ହୋମ / ଶକ୍ତି / ପରିବେଶ / ଗ୍ଲୋବାଲ ୱାର୍ମିଂ
ସେଆର କରନ୍ତୁ

ଗ୍ଲୋବାଲ ୱାର୍ମିଂ

ଗ୍ଲୋବାଲ ୱାର୍ମିଂ ର ସୂଚନା

ପୃଥିବୀର ଉଷ୍ମତା ଯେପରି ଭାବରେ ବୃଦ୍ଧି ପାଉଛି ତାହାକୁ ଯଦି ବର୍ତ୍ତମାନଠାରୁ ନିୟନ୍ତ୍ରଣ କରାନଯାଏ ତେବେ ମାନବ ସଭ୍ୟତା ପ୍ରତି ଘୋର ବିପଦ ସୃଷ୍ଟି ହେବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି  ।

ସେମାନେ ସ୍ପଷ୍ଟ କରିଦେଇଛନ୍ତି ଯେ ଭାରତ ଉପରେ ଏହାର ଉତ୍କଟ ପ୍ରଭାବ ପଡିବ  । ଭୟାନକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିବ, ମ୍ୟାଲେରିଆ ପରି ବିବିଧ ରୋଗ ଅଚାନକ ବ୍ୟାପିଯିବ, ମରୁଡି ଓ ବଢି ଆତଙ୍କରେ କ୍ଷତିଗ୍ରସ୍ତ ଜନତା କ୍ଷୁଧା ପିଡିତ ହେବେ  । ସାଗରର ବେଳାଭୂଇଁ ସମୁଦ୍ରଗର୍ଭରେ ଲୀନ ହେବା ସୁନାମିରେ କ୍ଷତିଗ୍ରସ୍ତ ହେବ ବୀସ୍ତିର୍ଣ୍ଣ କ୍ଷେତ, ଆଉ ସହରର ଧନଜୀବନ  ।

ବିଶ୍ଵର ଉଷ୍ଣତା ବୃଦ୍ଧି ଓ ଗ୍ଲୋବାଲ ୱାର୍ମିଂ ଆଜି ସମଗ୍ର ବିଶ୍ଵମାନବ ପାଇଁ ଚିନ୍ତାର କାରଣ ହୋଇଛି  । ଅଠେଇଶଟି ରାଷ୍ଟ୍ରର ପ୍ରତିନିଧିମାନଙ୍କୁ ନେଇ କମିଟି ଗଠିତ ହୋଇଛି  । ଆମେରିକା, ଋଷିଆ, ଭାରତ, ଚୀନ ଏହାର ସଦସ୍ୟ ଅଛନ୍ତି  । ଗ୍ରୀନହାଉସ୍ ପ୍ରଭାବ ଯୋଗୁ ଜଳବାୟୁରେ ଯେଉଁ ପରିବର୍ତ୍ତନ ଘଟୁଛି ତାହାର ପ୍ରତିରୋଧ ନିମନ୍ତେ ଭାରତ ଯେଉଁ ପଦକ୍ଷେପ ନେଇଛି ତାହାର ସୁଫଳ ମିଳିନାହିଁ  । ଏହାର ମୁଖ୍ୟ କାରଣ ହେଉଛି ଜନ ସଚେତନତା  । ଆମେ ଜଳନ୍ତା ନଅରରେ ନିରୋଜ୍ଞଙ୍କ ଭଳି ବୀଣା ବାଦନରେ ବ୍ୟସ୍ତ  । ମୁହଁରେ ପରିବେଶ ବିପଦଜନକ ହେବାକୁ ବସିଲାଣି କହୁଥିଲେ  ମଧ୍ୟ କାର୍ଯ୍ୟତଃ ଆମେ ନିର୍ବିକାର  । ଏପରି ଗୁରୁତର ସଂକଟକୁ କୌଣସି ସରକାର ନୁହେଁ ଜନତା ହିଁ ସମାଧାନ କରିପାରିବେ  ।

ବ୍ୟକ୍ତି ନିଜର କର୍ମ ଦ୍ଵାରା ନିଜକୁ ରକ୍ଷା କରେ ବା ନିଜର ବିନାଶ କରେ  । ଠିକଣା ସମୟରେ ଉଚିତ  ପଦକ୍ଷେପ ଗ୍ରହଣ ନକଲେ ବିପର୍ଯ୍ୟୟ ସୁନିଶ୍ଚିତ  । ଜର୍ମାନରେ ଅନୁଷ୍ଠିତ ଜି-୮ ଶିଖର ସମ୍ମିଳନୀରେ ଗ୍ରୀନହାଉସ ପ୍ରଭାବ ଏବଂ ପୃଥିବୀରେ ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟା ଉପରେ ଆଲୋଚନା ହୋଇଯାଇଛି  । ଗ୍ରୀନହାଉସ ପ୍ରଭାବ ହ୍ରାସ କରିବା ନିମନ୍ତେ ଅଧିକ ପଦକ୍ଷେପ ଗ୍ରହଣ କରିବା ପାଇଁ ଆମେରିକା ଏବଂ ଅନ୍ୟ ବିକଶିତ ରାଷ୍ଟ୍ରର ପ୍ରତିନିଧିକରଣ ଚାପ ପ୍ରୟୋଗ କରିଛନ୍ତି  । ବିକଶିତ ରାଷ୍ଟ୍ରମାନଙ୍କ ସହିତ ଗ୍ରୀନହାଉସ ପ୍ରଭାବ ହ୍ରାସ ପାଇଁ ଭାରତ ସହଯୋଗ କରିବ ବୋଲି ଜଣାଇଦେଇଛି  । ଭାରତ ଏହା ମଧ୍ୟ ଜଣାଇଦେଇଛି ଯେ ବିକଶିତ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତର ଗ୍ରୀନହାଉସ ଗ୍ୟାସ ନିର୍ଗତ ପରିମାଣ ଅତି ନ୍ୟୁନ  । ଭାରତର ଅଭିବୃଦ୍ଧିହାର ଏବେ ୮ରୁ ୯ ପ୍ରତିଶତ  ହୋଇଛି  । ପୃଥିବୀରେ ଗ୍ରୀନହାଉସ ଗ୍ୟାସ ନିର୍ଗତ ଯେତିକି ଯେତିକି ହେଉଛି ତାହାର ମାତ୍ର ୩ ପ୍ରତିଶତ ଭାରତରେ ହୋଇଥାଏ  । ଭାରତ ଯେହେତୁ ଏକ ବିକାଶଶୀଳ ରାଷ୍ଟ୍ର ତେଣୁ ପେଟ୍ରୋଲ ଫ୍ରିଜ.ଏସି.କଳକାରଖାନାରୁ ନିର୍ଗତ ଗ୍ୟାସ ପରିବେଶରେ ପ୍ରଭାବ ପକାଇବ ତେବେ ଏହାର ନିୟନ୍ତ୍ରଣ ଏକାନ୍ତ ଜରୁରୀ  । ବିଶେଷଜ୍ଞମାନଙ୍କ ଚେତାବନୀ ହେଲା ଯଦି ଭାରତରେ ଏହି ପ୍ରକ୍ରିୟା ଜାରି ରହେ ତେବେ ୨୦୨୦ ମସିହା ବେଳକୁ ଗ୍ରୀନହାଉସ ଗ୍ୟାସ ନିର୍ଗତ ପରିମାଣ ୨୫ ପ୍ରତିଶତ ହେବ

ତେବେ ଏହି ‘ଗ୍ରୀନହାଉସ’ କ’ଣ ଏ ସମ୍ପର୍କରେ ଜାଣିବା ଉଚିତ୍  । ସୂର୍ଯ୍ୟ ସକଳ ଶକ୍ତିର ଉତ୍ସ  । ସୂର୍ଯ୍ୟକିରଣ ପୃଥିବୀରେ ପଡିଲା ପରେ ଏହା ତାପଜ ଶକ୍ତିରେ ପରିଣତ ହୋଇ ପୃଥିବୀକୁ ଉଷ୍ଣତା ଦିଏ  । ଏହି ଉଷ୍ଣତା ଉଭୟ ପ୍ରାଣୀ ଉଦ୍ଭିଦମାନଙ୍କ ଜୀବନ ରକ୍ଷା ପାଇଁ ଉପଯୋଗୀ  । ପୃଥିବୀପୃଷ୍ଠରୁ ଏହି ତାପର ଏକ ଅଂଶ ଦୀର୍ଘ ତରଙ୍ଗଯୁକ୍ତ ଅବଲୋହିତ ବିକିରଣ କୁ ରୂପାନ୍ତରିତ ହୋଇ ବାୟୁମଣ୍ଡଳକୁ ପ୍ରତିଫଳିତ ହୁଏ  । ଏହି ଅବଲୋହିତ ରଶ୍ମିର ବିକିରଣର ଅଧିକାଂଶ ଭାଗ ମହାଶୂନ୍ୟକୁ ଫେରି ଯାଇଥାଏ  । ଅତି ଅଳ୍ପତାପମାତ୍ରାରେ ବାୟୁମଣ୍ଡଳରେ ପ୍ରାକୃତିକ ଭାବରେ ଥିବା ଅଙ୍ଗାରକାମ୍ଳ ମିଥେନ, ନାଇଟ୍ରସ ଅକସାଇଡ ଓ କ୍ଲୋରୋଫ୍ଲୋରୋ କାର୍ବନ ପ୍ରଭୃତି ଗ୍ୟାସ ଶୋଷି ହୋଇଯାଏ  । ପୁନଶ୍ଚ ପ୍ରାକୃତିକ ଉପାୟରେ ତାପଶକ୍ତିରେ ପରିବର୍ତ୍ତିତ ହୋଇ ଭୁପୃଷ୍ଠକୁ ପୁନଃ ବିକିରିତ  ହୁଏ  । ଅବଲୋହିତ ରଶ୍ମିକୁ ଶୋଷଣ କରୁଥିବା ଏହି ଗ୍ୟାସଗୁଡିକୁ ସବୁଜ ଗୃହ ଗ୍ୟାସ କୁହାଯାଏ  ଏବଂ ଦ୍ଵିତୀୟ ବିକିରଣର ନିମ୍ନମୁଖୀ  ପ୍ରବାହକୁ ‘ସବୁଜ ଗୃହ ପ୍ରବାହ’ କୁହାଯାଏ  । ଫଳରେ ପୃଥିବୀପୃଷ୍ଠର ପୃଷ୍ଠତାପ ମହାଶୂନ୍ୟକୁ ଫେରିଯାଇପାରେ ନାହିଁ  । ତେଣୁ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ପାଏ  ।

ଏହି ପ୍ରକ୍ରିୟାରେ  ସବୁଜ ଗୃହ ଗ୍ୟାସ ଆମ ଭୂମଣ୍ଡଳ ଚାରିପଟେ ଗ୍ୟାସୀୟ ଆସ୍ତରଣ ହୋଇ ଘେରି ରହିଥାଏ  । ଯାହା ଫଳରେ ପୃଥିବୀ ପୃଷ୍ଠର ଉତ୍ତାପ ବୃଦ୍ଧିପାଏ । ଉତ୍ତାପର ସ୍ଥିରତା ରହିବା ଦ୍ଵାରା ପୃଥିବୀରେ ଜୀବଜଗତ ତିଷ୍ଠି ରହିବା ସମ୍ଭବ ହୋଇଛି

ଜୀବଜଗତ ଓ ଉଦ୍ଭିଦଜଗତ ବଞ୍ଚି ରହିବା ପାଇଁ ନିର୍ଦ୍ଧିଷ୍ଟ ସେଲସିୟସର ପରିମାପକ ରହିଛି ସେତିକିରୁ ଅଧିକ ବା କମ୍ ହେଲେ ସୃଷ୍ଟି ବା ଜୀବଜଗତ ତିଷ୍ଠିବା ଅସମ୍ଭବ  । ଏହି ପ୍ରକ୍ରିୟାରେ ସବୁଜ ଗୃହ ଗ୍ୟାସ ଆମ ଭୂମଣ୍ଡଳ ଚାରିପଟେ ଗ୍ୟାସୀୟ ଆସ୍ତରଣ ହୋଇ ଘେରି ରହିଥାଏ   । ଯାହା  ଫଳରେ ପୃଥିବୀ ପୃଷ୍ଠର ଉତ୍ତାପ ବୃଦ୍ଧିପାଏ  । ଉତ୍ତାପର ସ୍ଥିରତା ରହିବା ଦ୍ଵାରା ପୃଥିବୀରେ ଜୀବଜଗତ ତିଷ୍ଠି ରହିବା ସମ୍ଭବ ହୋଇଛି  । ଜୀବଜଗତ  ଓ ଉଦ୍ଭିଦଜଗତ  ବଞ୍ଚି ରହିବା ପାଇଁ ନିର୍ଦ୍ଧିଷ୍ଟ ସେଲସିୟସର ପରିମାପକ ରହିଛି ସେତିକିରୁ ଅଧିକ ବା କମ୍ ହେଲେ ସୃଷ୍ଟି ବା ଜୀବଜଗତ ତିଷ୍ଠିବା ଅସମ୍ଭବ  ।

ଏବେ ଆମ ଋତୁଚକ୍ରରେ ପରିବର୍ତ୍ତନ ଆସିଛି  । ଶୀତ, ବର୍ଷା ଓ ଗ୍ରୀଷ୍ମ ଋତୁର ସ୍ଥିରତା ନାହିଁ  । ବର୍ଷରେ ଆଠମାସ ଗ୍ରୀଷ୍ମଋତୁ  । ପ୍ରତିବର୍ଷ ଦୁଇଡିଗ୍ରୀ ସେଲସିୟସ ଉତ୍ତାପ ବଢି ବଢି ଚାଲିଛି  । ଏବେ ଭୂମଣ୍ଡଳର ହାରାହାରି ବାର୍ଷିକ ଉତ୍ତାପ + ସେଲସିୟସ  ।

ଏହି ସବୁଜ ଗୃହ ଗ୍ୟାସର ନିୟନ୍ତ୍ରଣ ଦ୍ଵାରା ପୃଥିବୀ ବ୍ୟାପୀ ସଂକଟକୁ ବଞ୍ଚାଇବାକୁ ଆଇ.ପି.ସି ବା ଇଣ୍ଟରଗଭମେଣ୍ଟାଲ  ପାନେଲ ଅନକ୍ଲାଇମେଣ୍ଟ ଚେଞ୍ଜ ସଂସ୍ଥା ଗଠନ ହୋଇଛି  ।

ଅଙ୍ଗାରକାମ୍ଳ ଗ୍ୟାସ ବାୟୁମଣ୍ଡଳ ସର୍ବାଧିକ ପରିମାଣର ସବୁଜଗୃହ ଗ୍ୟାସ  । ଆଗ୍ନେୟଗିରିର ଉଦ୍ ଗୀରଣ, ଜୈବିକ ପଦାର୍ଥମାନଙ୍କର ବିଘଟନ, ଜୀବମାନଙ୍କର ଶ୍ଵାସକ୍ରିୟା ପ୍ରଭୃତି ପ୍ରାକୃତିକ ପ୍ରକ୍ରିୟା ଏବଂ ଶିଳ୍ପାୟନ ନିର୍ଗତ ଧୂଆଁ, ବର୍ଜ୍ୟବସ୍ତୁ କାରଖାନା ଓ ଲକ୍ଷ ଲକ୍ଷ ଯାନର ପେଟ୍ରୋଲ, ଡିଜେଲ ଇତ୍ୟାଦିର ଦହନ, ଜଙ୍ଗଲ କ୍ଷୟ ହେତୁ ବୃଦ୍ଧି ଘଟୁଛି  । ଏହି ବିଶ୍ଵସ୍ତରୀୟ ସଂକଟରୁ ନିସ୍ତାର ପାଇଁ ବେଳହୁଁ ସାବଧାନ ହୋଇ ପର୍ଯ୍ୟନ୍ତ ଚାରା ରୋପଣ ଓ ବନୀକରଣ ଯୋଜନା ଦ୍ଵାରା ନାଇଟ୍ରସ ଅକସାଇଡ ମାତ୍ରା କମାଇ ଦିଆଯାଇପାରିବ  । ଜୀବାଶ୍ମ ଇନ୍ଧନ ବ୍ୟବହାରର ତୀବ୍ର ନିୟନ୍ତ୍ରଣ ଜରୁରୀ ଯାହାକି ଚୀନ ଦେଶରେ ସମସ୍ତେ ସାଇକେଲ ବ୍ୟବହାରକୁ ଗୁରୁତ୍ଵ ଦେଇ ଦୁରତ୍ଵ କିମ୍ବା ନିହାତି ଆବଶ୍ୟକତା ଲାଗି ଯାନବାହାନର ବ୍ୟବହାର କରାଯାଉଛି  । ବାୟୁ ପ୍ରଦୂଷଣ ବ୍ୟକ୍ତି ନିଜ ବାସସ୍ଥାନଠାରୁ ସାମୂହିକ ସମୁନ୍ନତି ପାଇଁ ଜଳ, ସ୍ଥଳ, ପବନ ପାଇଁ ପ୍ରାଣ ଦେଇ ସୁରକ୍ଷା ନିମନ୍ତେ ସଂକଳ୍ପ ନେବା ଉଚିତ

ଦୀର୍ଘତମ ଗ୍ଲାସିୟର ତରଳିବ

ବରଫ ଯୁଗରେ ପୃଥିବୀର ୩୦ ପ୍ରତିଶତ ଗ୍ଲାସିୟରରେ ଆବୃତ ଥିଲା  । ବର୍ତ୍ତମାନ ପୃଥିବୀର ମାତ୍ର ୧୦ ପ୍ରତିଶତ ଅଞ୍ଚଳ ଗ୍ଲାସିୟର ଦ୍ଵାରା ଆବୃତ   । ଲମ୍ବର୍ଟ-ଫିସ୍ ର ଗ୍ଲାସିୟର ପୃଥିବୀର ଦୀର୍ଘତନ ଗ୍ଲାସିୟର ଯାହା ୧୯୫୬ରେ ଆବିଷ୍କୃତ ହୋଇଥିଲା  । ଉତ୍ତର ଆମେରିକାର ଆଲାସ୍କାଠାରେ ଥିବା ହବାର୍ଡ ଗ୍ଲାସିୟରର ଲମ୍ବ ୧୪୬ କିମି  । ୟୁରୋପର ସୁଇଜରଲ୍ୟାଣ୍ଡଠାରେ ଅବସ୍ଥିତ ଆଲିଟକ ଗ୍ଲାସିୟରର ଲମ୍ବ ୩୫ କି.ମି.  ।

ବରଫଗଦାରେ ଫାଟ

ଗ୍ଲୋବାଲ ୱାର୍ମିଂ ପ୍ରଭାବ କ୍ରମେ ସ୍ପଷ୍ଟ ହେବାରେ ଲାଗିଛି  । ଗତମାସରେ ଗ୍ରୀନଲ୍ୟାଣ୍ଡର ଦୁଇଟି ବିଶାଳ ବରଫ ଗଦା ତରଳୁଛି ବୋଲି ‘ନାସା’ ପକ୍ଷରୁ ପ୍ରକାଶିତ କୃତ୍ରିମ ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ହୋଇଛି  । ଏଭଳି ବରଫ ଗଦାର କ୍ରମ ଅବକ୍ଷୟ ବୁଦ୍ଧିଜୀବୀ ତଥା ବୈଜ୍ଞାନିକମାନଙ୍କୁ ଚିନ୍ତାଗ୍ରସ୍ତ କରିଛି  । କୃତ୍ରିମ ଉପଗ୍ରହକୁ ମିଳିଥିବା ଚିତ୍ରରୁ ଦେଖାଯାଇଛି ଯେ ୧୧ ବର୍ଗ ମାଇଲ ଅଞ୍ଚଳରେ ମାଡି ରହିଥିବା ଏହି ବରଫ ଗଦାରେ ଇତିମଧ୍ୟରେ ମୋଟା ଫାଟ ସୃଷ୍ଟି ହୋଇଛି  । ଏହି ଫାଟର ଲମ୍ବ ୭ ମାଇଲ ଓ ପ୍ରସ୍ତ ଅଧ ମାଇଲ  । ଉତ୍ତର ଗୋଲାର୍ଦ୍ଧରେ ଭାଷାମାନ ଅବସ୍ଥାରେ ଏହି ଫାଟ ସୃଷ୍ଟି ହୋଇଛି  । ଏହି ବଡ ଫାଟ ବ୍ୟତୀତ ଅନେକ ଛୋଟ ଫାଟ ମଧ୍ୟ ଏଥିରେ ସୃଷ୍ଟି ହୋଇଛି  । ଗତ ଜୁଲାଇ ୧୦ରୁ ୨୪ ତାରିଖ ମଧ୍ୟରେ ବରଫଗଦାରେ ଏଭଳି ଫାଟ ଦେଖାଦେଇଛି  ।

ସଂଗୃହୀତ – ଶ୍ରୀ କାଞ୍ଚିନାରାୟଣ ମହାନ୍ତି

ଗ୍ଲୋବାଲ ୱାର୍ମିଂରୁ ରକ୍ଷା ପାଇବେ କିପରି

  • ଗଛ ଲଗାନ୍ତୁ ଓ ଏହାର ଯତ୍ନ ନିଅନ୍ତୁ
  • ବ୍ୟବହୃତ କାଗଜ ଓ ପାଣିର ପୁନଃଚକ୍ରଣ କରନ୍ତୁ
  • ଫ୍ଲୁରୋସେଣ୍ଟ ବଲ୍ବ, ଟ୍ୟୁବ ବ୍ୟବହାର କରନ୍ତୁ
  • ତୈଳ, ଶକ୍ତି ସଂରକ୍ଷଣ କରନ୍ତୁ
  • ସି.ଏନ.ଜି  ଜାଳେଣୀ ବ୍ୟବହାର କରନ୍ତୁ
  • ଜୈବିକ ଅଦରକାରୀ ପଦାର୍ଥରୁ କମ୍ପୋଷ୍ଟ ତିଆରି କରନ୍ତୁ
  • ଅଳିଆ ଆବର୍ଜନା ଏଣେତେଣେ ନପକାଇ ଡଷ୍ଟବିନ୍ ବ୍ୟବହାର କରନ୍ତୁ
  • ଇଲେକ୍ଟ୍ରୋନିକ ଆବର୍ଜନା ପ୍ରତି ସତର୍କ ରୁହନ୍ତୁ
  • ଜଳ/ଶକ୍ତି ସଂରକ୍ଷଣ କରନ୍ତୁ
  • ବର୍ଷାଜଳ ଅମଳ କରନ୍ତୁ
  • ଗରମ ପାଣି, ଆଲୋକ ଓ ରୋଷେଇ ପାଇଁ ସୂର୍ଯ୍ୟ ଚୂଲା ବ୍ୟବହାର କରନ୍ତୁ
  • କୋଠା ନିର୍ମାଣରେ ସବୁଜ ପ୍ରଯୁକ୍ତି ବିଦ୍ୟା ଗ୍ରହଣ କରନ୍ତୁ
  • କୁଟା ପତ୍ର ପୋଡନ୍ତୁ ନାହିଁ, କମ୍ପୋଷ୍ଟ କରନ୍ତୁ
  • ପଲିଥିନ୍ / ପ୍ଲାଷ୍ଟିକ ଜରିରେ ସଉଦାପତ୍ର / ପନିପରିବା ନ ଆଣି ଅଖା/କପଡା ବ୍ୟାଗ ବ୍ୟବହାର କରନ୍ତୁ
  • ଜଳର ଉତ୍ସଗୁଡିକୁ ସୁରକ୍ଷିତ ରଖନ୍ତୁ
  • ସ୍କୁଟର, ମୋଟର ସାଇକେଲ୍, କାର ଇତ୍ୟାଦି ନିୟମିତ ଠିକ୍ ରଖନ୍ତୁ
  • ଯଦି ମିଳୁଛି, ଜୈବିକ ଇନ୍ଧନ ବ୍ୟବହାର କରନ୍ତୁ
  • ସ୍ପ୍ରେ ଓ ପରଫ୍ୟୁମ କମ୍ ବ୍ୟବହାର କରନ୍ତୁ
  • ବସ୍, ଟ୍ରେନ୍ ରେ ଯାତାୟତ କରିବା ଅଭ୍ୟାସ ରଖନ୍ତୁ
  • କମ ଗରମ ପାଣି ବ୍ୟବହାର କରନ୍ତୁ
  • ଅନାବଶ୍ୟକ ଆଲୁଅ, ପଙ୍ଖା ସୁଇଚ୍ ବନ୍ଦ ରଖନ୍ତୁ
  • ସୂଚନା ଆଦାନ ପ୍ରଦାନ କରନ୍ତୁ, ଏହା ଶକ୍ତି ସଂରକ୍ଷଣ କରେ
  • ଶୀତତାପ ନିୟନ୍ତ୍ରକର ଫିଲଟର ସଫା ରଖନ୍ତୁ
  • ଫ୍ରିଜ୍ ରେ ଜମୁଥିବା ବରଫ କାଢିଦିଅନ୍ତୁ
  • ରୋଷେଇ ବେଳେ ହାଣ୍ଡିରେ କଭର ଦିଅନ୍ତୁ
  • ବ୍ୟବହାର କରୁଥିବା ଗାଡି ଚକରେ ବାୟୁଚାପ ଠିକ୍ ରଖନ୍ତୁ
  • ଅଙ୍ଗାରକାମ୍ଳ, ନାଇଟ୍ରସ ଅକ୍ସାଇଡ ଓ ମିଥେନ ଭଳି ଗ୍ୟାସ ବାୟୁମଣ୍ଡଳରୁ କିପରି କମିବ ସେଥିପ୍ରତି ସତର୍କ ଦୃଷ୍ଟି ଦିଅନ୍ତୁ

ସଂଗୃହୀତ – ଡକ୍ଟର ସୁଦର୍ଶନ ଶାସମଲ୍

2.92307692308
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top