ହୋମ / ଶକ୍ତି / ପରିବେଶ / ପରିବେଶ ଓ ଆମ ସମାଜ
ସେଆର କରନ୍ତୁ

ପରିବେଶ ଓ ଆମ ସମାଜ

ପରିବେଶ ଓ ଆମ ସମାଜ ର ସୂଚନା

ଉପକ୍ରମ

ପରିବେଶ କହିଲେ ଆମେ ଚତୁଃପାର୍ଶ୍ଵସ୍ଥ ଅବସ୍ଥା ବା ଉପାଦାନ ଯାହା ଆମର କାର୍ଯ୍ୟକଳାପ ଉପରେ ବହୁଳ ଭାବରେ ପ୍ରଭାବିତ କରେ  । ଏହି ପରିବେଷ୍ଟନୀ କେତେକ ନିର୍ଜୀବ ଉପାଦାନକୁ ନେଇ ଗଠିତ  । ଏହା ପ୍ରକୃତିଗତ ଉପାଦାନ ଯଥା – ମାଟି, ଜଳ, ଆଲୋକ ଶକ୍ତି, ତାପ, କୁହୁଡି ଇତ୍ୟାଦି  । ପରିବେଶର ଏହି ଉପାଦାନଗୁଡିକ ସହିତ ବ୍ୟକ୍ତିର ଜୀବନ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସଂଶ୍ଲିଷ୍ଟ  । ବ୍ୟକ୍ତିର କାର୍ଯ୍ୟକଳାପ ମଧ୍ୟ ତାର ନିଜ ପରିବେଶରେ ପରିବର୍ତ୍ତନକୁ ପ୍ରଭାବିତ କରେ  । ପରିବେଶର ସମ୍ପୂର୍ଣ୍ଣ ସତା ପ୍ରାକୃତିକ, ସାମାଜିକ ଏବଂ ମାନବ ସମ୍ବଳକୁ ନେଇ ଗଠିତ  । ଆମ ଚତୁପାର୍ଶ୍ୱରେ ଥିବା ବୃକ୍ଷଲତା, ପାହାଡ, ପର୍ବତ, ନଦୀ, ବଣ, ଜଙ୍ଗଲ, ଘରଦ୍ଵାର ଓ ଝରଣା, କଳକାରଖାନା ଓ ବିଭିନ୍ନ ଜୀବଜନ୍ତୁଙ୍କୁ ନେଇ ଆମର ପରିବେଶ ଗଠିତ  । ଏହି ପରିବେଶର ଉପାଦାନଗୁଡିକ ମୁଖ୍ୟତଃ ସଜୀବ ଓ ନିର୍ଜୀବ ଉପାଦାନରେ ଗଢା  । ସଜୀବ ଉପାଦାନ କହିଲେ ପରିବେଶ ମଧ୍ୟରେ ଉତ୍ପାଦନକାରୀ, ସଂରକ୍ଷକ, ସାମାଜିକ ବିଶ୍ଳେଷକ, ପରିବର୍ତ୍ତନ ଇତ୍ୟାଦିକୁ ବୁଝାଏ  । ପରିବେଶ ମଣିଷକୁ ସୃଷ୍ଟିକରେ, ଲାଳନପାଳନ କରି ଓ ନିରାପତା ଦିଏ  । ଦାର୍ଶନିକଠାରୁ ଆରମ୍ଭକରି ବୈଜ୍ଞାନିକପର୍ଯ୍ୟନ୍ତ ସମସ୍ତେ ବ୍ୟକ୍ତିର ସୁଖସମୃଦ୍ଧି ପାଇଁ ତାର ପରିବେଶକୁ ଦାୟୀ କରିଥାନ୍ତି  । ସାଧାରଣ କଥାରେ ପରିବେଶ କହିଲେ ଆମ ଚାରିପାଖର ସବୁ ଜିନିଷ ଓ ଅବସ୍ଥାକୁ ବୁଝାଏ  । ବିବର୍ତନବାଦର ବହୁ ସୋପାନ ଅତିକ୍ରମ କୃ ମନୁଷ୍ୟ ଆଜି ସଭ୍ୟ ଓ ଶିକ୍ଷିତ ହୋଇପାରିଛି  । ଏହି ସଭ୍ୟ ଓ ଶିକ୍ଷିତ ହେବାମୂଳରେ ବିଜ୍ଞାନର ଅବଦାନକୁ ସ୍ଵୀକାର କରିବାକୁ ହେବ  । ସାଂପ୍ରତିକ କାଳରେ ମନୁଷ୍ୟ ଯେତିକି ସୁଖସ୍ଵାଚ୍ଛନ୍ଦ୍ୟରେ ରହୁଛି ତାଠାରୁ ଅଧିକ ସଙ୍କଟ ଅବସ୍ଥାରେ ବଞ୍ଚୁଛି  । ଏହି ସଙ୍କଟ ଗୁଡିକ ମଧ୍ୟରେ ଶିଳ୍ପର ପ୍ରସାର, ଜନସଂଖ୍ୟା ବିସ୍ଫୋରଣ, କୀଟନାଶକ ଔଷଧ, ଅରଣ୍ୟ ସଂପଦ କ୍ଷୟ ଓ ବୈଜ୍ଞାନିକ ପରୀକ୍ଷା ପ୍ରଭୃତି ଅନ୍ତର୍ଭୁକ୍ତ  । ଆମ ବାୟୁମଣ୍ଡଳ ଧିରେ ଧିରେ ଏହି ପ୍ରଦୂଷଣ ଯୋଗୁ କ୍ଷତିଗ୍ରସ୍ତ ହେବା ସଙ୍ଗେ ସଙ୍ଗେ ମଣିଷ ଏହି ବାୟୁ ସେବନ କରି ଜୀବନକୁ ସଙ୍କଟମୟ କରୁଛି  । ତେଣୁ ପରିବେଶକୁ ପ୍ରଦୂଷଣ ମୁକ୍ତ କରି ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଜନସଚେତନତା ଲୋଡା  ।

ପ୍ରଦୂଷଣ ପ୍ରଭାବକୁ ହ୍ରାସ କରିବା ପାଇଁ ଦୃଢ ଜନମତ ଆବଶ୍ୟକ  । ଆବାଳବୃଦ୍ଧ ବନିତା ସୁସ୍ଥ ପରିବେଶ ପାଇଁ ଜନମତ କରିବା ଉଚିତ  । ମାନବ ସମାଜକୁ ଆସନ୍ନ ମୃତ୍ୟୁ କବଳରୁ ରକ୍ଷା କରିବା ପାଇଁ ପରିବେଶର ସୁରକ୍ଷା ସର୍ବାଦୌ କରଣୀୟ  । ଏଥିପାଇଁ ନାନାବିଧି ପଦକ୍ଷେପ ଗ୍ରହଣ କରିବା ଉଚିତ୍  ।

ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ

  1. ଜନମତ ସୃଷ୍ଟି କରିବା ପାଇଁ ସରକାର ତଥା ବେସରକାରୀ ଉଦ୍ୟମ ଅବ୍ୟାହତ ରହିବା ଉଚିତ୍  । ପରିବେଶର ଉପଯୁକ୍ତ ସୁରକ୍ଷା ଓ ଉନ୍ନତି କଳ୍ପେ ବିଭିନ୍ନ କାର୍ମଶାଳା, ପଦଯାତ୍ରା ଓ ଆଲୋଚନା ଚକ୍ର ପ୍ରଭୃତି ଅନୁଷ୍ଠିତ ହେବା ଦରକାର  ।
  2. ପରିବେଶ ସଂରକ୍ଷଣ ଓ ବୃକ୍ଷରାଜୀ ମଧ୍ୟରେ ସମ୍ପର୍କ ରହିଛି  । ଆମେ ଜାଣିଥିଲୁ “ଜଳ ହିଁ ଜୀବନ”  । ଏବେ ତା’ ସାଙ୍ଗକୁ “ବୃକ୍ଷ ହିଁ ଜୀବନ” କୁହାଯାଉଛି  । ତେଣୁ ଗୋଟିଏ ବୃକ୍ଷ, ଗୋଟିଏ ଜୀବନର ଦ୍ଵାହି ଦେଇ ଆମ୍ଭେ ବୃକ୍ଷରୋପଣ କରିବା ଉଚିତ  । ବୃକ୍ଷ ନ ରହିଲେ ପ୍ରାଣୀ ମୁହୂର୍ତ୍ତେ ବଞ୍ଚିପାରିବେ ନାହିଁ  । ବାୟୁରେ ମିଶିଥିବାଅମ୍ଳଜାନକୁ ଆମେ ଶ୍ଵାସକ୍ରିୟା ଦ୍ଵାରା ଦେହ ଭିତରକୁ ନେଇ ବଞ୍ଚିରହୁ  । ଏହି ଅମ୍ଳଜାନକୁ ବୃକ୍ଷ ହିଁ ତିଆରି କରେ  ।
  3. ସାମାଜିକ ବନୀକରଣ ଅବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯିବା ଉଚିତ  । ବନ୍ୟ ସମ୍ପଦ ଯେପରି କ୍ଷୟ ନହୁଏ ସେଥିପାଇଁ ବ୍ୟବସ୍ଥା ହେବା ଦରକାର  । ଅନ୍ଧ ଭାବରେ ବୃକ୍ଷ ଛେଦନ ଏକ ଧର୍ତବ୍ୟ ଅପରାଧ ହେବା ଉଚିତ୍  ।
  4. ପାଠ୍ୟପୁସ୍ତକ ଓ ବିଭିନ୍ନ ପତ୍ରପତ୍ରିକାରେ ପରିବେଶ ପ୍ରଦୂଷଣର ଭୟାବହତା ଓ ପ୍ରତିକାର ସମ୍ପର୍କରେ ପ୍ରବନ୍ଧମନ ସ୍ଥାନ ପାଇବା ଉଚିତ୍  ।
  5. ଗ୍ରାମାଞ୍ଚଳରେ ସୃଷ୍ଟି ହୋଇଥିବା ବିଭିନ୍ନ ସ୍ଵେଚ୍ଛାସେବି ଅନୁଷ୍ଠାନ ଗୁଡିକୁ ସରକାରୀ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ଦରକାର  । ଏହି ସ୍ଵେଚ୍ଛାସେବି ଅନୁଷ୍ଠାନ ଗ୍ରାମାଞ୍ଚଳରେ ବିଭିନ୍ନ କାର୍ମଶାଳା, ବକ୍ତୃତା ଓ ଚିତ୍ରାଙ୍କନ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରିବା ଉଚିତ୍  ।
  6. ଆମ ପରିବେଶରେ ଥିବା ଔଷଧୀୟ ବୃକ୍ଷ ଗୁଡିକର ସୁରକ୍ଷା ଏକାନ୍ତ ପ୍ରୟୋଜନ  । କିନ୍ତୁ ଜଙ୍ଗଲ ଧ୍ଵଂସ ପାଇଯାଉଥିବାରୁ ଅନେକ ଦୂସ୍ପ୍ରାପ୍ୟ, ବୃକ୍ଷଲତା, ଗୁଳ୍ମ ପୃଥିବୀ ପୃଷ୍ଠରୁ ଲୋପ ପାଇଲାଣି  । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଙ୍ଗଲ ମାନବ ସମାଜର ଉପକାର କରିଥାଏ  । ନିୟମିତ ବୃଷ୍ଟି ତଥା ମୃତ୍ତିକା ସଂରକ୍ଷଣରେ ଜଙ୍ଗଲ ବିଶେଷ ସହାୟକ ହୋଇଥାଏ  । ସୁତରାଂ ବନ୍ୟ ସମ୍ପଦର ସୁରକ୍ଷା ଦେବା ଏକାନ୍ତ ବିଧେୟ  ।
  7. ଜନସଂଖ୍ୟା ବୃଦ୍ଧିକୁ ରୋକିପାରିଲେ ସୁସ୍ଥ ପରିବେଶ ସୃଷ୍ଟି ହୋଇପାରିବ  । ତେଣୁ ପ୍ରତ୍ୟକ ଦମ୍ପତି ଗୋଟିଏ କିମ୍ବା ଦୁଇଟି ସନ୍ତାନ ପାଇଁ ଶପଥ ନେବା ଉଚିତ୍  ।
  8. ପୋଖରୀ ହୁଡା କିମ୍ବା ନଦୀବନ୍ଧରେ ଝାଡା ନଫେରି ନିଜ ବାଡିରେ ପାଇଖାନା ସ୍ଥାପନ କରି ବ୍ୟବହାର କରିବା ଉଚିତ୍  । ଫଳରେ ପୋଖରୀ ଓ ନଦୀଜଳ ଦୂଷିତରୁ ମୁକ୍ତି ପାଇବ  ।
  9. କଳ ଓ କାରଖାନାର ମାଲିକମାନେ ପର୍ଯ୍ୟାପ୍ତ ପରିମାଣରେ ଗଛ ଲଗାଇବେ  ।
  10. ପରିବେଶର ସୁରକ୍ଷା ହେଉଛି ମଣିଷ ଜାତିର ସୁରକ୍ଷା  । ତେଣୁ ଲୋକ ସଚେତନତା ଦରକାର  ।
  11. ବିଭିନ୍ନ ଯାନିଯାତ୍ରା, ବିବାହ, ବ୍ରତ ଓ ଦେବାଦେବୀଙ୍କ ଭଷାଣୀ ଶୋଭାଯାତ୍ରାରେ ବ୍ୟବହାର କରାଯାଉଥିବା ଡାକବାଜି ଯନ୍ତ୍ରର ଶବ୍ଦକୁ ନିୟନ୍ତ୍ରଣ କରିବା  । ଆତସବାଜି ଫୁଟାଯିବାରେ ନିୟନ୍ତ୍ରଣ ରକ୍ଷା କରିବା  ।
  12. ଯଥା ସମ୍ଭବ ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାର ନିୟନ୍ତ୍ରଣ କରିବା  । ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନକୁ ବାହାରେ ଏଣେ ତେଣେ ନ ଫୋପାଡି ତାହାକୁ ନିର୍ଦ୍ଧିଷ୍ଟ ଏକ ସ୍ଥାନରେ ପୋଡିବା ବା ପୋତିବା ଉଚିତ୍  ।
  13. ମନୁଷ୍ୟ ଓ ଗୃହପାଳିତ ପଶୁ ପକ୍ଷୀ ଏବଂ ବୁଲା ଷଣ୍ଢ, କୁକୁର ଇତ୍ୟାଦି ମୃତଦେହକୁ ନ ଫୋଫାଡି ପୋତିବା ବା ପୋଡିବା ଉଚିତ୍  ।

ସଂଗୃହୀତ – ପ୍ରଫୁଲ୍ଲ କୁମାର ମହାପାତ୍ର

3.56756756757
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top