ତା ଶିକ୍ଷଣକାର୍ଯ୍ୟର ଯୋଜନା କେବଳ ସାହିତ୍ୟ ସମ୍ବନ୍ଧୀୟ ଓ ଶବ୍ଦାର୍ଥ ପାଠ ପାଇଁ ନୁହେଁ, ଏହା ଗଣିତ ଓ ବିଜ୍ଞାନର ଶିକ୍ଷଣକାର୍ଯ୍ୟ ଏବଂ ଅନ୍ୟ ବିଷୟଗୁଡ଼ିକର ପାଠ ଯୋଜନାର ମଧ୍ୟ ଅଂଶ । ସମଗ୍ର ଶ୍ରେଣୀ, ଯୋଡ଼ି କାର୍ଯ୍ୟ ବା ଦଳଗତ କାର୍ଯ୍ୟ, ଶ୍ରେଣୀ ବାହାର ଶିକ୍ଷଣକାର୍ଯ୍ୟ, ଭୂମିକା ଅଭିନୟ ଭିତ୍ତିକ ଶିକ୍ଷଣ କାର୍ଯ୍ୟ, ଲିଖନ, ପଠନ, ପ୍ରାକ୍ଟିକାଲ କାର୍ଯ୍ୟ କରି ଅନୁସନ୍ଧାନ, ଏବଂ ସୃଜନାତ୍ମକ କାର୍ଯ୍ୟ ପାଇଁ ଏହାକୁ ଯୋଜନା କରାଯାଇପାରିବ ।

ଯଦି ଶିକ୍ଷାର୍ଥୀମାନଙ୍କ ପୂର୍ବ ଅନୁଭୂତିକୁ ପରିକଳ୍ପନା କରି ଦରକାର୍ଯ୍ୟ ପ୍ରସ୍ତୁତ କରାଯାଏ ଏବଂ ଯଦି ଏହା ଆନନ୍ଦଦାୟକ ହୁଏ, ତେବେ ସୀମିତ ଭାଷାଜ୍ଞାନ ଓ ଗାଣିତିକ ଦକ୍ଷତା ଥିବା ଛୋଟ ଶିକ୍ଷାର୍ଥୀମାନେ ମଧ୍ୟ ଉଚ୍ଚତର ଚିନ୍ତନ ଦକ୍ଷତା ପ୍ରଦର୍ଶନ କରିପାରିବେ । ଉଦାହରଣ ସ୍ୱରୂପ, ଶିକ୍ଷାର୍ଥୀମାନେ ଗୋଟିଏ ଗପ ବିଷୟରେ, ଚିତ୍ରରୁ ପ୍ରାଣୀ ବା ଆକୃତି ବିଷୟରେ, ଅଙ୍କିତ ଚିତ୍ର ବା ବାସ୍ତବ ବସ୍ତୁ ବିଷୟରେ ପୂର୍ବାନୁମାନ କରିପାରନ୍ତି । ଭୂମିକା ଅଭିନୟରେ ଗୋଟିଏ କଣ୍ଡେଇ ବା ଚରିତ୍ରର ସମସ୍ୟାଗୁଡ଼ିକର ସମ୍ଭାବ୍ୟ ସମାଧାନ ଓ ପ୍ରସ୍ତାବ ଗୁଡ଼ିକୁ ତାଲିକା କରିପାରନ୍ତି ।

ଶିକ୍ଷାର୍ଥୀମାନଙ୍କର କ'ଣ ଶିଖିବାକୁ ଓ ଚିନ୍ତା କରିବାକୁ ଏବଂ କେଉଁ ପ୍ରକାର କଥାବାର୍ତ୍ତାର କ୍ରମ ବିକାଶ କରିବାକୁ ଆପଣ ଚାହୁଁଛନ୍ତି ତାକୁ ନେଇ ପାଠ ଯୋଜନା କରନ୍ତୁ । କେତେଗୁଡ଼ିଏ କଥାବାର୍ତ୍ତା ଅନୁସନ୍ଧାନମୂଳକ । ଉଦାହରଣ ସ୍ୱରୂପ "ଏହାପରେ କ'ଣ ହେବ ? 'ଆମେ ମାନସମଚୁନ - ବଳ ଓ ଗତି ନିୟମ ଆଗରୁ ଏହାକୁ ଦେଖିଛନ୍ତି କି ? "ଏହା କ’ଣ ହୋଇପାରେ ?‘ କିମ୍ବା କାହିଁକି ତୁମେ ଏପରି ଭାବୁଛି ? ଅନ୍ୟ ପ୍ରକାରର କଥାବାର୍ତ୍ତାଗୁଡ଼ିକ ଅଧିକ ବିଶ୍ଳେଷଣାତ୍ମକ, ଉଦାହରଣ ସ୍ୱରୂପ ଧାରଣା, ପ୍ରମାଣ ବା ପ୍ରସ୍ତାବଗୁଡ଼ିକର ଗୁରୁତ୍ଵ ଦେଖି ବା ।

ଏହାକୁ ଆଗ୍ରହାର୍ନିତ, ଆନନ୍ଦଦାୟକ ଏବଂ ସବୁ ଶିକ୍ଷାର୍ଥୀଙ୍କୁ କଥୋପକଥନରେ ଭାଗନେବା ସମ୍ଭବ କରିବା ପାଇଁ ଚେଷ୍ଟା କରିବା ଉଚିତ । ପରିହାସର ପାତ୍ର ହେବା କିମ୍ବା କାଳେ ଭୁଲ ହୋଇଯିବା ଅନୁଭୂତିର ଡ଼ର ନଥାଇ ଶିକ୍ଷାର୍ଥୀ ନିଜର ମତାମତ ବ୍ୟକ୍ତ କରିବା ଓ ଧାରଣା ଗୁଡ଼ିକର ଆକର୍ଷଣ କରିବା ପାଇଁ ନିଜକୁ ସହଜ ଓ ସୁରକ୍ଷିତ ମଣିବା ଆବଶ୍ୟକ ।

ଶିକ୍ଷାର୍ଥୀମାନଙ୍କ କଥାବାର୍ତ୍ତା ଭିତ୍ତିରେ ପ୍ରସ୍ତୁତି ଶିକ୍ଷଣ ପାଇଁ କଥାବାର୍ତ୍ତା ଶିକ୍ଷକମାନଙ୍କୁ ଏହି ସୁଯୋଗ ଦିଏ:

  • ଶିକ୍ଷାର୍ଥୀମାନେ କ’ଣ କହୁଛନ୍ତି ଶୁଣନ୍ତୁ ।
  • ପ୍ରଶଂସା କରନ୍ତୁ ଏବଂ ଶିକ୍ଷାର୍ଥୀଙ୍କ ଧାରଣା ଭିଭିରେ ପ୍ରସ୍ତୁତ କରନ୍ତୁ ।
  • ଶିକ୍ଷାର୍ଥୀମାନଙ୍କୁ ଭବିଷ୍ୟତରେ ଏହା କରିବାକୁ ଉତ୍ସାହିତ କରନ୍ତୁ ।

ସମସ୍ତ ଉତ୍ତର ବା ପ୍ରତିକ୍ରିୟା ଲେଖାଯାଇ ପାରିବ ନାହିଁ ବା ଔପଚାରିକ ଭାବେ ଆକଳନ କରିହେବ ନାହିଁ କାରଣ କଥାବାର୍ତ୍ତା ମାଧ୍ୟମରେ ଧାରଣାଗୁଡ଼ିକର ବିକାଶ କରିବା ଶିକ୍ଷଣର ଏକ ଅଂଶ । ସେମାନଙ୍କ ଶିକ୍ଷଣକୁ ଉପାଦେୟ କରିବା ପାଇଁ ଆପଣ ଯେତେ ସମ୍ଭବ ସେମାନଙ୍କର ଅନୁଭୂତି ଓ ଧାରଣାକୁ ବ୍ୟବହାର କରନ୍ତୁ । ଅନୁସନ୍ଧାନାତ୍ମକ କଥୋପକଥନ ସବୁଠାରୁ ଭଲ ଅଟେ, ଯେଉଁଥିରେ ଶିକ୍ଷାର୍ଥୀମାନେ ତନ୍ମ ତନ୍ମ କରି ପରୀକ୍ଷା କରନ୍ତି ଏବଂ ଜଣେ ଅନ୍ୟଜଣଙ୍କ ଧାରଣାକୁ ଆହ୍ଵାନ କରନ୍ତି, ଯାହା ଫଳରେ ସେମାନେ ନିଜ ଉତ୍ତରକୁ ନେଇ ଦୃଢ଼ ବିଶ୍ଵାସୀ ହୋଇପାରନ୍ତି । ଦଳଗତ କଥୋପକଥନ ସମୟରେ ଯିଏ ଉତ୍ତର ଦେଲେ ବି ତାକୁ କେବଳ ଗ୍ରହଣ ନକରିବାକୁ ଉତ୍ସାହିତ କରାଯିବା ଉଚିତ । ସମଗ୍ର ଶ୍ରେଣୀ ପଟ୍ଟଭୂମିରେ ଅନୁସନ୍ଧାନମୂଳକ ପ୍ରଶ୍ନଦ୍ଵାରା, ଯେପରିକି କାହିଁକି ? ତୁମେ କିପରି ଏହା ସ୍ଥିର କରିଛ ? ବା ସେହି ସମାଧାନ ଥିବା କୌଣସି ସମସ୍ୟା ତୁମେ ଦେଖି ପାରୁଛ କି ? ଇତ୍ୟାଦିର ବ୍ୟବହାର କରି ଆପଣ ଆହ୍ଵାନମୂଳକ ଚିନ୍ତନର ନମୁନା ଦେଇ ପାରନ୍ତି । ଆପଣ ଶ୍ରେଣୀ ଗୃହରେ ବୁଲି ଦଳରେ ଶିକ୍ଷାର୍ଥୀଙ୍କ କଥା ଶୁଣିପାରନ୍ତି ଏବଂ ସେମାନଙ୍କ ଚିନ୍ତାକୁ ସମ୍ପ୍ରସାରିତ କରିବା ପାଇଁ ଏହିଭଳି ପ୍ରଶ୍ନ ପଚାରି ପାରନ୍ତି ।

ଯଦି ଶିକ୍ଷାର୍ଥୀମାନଙ୍କ କଥାବାର୍ତ୍ତା, ଧାରଣା ଓ ଅନୁଭୂତି  ଗୁଡ଼ିକୁ ଗୁରୁତ୍ଵ ଦିଆଯାଏ ଏବଂ ପ୍ରଶଂସା କରାଯାଏ, ତେବେ ସେମାନେ ଉତ୍ସାହିତ ହେବେ । ଆପଣଙ୍କ ଶିକ୍ଷାର୍ଥୀମାନଙ୍କ କଥା କହିବା, ଧାନପୂର୍ବକ ଶୁଣିବା, ପରସ୍ପରକୁ ପ୍ରଶ୍ନ ପଚାରିବା ଏବଂ ଅନ୍ୟକୁ ବାଧା ନ ଦେବା ପାଇଁ ଶିଖିବା ଇତ୍ୟାଦି ଆଚରଣକୁ ପ୍ରଶଂସା କରନ୍ତୁ । ଶ୍ରେଣୀରେ କେଉଁମାନେ ବାଦ ପଡ଼ି ଯାଉଛନ୍ତି ସେ ବିଷୟରେ ସଚେତନ ରୁହନ୍ତୁ ଏବଂ ସେମାନେ କିପରି ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ ତାହା ନିଶ୍ଚିତ କରିବା ପାଇଁ ଚିନ୍ତା କରନ୍ତୁ । ସବୁ ଶିକ୍ଷାର୍ଥୀ ସମ୍ପୁର୍ଣ୍ଣ ରୂପେ ଅଂଶଗ୍ରହଣ କରିବାକୁ ବାଟ ତିଆରି କରିବା ପାଇଁ କିଛି ସମୟ ଲାଗିପାରେ ।

ଶିକ୍ଷାର୍ଥୀମାନଙ୍କୁ ନିଜେ ନିଜେ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରନ୍ତୁ,

ଏପରି ଏକ ଶ୍ରେଣୀ ଗୃହ ବାତାବରଣ ସୃଷ୍ଟି କରନ୍ତୁ ଯେଉଁଠାରେ ଉତ୍ତମ ଆହ୍ଵାନମୂଳକ ପ୍ରଶ୍ନ ପଚରାଯାଇ ପାରୁଥୁବ ଏବଂ ଯେଉଁଠି ଶିକ୍ଷାର୍ଥୀଙ୍କ ଚିନ୍ତାଧାରାକୁ ପ୍ରଶଂସା ଓ ସମ୍ମାନ ଦିଆଯାଉଥୁବ । ଯଦି ସେମାନଙ୍କ ପ୍ରଶ୍ନ ଗୁଡ଼ିକ କିପରି ଗ୍ରହଣ କରାଯିବ ଭାବି ଡ଼ରି ଯାଉଥିବେ କିମ୍ବା ସେମାନଙ୍କ ଚିନ୍ତାଧାରାକୁ ଗୁରୁତ୍ୱ ଦିଆଯିବ ନାହିଁ ବୋଲି ଭାବିବେ, ତେବେ ସେମାନେ ପ୍ରଶ୍ନ ପଚାରିବେ ନାହିଁ । ପ୍ରଶ୍ନ ପଚାରିବାର ନିମନ୍ତ୍ରଣ ଦ୍ଵାରା ଶିକ୍ଷାର୍ଥୀମାନେ ସେମାନଙ୍କର ଅନୁସନ୍ଧିସ୍ଥା ଦେଖାଇବା ପାଇଁ ଉତ୍ସାହିତ ହୁଅନ୍ତି, ସେମାନଙ୍କ ଶିକ୍ଷଣ ପାଇଁ ଅଲଗା ଅଲଗା ଉପାୟ ଚିନ୍ତା କରନ୍ତି ଏବଂ ଏହା ଆପଣଙ୍କୁ ସେମାନଙ୍କର ଚିନ୍ତାଧାରା ବୁଝିବାରେ ସାହାଯ୍ୟ କରେ ।

ଆପଣ କିଛି ଦଳଗତ କାର୍ଯ୍ୟ ବା ଯୋଡ଼ି କାର୍ଯ୍ୟ ବା 'ଶିକ୍ଷାର୍ଥୀଙ୍କ ପ୍ରଶ୍ନ ସମୟ' ଯୋଜନା କରିପାରନ୍ତି ତାହା ହେଲେ ଶିକ୍ଷାର୍ଥୀମାନଙ୍କର ଅନୁସନ୍ଧିତ୍ସା ବଢ଼ିବ କିମ୍ବା ସ୍ପଷ୍ଟିକରଣ ପାଇଁ ପ୍ରଶ୍ନ ପଚାରି ପାରିବେ ।

  • ଆପଣଙ୍କ ପାଠର ଗୋଟିଏ ଅଂଶକୁ ନାମିତ କରି ‘ତୁମର ଯଦି କିଛି ପ୍ରଶ୍ନ ଅଛି ହାତ ଉଠାଆ' ବୋଲି କୁହନ୍ତୁ ।
  • ଜଣେ ଶିକ୍ଷାର୍ଥୀକୁ 'ହଟସିଟ’ରେ ବସାନ୍ତୁ ଏବଂ ଅନ୍ୟମାନଙ୍କୁ ସେହି ଶିକ୍ଷାର୍ଥୀକୁ ପାଇଥାଗୋରାସ ବା ମୀରାବାଇ (ଉଦାହରଣ ସ୍ୱରୂପ) ବୋଲି ଭାବି ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରନ୍ତୁ ।
  • ଯୋଡ଼ିରେ ବା ଦଳଗତ ଭାବେ ‘ମୋତେ ଅଧିକ କୁହ’ (Tell me more) ଖେଳ ଖେଳିବାକୁ କୁହନ୍ତୁ ।
  • ମୌଳିକ ଧାରଣା ଅନୁସନ୍ଧାନର ଅଭ୍ୟାସ ପାଇଁ ଶିକ୍ଷାର୍ଥୀମାନଙ୍କୁ କି, କ’ଣ, କେଉଁଠାରେ, କେତେବେଳେ, କାହିଁକି ପ୍ରଶ୍ନ ଥିବା ପ୍ରଶ୍ନ ଗ୍ରୀଡ ଦିଅନ୍ତୁ ।
  • ଶିକ୍ଷାର୍ଥୀମାନଙ୍କୁ କିଛି ତଥ୍ୟ ଦିଅନ୍ତୁ (ଯଥା – ବିଶ୍ ତଥ୍ୟ ବ୍ୟାଙ୍କରୁ ମିଳୁଥିବା ତଥ୍ୟ, ଉଦାହରଣ ସ୍ୱରୂପ ବିଭିନ୍ନ ଦେଶର କେବଳ ସ୍ତନ୍ୟପାନ କରିଥିବା ଶିଶୁଙ୍କ ହାର) ଏବଂ ତା ଉପରେ ସେମାନେ କି କି ପ୍ରଶ୍ନ ପଚାରିପାରିବେ ଚିନ୍ତା କରିବାକୁ କୁହନ୍ତୁ ।
  • ଗୋଟିଏ ସପ୍ତାହରେ ଶିକ୍ଷାର୍ଥୀ ପଚାରିଥିବା ପ୍ରଶ୍ନର ତାଲିକା କରି ପ୍ରଶ୍ନ ପ୍ରାଚୀର ତିଆରି କରନ୍ତୁ ।

ସେମାନେ ଯେତେବେଳେ ମୁକ୍ତ ଭାବରେ ପ୍ରଶ୍ନ ପଚାରିବେ ଓ ସେମାନଙ୍କ ପାଖରୁ ଉତ୍ତର ଆସିବ, ଏବଂ ଆପଣ ଶିକ୍ଷାର୍ଥୀମାନଙ୍କ ଆଗ୍ରହ ଓ ଚିନ୍ତାର ସ୍ତର ଦେଖିଦେବ, ସେତେବେଳେ ଆପଣ ଖୁସିରେ ଆଚମ୍ବିତ ହେବେ । ଯେତେବେଳେ ଶିକ୍ଷାର୍ଥୀମାନେ ପରିଷ୍କାର ଓ ସଠିକ ଭାବେ ଭାବର ଆଦାନ ପ୍ରଦାନ ଶିଖିପିବେ, ସେମାନେ କେବଳ ସେମାନଙ୍କର କଥୁପ୍ତ ଓ ଲିଖୁତ ଶବ୍ଦ ସଂଖ୍ୟା ବଢ଼ାଇବେ । ତା ନୁହେଁ ସେମାନେ ସେମାନଙ୍କର ନୂତନ ଜ୍ଞାନ ଓ କୌଶଳର ବିକାଶ ମଧ୍ୟ କରିବେ ।

ସମ୍ବଳ 2: ବଳ ଓ ଗତି ମାନସମନୁନର କେତେକ ସମ୍ଭାବ୍ୟ ସୁଚକ

ଟେବୁଲ - ଗତି ଓ ବଳ ଉପରେ ମାନସମନ୍ୱିନ

ଶିକ୍ଷଣ ଫଳାଫଳ

ସୁଚକ

ମନ୍ତବ୍ୟ

ଶିକ୍ଷାର୍ଥୀମାନେ ବର୍ତମାନ ପର୍ଯ୍ୟନ୍ତ ବଳ ଓ ଗତି ବିଷୟରେ କ’ଣ ଜାଣିଛନ୍ତି ଜାଣିବା ।

ବଳ ଓ ଗତ!

ପ୍ରାରମ୍ଭିକ ଶ୍ରେଣୀଗୁଡ଼ିକରେ ଶିକ୍ଷାର୍ଥୀ-ମାନେ କ’ଣ ଶିଖିଛନ୍ତି ଚିନ୍ତା କରିବାକୁ ଉତ୍ସାହିତ କରନ୍ତୁ ।

ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ଗଭୀର ଚିନ୍ତା କରିବା

ଘର୍ଷଣ ନଥୁଲେ ପୃଥିବୀର ଅବସ୍ଥା କିପରି ହୋଇଥାନ୍ତା ? ଗୋଟିଏ ଗଡ଼ୁଥିବା ବଲ କଥା କହ୍ନା କର ଏହାର ଗଢ଼ିବା ବନ୍ଦ କରିବାକୁ ବିଭିନ୍ନ ଉପାୟ ଚିନ୍ତାକର ।

 

ଏହା ପ୍ରକୃତରେ ସେମାନଙ୍କ କନ୍ଧନା ଶକ୍ତିର ପରୀକ୍ଷା କରିବ ଏବଂ ସେମାନଙ୍କୁ ଘର୍ଷଣର ପରିଣତି ବିଷୟ ଚିନ୍ତା କରାଇବ । ଏହା ଶିକ୍ଷାର୍ଥୀମାନଙ୍କୁ ବସ୍ତୁର ଗତି ଓ ଗତିକୁ ବନ୍ଦ କରିବା ପାଇଁ ବଳ ବିଷୟରେ ବୁଝିବାରେ ସାହାଯ୍ୟ କରିବ ।

ବିଭିନ୍ନ ବିଷୟ ଓ ପ୍ରସଙ୍ଗ ମଧ୍ୟରେ ସଂଯୋଗ ସ୍ଥାପନ କରିବା ।

ଶକ୍ତି'

ଶିକ୍ଷାର୍ଥୀମାନେ ‘ଶକ୍ତି', 'ଶବ୍ଦଟିର ସଂସ୍ପର୍ଶରେ ବିଭିନ୍ନ ପ୍ରସଙ୍ଗରେ ଆସିଥିବେ । ସେମାନେ ପଦାର୍ଥ ବିଜ୍ଞାନ (ଶକ୍ତି ପରିବର୍ତନ) ରସାୟନିକ ବିଜ୍ଞାନ (ଶକ୍ତିର ଉତ୍ପାଦନ କିପରି ହେବ ) ଏବଂ ଜୀବ ବିଜ୍ଞାନ (ଜୀବମାନେ କେଉଁଠାରୁ ଶକ୍ତି ପାଆନ୍ତି)ରେ ପଢ଼ିଥିବା ପ୍ରସଙ୍ଗ ସମ୍ପର୍କିତ କରିପାରିବେ ।

 

ଶିକ୍ଷଣ ଫଳାଫଳ

ସୁଚକ

ମନ୍ତବ୍ୟ

ଦୈନନ୍ଦିନ ଜୀବନରେ ବିଜ୍ଞାନକୁ ସମ୍ପର୍କିତ କରିବା ।

ତୁମେ ଆଜି କେଉଁ ପ୍ରକାର ଭାରଦଣ୍ଡ (Lever) ବ୍ୟବହାର କରିଛ ? ବଳ ଆମ ଦୈନନ୍ଦିନ ଜୀବନରେ କିପରି ସାହାଯ୍ୟ କରେ ?' ଗୋଟିଏ ଖେଳ ପଡ଼ିଆର ଚିତ୍ର କିମ୍ବା ଶାବଳ ବା କପିକଳ ଦ୍ଵାରା କିଛି କାର୍ଯ୍ୟ କରାଯାଉଥିବା ଦୃଶ୍ୟ ।

କେବଳ ଶ୍ରେଣୀ ଗୃହର ନୁହେଁ, ସେମାନଙ୍କ ଚତୁଃପାର୍ଶ୍ଵରେ ଥିବା ବିଜ୍ଞାନକୁ ବୁଝିବା ପାଇଁ ଏହି ସୂଚକ ସାହାଯ୍ୟ କରିବ । ମନେରଖନ୍ତୁ ଗୁଡ଼ିଏ ପ୍ରତିଛବି ଓ ଚିତ୍ର ସୂଚକ ଭାବେ ବ୍ୟବହାର କରାଯାଇ ପାରିବ ।

ଆଧାର -"ଟେସ୍ସ ଇଣ୍ଡିଆ"

2.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top