ହୋମ / ଶକ୍ତି / ପରିବେଶ / ଜଳଛାୟାର ଜଳବିଜ୍ଞାନ
ସେଆର କରନ୍ତୁ

ଜଳଛାୟାର ଜଳବିଜ୍ଞାନ

ଜଳଛାୟାର ଜଳବିଜ୍ଞାନ ର ସୂଚନା

ବର୍ତ୍ତମାନ ଏହା ସୁସ୍ପଷ୍ଟ ଯେ ଗୋଟିଏ ଜଳଛାୟାର ଜଳବିଜ୍ଞାନ (ଭୂପୃଷ୍ଠ ଜଳ ଏବଂ ଭୂତଳଜଳ ସହିତ ଏହାର ସମ୍ପର୍କ ଭୂପୃଷ୍ଠର ଚରିତ୍ର ଦ୍ଵାରା ନିୟନ୍ତ୍ରିତ , ଯାହା ଉପରେ ଜଳ ସଞ୍ଚିତ ହୁଏ ଓ ସଞ୍ଚାଳିତ ହୋଇଥାଏ   ।  ଏହି ଦ୍ରୁଷ୍ଟିକୋଣରୁ ଅଧିକ ବିଶଦ ଭାବରେ ଉପଲବ୍ଧ କରିବା ଅତ୍ୟନ୍ତ ସହାୟକ ହେବ ଯେ କିପରି ଭାବରେ ଜଳଛାୟାର ଜଳବିଜ୍ଞାନକୁ ଭୂତତ୍ଵ ନିୟନ୍ତ୍ରିତ କରିଥାଏ   ।

ଜଳଛାୟାର ଜଳବିଜ୍ଞାନୀୟ ପ୍ରକୃତି ଉପରେ ଭୂତ୍ଵତ୍ତିକ ନିୟନ୍ତ୍ରଣ

ଭୂପୃଷ୍ଠ ଭାଗ ବିଭିନ୍ନ ପ୍ରକାରର ଶିଳା ଦ୍ଵାରା ଗଠିତ ହୋଇଥାଏ   ।  ଏହି ଶିଳାଗୁଡିକ ଅନେକ ସ୍ଥାନରେ ମୃତ୍ତିକା ସମେତ ଅନ୍ୟାନ୍ୟ ଅବକ୍ଷୟିତ ଉତ୍ପାଦଗୁଡିକ ଦ୍ଵାରା ଆବୃତ ହୋଇଥାନ୍ତି , ଯେଉଁଗୁଡିକ ସ୍ଥାନବିଶେଷରେ ସ୍ଵୟଂ ଭିନ୍ନ ଭିନ୍ନ ଗୁଣ ପ୍ରଦର୍ଶନ କରିଥାନ୍ତି   ।  ଶିଳାର ବିନ୍ୟାସ , ସ୍ତରାୟଣ ଓ ଅବୟବ ସଙ୍ଗେ ସଙ୍ଗେ ଅବକ୍ଷୟ ଭଳି ପ୍ରକ୍ରିୟା ପ୍ରତି ଅନୁବେଦନରୁ ସଂଭବଏନଆଇଟି ଭୂମିରୂପ ଗୋଟିଏ ଜଳଛାୟା ମଧ୍ୟରେ ଅବକ୍ରମଣ ତଥା ଅବକ୍ରମଣରେ ପରିବର୍ତ୍ତନ ଠାରୁ ନିୟନ୍ତ୍ରଣ କରିଥାଏ   ।  ପ୍ରତି ବଦଳରେ ଏହା ଭୂପୃଷ୍ଠଜଳର ପଥ ନିର୍ଧାରଣ କରିଥାଏ   , ଯେଉଁ ପଥ ଦେଇ ଗୋଟିଏ ଜଳଛାୟା ମଧ୍ୟରେ ଜଳଉଚ୍ଚ ଭୂମିରୁ ନିମ୍ନ ସମତଳ ଅଞ୍ଚଳକୁ ପ୍ରବାହିତ ହୋଇଥାଏ   ।  ଏହି ପଥ ଜଳଛାୟାର ଅପବାଃ ପ୍ରଣାଳୀ ନିର୍ଣ୍ଣୟ କରିଥାଏ   ।  ଯେଉଁ ପଥ ଜଳଛାୟାକୁ ନିଷ୍କାସିତ କରିଥାଏ   ,  ସେଗୁଡିକ ସାଧାରଣ ଜଳ ଧାରା ବା ବାହିକା କୁହାଯାଏ   ।

ଗୋଟିଏ ଜଳଛାୟାର ଅପବାଃ ପ୍ରଣାଳୀ ଏକ ଅପବାହ ମାନଚିତ୍ରରେ ଲୈଖିକ ରୂପେ ନକ୍ସାଙ୍କିତ କରାଯାଇ ପରେ   ।  ଜଳବିଜ୍ଞାନୀୟ ମାନଚିତ୍ରଣରେ ନକ୍ସାଙ୍କିତ ହେଉଛି ପ୍ରଥମ ପଦକ୍ଷେପ       ।   ଗୋଟିଏ ଜଳଛାୟାରେ ଅପବାହ ହେଉଛି ପରିମିତି,  ଯାହା ଜଳଛାୟାର ବ୍ୟାଖ୍ୟା କରିଥାଏ   ।  ଏଣୁ ଗୋଟିଏ ଜଳଛାୟାକୁ ପ୍ରାୟତଃ ଏକ ଅପବାହ ଅବବାହିକା ରୂପେ ବିଚାର କରାଯାଏ  ।  ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜଳଛାୟାର ଯେଉଁ ଅଂସ ଅପବାହ   ଦ୍ଵାରା ଆବୃତ୍ତି ନୁହେଁ   ସେଗୁଡିକ ମଧ୍ୟ ଜଳଛାୟାର ଅଖଣ୍ଡ ଅଂଶ   ।  କାରଣ ଏହି ଭାଗର ସ୍ଥାନରୁ ଜଳ ନିଷ୍କାସିତ ହୋଇ ଜଳଧାରାର ପ୍ରଣାଳୀ ମଧ୍ୟକୁ ଯାଇଥାଏ   ।  ତେଣୁ ଭୂପୃଷ୍ଠର ଏକ ଭାଗ ମଧ୍ୟ ଜଳଛାୟା ଅନ୍ତର୍ଗତ ଜଳାଧାରାକୁ ନିଯନ୍ତ୍ରତ କରିବାରେ ସମ ଭାବରେ ଗୁରୁତ୍ଵପୂର୍ଣ୍ଣ   ।

ଜଳବିଜ୍ଞାନ ସମ୍ବନ୍ଧିତ ବିଜ୍ଞାନ ବିସ୍ତୁତ ଅଟେ   ।  ଏହା ଜଳବାୟୁବିଜ୍ଞାନ , ସାମୁଦ୍ରିକବିଜ୍ଞାନ ଓ ଭୂବିଜ୍ଞାନ ସମେତ ଅନେକ ବିଭାଗକୁ ଅନ୍ତର୍ଭୁକ୍ତ କରେ   ।  ଆମେ ଅବଶ୍ୟ ଜଳବିଜ୍ଞାନର ସେହି ଉପାଦାନଗୁଡିକ ଅଧୟନ କରିବା ନିମନ୍ତେ ସୀମିତ ହେବା  , ଯେଉଁଗୁଡିକ ଜଳଛାୟା ବିକାଶ ଓ ପରିଚାଳନା (ବିଶେଷତଃ ସେହି ବିଷୟ ଯାହା ସୂକ୍ଷ୍ମସ୍ତର ନିମନ୍ତେ ପ୍ରାସଙ୍ଗିକ ହୋଇଥିବ , କରଣ ଅଧିକାଂଶ ଜଳଛାୟା ବିକାଶ କାର୍ଯ୍ୟକ୍ରମଗୁଡିକ ସୂକ୍ଷ୍ମ ମାନରେ ସମ୍ପାଦିତ ହୋଇଥାଏ   ) ପାଇଁ ଉପଯୋଗୀ ଅଟେ   ।

ଯେପରିକି ପୂର୍ବରୁ ବର୍ଣ୍ଣନା କରାଯାଇଛି   ,  ଭୂପୃଷ୍ଠ ଭାଗରେ ଜଳର ପ୍ରବାହ ନିର୍ଦ୍ଧିଷ୍ଟ ସ୍ଥାନରେ ପୃଥିବୀ ପୃଷ୍ଠର ପ୍ରକୃତି ଦ୍ଵାରା ନିର୍ଧାରିତ ହୋଇଥାଏ   ।  ଭୂମିର ପୃଷ୍ଠ ଭାଗର ଆକୃତି ସ୍ଵୟଂ ତାର ନିମ୍ନଭାଗସ୍ଥିତ  ଭୂତତ୍ଵ ଏବଂ ଶିଳା ଉପାଦାନର ଅବକ୍ଷୟ , କ୍ଷୟୀକାରଣ ଓ ଅବକ୍ଷେପଣର ପରିମାଣ ଅଟେ   ।  ତେଣୁ ଗୋଟିଏ ଜଳଛାୟାର ଅନୁଧ୍ୟାନ ମଧ୍ୟରେ ଭୂମିରୂପ ,  ଅବକ୍ରମଣ ଏବଂ ଜଳଛାୟା ଅନ୍ତର୍ଗତ ପୃଷ୍ଠିୟ ଅପବାହ ମଧ୍ୟରେ ଥିବା ସମ୍ପର୍କର ଅନୁଧ୍ୟାନ କରାଯାଇଥାଏ   ।

ଭୂଷ୍ଠ ଭାଗର ପ୍ରବାହ,  ଆଧାରସ୍ରୋତ ଏବଂ ଜଳବିଜ୍ଞାନୀୟ ଚକ୍ର

ଜଳବିଜ୍ଞାନୀୟ ଚକ୍ର

ଜଳଛାୟା ମଧ୍ୟରେ ଜଳର ପରିସ୍ଥିତି ଉଭୟ ପ୍ରାକୃତିକ ଓ କୃତିମ କାରକ ଉପରେ ନିର୍ଭରଶୀଳ   ।  ଜଳର ସ୍ଥାନୀୟ ପ୍ରାଚୁର୍ଯ୍ୟତା କିମ୍ବା ଦୁଷ୍ପାପ୍ୟତା ହେଉଛି ଏଭଳି ଘଟକ , ଯାହା ଗୋଟିଏ ଜଳଛାୟା ମଧ୍ୟରେ ସମୟାନୁସାରେ ପରିବର୍ତ୍ତିତ ହୋଇଥାଏ   ।  ଜଳବିଜ୍ଞାନ ଓ ଜଳଭୂବିଜ୍ଞାନ ସମ୍ବଳିତ ଏକ ଅନୁଧ୍ୟାନ ଜଳର  ପ୍ରାଚୁର୍ଯ୍ୟତା କିମ୍ବା  ଦୁଷ୍ପାପ୍ୟତା ପଛର କାରଣ ବୁଝିବା ନିମନ୍ତେ ଉପଯୋଗୀ ହୋଇଥାଏ   ।  ଏହି ପର୍ଯ୍ୟାୟରେ ଏହା ଉପଯୁକ୍ତ ହେବ ଯେ ବିଭିନ୍ନ ପ୍ରକାରର ଜଳ ସଂଚାଳନ ମଧ୍ୟରେ ଥିବା ଆନ୍ତଃସମ୍ପର୍କର ସଂକ୍ଷିପ୍ତ ଅନୁଧ୍ୟାନ କରାଯିବ   । ପୃଥିବୀ ପୃଷ୍ଠର ଉପର ଓ ଭୂନିମ୍ନ ନିକଟ ଭାଗର ଜଳ (ସ୍ଥଳୀୟଜଳ ) ଅବିରତ ଭାବରେ ଗତି କରିଥାଏ ଏବଂ ପୃଷ୍ଠଭାଗ ନିକଟସ୍ଥ ସମସ୍ତ ଜଳ ଅବକ୍ଷିପ୍ତ ହୋଇଥାଏ   ।  ଯାହାକୁ ଜଳବିଜ୍ଞାନୀୟ ଚକ୍ର କୁହାଯାଏ   ।  “ ଚକ୍ର “ ଶବ୍ଦଟି ସୁଚାଏ ଯେ ଜଳ ଏକ ମାତ୍ର ଉତ୍ସରୁ ଆସି ଅନ୍ତିମରେ ସେହି ଉତ୍ସକୁ ଫେରିଯାଇଥାଏ   ।  ଆମ ଗ୍ରହର ଅଧିକାଂଶ ଅଞ୍ଚଳକୁ ମହାସମୁଦ୍ର ଓ ସାଗରସମୂହ ଆବୃତ୍ତ କରି ରଖିଥିବାରୁ ,  ସେଗୁଡିକୁ ହିଁ ଜଳବିଜ୍ଞାନୀୟ ଚକ୍ରକୁ ଜଳ ଯୋଗାଇବାରେ ପ୍ରାଥମିକ ଉତ୍ସ ବୋଲି କୁହାଯାଇପାରେ   ।

ଜଳବିଜ୍ଞାନୀୟ ଚକ୍ର  (ପରିଭାଷା)  : ସ୍ଥଳ ଭାଗ ଓ ବାୟୁମଣ୍ଡଳୀୟ ପରିବେଶ ମଧ୍ୟରେ ବିଭିନ୍ନ ଅବସ୍ଥାରେ ଜଳର ପ୍ରବାହର ପ୍ରତିନିଧିତ୍ଵକୁ ଜଳବିଜ୍ଞାନୀୟ ଚକ୍ର କୁହାଯାଏ   ।

ମହାସମୁଦ୍ରରେ ଗଚ୍ଛିତ ବିପୁଳ ପରିମାଣର ଜଳ ଜଳବିଜ୍ଞାନୀୟ ଚକ୍ରରେ ଜଳର ପ୍ରାଥମିକ ଭଣ୍ଡାର ରୂପେ କାର୍ଯ୍ୟ କରିଥାଏ   ।  ଜଳବିଜ୍ଞାନୀୟ ଚକ୍ରରେ ଜଳ କେବଳ ଭୌଗୋଳିକ ସ୍ଥାନ ପରିବର୍ତ୍ତନ କରିନଥାଏ ବରଂ ନିରନ୍ତର ଭାବରେ ନିଜର ଅବସ୍ଥା (କଠିନ, ତରଳ,  ଓ ବାଷ୍ପୀୟ ) ମଧ୍ୟ ପରିବର୍ତ୍ତନ କରିଥାଏ   ।  ଭୌତିକ ଅବସ୍ଥା ପରିବର୍ତ୍ତନ କାଳରେ ବିପୁଳ ପରିମାଣର ଶକ୍ତି ଅବଶୋଷିତ କିମ୍ବା ନିଷ୍କାସିତ ହୋଇଥାଏ   ।  ଏହି ଶକ୍ତି ପାଣିପାଗ ପ୍ରଣାଳୀକୁ ଅଗ୍ରସର କରାଏ ଏବଂ ଜଳବିଜ୍ଞାନୀୟ ଚକ୍ର ନିମନ୍ତେ ଶକ୍ତିର ପ୍ରାଥମିକ ଉତ୍ସ ହୋଇଥାଏ   ।

ମହାସମୁଦ୍ର ଓ ଅନ୍ୟାନ୍ୟ ଭୂପୃଷ୍ଠଭାଗର ଜଳଭଣ୍ଡାରରୁ ବାଷ୍ପୀଭୂତ ହୋଇ ଜଳ ମେଘରେ ପରିଣତ ହୁଏ ଏବଂ ବୃଷ୍ଟିପାଟ ରୂପେ ପଡିଥାଏ   ।  ବୃଷ୍ଟିପାଟ ଯୋଗୁଁ ନଦୀ ,  ନାଳ ଓ ହ୍ରଦ ଜଳ ଦ୍ଵାରା ପରିପୂର୍ଣ୍ଣ ହୁଏ ଏବଂ ଏହି ଜଳର କିଛି ଭାଗ ଭୂମି ମଧ୍ୟକୁ ଅନୁପ୍ରବେଶ କରି ଭୂତଳଜଳ ଭଣ୍ଡାର ସହିତ ମିଶିଥାଏ   ।  ଏହି ଜଳର କିଛି ଅଂଶ ଭୂପୃଷ୍ଠିୟ ଜଳଭାଗରୁ ତଥା ମୃତ୍ତିକା ପ୍ରଦେଶରୁ ବାଷ୍ପୀକରଣ ଦ୍ଵାରା ବାୟୁମଣ୍ଡଲକୁ ଫୀରିଯାଇଥାଏ  ।  ଉଦ୍ଭିଦ ଛାଡୁଥିବା ଜଳୀଯାଂଶ ପାରଶ୍ଵସନ ଅନ୍ତର୍ଭୁକ୍ତ କରେ   ।  ମୋଟ ବାଷ୍ପିକରଣର ପାରଶ୍ଵସନ ଓ ଉର୍ଦ୍ଧ୍ଵପାତନ ଅନ୍ତର୍ଭୁକ୍ତ କରେ       ।  ଭୂତଳଜଳରୁ କିଛି ପରିମାଣରେ ଜଳ ଭୂପୃଷ୍ଠିୟନାଳ ଓ ନଦୀ ଝରଣା ଦେଇ ନିଷ୍କାସିତ ହୋଇଥାଏ    ।  ନଦୀ ଓ ନାଳର ଜଳ ଶେଷରେ ଚକ୍ରକୁ ସଂପୂର୍ଣ୍ଣ କରିବା ନିମନ୍ତେ ସାଗର କିମ୍ବା ମହାସମୁଦ୍ରକୁ ପ୍ରବାହିତ ହୋଇଥାଏ   ।

ମହାସମୁଦ୍ର ଓ ଅନ୍ୟାନ୍ୟ ଭୂପୃଷ୍ଠଭାଗର ଜଳଭଣ୍ଡାରରୁ ବାଷ୍ପୀଭୂତ ହୋଇ ଜଳ ମେଘରେ ପରିଣତ ହୁଏ ଏବଂ ବୃଷ୍ଟିପାଟ ରୂପେ ପଡିଥାଏ   ।  ବୃଷ୍ଟିପାଟ ଯୋଗୁଁ ନଦୀ , ନାଳ , ଓ ହ୍ରଦ ଜଳ ଦ୍ଵାରା ପରିପୂର୍ଣ୍ଣ ହୁଏ ଏବଂ ଏହି ଜଳରୁ କିଛି ଭାଗ  ଭୂମି ମଧ୍ୟକୁ ଅନୁପ୍ରବେଶ କରି  ଭୂତଳଜଳ ଭଣ୍ଡାର ସହିତ ମିଶିଥାଏ   ।  ଏହି ଜଳର କିଛି ଅଂଶ ଭୂପୃଷ୍ଠିୟ ଜଳଭାଗରୁ ତଥା ମୃତ୍ତିକା ପ୍ରଦେଶରୁ ବାଷ୍ପୀକାରଣ ଦ୍ଵାରା ବାୟୁମଣ୍ଡଳକୁ ଫେରିଯାଇଥାଏ   । ଉଦ୍ଭିଦ ଛାଡୁଥିବା ଜଳୀଯାଂଶ ପାରଶ୍ଵସନ ଅନ୍ତର୍ଭୁକ୍ତ କରୁଥିବାବେଳେ ବରଫ ଓ ତୁଷାରର ପ୍ରତ୍ୟେକ୍ଷ ବାଷ୍ପୀକାରଣକୁ ଉର୍ଦ୍ଧ୍ଵପାତନ ଅନ୍ତର୍ଭୁକ୍ତ କରେ   । ମୋଟ ବାଷ୍ପିକରଣରେ ପାରଶ୍ଵସନ ଓ ଊର୍ଦ୍ଦ୍ଵପାତନର ମଧ୍ୟ ଅବଧାନ ରହିଛି   ।  ଭୂତଳଜଳରୁ କିଛି ପରିମାଣରେ ଜଳ ଭୂପୃଷ୍ଠିୟ ନାଳ ଓ ନଦୀକୁ ଝରଣା ଦେଇ ନିଷ୍କାସନ ହୋଇଥାଏ   ।  ନଦୀ ଓ ନାଳର ଜଳ ଶେଷରେ ଚକ୍ରକୁ ସଂପୂର୍ଣ୍ଣ କରିବା ନିମନ୍ତେ ସାଗର କିମ୍ବା ମହାସମୁଦ୍ରକୁ ପ୍ରବାହିତ ହୋଇଥାଏ   ।

ପୃଥିବୀରେ ପତନ ପରେ ଜଳର ଗତିପଥ

ଜଳବିଜ୍ଞାନୀୟ ଚକ୍ରରେ ସେହି ବିଷୟକୁ ବୁଝିବା ତତ୍ପର୍ଯ୍ୟପୂର୍ଣ୍ଣ   , ଯେଉଁଥିରେ ପୃଥିବୀରେ ପତନ ପରେ ଜଳର ଗତିପଥ ଅନ୍ତର୍ଭୁକ୍ତ   ।  ଏହି ଗତିପଥଗୁଡିକ ସୁଚାଏ ଯେ ଗୋଟିଏ ଜଳଛାୟା ମଧ୍ୟରେ ବୃଷ୍ଟିପାଟ ପରେ ଜଳ କିପରି ସଞ୍ଚାଳିତ ହୋଇଥାଏ   । ଯେତେବେଳେ ବୃଷ୍ଟିପାଟ ହୁଏ କିଛି ପରିମାଣର ବର୍ଷାଜଳ ବୃକ୍ଷ, ଉଦ୍ଭିଦ ଓ ସୌଧମାନଙ୍କ ଦ୍ଵାରା ଅବରୋଧିତ ହୋଇଥାଏ   ।  ବର୍ଷାଜଳର ଏକ ଭାଗରୁ ଅବରୋଧିତ କ୍ଷତି  କୁହାଯାଏ   ।  ଏହି ଜଳ ସ୍ୱଳ୍ପବୃଷ୍ଟିପାଟ କାଳରେ ଭୂମି ପର୍ଯ୍ୟନ୍ତ ପହଞ୍ଚି ପାରିନଥାଏ   , କିନ୍ତୁ ଦୃଷ୍ଟାନ୍ତତଃ , ପତ୍ରଗୁଡିକର ପୃଷ୍ଠ ଭାଗରୁ ହିଁ ଅତିଶୀଘ୍ର ବାଷ୍ପୀଭୂତ ହୋଇଯାଇଥାଏ   ।  ତେଣୁ ହାଲୁକା ବୃଷ୍ଟିପାତ ଖୁବ କମ ସମୟ ମଧ୍ୟରେ ପୁନଃବାଷ୍ପୀଭୂତ ହୋଇ ବାୟୁମଣ୍ଡଳକୁ ଚାଲିଯାଇଥାଏ   ।

ଭାରି ବୃଷ୍ଟିପାତ କାଳରେ ଜଳ ଭୂମିକୁ ପହଞ୍ଚି ଅନେକ ଗତିପଥ ଅନୁସରଣ କରିପାରେ   । ପ୍ରାୟତଃ ଏଥିମଧ୍ୟରୁ କିଛି ଅଂଶ ମୃତ୍ତିକା ପୃଷ୍ଠରୁ ତୁରନ୍ତ ବାଷ୍ପୀଭୂତ ହୋଇ ବାୟୁମଣ୍ଡଳକୁ ଫେରିଯାଏ ଏବଂ ଅନ୍ୟ ଏକ ଅଂଶ ଭୂମି ମଧ୍ୟକୁ ପ୍ରବେଶ କରିଥାଏ   ।  ଯଦି ବୃଷ୍ଟି ପାତର ପରିମାଣ ସମ୍ଭାବ୍ୟ ଅନ୍ତଃପ୍ରବେଶ ଓ ବାଷ୍ପୀକାରଣ ହାରକୁ ଅତିକ୍ରମ କରେ , ତେବେ ଭୂପୃଷ୍ଠରେ ଜଳ ଜମିବା ଆରମ୍ଭ ହୋଇଥାଏ   ।  ଯେଉଁ ଜଳ ଅସ୍ଥାୟୀ ରୂପେ ନିମ୍ନାଞ୍ଚଳର ପୃଷ୍ଠ ଭାଗରେ ସଞ୍ଚିତ ହୋଇଥାଏ   ।  ତାକୁ ଅବରୋହ ଭଣ୍ଡାରଣ କୁହାଯାଏ   ।  ଯଦି ଏହି ମାତ୍ରାରେ ବୃଷ୍ଟିପାତ ଅବ୍ୟାହତ ରହେ  , ତେବେ ନିମ୍ନାଞ୍ଚଳର ଜଳ ମିଶି ଏକ ସଙ୍ଗେ  ଯିବା ଦ୍ଵାରା ଭୂମି ଉପର ପ୍ରବାହ  ଆରମ୍ଭ ହୋଇ ତତକ୍ଷଣାତ ଜଳ ସୂକ୍ଷ୍ମ ଧାର କିମ୍ବା ବାହିକା ଗୁଡିକରେ ଏକତ୍ରିତ ହୋଇ କ୍ଷୁଦ୍ର ଜଳାଧାର ଓ କ୍ଷୁଦ୍ର ନାଳ ମଧ୍ୟକୁ ପ୍ରବାହିତ ହୋଇ ଯାଇଥାଏ   ।  ଯେଉଁଭୂମି ଉପର ଜଳ ନାଳ ମଧ୍ୟକୁ ପ୍ରବେଶ କରେ ତାହାକୁ ପୃଷ୍ଠିୟ ପ୍ରବାହ କୁହାଯାଏ   ।

ଭୂମି ମଧ୍ୟରୁ ପ୍ରବେଶ କରୁଥିବା ଜଳ ହୁଏତ ଅସ୍ଥାୟୀ ରୂପେ ମୃତ୍ତିକା ସ୍ତର ମଧ୍ୟରେ ରାହିଜାଇପରେ , ଯାହା ଭୂତଳ ଜଳସ୍ତରର ଉପର ଭାଗରେ ପାର୍ଶ୍ଵଗତିରେ ପ୍ରବାହିତ ହୋଇ କ୍ଷୁଦ୍ର ନାଳ କିମ୍ବା  ନିମ୍ନାଞ୍ଚଳସ୍ଥିତ ଜଳଭଣ୍ଡାର ପର୍ଯ୍ୟନ୍ତ ପହଞ୍ଚିବା ଯାଏଁ ପ୍ରଭାବିତ ହୋଇପାରେ କିମ୍ବା ଭୂତଳଜଳ ସ୍ତର ପର୍ଯ୍ୟନ୍ତ ପହଞ୍ଚିବା ଯାଏଁ ଭୂନିମ୍ନଭାଗକୁ ଆନ୍ତଃସ୍ରାବିତ ହେବା ଆରମ୍ଭ କରିପାରେ   । ମୃତ୍ତିକା ସ୍ତରରେ ରହିଥିବା ଜଳ ଉଦ୍ଭିଦମାନଙ୍କ ଦ୍ଵାରା ବ୍ୟବହୃତ ହୋଇପାରେ କିମ୍ବା ସିଧାସଳଖ ବାଷ୍ପୀୟଭୁତ ହୋଇପାରେ   ।  ଘଟନୀୟ ରୂପେ , ଗୋଟିଏ ମୃତ୍ତିକା ସ୍ତର ଧାରଣ କରିପାରୁଥିବା ସର୍ବାଧିକ ଘନତ୍ଵର ଜଳକୁ କ୍ଷେତ୍ର କ୍ଷମତା  କୁହାଯାଏ   ।  ଯଦିଓ ଧାରଣ କରାଯାଇଥିବା ସଠିକ ପରିମାଣର ଜଳ ପରିମାଣ ଆକଳନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ , ତଥାପି ଏହି ସ୍ତରରେ କେତେକ ସୂକ୍ଷ୍ମ ମୃତ୍ତିକା କଣିକା ମୃତ୍ତିକା ସ୍ତର ମଧ୍ୟରେ ୧୨ ଇଞ୍ଚ ରୁ ଉର୍ଦ୍ଧ୍ଵ ପରିମାଣର ଜଳ ଧାରଣ କରିବାରେ ସକ୍ଷମ ହୋଇଥାନ୍ତି   ।

ଭୂମି ଉପର ଜଳ ପ୍ରବାହ ସ୍ୱଳ୍ପ ସମୟର ଅଥବା ସ୍ୱଳ୍ପ ତୀବ୍ର ବର୍ଷା ଫଳରେ ସୃଷ୍ଟି ହୋଇନଥାଏ   ।  ଅଧିକ ଉଗ୍ର ଝଡବର୍ଷା ଦ୍ଵାରା ଅବଶ୍ୟ ଭୂମି ଉପର ଜଳ ପ୍ରବାହ ବୃଷ୍ଟିପାଟର କିଛି ସମୟ ପରେ ଆରମ୍ଭ ହୋଇଥାଏ   ।  ଏକ ବୃଷ୍ଟିପାଟର ପ୍ରାଥମିକ ପର୍ଯ୍ୟାୟ କାଳରେ ପଡୁଥିବା ସମଗ୍ର ଜଳରାସୀର ହିସାବ ଆବରୋଧନ , ବାଷ୍ପିକାରଣ ଓ ଅବରୋହ ଭଣ୍ଡାରରୁ ମିଳିପାରେ   । କିନ୍ତୁ ଅବରୋଧନ ଅପ୍ରଭାବୀ ହେବା   , ନିମ୍ନାଞ୍ଚଳ ଖାଲ ପୂର୍ଣ୍ଣ ହେବା ଏବଂ ମୃତ୍ତିକା ଜଳ ଆନ୍ତଃଶ୍ରବଣ କ୍ଷମତା ଅତିକ୍ରମ ହେଲେ ଭୂମି ଉପର ପ୍ରବାହ ଆରମ୍ଭ ହୁଏ ଏବଂ ସ୍ଥାନୀୟ ନାଳଗୁଡିକ ବଢିଥାଏ   ।

ଯଦିଓ ଭୂମି ଉପର ପ୍ରବାହ ସ୍ଥାନୀୟ ଅଞ୍ଚଳରୁ ଜଳ ବାହନ କରିଥାଏ , ତଥାପି ଉକ୍ତ ଜଳ ଭୂତଳଜଳ ପ୍ରଣାଳୀକୁ ସଂପୂର୍ଣ୍ଣ ଉପେକ୍ଷା କରି ପାରି ନଥାଏ   ।  ସାଧାରଣ ଭାବରେ , ଅଧିକାଂଶ ଚିରସ୍ରୋତା ନାଳ ଓ ହ୍ରଦ ଭୂତଳଜଳ ସ୍ତର ଦ୍ଵାରା ସମର୍ଥ ହୋଇଥାନ୍ତି  । ହ୍ରଦ ତଟ ନିକଟରେ ତଥା ନାଳଗୁଡିକର କୁଳରେ ଅନେକ ପ୍ରକାରର ଅବସାଦ ଅତ୍ୟନ୍ତ ପାରଗ୍ୟମ ହୋଇଥାଏ  ଏବଂ ମାଧ୍ୟମ ଧରଣର ଝଡବର୍ଷା ପୂର୍ବରୁ , ସମକାଳରେ ଓ ପରବର୍ତ୍ତୀ କାଳରେ ଭୂତଳଜଳ ପ୍ରଣାଳୀ ମଧ୍ୟକୁ ଜଳ ସହଜରେ ବାହିତ ହୋଇଥାଏ   । ଝଡବର୍ଷା ସମୟରେ ଗୋଟିଏ ନାଳ ମଧ୍ୟରୁ ଅନ୍ତବାର୍ହ କେବଳ ଉଦବୃତ୍ତ ପ୍ରବାହ ଦ୍ଵାରା ହୋଇନଥାଏ ବରଂ ପ୍ରତ୍ୟେକ୍ଷ ଜଳାଧାର ଅପକ୍ଷେପଣ (ଜଳଧାର ଉପରେ ପଡୁଥିବା ବୃଷ୍ଟିପାଟ ଓ ଆନ୍ତଃସ୍ରୋତ ଦ୍ଵାରା ମଧ୍ୟ ଘଟିଥାଏ   ।  ଅଥଚ ଭୂତଳଜଳସ୍ତର ଉପରେ ମୃତ୍ତିକା ଜଳମଣ୍ଡଲର ନିମ୍ନଭାଗ ଦେଇ ନାଳକୁ ଯାଉଥିବା ଜଳର ପ୍ରବାହ ହେଉଛି ଆତଃସ୍ରୋତ   । ଉକ୍ତ ନାଳଟି ବର୍ଷବେଳେ ଓ ବର୍ଷାର କିଛି ସମୟ ପର ପର୍ଯ୍ୟନ୍ତ ଭୂତଳଜରର ପୁନଃଭରଣ କରିପାରେ   । ଯେଉଁ ନାଳ ବା ଜଳାଧର ଉପପୃଷ୍ଠଭାଗ ସ୍ଥିତ ଭୂତଳଜଳ ପ୍ରଣାଳୀରେ ଜଳ ହରାଇଥାଏ   , ତାକୁ ବହିଃସ୍ରୋତୀୟ ଜଳାଧାର କୁହାଯାଏ   ।  ଯେଉଁ ଜଳାଧାରର ଶଯ୍ୟା ଭୂତଳଜଳ ସ୍ରୋତ ଦ୍ଵାରା ଜଳ ଲାଭ କରିଥାଏ ତାକୁ ଅନ୍ତଃସ୍ରୋତୀୟ ଜଳାଧାର କୁହାଯାଏ   ।

ଭୂତଳଜଳ ପ୍ରଣାଳୀ ଓ ଜଳାଧାର ମଧ୍ୟରେ ଏକ ଗତିଶୀଳ ସମ୍ପର୍କ ବିଦ୍ୟମାନ ଥାଏ   ।  ବର୍ଷର ଅଧିକାଂଶ ସମୟ ଭୂତଳଜଳ ସ୍ତର ଜଳଧାର ମଧ୍ୟରେ ପ୍ରବାହକୁ ପୋଷଣ କରିପାରେ   , କିନ୍ତୁ ଶୁଷ୍କ ଗ୍ରୀଷ୍ମକାଳ ପରେ ପରେ ହେଉଥିବା ଭାରି ବୃଷ୍ଟିପାଟ କିମ୍ବା ଶୀତଳଅଞ୍ଚଳରେ ବସନ୍ତକାଳରେ ଝରଣା ତରଳିବା ସମୟ (ଏହି ସମୟରେ ଯେତେବେଳେ ଜଳଛାଯାର ଉପରିଭାଗ ସ୍ଥିତ ବରଫ ତରଳିଥାଏ ଏବଂ ଜଳଧାରା ଓ ନଦୀ ମଧ୍ୟକୁ ଜଳ ପ୍ରବାହର କାରଣ ହୋଇଥାଏ  ), ଜଳଧାର ଓ ନଦୀ ଭୂତଳଜଳ ପୁନଃଭରଣ ପାଇଁ ଜଳ ଯୋଗାଇପାରେ   । ଶୁଷ୍କ ଋତୁରେ ଭୂତଳଜଳ ପୁନରାୟ ଜଳାଧାର ମଧ୍ୟରୁ ନିଜର ପଥ ପାଇଥାଏ   ।

ଭୂତଳଜଳ ପ୍ରଣାଳୀ ଓ ଜଳଧାର ମଧ୍ୟରେ ଏକ ଗତିଶୀଳ ସମ୍ପର୍କ ବିଦ୍ୟମାନ ଥାଏ   । ବର୍ଷର ଅଧିକାଂଶ ସମୟ ଭୂତଳଜଳ ସ୍ତର ଜଳାଧାରା ମଧ୍ୟରେ ପ୍ରବାହକୁ ପୋଷଣ କରିପାରେ  , କିନ୍ତୁ ଶୁଷ୍କ ଗ୍ରୀଷ୍ମକାଳ ପରେ ପରେ ହେଉଥିବା ଭାରି ବୃଷ୍ଟିପାଟ କିମ୍ବା ଶୀତଳଅଞ୍ଚଳରେ ବସନ୍ତକାଳରେ ଝରଣା ତରଳିବା ସମୟରେ (ଏହି ସମୟରେ ଯେତେବେଳେ ଜଳଛାଯାର ଉପରିଭାଗସ୍ଥିତ ବରଫ ତରଳିଥାଏ ଏବଂ ଜଳାଧାରା ଓ ନଦୀ ମଧ୍ୟକୁ ଜଳ ପ୍ରବାହର କାରଣ ହୋଇଥାଏ   ) ଜଳଧାରା ଓ ନଦୀ ଭୂତଳଜଳ ପୁନଃଭରଣ ପାଇଁ ଜଳ ଯୋଗାଇପରେ   । ଶୁଷ୍କ ଋତୁରେ ଭୂତଳଜଳ ପୁନରାୟ ଜଳାଧାର ମଧ୍ୟକୁ ନିଜର ପଥ ପାଇଥାଏ   ।

ଏହା ଦେଖାଯାଇ ପାରେ ଯେ , ହ୍ରଦଗୁଡିକ ଭୂତଳଜଳ ପତ୍ତନର ଅତ୍ୟନ୍ତ ପ୍ରଭାବୀ ହୋଇଥାନ୍ତି   । କାରଣ ହ୍ରଦଗୁଡିକର ଜଳସ୍ତର ବର୍ଷଯାକ ଅପେକ୍ଷାକୃତ ଅପରିବର୍ତ୍ତୀ ଉଚ୍ଚତାରେ ରହିଥାଏ   । ଅବଶ୍ୟ ଅନୁଧ୍ୟାନ ସୂଚିତ କରେ ଯେ , ଅଧିକାଂଶ ହ୍ରଦ ଶଯ୍ୟାର ଅବସାଦଗୁଡିକ ପ୍ରୟାତଃ ଜଳର ସଞ୍ଚଲାନ ପାଇଁ ଆଭେଦ୍ୟ ହୋଇଥାଏ   । ହ୍ରଦ ମଧ୍ୟରେ ସୃଷ୍ଟି ହୋଊଥିବା ସୁସଂହତ କର୍ଦ୍ଦମ ଓ ପଙ୍କୁଆ ମାଟି ହ୍ରଦର ନିମ୍ନଶଯ୍ୟା ଭାଗଗୁଡିକ ନିବୁଜ କରିଥାଏ   । ତେଣୁ ହ୍ରଦ ଜଳ ଓ ଭୂତଳଜର ମଧ୍ୟରେ ସକ୍ରିୟ ବିନିମୟ କେବଳ ତଟବର୍ତ୍ତୀ ଅଞ୍ଚଳରେ , କିମ୍ବା ଯେଉଁଠାରେ ଅବସାଦଗୁଡିକ ଜୁଆର କ୍ରିୟା ଯୋଗୁଁ ଉଠିଯାଇଥାଏ , କିମ୍ବା ଯେଉଁଠାରେ ହ୍ରଦ ଭିତରେ ଦୈବାତ କୌଣସି ଝରଣା ରହିଥାଏ ,  ତେବେ ସେଭଳି ସ୍ଥାନରେ ସମ୍ଭବ ହୋଇଥାଏ   ।  ଏହା ଏକ ସାଧାରଣ ଅବଲୋକିତ ଘଟନା ଯେ ଜଳଧର ଓ ନଦୀ ଦ୍ଵାରା ଆନୀତ ସୂକ୍ଷ୍ମ ପଟୁ ଆବକ୍ଷେପଣ ଯୋଗୁଁ ଅନେକ ଅନ୍ତଃସ୍ରବଣ ଜଳାଶୟ ବା ପୁଷ୍କରିଣୀ ଏଭଳି ଆଚରଣ ପ୍ରଦର୍ଶନ କରିଥାନ୍ତି   ।  ଏଣୁ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଯେ , ଗୋଟିଏ ଅନ୍ତଃସ୍ରବଣ ପୁଷ୍କରିଣୀକୁ ପ୍ରଭାବୀ କରିବା ନିମନ୍ତେ ଏଥିରେ ନିୟମିତ ଭାବରେ ପଟୁ ନିଷ୍କାସନର ବ୍ୟବସ୍ଥା ଗ୍ରହଣ କରାଯିବା ଆବଶ୍ୟକ   ।

ନଦୀ ମଞ୍ଚା ଓ ଭୂତଳଜଳର ପତ୍ତନ ସାଧାରଣତଃ ଘନିଷ୍ଠ ଭାଗରେ ସଂଶ୍ଳିଷ୍ଟ ଏବଂ ଗୋଟିଏ ଭୂତଳଜର ପ୍ରଣାଳୀର କୌଣସି ଅଧ୍ୟୟନରେ ନିଶ୍ଚିତ ରୂପେ ସ୍ଥାନୀୟ ଜଳାଧାର ଜଳବିଜ୍ଞାନର ବିଷାଦ ବିଶ୍ଳେଷଣ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ   ।ଏ ବିଷୟ ଜଳଛାୟା କାର୍ଯ୍ୟକ୍ରମ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ , କାରଣ ଜଳଛାୟା ବିକାଶ ପାଇଁ ଯେଉଁ ଜଳକୁ ଆମେ ଦେଖିଥାଉଁ (ଜଳଧାରା ଓ ନଦୀର) ଏବଂ ସେହି ଜଳ ଯାହାକୁ ଆନେ ଦେଖି ପାରିନଥାଉଁ , ସେଗୁଡିକ ମଧ୍ୟରେ ରହିଥିବା ସମ୍ପର୍କ ହିନ ହେଉଛି ପ୍ରାଥମିକ ଭିତ୍ତି ।  ଜନପ୍ରିୟ ବିଶ୍ଵାସ (ଜଳଧାର ଭୂପୃଷ୍ଠ ଜଳ ଦୀର୍ଘକାଳ ପର୍ଯ୍ୟନ୍ତ ଭୂତଳଜଳକୁ ସମର୍ଥନ କରିବା  ) ର ବିପରୀତ ।  ଅଧିକ ସାଧାରଣ ଭାବରେ , ଏହା ହେଉଛି ଭୂତଳଜଳ , ଯିଏ ଜଳାଧାର ଓ ନଦୀକୁ ଜଳ ଯୋଗାଣରେ ସହାୟକ ହେବା ସହିତ ଅନେକ ସମୟରେ ଜଳାଧାର ଓ ନଦୀ ମଧ୍ୟରେ ଦୀର୍ଘସ୍ଥାୟୀ ପ୍ରବାହ ପାଇଁ ସହାୟକ ହୋଇଥାଏ   ।  ଜଳର ଏହି ଘଟକ , ଯଦ୍ଵାରା ଭୂତଳଜଳର ନିଃସରନ ଘଟି ଜଳାଧାର ଓ ନଦୀ ପ୍ରବାହରେ ଅଂଶଦାନ ଘଟିଥାଏ , ତାକୁ ପ୍ରାଥମିକ ପ୍ରବାହ ବା ଆଧାର ସ୍ରୋତ କୁହାଯାଏ   ।

ନଦୀଗୁଡିକ ମନୁଷ୍ୟର ଅନେକ ଉପଯୋଗରେ ଆସିଥାନ୍ତି   । ଏଣୁ ଭୂତଳଜଳର ପ୍ରତ୍ୟେକ୍ଷ ବ୍ୟବହାର କିମ୍ବା ମାତ୍ରାଧିକ ବିନିଯୋଗ ମାଧ୍ୟମରେ ଜଳଧାରା ଓ ନଦୀ ପ୍ରବାହଗୁଡିକ ଆଶାତୀତ ଭାବରେ ହ୍ରାସ କରାଯିବା ଅନୁଚିତ କାରଣ ଅନେକ ସମୟରେ ଏହା ସେଗୁଡିକକୁ ଜଳ ଯୋଗାଇଥାଏ   ।  ଅଧିକାଂଶ ସମୟରେ ନଦୀଜଳ ସିଧାସଳଖ କୃଷି , ଶିଳ୍ପ ଓ ଘରୋଇ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥାଏ   । ଏହାଦ୍ଵାରା ନଦୀର ଜଳପତ୍ତନ ହ୍ରାସ ପାଇ ଏପରି ଏକ ସ୍ତରରେ ପହଞ୍ଚିଯାଏ , ଯେଉଁଠାରେ ଏଭଳି କେତେକ କାର୍ଯ୍ୟ ସଂପାଦିତ ହୋଇନପାରେ ମନୁଷ୍ୟ ଓ ଅନ୍ୟାନ୍ୟ ଜୀବଙ୍କ ପକ୍ଷରେ ସାଂଘାତିକ ସମସ୍ୟା ସୃଷ୍ଟି କରିପାରେ   ।  ଏପରିକି ଏହା ପ୍ରାକୃତିକ ପଦ୍ଧତିଗୁଡିକ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇ ପାରେ   ।

ଅନେକ ଅଞ୍ଚଳରେ ଅତ୍ୟଧିକ ପ୍ରବାହ କାଳରେ ମୂଲ୍ୟବାନ ଭୂପୃଷ୍ଠିୟ ଜଳ ଲୋପ ପାଇଥାଏ   । କାରଣ ସ୍ଥାନୀୟ ଭୂତଳଜଳ ସ୍ତର ଅପେକ୍ଷାକୃତ ଉଚ୍ଚରେ ରହିଥାଏ ଏବଂ ଭୂମି ମଧ୍ୟକୂ ନଦୀରୁ ପୁନଃଭରଣ ଅପେକ୍ଷାକୃତ କମ ହୋଇଥାଏ  ।  ଜଳଛାୟା କାର୍ଯ୍ୟକ୍ରମରେ ବଡ ସମସ୍ୟା ହେଉଛି , ବର୍ଷାଜଳ ଓ ତାର ପରବର୍ତ୍ତୀ ସମୟରେ ନଦୀ ଓ ଭୂପୃଷ୍ଠ ଜଳଭଣ୍ଡାରଗୁଡିକରେ ଜଳ ପୂର୍ଣ୍ଣହୋଇ ରହିଥାଏ   , ଯେଉଁ ସମୟରେ ଭୂତଳଜଳ ସ୍ତର କୌଣସିମତେ ଉଚ୍ଚରେ ରହିଥାଏ ଏବଂ କୃତ୍ରିମ ପୁନଃଭରଣ ନିମନ୍ତେ ଆବସ୍ଥା ଉପଯୁକ୍ତ ହୋଇନଥାଏ   । ଅବଶ୍ୟ , କେବଳ ବିଷାଦ ଅନୁଧ୍ୟାନ ହିନ ଏଭଳି ସମ୍ପର୍କକୂ ଯଥାଯଠ ଭାବରେ ନିର୍ଧାରିତ କରିପାରିବ  , କାରଣ ଏଥିରେ ସ୍ଥାନୀୟ ଅବସ୍ଥାଗୁଡିକ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି   ।  କେବଳ ଏଭଳି ଅବସ୍ଥାଗୁଡିକୁ ସଂପୂର୍ଣ୍ଣ ରୂପେ ବୁଝିବା ପାରେ ଭୂପୃଷ୍ଠ ଜଳ ଓ ଭୂତଳଜଳ ଅନ୍ତର୍ଗତ  ସମ୍ପର୍କର ପ୍ରକୃତ ଚିତ୍ର ବୁଝିହେବ   । ଏଥିରୁ ସ୍ପଷ୍ଟ ହୁଏ ଯେ , ଜଳଛାଯା ବିକାଶ ପ୍ରକଳ୍ପର ପ୍ରତ୍ୟେକ ସ୍ତରରେ ଜଳବିଜ୍ଞାନର ଅଧ୍ୟୟନ ଆବଶ୍ୟକ ହୋଇଥାଏ   ।

ଜଳବିଜ୍ଞାନୀୟ ଚକ୍ରର ସମସ୍ତ ଘଟକ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ତଥା ଜଟିଳ ଅଟେ     ।  ଜଳବିଜ୍ଞାନୀୟ ଚକ୍ରର ପ୍ରତ୍ୟେକ ଭାଗ ସ୍ଵୟଂ ଭିନ୍ନ ଭିନ୍ନ  ବିଜ୍ଞାନ ରୂପେ ସମଗ୍ର ବିଶ୍ଵର ବୈଜ୍ଞାନିକମାନଙ୍କ ଦ୍ଵାରା ଅଧ୍ୟୟନ କରାଯାଇଛି ।  ତେବେ ବିଭିନ୍ନ ପଦ୍ଧତି (ଜଳବିଜ୍ଞାନୀୟ ଚକ୍ରର ) ସମ୍ବନ୍ଧରେ ପ୍ରାଥମିକ ଜ୍ଞାନ ଏବଂ ଭୂପୃଷ୍ଠଜଳ ଓ ଭୂପୃଷ୍ଠଜଳ ଉପରେ ଜଳବିଜ୍ଞାନୀୟ ଚକ୍ରର  ବିଭିନ୍ନ ଭାଗର ଭୌତିକ ଓ ରାସାୟନିକ ପ୍ରଭାବ ବୁଝିବା ହେଉଛି ଜଳଛାୟା ମଧ୍ୟରେ ଜଳସମ୍ବଳର ବୁଦ୍ଧିମାନ ଯୋଜନାକରଣ ବିକାଶ ଓ ପରିଚାଳନା କ୍ଷେତ୍ରରେ ଅତ୍ୟନ୍ତ ତତ୍ପର୍ଯ୍ୟପୂର୍ଣ୍ଣ  ।

ଭୂପୃଷ୍ଠ ପ୍ରବାହ

ଗୋଟିଏ ଜଳଛାୟା ମଧ୍ୟରେ ଭୂପୃଷ୍ଠ ପ୍ରବାହ ହେଉଛି ଏକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଘଟକ   ।  ଏହା ମଧ୍ୟ ସମଭାବରେ ଗୁରୁତ୍ଵପୂର୍ଣ୍ଣ ଯେ ଗୋଟିଏ ଜଳଛାୟା ମଧ୍ୟରେ ବିଭିନ୍ନ ଜଳାଧାରା ଦେଇ ଗତି କରୁଥିବା ଜଳର ସଂପୂର୍ଣ୍ଣ ସଂଶ୍ଳିଷ୍ଟତାକୂ ତଥା ଏକ ବାର୍ଷିକ ଚକ୍ରର ବିଭିନ୍ନ ଋତୁରେ ଜଳାଧାର ପ୍ରବାହର ଚାରିତ୍ର ରେ ପରିବର୍ତ୍ତନ ହୃଦୟଙ୍ଗମ କରିବା   ।

