ହୋମ / ଶକ୍ତି / ପରିବେଶ / ଜୈବ ଭୂ- ରାସାୟନିକ
ସେଆର କରନ୍ତୁ

ଜୈବ ଭୂ- ରାସାୟନିକ

ଜୈବ – ଭୂ- ରାସାୟନିକ ଚକ୍ରକୁ “ ପୋଷଚକ୍ର“ ମଧ୍ୟ କୁହାଯାଏ ।

ଜୈବ – ଭୂ- ରାସାୟନିକ ଚକ୍ରକୁ “ ପୋଷଚକ୍ର  “ ମଧ୍ୟ କୁହାଯାଏ  ।  କ୍ରମବର୍ଦ୍ଧିଷ୍ଣୁ ଜୀବଜଗତ ନିଜର ଜୀବନ ଧାରଣ ପାଇଁ ଏହି ପୋଷଚକ୍ରକୁ ହିଁ ଏକମାତ୍ର ଆଧାର ଭାବରେ ସନ୍ତୁଳନ କାର୍ଯ୍ୟରେ ନିମଗ୍ନ ରଖୁଛି  ।  ନିର୍ଜୀବ ଓ ସଜୀବ ଜଗତ ମଧ୍ୟରେ ଏହି ଜୀବନ ସରଞ୍ଚନାକାରୀ ପୋଷଣତତ୍ତ୍ଵର ଗତିକୁ  ‘ଜୈବ – ଭୂ- ରାସାୟନିକ ‘ କୁହାଯାଏ   ।  ଉଦ୍ଭିଦମାନେ ନିଜର ଶରୀର ଗଠନ ପାଇଁ ଜିନ ସରଞ୍ଚନାକାରୀ ପୋଷଣ ତତ୍ଵ ଆବଶ୍ୟକ କରିଥାଆନ୍ତି   ।  ସୌରଶକ୍ତିକୁ ବିନିଯୋଗ କରି  ଅଙ୍ଗାରକାମ୍ଳ ଏବଂ ଜଳ ସାହାଯ୍ୟରେ ଉଦ୍ଭିଦମାନେ ଖାଦ୍ୟ ପ୍ରସ୍ତୁତ କରନ୍ତି  ।  ତେଣୁ ସେମାନଙ୍କୁ ଉତ୍ପାଦନ କୁହାଯାଏ ।  ଅନ୍ୟ ପ୍ରାଣୀ ମାନେ ପ୍ରତ୍ୟେକ କିମ୍ବା ପରୋକ୍ଷ ଭାବରେ ଉତ୍ପାଦକମାନଙ୍କ ଠାରୁ ଖାଦ୍ୟ ପାଇଥାଆନ୍ତି   ।  ଜୀବମାନଙ୍କର ମୃତ୍ୟୁପରେ ଅଣୁଜୀବମାନଙ୍କ ଦ୍ଵାରା ମୃତ ଶରୀର ବିଘୟିତ ହୋଇ ଅଜୈବିକ ପୋଷାକ ତତ୍ଵରେ ପରିଣତ ହୁଏ  ।  ଏହି ପୋଷଣତତ୍ଵ ମାଟିରେ ମିଶି ପୁଣି ଉଦ୍ଭିଦମାନଙ୍କ ଦ୍ଵାରା ବ୍ୟବହୃତ ହୁଏ   ।  ପରିବେଶ ମଧ୍ୟରେ ଏହିପରି ଅଜୈବ ରାସାୟନିକ ପଦାର୍ଥଗୁଡିକ ଜୀବମାନଙ୍କ ଆଢ୍ୟରେ ଗତି କରିଥାଆନ୍ତି    ।  ଏହି ଗତି କରିବା ପ୍ରକ୍ରିୟାକୁ ଜୈବ – ଭୂ- ରାସାୟନିକ ଚକ୍ର କୁହାଯାଏ   ।

ଜୈବ – ଭୂ- ରାସାୟନିକ ଚକ୍ରର ପ୍ରକାର ଭେଦ  : ଜୈବ – ଭୂ- ରାସାୟନିକ ଚକ୍ରକୁ ତିନି ଭାଗରେ ବିଭକ୍ତ କରାଯାଇପାରେ   ।

ଜଳଚକ୍ର

  • ବାଷ୍ପୀୟଚକ୍ର(ଯଥା – ଅମ୍ଳଜାଣ ,  ଯାବକ୍ଷାରଜାନ , ଅଙ୍ଗାରକାମ୍ଳଜାନ  )
  • ସ୍ତରୀଭୂତ ଚକ୍ର(ଯଥା – ସଲଫର ଚକ୍ର ,  ଫସଫରସ ଚକ୍ର  )

ଜୀବନଧାରଣ ପାଇଁ ଜଳ ହେଉଛି ଏକ ଅତ୍ୟାବଶ୍ୟକୀୟ ଉପାଦାନ ପ୍ରତ୍ୟେକ ଜୀବର ଶରୀରର ଓଜନର ୬୦-୯୦% ଜଳ ଦ୍ଵାରା ଗଠନ  ।  ଜଳକୁ ପାନୀୟ ରୂପେ ବ୍ୟବହାର କରିବା ସଙ୍ଗେ ସଙ୍ଗେ ରାସାୟନିକ ପଦାର୍ଥଗୁଡିକର ଦ୍ରବଣିୟତା ,  ମହାଅଣୁମାନଙ୍କର କାର୍ଯ୍ୟକାରିତା   ,  ବିଭିନ୍ନ ରାସାୟନିକ ପ୍ରତିକ୍ରିୟା ଏବଂ ପଦାର୍ଥମାନଙ୍କ ପରିବହନ ପାଇଁ ମଧ୍ୟ ଜଳ ଆବଶ୍ୟକ ହୋଇଥାଏ   ।  ତେଣୁ ‘ ଜଳ ହିଁ ଜୀବନ “ ବୋଲି କୁହାଯାଏ   ।

ସଜୀବ ଓ ନିର୍ଜୀବ ଜଗତ ମଧ୍ୟରେ ଜଳ ଚକ୍ରାକାରରେ ଗତି କରୁଥାଏ   ।  ଜଳର ଏହି ଚକ୍ରାକାର  ଗତିକୁ “ ଜଳଚକ୍ର  “ କୁହାଯାଏ    ।

ଜଳଚରକ୍ରର ପ୍ରକାର ଭେଦ : ଜଳଚକ୍ର ଦୁଇ ପ୍ରକାରର   ।  ଯଥା  -

  1. ବୃହତ ଭୂମଣ୍ଡଳୀୟ ଜଳଚକ୍ର
  2. କ୍ଷୁଦ୍ର ଜୈବ ଜଳଚକ୍ର

ବୃହତ ଭୂମଣ୍ଡଳୀୟ ଜଳଚକ୍ର :

ଜଳର ବାଷ୍ପୀକରଣ ଏବଂ ଘନୀଭୂତ ବା ଅବପାତନ ପ୍ରକ୍ରିୟାକୁ ନେଇ ଭୂମଣ୍ଡଳୀୟ ଜଳଚକ୍ର ଗଠିତ   । ବାରିମଣ୍ଡଳର ସମସ୍ତ ଅଂସ ଯଥା : ନଦୀ , ପୋଖରୀ , ହ୍ରଦ ,  ସମୁଦ୍ର ଇତ୍ୟାଦିର ଜଳ ବାଷ୍ପୀଭୂତ ହୋଇ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳରେ ପ୍ରବେଶ କରେ  ।  ବାୟୁ ମଣ୍ଡଳରେ ପ୍ରବେଶ କରେ   ।  ବାୟୁମଣ୍ଡଳରେ ସଂଗୃହିତ ଜଳୀୟବାଷ୍ପ ଘନୀଭୂତ ହୋଇ ଆକାଶରେ ମେଘ ରେନକ୍ଲାଉଚ ରେ ପରିଣତ ହୁଏ   ।  ମେଘ ଶୀତଳ ଅବସ୍ଥାରେ ବର୍ଷା,  କାକର ,  ତୁଷାର ଆକାରରେ ଭୂପୃଷ୍ଟରେ ପଡେ   ।  ତେଣୁ ପୃଥିବୀ ପୃଷ୍ଟକୁ ବାଷ୍ପୀଭୂତ ହୋଇଥାଏ ଜଳ ପୁଣି ବର୍ଷା ଆକାରରେ ପୃଥିବୀକୁ ଫେରିଆସେ   ।  ଭୂପୃଷ୍ଟର ଜଳ ଏବଂ ବାୟୁମଣ୍ଡଳର ଜଳୀୟବାଷ୍ପ ପରସ୍ପର ପରସ୍ପରକୁ ନିୟମିତ ଭାବେ ପରିବର୍ତ୍ତିତ ହୋଇଥାଆନ୍ତି    ।  ଏହିପରି ଭାବରେ ନିୟମିତ ବାଷ୍ପର ସଞ୍ଚନକୁ “ ଜଳଚକ୍ର “ କୁହାଯାଏ   ।  ଜଳଚକ୍ର  ଯୋଗୁଁ ପ୍ରକୃତିକ ଜଳର ଅଭାବ ଘଟେ ନାହିଁ     । ବାଷ୍ପୀକରଣ ପଦ୍ଧତିରେ ଭୂପୃଷ୍ଟରୁ ଚାଲିଯାଉଥିବା ଜଳ ପୁଣି ବର୍ଷା ଆକାରରେ ଭୂପୃଷ୍ଠକୁ ଫେରିଆସେ  ।

କ୍ଷୁଦ୍ର ଜୈବ ଜଳଚକ୍ର   :

ସଜୀବ ଶରୀର ମଧ୍ୟକୁ ଜଳ ପ୍ରବେଶ କରିବା ଏବଂ ପ୍ରାକୃତିକ ପରିବେଶକୁ ଫେରି ଆସିବା ପ୍ରକ୍ରିୟା କ୍ଷୁଦ୍ର ଜୈବ ଜଳଚକ୍ରର ଅନ୍ତର୍ଭୁକ୍ତ   ।  ଜଳଦ ଉଦ୍ଭିଦ ଏବଂ ପ୍ରାଣୀମାନେ ଜଳିଆ ପରିବେଷ୍ଟନରୁ ଜଳ ଗ୍ରହଣ କରିଥାଆନ୍ତି   ।  ସେମାନଙ୍କ ଜୀବନକାଳ ମଧ୍ୟରେ କିଛି ଜଳ ମଳମୂତ୍ରାଦି ଦ୍ଵାରା ପରିତ୍ୟାଗ କରନ୍ତି ଏବଂ ଅବଶିଷ୍ଟ ଜଳ ସେମାନଙ୍କ ମୃତ୍ୟୁପରେ ଶରୀର କ୍ଷୟ ହେବା ଦ୍ଵାରା ନିର୍ଗତ ହୋଇଥାଏ  ।  ଭୂପୃଷ୍ଠରେ ଅବସ୍ଥିତ ଉଦ୍ଭିଦଗୁଡିକର ଚେର ସାହାଯ୍ୟରେ ମାଟିରୁ ଜଳ ଶୋଷଣ କରନ୍ତି  ।  ଅତ୍ୟଧିକ ଜଳକୁ ଉତ୍ସେଦାନ ପ୍ରକ୍ରିୟା ମାଧ୍ୟମରେ ବାୟୁମଣ୍ଡଳକୁ ଛାଡିଥାଆନ୍ତି  ।  ଏହି ଉତ୍ସେଦାନ  ପ୍ରକ୍ରିୟା ଦ୍ଵାରା ବାୟୁମଣ୍ଡଳ ଗ୍ରୀଷ୍ମରିତୁରେ ଥଣ୍ଡା ଏବଂ ଶୀତଋତୁରେ ଗରମ ରହେ   ।  ସ୍ଥଳଛାଡ଼ ପ୍ରାଣୀମାନେ ନଦୀ କୂଅ ,  ପୋଖରୀ ପାନୀୟ ଜଳ ଗ୍ରହଣ  କରନ୍ତି  ।  ସେହି ଜଳରୁ କିଛି ଅଂସ ସ୍ଵେଦ ଏବଂ ମୁତ୍ର ଆକାରରେ ପରିତ୍ୟାଗ କରନ୍ତି ଏବଂ ଅବଶିଷ୍ଟ ମୃତ୍ୟୁପରେ ଶରୀର ଅବକ୍ଷୟ ହୋଇ ପୁଣି ବାୟୁମଣ୍ଡଳରେ ପ୍ରବେଶ କରିଥାଏ   ।  ସଜୀବ ଏବଂ ନିର୍ଜୀବ ଜଗତ ମଧ୍ୟରେ ଜଳର ଗତି ଏହିପରି ଚକ୍ରାକାରର ସଂଘଟିତ ହୁଏ  ।

ବାଷ୍ପୀୟ ଚକ୍ର  :

ସଂଚଳନ ପ୍ରକ୍ରିୟାରେ ଜଡିତ ଥିବା ଜିବୋତ୍ପତ୍ତି ଉପାଦାନଗୁଡିକ ପ୍ରଧାନତଃ ଗ୍ୟାସୀୟ ପଦାର୍ଥର ଅନ୍ତର୍ଭୁକ୍ତ  । ଏହି ଗ୍ୟାସଗୁଡିକ ହେଲେ  - ଅଙ୍ଗାରକାମ୍ଳ ,  ଅମ୍ଳଜାନ,  ଯବକ୍ଷାରଜାନ ଇତ୍ୟାଦି   ।  ବାୟୁମଣ୍ଡଳରେ ଏହି ଗ୍ୟାସମାନଙ୍କର ଚକ୍ରାକାର ଗତିକୁ  “ ବାଷ୍ପୀୟ ଚକ୍ର  “ ବା ଗ୍ୟାସୀୟସ ଚକ୍ର “ କୁହାଯାଏ   ।  ଏହି ଚକ୍ର ଅତି ଅଳ୍ପ ସମୟରେ ସଂପୂର୍ଣ୍ଣ ହୋଇଥାଏ ।

ଅଙ୍ଗାରକ ଚକ୍ର  :

ପ୍ରରସ ବା ପ୍ରୋଟୋପ୍ଲାଜମ ରେ ଥିବା ସମସ୍ତ ଜୈବ ପଦାର୍ଥଗୁଡିକ ମଧ୍ୟରେ ଅଙ୍ଗାର ହେଉଛି ଏକ ଆବଶ୍ୟକୀୟ ଉପାଦାନ   ।  ଏହା ଶ୍ଵେତସାର ,  ସ୍ନେହସାର ,  ପୃଷ୍ଟିସାର ନ୍ୟୁକ୍ଲିକଅମ୍ଳ ଗଠନ କରିବାରେ ଆବଶ୍ୟକ ହୋଇଥାଏ   ।

ଅଙ୍ଗାରକ ଉତ୍ପତ୍ତି ସ୍ଥଳ  :

  • ଅଜୈବ ପରିବେଶରେ ଅଙ୍ଗାରକର ଚାରିଟି ଅବସ୍ଥା ରହିଥାଏ   ।
  • ଅଙ୍ଗାରକାମ୍ଳ ଭାବରେ ବାୟୁରେ   ।
  • ଦ୍ରବୀଭୂତ ଅଙ୍ଗାରକାମ୍ଳ ଏବଂ ବାଇକାରବୋନେଟ ରପୂରେ ଜଳରେ   ।
  • କୋଇଲା ,  ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ଯାସ ଭାବରେ ଜୀବାଶ୍ମ ଇନ୍ଧନରେ   ।
  • କାର୍ବୋନେଟ ଏବଂ ଗ୍ରାଫାଇଟ ରୂପରେ ଶିଳରେ   ।

ଅଙ୍ଗାରକର ପରିସର ଏବଂ ଏହାର ପୁନଃଚକ୍ର   :

ଅଙ୍ଗାରକର ଆନୁମାନିକ ପରିମାଣ ବାୟୁମଣ୍ଡଲରେ ୬ X    କିଗ୍ରା ,  ବାରିମଣ୍ଡଲରେ ୧.୩ – ୫X  କିଗ୍ରା ଏବଂ ଅଶ୍ମମଣ୍ଡଳରେ ୨.୮  X  କିଗ୍ରା  ।  ଅଶ୍ମମଣ୍ଡଳରେ ଥିବା ଅଙ୍ଗାର ଯଥା କଥା ,  କୋଇଲା ,  ପ୍ରେଟ୍ରୋଲ ଆଦି ବିଭିନ୍ନ ପଦାର୍ଥର ଦହନ ଏବଂ ରାସାୟନିକ ପରିବର୍ତ୍ତନ ହେବା ଦ୍ଵାରା ଅଙ୍ଗାରକାମଳ ଉତ୍ପର୍ଣ୍ଣ ହୋଇ ବାୟୁମଣ୍ଡଳରେ ପ୍ରବେଶ କରିଥାଏ  ।  ଅଙ୍ଗାରକ ପ୍ରଧାନତଃ ବାୟୁମଣ୍ଡଳରେ ଉତ୍ପାଦକ ପାଖରେ ପହଞ୍ଚେ   ।  ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଉଦ୍ଭିଦ ବାୟୁମଣ୍ଡଳର ଅଙ୍ଗାରକାମକୁ ବିନିଯୋଗ କରି ଶ୍ଵେତସାର ଖାଦ୍ୟ ପ୍ରସ୍ତୁତ କରେ ଏବଂ ଅମ୍ଳଜାଣ ଏକ ଉପଜାତ ପଦାର୍ଥ ଭାବରେ ନିର୍ଗତ ହୋଇଥାଏ   ।  ପ୍ରାଣୀ ଓ ଉଦ୍ଭିବମାନଙ୍କ ଶ୍ଵାସକ୍ରିୟା ,  ଦହନ ଓ ବିଘଟଣ ପ୍ରକ୍ରିୟା ଦ୍ଵାରା ମଧ୍ୟ ଅଙ୍ଗାରକାମ୍ଳ ବାଷ୍ପ ସୃଷ୍ଟି ହୋଇ ବାୟୁମଣ୍ଡଳକୁ ଯାଇଥାଏ   ।  ଏହାଛଡା ଆଗ୍ନେୟଗିରି ଉଦଗୀରଣ ଏବଂ ଖୋଳପା ଥିବା ପ୍ରାଣୀମାନଙ୍କର ମୃତ୍ୟୁପରେ ଉକ୍ତ ଖୋଳପାରୁ କିଛି ଅଙ୍ଗାରକାମ୍ଳ ବାଷ୍ପ ନିର୍ଗତ ହୋଇଥାଏ   ।  ଏହିପରି ଭାବରେ ଅଙ୍ଗାରକାମ୍ଳ ବାଷ୍ପ ବିଭିନ୍ନ ମାଧ୍ୟମରେ ପରିବେଶ ଓ ସଜୀବ ବସ୍ତୁ ମଧ୍ୟରେ ଗତିଶୀଳ ଥାଏ   ।  ଅତ୍ୟଧିକ ମାତ୍ରାରେ ଜୀବାଶ୍ମଇନ୍ଧନର ଦହନ ଅଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ପାଇବାରେ ଲାଗିଛି   ।  ଏହା ପୃଥିବୀ ଜଳବାୟୁରେ ବାଧା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ମେରୁଦେଶୀୟ ଓ ଅତ୍ୟୁଜ ପର୍ବତର ବରଫ ତରଳିବା ଫଳରେ ସମୁଦ୍ର ପତ୍ତନର ଉଚ୍ଚତା ୧୮-୨୪ ମି ପର୍ଯ୍ୟନ୍ତ ବୃଦ୍ଧି ପାଇବାରେ ମଧ୍ୟ ଏହାକୁଦାୟୀ କରାଯାଉଛି  ।

ବାସ୍ତବିକ, ଅଙ୍ଗାରକ ଚକ୍ରର ବିଶେଷତ୍ଵ ଏହି ଯେ ଅଙ୍ଗାରକ ପରିବେଶର ଯେତେ ଚଞ୍ଚଳ ବାହାରିଯାଏ  ,  ସେତେ ଚଞ୍ଚଳ ପୁଣି ପରିବେଶକୁ ଲେଉଟି ଆସେ  ।  ଏହା ଏକ ଚକ୍ର ରୂପେ କାର୍ଯ୍ୟ କରୁଥାଏ   ।  ତେଣୁ ଏହାକୁ “ ଅଙ୍ଗାରକ ଚକ୍ର “ କୁହାଯାଏ   ।

ଅମ୍ଳଜାନ ଚକ୍ର   :

ଅଜୈବ ଓ ଜୈବ ପରିବେଶ ମଧ୍ୟରେ ଅମ୍ଳଜାନର ଚକ୍ରୀକରଣକୁ “ ଅମ୍ଳଜାନ ଚକ୍ର “ କୁହାଯାଏ   । ସମଗ୍ର ବାୟୁ ମଣ୍ଡଳର ପ୍ରାୟ ଶତକଡା ୨୧ ଭାଗ ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଳ ବିଶେଷ ଦରକାରୀ   । ପ୍ରାଣୀମାନେ ଶ୍ଵସନ ପ୍ରକ୍ରିୟାରେ ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଳ ତ୍ୟାଗ କରିଥାଆନ୍ତି  ।  କଳକାରଖାନାମାନଙ୍କରେ ବିଭିନ୍ନ ରାସାୟନିକ ପ୍ରକ୍ରିୟା ନିମନ୍ତେ ଅମ୍ଳଜାନ ଆବଶ୍ୟକ ହୋଇଥାଏ   । ସବୁଜ ଜାଳେଣୀ ପଦାର୍ଥ ଯଥା  :- କାଠ , କୋଇଲା , ପେଟ୍ରୋଲ ଆଦିର ଦହନ ନିମନ୍ତେ  ଅମ୍ଳଜାନ  ଆବଶ୍ୟକ ହୋଇଥାଏ   ।  ସବୁଯ ଉଦ୍ଭିଦ ଚେର ଦ୍ଵାରା ଜଳ ଏବଂ ବାୟୁରୁ ଅଙ୍ଗାରକାମ୍ଳ ଗ୍ରହଣ କରି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରି ମୁକ୍ତ ଅମ୍ଳଜାନ ବାୟୁମଣ୍ଡଳକୁ ତ୍ୟାଗ କରିଥାଆନ୍ତି   ।  ବାୟୁମଣ୍ଡଳର କିଛି ଅମ୍ଳଜାନ ଓଜୋନ ସୃଷ୍ଟି କରିଥାଏ  ।  ଏହି ଓଜୋନ ଆସ୍ତରଣ ଜୀବଜଗତକୁ ଅତିବାଇଗଣୀ ରଶ୍ମୀ ପ୍ରଭାବ ରକ୍ଷା କରିଥାଏ   ।

ଏହା ଛଡା ବାରିମଣ୍ଡଳରେ ମଧ୍ୟ ଅମ୍ଳଜାନ ଦ୍ରବୀଭୂତ ହୋଇ ରହିଥାଏ   ।  ସମୁଦ୍ରରେ ଅବସ୍ଥିତ ବିଭିନ୍ନ ଶୈବାଳ ରାଜି ଭାଶ୍ଲେଷଣ ପ୍ରକ୍ରିୟା ଦ୍ଵାରା ବହୁ ପରିମାଣର ଅମ୍ଳଜାନ ବାୟୁମଣ୍ଡଳକୁ ତ୍ୟାଗ କରିଥାଆନ୍ତି   ।

ଅମ୍ଳଜାନ ଅନେକଗୁଡିଏ ମୌଳିକ ଉପାଦାନ ସହ ମିଶି ଯୌଗିକ ପଦାର୍ଥ ସୃଷ୍ଟି କରିଥାଏ     ଯଥା – ଏହା ଅଙ୍ଗାର ସହ ମିଶି ଅଙ୍ଗାରକାମ୍ଳଜଣ ,  ଉଦଜାନ ସହ ମିଶି ଜଳ ,  ଯବକ୍ଷାରଜାନ ସହ ମିଶି ନାଇଟ୍ରେଟ ଇତ୍ୟାଦି   ।

ଯବକ୍ଷାରଜାନ ଚକ୍ର  :

ଯବକ୍ଷାରଜାନ ଆମର ଜୀବନଧାରଣ ପାଇଁ ଏକ ଅତ୍ୟାବଶ୍ୟକୀୟ ଉପଦାୟନ  ।  ବାୟୁମଣ୍ଡଳରେ ଏହା ପ୍ରାୟ ଶତକଡା ୭୮ ଭାଗ ଥାଏ   ।  ଏହା ପୃଷ୍ଟିସାର  ,  ନ୍ୟଷ୍ଟିଅମ୍ଳ ବିପାଚକ ଓ ହରମୋନର ଅଂଶ ବିଶେଷ ଅଟେ   । ଉଦ୍ଭିଦର ଅଭିବୃଦ୍ଧି ପାଇଁ ଆବଶ୍ୟକୀୟ ସାର ଏବଂ ପ୍ରାଣୀର ଅଭିବୃଦ୍ଧି ପାଇଁ ଆବଶ୍ୟକ ପ୍ରୋଟିନ   ହେଉଛନ୍ତି   ଯବକ୍ଷାରଜାନର ଯୌଗିକ ଏବଂ ଏହା ବାୟୁମଣ୍ଡଳରେ ଥିବା ଯବକ୍ଷାରଜାନରୁ ପରୋକ୍ଷ ଭାବରେ ମିଳିଥାଏ   ।  ବାୟୁମଣ୍ଡଳ ଏବଂ ପୃଥିବୀ ମଧ୍ୟରେ ନିୟମିତ ଯବକ୍ଷାରଜାନର ସଂଚାଳନ ବା ଆଦାନ ପ୍ରଦାନକୁ  “ ଯବକ୍ଷାରଜାନ ଚକ୍ର କୁହାଯାଏ   ।  ଏଥିଯୋଗୁଁ ପ୍ରକୃତିରେ ବା ବାୟୁମଣ୍ଡଳରେ ଥିବା ଯବକ୍ଷାରଜନ  ଶେଷହୁଏ ନାହିଁ   ।

ଯବକ୍ଷାରଜାନ  ବିବନ୍ଧନ  :

ଯବକ୍ଷାରଜାନ ବିବନ୍ଧନ ବା ସ୍ଥିରୀକରଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ଵାରା ଯବକ୍ଷାରଜାନ ଅନ୍ୟ ମୌଳିକ ବସ୍ତୁ ସଙ୍ଗରେ ସଂଯୋଜିତ ହୋଇ ଯୌଗିକ ଯବକ୍ଷାରଜାନ ସୃଷ୍ଟି କରନ୍ତି   ।

ଯବକ୍ଷାରଜାନ ବିବନ୍ଧନର ପ୍ରକାର ଭେଦ  :

ଯବକ୍ଷାରଜାନ ବିବନ୍ଧନ ତିନିଟି ଧାରାରେ ସଂଘଟିତ ହୁଏ   ।  ଯଥା  - ବାୟୁମଣ୍ଡଳୀୟ   , ଔଦ୍ୟୋଗିକ ଏବଂ ଜୈବିକ   ।

ବାୟୁମଣ୍ଡଳୀୟ ଯବକ୍ଷାରଜାନ ବିବନ୍ଧନ  : ଆକାଶରେ ବିଜୁଳି ମାରିବା ସମୟରେ ବାୟୁରେ ଥିବା ଯବକ୍ଷାରଜାନ ଓ ଅମ୍ଳଜାନ ପରସ୍ପର ସଙ୍ଗେ ସଙ୍ଗେ ସଂଯୋଗ ଘଟି ନାଇଟ୍ରିକ ଅକସାଇଡ ଗ୍ଯାସ ଉତ୍ପର୍ଣ୍ଣ ହୁଏ । ଏହା ପୁଣି ଅମ୍ଳଜାନ ସଙ୍ଗେ ପ୍ରତିକ୍ରିୟା କରି ନାଇଟ୍ରୋଜେନ ପେରୋକସାଇଡ ଗ୍ୟାସ ସୃଷ୍ଟି କରେ   ।  ଏହି ଗ୍ୟାସ ଜଳରେ ଦ୍ରବୀଭୂତ ହୋଇ ଯବକ୍ଷାରାମ୍ଳ ରେ ପରିଣତ ହୁଏ  ।  ବୃଷ୍ଟିଜଳ ସହିତ ନାଇଟ୍ରିକ ଏସିଡ ଭୂପୃଷ୍ଟକୁ ଆସି ନାଇଟ୍ରେଟ ଏବଂ ଅନ୍ୟ ଯୌଗିକ ପଦାର୍ଥ ସୃଷ୍ଟି କରେ  ।  ପ୍ରାକୃତିକ ପଦ୍ଧତିଇରେ ଏହିପରି ଖୁବ ଅଳ୍ପ ପରିମାଣର ନାଇଟ୍ରେଡ ତିଆରି ହୁଏ   ।  ଏହା ଉଦ୍ଭିଦର ଚାହିଦାକୁ ମେଣ୍ଟାଇପାରେ ନାହିଁ   । ତେଣୁ କୃତ୍ରିମ ଉପାୟରେ ନାଇଟ୍ରେଟକୁ ପ୍ରସ୍ତୁତ କରି ସାର ଭାବରେ ଜମିରେ ପ୍ରୟୋଗ କରାଯାଇଥାଏ   ।

ଶିଳ୍ପଭିତ୍ତିକ ଯବକ୍ଷାରଜାନ ବିବନ୍ଧନ  : ଶିଳ୍ପଭିତ୍ତିକ ଉପାୟର ଯବକ୍ଷାରଜାନ ଏବଂ ଉଦଜାନ ଚାପ ଏବଂ ଅତ୍ୟୁଚ ତାପମାତ୍ରାରେ ମିଶି ଆମୋନିଆ ଗ୍ୟାସ ଉତ୍ପାଦନ କରିଥାଆନ୍ତି   ।

ଆମୋନିଫିକେସନ  : ଆମାନିଫାଇଙ୍ଗ ବ୍ୟାକଟେରିଆ ମୃତ ଜୀବମାନଙ୍କ ଦେହରୁ ନିର୍ଗତ ଯବକ୍ଷାରଜାନ ମୁକ୍ତ ଯୌଗିକ ପଦାର୍ଥକୁ ଭାଙ୍ଗି ଆମୋନିଆ ଓ ଜୈବିକ ଅମ୍ଳ ସୃଷ୍ଟି କରନ୍ତି   ,  ଯାହା ବାୟୁମଣ୍ଡଳରୁ ଚାଲିଯାଏ   ।

ନାଇଟ୍ରିଫିକେସନ  : ଏହି ପ୍ରକ୍ରିୟା ଦ୍ଵାରା ଆମୋନିଆ ଜାରିତ ହୋଇ ନାଇଟ୍ରାଇଟ ଓ ପରେ ନାଇଟ୍ରେଟ  ରେ ପରିଣତ ହୁଏ   ।  ନାଇଟ୍ରୋ – ସୋମୋନାସ ନାଇଟ୍ରୋବ୍ୟାକ୍ଟର ଇତ୍ୟାଦି ବ୍ୟାକଟେରିଆ ଦ୍ଵାରା ଏହି ପ୍ରକ୍ରିୟା ସଂଗଠିତ ହୁଏ   ।

ଡିନାଟ୍ରିଫିକେସନ  : ସିଡୋମୋନାସ ବ୍ୟାକ୍ଟେରିଆ ଅବଶିଷ୍ଟ ନାଇଟ୍ରାଇଟ ଓ ନାଇଟ୍ରେଟକୁ ଯବକ୍ଷାରଜାନ ଅଣୁରେ ପରିବର୍ତ୍ତିତ କରେ   ।  ଏହି ପ୍ରକ୍ରିୟାକୁ ଦିନାଇଟ୍ରିଫିକେସନ କୁହାଯାଏ   ।  ଏହି ଯବକ୍ଷାରଜାନ ବାୟୁମଣ୍ଡଳକୁ ଫେରିଥାଏ   ।  ଏହିପରି ଯବକ୍ଷାରଜାନ ଏକ ନିୟମିତ ଚକ୍ର ଭାବରେ ବାୟୁମଣ୍ଡଳ ଏବଂ ଭୂପୃଷ୍ଟ ମଧ୍ୟରେ ସଞ୍ଚାଳିତ ହେଉଥାଏ  ।

ଜୈବିକ ଯବକ୍ଷାରଜାନ ବିବନ୍ଧନ  : କେତେକ ଶୈବାଳ ବାୟୁରୁ ନାଇଟ୍ରୋଜେନ ନେଇ ନାଇଟ୍ରୋଜେନ ସ୍ଥିରୀକରଣ କରନ୍ତି  ।  ଏହାକୁ  “ ଜୈବିକ ବିବନ୍ଧନ “ କୁହାଯାଏ   ।  ମାଟିରେ ଥିବା ବ୍ୟାକଟେରିଆ ଦ୍ଵାରା ଯବକ୍ଷାନଜାନ କାଲସିୟମ ବାଇକାରବୋନେଟର ଉପସ୍ଥିତିରେ ଉଦ୍ଭିଦ ଖାଦ୍ୟ ରେ ପରିଣତ ହୁଏ  ।  ସବୁଜ ଉଦ୍ଭିଦ ନାଇଟ୍ରେଟକୁ ସ୍ଥୂଳପୋଷକ ରୂପେ ମୃର୍ତ୍ତିକା ଚେର ଦ୍ଵାରା ଗ୍ରହଣ କରି ତାର ଅଭିବୃଦ୍ଧି ଘଟାଏ   ।

କେତେକ ଛୁଇଁ ଜାତୀୟ ଉଦ୍ଭିଦ ଯଥା  - ମୁଗ , ବିରି, ଶିମ୍ବ, ମଟର ବିନ ପ୍ରଭୁତିର ଚେର ଗ୍ରନ୍ଥି କା ଥାଏ   ।  ଏହି ଗ୍ରନ୍ଥିକାରେ କେତେକ ଜୀବାଣୁ ଥାଆନ୍ତି   ,  ଯେଉଁମାନେ କି ବାୟୁରୁ ସିଧାସଳଖ ଭାବେ ନାଇଟ୍ରୋଜେନ ଗ୍ରହଣ କରି ସେହି ଉଦ୍ଭିଦକୁ ଯୋଗାଇ ଦିଅନ୍ତି  ।  ତତ୍ପରେ ଉଦ୍ଭିଦ ଏହାକୁ ପ୍ରୋଟିନରେ ପରିଣତ କରେ   ।  ଉଦ୍ଭିଦ ମରିଗଲା ପରେ ତାର ଚେର ଓ ଗ୍ରନ୍ଥିକା ମାଟିରେ ମିଶି ଜମିର ଉର୍ବରତାକୁ ବୃଦ୍ଧି କରେ    ।  ସବୁଜ ଉଦ୍ଭିଦ ଠାରୁ ପ୍ରାଣୀମାନେ ଖାଦ୍ୟଦ୍ଵାରା ଯବକ୍ଷାରଜାନ ଗ୍ରହଣ କରିଥାଆନ୍ତି   ।

ସ୍ଥିରୀଭୂତ ଚକ୍ର

ଜୀବମଣ୍ଡଳରେ ସଜୀବ ଏବଂ ନିର୍ଜୀବଙ୍କ ମଧ୍ୟରେ ସଞ୍ଚାଳିତ ହେଉଥିବା ସବୁ ଉପାଦାନଗୁଡିକ ବାଷ୍ପୀୟ ନୁହନ୍ତି  । କେତେକ ଉପାଦାନ ପଥର ଦେହରେ ସ୍ତରୀଭୂତ ହୋଇଥାଆନ୍ତି   ।  ଅଶ୍ମମଣ୍ଡଳ ହେଉଛି ଫସଫରସ , କାଲସିୟମ , ମାଗ୍ନେସିୟମ ଇତ୍ୟାଦିର ମୁଖ୍ୟ ଗନ୍ତାଘର   ।  ଗନ୍ଧକ ଉଭୟ ସ୍ତରିଭୂତ ଏବଂ ବାଷ୍ପୀୟ ଅବସ୍ଥାରେ ରହିପାରେ  ।  ସ୍ତରୀଭୂତ ଚକ୍ରଗୁଡିକ ସାଧାରଣତଃ ଅତି ଧୀର   ।  ସବୁଠାରୁ ଧୀର  ପ୍ରକ୍ରିୟାରେ ଶିଳା ବା ପଥରର ଗଠନ ଏବଂ ଉଦଘାଟନ ହୋଇଥାଏ ଯାହାକି ଲକ୍ଷାଧିକ ବର୍ଷ ଲାଗିଥାଏ   ।

ଫସଫରସ ଚକ୍ର

ଫସଫରସ ଏକ ଅତ୍ୟାବଶ୍ୟକୀୟ ଖଣିଜ ପଦାର୍ଥ  ।  ସଜୀବ ଏବଂ ନିର୍ଜୀବ ପରିବେଶ ମଧ୍ୟରେ ଏହା ଚକ୍ରାକାରରେ ଗତି କରୁଥାଏ   ।  ଏହା ମୁଖ୍ୟତଃ ପଥରରୁ କ୍ଷୟିତ ହୋଇ ମୃର୍ତ୍ତିକାରେ ଉପାଦାନ ଯାହାକି ନିଉକ୍ଲିକ ,  ଏସିଡ ,  ଫସଫୋଲିପିଡ଼ ,  ଏଟିପି  ଆଦି ଗଠନ ହେବାରେ ବ୍ୟବହୃତ ହୁଏ   ।  ଏହା ମଧ୍ୟ ଶରୀରର ବିପାକିୟା କ୍ରିୟାରେ ଜଡିତ ଥାଏ   ଯାହାକି ଖାଦ୍ୟରୁ ଶକ୍ତି ଉତ୍ପାଦନ କରି ଶରୀରକୁ କାର୍ଯ୍ୟକ୍ଷମ କରିବାରେ ସହାୟକ ହୋଇଥାଏ   ।  ପ୍ରାଣୀମାନଙ୍କର ଅସ୍ଥି ଏବଂ ଦାନ୍ତ ଗଠନରେ ମଧ୍ୟ ଫସଫରସ ବ୍ୟବହୃତ ହୁଏ  ।  ଫସଫରସକୁ ମୁଖ୍ୟତଃ ଫସପେଟ ହିସାବରେ ବ୍ୟବହାରର କରାଯାଏ   ।  ଏହା କାଲସିୟମ , ଆଇରଣ ଏବଂ ଆଲୁମିନିୟମ ସହ ମିଶି ଯୌଗିକ ପଦାର୍ଥ ସୃଷ୍ଟି କରିଥାଏ ଏବଂ ମୃର୍ତ୍ତିକାରେ ଏହା ରକ ଫସଫେଟ ରୂପରେ ଅଦ୍ରବଣୀୟ ଅବସ୍ଥାରେ ଥାଏ  ।  ବୃକ୍ଷର ଚେର ଏବଂ ଅଣୁଜୀବମାନଙ୍କ ଦ୍ଵାରା ନିଃସ୍ରବଣ ହେଉଥିବା କେତେକ ରାସାୟନିକ ପଦାର୍ଥ ସାହାଯ୍ୟର ଏହା ଦ୍ରବିଭୂତ ହୋଇଥାଏ  ।  ଏହି ଦ୍ରବୀଭୂତ ଫସଫେଟକୁ ବୃକ୍ଷ ଗ୍ରହଣ କରିବା ପରେ ଏହା ଜୈବିକ ଅବସ୍ଥାକୁ ପରିବର୍ତ୍ତିତ ହୁଏ  ।  ଉଦ୍ଭିଦମାନଙ୍କ ଠାରୁ ଏହା ତୃଣଭୋଜୀଙ୍କ ଶରୀର ଦେଇ ମାଂଶଂସୀ ପ୍ରାଣୀମାନଙ୍କ ଶରୀରକୁ ଖାଦ୍ୟ ଶୃଙ୍ଖଳ ମାଧ୍ୟମରେ ଆସିଥାଏ  । ପ୍ରାଣୀ ଏବଂ ଉଦ୍ଭିଦମାନଙ୍କର ମୃତ୍ୟୁପରେ ଅପଘଟକମାନଙ୍କ ଦ୍ଵାରା ମୃତ ଶରୀର ବିଘଟିତ ହେବା ଫଳରେ ଫସଫରସ ଆୟତନଗୁଡିକ ମାଟିରେ ମିଶି ପୁଣି ଉଦ୍ଭିଦମାନଙ୍କ ବ୍ୟବହାରରେ ଆସେ   ।  ହ୍ରଦ ବା ସମୁଦ୍ର ଶଯ୍ୟାରୁ ମିଳୁଥିବା ମୃର୍ତ୍ତିକା ଏବଂ ସାମୁଦ୍ରିକ ପକ୍ଷୀମାନଙ୍କ ମଳରେ ଫସଫେଟ ପରିମାଣ ଅଧିକ ଥାଏ   । ଜଙ୍ଗଲ ପୋଡିଯିବା ଦ୍ଵାରା ସେଥିରୁ ମିଳୁଥିବା ବାଉଁଶ ଏବଂ କାଠ ଜାତୀୟ ଜାଳେଣୀର ପାଉଁଶ ମଧ୍ୟ ମୃର୍ତ୍ତିକାରେ ଫସଫେଟ ପରିମାଣ ବୃଦ୍ଧି କରିଥାଏ   ।

ଗନ୍ଧକ ଚକ୍ର

ଜୀବଜଗତରେ ଗନ୍ଧକର ଚକ୍ରାକର ଗତିକୁ “ ଗନ୍ଧକ ଚକ୍ର ବା ସଲଫର ଚକ୍ର “ କୁହାଯାଏ   ।  ସଲଫର ସମସ୍ତ ପ୍ରକାର ସ୍ନେହସାର ଓ ସ୍ନେହମ୍ଳର ଏକ ଅତ୍ୟାବଶ୍ୟକୀୟ ବସ୍ତୁ  । ଶିଳାମାନଙ୍କରେ ସଲଫର ଗଚ୍ଛିତ ହୋଇଥାଏ   ।  ଶିଳା କ୍ଷୟ ହେବା ଦ୍ଵାରା ଅଜୈବ ସଲଫର ଯୌଗିକ ଭାବେ ମୃର୍ତ୍ତିକାରେ ମିଶେ  ।  ଉଦ୍ଭିଦମାନେ ଏହାକୁ ସେମାନଙ୍କର ଚେରଦ୍ଵାରା ଗ୍ରହଣ କରିଥାଆନ୍ତି   ।  ଉଦ୍ଭିଦଠାରୁ ଖାଦ୍ୟ ଦ୍ଵାରା ଗନ୍ଧକ ପ୍ରାଣୀମାନଙ୍କ ଶରୀରକୁ ପ୍ରବେଶ କରେ   ।  ଉଭୟ ଉଦ୍ଭିଦ ଓ ପ୍ରାଣୀମାନଙ୍କର ମୃତ୍ୟୁପରେ ବିଘଟଣ ପ୍ରକ୍ରିୟା ଦ୍ଵାରା ଏଗୁଡିକ ମୃର୍ତ୍ତିକାକୁ ଫେରି ଆସିଥାଏ ଏବଂ ପୁଣି ବୃକ୍ଷ ଦେହକୁ ପ୍ରବେଶ କରେ   ।  ଏତଦବ୍ୟତିତ,  ଗନ୍ଧକର ଏକ ଛୋଟ ବାଷ୍ପୀୟ ଅବସ୍ଥା ଅଛି,  ଯାହାକି ବାୟୁମଣ୍ଡଳରେ ସଲଫର ଡାଇଅକସାଇଡ ଓ ହାଇଡ୍ରୋଜେନ ସଲଫାଇଡ ରୂପରେ ରହିଥାଏ  ।  ଜାଳିନୀ କାଠର ଦହନ ଏବଂ ଧାତୁ ପଥରକୁ ତରଳାଇବା ଫଳରେ ମଧ୍ୟ କିଛି ପରିମାଣର ସଲଫର ଡାଇଅକସାଇଡ ରୂପରେ ରହିଥାଏ   । ବର୍ଷାଜଳରେ ଦ୍ରବୀଭୂତ ହେବାପରେ ଏହା ପୁଣି ପୃଥିବୀ ପୃଷ୍ଠକୁ ଫେରିଆସେ   । କେତେକ ଅପଘଟକ ବିଘଟଣ ପ୍ରକ୍ରିୟା ଦ୍ଵାରା ହାଇଡ୍ରୋଜେନ ସଲଫର ପ୍ରସ୍ତୁତ କରିଥାଆନ୍ତି   ।  ଆଗ୍ନେୟଗିରିର ଉଦଗିରଣ ସମୟରେ କିଛି ଗନ୍ଧକ ସଲଫାଇଡ ରୂପରେ ମଧ୍ୟ ବାୟୁମଣ୍ଡଳରେ ମିଳେ   ।  ଏତଡବ୍ୟତିତ କେତେକ ବ୍ୟାକ୍ଟେରିଆ ଏବଂ କବକ ହାଇଡ୍ରୋଜେନ ସଲଫାଇଡ କୁ ରାସାୟନିକ ପ୍ରକ୍ରିୟାର ସଲଫେଟ ରେ ପରିଣତ କରନ୍ତି ଯାହା ମୃର୍ତ୍ତିକାରେ ମିଶି ପୁଣି ଉଦ୍ଭିଦର କାମରେ ଆସେ   ।  ପରିବେଶ ମଧ୍ୟରେ ଏହିପରି ଭାବରେ ଗନ୍ଧକର ସଞ୍ଚାଳନ ପ୍ରକ୍ରିୟା ସାଧିତ ହୋଇଥାଏ   ।

ସ୍ଥିର ସମତା  :

ପରିସଂସ୍ଥାରେ ଥିବା ସଜୀବ ଏବଂ ନିର୍ଜୀବ ଉପାଦାନ ମଧ୍ୟରେ ଏକ ଦୃଢ ସମନ୍ଵୟ ରହିଛି   ।  ଏହି ସମନ୍ଵୟ ଅବସ୍ଥା ହିଁ ବାସ୍ତବରେ “ସନ୍ତୁଳନ ଅବସ୍ଥା" । ପରିସଂସ୍ଥା ବିଭିନ୍ନ ପୋଷକସ୍ତର ମଧ୍ୟରେ ସନ୍ତୁଳନ ରକ୍ଷାକରି ପରିସଂସ୍ଥାର ସ୍ଥାୟିତ୍ଵ ବଜାୟ ରଖେ  । ପରିସଂସ୍ଥାର ଏହି ସ୍ଥିତାବସ୍ଥାକୁ "ସ୍ଥିର ସମତା" କୁହାଯାଏ  । ଇଂରାଜୀରେ ହୋମିଓ ଷ୍ଟାସିସର ଅର୍ଥ ହେଉଛି  । ତେଣୁ ହୋମିଓଷ୍ଟାସିସ ହେଉଛି ପ୍ରାକୃତିକ ପରିସଂସ୍ଥାରେ କୌଣସି ପରିବର୍ତ୍ତନ ଅଣାଗଲେ, ସେହି ପରିବର୍ତ୍ତନକୁ ପ୍ରତିହତ କରି ଏକ ସନ୍ତୁଳିତ ଅବସ୍ଥାରେ ସର୍ବଦା ରହିବାର ଏକ ଗୁଣ   ।

କୌଣସି ଗୋଟିଏ ଜୀବନ ଜୀବନଧାରଣ ପାଇଁ ଅନ୍ୟ କେତେକ ଜାତି ଏକ ନିର୍ଦ୍ଧିଷ୍ଟ ଅନୁପାତରେ ବଞ୍ଚି ରହିବା ଦରକାର   ।  ତାହାହେଲେ ସବୁ ପ୍ରକାର ଜୀବ ପୃଥିବୀ ପୃଷ୍ଠରେ ବଞ୍ଚି ରହିବାକୁ ସମର୍ଥ ହେବେ   ।

ଉଦାହରଣ ସ୍ୱରୂପ  :

ଯଦି କୌଣସି ଜଙ୍ଗଲରେ ବହୁ ସଂଖ୍ୟାରେ ସିଂହ ରହନ୍ତି, ତେବେ ସେମାନେ ଯଦି ସେହି ପରିବେଶରେ ବାସ କରୁଥିବା ମୃଗକୁ ମାରି ଖାଇଦେବେ  । ଫଳରେ ଅନ୍ୟତୃଣଭୋଜୀ ପ୍ରାଣୀମାନଙ୍କ ପାଇଁ ଘାସର ଅଭାବ ଦେଖାଦେବ   । ତେଣୁ ମୃଗମାନଙ୍କର ସଂଖ୍ୟା ବୃଦ୍ଧି ହ୍ରାସ କରିବାକୁ ସିଂହର ଆବଶ୍ୟକତା ରହିଛି  ।  ଏହିପରି ଭାବରେ ସବୁ ଜାତିର ଜୀବ ପରସ୍ପର ସହିତ ସମ୍ପୃକ୍ତ ହୋଇଛନ୍ତି   ।  ସେମାନେ ବଞ୍ଚି ରହିବା ପାଇଁ ପରସ୍ପର ପ୍ରତି ସାହାଯ୍ୟ କରିବା ଏବଂ ପ୍ରତିରୋଧ କରିବା କ୍ରିୟା ପ୍ରଦର୍ଶନ କରନ୍ତି  ।  ଏହି ପ୍ରକ୍ରିୟା ଫଳରେ ପ୍ରକୃତିର ଭାରସାମ୍ୟ ପ୍ରତିଷ୍ଠା ହୁଏ   ।

ପ୍ରକୃତି ସବୁବେଳେ ସନ୍ତୁଳନ ଅକ୍ଷୁର୍ଣ୍ଣ ରଖିବାକୁ ଚେଷ୍ଟିତ  ।  ଯଦି କେତେବେଳେ ପରିବେଶର ପରିବର୍ତ୍ତନ ଯୋଗୁଁ କୌଣସି ଗୋଟିକର  ବଂଶ ନଘଟେ , ତେବେ ଭାରସାମ୍ୟ ବାଧାପ୍ରାପ୍ତ ହୁଏ ଏବଂ ଗୋଟିଏ କିମ୍ବା ଅଧିକ ଜାତିର ବିଲୋପ ଘଟେ   । ଉପରୋକ୍ତ ଉଦାହରଣ ଅନୁଯାୟୀ ଜଙ୍ଗଲ ପରିସଂସ୍ଥାରେ ମୃଗସଂଖ୍ୟା ବୃଦ୍ଧି ହେଲେ ସିଂହ ସଂଖ୍ୟା ବୃଦ୍ଧି ହୁଏ   ।  ଏହାକୁ ଯୁକ୍ତାତ୍ମକ ଫିଡବ୍ୟାକ କହନ୍ତି  ।  ସିଂହ ସଂଖ୍ୟା ବୃଦ୍ଧି ହେଲେ ପୁଣି ମୃଗସଂଖ୍ୟା କମିଯାଏ  ।  ଏହାକୁ ବିଯୁକ୍ତାତ୍ମକ ପିଡ଼ବ୍ୟାକ ମଧ୍ୟରେ ସର୍ବଦା ଏକ ସମାନତା ରକ୍ଷା କରାଯାଇଥାଏ ଏବଂ ଏହି ସମାନତା  “ ହୋମିଓଷ୍ଟାସିସ ମେକାନିଜମ “ ଦ୍ଵାରା ସମ୍ଭବ ହୋଇଥାଏ   ।

ଆଜିର ସମାଜରେ ଜନସଂଖ୍ୟା ଯେଉଁ ପରିମାଣରେ ବଢି ଚାଲିଛି  ,  ସେଥିରେ ଏକ ସନ୍ତୁଳନ ନ ଆସିଲେ , ଭବିଷ୍ୟରେ ପୃଥିବୀ ଯେ ଏକ ଭୟଙ୍କର ପରିସ୍ଥିତି ଆଡକୁ ଗତିକରି ଶେଷରେ ନିଶ୍ଚିତ ଭାବରେ ଧ୍ଵଂସ ହୋଇଜୀବ ଏଥିରେ ସନ୍ଦେହ ନାହିଁ   ।  ତେଣୁ ପ୍ରତ୍ୟେକ ବ୍ୟକ୍ତି ପରିବେଶ ଓ ପରିସଂସ୍ଥାକୁ ରକ୍ଷା କରିବା ଉଚିତ   ।

ଆଧାର  - ଖବର କାଗଜ

2.9375
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top