ହୋମ / ଶକ୍ତି / ପରିବେଶ / ଜନସଂଖ୍ୟା ଆମର ସବୁଠାରୁ ବଡ ସମ୍ପଦ
ସେଆର କରନ୍ତୁ

ଜନସଂଖ୍ୟା ଆମର ସବୁଠାରୁ ବଡ ସମ୍ପଦ

ଜନସଂଖ୍ୟା ଆମର ସବୁଠାରୁ ବଡ ସମ୍ପଦ ର ସୂଚନା

ଜନସଂଖ୍ୟା ଆମର ସବୁଠାରୁ ବଡ ସମ୍ପଦ

ବହୁତ ଲୋକ କହୁଥିବାର ଆମେ ସମସ୍ତେ ଶୁଣିଅଛୁ ଯେ, ଭାରତର ଜନସଂଖ୍ୟା ଗୋଟିଏ ବଡ ସମସ୍ୟା  । ତୁମେ ମଧ୍ୟ ଏହା ଅନୁଭବ କରିପାରୁଥିବ  । ତୁମକୁ ଏହା ଜଣାଇଛି ଯେ, ଭାରତର ଜନସଂଖ୍ୟା ଏକ ବିଲିୟନରୁ ଅହଡିକ ତଥାପି ଏହା ବଢୁଅଛି  । ପରବର୍ତ୍ତୀ ଦଶନ୍ଧିରେ ଏହା ଚୀନର ଜନସଂଖ୍ୟାକୁ ଟପିଯିବ  । ଏହା ନିଶ୍ଚିତ ଯେ, ପୃଥିବୀରେ ଏହା ଜନସଂଖ୍ୟା ବହୁଳ ରାଷ୍ଟ୍ର ହୋଇଯିବ  । ଏହିପରି ଭାବରେ ଜନସଂଖ୍ୟା ସମ୍ପତ୍ତି ରୂପରେ ଦେଖାଦେବ  । ଏହା ପ୍ରଗତିରେ ବାଧାସୃଷ୍ଟି କରିବ  ଏବଂ ମନୁଷ୍ୟର ଗୁଣାତ୍ମକ ବିକାଶହକୁ ରୋକିବ  । କିନ୍ତୁ ଏହା ସତ୍ୟ କି ? ଆସ ଭାବିବା ଏବଂ ବୁଝିବା  । ଦେଶପାଇଁ ଜନସଂଖ୍ୟା ସମ୍ପତ୍ତି ଏବଂ ସମ୍ପଦ ନୁହେଁ କି ? ଆଜିକାଲି ଭାରତ ପୃଥିବୀରେ ମାନବଶକ୍ତିର ଅଗ୍ରଣୀ ଦେଶ ବୋଲି ବିବେଚିତ ହେଉଅଛି  । Global standing ପାଇଁ ଗୋଟିଏ ବଡ ଅବଦାନ ହେଉଛି ଆମ ଦେଶର ଯୁବଶକ୍ତି, ଶିକ୍ଷିତ ଏବଂ ଉତ୍ପଦକ୍ଷମ  । ସେମାନେ କେବଳ ଯେ ଆମ ଦେଶର ପ୍ରଗତିପାଇଁ କାର୍ଯ୍ୟ କରୁଛନ୍ତି ତାହା ନୁହେଁ  ପୃଥିବୀର ଅନ୍ୟକେତେକ ଦେଶ ପାଇଁ ମଧ୍ୟ ସହଯୋଗ କରୁଛନ୍ତି  । ଏହି ପରିପ୍ରେକ୍ଷୀରେ ଜନସଂଖ୍ୟା ଦେଶର ଆର୍ଥିକସ୍ଥିତି ପାଇଁ ସବୁଠାରୁ ବଡ ସମ୍ପଦ ଅଟେ  । ଜନସଂଖ୍ୟା ଅଛି ଏହି ପାଠରୁ ତୁମେ ଜାଣିପାରିବ  ।

ସମ୍ପଦ ରୂପରେ ଜନସଂଖ୍ୟା

ସାଧାରଣତଃ ଆମେ ଜନସଂଖ୍ୟାର ଅର୍ଥ ଲୋକମାନଙ୍କ ସମଷ୍ଟିକୁ ବୁଝିଥାଉ  । ତଳେ ଦିଆଯାଇଥିବା ବକ୍ସରେ ଆସ ଜନସଂଖ୍ୟାର ଅର୍ଥକୁ ବୁଝିବା  । ଏହାକୁ ବିଭିନ୍ନ ଦୃଷ୍ଟିକୋଣରୁ ବିଭିନ୍ନ ପ୍ରକାର ବ୍ୟାଖ୍ୟା କର  । ବିଜ୍ଞାନ ଏବଂ ପ୍ରାଣୀବିଜ୍ଞାନ ବହିରେ ଜନସଂଖ୍ୟାର ଅର୍ଥ ଯାହା, ସାମାଜିକ ବିଜ୍ଞାନ, ଭୂଗୋଳ, ଅର୍ଥଶାସ୍ତ୍ର କିମ୍ବା ସମାଜ ଶାସ୍ତ୍ରରେ ତାହାର ଅର୍ଥ ଭିନ୍ନ ଅଟେ  । ଏହାର ଅର୍ଥ ସ୍ଵାତନ୍ତ୍ର ଅଛି ତୁମେ ପରେ ଶିଖିବ  । ଏହା କ’ଣ ତୁମେ ଜାଣିବାକୁ ଚାହୁଁଛକି ? ତୁମେ ଏହାକୁ ଷ୍ଟାଟିଷ୍ଟିକ୍ସ ପୁସ୍ତକର ପର୍ଯ୍ୟାଲୋଚନାକୁ ଜାଣିପାରିବ  । ବର୍ତ୍ତମାନ ଏହିପାଠରେ ଜନସଂଖ୍ୟା କହିଲେ କୌଣସି ଭୌଗଳିକ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ବିଷୟରେ କୁହାଯାଇଛି  । ଏହାକୁ ଜନସଂଖ୍ୟାରେ ଦର୍ଶାଯାଇଥାଏ  । ପ୍ରାଥମିକ ଅବସ୍ଥାରେ ଲୋକମାନଙ୍କ ସଂଖ୍ୟାକୁ ଦର୍ଶାଯାଇଅଛି କିନ୍ତୁ ଜନସଂଖ୍ୟାକୁ ସମ୍ପଦ କିମ୍ବା ମାନବ ସମ୍ପଦ ରୂପରେ ବିଚାର କରାଯାଇଅଛି  ।

ଜନସଂଖ୍ୟାର ଅର୍ଥ କ’ଣ ?

  • କୌଣସି ନିର୍ଦ୍ଧିଷ୍ଟ ଅଞ୍ଚଳରେ ବାସ କରୁଥିବା ଲୋକ ସଂଖ୍ୟା (ତାହା ଗ୍ରାମ, ସହର, ରାଜ୍ୟ, ଦେଶ, ପୃଥିବୀ ହୋଇପାରେ)
  • କୌଣସି ଗୋଷ୍ଠୀ, ଜାତି, ଶ୍ରେଣୀ, ସମୁଦାୟ ଲୋକମାନଙ୍କ ସଂଖ୍ୟା  । (ସେମାନେ ଅନୁସୂଚିତ ଆଟି, ଜନଜାତି କିମ୍ବା ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ୍ ପ୍ରଭୃତି ଧାର୍ମିକ ଗୋଷ୍ଠୀର ଲୋକ ହୋଇପାରନ୍ତି  ।)
  • ଯିବ ବିଜ୍ଞାନରେ ନିର୍ଦ୍ଧିଷ୍ଟ ଶ୍ରେଣୀର ପ୍ରାଣୀର ଶଙ୍କରୀକରଣ (ତାହା ବାଘମାନଙ୍କ ସଂଖ୍ୟା, ହରିଣମାନଙ୍କ ସଂଖ୍ୟା ହୋଇପାରେ) ।

ସମ୍ପଦ କ’ଣ ? ଏହା ହେଉଛି କିଛି ଜିନିଷ ଯାହାକୁ ଥରେ କିମ୍ବା ବାରମ୍ବାର ବ୍ୟବହାର କରାଯାଏ  । ଆସ ଘର ଭିତରର ଚାରିପାଖକୁ ଦେଖିବା ଆମେ ଆସବାପତ୍ର, ବହି, ଖାତା, କଲମ, କପ୍ ପ୍ରଭୃତି ଜିନିଷ ଦେଖିବା  । ଆମେ ସେଗୁଡିକୁ ଆମର ସମ୍ପଦ ବୋଲି ବିଚାର କରୁ ଏବଂ ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରୁ  ।

ବର୍ତ୍ତମାନ ଆସ ତାହାର ମୂଳତତ୍ତ୍ଵକୁ ଜାଣିବାକୁ ଚେଷ୍ଟା କରିବା ପ୍ରାକୃତିକ ସମ୍ପଦରୁ ଏଗୁଡ଼ିକୁ ତିଆରି କରାଯାଇଅଛି  । ଆମେ ଜଙ୍ଗଲରୁ ମିଳୁଥିବା କାଠଗଣ୍ଡିରୁ ଫର୍ଣ୍ଣିଚର ତିଆରି କରୁଛୁ  । ବହି ଏବଂ ଖାତା ଜଙ୍ଗଲରୁ ମିଳୁଥିବା କାଠର ମଣ୍ଡରୁ ପ୍ରସ୍ତୁତ ହୋଇଅଛି, କଲମ ପ୍ଲାଷ୍ଟିକ ଯାହାକି ପେଟ୍ରୋଲିୟମର ଉପଜାତ ଦ୍ରବ୍ୟ ସେଥିରୁ ତିଆରି ହୋଇଅଛି  । କପ ମୃତିକାରୁ ମିଳୁଥିବା ଚିନାମାଟିରୁ ତିଆରି ହୋଇଅଛି  । ଏହି ଜିନିଷ ଏବଂ ଆହୁରି ଅନେକ ଜିନିଷ ଯାହାକି ଆମର ଦୈନନ୍ଦିନ ଜୀବନରେ ବ୍ୟବହାରରେ ଲାଗେ ତାକୁ ପ୍ରାକୃତିକ ସମ୍ପଦରୁ ତିଆରି କରାଯାଇଅଛି । ମନୁଷ୍ୟ ଯେ କି ନିଜର ଶାରୀରିକ ଏବଂ ମାନସିକ କାର୍ଯ୍ୟଯୋଗୁଁ ପ୍ରାକୃତିକ ସମ୍ପଦରେ ପରିବର୍ତ୍ତନ ଆଣି ଅନେକ ବ୍ୟବହାର ଉପଯୋଗ ଦ୍ରବ୍ୟ ତିଆରି କରିପାରିଛି  ।

ଯଦି ସମ୍ବଳଗୁଡିକ ଜିନିଶହ, ଯାହାକୁ ବ୍ୟବହାର ଏବଂ ପୁନଃ ବ୍ୟବହାର କରାଯାଇପାରୁଛି  । କିପରି ମାନବକୁ ସମ୍ବଳ ରୂପରେ ବ୍ୟବହାର କରାଯାଇପାରେ  ? ଆମେ ସମସ୍ତେ ଜାଣୁ ଯେ, ଖାଦ୍ୟଶସ୍ୟ ଯାହାକାୟ କୃଷିକ୍ଷେତ୍ରରେ ଚାଷ କରାଯାଉଅଛି, ଖଣିଜ ପଦାର୍ଥ ଉତ୍ତୋଳନ କରାଯାଉଅଛି, ଜିନିଷ ଯାହାକି କାରଖାନାରେ ତିଆରି ହେଉଅଛି  । ଏ ସମସ୍ତ କାର୍ଯ୍ୟ ମନୁଷ୍ୟ ଦ୍ଵାରା କରାଯାଉଅଛି, ଦେଶର ଲୋକେ ତାଙ୍କ ଜୀବନକୁ ଆରାମଦାୟକ କରିବାକୁ ଏସବୁ ଉତ୍ପାଦନ କରନ୍ତି  । ବିଭିନ୍ନ ପ୍ରକାର ସୁବିଧା ଏବଂ ସେବାର ଉନ୍ନତି ବିଧାନ କରନ୍ତି  । ସୁବିଧାଗୁଡିକ ଯାହାକି ପରିବହନ ଯୋଗାଯୋଗର ମାଧ୍ୟମ ହୋଇପାରେ, ସ୍କୁଲ, କଲେଜ, ହସ୍ପିଟାଲ, ବିଦ୍ୟୁତ ଉତ୍ପାଦନ କେନ୍ଦ୍ର, ଜନସେଚନ ବ୍ୟବସ୍ଥା ଅନ୍ୟକିଛି ହୋଇପାରେ  । ଦେଶର ପ୍ରଗତିରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ  ।

ଏହି ସବୁ ସୁବିଧାକୁ ଉତ୍ପାଦନ କରିବା, ଏଥିରେ ଉନ୍ନତି ଆଣିବା ଏବଂ ତାକୁ ବ୍ୟବହାର ଉପଯୋଗୀ ସମ୍ବଳରେ ପରିଣତ କରିବାରେ ମନୁଷ୍ୟ ହେଉଛି ସର୍ବଶ୍ରେଷ୍ଠ ସମ୍ବଳ  । ମନୁଷ୍ୟ ବିନା ଅନ୍ୟସମସ୍ତ ସମ୍ବଳର ବିକାଶ ସାଧାନ ହୋଇପାରିବ ନାହିଁକି, ତାହାର ଉପଯୁକ୍ତ ବିନିଯୋଗ ହୋଇପାରିବ ନାହିଁ  । ତେଣୁ ଲୋକମାନଙ୍କ ସଂଖ୍ୟା ଏବଂ ଗୁଣ ମିଶ୍ରିତ ଭାବରେ କୌଣସି ଦେଶର ପ୍ରକୃତ ସମ୍ବଳ ଅଟେ  ।

ଉପର ତଥ୍ୟକୁ ଦୃଷ୍ଟିରେ ରଖି, ଲୋକମାନଙ୍କର ସମ୍ପୂର୍ଣ୍ଣ ସଂଖ୍ୟା, ଯାହାକି କେତେବର୍ଷ ଅନ୍ତରରେ ଜନଗଣନା ଦ୍ଵାରା ସ୍ଥିରିକୃତ ହୋଇଥାଏ, ତାହା ସମ୍ପଦ ହୋଇପାରେ, କିନ୍ତୁ ଶିକ୍ଷିତ ଜନସଂଖ୍ୟା ଗୋଟିଏ ଦେଶର ମୂଳଧନ ଅଟନ୍ତି  । ଲୋକସଂଖ୍ୟାକୁ ମୂଳଧନରେ ବଦଳିବାକୁ ଦେଶ ବିଭିନ୍ନ କ୍ଷେତ୍ରରେ ବହୁତ କିଛି କାର୍ଯ୍ୟ କରୁଛି  । ସେଗୁଡିକ ହେଲା, ସ୍ୱାସ୍ଥ୍ୟର ଉନ୍ନତି ଏବଂ ସୁଷମ ଖାଦ୍ୟ ସ୍ଥିତିରେ ପରିବର୍ତ୍ତନ ସେମାନଙ୍କ ଶିକ୍ଷାରେ ଏବଂ ନିର୍ଦ୍ଧିଷ୍ଟ ପ୍ରଶିକ୍ଷଣରେ ଏବଂ ଜୀବନର ସବୁକ୍ଷେତ୍ରରେ ଉନ୍ନତି ଆଣିବା  । ଲୋକମାନଙ୍କ ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ଏବଂ ସମାଜ ବହୁତ କିଛି କରୁଅଛି  । ପ୍ରତ୍ୟକ ବ୍ୟକ୍ତି ସାଧ୍ୟମତେ ବିକାଶ କରିବା ଏବଂ ଦେଶର ପ୍ରଗତିରେ ନିଜକୁ ସାମିଲ କରିବା ଏହି କଥା ବର୍ତ୍ତମାନ ଜରୁରୀ ହୋଇପଡିଛି  । ଏଣୁ ଏହାକୁ ବୁଝିବା ଜରୁରୀ ହୋଇପଡିଛି ଯେ, ମନୁଷ୍ୟ ଉନ୍ନତିକରଣର ବସ୍ତୁ ଅଟେ ଏବଂ ଅଂଶଗ୍ରହଣକାରୀ ଅଟେ  । ଆମେ ପୂର୍ବରୁ ଆଲୋଚନା କରିଥିବା ଲୋକମାନଙ୍କ ସଂଖ୍ୟାକୁ ସମ୍ପଦ କୁହାଯାଇ ନପାରେ କିନ୍ତୁ କେତେଗୁଡିଏ ନିର୍ଦ୍ଧିଷ୍ଟ ଉପାଦାନ ରହିଛି ଯାହା ମନୁଷ୍ୟ ସଂଖ୍ୟକ ଉପଯୁକ୍ତ ସଂଖ୍ୟାରେ ବଦଳି କରିପାରେ  ।

ଜନସଂଖ୍ୟାର ବଣ୍ଟନ

ପ୍ରାକୃତିକ ସମ୍ବଳ କିମ୍ବା ଅନ୍ୟ ସମ୍ବଳ ବିଷୟରେ ତୁମେ ଜାଣିଥାଇପାର, ସେଗୁଡିକର ବଣ୍ଟନ ସମାନ ନୁହେଁ, ଉଦାହରଣ ସ୍ୱରୂପ ଅରଣ୍ୟ, ଲୁହାପଥର, କୋଇଲା ପ୍ରଭୃତି ପ୍ରାକୃତିକ ସମ୍ବଳର ବଣ୍ଟନ ପୃଥିବୀ କିମ୍ବା ଆମ ଦେଶରେ ସମାନ ଭାବରେ ହୋଇନାହିଁ  । ମାନବସମ୍ବଳର ବଣ୍ଟନ ମଧ୍ୟ ସେହିଭଳି ଅଟେ  । ଏହା ପୃଥିବୀର ସବୁଅଞ୍ଚଳରେ ସମାନ ଭାବରେ ବିସ୍ତୃତି ଲାଭ କରିନାହିଁ ଏହା ବଦଳିବାରେ ଲାଗିଛି, କୌଣସି ଅଞ୍ଚଳରେ ରାଜ୍ୟରେ ଏବଂ ସମୁଦାୟ ଦେଶରେ ଜନସଂଖ୍ୟାର ବିସ୍ତୃତିକୁ ଜନସଂଖ୍ୟା ବଣ୍ଟନ କୁହାଯାଏ  ।

ଏଥିରେ ଭାରତର ରାଜ୍ୟ ଆରବିଏମ କେନ୍ଦ୍ରଶାସିତ ଅଞ୍ଚଳରେ ଜନସଂଖ୍ୟାର ବିସ୍ତାର ଦେଖାଯାଇଅଛି  । ଏହା ବିନ୍ଦୁ ମଧ୍ୟରେ ଦେଖାଯାଇଅଛି  । ପ୍ରତ୍ୟକ ବିନ୍ଦୁ 5 ଲକ୍ଷ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏହା ଦେଖାଯାଇଅଛି ଯେ, କେତେକ ରାଜ୍ୟର କ୍ଷେତ୍ରଫଳ ଅଧିକ ହେଲେ ମଧ୍ୟ ବିନ୍ଦୁସଂଖ୍ୟା କମ୍ ଅଛି  । ଏହାର ଅର୍ଥ ରାଜୟର ଲୋକମାନେ ଅଧିକ ଖେଳେଇହୋଇ ରହିଛନ୍ତି କିମ୍ବା ମଧ୍ୟମ ଧରଣର ଖେଳାହୋଇ ରହିଛନ୍ତି  । କିନ୍ତୁ ଅନ୍ୟ କେତେକ ରାଜ୍ୟରେ ବିନ୍ଦୁଗୁଡିକ ଲାଗିଲାଗି ରହିଅଛି  । ବିନ୍ଦୁଗୁଡିକ ଏତେ ଲାଗି ଲାଗି ଅଛି ଯେ ପେଣ୍ଟ କରିବା ପରି ଜଣା ପଡୁଅଛି  । ସେ ରାଜ୍ୟମାନଙ୍କରେ ଜନସଂଖ୍ୟାର ଘନତ୍ଵ ଅଧିକ ଅଟେ  । ଭାରତର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଯେଉଁଠାରେ ଜନସଂଖ୍ୟାର ଘନତ୍ଵ, ସ୍ୱଳ୍ପ, ମଧ୍ୟମ ଏବଂ ଅଧିକ ଆସ ତାର ଗୋଟିଏ ତାଲିକା ପ୍ରସ୍ତୁତ କରିବା  ।

ଜନସଂଖ୍ୟାର ଘନତ୍ଵ

ମାନଚିତ୍ରକୁ ଦେଖିକରି ଯେ କୌଣସି ଦୁଇଗୋଟି ରାଜ୍ୟର ଜନସଂଖ୍ୟା ବଣ୍ଟନରେ ତୁଳନା କରିବା ସମ୍ପୂର୍ଣ୍ଣ ଚିତ୍ତାକର୍ଷକ ଅଟେ  । ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ରାଜ୍ୟ ଦୁଇଟିକୁ ମାନଚିତ୍ରରେ ଦେଖ  । ସେମାନଙ୍କର  ଜନସଂଖ୍ୟା ବିସ୍ତାରରେ ପାର୍ଥକ୍ୟ ଦେଖିବ । ସରଳ ଭାବରେ ଦେଖିହେଲେ ଜଣାଯିବ ଯେ, ପଶ୍ଚିମବଙ୍ଗର ଜନସଂଖ୍ୟା ମହାରାଷ୍ଟ୍ରଠାରୁ ଅଧିକ ଅଟେ  । କିନ୍ତୁ ମହାରାଷ୍ଟ୍ର ହେଉଛି ଅଳ୍ପ ଘନତ୍ଵ ବିଶିଷ୍ଟ ରାଜ୍ୟ କାରଣ ଏହାର ଭୂଭାଗର କ୍ଷେତ୍ରଫଳ ପଶ୍ଚିମବଙ୍ଗ ଅପେକ୍ଷା ଅଧିକ ଅଟେ  । ଏଣୁକରି ଦୁଇଟି ରାଜ୍ୟର ଜନସଂଖ୍ୟାର ସ୍ଥିତିକୁ ନେଇ ଆମେ ଲୋକଙ୍କ ସଂଖ୍ୟାରେ ତୁଳନା କରି ପାରିବା ନାହିଁ  । ଏଣୁକରି ସେହି ରାଜ୍ୟ ଦୁଇଟିର କ୍ଷେତ୍ରଫଳ ନେଇ ବିଚାର କରିବାକୁ ହେବ  । ତେଣୁକରି ଜନସଂଖ୍ୟାର ଘନତ୍ଵକୁ ନେଇ କୌଣସି ଅଞ୍ଚଳ ବା ଦେଶର ତୁଳନା କରାଯାଇଅଛି  ।

ଘନତ୍ଵ ସିଦ୍ଧାନ୍ତ କରିବା ପାଇଁ : କୌଣସି ନିର୍ଦ୍ଧିଷ୍ଟ ଅଞ୍ଚଳରେ ବାସକରୁଥିବା ଲୋକମାନଙ୍କ ସଂଖ୍ୟାକୁ ସେହି ଅଞ୍ଚଳର ସମୁଦାୟ କ୍ଷେତ୍ରଫଳ ଦ୍ଵାରା ଭାଗ କରିବା, ସେହି ଅଞ୍ଚଳରେ ପ୍ରତିବର୍ଗ କି.ମି. ରେ ବାସ କରୁଥିବା ହାରାହାରି ଲୋକଙ୍କ ସଂଖ୍ୟା  । ଉଦାହରଣ ସ୍ୱରୂପ ଗୋଟିଏ ଜିଲ୍ଲାର ଜନସଂଖ୍ୟା ୨୫୦,୦୦୦ ଏବଂ ସେହି ଜିଲ୍ଲାର କ୍ଷେତ୍ରଫଳ ୧୦୦୦ ବର୍ଗ କି.ମି.  । ସେହି ଜିଲ୍ଲାର ଜନସଂଖ୍ୟାର ଘନତ୍ଵ ନିମ୍ନଲିଖିତ ପ୍ରକାରରେ ବାହାର କରାଯିବ  ।

ଜନସଂଖ୍ୟାର ଘନତ୍ଵ :  = ୨୫୦ ଜଣ ବର୍ଗ କି.ମି. ପଛର

ଭାରତର ଜନସଂଖ୍ୟାର ଘନତ୍ଵ ଅସମାନ ଅଟେ  । ଗୋଟିଏ ରାଜ୍ୟରୁ ଅନ୍ୟରାଜ୍ୟକୁ ଏହାର ତାରତମ୍ୟ ଦେଖାଯାଏ  ।

ଉପାଦାନ ଯାହାକାୟ ଜନସଂଖ୍ୟାର ବଣ୍ଟନ ଏବଂ ଘନତ୍ଵକୁ ପ୍ରଭାବିତ କରେ  ।

ଜନସଂଖ୍ୟାର ବଣ୍ଟନ କାହିଁକି ଅସମାନ ଅଟେ ? ଯେଉଁ ଅଞ୍ଚଳରେ ସମ୍ବଳଗୁଡିକ ସହଜରେ ଉପଲବ୍ଧ ହେଉଥିବ ସେହି ଅଞ୍ଚଳରେ ବାସ କରିବା ମନୁଷ୍ୟର ପ୍ରବୃତ୍ତି ଅଟେ  । ମଧୁରଜଳର ଉପଲବ୍ଧି ଉର୍ବର ମୃତ୍ତିକା, ଖାଦ୍ୟ ଏବଂ ଆଶ୍ରୟ କାର୍ଯ୍ୟ କରିବାର ସୁଯୋଗ ପ୍ରଭୃତି ସେହି ସୁଯୋଗ ହୋଇପାରେ  ।ଏହି ସମ୍ପଦର ସୁଲଭତା ଭୌଗଳିକ ପ୍ରବୃତ୍ତି ଦ୍ଵାରା ପ୍ରଭାବିତ ହୁଏ ଜାହାକାୟ ଅସମାନ ବଣ୍ଟନର କାରଣ ଅଟେ  । ତେଣୁ ଯେଉଁସବୁ ଉପାଦାନ ଜନସଂଖ୍ୟାର ବଣ୍ଟନ ଏବଂ ଘନତ୍ଵକୁ ପ୍ରଭାବ କରୁଛି ତାକୁ ଦୁଇଗୋଟି ଶ୍ରେଣୀରେ ବିଭକ୍ତ କରିପାରିବା  ।

  1. ପ୍ରାକୃତିକ ଉପାଦାନ, ସାମାଜିକ –ଅର୍ଥନୈତିକ ଉପାଦାନ

ପ୍ରାକୃତିକ ଉପାଦାନ :

ତିନିଗୋଟି ମୁଖ୍ୟ ପ୍ରାକୃତିକ ଉପାଦାନ ଯାହାକି ଜନସଂଖ୍ୟା ବଣ୍ଟନ ଏବଂ ଘନତ୍ଵକୁ ପ୍ରଭାବିତ କରେ ସେଗୁଡିକ ହେଲା – Relief, ଜଳବାୟୁ, ମୃତ୍ତିକା

Relief : (ଭୂମିର ଉନ୍ନତ ଗଡାଣିଆ ଅଂଶ) ପାର୍ବତ୍ୟ ଅଞ୍ଚଳ, ଉପତ୍ୟକା ଅଞ୍ଚଳ କିମ୍ବା ସମତଳ ଅଞ୍ଚଳକୁ ତୁମେ ବୁଲିଯାଇଥାଇପାରା  । ସମତଳ ଅଞ୍ଚଳ ଅପେକ୍ଷା ପାର୍ବତ୍ୟ ଅଞ୍ଚଳରେ କମ୍ ଲୋକ ବାସ କରନ୍ତି  । ଗୋଟିଏ ଅଞ୍ଚଳର ଉଚ୍ଚନିଚ୍ଚ ଭୂମିରୂପ ଏବଂ ଏହାର ଉନ୍ନତ ଏବଂ ଗଡାଣିଆ ଅଞ୍ଚଳ ମଧ୍ୟରେ ଥିବା ପାର୍ଥକ୍ୟ କୁ ରିଲିଫ କୁହାଯାଏ । ଏହି ଅଞ୍ଚଳରେ ଏହା ଯାତାୟତରେ ବାଧା ସୃଷ୍ଟି କରେ  । ଯେଉଁ ଅଞ୍ଚଳରେ ଲୋକମାନେ ସହଜରେ ଚଳପ୍ରଚଳ ହୋଇପାରନ୍ତି  । ସେଠାରେ ଲୋକମାନଙ୍କର ବାସ କରିବା ସହଜ ହୋଇଥାଏ  । ତେଣୁ ଆମେ ଦେଖୁଅଛୁ ଯେ ସମତଳ ଅଞ୍ଚଳରେ ଜନସଂଖ୍ୟାର ଘନତ୍ଵ ଅଧିକ କିନ୍ତୁ ବନ୍ଧୁର ଅଞ୍ଚଳ ପାର୍ବତ୍ୟ ଓ ମାଳଭୂମି ଥିବା ଅଞ୍ଚଳରେ ଜନସଂଖ୍ୟାର ଘନତ୍ଵ କମ୍ ଅଟେ  । ତୁମେ ଯେତେବେଳେ ଉତ୍ତର ଭାରତ ସମତଳ ଭୂମି ଏବଂ ହିମାଳୟ ପାର୍ବତ୍ୟ ଅଞ୍ଚଳର ତୁଳନା କରିବ ତୁମେ ରିଲିଫର ପ୍ରଭାବ ଜାଣିପାରିବ  ।

ରିଲିଫ : ଭୂମିର ଉଚ୍ଚତା ଭୂମିର ଉଚ୍ଚତାରେ ତଫାତ୍ ଦେଖାଯାଏ ଏହା ପାହାଡ ଏବଂ ଉପତ୍ୟକାର ରୂପ ନେଇପାରେ  ।

ଜଳବାୟୁ : ବାୟୁମଣ୍ଡଳର ଅବସ୍ଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ, ଯାହାକି ଜନସଂଖ୍ୟା ବଣ୍ଟନ ଓ ଘନତ୍ଵକୁ ପ୍ରଭାବିତ କରେ  । ଅନୁକୂଳ ଜଳବାୟୁ ଲୋକମାନଙ୍କୁ ବସବାସ କରିବାକୁ ସୁବିଧା ପ୍ରଦାନ କରେ  । ଯେଉଁ ଅଞ୍ଚଳର ଜଳବାୟୁ ଅନୁକୂଳ ସେହି ଅଞ୍ଚଳର ଜନସଂଖ୍ୟାରେ ଘନତ୍ଵ ଅଧିକ ଦେଖାଯାଏ  । କିନ୍ତୁ ଯେଉଁ ଅଞ୍ଚଳରେ ଅତ୍ୟଧିକ ଉତ୍ତାପ, ଅତ୍ୟଧିକ ଥଣ୍ଡା, ଅତ୍ୟଧିକ ଶୁଷ୍କତା ଏବଂ ଜଳାଭୂମି ଆଦି ଅଛି ସେଠାରେ ଜନସଂଖ୍ୟାର ବଣ୍ଟନ ଏବଂ ଘନତ୍ଵ କମ୍ ଅଟେ  । ଭାରତରେ ରାଜସ୍ଥାନ ପରି ଯେଉଁଠାରେ ଶୁଷ୍କ ଜଳବାୟୁ ଅନୁଭୂତ ହୁଏ ଏବଂ ଜାମ୍ମୁକାଶ୍ମୀର ଉପତ୍ୟକା, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଯେଉଁଠାରେ କି ଅତ୍ୟଧିକ ଥଣ୍ଡା ଜଳବାୟୁ ଅନୁଭୂତ ହୁଏ ସେଠାରେ ଜନସଂଖ୍ୟାର ଘନତ୍ଵ କମ୍ ଅଟେ  ।

ମୃତ୍ତିକା : ମନୁଷ୍ୟ କୃଷି କରିବା ପାଇଁ ମୃତ୍ତିକାର ଉର୍ବରତା ଉପରେ ନିର୍ଭର କରେ  । ଉର୍ବର ମୃତ୍ତିକା ଥିବା ଅଞ୍ଚଳରେ ଅଧିକ ଲୋକ ବାସକରନ୍ତି  । ତେଣୁ ପଟୁ ମୃତ୍ତିକା ଥିବା ଉତ୍ତର ଭାରତ ସମତଳ ଭୂମି ଅଞ୍ଚଳରେ ଏବଂ ଉପକୂଳବର୍ତ୍ତୀ ସମତଳ ଭୂମି ଅଞ୍ଚଳରେ ଜନସଂଖ୍ୟାର ଘନତ୍ଵ ଅଧିକ ଅଟେ  । ଅନ୍ୟଦିଗରେ ଦେଖିବାକୁ ଗଲେ କମ୍ ଉର୍ବରଥିବା ଭୂମି ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ଜନସଂଖ୍ୟାର ଘନତ୍ଵ କମ୍ ଅଟେ  ।

ସାମାଜିକ – ଅର୍ଥନୈତିକ ଉପାଦାନ :

ଜନସଂଖ୍ୟାର ଘନତ୍ଵ ଏବଂ ବଣ୍ଟନ ନିମ୍ନଲିଖିତ ସାମାଜିକ-ଅର୍ଥନୈତିକ ଉପାଦାନ ଉପରେ ନିର୍ଭର କରେ  ।

ଶିଳ୍ପାୟନ ଏବଂ ସହରୀକରଣ : ତୁମେ ଦେଖିଅଛ ଯେ ଶିଲ୍ପା ପ୍ରତିଷ୍ଠିତ ହୋଇଥିବା ସ୍ଥାନରେ ଅଧିକ ଲୋକ ବାସ କରନ୍ତି  । ସେମାନେ ଆହୁରି ମଧ୍ୟ ସହର, ନଗର, ଅଞ୍ଚଳରେ ଅଧିକ ସଂଖ୍ୟାରେ ବାସ କରନ୍ତି  । ଯେଉଁ ଅଞ୍ଚଳରେ ଅଧିକ ଖଣିଜ ପଦାର୍ଥ ରହିଅଛି  । ସେ ଅଞ୍ଚଳ ଲୋକମାନଙ୍କୁ ଆକର୍ଷିତ କରେ  । ଝାଡଖଣ୍ଡର ଖଣି ଅଞ୍ଚଳରେ ଜନସଂଖ୍ୟାର ଘନତ୍ଵ ଅଧିକ ଅଟେ  କାରଣ ସେ ଅଞ୍ଚଳ କେତେକ ଆର୍ଥିକ କାର୍ଯ୍ୟକୁ ସପୋଟ କରିବା ସହିତ ବିରାଟ ନିଯୁକ୍ତିର ସୁଯୋଗ ଯୋଗାଇଛି  । ଅଧିକନ୍ତୁ ଏହି ଅଞ୍ଚଳରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଉତ୍ତମ ବ୍ୟବସ୍ଥା ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ରହିଅଛି  । ଆମ୍ଭେମାନେ ଜାଣିଛୁ ଯେ, ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ହାଇଦ୍ରାବାଦ, ଚେନ୍ନାଇ, କୋଲକାତା ପ୍ରଭୃତି ବଡ ଆଡ ସହରରେ ଜନସଂଖ୍ୟାର ଘନତ୍ଵ ଅଧିକ  ।

ପରିବହନ ଓ ଯୋଗାଯୋଗ : ଦେଶର କେତେକ ଅଞ୍ଚଳରେ ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ପରିବନହ, ଯୋଗାଯୋଗ ଏବଂ ଅନ୍ୟ ସାଧାରଣ ସେବାର ସୁବିଧା ରହିଅଛି, ଉତ୍ତରଭାରତ ସମତଳ ଭୂମି ଅଞ୍ଚଳରେ ଉତ୍ତମ ପରିବହନର ବ୍ୟବସ୍ଥା ରହିଥିବାବେଳେ ଉତ୍ତରପୂର୍ବ ଅଞ୍ଚଳରେ ପରିବହନ ବ୍ୟବସ୍ଥା ପଛରେ ପଡିଛି  । ଯେଉଁ ଅଞ୍ଚଳରେ ସାଧାରଣ ସୁବିଧାର ଉନ୍ନତି ଘଟିଛି ସେହି ଅଞ୍ଚଳରେ ଅନ୍ୟ ଅଞ୍ଚଳ ଅପେକ୍ଷା ଜନସଂଖ୍ୟାର ଘନତ୍ଵ ଅଧିକ ଅଟେ  । ସମୟ – ସମୟରେ ଆମେ ଦେଖୁ ଯେ ସାଂସ୍କୃତିକ ଏବଂ ଧାର୍ମିକ ଅଞ୍ଚଳମାନଙ୍କରେ ଜନସଂଖ୍ୟାର ଘନତ୍ଵ ଅଧିକ  ।

ଉପରଲିଖିତ  ସମସ୍ତ ତଥ୍ୟକୁ ମିଶାଇ ଆମେ ଦେଖିଲୁ ଯେ ଗାଙ୍ଗେୟ ସମତଳଭୂମିରେ ଜନସଂଖ୍ୟାର ଘନତ୍ଵ ସର୍ବାଧିକ  । ଏହାର ନିମ୍ନଲିଖିତ କାରଣମାନ ରହିଅଛି – ସମତଳଭୂମି, ଉର୍ବର ଭୂମି, ଅନୁକୂଳ ଜଳବାୟୁ, ଶିଳ୍ପାୟନ, ସହରୀକରଣ, ପରିବହନରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି  । ଯେଉଁ ଅଞ୍ଚଳରେ ବନ୍ଧୁର ପାର୍ବତୀୟ ଭୂମି, ପ୍ରତିକୂଳ ଜଳବାୟୁ, ପରିବହନ ଯୋଗାଯୋଗ ବ୍ୟବସ୍ଥାରେ ଅଳ୍ପ ଉନ୍ନତି, ସେଠାରେ ଅରୁଣାଚଳ ପ୍ରଦେଶ ପରି ଜନସଂଖ୍ୟାର ଘନତ୍ଵ କମ୍  ।

ଜନସଂଖ୍ୟା-ପରିବର୍ତ୍ତନ

ଯେ କୌଣସି ଦେଶରେ ମାନବସମ୍ବଳର ଗୁଣାତ୍ମକ ବିକାଶରେ ଜନସଂଖ୍ୟା ପରିବର୍ତ୍ତନ ପ୍ରଭାବ ପକାଇଥାଏ  । ଏହି ପରିବର୍ତ୍ତନ ଜନସଂଖ୍ୟା ବୃଦ୍ଧି କିମ୍ବା ଜନସଂଖ୍ୟା ହ୍ରାସ ଦ୍ଵାରା ହୋଇଥାଏ  । ଯଦିଓ ପୃଥିବୀର ଜନସଂଖ୍ୟା ବର୍ତ୍ତମାନ ସୁଦ୍ଧା ବୃଦ୍ଧି ପାଉଅଛି କିନ୍ତୁ କେତେକ  ଦେଶରେ ଏହା କମିବାକୁ ଲାଗିଅଛି  । ଉଭୟ ପ୍ରକାରର ପରିବର୍ତ୍ତନ ମାନବସମ୍ବଳର ଗୁଣାତ୍ମକ ବିକାଶକୁ ପ୍ରଭାବିତ କରୁଅଛି  । ଯଦି ଜନସଂଖ୍ୟାର ବୃଦ୍ଧି କ୍ଷିପ୍ରଗତିରେ ହୁଏ, ତାହାହେଲେ ଏହା ଜନସଂଖ୍ୟା ବୃଦ୍ଧି ଏବଂ ଦେଶରେ ଥିବା ସମ୍ବଳ ମଧ୍ୟରେ ଅସମତା ଆଣିବା  । ଏହିପରି ଅବସ୍ଥାରେ ମାନବସମ୍ବଳର ଗୁଣାତ୍ମକ ବିକାଶରେ ବିପରୀତ ପ୍ରଭାବ ପକାଇବ  । ବହୁଦିନରୁ ଭାରତର ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଅଛି  । ୧୯୦୧ରେ ଏହା ୨୩୮ କୋଟି ଥିଲାବେଳେ ୨୦୦୧ରୁ ଏହା ୧୦୨୮ କୋଟିକୁ ବୃଦ୍ଧି ପାଇଅଛି  । ଜନସଂଖ୍ୟାରେ ଏହିପରି ବୃଦ୍ଧି ଗୋଟିଏ ଶତାବ୍ଦୀର ସମୟ ସୀମାରେଖା ମଧ୍ୟରେ ଚାରିଗୁଣରୁ ଅଧିକ ଅଟେ  । ଅନ୍ୟ ପକ୍ଷରେ ପଶ୍ଚିମ ୟୁରୋପର କେତେଗୁଡିଏ ଦେଶ ଅଛି ଯେଉଁଠାରେ ଜନସଂଖ୍ୟା କମିବାରେ ଲାଗିଅଛି  । କାହିଁକି ଏହିପରି ହେଉଅଛି  ?

ଜନସଂଖ୍ୟା ପରିବର୍ତ୍ତନର ଉତ୍ପାଦକ

କୌଣସି ଦେଶରେ ଜନସଂଖ୍ୟା ବୃଦ୍ଧି ଏବଂ ହ୍ରାସର ତିନିଗୋଟି ପ୍ରଧାନ ଗଣତାନ୍ତ୍ରିକ କାରଣ ରହିଅଛି (କ) ଜନ୍ମହାର (ଖ) ମୃତ୍ୟୁହାର (ଗ) ସ୍ଥାନାନ୍ତରିକରଣ  ।

ଅନେକ ସାମାଜିକ-ଅର୍ଥନୈତିକ ଉପାଦାନ ଅଛି ଯାହାକି ଜନ୍ମହାର ଏବଂ ମୃତ୍ୟୁହାରକୁ ପ୍ରଭାବିତ କରୁଅଛି  । ଏହାଦ୍ଵାରା ଜନସଂଖ୍ୟାର ପରିବର୍ତ୍ତନ ହୋଇଥାଏ  ।

ଆମ ଦେଶର ଦୃତ ଜନସଂଖ୍ୟା ବୃଦ୍ଧିର କାରଣ ହେଉଛି ଉଚ୍ଚ ଜନ୍ମହାର ଏବଂ ନିମ୍ନ ମୃତ୍ୟୁହାର  । ଜାତୀୟସ୍ତରରେ ସ୍ଥାନାନ୍ତରିକରଣ ଜନସଂଖ୍ୟା ବୃଦ୍ଧିର ଅବହେଳିତ କାରଣ ଅଟେ  । ତୁମେ ଯଦି ଯତ୍ନସହକାରେ ଅନୁଧ୍ୟାନ କରି ଦେଖିପାରିବ ଯେ ୧୯୨୧ରୁ ମୃତ୍ୟୁହାର କମିବାରେ ଲାଗିଅଛି  । ସେହି ସମୟ ମଧ୍ୟରେ ଜନ୍ମହାର ମଧ୍ୟ କମିବାକୁ ଆରମ୍ଭ କରିଥିଲା  । ଜନ୍ମହାର ଅପେକ୍ଷା ମୃତ୍ୟୁହାର ଦୃତଗତିରେ କମିବାକୁ ଲାଗିଥିଲା  । ତେଣୁ ଜନ୍ମହାର ଏବଂ ମୃତ୍ୟୁହାର ମଧ୍ୟରେ ଶୂନ୍ୟତା ବିସ୍ତୃତିଲାଭ କରିଛି  । ଯାହାର ଫଳରେ କି ଜନସଂଖ୍ୟା ବୃଦ୍ଧି ପାଉଅଛି  ।

ସେଥିରେ ପ୍ରତି ଦଶ ବର୍ଷରେ ଜନସଂଖ୍ୟାର ବୃଦ୍ଧିର ତଥ୍ୟ ପାଇପାରିବ  ।୧୯୮୧ ଓ ୧୯୯୧ ଦଶକରେ ଜନସଂଖ୍ୟା ବୃଦ୍ଧି ହାରରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା, ୧୯୯୧ରୁ ୨୦୦୧ ଦଶନ୍ଧିରେ ମଧ୍ୟ ଜନସଂଖ୍ୟା ବୃଦ୍ଧି କମିବାର ଶୁଭ ସଙ୍କେତ ଅଟେ  । ତୁମେ ଜାଣି ଆଶ୍ଚର୍ଯ୍ୟ ହେବ ଯେ ବୃଦ୍ଧିହାରରେ ହ୍ରାସ ଘଟିବା ସତ୍ତ୍ୱେ ମଧ୍ୟ ସମୁଦାୟ ଜନସଂଖ୍ୟା ଏହି ବର୍ଷମାନରେ ଚାରିଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଅଛି  । ସେଗୁଡିକ ହେଲା –

  1. ସ୍ଥିର
  2. ଅଟଳ
  3. ଦୃତ
  4. ମନ୍ଥର

ଆମେ ଦେଖିବା ଯେ, ୧୯୨୧ ମସିହା ବ୍ୟତୀତ ବିଂଶ ଶତାବ୍ଦୀରେ ପୂର୍ଣ୍ଣମାତ୍ରାରେ ଜନସଂଖ୍ୟାର ବୃଦ୍ଧି ଘଟିଅଛି  । ୧୯୨୧ ମସିହାରେ ଜନସଂଖ୍ୟା ବୃଦ୍ଧିର ହ୍ରାସ ଘଟିଥିଲା  । ୧୯୨୧ ପରେ କ୍ରମାନ୍ଵୟରେ ବୃଦ୍ଧି ପରିଲକ୍ଷିତ ହେଉଅଛି  । ତେଣୁକରି ୧୯୨୧ ଜନଗଣନା ବର୍ଷକୁ ଭାରତରେ ବୃହତ୍ତମ ବିଭାଜିକା ବର୍ଷ ବୋଲି କୁହାଯାଏ  ।

ଆସ ଭାରତରେ ଦୃତ ଜନସଂଖ୍ୟା ବୃଦ୍ଧିର କାରଣକୁ ବୁଝିବା  । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଲା ଅଶିକ୍ଷା ଏବଂ ସ୍ୱଳ୍ପଶିକ୍ଷା, ସ୍ୱାସ୍ଥ୍ୟ ହୀନତା ଏବଂ ଖାଦ୍ୟସାରର ଅଭାବ ଏବଂ ଦାରିଦ୍ର୍ୟ  । ଆହୁରି ମଧ୍ୟ କେତେକ ସଙ୍କଟପୂର୍ଣ୍ଣ ସାମାଜିକ-ସାଂସ୍କୃତିକ ତଥ୍ୟ ରହିଅଛି  । ସେଗୁଡିକ ହେଲା ପୁତ୍ରସନ୍ତାନକୁ ଅଗ୍ରାଧିକାର, ଅଳ୍ପବୟସରେ ବିବାହ, ଧାର୍ମିକ ବିଶ୍ଵାସ ଏବଂ ସ୍ତ୍ରୀ ଲୋକମାନଙ୍କ ନିମ୍ନସ୍ଥିତି  ।

ଜନସଂଖ୍ୟା ଗଠନ :

ଆମେ ଏପର୍ଯ୍ୟନ୍ତ ଜନସଂଖ୍ୟାର ବଣ୍ଟନ, ଘନତ୍ଵ ଏବଂ ବୃଦ୍ଧି ସମ୍ବନ୍ଧରେ ପଢିଅଛୁ  । ତୁମେ ଜନ୍ମହାର ଏବଂ ମୃତ୍ୟୁହାର ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିବା ସହିତ ଜନସଂଖ୍ୟା ପରିବର୍ତ୍ତନ ସମ୍ବନ୍ଧରେ ତଥ୍ୟଗୁଡିକୁ ଜାଣିଲ  । ଏହାପରେ ଜନସଂଖ୍ୟାର ଗଠନକୁ ପ୍ରଦର୍ଶିତ କରାଯିବ ଯାହାକାୟ କେବଳ ଯେ ଜନସଂଖ୍ୟାର ବୃଦ୍ଧିର ଗାଟିକୁ ପ୍ରଭାବିତ କରୁଛି ତାହା ନୁହେଁ ଆହୁରି ମଧ୍ୟ ମାନବସମ୍ବଳ ରୂପେ ଜନସଂଖ୍ୟାର ଗୁଣକୁ ପ୍ରଭାବିତ କରୁଅଛି  । ଜନସଂଖ୍ୟା ଗଠନ କ’ଣ  ? ଜନସଂଖ୍ୟା ଗଠନ ହେଉଛି ଜନସଂଖ୍ୟାର ବର୍ଣ୍ଣନା  । ସେଗୁଡିକ ହେଲା ଆୟୁ, ଲିଙ୍ଗ, ମଫସଲ, ସହରୀକରଣ, ଶିକ୍ଷା, ଅବସ୍ଥିତି  । ତେଣୁକରି ତଳେ ଦିଆଯାଇଥିବା ଭାରତରେ ଜନସଂଖ୍ୟାର ଗଠନ ସମ୍ବନ୍ଧୀୟ ତଥ୍ୟକୁ ବୁଝିବାକୁ ଚେଷ୍ଟା କରିବା  ।

  1. ଆୟୁ ଗଠନ
  2. ଲିଙ୍ଗ ଗଠନ
  3. ମଫସଲ – ସହର ଗଠନ
  4. ଶିକ୍ଷା – ଗଠନ

ଆୟୁ ଗଠନ :  ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ପ୍ରଗତି ପାଇଁ ଜନସଂଖ୍ୟାର ଆୟୁଗଠନ ଗୁରୁତ୍ୱପୂର୍ଣ୍ଣସ୍ଥାନ ଗ୍ରହଣ କରିଛି  । ଜନସଂଖ୍ୟାକୁ ଆରମ୍ଭରୁ ତିନିଗୋଟି ବିସ୍ତୃତ ଆୟୁରେ ବିଭକ୍ତ କରାଯାଇଅଛି  । (କ) ବାଲାଗୋଷ୍ଠୀ – ୧୪ ବର୍ଷ ପର୍ଯ୍ୟନ୍ତ (ଖ) ଯୁବଗୋଷ୍ଠୀ – ୧୫ ରୁ ୬୦ ବର୍ଷ ପର୍ଯ୍ୟନ୍ତ (ଗ) ବୃଦ୍ଧଗୋଷ୍ଠୀ – ୬୦ ବର୍ଷରୁ ଅଧିକ

ଆମେ ଯଦି ୧୯୭୧ରୁ ତଥ୍ୟକୁ ତୁଳନା କରିବା ଦେଖିବା ଯେ ବାଳ ଗୋଷ୍ଠୀଙ୍କ ସଂଖ୍ୟା କମିବାରେ ଲାଗିଅଛି ଏବଂ ଯୁବଗୋଷ୍ଠୀଙ୍କ ସଂଖ୍ୟା ବଢିବାରେ ଲାଗିଅଛି  । ବୃଦ୍ଧଗୋଷ୍ଠୀଙ୍କ ସଂଖ୍ୟା ବଢିବାରେ ଲାଗିଅଛି  । ଏହିପରି ଭାବରେ ନିର୍ଭରଶୀଳ ଜନସଂଖ୍ୟା ବଢିବାରେ ଲାଗିଅଛି  । ବାଳଗୋଷ୍ଠୀ ଏବଂ ବୃଦ୍ଧଗୋଷ୍ଠୀଙ୍କୁ ନିର୍ଭରଶୀଳ ଜନସଂଖ୍ୟା କୁହାଯାଏ  । ଯେତେବେଳେ ସଂଖ୍ୟା ବଢିଯିବ ସେତେବେଳେ ନିର୍ଭରଶୀଳତାର ହାର ଉପରକୁ ଉଠିଯିବ  । ତାହାର ଫଳ ସ୍ୱରୂପ ଦେଶ, ପିଲାମାନଙ୍କ ବୃଦ୍ଧି ଏବଂ ଉନ୍ନତି ପାଇଁ ଏବଂ ବୃଦ୍ଧମାନଙ୍କ ମଙ୍ଗଳ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବ  । ଯେତେବେଳେ କି ସେହି ଅର୍ଥକୁ ଅନ୍ୟ ଉତ୍ପାଦନମୂଳକ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯାଇ ପାରିଥାନ୍ତା  ।

ପୃଥକ ଜନସଂଖ୍ୟା ଶ୍ରେଣୀରେ ତରୁଣ ଗୋଷ୍ଠୀ

ଜନସଂଖ୍ୟାକୁ  ବୁଝିବା ପାଇଁ ତରୁଣା ଗୋଷ୍ଠୀଙ୍କୁ ପୃଥକ ଜନସଂଖ୍ୟା ଶ୍ରେଣୀଭୁକ୍ତ କରିବା ପାଇଁ ସବାଶେଷରେ ଜୋର ଦିଆଯାଇଅଛି  । ଆରମ୍ଭରୁ ଆମେ ଜନସଂଖ୍ୟାକୁ ତିନିଗୋଟି ଶ୍ରେଣୀରେ ବିଭକ୍ତ କରିଛୁ  । ସେମାନେ ହେଲେ ବାଳଗୋଷ୍ଠୀ, ଯୁବଗୋଷ୍ଠୀ ଏବଂ ବୃଦ୍ଧଗୋଷ୍ଠୀ (ବାଲ୍ୟାବସ୍ଥା, ଯୁବାବସ୍ଥା, ବୃଦ୍ଧାବସ୍ଥା) କିନ୍ତୁ ଆମେ ଦେଖୁ ଯେ, ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ପିଲା ନୁହଁନ୍ତି କି ବୟସ୍କ ନୁହନ୍ତି  । ତୁମେ ଯଦି ଏହି ଶ୍ରେଣୀଭୁକ୍ତ ହୋଇଥିବ ତୁମ ପିତାମାତା ଏବଂ ବୟସ୍କମାନେ ତୁମକୁ କହୁଥିବେ ତୁମେ କାହିଁକି ଏପରି କରୁଛ ? “ତୁମେ ତ ଆଉ ପିଲା ହୋଇନାହଁ” । ଅନ୍ୟ ଘଟଣାରେ ସେହି ବୟସ୍କମାନେ କହୁଥିବେ ତୁମେ ଏହା କିପରି କରିପାରିଲ ? “ତୁମେ ତ ବଡ ହୋଇନାହଁ”  । ପ୍ରକୃତରେ ବାଲ୍ୟାବସ୍ଥା ଏବଂ ଯୌବନାବସ୍ଥା ମଧ୍ୟରେ ଥିବା ଜୀବନର ସମୟ ୧୦ ଠାରୁ ୧୯ ବର୍ଷ କିମ୍ବା ଆଉ ଅଳ୍ପ ଅଧିକ ବର୍ଷ ଅବସ୍ଥାକୁ କୌଶୋର ଅବସ୍ଥା କୁହାଯାଏ  । ଏହି ବୟସର ଲୋକଙ୍କୁ କିଶୋର କୁହାଯାଏ  । ତୁମେ ପାଠରେ ଦିଆଯାଇଥିବା ବକ୍ସ ଭିତର କଥାକୁ ପଢି କିଶୋରର ଅର୍ଥ ଭଲରୂପେ ବୁଝିପାରିବ  ।

କୈଶୋରମାନେ ହେଉଛନ୍ତି ଜନସଂଖ୍ୟାର ଏକ ଆଞ୍ଚ ବିଶେଷ ଭାରତରେ ସେମାନଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ୨୨%  । ୨୦୦୧ ଜନଗଣନା ଅନୁସାରେ ଏହା ହେଉଛି କିଶୋରମାନଙ୍କର ଅଂଶ  । ସେମାନଙ୍କ ସଂଖ୍ୟା ବଢିବାରେ ଲାଗିଅଛି ୨୦୦୯ ତାଜା ତଥ୍ୟ ଅନୁସାରେ ସେମାନଙ୍କ ଶତାଂଶ ବଢିବାରେ ଲାଗିଛି  । ୨୦୦୦ ମସିହାର ଜାତୀୟ ଜନସଂଖ୍ୟା ପଲିସି ଅନୁସାରେ ସେମାନଙ୍କୁ under-served Population groupରେ ଚିହ୍ନଟ କରାଯାଇଅଛି  । କାରଣ ସେମାନଙ୍କ ଆବଶ୍ୟକତା ସମ୍ବନ୍ଧରେ ବର୍ତ୍ତମାନ ସୁଦ୍ଧା ନିର୍ଦ୍ଧିଷ୍ଟ ଭାବରେ କିଛି କୁହାଯାଇ ନାହିଁ  । ପଲିସି କୈଶୋରମାନଙ୍କ ବିଭିନ୍ନ ଆବଶ୍ୟକତାର ରଣକୌଶଳ ସମ୍ବନ୍ଧରେ ବର୍ଣ୍ଣନା କରିଛି  । ସେଗୁଡିକ ହେଲା (k)କୈଶୋରାବସ୍ଥାରେ କୈଶୋରମାନଙ୍କର ଶାରୀରିକ, ମାନସିକ ଓ ସାମାଜିକ କ୍ଷେତ୍ରରେ ପରିବର୍ତ୍ତନର ସଠିକ ତଥ୍ୟ ଯୋଗାଇବା (ଖ) ସେମାନଙ୍କ ଆବଶ୍ୟକୀୟ ଜୀବନ କୌଶଳର ଉନ୍ନତି କରି ବିପଦ ଶଙ୍କୁଳ ଅବସ୍ଥାରୁ ଦୂରରେ ରହିବାକୁ ଶକ୍ତିଶାଳୀ କରାଇବା  । କୈଶୋରମାନଙ୍କର ଶାରୀରିକ, ମାନସିକ ଏବଂ ସାମାଜିକ ସ୍ଥିତିରେ ସୁଧାର ଆଣିବା (ଗ) ଅଧିକ ପୁଷ୍ଟିକର ଖାଦ୍ୟ ସେବା ଯୋଗାଇବା (ଘ) ସେମାନଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟସେବା ଏବଂ ପରାମର୍ଶ ସେବାର ସୁବିଧା ଯୋଗାଇବା  ।

କୈଶୋର (୧୦-୧୯ବର୍ଷ) ଲିଙ୍ଗଭେଦରେ (ହଜାରରେ) ଭାରତରେ ୧୯୯୧ ଏବଂ ୨୦୦୧  ।

ଜନଗଣନା ବର୍ଷ

କୈଶୋରମାନଙ୍କ ସମୁଦାୟ ସଂଖ୍ୟା

ସମୁଦାୟ ଜନସଂଖ୍ୟାର

ପୁରୁଷ

ମୋଟ ପୁରୁଷଙ୍କ ଶତକଡା

ମହିଳା

ମୋଟ ମହିଳାଙ୍କ ଶତକଡା

୧୯୯୧

୧୮୧,୪୧୯

୨୧.୪

୯୫,୯୬୯

୨୧.୯

୮୫,୪୫୦

୨୧.୦

୨୦୦୧

୨୨୫,୦୬୧

୨୧.୯

୧୧୯,୫୭୧

୨୨.୪

୧୦୫,୪୯୦

୨୧.୨

ଲିଙ୍ଗ ଗଠନ

ଲିଙ୍ଗ ଗଠନ ଗୋଟିଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୂଚକ ଯାହାକି କୌଣସି ଦେଶର ମାନବସମ୍ବଳର ଗୁଣକୁ ସୂଚାଇଥାଏ  । ଫଳସ୍ୱରୂପ ଲିଙ୍ଗ ଅନୁପାତରେ ଏହାକୁ ସାଧାରଣତଃ ବୁଝାଯାଇଛି  । ହଜାର ପୁରୁଷଙ୍କ ପିଛା ମହିଳାଙ୍କ ସଂଖ୍ୟାକୁ ଲିଙ୍ଗ ଅନୁପାତ କୁହାଯାଏ  । ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସୂଚକ  । ଯାହାଦ୍ଵାରା କୌଣସି ନିର୍ଦ୍ଧିଷ୍ଟ ସମୟରେ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ଥିବା ନ୍ୟାୟ ବିଚାରକୁ ମପାଯାଇ ପାରିବ  । ଲିଙ୍ଗଗତ ଅନୁପାତ ଅନୁକୂଳ ହେବା ଉଚିତ୍  । କିନ୍ତୁ ଆମ ଦେଶରେ ଲିଙ୍ଗ ଅନୁପାତ ମହିଳାମାନଙ୍କ କ୍ଷେତ୍ରରେ ପ୍ରତିକୂଳ ରହିଆସିଅଛି ଏବଂ ମହିଳାମାନଙ୍କ ଅନୁପାତ କମିବାରେ ଲାଗିଅଛି  । ୧୯୦୧ ଜନଗଣନା ଅନୁସାରେ ୧୦୦୦ ପୁରୁଷଙ୍କ ପିଛା ମହିଳାମାନ୍ନକ ଅନୁପାତ ୯୭୨ ଥିଲା ପୁଣି ୨୦୦୧ ଜନଗଣନା ଅନୁସାରେ ଏହା ୯୩୩ ତଳକୁ ଖସି ଆସିଥିଲା  ।

ଆମ ଦେଶରେ ଲିଙ୍ଗ ଅନୁପାତ କାହିଁକି ପ୍ରତିକୂଳ ଅବସ୍ଥାରେ ଅଛି ? ଏହାର କାରଣ ହେଉଛି ଆମ ସମାଜରେ ମହିଳାମାନଙ୍କ ପ୍ରତି ପ୍ରଚଳିତ ଭେଦଭାବ  । ଗୋଟିଏ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଏହା ମହିଳାମାନଙ୍କ ସପକ୍ଷରେ ରହିଅଛି  । କେରଳ ରାଜ୍ୟରେ ୧୦୦୦ ପୁରୁଷଙ୍କ ପିଛା ମହିଳାମାନଙ୍କ ଅନୁପାତ ୧୦୫୮ ଏବଂ ପଣ୍ଡିଚେରୀ ବା ପୁଡୁଚେରୀରେ ୧୦୦୦ ପୁରୁଷ ପିଛା ମହିଳାମାନଙ୍କ ସଂଖ୍ୟା ୧୦୦୧ ଅଟେ  ।

ବାଳଲିଙ୍ଗ ଅନୁପାତ :

ଦେଶରେ ବାଳ ଲିଙ୍ଗା ଅନୁପାତ କମିବା ଧାରା ଗୋଟିଏ ବଡ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ୦-୬ ବର୍ଷ ପିଲାମାନଙ୍କ ଅନୁପାତ କ୍ରମାନ୍ଵୟରେ ଆମ ଦେଶରେ କମିବାରେ ଲାଗିଅଛି  । ଯଦିଓ ୧୯୯୧ ଏବଂ ୨୦୦୧ ଜନଗଣନା ରିପୋର୍ଟ ସର୍ବୋପରି ଲିଙ୍ଗ ଅନୁପାତରେ ଅଗ୍ରଗତି ହେବାର ସୂଚନା ଦ୍ରୁତଗତିରେ କମିବାର ସୂଚନା ଦେଇଥିଲା  । ଭାରତରେ ଥିବା ୨୮ଟି ରାଜ୍ୟ ଏବଂ ୭ ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ କେରଳ, ମିଜୋରାମ, ସିକିମ ଓ ତ୍ରିପୁରା ୪ ଗୋଟି ରାଜ୍ୟ ଏବଂ ଲାକ୍ଷାଦ୍ଵୀପ କେନ୍ଦ୍ରଶାସିତ ଅଞ୍ଚଳରେ ଶିଶୁ ଲିଙ୍ଗ ଅନୁପାତ ସର୍ବୋପରି ଲିଙ୍ଗ ଅନୁପାତରେ ମେଳ ରହିଥିଲା  । ଶିଶୁ ଲିଙ୍ଗ ଅନୁପାତରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟଗୁଡିକ ହେଲା ହରିୟାଣା, ହିମାଚଳପ୍ରଦେଶ, ଗୁଜୁରାଟ, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହେଲା ଚଣ୍ଡିଗଡ, ଜାତୀୟ ରାଜଧାନୀ ଦିଲ୍ଲୀ  । ଶିଶୁ ଲିଙ୍ଗ ଅନୁପାତ କମିବାର ଏହି ରାଜ୍ୟଗୁଡିକ ଝିଅ ଜନ୍ମ ନହେବା ପାଇଁ ପ୍ରାଧାନ୍ୟ ହେଉଛନ୍ତି  । ଏହି ଅଭ୍ୟାସ Civil Society ର ବିରୁଦ୍ଧାଚରଣ କରୁଛି  ।

ଗ୍ରାମ-ସହର ଗଠନ

ଭାରତ କୃଷକମାନଙ୍କର ଭୂମି ଏବଂ ଗ୍ରାମମାନଙ୍କର ଦେଶ ଅଟେ  । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପ୍ରତି ଦଶଜଣରୁ ନଅଜଣ ଗ୍ରାମମାନନାକରେ ରହୁଥିଲେ  । ବର୍ତ୍ତମାନ ସୁଦ୍ଧା ଆମ ଜନସଂଖ୍ୟାର ଚାରିଭାଗରୁ ଅଧିକ ଲୋକ ଗ୍ରାମାଞ୍ଚଳରେ ରହୁଛନ୍ତି  । ଭାରତର ସହରାଞ୍ଚଳ ତାକୁ କୁହାଯାଇଅଛି ଯାହାର ତିନି ଚତୁର୍ଥାଂଶ ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଅଣକୃଷି କାର୍ଯ୍ୟରେ ନିଯୁକ୍ତ ଅଛନ୍ତି, ଯାହାର ସର୍ବନିମ୍ନ ଜନସଂଖ୍ୟା ୫୦୦୦ ଏବଂ ଯାହାର ଜନସଂଖ୍ୟାର ଘନତ୍ଵ ପ୍ରତିବର୍ଷ କି.ମି. ପ୍ରତି ୪୦୦ ହୋଇଥିବ  ।

ଆମ୍ଭେମାନେ ସହର ଆଡକୁ ଦ୍ରୁତବେଗରେ ଆଗେଇ ଚାଲିଛୁ  । ଘରର ଅଭାବ ପାଣିର ଅଭାବ, ବିଦ୍ୟୁତର ଅଭାବ ଏବଂ ବାତାବରଣର ଜବର ଦଖଲ ସତ୍ତ୍ୱେ ଆମ୍ଭେମାନେ ସହର ଆଡକୁ ଦ୍ରୁତ ଗତିରେ ଆଗେଇ ଚାଲିଛୁ  ।

ସାକ୍ଷରତା

ସାକ୍ଷରତା, ଯେ କୌଣସି ସମାଜର ପ୍ରଗତିର ସୂଚକ ଅଟେ  । ଜନଗଣନା ରିପୋର୍ଟରେ କୁହାଯାଇଅଛି ଯେ ସାତବର୍ଷ କିମ୍ବା ତାହାଠାରୁ ଅଧିକ ବର୍ଷର ଲୋକ ଯେ କୌଣସି ଗୋଟିଏ ଭାଷା ଲେଖି, ପଢି ବୁଝି ପାରୁଥିଲେ ତାକୁ ସାକ୍ଷର କୁହାଯିବ  । ୧୯୫୧ ମସିହାରେ ଆମ ଦେଶର ସାକ୍ଷରତା ହାର ୧୮.୩୩ ପ୍ରତିଶତ ଥିଲା, ୨୦୦୧ ମସିହା ବେଳକୁ ଏହା ବଢି ୬୫.୩୮ ପ୍ରତିଶତରେ ପହଞ୍ଚିଥିଲା  । ଆମ ଦେଶର ରାଜ୍ୟମାନଙ୍କ ମଧ୍ୟରେ କେରଳ ରାଜ୍ୟର ସାକ୍ଷରତା ହାର ସର୍ବାଧିକ ଥିଲା, ଏହା ୯୦.୮୬ ପ୍ରତିଶତ ଥିଲା  । ତାହାର ପଛକୁ ମିଜୋରାମର ୮୮.୪୯ ପ୍ରତିଶତ ଏବଂ ଲାକ୍ଷାଦ୍ଵୀପର ୮୭.୫୨ ପ୍ରତିଶତ  । ସାଧାରଣ ଭବାରେ ଦେଖିବାକୁ ଗଲେ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ସାକ୍ଷରତା ହାର କମ୍  ।

ଏବେ ଆମେ ବୁଝିବାକୁ ସମର୍ଥ ହେବା ଯେ କୌଣସି ଦେଶର ସର୍ବମୋଟ ଜନସଂଖ୍ୟା ସେ ଦେଶର ସବୁଠାରୁ ବଡ ସମ୍ପଦ ନୁହେଁ  । ଦେଶର ଜନସଂଖ୍ୟାର ସଂଖ୍ୟାକୁ ସମ୍ପଦରେ ପରିଣତ କରିବା ପାଇଁ ଲୋକମାନଙ୍କର ଗୁଣାତ୍ମକ ବିକାଶ କରିବା ଆବଶ୍ୟକ  । ଜନସଂଖ୍ୟାକୁ ମାନବ ସମ୍ବଳରେ ପରିଣତ କରିବା ପାଇଁ ପୃଥିବୀରେ ଅନେକ ଦେଶଭଳି ଭାରତ ନୀତି ଏବଂ କାର୍ଯ୍ୟକ୍ରମମାନ ଅନୁଶ୍ରୁତ କରି ଆସୁଅଛି  । ତେଣୁ ଏହାର ପରବର୍ତ୍ତୀ ବିଭାଗରେ ଭାରତ ସରକାରଙ୍କ ଜନସଂଖ୍ୟା ନୀତି ଏବଂ ମହିଳା ସଶକ୍ତିକରଣ ସମ୍ବନ୍ଧରେ ବୁଝିବାକୁ ଚେଷ୍ଟା କରିବା  ।

ଭାରତରେ ଜନସଂଖ୍ୟା ନୀତି

ସ୍ଵାଧୀନତା ପୂର୍ବରୁ ଜନସଂଖ୍ୟା ବୃଦ୍ଧି ଏବଂ ଜନସଂଖ୍ୟା ନୀତିର ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା  । ୧୯୩୮ ମସିହାରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦ୍ଵାରା ଜାତୀୟ ଯୋଜନା କମିଟି ସ୍ଥାପନ କରାଯାଇଥିଲା  । ଏହି କମିଟି ତାର ଜନସଂଖ୍ୟା ଉପରେ ଗୋଟିଏ ସବ୍-କମିଟି ସ୍ଥାପନ କରିଥିଲେ  । ଏହି କମିଟି ତା’ର ୧୯୪୦ ମସିହା ରିଜୋଲ୍ୟୁସନରେ ସାମାଜିକ-ଅର୍ଥନୀତି, ପରିବାର ସମୃଦ୍ଧି, ଜାତୀୟ ଯୋଜନା, ଜନ୍ମ ନିୟନ୍ତ୍ରଣ ଏବଂ ଛୁଆମାନଙ୍କ ସଂଖ୍ୟାରେ ସୀମାବଦ୍ଧତା ଆଣିବା ପାଇଁ ଏବଂ ଶିଶୁସ୍ଵାର୍ଥ ରକ୍ଷା ପାଇଁ କହିଥିଲା  ।

ପୃଥିବୀର ଭାରତ ହେଉଛି ପ୍ରଥମ ଦେଶ ଯେ କି ୧୯୫୨ ମସିହାରେ ଗୋଟିଏ ଜାତୀୟ ଜନସଂଖ୍ୟା ପ୍ରୋଗ୍ରାମରେ ପରିବାର ନିୟନ୍ତ୍ରଣ ଉପରେ ଜୋର ଦେଇଥିଲା  । ଜନ୍ମହାରକୁ କମାଇବା ଏହି ପ୍ରୋଗ୍ରାମର ଲକ୍ଷ୍ୟ ଥିଲା  । ଜାତୀୟ ଅର୍ଥନୀତିର ଆବଶ୍ୟକତା ସହିତ ଜନସଂଖ୍ୟାକୁ ଏକାସ୍ତରରେ ରଖିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା  । ତା’ପରଠାରୁ ଭାରତ ତା’ର ଜନସଂଖ୍ୟା ନୀତିକୁ ସମୟାଦିକ୍ରମେ ପ୍ରକାଶ କରୁଅଛି  । ଯାହାର ପୂର୍ଣ୍ଣ ବିବରଣୀ ପ୍ରାସଙ୍ଗିକ ପୁସ୍ତକରୁ ପାଇପାରିବ କିମ୍ବା ତୁମେ ଯେତେବେଳେ ଉଚ୍ଚତର ଶ୍ରେଣୀରେ ପଢି ପାଇପାରିବ  । ବର୍ତ୍ତମାନ ଆମେ ସର୍ବଶେଷ ଜନସଂଖ୍ୟା ନୀତି ଯାହାକୁ କି ଭାରତ ସରକାର  ୨୦୦୦ ମସିହାରୁ କାର୍ଯ୍ୟକାରୀ କରୁଛନ୍ତି ବୁଝିବାକୁ ଚେଷ୍ଟା କରିବା  ।

ଜାତୀୟ ଜନସଂଖ୍ୟା ନୀତି ୨୦୦୦

ଜାତୀୟ ଜନସଂଖ୍ୟା ନୀତି – ୨୦୦୦ ତାହାର ସାକ୍ଷାତକାରରେ ଜନସଂଖ୍ୟାର ଗୁଣାତ୍ମକ ବିକାଶର ହ୍ରାସ ଘଟୁଥିବା କଥା କହିଅଛି  । ଏହା ସିଧାସଳଖ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜୋର ଦିଏ ନାହିଁ  । ଏହା ବର୍ଣ୍ଣନା କରେ ଯେ ଆର୍ଥିକ ଓ ସାମାଜିକ ଉନ୍ନତିର ଲକ୍ଷ୍ୟ ହେଉଛି ଲୋକମାନଙ୍କର ଜୀବନ ଧାରଣମାନରେ ଉନ୍ନତି ଆଣିବା  । ଏହା ସେମାନଙ୍କର ମଙ୍ଗଳ ଘୋଷଣାକରେ ସେମାନଙ୍କ ପସନ୍ଦ ମୁତାବକ ସୁଯୋଗ ଯୋଗାଏ  । ଯାହା ଫଳରେ କି  ମନୁଷ୍ୟମାନେ ସମାଜର ଉତ୍ପାଦନକାରୀ ସମ୍ପଦ ହୋଇ ପାରିବେ  । ପୂର୍ଣ୍ଣ ବିକାଶକୁ ଉପରକୁ ଉଠାଇବା ପାଇଁ ଜନସଂଖ୍ୟାରେ ସ୍ଥିରତା ଆଣିବା ପ୍ରଧାନ ଆବଶ୍ୟକତା ଅଟେ  । ୨୦୦୦ ମସିହା ଜାତୀୟ ଜନସଂଖ୍ୟା ନୀତିର ତତ୍ କ୍ଷଣାତ ଲକ୍ଷ୍ୟ ନିମ୍ନଲିଖିତ ବିଷୟକୁ ନେଇ ଆଧାରିତ  । ସେଗୁଡିକ ହେଲା ଗର୍ଭନିରୋଧ, ସ୍ୱାସ୍ଥ୍ୟଯତ୍ନ ଶକ୍ତି କେନ୍ଦ୍ର ସ୍ଥାପନ, ସ୍ୱାସ୍ଥ୍ୟ କର୍ମଚାରୀ ନିଯୁକ୍ତି, ଉପଯୁକ୍ତ ପ୍ରସାବ ସେବା ଏବଂ ଶିଶୁ-ସ୍ୱାସ୍ଥ୍ୟ-ଯତ୍ନ କେନ୍ଦ୍ର  । ଜାତୀୟ ଜନସଂଖ୍ୟା ନୀତିର ମଧ୍ୟମଧରଣ ଲକ୍ଷ୍ୟ ହେଲା ୨୦୧୦ ସୁଦ୍ଧା ଅସ୍ତ୍ରପ୍ରଚାର ଉତ୍ପାଦିକା ଶକ୍ତିରେ ପରିବର୍ତ୍ତନ ଆଣିବା  । ଜାତୀୟ  ଜନସଂଖ୍ୟା ନୀତିର ଦୀର୍ଘକାଳୀନ ଲକ୍ଷ୍ୟ ହେଲା ଆର୍ଥିକ ଅଭିବୃଦ୍ଧି, ସାମାଜିକ ଉନ୍ନତି, ପରିବେଶ ସୁରକ୍ଷା  । ଏହାଦ୍ଵାରା ୨୦୪୫ ମସିହା ସୁଦ୍ଧା ଜନସଂଖ୍ୟା ବୃଦ୍ଧିରେ ସ୍ଥିରତା ଆସିବ  ।

ଭାରତରେ ମହିଳା ସଶକ୍ତିକରଣ :

ମାନବସମ୍ବଳ ରୂପରେ ଜନସଂଖ୍ୟାର ଗୁଣାତ୍ମକ ବିକାଶ ପାଇଁ ମହିଳା ସଶକ୍ତିକରଣ ଅତି ଗୁରୁତ୍ୱପୂର୍ଣ୍ଣ ଭାରତର ସମୁଦାୟ ଜନସଂଖ୍ୟାର ପ୍ରାୟ ଅଧାଭାଗ ମହିଳା ହୋଇଥିଲେ ମଧ୍ୟ ସେମାନକୁ ନିଚ୍ଚ ଦୃଷ୍ଟିରେ ଦେଖାଯାଉଛି ଏବଂ ପାତରଅନ୍ତର ବିଚାର ତାଙ୍କ ପ୍ରତି କରାଯାଉଅଛି  । ସେମାନେ ମାନବସମ୍ବଳର ଅଧା ହୋଇଥିଲେ ମଧ୍ୟ ରାଷ୍ଟ୍ରଗଠନରୁ ତାଙ୍କୁ ବଞ୍ଚିତ କରାଯାଉଅଛି  । ପ୍ରଗତିଶୀଳ ପୃଥିବୀରେ ଯାହା ଦେଖାଯାଉଛି, ଏଠାରେ ତାହାର ବିପରୀତ ଦେଖାଯାଉଛି  । ଆମ ଦେଶରେ ମହିଳାମାନଙ୍କ ଭୂମିକାକୁ ସୀମିତ ରକ୍ଷାଯାଇଅଛି  । ସେମାନେ ପାରାବାରର ଯତ୍ନନେବା କାମରେ ନିୟୋଜିତ ରହନ୍ତି  । ସମସ୍ତ ପ୍ରକାର ପାତର ଅନ୍ତରର ସେମାନେ ଦେଖଣାହାରୀ, ସେମାନଙ୍କ ପ୍ରତି ମନ୍ଦ ବ୍ୟବହାର କରିବା ସହିତ ତାଙ୍କର ଉପରେ ସମସ୍ତ ଦୋଷ ଲଦି ଦିଆଯାଉଅଛି  ।

ତୁମେ ଯଦି ଭାରତୀୟ ସମ୍ବିଧାନ ଅଧ୍ୟୟନ କରିବ ତାହାର (ଧାରା ୧୪, ୧୫, ୧୬, ୧୯, ୩୯, ୪୨ ଏବଂ ୫୧) ଧାରାରେ ସମସ୍ତଙ୍କ ପ୍ରତି ସମାନ ବିଚାର ଏବଂ ସମାନତା ପ୍ରଦର୍ଶନ କରିବା ସମ୍ବନ୍ଧରେ ଉଲ୍ଲେଖ ଥିବାର ଦେଖିବା ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଅନେକ ଆଇନ ପାସ କରାଯାଇଅଛି  । ସେଗୁଡିକ ହେଲା (Special marriage Act 1954, Medical Termination of Pregnancy Act 1971) ଏବଂ (Child Marriage Restraint Act 1978) ଏହା ଦୁଃଖର କଥା ଯେ ଏପର୍ଯ୍ୟନ୍ତ ମହିଳାମାନଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ  ।

କେତେକ ପଦକ୍ଷେପ ନିଆଯାଇଛି ଏବଂ ଆଶା କରାଯାଉଛି ଯେ ମହିଳାମାନଙ୍କ ସ୍ଥିତିରେ ଗୁଣାତ୍ମକ ପରିବର୍ତ୍ତନ ଘଟିବା ଯେତେବେଳେ ସମ୍ବିଧାନର ୭୩ ଏବଂ ୭୪ ତମ ସଂଶୋଧନ କରାଗଲା ଗ୍ରାମପଞ୍ଚାୟତ ଏବଂ ପୌର ନିର୍ବାଚନରେ ମହିଳାମାନଙ୍କ ପାଇଁ ୩୩ ଶତାଂଶ ସ୍ଥାନ ସଂରକ୍ଷିତ କରିବାପାଇଁ ବିଲ ପାର୍ଲିଆମେଣ୍ଟରେ ପାସ୍ ହେଲା ସେତେବେଳେ ମହିଳା ସଶକ୍ତିକରଣକୁ ଅଧିକ ଲାଭ ପହଞ୍ଚିଲା  । ଅନ୍ୟ ସମ୍ବିଧାନ ସଂଶୋଧନରେ ଉପସ୍ଥାପନ କରାଯାଇଅଛି, ଯାହାର ଲକ୍ଷ୍ୟ ହେଉଛି ଲୋକସଭା ଏବଂ ରାଜ୍ୟ ବିଧାନସଭାମାନଙ୍କରେ ମହିଳାମାନଙ୍କୁ ୩୩ ପ୍ରତିଶତ ସ୍ଥାନ ଦିଆଯିବ ୧୯୯୦ ମସିହାରେ ଗୋଟିଏ ଆଇନ ପାସ୍ କରାଯାଇଥିଲା  । ଯାହା ଫଳରେ କି ୧୯୯୨ ମସିହାରୁ ମହିଳାମାନଙ୍କ ପାଇଁ ଗୋଟିଏ ଜାତୀୟ କମିଶନ ଗଢାଯାଇଅଛି  । କମିଶନକୁ ବିସ୍ତୃତ କାର୍ଯ୍ୟ କରିବାକୁ କ୍ଷମତା ପ୍ରଦାନ କରାଯାଇଅଛି  । ମହିଳାମାନଙ୍କ ପ୍ରତି ଅସଦ ବ୍ୟବହାର କରାଯାଇଥିବା କଥା ତାଙ୍କ ନୋଟିସକୁ ଆସିଲେ ସେ ତାକୁ ଦେଖିବେ ଓ ତନଖି କରିବେ ଏବଂ ସେମାନଙ୍କୁ ନିରାପତ୍ତା ଯୋଗାଇବେ  ।

ପରବର୍ତ୍ତୀ ଲକ୍ଷ୍ୟ ହେଲା ମହିଳାମାନଙ୍କ ଅଗ୍ରଗତିରେ ସୁବିଧା ଦେବା, ମହିଳାମାନଙ୍କ ପ୍ରଗତି କରିବା ଏବଂ ପାତରଅନ୍ତରତାକୁ ବାହାର କରିଦେବା  । ଏହି ପଦକ୍ଷେପ ସେମାନଙ୍କୁ ଜୀବନର ସବୁକ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟ କରିବାକୁ ସୁନିଶ୍ଚିତ କରିବା Socio-Economic Development and Empowerment of Disadvantage Groups  । ପଥରେ ତୁମେ ମହିଳା ସଶକ୍ତିକରଣ ଆବଶ୍ୟକତା ସମ୍ବନ୍ଧରେ ପଢିପାର ଶିଖିପାର ଏବଂ ବୁଝିପାର  ।

ଆଧାର :ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ

2.42857142857
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top