ହୋମ / ଶକ୍ତି / ପରିବେଶ / ଅବବାହିକା ଭୂତତ୍ତ୍ଵ (ଜଳଛାୟା ଚରିତ୍ର )
ସେଆର କରନ୍ତୁ

ଅବବାହିକା ଭୂତତ୍ତ୍ଵ (ଜଳଛାୟା ଚରିତ୍ର )

ଅବବାହିକା ଭୂତତ୍ତ୍ଵ (ଜଳଛାୟା ଚରିତ୍ର )ର ସୂଚନା ।

ଉପକ୍ରମ

ଭୂତତ୍ତ୍ଵିକ କ୍ରିୟା ଓ ଶିଳାର ଅବୟବରୁ ସୃଷ୍ଟ ଭୂମିରୂପ କଳାଧାରକୂ ପ୍ରଭାବିତ କରିଥାଏ । ପ୍ରତିବଦଳରେ ଜଳାଧାର ପୂର୍ବରୁ ବିଦ୍ୟମାନ ଭୂମିରୂପକୂ ଉପତ୍ୟକା, ତ୍ରିକୋଣଭୂମି ଓ ଅନ୍ୟାନ୍ୟ ସ୍ଥଳାକୃତିକ ରୂପଗୁଡିକର ନିର୍ମାଣପୂର୍ବକ ରୂପାନ୍ତରିତ କରିଥାଏ ।  ବାହିକା ବସ୍ତୁର କ୍ଷୟକାରୀ କ୍ଷମତା ଅନୁଯାୟୀ ଜଳାଧାରଗୁଡିକ ଯଥାକ୍ରମେ ଯୁବ, ପରିପକ୍ଵ ଓ ବୁଦ୍ଧ ଶ୍ରେଣୀଭୁକ୍ତ ହୋଇଥାନ୍ତି ।

  • ଯୁବ ଜଳାଧାରଗୁଡିକ ତୀବ୍ର ସ୍ରୋତସମ୍ପର୍ଣ୍ଣ ଅତ୍ୟନ୍ତ ସକ୍ରିୟ ଅଟନ୍ତି ଏବଂ ନିରନ୍ତର ଭାବରେ ନିଜର ବାହିକାକୂ କ୍ଷୟ କରିଥାନ୍ତି।
  • ପରିପକ୍ଵ ଜଳାଧାରଗୁଡିକର ଅବକ୍ରମଣ (ଗଡାଣି ) ଏଭଳି ରହିଥାଏ ଯେ ,ସେଗୁଡିକ କେବଳ ବାହିକା ମଧ୍ୟକୂ ପଶିଆସୁଥିବା ଅବସାଦଗୁଡିକୁ ପରିବାହିତ କରିବାରେ ସକ୍ଷମ ହୋଇଥାନ୍ତି, ତେଣୁ ନିଜ ବାହିକାକୂ କ୍ଷୟ କରିନଥାନ୍ତି ।
  • ବୃଦ୍ଧାବସ୍ଥାରେ ପହଞ୍ଚିଥିବା ଜଳାଧାରଗୁଡିକର ଅବକ୍ରମନ କମ ଥିବା ସହିତ ସେଗୁଡିକରେ ସ୍ରୋତର ତୀବ୍ରତା ମଧ୍ୟ କମ ହୋଇଥାଏ । ସୂଦୂରପ୍ରସାରୀ ବକ୍ରଗତିବିଶିଷ୍ଟ ପଟି, ପ୍ରଶସ୍ତ ପ୍ଲାବନବେଦୀକା ଓ ତ୍ରିକୋଣଭୂମି ଗଠନ କରିବା ହେଉଛି ବୃଦ୍ଧ ଜଳାଧାରଗୁଡିକର କେତେକ ଚରିତ୍ର । ଏହାର ଏକ ପ୍ରତିଷ୍ଠିତ ଉଦାହରଣ ହେଉଛି ଗଙ୍ଗାନଦୀର ନିମ୍ନାଞ୍ଚଳ।

ତଥାପି ଅଧିକାଂଶ ଜଳଛାୟା ପ୍ରକଳ୍ପଗୁଡିକ ଏଭଳି ଅଞ୍ଚଳମାନଙ୍କରେ କାର୍ଯ୍ୟକାରୀ କରାଯାଇଥାଏ, ଯେଉଁଠାରେ ଜଳାଧାରଗୁଡିକ ଯୁବାବସ୍ଥାରେ ରହିଥାନ୍ତି ଅଥବା କେତେକ ସ୍ଥଳେ ପରିପକ୍ଵ ଅବସ୍ଥାରେ ରହିଥାନ୍ତି   ।

ଅବବାହିକା ଭୂଆକୃତିବିଜ୍ଞାନ ଏବଂ ଅପବାଃ ଅବବାହିକା ଜାଲତନ୍ତ୍ର

ଆର. ଇ.ହର୍ଟନ ଓ ଏ. ଏନ. ଷ୍ଟ୍ରେହ୍ଲରଙ୍କ ଭଳି ଗବେଷଣାମାନଙ୍କ ଦ୍ଵାରା ପ୍ରସ୍ତାବିତ ପରିମାଣତ୍ମକ ପଦ୍ଧତି ମାଧ୍ୟମରେ ସର୍ବୋତ୍ତମ ରୂପେ ଅବବାହିକା ଭୂଆକୃତିବିଜ୍ଞାନ ଅଧ୍ୟୟନ କରାଯାଇପାରେ । ଜଳବିଜ୍ଞାନ  ପାଇଁ ଅନେକ ମହତ୍ଵପୂର୍ଣ୍ଣ ଅପବାହ ଅବବାହିକା ଲକ୍ଷଣଗୁଡିକୁ ସରଲ ମାପ ଦ୍ଵାରା ପରିମାଣତ୍ମକ କରାଯାଇ ପାରେ  । ଏଭଳି ପରିମାଣକରଣର କେତେକ ଉଦାହରଣ ହେଉଛି ଜଳଧାରର  ଦୈର୍ଘ୍ୟ ଓ ଯେଉଁଠାରୁ ଜଳାଧାର ତାହାର ଜଳ ସଂଗ୍ରହ କରୁଛି ତାହାର କ୍ଷେତ୍ରଫଳ ସମ୍ପର୍କକୁ ରାଶିକୃତ କରାଯିବା ଅତ୍ୟନ୍ତ ଉପଯୋଗୀ ହୋଇଥାଏ   ।

ଆମେ ଜାଣୁ ଯେ, ଗୋଟିଏ ଜଳଛାୟା ଅନେକଗୁଡିଏ ଜଳାଧାରାକୁ ଅନ୍ତର୍ଭୁକ୍ତ କରିଥାଏ , ଯେଉଁଗୁଡିକ ଜଟିଳ ରୂପେ ଜାଲିକାମୟ ବା ସଂଯୁକ୍ତ ହୋଇଥାନ୍ତି । ଏହା ଠିକ ଗୋଟିଏ ବୃକ୍ଷ ଶାଖା ସଦୃଶ , ତେଣୁ ଏହାକୁ ଜଳ ବଦନକାରୀ ପ୍ରଣାଳୀର ଜାଲତନ୍ତ୍ର କୁହାଯାଇ ପାରେ । ଏହି ଶାଖା ବା ଜାଲତନ୍ତ୍ରର ବିଭିନ୍ନ ଜଳାଧାରର ଦୈର୍ଘ୍ୟ  ଓ ଯେଉଁଠାରୁ ଜଳାଧାର ତାହାର ଜଳ ସଂଗ୍ରହ କରୁଛି ତାହାର କ୍ଷେତ୍ରଫଳ ସମ୍ପର୍କ ( ଅନ୍ୟ ଶବ୍ଦ ରେ ଜଳାଧାର ଓ ଜଳଛାୟା ଅଞ୍ଚଳ ଅନ୍ତର୍ଗତ ସମ୍ପର୍କ)କୁ ରାଶିକୁ କରାଯିବା ଅତ୍ୟନ୍ତ ଉପଯୋଗୀ ହୋଇଥାଏ   ।

ଜଳାଧାରପ୍ରଣାଳୀ ର ଜ୍ୟାମିତି ଓ ଯେଉଁ ଭୂପୃଷ୍ଠଭାଗରୁ ଜଳ ସଂଗୃହିତ ହୋଇ ଜଳାଧାରପ୍ରଣାଳୀକୁ ପ୍ରବାହିତ ହୋଇ ଆସିଥାନ୍ତି ତାର ସଂପର୍କ କୁ ସ୍ଥାପିତ କରାଇବାରେ ଅପବାହପ୍ରାଣାଳୀ ଜାଲତନ୍ତ୍ରର ବିଶ୍ଳେଷଣ ସହାୟକ ହୋଇଥାଏ ।  ଯଦି ଅପବାହପ୍ରଣାଳୀ ବିଶ୍ଳେଷଣ କରିବା ଅତ୍ୟନ୍ତ ଜଟିଳ,  ତଥାପି ଜଳଛାୟା ବିକାଶ ବ୍ୟବସ୍ଥାର କ୍ରମବଦ୍ଧ ଯୋଜନାକରଣ କରିପାରିବା ନିମନ୍ତେ ବୁତ୍ତିଜୀବିମାନଙ୍କର ସାହାଯ୍ୟ ଉଦ୍ଦେଶ୍ୟରେ ଏଠାରେ ଅପବାହପ୍ରଣାଳୀ ବିଶ୍ଳେଷଣ ଉପଯୋଗର ଏକ ସରଳ ପଦ୍ଧତି ପ୍ରସ୍ତାବିତ କରାଯାଇଅଛି   ।

ଜଳାଧାର କ୍ରମ ଓ ଦୈର୍ଘ୍ୟ

ଜଳାଧାରର ଦୈର୍ଘ୍ୟ ଅପବାହପ୍ରଣାଳୀ ଚରିତ୍ରର ଏକ ଗୁରୁତ୍ଵପୂର୍ଣ୍ଣ ବ୍ୟବସ୍ଥା ଅଟେ ।  କଳାଧାର କ୍ରମ ସଂକଳନ ଜଳାଧାର ଦୈର୍ଘ୍ୟର ରୈଖିକ ଆୟତନ ସହିତ ବ୍ୟବହୃତ ହୋଇଥାଏ । ତେଣୁ ଅପବାହପ୍ରଣାଳୀ ଅବବାହିକା ବିଶ୍ଳେଷଣର ପ୍ରଥମ ସୋପାନ ହେଉଛି ଉପଲ୍ଲବ୍ଧ ଅପବାହପ୍ରଣାଳୀ ଜାଲତନ୍ତ୍ରରେ ଜାଲତନ୍ତ୍ରରେ ଜଳାଧାରର କ୍ରମ ନାମିତ କରିବା।  ଗୋଟିଏ ଜଳଛାୟା ମଧ୍ୟରେ ଥିବା ଜଳଧାରଗୁଡିକର ଜଳାଧାର କ୍ରମ ନାମିତ କରିବାର ସହଜ ଉପାୟ ହେଉଛି ।

  1. ପ୍ରଥମେ ଭାରତୀୟ ସର୍ବେକ୍ଷଣ ର ମାନକ ସ୍ଥଳାକୃତିକ ମାନଚିତ୍ର ରୁ କିମ୍ବା ଅନ୍ୟ ଯେକୌଣସି ଭରସାପେକ୍ଷ ମାନଚିତ୍ର ସୂତ୍ରରୁ ଏକ ଅପବାହପ୍ରଣାଳୀ ବା ଜଳାଧାର ମାନଚିତ୍ର ପ୍ରସ୍ତୁତ କରିବା । ଆକାଶୀୟ ଫଟୋଚିତ୍ର ମଧ୍ୟ କେତେକ ସମୟରେ ଏଭଳି ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ଉପଯୋଗ କରାଯାଇଥାଏ ।
  2. ଅପବାହପ୍ରଣାଳୀ ମାନଚିତ୍ରରେ କ୍ଷୁଦ୍ରତମ ଉପଜଳାଧାରକୁ କ୍ରମ -୧ ରୂପେ ନାମିତ କରାଯାଏ ।
  3. ଦୁଇଟି କ୍ରମ ୧ ଜଳଧାର ବା ନାଳ ମିଶି ଗୋଟିଏ କ୍ରମ -୨ ନାଳରେ ପରିଣତ ହୁଅନ୍ତି ।
  4. ଠିକ ସେହିଭଳି ଯେଉଁଠି ଦୁଇଟି କ୍ରମ -୨ ନାଳ ମିଶନ୍ତି ଗୋଟିଏ କ୍ରମ -୩ ନାଳର ସୃଷ୍ଟି ହୋଇଥାଏ ଏବଂ ଏହି ପ୍ରକାରର କ୍ରମଶଃ ନାଳଗୁଡିକର କ୍ରମ ଗଠନ ହୋଇଥାଏ ।

ଜଳଧାର କ୍ରମ ପଦ୍ଧତିର ବ୍ୟାବହାରିକ ପ୍ରୟୋଗ ଏହି ଭୂମିକା ଉପରେ ଆଧାରିତ ଯେ, ଗୋଟିଏ ଜଳଛାୟାର ଆକାର ଏହାର କଳାଧାର ପରିସର ଓ ଜଳାଧାର ପ୍ରବାହ ଜଳାଧାର କ୍ରମ ସହିତ ଆନୁପାତିକ ଅଟେ ।  ଅବଶ୍ୟ ଏହା ଗୋଟିଏ ଯଥେଷ୍ଟ ବୃହତ ନମୁନା ନାଳର ଅନୁସନ୍ଧାନ କରାଯାଉଥିବା ସ୍ଥଳେ । ଯଦିଓ କ୍ରମ ସଂଖ୍ୟା ଆୟତନହୀନ ହୋଇଥାଏ,  ତଥାପି ଏହା ଆମକୁ ବିଭିନ୍ନ ଆକାରବିଶିଷ୍ଟ ଅପବାହପ୍ରଣାଳୀ ଅବବାହିକାର ତୁଳନା କରିବାକୁ ସ୍ଵୀକୃତି ପ୍ରଦାନ କରିଥାଏ ।  ପରନ୍ତୁ ଏଭଳି ତୁଳନା ପ୍ରଣାଳୀ ମଧ୍ୟରେ ସମସ୍ଥାନୀୟ ହୋଇଥିବା ଆବଶ୍ୟକ । ଉଦାହରଣତଃ , ଦୁଇଟି କ୍ରମ -୨ ଅବବାହିକା ମଧ୍ୟରେ କିମ୍ବା ଦୁଇଟି ଚତୁର୍ଥ କ୍ରମର ଅବବାହିକା ମଧ୍ୟରେ ତୁଳନା ଇତ୍ୟାଦି ।

ଅନ୍ୟ ପାଖରେ ଉପଲ୍ଲବ୍ଧ ସ୍ଥଳାକୃତିକ ମାନଚିତ୍ର ସହାୟତାରେ ଜଳାଧାର ଦୈର୍ଘ୍ୟ ଏକ ଅନୁଭୂମିକ ସମତଳ ଉପରେ ସେଗୁଡିକ ଉଲମ୍ବ ପ୍ରକ୍ଷେପ  ମାପ କରାଯାଇଥାଏ, ଯାହାକୁ ସିଧାସଳଖ ଟପୋସିଟ ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ଏକ ଜଳାଧାରପ୍ରଣାଳୀ ମାନଚିତ୍ରକୁ ମାପ କରାଯାଇପାରେ।

କ୍ଷେତ୍ରଫଳର ପରିମାଣ

ଗୋଟିଏ ଜଳଛାୟାର କ୍ଷେତ୍ରଫଳ ଚରିତ୍ର ମଧ୍ୟ ଜଳାଧାର କ୍ରମ ଓ ଦୈର୍ଘ୍ୟ ଭଳି ଅନେକ ଜଳବିଜ୍ଞାନୀୟ ଲକ୍ଷଣ ସହିତ ସମ୍ପର୍କିତ । ଉଦାହରଣ ସ୍ୱରୂପ,  ଗୋଟିଏ ଜଳଛାୟା ମଧ୍ୟରେ ପ୍ରବାହିତ ଜଳର ଘନଫଳ ଅବବାହିକାର କ୍ଷେତ୍ରଫଳ ସହିତ ସଂଶ୍ଳିଷ୍ଟ । ଗୋଟିଏ ପ୍ରଦତ୍ତ କ୍ରମର ଅବବାହିକାର କ୍ଷେତ୍ରଫଳ ଆକଳନ କରିବା ନିମନ୍ତେ ଅବବାହିକା ଅନ୍ତର୍ଗତ ସମସ୍ତ ପ୍ରଥମ, ଦ୍ଵିତୀୟ ଓ ଊର୍ଦ୍ଦ୍ଵକ୍ରମର ପରିସୀମାଗୁଡିକୁ ଜଳଛାୟାର ସ୍ଥଳାକୃତିକ ମାନଚିତ୍ରରେ ଅଙ୍କନ କରାଯିବା ଆବଶ୍ୟକ ।

ଗୋଟିଏ ଜଳାଧାର ଅବବାହିକାର କ୍ଷେତ୍ରଫଳକୁ ସମଗ୍ର ଅଞ୍ଚଳ ରୂପେ ସୀମାଙ୍କିତ କରି ଆନୁଭୂମିକ ସମତଳ ଉପରେ ପ୍ରକ୍ଷେପିତ କରାଯାଇଥାଏ , ଯେଉଁଠାରୁ ଗୋଟିଏ ଦତ୍ତ କ୍ରମ ତଥା ତାର ନିମ୍ନକ୍ରମ ବିଶିଷ୍ଟ ସମସ୍ତ ଉପଜଳାଧାର ସମୂହର ବାହିକା ଭାଗ ବା ଖଣ୍ଡ କୁ ଭୂପୃଷ୍ଠ ପ୍ରବାହ ଯୋଗାଣ ହୋଇଥାଏ   ।  ଅନ୍ୟ କ୍ଷେତ୍ରଫଳ ପରିମାପ ଅବବାହିକା କିମ୍ବା ଜଳଛାୟାର ଆକୃତି ଏବଂ ଅପବାହ ଜାଲତନ୍ତ୍ରର ଘନତ୍ଵ ଅନ୍ତର୍ଭୁକ୍ତ କରିଥାଏ   ।  କ୍ଷେତ୍ରଫଳଗୁଡିକ ସାଧାରଣ ଭାବରେ ଗୋଟିଏ ଗ୍ରାଫସିଟ କିମ୍ବା ଗୋଟିଏ ଉପଯୁକ୍ତ ସଫତୱେୟାର ବ୍ୟବହାର ଦ୍ଵାରା ମାପ କରାଯାଇଥାଏ   ।

ଅବବାହିକା ଅବକ୍ରମ

ଗୋଟିଏ ଅପବାହ ଅବବାହିକା ଓ ତାର ବାହିକାଗୁଡିକ ଅବକ୍ରମ ବା ଗଡାଣି ସ୍ରୋତର ବେଗ ଉପରେ ତଥା ଭୂପୃଷ୍ଠ ଭାଗ ପ୍ରବାହ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ   ।  ଅଧିକାଂଶ ବାହିକା ନିମ୍ନମୁଣ୍ଡ ଦିଗକୁ ଅଗ୍ରସର ହେବା ବେଳେ କ୍ରମଶଃ ମହାସମୁଦ୍ରରେ ପତ୍ତନ ବେଳକୁ ବୃଦ୍ଧାବସ୍ଥାରେ ଉପନୀତ ହୋଇଥାଏ   ।

ଆପବାହ ବିଶ୍ଳେଷଣ

ଗୋଟିଏ ଅଞ୍ଚଳର ଅପବାହ ଜାଲତନ୍ତ୍ରର ଜ୍ୟାମିତି ଅଧ୍ୟୟନ ଜଳଛାୟା ଅନ୍ତର୍ଗତ ଭୂପୃଷ୍ଠ ପ୍ରବାହ ,ବର୍ଷାଜଳର ଆନ୍ତଃସ୍ରବଣ ଏବଂ ଦୃଶ୍ୟମାନ ଶିଳାଗୁଡିକର ଆପେକ୍ଷିକ ପାରଗମ୍ୟତା ମଧ୍ୟରେ ରହିଥିବା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥାଏ   ।  ଜଳଛାୟାର ଜଳବିଜ୍ଞାନୀକ ଗୁଣଗୁଡିକ ସମ୍ବନ୍ଧରେ ଅଧିକ ପୁଙ୍ଖାନୁପୁଙ୍ଖ ବିବରଣୀରେ ଉପନୀତ ହେବା ପାଇଁ ଗୋଟିଏ ଜଳଛାୟା ସଂଗଠିତ କରୁଥିବା ଜଳାଧାରଗୁଡିକର ଜାଲତନ୍ତ୍ରକୁ ରୈଖିକ ଓ ଆୟତନର ମାପ ମାଧ୍ୟମରେ ବିଶ୍ଳେଷଣ କରାଯାଇ ପାରେ   ।  ଆମେ ଆକୃତିକୀଛନ୍ଦୋବଦ୍ଧ ଅପବାହ ପରିମାଣ ରୂପେ ପରିଚିତ ନିର୍ଦ୍ଧିଷ୍ଟ ପରିମାଣ ମାଧ୍ୟମରେ ଏହି ମାପଗୁଡିକର ତତ୍ପର୍ଯ୍ୟ ବୁଝିବାକୁ ଚେଷ୍ଟା କରିବା, ଯେଉଁଗୁଡିକ ଗୋଟିଏ ଜଳଛାୟା ଅନ୍ତର୍ଗତ ଅପବାହର ବିଶ୍ଳେଷଣ ନିମନ୍ତେ ସାଧାରଣ ଭାବରେ ବ୍ୟବହାର କରାଯାଇଥାଏ   ।

ଏହା କୌତୂହଳୋଦ୍ଦୀପକ ହେବ, ଯଦି ଆମେ କୌଣସି ଜଳଛାୟା ନିମନ୍ତେ ଏହି ଆକୃତିକୀଛନ୍ଦୋବଦ୍ଧ ଚରିତ୍ରଗୁଡିକର ପରିକଳନ କରିବା  ।

  • ଦ୍ଵିଶାଖାୟନ ଅନୁପାତ ।
  • ଦୈର୍ଘ୍ୟ ଅନୁପାତ   ।
  • ଅପବାହ ଘନତ୍ଵ ।
  • ବାହିକା ଅନୁରକ୍ଷଣର ନିୟତ ।
  • ଜଳାଧାର ଆବୃତ୍ତି ।

ଅପବାହ ଘନତ୍ଵ

ପୂର୍ବରୁ ବର୍ଣ୍ଣନା କରାଯାଇଥିବା ଆକୃତିକୀଛନ୍ଦୋବଦ୍ଧ ଚରିତ୍ରଗୁଡିକ ଜଡିତ କରୁଥିବା କୌଣସି ଜଳଗ୍ରାହୀ କ୍ଷେତ୍ରର ଏକ ସରଲ ଅପବାହ ବିଶ୍ଳେଷଣ ଏଠାରେ ଉପସ୍ଥାପନ କରାଗଲା ।

  1. ଦ୍ଵିଶାଖାୟାନ ଅନୁପାତ
  2. ଗୋଟିଏ ଜଳଛାୟା କିମ୍ବା ଅପବାହ ଅବବାହିକା ମଧ୍ୟରେ କୌଣସି କ୍ରମର ଜଳାଧାରର ସଂଖ୍ୟା ସାଧାରଣଭାବରେ ପରବର୍ତ୍ତୀ କ୍ରମର ଜଳାଧାରର ସଂଖ୍ୟା  ଅପେକ୍ଷା ଅଧିକ ହେବ । ପ୍ରଦତ୍ତ କୌଣସି କ୍ରମର ଜଳାଧାରର ସଂଖ୍ୟା ଏବଂ ପରବର୍ତ୍ତୀ ଉର୍ଦ୍ଧ୍ଵ କ୍ରର ଜଳାଧାରର ସଂଖ୍ୟା ମଧ୍ୟରେ ଥିବା ଅନୁପାତକୁ ଦ୍ଵିଶାଖାୟାନ ଅନୁପାତ କୁହାଯାଏ ।

    ଦ୍ଵିଶାଖାୟନ ଅନୁପାତ ମୂଲ୍ୟ ପାଞ୍ଚରୁ ଅଧିକ ହେଲେ ତାହା ଅପବାହ ଜାଲତନ୍ତ୍ର ଉପରେ ସଂରଞ୍ଚନାତ୍ମକ  ନିୟନ୍ତ୍ରଣ ସୁଚାଇଥାଏ  ।  ଏହାର ଅର୍ଥ ଫାଟ ପ୍ରଣାଳୀ (କିମ୍ବା ନିମ୍ନଶାୟୀ ଶିଳା ମଧ୍ୟଏ ଅନ୍ୟାନ୍ୟ ଗଢଣ) ଅପବାହ ଜାଲତନ୍ତ୍ର ଓ ସେଗୁଡିକର ଜଳପ୍ରବାହକୁ ବୃହତ୍ତମ ଭାବରେ ନିୟନ୍ତ୍ରଣ କରିଥାଏ  ।  ମୂଲ୍ୟ ଯଦି ପାଞ୍ଚରୁ କମ ହୋଇଥାଏ ତେବେ ତାହା ସ୍ୱଳ୍ପ ସଂରାଞ୍ଚନାତ୍ମକ  ନିୟନ୍ତ୍ରଣ ଏବଂ ସାଧାରଣ ଭୂଆକୃତିକ ଅବସ୍ଥା ଓ ଅବକ୍ରମ ଅନୁଯାୟୀ ଅପବାହ ବିକଶିତ ହୋଇଥିବା ଦର୍ଶାଇଥାଏ ।

  3. ଜଳାଧାର  ଆବୃତ୍ତି
  4. ଜଳଧାର ଆବୃତ୍ତି ହେଉଛି ଗୋଟିଏ ଅବବାହିକା କିମ୍ବା ଜଳଛାୟା ମଧ୍ୟରେ ରହିଥିବା ସମସ୍ତ କ୍ରମବିଶିଷ୍ଟ ଜଳାଧାରର ମୋଟ ସଂଖ୍ୟା ଏବଂ ଅବବାହିକା ବା ଜଳଛାୟାର କ୍ଷେତ୍ରଫଳ ମଧ୍ୟରେ ଥିବା ଅନୁପାତ  ।  ଏକ ଉଚ୍ଚ ଜଳାଧାର ଆବୃତ୍ତି ତୀକ୍ଷ ଅବକ୍ରମନ ଏବଂ ଭୂମିର ନ୍ୟୁନ ପାରଗମ୍ୟତା ଦର୍ଶାଇଥାଏ   ।

  5. ଅବବାହ ଘନତ୍ଵ
  6. ଅପବାହ ଘନତ୍ଵ ଗୋଟିଏ ଅବବାହିକା ମଧ୍ୟରେ ସମସ୍ତ କ୍ରମ ପାଇଁ ମୋଟ ଜଳାଧାର ଦୈର୍ଘ୍ୟ ସହିତ ଅବବାହିକାର ମୋଟ କ୍ଷେତ୍ରଫଳର କ୍ରମବର୍ଦ୍ଧିଷ୍ଣୁ ଜମା ରୂପେ ବର୍ଣ୍ଣିତ ହୋଇଥାଏ ।  ଅପବାହ ଘନତ୍ଵ ଆବବାହିକା କିମ୍ବା ଜଳଛାୟାର ବୟାନର ମାପକୁ କୁହାଯାଏ ।  ଉଚ୍ଚତର ଅପବାହ ଘନତ୍ଵ ମୂଲ୍ୟ ବୃହତ୍ତର ଉଦଗତ ଏବଂ ପୃଷ୍ଠଭାଗର ନ୍ୟୁନ ପାରଗମ୍ୟତା ଦର୍ଶାଇଥାଏ ।

  7. ବାହିକା ଅନୁରକ୍ଷଣ ନିୟତ
  8. ବାହିକା ଅନୁରକ୍ଷଣର ନିୟୁତ ହେଉଛି ଅପବାହ ଘନତ୍ଵ ବିପରୀତ । ଜଳଛାୟା ବା ଅପବାହ ଅବବାହିକାର ଆକାର ସଙ୍ଗେ ସଙ୍ଗେ ନିୟତର ମୂଲ୍ୟ ବୃଦ୍ଧି ପାଇଥାଏ ।  ଏହି ନିୟତ ଜଳାଧାରର ଏକେକ ଦୈର୍ଘ୍ୟକୁ ସହାୟକ ହେଉଥିବା ଆବଶ୍ୟକ କ୍ଷେତ୍ରଫଳକୁ ସୂଚିତ କରିଥାଏ ।

  9. ଭୂପୃଷ୍ଠ ପ୍ରବାହର ଦୈର୍ଘ୍ୟ
  10. ଭୂପୃଷ୍ଠ ପ୍ରବାହ ଜଳାଧାର ବିଭାଜନଠାରୁ ନିକଟତମ ବାହିକା ପର୍ଯ୍ୟନ୍ତ ନିମ୍ନ ଗଡାଣି ପ୍ରବାହପଥ ପ୍ରଣାଳୀକୁ ଅନୁସରନ କରିଥାଏ ।  ଭୂପୃଷ୍ଠୀୟ ପ୍ରବାହର ଦୈର୍ଘ୍ୟ ପରିମାପ ଏଭଳି ପ୍ରବାହପଥକୁ ହାରାହାରି କରିଥାଏ ଏବଂ ପ୍ରବାହର ଦୈର୍ଘ୍ୟ ଜଳାଧାର ବିଭାଜିକା  ବିନ୍ଦୁଠାରୁ ସଂଲଗ୍ନ ଜଳାଧାର ବାହିକା ବିନ୍ଦୁ ପର୍ଯ୍ୟନ୍ତ ଆନୁଭୂମିକ ପ୍ରକ୍ଷେପୀକାରଣକୁ ବର୍ଣ୍ଣନା କରିଥାଏ । ଭୂପୃଷ୍ଠିୟ ପ୍ରବାହର ହାରାହାରି ଦୈର୍ଘ୍ୟ ହେଉଛି ଜଳାଧାର ବାହିକାଗୁଡିକର ମଧ୍ୟବର୍ତ୍ତୀ ଦୁରତ୍ଵର ଅଧା,ଏଣୁ ପାରସ୍ପରିକ ରୂପେ ହାରାହାରି ଅପବାହ ଘନତ୍ଵର ଅଧା ସହିତ ସମାନ ।  ଏହି କାରକ, ବାହିକାର ଅବକ୍ରମ ଓ ଅଞ୍ଚଳର ଭୂଅବକ୍ରମଣର ହାରାହାରି ସହିତ ବିପରୀତ ରୂପେ ସମ୍ପର୍କିତ ।

ଆକୃତିକୀଛନ୍ଦୋବଦ୍ଧ ପରିମାପ ମାଧ୍ୟମରେ ମାତ୍ରାକରଣ ଅନ୍ତର୍ଭୁକ୍ତ ହୋଇଥିବା ଅପବାହ ବିଶ୍ଳେଷଣ ଜଳଛାୟା କାର୍ଯ୍ୟକ୍ରମ ଯୋଜନାକରଣ ପାଇଁ ଉପଯୋଗୀ ହୋଇଥାଏ । କାରଣ ଗୋଟିଏ ଜଳଛାୟା ଅନ୍ତର୍ଗତ କ୍ଷୁଦ୍ର ଅବବାହିକାଗୁଡିକର ଭୂପୃଷ୍ଠ ପ୍ରବାହ ଲକ୍ଷଣଗୁଡିକର ପ୍ରକୃତି ଆକଳନ ନିମନ୍ତେ ତୁଆଳନା କରାଯାଇପାରେ । ସାଧାରଣତହ ଜଳଛାଯା ପ୍ରକଳ୍ପ ଯୋଜନାକରଣରେ ସାଧାରଣ ଭାବରେ ଉପରେ ବର୍ଣ୍ଣିତ ପ୍ରଥମ ତିନୋଟି ପରିମାପ ଉପଯୋଗ କରାଯାଇପାରେ ।  ଏହି ପରିମାପଗୁଡିକ ମଧ୍ୟ ଏଭଳି ଉପଅବବାହିକା ଅନ୍ତର୍ଗତ ପୃଷ୍ଠଭାଗର ଆପେକ୍ଷିକ ପାରଗମ୍ୟତା ସୂଚିତ କରିଥାନ୍ତି ଏବଂ ପୁନଃଭରଣର ସ୍ଥାନ , ଭୂତଳଜଳ ବିକାଶ ଇତ୍ୟାଦି ଉଦ୍ଦେଶ୍ୟରେ ସମ୍ଭାବନା ବୁଝିବାରେ ସହାୟକ ହୋଇଥାନ୍ତି   ।  ଏବହଳି ବିଶ୍ଳେଷଣ ପ୍ରଦତ୍ତ ଅପ୍ରାଚୁର୍ଯ୍ୟତାସମ୍ପର୍ଣ୍ଣ ଯଥାର୍ଥ ସ୍ଥାନ ବିଶେଷ ତଥ୍ୟ, ଯେପରିକୀ  ପମ୍ଫିଙ୍ଗ ପରୀକ୍ଷା ମାଧ୍ୟମରେ କିମ୍ବା ପାରଗମ୍ୟତାମାପକ ଭଳି ଯନ୍ତ୍ର ସ୍ଥାନୀୟ ପାରଗମ୍ୟତା ମୂଲ୍ୟ ଦିଆଯାଇଥିବା ସ୍ଥଳେ ଅତ୍ୟନ୍ତ ତତ୍ପର୍ଯ୍ୟପୂର୍ଣ୍ଣ   ।

ଜଳାଧାରର ଦୈର୍ଘ୍ୟ

  • ଜଳାଧାରର ମୋଟ ଜଳାଧାର ଦୈର୍ଘ୍ୟ ୧.୯ କି.ମି ।
  • ଚିଖଲଗାଞଁ ଜଳଛାୟା ତୃତୀୟ କ୍ରମର ଅପବାହ ଅବବାହିକାର ପ୍ରତିନିଧିତ୍ଵ କରେ ।
  • ପ୍ରଥମ ଓ ଦ୍ଵିତୀୟ କ୍ରମ ଜଳାଧାରର ଦ୍ଵିଶାଖାୟନ ଅନୁପାତ ହେଉଛି ୪ ।
  • ଦ୍ଵିତୀୟ ଓ ତୃତୀୟ କ୍ରମ ଜଳାଧାରର ଦ୍ଵିଶାଖାୟନ ଅନୁପାତ ହେଉଛି ୨ ।
  • ଜଳଛାୟାର ଅପବାହ ଘନତ୍ଵ ହେଉଛି ୨.୪ ପ୍ରତି ବର୍ଗ କି. ମି  ।

ସଂଗୃହିତ - ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି

3.08333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top