অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉର୍ଜା ଶକ୍ତି

ଉର୍ଜା ଶକ୍ତିକୁ ସୁବିନିଯୋଗ

ଗୁଜରାଟ ସ୍ଵଚ୍ଛତା ଓ ଦକ୍ଷତା କଣ ସେ ବିଷୟରେ ଲୋକମାନେ ଜାଣିବାକୁ ପାଇଛନ୍ତି ଯାହାର ଦ୍ରୃତ ବିକାଶ ଏହି ରାଜ୍ୟରେ ଦେଖାଦେଇଛି। ଉର୍ଜା ଶକ୍ତି କିମ୍ବା ଯାହାକୁ ଶକ୍ତିର କ୍ଷମତା ବୋଲି କୁହାଯାଉଛି ଏହି ଶକ୍ତିର ପ୍ରବାହ ଲାଗି ପଦକ୍ଷେପ ପାଇଁ ଶ୍ରୀ ନରେନ୍ଦ୍ର ମୋଦି ପ୍ରତିଟି ଗୃହଗୁଡ଼ିକ ପାଇଁ ସ୍ମରଣୀୟ ହୋଇ ରହିବେ ଯେଉଁଥିରେ ପ୍ରତ୍ୟେକ ଗୃହ ଆଜି ଆଲୋକିତ ହୋଇପାରିଛି। 2000 ରୁ 2011 ପର୍ଯ୍ୟନ୍ତ ଗୁଜରାଟରେ ଶକ୍ତି ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଛି। 2012 ବେଳକୁ ଏହି ଶକ୍ତିର କ୍ଷମତା 21000 ମେଗାୱାଟରେ ପହଞ୍ଚି ପାରିଛି ସମଗ୍ର ରାଷ୍ଟ୍ର ପାଇଁ ଏହି ରାଜ୍ୟ ଶକ୍ତି ବିନିଯୋଗ କ୍ଷେତ୍ରରେରେ ଏକ ଶକ୍ତି କେନ୍ଦ୍ର ରୂପେ ଉଦଭାସିତ ହୋଇଛି। ଆଗାମୀ 3 ବର୍ଷ ମଧ୍ୟରେ ଭାରତରେ ଦେଶ ପାଇଁ କଣ ସବୁ ସଫଳତା ଅଣାଯିବା ସମ୍ଭବ ତାଠାରୁ ଅଧିକ ବା ଏକ ତୃତୀୟାଂଶ ଗୁଜୁରାଟରେ ହାସଲ ହୋଇପାରିଛି।

ଚାରିଟି ପ୍ରମୁଖ ଉପାଦାନ ଯାହା ସାହାଯ୍ୟରେ ଗୁଜୁରାଟ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହୋଇଛି ସେଗୁଡ଼ିକ ହେଲା :

  • ବାୟୁ ଶକ୍ତି
  • ସୌର ଶକ୍ତି
  • ଉର୍ଜା ସୃଷ୍ଟି
  • ଜୈବ ଶକ୍ତି

ଗ୍ରାମଗୁଡ଼ିକୁ ସଂପୂର୍ଣ୍ଣ ବିଦ୍ୟୁତିକରଣ କରିବା ପାଇଁ ରହିଥିବା ସବୁ ସମସ୍ୟାଗୁଡ଼ିକୁ ଦୂର କରିବା ଉଦ୍ଦେଶ୍ୟରେ ଗୁଜୁରାଟ ସରକାର ଅନେକଗୁଡ଼ିଏ କାର୍ଯ୍ୟାପଯୋଗୀ କୌଶଳ ପ୍ରଣୟନ କରିଛନ୍ତି ଯାହା ମଧ୍ୟରେ ରହିଛି : ସୁଜଲାମ୍ ସୁଫଲାମ୍ (ଜଳ ଅମଳ ଯୋଜନା), ବୁନ୍ଦା ଜଳସେଚନ ଯୋଜନା, ଶକ୍ତି ସଂରକ୍ଷଣ ପାଇଁ ଗଣ ସଚେତନତା କାର୍ଯ୍ୟକ୍ରମ ଏବଂ ଜ୍ୟୋତିଗ୍ରାମ ଯୋଜନା (ଗ୍ରାମଗୁଡ଼ିକୁ ଆଲୋକିତ କରିବା ଯୋଜନା)

ଦେଶ ପାଇଁ ଶକ୍ତି ହେଉଛି ଏକ ପ୍ରମୁଖ ସମସ୍ୟା କିନ୍ତୁ ଗୁଜୁରାଟ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ବଳକା ଶକ୍ତି (600 ମେଗାୱାଟ) ମିଳିପାରୁଛି ଏବଂ ସେ ଏଥିରୁ 220 ମେଗାୱାଟ୍ ଶକ୍ତିକୁ ତାମିଲନାଡୁକୁ ଏବଂ 200 ମେଗାୱାଟ୍ ଶକ୍ତିକୁ କର୍ଣ୍ଣାଟକକୁ ଯୋଗାଇ ପାରୁଛି ଗ୍ରାମୀଣ ବିଦ୍ୟୁତିକରଣ ଯୋଜନାରେ ଅନ୍ୟ ରାଜ୍ୟଗୁଡ଼ିକ ଗୁଜୁରାଟ ଠାରୁ ଉଲ୍ଲେଖନୀୟ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ ଅନ୍ୟ ରାଜ୍ୟଗୁଡ଼ିକ ଭଳି ବିଦ୍ୟୁତ୍ ହ୍ରାସ କରିବା ଓ କାଟ କରିବା ହେଉଛି ଅତୀତ ଦିନର କଥା। ଗୁଜୁରାଟରେ ବର୍ତ୍ତମାନ କୌଣସି ବିଦ୍ୟୁତ୍ କାଟ ନହୋଇ ନିରବଚ୍ଛିନ୍ନ ଭାବରେ ଶକ୍ତି ପ୍ରବାହ ଜାରି ରହିଛି।
ଏହା କେବଳ ସମ୍ଭବ ହୋଇପାରିଛି ପ୍ରଧାନମନ୍ତ୍ରୀଙ୍କର ଜ୍ୟୋତି ଗ୍ରାମ ପ୍ରକଳ୍ପ ଅଭିଯାନ ଜରିଆରେ ଯାହାର ଅନେକଗୁଡ଼ିଏ ପ୍ରଭାବ ସମାଜ ଉପରେ ପଡ଼ିଛି। ଏହି ଜ୍ୟୋତି ଗ୍ରାମ ପ୍ରକଳ୍ପରେ ତିନି ଫେଜ୍ ବ୍ୟବସ୍ଥା ରଖାଯାଇ ସଫଳତା ପୂର୍ବକ ପ୍ରତିଟି ଗୃହକୁ ଆଲୋକିତକରଣ କରିବା ବ୍ୟବସ୍ଥା ଓ ଗୁଜରାଟ ରାଜ୍ୟର ସମସ୍ତ 18,742ଟି ଗ୍ରାମ ସାଙ୍ଗକୁ 9680 ଛୋଟ ଅଞ୍ଚଳକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ବିତରଣ କରିବାରେ ଗୁଜରାଟ ସରକାର ସଫଳ ହୋଇପାରିଛନ୍ତି। ଏହି ଗୋଟିଏ ପ୍ରକଳ୍ପ ଦ୍ଵାରା ଗ୍ରାମୀଣ ଗୁଜରାଟର ଜୀବନ ଶୈଳୀ ଓ ଅର୍ଥନୈତିକ ମାନରେ ଯଥେଷ୍ଟ ପରିବର୍ତ୍ତନ ଆସିପାରିଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସ୍ଥାନାନ୍ତର ହେଉଥିବା ଲୋକମାନଙ୍କର ସଂଖ୍ୟା ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଛି ଏବଂ ନୂତନ ରୂପେ ଗ୍ରାମଭିତ୍ତିକ ସହର ପ୍ରତିଷ୍ଠା ହୋଇଛି ଏହି ପ୍ରକଳ୍ପର ପ୍ରଥମ 30 ଦିନ ମଧ୍ୟରେ ଗୃହଗୁଡ଼ିକୁ ଆଲୋକିତକରଣ, ବାଣିଜ୍ୟିକ ପ୍ରତିଷ୍ଠାନ, ସହର ଓ ଗ୍ରାମଗୁଡ଼ିକରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଲୋକ ବିତରଣ ସୁବିଧା ଯୋଗାଇ ଦେଇ ଗୁଜରାଟ ସାରା ଭାରତ ପାଇଁ 100% ସଫଳତା ଆଣିବାରେ ସଫଳ ହୋଇଛି। ଜ୍ୟୋତିଗ୍ରାମ ହେଉଛି ସାମାଜିକ ଅର୍ଥନୀତି ଓ ଶିକ୍ଷାସ୍ତରରେ ବିପ୍ଳବ ଆଣିବାର ପ୍ରମୁଖ ସୂତ୍ରଧର।
ରାଜ୍ୟରେ ରହିଥିବା 21ଟି ନଦୀରୁ ଉର୍ଜ ସୃଷ୍ଟି କରାଯିବା ଗୁରୁତ୍ବକୁ ଉର୍ଜା ଶକ୍ତି କାର୍ଯ୍ୟକ୍ରମ ନିର୍ବାହ କରୁଛି ଯେଉଁଥିରେ ଚେକ୍ ଡ୍ୟାମ୍ ଏବଂ ଚାଷ ପୋଖରୀ, ଜଳାଶୟର ମରାମତି କରିବା ଦ୍ବାରା 2.25 ଲକ୍ଷ ନୂତନ ଜଳାଶୟ ସୃଷ୍ଟି ହୋଇପାରିଛି ଏବଂ ସରଦାର ସରୋବର ପ୍ରକଳ୍ପଟି ଖୁବ୍ ନିକଟରେ ସମାପ୍ତ ହେବାକୁ ଯାଉଛି ଯେଉଁଠାରେ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହେବ ମୁଖ୍ୟମନ୍ତ୍ରୀ ନିଜର ରାଜ୍ୟକୁ ବିଶ୍ଵରେ ଶକ୍ତି ଉତ୍ପାଦନର ଏକ କେନ୍ଦ୍ର ରୂପେ ପରିଗଣିତ କରାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ସେ ଏଥିପାଇଁ ନବୀକରଣୀୟ ନବୀନ ଉର୍ଜା ଉତ୍ସ ସହିତ ସୌର ଶକ୍ତି, ଜୈବ ଗ୍ୟାସ, ବାୟୁ ଶକ୍ତି ଓ ପ୍ରାକୃତିକ ଗ୍ୟାସ ଭିତ୍ତିକ ଶକ୍ତି ସମ୍ବଳ ସୃଷ୍ଟି ଉପରେ ଗୁରୁତ୍ଵ ପ୍ରଦାନ କରୁଛନ୍ତି। .

ଗୁଜରାଟ ଏକ ଶକ୍ତି କେନ୍ଦ୍ର

ଭାରତରେ ଗୁଜରାଟ ଏକ ଶକ୍ତି କେନ୍ଦ୍ର ରୂପେ କାର୍ଯ୍ୟକାରୀ କରିବା ପାଇଁ ଗୁଜୁରାଟ ଟ.1900 କୋଟିର ବ୍ୟବସ୍ଥା କରି ଭାରତର ତ୍ରିରଙ୍ଗାକୁ ପ୍ରଣାମ ଜଣାଉଛି ଏହାଦ୍ଵାରା ଶକ୍ତି କ୍ଷେତ୍ରରେ ଏକ ନାରଙ୍ଗୀ ବିପ୍ଳବର ଆରମ୍ଭ ହୋଇପାରିଛି। ଶୁଭ୍ର ବିପ୍ଳବ ଦ୍ବାରା ଦୁଗ୍ଧଜାତ ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଓ ସବୁଜ ବିପ୍ଳବ ଦ୍ଵାରା  ରାଜ୍ୟରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ସଂଗଠିତ ହୋଇପାରିଛି। ଶକ୍ତି ଓ ପେଟ୍ରୋକେମିକାଲସ ଉଦ୍ୟୋଗ ପାଇଁ ସରକାରଙ୍କ ବଜେଟରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି।

ଗୁଜୁରାଟରେ ସାଂପ୍ରତିକ ପ୍ରତିଷ୍ଠିତ ଶକ୍ତି ଉତ୍ପାଦନ କ୍ଷମତାରେ 36% ଯଥା 4742 ମୋଗୱାଟ୍ ବୃଦ୍ଧି ପାଇବା ଏକ ରେକର୍ଡ଼ ଯାହା ମଧ୍ୟରୁ 18000 ମେଗାୱାଟ୍ କ୍ଷମତା ସୃଷ୍ଟି ଦ୍ଵାରା ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏକ ଐତିହାସିକ ସଫଳତା ମିଳିପାରିଛି।

ଶକ୍ତି ବିତରଣମାନରେ ବୃଦ୍ଧି ଲାଗି ନୂତନ 105ଟି ସବଷ୍ଟେସନ ସୃଷ୍ଟି ପାଇଁ ଯୋଜନା କରାଯାଇଛି।

କିଷାନ ହିତ ଉର୍ଜା ଶକ୍ତି ଯୋଜନା (କେଏଚୟୁଏସ୍ଏଚୱାଇ) ଜରିଆରେ କୃଷକମାନଙ୍କୁ ସେମାନଙ୍କର କୃଷି କ୍ଷେତ୍ରରେ ଉପଯୋଗୀତା ପାଇଁ ଉପଯୁକ୍ତ ଭୋଲଟେଜର ବିଦ୍ୟୁତ୍ ଯୋଗାଣ ଲାଗି ଟ. 248 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି

ଟ.1382.91 କୋଟି ଖର୍ଚ୍ଚରେ 4822 ସର୍କିଟ୍ କିଲୋମିଟର ଲମ୍ବ ସହିତ ଏକ ନୂତନ ଟ୍ରାନ୍ସମିସନ ଲାଇନ୍ ପ୍ରତିଷ୍ଠା ହେବ

ଶକ୍ତି ହେଉଛି ପ୍ରମୁଖ ଉଦ୍ୟୋଗ ଏବଂ ବାଣିଜ୍ୟିକ ଉପଯୋଗ ପାଇଁ ନିରବଚ୍ଛିନ୍ନ ଭାବରେ ଶକ୍ତିର ବିନିଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ରେକର୍ଡ଼ ରହିଛି। ଶକ୍ତି ଉତ୍ପାଦନ, ଟ୍ରାନ୍ସମିସନ ଓ ବିଦ୍ୟୁତ୍ ବିତରଣ ବ୍ୟବସ୍ଥାରେ ଉନ୍ନତ ଦକ୍ଷତା ସୃଷ୍ଟି କରିବା ପାଇଁ ରାଜ୍ୟ ପକ୍ଷରୁ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ସେଥିମଧ୍ୟରେ ଏହା ଅନ୍ତର୍ଭୁକ୍ତ :-

  • ଶକ୍ତି ତାରିଫକୁ ଶୃଙ୍ଖଳିତ କରିବା
  • ଅଣ ପାରମ୍ପରିକ ଉତ୍ସକୁ ଶକ୍ତି ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରିବା
  • ଶକ୍ତି ସଂରକ୍ଷଣ ଉପରେ ଧ୍ୟାନ ଦେବା ଏବଂ
  • ଗ୍ରାହକମାନଙ୍କ ପାଇଁ ଟପଯୋଗୀଗୁଣମାନର ସେବାରେ ବିକାଶ ଆଶିବା ।

34 ଗୋଟି ଜାତୀୟ ଓ ଆନ୍ତର୍ଜାତୀୟ ପ୍ରକଳ୍ପ ବିକାଶକର୍ତ୍ତାଙ୍କ ପାଇଁ 1000 ମେଗାୱାଟ୍ ସୌରଶକ୍ତି କ୍ଷମତା ଆବଣ୍ଟନ ଦ୍ଵାରା ନବୀକରଣଯୋଗ୍ୟ ଉର୍ଜା ଉଦ୍ୟୋଗ କ୍ଷେତ୍ରରେ ସରକାର ତାଙ୍କର ପୂର୍ବ ପ୍ରତିଶୃତିକୁ ଦୋହରାଇଛନ୍ତି।

ଆଧାର -ଉର୍ଜା ଶକ୍ତି

 

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate