ହୋମ / ଶକ୍ତି / ପରିବେଶ / ଜଳଛାୟାରେ ଭୂତଳଜଳର ମାନ ପର୍ଯ୍ୟବେକ୍ଷଣ
ସେଆର କରନ୍ତୁ

ଜଳଛାୟାରେ ଭୂତଳଜଳର ମାନ ପର୍ଯ୍ୟବେକ୍ଷଣ

ଭୂତଳଜଳ ଯୋଗାଣର ମାନ ଏକଥା ଉପରେ ନିର୍ଭର କରେ ସେ, ତାକୁ କେଉଁଠାରେ ଓ କି ଉଦ୍ଦେଶ୍ୟରେ ବ୍ୟବହୃତ ହେବାଯୋଗୁଁ ଯୋଜନା କରାଯାଇଛି।

ଉପକ୍ରମ

ବର୍ତ୍ତମାନ ଏହା ସ୍ଵୀକୃତି ଯେ, ଭୂତଳଜଳର ପରିମାଣ ସଦୃଶ ମାନ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଅଟେ ।  ଭୂତଳଜଳରେ ଦ୍ରାବଣୀୟ ରୂପେ ଲବଣ ରହିଥାଏ ଯାହା ସେହି ସ୍ଥାନରୁ ଏବଂ ଶିଳା ମାଧ୍ୟମ ଦେଇ ଜଳର ଗତି ଯୋଗୁଁ ଆସିଥାଏ । ଭୂତଳଜଳ ଯୋଗାଣର ମାନ ଏକଥା ଉପରେ ନିର୍ଭର କରେ ସେ, ତାକୁ କେଉଁଠାରେ ଓ କି ଉଦ୍ଦେଶ୍ୟରେ ବ୍ୟବହୃତ ହେବାଯୋଗୁଁ ଯୋଜନା କରାଯାଇଛି । କାରଣ ପାନୀୟ ଜଳ, ଶିଳ୍ପଭିତ୍ତିକଜଳ ଓ କୃଷିଭିତ୍ତିକ ଜଳର ଆଦର୍ଶ ମାନରେ ମହତ୍ଵପୂର୍ଣ୍ଣ ପାର୍ଥକ୍ୟ ରହିଥାଏ ।

ସମସ୍ତ ଭୂତଳଜଳ ଗୁଡିକ ଦ୍ରବଣରେ ଲବଣ ରହିଥାଏ । ଏହାର ପରିମାଣ ୨୫ ମି. ଗ୍ରା ପ୍ରତି ଲିଟରଠାରୁ ୩,୦୦,୦୦୦ ମି. ଗ୍ରା ପ୍ରତି ଲିଟର ପର୍ଯ୍ୟନ୍ତ ହୋଇପାରେ । ଯଦି ଦ୍ରବଣ ମଧ୍ୟରେ ଅତ୍ୟଧିକ ଲବଣ ରହିଥାଏ ।  ତେବେ ସେହି ଜଳକୁ ଲବଣାକ୍ତଜଳ କୁହାଯାଏ । ଲବଣର ପ୍ରକାର ଓ ଗାଢତା  ପରିବେଶ , ଗତି ଏବଂ ଭୂତଳଜଳର ଉତ୍ସ ଉପରେ ନିର୍ଭର କରିଥାଏ । ଭୂତଳଜଳରେ ଦ୍ରାବଣୀୟ ଲବଣଗୁଡିକ ପ୍ରାଥମିକ ରୂପେ ଶିଳାବସ୍ତୁ ଗୁଡିକର ଦ୍ରବଣରୁ ସୃଷ୍ଟି ହୋଇଥାଏ ।  ମୃତ୍ତିକା ମଧ୍ୟରେ ଜୈବିକ ପଦାର୍ଥର ଅପଘଟନ ଯୋଗୁଁ ଅଙ୍ଗାରକାମ୍ଳ ନିର୍ଗତ ହୋଇ ଭୂତଳଜଳରେ ବାଇକାର୍ବୋନେଟ ଆୟନ ପ୍ରବେଶ କରିଥାଏ   । ଜଳଭର ବସ୍ତୁଗୁଡିକର ବିଶିଷ୍ଟ ପୃଷ୍ଠ କ୍ଷେତ୍ର, ଖଣିଜର ଦ୍ରବନୀୟତା ଏବଂ ସଂସ୍ପର୍ଶ ଅବଧି ଅନୁଯାୟୀ ଲବଣତାରେ ପାର୍ଥକ୍ୟ ଦେଖା ଦେଇଥାଏ ।  ଯେଉଁଠାରେ ଭୂତଳଜଳର ଗତି ନ୍ୟୁନତମ, ସେଠାରେ ଲବଣତା ସର୍ବାଧିକ ହୋଇଥାଏ । ତେଣୁ ସାଧାରଣଭାବରେ ଗଭୀରତା ଅନୁଯାୟୀ ଲବଣତା ବୃଦ୍ଧି ପାଇଥାଏ, ଭୂତଳଜଳର ଏକ ସାଧାରଣ ଭୂରାସାୟନିକ ଅନୁକ୍ରମ ଭୂପୃଷ୍ଠ ନିକଟରେ ବାଇକାର୍ବୋନେଟ ଏବଂ ଗଭୀର ଭାଗରେ କ୍ଳୋରାଇଡ ଅନ୍ତର୍ଭୁକ୍ତ କରିଥାଏ ।

ପୃଥିବୀକୁ ପହଞ୍ଚୁଥିବା ବୃଷ୍ଟିପାତ କେବଳ ସ୍ୱଳ୍ପମାତ୍ରାର ଦ୍ରବୀଭୁତ ଖଣିଜ ପଦାର୍ଥ ଧାରଣ କରିଥାଏ । ଭୂପୃଷ୍ଠକୁ ଅଥବା ଭୂନିମ୍ନ ଭାଗକୁ ଯିବା ପରେ ଜଳ ନିଜ ସଂସ୍ପର୍ଶରେ ଆସୁଥିବା ମୃତ୍ତିକା ଓ ଶିଳା ଅନ୍ତର୍ଗତ ଖଣିଜ ପଦାର୍ଥଗୁଡିଅକ ସହ ପ୍ରତିକ୍ରିୟା ସୃଷ୍ଟି କରିଥାଏ  । ଦ୍ରବୀଭୁତ ଖଣିଜ ବସ୍ତୁଗୁଡିକର ପରିମାଣ ଓ ପ୍ରକାର ଶିଳାଗୁଡିଅକର ରାସାୟନିକ ସଂରଞ୍ଚନା ଓ ଭୌତିକ ଗଠନ ସଙ୍ଗେ ସଙ୍ଗେ ଜଳର ଉଦଜାନ ଆୟନ ସାନ୍ଧ୍ରତା ଓ ଜାରଣବିଜାରଣ ବିଭବ ଉପରେ ନିର୍ଭର କରିଥାଏ  ।  ଜଳ ଭୂନିମ୍ନଭାଗକୁ ଯେପରି ଯେପରି ଗତି କରେ ବାୟୁମଣ୍ଡଳରୁ ଓ ମୃତ୍ତିକାରେ ଜୈବିକ ପ୍ରକ୍ରିୟାରୁ ବାହାରୁଥିବା ଅଙ୍ଗାରକାମ୍ଳ ଜଳର ଦ୍ରାବକ କ୍ରିୟାକୁ ସାହାଯ୍ୟ କରାଇଥାଏ । ଭୂମି ମଧ୍ୟକୁ ଠିକ ପ୍ରବେଶ ସମୟରେ ବର୍ଷାଜଳ ହୁଏତ ସାମାନ୍ୟ ଅମ୍ଳୀୟ ପ୍ରକୃତିର ହୋଇପାରେ । ଭୂପୃଷ୍ଠ ଓ ଭୂତଳଜଳର ଏକ ଭୂରାସାୟନିକ ଚକ୍ର ରହିଛି , ଯେଉଁଠିରେ ଜଳ ଏକ ଜଳବିଜ୍ଞାନୀୟ ଚକ୍ର ମଧ୍ୟ ଦେଇ ଗତି କରିବା ସହିତ ତାର ରାସାୟନିକରେ ପ୍ରମୁଖ ପରିବର୍ତ୍ତନ ଘଟିଥାଏ , ତେଣୁ ଜଳଛାୟାର ସ୍ଥାନୀୟ ତଥା ଆଞ୍ଚଳିକ ଚରିତ୍ର ଜଳ (ଉଭୟ ଭୂପୃଷ୍ଠ ଓ ଭୂତଳଜଳ) ର ମାପ ପରିବର୍ତ୍ତନକୁ ନିର୍ଦ୍ଧାରଣ କରିଥାଏ ।

ବାଷ୍ପ ଉତ୍ସେହନ ପ୍ରକ୍ରିୟା ଏବଂ ବିଭିନ୍ନ ଋତୁରେ ଝରଣା ସ୍ରୋତରେ ପରିବର୍ତ୍ତନ, ଉଭୟ ଭୂପୃଷ୍ଠଜଳ ଓ ଭୂତଳଜଳର ଲବଣ ଗାଢତାରେ ପରିବର୍ତ୍ତନ ବା ପାର୍ଥକ୍ୟ କରାଇଥାଏ  ।

ଆଗ୍ନେୟ ଶିଳା ଦେଇ ଯାଉଥିବା ଭୂତଳଜଳ ଶିଳା ସଂରଞ୍ଚନା ଆପେକ୍ଷିକ ଅଦ୍ରବଣତା ଯୋଗୁଁ କେବଳ କ୍ଷୁଦ୍ର ପରିମାଣର ଖଣିଜ ପଦାର୍ଥ ଦ୍ରବୀଭୁତ କରିଥାଏ ।  ଅନ୍ତଃସ୍ରାବିତ ବର୍ଷାଜଳ ବାୟୁମଣ୍ଡଳରୁ ମିଳୁଥିବା ଅଙ୍ଗାରକାମ୍ଳ ଧାରଣ କରି ଭୂତଳଜଳର ଦ୍ରାବକ କ୍ରିୟାକୁ ବୃଦ୍ଧିକରିଥାଏ । ଆଗ୍ନେୟଶିଳାର ଖଣିଜ ସିଲିକେଟ ଯୋଗୁଁ ଭୂତଳଜଳରେ ସିଲିକା ବୃଦ୍ଧି ପାଇଥାଏ । ଅନ୍ୟପକ୍ଷରେ ଆଗ୍ନେୟଶିଳା ଅପେକ୍ଷା ସ୍ତରୀୟଶିଳା ଅଧିକ ଦ୍ରାବଣୀୟ । ସେଗୁଡିକର ଉଚ୍ଚ ଦ୍ରବଣତା ଏବଂ ପ୍ରକୃତରେ ଅତ୍ୟଧିକ ବହୁଳତା ହେତୁ ସ୍ତରୀୟଶିଳାଗୁଡିକ ଭୂତଳଜଳକୁ ବିପୁଳ ପରିମାଣରେ ଦ୍ରାବଣୀୟ ଅବୟବ ଯୋଗାଇଥାନ୍ତି  ।

ସୋଡିୟମ ଓ କ୍ୟାଲସିୟମ ସାଧାରଣଭାବେ ଯୋଗୁଁ ହେଉଥିବା ଧନାୟନ ହୋଇଥିବା ସ୍ଥଳେ ବାଇକାର୍ବୋନେଟ ଓ ସଲଫର ସାଧାରଣ ରଣାୟନ ଅଟନ୍ତି  । କ୍ଳୋରାଇଡ କେବଳ ସୀମିତ ପରିମାଣରେ ରହିଥାଏ, ତେଣୁ ଏକ ଉଚ୍ଚ କ୍ଳୋରାଇଡ ପରିମାଣ ସାଧାରଣ ଭାବରେ ଏହାର ଉତ୍ସ ବାହିତମଳ ଅଥବା ସମୁଦ୍ରଜଳ ହୋଇଥିବା ଦର୍ଶାଇଥାଏ । ବେଳେବେଳେ ନାଇଟ୍ରେଟ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରାକୃତିକ ସଂରଚକ ହୋଇଥାଏ । କିନ୍ତୁ ନାଇଟ୍ରେଟର ଅତ୍ୟଧିକ ପରିମାଣ ସାଧାରଣତଃ ପୁରାତନ ତଥା ସାଂପ୍ରତିକ ପ୍ରଦୂଷଣ ସୂଚିତ କରିଥାଏ। ଭାରତର ଭୂତଳଜଳ ରେ ଏକ ଉଚ୍ଚ ନାଇଟ୍ରେଟ ପରିମାଣ ଉନ୍ମୋକ୍ତ ସ୍ୱାସ୍ଥ୍ୟବିଧାନ ଉପାୟର ଆଧିପତ୍ୟ ଏବଂ କୃଷିରେ ବର୍ଦ୍ଧିଷ୍ଣୁ ସାର ପ୍ରୟୋଗ ହେତୁ ଆସା କରାଯାଇପାରେ । ଚୂନପଥର ମିଳୁଥିବା ଅଞ୍ଚଳଗୁଡିକରେ କ୍ୟାଲସିୟମ ଓ ବାଇକାର୍ବୋନେଟ ଆୟନଗୁଡିକ ଦ୍ରବଣ କ୍ରିୟା ଦ୍ଵାରା ଭୂତଳଜଳରେ ଯୋଗ ହୋଇଥାନ୍ତି।

ଭୂତଳଜଳରେ ମିଳୁଥିବା ମୁଖ୍ୟ ଧନାୟନ ଓ ରଣାୟାନ

ଧନାୟନ

ଋଣାୟନ

କ୍ୟାଲସିୟମ (ମାଗ୍ନେସିୟମ,ସୋଡିୟମ )

ବାଇକାର୍ବୋନେଟ  - ସଲଫେଟସ  (CI ) କ୍ଳୋରାଇଡସ(CI)

ପୋଟାସିୟମ (K+)

 

ଗୋଟିଏ ଜଳଛାୟା ମଧ୍ୟରେ ଜଳର ରାସାୟନିକୁ ପ୍ରଭାବିତ କରୁଥିବା କାରକଗୁଡିକ ବ୍ୟତୀତ ମାନକ ସକ୍ରିଯତା ମଧ୍ୟ ବହୁଳ ଭାବରେ ଜଳର ମାନକୁ ନିୟନ୍ତ୍ରଣ କରିଥାଏ । ଅନେକ ଜଳଛାୟାଅଞ୍ଚଳରେ କୃଷି ଓ ଘରୋଇ ବିନିଯୋଗ ଉଦ୍ଦେଶ୍ୟରେ ଭୂତଳଜଳ ଏକ ପ୍ରମୁଖ ସଙ୍ଘତକ ବସ୍ତୁ ହୋଇଥାଏ । ଗତ ଦଶରୁ କୋଡିଏ ବର୍ଷ ମଧ୍ୟରେ ସହରାଞ୍ଚଳଗୁଡିକରେ ମଧ୍ୟ ଭୂତଳଜଳର ବିନିଯୋଗ ବହୁଗୁଣିତ ହୋଇଯାଇଛି । ଜଳ ଉପଯୋଗର ଧାରା ଓ ପ୍ରକାର ମଧ୍ୟ ଏହାକୁ ମାନକୁ କର୍ତ୍ତିତ୍ଵାଧିନ କରିଛ । ଉଦାହରଣସ୍ୱରୂପ , କୃଷି ଅଧିକ ଅମଳ ପାଇଁ ସାର ଓ କୀଟନାଶକର ଅତ୍ୟଧିକ ପ୍ରୟୋଗ ଜଳର ମାନ ହ୍ରାସ ଘଟାଇବାର ଅନ୍ୟତମ କାରଣ ହୋଇଥିବା ସର୍ବବିଦିତ ।

