অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉଜ୍ଜ୍ଵଳା ଯୋଜନା

ସାଧାରଣ ବଲ୍ବ (ଡୁମ୍) ଟିଏ ଆଲୋକ ପ୍ରଦାନ ପାଇଁ ଗୋଟିଏ ଶକ୍ତି-ଅଦକ୍ଷ ଉପକରଣ ଯାହାକି ମାତ୍ର ୫% ବିଦ୍ୟୁତ ନିବେଶ କୁ ଆଲୋକରେ ରୂପାନ୍ତରିତ କରିଥାଏ । ଲାଇଟ ଏମିଟିଙ୍ଗ ଡାୟୋଡ (LED) ଇତ୍ୟାଦି ପରି ସୁଦକ୍ଷ ଆଲୋକ ଉପକରଣ ଗୁଡିକ  ସାଧାରଣ ବଲ୍ବ ତୁଳନାରେ ମାତ୍ର ଏକ-ଦଶମାଂଶ ଶକ୍ତି ବ୍ୟବହାର କରି ସମ ପରିମାଣ ବା ତଦୁର୍ଦ୍ଧ୍ଵ ଆଲୋକ ପ୍ରଦାନ କରିଥାନ୍ତି । କିନ୍ତୁ, ଏହି ଉପକରଣ ଗୁଡିକ ଅଧିକ ମୂଲ୍ୟର ହୋଇଥିବାରୁ ଏହାର ଅଭିଗ୍ରହଣ ଦିଗରେ ବାଧା ଉପୁଜୁଛି । ଏହି ମୂଲ୍ୟ ବାଧାକୁ ଦୂର କରିବା ପାଇଁ  DELP on-bill ଯୋଜନା କାର୍ଯ୍ୟ।ନ୍ଵିତ ହେଉଛି । ଏହି ଯୋଜନାର ନାମ ରଖାଯାଇଛି “ଉଜ୍ଜ୍ଵଳା” (Unnat Jyoti by Affordable LEDs for All ର ସଂକ୍ଷିପ୍ତ ରୂପ)

ଉଦ୍ଦେଶ୍ୟ

ସୁଦକ୍ଷ ଆଲୋକ ଉପକରଣ ବ୍ୟବହାରକରି ବିଦ୍ୟୁତ ଖର୍ଚ୍ଚ କମ୍ କରିବା ତଥା ଏଦିଗରେ ସଚେତନତା ବଢାଇବା ଏବଂ ଏହାଦ୍ଵାରା ପରିବେଶର ସଂରକ୍ଷଣ କରିବା ଏହି ଯୋଜନାର ଲକ୍ଷ୍ୟ ।

ବ୍ୟାପକ ଲକ୍ଷ୍ୟ

  • ଉଦ୍ଦୀପ୍ତ ବଲ୍ବର ବ୍ୟବହାର କମ୍ କରିବା ପାଇଁ ସମ୍ପୂପୂର୍ଣ୍ଣ ଲକ୍ଷ୍ୟ: ୨୦୦ ନିୟୁତ
  • ପ୍ରତ୍ୟାଶିତ ସମ୍ପୂପୂର୍ଣ୍ଣ ବାର୍ଷିକ ଶକ୍ତି ସଞ୍ଚୟ:୧୦.୫ ଅରବ (billion) କିଲୋ ୱାଟଆୱାର (KWh)
  • ପ୍ରତ୍ୟାଶିତ ଭାର କମ୍ କରିବା: ୫୦୦୦ ମେଗା ୱାଟ (MW)
  • ଗ୍ରାହକ ଦେୟର ପ୍ରତ୍ୟାଶିତ ବାର୍ଷିକ reduction: ୪୦୦୦୦ କୋଟି ଟଙ୍କା
  • ଅନୁମାନିତ ସବୁଜଗୃହ ବାଷ୍ପର ବାର୍ଷିକ ଉତ୍ସର୍ଜନ ପରିମାଣ କମ୍ କରିବା: ୭୯ ନିୟୁତ ଟନ୍ ଅଙ୍ଗାରକାମ୍ଳ

କାର୍ଯ୍ୟକାରୀ ସଂସ୍ଥା

ବିଦ୍ୟୁତ ଆବଣ୍ଟନ କମ୍ପାନୀ ଏବଂ Energy Efficiency Service Ltd. (EESL), ଭରତ ସରକାରଙ୍କ ଏକ ସାର୍ବଜନିକ ଉପକ୍ରମ ଏହି ଯୋଜନାକୁ କାର୍ଯ୍ୟ।ନ୍ଵିତ କରୁଛନ୍ତି ।

LED ବଲ୍ବ ପାଇବାପାଇଁ ଯୋଗ୍ୟତା

ଏହି ଯୋଜନାରେ ପ୍ରତ୍ୟେକ Grid ସଂଯୁକ୍ତ ଉପଭୋକ୍ତା, ଯାହାଙ୍କର ନିଜ ଅଞ୍ଚଳର ବିଦ୍ୟୁତ ଆବଣ୍ଟନ କମ୍ପାନୀ ଦ୍ଵାରା ଦିଆଯାଇଥିବା ବିଦ୍ୟୁତ ମିଟର ଲାଗିଛି, ସେମାନେ ୪୦% ରିହାତି ମୂଲ୍ୟରେ LED ବଲ୍ବ ପାଇପାରିବେ । ଉପଭୋକ୍ତାମାନେ ଏହି ବଲ୍ବ ମାସିକ ସମାନ କିସ୍ତି ଆକାରରେ ମଧ୍ୟ ପାଇପାରିବେ ।

ଅନ୍ତର୍ଭୁକ୍ତ ରାଜ୍ୟ

ଏହି ଯୋଜନା ବର୍ତ୍ତମାନ ୧୨ଟି ରାଜ୍ୟରେ  କାର୍ଯ୍ୟ।ନ୍ଵିତ ହେଉଛି । ରାଜ୍ୟର ନାମଗୁଡିକ ପାଇଁ  ଏଠାରେ କ୍ଲିକ କରନ୍ତୁ ।

LED ବଲ୍ବ ପ୍ରାପ୍ତି

ଏହି ବଲ୍ବ ଗୁଡିକ ସହରର ବିଶିଷ୍ଟ ବିକ୍ରୟସ୍ଥଳ ମାନଙ୍କରେହିଁ ଉପଲବ୍ଧ ହେବ । ଅନ୍ୟ କୌଣସି ଦୋକାନ ବା ଅନ୍ୟ ସ୍ଥାନରେ ଉପଲବ୍ଧ ହେବ ନାହିଁ । ଏହାର ଆବଣ୍ଟନ ଏକାଧିକ ସ୍ତର ଦେଇ ଗତି କରେ । ଏହି ବିକ୍ରୟସ୍ଥଳ ଗୁଡିକ ସମ୍ବନ୍ଧରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ (ପ୍ରାଚୀରପତ୍ର, ବିଜ୍ଞାପାନ ଇତ୍ୟାଦି) ପ୍ରଚାର କରାଯାଇଥାଏ ।

LED ବଲ୍ବ ପାଇବାପାଇଁ ଦରକାରୀ କାଗଜ

  • ନବୀନତମ ବିଦ୍ୟୁତ ବିଲ୍ ର ଫୋଟୋକପୀ
  • ଫୋଟୋ ପରିଚୟପତ୍ର
  • ଆବାସିକ ପ୍ରମାଣପତ୍ର (ବିଦ୍ୟୁତ ବିଲ ରେ ଥିବା ଠିକଣା ଓ ଆବାସିକ ପ୍ରମାଣପତ୍ର ରେ ଥିବା ଠିକଣା ସମାନ ହେବ ଦରକାର)
  • ଯଦି on-bill କିସ୍ତି ଆକାରରେ ନେଉଥାନ୍ତି ତେବେ ନଗଦ ଅଗ୍ରୀମ, ନଚେତ  (ସମ୍ପୂପୂର୍ଣ୍ଣ ଦେୟ ପଇଠ କରି ନେଉଥିଲେ ଆବାସିକ ପ୍ରମାଣପତ୍ର ବାଧ୍ୟତାମୂଳକ ନୁହଁ)

ତୃଟିପୂର୍ଣ୍ଣ ବଲ୍ବ / ବଲ୍ବ ଫ୍ୟୁଜ ହୋଇଗଲେ

LED ବଲ୍ବ ଗୁଡିକ ଦୀର୍ଘସ୍ଥାୟୀ (ଦିନକୁ ୪-୫ ଘଣ୍ଟା ବ୍ୟବହାର କଲେ ୧୫ ବର୍ଷ ଚାଲିବ) ଏବଂ ଫ୍ୟୁଜ ହେବାର ସମ୍ଭାବନା ବହୁତ କମ୍ । କିନ୍ତୁ ଯଦି କୌଣସି କାରଣରୁ ଏହା କମ କରିବା ବନ୍ଦ କରିଦିଏ, ତେବେ EESL ସେଥିପାଇଁ ୩ ବର୍ଷର ୱାରେନ୍ଟୀ ଦେବ । ଏହାକୁ ଆବଣ୍ଟନ ପ୍ରକ୍ରିୟା ପରେ ଘୋଷିତ ଦୋକାନ/ ସ୍ଥାନ ରେ ବଦଳାଇହେବ । ଆବଣ୍ଟନ ପ୍ରକ୍ରିୟା ଚାଲୁଥିବାସମୟରେ ଏହାକୁ ସେହିଠାରେ ବଦଳାଇହେବ । ଯେକୌଣସି କମ୍ପାନୀର ବଲ୍ବ ଅନ୍ୟ ଯେକୌଣସି କମ୍ପାନୀର ବଲ୍ବ ସହ ଅଦଳବଦଳ କରାଯାଇପାରିବ ।

ଅଭିଯୋଗ ପଞ୍ଜୀକରଣ

ଆବଣ୍ଟନ ପ୍ରକ୍ରିୟା ସମୟରେ ସେହି କମ୍ପାନୀ ଦ୍ଵାରା ଘୋଷିତ ଗ୍ରାହକ ସେବା କେନ୍ଦ୍ରରେ ଅଭିଯୋଗ ପଞ୍ଜୀକରଣ କରାଯାଇପାରିବ । EESL ଦ୍ଵାରା ସ୍ଥିର ହୋଇଛି ଯେ UJALA LED ବଲ୍ବର ଖୋଳ ଉପରେ ତଥା ଦେୟ ରସିଦ ଉପରେ କମ୍ପାନୀର ଏକ helpline ନମ୍ବର ମୁଦ୍ରିତ ହୋଇଥିବ ।   ଆବଣ୍ଟନ ପ୍ରକ୍ରିୟା ସମୟ ଶେଷ ହେଲାପରେ ଗ୍ରାହକ ସେହି ନମ୍ବରରେ ଫୋନ କରି ଅଭିଯୋଗ ପଞ୍ଜୀକୃତ କରାଇପାରିବେ । ଏହାଇ ପ୍ରକ୍ରିୟା ଏକ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କରାଯିବ ।

ଆଧାର-PIB

ଅଧିକ ସୂଚନା ପାଇଁ

  1. ଜାତୀୟ ଉଜ୍ଵଳା ଡେସ୍କବୋର୍ଡ

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate