ହୋମ / ଶକ୍ତି / ପରିବେଶ / ପରିବହନ ଏବଂ ଯୋଗାଯୋଗ
ସେଆର କରନ୍ତୁ

ପରିବହନ ଏବଂ ଯୋଗାଯୋଗ

ପରିବହନ ଏବଂ ଯୋଗାଯୋଗ ର ସୂଚନା

ପରିବହନ ଓ ଯୋଗାଯୋଗ ଦେଶର ଜୀବନରେଖା ଅଟେ

ପରିବହନ ଓ ଯୋଗାଯୋଗର ମାଧ୍ୟମ ଆଜିକାଲି ଆମ ଜୀବନର ଏକ ଅଂଶ ହୋଇଯାଇଅଛି  । ତାହାର ବିନା ଆମ ଜୀବନ କିପରି ହେବ ତୁମେ ଅନୁମାନ କରିପାରୁଛ କି ? ଏବେ ଅନୁମାନ କର ଯଦି ତୁମେ ଦିନେ ଜାଣିବାକୁ ପାଇବ ଯେ ସମସ୍ତ ଆଧୁନିକ ପରିବହନ ଏବଂ ଯୋଗାଯୋଗର ମାଧ୍ୟମ ଇନ୍ଧନ ଅଭାବରୁ ବନ୍ଦ ହୋଇଯାଇଅଛି, ଆହୁରି ମଧ୍ୟ ତୁମେ ଆଗକୁ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛ ଅନୁମାନ କର  ।

ପରିବହନ ଯୋଗାଯୋଗର ଭୂମିକା

ଜିନିଷଗୁଡିକୁ ଉତ୍ପାଦିତ ହେଉଥିବା ଅଞ୍ଚଳରୁ ବ୍ୟବହୃତ ହେଉଥିବା ଅଞ୍ଚଳକୁ ବୋହିନେଇ ପରିବହନ ବ୍ୟବସ୍ଥା ବ୍ୟବସାୟ ବାଣିଜ୍ୟରେ ସୁବିଧା କରେ  । ବଳକା ଥିବା ଅଞ୍ଚଳରୁ ଜିନିଷଗୁଡିକୁ ନିଅଣ୍ଟ ଥିବା ଅଞ୍ଚଳକୁ ସ୍ଥାନାନ୍ତରିତ କରେ  । ପରିବହନ ସୁବିଧା ଦ୍ଵାରା ଲୋକେ କାର୍ଯ୍ୟ ଅନୁସନ୍ଧାନ ପାଇଁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାଇପାରୁଛନ୍ତି ।ଶିକ୍ଷା ଲାଭ ପାଇଁ, ଅତି ଜରୁରୀ କାମ ପାଇଁ ଅନ୍ୟ ସ୍ଥାନକୁ ଯାଇପାରୁଛନ୍ତି  । ପରିବହନ ପୃଥିବୀର ଘଟନା ଏବଂ ଗତିକୁ ଆମକୁ ଜଣାଇଥାଏ  । ଏହା ଲୋକମାନଙ୍କର ଜୀବନଶୈଳୀ ଏବଂ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆଣେ  ।

ସ୍ଥଳ ପରିବହନ

ସ୍ଥଳ ପରିବହନକୁ ଦୁଇ ଭାଗରେ ବିଭକ୍ତ କରାଯାଇଅଛି

  1. ସଡକ ପଥ
  2. ରେଳ ପଥ

ସଡକ ପଥ

ବର୍ତ୍ତମାନ କାଳର ପରିବହନ ବ୍ୟବସ୍ଥାରେ ପରିବର୍ତ୍ତ୍ନକୁ ତୁମେ ଅନୁମାନ କରିପାର  । ତୁମକୁ ୫୦୦ ମିଟର ଦୂରରେ ଥିବା ସାଙ୍ଗ ଘରକୁ ଯିବାକୁ ଅଛି, କୌଣସି ପରିଦର୍ଶକ କିମ୍ବା ସମ୍ପର୍କୀୟ ୨୦୦ କି.ମି.ରେ ରହୁଛନ୍ତି, ସେଟାକୁ ଯିବାକୁ ଅଛି  ।କୌଣସି ଗ୍ରାମୀଣ ବସ ଧରିବାକୁ ସହରକୁ ଯିବାକୁ ଅଛି  । ତେଣୁ ତୁମକୁ ସଡକ ପଥରେ ଯିବାକୁ ହେବ  । ତୁମେ ବର୍ତ୍ତମାନ ବୁଝିଯାଇଥିବ ଯେ ସଡକ ପଥ ସାଧାରଣ ଭାବରେ ବ୍ୟବହୃତ ହେଉଥିବାର ମାଧ୍ୟମ ଅଟେ  । ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ପାଇଁ ଏବଂ ଦେଶର ସାମାଜିକ ଆର୍ଥିକ ଅଭିବୃଦ୍ଧି ପାଇଁ ସଡକ ପଥର ଭୂମିକା ଗୁରୁତ୍ୱପୂର୍ଣ୍ଣ,

  • ସଡକପଥ ରିକ୍ସା, କାର, ସାଇକେଲ, ବସ, ସ୍କୁଟର ଏବଂ ଟ୍ରାକ୍ଟର ଦ୍ଵାରା ସେବା ଯୋଗାଇଥାଏ  ।
  • ଏହାର ନିର୍ମାଣରେ, ମରାମତି ଏବଂ ରକ୍ଷଣାବେକ୍ଷଣରେ ଅନ୍ୟ ପରିବହନ ବ୍ୟବସ୍ଥା ଅପେକ୍ଷା କମ୍ ଖର୍ଚ୍ଚ ଲାଗେ ।
  • ଏହା ଅଳ୍ପ କେତେ ଲୋକଙ୍କ ପାଇଁ ଶସ୍ତା ଏବଂ ସୁବିଧାଜନକ ପରିବହନ ବ୍ୟବସ୍ଥା ଏହା ଦ୍ଵାରା ନିକଟବର୍ତ୍ତୀ ସ୍ଥାନକୁ ଅଳ୍ପ ଜିନିଷ ପଠାଯାଇ ପାରୁଅଛି  ।
  • ସଡକ ପଥ ଦେଇ ଆମେ, ରେଳଷ୍ଟେସନ, ବିମାନବନ୍ଦର ଏବଂ ସାମୁଦ୍ରିକ ବନ୍ଦରକୁ ଯାଇପାରୁଛୁ  ।
  • ଏହାଦ୍ଵାରା ଦୁଗ୍ଧ, ଫଳ ଏବଂ ପରିବା ଯାହାକି ଶୀଘ୍ର ନଷ୍ଟ ହୋଇଯାଏ, ସେଗୁଡିକ ଶୀଘ୍ର ଗ୍ରାମରୁ ସହର କିମ୍ବା ବଡ ବଡ ନଗରକୁ ଏବଂ ଲକ୍ଷ୍ୟସ୍ଥଳକୁ ପଠାଯାଇପାରୁଅଛି  ।
  • ସଡକ ଗ୍ରାମ ଓ ସହରକୁ ଯୋଡୁଅଛି  । ପାହାଡ, ମରୁଭୁମି, ପର୍ବତ, ମାଳଭୂମିକୁ ସମତଳ କରି ଏହା ନିର୍ମାଣ କରାଯାଇପାରେ  ।

ସଡକ ପଥର ଶ୍ରେଣୀ ବିଭାଗ –

ସବୁ ସ୍ଥାନରେ ଏକ ପ୍ରକାର ସଡକ ଦେଖିପାରୁଛ ? ନିଶ୍ଚିତ ରୂପରେ ନାହିଁ  । କେତେକେ ସଡକ କଚ୍ଚା ଏବଂ କେତେକ ପକ୍କା, କେତେକ ଅଣଓସାରିଆ ଅନ୍ୟ କେତେକ ଓସାରିଆ ହୋଇଥାଏ  । ରାସ୍ତାଗୁଡିକୁ କେତେକ ମୂଳ ତଥ୍ୟ ଅନୁସାରେ ବିଭକ୍ତ କରାଯାଇଅଛି  ।

  • ସଡକ ନିର୍ମାଣର ଦ୍ରବ୍ୟଗୁଡିକର ବ୍ୟବହାର ଦୃଷ୍ଟିରୁ
  • ନିର୍ମାଣକାରୀ ଏବଂ ରକ୍ଷଣାବେକ୍ଷଣକାରୀ ଅଧିକାରୀ

ସଡକ ନିର୍ମାଣରେ ବ୍ୟବହୃତ ଜିନିଷ – ମେଟେରିଆଲଗୁଡିକର ବ୍ୟବହାର ଦୃଷ୍ଟିରୁ ସଡକକୁ ଦୁଇ ଭାଗରେ ବିଭକ୍ତ କରାଯାଇଅଛି  । ମେଟାଲ ରାସ୍ତା ବା ପକ୍କା ରାସ୍ତା ଏବଂ କଚ୍ଚା ରାସ୍ତା  । ମେଟାଲ ରାସ୍ତାଗୁଡିକ ସାଧାରଣତଃ ଇଟା, ଗୋଡି, ସିମେଣ୍ଟ ଏବଂ ପିଚୁ ଦ୍ଵାରା ତିଆରି ହୋଇଥାଏ  । କଚ୍ଚା ରାସ୍ତାଗୁଡିକ ବାଲି, ମାଟି ନଡା ତିଆରି ହୋଇଥାଏ  ।

ନିର୍ମାଣକାରୀ ଏବଂ ରକ୍ଷଣାବେକ୍ଷଣକାରୀ ଅଧିକାରୀ

ତୁମେ କେବେ ଅନୁସନ୍ଧାନ କରିଛ କି କିଏ ଏ ରାସ୍ତା ତିଆରି କରୁଛି ଏବଂ ସେମାନେ କେଉଁଠାରୁ ଅର୍ଥ ପାଆନ୍ତି ? ଲୋକମାନେ ଟିକସ ଆକାରରେ ଯେଉଁ ଅର୍ଥ ଦେଇଥାନ୍ତି ସେଥିରୁ ଏହା ତିଆରି ହୁଏ  । ବିଭିନ୍ନ ସରକାରୀ ସଂସ୍ଥା ଏହାର ସମତୁଲ ଉନ୍ନତି ପାଇଁ ଦାୟୀ ଅଟନ୍ତି  ।

  • ଗ୍ରାମ ସଡକର ଉନ୍ନତିକରଣ ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା’ ଦ୍ଵାରା କେନ୍ଦ୍ର ସରକାରଙ୍କ ପରାମର୍ଶ ଓ ଅନୁବାଦରେ ହେଉଅଛି  ।
  • ଏହା ଗ୍ରାମ-ଗ୍ରାମ ମଧ୍ୟରେ ସଂଯୋଗ ସ୍ଥାପନ କରେ, ମଫସଲ ଅଞ୍ଚଳର ଗ୍ରାମକୁ ପ୍ରଧାନ ସଡକ ସହିତ ସଂଯୋଗ କରେ  । ପ୍ରାୟ ଭାରତର ୮୦ ଭାଗ ରାସ୍ତାର ଦୈର୍ଘ୍ୟ ଗ୍ରାମ୍ୟ ରାସ୍ତା ଅଟେ  ।
  • ଜିଲ୍ଲା ପରିଷଦ – ଜିଲ୍ଲାର ସଦର ମହକୁମାକୁ ଜିଲ୍ଲାରେ ଥିବା ନଗର ଏବଂ ସହରଗୁଡିକ ସହିତ ଯୋଡୁଥିବା ରାସ୍ତାର ନିର୍ମାଣ ଦାୟିତ୍ଵ ପରିଷଦର ଅଟେ  । ଭାରତର ସମୁଦାଯ ସଡକ ପଥର ଶତକଡା ୧୪ ଭାଗ ରାସ୍ତା ଅଟେ  ।
  • ରାଜ୍ୟ ପବ୍ଲିକ ୱାର୍କସ୍ ଡିପାଟ୍ ମେଣ୍ଟ – ଏହି ଡିପାଟ୍ ମେଣ୍ଟ ରାଜ୍ୟ ରାଜପଥ ଏବଂ ରାଜ୍ୟର ରାଜଧାନୀକୁ ଜିଲ୍ଲାମାନଙ୍କର ସଦରମହକୁମା ସହିତ ସଂଯୋଗ ସ୍ଥାପନ ପାଇଁ ରାସ୍ତା ତିଆରି କରିଥାଏ ଏବଂ ତାହାର ରକ୍ଷଣାବେକ୍ଷଣ କରିଥାଏ  । ଦେଶର ସମୁଦାୟ ସଡକପଥର ଏହା ଶତକଡା ୪ ଭାଗ ଅଟେ  ।
  • ଭାରତର ଜାତୀୟ ରାଜପଥ ଅଧିକାରୀ – ଜାତୀୟ ରାଜପଥଗୁଡିକୁ ଗୁରୁତ୍ଵପୂର୍ଣ୍ଣ ରାସ୍ତା ଅଟେ, ଯାହାକି ଦେଶର ବିଭିନ୍ନ ଅଞ୍ଚଳ ସହିତ ସଂଯୋଗ ସ୍ଥାପନ କରେ ଏବଂ ରାଜ୍ୟ ରାଜଧାନୀଗୁଡିକୁ ଭାରତର ବଡ ବଡ ସହରକୁ ଯୋଡିଥାଏ  । ଜାତୀୟ ରାଜପଥ ଅଧିକାରୀ ଏହି ରାସ୍ତାଗୁଡିକୁ ତିଆରି ଆରବିଏମ ମରାମତି କରିଥାଏ  । ଦେଶର ସମୁଦାୟ ସଡକ ପଥର ଏହା ଦୁଇ ଭାଗ ହୋଇଥିଲେ ମଧ୍ୟ ୪୦ ଭାଗ ରୋଡ ଟ୍ରାଫିକକୁ ବହନ କରେ  ।  ଉତ୍ତର-ଦକ୍ଷିଣ, ପୂର୍ବ-ପଶ୍ଚିମ ମଧ୍ୟରେ ସଂଯୋଗ ସ୍ଥାପନ ପାଇଁ ସରକାର ଗୋଟିଏ ରାସ୍ତା ଉନ୍ନତିକରଣ ପ୍ରୋଜେକ୍ଟ କରିଛନ୍ତି  । ଏହା ସମୟ ଏବଂ ଇନ୍ଧନକୁ କମାଇଦେବ  । ତାପରେ ଏହା ଆହୁରି ମଧ୍ୟ ଭାରତର ବଡ ବଡ ସହରକୁ ଦ୍ରୁତଗତିରେ ଟ୍ରାଫିକ ଯିବାରେ ସାହାଯ୍ୟ କରିବ  । ଏହା ଜାତୀୟ ସଡକ ନିର୍ମାଣକାରୀ ସଂସ୍ଥା ଦ୍ଵାରା କାର୍ଯ୍ୟକାରୀ ହେଉଅଛି  । ପ୍ରଧାନ ଉନତ ଧରଣର ରାଜପଥଗୁଡିକ  ହେଲା –

ସ୍ଵର୍ଣ୍ଣ ଚତୁର୍ଭୁଜ – ଏହା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତାକୁ ଚତୁର୍ଭୁଜ ଆକାରରେ ଯୋଡୁଅଛି  ।

ଉତ୍ତର – ଦକ୍ଷିଣ ଅଳିନ୍ଦ – ଶ୍ରୀନଗର ସହିତ କନ୍ୟାକୁମାରୀକୁ ଯୋଗ କରିବ  ।

ପୂର୍ବ-ପଶ୍ଚିମ ଅଳିନ୍ଦ – ପୂର୍ବରେ ଥିବା ସିଲଚରକୁ ପଶ୍ଚିମର ପୌରବନ୍ଦର ସହିତ ସଂଯୁକ୍ତ କରିବ  ।

ସୀମାନ୍ତ ସଡକ – ଦେଶର ସୀମାନ୍ତ ଅଞ୍ଚଳରେ ଏହା ନିର୍ମାଣ କରାଯାଇଅଛି  । ଯୁଦ୍ଧ ଏବଂ ଜରୁରୀ ପରିସ୍ଥିତି ବେଳେ ପ୍ରତିରକ୍ଷା ବାହିନୀଙ୍କ ସହଜରେ ଅସ୍ତ୍ରଶସ୍ତ୍ର ଏବଂ ଆବଶ୍ୟକୀୟ ଦ୍ରବ୍ୟ ଏହି ବାଟେ ପଠାଯାଏ  । ଆହୁରି ମଧ୍ୟ ସେହି ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ଉପକାର ପାଇଁ ସୀମାନ୍ତ ସଡକ ତିଆରି ହୋଇଅଛି  । ଏହାର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ଦ୍ଵାରା ହୋଇଥାଏ  ।

ରେଳପଥ

  • ଏହା ସବୁଠାରୁ ଶସ୍ତା ପରିବହନ ବ୍ୟବସ୍ଥା ଯାହାଦ୍ଵାରା ହଜାର ହଜାର ଲୋକ ଦେଶର ଗୋଟିଏ କୋଣରୁ ଅନ୍ୟ କୋଣକୁ ଶିକ୍ଷାଲାଭ ପାଇଁ, ବ୍ୟବସାୟ କରିବା ପାଇଁ, ସୁନ୍ଦର ସ୍ଥାନ ଦେଖିବା ପାଇଁ, ତୀର୍ଥ କରିବା ପାଇଁ ଏବଂ ସମ୍ପର୍କୀୟଙ୍କ ଘର ପରିଦର୍ଶନ ପାଇଁ ଯାଉଛନ୍ତି  ।
  • ଅର୍ଥ ଉପାର୍ଜନ କରୁଥିବା ସବୁ ଶ୍ରେଣୀର ଲୋକେ ଏଥିରେ ଯାତ୍ରା କରିପାରନ୍ତି କାରଣ ଏଥିରେ ଯାତ୍ରୀ ଆରାମ ଦାୟକ ଯାତ୍ରା କରିପାରନ୍ତି କାରଣ ଏହାର ସ୍ଲିପର କୋଚରେ ବର୍ଥସ୍ ଏବଂ ୱାସରୁମ ରହିଅଛି  ।
  • ଏହା କୋଇଲା, ସିମେଣ୍ଟ, ଖାଦ୍ଯ ପଦାର୍ଥ, ସାର, ଖଣିଜ ତୈଳ, ଅଟୋମୋବାଇଲ ପ୍ରଭୃତି ଯାହା କି ଦେଶର ସର୍ବାଧିକ ବଡ ବଡ ଜିନିଷ ତାକୁ ଖଣି ଅଞ୍ଚଳରୁ କାରଖାନାକୁ ଏବଂ କାରଖାନାରୁ ବ୍ୟବହୃତ ହେଉଥିବା ଅଞ୍ଚଳକୁ ପଠାଇଥାଏ  ।

ଏଥିଯୋଗୁଁ ଯାହାକି ଦେଶର ମୂଲ୍ୟବାନ ସମ୍ପଦ ତାହାର ପରିଚାଳନାରେ ସାହାଯ୍ୟ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ ଏବଂ ଏହା ଦେଶର ଆର୍ଥିକ ସ୍ଥିତିରେ ସହଯୋଗ କରିଥାଏ  ।

  • ପାର୍ବତ୍ୟ ଅଞ୍ଚଳରେ ରେଳପଥ ନିର୍ମାଣ କରିବା କଷ୍ଟସାଧ୍ୟ ଏବଂ ବ୍ୟୟସାପେକ୍ଷ ଅଟେ  । କିନ୍ତୁ ସମତଳ ଅଞ୍ଚଳରେ ଏହା ସହଜରେ ତିଆରି ହୋଇଥାଏ  । ତେଣୁ କରି ଗାଙ୍ଗେୟ ସମତଳ ରେଳପଥର ବିସ୍ତାର ଅଧିକ  । ମରୁଭୂମି, ପାହାଡିଆ ଅଞ୍ଚଳ, ସନ୍ତସନ୍ତିଆ ଭୂମି, ବନ୍ୟା ପ୍ରପୀଡିତ ନିମ୍ନଭୂମି, ଘଞ୍ଚ ଜଙ୍ଗଲ, ନଦୀ ଥିବା ଅଞ୍ଚଳରେ ରେଳପଥର ବିସ୍ତାର ହୋଇନାହିଁ  ।
  • ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ପଞ୍ଜାବ ଏବଂ ହରିୟାଣା ରାଜ୍ୟରେ ରେଳପଥର ବିସ୍ତାର ଅଧିକ କାରଣ ଏହି ରାଜ୍ୟଗୁଡିକରେ ସମତଳ ଭୂମି ଅଧିକ ଅଛି  । ସେ ଆହୁରି ମଧ୍ୟ କହିଲେ ଯେ ଏହି ଅଞ୍ଚଳ ହେଉଛି ଭାରତର ‘ଖାଦ୍ଯ ପାତ୍ର’  । ଏଠାରେ ଅଧିକ ଖାଦ୍ଯ ଶସ୍ୟ ଉତ୍ପାଦିତ ହୁଏ ଏବଂ ରେଳପଥ ଦେଇ ଏଗୁଡିକ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଏ  ।
  • ଖଣି ଅଞ୍ଚଳ ଏବଂ ଯେଉଁଠାରେ ଶିଳ୍ପର ବିକାଶ ହୋଇଅଛି, ସେଠାରେ ରେଳପଥ ଦ୍ଵାରା ସହଜରେ ଜିନିଷଗୁଡିକୁ ପଠାଇବାର ସୁବିଧା ଅଛି, ଯେଉଁ ଅଞ୍ଚଳରେ ଶିଲ୍ପାର ବିକାଶ ଘଟିନାହିଁ ସେଠାରେ କମ୍ ରେଳରାସ୍ତା ଅଛି । କାରଣ ଲୋକେ ଅଧିକ ରେଳରାସ୍ତା ନିର୍ମାଣ ଖର୍ଚ୍ଚ ବହନ କରିପାରିବ ନାହିଁ  ।
  • ଯେଉଁ ଅଞ୍ଚଳଗୁଡିକ ଘନ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳ  । ସେଠାରେ ଲୋକମାନଙ୍କ ଯାତାୟାତ ପାଇଁ ନିଶ୍ଚିତ ରୂପରେ ଅଧିକ ରେଳପଥ ରହିଅଛି  ।
  • ବଡ ବଡ ସହର କିମ୍ବା ନଗର ଯାହାକି ଚାକିରି ପାଇଁ, ବ୍ୟବସାୟ ପାଇଁ, ଶିକ୍ଷା ପାଇଁ, ବାଣିଜ୍ୟ ପାଇଁ ବ୍ୟାଙ୍କିଙ୍ଗ ପାଇଁ ଲୋକଙ୍କୁ ଆକୃଷ୍ଟ କରେ, ସେଟାକୁ ଶୀଘ୍ର ଯିବା ପାଇଁ ରେଳପଥର ବିସ୍ତାର ଘଟିଅଛି  ।

ଭାରତୀୟ ରେଳପଥ ଦ୍ଵାରା ଯାନ୍ତ୍ରିକ କୌଶଳର ଅଗ୍ରଗତି

ଉତ୍ତରରୁ ଦକ୍ଷିଣ (ଜାମ୍ମୁରୁ କନ୍ୟାକୁମାରୀ) ମଧ୍ୟରେ ସିଧାସଳଖ ରେଳପଥ ଦ୍ଵାରା ସମ୍ପର୍କ ସ୍ଥାପନ କରାଯାଇଅଛି  । ୩୭୫୧ କି.ମି. ଦୂରତାକୁ ୭୧ ଘଣ୍ଟାରର ଅତିକ୍ରମ କରାଯାଇ ପାରୁଅଛି  । ପ୍ରଥମ ଶ୍ରେଣୀ ଏ.ସି., ଦ୍ଵିତୀୟ ଶ୍ରେଣୀ ଏ.ସି., ତୃତୀୟ ଶ୍ରେଣୀ ଏ.ସି., ଖାଲି ଏ.ସି.ଚେୟାର କାର, ଦ୍ଵିତୀୟ ଶ୍ରେଣୀ ସ୍ଲିପର ଏବଂ ସାଧାରଣ ଶ୍ରେଣୀର ଏବଂ ବିଭିନ୍ନ ଆର୍ଥିକ ଶ୍ରେଣୀର ଲୋକମାନଙ୍କ ଯାତ୍ରା ପାଇଁ ସୁବିଧା ରହିଅଛି  । ବ୍ରଡଗେଜ ରେଳପଥରେ ପ୍ରଦୂଷଣ ମୁକ୍ତ ଯାତ୍ରା ପାଇଁ ଡିଜେଲ ଏବଂ ବିଦ୍ୟୁତ ଚାଳିତ ଇଞ୍ଜିନ ବ୍ୟବହାର କରାଯାଏ  । ଯାତ୍ରୀମାନଙ୍କୁ ଘରେ ବସି ଇଲେକ୍ଟ୍ରୋନିକ ଟିକଟ ବୁକ୍ କରିବାର ସୁବିଧା ଯୋଗାଇ ଦିଆଯାଇପାରିଛି  । ନିର୍ଦ୍ଧିଷ୍ଟ ମାଲବାହୀ ଡବା ଦ୍ଵାରା ଜିନିଷ ସହିତ ଲୋଡ ହୋଇଥିବା ଟ୍ରକଗୁଡିକୁ ସିଧାସଳଖ ଉପଭୋକ୍ତା କିମ୍ବା କାରଖାନାକୁ ପଠାଯାଇ ପାରୁଛି  ।

ଜଳ ପରିବହନ

ଆଗକାଳରେ ଲୋକମାନେ କାହିଁକି ନଦୀ କୂଳରେ ବାସ କରୁଥିଲେ ? ତୁମେ ଶୁଣି ଆଶ୍ଚର୍ଯ୍ୟ ହେଉଛ କି ? ଦୂର ଦେଶ ସହିତ ବାଣିଜ୍ୟ କିପରି ସମ୍ଭବପର ହେଉଥିଲା ? ହଁ ଏହା ନଦୀ ଏବଂ ସମୁଦ୍ର ମଧ୍ୟ ଦେଇ ହେଉଥିଲା  । ପ୍ରାଚୀନକାଳରୁ ଆଜି ପର୍ଯ୍ୟନ୍ତ ଜଳପଥ, ପରିବହନର ମାଧ୍ୟମ ହୋଇ ରହିଆସିଅଛି  । ଏହାର କାରଣ

  • ପରିବହନର ଅନ୍ୟ ମାଧ୍ୟମ ଅପେକ୍ଷା ଏହା ଶସ୍ତା କାରଣ ଏହାକୁ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ କୌଣସି ଖର୍ଚ୍ଚ ଲାଗେ ନାହିଁ  ।
  • ଓଜନଦାର ଏବଂ ବଡ ଆକାରର ଜିନିଷକୁ ପରିବହନ କରିବାକୁ ଏହା ଅତି ଦରକାରୀ  । ଗୋଟିଏ ଜାହାଜ ଏକାଥରକେ ଲକ୍ଷ୍ୟ ଲକ୍ଷ୍ୟ ଟନ ଜିନିଷକୁ ବୋହିନେଇ ପାରେ  ।
  • ପେଟ୍ରୋଲ ଏବଂ ପେଟ୍ରୋଲଜାତ ଦ୍ରବ୍ୟର ପରିବହନ ପାଇଁ ଏହା ଉତ୍କୃଷ୍ଟ ମାଧ୍ୟମ ଅଟେ  । କାରଣ ଏହା ଅନ୍ତଃମହାଦେଶୀୟ ପରିବହନ ସହିତ ଜଡିତ  । ଭାରତରେ ଖଣିଜ ତୈଳର ଅଭାବ ରହିଅଛି  । ଏଣୁ ମଧ୍ୟପ୍ରାଚ୍ଯ ଦେଶମାନଙ୍କରୁ ଏହା ଆମଦାନୀ କରାଯାଏ  ।
  • ଏହା ଇନ୍ଧନ ମିତବ୍ୟୟୀ ଏବଂ ପରିବେଶ ସୁରକ୍ଷାକାରୀ ପରିବହନ ମାଧ୍ୟମ ଅଟେ  ।

ଜଳପଥକୁ ଦୁଇ ଭାଗରେ ବିଭକ୍ତ କରାଯାଇଅଛି  । ତୁମେ ତାକୁ ଜାଣିଛ କି ? କାହିଁକି ତାକୁ ଅନ୍ତଃସ୍ଥଳୀୟ ଜଳପଥ ଓ ସାମୁଦ୍ରିକ ପଥ କୁହାଯାଏ ଖୋଜି ବାହାର କର  ।

ଅନ୍ତଃସ୍ଥଳୀ ଜଳପଥ – ଭାରତରେ ୧୪,୫୦୦ କି.ମି. ଅନ୍ତଃସ୍ଥଳୀ ଜଳପଥ ରହିଅଛି  । ସେଗୁଡିକ ନଦୀ, କେନାଲ ଏବଂ ସଂକୀର୍ଣ୍ଣ ଉପସାଗରକୁ ମିଶ୍ରଣ କରିଛି  । କିନ୍ତୁ କେବଳ ୩,୭୦୦ କି.ମି ନଦୀପଥ ମିଶନ ଖଞ୍ଜା ଯାଇଥିବା ଡଙ୍ଗା ଚାଲିବାରେ ସୁବିଧାଜନକ ଅଟେ  । ଉତ୍ତରରେ ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀରେ, ଦକ୍ଷିଣରେ ଗୋଦାବରୀ, କୃଷ୍ଣା ଓ କାବେରୀ ନଦୀରେ ମେସିନ ଡଙ୍ଗା ଚାଲୁଅଛି  । ଜାତୀୟ ରାଜପଥର ଯାନ ଚଳାଚଳ ପରିମାଣକୁ ଭାରତୀୟ ଅନ୍ତଃସ୍ଥଳୀ ଜଳପଥ କାମାଇ ଦେବାରେ ସକ୍ଷମ ହୋଇଅଛି  । ଏହା ଜିନିଷଗୁଡିକର ପରିବହନରେ ସାହାଯ୍ୟ କରେ  ।

ଭାରତୀୟ ଅନ୍ତଃସ୍ଥଳୀ ଜଳପଥ ଅଧିକାରୀ – ୧୯୮୬ ମସିହାରେ ଭାରତୀୟ ଅନ୍ତସ୍ଥଳୀ ଜଳପଥ ବିଭାଗ ଜଳପଥର ବିକାଶ ପରିଚାଳନା ଏବଂ ରକ୍ଷଣାବେକ୍ଷଣର ଦାୟିତ୍ଵ ଭିତରେ ନେଇଥିଲା  । ନିମ୍ନଲିଖିତ ତିନିଗୋଟି ଜଳପଥକୁ ଜାତୀୟ ଜଳପଥ ରୂପେ ଘୋଷଣା କରାଯାଇଅଛି  ।

ଜାତୀୟ ଜଳପଥ ନମ୍ବର – ୧  - ଗଙ୍ଗା ନଦୀ ଉତ୍ତର ପ୍ରଦେଶ ଏଲ୍ହାବାଦଠାରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୧୬୨୦ କି.ମି. ସୁନାବ୍ୟା  ।

ଜାତୀୟ ଜଳପଥ ନମ୍ବର – ୨ – ବ୍ରହ୍ମପୁତ୍ର ନଦୀ ଆସାମର ସାଦିଆଠାରୁ ଧୁବ୍ରି ପର୍ଯ୍ୟନ୍ତ ୮୯୧ କି.ମି. ସୁନାବ୍ୟା  ।

ଜାତୀୟ ଜଳପଥ ନମ୍ବର – ୩ – କେରଳର କୋଲାମଠାରୁ କୋଟାପୁରମ ପର୍ଯ୍ୟନ୍ତ ୨୦୫ କି.ମି. କେନାଲ ପଥ ସୁନାବ୍ୟା ଅଟେ

ସାମୁଦ୍ରିକ ଜଳପଥ – ତୁମେ ଯଦି ଭାରତ ମାନଚିତ୍ରକୁ ଲକ୍ଷ୍ୟ କରିବ ଭାରତର ତିନିଦିଗ ବଙ୍ଗୋପସାଗର, ଆରବ ସାଗର ଏବଂ ଭାରତ ମହାସାଗର ଦ୍ଵାରା ଘେରି ରହିଥିବାର ଦେଖିବା ଭାରତରେ ସାମୁଦ୍ରିକ ଉପକୂଳ ଦୈର୍ଘ୍ୟ ୭୫୧୬ କି.ମି. ଅଟେ  । ୧୯୪୬ ମସିହାରେ ଭାରତର କେବଳ ୪୯ଟି ଜାହାଜ ଥିଲା ଯାହାର କ୍ଷମତା ୧,୨.୦୮୩ ଟନ ଜିନିଷ ନେବାର ଥିଲା  । ସ୍ଵାଧୀନତା ପରେ ୨୦୦୪ ସୁଦ୍ଧା ଭାରତର ୬୧୬ ଟି ଜାହାଜ ଥିଲା  । ଯେଉଁମାନଙ୍କର ଜିନିଷ ବୋହିନେବା କ୍ଷମତା ୭୦୦,୦୦୦ ଟନ ଥିଲା  ।

ଭାରତ ଜଳପଥର ଦୁଇଗୋଟି ଶ୍ରେଣୀ ବିଭାଗ ହେଲା –

  1. ଉପକୂଳୀୟ ଜାହାଜ ଚଳାଚଳ – ଭାରତ ଉପକୂଳରେ ଥିବା ବନ୍ଦରମାନଙ୍କ ମଧ୍ୟରେ ଯାତ୍ରୀ ଏବଂ ଜିନିଷ ପରିବହନ ପାଇଁ ଏହା ଉଦ୍ଦିଷ୍ଟ  । ନାଭିଗେସନ କମ୍ପାନୀମାନଙ୍କର ପ୍ରାୟ ୧୦୦ ଜାହାଜ ଏହି କାମ କରୁଛନ୍ତି  । ଏମାନେ ୭ ଲକ୍ଷ୍ୟ ଟନ ଜିନିଷକୁ ଭାରତର ପ୍ରଧାନ ବନ୍ଦର ୧୨ ଗୋଟି ଓ ମଧ୍ୟମ ଓ ଛୋଟ ୧୮୯ଟି ବନ୍ଦର ମଧ୍ୟଦେଇ କାରବାର କରୁଛନ୍ତି  ।
  2. ଆନ୍ତର୍ଜାତୀୟ ଜାହାଜ ଚଳାଚଳ – ଭାରତର ଅଧିକାଂଶ ଜାହାଜ ଚଳାଚଳ ଆନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଉଦ୍ଧିଷ୍ଟ  । ପୂର୍ବ ଉପକୂଳରେ ଥିବା ବନ୍ଦରମାନଙ୍କରୁ ମିଆଁମାର, ମାଲେସିଆ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ଚାଇନା, ଜାପାନକୁ ଜାହାଜ ଚଳାଚଳ କରେ ଏବଂ ପଶ୍ଚିମ ଉପକୂଳରେ ଥିବା ବନ୍ଦରମାନଙ୍କରୁ ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ ଏବଂ ଏସିଆରେ ଦେଶମାନଙ୍କ ବନ୍ଦରମାନଙ୍କୁ ଜାହାଜ ଚଳାଚଳ କରେ  । ଏହି ବନ୍ଦରମାନଙ୍କ ଦ୍ଵାରା ଆମଦାନୀ ଓ ରପ୍ତାନି କାର୍ଯ୍ୟ ସମ୍ପାଦନ କରାଯାଏ  ।

ବାୟୁ ପରିବହନ

ତୁମେ କ’ଣ ଗୋଟିଏ ପକ୍ଷୀ ପରି ଉଡିବାକୁ ଚାହୁଁଛ କି ? ଆକାଶ ପଥରେ କୌଣସି ଟ୍ରାଫିକର ସମ୍ମୁଖୀନ ନହୋଇ ତୁମେ ଶୀଘ୍ର ତୁମ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ  । ରାଇଟ ବ୍ରଦରଙ୍କ ଦ୍ଵାରା ୧୯୦୩ ମସିହାରେ ତିଆରି ହୋଇଥିବା ଉଡାଜାହାଜର ଡିଜାଇନ ଅନୁସାରେ ଆମର ଆଧୁନିକ ଉଡାଜାହାଜଗୁଡିକ ତିଆରି ହୋଇଥିଲା  । ଭାରତରେ ବାୟୁ ପରିବହନ ୧୯୧୧ ମସିହାରେ ଆରମ୍ଭ ହୋଇଥିଲା  । ଆଜିକାଲି ସଡକ ପଥ ଏବଂ ରେଳପଥ ଭଳି ଆକାଶ ପଥ ଗୁରୁତ୍ଵ ବୃଦ୍ଧି ପାଇଅଛି  । ଭାରତରେ ଘରୋଇ ଏବଂ ଆନ୍ତର୍ଜାତିକ ବିମାନ ସେବା ଉପଲବ୍ଧ ହୁଏ  । ଆସ ଆଧୁନିକ ଯୁଗରେ ଏହାର ଗୁରୁତ୍ଵ ବିଷୟରେ ଆଲୋଚନା କରିବା   ।

  • ବାୟୁ ପରିବହନ ଦ୍ଵାରା ପୃଥିବୀ ଗୋଟିଏ ଗ୍ଲୋବାଲ ଗ୍ରାମ ପାଲଟିଯାଇଅଛି  । ଏହା ପରିବହନର ଦୃତଗାମୀ ମାଧ୍ୟମ ଅଟେ  । ଶହ ଶହ କି.ମି. ଦୂରତାକୁ ଅଳ୍ପ କେତେ ଘଣ୍ଟା ମଧ୍ୟରେ ଲଂଘନ କାରୀ ମନୁଷ୍ୟ ନିଜ ଲକ୍ଷ୍ୟ ସ୍ଥଳରେ ବାୟୁ ପରିବହନ ଦ୍ଵାରା ପହଞ୍ଚିପାରୁଛି  ।
  • ଏହା ଭୂଭାଗ ପ୍ରତିବନ୍ଧକରୁ ମୁକ୍ତ ଅଟେ  । ଭୂହାଗା ପ୍ରତିବନ୍ଧକ ହେଲା ପର୍ବତଶ୍ରେଣୀ, ଘଞ୍ଚ ଅରଣ୍ୟ, ସନ୍ତସନ୍ତିଆ କିମ୍ବା ବନ୍ୟା ପ୍ଲାବିତ ଭୂମି  ।
  • ଜାତୀୟ ନିରାପତ୍ତା ପାଇଁ ଏହାର ଗୁରୁତ୍ଵ ଅଧିକ  ।
  • ଏହା ବିଭିନ୍ନ ମହାଦେଶର ଦେଶଗୁଡିକୁ ଯୋଡି ପୃଥିବୀକୁ ଗୋଟିଏ ଗ୍ଲୋବାଲ ଗ୍ରାମ କରିପାରିଛି  ।
  • ଏହା ଫଳ, ପନିପରିବା, ମୂଲ୍ୟବାନ ଦ୍ରବ୍ୟ (ମୂଲ୍ୟବାନ ଔଷଧ) ଏବଂ ବ୍ୟବହାରିକ ଜ୍ଞାନ ସମ୍ପନ୍ନ ମେସିନ ପ୍ରଭୃତିକୁ ସମୟର ଚାହିଦା ଅନୁସାରେ ପଠାଇବା ପାଇଁ ସୁବିଧାଜନକ ମାଧ୍ୟମ ଅଟେ  ।
  • ପ୍ରାକୃତିକ ଏବଂ ଯେକୌଣସି ବିପର୍ଯ୍ୟୟ ସମୟରେ ଲୋକମାନଙ୍କର ତତକ୍ଷଣାତ ରକ୍ଷା କରିବା ପାଇଁ କିମ୍ବା ସେମାନଙ୍କୁ ଅତି ଦରକାରୀ ଜିନିଷ ଯୋଗାଇବା ପାଇଁ ଏହା ଅଧିକ କାମରେ ଲାଗିଥାଏ  ।

ଯାତ୍ରା ଏବଂ ପରିବହନ ଖର୍ଚ୍ଚ ଅଧିକ ବାୟୁ ପରିବହନର ବଡ ତୃଟି ଅଟେ  । ତେଣୁ ଏହା ସାଧାରଣ ଲୋକଙ୍କ ପହଞ୍ଚର ବାହାର ଅଟେ  । ବିଗତ ଅଳ୍ପ କେତେ ବର୍ଷ ହେଲା ବାୟୁ ପରିବହନ ଦୃତ ଗତିରେ ବଢି ଚାଲିଅଛି  । ଭାରତରେ ବାୟୁ ପରିବହନ ବ୍ୟବସ୍ଥାକୁ ନିମ୍ନଲିଖିତ ଶ୍ରେଣୀରେ ବିଭକ୍ତ କରାଯାଇଅଛି  ।

ଘରୋଇ ଏବଂ ଆନ୍ତର୍ଜାତୀୟ ସେବା

ଘରୋଇ ଏବଂ ଆନ୍ତର୍ଜାତୀୟ ସେବା ସରକାର ଏବଂ ଘରୋଇ କମ୍ପାନୀ ଦ୍ଵାରା ହୋଇଥାଏ  । ପବନ ହଂସ ହେଲିକ୍ପଟର ଲିମିଟେଡ (ସରକାରୀ ସ୍ଵୀକୃତିପ୍ରାପ୍ତ) ଏହି କମ୍ପାନୀ ତୈଳ ଏବଂ ପ୍ରାକୃତିକ ଗ୍ୟାସ ସଂସ୍ଥାକୁ ପରିବହନ ସେବା ଯୋଗାଇଥାଏ  । ଯାହାକି ଦେଶର ଉତ୍ତର ପୂର୍ବରେ ଏବଂ ଇଣ୍ଡିଆନ ଅଏଲ ଅଞ୍ଚଳରେ କାମ କରୁଅଛି ।

ଯୋଗାଯୋଗ ଏବଂ ଏହାର ଗୁରୁତ୍ଵ

ତୁମ ଭଉଣୀର ବିବାହ ଠିକ୍ ହୋଇଯାଇଛି   । ତୁମେ ଚାହୁଁଛ ଯେ ତୁମର ସବୁ ସମ୍ପର୍କୀୟ ଏବଂ ସାଙ୍ଗ ଏହି ବିବାହ ଉତ୍ସବରେ ଯୋଗ ଦିଅନ୍ତୁ  । ତୁମେ ସେମାନଙ୍କୁ କିପରି ଜଣାଇବ  ? ହଠାତ୍ ତୁମ ଜେଜେବାପା ହୃଦଘାତରେ ଆକ୍ରାନ୍ତ ହେଲେ ତୁମ ବାପା ତାଙ୍କ ଅଫିସରେ ଅଛନ୍ତି  । ତୁମେ କିପରି ତାଙ୍କୁ ତତ୍ କ୍ଷଣାତ ଜଣାଇବ ? ତୁମେ କିପରି ଜାଣିବାକୁ ପାଇଥିଲ ଯେ ଟୁସମାନି ଜାପାନରେ ଅଛି ? କିମ୍ବା ଇଜିପ୍ଟର ଲକ୍ଷ ଲକ୍ଷ ଲୋକ ରାଷ୍ଟ୍ରପତିଙ୍କୁ ବିରୋଧ କରୁଛନ୍ତି ? ଉପରେ ବର୍ଣ୍ଣିତ ତୁମର ପ୍ରଶ୍ନଗୁଡିକର ଉତ୍ତର ଦୈନିକ ଯୋଗାଯୋଗରୁ ହିଁ ପାଇପାରିବ  । ଏହାର ଅବାଶ୍ୟକତା ଏବଂ ଯୋଗାଯୋଗକୁ ବହନ କରୁଥିବା ବିଭିନ୍ନ ମାଧ୍ୟମ ବିଷୟରେ ତୁମର ଜାଣିବା ଆବଶ୍ୟକ  । ଯୋଗାଯୋଗ ହେଉଛି, ଚିନ୍ତା, ଭାବନା, ସମ୍ବାଦ, ଖବର ପ୍ରେରଣାର ଏକ ମାଧ୍ୟମ  । ଏହା ତୁମ ଦୁଃଖ ସୁଖରେ ତୁମ ପରିବାର ଲୋକ ଏବଂ ସାଙ୍ଗମାନଙ୍କୁ ଭାଗିଦାର କରାଇପାରିବ  ।

ତୁମେ ବର୍ତ୍ତମାନ ବୁଝିପାରିଥିବ ଯେ ଯୋଗାଯୋଗ ମଧ୍ୟ ପରିସ୍ଥିତିକୁ ନେଇ ବଦଳି ପାରେ  । ଯୋଗାଯୋଗର ମାଧ୍ୟମ ବିଭିନ୍ନ ପ୍ରକାରର ଅଟେ । ଲୋକେ ଚିଠି ଲେଖି, ଟେଲିଗ୍ରାମ ପଠାଇ, ରେଡିଓ, ଟି.ଭି., କମ୍ପ୍ୟୁଟର ଟେକ୍ନୋଲୋଜି, ସମ୍ବାଦପତ୍ର, ପତ୍ରିକା, ଏବଂ ପାମ୍ପଲେଟ ଦ୍ଵାରା ସମ୍ବାଦ ପ୍ରେରଣ କରିପାରୁଛନ୍ତି  । ବାଣିଜ୍ୟ-ବ୍ୟବସାୟ ଏବଂ ଅନ୍ୟ ସେବା ପାଇଁ ଲୋକେ ଟେଲିଗ୍ରାମ, ଫ୍ୟାକସ ଏବଂ ଇ-ମେଲ ଦ୍ଵାରା ଖବର ପଠାଇ ପାରନ୍ତି  । ଦୃତ ସମ୍ବାଦ ପ୍ରେରଣର ମାଧ୍ୟମ ଇ-ମେଲ ଅଟେ ଏହା ପ୍ରାୟ ମାଗଣା  ।

ଏହା ମଧ୍ୟ ଜାଣିବା ଦରକାର ଯେ କେଉଁ ଉଦ୍ଦେଶ୍ୟ ପାଇଁ କେଉଁ ଯୋଗାଯୋଗକୁ ପସନ୍ଦ କରିବ  ।

ବର୍ତ୍ତମାନ ଯୋଗାଯୋଗର ବିଭିନ୍ନ ମାଧ୍ୟମକୁ ଦୁଇଟି ଗ୍ରୁପରେ ବିଭକ୍ତ କରିବା  ।

  1. ବ୍ୟକ୍ତିଗତ ଯୋଗାଯୋଗର ମାଧ୍ୟମ
  2. ଗଣ ଯୋଗାଯୋଗର ମାଧ୍ୟମ

ବ୍ୟକ୍ତିଗତ ଯୋଗାଯୋଗର ମାଧ୍ୟମ – ଏହାକୁ ଆମ୍ଭେମାନେ ଦୁଇଟି ଅଂଶରେ ବିଭକ୍ତ କରିବା  ।

  • ଡାକ ସେବା
  • ଟେଲିଫୋନ ସେବା

ଡାକ ସେବା – ଡାକସେବା ହେଉଛି ସର୍ବ ପୁରାତନ ଯୋଗାଯୋଗ ବ୍ୟବସ୍ଥା  । ଚିଠି ଲେଖାର ଗୁରୁତ୍ଵ ହ୍ରାସ ପାଇନାହିଁ କିନ୍ତୁ ବର୍ତ୍ତମାନ ମଧ୍ୟ ଏହାର ଗୁରୁତ୍ଵ ରହିଅଛି  । ଭାରତର ଡାକସେବା ପୃଥିବୀର ସର୍ବବୃହତ ଡାକ ସେବା ଅଟେ  । ୨୦୦୧ ସୁଦ୍ଧା ଭାରତରେ ୧,୫୫,୦୦୦ ଡାକ ଘର ଥିଲା ଯାହାକି ଲୋକଙ୍କୁ ଚିଠି ପଠାଇବା, ଟଙ୍କା ପଠାଇବା, ପାର୍ସଲ ପଠାଇବା ଏବଂ ଟଙ୍କା ସଞ୍ଚୟ କରିବା ସେବା ଯୋଗାଉଅଛି  ।

ଟେଲିଫୋନ ବ୍ୟବସ୍ଥା – ଏହା ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟରୁ ଅନ୍ୟତମ ଅଟେ  । ଏହା ବିସ୍ତୃତ ଭାବରେ ବ୍ୟବହୃତ ଯୋଗାଯୋଗର ମାଧ୍ୟମ ଅଟେ  । ଏହା ଶୀଘ୍ର ଏବଂ ବ୍ୟବହାର ଯୋଗ୍ୟ, ଅବିଚ୍ଛିନ୍ନ ଅବାଶ୍ୟକତା ପୂରଣ କରିବାରେ ଲାଗିଥାଏ  ।

ଗଣଯୋଗାଯୋଗର ମାଧ୍ୟମ – ଯେଉଁ ମାଧ୍ୟମରେ ବହୁତଗୁଡିଏ ଲୋକଙ୍କୁ ସମ୍ବାଦ ଯୋଗାଯାଇ ପାରୁଛି  । ତାକୁ ମିଡିଆ କିମ୍ବା ଗଣଯୋଗାଯୋଗ କୁହାଯାଏ  । ସେଗୁଡିକ ହେଲା ରେଡିଓ, ଟେଲିଭିଜନ, ଖବରକାଗଜ, ଚଳଚିତ୍ର, ପୁସ୍ତକ, ପତ୍ରପତ୍ରିକା, ଉପଗ୍ରହ ଯୋଗାଯୋଗ  ।

ରେଡିଓ (ବେତାର) – ୧୯୨୭ ମସିହାରେ ମୁମ୍ବାଇ ଏବଂ କୋଲକାତାରୁ ବେତାର ସମ୍ପ୍ରସାରଣ ଆରମ୍ଭ ହୋଇଥିଲା  । ଏହା ଲୋକମାନଙ୍କ ମନୋରଞ୍ଜନ ପାଇଁ, ଶିକ୍ଷିତ କରିବା ପାଇଁ ଏବଂ ଦେଶର ଲୋକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ଜଣାଇବା ପାଇଁ ସଂପ୍ରସାରିତ ହୋଇଥିଲା  । ବର୍ତ୍ତମାନ ଅଲଇଣ୍ଡିଆ ରେଡିଓ ଦେଶର ୯୦% ଅଞ୍ଚଳରେ ୯୮.୮% ଲୋକଙ୍କୁ ଲୋକଙ୍କୁ ସେବା ଯୋଗାଉଅଛି  ।

ଟେଲିଭିଜନ – ଜାତୀୟ ଟେଲିଭିଜନ ସେବା ୧୯୫୯ ମସିହାର ପୃଥିବୀର ସର୍ବବୃହତ ଭୂମି ସମ୍ପ୍ରସାରଣ ସଂସ୍ଥା ଦ୍ଵାରା ଭାରତରେ ଆରମ୍ଭ ହୋଇଥିଲା  । ୮୭% ଲୋକେ ଏହାକୁ ଦେଖିପାରୁଛନ୍ତି  । ଟେଲିଭିଜନ ପ୍ରୋଗ୍ରାମ ଜାତୀୟ ଆଞ୍ଚଳିକ ଏବଂ ସ୍ଥାନୀୟ ଦୂରଦର୍ଶନ କେନ୍ଦ୍ର ଦ୍ଵାରା ଘୋଷଣା କରାଯାଇଥାଏ  । ଶିକ୍ଷା ପାଇଁ ସମ୍ବାଦ ପରିବେଷଣ ପାଇଁ ଏବଂ ମନୋରଞ୍ଜନ ପାଇଁ ଘରୋଇ ଚ୍ୟାନେଲଗୁଡିକ ଉପଲବ୍ଧ ହେଉଅଛି  ।

କମ୍ପ୍ୟୁଟର (ଇନ୍ଫରମେସନ ଟେକ୍ନୋଲୋଜି) -  ଆଜିକାଲି କମ୍ପ୍ୟୁଟର ଯୋଗାଯୋଗ ଆର୍ଥିକ ପ୍ରଗତିର ମୂଳଦୁଆ ପାଲଟିଯାଇଅଛି  । ଏହା ସବୁ କ୍ଷେତ୍ରରେ ବ୍ୟବହୃତ ହେଉଅଛି  । ବିଶେଷ କରି ଘରେ, ଅଫିସରେ ଦୋକାନରେ, ଡାକ୍ତରଖାନାରେ, ରେଲୱେ ଷ୍ଟେସନରେ, ବିମାନବନ୍ଦରରେ, ବ୍ୟାଙ୍କରେ, ଶିକ୍ଷା ଅନୁଷ୍ଠାନରେ ଏହା ବ୍ୟବହୃତ ହେଉଅଛି  ।

ଅତି ଆଧୁନିକ ଯୋଗାଯୋଗ କୌଶଳ

ବିଗତ ବର୍ଷମାନଙ୍କରେ ନୂତନ କୌଶଳର ବିଦ୍ରୋହ ଦେଖାଗଲା ଯାହାକି ଲୋକମାନଙ୍କୁ ନିମ୍ନକ୍ତୋ ପ୍ରକାରେ ସାହାଯ୍ୟ କଲା  ।

  • ଇଣ୍ଟରନେଟ – ଏହା ସହଜରେ ବିଭିନ୍ନ ପ୍ରକାର ଖବର ଯୋଗାଏ  । ଏହାର ବଟନ ଟିପିଲା ମାତ୍ରେ ଏହା ପୃଥିବୀର ସମସ୍ତ ପ୍ରକାର କମ୍ପ୍ୟୁଟରକୁ ଯୋଡି ଖବର ଯୋଗାଏ  ।
  • ଭିଡିଓ କନଫରେନସିଙ୍ଗ – ବହୁ ଦୂରରେ ବସିଥିବା ଲୋକେ ଏହାଦ୍ଵାରା କଥାବାର୍ତ୍ତା ହୋଇପାରିବ ଏବଂ ସେମାନଙ୍କର ମତ ଟେଲିକମ୍ୟୁନିକେସନ ଏବଂ କମ୍ପ୍ୟୁଟର ଦ୍ଵାରା ବ୍ୟକ୍ତ କରିପାରିବେ  ।
  • ଇ-କମର୍ସ – ଏଥିରେ ଇଣ୍ଟରନେଟ ଏବଂ ଫ୍ୟାକ୍ସ ମାଧ୍ୟମରେ ଜିନିଷର କିନା ବିକାର ସୁବିଧା ଅଛି ।
  • ଇଣ୍ଟର ଟେଲିଫୋନ – ଏହା ସଫଟ ପ୍ରୋଗ୍ରାମ ଅଟେ  । ଏହା କମ୍ପ୍ୟୁଟରକୁ ଟେଲିଫୋନ କରି କାର୍ଯ୍ୟ କରିବାକୁ ସକ୍ଷମ କରେ  । ଏହି ସୁବିଧା କଲର ମୂଲ୍ୟକୁ କମାଇଦିଏ  ।
  • ଇ-ମେଲ୍ – ଏହା ଆଖି ପିଛୁଳାକେ ପୃଥିବୀର ଯେକୌଣସି ଲୋକକୁ ଚିଠି କିମ୍ବା ସମ୍ବାଦ ଇଣ୍ଟରନେଟ ମାଧ୍ୟମରେ ପଠାଇବାର ଧାରା ଅଟେ  ।
  • ଟେଲି-ମେଡିସିନ – ଏହି କୌଶଳକୁ ବ୍ୟବହାର କରି ଡାକ୍ତରମାନେ ହଜାର ହଜାର କି.ମି. ଦୂରରେ ଥିବା ସେମାନଙ୍କ ରୋଗୀକୁ ପରାମର୍ଶ ଦେଇପାରୁଛନ୍ତି  ।
ଏହିପରି ବୈଜ୍ଞାନିକ ଅଗ୍ରଗତି ଓ କୌଶଳ, ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଅଛି  । ଲୋକମାନଙ୍କୁ ପରସ୍ପରର ନିକଟବର୍ତ୍ତୀ କରିପାରିଛି ଏବଂ ପୃଥିବୀକୁ ଗ୍ଲୋବାଲ ଗ୍ରାମରେ ପରିଣତ କରିପାରିଅଛି  ।

ଆଧାର :ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top