ଜଳର ଖରତ୍ଵ ଶ୍ରେଣୀକରଣ

ଖରତ୍ଵ

ଜଳ ଶ୍ରେଣୀ

୦-୭୫

ମୃଦୁ

୭୫-୧୫୦

ସ୍ୱଳ୍ପ ଖର

୧୫୦-୩୦୦

ଖର

୩୦୦ ରୁ ଊର୍ଦ୍ଧ୍ଵ

ଅତି ଖର

ଜଳମାନର ପରିମାପ

ଭୂତଳଜଳ ର ଅଧ୍ୟୟନ ରାସାୟନିକ, ଭୌତିକ ଏବଂ ଜୈବିକ ବିଶ୍ଳେଷଣ ଦ୍ଵାରା କରାଯାଇପାରେ । ଭୂତଳଜଳ ନମୁନାୟନ ଏକ ସଂପୂର୍ଣ୍ଣ ରାସାୟନିକ ବିଶ୍ଳେଷଣ ଅଜୈବିକ ସଂରଞ୍ଚନାଗୁଡିକର ଉପସ୍ଥିତିରେ ନିର୍ଦ୍ଧାରଣ ଦ୍ଵାରା କରାଯାଏ ।  ସାଧାରଣତଃ ଯେଉଁଠାରେ ମାନବକୃତ କାରଣ ଯୋଗୁଁ ପ୍ରଦୂଷଣ ଘଟିଥିବା ଆଶଙ୍କା ରହିଥାଏ, ସେଠାରେ ଜୈବିକ ଓ ତେଜସ୍କ୍ରିୟ କାରକଗୁଡିକ ନିର୍ଣ୍ଣୟ ଅନ୍ତର୍ଭୁକ୍ତ କରାଯାଇଥାଏ  । ସାଧାରଣ ଲବଣାକ୍ତ ଭୂତଳଜଳରେ ଦ୍ରବୀଭୁତ ଲବଣ ଆୟନ ରୂପେ ରହିଥାଏ ।  ଏହାବ୍ୟତୀତ ଅନ୍ୟାନ୍ୟ ଲଘୁ ରଚକଗୁଡିକ ମଧ୍ୟ ପ୍ରଚାଳିତ ବିଶ୍ଳେଷଣ କାଳରେ ପ୍ରତିବେଦିତ ହୋଇଥାଏ ।

ସାଧାରଣ ଭୌତିକ ଗୁଣ ମଧ୍ୟରେ ତାପମାତ୍ରା, ରଙ୍ଗ, ଆବିଳତା, ଗନ୍ଧ ଓ ସ୍ଵାଦ ଅନ୍ତର୍ଭୁକ୍ତ ହୋଇଥାଏ । ଜୈବିକ ବିଶ୍ଳେଷଣ ମଧ୍ୟରେ ଅଣୁପୁଞ୍ଜାକୃଟିକ ଜୈବପଦାର୍ଥଗୁଡିକ, ଯାହାର ସେବନ ମନୁଷ୍ୟର ସ୍ୱାସ୍ଥ୍ୟ ପ୍ରତି ପ୍ରତ୍ୟକ୍ଷ ପ୍ରଭାବ ପକାଇଥାଏ , ସେସବୁ ନିମନ୍ତେ ଅଣୁଜୀବବିଜ୍ଞାନୀୟ ନିର୍ଦ୍ଧାରଣ ଅନ୍ତର୍ଭୁକ୍ତ ହୋଇଥାଏ । ବିଭିନ୍ନ ଜଳସ୍ୱାସ୍ଥ୍ୟ  ପରୀକ୍ଷାଗାର ଗୁଡିକ ଦ୍ଵାରା ଜଳ ବିଶ୍ଳେଷଣର ଆଦର୍ଶ ପଦ୍ଧତି ନିର୍ଦ୍ଧିଷ୍ଟ କରାଯାଇଛି  ।  ଏହିସବୁ ପରୀକ୍ଷାଗାରଗୁଡିକ ଦ୍ଵାରା ଆଦର୍ଶ ବିଶ୍ଳେଷଣାତ୍ମକ ପ୍ରଣାଳୀ ମଧ୍ୟ ଉପସ୍ଥାପିତ ହୋଇଅଛି  । ସମଭାବରେ କ୍ଷେତ୍ରମାନଙ୍କରେ ଏଭଳି କାରକଗୁଡିକର ପ୍ରତ୍ୟକ୍ଷ ମାପ ନିମନ୍ତେ ସ୍ଵସ୍ଥାନିକ ସରଞ୍ଜାମ ଓ ପରୀକ୍ଷଣମୁଣି ଉପଲ୍ଲବ୍ଧ ହୋଇଥାଏ  ।

ବିଭିନ୍ନ ଉତ୍ତମ ପ୍ରାଚଳଗୁଡିକ ପାଇଁ ପ୍ରତିଷ୍ଠିତ ଆଦର୍ଶ ମାନକ , ସେଗୁଡିକର ବାଞ୍ଛିତ ଉପଯୋଗ ତଥା ଅନ୍ତର୍ଜାତିକ, ଜାତୀୟ, ରାଜ୍ୟସ୍ତରୀୟ , ଜିଲ୍ଲାସ୍ତରୀୟ ଓ ସ୍ଥାନୀୟ ଅଧିକ୍ଷେତ୍ର ଅନୁଯାୟୀ ବିବିଧ ହୋଇଥାଏ   । ଦୃଷ୍ଟାନ୍ତ ରୂପେ , ପାନୀୟ ଜଳର କେତେକ ପ୍ରାଚଳ ପାଇଁ ଅନ୍ତର୍ଜାତିକ ଓ ଭାରତୀୟ ମାନକ ଅନୁଯାୟୀ ପରୀକ୍ଷଣ କରାଯାଇଥାଏ, ଏହି ପ୍ରାଚଳାଗୁଡିକ ହେଉଛି   :

  1. ଭୌତିକ :
    • ଆବିଳତା : ଜଳ ସାଧାରଣତଃ ବିଶୁଦ୍ଧ ଥାଏ  । ଯେତେବେଳେ ଜଳକୁ ଆଲୋକ ସମ୍ମୁଖରେ ଦେଖାଯାଏ,ଏହା ଆବିଳତା ଯୋଗୁଁ ଅସ୍ଵଚ୍ଛ ଦିଶିଥାଏ । ଅଦ୍ରାବକ ଅବକ୍ଷେପ , ଜୀବ ଓ ଜୈବିକବସ୍ତୁ ଜଳରେ ଆବିଳତା ଆରୋପ କରିଥାନ୍ତି ।
    • ରଙ୍ଗ  : ସାଧାରଣ ଭାବରେ ଜଳ ରଙ୍ଗହୀନ ଓ ସ୍ଵଚ୍ଛ ହେବା ଆବଶ୍ୟକ । ଜୈବିକ ପଦାର୍ଥ ଓ ଲୌହର ଉପସ୍ଥିତି ଜଳକୁ ରଙ୍ଗଯୁକ୍ତ କରିଥାଏ ।
    • ସ୍ଵାଦ ଓ ଗନ୍ଧ : ହାଇଡ୍ରୋଜେନ ସଲଫାଇଡର ଉପସ୍ଥିତି ଜଳରେ ପଚା ଅଣ୍ଡାର ଗନ୍ଧ ପ୍ରଦାନ କରିଥାଏ । ଅନ୍ୟାନ୍ୟ ଗ୍ୟାସ ଓ ଜୈବିକ ଯୌଗିକ ପଦାର୍ଥ ମଧ୍ୟ ଜଳରେ ଅପ୍ରିତିକର ସ୍ଵାଦ ଓ ଗନ୍ଧ ସଞ୍ଚାରିତ କରିଥାନ୍ତି ।
    • ତାପମାତ୍ରା : ଭୂତଳଜଳର ତାପମାତ୍ରା , ବହୁ ମାତ୍ରାରେ ବାୟୁମଣ୍ଡଳୀୟ ତାପମାତ୍ରା, ଭୂଭାଗୀୟ ଉତ୍ତାପ, ଶିଳାଗୁଡିକର ଅନ୍ତତାପୀୟ ଓ ତାପୋତ୍ପାଦୀ ପ୍ରତିକ୍ରିୟା , ଭୁପୃଷ୍ଠ ଜଳର ଅନୁପ୍ରବେଶ , ଜଳର ଗତି ହାର ଏବଂ ଭୂତଳଜଳ ପ୍ରଭୁତିରେ ମନୁଷ୍ୟର ବ୍ୟତୀକରଣ ଉପରେ ନିର୍ଭର କରିଥାଏ ।
  2. ରାସାୟନିକ  :
    • ପି.ଏଚ. : ଏହା ଜଳର ଉଦଜାଣ ଆୟନର ଗାଢତା ସୂଚିତ କରିଥାଏ (ଯେପରିକି ଏହା ଅମ୍ଳୀୟ ଅଥବା କ୍ଷାରୀୟ)  ।  ଅଧିକାଂଶ ଭୂତଳଜଳର  ପି.ଏଚ ମାନ ୬ ରୁ ୮.୫ ମଧ୍ୟରେ ରହିଥାଏ   ।
    • ମୋଟ ଦ୍ରବୀଭୁତ କଠିନ ପଦାର୍ଥ : ଏହା ଜଳରେ ମୋଟ ଦ୍ରବୀଭୁତ ପଦାର୍ଥର ଗାଢତା ଦର୍ଶାଏ  । ସାଧାରଣତଃ ଏହା ବାଇକାର୍ବୋନେଟ, ସଲଫେଟ, ଏବଂ କ୍ୟାଲସିୟମ, ମାଗ୍ନେସିୟମ , ସୋଡିୟମ, କ୍ଳୋରାଇଡ ଓ ସିଲିକା ଅନ୍ତର୍ଭୁକ୍ତ କରିଥାଏ ।  ପୋଟାସିୟମ, କ୍ଳୋରାଇଡ , ନାଇଟ୍ରେଟ ଓ ବୋରୋନ ଲଘୁ ପରିମାଣରେ ଦ୍ରବୀଭୁତ କଠିନ ରୂପେ ଭୂତଳଜଳରେ ରହିଥାଏ। ଗୁରୁ ଧାତବ ଓ ତେଜସ୍କ୍ରିୟ ରଚକଗୁଡିକ ବିରଳ ମାତ୍ରାରେ ରହିଥାନ୍ତି । ଏକ ତ୍ଵରିତ ଟି . ଡି. ଏସ ନିର୍ଦ୍ଧାରଣ ଭୂତଳଜଳ ନମୁନାର ଏକ ବୈଦ୍ୟୁତିକ ପରିବାହିତା ମାପ ଦ୍ଵାରା କରାଯାଇପାରେ । ପରିବାହିତାର ଅନ୍ୟୋନ୍ୟ ହେଉଛି ବୈଦ୍ୟୁତିକ ପ୍ରତିରୋଧକ , ଯାହାକୁ ମଧ୍ୟ ବେଳେବେଳେ ମପା ଯାଇଥାଏ । ଜଳର ବୈଦ୍ୟୁତିକ ପରିବାହିତା ଲବଣ ମାତ୍ରା ସହିତ ବୃଦ୍ଧି ଘଟିଥାଏ । ପରିବାହିତା ଆବଶ୍ୟକରୂପେ, ଟି ଡି ଏସ ସହିତ ସମ୍ପୃକ୍ତ ହୋଇନଥାଏ । ଅବଶ୍ୟ ଏହା ସହଜରେ ମାପ ହୋଇପାରେ ଏବଂ ଫଳ ମଧ୍ୟ ଦେଇଥାଏ । ଏଗୁଡିକ ଦ୍ରବୀଭୁତ କଠିନପଦାର୍ଥଗୁଡିକର ସାଧାରଣ ସୂଚନା ଅଟେ ।
    • କ୍ୟାଲସିୟମ କାର୍ବୋନେଟ ରୂପେ ମୋଟ ଖରତ୍ଵ : ମୋଟ ଖରତ୍ଵ ଜଳରେ କ୍ୟାଲସିୟମ ଓ ମାଗ୍ନେସିୟମ ଗାଢତା ଜ୍ଞାପନ କରିଥାଏ ଏବଂ ପ୍ରାୟତଃ କ୍ୟାଲସିୟମ କାର୍ବୋନେଟର ତୁଲ୍ୟମାନ ରୂପେ ବ୍ୟାଖ୍ୟାୟିତ ହୋଇଥାଏ । ଭୂତଳଜଳ ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ପାଇଁ ଉପଯୋଗୀ କି ନୁହେଁ ତାହା ନିର୍ଣ୍ଣୟ କରିଆବା ପାଇଁ ଖରତ୍ଵ ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ଯୋଗ୍ୟତା ।
    • କ୍ୟାଲସିୟମ, ମାଗ୍ନେସିୟମ, ଲୌହ, ମାଙ୍ଗାନିଜ, ତମ୍ବା, ଦସ୍ତା, କ୍ଳୋରାଇଡ, ସଲଫେଟ ,  ନାଇଟ୍ରେଟ , ଫେନୋଲ ଭଳି ଫେନୋଲୀୟ ପଦାର୍ଥ । ଭୂତଳଜଳରେ ଉଲ୍ଲିଖିତ ରଚକଗୁଡିକର ଅବସ୍ଥିତି, ଉଭୟ ପ୍ରାକୃତିକ କାରକ ଓ ମାନକ ସକ୍ରିୟତା ସହିତ ସମ୍ପୃକ୍ତ , ତେଣୁ ଗୋଟିଏ ଜଳଛାୟାର ଜଳଭୂବିଜ୍ଞାନ ଏବଂ ମାନକ ସକ୍ରିୟତା ଯାହା ଜଳଛାୟା ମଧ୍ୟରେ ଘଟିଥାଏ , ସେଗୁଡିକର ଅନୁଧ୍ୟାନ ଏଭଳି ପଦାର୍ଥଗୁଡିକର ଉତ୍ସ ନିର୍ଣ୍ଣୟ କରିବା ନିମନ୍ତେ ଆବଶ୍ୟକ ।
      • ଆବିଷାଳ ରଚକ :
      • ଶଙ୍ଖୁଆବିଷ, ପାରଦ, କାଡମିୟମ, କ୍ରୋମିୟମ, ସାୟନାଇଡ, ସୀସା, ସେଲେନିୟମ ସାଧାରଣତଃ ଅତି ସ୍ୱଳ୍ପ ମାତ୍ରାରେ ମିଳୁଥିବା ଉପର ବର୍ଣ୍ଣିତ ଅତି ବିପଦଜନକ ପଦାର୍ଥଗୁଡିକ ବେଳେବେଳେ ଭୂତଳଜଳ ମଧ୍ୟକୁ ନିଜ ବାଟ ପାଇଯାଇଥାନ୍ତି । ଅନେକ ସମୟରେ ଏହା ନିର୍ଣ୍ଣୟ କରିବା କଷ୍ଟକର ଯେ, ସେଗୁଡିକ ଶିଳା ଭଳି ପ୍ରାକୃତିକ ଉତ୍ସରୁ ଆସିଛି ଅଥବା ସମୂହ ମଧ୍ୟରେ ଶିଳ୍ପ ଭଳି ପ୍ରଦୂଷକ ଉତ୍ସରୁ ପ୍ରବେଶ କରିଛି ।  କାରଣ ଉଭୟ ପ୍ରକାରର ଉତ୍ସରୁ ସଂଦୂଷଣ ସମ୍ଭବ ହୋଇପାରେ  ।

      • ତେଜସ୍କ୍ରିୟତା :
      • ଭୂତଳଜଳ ମଧ୍ୟକୁ ତେଜସ୍କ୍ରିୟ ପଦାର୍ଥଗୁଡିକର ଅନୁପ୍ରବେଶ ପଥ ହୁଏତ ଭୂତ୍ଵକର ପ୍ରାକୃତିକ ଉତ୍ସରୁ ଅଥବା ଆଣବିକ ବର୍ଜ୍ୟବସ୍ତୁ କିମ୍ବା ମନୁଷ୍ୟ ଦ୍ଵାରା ବ୍ୟବହୃତ ଓ ଅଣବୈଜ୍ଞାନିକ ସୂତ୍ରରେ ନିଷ୍କାସିତ ଆଣବିକ ପଦାର୍ଥର ଉତ୍ସରୁ ଘଟିଥାଏ ।

      • ଫ୍ଲୁରାଇଡ ଯୋଗୁଁ ସମସ୍ୟା   :
      • ଫ୍ଲୁରାଇଡ ଅତ୍ୟଧିକ ଗାଢତା ଉଚ୍ଚ ସୀମାଠାରୁ ଅଧିକ ହେଲେ ଦନ୍ତଚ୍ଛାଦନ କବୁର୍ରିତ ହେବାର କାରଣ ହୋଇଥାଏ । ଏହି ଅବସ୍ଥାକୁ ଦନ୍ତ ଫ୍ଲୁରୋସିସ କୁହାଯାଏ।  ଅତ୍ୟଧିକ ଗାଢତା କଙ୍କାଳ ଫ୍ଲୁରୋସିସ  ଭଳି କଙ୍କାଳ ବିକଳାଙ୍ଗତାର କାରଣ ହୋଇପାରେ । ସାଧାରଣତଃ ସ୍ୱଳ୍ପଗଭୀର ଭୂତଳଜଳ ଅପେକ୍ଷା ଗଭୀର ଭୂତଳଜଳରେ ଅଧିକ ଫ୍ଲୁରାଇଡ ମାତ୍ରା ରହିଥାଏ ।  ଅବଶ୍ୟ ସ୍ଥାନୀୟ ଅବସ୍ଥା ଏହାକୁ ଭିନ୍ନ ଭିନ୍ନ କରିଥାଏ  ।

ଭାରତର ପ୍ରମୁଖ ଫ୍ଲୁରାଇଡ ପ୍ରଭାବିତ ଅଞ୍ଚଳଗୁଡିକ ହେଲା ଗୁଜୁରାତ, ରାଜସ୍ଥାନ, ଓ ଆନ୍ଧ୍ରପ୍ରଦେଶ, କିନ୍ତୁ ଦେଶରେ ଅଧିକାଂଶ ପ୍ରଦେଶ ଏହି ସମସ୍ୟା ଦ୍ଵାରା ପ୍ରଭାବିତ ।

ଅତ୍ୟଧିକ ଶଙ୍ଖୁଆବିଷ ଯୋଗୁଁ ସମସ୍ୟା

ଶଙ୍ଖୁଆବିଷ ଦ୍ଵାରା ପ୍ରଭାବିତ ପ୍ରମୁଖ ଅଞ୍ଚଳଗୁଡିକ ହେଉଛି ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡର କେତେକ ଭାଗ । ଶଙ୍ଖୁଆବିଷର ଉତ୍ସ ହେଉଛି ଭୂତତ୍ତ୍ଵିକ । ସାଧାରଣତଃ ଶଙ୍ଖୁଆବିଷ ସଞ୍ଚୟରେ ଭୂପୃଷ୍ଠ ଜଳ ତୁଳନାରେ ଭୂତଳଜଳ ଅଧିକ ଆକ୍ରାନ୍ତ ହୋଇଥାଏ  ।  କାରଣ ଏଥିରେ ଶିଳା- ଜଳ ମଧ୍ୟରେ ପାରସ୍ପରିକକ୍ରିୟା ଅଧିକ । ଶଙ୍ଖୁଆବିଷକୁ ଏକ ଆବିଷ ତଥା କର୍କଟଯ ରୂପେ ଚିହ୍ନଟ କରାଯାଇଛି ।  ପାନୀୟଜଳରୁ ଅତ୍ୟଧିକ ଗାଢତାରେ ଦୀର୍ଘକାଳୀନ ସେବନ ଆଭ୍ୟନ୍ତରୀଣ କର୍କଟ, ଚର୍ମବିକୃତ, ହୃଦରକ୍ତଜନିତ ସମସ୍ୟା, ସ୍ନାୟୁବିକ ଓ ଶ୍ଵାସକ୍ରିୟା ସମସ୍ୟା ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ ।

ଅଧିକ ମାତ୍ରାରେ ଲୌହ, ମାଙ୍ଗାନିଜ , ନାଇଟ୍ରେଟ ଭଳି ଅନ୍ୟାନ୍ୟ ରାସାୟନିକ ରଚକ ଏବଂ କାଡମିୟସ, ସୀମା ଓ ନିକେଲ ଭଳି ଗୁରୁ ଧାତବ ପଦାର୍ଥଗୁଡିକ ମନୁଷ୍ୟ ଓ କୃଷିଉତ୍ପାଦ ପାଇଁ ଅନେକ ସମସ୍ୟାର କାରଣ ହୋଇପାରନ୍ତି ।

ଅଣୁଜୈବିକ ପ୍ରଦୂଷଣ

ଭୂତଳଜଳରେ ଉପସ୍ଥିତ ବୀଜାଣୁ ଓ ସୂକ୍ଷ୍ମଜୀବୀଗୁଡିକ ଖାଲି ଆଖିରେ ଦେଖାନଯିବା ଭଳି ଅତି କ୍ଷୁଦ୍ର ହୋଇଥାନ୍ତି । କେତେକ ବୀଜାଣୁ ହାନିକାର ହୋଇନଥିବାବେଳେ ଅନ୍ୟଗୁଡିକ ରୋଗର କାରଣ ହୋଇଥାନ୍ତି ଯାହାକୁ ରୋଗାନୁ କୁହାଯାଇଥାଏ   । କୋଳିଫର୍ସସ ଗୁଡିକ,  ମନୁଷ୍ୟ ଓ ଅନ୍ୟାନ୍ୟ ଉଷ୍ଣରକ୍ତଧାଡ଼ି ଜୀବମାନଙ୍କର ଅନ୍ତଃନଳୀରେ ଅବସ୍ଥାନ କରି ବିଷ୍ଠା ପଦାର୍ଥ ମାଧ୍ୟମରେ ପ୍ରେରିତ ହୋଇଥାନ୍ତି  । ଯଦିଓ ସେଗୁଡିକ ସ୍ଵୟଂ ହାନିକାରକ, ତଥାପି ଭୂତଳଜଳ ମଧ୍ୟରେ ସେଗୁଡିକ ଅନ୍ୟାନ୍ୟ ରୋଗାଣୁଗୁଡିକର ସମ୍ଭାବନା ସୂଚନା ଦେଇଥାନ୍ତି  । ଜଳ ମଧ୍ୟରେ ଜୈବିକ ପଦାର୍ଥଗୁଡିକର ଉପସ୍ଥିତି ସମ୍ପର୍କ ଏକ ପରୋକ୍ଷ ପ୍ରମାଣ ହେଉଛି ଜୈବ ରାସାୟନିକ (ବା ଜୈବିକ ) ଅମ୍ଳଜାନ ମଗନ,  ଯାହାକି ଜୈବିକ ପଦାର୍ଥ ଓ ବର୍ଜ୍ୟଗୁଡିକର ଜୈବିକ ଅପଘଟନ ନିମନ୍ତେ ଅମ୍ଳଜାଣର ପରିମାଣ ଆବଶ୍ୟକ କରିଥାଏ   ।  ସେତେବେଳେ କାରଣ ସଂପୂର୍ଣ୍ଣ ହୋଇଥାଏ ଏବଂ ଅମ୍ଳଜାନ ଆବଶ୍ୟକତା ହୁଏ ନାହିଁ, ସେତେବେଳେ ବି.ଓ.ଡି ଶୂନ୍ୟ ହୋଇଥାଏ  । ଅଧିକ ବି.ଓ.ଡି ଅଧିକ ପ୍ରଦୂଷଣର ସୂଚନା ଦେଇଥାଏ   ।