ଏକ ଜଳାଧାର ପ୍ରବାହ ଯେଉଁ ଧରଣ କରିଥାଏ , ତାହା ଭୂପୃଷ୍ଠରେ ସର୍ବପ୍ରଥମେ ପତନ ବିନ୍ଦୁଠାରୁ ଏକାଧିକ ପଥ ମଧ୍ୟରେ ଯେକୌଣସି ପଥ ଦେଇ ବାହାରିକା ଧାର ପର୍ଯ୍ୟନ୍ତ ପହଞ୍ଚିପାରେ   ।  କିଛି ପରିମାଣର ଜଳ ବର୍ଷାରେ ପତନ ହେବା  ପରେ ପରେ  ଭୂପୃଷ୍ଠ ଉପରେ ପ୍ରଭାହୀତ ହୋଇ ବାହିକା ପର୍ଯ୍ୟନ୍ତ ଯାଇଥାଏ   , ଯାହାକି ପ୍ରକୃତ ଭୂପୃଷ୍ଠ ପ୍ରବାହ କୁହାଯାଏ   ।  ଅନ୍ୟ ଜଳ ଭୂମି ମଧ୍ୟକୂ ମୃତ୍ତିକା ମାଧ୍ୟମଦେଇ ପ୍ରବେଶ କରିଥାଏ ଏବଂ ତାହା ଭୂନିମ୍ନଭାଗରେ ପ୍ରଭାବିତ ହୋଇ ବାହିକା ଧାର ପର୍ଯ୍ୟନ୍ତ ପହଞ୍ଚିଥାଏ   ।  ଏହାକୁ ଆଧାର ପ୍ରବାହ ବା ଆଧାର ସ୍ରୋତ କୁହାଯାଏ   ।  ଏହି ଜଳ ଭୂପୃଷ୍ଠ ପ୍ରବାହ ତୁଳନାରେ ଅତି ମନ୍ଥର ବେଗରେ ଗତିକରେ ଏବଂ ଶୁଷ୍କ ଋତୁରେ ବାହିକା ଧାରକୂ ଅବିରତ ଭାବରେ ଜଳ ଯୋଗାଣ ଅବ୍ୟହାତ ରଖିଥାଏ   ।

ଜଳଛାୟା ମଧ୍ୟରେ ଆଧାରସ୍ରୋତ ହେଉଛି ଭୁତଳଜଳ ଭଣ୍ଡାରର ଏକ ପ୍ରକାରର ସୂଚକ   ।  ଏଣୁ ଜଳଛାୟା ବ୍ୟବସ୍ଥାଗୁଡିକର କାର୍ଯ୍ୟାନ୍ଵୟନ ପୂର୍ବରୁ ଓ ପାରେ ବିକାଶରେ ବିଭିନ୍ନ ପ୍ରଭାବ ଅନୁଧ୍ୟାନ ନିମନ୍ତେ କିଛି ଅବିଧି ଯାଏଁ ଆଧାର ସ୍ରୋତର ମାପ କରାଯିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ   ।  ଭାରତର ଅନେକ ଅଞ୍ଚଳରେ ଭୂତଳଜଳ ମାତ୍ରାଧିକ ନିଷ୍କାସନ ହେତୁ ଆଧାରସ୍ରୋତ ଗୁଡିକ ସାଧାରଣଭାବରେ ହ୍ରାସ ପାଇଛି ଏବଂ ଅନେକ ନାଳ ଓ ନଦୀଗୁଡିକ ଆଧାରସ୍ରୋତ ହ୍ରାସଜନିତ ସମସ୍ୟା ପ୍ରଦର୍ଶନ କରିଛନ୍ତି  ।  ଏହା କେବଳ ଜଳର ପରିମାଣରେ ନୁହେଁ ବରଂ ଏହାର ପ୍ରବାହର ଅବଧିରେ ମଧ୍ୟ ହ୍ରାସ ଘଟିଛି   ।  ଉଦାହରଣ ,  ଆକ୍ଵାଡାମ ଙ୍କ ଦ୍ଵାରା ଭାରତର କଠିନ ଶିଳା ଅଞ୍ଚଳରେ କରାଯାଇଥିବା ଅନୁଧ୍ୟାନ ଦର୍ଶାଏ ଯେ ଆଧାରସ୍ରୋତ ଏତେ ମାତ୍ରାରେ ହ୍ରାସ ପାଇଛି ଯେ , ବର୍ତ୍ତମାନ ଜଳାଧାରଗୁଡିକ ବର୍ତ୍ତମାନ ଜଳାଧାରଗୁଡିକ ବର୍ଷାଋତୁର ପରିସମାପ୍ତିର ମାତ୍ର ଅଳ୍ପ କେଇ ମାସ ପର୍ଯ୍ୟନ୍ତ ହିଁ ପ୍ରଭାବିତ ହେବାରେ ସକ୍ଷମ ହେଉଛନ୍ତି   । ଆନୁସଙ୍ଗିକରୂପେ , ଏହି ଜଳାଧାରଗୁଡିକରେ ଅବିରତ ପ୍ରବାହକୂ ଅନ୍ତଃ କେବଳ ଗ୍ରୀଷ୍ମଋତୁର ପ୍ରାରମ୍ଭ ପର୍ଯ୍ୟନ୍ତ  (କେତେକ କ୍ଷେତ୍ରରେ ଗ୍ରୀଷ୍ମଋତୁର ମଧ୍ୟ ଭାଗ ପର୍ଯ୍ୟନ୍ତ  ) ମାପ କରାଯାଇପାରେ   ।

ଭୂପୃଷ୍ଠ ଜଳ ସଂଚାଳନ – ତତ୍ପର୍ଯ୍ୟ ଓ ପରିମାପ

ଭୂପୃଷ୍ଠ ଜଳ ସଂଚାଳନ ବା ଭୂପୃଷ୍ଠ ପ୍ରବାହର ତତ୍ପର୍ଯ୍ୟ ଓ ଚରିତ୍ରକୂ ଠିକ ରୂପେ ବୁଝିବା ପାଇଁ ନିମ୍ନଲିଖିତ ବିଷୟକୂ ବୁଝିବା ଆବଶ୍ୟକ   ।

  • ଭୂମି ପୃଷ୍ଠର ଅବକ୍ରମଣ ଓ ପାରଗମ୍ୟାତା ଭଳି ଭୌତିକ ଗୁଣ   ।
  • ନିମ୍ନଶାୟୀ ଭାଗର ଭୂତତ୍ଵ   ।

ପ୍ରଣାଳୀବଦ୍ଧ ଭାବେ ଏହି ଦିଗଗୁଡିକୁ ଅନୁଧ୍ୟାନ କରିବା ନିମନ୍ତେ ଏହା ଦେଖିବା ଉପାଦେୟ ହେବ ଯେ , ଜଳଛାୟାର ଚରିତ୍ର କିଭଳି ଭାବରେ ଜଳପ୍ରବାହକୂ ପ୍ରଭାବିତ କରୁଛି   ।  ଆମେ ଜାଣୁ ଯେ , ଗୋଟିଏ ଅଞ୍ଚଳରେ ଭୂପୃଷ୍ଠ ପ୍ରବାହର ଚରିତ୍ର ବୃଷ୍ଟିପାଟରେ ନିବେଶ ଏବଂ ଉକ୍ତ ଅଞ୍ଚଳର ଭୌତିକ , ବୃକ୍ଷଲଟା ଓ ଜଳବାୟୁ ଘଟକ ଉପରେ ନିର୍ଭରଶୀଳ   । ଗୋଟିଏ ଜଳଛାୟାର ଚରିତ୍ର ଭୂ, ତତ୍ଵ , ଭୂଆକୃତିବିଜ୍ଞାନ , କ୍ଷେତ୍ରଫଳ , ଅବକ୍ରମଣ ଓ ଜଳଧାର ଅବବାହିକାର ଗତିଶୀଳତା ଦ୍ଵାରା ସ୍ଥିରକୃତ ହୋଇଥାଏ   ।

ସଂଗୃହିତ : ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି

2.6
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top