অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ଜୈବ ଗ୍ୟାସ ଏବଂ ଖତ ପରିଚାଳନା କାର୍ଯ୍ୟକ୍ରମ

ଜାତୀୟ ଜୈବ ଗ୍ୟାସ ଏବଂ ଖତ ପରିଚାଳନା କାର୍ଯ୍ୟକ୍ରମ

ଉପକ୍ରମ

ଜାତୀୟ ଜୈବ ଗ୍ୟାସ ଏବଂ ଖତ ପରିଚାଳନା କାର୍ଯ୍ୟକ୍ରମ ଏକ କେନ୍ଦ୍ରୀୟ ଯୋଜନା । ଏଥିରେ ମୁଖ୍ୟତଃ ଗ୍ରାମୀଣ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳରେ ପାରିବାରିକ ପ୍ରକାରର ଜୈବ ଗ୍ୟାସ ପ୍ଳାଣ୍ଟ ସ୍ଥାପନା କରାଯାଇଥାଏ । ସାଧାରଣତଃ ପାରିବାରିକ ପ୍ରକାରର  ଜୈବ ଗ୍ୟାସ ପ୍ଳାଣ୍ଟଗୁଡିକ ଜୈବ ବସ୍ତୁରୁ; ଯଥା ଗୋବର, ଚାଷ ଜମିର ବଳକା ପଦାର୍ଥ ରୋଷେଇ ଘରୁ ବଳିପଡୁଥିବା ଅବଶିଷ୍ଟାନ୍ଶ ଇତ୍ୟାଦିରୁ  ଜୈବ ଗ୍ୟାସ ଉତ୍ପାଦନ କରିଥାନ୍ତି।  ଏହି ପ୍ଳାଣ୍ଟ ରେ ଅବାୟବୀୟ ପାଚନ ପ୍ରଣାଳୀରେ ଜୈବ ଗ୍ୟାସ ତିଆରି କରିଥାନ୍ତି ।

ଉପକାରିତା

ଏହାର ଉପକାରିତା ଗୁଡିକ ହେଲା:

୧)      ଏହାଦ୍ଵାରା ରୋଷେଇ ତଥା ଆଲୋକ ପାଇଁ ସ୍ବଚ୍ଛ ଶକ୍ତି ମିଳେ

୨)      ଜୈବ ଗ୍ୟାସ ପ୍ଳାଣ୍ଟରୁ ନିର୍ଗତ ଅବଶିଷ୍ଟାନ୍ଶ ଜୈବ ଖତ ରୂପେ ବ୍ୟବହାର କରାଯାଇପାରେ

୩)      ଏହାଦ୍ବାରା ଗ୍ରାମୀଣ ଏବଂ ଆର୍ଧସହରାଞ୍ଚଳ ଗୁଡିକରେ ପରିମଳ ବ୍ୟବସ୍ଥା ଉନ୍ନତ ହୁଏ

୪)      ଏହା ଜଳବାୟୁ ପରିବର୍ତନର ପ୍ରଭାବ ହ୍ରାସ କରିଥାଏ

 

ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ଦ୍ଵାରା ଜାତୀୟ ଜୈବ ଗ୍ୟାସ ଏବଂ ଖତ ପରିଚାଳନା କାର୍ଯ୍ୟକ୍ରମ କାର୍ଯ୍ୟ।ନ୍ଵିତ ହେଉଛି। ୩୧ ଜାନୁଆରୀ ୨୦୧୭ ସୁଦ୍ଧା ସନଗର ଦେଶରେ ୭୯୩୨୮୯* ଟି ଜୈବ ଗ୍ୟାସ ପ୍ଳାଣ୍ଟ ସ୍ଥାପନ କରାଯାଇପାରିଛି। ଯେଉ ଘରଗୁଡିକରେ ଜୈବ ଅବଶିଷ୍ଟାଙ୍ଗ୍ସ ଉପଲବ୍ଧ, ସେମାନଙ୍କ ପାଇଁ ଇନ୍ଧନ ସ୍ଵାଧୀନତା ତଥା ଉଚ୍ଚ ମାନର ଜୈବ ଖତ ପାଇଁ ଜୈବ ଗ୍ୟାସ ପ୍ଳାଣ୍ଟ ଏକ ଉତ୍କୃଷ୍ଟ ବିକଳ୍ପ। ଏହାଦ୍ୱାରା ଘରର ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣରୁ ରକ୍ଷା କରିବା ସହ ପେଟ୍ରୋଲିଅମ ଗ୍ୟାସ ବାରମ୍ବାର ଭର୍ତି କରାଇବା ଖର୍ଚ୍ଚରୁ ମଧ୍ୟ ବଞ୍ଚାଇଥାଏ। ମନ୍ତ୍ରାଳୟରୁ ଏଥିପାଇଁ ନିମ୍ନ ଲିଖିତ ଆକାରରେ ସହାୟତା (ସବସିଡି) ମଧ୍ୟ ମିଳିଥାଏ।   

ସବସିଡି

କ୍ର. ସଂଖ୍ୟା

କେନ୍ଦ୍ରୀୟ ତଥା ରାଜ୍ୟ/ ଆଞ୍ଚଳିକ ସହାୟତା ବିବରଣୀ

ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ଅନ୍ତର୍ଭୁକ୍ତ ପାରିବାରିକ ପ୍ରକାରର ଜୈବ ଗ୍ୟାସ ପ୍ଳାଣ୍ଟ (୧ ରୁ ୬ ଘନ ମିଟର କ୍ଷମତା ବିଶିଷ୍ଟ )

କେନ୍ଦ୍ରୀୟ ସହାୟତା

୧ ଘନ ମିଟର କ୍ଷମତା

୨ ରୁ ୬ ଘନ ମିଟର କ୍ଷମତା

ଉତ୍ତର-ପୂର୍ବ ଅଞ୍ଚଳ, ସିକିମ (ଆସାମର ସମତଳ ଅଞ୍ଚଳକୁ ଛାଡି) ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡିକର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି

୧୫,୦୦୦

୧୭,୦୦୦

ଆସାମର ସମତଳ ଅଞ୍ଚଳ

୧୦,୦୦୦

୧୧,୦୦୦

ଜମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ତାମିଲନାଡୁର ନିଳଗିରି ଅଞ୍ଚଳ, କୁର୍ସେଅଙ୍ଗ ସଦର, ଦାର୍ଜିଲିଂର କଲିମ୍ପୋଙ୍ଗ ଉପଖଣ୍ଡ, ସୁନଦାରବନ (ପଶ୍ଚିମବଙ୍ଗ) ଏବଂ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ

୭,୦୦୦

୧୧,୦୦୦

ଉତ୍ତର-ପୂର୍ବ ଅଞ୍ଚଳ ଓ ସିକିମରର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ ବ୍ୟତୀତ ଅନ୍ୟ ସବୁ ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି

୭,୦୦୦

୧୧,୦୦୦

ଅନ୍ୟ ସମସ୍ତେ

୫,୫୦୦

୯,୦୦୦

ପାଞ୍ଚ ବର୍ଷ ପାଇଁ  ନିର୍ଭରୋରୋକ୍ତି ଗୁଣବତ୍ତା ନିୟନ୍ତ୍ରଣ ତଥା ଟର୍ନ-କି ଶୁଳ୍କ (ପ୍ଳାଣ୍ଟ ପିଛା ଟଙ୍କା)

ପ୍ରତି ଦୀନବନ୍ଧୁ ପ୍ରକାର ସ୍ଥିର-ଗୃହ ଏବଂ ଭାସମାନ ଗ୍ୟାସ ଧାରକ ଥିବା KVIC ର ଇଟା ପ୍ଳାଣ୍ଟ ପାଇଁ ଟ ୧୫୦୦୦ ଙ୍କା । ପୂର୍ବନିର୍ମିତ ସାମଗ୍ରୀ  ବ୍ୟବହୃତ ହୋଇଥିବା ନିର୍ମାଣ କାର୍ଯ୍ୟ ପାଇଁ ମଧ୍ୟ ଟର୍ନ-କି ଶୁଳ୍କ ପ୍ରଦାନ କରାଯାଇ ଥାଏ । ସମ୍ପୂର୍ଣ ଭାବେ ପୂର୍ବନିର୍ମିତ ସାମଗ୍ରୀ  ବ୍ୟବହୃତ ହୋଇଥିବା ନିର୍ମାଣ କାର୍ଯ୍ୟ ପାଇଁ ଓ  HDPE / PVC ରେ ପ୍ରସ୍ତୁତ ପ୍ଳାଣ୍ଟ ପାଇଁ ଟର୍ନ-କି ଶୁଳ୍କ ପ୍ରଦାନ କରାଯାଇ ନ ଥାଏ ।

ପାଇଖାନା ସହ ସଂଯୁକ୍ତ ପ୍ଳାଣ୍ଟ ପାଇଁ ଅତିରିକ୍ତ ସହାୟତା (ପ୍ଳାଣ୍ଟ ପ୍ରତି ଟଙ୍କା)

୧,୨୦୦

ଯୋଗାଯୋଗ

ଜୈବଗ୍ୟାସ ବିକାଶ ଓ ତାଲିମ ସଂସ୍ଥା, ଖଦି ଓ ଗ୍ରାମୀଣ ଶିଳ୍ପ କମିଶନ, ରାଜ୍ୟର ପ୍ରମୁଖ ବିଭାଗ ଓ ସଂସ୍ଥା ମାନଙ୍କ ଦ୍ଵାରା ଵହି ଯୋଜନା କାର୍ଯ୍ୟକାରୀ ହୋଇଥାଏ ।

 

ଇଛୁକ ବ୍ୟକ୍ତି ଯେକୌଣସି କାର୍ଯ୍ୟକାରିଣୀ ସଂସ୍ଥା/ ବିଭାଗ ସହ ଯୋଗାଯୋଗ କରିପାରନ୍ତି । ନିମ୍ନରେ ଓଡିଶାର ରାଜ୍ୟ ପ୍ରମୁଖ ସଂସ୍ଥା/ ବିଭାଗ ମାନଙ୍କର ଠିକଣା ତଥା ଯୋଗାଯୋଗ ନମ୍ବର ଦିଆ ଯାଇଛି ।

 

ରାଜ୍ୟ

ପ୍ରମୁଖ ସଂସ୍ଥା/ ବିଭାଗ

ଯୋଗାଯୋଗ ଠିକଣା/ ନମ୍ବର

ଓଡିଶା

ମୁଖ୍ୟ ପରିଚାଳକ, ଓଡିଶା ଅକ୍ଷଶକ୍ତି ବିକାଶ ସଂସ୍ଥା, (ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧିନସ୍ଥ)

ଓଡିଶା ସରକାର

s-୫୯, ମଞ୍ଚେଶ୍ଵର ଶିଳ୍ପାଞ୍ଚଳ, ଭୂବନେଶ୍ଵର ୭୫୧୦୧୦

ଫୋନ: ୦୬୭୪-୨୫୮୮୨୬୦

ମୋବାଇଲ: ୯୬୬୮୫୮୨୩୬୦

୯୪୩୯୬୨୮୮୬୬

ଆଧାର - ଶକ୍ତି  ବିଭାଗ

Last Modified : 1/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate