অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସବୁଜ ଉଦ୍ୟମ

ଇଥନୋଲ୍ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ

  • ସରକାର ଇଥନୋଲ୍ ଆଧାରିତ ପେଟ୍ରୋଲ କାର୍ଯ୍ୟକ୍ରମ ରୂପାୟନ କରୁଛନ୍ତି ଯାହାଦ୍ଵାରା ତୈଳ ବିପଣନକାରୀ କମ୍ପାନୀମାନେ ଇଥନୋଲ୍ ମିଶ୍ରିତ ପେଟ୍ରୋଲ୍ ବିକ୍ରୀ କରିବେ ଯେଉଁଥିରେ ୧୦ ପ୍ରତିଶତ ଇଥନୋଲ୍ ହେବ ।
  • ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ୨୦୧୪ ଡିସେମ୍ବରରୁ ଇଥନୋଲ୍ କ୍ରୟ ମୂଲ୍ୟକୁ ବଢାଇଦେବା ସହିତ ପେଟ୍ରୋର ସାୟନ ରାସ୍ତା ସହିତ ସେଲ୍ୟୁଲୋଷ୍ଟିକ୍ ଓ ଲିଗ୍ନୋ ସେଲ୍ୟୁଲୋଷ୍ଟିକ ସାମଗ୍ରୀ ଭଳି ବୈକଳ୍ପିକ ରାସ୍ତା ଖୋଲି ଦେଇଛନ୍ତି ।
  • ଏପରି ନିଷ୍ପତିର ପ୍ରଭାବ ଏପରି ତଥ୍ୟରୁ ସ୍ପଷ୍ଟ ହେଉଛି କି ଇଥନୋଲ୍ ଆମଦାନୀ ୨୦୧୪-୧୫ ବର୍ଷରେ ଚିନୀ ପାଇଁ ୬୭.୪ କୋଟି ଲିଟର ପର୍ଯ୍ୟନ୍ତ ବଢିଯାଇଛି  ଯାହାକି ୨୦୧୩-୧୪ ବେଳକୁ ୩୮ କୋଟି ଲିଟର ଥିଲା ।
  • ଏପରି କାର୍ଯ୍ୟ ପ୍ରଦର୍ଶନ ୨୦୧୫-୧୬ ରେ ବି ଜାରି ରହିଲା, ଯେଉଁଥିରେ ଇଥନୋଲ୍ ର ଆମଦାନୀ ପାଇଁ\ ଯୋଗାଣକାରୀଙ୍କ ଦ୍ଵାରା ୧୩୫ କୋଟି ଲିଟରରୁ ଅଧିକର ଅନୁବନ୍ଧ କରାଗଲା ।
  • ବର୍ତମାନ ଶର୍କରା ବର୍ଷରେ ପେଟ୍ରୋଲରେ ୫ ପ୍ରତିଶତ ଇଥନୋଲ୍ ମିଶ୍ରଣର ଲକ୍ଷ୍ୟପ୍ରାପ୍ତି କରାଯିବାର ସମ୍ଭାବନା ଅଛି ।

ଜୈବ ଡିଜେଲ୍ କାର୍ଯ୍ୟକ୍ରମ

  • ୧୦ ଅଗଷ୍ଟ ୨୦୧୫ ରେ ସରକାର ଘରୋଇ ଉତ୍ପାଦନଙ୍କ ଦ୍ଵାରା ଜୈବ ଡିଜେଲ୍ ର ବିକ୍ରୀ ହୋଲସେଲ ଗ୍ରାହକଙ୍କୁ କରିବା ଅନୁମତି ପ୍ରଦାନ କରିଛନ୍ତି ।
  • ଦେଶରେ ପ୍ରଥମ ଥର ପାଇଁ ଜୈବ ଡିଜେଲ୍ (ବି-୫) ମିଶ୍ରିତ ଡିଜେଲ୍ ର ଖୁଚୁରା ବିକ୍ରୀ ଚିହ୍ନିତ ଖୁଚୁରା ବିକ୍ରୀ କେନ୍ଦ୍ରରେ ଆରମ୍ଭ ହୋଇଛି ।
  • ଯୋଗାଣକର୍ତ୍ତା ମାନେ ୪.୬ କୋଟି ଲିଟର ବାୟୋଡିଜେଲ୍ ଉତ୍ପାଦନ ପାଇଁ ଅନୁବନ୍ଧ କରିଛନ୍ତି । ୧.୨୯ କୋଟି ଲିଟରର ଯୋଗାଣ ବର୍ତମାନ ସୁଦ୍ଧା କରାଯାଇସାରିଛି ।
  • ୩୦ ଅପ୍ରେଲ୨୦୧୬ ସୁଦ୍ଧା ୬ଟି ରାଜ୍ୟରେ ୨୨୭୧ ଖୁଚୁରା ବିକ୍ରୟ କେନ୍ଦ୍ର ଦ୍ଵାରା ବି-୫ ଡିଜେଲ ବିକ୍ରିକରାଯାଉଛି ।

