ହୋମ / ଶକ୍ତି / ପରିବେଶ / ଜଳଛାୟା ପରିଚାଳନା କାର୍ଯ୍ୟକ୍ରମ(ପ୍ରାରମ୍ଭିକ)
ସେଆର କରନ୍ତୁ

ଜଳଛାୟା ପରିଚାଳନା କାର୍ଯ୍ୟକ୍ରମ(ପ୍ରାରମ୍ଭିକ)

ଭାରତ ଭଳି ଏକ କୃଷିପ୍ରଧାନ ଦେଶର ମୃତ୍ତିକାର ଉପଯୁକ୍ତ ପରିଚାଳନା ଜରୁରୀ ଆବଶ୍ୟକତା ।

ପ୍ରାରମ୍ଭିକ ସୂଚନା

ମାଟି ଆମର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ  ।  ଭବିଷ୍ୟତର ଆବଶ୍ୟକତାକୁ ଆଖିଆଗରେ ରଖି ଅଧିକ ଅମଳ ପାଇଁ ଏହାର ପରିଚାଳନା ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟା  ।  ଭାରତ ଭଳି ଏକ କୃଷିପ୍ରଧାନ ଦେଶର ମୃତ୍ତିକାର ଉପଯୁକ୍ତ ପରିଚାଳନା ଜରୁରୀ ଆବଶ୍ୟକତା ।

ଅତୀତରେ ଖାଦ୍ୟ ଶସ୍ୟ ଉତ୍ପାଦନରେ ସ୍ଵାବଲମ୍ବୀ ହେବା ପାଇଁ ଆମର ଯଥେଷ୍ଟ ଅବଦାନ ରହିଛି ।  କିନ୍ତୁ ଅଧିକ ଖାଦ୍ୟ ଉତ୍ପାଦନ ସହିତ ଆମ ପରିବେଶର ମାନ ସନ୍ତୁଳନ ରଖିବା କଷ୍ଟକର ହେଉଛି ।  ତେଣୁ ମାଟି ଓ ଜଳ ଭଳି ଜାତୀୟ ସମ୍ପଦକୁ ଏପରି ଭାବେ ପରିଚାଳନା କରିବା ଉଚିତ, ଯାହାଦ୍ଵାରା କୃଷି ଉତ୍ପାଦନ ବୃଦ୍ଧି ସହିତ ଆମର ଭବିଷ୍ୟତ ବଂଶଧରଙ୍କ ପାଇଁ ଏକ ଉତ୍ତମ ପରିବେଶ ଓ ପରମ୍ପରା ସୃଷ୍ଟି ହେବ ।

ଭାରତୀୟ କୃଷିର ଉନ୍ନତି କଳ୍ପେ ୧୯୨୮ ମସିହାର ସ୍ଥାପିତ ରୟାଲ କମିଶନ  ଉତ୍ତମ ଭୂମି ବିନିଯୋଗ ଯୋଜନା ପାଇଁ ମୃତ୍ତିକା ସମ୍ପଦ ମୂଲ୍ୟାଙ୍କନର ଗୁରୁତ୍ଵକୁ ଉପଲ୍ଲବଧି କରିଥିଲେ   ।  ଭାରତୀୟ ମୃତ୍ତିକା ସର୍ବେକ୍ଷଣ ବିଭାଗ ୧୯୫୬ ମସିହା ଠାରୁ ପ୍ରଥମେ କେତେକ ନିର୍ଦ୍ଧିଷ୍ଟ ପ୍ରକଳ୍ପ ପାଇଁ ବିକ୍ଷିପ୍ତ ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ କରିଥିଲେ ।  କିନ୍ତୁ ଓଡିଶାରେ ମୃତ୍ତିକା ସର୍ବେକ୍ଷଣ କାମ କମ ହୋଇଥିବାରୁ ଏହି ସମ୍ବନ୍ଧୀୟ ତଥ୍ୟମାନ ଅଳ୍ପ ପରିମାଣରେ ରହିଛି ।

ଜମିର ଉପଯୁକ୍ତ ବିନିଯୋଗ ପାଇଁ ମୃତ୍ତିକା ବିସ୍ତୁତି , ଅବସ୍ଥିତି ଗୁଣବତ୍ତା ଓ ଉତ୍ପାଦିକା ଶକ୍ତି ଆଦି ବିଷୟରେ ଜାଣିବା ନିହାତି ଆବଶ୍ୟକ ।  ଏ ପର୍ଯ୍ୟନ୍ତ  ଆମେ ଆମର ସୀମିତ ମୃତ୍ତିକା ସମ୍ପଦ ପ୍ରତି କମ  ନଜର ଦେଇଛୁ ।  ସବୁ ରାଜ୍ୟର ମାଟିର କ୍ଷମତା ଓ ସମସ୍ୟା ବିଷୟରେ ଜାଣିବା ପାଇଁ ମୃତ୍ତିକା ସମ୍ପଦର ମାନଚିତ୍ର ୧.୨୫୦,୦୦୦ ଅନୁପାତରେ କରିବା ପାଇଁ ଜାତୀୟ କର୍ମଶାଳାରେ ପ୍ରସ୍ତାବ ଗୃହିତ ହୋଇଛି ।  ଏଥିପାଇଁ ଜାତୀୟ ମୃତ୍ତିକା ସର୍ବେକ୍ଷଣ ଓ ଭୂମି ବିନିଯୋଗ ପ୍ରତିଷ୍ଠାନ, ରାଜ୍ୟ କୃଷି ବିଭାଗ ସହାୟତାରେ ମୃତ୍ତିକା ସମ୍ପଦର ମାନଚିତ୍ର ପ୍ରସ୍ତୁତି ଭଳି ଏକ ବଡ କାର୍ଯ୍ୟ ହାତକୁ ନେଇଛନ୍ତି ।  ଏହା ଫଳରେ ମୃତ୍ତିକା ସମ୍ବନ୍ଧରେ ସବିଶେଷ ବିବରଣୀ  ଜମିର ଦୀର୍ଘସ୍ଥାୟୀ ସୁପରିଚାଳନା ପାଇଁ ବ୍ୟବହାର ହୋଇପାରିବ ।  ନିମ୍ନଲିଖିତ ୮ ଗୋଟି ଉଦ୍ଦେଶ୍ୟକୁ ନେଇ ଉକ୍ତ ପ୍ରକଳ୍ପଟି ପ୍ରସ୍ତୁତ କରାଯାଇଛି  ।

ଉଦ୍ଦେଶ୍ୟ

ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା   :

  1. ମୃତ୍ତିକା ପରିବାରକୁ ଏକକ ହିସାବରେ ନେଇ ମୃତ୍ତିକା ସମ୍ପଦର ୧.୨୫୦,୦୦୦ ଅନୁପାତରେ ମାନଚିତ୍ର ପ୍ରସ୍ତୁତ କରିବା ।
  2. ବିଭିନ୍ନ ଭୂମି ବ୍ୟବହାରକାରୀ ସଂସ୍ଥାମାନଙ୍କର ଉପଯୋଗୀ ହେଲାଭଳି ଗୁଣାତ୍ମକ ମାନଚିତ୍ର ପ୍ରସ୍ତୁତ କରିବା ।
  3. ବିଭିନ୍ନ ମାଟିର ପ୍ରକୃତି ଓ ବିସ୍ତୁତି ନିର୍ଣ୍ଣୟ କରିବା ।
  4. ମୃତ୍ତିକା ଚିହ୍ନଟ ପାଇଁ ସେମାନଙ୍କ ଗୁଣବର୍ତ୍ତା ବିଷୟରେ  ଜାଣିବା।
  5. ଏକ ନିଦ୍ଧିଷ୍ଟ ମୃତ୍ତିକାର ଫସଲ ଉପଯୋଗୀତା ମଡେଲ ପ୍ରସ୍ତୁତି କରି ସେ ଅଞ୍ଚଳରେ ଚାଷ ହୋଇପାରୁଥିବା ବିକଳ୍ପ ଫସଲର ଉତ୍ପାଦିକା ଶକ୍ତି ନିର୍ଣ୍ଣୟ କରିବା।
  6. ପ୍ରତିଷ୍ଠିତ ମୃତ୍ତିକା ଅଞ୍ଚଳରେ କୃଷି ସମ୍ବନ୍ଧୀୟ ଗବେଷଣା କରି ତତଲବ୍ଧ ଜ୍ଞାନ କୌଶଳ ସମଶ୍ରେଣୀୟ ମୃତ୍ତିକାଅଞ୍ଚଳରେ ପ୍ରୟୋଗ କରିବା।
  7. ଭବିଷ୍ୟତରେ ବ୍ୟବହାର ପାଇଁ ମୃତ୍ତିକା ସମ୍ବନ୍ଧୀୟ ତଥ୍ୟାବଳୀକୁ ସଂରକ୍ଷିତ କରି ରଖିବା ଏବଂ ଦରକାର ମୁତାବକ ବ୍ୟାଖ୍ୟାନ କରିବା ।
  8. ମୃତ୍ତିକା ସ୍ୱାସ୍ଥ୍ୟ ବିଶେଷତ୍ଵ ଅବକ୍ଷୟ ମୃତ୍ତିକା ସ୍ୱାସ୍ଥ୍ୟକୁ ଅନୁଧ୍ୟାନ କରି ବିହିତ ଉପଛାଡ଼ ବ୍ୟବସ୍ଥା କରିବା।

ଆଧାର - ଭାରତୀୟ ମୃତ୍ତିକା ସିରିଜ

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top