ହୋମ / ଶକ୍ତି / ପରିବେଶ / ପରିବେଶ ଓ ଜଳବାୟୁ ସାକ୍ଷରତା
ସେଆର କରନ୍ତୁ

ପରିବେଶ ଓ ଜଳବାୟୁ ସାକ୍ଷରତା

ପରିବେଶ ଓ ଜଳବାୟୁ ସାକ୍ଷରତା ର ସୂଚନା

ଉପକ୍ରମ

୧୯୬୯ ରେ  ଜନ୍ ମ୍ୟାକ କନେଲ  ସାନ୍ ଫ୍ରାନସିସ୍ କୋ  ଠାରେ  ଅନୁଷ୍ଠିତ  ହୋଇଥିବା  ଜାତୀୟ  ୟୁନୋସ୍କୋ  ସମ୍ମିଳନୀରେ  ‘ ଧରିତ୍ରୀ  ଦିବସ ’ ର  ପ୍ରସ୍ତାବ  ଦେଇଥିଲେ  ୧୯୭୦  ଅପ୍ରେଲ  ୨୨ ରେ  ପ୍ରାୟ  ୨୦ ଲକ୍ଷ  ଆମେରିକାବାସୀଙ୍କୁ  ନେଇ  ପ୍ରଥମ  ବିଶ୍ଵ   ଧରିତ୍ରୀ  ଦିବସ  ପାଳନ  କରାଯାଇଥିଲା   । ଏହାପରଠାରୁ   ପ୍ରତିବର୍ଷ  ଏହି  ଦିବସଟି   ସାରା  ପୃଥିବୀରେ  ପାଳିତ  ହୋଇଆସୁଛି   ।

ପରିବେଶ ଏବଂ  ଜଳବାୟୁ  ସାକ୍ଷରତା

ଚଳିତବର୍ଷ  ଏହି  ଉପଲକ୍ଷେ  ବିଷୟବସ୍ତୁ   ଭାବରେ  ‘ ପରିବେଶ ଏବଂ  ଜଳବାୟୁ  ସାକ୍ଷରତା ’ ରଖାଯାଇଛି  । ସାଧାରଣତଃ  ଶିକ୍ଷିତ  ମନୁଷ୍ୟ  ଭଲ ମନ୍ଦ  ବା ଠିକ୍ ଭୁଲର   ବିଚାର  କରିପାରେ  ବର୍ତ୍ତମାନ  କମ୍ପ୍ୟୁଟର  ଜ୍ଞାନକୌଶଳ  ଏବଂ  ସୂଚନା  ଓ  ପ୍ରଯୁକ୍ତିବିଦ୍ୟା  ମାଧ୍ୟମରେ   ଜଳବାୟୁ   ସମ୍ବନ୍ଧୀୟ   ତଥ୍ୟ  ଆମେ  ପାଇପାରୁଛେ   । ଝଡବାତ୍ୟାର  ପ୍ରାକ  ସୂଚନା  ମିଳିବା   ଦ୍ଵାରା  ଧନଜୀବନ  ରକ୍ଷା  କରାଯାଇପାରୁଛି   । ବର୍ତ୍ତମାନ  ପରିବେଶ  ଶିକ୍ଷାର  ଆବଶ୍ୟକତା  ବହୁତ  ଜରୁରୀ  ହୋଇପଡିଛି   । ଏହି ଶିକ୍ଷାର  ବୈଜ୍ଞାନିକ  ଦୃଷ୍ଟିକୋଣ  ଅତ୍ୟନ୍ତ  ସୁଦୂର  ପ୍ରସାରୀ   । ପରିବେଶ   ଶିକ୍ଷାର  ଗୁରୁତ୍ଵ  ଠିକ୍ ଭାବରେ  ଉପସ୍ଥାପିତ  କରାଗଲେ  ଓ  ସମସ୍ତଙ୍କର  ହୃଦୟଙ୍ଗମ   ହେଲେ  ଏହାର   ପ୍ରକୃତ   ମୂଲ୍ୟ  ସମଗ୍ର   ବିଶ୍ଵ  ସୁରକ୍ଷାରେ  ଏକକ  ଅବଦାନ   ହେବା  ସହିତ   ବିଶ୍ଵକୁ  ସୁସ୍ଥ  ରଖିବ  । ମନୁଷ୍ୟର  ଦୈନନ୍ଦିନ   କାର୍ଯ୍ୟକଳାପ  ଯୋଗୁ  ଆଜି  ପରିବେଶ  ବିପର୍ଯ୍ୟସ୍ତ  ଏବଂ  ଜଳବାୟୁ  ପରିବର୍ତ୍ତନ  ଏହାର  ପରିଣାମ  ସ୍ୱରୂପ  ପରିଲକ୍ଷିତ  ହେଉଛି   । ଜୀବାଶ୍ମ  ଇନ୍ଧନର  ଦହନ , ଜଙ୍ଗଲ  କ୍ଷୟ , ବ୍ୟାପକ  ଶିଳ୍ପାୟନ  ଓ  ସହରୀକରଣ  ଦ୍ଵାରା  ଅତ୍ୟଧିକ  ପରିମାଣରେ  ଅଙ୍ଗାରକାମ୍ଳ  ବାଷ୍ପ  ବାୟୁମଣ୍ଡଳରେ  ପ୍ରବେଶ  କରୁଛି   । ଋତୁଗୁଡିକର  ଆଗମନ ଠିକ୍  ସମୟରେ  ହେଉନାହିଁ   । ମାଘମାସର  ବାଘ  ପରି  ଶୀତ ଆଉ  ନାହିଁ   । ବସନ୍ତ  ଋତୁ  ପ୍ରାୟତଃ  ଅନୁଭବ  କରିହେଉ  ନାହିଁ   । ଜଳବାୟୁ  ପରିବର୍ତନର  ପ୍ରଭାବରେ   ଅପ୍ରତ୍ୟାଶିତ  ଭାବେ   ଅଧିକ   ଗରମ  ଅନୁଭୂତ  ହେଉଛି  ଏବଂ  ଅଧିକ  ତୁଷାରପାତ ମଧ୍ୟ  ହେଉଛି   । ଗବେଷଣାରୁ  ଏହା  ଜଣାଯାଏ ଯେ , ତାପମାତ୍ରା   ବୃଦ୍ଧିକୁ  ରୋକା  ନ ଗଲେ   ଏହା  ୧.୪  ଡିଗ୍ରୀରୁ  ୫.୮ ଡିଗ୍ରୀ  ସେଲସିୟସ   ପର୍ଯ୍ୟନ୍ତ   ବୃଦ୍ଧି   ପାଇ  ପୃଥିବୀର  ଜୀବଜଗତ  ପ୍ରତି  ବିପଦ  ସୃଷ୍ଟି   କରିବ  । ତାପମାତ୍ରା  ବୃଦ୍ଧି  ଘଟିଲେ  ବରଫ  ତରଳି  ସମୁଦ୍ର  ପତନର  ଉଚ୍ଚତା   ବୃଦ୍ଧି  ପାଇବ  । ଏହାଦ୍ଵାରା   ଅନେକ  ସ୍ଥଳ   ଭାଗ   ସମୁଦ୍ର  ଗର୍ଭରେ  ଲୀନ  ହୋଇଯିବ   । ବର୍ଷାର  ଅନିୟମିତତା  ମଧ୍ୟ  ଜଳବାୟୁ  ପରିବର୍ତ୍ତନର  ଅନ୍ୟ  ଏକ  କାରଣ   । ଜଳବାୟୁ   ପରିବର୍ତ୍ତନ  ଯୋଗୁ   ବିଶୁଦ୍ଧ  ପାନୀୟ ଜଳ , ସୁଷମ  ଖାଦ୍ୟ , ବାସସ୍ଥଳ ଓ  ଉତ୍ତମ  ସାମାଜିକ  ଅବସ୍ଥା  ପ୍ରଭାବିତ  ହେବ  ।  ଏହାଦ୍ଵାରା  ସ୍ୱାସ୍ଥ୍ୟଗତ   ସମସ୍ୟା , ଅକାଳ  ବାର୍ଦ୍ଧକ୍ୟ  ଓ  ଅକାଳ  ମୃତ୍ୟୁ   ବୃଦ୍ଧି  ପାଇବ  ।  ପୃଥିବୀ   ପୃଷ୍ଠର  ଶତକଡା ୭୦ ଭାଗ  ସମୁଦ୍ର   । ତେଣୁ   ଜଳବାୟୁ   ଉପରେ   ସମୁଦ୍ରର  ନିୟନ୍ତ୍ରଣ  ବା  ପ୍ରଭାବ  ନିଶ୍ଚିତ   ଭାବେ  ଅଧିକ   । ସମୁଦ୍ର  ଜଳ  ବାୟୁମଣ୍ଡଳରୁ  ଉତ୍ତାପ ଓ  ଅଙ୍ଗାରକାମ୍ଳ  ବାଷ୍ପ  ଶୋଷି  ନେଇଥାଏ   । ବାଯୁମଣ୍ଡଳରେ  ସବୁଜ  ଗୃହ  ବାଷ୍ପ  ଅଙ୍ଗାରକାମ୍ଳ  ଅଧିକ   ହେବା  ଦ୍ଵାରା  ସମୁଦ୍ର   ଜଳର  ଅମ୍ଳତ୍ଵ  ବୃଦ୍ଧି  ପାଉଛି   । ଏହାର  ପ୍ରଭାବ  ସାମୁଦ୍ରିକ  ଜୀବଜଗତ  ଉପରେ  ପଡୁଛି   । ୧୯୮୮ ରେ  ଜଳବାୟୁ  ପରିବର୍ତ୍ତନକୁ  ବିଶେଷ  ଅନୁଧ୍ୟାନ  କରିବା  ପାଇଁ  ଆନ୍ତଃ – ସରକାରୀ ଜଳବାୟୁ  ପରିବର୍ତ୍ତନ  ବିଶେଷଜ୍ଞ  କମିଟି  ଆଇ.ପି.ସି.ସି. ଗଠିତ  ହୋଇଥିଲା  । ଅଙ୍ଗାରକାମ୍ଳ  ବାଷ୍ପ  ନିର୍ଗମନ  ହ୍ରାସ  କରିବା  ପାଇଁ  ଏହି  କମିଟି  ପ୍ରସ୍ତାବ  ଦେଇଛି   ।  ବର୍ତ୍ତମାନ  ଜୀବାଶ୍ମ  ଇନ୍ଧନର  ବିକଳ୍ପ  ସକାଶେ  ଗୁରୁତ୍ଵ  ଦିଆଯାଉଛି   । ଅଧିକ  ସଂଖ୍ୟାରେ  ବୃକ୍ଷରୋପଣ  କରି  ପୃଥିବୀର  ଉତ୍ତାପକୁ  ହ୍ରାସ  କରାଯାଇପାରିବ   । ପୃଥିବୀ  ପୃଷ୍ଠର   ଜଳବାୟୁ  ସାଧାରଣତଃ ସୂର୍ଯ୍ୟ , ସମୁଦ୍ର , ବାଯୁମଣ୍ଡଳ , ମେଘ , ବରଫ ଜଙ୍ଗଲ , ଜମି  ଏବଂ  ଜୀବନ   ଦ୍ଵାରା  ପ୍ରଭାବିତ   ହୋଇଥାଏ  । ଏସବୁ   ମଧ୍ୟରେ  ସମତୁଲତା  ରକ୍ଷା   କରିବା  ଜରୁରୀ   । ଜନସାଧାରଣ   ଏଥିପ୍ରତି   ସଚେତନ   ହୋଇ  ତାପମାତ୍ରା  ବୃଦ୍ଧିକୁ   ରୋକିବା  ସହିତ   ଜଳବାୟୁ   ପରିବର୍ତ୍ତନ   ପ୍ରତି  ସତର୍କତା   ଅବଲମ୍ବନ   କରିବା  ଆବଶ୍ୟକ   ।

ସଂଗୃହିତ :ଡ. ମାନସ ରଞ୍ଜନ ସେନାପତି

2.66666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top