ହୋମ / ଶକ୍ତି / ଶକ୍ତି ମୂଳକଥା / ଶକ୍ତି ସମ୍ପର୍କରେ ମୂଳ କଥା
ସେଆର କରନ୍ତୁ

ଶକ୍ତି ସମ୍ପର୍କରେ ମୂଳ କଥା

ଶକ୍ତି କଣ ସେ ସମ୍ବନ୍ଧିତ ତଥ୍ୟ ।

ଶକ୍ତିର ଉତ୍ସ

କାର୍ଯ୍ୟ କରିବାକୁ କୌଣସି ଶାରୀରକ ପ୍ରଣାଳୀର ସାମର୍ଥ୍ୟକୁ ଶକ୍ତି କୁହାଯ଼ାଏ । ଅନେକ ଆକାରରେ ଶକ୍ତି ରହିଥାଏ ଯ଼େପରିକି ତାପ, ଗତିଶୀଳ ବା ଯ଼ାନ୍ତ୍ରିକ ଶକ୍ତି, ବିଜୁଳି ବା ଅନ୍ୟ ଆକାରରେ. କାମ କରିବାକୁ କ୍ଷମତାକୁ ଶକ୍ତି କୁହାଯ଼ାଇଥାଏ। ଶକ୍ତି ସ୍ରୋତକୁ ଦୁଇଭାଗରେ ବିଭକ୍ତ କରାଯ଼ାଇପାରେ । ସେଗୁଡିକ ହେଲା ନବୀକରଣ ଯୋଗ୍ୟ ଓ ନବୀକରଣ ଅଯୋଗ୍ୟ ।

ନବୀକରଣ ଯୋଗ୍ୟ ଶକ୍ତି

ନବୀକରଣ ଯୋଗ୍ୟ ଶକ୍ତି ପ୍ରାକୃତିକ ପ୍ରକ୍ରିୟlରୁ ନିରନ୍ତର ମିଳିଥାଏ । ଯ଼େପରି ସୌର, ବାୟୁ, ମହାସାଗର, ଜଳ ବିଦ୍ୟୁତ, ବାୟୋମାସ, ଜିଓଥର୍ମାଲ ସମ୍ବଳ ଏବଂ ଜୈବ ଇନ୍ଧନ ଓ ହାଇଡ୍ରୋଜେନ ।

ସୌର ଶକ୍ତି

sunସୂର୍ଯ୍ୟ ହେଉଛନ୍ତି ଶକ୍ତିର ପ୍ରାଥମିକ ସ୍ରୋତ । ସୂର୍ଯ୍ୟକିରଣ ହେଉଛି ଶକ୍ତିର ସ୍ବଚ୍ଛ ନବୀକରଣ ଯୋଗ୍ୟ ସ୍ରୋତ । ଏହା ଏକ ଚିରସ୍ଥାୟୀ ସମ୍ବଳ ଓ ଏହାର ଅର୍ଥ ହେଲା ଯ଼େ ଏହା ସରି ଯ଼ାଏ ନାହିଁ ଓ ପ୍ରତ୍ୟକ ଦିନ ସୂର୍ଯ୍ୟ ବାହାରିଥାଏ। କୋଇଲା କିମ୍ବା ଗ୍ୟାସ ଚିରସ୍ଥାୟୀ କିମ୍ବା ନବୀକରଣ ଯୋଗ୍ୟ ନୁହନ୍ତି । ଥରେ ଏଗୁଡିକ ସମାପ୍ତ ହେଲା ପରେ ଆଉ ରହେ ନାହିଁ । ଅଧିକରୁ ଅଧିକ ଲୋକ ମାନେ ସ୍ବଚ୍ଛ ଓ ନବୀକରଣ ଯୋଗ୍ୟ ଶକ୍ତି ଯ଼େପରିକି ସୌର, ବାୟୁ, ଜିଓଥର୍ମାଲ ସ୍ଟିମ ଏବଂ ଅନ୍ୟକୁ ବ୍ୟବହାର କରିବାକୁ ଚାହୁଁଛନ୍ତି । ଏହାକୁ ସବୁଜ ଶକ୍ତି ବୋଲି କୁହାଯ଼ାଏ । ଏହା ଆମର ଘରକୁ ଆଲୋକିତ କରିଥାଏ, ଆମର ଲୁଗା ଓ କୃଷି ସାମଗ୍ରୀକୁ ଶୁଖାଏ ଓ ଆମକୁ ଗରମ ରଖେ ଓ ଆହୁରି ବହୁତ କିଛି କରେ ତେବେ ଏହାର ସାମର୍ଥ ଆହୁରି ବହୁତ ରହିଛି ।

ସୁବିଧା

ଏହା ଚୀର ସ୍ଥାୟୀ, ପ୍ରାକୃତିକ ଓ ମାଗଣା । ଏହା ପ୍ରଚୁର ମାତ୍ରାରେ ଉପଲବ୍ଧ । ଏହା ଅଣ ପ୍ରଦୂଷଣକାରୀ । ଏହା କୌଣସି ଗ୍ରିନ ହାଉସ ଗ୍ୟାସ ଉତ୍ସର୍ଜନ କରେ ନାହିଁ  ସୌର ଶକ୍ତି ଅଧିକାଂଶ ( ଖରାଟିଆ) ଅଞ୍ଚଳର ବିକେନ୍ଦ୍ରୀକରଣ କରିଥାଏ ଅର୍ଥାତ ଆତ୍ମ ନିର୍ଭର ସମାଜ ତିଆରି କରିଥାଏ । ସୌର ଶକ୍ତିର ସବୁଠାରୁ ବଡ ସୁବିଧା ହେଲା ଯ଼େ ଏହା ରାଜନୀତି ତଥା ମୂଲ୍ୟ ପରିବର୍ତ୍ତନ ଶୀଳତା ଠାରୁ ଦୂରରେ ରହିବାକୁ ସମର୍ଥ ଯ଼ାହା ଜୀବାଶ୍ମ ଇନ୍ଧନ ବଜାରର ବଢୁଥିବା ବିଶେଷତ୍ଵ । ଅନ୍ୟ ଜୀବାଶ୍ମ ଇନ୍ଧନ ମାନଙ୍କରୁ ଶକ୍ତି ଉତ୍ପନ୍ନ କଲା ପରି ଏହା ଜଙ୍ଗଲ କିମ୍ବା ପରିବେଶକୁ କୌଣସି କ୍ଷତି ଘଟାଇନ ଥାଏ ।

ଅସୁବିଧା ପରିବର୍ତ୍ତନ /ପାଣିପାଗ ଉପରେ ପରିବର୍ତ୍ତନଶୀଳ, ତେଣୁ ଏହକୁ ସବୁବେଳେ ବ୍ୟବହାର କରାଯ଼ାଇନ ପାରେ । ଉତ୍ପାଦକ ବ୍ୟବହାର ପାଇଁ ପ୍ରାରମ୍ଭିକ ସ୍ତରରେ ବିପୁଳ ପୁଂଜିବିନିଯ଼ୋଗର ଆବଶ୍ୟକତା ସୌର ପ୍ରଣାଳୀ ରାତିରେ ପ୍ରତ୍ୟକ୍ଷ ଭାବେ କାମ କରେ ନାହିଁ ତେବେ ଦିନ ବେଳେ ଶକ୍ତି ସଂରକ୍ଷଣ କରାଯ଼ାଇଥିବା ବ୍ୟାଟେରୀ ବ୍ୟାଙ୍କରୁ ଶକ୍ତିକୁ ବ୍ୟବହାର କରାଯ଼ାଇପାରେ । ସୌର ବିଦ୍ୟୁତ ଷ୍ଟୋରେଜ ଟେକ୍ନୋଲଜି ବର୍ତ୍ତମାନ ଯ଼ାଏ ତାର ସାମର୍ଥ ପର୍ଯ୍ୟନ୍ତ ପହଞ୍ଚିପାରି ନାହିଁ ସୌର ପ୍ୟାନେଲ ଗୁଡିକ ଖୁବ ବଡ. ଉଚ୍ଚ କ୍ଷମତା, ପାରମ୍ପରିକ ସିଲିକନ କ୍ରିଷ୍ଟାଲାଇନ ବାଫର ସୋଲାର ମଡ୍ୟୁଲ ପାଇଁ ଏହା ବିଶେଷ ଭାବେ ସତ୍ୟ ।

ସୌର ଶକ୍ତିର ଉତ୍ପାଦକ ବ୍ୟବହାର ପାଇଁ ଟେକ୍ନୋଲଜି

ସୌର ଶକ୍ତିରୁ ବିଜୁଳି ଉତ୍ପାଦନ କରାଯ଼ାଇପାରେ । ସୋଲାର ଫଟୋଭୋଲଟାଇକ (ଏସପିଭି) ସେଲ ଜରିଆରେ ସୋଲାର ରେଡିଏସନ ଡିସି ବିଜୁଳିରେ ସିଧା ପରିବର୍ତ୍ତିତ ହୋଇଥାଏ । ଉତ୍ପାଦିତ ବିଜୁଳିକୁ ବ୍ୟବହାର କରାଯ଼ାଇପାରେ ଅଥବା ବ୍ୟାଟେରୀରେ ଷ୍ଟୋର କରାଯ଼ାଇପାରେ । ସୌର ଶକ୍ତି ଉପଲବ୍ଧ ନ ଥିବା ବେଳେ ଷ୍ଟୋର କରାଯ଼ାଇଥିବା ଏହି ବିଜୁଳିକୁ ବ୍ୟବହାର କରାଯ଼ାଇ ପାରେ । ବର୍ତ୍ତମାନ ଏସପିଭି ଗୁଡିକ ଘରେ, ଷ୍ଟ୍ରିଟ ଲାଇଟ ଭାବେ ଓ ଗାଁରେ ପାଣି ଉଠାଇବାକୁ ସଫଳତାର ସହ ବ୍ୟବହାର କରାଯ଼ାଉଛି । ପାହାଡିଆ ଅଂଚଳରେ ସୋଲାର ୱାଟାର ହିଟିଂ ମଧ୍ୟ ବ୍ୟବହାର କରାଯ଼ାଏ ।

ପବନ ଶକ୍ତି

ସମୁଦ୍ର କିମ୍ବା ସ୍ଥଳ ଭାଗରେ ପବନର ପ୍ରାକୃତିକ ପ୍ରବାହ ହେଉଛି ପବନ । ପବନକୁ ବ୍ୟବହାର କରି ବିଜୁଳି ଉତ୍ପାଦନ କରାଯ଼ାଇପାରେ । ଏକ ଆକଳନ ଅନୁସାରେ ଭାରତ ନିକଟରେ ୪୯୧୩୨ ମେଗାୱାଟ ବିଜୁଳି ଉତ୍ପାଦନ କରିବାର କ୍ଷମତା ରହିଛି । ଭାରତ ବର୍ତ୍ତମାନ ବିଶ୍ଵର ପଞ୍ଚମ ସର୍ବ ବୃହତ ପବନ ଶକ୍ତି ଇନଷ୍ଟାଲ ହୋଇଥିବା ସାମର୍ଥ ବିଶିଷ୍ଟ ଦେଶ ଯ଼ାହା ୨୦୨୯୮.୮୩ ମେଗାୱାଟରେ ପହଞ୍ଚିଲାଣି (ଜାନୁଆରୀ ୨୦୧୪ ପର୍ଯ୍ୟନ୍ତ) । ୨୦୧୩-୨୦୧୪ରେ ୨,୧୨୬ ମେଗାୱାଟ ପବନ ବିଜୁଳି ସାମର୍ଥ ଯ଼ୋଡି ହୋଇଛି । ୨୦୧୨-୧୩ରେ ୧୭୦୦ ମେଗାୱାଟର ଇନଷ୍ଟାଲେସନ ହୋଇଥିଲା । ଦେଶର ମୋଚ ପବନ ଫାର୍ମର ୯୫ ପ୍ରତିଶତ ହେଉଛନ୍ତି ପ୍ରାଇଭେଟ ଏଜେନ୍ସି ।