ଭୂତଳଜଳ ନମୁନା

ଜଳଛାୟା କାର୍ଯ୍ୟକ୍ରମଗୁଡିକରେ ଭୂତଳଜଳର ନମୁନାକାରଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । କାରଣ ଏହା ଜଳଛାୟା କର୍ମକର୍ତ୍ତାଙ୍କ ଦ୍ଵାରା ଅନିର୍ବାର୍ଯ୍ୟ ରୂପେ କରାଯାଇ ବାହାର ସଂସ୍ଥା ଦ୍ଵାରା ବିଶ୍ଳେଷଣ କରାଯାଇଥାଏ  । ତେଣୁ ଏଥିପାଇଁ ଜଳର ନମୁନା ସଂଗ୍ରହ କଲାବେଳେ କେତେକ ନିର୍ଦ୍ଧିଷ୍ଟ ପଦ୍ଧତି ମନେ ରଖିବା ଉପଯୋଗୀ ହୋଇଥାଏ  । ଗୁଣସମ୍ପନ୍ନ ବିଶ୍ଳେଷଣ ନିମନ୍ତେ ଭୂତଳଜଳ ନମୁନୀକାରଣ ରେ ନିମ୍ନଲିଖିତ ପଦକ୍ଷେପ ସୁନିଶ୍ଚିତ କରାଯିବା ଆବଶ୍ୟକ  ।

  1. ନମୂନା ସଂଗ୍ରହ ନିମନ୍ତେ ପାଇରେକ୍ସ ଅଥବା ପଲିଇଥାଇଲିନ ବୋତଲ ବ୍ୟବହାର କରିବା   ।
  2. ପର୍ଯ୍ୟାୟ ପରିମାଣର ନମୂନା ସଂଗ୍ରହ କରିବା । ଧାରାବାହିକ ରାସାୟନିକ ବିଶ୍ଳେଷଣ ପାଇଁ ସାଧାରଣ ଭାବରେ ଏକ କିମ୍ବା ଦୁଇ ଲିଟର ପର୍ଯ୍ୟାପ୍ତ ଅଟେ  ।
  3. ବୋତଲକୁ ଜଳରେ ଧୋଇ ନମୂନା ସଂଗ୍ରହ କରିବା ଏବଂ ତାପରେ ବୋତଲକୁ ଶକ୍ତକରି ମୁଦ କରିବା ।
  4. ନମୂନାକୁ ଏକ ଶୀତଳ ସ୍ଥାନରେ ରାଖୀ ଶୀଘ୍ର ପରୀକ୍ଷାଗାରକୁ ବିଶ୍ଳେଷଣ ପାଇଁ ପ୍ରେରଣ କରିବା ।
  5. ନମୂନା ସଂଗ୍ରହ କରିବା ପୂର୍ବରୁ କୂପକୁ କିଛି ସମୟ ପାଇଁ ପମ୍ଫ କରି ସୁନିଶ୍ଚିତ କରିବା ଯେ ଜଳଭରରୁ ଜଳ ଆସିଛି । କାରଣ କୂପ ମଧ୍ୟରୁ ନିଶ୍ଚଳ ଓ ସଞ୍ଚିତ ଜଳ ପ୍ରଦୂଷିତ ହୋଇପାରେ ଏବଂ ଏହା ଆବଶ୍ୟକତା ଅନୁଯାୟୀ ଜଳଭରର ସ୍ଵଗୁଣବିଶିଷ୍ଟ ଜଳର ପ୍ରତିନିଧିତ୍ଵ କରିନପାରେ ।
  6. ପ୍ରତ୍ୟେକ ନମୂନାରେ କୂପର ଅବସ୍ଥିତ , ନମୂନାର ଗଭୀରତା , ଆବରକର ଆକାର, ତାରିଖ, ପମ୍ଫିଙ୍ଗ ପଦ୍ଧତି , କୂପର ପମ୍ଫିଙ୍ଗ ନିର୍ଘଣ୍ଟ ଇତ୍ୟାଦି ଲିପିବଦ୍ଧ ରହିବା ଆବଶ୍ୟକ ।
  7. ଯେଉଁ ପରୀକ୍ଷାଗାରରେ ନମୂନା ପରୀକ୍ଷଣ କରିବାକୁ ଅଛି ତାଙ୍କ ଦ୍ଵାରା ନିର୍ଦ୍ଦେଶିତ ପଦ୍ଧତି ଅନୁସରଣ ସୁନିଶ୍ଚିତ କରିବା ଉଚିତ, କାରଣ ଜୈବିକ ଓ ତେଜସ୍କ୍ରିୟ ପଦାର୍ଥଗୁଡିକର ନମୁନୀକାରଣରେ ସ୍ଵତନ୍ତ୍ର ନମୁନୀକାରଣ ଓ ସଂରକ୍ଷଣ କୌଶଳ ଆବଶ୍ୟକ ହୋଇଥାଏ ।

ଏହା ମଧ୍ୟ ମନେରଖିବା ଗୁରୁତ୍ଵପୂର୍ଣ୍ଣ ଯେ , ନମୂନାରେ ସଂଗ୍ରହ ଓ ବିଶ୍ଳେଷଣ ମଧ୍ୟରେ ସମୟର ବ୍ୟବଧାନ ଯେତେ କମ ହେବ ଫଳାଫଳ ସେତିକି ଅଧିକ ନିର୍ଭରଯୋଗ୍ୟ ହୋଇପାରିବ । ତାପମାତ୍ରା , ପିଏଚ ଏବଂ ଦ୍ରବୀଭୁତ ବାଷ୍ପଗୁଡିକ ଭଳି କେତେକ ପ୍ରାଚଳ ତୁରନ୍ତ ବିଶ୍ଳେଷଣ ଆବଶ୍ୟକ କରିଥାଏ । କାରଣ ସେଗୁଡିକ ସମୟ ସହିତ ପରିବର୍ତ୍ତିତ ହୋଇଥାଏ । ଏହି ସବୁ ପ୍ରାଚଳଗୁଡିକୁ ନମୂନା ସଂଗ୍ରହ ପରେ ଯଥାଶୀଘ୍ର ନିର୍ଣ୍ଣୟ କରିବା କ୍ଷେତ୍ରମୁଣିଗୁଡିକ ଉପଲ୍ଲବ୍ଧ ହୋଇଥାଏ । କ୍ଷେତ୍ର ମଧ୍ୟରେ ଏଭଳି ସୁବିଧାଜନକ କିଟଗୁଡିକର ଉପଯୋଗ କରି ପ୍ରାଥମିକ ବିଶ୍ଳେଷଣ କରାଯାଇପାରେ  ।

ଯେଉଁ କୂପଗୁଡିକରେ ଏକାଧିକ ଜଳଭାର କିମ୍ବା ଶିଳାସ୍ତର ବେଧ କରିଥାଏ  ସେଗୁଡିକର ନମୁନୀକାରଣ ସତର୍କତା ସହଜରେ କରାଯିବା ଉଚିତ , କାରଣ ପ୍ରତ୍ୟେକ ଜଳଭାର ବା ସ୍ତର ବିଭିନ୍ନ ପଦାର୍ଥର ଗାଢତାରେ ପାର୍ଥକ୍ୟ ଦର୍ଶାଯାଇପାରେ ।  ଏହି ସମସ୍ୟାକୁ ଏଡାଇବା ପାଇଁ ବିଶେଷ ନମୁନା ଉପଲ୍ଲବ୍ଧ କରାଯାଇଥାଏ ।  ଏବଂ ଏଥିପାଇଁ ଏକକ ସ୍ତରସମୂହରୁ ନମୁନା ସଂଗ୍ରହ କରାଯାଇପାରେ ।

ଭୂତଳଜଳ ଗୁଣ ତଥ୍ୟ ବ୍ୟାଖ୍ୟାୟତ

ଭୂତଳଜଳର ରାସାୟନିକ ଓ ଭୌତିକ ଗୁଣଗୁଡିକ ଏହାର ପୌରୀୟ, ବାଣିଜ୍ୟକ , ଶିଳ୍ପଭିତ୍ତିକ, କୃଷିଭିତ୍ତିକ ଓ ଘରୋଇ ଜଳଯୋଗାଣର ଉପଯୋଗୀତା ନିର୍ଧାରଣ କରିଥାନ୍ତି । ଭୂତଳଜଳର ରାସାୟନିକ ତଥ୍ୟ , ଶିଳାର ଭୂତାତ୍ଵିକ ଇତିହାସ ସମ୍ବନ୍ଧିତ ଗୁରୁତ୍ଵପୂର୍ଣ୍ଣ ସୂତ୍ର ହେବା ସହ ଭୂତଳଜଳ ପୁନଃଭରଣ, ନିଷ୍କାସନ, ଗତି ଓ ଭଣ୍ଡାରଣ ସମ୍ପର୍କିତ ସୂଚନା ପ୍ରଦାନ କରିଥାଏ ।  ରାସାୟନିକ ତାପଗତୀୟ ର ନିୟମ, ରାସାୟନିକ ବିଶ୍ଳେଷଣର ବ୍ୟାଖ୍ୟାଯନ ତଥା ଯେଉଁ ପ୍ରକ୍ରିୟା ଦ୍ଵାରା ଭୂତଳଜଳ ପର୍ଯ୍ୟବେକ୍ଷୀତ ରାସାୟନିକ ଗୁଣ ଲବ୍ଧ କରିଥାଏ, ତାକୁ ବର୍ଣ୍ଣନା କରିବା ନିମନ୍ତେ ଏକ ଜଳର ମାନ ପରୀକ୍ଷା କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି  , ଜଳର ବିଭିନ୍ନ ଭୂରାସାୟନିକ ଗୁଣ ଗୁଡିକ ବ୍ୟବହାରିକ ବିନିଯୋଗ ନିମନ୍ତେ ଶ୍ରେଣୀଭୁକ୍ତ କରିବା ଏବଂ ଲବଣାକ୍ତ ଜଳ ଅନୁପ୍ରବେଶ ସମସ୍ୟାର ସମାଧାନ କରିବା,  କିମ୍ବା ବିଭିନ୍ନ କାରକ ନିର୍ଣ୍ଣୟ କରିବା, ଯାହା ଉପରେ ଜଳର ରାସାୟନିକ ଗୁଣ ନିର୍ଭର କରିଥାଏ   । ଜଳର ମାନ ପରୀକ୍ଷଣ ତଥ୍ୟ ଜଳର ରାସାୟନିକ ସଂରାଞ୍ଚନା ସହିତ ପ୍ରଦୂଷକ  ଓ ବିପର୍ଯ୍ୟୟକାରୀ ରସାୟନଗୁଡିକ ଉପସ୍ଥିତି ସମ୍ବନ୍ଧରେ ଧାରଣ ଦେଇଥାଏ।

ଭୂରାସାୟନିକ ପ୍ରକ୍ରିୟା ଅନୁଧ୍ୟାନ ଜଳର ଚରିତ୍ର ଜାଣିବା ପାଇଁ କରାଯାଇଥାଏ । ଭୂରାସାୟନିକ ଅନୁଧ୍ୟାନ ପ୍ରାୟତଃ ଏକ ବିଶ୍ଳେଷକ ଓ ବ୍ୟାଖ୍ୟାୟନ ଅନ୍ତର୍ଭୁକ୍ତ କରିଥାଏ   ।

ଜଳକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରିବା ନିମନ୍ତେ ନିମ୍ନମତେ ଚାରି ପ୍ରକାରର ଉପାୟ ଅନୁଧ୍ୟାନ କରାଯାଇଥାଏ  ।

  • ଖଣିଜ ବିଲୟନ : ରଣୟନ ଓ ଧନାୟନଗୁଡିକର ଗାଢତା, ଉଭୟ ଉଭୟଙ୍କ ପ୍ରତିବଦଳରେ ।
  • ଜାରଣବିଜାରଣ ପ୍ରତିକ୍ରିୟା : ମୌଳିକ ତତ୍ତ୍ଵଗୁଡିକର ଜାରଣ ଓ ବିଜାରଣ ର ଏକ ସୂଚକ ରୂପେ ।
  • ଆୟନ ବିନିମୟ: ବିଭିନ୍ନ ଋତୁରେ କ୍ୟାଲସିୟମ, ମାଗ୍ନେସିୟମ, ସେଡିୟମର ଗାଢତାରେ ପରିବର୍ତ୍ତନ କରେ ।
  • ଜଳଗୁଡିକର ମିଶ୍ରଣ : ଜଳ ପ୍ରକାରରେ ସଦ୍ୟ ଜଳରୁ ଲବଣାକ୍ତ ବା ପୁରୁଣା ଜଳ କୁ ପରିବର୍ତ୍ତନର ସୂଚନା ଦିଏ ।

ଭୂରାସାୟନିକ ଅନୁଧ୍ୟାନ ପ୍ରାୟତଃ ବିଶ୍ଲେଷିକ ତଥ୍ୟସମୂହର ସଂଶ୍ଳେଷଣ ଓ ବ୍ୟାଖ୍ୟାୟନ ଅନ୍ତର୍ଭୁକ୍ତ କରିଥାଏ ।  ଜଳର ନମୁନୀକାରଣ ପରେ ପ୍ରାପ୍ତ ତଥ୍ୟଗୁଡିକ ଆପକ୍ଵ ହୋଇଥାଏ ।  ଏହି ତଥ୍ୟଗୁଡିକୁ ଜଳରେ ରହିଥିବା ବିଭିନ୍ନ ଋଣାୟନ ଓ ଧନାୟନଗୁଡିକର ତୁଳନାତ୍ମକ ଅନୁଧ୍ୟାନ ପାଇଁ ଉପଯୋଗ କରାଯାଇପାରେ । ବିଶ୍ଳେଷଣଗୁଡିକୁ ଆନୁଷଙ୍ଗିକ ସୂଚନା ସହ ଗୋଟିଏ ସହିତ ଅନ୍ୟର ପାରସ୍ପରିକ ମେଲ କରାଯାଇଥାଏ । ସାଧାରଣ ଭାବରେ ଅନୁଧ୍ୟାନ ଗୁଡିକ ତଥ୍ୟଗୁଡିକର ପରିସଂଖ୍ୟାନ  ବିଶ୍ଳେଷଣ ଏବଂ ମାନଚିତ୍ର , ରେଖାନକ୍ସା ଓ ଗ୍ରାଫଗୁଡିକର ପ୍ରସ୍ତୁତି ଅନ୍ତର୍ଭୁକ୍ତ କରିଥାଏ । ତଥ୍ୟ ବ୍ୟାଖ୍ୟା ନିମନ୍ତେ ପ୍ରଥମ ସୋପାନ ହେଉଛି , ଉପଲ୍ଲବ୍ଧ ତଥ୍ୟଗୁଡିକର ସମ୍ପୂର୍ଣ୍ଣତା, ସଠିକତା ଓ ନିର୍ଭରଯୋଗ୍ୟତାକୁ ନେଇ ମୂଲ୍ୟାଙ୍କନ କରିବା।  ତାପରେ ଜଳ ବିଶ୍ଳେଷଣକୁ ସାଧାରଣତଃ ସାରଣୀ ରୂପରେ ଉପସ୍ଥାପିତ କରାଯାଇଥାଏ ।  ସାଧାରଣ ଭାବରେ ବ୍ୟବହୃତ ହେଉଥିବା ଗ୍ରାଫୀୟ କୌଶଳଗୁଡିକ ହେଉଛି ସ୍ତମ୍ଭ ଗ୍ରାଫ, ବିକିରିତ ସଦିଶ, ଦୃଢ ବିନ୍ୟାସ, ବୃତ୍ତାକର ନକ୍ସା, ପାଇପର ତ୍ରିରୈଖିୟ ନକ୍ସା ଏବଂ ଡ୍ୟୁରୋଭ ନକ୍ସା ।

ଆକ୍ଵାକେମ

ହେଉଛି ଏକ ଲୋକପ୍ରିୟା ସଫଟୱେୟାର , ଯଦ୍ଵାରା ତଥ୍ୟରୁ ଜଳର ମାନ ବିଶ୍ଳେଷଣ ଓ ବ୍ୟାଖ୍ୟାୟନ କରାଯାଇଥାଏ   । ପାଇପର ନକ୍ସା ତଥ୍ୟର ବିଶ୍ଳେଷଣ ଓ ଉପସ୍ଥାପନା ପାଇଁ ଏହା ବ୍ୟବହୃତ ହୋଇଥାଏ   ।  ଏହା ଜଳର ଋଣାୟାନ ଓ  ଧନାୟନର ଗାଢତାରେ ପରିବର୍ତ୍ତନ ସମ୍ବନ୍ଧରେ ସୂଚନା ଦେଇଥାଏ   ।  ଏହାଦ୍ଵାରା ଜଳ ସଦ୍ୟ ବା ଲବଣାକ୍ତ ଅଟେ କିମ୍ବା ଜଳର ପ୍ରକାରେରେ ଋତ୍ଵିକ ପରିବର୍ତ୍ତନ ଘଟିଛି ତାହା ସନ୍ଧାନ କରାଯାଇପାରେ  ।

ଭୂତଳଜଳର ମାନରେ ପରିବର୍ତ୍ତନ :

ଭଣ୍ଡାରର ଶିଳାଗୁଡିକ ସହିତ ଦୀର୍ଘକାଳ ଧରି ସଂସ୍ପର୍ଶରେ ଆସିବା ଯୋଗୁଁ ଭୂତଳଜଳରେ ପରିବର୍ତ୍ତନ ଘଟିଥାଏ  । ଉଦାହରଣ ସ୍ୱରୂପ , ଅଣ ଅପକ୍ଷୟିତ ଆଗ୍ନେୟଶିଳା ସ୍ତରୀୟଶିଳା ତୁଆଲାନରେ ଜଳରେ କମ ପରିବର୍ତ୍ତନ ଘଟାଇଥାଏ   । ଭୂତଳଜଳରେ କ୍ରମବଦ୍ଧନଶୀଳ ପରିବର୍ତ୍ତନ ପୁନଃଭରଣ ବିନ୍ଦୁଠାରୁ ନିଷ୍କାସନ ବିନ୍ଦୁ ପର୍ଯ୍ୟନ୍ତ ଲକ୍ଷ କରାଯାଇଥାଏ  ।

ଭୂତଳଜଳର ରସାୟନ ଓ ଉପଯୋଗ   :

ଭୂତଳଜଳ ରସାୟନ ତଥ୍ୟର ବ୍ୟାଖ୍ୟା , ଏକ ପ୍ରସ୍ତାବିତ ବିନିଯୋଗ ପାଇଁ ଜଳ ଉପଯୁକ୍ତ କି ନୁହେଁ , ତାହା ନିର୍ଦ୍ଧାରଣ କରିବା ପାଇଁ କରାଯାଇଥାଏ   ।  ବିନିଯୋଗ ପାଇଁ ଗ୍ରହଣୀୟ ମାନର ଯୋଗ୍ୟତା ଓ ଆଦର୍ଶ ଉପରେ ହା ନିର୍ଭର କରିଥାଏ   । କୃଷି ଶିଳ୍ପ , ପଶୁସମ୍ବଳ ଇତ୍ୟାଦି ପାଇଁ ଉପଯୋଗୀତା ନିର୍ଦ୍ଧାରଣର ସ୍ଥିରୀକୃତ ମାନାଦର୍ଶ ରହିଛି   ।  ବିଭିନ୍ନ ମାନର ଭୂତଳଜଳ କୃଷି ଶିଳ୍ପ,  ପଶୁସମ୍ବଳ ସଦୃଶ ବିଭିନ୍ନ ଉଦ୍ଦେଶ୍ୟରେ ବିନିଯୋଗ କରାଯାଇପାରେ  ।

ଜଳ ନମୁନାଗୁଡିକ ବିଶ୍ଳେଷଣ , ଗୋଟିଏ ଜଳଛୟା ଅଞ୍ଚଳ ମଧ୍ୟରେ କୃତ୍ରିମ ପୁନଃଭରଣ, କୃଷିଜନିତ ପ୍ରଦୂଷଣ, ଶିଳ୍ପଜନିତ ପ୍ରଦୂଷଣ, ଘରୋଇ ଜଳ ମାନ, ଜଳଭାର ବିଜାତିୟତା, ଭୂତଳଜଳ ପ୍ରଦୂଷଣ ଏବଂ ଲବଣାକ୍ତ ଅନୁପ୍ରବେଶ ପ୍ରଭାବ ସମ୍ବନ୍ଧରେ ସୂଚନା ଦେଇଥାଏ   ।  ଏହା ଜଳଛାୟା ପ୍ରକଳ୍ପ ଉତ୍ତମ ଯୋଜନାକାରଣ ଓ କାର୍ଯ୍ୟାନ୍ଵୟନରେ ସାହାଯ୍ୟ କରିପାରେ ।

ଡ୍ୟୁରୋଭ ପ୍ଳଟ

ଡ୍ୟୁରୋଭ ନକ୍ସା ହେଉଛି ପାଇପର ନକ୍ସାର ବିକଳ୍ପ । ଏହା ସମସଂଯୋଜନବିଶିଷ୍ଟ ନମୁନାଗୁଡିକ ସୂଚିତ କରିବା ପାଇଁ ତଥ୍ୟ ବିନ୍ଦୁଗୁଡିକର ପୁଞ୍ଜ ଦର୍ଶାଇଥାଏ । ବହୁ ମାନୁନା ବର୍ଗ ପାଇଁ ଆବଶ୍ୟକୀୟ ଗୁଣ ଓ ସମ୍ପର୍କ ପ୍ରକଟ କରିଥାଏ

ସମୟ ଅନୁକ୍ରମ ପ୍ଳଟ

ସମୟ ଅନୁକ୍ରମ ପ୍ଳଟ ବହୁ ପ୍ରାଚଳ କିମ୍ବା ବହୁ କେନ୍ଦ୍ର ପାଇଁ ଉପଯୋଗ କରାଯାଇପାରେ । ସମୟ ଅନୁକ୍ରମେ ଋଣାୟନ ଓ ଧନାୟନଗୁଡିକର ଗଧତା ଦର୍ଶାଇପାରେ । ଏହା ମଧ୍ୟ ବିଭିନ୍ନ କେନ୍ଦ୍ର ପାଇଁ ଋଣୟନ ଓ ଧନାୟନଗୁଡିକର  ଗାଢାତା ପରିବର୍ତ୍ତନ ସମ୍ବନ୍ଧିତ ଧାରଣା ଦେଇଥାନ୍ତି ।

ଦୃଢନକ୍ସା

ଚାରୋଟି ସମାନ୍ତର ଅନୁଭୂମିକ ଅକ୍ଷ ଏବଂ ଗୋଟିଏ ଉଲମ୍ବ ଅକ୍ଷ, ବିଶେଷତଃ ଅତିଶୟ ଖଣିଜକୃତ ମଣ୍ଡଳର ଭୂତଳଜଳଗୁଡିକ  ମଧ୍ୟରେ ତୁଳନା କରିବା ପାଇଁ ଉପଯୋଗୀ ହୋଇପାରେ । ନକ୍ସାର ଆକୃତି ବା ଢାଞ୍ଚା ଜଳ ସଂଯୋଜନର ସୂଚନା ଦେଇଥାଏ

ପାଇପ ନକ୍ସା

ପାଇପନକ୍ସା :

ଏହା ଦୁଇଟି ତ୍ରିଭୁଜ ନେଇ ଗଠିତ, ଗୋଟିଏ ଧନାୟନ ପାଇଁ ଏବଂ ଅନ୍ୟଟି ଋଣାୟନ ପାଇଁ । କେନ୍ଦ୍ରସ୍ଥିତ ହୀରକ ଆକୃତିର ଚିତ୍ର ଋଣାୟନ ଓ ଧନାୟନଗୁଡିକର ଆପେକ୍ଷିକ ଗାଢତା ସୁଚାଇଥାଏ । ଋଣାୟନ ଓ ଧନାୟନର ମୂଲ୍ୟ ଶତକଡା ରୂପେ ପ୍ଳଟ କରଯାଇଥାଏ ।

ସଂଗୃହିତ - ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top