ହୋମ / ଶକ୍ତି / ପରିବେଶ / ଜନସଂଖ୍ୟା ପରିବେଶିକା
ସେଆର କରନ୍ତୁ

ଜନସଂଖ୍ୟା ପରିବେଶିକା

ଜନସଂଖ୍ୟା ପରିବେଶିକା ର ସୂଚନା

ଉପକ୍ରମ

ଜୀବମାନଙ୍କର ଉପସ୍ଥିତି ହିଁ ପରିସଂସ୍ଥା ଗଠନରୁ ମୁଖ୍ୟ ଅଂଶବିଶେଷ କରିଥାଏ   ।  ବିଭିନ୍ନ ପ୍ରକାରର ଜୀବ ବିଭିନ୍ନ ପରିସଂସ୍ଥା ମଧ୍ୟରେ ଅବସ୍ଥାନ କରିଥାନ୍ତି   ।  ଗୋଟିଏ ବିଶେଷ ପ୍ରକାରର ଜୀବମାନଙ୍କୁ ନେଇ ଜାତି ଗଠିତ ହୋଇଥାଏ   ।  ଗୋଟିଏ ଜାତିରେ ଅବସ୍ଥିତ ସମସ୍ତ ଜୀବମାନଙ୍କର ସଂଖ୍ୟାକୁ ଜୀବ ସଂଖ୍ୟା କୁହାଯାଇଥାଏ    ।  ଲାଟିନ ଶବ୍ଦ populs ରୁ population ଶବ୍ଦର ଉତ୍ପତ୍ତି   ।  ଜୀବସଂଖ୍ୟା ର ଅର୍ଥ ସାଧାରଣତଃ ଜନସଂଖ୍ୟାକୁ ବୁଝାଇଯାଇଥାଏ   ।  ଅର୍ଥାତ କୌଣସି ସ୍ଥାନରେ ବାସ କରୁଥିବା ମନୁଷ୍ୟ ତଥା ଅନ୍ୟ ଜୀବ ସଂଖ୍ୟାକୁ ହିଁ ସେହି ସ୍ଥାନର population କୁହାଯାଇଥାଏ   ।  ସେଥିପାଇଁ ପରିବେଶ ବିଜ୍ଞାନରେ ଏହାକୁ ଜନସଂଖ୍ୟା ବଦଳରେ “ ଜୀବ ସଂଖ୍ୟା  “ ରୂପେ ଦର୍ଶାଯାଇଛି  ।  ସୁତରାଂ କୌଣସି ଅଞ୍ଚଳରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ବାସ କରୁଥିବା ଏକ ଜାତିର ସମସ୍ତ ଜୀବମାନଙ୍କ ସଂଖ୍ୟାକୁ ଉକ୍ତ ଜୀବର ଜୀବସଂଖ୍ୟା ରୂପେ ବିବେଚନା କରାଯାଏ   ।

ଜୀବସଂଖ୍ୟାର ସାନ୍ଦ୍ରତା

କୌଣସି ନିର୍ଦ୍ଧିଷ୍ଟ କ୍ଷେତ୍ରଫଳ ବା ଆୟତ ବିଶିଷ୍ଟ ସ୍ଥାନରେ ଏକ ନିର୍ଦ୍ଧିଷ୍ଟ ସମୟରେ ବସବାସ କରୁଥିବା କୌଣସି ଜାତିର ସମସ୍ତ ସଂଖ୍ୟାକୁ ଉକ୍ତ ଅଞ୍ଚଳର ଉକ୍ତ ସମୟର ଜୀବସଂଖ୍ୟାର ସାନ୍ଦ୍ରତା କୁହାଯାଇଥାଏ   ।  ଏହାକୁ ମଧ୍ୟ ଉକ୍ତ ଜାତିର ଜୀବମାନଙ୍କର ଜୈବ ବସ୍ତୁତ୍ଵ ବା ଜୀବାଳି ଦ୍ଵାରା ମଧ୍ୟ ପ୍ରକାଶ କରାଯାଇଥାଏ   ।

ମୋଟାମୋଟି ସାନ୍ଧ୍ରତା

କୌଣସି ଏକ ବିରାଟ ଅଞ୍ଚଳରେ ଥିବା ଗୋଟିଏ ଜୀବମାନଙ୍କ ସଂଖ୍ୟାକୁ ଅଶୋଧିତ ସାନ୍ଦ୍ରତା କୁହାଯାଏ   ।  ଲକ୍ଷ୍ୟହୀନ ଭାବେ ଉପଯୁକ୍ତ ବର୍ଗାକାର ଅଞ୍ଚଳରେ ଅବସ୍ଥିତ ଗୋଟିଏ ଜାତି ଜୀବସଂଖ୍ୟାକୁ ମୋଟାମୋଟି ସାନ୍ଦ୍ରତା ଦ୍ଵାରା ପ୍ରକାଶ କରାଯାଇଥାଏ   ।  ଏହାର ଆନୁମାନିକ ଭିତ୍ତିରେ ହୋଇଥାଏ   ।

ନିର୍ଦ୍ଧିଷ୍ଟ ସାନ୍ଧ୍ରତା  :

କୌଣସି ଜାତିସଂଖ୍ୟା ଦ୍ଵାରା ଆବଶ୍ୟକ ହେଉଥିବା ନିର୍ଦ୍ଧିଷ୍ଟ କ୍ଷେତ୍ରଫଳ ବା ଆୟତନ ବିଶିଷ୍ଟ ସ୍ଥାନର ସମ ପରିମାଣ ଅଞ୍ଚଳରେ ଅବସ୍ଥିତ ଥିବା ଜୀବମାନଙ୍କର ସଂଖ୍ୟା କିମ୍ବା ଜୈବ ବସ୍ତୁତ୍ଵକୁ “ ନିର୍ଦ୍ଧିଷ୍ଟ ସାନ୍ଦ୍ରତା  ‘ କୁହାଯାଇପାରେ   ।

ଜୀବସଂଖ୍ୟାର ସାନ୍ଦ୍ରତା ମାପ  :

ଏହା ସାଧାରଣତଃ ନିମ୍ନୋକ୍ତ ଭିନ୍ନ ଭିନ୍ନ ପ୍ରଣାଳୀରେ ଦ୍ଵାରା ନିରୂପଣ କରାଯାଇଥାଏ   ।

(କ) ପ୍ରତ୍ୟକ୍ଷ ପଦ୍ଧତି

ଏହା ସାଧାରଣତଃ ଦୁଇ ପ୍ରକାରରର ଯଥା  -

୧. ଗଣନା ପ୍ରଣାଳୀ  :

ନିର୍ଦ୍ଧିଷ୍ଟ କ୍ଷେତ୍ରଫଳ ବିଶିଷ୍ଟ ଅଞ୍ଚଳର ଜୀବସଂଖ୍ୟାର ସମସ୍ତ ଜୀବମାନଙ୍କୁ ଗଣିବା ପ୍ରଣାଳୀ ଦ୍ଵାରା ଆକଳନ କରାଯାଇଥାଏ  ।

୨. ଜୈବ ବସ୍ତୁତ୍ଵ ପ୍ରଣାଳୀ   :

ଏହା ସାଧାରଣତଃ କେତେକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ବସବାସ କରୁଥିବା ଜୀବମାନଙ୍କ ପାଇଁ ପ୍ରଯୁଜ୍ୟ ହୋଇଥାଏ   ।  ଉକ୍ତ ପ୍ରଣାଳୀରେ ଜୀବସଂଖ୍ୟାର ଗଣନା କାଯାଇ ସେମାନନଙ୍କର ଶୁଷ୍କ ଓଜନ ନିଆଯାଇ ଜୈବ ବସ୍ତୁତ୍ଵ ପ୍ରକାଶ କରାଯାଇଥାଏ   ।  ନିର୍ଦ୍ଧିଷ୍ଟ ଅଞ୍ଚଳରେ ନିର୍ଦ୍ଧିଷ୍ଟ ସମୟରେ କୌଣସି ଜାତି ର ସମସ୍ତ ଜୀବସଂଖ୍ୟାର ଜୈବ ବସ୍ତୁତ୍ଵ ନିର୍ଣ୍ଣୟ କରିବା କଷ୍ଟସାଧ୍ୟ   ।  ଏହି ପଦ୍ଧତି କେତେକ କ୍ଷୁଦ୍ର ପରିସଂସ୍ଥା ପାଇଁ ବ୍ୟବହାର କରାଯାଇଥାଏ   ।

(ଖ) ପରୋକ୍ଷ ପଦ୍ଧତି  :

ଏହି ପଦ୍ଧତିରେ ଗଣନା ଦ୍ଵାରା ଆନୁମାନିକ ଜୀବସଂଖ୍ୟାର ସାନ୍ଦ୍ରତା ଜଣାପଡିଥାଏ   ।  ଏହା ଦ୍ଵାରା ସାଧାରଣତଃ ପ୍ରାଣୀମାନଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଇଥାଏ   ।  ଏହି ନିର୍ଦ୍ଧିଷ୍ଟ ଅଞ୍ଚଳରେ ବାସ କରୁଥିବା ଯେ କୌଣସି ଜାତିର ଜୀବମାନଙ୍କ ଦ୍ଵାରା ଆବଶ୍ୟକ ହେଉଥିବା ତଥା ଅମ୍ଳଜାଣ ଆଦିକୁ ମାପି କୌଣସି ନିର୍ଦ୍ଧିଷ୍ଟ ସମୟରେ ଉକ୍ତ ଜାତିର ଜୀବସଂଖ୍ୟାର ସାନ୍ଦ୍ରତା ରୂପେ ନିରୂପଣ କରାଯାଇଥାଏ   ।

ଜୈବିକ ସମ୍ଭାବ୍ୟତା ଓ ପରିବେଶଜନିତ ପ୍ରତିରୋଧ

ବୈଜ୍ଞାନିକ ଚାପମେନ (୧୯୨୮) ଜୈବିକ ସମ୍ଭାବ୍ୟତା ଶବ୍ଦର ପ୍ରବର୍ତ୍ତକ ଅଟନ୍ତି   ।  ଜୈବିକ ସମ୍ଭାବ୍ୟତା ଜୀବସଂଖ୍ୟାର ବୃଦ୍ଧିହାରକୁ ବୁଝାଇଥାଏ   ।  ପରିବେଶ ସମସ୍ତ କାରକ ଅନୁକୂଳ ହୋଇ ସର୍ବାଧିକ ଜନ୍ମହାର ଓ ସର୍ବାଧିକ ମୃତ୍ୟୁହାର ଜୀବସଂଖ୍ୟାର ଜୀବଙ୍କ ବୃଦ୍ଧିକୁ ଜୈବିକ ସମ୍ଭାବ୍ୟତା କୁହାଯାଇଥାଏ   ।  ଏହା ନିମ୍ନୋକ୍ତ ସୂତ୍ର ଦ୍ଵାରା ନିର୍ଣ୍ଣୟ କରାଯାଇଥାଏ   ।

ଜୈବିକ ସମ୍ଭାବ୍ୟତା = ସର୍ବାଧିକ ଜନ୍ମହାର  - ସର୍ବାଧିକ ମୃତ୍ୟୁହାର   ।  ଜୈବିକ ସମ୍ଭାବ୍ୟତା କୁ  “R” ଦ୍ଵାରା ସର୍ବାଧିକ ଜନ୍ମହାରକୁ  “B” ଦ୍ଵାରା ଏବଂ ସର୍ବାଧିକ ମୃତ୍ୟୁହାରକୁ “D” ଦ୍ଵାରା ପ୍ରକାଶ କରାଯାଇଥାଏ   ।  ସୁତରାଂ ଉପରୋକ୍ତ ସୂତ୍ରକୁ r =b – d ଦ୍ଵାରା ପ୍ରକାଶ କରାଯାଇଥାଏ    ।  ସର୍ବୋଚ୍ଚ ଜୈବିକ ସତାମ୍ଭାବ୍ୟକୁ r-max କୁହାଯାଇଥାଏ   ।  କୌଣସି ପରିସଂସ୍ଥାରେ ସର୍ବାଧିକ ସମ୍ଭାବ୍ୟତା କଳ୍ପନା ବ୍ୟତିତ ଅନ୍ୟ କିଛି ହୋଇନପାରେ କାରଣ ପରିବେଶଜନିତ ପ୍ରତିରୋଧ  ଦ୍ଵାରା ସର୍ବାଧିକ ଜୈବିକ ସମ୍ଭାବ୍ୟତା ବାଧା ସୃଷ୍ଟି ହୋଇଥାଏ   ।  ପରିବେଶ ମଧ୍ୟରେ ସମସ୍ତ କାରକାର ପ୍ରାଚୁର୍ଯ୍ୟତା ନଥାଏ   ।  ଖାଦ୍ୟ ଆହରଣ , ସ୍ଥାନ ସଂରକ୍ଷଣ , ଆଲୋକସଂଶ୍ଳେଷଣ , ଜଳ ଶୋଷଣ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଜୀବମାନଙ୍କ ମଧ୍ୟରେ ସଦା ସର୍ବଦା ସଂଘର୍ଷ ଲାଗି ରହିଥାଏ  ।  ପରିସଂସ୍ଥାରେ ଗୋଟିଏ ଜୀବସଂଖ୍ୟାର ଅନ୍ୟ ଜୀବସଂଖ୍ୟା ମଧ୍ୟରେ ପରିବେଶର କାରକଗୁଡିକୁ ଉପବେଶଜନିତ ପ୍ରତିରୋଧ ଦ୍ଵାରା ସର୍ବାଧିକ ଜନ୍ମହାର ଓ ସର୍ବାଧିକ ମୃତ୍ୟୁହାରରେ ବୈଷମ୍ୟ ଦେଖାଯାଇଥାଏ   ।  ଖାଦ୍ୟାଭାବ , ସ୍ଥାନାଭାବ ଆଦି ଦ୍ଵାରା ଜୀବସଂଖ୍ୟାର ଅଭିବୃଦ୍ଧି ଅନ୍ତରାୟ ଘଟିଥାଏ   ।  ରୋଗ ଏବଂ ଜୀବମାନଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ଜୀବର ଅଭିବୃଦ୍ଧି ହାରକୁ ନିୟନ୍ତ୍ରଣ କରିଥାଏ   । ଏହା ସମସ୍ତ ପ୍ରତିକୂଳ କାରକଗୁଡିକୁ ପରିବେଶଜନିତ ପ୍ରତିରୋଧ କୁହାଯାଏ   ।

ଜୀବଗୋଷ୍ଠୀ ପରିବେଶିକା

ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନ ବା ପରିସ୍ଥାନରେ ଅବସ୍ଥାନ କରୁଥିବା ସମସ୍ତ ଉଦ୍ଭିଦ ଓ ପ୍ରାଣୀମାନଙ୍କର ଜୀବସଂଖ୍ୟାର ସମଷ୍ଟିକୁ ଜୀବଗୋଷ୍ଠୀ କୁହାଯାଇଥାଏ   ।  ଜୀବଗୋଷ୍ଠୀମଧ୍ୟରେ ଏକାଧିକ ଜାତି ଅବସ୍ଥାନ କରିଥାଆନ୍ତି   । ପ୍ରାଣୀ ଓ ଉଦ୍ଭିଦମାନଙ୍କ ମଧ୍ୟରେ ଅପୂର୍ବ ସମନ୍ଵୟ ଯେକୌଣସି ପ୍ରାକୃତିକ ଜୀବଗୋଷ୍ଠୀ ମଧ୍ୟରେ ଦେଖାଯାଇଥାଏ   ।  ପରିବେଶର ବିଭିନ୍ନ କାରକଗୁଡିକ ଉପରେ ଜୀବଗୋଷ୍ଠୀ ନିର୍ଭର କରିଥାଏ   ।  ପୁଷ୍କରିଣୀ , ତୃଣଭୂମି  , ଜଙ୍ଗଲ ଆଦିରେ ଥିବା ଜୀବଗୋଷ୍ଠୀ ମଧ୍ୟରେ ଭିନ୍ନତା ଦେଖାଦେଇଥାଏ   ।

ଜୀବଗୋଷ୍ଠୀର ଗଠନ   ।

ଆକାର ଦ୍ରୁଷ୍ଟିରୁ ଜୀବଗୋଷ୍ଠୀ ବିଭିନ୍ନ ପ୍ରକରର ହୋଇଥାଏ   ।  ଏହା ସ୍ଥଳଭାଗ  , ସନ୍ତସନ୍ତିଆ ଜାଗା , ତୃଣଭୂମି ,ଜଙ୍ଗଳ ଆଦି ରେ ଥିବା ଜୀବଗୋଷ୍ଠୀ ମଧ୍ୟରେ ଭିନ୍ନତା ଦେଖାଦେଇଥାଏ    ।  କ୍ଷୁଦ୍ର ଜୀବଗୋଷ୍ଠୀଗୁଡିକ ସନ୍ନିକଟ ବୃହତ ଜୀବଗୋଷ୍ଠୀ ଦ୍ଵାରା ପ୍ରଭାବିତ ହୋଇଥାଆନ୍ତି   ।  ସାଧାରଣତଃ ବୃହତ ଜୀବଗୋଷ୍ଠୀଗୁଡିକ ସ୍ଵୟଂ ସଂପୂର୍ଣ୍ଣ ଏବଂ ଆତ୍ମନିର୍ଭରଶୀଳ     ।

ବିଭିନ୍ନ ଜୀବଙ୍କ ସମାହାରରେ ଜୀବଗୋଷ୍ଠୀ ଗଠିତ   ।  ସୁତରାଂ ଜୀବ ଗୋଷ୍ଠୀରେ ଖାଦ୍ୟ ଓ ଖାଦକ ସମ୍ପର୍କ ବିଶେଷ ଭାବେ ପ୍ରତିଷ୍ଠିତ ହୋଇଥାଏ   । ସବୁଜ ଉଦ୍ଭିଦ ପରିବେଶର ବିଭିନ୍ନ ଅଜୈବିକ ଉପାଦାନଗୁଡିକ ବିନିଯୋଗ କରି ଖାଦ୍ୟ ପ୍ରସ୍ତୁତ କରିଥାଏ   ।  ଏହାକୁ ଉତ୍ପାଦକ କୁହାଯାଏ   ।  ଖାଦକ ଓ ଭକ୍ଷକମାନେ ସବୁଜ ଉଦ୍ଭିଦ ଉପରେ ଖାଦ୍ୟ ନିମନ୍ତେ ନିର୍ଭରଶୀଳ   ।  ଏହି ଭକ୍ଷକ ବିଭିନ୍ନ ସ୍ତରର ଅଟନ୍ତି    ।  ତୃଣଭୋଜି ବା ଶାକାହାରୀ ପ୍ରାଣୀ ଉଦ୍ଭିଦ ଉପରେ ଖାଦ୍ୟ ନିମନ୍ତେ ପ୍ରତୀକ୍ଷଭାବେ ନିର୍ଭରଶୀଳ     ।  ଏମାନଙ୍କୁ ପ୍ରାଥମିକ ଭକ୍ଷକ ଆଖ୍ୟା ଦିଆଯାଇଥାଏ   ।  ମାଧ୍ୟମିକ ବା ଦ୍ଵିତୀୟ ଶ୍ରେଣୀର ଖାଦକମାନେ ତୃଣଭୋଜିଙ୍କୁ ଗ୍ରାସକରି ଜୀବନ କଟାଇଥାନ୍ତି  ।  ସେହିପରି କ୍ରମାନ୍ୱେୟ ଏହି ଭକ୍ଷକ ସ୍ତର ଶୀର୍ଷ ଭକ୍ଷକ ପର୍ଯ୍ୟନ୍ତ ଦେଖା ଦେଇଥାଏ   ।  ଦ୍ଵିତୀୟ ସ୍ତର ଖାଦ୍ୟଦକଙ୍କୁ ମାଂସାଶୀ ପ୍ରାଣୀ କୁହାଯାଇଥାଏ  । ପ୍ରାଣୀ ଓ ଉଦ୍ଭିଦମାନଙ୍କ ମୃତ୍ୟୁପରେ ଅପଘଟକମାନେ ମୃତ ଶରୀରରେ ଥିବା ଜଟିଳ ଉପାଦାନଗୁଡିକ ଅପଘଟନ ପ୍ରକ୍ରିୟାରେ ସରଲ ମୌଳିକ ପଦାର୍ଥରେ ପରିଣତ କରିଥାଆନ୍ତି   । ଖାଦ୍ୟ ନିମନ୍ତେ ଏମାନେ ମୃତ ଜୀବମାନଙ୍କ ଉପରେ ନିର୍ଭରଶୀଳ   ।  ଅପଘଟକମାନେ ପରିବେଶ ସନ୍ତୁଳନ ବଜାୟ ରଖିବାରେ ବିଶେଷ ସହାୟକ ହୋଇଥାଆନ୍ତି   ।  ଜୈବିକ ପଦାର୍ଥକୁ ଅଜୈବିକ ଉପାଦାନରେ ପରିଣତ କରି ପୋଷାକ ଚକ୍ର ସଂପାଦାନ ଦ୍ଵାର ପରିବେଶର ଭାରସାମ୍ୟ ରକ୍ଷା କରିବାରେ ଅପଘଟକମାନେ ଅବିଶେଷ ଭୂମିକା ନେଇଥାଆନ୍ତି   ।

ପରିବେଶୀ କ୍ରମ ବିସ୍ତାର

ପରିବର୍ତ୍ତନ ଏକ ପ୍ରାକୃତିକ ନିୟମ   ।  କୌଣସି ସ୍ଥାନରେ କୌଣସି ସ୍ଥିତାବସ୍ଥା ସବୁଦିନ ନିମନ୍ତେ ବଜାୟ ରହେ ନାହିଁ   ।  ସମୟାନୁକ୍ରମେ ଏଥିରେ ବିଭିନ୍ନତା ଦେଖାଦେଇଥାଏ  ।  ଏହା ପ୍ରତ୍ୟେକ କ୍ଷେତ୍ରରେ ପ୍ରଯୁଜ୍ୟ   ।  ଜୀବମାନେ ଏହି ପ୍ରକ୍ରିୟାର ବ୍ୟତିକ୍ରମ ନୁହନ୍ତି   । କୌଣସି ଅଞ୍ଚଳ ବା ପରିସଂସ୍ଥାକୁ ପ୍ରତିକୂଳ ଅବସ୍ଥାରେ ଜୀବମାନେ ନିଜକୁ ରକ୍ଷା କରିବା ନିମନ୍ତେ ଚେଷ୍ଟିତ ହୋଇଥାନ୍ତି   । ପରନ୍ତୁ ପରିବେଶର ସନ୍ତୁଳିତ ଅବସ୍ଥାରେ ଘୋର ଅବନାତି ଘାତିଳେ ଜୀବମାନେ ଉକ୍ତ ପରିସଂସ୍ଥାକୁ ତ୍ୟାଗକରି ଅନ୍ୟତ୍ରଗ ଗମନ କରିଥାଆନ୍ତି କିମ୍ବା କାଳକ୍ରମେ ଧ୍ଵଂସ ହୋଇଥାଆନ୍ତି   ।

ଜୀବ ଏକକ ଥିବା ବେଳେ ନିଜର ଚତୁଃପାର୍ଶ୍ଵରେ ଅବସ୍ଥିତ ବିଭିନ୍ନ ପରିବେଶୀ ଉପାଦାନଗୁଡିକ ଦ୍ଵାରା ପ୍ରଭାବିତ ହୋଇଥାଏ   ।  କାଳକ୍ରମେ ବଂଶ ବୃଦ୍ଧି ଘଟି ଅନେକଗୁଡିଏ ଜୀବ ସୃଷ୍ଟି ହୁଅନ୍ତି   ।  ଏକ ପ୍ରକାର ଜୀବକୁ ନେଇ ଜାତି ଗଠିତ ହୁଏ   ।  ଜୀବସଂଖ୍ୟାର ସାନ୍ଧ୍ରତା ପରିବେଶକୁ ଉପଯୋଜନ କରି ବୃଦ୍ଧି ହୋଇଥାଏ  ।  କାଳକ୍ରମେ ବିଭିନ୍ନ ଜୀବସଂଖ୍ୟାର ସମନ୍ଵୟରେ ଜୀବଗୋଷ୍ଠୀ ଉଦ୍ଭିଦ ହୋଇଥାଏ   ।  ଜୀବଗୋଷ୍ଠୀ ମଧ୍ୟରେ ଅବସ୍ଥିତ ବିଭିନ୍ନ ଜାତିର ପ୍ରାଣୀ ଓ ଉଦ୍ଭିଦ ପରସ୍ପର ମଧ୍ୟରେ ଘନିଷ୍ଠ ସମ୍ପର୍କ ସ୍ଥାପନ କରି ଏବଂ ପରିବେଶର ବିଭିନ୍ନ ଅଜୈବ ଉପାଦାନଗୁଡିକୁ ବିନିଯୋଗ କରି ଅବସ୍ଥାନ କରିଥାଆନ୍ତି   ।  କାଳକ୍ରମେ ଜୀବଗୋଷ୍ଠୀର ସାନ୍ଧ୍ରତା ବଢିବା ଦ୍ଵାରା ସେମାନଙ୍କର ପ୍ରଭାବ ଦ୍ଵାରା ପରିବେଶରେ ବିଭିନ୍ନ ପ୍ରତିକ୍ରିୟା ଦେଖାଦେଇଥାଏ   ।  ଜୀବଗୋଷ୍ଠୀ ପରିବେଶ ଦ୍ଵାରା ପ୍ରଭାବିତ ନ ହୋଇ ପରିବେଶକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରେ   ।  ତଦ୍ଵାରା ନୂତନ ରୂପ ଧାରଣ କରିଥାଏ   ।  ନୂତନ ପରିବେଶରେ ପୁରାତନ ପ୍ରାଣୀ ଓ ଉଦ୍ଭିଦ ଜୀବନ ନିର୍ବାହ କ୍ରମଶଃ ଦୁଃସହ ହୋଇପଡେ  ।  ଏହି ସମୟରେ କେତେକ ନୂତନ ଜୀବଗୋଷ୍ଠୀ ପରିବେଶରେ ନିଜକୁ ଉପଯୋଜନ କରି ବିକାଶ ଲାଭ କରନ୍ତି   । ସମୟକ୍ରମେ ନୂତନଗୋଷ୍ଠୀ ସହ ପରିବେଶର ପ୍ରତିକ୍ରିୟା ଘଟି ଏକ ନୂତନ ପରିବେଶ ଦୃଷ୍ଟିଗୋଚର ହୋଇଥାଏ   ।  ଏହି ନୂତନ ପରିବେଶ ମଧ୍ୟରେ ପୁରାତନ ଜୀବଗୋଷ୍ଠୀ ନିଜକୁ ଖାପ ଖୁଆଇ ଚାଲିବା ଦୁଃସହ ହୋଇପଡେ   । ଫଳତଃ ସେମାନେ ଅନ୍ୟତ୍ର ଚାଲିଯାଆନ୍ତି , ନତୁବା କାଳକ୍ରମେ ଧ୍ଵଂସ ହୋଇଯାଆନ୍ତି   ।

ପରିବେଶ ସମୟାନୁକ୍ରମେ ଭିନ୍ନ ଭିନ୍ନ ଗୋଷ୍ଠୀର ଜୀବମାନଙ୍କ ତିଷ୍ଠି ରହିବା କିମ୍ବା ନିଶ୍ଚିହ୍ନ ହେବାର କାରଣ ହୋଇଥାଏ   ।  ସୁତରାଂ ଗୋଷ୍ଠୀ ପରିବର୍ତ୍ତନରେ ପରିବେଶ ହିଁ ମୁଖ୍ୟତଃ ଦାୟୀ ହୋଇଥାଏ   ।  ବିଭିନ୍ନ ଗୋଷ୍ଠୀର ଆବିର୍ଭାବ , ବୃଦ୍ଧି ଏବଂ ଧ୍ଵଂସ ପରିବେଶ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ   ।

ଜନସଂଖ୍ୟାର ବୈଶିଷ୍ଟ୍ୟ

ଜନସଂଖ୍ୟାର କେତେକ ସ୍ଵାଭାବିକ ଗୁଣ ରହିଛି   ।  ଏହି ଗୁଣଗୁଡିକୁ ବିଚାର କରି ବିଭିନ୍ନ ଜନସଂଖ୍ୟାକୁ ତୁଳନା କରାଯାଇଥାଏ  ।  ଜନସଂଖ୍ୟାର ଏହି ବିଶେଷ ବୈଶିଷ୍ଟ୍ୟଗୁଡିକ ହେଲା  -

  1. ଜନସଂଖ୍ୟାର ଘନତ୍ଵ   ।
  2. ଜନ୍ମହାର  ।
  3. ମୃତ୍ୟୁହାର   ।
  4. ଜୀବସଂଖ୍ୟା ବିସ୍ତୁତି   ।
  5. ଆବଣ୍ଟନ  ।
  6. ବସୟ ଗଠନ   ।
  7. ଲିଙ୍ଗ ଅପୁତା  ।
  8. ସ୍ଥିତିସ୍ଥାପକତା   ।
  9. ଜନସଂଖ୍ୟା ହ୍ରାସ ବୃଦ୍ଧି   ।

10. ଧାରଣ କ୍ଷମତା   ।

11. ଜୈବିକ ସମ୍ଭାବ୍ୟତା ଓ ପରିବେଶ   ।

12. ପ୍ରାକୃତିକ ବିପତ୍ତି ଜନିତ ପ୍ରତିରୋଧ   ।

13. ଅଜୈବ କାରକ   ।

14. ଜୈବ କାରକ   ।

15. ଜୀବନ ଟେବୁଲ   ।

  1. ଜନସଂଖ୍ୟାର ଘନତ୍ଵ  : ଏକକ କ୍ଷେତ୍ରଫଳ ବା ଏକକ ଆୟତନ ବିଶିଷ୍ଟ ଅଞ୍ଚଳରେ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ବାସ କରୁଥିବା କୌଣସି ଜାତିର ସମସ୍ତ ଜୀବମାନଙ୍କର ସଂଖ୍ୟାକୁ ଉକ୍ତ ଅଞ୍ଚଳର ଜନସଂଖ୍ୟାର ଘନତ୍ଵ କୁହାଯାଇଥାଏ   ।  ଜନସଂଖ୍ୟାର ଘନତ୍ଵ ବିଭିନ୍ନ ଭାବରେ ପ୍ରକାଶ କରାଯାଏ   ।  ଯଥା :-

ଅଶୋଧିତ ଘନତ୍ଵ   :

ଏକ ବିରାଟ ଅଞ୍ଚଳରେ ଥିବା ଗୋଟିଏ ଜାତିର ଜୀବମାନଙ୍କର ସଂଖ୍ୟାକୁ ଅଶୋଧିତ ଘନତ୍ଵ କୁହାଯାଏ   ।  ଏହା ଆନୁମାନିକ ଭିତ୍ତିକରେ ହୋଇଥାଏ   ।

ନିର୍ଦ୍ଧିଷ୍ଟ ଘନତ୍ଵ   :

ଏକ ନିର୍ଦ୍ଧିଷ୍ଟ ସମ ପରିମାଣ ଅଞ୍ଚଳରେ ବାସ କରୁଥିବା ଜୀବମାନଙ୍କ ସଂଖ୍ୟା କିମ୍ବା ଓଜନର ସମଷ୍ଟିକୁ ନିର୍ଦ୍ଧିଷ୍ଟ ଘନତ୍ଵ କୁହାଯାଏ   ।  ଜନସଂଖ୍ୟାର ଘନତ୍ଵ ନିମ୍ନମତେ ଗାଣିତିକ ସୂତ୍ର ରେ ପ୍ରକାଶ କରାଯାଇଥାଏ   ।

XT

ଏଠାରେ D = Density = ଘନତ୍ଵ

N= Number of individuals (ଜୀବ ସଂଖ୍ୟା )

A = Area (କ୍ଷେତ୍ରଫଳ )

T = Time interval ( ସମୟ ବ୍ୟବଧାନ )

ଜନ ସମୂହର ଏହି ଘନତ୍ଵ ପରିବର୍ତ୍ତନଶୀଳ    ।  ଏହା ପାଣିପାଗ , ଖାଦ୍ୟ ଉପଲ୍ଲବ୍ଧ , ପରିପାର୍ଶ୍ଵିକ ଅବସ୍ଥା ଇତ୍ୟାଦି ଅନେକ କାରଣ ଉପରେ ନିର୍ଭର କରିଥାଏ   ।  କୌଣସି ପରିସଂସ୍ଥାରେ ପ୍ରତ୍ୟେକ ଜାତିର ଜୀବମାନଙ୍କ ସଂଖ୍ୟାର ଓ ସର୍ବନିମ୍ନ ସୀମା ରହିଛି   ।  ଯଥା : ଏକ ବର୍ଗ କିଲୋମିଟର କ୍ଷେତ୍ରଫଳ ଭିତରେ ୫୦,୦୦୦ ବୃକ୍ଷ ୫୦ ତୃଣଭୋଜି ଏବଂ ଗୋଟିଏ ମାଂସାଶୀ ପ୍ରାଣୀ ଥାଆନ୍ତି   ।  ଖାଦ୍ୟ ଶୃଙ୍ଖଳର ପ୍ରତ୍ୟେକ ସ୍ତରରେ ଜୀବ ସଂଖ୍ୟା କମି କମି ଯାଏ   ।

(2) ଜନ୍ମହାର :

ଏକ ନିର୍ଦ୍ଧିଷ୍ଟ ସମୟରେ କୌଣସି ଜୀବସଂଖ୍ୟାରେ ନୂଆ ଜନ୍ମ ନେଉଥିବା ଜୀବମାନଙ୍କର ସଂଖ୍ୟା କୁ “ ଜନ୍ମହାର “ କୁହାଯାଇଥାଏ   ।  ବିଭାଜନ , ଅଙ୍କୁରେଦଗମ , ଅଣ୍ଡା ଫୁଟିବା କିମ୍ବା ପିଲା ଜନ୍ମ ହେବା ଦ୍ଵାରା ଜନ୍ମହାର ବୃଦ୍ଧି ପାଏ   ।  ଜନ୍ମହାର ବୃଦ୍ଧି ହେଲେ ଜୀବସଂଖ୍ୟାର ଘନତ୍ଵ ବୃଦ୍ଧି ହୁଏ  ।  ଜନ୍ମହାରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି , ଯଥା –

(କ) ସାମର୍ଥ୍ୟ ଜନ୍ମହାର  :

ପରିବେଶର ଅନୁକୂଳ ପରିସ୍ଥିତିରେ କୌଣସି ଜୀବସମୂହର ସର୍ବୋଚ୍ଚ ଜନସଂଖ୍ୟା ବୃଦ୍ଧିର ହାର  “ ସାମର୍ଥ୍ୟ ଜନ୍ମହାର  “ କୁହାଯାଏ   ।  ଉଦାହରଣ ସ୍ୱରୂପ – ଅନୁକୂଳ ପରିବେଶରେ ପାରମେସିଅମ ଦିନକୁ ତିନିଥର ବିଭାଜିତ ହୁଏ ଏବଂ ଗୋଟେ ମାସରେ 280 ଲକ୍ଷ ଛୁଆ ପାରାମେସିଅ ଉତ୍ପାଦନ କଲେ  ।

(ଖ) ପ୍ରକୃତ ଜନ୍ମହାର  :

କୌଣସି ଜୀବସମୂହ ଏକ ନିର୍ଦ୍ଧିଷ୍ଟ ସମୟରେ ପ୍ରକୃତ ଜନସଂଖ୍ୟା ବୃଦ୍ଧିକୁ “ ପ୍ରକୃତ ଜନ୍ମହାର “ ଆଖ୍ୟା ଦିଆଯାଇଥାଏ   ।  ଉପରୋକ୍ତ ଉଦାହରଣରେ ଦର୍ଶାଯାଇଥିବା 280 ଲକ୍ଷରୁ ବହୁ କମ ସଂଖ୍ୟକ ପାରମେସିଅମ ପ୍ରକୃତରେ ପାରାମେସିଅମ ସଂଖ୍ୟା ବୃଦ୍ଧି କରନ୍ତି   ।

ଜନ୍ମହାରକୁ ନିମ୍ନମତେ ପ୍ରକାଶ କରାଯାଏ   ।

ଜନ୍ମହାର =

(3) ମୃତ୍ୟୁହାର  :

କୌଣସି ଏକ ଜୀବସମୂହର ଏକ ନିର୍ଦ୍ଧିଷ୍ଟ ସମୟରେ ମୃତ୍ୟୁ ସଂଖ୍ୟାକୁ “ ମୃତ୍ୟୁହାର”  କୁହାଯାଏ  ।

(ଖ)  ପ୍ରକୃତ ମୃତ୍ୟୁହାର  :

କୌଣସି ପରିବେଶରେ କେବଳ ବୃଦ୍ଧାବସ୍ଥା ପରେ ହିଁ ମୃତ୍ୟୁ ଘଟିନଥାଏ  । ବିଭିନ୍ନ କାରଣରୁ ଜୀବସଂଖ୍ୟାସ୍ଥିତ ଜୀବମାନଙ୍କର ମୃତ୍ୟୁ ହୋଇଥାଏ   ; ଯଥା – ରୋଗ , ପୃଷ୍ଟିହୀନତା , ପ୍ରତିଦ୍ଵନ୍ଦିତା ଆଦି    ମୃତ୍ୟୁ ସଂଖ୍ୟା ଅଧିକ ହୋଇଥାଏ ଅଣ୍ଡା ,  ଲାରଭା ଏବଂ ଶୈଶବ ଆବସ୍ଥାରେ  ।  ଏହାକୁ ପ୍ରକୃତ ମୃତ୍ୟୁହାର କୁହାଯାଇଥାଏ   ।  ପ୍ରକୃତ ମୃତ୍ୟୁ ହାର ସାମର୍ଥ୍ୟ ମୃତ୍ୟୁହାର ତୁଳନାରେ ଅଧିକ ହୋଇଥାଏ   ।  ମୃତ୍ୟୁରକୁ ନିମ୍ନମତେ ପ୍ରକାଶ କରାଯାଏ   -

ମୃତ୍ୟୁହାର  =

ମନୁଷ୍ୟମାନଙ୍କ କ୍ଷେତ୍ରରେ ଏହି ମୃତ୍ୟୁହାର ହେଉଛି , ବର୍ଷକ ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳର ମୋଟ ମୃତବ୍ୟକ୍ତିଙ୍କ ସଂଖ୍ୟା ଓ ସେହି ଅଞ୍ଚଳର ମୋଟ ଜନସଂଖ୍ୟାର ଅନୁପାତ  ,  ଏହି ଅନୁପାତକୁ ୧୦୦ରେ ଗଣିଲେ ୧୦୦୦ ଜନ ସଂଖ୍ୟାର ମୃତ୍ୟୁହାର ବୁଝାଏ   ।

ମୃତ୍ୟୁହାର (Dat Rate or DR =

ଏଠାରେ DR = ମୃତ୍ୟୁହାର (Death rate )

D =ମୃତ୍ୟୁ ବ୍ୟକ୍ତିଙ୍କ ସଂଖ୍ୟା

P = ଜନ ସଂଖ୍ୟା  ।

ଗୁରୁତ୍ଵ ସୂଚ୍ୟାଙ୍କ  : ଏକ ନିର୍ଦ୍ଧିଷ୍ଟ ସମୟରେ କୌଣସି ଜୀବସଂଖ୍ୟାର ଜନ୍ମହାର ଏବଂ ମୃତ୍ୟୁହାରର ଶତକଡା ଅନୁପାତକୁ ଗୁରୁତ୍ଵ ସୂଚ୍ୟଙ୍କ କୁହାଯାଏ   ।

ଗୁରୁତ୍ଵପୂର୍ଣ୍ଣ ସୂଚ୍ୟଙ୍କ =

ଜନସଂଖ୍ୟା ହାର ମୃତ୍ୟୁସଂଖ୍ୟା ହାରଠାରୁ ଅଧିକ ହେଲେ ଜଣସଂଖ୍ୟା ବୃଦ୍ଧି ହୁଏ  ।  ବିପରୀତ ଅବସ୍ଥାରେ ଜନସଂଖ୍ୟା କମିଯାଏ   ।  ଯେଉଁ ସ୍ଥାନରେ ଅନ୍ୟସ୍ଥାନକୁ ଚାଲିଯିବା ବା ଅନ୍ୟସ୍ଥାନକୁ ଆସି ସେହି ସ୍ଥାନରେ ମିଶିଯିବା ପ୍ରକ୍ରିୟାକୁ ସେହି ଜାତିର “ ବିସ୍ତୁତି “ କୁହାଯାଏ   ।  ଏହି ଜୀବସଂଖ୍ୟା ବିସ୍ତୁତି ତିନିଟି ଉପାୟରେ ହୋଇଥାଏ ; ଯଥା

  1. I.            ସ୍ଥାନାନ୍ତର ଗମନ
  2. II.            ବହିର୍ଗମନ
  3. III.            ଅନର୍ଗମନ

ସ୍ଥାନାନ୍ତର ଗମନ  :

ବର୍ଷର ନିର୍ଦ୍ଧିଷ୍ଟ ସମୟରେ କେତେକ ପକ୍ଷୀ , ମାଛ,  ପଙ୍ଗପାଳ ଖାଦ୍ୟ,  ପ୍ରଜନନ ଏବଂ ନିରାପଦ ସ୍ଥାନ ଅନ୍ଵେଷଣରେ ନିଜର ବାସସ୍ଥଳ ଛାଡି ଅନ୍ୟସ୍ଥାନକୁ ଯାଇଥାନ୍ତି ଏବଂ ନିର୍ଦ୍ଧିଷ୍ଟ ଅତିବାହିତ ହୋଇଯିବା ପରେ ପୁଣି ସେମାନେ ନିଜ ଜାଗାକୁ  ଫେରିଆସନ୍ତି  ।  ଏହି ପ୍ରକ୍ରିୟାକୁ ସ୍ଥାନାନ୍ତର ଗମନ କୁହାଯାଏ   ।  ଏହା ଜୀବମାନଙ୍କର ଦ୍ଵିମୁଖୀ ଚଳନ ପ୍ରକ୍ରିୟା ଅଟେ ଯାହାକି ପରିବେଶର ପ୍ରତିକୂଳ ପରିସ୍ଥିତିରେ ସଂଘଟିତ ହୋଇଥାଏ   ।

(ଖ) ବହିର୍ଗମନ  :

ଏକକ ସମୟରେ କୌଣସି ନିର୍ଦ୍ଧିଷ୍ଟ ଅଞ୍ଚଳରୁ ବହିର୍ଗତ ହେଉଥିବା ଜବୀସଂଖ୍ୟାକୁ ବହିର୍ଗମନ କୁହାଯାଏ   ।  ଏହା ଜୀବମାନଙ୍କର ଏକମୁଖ୍ୟ ଚଳନ  ପ୍ରକ୍ରିୟା ଅଟେ  । ଯେତେବେଳେ କୌଣସି ଅଞ୍ଚଳରେ ଜୀବସଂଖ୍ୟା ଅତି ଅଧିକ ହୁଏ ଏବଂ ଖାଦ୍ୟାଭାବ ଦେଖାଦିଏ   ,  ସେତେବେଳେ କିଛି ଜୀବ ଅନ୍ୟତ୍ର ଗମନ କରନ୍ତି ଓ ଏକ ନୂତନ ଅଞ୍ଚଳରେ ବାସ କରନ୍ତି  ।  ଏହାଦ୍ଵାରା ନୂତନ ଆବାସସ୍ଥଳୀ ଗଢି ଉଠେ ଓ ପୁରାତନ ବାସସ୍ଥଳୀ ଅତ୍ୟଧିକ ବ୍ୟବହାରରୁ ରକ୍ଷା ପାଏ   ।  ପ୍ରାକୃତିକ ବିପତ୍ତି , ଖାଦ୍ୟ ଏବଂ ବାସସ୍ଥଳୀ ଅଭାବ ଯୋଗୁଁ ଏପ୍ରକାର ଗମନ ହୋଇଥାଏ   ।  ଉଦ୍ଭିଦମାନଙ୍କ କ୍ଷେତ୍ରରେ ଏହା ହୋଇପାରେ ନାହିଁ , ଯେହେତୁ ସେମାନେ ସ୍ଥିର   ।

(ଖ) ବହିର୍ଗମନ :

ଏକକ ସମୟର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳକୁ ପ୍ରବେଶ କରୁଥିବା ଜୀବସଂଖ୍ୟାକୁ ଅନ୍ତର୍ଗମନ କୁହାଯାଏ   ।  ଏହାଦ୍ଵାରା ଗୋଟିଏ ସ୍ଥାନରେ ଜୀବସଂଖ୍ୟା ହ୍ରାସ ହେଉଥିବା ବେଳେ ଅନ୍ୟଟିର ବୃଦ୍ଧି ଘଟେ  ।  ବେସୀ ସଂଖ୍ୟାରେ ଆଗମନ କୌଣସି ବାସସ୍ଥାନର ସ୍ଥିର ଜୀବସଂଖ୍ୟାର ଭାରସାମ୍ୟକୁ ବ୍ୟାହତ କରେ   ।  ଉନ୍ନତମାନର ଖାଦ୍ୟ ଏବଂ ବାସସ୍ଥଳୀ ପାଇବା ପାଇଁ ଏପ୍ରକାର ଗମନ ସଂଘଟିତ ହୋଇଥାଏ  ।  ଉଦ୍ଭିଦମାନଙ୍କ କ୍ଷେତ୍ରରେ ମଞ୍ଜିର ବିସ୍ତୁତି ଯୋଗୁଁ ଏହା ସମ୍ଭବତଃ ହୋଇଥାଏ   ।

(5)  ଆବଣ୍ଟନ  :

କୌଣସି ଜାତିର ଅଧିବାସୀମାନେ ବାସସ୍ଥଳରେ ତିନି ପ୍ରକାରରେ ବିଛେଇ ହୋଇରହିଥାନ୍ତି ; ଯଥା –

(କ) ସମଆବଣ୍ଟନ  :

ଅଧିବାସୀମାନେ କୌଣସି ଏକ ଅଞ୍ଚଳରେ ସମାନ ଭାବରେ ବାଣ୍ଟି ହୋଇରହିଥିଲେ ତାହାକୁ ସମ ଆବଣ୍ଟନ କୁହାଯାଏ    ।

(ଖ) ବିକ୍ଷିପ୍ତ ଆବଣ୍ଟନ  : ଅନେକ ସମୟରେ ଅଧିବାସୀମାନେ ବିକ୍ଷିପ୍ତ ଭାବରେ ବିଛେଇ ହୋଇ  ରହିଥାନ୍ତି   । ଏହାକୁ ବିକ୍ଷିପ୍ତ ଆବଣ୍ଟନ କୁହାଯାଏ    ।

(ଗ) ଅନ୍ତର୍ଗମନ   : କୌଣସି କୌଣସି ସ୍ଥାନରେ ଅଧିବାସୀମାନେ ଦଳବଦ୍ଧ ଭାବରେ ବାସ କରିଥିଲେ ତାହାକୁ ପୁଞ୍ଜିଭୂତ ଆବଣ୍ଟନ କୁହାଯାଏ   ।

(6) ବୟସ ଗଠନ  :

ଏହା ଜନସଂଖ୍ୟାରେ ଥିବା ବିଭିନ୍ନ ବୟସର ଜନବହୁଳତାକୁ ବୁଝାଇଥାଏ   । ପ୍ରତ୍ୟେକ ପ୍ରାଣୀଙ୍କର ଅନେକ ଶିଶୁ, ଯୁବକ ଏବଂ ବୟସ୍କ ପ୍ରାଣୀ ରହିଥାନ୍ତି   ।  ଏମାନଙ୍କର ସଂଖ୍ୟା ବା ବାହୁଲତା ହିଁ ଜନସଂଖ୍ୟାର ବିଭିନ୍ନ ବୟସର ଅବସ୍ଥିତିକୁ ବୁଝାଇଥାଏ   ।  ଏହି ବୟସ ପ୍ରତ୍ୟେକ ଜନସଂଖ୍ୟାର ଏକ ଗୁରୁତ୍ଵପୂର୍ଣ୍ଣ ଚରିତ୍ର   ।  ଜୀବସଂଖ୍ୟାର ବୟସ ଗଠନ ସାଧାରଣତଃ ତାହାର ଜନ୍ମହାର ଏବଂ ମୃତ୍ୟୁହାର ଦ୍ଵାରା ହିଁ ପରିଚାଳିତ ହୋଇଥାଏ   ।  ମନୁଷ୍ୟ କ୍ଷେତ୍ରରେ ବଂଶବୃଦ୍ଧି କ୍ଷମତାକୁ ବିଚାରକୁ ନେଇ ତାର ସମଗ୍ର ଜୀବନ ସୀମାକୁ ଏହି ବୟସ ଗଠନ କ୍ରମରେ ତିନି ଭାବରେ ବିଭକ୍ତ କରାଯାଇଛି ; ଯଥା –

(କ) ପ୍ରାକ ପ୍ରଜନନ କ୍ଷମ ବୟସ  ।

 

(ଖ) ପ୍ରଜନନ କ୍ଷମ ବୟସ

(ଗ)  ପ୍ରଜନନ କ୍ଷମତା ରହିତ ବୟସ  ।

(କ) ପ୍ରାକ ପ୍ରଜନନ କ୍ଷମ ବୟସ  :

ଏହା  ପ୍ରଜନନ ପୂର୍ବ  ଅବସ୍ଥା  । ଶିଶୁ ଏବଂ ପରିପକ୍ଵ ବ୍ୟକ୍ତି ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ   ।  ଏମାନଙ୍କର ବଂଶବୃଦ୍ଧି କରିବାର କ୍ଷମତା ହାସଲ କରିନଥାଏ   ।

(ଖ) ପ୍ରଜନନ କ୍ଷମ ବୟସ  :

ଏହା ପ୍ରଜନନ କ୍ଷମ ଅବସ୍ଥା  ।  ଯୌନ ପରିପକ୍ଵ ବ୍ୟକ୍ତିମାନେ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ  ।  ଏମାନେ ବଂଶବୃଦ୍ଧି କରିବାର ସକ୍ଷମ ହୋଇଥାନ୍ତି   ।

(ଗ) ପ୍ରଜନନ କ୍ଷମତା ରହିତ ବୟସ  :

ଏହା ପ୍ରଜନନ ପର ଅବସ୍ଥାକୁ ବୁଝାଇଥାଏ   ।  ଏହି ଶ୍ରେଣୀବ୍ୟକ୍ତିମାନଙ୍କର ବଂଶବୃଦ୍ଧି କରିବାର ସମୟ ଅତିକ୍ରାନ୍ତ ହୋଇଯାଇଥାଏ   ।  ଏଥିରେ ମୁଖ୍ୟତଃ ବୃଦ୍ଧ , ବୟସ୍କ ବା ଜନ୍ମ କରିବା କ୍ଷମତା ହରାଇଥିବା ପ୍ରାଣୀମାନେ ରହିଥାନ୍ତି   ।  ଗୋଟିଏ ବର୍ଦ୍ଧନଶୀଳ ଜନସମୂହରେ ପ୍ରଜନନକ୍ଷମ ବ୍ୟକ୍ତି ଅଧିକ ସଂଖ୍ୟାରେ ଦେଖାଯାନ୍ତି   ।  ଏହି ପରିସ୍ଥିତିରେ ଜନ୍ମହାର ଅଧିକ ହୁଏ   ।  ପ୍ରଜନନ ଅକ୍ଷମ ବ୍ୟକ୍ତି ସଂଖ୍ୟା ଅଧିକ ହେଲେ ଜନସଂଖ୍ୟା କମିଯାଏ  ।

ବୟସ ପିରାମିଡ  : ଗୋଟିଏ ଜନସମୂହର ବୟସ ଉପରୋକ୍ତ ତିନିଟି ଅବସ୍ଥାକୁ ନେଇ ରେଖାଚିତ୍ର ଅଙ୍କନ କାଲେ ତାହାକୁ   “ ବୟସ “ ପିରାମିଡ କୁହାଯାଏ  ।  ଏହି ପିରାମିଡ ତିନି ପ୍ରକାରର ଯଥା,  :-

(କ) ବୃଦ୍ଧିଶୀଳ ବୟସ ପିରାମିଡ

(ଖ) ସ୍ଥିର ବୟସ ପିରାମିଡ

(ଗ) କ୍ଷୟଶୀଳ ବୟସ ପିରାମିଡ

(କ) ବୃଦ୍ଧିଶୀଳ ବୟସ ପିରାମିଡ :

ଏହି ପିରାମିଡର ନିମ୍ନଭାଗ ଚଉଡା ବା ପ୍ରଶସ୍ତ ଥାଏ   ।  ଏହି ପ୍ରଶସ୍ତ ତଳ ପ୍ରଜନନ କ୍ଷମତା ପାଇନଥିବା ବୟସର ପ୍ରାଣୀମାନଙ୍କୁ ବୁଝାଏ   ।  ପିରାମିଡର ମଧ୍ୟଭାଗ ପ୍ରଜନନକ୍ଷମ ବୟସର ପ୍ରାଣୀମାନଙ୍କର ପ୍ରତିରୂପ  ।  ଏହାର ଉପରଭାଗ ପ୍ରଜନନ କ୍ଷମତା ହରାଇଥିବା  ବୟସ ପ୍ରାଣୀମାନଙ୍କୁ ଦର୍ଶାଏ     ।  ଏହି ପ୍ରକାର ପିରାମିଡରେ ଯୁବକମାନଙ୍କ ସଂଖ୍ୟା ଅଧିକ ଥାଏ   ।  ଏହା ସୂଚନା ଦିଏ ଯେ ଜନସମୂହ ବର୍ଦ୍ଧନଶୀଳ ଅବସ୍ଥାରେ ଅଛି   ।

(ଖ) ସ୍ଥିର ବୟସ ପିରାମିଡ   :

ଏହି ପ୍ରକାର ପିରାମିଡରେ ପ୍ରଜନନ କ୍ଷମତା ପାଇନଥିବା ଏବଂ ପ୍ରଜନନ କ୍ଷମତା ବୟସର ପ୍ରାଣୀମାନଙ୍କର  ବୟସର ପ୍ରାଣୀମାନଙ୍କୁ ବୁଝାଏ   ।  ପିରାମିଡର ମଧ୍ୟଭାଗରେ ପ୍ରଜନନକ୍ଷମ ବୟସର ପ୍ରାଣୀମାନଙ୍କର ପ୍ରତିରୂପ  ।  ଏହାର ଉପରଭାଗ ପ୍ରଜନନ କ୍ଷମତା ହରାଇଥିବା ବୟସ ପ୍ରାଣୀମାନଙ୍କୁ ଦର୍ଶାଏ   ।  ଏହି ପ୍ରକର ପିରାମିଡରେ ଯୁବକମାନଙ୍କ ସଂଖ୍ୟା ଅଧିକ ଥାଏ  ।  ଏହି ସୂଚନା ଦିଏ ଯେ ଜନସମୂହ ବର୍ଦ୍ଧନଶୀଳ ଅବସ୍ଥାରେ ଅଛି   ।

(ଗ) ସ୍ଥିର ବୟସ ପିରାମିଡ   :

ଏହି ପ୍ରକର ପିରାମିଡରେ ପ୍ରଜନନ କ୍ଷମତା ପାଇନଥିବା ଏବଂ ପ୍ରଜନନ କ୍ଷମତା ବୟସର ପ୍ରାଣୀମାନଙ୍କର ଆକାର ପ୍ରାୟ ସାମାନ ଥାଏ  ; କିନ୍ତୁ ପ୍ରଜନନ କ୍ଷମତା ହରାଇଥିବା ବୟସର ପ୍ରାଣୀମାନେ ଅତିକମ ରହିଥାନ୍ତି  ।  ତେଣୁ ଏହି ଗ୍ରାଫର ଆକାର ଘଣ୍ଟିପରି ଦେଖାଯାଉଥିବାରୁ ଏହାକୁ “ ଘଣ୍ଟିଆ ପିରାମିଡ  “ ମଧ୍ୟ  କୁହାଯାଏ   ।  ଏହିପିରାମିଡ ଜନସଂଖ୍ୟା ସ୍ଥିରତାର ସୂଚନା ଦିଏ  ।

(ଘ) କ୍ଷୟଶୀଳ ବୟସ ପିରାମିଡ  :

ଏହି ପିରାମିଡରେ ପ୍ରଜନନ କ୍ଷମ ବା ଯୁବକ ସଂଖ୍ୟା ବହୁତ ଥାଏ   ।  ଏହି ପିରାମିଡ ଅନ୍ତର୍ଗତ  ଜନସଂଖ୍ୟାରେ ଜନ୍ମହାର ଅତ୍ୟଧିକ ମାତ୍ରାରେ କମିଯାଇଥାଏ    ।  ଯାହା ଫଳରେ ପ୍ରଜନନ ଅକ୍ଷମ ଶ୍ରେଣୀର ଜନସଂଖ୍ୟା ଅନ୍ୟ ଦୁଇ ଶ୍ରେଣୀ ଅପେକ୍ଷା ହ୍ରାସ ପାଇଥାଏ ଏବଂ ଜନସଂଖ୍ୟାଟି ମୃତ ବସ୍ଥାରେ ପହଞ୍ଚିଥାଏ   ।  ସୁତରାଂ ପିରାମିଡର ନିମ୍ନଭାଗ ସଂକୀର୍ଣ୍ଣ ହୁଏ ଏବଂ କଳସ ଆଦି ଆକୃତି ଧାରଣ କରେ   ।  ଏପ୍ରକାର ପିରାମିଡ ସୂଚନା ଦିଏ ଯେ ଜନସଂଖ୍ୟାର ହ୍ରାସ ଘଟିଛି   ।  ତେଣୁ ଏହାକୁ କ୍ଷୟଶୀଳ ପିରାମିଡ କହନ୍ତି  ।

(7) ଳିଙ୍ଗ ଅନୁପାତ  :

ନାରୀ ଓ ପୁରୁଷର ଅନୁପାତକୁ ଳିଙ୍ଗଗତ ଅନୁପାତ ବୋଲି କୁହାଯାଏ   ସର୍ବୋକ୍ରୂଷ୍ଟ ଅନୁପାତ ହେଉଛି  ୧:୧   ।  ଯେତେବେଳେ ନାରୀମାନଙ୍କର ସଂଖ୍ୟା କମି ଯାଏ କିମ୍ବା ବଢିଯାଏ   ,  ସେତେବେଳେ ଅସମାନତା ସୃଷ୍ଟି ଯାହାକି ସାମାଜିକ ସ୍ଥିତିକୁ ବିଶୃଙ୍ଖଳିତ କରିଥାଏ   ।

(8) ସ୍ଥିତିସ୍ଥାପକତା   :

ଜନସଂଖ୍ୟାର ପ୍ରବୃତ୍ତି ହେଉଛି ପରିବେଶର ଜୈବ ଓ ଅଜୈବ କାରକର ପରିବର୍ତ୍ତନକୁ ପ୍ରତିରୋଧ କରିବା   ।  ସ୍ଥିତିସ୍ଥାପକତା ମୁଖ୍ୟତଃ ପରିବର୍ତ୍ତିତ ପରିବେଶରେ ପ୍ରାଣୀ ନିଜକୁ ଖାପଖୁଆଇ ଚାଲିବା ଯୋଗୁଁ ସମ୍ଭବ ହୋଇଥାଏ   ।  ତଥାପି , ଅତ୍ୟାଧିକ  ମାତ୍ରାରେ ପରିବର୍ତ୍ତନ ଜନସଂଖ୍ୟା ଉପରେ ପ୍ରତିକୁଳ ପ୍ରଭାବ ପକାଇଥାଏ   ।

(9) ଜନସଂଖ୍ୟା ହ୍ରାସ ବୃଦ୍ଧି   :

ସମୟ ଚକ୍ର ଅନୁସାରେ ଜନସଂଖ୍ୟାର ପରିବର୍ତ୍ତନ ତିନି ପ୍ରକାରର ହୋଇଥାଏ   ।

ଯଥା  :  କ ସ୍ଥିରତା

ଖ ଚକ୍ରାକାର

ଗ ଆକସ୍ମିକ ପ୍ରବେଶ

କ ସ୍ଥିରତା : ପ୍ରଜନନ କ୍ଷମ ଏବଂ ପ୍ରତିକୁଳ ଋତୁରେ ଅଳ୍ପ କେତେକ ପରିବର୍ତ୍ତନକୁ ଛାଡିଦେଲେ   ,  ଅବଶିଷ୍ଟ ସମୟରେ ଜନସଂଖ୍ୟା ଅପରିବର୍ତ୍ତିତ ରହିଥାଏ   ।

ଖ ଚକ୍ରାକାର   :

ବର୍ଷସାରା ଜନସଂଖ୍ୟାରେ ନିୟମିତ ଉତଠାନ ଏବଂ ପତନ ଦେଖାଦେଇଥାଏ   ।  ଏହା ଏକ ଅତି ସାଧାରଣ ପ୍ରକାରର ଜନସଂଖ୍ୟା ପରିବର୍ତ୍ତନ ଯାହାକି ଏକ ବାସସ୍ଥଳୀରେ ରହୁଥିବା ସ୍ଥିର ଜନସଂଖ୍ୟାରେ ସେହି ପ୍ରାଣୀମାନଙ୍କର ଧାରଣ କ୍ଷମତାକୁ ପ୍ରସାରିତ କରିବାରେ ଦେଖାଯାଇଥାଏ   ।

ଗ ଆକସ୍ମିକ ପ୍ରବେଶ  :

କୌଣସି ସ୍ପଷ୍ଟ କାରଣ ବିନା , ଜନସଂଖ୍ୟାର ସାନ୍ଦ୍ରତା ବୃଦ୍ଧି ପାଇବା ବିନା ବଧୟାରେ ଚାଲୁ ରହିଥାଏ   ।  ଏହାର ସମ୍ଭବତଃ ଜନସଂଖ୍ୟା ବୃଦ୍ଧିର ପ୍ରବର୍ତ୍ତକ ଶକ୍ତି ବା ବେଗ ଯୋଗୁଁ ହିଁ ହୋଇଥାଏ   ।  ଶିଖରରେ ପହଞ୍ଚିବା ପରେ ସମ୍ପଦର ଅତ୍ୟଧିକ ଅପଚୟ ଯୋଗୁଁ ଜନସଂଖ୍ୟା ତାର ଭାର ବହନ କରିବାକୁ ଅକ୍ଷମ ହୋଇପଡେ   ।  ଯାହାଫଳରେ ତାକୁ ଅଧାପତନର ଦୁର୍ଦଶା ଭୋଗ କରିବାକୁ ପଡିଥାଏ  ।  ଛୋଟ ଖାଦ୍ୟ ଶୃଙ୍ଖଳା ଯୋଗୁଁ ବଳପୂର୍ବକ ଜନସଂଖ୍ୟାର ହ୍ରାସ ବୃଦ୍ଧି ହେଉଥିବାର ବିଶ୍ଵାସ କରାଯାଇଥାଏ    ।  ଏହାଛଡା ,  ଅତ୍ୟାଧିକ ପ୍ରାକୃତିକ ସୀମାବଦ୍ଧ କାରକ କିମ୍ବା ମଣିଷର ଅଧିକ ହସ୍ତକ୍ଷେପ ମଧ୍ୟ କାରଣ ହୋଇଥାଇପାରେ  (ଓଡମ 1997)

ଉଦାହରଣ  :

ଛୋଟ ମୂଷାମାନଙ୍କ କ୍ଷେତ୍ରରେ ପ୍ରାୟ ଚାରିବର୍ଷରେ ଥରେ ଏପରି ହୋଇଥିବାର ଦେଖାଯାଇଛି   । ନରୱେ ଏବଂ ସ୍ଵିଡେନର ଉତ୍ତର ଭୂଖଣ୍ଡରେ ଚତୁର୍ଥ ବର୍ଷର ଗ୍ରୀଷ୍ମକାଳରେ ଏହି ମୂଷାମାନେ ପ୍ରାୟ ଚାରିଆଡେ ଦେଖାଯାନ୍ତି   ଏବଂ  ସେଠାରେ ଉପଲ୍ଲବ୍ଧ ସମସ୍ତ ଖାଦ୍ୟ ଖାଇଯାଆନ୍ତି   ।  ଯାହାଫଳରେ ସେଠାରେ ଖୁବ ଶୀଘ୍ର ଖାଦ୍ୟାଭାବ ଦେଖାଦିଏ   ।  ଏହି କ୍ଷୁଧାର୍ତ୍ତ  ମୂଷାମାନେ ସମୁଦ୍ରକୂଳ ଆଡକୁ ଗାମାନ କରନ୍ତି ଏବଂ ତାଭିତରେ ପ୍ରବେଶ କରି ଅତିକ୍ଳାନ୍ତ ହୋଇପଡନ୍ତି ଏବଂ ମରିବା ପର୍ଯ୍ୟନ୍ତ ରହିଯାନ୍ତି   ।

୧୦. ଧାରଣା କ୍ଷମତା  :

ଯେତେବେଳେ କୌଣସି ଜନସମୂହ ସଂଖ୍ୟା ବୃଦ୍ଧିର ଚରମ ସୀମା ସ୍ପର୍ଶ କରେ   ,  ସେତେବେଳେ ଆଉ ଜନସଂଖ୍ୟା ବୃଦ୍ଧି ହୁଏ ନାହିଁ   ।  ତେଣୁ ଯେକୌଣସି ପରିସଂସ୍ଥାର ଏକ ନିର୍ଦ୍ଧିଷ୍ଟ ଆୟତନ ଓ ଉତ୍ପାଦନ କ୍ଷମତାର ସୀମା ଅଛି  ।  ଏହି କାରଣ ହେତୁ କୌଣସି ଅଞ୍ଚଳ ନିର୍ଦ୍ଧିଷ୍ଟ ସଂଖ୍ୟକ ଜୀବମାନଙ୍କୁ ଧାରଣ କରିଥାଏ   ।  ସୁତରାଂ ଏକ ନିର୍ଦ୍ଧିଷ୍ଟ ସମୟରେ ଏକ ବାସସ୍ଥାନ ସର୍ବାଧିକ ଯେତେ ସଂଖ୍ୟକ ଜୀବସମୂହକୁ ଆଶ୍ରୟ ଦେଇପାରେ   ,  ତାହାକୁ ଜୀବସଂଖ୍ୟାର  “ ଧାରଣ କ୍ଷମତା ବା ‘ ବହନକାରୀ ସାମର୍ଥ୍ୟ “ ବୋଲି କୁହାଯାଇଥାଏ   ।  ଧାରଣ କ୍ଷମତା ଅତିକ୍ରମ କରିଗଲେ , ସମ୍ପଦର ଅଭାବ ଦେଖାଯାଏ ଏବଂ ପ୍ରାଣୀମାନେ ବାସହିଁ ହେବା ସଙ୍ଗେ ସଙ୍ଗେ ଖାଦ୍ୟାଭାବ ଜନିତ ଯନ୍ତ୍ରଣାର ସମ୍ମୁଖୀନ ହୋଇ ମୃତ୍ୟୁ ମୁଖରେ ପଡନ୍ତି ଯାହା ଫଳରେ ଜୀବସଂଖ୍ୟା ହ୍ରାସ ପାଏ   ।

୧୧. ଜୈବିକ ସମ୍ଭାବ୍ୟତା ଓ ପରିବେଶ ଜନିତ ପ୍ରତିରୋଧ   : ୧୯୨୮ ମସିହାରେ ବୈଜ୍ଞାନିକ ଚାପମେନ ଜୀବମାନଙ୍କର ଅଧିକ ପ୍ରଜନନ ଶକ୍ତି ଜୈବିକ ସମ୍ଭାବ୍ୟତା ଏହା ନିମ୍ନୋକ୍ତ ସୂତ୍ରଦ୍ଵାରା ନିର୍ଣ୍ଣୟ କରାଯାଇଥାଏ   ।

ଜୈବିକ ସମ୍ଭାବ୍ୟତା = ସର୍ବାଧିକ ଜନ୍ମହାର  - ସର୍ବାଧିକ ମୃତ୍ୟୁହାର   ।

r = b-d

“r” ହେଉଛି ଜୈବିକ ସମ୍ଭାବ୍ୟତା

“b” ହେଉଛି ସର୍ବାଧିକ ଜନ୍ମହାର

“d “ ହେଉଛି ସର୍ବାଧିକ ମୃତ୍ୟୁହାର

ସର୍ବୋଚ୍ଚ ଜୈବିକ ସମ୍ଭାବ୍ୟତାକୁ r-max କୁହାଯାଇଥାଏ   ।

ପରିବେଶ ଜନିତ ପ୍ରତିରୋଧକ  :

ପରିବେଶ ଜନିତ ପ୍ରତିରୋଧ ଦ୍ଵାରା ସର୍ବାଧିକ ଜୈବିକ ସମ୍ଭାବ୍ୟତାରେ ବାଧା ସୃଷ୍ଟି ହୋଇଥାଏ   ।  ଖାଦ୍ୟ ଆହରଣ ,  ଆଲୋକ ସଂଶ୍ଳେଷଣ , ସ୍ଥାନ ସଂଗ୍ରହ , ଜଳ ଶୋଷଣ ଆଦି ବିଭିନ୍ନ କ୍ଷେତ୍ରରେ ଜୀବମାନଙ୍କ ମଧ୍ୟରେ ସର୍ବଦା ସଂଘର୍ଷ ଲାଗି ରହିଥାଏ   ।  ତେଣୁ ଜୀବସଂଖ୍ୟାର ଜୈବିକ ସମ୍ଭାବ୍ୟତା ଉପରେ ପରିବେଶ ଜନିତ ପ୍ରତିରୋଧ ସର୍ବାଧିକ ଜନ୍ମହାର ଓ ମୃତୀହାର ପାର୍ଥକ୍ୟ ଦେଖାଯାଇଥାଏ   । ପରିବେଶୀୟ ପ୍ରତିବନ୍ଧକ ଯଥା ସ୍ଥାନାଭାବ  , ଖାଦ୍ୟାଭାବ ଆଦି ଜୀବସଂଖ୍ୟାର ଅଭିବୃଦ୍ଧିରେ ଅନ୍ତରାୟ ହୋଇଥାନ୍ତି   ।  ଏହାଛଡା ପ୍ରତିକୂଳ ଜଳବାୟୁ , ରୋଗ ଏବଂ ଜୀବମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଆଦି ମଧ୍ୟ ଜୀବର ଅଭିବୃଦ୍ଧି ହାରକୁ ନିୟନ୍ତ୍ରଣ କରିଥାନ୍ତି  ।  ଉପରୋକ୍ତ ସମସ୍ତ ପ୍ରତିକୂଳ କାରକଗୁଡିକୁ ପରିବେଷିୟ ପ୍ରତିବନ୍ଧକ ବା ପରିବେଶ ଜନିତ ପ୍ରତିରୋଧ ବୋଲି ଆଖ୍ୟା ଦିଆଯାଇଛି   ।

୧୨. ପ୍ରାକୃତିକ ବିପତ୍ତି  :

ପ୍ରାକୃତିକ ବିପତ୍ତି ହେଉଛି ପରିବେଶରେ ଏକ ବିରାଟ ଧରଣର ପ୍ରବର୍ତ୍ତନ ଯାହାର ଅତିଶୟ ଅନିଷ୍ଟକାର ପ୍ରଭାବ ଜୀବ ସଂଖ୍ୟା ଉପରେ ପଡିଥାଏ   ।  ଏହି ବିପତ୍ତି ଦ୍ଵାରା ଅନେକ ପ୍ରାଣୀ ଅନେକ ପ୍ରାଣୀ ମୃତ୍ୟୁମୁଖରେ ପଡନ୍ତି ଏବଂ ଆଉ କେତେକ ବଳପୂର୍ବକ ବହିଃଗର୍ମନ କରନ୍ତି   । ପ୍ରାକୃତିକ ବିପତ୍ତିଗୁଡିକ ମଧ୍ୟରେ ଅତିଶୟ ମରୁଡି , ବନ୍ୟା , ଝଡ,  ନିଆଁ ଲାଗିବା  , ଲାର୍ଭା ଉଦଗିରଣ , ତାପମାତ୍ରାର ଅତ୍ୟଧିକ ବୃଦ୍ଧି ଏବଂ ହ୍ରାସ ଆଦି ଅନ୍ୟତମ   ।

୧୩. ଅଜୈବ କାରକ  :

ଏଗୁଡିକ ହେଉଛନ୍ତି ଭୌତିକ ପରିବେଶ କାରକ , ଯଥା – ଆଲୋକ , ତାପମାତ୍ରା , ଆର୍ଦ୍ରତା , ବୃଷ୍ଟିପାଟ , ପବନ,  ତୁଷାର ଆଦି   ।  ଯେଉଁ ଅଞ୍ଚଳରେ ଆପେକ୍ଷିକ ଆର୍ଦ୍ରତା ଶତକଡା ୭୦ ଭାଗରୁ କମ ଥାଏ  ,  ସେଠାରେ ସିଲଭାର ମାଛ ବଞ୍ଚିପାରେ ନାହିଁ   ।  କମ ତାପମାତ୍ରା ରେନଡିଅର ଦିଲ ଏବଂ ସାଇବେରିଆନ ସାଗର ପକ୍ଷୀକୁ ସ୍ଥାନାନ୍ତର ଗମନ ପାଇଁ ପ୍ରବର୍ତ୍ତାଇଥାଏ   ।  ଏହା ବେଙ୍ଗ , ସାପ ଏବଂ ମେରୁ ଭାଲୁ ମାନଙ୍କର ନିଭୃତ ବାସ କରିବାର କାରଣ ହୋଇଥାଏ  । ପରନ୍ତୁ ଅଧିକ ତାପମାତ୍ରା ବେଙ୍ଗର ଗ୍ରୀଷ୍ମ ସୁପ୍ତିର କାରଣ ଅଟେ   ।

୧୪. ଜୈବ କାରକ  :

ବିଭିନ୍ନ ପ୍ରାଣୀମାନଙ୍କର ଜୀବସଂଖ୍ୟାର ଆକାର ଖାଦ୍ୟ , ଶୃଙ୍ଖଳ , ପାଥୋଜନସ ବିଷାକ୍ତ ପ୍ରାଣୀ ଆଦିକୁ ଦ୍ଵାରା ପରିଚାଳିତ ହୋଇଥାଏ   ।  ଖାଦ୍ୟ ଶୃଙ୍ଖଳ ଦ୍ଵାରା ଜୈବନିୟନ୍ତ୍ରଣ ସାଧିତ ହୋଇଥାଏ  ।  ଯଦି ଖାଦକମାନଙ୍କ ସଂଖ୍ୟା ବୃଦ୍ଧି ଘଟେ ,  ତା ହେଲେ ଖାଦ୍ୟ ସଂଖ୍ୟା ଅତ୍ୟଧିକ କ୍ଷୟ ଯୋଗୁଁ କମିଯାଏ   ।  ଖାଦ୍ୟ ସଂଖ୍ୟା କମିଯିବା ଦ୍ୱ୍ରା ଖାଦକମାନଙ୍କ ସଂଖ୍ୟା ମଧ୍ୟ କମିଯାଏ  ।  ପାଥୋଜେନସ ଏବଂ ବିଷାକ୍ତ ପ୍ରାଣୀମାନଙ୍କର ପ୍ରଭାବ ଜୀବସଂଖ୍ୟା ଉପରେ କମ ପଡିଥାଏ   ।

୧୫.  ଜୀବନ ଟେବୁଲ  :

ବିଭିନ୍ନ ବୟସ ଏବଂ ଲିଙ୍ଗର ଜନ୍ମହାର ଓ ମୃତ୍ୟୁହାର ବିଷୟରେ ସୂଚନା ଏକତ୍ରିତ ଭାବରେ ଏକ ଟେବୁଲ ଆକାରରେ ସାହାଯାଇଥାଏ   ।  ଏହାକୁ ଜୀବନ ଟେବୁଲ କୁହାଯାଇଥାଏ   ।  ଏହାଦ୍ଵାରା ଜନସଂଖ୍ୟାର ବୃଦ୍ଧି କିମ୍ବା ହ୍ରାସ ଆକଳନ କରିବା ସମ୍ଭବ ହୋଇଥାଏ   ।

ଜନ ସଂଖ୍ୟା ବୃଦ୍ଧିର ରେଖାଚିତ୍ର

ଜନ୍ମହାର ମୃତ୍ୟୁହାର ଠାରୁ ଅଧିକ ହେଲେ ଜନସଂଖ୍ୟା ବୃଦ୍ଧି ଘଟିଥାଏ   ।  ଯଦି ଅଳ୍ପ କେତେକ ଜୀବଙ୍କ କୌଣସି ଏକ ଜୀବଣଥିବା ଅଞ୍ଚଳରେ ଛାଡି ଦିଆଯାଏ   ଓ ସେମାନଙ୍କର ବୃଦ୍ଧି ଲକ୍ଷ୍ୟ କରାଯାଏ   , ତେବେ ସେମାନଙ୍କର ବଂଶବୃଦ୍ଧିର ରେଖାଚିତ୍ର ଅଙ୍କନ କରାଗଲେ ଏକ ବକ୍ରକରେଖା ସୃଷ୍ଟି ହୋଇଥାଏ   ।  ଏହି ଜୀବସଂଖ୍ୟା ବୃଦ୍ଧି ବକ୍ରରେଖା ଦୁଇ ପ୍ରକାରର ହୋଇଥାଏ  ; ଯଥା –

୧. “ S” ସଦୃଶ  ବକ୍ରରେଖା

୨. “ J “ ସଦୃଶ ବକ୍ରରେଖା  ।

୧. “s” ସଦୃଶ ବକ୍ରରେଖା  :

‘S’ ସଦୃଶ ବକ୍ରରେଖା ଜୀବସଂଖ୍ୟା ବୃଦ୍ଧି ପ୍ରମାଣିତ ଚିତ୍ର ପ୍ରଦାନ କରିଥାଏ  । ଏହି ବକ୍ରରେଖାରୁ ଜଣାଯାଏ  ଯେ ,  ଯେତେବେଳେ କିଛି ଜୀବ ଏକ ଅଜଣା ଅଞ୍ଚଳରେ ପ୍ରବେଶ କରନ୍ତି  ,  ସେତେବେଳେ ତାଙ୍କର ସଂଖ୍ୟା ପ୍ରଥମେ ମନ୍ଥର ହୋଇଥାଏ   , ପରେ ତାହା କ୍ଷିପ୍ର ଗତିରେ ବୃଦ୍ଧିପାଏ ଏବଂ ଶେଷ ପର୍ଯ୍ୟାୟରେ ପୁଣି ମନ୍ଥର ହୋଇଯାଏ   ।  ଏହି ପ୍ରକାର ବୃଦ୍ଧିକୁ ତିନି ଭାଗରେ ବିଭକ୍ତ କରାଯାଇଛି ଯଥା  -

(କ) ଯୁକ୍ତ ତ୍ୱରାନ୍ୱିତ ଅବସ୍ଥା   ।

(ଖ) ବର୍ଦ୍ଧିତ ଅବସ୍ଥା

(ଗ) ବିଯୁକ୍ତାତ୍ମକ ତ୍ୱରାନିତ୍ଵ ଅବସ୍ଥା

(କ) ଯୁକ୍ତ ତ୍ୱରାନିତ୍ଵ ଅବସ୍ଥା  :

ଏହି ଅବସ୍ଥାରେ ଜୀବସଂଖ୍ୟାର ବୃଦ୍ଧି ମନ୍ଥର ହୋଇଥାଏ  । କାରଣ ଜୀବଣ ନୂତନ ପରିବେଶରେ ପ୍ରବେଶ କରିବା ମାତ୍ରେ ସେହି ପରିବେଶ ସହ ଖାପଖୁଆଇ ଚାଲିବା ପାଇଁ ସମୟ ଦରକାର କରିଥାନ୍ତି  ।  ତେଣୁ ପ୍ରଥମେ ନୂତନ ପରିବେଶରେ ଜନସଂଖ୍ୟାର ବୃଦ୍ଧି ଧୀର ବା ମନ୍ଥର ହୋଇଥାଏ   ।

(ଖ) ବର୍ଦ୍ଧିତ  ଅବସ୍ଥା   :

ଏହି ପର୍ଯ୍ୟାୟରେ ଜୀବସଂଖ୍ୟାର ବର୍ଦ୍ଧିତ ଅବସ୍ଥା ଦେଖାଯାଏ  ।  ଏହି ଅବସ୍ଥାରେ ପ୍ରାଣୀମାନେ  ନୂତନ ପାଇବେଶ ସହିତ ନିଜକୁ ଖାପ ଖୁଆଇ ଦେଇଥାନ୍ତି   ।  ତେଣୁ  ଏହି ମଧ୍ୟମ ଭାଗରେ ଜୀବସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଥାଏ   ।

(ଗ) ବିଯୁକ୍ତାତ୍ମକ ତ୍ୱରାନିତ୍ଵ ଅବସ୍ଥା   :

ଏହି ତୃତୀୟ ପର୍ଯ୍ୟାୟରେ ଜୀବସଂଖ୍ୟା ବୃଦ୍ଧିର ବିଯୁକ୍ତାତ୍ମକ ତ୍ୱରାନିତ ଅବସ୍ଥା ଦେଖାଯାଏ    ।  କାରଣ ଏହି ଭାଗରେ ପରିବେଶ ପ୍ରାୟତଃ ଦୂଷିତ ହୋଇଥାଏ   ।  ଖାଦ୍ୟାଭାବ ଘଟିଥାଏ ଓ ପ୍ରାଣୀମାନଙ୍କ ସଂଖ୍ୟା ଅତ୍ୟଧିକ ହୋଇଯାଇଥିବାରୁ ସେମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଥାଏ   ।  ତେଣୁ ଉତ୍କୃଷ୍ଟ ଖାଦ୍ୟାଭାବ ଏବଂ ନଷ୍ଟ ପରିବେଶ ଯୋଗୁଁ ଏମାନଙ୍କ ବଂଶବୃଦ୍ଧି ଣ ହୋଇ ପ୍ରାୟତଃ ସ୍ଥିର ରହେ  ।  ପରିଶେଷରେ ଜୀବସଂଖ୍ୟା ପରିବେଶର ବିଭିନ୍ନ କାରକମାନଙ୍କ ପ୍ରତିରୋଧ ଯୋଗୁଁ “ ସ୍ଥିର ଅବସ୍ଥା “ ପ୍ରାପ୍ତ ହୋଇଥାଏ   ।  ଏହି ଅଙ୍କିତ ବକ୍ରରେଖାକୁ “S” ରେଖାଚିତ୍ର ବା ସିଗମଏଡ ରେଖାଚିତ୍ର କୁହାଯାଏ   ।  ଉଦାହରଣ : ପରୀକ୍ଷାଗାରରେ ବ୍ୟାକଟେରିଆ ,  ଡ୍ରୋସୋଫିଲା ଇତ୍ୟାଦି ସଂଖ୍ୟା ବୃଦ୍ଧି ଏହି ରେଖାଚିତ୍ର ପରି ହୋଇଥାଏ   ।

୨.” J “ ସଦୃଶ ବକ୍ରରେଖା  : ଏହି “J” ସଦୃଶ ବକ୍ରରେଖାରୁ ଜଣାଯାଏ ଯେ ଯେତେବେଳେ କିଛି ପ୍ରାଣୀ ଏକ ନୂତନ ପରିବେଶରେ ପ୍ରବେଶ କରନ୍ତି ,  ସେତେବେଳେ ସେମାନଙ୍କର ବଂଶବୃଦ୍ଧି ପ୍ରଥମେ ମନ୍ଥର ହୋଇଥାଏ  । ପରେ ଅତି କ୍ଷିପ୍ର ଗତିରେ ବୃଦ୍ଧି ପାଇ ଚରମ ସୀମାରେ ପହଞ୍ଚେ    ।  ତାପରେ ହଠାତ ଜନସଂଖ୍ୟା ବୃଦ୍ଧି ବନ୍ଦ ହୋଇଯାଏ   ।  ବିଭିନ୍ନ ଜନିତ ପ୍ରତିରୋଧ ଯୋଗୁଁ ଜୀବସଂଖ୍ୟାରେ ଏପରି ବିଡମ୍ବନା ଦେଖା ଦେଇଥାଏ   ।

“R ଏବଂ K ମନୋନୟନ

ମ୍ୟାକ ଆରଥର ଜୀବମାନଙ୍କର ଜୀବସଂଖ୍ୟାର ଗତିକା ସମ୍ପର୍କ ନେଇ r ଏବଂ k ମନୋନୟନ ବିଷୟରେ ଧାରଣା ଦେଇଛନ୍ତି   ।  ତାହାଙ୍କ ମତ ଅନୁଯାୟୀ ସ୍ୱଳ୍ପଜୀବି ଉଦ୍ଭିଦ ଓ ପ୍ରାଣୀମାନଙ୍କର ଜୀବସଂଖ୍ୟାର ଗତିକୁ ମନୋନୟନ କୁହାଯାଏ    ।  ସେମାନଙ୍କ ର ଜୀବନ ଛକରେ ସ୍ୱଳ୍ପ ସମୟ ମଧ୍ୟରେ ସୀମିତ ହୋଇଥାଏ   ।  ଉଦ୍ଭିଦମାନଙ୍କ ମଧ୍ୟରେ ବାର୍ଷିକ ଗୋଷ୍ଠୀ , ବିଭିନ୍ନ ଜୀବାଣୁ , କବକ , ଶୈବାଳ ଏବଂ ପ୍ରାଣୀମାନଙ୍କ ମଧ୍ୟରେ କୀଟ-ପତଙ୍ଗ ଝିଣ୍ଟିକା ଇତ୍ୟାଦି ଉକ୍ତ r- ମନୋନୟନ ଜୀବଙ୍କ ମଧ୍ୟରେ ଅନ୍ତର୍ଗତ ଅଟନ୍ତି   ।  ସାଧାରଣ ଅବସ୍ଥାରେ ଏହି ଜୀବମାନେ ପରିବେଶଜନିତ ଖାଦ୍ୟ ଆହରଣ କରି ଶୀଘ୍ର ବୃଦ୍ଧି ହୋଇଥାଆନ୍ତି ଏବଂ ସ୍ୱଳ୍ପ ସମୟର ବ୍ୟବଧାନରେ ବଂଶବୃଦ୍ଧି କରି ନିଜର ଜୀବନ ଚକ୍ରର ସମାପ୍ତି ଘଟାଇଥାଆନ୍ତି   ।

ଦୀର୍ଘଜୀବି ଉଦ୍ଭିଦ ଓ ପ୍ରାଣୀମାନଙ୍କର ଗତିକାକୁ K ମନୋନୟନ କୁହାଯାଇଥାଏ  ।  ବିଭିନ୍ନ ଧରଣ ଗୁଳ୍ମ , ବୃକ୍ଷ , ଏବଂ ସାନିପାୟୀ ପ୍ରାଣୀମାନେ ଏହି ଶ୍ରେଣୀର ଅନ୍ତର୍ଗତ   ।  ଏହି ଧରଣର ଜୀବମାନଙ୍କର ଅଭିବୃଦ୍ଧିର ହାର ମନ୍ଥର ହୋଇଥାଏ  ।  ବୈଜ୍ଞାନିକ ଫ୍ଲାଙ୍କା r ଏବଂ k- ମନୋନୟନ ଜୀବମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ମନୋନୟନ ଜୀବମାନଙ୍କ ଉପରେ ତାରତମ୍ୟ ଭାବରେ ପ୍ରଭାବ ପକାଇ ଥାଆନ୍ତି   ।  ପରିବେଶର ପରିବର୍ତ୍ତନ ମଧ୍ୟ ସେମାନଙ୍କ ଜୀବସଂଖ୍ୟାର ଗତିକା ଉପରେ ବିଶେଷ ପ୍ରଭାବ ପକାଇଥାଏ  ।

ବିକଶିତ ଏବଂ ବିକାଶଶୀଳ ଦେଶମାନଙ୍କରେ ଜନସଂଖ୍ୟା ବୃଦ୍ଧି

ପୃଥିବୀର ସବୁ ଅଞ୍ଚଳରେ ଜନସଂଖ୍ୟାର ବିସ୍ତୁତି ସମାନ ନୁହେଁ  ।  କେଉଁ ଅଞ୍ଚଳରେ ଅତି ଘଞ୍ଚ ସାନ୍ଦ୍ରତା ଥିବାବେଳେ ଅନ୍ୟ କେତେକ ଦେଶରେ ଏହା କମ   । ଏକ ହିସାବ ଅନୁଯାୟୀ , ଆଫ୍ରିକୀୟ ଦେଶମାନଙ୍କରେ ସର୍ବୋଚ୍ଚ ଜନ୍ମହାର ଏବଂ ମୃତ୍ୟୁହାର ଦେଖାଯାଏ   ।  ଏସିଆ ମହାଦେଶରେ ପ୍ରତିବର୍ଗ କିଲୋମିଟର ଜନସଂଖ୍ୟା ସବୁଠାରୁ ଅଧିକ  ।  ଜନସଂଖ୍ୟାର ଏହି ବିରଳତା ଏବଂ ବାହୁଲତା ସେହି ଅଞ୍ଚଳରେ ଉପଲ୍ଲବ୍ଧ ହେଉଥିବା ପ୍ରାକୃତିକ ସମ୍ପଦ ଉପରେ ନିର୍ଭର କରିଥାଏ   । ପୃଥିବୀରେ ଦୁଇ ପ୍ରକାରର ରାଷ୍ଟ୍ର ଅଛନ୍ତି ସେମାନେ ହେଲେ –

ବିକଶିତ ରାଷ୍ଟ୍ର  :

ଯେଉଁ ଦେଶଗୁଡିକ ଅର୍ଥନୈତିକ ପ୍ରଗତି ହାସଲ କରିବାର ଆଗୁଆ  ,   ଜାତିସଂଘ ସେ ଦେଶକୁ ଉନ୍ନତ ବିକଶିତ ରାଷ୍ଟ୍ର  ର ମାନ୍ୟତା ଦେଇଛି   ।  ଉତ୍ତର ଆମେରିକା ଦକ୍ଷିଣ ଆମେରିକା, ଇଉରୋପ , ଜାପାନ , ଅଷ୍ଟ୍ରେଲିଆ , ନିଉଜିଲ୍ୟାଣ୍ଡ ଇତ୍ୟାଦି ବିକଶିତ ରାଷ୍ଟ୍ରର ଅନ୍ତର୍ଭୁକ୍ତ   ।  ଏଠାରେ  ବିଶ୍ଵରଜନସଂଖ୍ୟାରେ ୨୬% ଲୋକ ବାସ କରନ୍ତି   ।

ବିକାଶଶୀଳ ରାଷ୍ଟ୍ର  :

ଯେଉଁ ଦେଶ ବର୍ତ୍ତମାନ ଆର୍ଥିକ ଏବଂ ସାମାଜିକ ଉନ୍ନତି ପାଇଁ ଦ୍ରୁତ ଅଗ୍ରଗତି କରି ଚଳାଇଛନ୍ତି  । ସେମାନଊ ବିକାଶଶୀଳ ରାଷ୍ଟ୍ର କୁହାଯାଉଛି ବିକାଶଶୀଳ ଦେଶମାନଙ୍କରେ ବିଶ୍ଵ ଜନସଂଖ୍ୟାର ୭୫% ଲୋକ ବାସ କରନ୍ତି   ।

ବିକଶିତ ଓ ବିକାଶୀଳ ଦେଶମାନଙ୍କରେ ଜନସଂଖ୍ୟାର ବିଶେଷତ୍ଵ  : ପ୍ରାଚୀନ କାଳରୁ ପୃଥିବୀର ଜନସଂଖ୍ୟା ବୃଦ୍ଧି ସମ୍ପର୍କରେ ବିଶେଷ ଭାବରେ କରାଯାଇଥିବା ଗବେଷଣାରରୁ ଅନେକ ଚମକପ୍ରଦ ତଥ୍ୟ ହସ୍ତଗତ ହୋଇପାରିଛି   । ମଣିଷ ସଭ୍ୟତା ସୃଷ୍ଟି ହେବାର ହଜାର ବର୍ଷ ପର୍ଯ୍ୟନ୍ତ ଜନସଂଖ୍ୟାର ଆକାର ଖୁବ କ୍ଷୁଦ୍ର ଥିଲା  ।  ଏହା କାରଣ ଥିଲା , ବ୍ୟାପକ ମୃତ୍ୟୁହାର ଏବଂ ପ୍ରାକୃତିକ ବିପର୍ଯ୍ୟୟ    ।  ଏହା ବ୍ୟତିତ ଗୋଷ୍ଠୀ ଯୁଧ , ମଣିଷ ମଣିଷର ଧ୍ଵଂସ ସାଧନ କରିବାର ଅଭ୍ଯାସ ,  ଏହି କ୍ଷୁଦ୍ର ଜନସଂଖ୍ୟାର ମୁଖ୍ୟ କାରଣ ଥିଲା   ।ମଧ୍ୟଯୁଗରେ ପ୍ଲେଗ , କଲେରା , ଏଲୋଫିବାର ଏବଂ ବସନ୍ତ ଭଳି ରୋଗରେ ପ୍ରତିବର୍ଷ ସମୁଦାଯ ବିଶ୍ଵ ଜନସଂଖ୍ୟାର ଚତୁର୍ଥାଂଶ ମୃତ୍ୟୁ ମୁଖରେ ପଡିଥିବା କଥା ଗବେଷକମାନେ ପ୍ରକାଶ କରିଛନ୍ତି   । ୧୪୯୨ କଳମ୍ବସ ଆମେରିକା ଆବିଷ୍କାର କଲାବେଳେ ଆମେରିକାରେ ୧୦୦ ମିଲିୟନ  ଲୋକ ବସବାସ କରୁଥିବା ବେଳେ ସମଗ୍ର ୟୁରୋପର ଜନସଂଖ୍ୟା ଗୋଟିଏ ସମୟରେ ଥିଲା ୭୦ ମିଲିୟନ   ।  ଏହାପରେ ୟୁରୋପୀୟମାନେ ଆମେରିକା ଦଖଲ କଲାପରେ ମହାମାରୀ ଓ ଗଣସଂହାର ଫଳରେ କଳମ୍ବସ ଆମେରିକା ଆବିଷ୍କାର ୧୦୦ ବର୍ଷ ପରେ   , ଅର୍ଥାତ ୧୬୦୦ ମସିହା ବେଳକୁ ଆମେରିକାର ଆଦିମ ଅଧିବାସୀ ଲୋହିତ ଭାରତୀୟମାନଙ୍କସଂଖ୍ୟା ନବେ ଭାଗ କମି ଯାଇଥିଲା   ।

ୟୁରୋପରେ ଶିଳ୍ପବିପ୍ଲବ ଫଳରେ ଜନସାଧାରଣଙ୍କ ପାଇଁ ତୁଳନାତ୍ମକ ଭାବରେ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ତଥା ପରିଷ୍କାର ପରିଚ୍ଛନ୍ନତାର ମାନବୃଦ୍ଧି ଘଟିଥିଲା  ।  ତେଣୁ ଉଚ୍ଚମାନର ଖାଦ୍ୟ ଗ୍ରହଣ ଫଳରେ ସେଠାରେ ମୃତ୍ୟୁହାର ଖୁବ କମି ଯାଇଥିଲେ  ମଧ୍ୟ ଜନ୍ମହାର ପୂର୍ବଭଳି ଅପରିବର୍ତ୍ତିତ ରହିଥିଲା   ।  ଏହି ଶିଳ୍ପ ବିପ୍ଲବର ଏନ୍ତୁଡ଼ିଦାଲା ଇଂଲଣ୍ଡରେ ୧୭୫୦ ମସିହାର ଜନସଂଖ୍ୟା ୬ ମିଲିୟନ ଥିବାବେଳେ ୧୮୮୦ ମସିହା ବେଳକୁ ଏହାର ସଂଖ୍ୟା ୯ ମିଲିୟନ ପହଞ୍ଚାଥିଲା   । ପରବର୍ତ୍ତୀ ଅର୍ଦ୍ଧ ଶତାଦ୍ଦୀ ମଧ୍ୟରେ ଏହା ୧୮ ମିଲିୟନରେ ପହଞ୍ଚିଥିଲା   ।

ଏହାପରେ ଜନସଂଖ୍ୟା ବୃଦ୍ଧିହାର ପୂର୍ବାପେକ୍ଷା କମିବାକୁ ଲାଗିଲା  , ମାତ୍ର ଜନସଂଖ୍ୟା ପୂର୍ବଭଳି ବୃଦ୍ଧି ଘଟି ଚାଲିଥିଲା ୧୯୯୦ ମସିହାରେ ଇଂଲଣ୍ଡ ଜନସଂଖ୍ୟା ବୃଦ୍ଧିପାଇ ୩୩ ମିଲିୟନ ହୋଇଥିଲା   । ଏଠାରେ ସୂଚନାଯୋଗ୍ୟ ଯେ ୧୬୦୦ ଶତାଦ୍ଦୀରୁ ବିଂଶ ଶତାଦ୍ଦୀ ମଧ୍ୟରେ କେବଳ ଇଂଲଣ୍ଡରୁ ୨୦ ମିଲିୟନ ଲୋକ ପୃଥିବୀର ବିଭିନ୍ନ ଦେଶ,  ବିଶେଷ କରି ଆଷ୍ଟ୍ରେଲିଆ ଓ ଆମେରିକାରେ ସ୍ଥାୟୀଭାବରେ ବସବାସ କରିସାରିଥିଲେ   ।  ଏହା ସତ୍ତ୍ୱେ ମଧ୍ୟ ସେଠାରେ ଏହିଭଳି ଜନସଂଖ୍ୟା ବିସ୍ଫୋରଣ ଘଟିଥିଲା   ।  ବିଂଶ ଶତାଦ୍ଦୀର ପ୍ରଥମ ଦଶକମାନଙ୍କରେ ଇଂଲଣ୍ଡ ଏବଂ ୟୁରୋପରେ ଜନସଂଖ୍ୟା ଏହିଭଳି ଭାରେ ବୃଦ୍ଧିପାଇଥିଲା  ; ମାତ୍ର ଏହାପରେ ଜନ୍ମହାର କମି କମି ମୃତ୍ୟୁହାର ସହିତ ସମାନ ସ୍ତରରେ ପହଞ୍ଚିଥିଲା    ।  ଅର୍ଥାତ ମୃତ୍ୟୁହାର ଓ ଜନ୍ମହାର ପ୍ରାୟ ସମାନ ଥିବାରୁ ଜନସଂଖ୍ୟା ବୃଦ୍ଧି ଅତ୍ୟନ୍ତ ସ୍ୱଳ୍ପ ହାରରେ ବୃଦ୍ଧି ହେଉଥିଲା   ।

ଏଥିରୁ ସ୍ପଷ୍ଟ ଯେ ଇଂଲଣ୍ଡ ତଥା ୟୁରୋପରେ ଅନ୍ୟାନ୍ୟ ଧନୀ ରାଷ୍ଟ୍ରମାନେ ପ୍ରାଚୁର୍ଯ୍ୟର ଏକ ବିଶେଷ ପର୍ଯ୍ୟାୟରେ ପହଞ୍ଚିଲାପରେ ହିଁ ସେମାନଙ୍କ ଜନସଂଖ୍ୟା କ୍ଷେତ୍ରରେ ଏହିଭଳି ଏକ ପରିବର୍ତ୍ତଣ ଦେଖିବାକୁ ମିଳିଥାଏ   ,  ତା ପୂର୍ବରୁ ଆଦୌ ନୁହେଁ  ।  ଜନସଂଖ୍ୟା କ୍ଷେତ୍ରରେ ଏହିଭଳି ଏକ ପରିବର୍ତ୍ତନ ମୂଳକାରଣ ହେଉଛି ପ୍ରାକ ଶିଳ୍ପ ବିପ୍ଲବ ଯୁଗର ଉଚ୍ଚ ଜନ୍ମହାର ଓ ଉଚ୍ଚମୃତ୍ୟୁହାର ଦ୍ଵାରା ପ୍ରତିଷ୍ଠିତ  ହୋଇଥିବା ଆପେକ୍ଷିକ ସ୍ଥିରତା    ।

ଏହିସବୁ ବିତ୍ତଶାଳୀ ଦେଶମାନଙ୍କରେ ନିମ୍ନ ଜନ୍ମହାର ଓ ନିମ୍ନ ମୃତ୍ୟୁହାର ଦ୍ଵାରା ମଧ୍ୟ ଜନସଂଖ୍ୟାର ଅନ୍ୟ ଏକ ପ୍ରକାରର ସ୍ଥିରତା ସୃଷ୍ଟି ହୋଇଛି   ।  ଏହା ହେଉଛି ଶିଳ୍ପୋନ୍ନତ ଅର୍ଥନୀତିର ଏକ ଚାରିତ୍ରିକ ବୈଶିଷ୍ଟ୍ୟ   । ଏହି ପରିବର୍ତ୍ତନର ପ୍ରାରମ୍ଭିକ ଅବସ୍ଥାରେ ଶିଳ୍ପବିପ୍ଲବର ପ୍ରାଥମିକ ସ୍ତରରେ ମୃତ୍ୟୁହାରର ହ୍ରାସ ସହିତ ସମଞ୍ଜ୍ୟସ ପୂର୍ଣ୍ଣ ଭାବରେ ଜନ୍ମହାର ହ୍ରାସ ପାଇନଥିଲା ସେଥିପାଇଁ ଜନସଂଖ୍ୟା ବିସ୍ଫୋରଣ ଦେଖା ଦେଇଥିଲା  ।

ଦ୍ଵିତୀୟ ପର୍ଯ୍ୟାୟରେ ଅର୍ଥାତ ବିଂଶ ଶତାଦ୍ଦୀରେ ହିଁ ନିମ୍ନ ମୃତ୍ୟୁହାର ସହିତ ସାମଞ୍ଜସ୍ୟ ପୂର୍ଣ୍ଣଭାବରେ ଜନ୍ମହାର ମଧ୍ୟ ହ୍ରାସ ପାଇଥିଲା  ।  ସୁତରାଂ  ,  ଏହି ଆଲୋଚନାରୁ ଏହା ସ୍ପଷ୍ଟ ପ୍ରମାଣିତ ଯେ ପ୍ରାଚୁର୍ଯ୍ୟ ବୃଦ୍ଧିରେ ସହାୟକ ହୁଏ   ।

ଆଜି ବିଶ୍ଵରେ ତଥା ଆମ ଦେଶରେ ଜନସଂଖ୍ୟାବୃଦ୍ଧି ଜନିତ ସମସ୍ୟାର ଉତ୍ସ ଏହିଠାରେ ହିଁ ନିହିତ ରହିଛି  । ଶିଳ୍ପୋନ୍ନତ ପଶ୍ଚିମୀ ଦେଶମାନଙ୍କୁ ବାଦଦେଲେ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କରେ ପ୍ରଥମେ ଶିଳ୍ପୀକରଣର ଚୁଡାନ୍ତ ଶିଖରରେ ପହଞ୍ଚିବାର ଓ ଏହାର ପରବର୍ତ୍ତୀ ପର୍ଯ୍ୟାୟର ପରିବର୍ତ୍ତନ ପ୍ରକ୍ରିୟା ଆଜି ମଧ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ   ।  ଚରମ ଦାରିଦ୍ର୍ୟ , ନୀରକ୍ଷରତା ଅନୁନ୍ନତ ଶିକ୍ଷା ଓ ଅନ୍ଧବିଶ୍ଵାସରେ ନିମଗ୍ନ ପୃଥିବୀ , ଦରିଦ୍ର ଓ ବିକାଶଶୀଳ ଦେଶମାନଙ୍କର ଜନସଂଖ୍ୟା ଶହେଭାଗ ଜନସଂଖ୍ୟା ବୃଦ୍ଧିର ପ୍ରାକ ଶିଳ୍ପ ବିପ୍ଲବ ସ୍ତରରେ ରହିଥିବାରୁ ହିଁ ଜନସଂଖ୍ୟା ବିସ୍ପୋରଣ ଏହିସବୁ ଦେଶରେ ଆଜି ଏକ ମାରାତ୍ମକ ଅବସ୍ଥାରେ ପହଞ୍ଚିଛି   । ଏଠାରେ ମୃତ୍ୟୁହାର ତୁଳନାତ୍ମକ ଭାବରେ ହ୍ରାସ ପାଇଥିଲେ ମଧ୍ୟ ଜନ୍ମହାର କମିନାହିଁ   ।  ଏହି କ୍ରମବର୍ଦ୍ଧମାନ ଜନସଂଖ୍ୟା ଏହିସବୁ ଦେଶମାନଙ୍କରେ ଅର୍ଥନୈତିକ ସଙ୍କଟ ସହିତ ଅନ୍ୟ ପ୍ରକାରର ପରିବେଶ ଜନିତ ସମସ୍ଯା ମଧ୍ୟ ସୃଷ୍ଟି କରିଛି   ।

ପରିସନ୍ଧାନରୁ ଜଣାଯାଇଛି ଯେ ୧୬୦୦ ମସିହାରେ ବିଶ୍ଵର ଜନସଂଖ୍ୟା ୫୦୦ ମିଲିୟନ ଥିଲାବେଳେ ଏହା ୧୭୫୦ ମସିହା ବେଳକୁ ୭୫୦ ମିଲିୟନରେ ପହଞ୍ଚି ଥିଲା   ।  ଏହି ସଂଖ୍ୟା ପୁନଶ୍ଚ ବୃଦ୍ଧି ପାଇ ୧୯୫୦ ମସିହାରେ ୨.୫ ବିଲିଅନ ହୋଇଥିବାବେଳେ ଆଜି ଏହା ୫.୫ ବିଲିଅନରେ ପହଞ୍ଚିସାରିଛି  ।  ଏଣୁ ହିସାବକରି ଦେଖାଯାଇଛି ଯେ – ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧିହାର ଅପରିବର୍ତ୍ତିତ ରହିଲେ ୨୦୨୦ ମସିହା ବେଳକୁ ପୃଥିବୀରେ ଜନସଂଖ୍ୟା ୮ ବିଲିୟନରେ ପହଞ୍ଚିବ ଏବଂ ଏହି ଅଭିବୃଦ୍ଧିର ଶତକଡା ୯୫ ଭାଗ ପୃଥିବୀର ଅନୁନ୍ନତ ଦେଶ ମାନଙ୍କରେ ହିଁ ସ୍ପଷ୍ଟ ହେବ   ।

ସୁତରାଂ ପୃଥିବୀର ଦରିଦ୍ର ଓ ଅନୁନ୍ନତ ରାଷ୍ଟ୍ରମାନଙ୍କରେ ବାସ କରୁଥିବା ଦରିଦ୍ର ଜନସାଧାରଣଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ତଥା ସେମାନଙ୍କ ପାଇଁ  ସଂପୂର୍ଣ୍ଣ ସାମାଜିକ ସୁରକ୍ଷା ଯୋଗାଇଦେବା ଓ ସଂପୃକ୍ତ ଦେଶର ସରକାର ତଥା ଅନ୍ତର୍ଜାତିକ ସଂଗଠନମାନଙ୍କ ତରଫରୁ ଫଳପ୍ରଦ , ଦୀର୍ଘସ୍ଥାୟୀ କାର୍ଯ୍ୟକ୍ରମ ପରିଚାଳନା କରିବା ଇତ୍ୟାଦି କାର୍ଯ୍ୟକ୍ରମ କରାନଗଲେ ଜନସଂଖ୍ୟା ବୃଦ୍ଧିହାରକୁ ରୋକିବା ସଂପୂର୍ଣ୍ଣ ଅସମ୍ଭବ ହୋଇପଡିବ   ।  କେବଳ ପରିବାର କଲ୍ୟାଣ ସପକ୍ଷରେ ପ୍ରଚାର କରାଯାଇ ଏହି ଲକ୍ଷ ହାସଲ ସମ୍ଭବ ହୋଇପାରିବ ନାହିଁ   ।  ଏଥିପାଇଁ ମଣିଷର ସାମଗ୍ରିକ ଉନ୍ନତି ଲାଗି ଏକ ସୁନିଶ୍ଚିତ ନକ୍ସା ପ୍ରସ୍ତୁତ କରିବାକୁ ହେବ  ।

ବୟସ (ଶ୍ରେଣୀ ) ଗଠନ :

ବୟସ (ଶ୍ରେଣୀ ) ଗଠନ ବେଳେ ବିଭିନ୍ନ ବୟସର ଲୋକଙ୍କୁ କେତେଗୁଡିଏ ବୟସ ଗୁଚ୍ଛ ବା ଦଳରେ ବିଭକ୍ତ କରାଯାଇଥାଏ   ।  ଯଥା ୦-୪,୫-୯,୧୦-୧୪, ୧୫-୧୯ ଇତ୍ୟାଦି    ।  ଜନତତ୍ତ୍ଵବିତମାନେ ଏହି ବୟସଗୁଚ୍ଛକୁ ଜନସଂଖ୍ୟା  ବିଶ୍ଳେଷଣ ପାଇଁ ବିଚାରକୁ ନିଅନ୍ତି   ।  ବିଭିନ୍ନ ଦେଶର ଏକ ନିର୍ଦ୍ଧିଷ୍ଟ ବୟସ ଗୁଚ୍ଛରେ ଥିବା ବ୍ୟକ୍ତିମାନଙ୍କର ଶତାଂଶ ସମାନ ହୋଇନଥାଏ   ।  ଉଦାହରଣ ସ୍ୱରୂପ , ଆମେରିକା 65 ବର୍ଷ ବୟସରୁ ଊର୍ଦ୍ଦ୍ଵର ଗୁଚ୍ଛ ଶତାଂଶ ଭାରତୀୟ ସାବା ବୟସ୍କ ଗୁଚ୍ଛ ଶତାଂଶରେ 3 ଗୁଣ   ।  ଏଥିରୁ ଜନାଜାଏ ଯେ ଆମେରିକାର ବୃଦ୍ଧହାର ଭାରତ ଠାରୁ ଅଧିକ   ।

ନିର୍ଭରଶୀଳତା ଅନୁପାତ  : ନିର୍ଭରଶୀଳତା ଅନୁପାତ ହେଉଛି 100 ଜଣ କାର୍ଯ୍ୟକ୍ଷମ ଲୋକଙ୍କ ଉପରେ କେତେଜଣ ନିର୍ଭର କରିଥାନ୍ତି   ।  ଏକ ନିର୍ଦ୍ଧିଷ୍ଟ ଜଣସଂଖ୍ୟା ବସ୍ତୁତଃ ତିନି ଭାଗରେ ବିଭକ୍ତ ।

(1)  0-15 (ବାଲ ନିର୍ଭରଶୀଳ  )

(2)   15-19 ବା 15-65 (କାର୍ଯ୍ୟ କ୍ଷମ ବ୍ୟକ୍ତି ସମୂହ ) ଏବଂ

(3)  60-65 ତଦୁର୍ଦ୍ଧ (ବୃଦ୍ଧ ନିର୍ଭରଶୀଳ ବ୍ୟକ୍ତି ସମୃଦ୍ଧ  ) ।

ବୟସ ଶ୍ରେଣୀ ବିଭାଗ  : ବିକାସଶୀଳ ଦେଶମାନଙ୍କରେ 15 ବର୍ଷ ବୟସରୁ କମ ବ୍ୟକ୍ତି 35% କମ ଶତାଂଶ( ପ୍ରାୟ 5% ର ବୃଦ୍ଧଲୋକ ଥିବାବେଳେ କାର୍ଯ୍ୟକ୍ଷମ ଲୋକଙ୍କ ଶତାଂଶ  46.2 ରୁ 66.7%    ।  ତେଣୁ ବିକାଶଶୀଳ ଦେଶମାନଙ୍କରେ କାର୍ଯ୍ୟକ୍ଷମ ଲୋକଙ୍କ ଉପରେ ସେମାନଙ୍କ ସନ୍ତାନସନ୍ତତିମାନଙ୍କର ବୋଝ ଅଧିକ ହୋଇଥାଏ   ।  କିନ୍ତୁ ବିକଶିତ ଦେଶମାନଙ୍କରେ ବାଲ ନିର୍ଭରଶୀଳ  20% ଏବଂ ବୃଦ୍ଧ ନିର୍ଭରଶୀଳ ପ୍ରାୟ  14%   ।

ବୃଦ୍ଧକ୍ଷମ ଜନସଂଖ୍ୟା  : ଯେଉଁ ଜନସଂଖ୍ୟାର ଶିଶୁ ନିର୍ଭରଶୀଳଙ୍କ ସଂଖ୍ୟା ଅଧିକ ତାହାକୁ  “ ବୃଦ୍ଧ କ୍ଷମ  “ ଜନସଂଖ୍ୟା କୁହାଯାଏ   ।

ବୃଦ୍ଧ ଜନସଂଖ୍ୟା  : କମ ସଂଖ୍ୟକ ପିଲା ଏବଂ ବହୁତ ଭାବରେ ବୃଦ୍ଧ ଥିଲେ ତାହାକୁ  “ ବୃଦ୍ଧ ବା କ୍ଷୟମୁଖ  “ ଜନସଂଖ୍ୟା କୁହାଯାଏ   ।  ଭାରତ , ଚୀନ, ଇଜିପ୍ଟି ଆଦି ଦେଶମାନଙ୍କରେ ବୃଦ୍ଧିକ୍ଷମ ଜନସଂଖ୍ୟା ଥିବାବେଳେ ନୂତନ ଭାବେ ସୃଷ୍ଟି ହୋଇଥିବା ଦେଶ ଯଥା  : ଫ୍ରାନ୍ସ , ସ୍ଵିଡେନ ,  ଏବଂ ଆମେରିକାରେ  “ ବୃଦ୍ଧ ଜନସଂଖ୍ୟା ଦେଖିବାକୁ ମିଳେ   ।  ଯେକୌଣସି ବ୍ୟକ୍ତିର ବୟସ ଗୋଟିଏ ଦିଗରେ ( ପିଲାରୁ ବୃଦ୍ଧ ) ଗତି କରୁଥିବା ବେଳେ ଜନସଂଖ୍ୟା ଉଭୟ ବୃଦ୍ଧିକ୍ଷମ ଏବଂ ବୃଦ୍ଧ କ୍ଷୟ ଦିଗରେ ଗତି କରିପାରେ   ।

ବର୍ଷ

0-14

15-59

60 ରୁ ଊର୍ଦ୍ଦ୍ଵ

1970

42

54.5

3.5

1980

400

54.8

6.2

1990

36

57.5

6.5

2000

31.7

60.8

7.6

 

ଜନସଂଖ୍ୟାର ବୟସ (ଶ୍ରେଣୀକୁ ) ନିୟନ୍ତ୍ରଣ କରୁଥିବା କାରଣ   : ଜନସଂଖ୍ୟାର ବୟସକୁ ଜନ୍ମହାର   , ମୃତ୍ୟୁହାର ଏବଂ ସ୍ଥାନାନ୍ତରଣ ଇତ୍ୟାଦି ତିନୋଟି ନିୟନ୍ତ୍ରଣ କରିଥାଏ   ।

ଜନ୍ମଓ ମୃତ୍ୟୁହାର  : ଜନ୍ମହାର ଏବଂ ମୃତ୍ୟୁହାର ଉଭୟ କମିଗଲେ ଏବଂ ଜନସଂଖ୍ୟାରେ ବୃଦ୍ଧମାନଙ୍କ ସଂଖ୍ୟା ବୃଦ୍ଧି ପାଇ କ୍ଷୟକ୍ଷମ ଜନସଂଖ୍ୟାରେ ପରିଣତ ହୁଏ   ।  ସେହିପରି ଜନ୍ମହାର ଅଧିକ ଓ ମୃତ୍ୟୁହାର କମ ହେଲେ ବୃଦ୍ଧିକ୍ଷମ ଜନସଂଖ୍ୟା ଦେଖାଦିଏ  ।  ବିକଶିତ ଦେଶମାନଙ୍କରେ ଜନ୍ମହାର ଓ ମୃତ୍ୟୁହାର କମ ଥିବାବେଳେ ଉନ୍ନ ଜୀବନଯାପନ ଦ୍ଵାରା ବ୍ୟକ୍ତିଙ୍କର ବୟସ ସୀମା ବୃଦ୍ଧି ଘଟି ବୃଦ୍ଧିକ୍ଷମ ଜନସଂଖ୍ୟାର ପରିଣତ ହୁଏ   ।

ସ୍ଥାନାନ୍ତରଣ  :  ଅନ୍ତର୍ଗମନ ହେଉଥିବା ଲୋକଙ୍କର ସଂଖ୍ୟା ଏବଂ ବୟସ ଉପରେ ଜନସଂଖ୍ୟାର ବୟସ ବିନ୍ୟାସ ନିର୍ଭର କରିଥାଏ  ।  ପ୍ରଜନନକ୍ଷମ ବ୍ୟକ୍ତିଙ୍କର ଅନ୍ତର୍ଗମନ ଫଳରେ ଜନ୍ମହାରରେ ବୃଦ୍ଧି ଘଟିବାରୁ ଜନସଂଖ୍ୟା ବୃଦ୍ଧିକ୍ଷମ ହୁଏ   ।  ଅପରପକ୍ଷରେ ପ୍ରଜନନ କ୍ଷମତା ରହିତ ପରିଣତ ବୟସର ଲୋକଙ୍କ ଅନ୍ତର୍ଗମନ କ୍ଷୟକ୍ଷମ ଜନସଂଖ୍ୟା ସୃଷ୍ଟିକରେ   ।

ଭାରତରେ ଜନସଂଖ୍ୟା ବୃଦ୍ଧି

ଭାରତ ପୃଥିବୀର ଦ୍ଵିତୀୟ ଜନବହୁଳ ଦେଶ   । ଭାରତର ଜନସଂଖ୍ୟା ପୃଥିବୀ ଜନସଂଖ୍ୟାର 16% ହୋଇଥିବାବେଳେ ଏହାର ଭୂସମ୍ପତ୍ତି ପୃଥିବୀର ମାତ୍ର 2.4%  । ବର୍ତ୍ତମାନ ଜନସଂଖ୍ୟା ପ୍ରାୟ  ୬୭୫ କୋଟି   । ଭାରତ ଜନସଂଖ୍ୟା ୨୦୦୧ ମସିହା ଜନଗଣନା ଅନୁଯାୟୀ ପ୍ରାୟ ୧୦୨.୭ କୋଟି ଥିଲା    ।  ବାର୍ତ୍ତମାନ ଏହା ପ୍ରାୟ ୧୨୫ କୋଟି   ।  ଭାରତର ଏହି କ୍ଷିପ୍ର ଜନସଂଖ୍ୟା ବୃଦ୍ଧି ତାର ଅର୍ଥନୈତିକ ଏବଂ ସାମାଜିକ ଅଭିବୃଦ୍ଧି ପଥରେ ଅନ୍ତରାୟ ସୃଷ୍ଟି କରୁଛି   ।  ଏହି ବିଶାଳ ଜନସଂଖ୍ୟା ଯୋଗୁଁ ଭାରତରେ ବେରୋଜଗାରୀ   ,  ଦାରିଦ୍ର୍ୟ , ରୁଗଣ ସ୍ୱାସ୍ଥ୍ୟ , ନୀରକ୍ଷୀରତା ଆଦି ବଢିଚାଲିଛି   ।

ଜନଗଣନା  :

କିଙ୍ଗସ୍ଲେ ଡାଭିସଙ୍କ ପ୍ରସ୍ତାବ ଅନୁଯାୟୀ  ୧୮୭୧ ମସିହା ଠାରୁ ଭାରତରେ ପ୍ରଥମକରି ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଅଦ୍ୟାବିଧି ଏହା ପ୍ରତି  ୧୦ ବର୍ଷରେ ଠାରେ ହୋଇଆସୁଛି   ।  ଜନଗଣନା କହିଲେ   ଦେଶର କେବଳ ମୁଣ୍ଡଗଣତିକୁ ବୁଝାଏ ନାହିଁ  ।  ଜନସଂଖ୍ୟାର ଗଠନ ଓ ଆକାର , ପୁରୁଷ ନାରୀ ସଂଖ୍ୟା , ପୁରୁଷନାରୀ ଅନୁପାତ , ଜନ୍ମ ଓ ମୃତ୍ୟୁହାର   , ଜନସଂଖ୍ୟା ବୃଦ୍ଧିହାର   ଭୂମି – ଜନ ଅନୁପାତ, କାର୍ଯ୍ୟରତ ଶ୍ରମିକ ଓ ସେମାନଙ୍କ ଉପରେ ନିର୍ଭରଶୀଳ ଲୋକଙ୍କ ସଂଖ୍ୟା ଓ ଅନୁପାତ ଆଦିର ସଠିକ ହିସାବକୁ ଜନଗାନାନା କୁହାଯାଏ  ।  ଏହାଦ୍ଵାରା ଦେଶର ସାମାଜିକ ଓ ଅର୍ଥନୈତିକ ଅବସ୍ଥା ଜଣାହୁଏ   । ପ୍ରତି ଦଶବର୍ଷ ଅନ୍ତରରେ ଜନଗଣନା କରାଯାଇ ତାର ହିସାବକୁ ବିଭିନ୍ନ ପ୍ରକାର ସାରଣୀ ମାଧ୍ୟମରେ ପୁସ୍ତକରେ ଲିପିବାଧ୍ୟ କରି ପ୍ରକାଶ କରାଯାଏ   ।  ବିଗତ ବିଂଶ ଶତାଦ୍ଦୀର ଜନଗଣତା ୧୯୦୧ ମସିହାରୁ ଆରମ୍ଭ ହୋଇଥିଲା ଓ ସେହି ମର୍ମରେ ୧୯୦୧ ମସିହାଠାରୁ ୨୦୧୧ ମସିହା ଜନଗଣନାରୁ ଏହି କ୍ଷେତ୍ରରେ ଉପସ୍ଥାପନା କରାଯାଉଅଛି   ।

ମସିହା

ମୋଟ ଜନସଂଖ୍ୟା

1901

238, 396, 327

1911

252,093,390

1921

251,321,213

1931

278,977,238,

1941

318,660,580,

1951

361,088,090,

1961

439,234,771,

1971

548,159,651,

1991

843,930,861

2001

1,027,015,247

 

ଉପରୋକ୍ତ ତଥ୍ୟାବଳିରୁ ଜଣାପଡୁଛି ଯେ  1911-21 ଦଶନ୍ଧିରେ ଜନସଂଖ୍ୟା ସାମାନ୍ୟ ହ୍ରାସ ହୋଇଥିଲା   ।  ପରବର୍ତ୍ତୀ ପର୍ଯ୍ୟାୟରେ ଜନସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଲା   1921-31 ଦଶନ୍ଧିରେ ଯେଉଁ ଜନସଂଖ୍ୟା ବୃଦ୍ଧି ଘଟିଲା   ,  ତାହାର ପରିମାଣ 27.7 ମିଲିୟନ ରୁ ଅଧିକ  , ଯାହାକି ପ୍ରଥମ ଦଶନ୍ଧି 1901-11 ର ବୃଦ୍ଧି ଦ୍ଵିଗୁଣରୁ ଅଧିକ   ।  ଏହି କାରଣରୁ 1921 ମସିହାକୁ “ ମହାବିଭାଜନ ବର୍ଷ ବୋଲି କୁହାଯାଇଥାଏ   ।  1981 ଜନଗଣନା ଅନୁସାରେ ଭାରତର ଜନସଂଖ୍ୟା 68.5 ବିଲିଅନ ଥିଲା   ।  1971 -81 ଦଶନ୍ଧିରେ ଭାରତର ଜନସଂଖ୍ୟା 137 ମିଲିୟନ ବୃଦ୍ଧି ପାଇ ଥିଲା   ।  ଅଥଚ ତାର ପୂର୍ବ ଦଶନ୍ଧିରେ ଏହା 109 ମିଲିୟନ ବୃଦ୍ଧି ପାଇଥିଲା  ।  ତେଣୁ ଭାରତ ସ୍ଵାଧିକ ଦେବାର 34 ବର୍ଷ ପରେ , ଭାରତର ଜନସଂଖ୍ୟା ପ୍ରାୟ ଦ୍ଵିଗୁଣିତ ହୋଇଛି  (1947 ମସିହାରେ 340 ମିଲିୟନ ଥିଲା ) ଏବଂ ଏକ ଦ୍ଵିତୀୟ ଭରତ ଏହା ସାଙ୍ଗକୁ ଯୋଗ ହୋଇଛି   ।

ଭାରତ ସାମ୍ପ୍ରତିକ ଜନସଂଖ୍ୟା  : 2001 ଜନଗଣନା ଅନୁସାରେ ଭାରତର ଜନସଂଖ୍ୟା 1028 ନିୟୁତରୁ ଊର୍ଦ୍ଦ୍ଵ   ।  ସଦ୍ୟ ଜନଗଣନାରୁ ଜଣାଯାଇଛି ଯେ ଏ ଦଶନ୍ଧିରେ ଜନ୍ମହାର 25%, ମୃତ୍ୟୁହାର 8.1% ଏବଂ ପ୍ରାକୃତିକ ଜନଆ ବୃଦ୍ଧି 16.9%   ।  ଭାରତର ଜନ ସାନ୍ଦ୍ରତା 324 ବର୍ଗ କିମି   ।  2005 ମସିହା ବେଳକୁ ଏହା 1060 ନିୟୁତକୁ ତାପୀଲାଣି    ।  ବିଶ୍ଵର ସର୍ବବୃହତ ଜନସଂଖ୍ୟା ଥିବା ଚାଇନା ପଛକୁ ଭରତ ଦ୍ଵିତୀୟ ସ୍ଥାନରେ ଅଛି   ।  ତେଣୁ ଭାରତରେ ବାର୍ତ୍ତମାନ ଯେଉଁ ପରିମାଣରେ ଜନସଂଖ୍ୟା ବୃଦ୍ଧି ପାଉଛି ଓ ଆଗକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି   , ତାହାକୁ ବହୁ ଅର୍ଥନୀତିଜ୍ଞ , ସମାଜତତ୍ଵବିତ , ପରିବେଶବିତ ପ୍ରମୁଖ ବ୍ୟକ୍ତିମାନେ ‘ ଜନବିସ୍ଫୋରଣ ‘ ବୋଲି ନାମିତ କରୁଛନ୍ତି   ।

ଭାରତର ଜନସଂଖ୍ୟା ପରିସଂଖ୍ୟାନ   : 2001 ଜନଗଣନା ଅନୁସାରେ ଭାରତର ଜନସଂଖ୍ୟା  :

ଏକ ବିଂଶ ଶତାଦ୍ଦୀର ପ୍ରଥମ ଜନଗଣନା ଫେବୃୟାରୀ ମାସ 9 ତାରିଖ 28 ତାରିଖ 2001 ପର୍ଯ୍ୟନ୍ତ ଚାଲିଥିଲା   । ଏହାର ତଥ୍ୟ ଗୁଡିକ ନିମ୍ନରେ ଦିଆଗଲା  ।

ମାର୍ଚ୍ଚ 1 2001 ସୁଦ୍ଧା ଭାରତର ଜନସଂଖ୍ୟା

1.027,015,247

ପୁରୁଷ

531,277,078

ମହିଳା

495,277,169

ଲିଙ୍ଗ ଅନୁପାତ

933 ମହିଳା /1000 ପୁରୁଷ

ବାର୍ଷିକ ଜନସଂଖ୍ୟା ବୃଦ୍ଧିହାର

2.23%

ଜନସଂଖ୍ୟା  ସାନ୍ଦ୍ରତା

324 ବ୍ୟକ୍ତି / ବର୍ଗ କି.ମି

ଅଧିକ ଜନହୁଳ ରାଜ୍ୟ

ୱେଷ୍ଟ ବେଙ୍ଗଲ ( ଯାହାର ଜନସଂଖ୍ୟାର )

ସାନ୍ଦ୍ରତା ହେଉଛି 904 ବ୍ୟକ୍ତି/ ବର୍ଗ କି. ମି

 

ଜନସଂଖ୍ୟା ବିସ୍ଫୋରଣ

ମନୁଷ୍ୟ ଠାରୁ ଆରମ୍ଭ କରି ନ୍ୟୁନତମ ଜୀବପର୍ଯ୍ୟନ୍ତ ସମସ୍ତେ ପ୍ରକୃତିର ସନ୍ତାନ   ।  କାରଣ ଏହି ପୃଥିବୀରେ ଦେଖାଯାଉଥିବା ସମସ୍ତ ଜୀବ (ପ୍ରାଣୀ , ଉଦ୍ଭିଦ ) ପ୍ରକୃତି ଭୀତରେ ଏକ ସ୍ଵାଭାବିକ ଓ ସ୍ଵଙ୍ଗଚାଳିତ ବିବର୍ତ୍ତନ ପ୍ରକ୍ରିୟା ଯୋଗୁଁ ସୃଷ୍ଟି ହୋଇଛନ୍ତି   ,  ମଣିଷକ୍ଷେତ୍ରରେ ନିଜ ପିଲାମାନଙ୍କର ସକଳ ଉନ୍ନତି ପାଇଁ ବାପା, ମା ଯେପରି ବିଭିନ୍ନ ନୀତି ନିୟମ ଅନୁସରଣ କରିଥାଆନ୍ତି   ।  ଠିକ ସେଥିପାରି ପ୍ରକୃତି ମଧ୍ୟ ନିଜର ସନ୍ତାନସନ୍ତତିମାନଙ୍କର ସର୍ବବିଧି ଉନ୍ନତି ପାଇଁ ବିଭିନ୍ନ ନୀତି ନିୟମର ଅବତାରଣା କରିଥାଏ   ।  ଉନ୍ନତି ପଥରେ ବିଭିନ୍ନ ସମସ୍ଯା ସବୁବେଳେ ପ୍ରତିବନ୍ଧକ ହୋଇ ଠିଆ ହୋଇଥାଏ   ।  ନିର୍ଦ୍ଧିଷ୍ଟ ନୀତି ନିୟମ ଅନୁସରଣ କରିବାଦ୍ଵାରା ମଣିଷ ତଥା ଅନ୍ୟାନ୍ୟ ଜୀବମାନେ ସେହିସବୁ ସମସ୍ୟାକୁ ଅତିକ୍ରମ କରିଯାଇ ନିଜର ଉନ୍ନତି ଅବ୍ୟାହାତ ରଖନ୍ତି   ।  “ ଜନସଂଖ୍ୟା ମଣିଷ ତଥା ଅନ୍ୟାନ୍ୟ ଜୀବମାନେ ସେହିପରି ଏକ ସମସ୍ୟାକ   ।  ଜନସଂଖ୍ୟା ବିସ୍ଫୋରଣ ଯୋଗୁଁ ପ୍ରତ୍ୟେକ ଜୀବର ଦୁଇଟି ମୌଲିକ ଆବଶ୍ୟକତା ପ୍ରତି ବିପଦ ସୃଷ୍ଟି ହୁଏ   ।  ସେହି ଦୁଇଟି ଆବଶ୍ୟକତା ହେଲା ବାସସ୍ଥାନ ଓ ଖାଦ୍ୟ ସଂଗ୍ରହ  । ପ୍ରତ୍ୟେକ ଜୀବ ନିଜ ପାଇଁ ଏକ ନିରାପଦ ବାସସ୍ଥାନ ଓ ବଞ୍ଚିବା ପାଇଁ ଖାଦ୍ୟ ଅନ୍ଵେଷଣ କରିଥାଏ   ।  ପୃଥିବୀରେ ବାସସ୍ଥାନ ଏବଂ ଖାଦ୍ୟ ଆମଡାନୀ ନିମନ୍ତେ ମିଳୁଥିବା ସ୍ଥାନ ସୀମିତ ହୋଇଥିବାରୁ ପ୍ରତ୍ୟେକ ଜୀବର ସଂଖ୍ୟା ମଧ୍ୟ ଏକ ସୀମା ରହିବା ପ୍ରୟୋଜନ   ।  ଏହି ସୀମା ଅତିକ୍ରାନ୍ତ ହେଲେ ଜନସଂଖ୍ୟା ବିସ୍ଫୋରଣ ଏକ ବିରାଟ ସମସ୍ୟା ଭାବରେ ପରିଦୃଷ୍ଟ ହୁଏ   ।  ଉପରୋକ୍ତ ତଥ୍ୟ ଅନୁଯାୟୀ ଭାରତର ଜନସଂଖ୍ୟା  ଯଦି ଏହିଭଳି ଭାବରେ ବୃଦ୍ଧିପାରିବାକୁ ଲାଗେ   , ତେବେ 2050 ମସିହା ବେଳକୁ ଏହାର ଜନସଂଖ୍ୟା 1,620 ମିଲିୟନ ହୋଇଜୀବ ଏବଂ ଏହି ବୃଦ୍ଧି ଭାରତକୁ ପୃଥିବୀର ପ୍ରଥମ ଜନବହୁଳ ଦେଶର ପରିଣତ କରାଇ ଦେବ   ।

ଜନସଂଖ୍ୟା ବୃଦ୍ଧିକୁ କିପରି ରୋକାଯାଇପାରିବ   ,  ଏଦିଗରେ ଜନସାଧାରଣଙ୍କୁ ସଚେତନ କରିବା ଲାଗି ପ୍ରତିବର୍ଷ ଜିଲାଇ ମାସ 11 ତାରିଖରେ “ ବିଶ୍ଵ ଜନସଂଖ୍ୟା ଦିବସ  “ ପାଳନ କରାଯାଉଛି   ।

ଜନସଂଖ୍ୟା ବୃଦ୍ଧିର କାରଣ  : ଜନସଂଖ୍ୟା ବୃଦ୍ଧି ଜନ୍ମହାର ଓ ମୃତ୍ୟୁହାରର ଅପେକ୍ଷ ସମ୍ପର୍କ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ   ।  ଜନ୍ମହାର ମୃତ୍ୟୁହାର ଠାରୁ ଅଧିକ ହେଲେ ଜନସଂଖ୍ୟାବୃଦ୍ଧି ପାଇବା ନିଶ୍ଚିତ   ।  ଆମ ଦେଶରେ ଜନ୍ମହାର ଅଧିକ ଓ ମୃତ୍ୟୁହାର କମ ରହିଥିବାଯୋଗୁଁ ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଅଛି  ।  ତିନୋଟି କାରଣ ଯୋଗୁଁ ଭାରତରେ ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି   ।  ସେଗୁଡିକ ହେଲା  -

(1)  ଜନତତ୍ଵ କାରଣ

(2)  ଭୌଗୋଳିକ କାରକ

(3)  ସାମାଜିକ – ଅର୍ଥନୈତିକ କାରକ

1 ଜନତତ୍ଵ କାରକ  : ଜନତତ୍ଵ କାରକଗୁଡିକ ହେଲା ଜନ୍ମହାର , ମୃତ୍ୟୁହାର ସ୍ଥାନ୍ତର ଗମନ ଇତ୍ୟାଦି  ।

ଜନ୍ମହାର  :

ଗୋଟିଏ ବର୍ଷରେ ହଜାରେ  ଲୋକରେ କେତେକ ଶିଶୁ ଜନ୍ମଗ୍ରହଣ କରୁଛନ୍ତି ତାହାର ଆକଳନକୁ ଜନ୍ମହାର କୁହାଯାଇଥାଏ   ।  ଉଚ୍ଚ ଜନ୍ମହାର ଏବଂ ନିମ୍ନମୃତ୍ୟୁହାର ଜନସଂଖ୍ୟା ବୃଦ୍ଧି କାରଣ ହୋଇଥିବାରୁ ସେଗୁଡିକ ଅନୁଧ୍ୟାନ କରିବା ଆବଶ୍ୟକ   ।

ବଉଚ୍ଚ ଜନ୍ମହାର କାରଣ  : ଉଚ୍ଚ ଜନ୍ମହାରର କାରଣଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା   ।

(କ) କମ ବୟସରେ ବିବାହ   ।

(ଖ) ପୁତ୍ର ପ୍ରାପ୍ତିର ଲକ୍ଷ

(ଗ) ଜନ୍ମ ନିରୋଧ ପଦ୍ଧତି ଗ୍ରହଣରେ ଉଦାସୀନତା   ।

(ଘ) ଧର୍ମୀୟ ଓ ପାରମ୍ପରିକ ବିଶ୍ଵାସ   ।

(ଙ) ଦାରିଦ୍ର୍ୟ , ନିରକ୍ଷରତା ଓ ଅଜ୍ଞତା ମଧ୍ୟ ଉଚ୍ଚ ଜନ୍ମହାରର କାରଣ ଅଟେ   ।

ମୃତ୍ୟୁହାର  :

ଗୋଟିଏ ବର୍ଷରେ ହଜାରେ ଲୋକରେ କେତେ ଶିଶୁ ବା ବ୍ୟକ୍ତି ମୃତ୍ୟୁବାରଣ କରିଛନ୍ତି , ତାହାର ଆକଳନ ମୃତ୍ୟୁହାର କୁହାଯାଇଥାଏ   ।  ବାର୍ତ୍ତମାନ ଯୁଗରେ ଔଷଧର ବ୍ୟବହାର , ରୋଗ ନିରାକରଣ ଏବଂ ସ୍ୱାସ୍ଥ୍ୟଗତ ସୁବିଧା ସହଜରେ ଉପଲବ୍ଧି ହେଉଥିବାରୁ , ମୃତ୍ୟୁହାର ହ୍ରାସ ଘଟୁଛି   ।  ତେଣୁ ନିମ୍ନ ମୃତ୍ୟୁହାର ଜନସଂଖ୍ୟା ବୃଦ୍ଧିର ଅନ୍ୟ ଏକ କାରଣ   ।

ନିମ୍ନ ମୃତ୍ୟୁହାରର କାରଣ  :  ନିମ୍ନ ମୃତ୍ୟୁହାରର କେତେକ କାରଣ ନିମ୍ନରେ ବର୍ଣ୍ଣନା କରାଗଲା   ।

(କ) ଦୁର୍ଭିକ୍ଷ ଓ ମହାମାରୀ ନିୟନ୍ତ୍ରଣ  :

ଅତୀତରେ ଆମ ଦେଶରେ ଅନାବୃଷ୍ଟି ବନ୍ୟା , ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି କରୁଥିଲା  ।  ଲୋକପ୍ରତିନିଧିମୂଳକ ସରକାର ଦୁର୍ଭିକ୍ଷ ଜନିତ ପରିସ୍ଥିତି ଦୃଢ ମୁକାବିଲା କରିବା ଫଳରେ ମୃତ୍ୟୁହାର କମିଯାଇଛି  । ପ୍ରତିଷେଧକମୂଳକ ବ୍ୟବସ୍ଥା ଫଳରେ ମହାମାରୀ ରୋଗ ସବୁକୁ ନିୟନ୍ତ୍ରଣ କରାଯାଇପାରିଛି ଓ ମୃତ୍ୟୁହାର ହ୍ରାସ ପାଇଛି   ।

(ଖ) ଚିକିତ୍ସା ବିଜ୍ଞାନ ଓ ଜଣସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି  :

ଉନ୍ନତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରି ଅନେକ ମାରାତ୍ମକ ରୋଗକୁ ଆୟତ୍ତ କରାଯାଇପାରୁଛି  ।  ଶୁଦ୍ଧ ପାନୀଯ ଜଳଯୋଗାଣ ଓ ଉନ୍ନତ ଜଳ ନିଷ୍କାସନ  ଆଦି ବ୍ୟବସ୍ଥା ମାଧ୍ୟମରେ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରାଯାଉଅଛି   ।   ସର୍ବୋପରି ବିଶ୍ଵସ୍ୱାସ୍ଥ୍ୟ ସଂଗଠନର ପ୍ରଚେଷ୍ଟା ଫଳରେ ଭାରତରେ ମୃତ୍ୟୁହାର ଏକ ହଜାର ଲୋକପିଚ୍ଚା 10.8 ରେ ରହିଛି  ।

(ଗ) ଶିଶୁ ମୃତ୍ୟୁହାର ହ୍ରାସ  :

ଆଗରୁ ଅନେକ ଶିଶୁ ଅକାଳରେ ମୃତ୍ୟୁବାରାଁ କରୁଥିଲେ   ।  ସୁଷମ ଶିଶୁ ଖାଦ୍ୟ ଓ ପୋଲିଓ,  ଟ୍ରିପଲ ଆଣ୍ଟିଜେନ  ।  ଇତ୍ୟାଦି ଟୀକାଦାନ ବ୍ୟବସ୍ଥା ଯୋଗୁଁ ଶିଶୁ ମୃତ୍ୟୁହାର କ୍ରମଶଃ କମିବାରେ ଲାଗିଛି   ।

(ଘ) ପ୍ରତ୍ୟାଶିତ ଆୟୁଷ ବୃଦ୍ଧି  :

କୌଣସି ଏକ ଦେଶର ଲୋକ ଜନ୍ମ ସମୟରୁ ଯେତେ ସମୟ ହାରାହାରି ବଞ୍ଚିପାରିବ ସେହି ସମୟ ବ୍ୟବଧାନୁକ ତାର ପ୍ରତ୍ୟାଶୀତ ଆୟୁଷ କୁହାଯାଏ   ।   1921-31 ମସିହା ଦଶକ ଭାଗରେ ଜଣେ ବ୍ୟକ୍ତି କେବଳ 27 ବର୍ଷ ଜୀବିତ ରହିପାରିବ ବୋଲି ଆସା କରାଯାଉଥିଲା  । କିନ୍ତୁ ଆଜି ଭାରତରେ ଜୀବିତ ରହିବାର ଏହି ସମୟସୀମା ହାରାହାରି 68.5 ବର୍ଷରେ ପହଞ୍ଚି ପାରିଛି   ।

ସ୍ଥାନାନ୍ତରଣ  :

ଜନସଂଖ୍ୟା ବୃଦ୍ଧିରେ ସାହାଯ୍ୟ କରୁଥିବା ଉପାଦାନଗୁଡିକ ମଧ୍ୟରେ ସ୍ଥାନାନ୍ତରଣ ଅନ୍ୟତମ   । ପାକିସ୍ତାନ ଏବଂ ବଙ୍ଗଳା ଦେଶ ରୁ ନିୟୁତରୁ ଅଧିକ ନାଗରିକ ଭାରତବର୍ଷରେ ଶରଣାର୍ଥୀ ହୋଇଛନ୍ତି   ।  ବଙ୍ଗଳାଦେଶରୁ ଆସୁଥିବା ଶରଣାର୍ଥୀଙ୍କ ସଂଖ୍ୟା ଅତିରିକ୍ତ ହେବାରୁ ଆସାମରେ ଏକ ଆନ୍ଦୋଳନ  ବିଗତ କେତେ ବର୍ଷ ଧରି ଚାଲିଥିଲା   ।  ନିକଟ ଅତୀତରେ ଅନେକ ଶରଣାର୍ଥୀ ସିଂହଳରୁ ଆସି ଭାରତରେ ଆଶୟ ନେଇଛନ୍ତି   ।  ଏହା ଭାରତର ଜନସଂଖ୍ୟାକୁ ବଢାଇବାର ଲାଗିଛି   ।

ଭୌଗୋଳିକ କାରକ

ଭାରତର ଜନସଂଖ୍ୟା ବୃଦ୍ଧିରେ ସହାୟକ ହେଉଥିବା ଭୌଗୋଳିକ କାରକଗୁଡିକ ହେଲା  -

 

 

 

ଜଳବାଯୁ

ଭାରତର ଜଳବାୟୁ ବ୍ୟବସ୍ଥା ଜନସଂଖ୍ୟା ବୃଦ୍ଧିରେ ସହାୟକ ହୋଇଥାଏ

କୃଷି

କୃଷି କ୍ଷେତ୍ରରେ ଉନ୍ନତି ଯୋଗୁଁ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି କରାଯାଇପାରିଛି   ।  ଯାହା ଫଳରେ କି ଲୋକମାନେ ଅନାହାର ମୃତ୍ୟୁରୁ ରକ୍ଷା ପାରିଛନ୍ତି   ।

ସମ୍ପଦ

ଜଳ ଏକ ଅମୂଲ୍ୟ ପ୍ରାକୃତିକ ସମ୍ପଦ ଯାହାକି ଜୀବନ ଧାରଣ ପାଇଁ ଏକାନ୍ତ ଅପରିହାର୍ଯ୍ୟ   । ପାନୀଯ ଜଳର ସୁବିଧା ଯୋଗୁଁ ବନ ବଡ ଜନବସତି , ସହର , ବଜାର ଆଦି ନଦୀକୁଳମାନଙ୍କରେ ଗଢିଉଠିଥିବା ଦ୍ଵାରା  ଜନସଂଖ୍ୟା ବୃଦ୍ଧି ହେଉଛି  ।  ଖଣିଜଦ୍ରବ୍ୟ ମିଳୁଥିବା ଅଞ୍ଚଳଗୁଡିକରେ କଳକାରଖାନା ସ୍ଥାପନ କରିବା ଦ୍ଵାରା ବଡ ବଡ ସହର ଗଢି ଉଠି ଜନସଂଖ୍ୟା  ବୃଦ୍ଧିରେ ସାହାଯ୍ୟ କରୁଛି  ।  ଏହାର ଏକ ଉଦାହରଣ ହେଉଛି – ଜାମସେଦପୁର , ରାଉଲକେଲା   ।

 

ଗମନାଗମନ

ଗମନାଗମନ ସୁବିଧା ମଧ୍ୟ ଜନସଂଖ୍ୟା ବୃଦ୍ଧିରେ ସହାୟକ ହୋଇଛି   ।

 

( 3 )ସାମାଜିକ – ଅର୍ଥନୈତିକ କାରକ  : ଜନତତ୍ଵ ଏବଂ ଭୌଗୋଳିକ କାରକ ଛଡା , ସାମାଜିକ – ଅର୍ଥନୈତିକ କାରକ ମଧ୍ୟ ଜନସଂଖ୍ୟାକୁ ବିଶେଷଭାବରେ ପ୍ରଭାବିତ କରିଥାଏ   ।  ଏହି କାରକଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା   ।

ଶିଳ୍ପୀକରଣ   : ଶିଳ୍ପଗୁଡିକର ବିକାଶ ଯୋଗୁଁ ଏହା ଅନେକ ଲୋକଙ୍କୁ ଅର୍ଥ ଉପାର୍ଜନର ବାଟ ଦେଖାଇଥାଏ   , ଯାହାକି ଜନସଂଖ୍ୟାର ବୃଦ୍ଧିର କାରଣ ହୋଇଥାଏ   ।

ସହରୀକରଣ  : ସହରମାନଙ୍କର ଶିଳ୍ପ ପ୍ରତିଷ୍ଠା , କୋଠାବାଡି ନିର୍ମାଣ ,  ସରକାରୀ ଦପ୍ତର  ,  ବାଣିଜ୍ୟ ଓ ପରିବହନ ଆଦି ବିଭିନ୍ନ ବୃତ୍ତି ପ୍ରଦାନକାରୀ ସଂସ୍ଥାର ଅଭିବୃଦ୍ଧି ଘଟି ଜନସଂଖ୍ୟା ବୃଦ୍ଧିରେ ସହାୟକ ହୋଇଥାଏ   ।

ପୃଷ୍ଟିସାଧନ  : ଗର୍ଭାବସ୍ଥାର ମା ଉପଯୁକ୍ତ ସମତୁଲ ଖାଦ୍ୟ ଖାଇବା ଦ୍ଵାରା ସୁସ୍ଥ ଶିଶୁ ଜନ୍ମକରିବାକୁ ସକ୍ଷମ ହୋଇଥାଏ   ।  ତେଣୁ ଉପଯୁକ୍ତ ପୃଷ୍ଟିସାଧନ ଦ୍ଵାରା ଉଭୟ ମା ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଥାଏ ଯାହାକି ଜନସଂଖ୍ୟା ବୃଦ୍ଧି ସାହାଯ୍ୟ କରିଥାଏ   ।

ଉନ୍ନତ ସ୍ୱାସ୍ଥ୍ୟ ସୁବିଧା  : ଚିକିତ୍ସା ବିଜ୍ଞାନର ଉନ୍ନତି ଯୋଗୁଁ ଅନେକ ଦୁଃସାଧ୍ୟ ରୋଗରୁ ଲୋକମାନେ ରକ୍ଷା ପାଇପାରୁଛନ୍ତି   ।  ବର୍ତ୍ତମାନ ଆଧୁନିକ ଚିକିତ୍ସା ଯୋଗୁଁ ଲୋକମାନଙ୍କର ବଞ୍ଚି ରହିବାର ଜବୀନ ସୀମା ବୃଦ୍ଧି ପାଇଛି  ।  ତେଣୁ ଜନସଂଖ୍ୟା ବୃଦ୍ଧି ଘଟୁଛି   ।

ଶିଶୁ ଶ୍ରମିକ  : କେତେକ ଲୋକ “ ଅଧିକପିଲା , ଅଧିକ ଆୟରେ ବିଶ୍ଵାସ କରୁଥିବାରୁ ‘ ସେମାନେ ଏ ଦିଗରେ ପ୍ରୋତ୍ସାହିତ ହୋଇଥାନ୍ତି   ।

ଚିତ୍ତବିନୋଦନର ଅଭାବ : ଲୋକମାନଙ୍କର ଧନ ଅଭାବରୁ ଅବସି ସମୟରେ ଚିତ୍ତବିନୋଦନ କରିବାକୁ ସେମାନେ ବଞ୍ଚିତ ହୋଇଥାଆନ୍ତି  ।  ଏହା ବହୁ ସନ୍ତାନ ଜନ୍ମର ଅନ୍ୟତମ କାରଣ ହୋଇପାରେ   ।

ଜନସଂଖ୍ୟା ବୃଦ୍ଧିର ପ୍ରଭାବ  : ଜନସଂଖ୍ୟା ବୃଦ୍ଧି ଆବଶ୍ୟକତାଠାରୁ ଅଧିକତ ହେଲେ   ,  ସମାଜ ଉପରେ ଏହାର ଅନେକ କୁପ୍ରଭାବ ପଡିଥାଏ   ।  ଭାରତର ଏହି ଅନାବଶ୍ୟକ ଜନସଂଖ୍ୟା ବୃଦ୍ଧିର ବିସ୍ପୋରକ ଅବସ୍ଥା ନେକ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି କରିଛି   ।  ଜନସଂଖ୍ୟା ବୃଦ୍ଧିର କେତେଗୁଡିଏ ମୁଖ୍ୟ ପ୍ରଭାବ ବିଷୟରେ ନିମ୍ନରେ ବର୍ଣ୍ଣନା କରାଗଲା   ।

1)     ଖାଦ୍ୟ ସମସ୍ୟା  :

ଜନସଂଖ୍ୟା ବୃଦ୍ଧି ହେଲେ ଆବଶ୍ୟକତା ଅନୁସାରେ ଖାଦ୍ୟ ଦ୍ରବ୍ୟର ଅଭାବ ପରିଲିଖିତ ହୋଇଥାଏ   ।

2)     ଭୂମି ସମସ୍ୟା  :

ଜନସଂଖ୍ୟା ବୃଦ୍ଧି ଫଳରେ ଭୂମିଉପରେ ଅଧିକ ଲୋକ ନିର୍ଭର କରୁଥିବାରୁ ଭୂମି ଉପରେ ଚାପ ପଡିଥାଏ   ।

3)     ବାସଗୃହ ସମସ୍ୟା   :

ଅତ୍ୟଧିକ ଜନସଂଖ୍ୟା ଯୋଗୁଁ ଭାରତର ବାସଗୃହ ସମସ୍ୟା ଦେଖାଦେଇଛି   ।  ଏହି ସମସ୍ୟା ସହରାଞ୍ଚଳରେ ଅଧିକ ମାତ୍ରାରେ ଦେଖା ଦେଉଛି କାରଣ ଗ୍ରାମାଞ୍ଚଳର ଲୋକମାନେ ଉନ୍ନତ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଆଦି ପାଇବା ଲାଗି ସହରାଭିମୁଖୀ ହେଉଛନ୍ତି  ।

4)     ଦାରିଦ୍ର୍ୟ  :

ଦ୍ରୁତ ଜନସଂଖ୍ୟା ବୃଦ୍ଧି ମଧ୍ୟ ଦାରିଦ୍ର୍ୟ ସୃଷ୍ଟି କରିଥାଏ   ।  ଜନସଂଖ୍ୟା ବୃଦ୍ଧି ହେବା ଫଳରେ ଜନସାଧାରଣଙ୍କର ଖାଦ୍ୟ , ବସ୍ତ୍ର ତଥା ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ପୂରଣ ହୋଇପାରେ ନାହିଁ   ।  ତେଣୁ ଦାରିଦ୍ର୍ୟ ଦେଖାଦେଇଥାଏ   ।

5)     ବେକାରି  :

ଜନସଂଖ୍ୟା ବୃଦ୍ଧି ହେବା ଫଳରେ ସମସ୍ତଙ୍କୁ କର୍ମସଂସ୍ଥାନ ଜୋଗାଡିବା ସମ୍ଭବ ନଥାଏ   ।  ତେଣୁ ବେକାରି ସୃଷ୍ଟି ହୋଇଥାଏ   ।

6)     ନୀରକ୍ଷୀରତା   :

ଭାରତବର୍ଷରେ ଜନସଂଖ୍ୟା ବୃଦ୍ଧି ତସାଙ୍ଗକୁ ନିରକ୍ଷରତା ମଧ୍ୟ ବୃଦ୍ଧି ପାଉଛି  ।  ଜାତୀୟ ତଥା ରାଜ୍ୟ ସ୍ତରରେ ଶିକ୍ଷା ପାଇଁ କମ ସମ୍ବଳର ବିନିଯୋଗ ହେଉଛି ନିରକ୍ଷରତାର ମୂଳ କାରଣ   ।

7)       ଅର୍ଥନୈତିକ କ୍ଷତି  :

ଜନସଂଖ୍ୟା ବୃଦ୍ଧିତ ଯୋଗୁଁ ଭାରତର ଅର୍ଥନୈତିକ ବିକାଶ ବାଧାପ୍ରାପ୍ତ ହେଉଛି   ।

8)     ସ୍ୱାସ୍ଥ୍ୟ ସମସ୍ୟା  :

ଜନସଂଖ୍ୟା ବୃଦ୍ଧି ହେବା ଦ୍ଵାରା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି    ।  ଭାରତରେ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ପାଉଥିବା ସ୍ଥଳେ   , ସମସ୍ତଙ୍କୁ ଏହା ଠିକ ଭାବରେ ଯୋଗାଇ ଦେବା ସମ୍ଭବ ହେଉନାହିଁ   ।

9)     ଅପରାଧ  :

ନିରକ୍ଷରତା ଏବଂ ବେକାରି ବୃଦ୍ଧି ପାଇବା ଯୋଗୁଁ ଦେଶରେ ଚୋରୀ , ଡକାୟତି , ପକେଟମାର ଆଦି ଅପରାଧ ବଢିଚାଲିଛି   ।

10)  ଜଙ୍ଗଲ କ୍ଷୟ ଏବଂ ମୃତ୍ତିକା କ୍ଷୟ   :

ଜନସଂଖ୍ୟା ବୃଦ୍ଧି ହେବା ଯୋଗୁଁ ବାସସ୍ଥାନ ଏବଂ କୃଷିକାର୍ଯ୍ୟ ଲାଗି ଅଧିକ ଜମି ଆବଶ୍ୟକ ହେବାରୁ ଜଙ୍ଗଲ କ୍ଷୟ ଏବଂ ମୃତ୍ତିକା କ୍ଷୟ ବଢିଚାଲିଛି   ।

11) ପ୍ରଦୂଷଣ  :

ଦ୍ରୁତ ଜନସଂଖ୍ୟା ବୃଦ୍ଧି ଫଳରେ ଅଧିକ ସଂଖ୍ୟାରେ ଯାନବାହାନ ଚଳାଚଳ , କାଳକାରଖାନା ସ୍ଥାପନ , ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ଦ୍ଵାରା ଜଳ ଏବଂ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି  ।

12) ପରିବେଶ ସମସ୍ୟା  :

ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରୁ ପରିବେଶ ସୁରକ୍ଷା କ୍ଷେତ୍ରରେ ବିପଦ ସୃଷ୍ଟି ହୋଇଛି  । ଅପର୍ଯ୍ୟାପ୍ତ ସଂଖ୍ୟାରେ ବନ୍ୟ ପଶୁ , ପକ୍ଷୀଙ୍କର ଶିକାର କରାଯିବା ହେତୁ ସେମାନଙ୍କର ବଂଶ ଲୋପପାଇଯିବାର ଆଶଙ୍କା ରହିଛି  ।  ଖାଦ୍ୟର ଚାହିଦା ବୃଦ୍ଧି ପାଉଥିବାରୁ ଅଧିକ ଶସ୍ୟ ଉତ୍ପାଦନ କରିବା ପାଇଁ ଚାଷୀମାନେ କୃଷିକ୍ଷେତ୍ରରେ ଅଧିକମାତ୍ରାରେ ସାର ଏବଂ ରୋଗପୋକନାଶକ ବ୍ୟବହାର କରୁଛନ୍ତି  ।  ଏହା ଫଳରେ ପରିବେଶରେ ଏକ ଅଶାନ୍ତ ବାତାବରଣ ସୃଷ୍ଟି ହେଉଛି   ।

ପରିବାର କଲ୍ୟାଣ କାର୍ଯ୍ୟକ୍ରମ  : ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଦ୍ଵାରା ପରିବାର ନିୟନ୍ତ୍ରଣ ପ୍ରତି ସାଧାରଣ ଭାରତୀୟମାନଙ୍କର ମନୋବୃତ୍ତିରେ ପରିବର୍ତ୍ତଣ ଆଣିବାପାଇଁ ଚେଷ୍ଟା କରାଯାଉଛି  ।  ଏହିକାର୍ଯ୍ୟକ୍ରମ ର ମହତ  ଉଦ୍ଦେଶ୍ୟକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ନିମିତ୍ତ ସରକାରୀ ଅଭିଯାନ ସମଗ୍ର ବିଶ୍ଵରେ ଅଦ୍ଵିତୀୟ  ।  1981 ମସିହାରେ ପରିବାର କଲ୍ୟାଣ ଗ୍ରହଣ କରୁଥିବା ଲୋକମାନଙ୍କର ହାର ଶତକଡା 22.8 ଥିଲାବେଳେ ତାହା 1919 ମସିହା ବେଳକୁ ଶତକଡା 44 ରୁ ଅଧିକ ବଢିଯାଇଛି  । ସମୁଦାୟ ପ୍ରଜନନ ହାର ମଧ୍ୟ 1981 ରେ 4.5 ଥିବାବେଳେ 1989 ରେ ତାହା 3.9 କୁ କମିଯାଇଛି   । ତେଣୁ ବିଭିନ୍ନ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଂଖ୍ୟା ବୃଦ୍ଧିର ସାବଧାନ କରାଯାଇ ପାରିବ   ।  ସେହି କାର୍ଯ୍ୟକ୍ରମ ଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା  ।

  1. I.            ଶିକ୍ଷା  : ଶିକ୍ଷିତ ଦମ୍ପତି ସାଧାରଣତହ ଛୋଟ ପରିବାର ପସନ୍ଦ କରୁଥିବାର ଦେଖାଯାଏ   ।  ତେଣୁ ପ୍ରଜନନକ୍ଷମ ଗୋଷ୍ଠୀର ଲୋକମାନଙ୍କୁ ଛୋଟ ପରିବାରର ଉପଯୋଗୀତା ବିଷୟରେ ଶିକ୍ଷା ଦେବା ଦରକାର    ।  ରେଡିଓ , ଟେଲିଭିଜନ,  ସମ୍ବାଦପତ୍ର   , ଚଳଚିତ୍ର , ବିଜ୍ଞାପନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଂଖ୍ୟା ବୃଦ୍ଧିର କୁପରିମାଣ ଏବଂ କ୍ଷୁଦ୍ର ପରିବାରର ସୁପରିଣତିତ ସମ୍ପର୍କରେ ଜନସାଧାରଣଙ୍କୁ ଶିକ୍ଷା ଦିଆଯାଉଛି  । ଉକ୍ତ ପ୍ରଚାର କାର୍ଯ୍ୟକ୍ରମ ପରିବାର ନିୟନ୍ତ୍ରଣ ପାଇଁ ଜନସାଧାରଣଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରେ  ।  ଏହାଛଡା  , ଜନ୍ମହାର ହ୍ରାସ ନିମନ୍ତେ ନାରୀଶିକ୍ଷାର ପ୍ରସାର ଯଥେଷ୍ଟ ସହାୟକ ହୋଇଥାଏ   ।
  2. II.            ବିବାହ ବୟସ  : ଝିଅମାନେ 18 ବର୍ଷ ବୟସ ପୂର୍ବରୁ  ଓ ପୁଅମାନେ 21 ବର୍ଷ ବୟସ ପୂର୍ବରୁ ବିବାହ କରିପାରିବେ ନାହିଁ ବୋଲି ଆଇନଗତ ବ୍ୟବସ୍ଥା କରାଯାଇଅଛି   ।
  3. III.            ପରିବାର ନିଯୋଜନ  : ପରିବାର  ନିଯୋଜନ କହିଲେ ପରିବାରର ଆକାରକୁ ସିମତତ କରିବାକୁ ବୁଝାଏ  । ପରିବାରର ମଙ୍ଗଳ ସାଧନ ପରିବାର ନିୟନ୍ତ୍ରଣର ମୂଳ ଉଦ୍ଦେଶ୍ୟ  । ପରିବାର ନିଯୋଜନ ଫଳରେ ସ୍ୱାସ୍ଥ୍ୟବାନ ଶିଶୁ ଏବଂ ସୁଖୀ ପରିବାରର ସୃଷ୍ଟି ହୁଏ   । ଆମ ଦେଶରେ ବିଭିନ୍ନ ପାଞ୍ଚବାର୍ଷିକ ଯୋଜନାକାଳରେ ପରିବାର ନିଯୋଜନ ଉପରେ ଗୁରୁତ୍ଵ ଦିଆହୋଇ ଆସିଛି . ।

ବିଭିନ୍ନ ପରିବାର ନିଯୋଜନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ୍ମ ନିୟନ୍ତ୍ରଣର ବିଭିନ୍ନ ପଦ୍ଧତି ଓ ସେଗୁଡିକର ସୁଲଭତା ସମ୍ବନ୍ଧରେ ଲୋକଙ୍କ ଶିକ୍ଷା ଦିଆଯାଉଛି  । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକ୍ତରଖନା ଜରିଆରେ ଜନ୍ମନିୟନ୍ତ୍ରଣର ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି  ।  ଏହାଛଡା ଜନ୍ମ ନିୟନ୍ତ୍ରଣ ନିମିତତି ବନ୍ଧ୍ୟାକାରଣ ପଦ୍ଧତି ଗ୍ରହଣ କରୁଥିବା ଦମ୍ପତ୍ତିଙ୍କୁ ସରକାରୀ ପ୍ରୋତ୍ସାହନ ଦିଆଯାଉଛି   ।

ଜନସଂଖ୍ୟା ନିୟନ୍ତ୍ରଣ ପଦ୍ଧତି  :

ଭାରତର କ୍ଷିପ୍ର ଜନସଂଖ୍ୟା ବୃଦ୍ଧିକୁ ରୋକିବା ନିମିତ୍ତ ଜନ୍ମ ନିୟନ୍ତ୍ରଣ ଏକ ଉତ୍ତମ ପଦ୍ଧତି ବୋଲି ପ୍ରତିପାଦିତ ଓ ପ୍ରମାଣିତ ହୋଇସାରିଛି   ।  ଜନସଂଖ୍ୟା ବୃଦ୍ଧି ପରିଏକ ଗୁରୁତ୍ଵପୂର୍ଣ୍ଣ ସମାଧାନ ପାଇଁ ଭାରତରେ “ ଜାତୀୟ ଜନସଂଖ୍ୟା ପଲିଶି -1976 ତିଆରି ହୋଇଛି  ।  ସରକାର ଜନସଂଖ୍ୟାକୁ ଏକ ନିୟନ୍ତ୍ରିତ ସ୍ତରରେ ରଖିବା ପାଇଁ ପରିବାର ନିୟୋଜନ ପଦ୍ଧତିମାନ କାର୍ଯ୍ୟକାରୀ କରୁଛନ୍ତି   ।  ବିଭିନ୍ନ ପ୍ରକାରର ଜନ୍ମନିୟନ୍ତ୍ରିତର ପଦ୍ଧତି ଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା   ।

  1. ପୁରୁଷ ଜନ୍ମ ନିରୋଧକ ପଦ୍ଧତି
  2. ନାରୀ ଗର୍ଭନିରୋଧକ ପଦ୍ଧତି

( 1)  ପୁରୁଷ ଜନ୍ମ ନିରୋଧକ ପଦ୍ଧତି  : ପୁରୁଷ ଜନ୍ମ ନିରୋଧକ ପଦ୍ଧତିଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା   ।

(କ) କଣ୍ଡୋମର ବ୍ୟବହାର   :

ପୁରୁଷମାନଙ୍କ ଦ୍ଵାରା କଣ୍ଡୋମ ବ୍ୟବହାର ହେଉଛି ଜନ୍ମ ନିରୋଧ ପାଇଁ ଏକ ଫଳପ୍ରଦ ପଦ୍ଧତି   ।  ଏହି ଗର୍ଭସଂଚାରର ଏକ ପ୍ରତିବନ୍ଧକ ରୂପେ କାର୍ଯ୍ୟକରିଥାଏ   ।  ଏତତବ୍ୟତୀତ ଏହା ଉଭୟ ସ୍ତ୍ରୀ ଏବଂ ପୁରୁଷଙ୍କୁ ଅନେକ ଯୌନ ସଂକ୍ରମିତ ରୋଗ ଏବଂ ଏଚ.ଆଇ.ଭି.  ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ  ।  ଭାରତରେ ବ୍ୟବସାୟିକ ନାମ “ ନିରୋଧ “ ରୂପେ ଏହା ସୁପରିଚିତ   ।  ସରକାରଙ୍କ ତରଫରୁ ନିରୋଧ ମଗାନାରେ ଉପଲବ୍ଧ କରାଯାଉଥିବା ବେଳେ ଅନେକ ଉଚ୍ଚ କୋଟୀର କଣ୍ଡୋମ ଖୋଲାବଜାରରେ ମଧ୍ୟ କିଣିବାକୁ ମିଳେ   ।

( ଖ)  ନିବୃତ୍ତିକରଣ ପଦ୍ଧତି  :

ଏହା ଏକ ପୁରାତନ ସ୍ଵେଚ୍ଛାକୃତ ଜନ୍ମ ନିୟନ୍ତ୍ରଣ ପଦ୍ଧତି  ।  ଏଥିପାଇଁ ଅସୀମ ମାନସିକ ଦୃଢତା ଆବଶ୍ୟକ ହୋଇଥାଏ   ।  କାରଣ ସାମାନ୍ୟ ବିଳମ୍ବ ହେଲେ ଗର୍ଭଧାରଣର ସମ୍ଭାବନାକୁ ଏଡାଯାଇ ନପାରେ   ।

(ଗ) ଶୀଘ୍ର ବିବାହକୁ ଏଡାଇ ଦେବା  :

ଶୀଘ୍ର ବିବାହକୁ ଏଡାଇ ଦେଇ ବିଳମ୍ବ ବିବାହକୁ ପ୍ରଚାଳନ କରାଗଲେ ଏହା ଏକ ଜନ୍ମ ନିୟନ୍ତ୍ରଣ ପଦ୍ଧତି ହୋଇପାରିବେ   ।

(ଘ) ପୁରୁଷ ବନ୍ଧ୍ୟାକରଣ  :

ଏହା ଏକ ସରଲ ଜନ୍ମ ନିୟନ୍ତ୍ରଣ ପଦ୍ଧତ୍ତି   । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ମଧ୍ୟ ଏହି ପଦ୍ଧତିରେ ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ସ୍ଥାନୀୟ ନିଶ୍ଚେତକ ଦେଇ ପୁରୁଷର ଶୁକ୍ରବାହୀ ନଳୀକୁ କାଟି ଦିଆଯାଏ   ।  ଏହାକୁ Vasectomy କହନ୍ତି   ।  ଏହା ଫଳରେ ପୁରୁଷର ପ୍ରଜନନ କ୍ଷମତା ଲୋପ ପାଇଥାଏ   ।  ଆଜିକାଲି ବିନା ଅସ୍ତ୍ରୋପଚାରରେ ମଧ୍ୟ ପୁରୁଷ ବନ୍ଧ୍ୟାକରଣ କରାଯାଇ ପାରୁଛି  ଯାହାକୁ Vasectomy କୁହାଯାଏ   ।  ଏହା ଏକ ଚିରସ୍ଥାୟୀ ଉପାୟ  ।

(2) ନାରୀ ଗର୍ଭନିରୋଧକ ପଦ୍ଧତି : ବିଭିନ୍ନ ନାରୀ ଗର୍ଭନିରୋଧକ ପଦ୍ଧତି ଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା   ।

(କ) ଆରୋହ ଅବରୋହ ପଦ୍ଧତି  :

ଏହାକୁ ନାରୀମାନଙ୍କର ନିରାପଦ ସମୟ ମଧ୍ୟ କୁହାଯାଏ   ।  ଏହି ପଦ୍ଧତି ଅନୁସରଣ କାଲେ ନାରୀର ଋତୁଚକ୍ରର ଏକ ନିର୍ଦ୍ଧାରଣ ସମୟ ବ୍ୟତିତ ଅନ୍ୟ ସମୟରେ ଯୌନକ୍ରିୟାରୁ ନିବୃତ୍ତ ରହିବାକୁ ହୁଏ   ।

କ୍ୟାଲେଣ୍ଡର ପଦ୍ଧତି  :

ବୈଜ୍ଞାନିକ ଓଗିନୋ 1930 ମସିହାରେ ଏହାକୁ କ୍ୟାଲେଣ୍ଡର ପଦ୍ଧତି ବୋଲି ବର୍ଣ୍ଣନା କରିଥିଲେ   ।  ଏହି ପଦ୍ଧତି ଅନୁସାରେ ନାରୀକୁ ବର୍ଷସାରା ତାର ଦୀର୍ଘକାଳୀନ ଋତୁଚକ୍ର ସମୟ ଏବଂ ସ୍ୱଳ୍ପକାଳୀନତ ଋତୁଚକ୍ର ର  ସମୟ ଗଣନା କରିବାକୁ ହୁଏ  ।  ଉଦାହରଣ ସ୍ୱରୂପ  - ଯଦି ଜଣେ ନାରୀର ସାଧାରଣ ଋତୁଚକ୍ର 28 ଦିନ ହୁଏ ତା, ହେଲେ ତା ଗର୍ଭଧାନ ସମୟ ଋତୁଚକ୍ର ଆରମ୍ଭ ହେବାର 10 ମ ଦିନରୁ 18 ଦିନ ପର୍ଯ୍ୟନ୍ତ ରହେ  ।  କିନ୍ତୁ ଜଣେ ନାରୀର ଋତୁଚକ୍ରର ପରିବର୍ତ୍ତନ 34 ଦିନ ହୁଏ ,  ତା ହେଲେ ତାର ଗର୍ଭଧାନ ସମୟ ଋତୁଚକ୍ର ଆରମ୍ଭ ହେବାର 16 ଦିନରୁ 24 ଦିନ ପର୍ଯ୍ୟନ୍ତ ରହେ   ।  ତେଣୁ ଏହି ସମୟ ମଧ୍ୟରେ ନାରୀ ପୁରୁଷ ପରସ୍ପର ସହିତ ବୈଦିକ ସମ୍ପର୍କ ନରଖିବା ଉଚିତ   ।

(ଖ) ତାପମାତ୍ରା ପଦ୍ଧତି :

ଏହା ଏକ ପ୍ରାକୃତିକ ପରିବାର ନିୟନ୍ତ୍ରଣ ପଦ୍ଧତି  ।  ଏହି ପଦ୍ଧତି ଅନୁଯାୟୀ ନାରୀକୁ ପ୍ରତିଦିନ ସକାଳୁ ନିଦ୍ରା ତ୍ୟାଗପରେ ନିଜ ଶରୀରର ଉତ୍ତାପ ମାପି ଲେଖି ରଖିବାକୁ ପଡେ  ।  ଡିମ୍ବାଶୟରୁ ଡିମ୍ବ ବାହାରିବା ସମୟରେ ନାରୀ ଶରୀରର ଉତ୍ତାପ ସର୍ବାଧିକ ଥାଏ   ।  ତେଣୁ ତା ପୂର୍ବ ଏବଂ ପର 3/4  ଦିନ ପରସ୍ପର ସହିତ ଦୈହିକ ସମ୍ପର୍କ ନରଖିଲେ ଗର୍ଭଧାରଣ ସମ୍ଭାବନା କମିଯାଇଥାଏ  ।  କିନ୍ତୁ ଏହି ପଦ୍ଧତି ଉପରେ ସଂପୂର୍ଣ୍ଣ ନିର୍ଭର କରିବା ଉଚିତ ନୁହେଁ   ।

(ଗ)  ଡାୟାଫ୍ରାଗ୍ମା ବ୍ୟବହାର   : ଡାୟାଫ୍ରାଗ୍ମା ହେଉଛି ରବର ଏବଂ ଧାତବ ଷ୍ଟ୍ରିଙ୍ଗ ନିର୍ମିତ ଏକ କପ ଆକୃତିର ଯନ୍ତ୍ର   ।  ଏହି ଯନ୍ତ୍ରଟି ନାରୀମାନଙ୍କ ବ୍ୟବହୃତ ହୋଇଥାଏ   ।  ଏହା ଗର୍ଭସଞ୍ଚାରର ଏକ ପ୍ରତିବନ୍ଧକ ରୂପେ କାର୍ଯ୍ୟ କରିଥାଏ   ।

(ଙ) କପର ଟି  - ଗର୍ଭଧାରଣାରୁ ରକ୍ଷା ପାଇବା ପାଇଁ କପଟିର ବ୍ୟବହାର ଏକ ଫଳପ୍ରଦ ଉପାୟ   ।  ଏହା ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ନାରୀମାନଙ୍କ ଗର୍ଭଶୟରେ ସ୍ଥାପନ କରାଯାଇଥାଏ   ।  ଏହା କପର ଧାତୁରେ ନିର୍ମିତ  “T” ଆକାରର ଏକ ଇଣ୍ଟ୍ରା ଇଉଟେରାଇନ ଡିଭାଇସ ଅଟେ   ।  କପର ଧାତୁ ଦୃଢ ପ୍ରଜନନ କ୍ଷମତା ରହିତ ଗୁଣ ରହିଥିବାରୁ କପଟଟି ନିର୍ମାଣରେ ଏହା ବ୍ୟବହୃତ ହୋଇଥାଏ  ।  ପୁନର୍ବାର ଗର୍ଭଧାରଣା କରିବାକୁ ଚାହିଁଲେ ଏହାକୁ ଗର୍ଭାଶୟରୁ ବାହାର କରି ଦିଆଯାଇଥାଏ   ।  ଏକ ସାମ୍ପ୍ରତିକ ତଥ୍ୟ ଅନୁଯାୟୀ କପରଟିର ବ୍ୟବହାର ଭାରତରେ ଜନପ୍ରିୟ ହୋଇପାରିଛି   ।

(ଚ) ଗର୍ଭନିରୋଧକ ବଟିକା  / ପିଲ  : ଅନେକ ବଟିକା ସାହାଯ୍ୟରେ ଆଜିକାଲୀ ଗର୍ଭଧାରଣ ପ୍ରକ୍ରିୟାକୁ ବନ୍ଦ କରିଦିଆଯାଉଛି  ।  ଏଗୁଡିକ ନିୟମ ଅନୁସାରେ ଖାଇବା ଜରୁରୀ ଅଟେ   ।  ଏହି ବଟିକାଗୁଡିକରେ ହାରମୋନ ଥିବାରୁ ଡିମ୍ବକୋଷରୁ ଅଣ୍ଡା ସ୍ବୁରଣ ବନ୍ଦ କରେ   , ଗର୍ଭାଶୟକୁ ଗର୍ଭଧାରଣ କରିବାକୁ ପ୍ରସ୍ତୁତ ହେବାକୁ ଦିଏ ନାହିଁ ଏବଂ ଶୂକ୍ରାଣୁମାନଙ୍କୁ ପ୍ରତିହାତ କରିବାରେ ସାହାଯ୍ୟ କରେ  ।  କେତେକ ବଟିକା ବିଭିନ୍ନ ପାର୍ଶ୍ଵ ପ୍ରତିକ୍ରିୟା  ସୃଷ୍ଟି କରିଥାଆନ୍ତି   । ଓଜନ ବୃଦ୍ଧି ହେବା  , ମୁଣ୍ଡବିନ୍ଧିବା , ଉଦାସ ଲାଗିବା , କ୍ଷୀର କମିଯିବା ଆଦି ଲକ୍ଷଣ ଦେଖାଦେଇଥାଏ   ।

(ଛ) ସ୍ତ୍ରୀ ବନ୍ଧ୍ୟାକରଣ   : ଏହା ଏକ ଚିରସ୍ଥାୟୀ ବ୍ୟବସ୍ଥା   । ଏହି ବ୍ୟବସ୍ଥାରେ ଆସ୍ତ୍ରୋପଚାର ଦ୍ଵାରା ନାରୀମାନଙ୍କର ଫାଲୋପିଆନ ଟ୍ୟୁବକୁ କାଟିକରି ବାନ୍ଧିଦିଆଯାଏ   ।  ଏହାକୁ ଟ୍ୟୁବକୁ ଲାଇଜେସନ ବା ଟ୍ୟୁବେକଟୋମୀ କୁହାଯାଏ  ।  ଏହା ଫଳରେ ଡିମ୍ବାଣୁ ଜରାୟୁ ଭୀତରେ ପ୍ରବେଶ କରିପାରିନାହିଁ   ।  ଆଜିକାଲି ଲାପାରୋସ୍ପାପ ନାମକ ଏକ ଯନ୍ତ୍ର ସାହାଯ୍ୟରେ ନାରୀ ବନ୍ଧ୍ୟକରଣ କରାଯାଇଛି   ।  ଏହି ପ୍ରକ୍ରିୟାକୁ “ଲାପାରୋସ୍ପାପି    କୁହାଯାଉଛି   ।

(ଜ) ଆଇନ ଅନୁଯାୟୀ ଗର୍ଭପାତ  : ଗର୍ଭ ନିରୋଧକ ପଦ୍ଧତି ଅସଫଳ ହୋଇ ଯଦି ଗର୍ଭସଂଚାର ହୁଏ   ,  ତା ହେଲେ ସ୍ଵାମୀ , ସ୍ତ୍ରୀ ଉଭୟ ଚାହିଁଲେ ଆଇନ ଅନୁଯାୟୀ ଅଭିଜ୍ଞ ଡାକ୍ତରର ଦ୍ଵାରା ଗର୍ଭପାତ କରାଇ ପାରିବେ   ।  ଏହି ଗର୍ଭଧାରଣର 3 ମାସ ମଧ୍ୟରେ କରାଇବା ଉଚିତ   ।

(ଝ) ସ୍ତନ୍ୟପାନକୁ ଆପଣେଇ ନେବା : ସ୍ତନ୍ୟଦାନ ଶିଶୁପାଇଁ କେବଳ ଉପଯୁକ୍ତ ଓ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଏ ନାହିଁ ବରଂ ଏହା ଗର୍ଭଧାରଣର ସମୟକୁ ନିୟନ୍ତ୍ରଣ କରିଥାଏ   ।

ଆମ ଦେଶରେ ପରିବାର ନିଯୋଜନ ଯୋଜନା ବହୁ ଦଶନ୍ଧି ଧରି ଚାଲିଥିଲେ ମଧ୍ୟ କେତେକ କାରଣରୁ ଏହା ସେତେଟା ଆଶାନୁରୂପ ଫଳପ୍ରଦ ହୋଇପାରି ନାହିଁ   ।  ତେଣୁ ପରିବାର ନିଯୋଜନ ଯୋଜନାକୁ ସଫଳ କରିବାକୁ ହେଲେ ଜୀବନଧାରଣର ମାନବୃଦ୍ଧି ,  ଜନସଂଖ୍ୟା ସମ୍ପର୍କୀୟ ଶିକ୍ଷାଦାନ   ,  ସାମାଜିକ ନିରାପତ୍ତା ବ୍ୟବସ୍ଥା ପ୍ରଚାଳନ ,  ବିବାହ ବୟସ ସୀମାବୃଦ୍ଧି , ନାରୀମାନଙ୍କ ସାମାଜିକ ସ୍ଥିତିରେ ଉନ୍ନତି ଇତ୍ୟାଦି ପଦକ୍ଷେପ ଗ୍ରହଣ ସର୍ବାଦୌ ବାଞ୍ଛନୀୟ   ।

ସହରୀକାରଣ ଓ ସମାଜ ଉପରେ ଏହାର ପ୍ରଭାବ  ;

ଷୋଡଶ ଶତାଦ୍ଦୀର ପ୍ରାରମ୍ଭରେ ପୃଥିବୀରେ ପ୍ରଥମଥର ପାଇଁ ନେଦରଲ୍ୟାଣ୍ଡରେ ଆଧୁନିକ ଅର୍ଥରେ ସହରୀକାରଣ ପ୍ରକ୍ରିୟା ଦେଖିବାକୁ ମିଳିଥାଏ  ।  ନେଦରଲ୍ୟାଣ୍ଡର ଜଣସଂଖ୍ୟାର ଶତକଡା 10 ଭାଗ ଲୋକ ସେତେବେଳେ ସହରରେ ବାସ କରୁଥିଲେ  ।  ଏହାପରେ ଇଂଲଣ୍ଡରେ ମଧ୍ୟ ସହରୀକାରଣ ଦେଖିବାକୁ ମିଳିଥାଏ   ।  1800 ମସିହାବେଳକୁ ଇଂଲଣ୍ଡହିଁ ଥିଲା   ।  8 ଲକ୍ଷ 50 ହଜାର ଜଣ ସଂଖ୍ୟାଙ୍କ ବିଶିଷ୍ଟ ପୃଥିବୀର ବୃହତ୍ତମ ସହର   । ମାତ୍ର ଏହାପରେ ଦ୍ରୁତ ସହରୀକାରଣ ଫଳରେ 1985 ମସିହା ବେଳକୁ ପୃଥିବୀର ଜନସଂଖ୍ୟାର ଶତକଡା 43 ଭାଗ ସହରମାନଙ୍କରେ ବାସ କରୁଥିଲେ   ।  ଅବଶ୍ୟ ବିଶ୍ଵର ବିଭିନ୍ନ ଆଞ୍ଚଲକୁ ବିଚାରକୁ ନେଲେ ସହରୀକାରଣ ସମଗ୍ର ପୃଥିବୀରେ,  ସମାନ ଭାବରେ ହୋଇନଥିଲା  ।  ଉତ୍ତର ଆମେରିକାନ ସହରମାନଙ୍କରେ ଶତକଡା 55 ଭାଗ ଲୋକ ସହରରେ ରହିଥିବାବେଳେ ଲାଟିନ ଆମେରିକା   , ପୂର୍ବ ଏସିଆ ,  ଦକ୍ଷିଣ ଏସିଆ ଏବଂ ଆଫ୍ରିକାରେ ଯଥାକ୍ରମେ 41 ପ୍ରତିଶତ ଏବଂ 15 ପ୍ରତିଶତ ଲୋକ ସହରାଞ୍ଚଳରେ ବାସ କରୁଥିଲେ ।

ଭାରତରେ ମଧ୍ୟ ସହରୀକାରଣ ଗତ 50 ବର୍ଷ ମଧ୍ୟରେ ଦ୍ରୁତ ଭାବରେ ଘଟିଛି   ।  ବର୍ତ୍ତମାନ ମହାରାଷ୍ଟ୍ର , ଗୁଜୁରାଟ ଭଳି ଉନ୍ନତ ରାଜ୍ୟମାନଙ୍କରେ ମୋତି ଜନସଂଖ୍ୟା 45 ଭାଗ ଲୋକ ସହରମାନଙ୍କରେ ବସବାସ କରନ୍ତି  ।  ଏହି ଆନୁପାତିକ ହାର ବହୁ ଉନ୍ନତ ଦେଶମାନଙ୍କର ସହରୀକାରଣ ହାରର ପ୍ରାୟ ପାଖାପାଖି   ।  ପୁଣି ଓଡିଶା  ,  ବିହାର , ଝାଡଖଣ୍ଡ ଭଳି ଦରିଦ୍ର ରାଜ୍ୟମାନଙ୍କରେ ସହରୀକାରଣ ସେଭଳି ଦ୍ରୁତଭାବରେ ହୋଇପାରିନାହିଁ   ।  ଏହିସବୁ ରାଜ୍ୟର ଜନସଂଖ୍ୟା ଶତକଡା  10 ରୁ 18 ଭାଗ ଲୋକ ସହରରେ ବସବାସ କରନ୍ତି   ।  ତେବେ ଏଥିରୁ ସ୍ପଷ୍ଟ ଯେ ସହରୀକାରଣ ଶିଳ୍ପ ସଭ୍ୟତାର ଅନ୍ୟତମ ନିଦର୍ଶନ ଓ ପରିମାଣ  ।  ପୃଥିବୀର କେତେକ ଅନୁନ୍ନତ ଅଞ୍ଚଳକୁ ବାଦଦେଲେ , ସହରୀକାରଣ ଏକ ବିଶ୍ଵସ୍ତରୀୟ ଘଟନା ଭାବରେ ସମଗ୍ର ବିଶ୍ଵରେ ବିଭିନ୍ନ ଦେଶରେ ଅନୁଭୂତ ହେଉଛି  ।

ସହରୀକରଣ  : ସଭ୍ୟତା ପ୍ରଗତି ସହିତ ମନୁଷ୍ୟ ସଦାସର୍ବଦା ଉତ୍ତମ ସ୍ଥାନକୁ ଅଗ୍ରାଧିକାର ଦେଇ ଆସିଛି   ।  ମଣିଷର ବଞ୍ଚିବା ପ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯେଉଁଠାରେ ସହଜରେ ଉପଲବ୍ଧ ହୋଇଥାଏ   ଏବଂ ଯେଉଁ ଅଞ୍ଚଳରେ ପ୍ରତିବର୍ଷ କିଲୋମିଟରରେ 1000 ରୁ ଅଧିକ ଲୋକ ବସବାସ କରନ୍ତି , ସେହି ଅଞ୍ଚଳକୁ “ ସହର “ ବୋଲି କୁହାଯାଇଥାଏ   । ଟାଉନ ଏବଂ ସିଟିକୁ ସହର ଏ ଏକ ଏକ ପ୍ରତି ପ୍ରତିଶବ୍ଦ ବୋଲି କୁହାଯାଇପାରେ   ।  ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟ   , ରାଜ୍ୟର ରାଜଧାନୀ  ,  ଦେଶର ରାଜଧାନୀ , ଶିଳ୍ପାଞ୍ଚଳ , ବ୍ୟବଶାୟିକ କେନ୍ଦ୍ର ଇତ୍ୟାଦି ସହର ଅନ୍ତର୍ଭୁକ୍ତ   ।

ସହରୀ ସଭ୍ୟତାର ଚାକଚକ୍ୟ , ସୁବିଧା – ସୁଯୋଗ ଆଦି ଗ୍ରାମବାସୀମାନଙ୍କୁ ବହୁ ପରିମାଣରେ ଆକୃଷ୍ଟ କରୁଛି  ।  ତେଣୁ ସେମାନେ ଗାଁ ଛାଡି ସହରରେ ବସବାସ କରିବାକୁ ଆଗ୍ରହୀ ହେଉଛନ୍ତି  ।  ଅଧିକ ରୁ ଅଧିକ ଗ୍ରାମୀଣ ଲୋକ ସହରରେ ଆସି ବସବାସ କରିବାକୁ  “ ସହରୀକାରଣ “ କୁହାଯାଏ   ।  ଦ୍ରୁତ ସହରୀକାରଣ ଯୋଗୁଁ ଆଜିର ଭାରତବର୍ଷରେ ବହୁ ସଂଖ୍ୟକ ବଡ ବଡ ସହର ଓ ନଗର ମୁଣ୍ଡ ଟେକିଛି  ।  ଏହାଦ୍ଵାରା  ସମାଜ ଏବଂ ପରିବେଶ ବିଶେଷ ଭାବରେ ପ୍ରଭାବିତ ହେଉଅଛି   ।

ସହରାଞ୍ଚଳରେ ବହୁ ସଂଖ୍ୟକ ଶିଳ୍ପ  , କାରଖାନା ଇତ୍ୟାଦି ରହୁଥିବାରୁ ଏବଂ ସହରରେ ଶିକ୍ଷା ସ୍ୱାସ୍ଥ୍ୟ , କର୍ମ ସଂସ୍ଥାନ , ଯାତାୟାତ ଆଦିର ବିଶେଷ ସୁବିଧା ସୁଯୋଗ ଥିବାରୁ   , କର୍ମନିଯୁକ୍ତ ପାଇଁ ବହୁ ସଂଖ୍ୟାରେ ଲୋକ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଚାଲିଆସୁଛନ୍ତି   । ଏହା ଫଳରେ ସହର ଜନସଂଖ୍ୟାର ଘନତ୍ଵ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି   ।  1951 ଜନଗଣନା ଅନୁସାରେ ସେତେବେଳେ ମାତ୍ର 62 ନିୟୁତ ଲୋକ ସହର ବାସିନ୍ଦା ଥିଲେ   ।  ଏହା ଦେଶର ଜନସଂଖ୍ୟା 17.6% ଥିଲା  । ନିକଟରେ 2001 ଜନଗଣନା ଅନୁସାରେ ଏହା 27.8% ରେ ପହଞ୍ଚିଛି   ।  ଭାରତୀୟ ସହରମାନଙ୍କରେ ମୁମ୍ବାଇ , ଚେନ୍ନାଇ , ଦିଲ୍ଲୀ ,  କଲିକତା ଆଦି ପ୍ରଧାନନଗର ଗୁଡିକରେ ଜନବିସ୍ଫୋରଣ ଘଟିଥଲା  ବେଳେ ରାଜ୍ୟର ରାଜଧାନୀ ଗୁଡିକ ମଧ୍ୟ ବୃହତ ସହରରେ ପରିଣତ ହୋଇଛନ୍ତି  ।  ବିଶ୍ଵର ବିକଶିତ ତଥା ବିକାଶଶୀଳ ଦେଶମାନଙ୍କର ସହରଗୁଡିକରେ ମଧ୍ୟ ବିଭିନ୍ନ ଅନୁପାତରେ ଜନସଂଖ୍ୟା ବୃଦ୍ଧି ପାଇଛି   ।

ଦେଶ

ସହରବାସୀଙ୍କର ଅନୁପାତ ହାର

ପୃଥିବୀ

44

ଆମେରିକା

76

ଚାଇନା

29

ଜାପାନ

77

ଭାରତ

26

ବଙ୍ଗଳାଦେଶ

17

ପାକିସ୍ଥାନ

34

ଶ୍ରୀଲଙ୍କା

22

ଥାଉଲାଣ୍ଡ

19

 

ସହରୀ କାରଣର କାରଣ : ସହରୀ କରଣର କାରଣ ଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା   ।

(1)  ଦ୍ରୁତଶିଳ୍ପାୟନ  : ଭାରତରେ ଶିଳ୍ପ ପ୍ରସାର ଫଳରେ ଆର୍ଥନୈତିକ ପ୍ରଗତି ଯୋଗୁଁ ତନୂତନ ସହରମାନ ସୁସ୍ତି ହେଉଛି  ।  ତେଣୁ କର୍ମ ନିଯୁକ୍ତି ପାଇଁ ବିପୁଳ ସଂଖ୍ୟାକ ଲୋକଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଚାଲିଆସୁଛନ୍ତି   ।

(2)  ସ୍ଥାନାନ୍ତରଣ  : ପୂର୍ବେ ଗ୍ରାମୀଣ ଲୋକେ କୃଷିକାର୍ଯ୍ୟ ଏବଂ କୌଳିକ  ବୃତ୍ତି କରି ଗ୍ରାମ୍ୟ ଜୀବନ ଅତିବାହିତ କରୁଥିଲେ  ।  ଦ୍ରୁତ ଜନସଂଖ୍ୟା ବୃଦ୍ଧି ଫଳରେ କୃଷିକ୍ଷେତ୍ରରେ ଅଭାବ ସୃଷ୍ଟି ହେବାରୁ ସହରର ବିଭିନ୍ନ ବୃତ୍ତି ପ୍ରଦାନକାରୀ ସଂସ୍ଥା ଗ୍ରାର ଯୁବକ ଓ ଯୁବତୀମାନଙ୍କୁ ସହର ଆଡକୁ ଆକର୍ଷିତ କଲା   ।  ଆହୁରି ମଧ୍ୟ ଗାଁ ଲୋକେ ବାରମ୍ବାର , ବାତ୍ୟା , ମରୁଡି ଆଦି ଦ୍ଵାରା କ୍ଷତିଗ୍ରସ୍ତ ହେବା ଫଳରେ ସହରରେ ବସବାସ କରିବାକୁ ଅଧିକ ପସନ୍ଦ କାଲେ   ।

(3)  ପରିବହନ  : ସହରମାନଙ୍କରେ ଗମନାଗମନ , ଯୋଗାଯୋଗ ଏବଂ ପରିବାହନ କ୍ଷେତ୍ରରେ ଉନ୍ନତି ହେବା ଯୋଗୁଁ ଗ୍ରାମୀଣ ଲୋକମାନେ ଅର୍ଥନୈତିକ ପ୍ରଗତି ହାସଲ ନିମନ୍ତେ ସହରାଭିମୁଖୀ ହେଉଛନ୍ତି   ।

(4)  ଉଚ୍ଚଶିକ୍ଷା  : ଉଚ୍ଚଶିକ୍ଷାର ସୁବିଧା ସହରମାନଙ୍କରେ ବେଶୀ ଥାଏ   ।  ତେଣୁ ଉଚ୍ଚଶିକ୍ଷା ପ୍ରାପ୍ତି ନିମତ୍ତ ଗ୍ରାମାଞ୍ଚଳରୁ ଲୋକମାନେ ସହରକୁ ଆସିଥାନ୍ତି   ।

(5)  ଉତ୍ତମ ସ୍ୱାସ୍ଥ୍ୟ ସୁବିଧା  : ସହରମାନଙ୍କରେ ବଡ ବଡ ଚିକିତ୍ସାଳୟ ଥିବାରୁ ଏଠାରେ ସ୍ୱାସ୍ଥ୍ୟ ସୁବିଧା ମିଳିଥାଏ   ।  ତେଣୁ ଗ୍ରାମୀଣ ଲୋକମାନେ ଏ ଏହି ସୁବିଧା ଗୁଡିକ ହାସଲ କରିବା ପାଇଁ ସହର ଆସିଥାନ୍ତି   ।

(6)  ଆଧୁନିକ ଜୀବନ ଶୈଳୀ   : ବର୍ତ୍ତମାନ ଯୁଗର ଲୋକମାନେ ଆଧୁନିକ ଶୈଳୀରେ ଜୀବନଜାପାନ କରିବାପାଇଁ ବେଶୀମାତ୍ରାରେ ଆଗ୍ରହୀ   । ଯାବତୀୟ ଅତ୍ୟାଧୁନିକ ଉପକାରଣ , ବିଳାସ ସାମଗ୍ରୀ ଆଦି ସହରାଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ମିଳୁଥିବାରୁ ଗ୍ରାମୀଣ ଲୋକଙ୍କ ପାଇଁ ସହର ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି   ।

(7)  ବେପାର ବାଣିଜ୍ୟ  : ସହରମାନଙ୍କରେ ବଡ ବଡ ଦୋକାନ , ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଥିବାରୁ ଏଠାରେ କର୍ମସଂସ୍ଥାନ ର ପର୍ଯ୍ୟାପ୍ତ ସୁଯୋଗ ରହିଥାଏ   ।  ତେଣୁ ବେପାର ବାଣିଜ୍ୟ ପାଇଁ ଗ୍ରାମର ଲୋକମାନେ ସହରକୁ ଆସିବା ସ୍ଵାଭାବିକ   ।

(8)   ସରକାରୀ ଦପ୍ତର, ବିଚାରାଳୟ ଏବଂ ରାଜନୈତିକ କାର୍ଯ୍ୟ  : ସମସ୍ତ ସରକାରୀ ଦପ୍ତର ଏବଂ ବିଚାରାଳୟ ଆଦି ସହରରେ ଅବସ୍ଥିତ   ।  ଏହାଛଡା ପ୍ରତ୍ୟେକ ରାଜନୈତିକ କାର୍ଯ୍ୟକଳାପ ସହରରେ କେନ୍ଦ୍ରୀଭୁତ ହୋଇଥିବାରୁ ଗ୍ରାମାଞ୍ଚଳରୁ ଲୋକମାନେ ସହରକୁ ଆସିଥାଆନ୍ତି    ।

ମାନବ ସମାଜ ଉପରେ ସହରୀକରଣର ପ୍ରଭାବ  : ବଡ ବଡ ସହରମାନଙ୍କରେ ଜନସଂଖ୍ୟା ବୃଦ୍ଧିର କେତେକ ସୁପ୍ରଭାବ ଥିବାବେଳେ ଅନେକ କୁପ୍ରଭାବ ମଧ୍ୟ ଅନୁଭୂତ ହୋଇଥାଏ   ।  ଆମ ଦେଶବାସୀ ଅର୍ଥନୈତିକ ପ୍ରଗତିକୁ ଗୁରୁତ୍ଵକୁ ଦେଉଥିବାରୁ ପରିବେଶ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛି   ।  ତେଣୁ ପ୍ରଦୂଷଣମୟ ପୃଥିବୀରେ ଦୀର୍ଘସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାକୁ ହେଲେ ସମପରିମାଣରେ ପରିବେଶର ସୁରକ୍ଷା ମଧ୍ୟ ଆବଶ୍ୟକ   ।  ସହରୀକରଣର ପ୍ରଭାବକୁ ଦୁଇଭାଗରେ ବିଭକ୍ତ କରାଯାଇଛି  ।  ଯଥା –

(କ) ସାମାଜିକ ସ୍ତରରେ ପ୍ରଭାବ

(ଖ) ପରିବେଶ ସ୍ତରରେ ପ୍ରଭାବ  ।

(କ) ସାମାଜିକ ସ୍ତରରେ ପ୍ରଭାବ  -

(1)   ବାସଗୃହ  : ସହରମାନଙ୍କରେ ବିଦ୍ୟୁତ , ଜଳଯୋଗାଣ ଓ ବର୍ଜ୍ୟବସ୍ତୁର ନିଷ୍କାସନ ପାଇଁ ସୁବିଧା ଥାଏ   ।  କିନ୍ତୁ ଜୀବକର୍ଜନ ପାଇଁ ଗାଁ ସହରକୁ ଆସୁଥିବା ଦିନ ମଜୁରିଆ   ,  ବୁଲାବିକାଳି , ଶ୍ରମିକ ଶ୍ରେଣୀର ଲୋକେ ରାସ୍ତା କଡରେ  ,  ଅବ୍ୟବହୃତ ସରକାରୀ ଜମିରେ ଛୋଟ ଛୋଟ କୁଡିଆ କରି ରହୁଥିବାରୁ ସେଠାରେ ପାନୀୟଜଳ , ବିଜୁଳି ଏବଂ ପରିମଲ ବ୍ୟବସ୍ଥା ନଥାଏ  ।  ଫଳରେ ଏହା ସହରୀ ଜୀବନ ଉପରେ କୁପ୍ରଭାବ ପକାଇଥାଏ   ।

(2)   ଶିଳ୍ପ  : ବିଜ୍ଞାନ ଏବଂ କାରିଗରୀ ବିଦ୍ୟାକୁ ଆଧାରକରି ଭାରତରେ ଶିଳ୍ପ ପ୍ରସାର ଲାଭ କରିଛି   , କିନ୍ତୁ ଏହାର ପ୍ରଭାବରେ ପରିବେଶରେ ପ୍ରଦୂଷଣ ଅନେକ ମାତ୍ରାରେ ବଢିଯାଇଛି   ।

(3)   କର୍ମ ସୁଯୋଗ  : ବିଭିନ୍ନ ସଂସ୍ଥା ଏବଂ ସଂଗଠନ ସହରମାନଙ୍କରେ ଗଢି ଉଠୁଥିବାରୁ କର୍ମଯୋଗାଣ କ୍ଷେତ୍ରରେ ଏହାର ଭୂମିକା ଗୁରୁତ୍ଵପୂର୍ଣ୍ଣ  କିନ୍ତୁ ଅତ୍ୟଧିକ ମାତ୍ରାରେ ଜନଗହଳି ଯୋଗୁଁ ଠକେଇ , ଚୋରୀ,  ଡକାୟତି, ଦୁର୍ନୀତି ଗୋଷ୍ଠୀକନ୍ଦଳ ଇତ୍ୟାଦି ସୂତ୍ରପାଟ ଘଟି ସହରୀ ଲୋକ ମାନଙ୍କର ନୈତିକତା ହ୍ରାସ କରିଥାଏ   ,।

(4)    ଶିକ୍ଷା :  ସହରରେ ଅବସ୍ଥିତ ଉନ୍ନତ ଏବଂ ବଡ ବଡ ଶିଳ୍ପାନୁଷ୍ଠାନମାନ ଗ୍ରାମାଞ୍ଚଳର ମେଧାବୀ ଛାତ୍ରକୁ ଆକୃଷ୍ଟ କରେ   ।  ଏହାଦ୍ଵାରା ସହରରେ ଦୁର୍ବଳ ମେଧାଶକ୍ତି ସମ୍ପର୍ଣ୍ଣ ଛାତ୍ରମାଏ ଇଛା ମୁତାବକ ଶିକ୍ଷା ପାଇପାରନ୍ତି ନାହିଁ   ।

(5)    ରାଜନୀତି ଓ ଅର୍ଥନୀତି  : ସହର ରାଜନୀତି ଏବଂ ଅର୍ଥନୀତିର କେନ୍ଦ୍ରସ୍ଥଳ ଅଟେ   ।  କିନ୍ତୁ ଅଧିକାଂଶ ସମୟରେ ରାଜନୈତିକ ଆନ୍ଦୋଳନ ଏବଂ ଅର୍ଥର ବିସମବଣ୍ଟନ ଯୋଗୁଁ ଅଶାନ୍ତ ପରିବେଶ ସୃଷ୍ଟି ହୁଏ  ।

(6)   ଗମନାଗମନ , ପରିବହନ ଏବଂ ପର୍ଯ୍ୟଟନ  : ଗମନାଗମନ , ପରିବହନ ଏବଂ ପର୍ଯ୍ୟଟନର ଉନ୍ନତି ଯୋଗୁଁ ଦେଶ ଏବଂ ରାଜ୍ୟର ଅର୍ଥନୈତିକ ଅଭିବଅଦ୍ଧି ହୋଇପାରିଛି କିନ୍ତୁ ଏହା ପଥଚାରି , ଉଠା ଦୋକାନ ଏବଂ ବୁଲାବିକାଳୀମାନଙ୍କ ପାଇଁ ଅନେକ ସମସ୍ଯା ସୃଷ୍ଟି କରୁଛି   ।  ସଡକ ଦୁର୍ଘଟଣା ମଧ୍ୟ ଆଜିକାଲୀ ଏକ ସାଧାରଣ ଘଟନା ହୋଇଗଲାଣି   ।

(7)   ଏକକ ପରିବାର ଗଠନ  : ସହରୀକରଣ ଯୋଗୁଁ ଗ୍ରାମବାସୀମାନେ ବହୁପରିମାଣରେ ଆକୃଷ୍ଟ ହୋଇ ସହରାଭୀମୁଖୀ ହୁଅନ୍ତି  ।  ଯୌଥ ପରିବାର ପରି ଏକ ବୃହଦାକାର ପରିବାର ଗଠନ କରିବା ଏଠାରେ ଆଦୌ ସମ୍ଭବ ନୁହେଁ   ।  ତେଣୁ ଯୌଥ ପରିବାର ଖଣ୍ଡ ବିଖଣ୍ଡତ ହୋଇଯାଏ ଏବଂ ସହରରେ ଏକକ  ।

(8)   ଅନ୍ୟାନ୍ୟ  : ଅନେକ କ୍ଷେତ୍ରରେ ଆସିଥିବା ଲୋକେ ସହରରେ ଏକତ୍ରିତ ହେବା ଦ୍ଵାରା ଏଠାରେ ଏକ ବାରମିସା ସଭ୍ୟତା ସୃଷ୍ଟି ହୁଏ   ।  ଏହାଦ୍ଵାରା ଜାତି, ଧର୍ମ , ବର୍ଣ୍ଣର ସମନ୍ଵୟ ଘଟେ ଏବଂ ତତଜନିତ ବିଶୃଙ୍ଖଳା ମଧ୍ୟ ପରିଲିଖିତ ହୁଏ   ।

(ଖ)  ପରିବାର ସ୍ତରରେ ପ୍ରଭାବ  : ସହରୀକରଣ ପରିବେଶ ଉପରେ ବିଶେଷ ଚାପ ପକାଇଥାଏ   ।  ଯାହା ଫଳରେ ପରିବେଶରେ ବିଶୃଙ୍ଖଳା ଦେଖାଦିଏ   ।  ଏହି ପ୍ରଭାବଗୁଡିକ ହେଲା  -

(1)   ଜଙ୍ଗଲ କ୍ଷୟ  :ସହରମାନଙ୍କରେ ଗୃହ ଏବଂ ରାସ୍ତାନିର୍ମାଣ କରିବା ପାଇଁ ଜଙ୍ଗଲକାଟି ସଫା କରାଯାଏ   ।  ଏହାଛଡା କାଠ ,  ବାଉଁଶ ଆଦି ଗୃହୋପକରଣ ଜିନିଷ ମଧ୍ୟ ଜଙ୍ଗଲରୁ ସଂଗ୍ରହ କରାଯାଏ  ।  ଫଳରେ ଜଙ୍ଗଲ କ୍ଷୟ ହୋଇ ଜୈବମଣ୍ଡଳ  ଉପରେ ଏହାର କୁପ୍ରଭାବ ପରୀକ୍ଷିତ ହୁଏ   ।

(2)   ଜଳ ପ୍ରଦୂଷଣ : ପୃଥିବୀର ବଡ ବଡ ସହରଗୁଡିକ ନଦୀ କିମ୍ବା ସମୁଦ୍ର କୂଳରେ ଅବସ୍ଥିତ ହୋଇଥିବାରୁ ସାମୁଦ୍ରିକ ଜଳ ପ୍ରଦୂଷିତ ହୋଇଥାଏ   ।  କଳକାରଖାନାରୁ ନିର୍ଗତ ଜଳରେ ଅତ୍ୟଧିକ ପରିମାଣରେ ବିଷାକ୍ତ ପଦାର୍ଥ ଥାଏ   ।  ଏହି ସବୁ ଜଳ ନିକଟସ୍ଥ ଜଳଭଣ୍ଡାର ,  ନଦୀ , ନାଳ, ସମୁଦ୍ର ଆଦିକୁ ପ୍ରବେଶ କରି ଜଳକୁ ପ୍ରଦୂଷିତ କରେ ଏବଂ ସେଗୁଡିକରେ ଅବସ୍ଥିତ ଜୀବ ସଂଖ୍ୟାକୁ କ୍ଷତି ପହଞ୍ଚାଏ   । ପ୍ରଦୂଷିତ ଜଳକୁ ବ୍ୟବହାର କରିବା ଦ୍ଵାରା ଅନେକ ଜଳବାହୀ ରୋଗ ସୃଷ୍ଟି ହୋଇଥାଏ   ।

(3)   ବାୟୁ ପ୍ରଦୂଷଣ  : ସହରରେ ଅଧିକମାତ୍ରାରେ ବ୍ୟବହୃତ ହେଉଥିବା ମଟର ଗାଡିର ଧୂଆଁ , କଳକାରଖାନାରୁ ନିର୍ଗତ ଧୂଆଁ ଏବଂ ଧୁଳିକଣା ସହରର ବାୟୁମଣ୍ଡଳକୁ ପ୍ରଦୂଷିତ କରେ   ।  ଅଙ୍ଗାରକାମ୍ଳ , ମିଥେନ ଆଦି ବାଷ୍ପ ବାୟୁ ମଣ୍ଡଳରେ ଉତ୍ତାପ ବୃଦ୍ଧି କରେ   । ପ୍ରଦୂଷିତ  ବାୟୁ ଶ୍ଵାସନଳୀ ଏବଂ ରକ୍ତବାହୀ ନଳୀକୁ ପ୍ରଭାବିତ କରି ଅନେକ ପ୍ରକାର ରୋଗ ସୃଷ୍ଟି କରେ   ।  ଏକ ତଥ୍ୟ ଅନୁଯାୟୀ ଦିଲ୍ଲୀ ପୃଥିବୀର ପ୍ରଦୂଷିତ ସହରମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଛି   ।

(4)   ଶବ୍ଦ ପ୍ରଦୂଷଣ : ଶବ୍ଦ ପ୍ରଦୂଷଣ ହେଉଛି ସହରୀ ସଭ୍ୟତାର ଏକ ନଗ୍ମ ଉପସର୍ଗ   ।  ସାହାରାଞ୍ଚଳରେ ଅତ୍ୟଧିକ ଜନଗହଳି , ଯାନବାହାନ ପ୍ରଚଳନ , କଳକାରଖାନା , ବିସ୍ଫୋରଣ , ଡାକବାଜି ଜନ୍ତ୍ର ଆଦି ଯୋଗୁଁ ଅତ୍ୟଧିକ ମାତ୍ରାରେ ଶବ୍ଦ ପ୍ରଦୂଷଣ ହୋଇଥାଏ   ।  ବାରମ୍ବାର ଶ୍ରୁତକାଟୁ ହେଉଥିବା ଧ୍ୱନି ସମ୍ପର୍କରେ ଆସି ସହରବାସୀମାନେ ଭୀଷଣ ମାନସିକ ଅଶ୍ଵସ୍ତି ଅନୁଭବ କରନ୍ତି   ।  ଏହାଦ୍ଵାରା ମୁଣ୍ଡବ୍ୟଥା , ବଧିରତା , ହୃଦରୋଗ ,  ରକ୍ତଚାପ ବୃଦ୍ଧି   , ମାନସିକ ବିକାର ଆଦି ରୋଗ ଦେଖାଦେଇଥାଏ   ।

ବର୍ତ୍ତମାନ ଯୁଗରେ ଆଧୁନିକ ପ୍ରଗତି ସହ ତାଳଦେଇ ସହରଗୁଡିକ ଆହୁରି ବିସ୍ତାରିତ ଏବଂ ପ୍ରସାରିତ ହେଉଛନ୍ତି   ।  ଫଳରେ କୃତ୍ରିମ ପାରିପାର୍ଶ୍ଵିକ ବ୍ୟବସ୍ଥାରେ ମଣିଷ ଆଜି ଅସହାୟ ହୋଇପଡୁଛି   । ପ୍ରଥମତହ ପ୍ରକୃତିର ପ୍ରାକୃତିକ ପରିବେଶକୁ ଉପଭୋଗ କରାଯାଇପାରୁନାହିଁ   ; ଅନ୍ୟ ପକ୍ଷରେ ପରିବେଶ ମଧ୍ୟ ପ୍ରଦୂଷିତ ହୋଇଉଠୁଛି   ।  ତେଣୁ ବର୍ତ୍ତମାନ ପରିସ୍ଥିତିରେ ଏହି ସମସ୍ୟାର ସମାଧାନ ପାଇଁ  ସମସ୍ତେ ଚେଷ୍ଟା କରିବା ଉଚିତ   ।  ଉତ୍କୃଷ୍ଟ ଯୋଜନା ମଧ୍ୟରେ ଗୃହନିର୍ମାଣ ଆଦି କରାଗଲେ ଓ ଗ୍ରାମାଞ୍ଚଳରେ ସହରର ସମସ୍ତ ସୁବିଧାତ ସୁଯୋଗ ଯୋଗାଇ ଦିଆଗଲେ ସମ୍ଭବତଃ ଏତାଦୃଶ ଅସୁବିଧା ଦୂର ହୋଇପାରିବ  ।

ଆଧାର – ଡକ୍ଟର ମନୋରମା ପତ୍ରୀ

3.13333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top