ସୁବିଧା

ଏହା ପରିବେଶ ମିତ୍ର । ଏହା ମୁକ୍ତ ଓ ବିପୁଳ ମାତ୍ରାରେ ମିଳେ ।

ଅସୁବିଧା

ବିପୁଳ ପୁଞ୍ଜିନୀବେଶର ଆବଶ୍ୟକତା ପବନର ଶକ୍ତି ସମାନ ନ ଥିବାରୁ ବିଦ୍ୟୁତ ଉତ୍ପାଦନରେ ପ୍ରଭାବ ପଡେ ।

ବାଇଓମାସ ଏବଂ ବାଇଓ ଇନ୍ଧନ

ବାଇଓମାସ କଣ ?

ବାଇଓମାସ ପ୍ରସ୍ତୁତ କରିବାକୁ ପ୍ଲାଣ୍ଟ ଗୁଡିକ ସୌର ଶକ୍ତିକୁ ଫଟୋ ସିନ୍ଥେସିସ ପ୍ରକ୍ରିୟlରେ ଯ଼ିବାକୁ ଦିଅନ୍ତି । ଏହି ବାଇଓମାସ ବିଭିନ୍ନ ଚକ୍ର ଦେଇ ଗତି କରିବା ପରେ ଶକ୍ତି ଉତ୍ସର ବିଭିନ୍ନ ପ୍ରକାର ଉତ୍ପାଦିତ ହୁଏ । ଉଦାହରଣ ସ୍ୱରୂପ ପଶୁ ମାନଙ୍କୁ ଦିଆଯ଼ାଉଥିବା ଖାଦ୍ୟ ପ୍ରତିବଦଳରେ ଗୋବର ଓ କୃଷି ବର୍ଜ ବସ୍ତୁ ଇନ୍ଧନ କାମରେ ଲାଗେ । ଭାରତରେ ବର୍ତ୍ତମାନ ବାଇଓମାସର ଉପଲବ୍ଧତାର ପରିମାଣ ପ୍ରତି ବର୍ଷ ୫ ଶହ ମେଟ୍ରିକ ଟନ ଆକଳନ କରାଯ଼ାଇଥିବା ବେଳେ କୃଷି ଓ ଜଙ୍ଗଲ ରେସିଡୁକୁ ସାମିଲ କରି ୧୨୦ ରୁ ୧୫୦ ମେଟ୍ରିକ ଟନ ବାର୍ଷିକ ଅତିରିକ୍ତ ବାଇଓମାସ ଉପଲବ୍ଧତା ଆକଳନ କରାଯ଼ାଇଛି । ଏଥିରେ ୧୮୦୦୦ ମଡବଲୁର ସାମର୍ଥ ରହିଛି ।

ବ୍ୟବହାର

ଦେଶରେ ବ୍ୟବହୃତ ହେଉଥିବା ଶକ୍ତି ମଧ୍ୟରୁ ଏକ ତୃତୀୟାଂଶ ଓ ଗ୍ରାମୀଣ ଅଂଚଳରେ ବ୍ୟବହାର ହେଉଥିବା ଶକ୍ତି ମଧ୍ୟରୁ ୯୦ ପ୍ରତିଶତ ହେଉଛି ବାଇଓମାସ ଓ ଏହା ଏକ ଗୁରୁତ୍ଵପୂର୍ଣ୍ଣ ଶକ୍ତି ଉତ୍ସ । ଗରମ କରିବା ପାଇଁ ଓ ରନ୍ଧନ କରିବା ପାଇଁ ବାଇଓମାସକୁ ଘର ମାନଙ୍କରେ ବହୁଳ ଭାବେ ବ୍ୟବହାର କରାଯ଼ାଏ । ବିଭିନ୍ନ ପ୍ରକାର ବ୍ୟବହାର କରାଯ଼ାଉଥିବା ବାଇଓମାସ ମଧ୍ୟରେ କୃଷି ଜୈବ ବସ୍ତୁ, ଚାରକୋଲ ଓ ଶୁଖି ଯ଼ାଇଥିବା ଗୋବର ଆଦି ସାମିଲ ରହିଥାଏ.

ଜୈବ ଇନ୍ଧନ

ଜୈବ ଇନ୍ଧନ ସାଧାରଣ ଭାବେ ବାଇଓମାସ ଫିଡ ଷ୍ଟକରୁ କିମ୍ବା କୃଷି ବା ଖାଦ୍ୟ ଉତ୍ପାଦର ଔଦଗିକ ପ୍ରକ୍ରିୟl କରଣର ସହ ଉତ୍ପାଦ କିମ୍ବା ଖାଇବା ତେଲ ବା ଭେଜିଟେବଲ ତେଲର ଉତ୍ପାଦରୁ ପ୍ରକ୍ରିୟlକରଣରୁ ପ୍ରାପ୍ତ ହୋଇଥାଏ । ଜୈବ ଇନ୍ଧନରେ ପେଟ୍ରୋଲିୟମ ନ ଥାଏ କିନ୍ତୁ ଏହାକୁ କୌଣସି ସ୍ତର ପର୍ଯ୍ୟନ୍ତ ପେଟ୍ରୋଲିୟମ ଇନ୍ଧନ ସହ ମିଶ୍ରଣ କରାଯ଼ାଇ ପାରେ । ପାରମ୍ପାରିକ ଚିକିତ୍ସା ଉପକରଣ ପାଇଁ ବା କୌଣସି ବଡ ପରିବର୍ତ୍ତନ କରି ଡିଜେଲ ଇଞ୍ଜିନରେ ଏହାକୁ ବ୍ୟବହାର କରାଯ଼ାଇପାରେ । ଜୈବ ଇନ୍ଧନ ବ୍ୟବହାରକରିବାକୁ ସରଳ, ଏହା ଜୈବ ଡିଗ୍ରେଡେବୁଲ, ନନ ଟକ୍ସିକ ଓ ସଲଫପ ଓ ଆରୋମା ଠାରୁ ମୁକ୍ତ ।

ଜଳ ଏବଂ ଜିଓ ଥର୍ମାଲ

ଜଳ

ପ୍ରବାହମାନ ଜଳ ଓ ସମୁଦ୍ରର ଜୁଆର ହେଉଛି ଶକ୍ତିର ସ୍ରୋତ। ୨୦୧୨ ଜାନୁଆରୀ ସୁଦ୍ଧା ଗ୍ରିଡ ଇଣ୍ଟରାକ୍ଟିଭ କାପାସିଟିକୁ କ୍ଷୁଦ୍ର ଜଳ ବିଦ୍ୟୁତର ୧୪ ପ୍ରତିଶତ ଯ଼ୋଗଦାନ ଥିଲା । ବଡ ପ୍ରକଳ୍ପ ପାଇଁ ବିପୁଳ ପୁଂଜି ବିନିଯ଼ୋଗ କରାଯ଼ାଉଛି । କିଛି ବର୍ଷ ଧରି ଜଳ ବିଦ୍ୟୁତ ( କ୍ଷୁଦ୍ର ଓ ବୃହତ ଜଳ ବିଦ୍ୟୁତ ପ୍ରକଳ୍ପ ଗୁଡିକରୁ) କୁ ବିଜୁଳି ପହଞ୍ଚିନଥିବା ଅପହଞ୍ଚଗାଁରେ ବିଜୁଳି ପହଞ୍ଚା ଯ଼ାଉଛି । ଦେଶରେ କ୍ଷୁଦ୍ର ଜଳବିଦ୍ୟୁତର ସାମର୍ଥ ପାଖାପାଖି ୧୫,୦୦୦ ମେଟ୍ରିକ ବୋଲି ଆକଳନ କରାଯ଼ାଇଛି। ୨୦୧୪ ଜାନୁଆରୀ ସୁଦ୍ଧା କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ଗୁଡିକର(୩ଏମଜି ପର୍ଯ୍ୟନ୍ତ) ସ୍ଥାପିତ ସାମର୍ଥ ୩୭୭୪.୧୫ ଏମଡବଲୁ.। ସେହିପରି ୩୫୦ଟି ଜଳ ମିଲ / ଅତି କ୍ଷୁଦ୍ର ହାଇଡେଲ ମଧ୍ୟ ଦେଶରେ ସ୍ଥାପିତ କରାଯ଼ାଇଛି ।

ଶକ୍ତି ସ୍ରୋତ ହିସାବରେ କ୍ଷୁଦ୍ର ଜଳ ବିଦ୍ୟୁତର ସୁବିଧା

ବିଶ୍ଵସଯୋଗ୍ୟ, ପରିବେଶ ମିତ୍ର, ପରିପକ୍ଵ ଓ ପ୍ରମାଣିତ ଟେକ୍ନୋଲୋଜି ସମ୍ବେଦନଳଶୀଳ ପାର୍ବତୀୟ ପରିବେଶ ପାଇଁ ବିଶେଷ ଭାବେ ପ୍ରଯ଼ୁଜ୍ୟ ଯ଼େଉଁ ଠାରେ ପର୍ଯ଼ାପ୍ତ ପରିମାଣର ପାଣି ବହିବ ସେଠାରୁ ଶୋଷଣ କରାଯ଼ାଇପାରେ ଛୋଟ ଝରଣା, ମଧ୍ୟମ ଓ କ୍ଷୁଦ୍ର ନଦୀ ଏବଂ ବିପୁଳ ସୌର ଶକ୍ତି, ବାୟୁ ଶକ୍ତି ଓ ଅନ୍ୟ ଜୈବ ଶକ୍ତି ସ୍ରୋତକୁ ମଧ୍ୟ ବ୍ୟବହାର କରାଯ଼ାଇପାରେ । ବଡ ବନ୍ଧ ସ୍ଥାପିତ କରିବାର ଆବଶ୍ୟକତା ନାହିଁ ଯ଼େଉଁଠାରେ ଗାଁବୁଡି, ଲୋକ ମାନଙ୍କର ପୁନର୍ବାସ ଓ ଜଙ୍ଗଲ କଟା ସମସ୍ୟା ରହିଛି ପରିବେଶକୁ ପ୍ରଦୂଷିତ କରେ ନାହିଁ, କୌଣସି ବର୍ଜ୍ୟ ବସ୍ତୁ, ଟକ୍ସିତ ଗ୍ୟାସ ଉତ୍ସର୍ଜନ କରେ ନାହିଁ, ପରିବେଶ ମିତ୍ର କ୍ଷୁଦ୍ର ପୁଞ୍ଜି ନିବେଶ, କମ ସମୟରେ ହୁଏ ସର୍ବନିମ୍ନ ବିତରଣ କ୍ଷତି ସାବଧାନପୂର୍ବକ ଯ଼ୋଜନା ତିଆରି କରି ଏବଂ ସରଳ ଓ ସ୍ଥିରିକୃତ ଡିଜାଇନ ଦ୍ଵାରା ଏସଏଚପି ସ୍ଥାପନା କରିବା ଏବେ ଥର୍ମାଲ, ଡିଜେଲ ଓ ଗ୍ୟାସ ଆଧାରିତ ଶକ୍ତି ଉତ୍ପାଦନ ସହିତ ପ୍ରତିସ୍ପର୍ଧାତ୍ମକ ହେବାରେ ଲାଗିଛି ଜିଓଥର୍ମାଲ ଶକ୍ତି ।

ଜିଓ ଥର୍ମାଲର ଆକ୍ଷରିକ ଅର୍ଥ ହେଲା ପୃଥିବୀ ଦ୍ଵାରା ଉତ୍ପାଦନ କରାଯ଼ାଉଥିବା ଉତ୍ତାପ. ପ୍ରକୃତିରେ ଥିବା ହଟ ସ୍ପ୍ରିଙ୍ଗ ଜିଓଥର୍ମାଲ ଶକ୍ତି ଉତ୍ସ ରହିଥିବା ସ୍ଥାନ ପାଇଁ ସୂଚକ ହୋଇପାରେ । ଯ଼ଦିଓ ଦେଶରେ ୩୪୦ଟି ହଟ ସ୍ପ୍ରିଙ୍ଗ ସ୍ଥଳ ରହିଛି ତେବେ ଏହି ପ୍ରକାରର ଶକ୍ତିକୁ ବର୍ତ୍ତମାନ ଯ଼ାଏ ବ୍ୟବହାର କରାଯ଼ାଇ ନାହିଁ ।

ଅଣ ନବୀକରଣ ଯୋଗ୍ୟ ଶକ୍ତି

କୋଇଲା, ତୈଳ ଓ ପ୍ରାକୃତିକ ଗ୍ୟାସ ହେଉଛି ଅଣ ନବୀକରଣ ଯୋଗ୍ୟ ଶକ୍ତି ସ୍ରୋତ । ଏହାକୁ ଜୀବାଶ୍ମ ଇନ୍ଧନ ବୋଲି ମଧ୍ୟ କୁହାଯ଼ାଏ କାରଣ ଏଗୁଡିକ ହଜାର ହଜାର ବର୍ଷ ଆଗରୁ ଥିବା ବୃକ୍ଷ ଗୁଡିକର ଉତ୍ପାଦ । ଇନ୍ଧନ ଜୀବାଶ୍ମ ଗୁଡିକୁ ସାଧାରଣ ଭାବେ ବର୍ତ୍ତମାନ ଶକ୍ତି ଉତ୍ସ ଭାବେ ବ୍ୟବହାର କରାଯ଼ାଉଛି ।  କୋଇଲା ଉତ୍ପାଦନରେ ବିଶ୍ଵରେ ଭାରତ ତୃତୀୟ ସ୍ଥାନରେ ରହିଛି । ଭାରତରେ ୨,୯୩,୪୯୭ ଏମଟି କୋଇଲା ଥିବା (୨୦୧୨ଏପ୍ରିଲ) ସୁଦ୍ଧା ଆକଳନ କରାଯ଼ାଇଛି। ଦେଶର ଶକ୍ତି ଆବଶ୍ୟକତାର ୫୦ ପ୍ରତିଶତ କୋଇଲା ପୂରଣ କରିଥାଏ. ଭାରତ ପ୍ରତିବର୍ଷ ୨୧୦ଏମଟି ଅଶୋଧିତ ତୈଳ ଖର୍ଚ୍ଚ କରେ ଓ ଏଥି ମଧ୍ୟରୁ ୭୦ ପ୍ରତିଶତ ଆମଦାନୀ ହୋଇଥାଏ । ଜୀବାଶ୍ମ ଇନ୍ଧନ ଦହନ ଦ୍ଵାରା ପରିବେଶକୁ ବ୍ୟlପକ କ୍ଷତି ହୋଇଥାଏ ।

ଆଧାର - ପୋର୍ଟାଲ କଣ୍ଟେଣ୍ଟ ଟିମ

3.66666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top