୨ଜି ଇଥନୋଲ୍

  • କେନ୍ଦୀୟ ବିଜ୍ଞାନ ଏବଂ ପ୍ରଯୁକ୍ତି ତଥା ଭୂପୃଷ୍ଠ ବିଜ୍ଞାନ ମନ୍ତ୍ରୀ ଡଃ ଦର୍ଶବର୍ଦ୍ଧନ ଉତାରାଖଣ୍ଡର କାଶିପୁରଠାରେ 2016 ଅପ୍ରେଲ ୨୨ ତାରିଖରେ ସେକେଣ୍ଟ ଜେନେରେସନ ଇଥନୋଲ କାରାଖାନାର ଉଦ୍ ଘାଟନ କରିଛନ୍ତି ।
  • ସମସ୍ତ ତୈଳ ବିପଣନ କମ୍ପାନୀ ଗୁଡିକୁ ୨ ଜି ଇଥନୋଲ କୌଶଳର ଆକଳନ କରିବା ଓ ଦେଶରେ ବିକାଶିତ ୨ଜି କୌଶଳକୁ ଗୁରୁତ୍ଵ ଦେବା ସହ ବିଭିନ୍ନ କୃଷି ଅବଶିଷ୍ଟାନ୍ସ ଆଧାରିତ ବ୍ୟାବସାୟିକ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ  ନିର୍ଦ୍ଦେଶ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
  • ଜୈବ ଇନ୍ଧନ ଆଧାରିତ କାର୍ଯ୍ୟ ସମୂହରେ ସମସ୍ତ ଓଏମସିଜଙ୍କ ପାଇଁ ଦୁଇ ଦିନିଆ କର୍ମଶାଳାର ଆୟୋଜନ ହୋଇଥିଲା ଯେଉଁଥିରେ ଘରୋଇ ଓ ବାହାରୁ ଆସିଥିବା ଅନେକ କୌଶଳ ପ୍ରସ୍ତୁତ କରାଯାଇଥିଲା । ଏହା ୟପରେ ଆଲୋଚନା ହୋଇଥିଲା ଏବଂ ଏହାର ମୂଲ୍ୟଙ୍କନ ଜାନୁୟାରୀ ୨.୧୭ ରେ କରାଯାଇଥିଲା ।
  • ୨ଜି ଇଥନୋଲ୍ ସମ୍ପର୍କତ ଏକଦିନିଆ ଜାତୀୟ ଆଲୋକଗବାକୁ ନୂଆଦିଲ୍ଲୀଠାରେ ଆୟୋଜନ କରାଯାଇଥିଲା ।
  • ସମସ୍ତ ଓ ଏମସିଜ ଗୁଡିକପକ୍ଷରୁ ପ୍ରଯୁକ୍ତିଗତ  ଭାଗିଦାର ତଥା ଜୈବ ଉତ୍ପାଦ ଯୋଗାଣ ଚେନ ଭାରୀଦାରମାନଙ୍କ ଥ୍ରୁ ଅଭିବ୍ୟକ୍ତିର ଇଚ୍ଛା ( ଇଓଆଇ_) ଆମନ୍ତ୍ରିତ କରାଯାଇଛି । ଏହି ପ୍ରସ୍ତାର ମୂଲ୍ୟଙ୍କନ, ବ୍ୟବହାରିକତା ଅଧ୍ୟୟନ ତଥା ଏକ ସ୍ପଷ୍ଟ ରୂପରଖେ ନିଘାରିତ କରାଯାଉଛି ।
  • ୨ଜି ଇଥନୋଲ୍ ସମ୍ପର୍କତ ଏକ ମାର୍ଗଦର୍ଶକ ପୁସ୍ତିକାଳ ଚୁଡାନ୍ତ ରୂପ ଦିଆଯାଉଛି ।

ତରଳୀକୃତ ପ୍ରାକୃତିକ ଗ୍ୟାସ

  • ଦହେଜ ଏଲଏନଜି ଟର୍ମିନାଲର ବାର୍ଷିକ କ୍ଷମତା ୧୦ ଏମଏମଟିପିଏ ରୁ ବାର୍ଷିକ ୧୫ ମିଲିୟନ ମେଟ୍ରିକଟନ୍ କ୍ଷମତା ବୃଦ୍ଧି ସେସ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହା ୨୦୧୬ ସେସ ସୁଦ୍ଧା ସ୍ଥାପିତ ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଏଥିରେ ବାର୍ଷିକ ୨.୫ ଏମଏମଟିପିଏ ଅତିରିକ୍ତ କ୍ଷମତା ବିସ୍ତାର ପାଇଁ ଏକ ସୁଦୃଢ ଯୋଜନା ରହିଛି ।
  • ଏନ୍ନୋରଠାରେ ବାର୍ଷିକ ୫ ମିଲିୟନ ମେଟ୍ରିକଟନ କ୍ଷମତା ବିଶିଷ୍ଟ ନୂଆ ଏଲଏନଜି ଟର୍ମିନାଳର ବିକାଶ କାର୍ଯ୍ୟ ସେସ ପର୍ଯ୍ୟାୟରେ ପହଞ୍ଚିଛି ।
  • ଏହା ବ୍ୟତୀତ ପ୍ରତ୍ୟେକ ୫ ମିଲିୟନ ମେଟ୍ରିକଟନ୍ ବାର୍ଷିକ କ୍ଷମତା ବିଶିଷ୍ଟ ୨ଟି ନୂଆ ଆର-ଏଲଏନଜି ଟର୍ମିନାଲ ( ଅର୍ଥାତ ଧାମରା ଓ କାକୀନାଡା) କୁ ୨୦୨୨ ସୁଦ୍ଧା ସ୍ଥାପିତ କରାଯିବାର ଯୋଜନା ରହିଛି ।
  • ୨୦୨୨ ସୁଦ୍ଧା ସମୁଦାୟ ଏଲଏନଜି ଟର୍ମିନାଲ କ୍ଷମତା ବାର୍ଷିକ ୨୧.୩ ମିଲିୟନ ମେଟ୍ରିକଟନରୁ ୪୭.୫ ମିଲିୟନ ମେଟ୍ରିକଟନରେ ପହଞ୍ଚିବାର ସମ୍ଭାବନା ରହିଛି ।

ଗ୍ୟାସ ପାଇପ୍ ଲାଲନ

  • ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଲୟ ଜାତୀୟ ଗ୍ୟାସ ଗ୍ରୀଡ୍ ରେ ପ୍ରଖରତା ଆଣିବା ପାଇଁ ୧୫୦୦୦ କି.ମି. ଅତିରିକ୍ତ ପାଇପ୍ ଲାଇନକୁ ଶୀଘ୍ର ବିଛାଇବାର ଉଦାମ ଆରମ୍ଭ କରିଛନ୍ତି ଏବଂ ପାଇପ୍ ଲାଇନର ରାସ୍ତାରେ ଆସିବାକୁ ଥିବା ସମ୍ଭାବ୍ୟ ଗ୍ରାହକଙ୍କୁ ଚିହ୍ନଟ କରିଛନ୍ତି ।
  • ଜଗଦିଶପୁର- ହଳଦିଆ ପାଇପଲାଇନ୍ ବିଛାଇବା କାମ ଆରମ୍ଭ ହୋଇଯାଇଛି ଏବଂ ଏହା ଡିସେମ୍ବର ୨୦୧୮ ସୁଦ୍ଧା ଧାମରା- ପାରାଦ୍ଵୀପ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇଯିବାର ସମ୍ଭାବନା ରହିଛି ।
  • ସହଡୋଲ- ଫୁଲପୁର ପାଇପଲାଇନ କାମ ସମ୍ପୁର୍ଣ୍ଣ ହେବାକୁ ଯାଉଛି ।
  • ମେହସାଣା- ଭଟିଣ୍ଡା, ମଲ୍ଲାୟବରମ’- ସମାଗୁଣ୍ଡମ୍ ପାଇପଲାଇନ ଭଳି କେତେକ ଅନ୍ୟ ଗୁରୁତ୍ଵପୂର୍ଣ୍ଣ କାମର୍ବ ଆରଓୟୁ ଅଧିଗ୍ରହଣ ସମାପ୍ତ ହୋଇଛି ଏବଂ କାମ ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି ।
  • କୋଂଟାଇ – ଧାମରା ପ୍ରଭାଗର ପାଇପ ଲାଇନ ନିର୍ମାଣର ଯୋଜନା କରାଯାଉଛି ଯାହା ଦ୍ଵାରା ବାଂଲାଦେଶକୁ ପ୍ରାକୃତିକ ଯୋଗାଣ କରାଯାଇପାରିବ ।

ଆଧାର - ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଭାରତ ସରକାର

Last Modified : 5/18/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate