ହୋମ / ଶକ୍ତି / ପରିବେଶ / ପବନ ଦ୍ଵାରା ମୃତ୍ତିକା କ୍ଷୟ
ସେଆର କରନ୍ତୁ

ପବନ ଦ୍ଵାରା ମୃତ୍ତିକା କ୍ଷୟ

ପବନ ଦ୍ଵାରା ମୃତ୍ତିକା କ୍ଷୟ ର ସୂଚନା

ପବନ ଦ୍ଵାରା ମୃତ୍ତିକା କ୍ଷୟ

ପବନରେ  ମୃତ୍ତିକା   ଗୋଟିଏ   ଜାଗାରୁ   ଉଡିଯାଇ   ଅନ୍ୟ   ଜାଗାରେ  ପଡିଲେ  ଏହାକୁ   ପବନ  ଦ୍ଵାରା  ମୃତ୍ତିକା  କ୍ଷୟ  ବୋଲି   କୁହାଯାଏ   । ଜଳ  ଦ୍ଵାରା   ମୃତ୍ତିକା  କ୍ଷୟ   ତୁଳନାରେ   ପବନ  ଦ୍ଵାରା   ମୃତ୍ତିକା  କ୍ଷୟ  ବେଶି  ଆଖି  ଦୃଶିଆ ହୁଏନାହିଁ    ।କିନ୍ତୁ   ଅନେକ  ସମୟରେ   ଏହା  ମଧ୍ୟ   ଜଳଦ୍ଵାରା   ମୃତ୍ତିକା   କ୍ଷୟଠାରୁ   ଅଧିକ  ଭୟଙ୍କର  ଓ  କ୍ଷତିକାରକ  ହୋଇଥାଏ   । ବିଲ   ପଡିଆ  ରହିଲେ , ଚାଷ   ହୋଇ   ମାଟି   ଗୁଣ୍ଡା   ହୋଇ   ଧୂଳିଆ   ହୋଇଥିଲେ  ମାଟି  ପବନରେ   ସହଜରେ  ଉଡିଯାଏ   । ନଦୀ  ଓ  ସମୁଦ୍ର  କୁଳ   ବାଲିରେ   ଶୁଷ୍କ  ଓ   ମରୁଭୁମି   ଅଞ୍ଚଳରେ   ପବନ   ଦ୍ଵାରା   ମୃତ୍ତିକା   କ୍ଷୟ  ଅତ୍ୟନ୍ତ   ଭୟଙ୍କର  ମଧ୍ୟ   ହୋଇଥାଏ   । ମରୁଭୂମିରେ  ଏହାଦ୍ଵାରା ଅଧିକରୁ   ଅଧିକ  ଜମି  ମରୁଭୁମିରେ   ପରିଣତ   ହୋଇଥାଏ   ଏବଂ  ମରୁଭୁମିର   ପରିସର, ଆକାର ଓ  ପ୍ରକାର  ପରିବର୍ତ୍ତିତ   ହୋଇଥାଏ   । ଓଡିଶାରେ  ଗ୍ରୀଷ୍ମଋତୁରେ   ପବନ ଦ୍ଵାରା   ବେଶି   ମୃତ୍ତିକା  କ୍ଷୟ  ହୋଇନଥାଏ   ।  ଜମି  ଚାଷ   ହୋଇ  ରହିଥିବାରୁ   ଦକ୍ଷିଣା  ପବନ  ହେତୁ   ମୃତ୍ତିକା  କଣିକା  ଗୁଡିକ   ତୁହାକୁ  ତୁହା   ଉପରକୁ  ଉଠି  ଉଡିଯାଏ   । ସ୍ଥାନେ  ସ୍ଥାନେ   ଖଣ୍ଡିଆଭୁତ  ଓ  ବାଲିଝଡ  ସୃଷ୍ଟି   ହୋଇଥାଏ   । ଛୋଟ  ବଡ  ବାଲିହୁଙ୍କା   ବା  ବାଲିଗଦା   ସୃଷ୍ଟି   ହୋଇଯାଏ   । ମରୁଭୁମିରେ  ବାଲି  ଝାଡା  ପ୍ରାୟ  ସାଧାରଣ   କଥା   । ବାଲି  ଝାଡା  ହେତୁ   ଧନ  ଜୀବନ  କ୍ଷତି   ପରିମାଣ  ବେଳେ   ଖୁବ୍  ଭୟାନକ   ହୋଇଥାଏ  ।

ପବନ ଦ୍ଵାରା ମୃତ୍ତିକା କ୍ଷୟ ହୁଏ କିପରି ?

ମାଟି   ଗୁଣ୍ଡ   ହୋଇ  ଚୂନା  ହୋଇ   ଧୁଳିପରି   ହୋଇଗଲେ  ଦାନାଗୁଡିକରୁ   କଣିକାଗୁଡିକ  ଅଲଗା  ଅଲଗା   ହୋଇଯାଆନ୍ତି   । ଏହି  କଣିକାର  ଆକାର   ଅନୁସାରେ   ୩ଟି   ଅବସ୍ଥାରେ   କ୍ଷୟ   କ୍ରିୟା  ସମ୍ପାଦିତ   ହୋଇଥାଏ   ।

  1. ଉଲମ୍ଫନ
  2. ପବନ  ଦ୍ଵାରା  ଉଡିଯାଉଥିବା   ମୃତ୍ତିକାର   ଅନେକ  ଭାଗ   ପର୍ଯ୍ୟାୟ   କ୍ରମେ   ଥରକୁ   ଥର   ତଳୁ  ଉପର ଓ  ପୁଣି  ଉପରୁ  ତଳ   ହୋଇ  ସ୍ଥାନାନ୍ତରିତ   ହୋଇଥାଏ  । ଏହି  ପ୍ରକ୍ରିୟାକୁ   ଉଲମ୍ଫନ  କୁହାଯାଏ   । ଏଥିରେ   କଣିକାଗୁଡିକ   କୁଦାମାରି  କିଛି   ଉପରକୁ   ଯାଇ   ପବନରେ   କିଛି ଦୂର   ଉଡିଯାଇ  ପୁଣି  ତଳକୁ   ପଡନ୍ତି   । ମୃତ୍ତିକା   କଣିକା  ଉପରେ  ପବନର  ଚାପ   ପ୍ରତ୍ୟକ୍ଷ ଭାବରେ   ପଡିଲେ   ଉଲମ୍ଫନ  କ୍ରିୟା   ସୃଷ୍ଟି   ହୋଇଥାଏ   । ଏହି   ହେତୁ  କଣିକାଟି  ଉପରକୁ  ଉଠିଯାଇଥାଏ   । ଉଲମ୍ଫଣ ହେତୁ   ୦.୧ ରୁ ୦.୧୫  ମିଲିମିଟର   ବ୍ୟାସ   ବିଶିଷ୍ଟ   ମୃତ୍ତିକା   କଣିକା   ସ୍ଥାନାନ୍ତରିତ   ହୋଇଥାଏ   ।

  3. ନିଲମ୍ବନ
  4. ଉଲମ୍ଫନ  ହେତୁ  ଉପରକୁ  ଉଠି  ଯାଉଥିବା  କଣିକା  ଗୁଡିକ   ମଧ୍ୟରୁ  ଅତିକ୍ଷୁଦ୍ର ଓ   ହାଲୁକା   କଣିକା   ଗୁଡିକ  ଭୂମିର   ଉପର   ଭାଗରେ   ଝୁଲିବା   ଭଳି   ଭାସି   ବୁଲନ୍ତି   । ଏହି  କଣିକା   ଗୁଡିକର  ଗତି   ପବନର  ଗତି   ଓ  ବେଗ   ଉପରେ  ନିର୍ଭର   କରେ   । ଉପର  ସ୍ତରର   ବେଗ  ବେଶି  ହେଲେ   ଏହି   କଣିକା  ଗୁଡିକ  ବହୁତ ଦୂର  ଉଡିଯାଆନ୍ତି   ।

  5. ପୃଷ୍ଠ  ସର୍ପଣ
  6. କଣିକା  ଗୁଡିକର   ବ୍ୟାସ  ୦.୫ ରୁ  ୧.୦  ମିଲିମିଟର   ହେଲେ   ଏଗୁଡିକ   ଉଲମ୍ଫନ  ହେତୁ   ବେଶି   ଉପରକୁ   ଉଠି   ଯାଆନ୍ତି  ନାହିଁ   । କେବଳ  ମାଟି   ସ୍ତର   ଉପରେ  ଘଷି   ହୋଇ   ଗୁରୁଣ୍ଡି  ଗୁରୁଣ୍ଡି  ଚାଲିଲା   ଭଳି   ଗୋଟିଏ  ଜାଗାରୁ   ଆଉ  ଗୋଟିଏ   ଜାଗାକୁ   ଉଡିଯାଆନ୍ତି   । ଏହାକୁ  ପୃଷ୍ଠ  ସର୍ପଣ   ଗତି   କୁହାଯାଏ   । ପବନ  ଦ୍ଵାରା  କ୍ଷୟ   ହେଉଥିବା   ମୃତ୍ତିକାର  ୯୦ ଭାଗ   କଣିକା  ଭୂମି   ପତନର  ପ୍ରାୟ  ୩୦ ସେଣ୍ଟିମିଟର   ଉଚ୍ଚ  ଭିତରେ   ଏବଂ   ୫୦ ଭାଗ  ୫ ସେଣ୍ଟିମିଟର   ଉଚ୍ଚତା   ଭିତରେ  ଉଡିଯାଇଥାଆନ୍ତି   । ଏଣୁ  ଉଲମ୍ଫନ  ପ୍ରକ୍ରିୟା   ବନ୍ଦ  ବା  ହ୍ରାସ  କରାଗଲେ  ପବନ   ହେତୁ   ମୃତ୍ତିକା   କ୍ଷୟ  ଅବରୋଧ  କରାଯାଇ   ପାରିବ   ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

2.85714285714
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top