অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାମ ଶକ୍ତିର କରାମତି

ଜାମ ଶକ୍ତିର କାର୍ଯ୍ୟକାରିତା

ଜାମ ପରିଦୃଶ୍ୟ, ଆଗକୁ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନାର ଏକ ସ୍ୱରୂପ । ମୋ ପାଇଁ ଜାମ ହେଉଛି ସର୍ବାଧିକ ପ୍ରାପ୍ତ କରିବା । ଖର୍ଚ୍ଚ କରାଯାଇଥିବା ପ୍ରତି ପଇସାର ସର୍ବାଧିକ ମୂଲ୍ୟ । ଦରିଦ୍ରମାନଙ୍କ ପାଇଁ ସର୍ବାଧିକ କ୍ଷମତା । ଯୁବବର୍ଗଙ୍କ କ୍ଷେତ୍ରରେ ସର୍ବାଧିକ କାରିଗରୀ କୌଶଳର ଉପଯୋଗ ପ୍ରଧାନମନ୍ତ୍ରୀ କହିଛନ୍ତି ।

ସ୍ୱାଧୀନତାର ୬୭ ବର୍ଷ ପରେ ମଧ୍ୟ ଭାରତର ଜନସଂଖ୍ୟାର ଏକ ବଡ ଅଂଶ ବ୍ୟାଙ୍କ ସେବାରୁ ବଂଚିତ ଥିଲେ । ଏହାର ଅର୍ଥ ସେମାନଙ୍କ ପାଖରେ ସଂଚୟର କୌଣସି ସୁବିଧା ନଥିଲା କି ସଂସ୍ଥାଗତ ଉଧାର ପାଇବାର ସୁଯୋଗ ନଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମୌଳିକ ସମସ୍ୟାକୁ ଦେଖି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଗଷ୍ଟ ୨୮ ତାରିଖରେ ଶୁଭାରମ୍ଭ କରିଥିଲେ । ମାସକ ମଧ୍ୟରେ ଏହି ଯୋଜନା ଲକ୍ଷ ଲକ୍ଷ ଭାରତୀୟଙ୍କର ରୂପରେଖ ବଦଳାଇଦେଲା । ବର୍ଷକ ମଧ୍ୟରେ ୧୯.୭୨ କୋଟି ବ୍ୟାଙ୍କ ସଂଚୟ ଖାତା ଖୋଲିଥିଲା । ଏ ପର୍ଯ୍ୟନ୍ତ ୧୬.୮ କୋଟି “ରୂପେ କାର୍ଡ” ପ୍ରଦାନ କରାଯାଇଛି । ୨୮୬୯୯.୬୫ କୋଟି ଟଙ୍କା ଜମା କରାଯାଇଛି । ୧,୨୫,୬୯୭ ଜଣ ବ୍ୟାଙ୍କ ମିତ୍ରଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି । ଗୋଟିଏ ସପ୍ତାହ ମଧ୍ୟରେ ୧,୮୦,୯୬,୧୩୦ ବ୍ୟାଙ୍କ ଖାତା ଖୋଲାଯିବା ଗିନିଜ ବିଶ୍ୱ ରେକର୍ଡ କରିଥିଲା ।

ଲକ୍ଷ୍ୟ

ଯେତେବେଳେ ଲକ୍ଷ ଲକ୍ଷ ବ୍ୟାଙ୍କ ଏକାଉଣ୍ଟ ଖୋଲାଯିବା ଏକ ଆହ୍ୱାନ ଥିଲା ସେତେବେଳେ ଲୋକମାନଙ୍କ ମାନସିକତାର ପରିବର୍ତ୍ତନ କରାଇ ସେମାନଙ୍କୁ ବ୍ୟାଙ୍କ ସଂଚୟ ଖାତାର ବ୍ୟବହାର କରାଇବା ଆଉ ଏକ ବଡ ଆହ୍ୱାନ ଥିଲା । ଶୂନ ବାଲାନ୍ସ ଜମା ଖାତା ସେପ୍ଟେମ୍ବର ୨୦୧୪ରେ ୭୬.୮ ପ୍ରତିଶତ ଥିଲାବେଳେ ଡିସେମ୍ବର ୨୦୧୫ରେ ଏଥିରେ ହ୍ରାସ ଘଟି ୩୨.୪ ପ୍ରତିଶତରେ ପହଂଚିଥିଲା । ୧୩୧ କୋଟି ଟଙ୍କାରୁ ଅଧିକ ଓଭରଡ୍ରାଫ୍ଟ ହୋଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ଯୁବଗୋଷ୍ଠୀଙ୍କୁ କର୍ମତତ୍ପର କରାଇବାର ଶକ୍ତି ଏବଂ ସରକାରୀ କଳ ଯୋଗୁ ଏହା ସମ୍ଭବ ହୋଇପାରିଛି । ଏହି ଦୁଃସାହସିକ କାର୍ଯ୍ୟ ମିଶନ ମୋଡରେ କରାଯାଇଥିଲା । ଏଥିରେ ସରକାର ଏବଂ ଜନସାଧାରଣଙ୍କ ଭାଗିଦାରୀ ଏବଂ ଅଂଶଗ୍ରହଣ ଯୋଗୁ ଉଲ୍ଲେଖନୀୟ ସଫଳତା ମିଳିଲା ।

ବ୍ୟାଙ୍କ ଖାତା ଲକ୍ଷ ଲକ୍ଷ ଭାରତୀୟଙ୍କୁ ବ୍ୟାଙ୍କ ସେବା ପାଇବାର ସୁଯୋଗ ଦେବା ସହିତ ଭ୍ରଷ୍ଟାଚାର ରୋକିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଲା । ବର୍ତ୍ତମାନ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ଆଧାରରେ ରିହାତି ଅର୍ଥ ବ୍ୟାଙ୍କ ଜମା ଖାତାରେ ସିଧାସଳଖ ଭାବେ ଜମା କରାଯାଉଛି । ଏହା ଫଳରେ ବାଟମାରଣା ଏବଂ ମନଇଚ୍ଛା କାର୍ଯ୍ୟ କରିବାରେ ରୋକ ଲଗାଯାଇପାରିଛି । “ପହଲ” ଯୋଜନା ବିଶ୍ୱର ସର୍ବବୃହତ ସିଧାସଳଖ ଅର୍ଥ ପ୍ରେରିତ ଯୋଜନା ଯାହା ଗିନିସ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ପହଲ ଯୋଜନା ମାଧ୍ୟମରେ ଏଲପିଜି ରିହାତି ଅର୍ଥ ସଂଚୟ ଖାତାରେ ସିଧାସଳଖ ଜମା କରାଯାଉଛି । ଏହି ଯୋଜନାରେ ୧୪.୬୨ କୋଟିରୁ ଅଧିକ ଲୋକ ସିଧାସଳଖ ଭାବେ ରିହାତି ଅର୍ଥ ପାଉଛନ୍ତି । ଏହି ଯୋଜନାରେ ପ୍ରାୟ ୩.୩୪ କୋଟି ନକଲି କିମ୍ବା କାର୍ଯ୍ୟକାରୀ ହେଉନଥିବା ଆକାଉଣ୍ଟ ଚିହ୍ନଟ କରି ହଜାର ହଜାର କୋଟି ଟଙ୍କା ବଂଚାଯାଇପାରୁଛି । ବର୍ତ୍ତମାନ ସରକାର ୩୫-୪୦ ଟି ଯୋଜନାରେ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ବ୍ୟବସ୍ଥା କରିଛନ୍ତି ଏବଂ ୨୦୧୫ରେ ପ୍ରାୟ ୪୦ ହଜାର କୋଟି ଟଙ୍କା ସିଧାସଳଖ ଭାବେ ହିତାଧିକାରୀଙ୍କ ଆକାଉଣ୍ଟରେ ଜମା କରାଯାଇଛି ।

ବ୍ୟାଙ୍କ ମାନଙ୍କରେ ମୌଳିକ ସୁବିଧା ଲୋକମାନଙ୍କ ପାଖରେ ପହଂଚିଲେ, ଏନଡିଏ ସରକାର ନାଗରିକମାନଙ୍କୁ ବୀମା କିମ୍ବା ପେନସନ ସୁବିଧା ପ୍ରଦାନ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ନେବେ । ବର୍ଷକୁ ମାତ୍ର ୧୨ ଟଙ୍କା ଦେଲେ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଅର୍ଥ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ପ୍ରଦାନ କରାଯିବ । ସେହିଭଳି ବାର୍ଷିକ ମାତ୍ର ୩୩୦ ଟଙ୍କାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯେଜନା ମାଧ୍ୟମରେ ଜୀବନ ବୀମା ଯୋଗାଇ ଦିଆଯାଉଛି । ନିଜର ଅଂଶଦାନ ଆଧାରରେ ଅଟଳ ପେନସନ ଯୋଜନାରେ ମାସକୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପ୍ରଦାନ କରାଯାଉଛି । ୯.୨ କୋଟିରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଅନ୍ତର୍ଭୁକ୍ତ । ପ୍ରାୟ ୧୫.୮୫ ଲକ୍ଷ ଲୋକ ଅଟଳ ପେନସନ ଯୋଜନାରେ ପଂଜିକୃତ ହୋଇଛନ୍ତି ।

ଆଧାର - ଜାମ ଶକ୍ତି

Last Modified : 11/10/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate