ହୋମ / ଶକ୍ତି / ପରିବେଶ / ଜଳବାୟୁ ପରିବର୍ତ୍ତନ (ବାୟୁମଣ୍ଡଳ)
ସେଆର କରନ୍ତୁ

ଜଳବାୟୁ ପରିବର୍ତ୍ତନ (ବାୟୁମଣ୍ଡଳ)

ଜଳବାୟୁ ପରିବର୍ତ୍ତନ (ବାୟୁମଣ୍ଡଳ) ର ସୂଚନା

ବାୟୁ କଣ

(ଏକଥା ସମସ୍ତେ ସ୍ଵୀକାର କଲେଣି ଯେ ଆମ ଜଳବାୟୁରେ ପରିବର୍ତ୍ତନ ଘଟିଛି ଓ ଏଥିପାଇଁ ଅନେକ ପ୍ରାକୃତିକ ବିଭ୍ରାଟ ଘଟିଛି  । ଏଣୁ ଜଳବାୟୁ ପରିବର୍ତ୍ତନର ମୁଖ୍ୟ ଉପାଦାନଗୁଡିକୁ ବୁଝିବା ଏକାନ୍ତ ଆବଶ୍ୟକ )

ବାୟୁ ବିନା ମନୁଷ୍ୟ ବଞ୍ଚିବା ଅସମ୍ଭବ  । ଆମେ ଯାହା ପ୍ରଶ୍ଵାସରେ ଗ୍ରହଣ କରୁ ତାକୁ ହିଁ ବାୟୁ ବାଲି ଜାଣୁ  । ଏହି ଯେଉଁ ବାୟୁକୁ ଆମେ ପ୍ରଶ୍ଵାସରେ ଗ୍ରହଣ କରୁ ତାହା ଆମେ ବାଯୁମଣ୍ଡଳରୁ ପାଇଥାଉ ତାହାକୁ ଅକ୍ସିଜେନ ବା ଅମ୍ଳଜାନ ବୋଲି କୁହାଯାଏ  । ବାୟୁ ଆମ ଦେହରେ ବାଜିଲେ ଆମର ସ୍ପର୍ଶ ଶକ୍ତିଦ୍ଵାରା ଆମେ ତାହା ଥଣ୍ଡା କି ଗରମ ଜାଣିପାରୁ   । ଶୀତ ଦିନେ ଥଣ୍ଡା ଓ ଗରମ ଦିନେ ଗରମ ବାୟୁ ଆମେ ପାଇଥାଉ  । ପୃଥିବୀର ସ୍ଥଳଭାଗ ବା ଜଳଭାଗଠାରୁ ଆମେ ପ୍ରାୟ ୯୦୦ କିଲୋମିଟର ଉପରକୁ ଉଠିଗଲେ ବାୟୁମଣ୍ଡଳକୁ ଟପିଯାଉ ;  ତେଣୁ ସେଠାରେ ଆକ୍ସିଜେନ ବା ଅମ୍ଳଜାନ ଥଳୀର ଆବଶ୍ୟକତା ପଡେ  । ସେଥିପାଇଁ ମହାକାଶଚାରୀମାନେ ମହାକାଶକୁ ଯିବା ସମୟରେ ଅମ୍ଳଜାନଥଳୀ ସାଙ୍ଗରେ ନେଇ ଯାଇଥାଆନ୍ତି  । ଏହାଛଡା ବାଯୁମଣ୍ଡଳ ମଧ୍ୟରେ କେତେବେଳ କେମିତି ଠାଏ ଠାଏ  ବାୟୁ ଶୂନ୍ୟ ରହେ  । ସେଥିପାଇଁ ଉଡାଜାହାଜଟି ଉଡୁଥିବାବେଳେ ସେହି ଜାଗାକୁ ପଶି ଆସିଲେ ହଠାତ୍ ତଳକୁ ଖସିଆସେ  ଏବଂ ଯେଉଁଠାରେ ବାଯୁମଣ୍ଡଳ ଠାଏ ସେହିଠାରେ ପୁଣି ଉଡିବାକୁ ଆରମ୍ଭ କରେ  । ସେତେବେଳେ ଉଡାଜାହାଜଟି ତଳକୁ ଖସିପଡିଲା ପରି ମନେହୁଏ  । ଉଡାଜାହାଜରେ ବସି ଯାଉଥିବା ଯାତ୍ରୀମାନେ ସେ ସମୟରେ ଡରି ଯାଆନ୍ତି  ।

ମେଘା ବା ବର୍ଷା

ବାୟୁର କୌଣସି ଆକାର ନାହିଁ  । ନିୟମ ଅନୁସାରେ ଏହାର ପରିବର୍ତ୍ତନ ଲାଗିରହିଛି  । କେତେବେଳେ ଏହା ଥଣ୍ଡା ଓ କେତେବେଳେ ଏହା ଗରମ  । ବର୍ଷାଦିନେ ଏହାର ରୂପ ସମ୍ପୂର୍ଣ୍ଣ ଅଲଗା  । ଏହିଦିନେ ଆକାଶରେ ମେଘା ଘୋଟିଆସେ  । କେତେବେଳେ ଘଡଘଡି ସହ, କେତେବେଳେ କେବଳ ମୁଷଳ ଧାରାରେ ବର୍ଷା ହୁଏ  । ବର୍ଷା ହେବା ପୂର୍ବରୁ ବାଯୁମଣ୍ଡଳରେ ଅଧିକ ଜଳୀୟ ବାଷ୍ପ ଠାଏ  । ଏହା ଅଧିକ ଥଣ୍ଡା ହେଲେ ଜଳବିନ୍ଦୁରେ ପରିଣତ ହୋଇ ବର୍ଷା ହୋଇଥାଏ  । ପୃଥିବୀ ପାଇଁ ଏହାର ଆବଶ୍ୟକତା ବହୁତ ବେଶୀ  । କୃଷିକାର୍ଯ୍ୟ ବର୍ଷା ଉପରେ ନିର୍ଭର କରେ  ।

ବାତ୍ୟା ଓ ଝଡ ବତାସ

କୌଣସି ସ୍ଥାନର ବାୟୁ ଖୁବ୍ ଗରମ ହୋଇଗଲେ ତାହା ହାଲୁକା ହୋଇଯାଏ  । ଏହି ହାଲୁକା ବାୟୁ ଉଠିଯାଏ; ତେଣୁ ସେହି ସ୍ଥାନ ପୂରଣ କରିବା ପାଇଁ ଆଖପାଖ ଅଞ୍ଚଳରୁ ଖୁବ୍ ଜୋରରେ ବାୟୁ ସେଟାକୁ ମାଡିଆସେ  । ସେହି ସମୟରେ ଝଡ ବା ବାତ୍ୟାର ସୃଷ୍ଟି ହୋଇଥାଏ  । ଏହା କେତେବେଳେ ଧୀର ଆଉ କେତେବେଳେ ପ୍ରବଳ ରୂପ ଧରେ  । ଏହାଦ୍ଵାରା ବହୁ ଧାନ ଜୀବନ ନଷ୍ଟ ହୁଏ  ।

କୁହୁଡି

ଅନେକ ସମୟରେ ଶୀତଦିନେ କୁହୁଡି ପଡେ  । ସେ ସମୟରେ ରାସ୍ତାରେ ଯାନବାହାନ ଆଦି ଯିବା ଆସିବା କରିବା କଷ୍ଟକର ହୋଇପଡେ  । ସାମନାରେ ଆଠ, ଦଶ ହାତ ପରଠାରୁ ଆଦୌ କିଛି ଦେଖାଯାଏ  ନାହିଁ  । କେବଳ ଧୂଆଁଳିଆ ଜଣାପଡେ  । ଶୀତ ଦିନେ ବାୟୁ ଅଧିକ ଥଣ୍ଡା ରହେ  । ବାୟୁରେ ଥିବା ଜଳୀୟ ବାଷ୍ପ ଧୂଳିକଣା ସହ ମିଶି ଅଧିକ ଥଣ୍ଡା ହୋଇ ଖୁବ୍ ସାନ ସାନ ଜଳ ବିନ୍ଦୁରେ ପରିଣତ ହୁଏ  । ଏହି ଜଳବିନ୍ଦୁ ଧୂଳିକଣାରେ ଲାଗି ବାୟୁରେ ଭାସେ  । ସେ ସମୟରେ ଏହା ଧୂଆଁଳିଆ ଦିଶେ  । ଏହା ହେଉଛି କୁହୁଡି  ।

ଧୂଳିକଣା

ଜୋର ପବନ ବହିଲେ ଧୁଳି ରାସ୍ତାଘାଟରୁ ଉପରକୁ ଉଡିବୁଲେ  । ଏହା ବାଯୁମଣ୍ଡଳରେ ମିଶିଳା ପରେ ଧୂଳିକଣାର ସୃଷ୍ଟି ହୁଏ  । ଗୋଟିଏ ଅନ୍ଧାର ଘରେ ସୂର୍ଯ୍ୟକିରଣ ପଡିଲେ ଏହି ଧୂଳିକଣାଗୁଡିକ ଦେଖିବାକୁ ମିଳନ୍ତି  । ସଦାସର୍ବଦା ବାୟୁରେ ଅସଂଖ୍ୟ ଧୂଳିକଣା ପୂରି ରହିଛି  ।

“ବର୍ତ୍ତମାନର ପରିବେଶ ବ୍ୟବସ୍ଥା ଯେଉଁ ସ୍ତରକୁ ଆସିଛି ତାହା ଯଦି ଆଜିଠୁ ସଜଡା ନହୁଏ, ତେବେ ଭବିଷ୍ୟତ ଆଜିର ସଚେତନ ନାଗରିକମାନଙ୍କୁ ଦାୟୀ କରିବ  ।”

ସଂଗୃହୀତ – ପ୍ରଫେସର ପଦ୍ମଲୋଚନ ନାୟକ

2.875
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top