ହୋମ / ଶକ୍ତି / ପରିବେଶ / ଜଳବାୟୁ ଅବସ୍ଥିତି
ସେଆର କରନ୍ତୁ

ଜଳବାୟୁ ଅବସ୍ଥିତି

ଜଳବାୟୁ ଅବସ୍ଥିତି ର ସୂଚନା

ଅବସ୍ଥିତି

ବିଷୁବରେଖା ନିକଟବର୍ତ୍ତୀ ଅଞ୍ଚଳରେ ଅଧିକ ତାପ ଅନୁଭୂତ ହୁଏ  । ଜଣେ ଯଦି ମେରୁ ଆଡକୁ ଗତି କରିବ ତାପ କମିବାରେ ଲାଗିବ  । ଭାରତ ଉତ୍ତର ଗୋଲାର୍ଦ୍ଧରେ ବିଷୁବ ରେଖା ନିକଟରେ  ମିନିଟ୍ ଉତ୍ତର ଅକ୍ଷାଂଶରେ ଅବସ୍ଥିତ  । କର୍କଟକ୍ରାନ୍ତି ୨୩ଭାରତର ମଧ୍ୟଦେଇ ଗତି କରିଛି  । ଏହି ଅକ୍ଷାଂଶର ଦକ୍ଷିଣରେ କ୍ରାନ୍ତୀୟ ଜଳବାୟୁ ଆମେ ଦେଖିବା ଏବଂ ଉତ୍ତରରେ ଉପକ୍ରାନ୍ତୀୟ ଜଳବାୟୁ ଦେଖିବା  । ଉଦାହରଣ ସ୍ୱରୂପ ଆନ୍ଧ୍ରପ୍ରଦେଶ ହରିୟାଣା ଉଷ୍ମତ୍ତର ଅଟେ  । ବିସ୍ତୃତ ଭାବରେ କହିବାକୁ ଗଲେ କର୍କଟ ଦକ୍ଷିଣକୁ ଥିବା ଉତ୍ତରକୁ ଥିବା ସ୍ଥାନ ଅପେକ୍ଷା ଅଧିକ ସୌରତାପ ପାଇଥାଏ  ।

ସମୁଦ୍ରଠାରୁ ଦୂରତା

ଦକ୍ଷିତ ଭାରତର ଅର୍ଦ୍ଧେକ ଅଂଶ ତିନି ଦିଗରେ ସମୁଦ୍ର ଦ୍ଵାରା ବେଷ୍ଟିତ  । ଆରବସାଗର ପଶ୍ଚିମରେ, ବଙ୍ଗୋପସାଗର ପୂର୍ବରେ ଏବଂ ଦକ୍ଷିଣରେ ଭାରତ ମହାସାଗର ରହିଅଛି  । ଏଣୁ ସାମୁଦ୍ରିକ ପ୍ରଭାବ ଯୋଗୁଁ ଏ ଅଞ୍ଚଳରେ ନା ଖରାଦିନେ ଅଧିକ ଗରମ ହୁଏ ନା ଶୀତଦିନେ ଅଧିକ ଥଣ୍ଡା  । ଉଦାହରଣ ସ୍ୱରୂପ ଉତ୍ତରଭାରତ ଯାହାକି ସମୁଦ୍ରଠାରୁ ବହୁଦୂରରେ ରହିଅଛି  । ସେଠାରେ ଚରମ ଜଳବାୟୁ ଦେଖାଯାଏ ଏବଂ ଦକ୍ଷିଣ ଭାରତର ଅଞ୍ଚଳଗୁଡିକ ସମୁଦ୍ରର ନିକଟବର୍ତ୍ତୀ ହୋଇଥିବାରୁ ସେଠାରେ ସମଭାବାପନ୍ନ ଜଳବାୟୁ ଅନୁଭୂତ ହୁଏ  ।

ସମୁଦ୍ର ପତ୍ତନରୁ ଉଚ୍ଚତା

ଏହାର ଅର୍ଥ ସମୁଦ୍ର ପତନରୁ ଉଚ୍ଚତା  । ଆମେ ଯଦି ପୃଥିବୀ ପୃଷ୍ଠରୁ ଉଚ୍ଚକୁ ଯିବା ବାୟୁମଣ୍ଡଳ କମ ଘନଥିବା ଜାଣିବା ଆମେ ଅଣନିଶ୍ଵାସୀ ହୋଇଯିବା  । ଉଚ୍ଚତା ବଢିବା ସହିତ ତାପ ମଧ୍ୟ କମିବାକୁ ଲାଗେ  । ଉଦାହରଣ ସ୍ୱରୂପ ଯେଉଁ ସହରଗୁଡିକ ପାହାଡର ଉପରେ ରହିଅଛି  । ସେଠାରେ ସିମଳାପରି ଥଣ୍ଡା ଅନୁଭୂତ ହେବ  । ଯେଉଁ ସହରଗୁଡିକ ସମତଳ ଅଞ୍ଚଳରେ ଅବସ୍ଥିତ ସେଠାରେ ଲୁଧିଆନାପରି ଗରମ ଅନୁଭୂତ ହେବ  ।

ପର୍ବତ ଶ୍ରେଣୀର ଅବସ୍ଥିତି

ପର୍ବତ ଶ୍ରେଣୀର ଅବସ୍ଥିତି ଯେ କୌଣସି ସ୍ଥାନର ଜଳବାୟୁକୁ ବହୁଳ ଭାବରେ ପ୍ରଭାବିତ କରିଥାଏ  । ହିମାଳୟ ପର୍ବତଶ୍ରେଣୀ ଯାହାର ହାରାହାରି ଉଚ୍ଚତା ୬୦୦୦ମିଟର ଅଟେ  । ଆମ ଦେଶର ଉତ୍ତରରେ ଅବସ୍ଥିତ  । ଏହା କେନ୍ଦ୍ର ଏସିଆରୁ ଆସୁଥିବା ଶୀତଳ ପବନରୁ ଆମ ଦେଶକୁ ରକ୍ଷାକରେ  । ଅନ୍ୟ ଦିଗରେ ଜଳୀୟ ବାଷ୍ପପୂର୍ଣ୍ଣ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ଏହା ବାଧା ଦିଏ  ଏବଂ ଭାରତରେ ବର୍ଷା କରିବାକୁ ବାଧ୍ୟ କରେ  । ସେହିପରି ପଶ୍ଚିମଘାଟ ପର୍ବତ ଜଳୀୟବାଷ୍ପ ଧାରଣ କରିଥିବା ବାୟୁକୁ ବାଧାଦେଇ ପଶ୍ଚିମଘାଟର ପଶ୍ଚିମପଟେ ପ୍ରବଳ ବର୍ଷା କରାଇବାକୁ ବାଧ୍ୟକରେ  ।

ଭୂପୃଷ୍ଠସ୍ଥ ପବନର ଦିଗ : ଭାରତୀୟ ଜଳବାୟୁକୁ ପବନ ପ୍ରବାହ ପ୍ରଣାଳୀ ପ୍ରଭାବିତ କରିଥାଏ  । ଏହି ପ୍ରଣାଳୀ ମୌସୁମୀ ବାୟୁ, ଭୂବାୟୁ ଏବଂ ସାମୁଦ୍ରିକ ବାୟୁ ଏବଂ ସ୍ଥାନୀୟ ବାୟୁ ପ୍ରବାହକୁ ନେଇ ଗଠିତ  । ଶୀତଦିନେ ସ୍ଥଳଭାଗରୁ ଜଳଭାଗ ଉପରକୁ ବାୟୁ ବହିଥାଏ  । ତେଣୁ ସେ ଶୀତଳ ଏବଂ ଶୁଷ୍କ ଅଟେ  । ଅନ୍ୟ ଦିଗରେ ଗ୍ରୀଷ୍ମଋତୁରେ ବାୟୁ ସମୁଦ୍ରରୁ ଭୂଭାଗ ଉପରକୁ ବହିଥାଏ  । ସମୁଦ୍ରରୁ ଏହା ଜଳୀୟବାଷ୍ପ ଧାରଣ କରିଥାଏ  । ତେଣୁକରି ସେ ଭାରତର ଅଧିକାଂଶ ଅଞ୍ଚଳରେ ବର୍ଷା କରାଇଥାଏ  ।

ଉର୍ଦ୍ଧସ୍ତରର ବାୟୁ ସ୍ରୋତ : ସ୍ଥଳବାୟୁ ବ୍ୟତିରେକ ଆଉ ଏକ ସକ୍ରିୟ ବାୟୁସ୍ରୋତ ଅଛି ତାକୁ ‘ଜେଟଷ୍ଟ୍ରିମ’ କୁହାଯାଏ  । ସେ ଭାରତୀୟ ଜଳବାୟୁକୁ ପ୍ରଭାବିତ କରିଥାଏ  । ଏହି ଜେଟଷ୍ଟ୍ରିମ ହେଉଛି ଦ୍ରୁତଗତିରେ ବହୁଥିବା ଏକ ସଂକୀର୍ଣ୍ଣ ବାୟୁ ସ୍ରୋତ ଯାହାକି ସମୁଦ୍ର ପତନରୁ ୧୨,୦୦୦ ମିଟର ଉଚ୍ଚରେ ପ୍ରବାହିତ ହୁଏ  । ସେ ନିଜ ସହିତ ପଶ୍ଚିମସ୍ଥ ବାତ୍ୟାକୁ ଆଣିଥାଏ  । ଏହି ଝଡ ଭୂମଧ୍ୟସାଗର ନିକଟରେ ସୃଷ୍ଟି ହୋଇ ପୂର୍ବଦିଗକୁ ଗତି କରିଥାଏ  । ସେ ନିଜ ପଥରେ ପାରସ୍ୟ ଉପସାଗରରୁ ଜଳୀୟବାଷ୍ପ ସଂଗ୍ରହ କରି ଭାରତର ଉତ୍ତର ପଶ୍ଚିମ ଦିଗରେ ଶୀତଋତୁରେ ବର୍ଷା କରାଇଥାଏ  । ଗ୍ରୀଷ୍ମଋତୁରେ ଏହା ଉତ୍ତରକୁ ଘୁଞ୍ଚିଯାଇ କେନ୍ଦ୍ର ଏସିଆରେ ପ୍ରବାହିତ ହୁଏ  । ଏହିପରି ଏହା ମୌସୁମୀ ବାୟୁକୁ ବୃଷ୍ଟି କରାଇବାରେ ସାହାଯ୍ୟ କରିଥାଏ  ।

ମୌସୁମୀ ବାୟୁର କରାମତି

ମନସୁନ ଶବ୍ଦ ଆରବ ଭାଷାର ମୌ-ସିମ ଶବ୍ଦରୁ ଆସିଅଛି, ଯାହାର ଅର୍ଥ କି ଋତୁକାଳୀନ ଅଟେ  । ବର୍ଷକ ମଧ୍ୟରେ ବାୟୁ ପ୍ରବାହର ଋତୁକାଳୀନ ଗତିକୁ ଏହା ସୁଚାଇଥାଏ  । ଗ୍ରୀଷ୍ମଋତୁରେ ଉତ୍ତର ଭାରତର ଆଭ୍ୟନ୍ତରିଣ ସମତଳ ଅଞ୍ଚଳ ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶ ଅଧିକ ଉତ୍ତପ୍ତ ହୁଏ  । ଏହି ଅଞ୍ଚଳର କେତେକ ସ୍ଥାନରେ ଦୈନିକ ସର୍ବୋଚ୍ଚ ତାପମାତ୍ରା  ରୁ  ରହିଥାଏ  ।

ମେ ମାସରେ ଦିଲ୍ଲୀ ଏବଂ ଯୋଧପୁରରେ ହାରାହାରି ସର୍ବୋଚ୍ଚ ତାପମାତ୍ରା  ସେଣ୍ଟିଗ୍ରେଡ ଠାରୁ ଅଧିକ ଅଟେ  । ତେଣୁକରି ଉଚ୍ଚ ତାପମାତ୍ରା ସେହି ଅଞ୍ଚଳର ବାୟୁକୁ ଉତ୍ତପ୍ତ କରିଦିଏ  । ଉତ୍ତପ୍ତବାୟୁ ଉପରକୁ ଉଠେ  । ଏହାର ନିମ୍ନରେ ଲଘୁଚାପ ଅଞ୍ଚଳ ସୃଷ୍ଟିହୁଏ  । ଏହି ଲଘୁଚାପକୁ ମଧ୍ୟ Monsoonal କହନ୍ତି  । ଏହା ପଶ୍ଚିମରେ ଜୈସାଲମେର ଏବଂ ପୂର୍ବରେ ଓଡିଶାର ବାଲେଶ୍ଵର ମଧ୍ୟରେ କେନ୍ଦ୍ରୀଭୂତ ହୋଇ ରହିଥାଏ  । ଅନ୍ୟଦିଗରେ ଦେଖିବାକୁ ଗଲେ ଭାରତ ମହାସାଗର ଉପରେ ଲଘୁଚାପ ରହିଥାଏ  । କାରଣ ଭୂଭାଗ ଅପେକ୍ଷା ଜଳ ଉତ୍ତପ୍ତ ହେବାକୁ ଅଧିକ ସମୟ ଦରକାର କରେ  । ଏଣୁ ସମୁଦ୍ର ଉପରେ ଗୋଟିଏ ସମ୍ପର୍କିତ ଗୁରୁଚାପ ଅଞ୍ଚଳ ସୃଷ୍ଟି ହୁଏ  ।

ଏହିପରି ଭାରତ ମହାସାଗର ଏବଂ ଭାରତରେ ଉତ୍ତର କେନ୍ଦ୍ର ସମତଳ ଅଞ୍ଚଳ ମଧ୍ୟରେ ତାପ ଏବଂ ଚାପ ମଧ୍ୟରେ ପାର୍ଥକ୍ୟ ଦେଖାଯାଇଥାଏ  । ଏହି ପାର୍ଥକ୍ୟ ଯୋଗୁଁ ସମୁଦ୍ରର ଗୁରୁଚାପ ଅଞ୍ଚଳରୁ ଉତ୍ତର ଭାରତ ଲଘୁଚାପ ଅଞ୍ଚଳକୁ ବାୟୁ ବହିବାକୁ ଆରମ୍ଭ କରିଥାଏ  । ଏହିପରି ଜୁନମାସ ମଧ୍ୟଭାଗକୁ ଭାରତ ମହାସାଗରର ବିଷୁବମଣ୍ଡଳୀୟ ଅଞ୍ଚଳକୁ ଭାରତ ଉପମହାଦେଶ ଅଞ୍ଚଳକୁ ସାଧାରଣତଃ ବାୟୁ ବହିଥାଏ  । ବାୟୁ ଦକ୍ଷିଣ ପଶ୍ଚିମ ଦିଗରୁ ଉତ୍ତର ପୂର୍ବ ଦିଗକୁ ପ୍ରବାହିତ ହୋଇଥାଏ  । ବାଣିଜ୍ୟ ବାୟୁର ଏହା ଠିକ୍ ବିପରୀତ ଦିଗରେ (ଉତ୍ତରପୂର୍ବରୁ ଦକ୍ଷିଣ ପଶ୍ଚିମ) ଭାରତରେ ଶୀତରୁତୁରେ ପ୍ରବାହିତ ହୁଏ  । ବାୟୁର ସମ୍ପୂର୍ଣ୍ଣ ଏହି ବିପରୀତ ଦିଗ ଉତ୍ତର ପୂର୍ବରୁ ଦକ୍ଷିଣ ପଶ୍ଚିମକୁ ପ୍ରବାହିତ ହେବାକୁ ମୌସୁମୀ ବାୟୁ କହନ୍ତି  । ଏହି ବାୟୁ ଉଷ୍ମ, ସମୁଦ୍ର ଉପରେ ସୃଷ୍ଟି ହୋଇଥାଏ  । ତେଣୁ ଏହା ପ୍ରଚୁର ଜଳୀୟବାଷ୍ପ ଧାରଣ କରନ୍ତି  । ଯେତେବେଳେ ଏହି ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଭାରତୀୟ ଉପମହାଦେଶ ଉପର ଦେଇ ପ୍ରବାହିତ ହୁଏ ଭାରତର ଚାରିଆଡେ ବିସ୍ତୃତ ଭାବରେ ବର୍ଷା କରାଇଥାଏ  । ସମୁଦାୟ ବୃଷ୍ଟିପାତରେ ୮୦% ରୁ ୯୦% ଜୁନଠାରୁ ସେପ୍ଟେମ୍ବର ଏହି ଚାରିମାସ ମଧ୍ୟରେ ଭାରତରେ ହୋଇଥାଏ  ।

ମୌସୁମୀ ବାୟୁର ଗୁଣ ଧର୍ମ

  1. ମୌସୁମୀ ବାୟୁ ଚିରନ୍ତନ ବାୟୁ ପ୍ରବାହ ନୁହେଁ  । ସେ ଅନିୟମିତ ଅଟେ  । ବିଭିନ୍ନ ବାୟୁମଣ୍ଡଳୀୟ ଅବସ୍ଥା ଏହାକୁ ପ୍ରଭାବିତ କରେ, ତାହା ଆଞ୍ଚଳିକ ଜଳବାୟୁଗତ ଅବସ୍ଥା  । ସମୟ – ସମୟରେ ମୌସୁମୀ ଶୀଘ୍ର ଆସେ ଏବଂ ସମୟ ସମୟରେ ବିଳମ୍ବରେ ଆସେ  ।
  2. ମୌସୁମୀ ସମାନ ଭାବରେ ବାଣ୍ଟିହୁଏ ନାହିଁ  । କେରଳ, ପଶ୍ଚିମବଙ୍ଗ, ଓଡିଶାର ଉପକୂଳ ଅଞ୍ଚଳ ଅଧିକ ବର୍ଷା ପାଉଥିବାବେଳେ ମଧ୍ୟବର୍ତ୍ତୀ ଅଞ୍ଚଳ ହରିୟାଣା, ମଧ୍ୟପ୍ରଦେଶ କମ୍ ବର୍ଷା ପାଇଥାଏ  ।
  3. ଯେତେବେଳେ ମୌସୁମୀ ପହଞ୍ଚେ ଏହା ଅଧିକ ବୃଷ୍ଟି କରାଏ ଏବଂ କେତେଦିନ ପର୍ଯ୍ୟନ୍ତ ବୃଷ୍ଟିପାତ ଲାଗି ରହିଥାଏ  । ଏହାକୁ ମୌସୁମୀର ପାଗଳାମୀ କୁହାଯାଏ  । ଏହା ପ୍ରଧାନତଃ କେରଳ ଉପକୂଳରେ ହୋଇଥାଏ  ଯେଉଁଠାରେ କି ସେ ପ୍ରଥମେ ପହଞ୍ଚେ  ।

ଋତୁଚକ୍ର

ଭୌଗଳିକ ଅବସ୍ଥିତି ଯୋଗୁଁ ଆମଦେଶ ଭାରତରେ ବିଭିନ୍ନ ଋତୁ ଅନୁଭୂତ ହୁଏ  । ବର୍ତ୍ତମାନ ତୁମ୍ଭେମାନେ ଭାରତର ଋତୁ ସମ୍ବନ୍ଧରେ ଜାଣିବ ଏବଂ ସେମାନଙ୍କର ଅସାଧାରଣ ଅସ୍ତିତ୍ଵ ସମ୍ବନ୍ଧରେ ମଧ୍ୟ ଆମ ଦେଶରେ ଚାରିଗୋଟି ଋତୁ ଅନୁଭୂତ ହୁଏ  ।

  • ଶୀତରୁତୁ (ଡିସେମ୍ବରରୁ ଫେବୃୟାରୀ)
  • ଗ୍ରୀଷ୍ମଋତୁ (ମାର୍ଚ୍ଚରୁ ମେ)
  • ବର୍ଷାଋତୁ (ଜୁନ ଠାରୁ ସେପ୍ଟେମ୍ବର)
  • ଶରତ ଋତୁ (ଅକ୍ଟୋବର ଏବଂ ନଭେମ୍ବର)

ଶୀତରୁତୁ : ଶୀତରୁତୁର ଅବଧି ଡିସେମ୍ବର ଠାରୁ ଫେବୃୟାରୀ ପର୍ଯ୍ୟନ୍ତ ଅଟେ  । ଦକ୍ଷିଣରୁ ଉତ୍ତରକୁ ତାପମାତ୍ରା କମି କମି ଯାଏ  । ଡିସେମ୍ବର ଏବଂ ଜାନୁଆରୀ ଶୀତଳତମ ମାସ ଅଟେ  । ଉତ୍ତରରେ ହାରାହାରି ତାପ ( ରୁ  ସେଣ୍ଟିଗ୍ରେଡ) ଏବଂ ଦକ୍ଷିଣରେ ହାରାହାରି ତାପ ( ସେଣ୍ଟିଗ୍ରେଡ) ଅଟେ  । ଉତ୍ତର ଏବଂ ଉତ୍ତର ପଶ୍ଚିମ ଭାରତରେ ତୁଷାରପାତ ସାଧାରଣ କଥା  । ପଶ୍ଚିମସ୍ଥ ବିଶୃଙ୍ଖଳା ଯୋଗୁଁ ଏହି ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟିପାତ ହୋଇଥାଏ  । ହିମାଳୟର ଉଚ୍ଚ ଢାଲୁରେ ବରଫପାତ ହୁଏ  । ଶୀତରୁତୁ ମଧ୍ୟରେ ଉତ୍ତର-ପୂର୍ବ ବାଣିଜ୍ୟ ବାୟୁ ଭାରତ ଉପରେ ପ୍ରବାହିତ ହୁଏ  । ସେଗୁଡିକ ଭୂଭାଗରୁ ସମୁଦ୍ରକୁ ବହିଥାଏ  । ଏଣୁ ଦେଶର ଅଧିକାଂଶ ଅଞ୍ଚଳରେ ଏହା ଶୁଷ୍କଋତୁ ଅଟେ  । ଏହି ବାୟୁ ଯୋଗୁଁ ତାମିଲନାଡୁ ଉପକୂଳ ଶୀତରୁତୁର୍ରେ ବର୍ଷା ହୋଇଥାଏ  । ଉତ୍ତରପୂର୍ବ ବାଣିଜ୍ୟ ବାୟୁର ଗୋଟିଏ ଅଂଶ ବଙ୍ଗୋପସାଗର ଉପର ଦେଇ ପ୍ରବାହିତ ହୁଏ  । ସେ ଜଳୀୟବାଷ୍ପ ସଂଗ୍ରହ କରେ ଯାହାକି ବୃଷ୍ଟିପାତ କରାଏ  । ଯେତେବେଳେ ଉପକୂଳ ତାମିଲନାଡୁରେ ବର୍ଷା ହେଉଥାଏ ସେତେବେଳେ ଦେଶର ବାକି ଅଂଶରେ ପାଗ ଶୁଖିଲା ରହିଥାଏ  । ଦେଶର ଉତ୍ତର ଭାଗରେ ଆକାଶ ନିର୍ମଲା ଥାଏ କମ୍ ଉତ୍ତାପ ଓ କମ୍ ଆର୍ଦ୍ରତା ଅନୁଭୂତ ହୁଏ  । ରବି ଫସଲ ଉତ୍ପାଦନ ପାଇଁ ଶୀତଦିନର ବର୍ଷାର ଗୁରୁତ୍ଵ ଅଧିକ ଅଟେ  ।

ଗ୍ରୀଷ୍ମରୁତୁ : ଫେବୃୟାରୀ ମାସ ଶେଷରେ ଉତ୍ତାପ ବଢିବାକୁ ଲାଗେ  । ତେଣୁ ମାର୍ଚ୍ଚମାସରୁ ମେ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମଋତୁ ଅଟେ  । ସମତଳ ଅଞ୍ଚଳରେ, ଭାରତର ପଶ୍ଚିମାଂଶରେ ଏବଂ ଉପଦ୍ଵୀପର ମଧ୍ୟଭାଗରେ ଉଚ୍ଚ ତାପମାତ୍ରା ଅନୁଭୂତ ହୁଏ  । ଏଣୁ ଉତ୍ତରସ୍ଥ ସମତଳ ଭୂମିରେ ଲଘୁଚାପ ସୃଷ୍ଟି ହୁଏ ଯାହାଜ Monsoonal trough କହନ୍ତି  । ଯାହାକି ପଶ୍ଚିମ ରାଜସ୍ଥାନର ଜୈସାଳମେର ଠାରୁ ପୁର୍ବରେ ଝାଡଖଣ୍ଡ ଏବଂ ଓଡିଶାର କେତେ ଅଂଶ ପର୍ଯ୍ୟନ୍ତ ବିସ୍ତୃତ ହୋଇଥାଏ  । ଅଥଚ ଭାରତ ମହାସାଗର ଉପରେ ବିଷୁବ ରେଖାର ଦକ୍ଷିଣରେ ଏହି ଋତୁର ବଳୟ ସୃଷ୍ଟି ହୁଏ  । ଉତ୍ତର ପଶ୍ଚିମ ଭାରତରେ, ପ୍ରତିଦିନ ଅପରାହ୍ନରେ ଧୂଳିଝଡ ସାଧାରଣ କଥା ଅଟେ । ତାକୁ ସ୍ଥାନୀୟ ଭାବରେ ‘ଲୁ’ କହନ୍ତି  । ଏହି ଗରମ ପବନ ପ୍ରଭାବରେ ଅଂଶୁଘାତ ହୋଇଥାଏ  । ଏହି ଋତୁ ବିଜୁଳି, ଘଡଘଡି ସହିତ ଝଡ, ବାତ୍ୟା, ଭୀଷଣ ବର୍ଷା କୁଆପଥର ବର୍ଷା ପାଇଁ ଖ୍ୟାତ ଅଟେ  । ପଶ୍ଚିମବଙ୍ଗରେ ଏହି ଝଡକୁ କାଳବୈଶାଖୀ କହନ୍ତି  । ଗ୍ରୀଷ୍ମଋତୁର ଶେଷଭାଗରେ ପ୍ରାକ୍ ନୌଶୁଣି ବର୍ଷା ସାଧାରଣ କଥା ଅଟେ  । ଖାସକରି କେରଳ ଏବଂ କର୍ଣ୍ଣାଟକ ରାଜ୍ୟରେ ଏହି ବର୍ଷା ଆମ୍ବ ପାଚିବାରେ ସାହାଯ୍ୟ କରେ ବୋଲି ଏହାକୁ ଆମ୍ବ-ବର୍ଷା ବୋଲି କହନ୍ତି  ।

ବର୍ଷାଋତୁ : ଗ୍ରୀଷ୍ମଋତୁର ଦଗ୍ଧିଭୂତ ତାପରେ ଲୋକେ ବ୍ୟସ୍ତହୋଇ ବ୍ୟଗ୍ରତା ସହିତ ବର୍ଷାକୁ ଅପେକ୍ଷା କରିଥାନ୍ତି ଯାହାକି ସେମାନଙ୍କୁ ମୁକ୍ତି ଦେଇପାରିବ  । କୃଷକ ବର୍ଷାକୁ ଅପେକ୍ଷା କରନ୍ତି, ତେଣୁ ଖରିଫ ଫସଲ ପାଇଁ ସେମାନେ କ୍ଷେତ୍ର ପ୍ରସ୍ତୁତ କରିବେ  । ଜୁନ୍ ଠାରୁ ସେପ୍ଟେମ୍ବର Advancing monsoon ଋତୁର ମାସ ଅଟନ୍ତି  । ମେ ମାସ ଶେଷବେଳକୁ ମୌସୁମୀ ଉତ୍ତର ଭାରତ ଆଡକୁ ଆକୃଷ୍ଟ ହୁଏ, କାରଣ ଏହି ଅଞ୍ଚଳରେ ତାପମାତ୍ରା ଅଧିକ ହୋଇଥାଏ  । ଏହି ଋତୁରେ ବାୟୁରେ ବାୟୁର ଦିଗ ସାଧାରଣତଃ ଦକ୍ଷିଣ ପଶ୍ଚିମରୁ ଉତ୍ତର ପୂର୍ବକୁ ହୋଇଥାଏ  । ଏହି ବାୟୁ ଶକ୍ତିଶାଳୀ ଏବଂ ଏହାର ଘଣ୍ଟାପ୍ରତି ହାରାହାରି ବେଗ ୩୦ କି.ମି. ଅଟେ  । ଏହି ଜଳୀୟବାଷ୍ପପୂର୍ଣ୍ଣ ବାୟୁ ମେ ମାସ ପ୍ରଥମ ସପ୍ତାହରେ ପ୍ରଥମେ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜକୁ ଛୁଏଁ  । ଜୁନମାସ ପ୍ରଥମ ସପ୍ତାହରେ କେରଳ ଉପକୂଳରେ ବିଜୁଳି ଘଡଘଡି ସହ ବର୍ଷା କରାଏ  । ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ଭାରତ ମଧ୍ୟକୁ ପ୍ରବେଶକରି ଏହାର ପାଣିପାଗରେ ବିରାଟ ପରିବର୍ତ୍ତନ ଆଣେ  । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁଇଟି ଶାଖା ଆରବସାଗରୀୟ ଏବଂ ବଙ୍ଗୋପସାଗରୀୟ ଶାଖାର ରୂପ ନିଏ  ।

ଆରବସାଗରୀୟ ଶାଖା ପଶ୍ଚିମଘାଟର ପଶ୍ଚିମ ପାର୍ଶ୍ଵରେ ବାଧାହୋଇ ପ୍ରଚୁର ପରିମାଣରେ ବୃଷ୍ଟି କରାଇଥାଏ  । ଏହା ମୁମ୍ବାଇରେ ଜୁନ ମାସ ୧୦ ତାରିଖରେ ପହଞ୍ଚେ ଯେତେବେଳେ ଏହି ଶାଖା ପଶ୍ଚିମଘାତକୁ ଅତିକ୍ରମ କରି ଦାକ୍ଷିଣାତ୍ୟ ମାଳଭୂମି ଏବଂ ମଧ୍ୟପ୍ରଦେଶର କେତେକ ଅଂଶରେ ପ୍ରବେଶ କରେ  । ଏହା କମ୍ ବୃଷ୍ଟି କରାଇଥାଏ  । କାରଣ ଏହା ବୃଷ୍ଟିଛାୟା ଅଞ୍ଚଳ ଅଟେ  । ତାହାପରେ ଏହି ଶାଖା ଜୁନମାସ ୨୦ ତାରିଖରେ ଉତ୍ତରସ୍ଥିତ ସମତଳ ଭୂମିରେ ପ୍ରବେଶ କରେ  ।

ମୌସୁମୀ ବାୟୁ  ଯାହାକି ବଂଗୋପସାଗରରୁ ଗତିକରେ, ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ, ଉତ୍ତରପୂର୍ବ ରାଜ୍ୟ ସମୂହ ଏବଂ ପଶ୍ଚିମବଙ୍ଗର ଉପକୂଳ ଅଞ୍ଚଳକୁ ଛୁଇଁ ଜୁଲାଇମାସ ୧୫ ତାରିଖ ସୁଦ୍ଧା ସମୁଦାୟ ଭାରତ ଉପରେ ଆଚ୍ଛାଦିତ ହୋଇଯାଏ ଏବଂ ଏହା ଭୀଷଣ ବର୍ଷା କରାଏ  । ଯେତେବେଳେ ଏହା ପଶ୍ଚିମକୁ ଉତ୍ତରସ୍ଥ ସମତଳ ଭୂମି ଉପରଦେଇ ଗତିକରେ, ବର୍ଷାର ପରିମାଣ କମିଯାଏ  । ଉଦାହରଣ କୋଲକାତାରେ ୧୨୦ ସେ.ମି. ଆହ୍ଲାବାଦରେ ୯୧ ସେ.ମି. ଏବଂ ଦିଲ୍ଲୀରେ ୫୬ ସେ.ମି. ବୃଷ୍ଟିପାତ ହୁଏ  । ଏଠାରେ ବର୍ଷା କେତେଦିନ ପର୍ଯ୍ୟନ୍ତ ଲାଗି ରହିବାର ତୁମେ ଦେଖିବ ନାହିଁ  । ମୌସୁମୀ ବର୍ଷିବାକୁ ଆଗେଇ ଆସେ ଏବଂ ଶୁଷ୍କତା ମଧ୍ୟରେ ଆର୍ଦ୍ରତା ସୃଷ୍ଟି କରେ  । ଯେହେତୁ ମୌସୁମୀ ଉତ୍ତପ୍ତ ଏବଂ ଶୁଷ୍କ ଋତୁପରେ ଆସେ  । ବର୍ଷା ତାପମାତ୍ରାକୁ କମାଇ ଦିଏ  । ଜୁନ ମଧ୍ୟଭାଗରୁ ଜୁଲାଇ ମଧ୍ୟଭାଗ ମଧ୍ୟରେ  ସେଣ୍ଟିଗ୍ରେଡରୁ  ସେଣ୍ଟିଗ୍ରେଡକୁ କମିଯିବାର ତୁମେ ଦେଖିପାରିବ  । ଏହି ସମୟରେ ଭାରତର ଅନେକ ଅଂଶରେ ବନ୍ୟା ସମସ୍ୟା ଦେଖାଯାଏ  । ଭୀଷଣ ବୃଷ୍ଟିପାତ ଯୋଗୁଁ ଏପରି ହୁଏ ଆହୁରି ମଧ୍ୟ ଆମର ଜଳ ସମ୍ପଦକୁ ଠିକ୍ ଭାବରେ ପରିଚାଳନାର ଅଭାବ ଥିବାରୁ, ଆହୁରି ମଧ୍ୟ ଏହି ଋତୁରେ ଅନେକ ଅଞ୍ଚଳରେ ମରୁଡି ଅନୁଭୂତ ହୁଏ  ।

ଶରତ ଋତୁ (ମୌସୁମୀ ପ୍ରତ୍ୟାବର୍ତ୍ତନ କାଳ) : ଅକ୍ଟୋବର ଏବଂ ନଭେମ୍ବର ଏହି ଦୁଇମାସ ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀର ସମୟ ଅଟେ  । ଉତ୍ତର ଭାରତରେ ସେପ୍ଟେମ୍ବର – ଅକ୍ଟୋବର ମାସରେ ତାପମାତ୍ରା କମିବାକୁ ଆରମ୍ଭ କରେ  । ଭାରତର ଉତ୍ତର-ପଶ୍ଚିମ ଭାଗରେ ମୌସୁମୀ ପ୍ରବାହ ଦୁର୍ବଳ ହୋଇପଡେ  । ଏହା କ୍ରମେ ଗୁରୁଚାପରେ ପରିବର୍ତ୍ତିତ ହୁଏ  । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଯାଇ ନଭେମ୍ବର ମାସସୁଦ୍ଧା ଉତ୍ତର ଭାରତ ସମତଳ ଅଞ୍ଚଳରୁ ଫେରିବାକୁ ଆରମ୍ଭ କରେ  । ଅକ୍ଟୋବର ମାସରେ ପାଗ ଉଷ୍ମ ଓ ଆର୍ଦ୍ର ରହେ କାରଣ ଉଚ୍ଚ ତାପମାତ୍ରା ଏବଂ ଆର୍ଦ୍ରଭୂମି ଅକ୍ଟୋବର ମାସରେ ରହିଥିବାରୁ ଏହି ସମୟରେ ଉତ୍ତରସ୍ଥ ସମତଳ ଭୂମିରେ ଉଷ୍ମ, ଆର୍ଦ୍ରପାଗ କଷ୍ଟଦାୟକ ହୋଇଥାଏ  । ଏହାକୁ ସାଧାରଣ ଭାବରେ October heat କହନ୍ତି  । ଯାହାହେଉ ଅକ୍ଟୋବର ଶେଷ ଭାଗରେ ତାପମାତ୍ରା କମିବାକୁ ଲାଗେ ଏବଂ ରାତ୍ରି ଆରାମଦାୟକ ହୁଏ  । ଏହା ମଧ୍ୟ ଝଡବାତ୍ୟାର ସମୟ ଯାହାକି ବଙ୍ଗୋପସାଗରରେ ଦେଖାଦିଏ, କାରଣ ଉତ୍ତର ଭାରତର ଲଘୁଚାପ ଏହି ଅଞ୍ଚଳକୁ ଘୁଞ୍ଚିଯାଏ  । ଏହି ଝଡ ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁର ଉପକୂଳ ଅଞ୍ଚଳରେ ବିଶେଷକରି ମହାନଦୀ, ଗୋଦାବରୀ ଏବଂ କୃଷ୍ଣାର ତ୍ରିକୋଣ ଭୂମି ଅଞ୍ଚଳରେ ଆତଙ୍କ ସୃଷ୍ଟି କରେ  ।

ବୃଷ୍ଟିପାତର ବଣ୍ଟନ

ବର୍ଷକ ମଧ୍ୟରେ ନିର୍ଦ୍ଧିଷ୍ଟ ସମୟରେ ଭାରତରେ ବୃଷ୍ଟିପାତର ବଣ୍ଟନ ଅସମାନ ହୋଇଥାଏ  । ଯଦି ଆମେ ଉତ୍ତରସ୍ଥ ସମତଳ ଭୂମି ଦେଇ ପୂର୍ବରୁ ପଶ୍ଚିମକୁ ଗତି କରିବା ଆମେ ଦେଖିବା ଯେ, ଭାରତରେ ବୃଷ୍ଟିପାତ କମୁଛି  । ଭାରତର ଉପଦ୍ଵୀପ ଅଞ୍ଚଳରେ ଉପକୂଳ ଅଞ୍ଚଳ ଅପେକ୍ଷା ଆଭ୍ୟନ୍ତରୀଣ ଅଞ୍ଚଳରେ ବୃଷ୍ଟିପାତ କମ୍ ହୋଇଥାଏ  । ଉତ୍ତରପୂର୍ବ ଭାରତରେ ଉଚ୍ଚତା ବୃଷ୍ଟିପାତ ବଢିଥାଏ  । ବୃଷ୍ଟିପାତ ବଣ୍ଟନରେ ଭାରତ ଏକ ଅଦ୍ଵିତୀୟ ଉଦାହରଣ, ପୃଥିବୀର ବୃଷ୍ଟିବହୁଳ ଏବଂ ବୃଷ୍ଟିବିରଳ ଅଞ୍ଚଳ ଭାରତରେ ହିନ ରହିଅଛି । ତୁମେ ଭାବିପାରୁଛ କାହିଁକି ? ଭାରତରେ ବୃଷ୍ଟିପାତର ସ୍ଥାନୀୟ ତାରତମ୍ୟ ନିମ୍ନଲିଖିତ ଶିରୋଲେଖାରେ ଦେଖାଯାଇପାରେ  ।

  • ଅତ୍ୟଧିକ ବୃଷ୍ଟିପାତ ଅଞ୍ଚଳ (୨୦୦ ସେ.ମି. ରୁ ଅଧିକ) ଭାରତର ପଶ୍ଚିମ ଉପକୂଳ, ଉତ୍ତର – ପୂର୍ବ ଭାରତର ଉପହିମାଳୟ ଅଞ୍ଚଳ ଏବଂ ମେଘାଳୟ ରାଜ୍ୟର ଗାରେ, ଖାସି ଓ ଜୟନ୍ତିଆ ପାହାଡିଆ ଅଞ୍ଚଳରେ ଅତ୍ୟଧିକ ବୃଷ୍ଟିପାତ ହୁଏ  ।
  • ମଧ୍ୟମ ଧରଣର ବୃଷ୍ଟିପାତ (୧୦୦ ସେ.ମି. ରୁ ୨୦୦ ସେ.ମି.) ପଶ୍ଚିମଘାଟର କେତେକ ଅଞ୍ଚଳ, ପଶ୍ଚିମବଙ୍ଗ, ଓଡିଶା ଏବଂ ବିହାର ଆହୁରି ଅନେକ ରାଜ୍ୟରେ ୧୦୦ ରୁ ୨୦୦ ସେ.ମି. ବର୍ଷା ହୋଇଥାଏ  ।
  • କମ୍ ବୃଷ୍ଟିପାତ ଅଞ୍ଚଳ (୬୦ ରୁ ୧୦୦ ସେ.ମି.) ଉତ୍ତର ପ୍ରଦେଶର କେତେକ ଅଞ୍ଚଳ, ରାଜସ୍ଥାନ, ଦାକ୍ଷିଣାତ୍ୟ ମାଳଭୂମିର ଆଭ୍ୟନ୍ତରିଣ ଅଞ୍ଚଳ କମ୍ ବୃଷ୍ଟିପାତ ହୋଇଥାଏ  ।
  • ବୃଷ୍ଟିବିରଳ ଅଞ୍ଚଳ (୬୦ ସେ.ମି.ରୁ କମ୍) : ଗୁଜୁରାଟ ଓ ରାଜସ୍ଥାନର ପଶ୍ଚିମପାର୍ଶ୍ଵ, ଲାଦାଖ, ଦକ୍ଷିଣ କେନ୍ଦ୍ରାଞ୍ଚଳ ବାର୍ଷିକ ୨୦ ସେ.ମି. ବର୍ଷା ପାଇନଥାଏ, ତେଣୁ ଏଗୁଡିକ ବୃଷ୍ଟି ବିରଳ ଅଞ୍ଚଳ ଅଟେ ।

ସାମାଜିକ ସାଂସ୍କୃତିକ ଜୀବନ

ଆମ ମନରେ ଦ୍ଵିତୀୟ ପ୍ରଶ୍ନବାଚୀଉଠୁଛି ଯେ ଋତୁ ଏବଂ ଆମ ଜୀବନ ମଧ୍ୟରେ ସମ୍ପର୍କ କ’ଣ ? ସେମାନେ ଆମ ଜୀବନଚର୍ଯ୍ୟାକୁ ପ୍ରଭାବିତ କରୁଚ୍ଚାନ୍ତି ଏହା କ’ଣ ଏତେ ଗୁରୁତ୍ୱପୂର୍ଣ୍ଣ ? ଏହାର ଉତ୍ତର ହଁ, ସେମାନେ ଆମର ସାମାଜିକ ଏବଂ ସାଂସ୍କୃତିକ ଜୀବନକୁ ପ୍ରଭାବିତ କରନ୍ତି, ଭାରତ ଗୋଟିଏ କୃଷିପ୍ରଧାନ ଦେଶ ହୋଇଥିବାରୁ କୃଷିର ପ୍ରଧାନ ଆର୍ଥିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଋତୁଚକ୍ର ଉପରେ ନିର୍ଭର କରେ  । ଖରିଫ ଫସଲ ପାଇଁ ବର୍ଷାଋତୁ ଏବଂ ଅମଳପାଇଁ ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀ ଋତୁ ଆବଶ୍ୟକ ଅଟେ  । ରବିଚାଷ ଶୀତଋତୁରେ ହୋଇଥାଏ  । ଜେଦଚାଷ ଶୀତଋତୁ ଶେଷଭାଗରେ ହୁଏ  । ଆମ ଦେଶ ଭଳି କୌଣସି ଜାତିର ଆର୍ଥିକ ପ୍ରଗତିର ପ୍ରତିବନ୍ଧକ ହେଉଛି ବନ୍ୟା ଏବଂ ମରୁଡି ଆମ ଦେଶରେ କୃଷିଭିତ୍ତିକ ଅର୍ଥନୀତି ପ୍ରଚଳିତ ଅଟେ  ।

ଆମର ସମସ୍ତ କାର୍ଯ୍ୟକଳାପ ଋତୁ ସହିତ ଜଡିତ  । ଶୀତଋତୁ ଆସିବାରୁ ଦିନଛୋଟ ହୋଇଯାଏ  । ଆମେ ଗରମ ପୋଷାକ କିଣିବା ଆରମ୍ଭ କରୁ  । ଆମ ଖାଦ୍ୟରେ ଚିନାବାଦାମ, ବାଦାମ ଏବଂ ତାପଉତ୍ପାଦକ ଖାଦ୍ୟର ଗୁରୁତ୍ଵ ବଢିଯାଏ,ଥଣ୍ଡା ପାଗ ସତ୍ତ୍ୱେ ଲୋକମାନେ ଅନେକ ପର୍ବ ପାଳନ କରନ୍ତି, ଅନେକ ରାଜ୍ୟରେ ମକର ସଙ୍କରାନ୍ତି ପାଳନ କରନ୍ତି  । ବସନ୍ତ ପଞ୍ଚମୀକୁ ଫେବୃୟାରୀରେ ପାଳନ କରାଯାଏ  । ଯେଉଁଥିରେକି ଲୋକେ ଭଲ ଫସଲ ଫଳିବା ପାଇଁ ପ୍ରାର୍ଥନା କରନ୍ତି  । ଗ୍ରୀଷ୍ମଋତୁ ଅତ୍ୟନ୍ତ ଶୁଷ୍କଋତୁ ଅଟେ  । କିନ୍ତୁ ଏହା ଆମକୁ ରସୁଆଳ ଫଳ, ଆଇଷକ୍ରିମ ଏବଂ ବିଭିନ୍ନ ପ୍ରକାର ପାନୀଯ କଥା ମନେ ପକାଇଦିଏ  । ଏହି ଋତୁରେ କ’ଣ ସବୁ ଫଳ ମିଳେ  ? ହୋଲି ଏବଂ ବୈଶାଖୀ ଏହି ଋତୁର ପ୍ରଧାନ ପର୍ବ ଅଟେ । ଗ୍ରୀଷ୍ମଋତୁର ଶେଷଭାଗରେ କୃଶକମାନେ ସେମାନଙ୍କର କ୍ଷେତ ପ୍ରସ୍ତୁତ କରନ୍ତି  । ତେଣୁ ସେମାନେ ବର୍ଷାକୁ ସ୍ଵାଗତ ଜଣାନ୍ତି  । ଏହି ସମୟରେ କେରଳର ଲୋକମାନେ ଓନମ୍ ଯାହାକି ସେମାନଙ୍କର କୃଷି ସହିତ ସମ୍ପୃକ୍ତ ପର୍ବ ପାଳନ କରନ୍ତି  । ମୌସୁମୀ ପରବର୍ତ୍ତୀ ସମାୟା ହେଉଛି ଅମଳ ସମୟ  । ଏହି ସମୟରେ ଭାରତ ଚାରିଆଡେ ଦଶହରା, ଦୁର୍ଗାପୂଜା, ଦିୱାଲି ପାଳନ କରାଯାଏ  ।

ପୃଥିବୀ ପର୍ଯ୍ୟାବରଣ ପରିବର୍ତ୍ତନର ଭାରତ ଜଳବାୟୁ ଉପରେ ପ୍ରଭାବ

ଏହି ବିଷୟକୁ ପଢିବା ପରେ ତୁମେ ବୁଝି ଯାଇଥିବ ଯେ ଭାରତ ଅଧିକ ଭାଗ୍ୟବାନ ଯାହାର ଗ୍ରୀଷ୍ମ, ଶୀତ, ବସନ୍ତ ଓ ବର୍ଷା ଏହିପରି ଚାରିଗୋଟି ଋତୁ ରହିଅଛି  । ଯାହାହେଉ ବର୍ତ୍ତମାନ ଦିନମାନଙ୍କରେ ଋତୁ ଚକ୍ରରେ ବାଧାସୃଷ୍ଟି ହେବାର ଯେ କେହି ଜାଣିପାରୁଛନ୍ତି  । ଏହା ପୃଥିବୀର ଉଷ୍ମତା ବୃଦ୍ଧି ଯୋଗୁଁ ହେଉଅଛି  । ଏହା ବର୍ତ୍ତମାନ ପୃଥିବୀର ଜ୍ଵଳନ୍ତ ଅଧ୍ୟାୟ ଅଟେ  । ଏହା ରାଜନୀତି, ସମାଜ ଓ ଅର୍ଥନୀତି ଉପରେ ବାଧାସୃଷ୍ଟି କରୁଛି  । ଏହା ଆମର ଜୀବନ, ଜୀବନଚର୍ଯ୍ୟାର ପ୍ରତ୍ୟକ କ୍ଷେତ୍ରକୁ ପ୍ରଭାବିତ କରୁଅଛି  । ପୃଥିବୀ ଉଷ୍ଣତା ବୃଦ୍ଧିର ଗଭୀର ପ୍ରଭାବ ପୃଥିବୀ ଜଳବାୟୁ ଉପରେ ପଡୁଛି  । ଭାରତ କିପରି ଏଥିରୁ ମୁକ୍ତ ରହିବ  । ତୁମେ ଏକଥା ଭାବନାହିଁ ଯେ ସମସ୍ତଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ  । ସମସ୍ତେ ଏହା ଜାଣିବା ଦରକାର ଏବଂ ଚିନ୍ତାକରି ଆମ୍ଭମାନଙ୍କ ମଧ୍ୟରୁ କିପରି ପ୍ରତ୍ୟକେ ଏହାକୁ କମାଇବାକୁ ସହଯୋଗ କରିବା  ।

ଆସ ବୁଝିବା ପୃଥିବୀ ତାପବୃଦ୍ଧି କ’ଣ  ? ବିଗତ ଦଶନ୍ଧି ମଧ୍ୟରେ ସହରୀକାରଣ, ଶିଳ୍ପସ୍ଥାପନ ଏବଂ ଜନସଂଖ୍ୟା ବୃଦ୍ଧି ଯୋଗୁଁ ବାୟୁମଣ୍ଡଳ ବିଷାକ୍ତ ହୋଇଯାଇଅଛି  । ମନୁଷ୍ୟର କାର୍ଯ୍ୟକଳାପ ଯୋଗୁଁ ବାୟୁମଣ୍ଡଳର କାର୍ବନଡାଇଅକ୍ସାଇଡ, କ୍ଲୋଡ଼ଓଫ୍ଲୋରୋ ଅନ୍ୟ ହାନିକାରକ ଗ୍ୟାସର ପରିମାଣ ବଢିଯାଇଅଛି  । ପ୍ରାୟ ସୂର୍ଯ୍ୟତାପର ୫୧% ଭାଗ ଭୂପୃଷ୍ଠ ଗ୍ରହଣ କରୁଛି ଯାହାକି ଏହାର ତାପକୁ ବୃଦ୍ଧିକରି ଦେଉଅଛି  । ତାପର ବାକି ଅଂଶ ପ୍ରତିଫଳିତ ହୋଇ ବାୟୁମଣ୍ଡଳକୁ ଫେରିଆସୁଛି  । ଏହା ତାପକୁ ବଢାଇ ଦେବାରେ ସାହାଯ୍ୟ କରୁଛି  । ବର୍ତ୍ତମାନ ବାୟୁମଣ୍ଡଳ କଳୁଷିତ ହେବା ଯୋଗୁଁ ପ୍ରତିଫଳିତ ତାପର କେତେ ଅଂଶ ଗ୍ରୀନହାଉସ ଗ୍ୟାସଦ୍ଵାରା ଅଟକିଯାଉଛି, ପ୍ରଧାନତଃ କାର୍ବନଡାଇଅକ୍ସାଇଡ ଭୂପୃଷ୍ଠର ତାପକୁ ବଢାଇଦିଏ  । ଏହାକୁ ଦେଖାଇବାକୁ ପ୍ରମାଣ ଅଛି ଯେ  ସ୍ତର ତଥାପି ବଢୁଅଛି  । U.N ଅଧୀନରେ GHGSକୁ କମାଇବାକୁ ଅନେକ ଦେଶ ଏକ ଚୁକ୍ତି ସ୍ଵାକ୍ଷରିତ କରିଛନ୍ତି  । ବର୍ତ୍ତମାନର ଆନ୍ତର୍ଜାତିକ ରାଜିନାମାଗୁଡିକ ଯଥେଷ୍ଟ ପରିମାଣରେ ଜଳବାୟୁରେ ତାତ୍ପର୍ଯ୍ୟପୂର୍ଣ୍ଣ ପରିବର୍ତ୍ତନ ଆଣିବାର ସଫଳ ହୋଇନାହିଁ  । ଆମେ ଭଲଭାବରେ ଜାଣିଛୁ ଯେ ୭୦% ଭାରତୀୟ କୃଷିର ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି  । ତାପମାତ୍ରାରେ ଯେକୌଣସି ପରିବର୍ତ୍ତନ କୃଷିକ୍ଷେତ୍ରରେ ବିପରୀତ ପ୍ରଭାବ ପକାଇବ  । ଏହା ଭାରତର ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ପକାଇବ  । ଏହି ଅଧ୍ୟାୟରେ ଅଧ୍ୟୟନ ପରେ ଆମ୍ଭେମାନେ ପରିଷ୍କାର ଭାବରେ ଦେଖିବା ଯେ, ମାନବର ଜୀବନଯାପନ ପ୍ରଣାଳୀରେ ଜଳବାୟୁର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଅଛି  । ଆମ ଖାଦ୍ୟ, ଆମ ପର୍ବପର୍ବାଣୀ ଆମ ଅର୍ଥନୀତି ଆଉ ସବୁକିଛି  । ଋତୁଚକ୍ର ସହିତ ଜଡିତ ଅଛି  । ଯଦି ଋତୁଗୁଡିକ ଅନୁକୂଳ ହୁଏ ମନୁଷ୍ୟର ଜୀବନ ସୁଖମୟ ଏବଂ ଆରାମଦାୟକ ହେବ  । ତେଣୁ ପାଗର ଅବସ୍ଥା କୃଷି, ସ୍ୱାସ୍ଥ୍ୟ, ପରିବହନ କ୍ଷେତ୍ରରେ ପ୍ରଭାବା ପକାଇଥାଏ  । ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ସମସ୍ତେ ସି.ଏଫ. ଅନ୍ୟ କ୍ଷତିକାରକ ଗ୍ୟାସକୁ କମାଇବା ପାଇଁ ଜୀବନଧାରଣ ପଦ୍ଧତିରେ କିଛି ପରିବର୍ତ୍ତନ ଆଣିବା  ।

ଆଧାର :ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ

3.42857142857
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top