অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିବେଶ ପରିଚାଳନା

ଉପକ୍ରମ

ପରିବେଶ ପରିଚାଳନା କହିଲେ ସର୍ବୋପରି ବାୟୁ , ଜଳ , ମୃତ୍ତିକା ତଥା ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ପଦାର୍ଥର ଉତ୍ପାଦନ ଏବଂ ବିନିଯୋଗ ମଧ୍ୟରେ ସମନ୍ୱିୟ ରକ୍ଷା କାରବାର ପଦ୍ଧତିକୁ ହିଁ ବୁଝାଯାଏ   ।   ଏହି ପଦ୍ଧତି ଅବଲମ୍ବନ କରାଯାଇ ପରିବେଶର ଅବକ୍ଷୟ ଖୁବଶୀଘ୍ର  ରୋକାଯାଇ ପାରିବ ଓ ପୁନଃ ବିନ୍ୟାସ କରାଯାଇପାରିବ ବୋଲି ଆଶା କରାଯାଉଛି   ।  ଏହା ପୁନଃବିନ୍ୟାସ ପ୍ରଣାଳୀର ଜ୍ଞାନକୌଶଳକୁ ପରିବେଶ ପରିଚାଳନା ବା ପରିବେଶ ପଦ୍ଧତି କୁହାଯାଏ   ।

ସୁତରାଂ ମାନବ ସମାଜ ସମ୍ମୁଖରେ ସଂପ୍ରତି ଦେଖାଦେଇଥିବା ପରିବେଶ ପ୍ରଦୂଷଣଜନିତ ସମସ୍ୟା , ବିଶେଷ କରି ଜୀବନ ଓ ଜୀବିକାର ଏକ ସ୍ଥାୟୀ ପ୍ରତିକାର ଓ ନିରନ୍ତର ବିକାଶ ପାଇଁ ସୃଷ୍ଟି ହୋଇଥିବା ଉପଭୋଗବାଦର ମାନସିକତାକୁ ଯଥା ସମ୍ଭବ ନିୟନ୍ତ୍ରଣ କରିବା ଜରୁରୀ   ।  ଏହାଦ୍ଵାରା ପରିବେଶ ସୁରକ୍ଷା   ,  ଅର୍ଥନୈତିକ ଓ ରାଜନୈତିକ ପରିସ୍ଥିତିର ପରିବର୍ତ୍ତନ ମଧ୍ୟ ସମ୍ଭବ ହୋଇପାରିବ   ।  ଏଥିପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସର୍ବାଦୌ ଜରୁରୀ   ।

ଦେଶର ପ୍ରାୟ ସମସ୍ତ ନଦୀବନ୍ଧ ଯୋଜନା  , ଖଣି ତଥା ଖଣିଭିତ୍ତିକ କଳାକାରଖାନାଗୁଡିକ ଦେଶର ଆଦିବାସୀ ଅଧ୍ୟୁସିତ ଅଞ୍ଚଳମାନଙ୍କରେ ପ୍ରତିଷ୍ଠା କରାଯାଇଛି   ।  ସାଧାରଣତଃ ନଦୀ ବନ୍ଧ ଯୋଜନାଗୁଡିକ ଦ୍ଵାରା ହଜାର ହଜାର ଜଳମଗ୍ନ ହୋଇଛି   । ଲକ୍ଷ ଲକ୍ଷ ହେକ୍ଟର ଜମି ଓ ଘଞ୍ଚ ଜଙ୍ଗଲ ଜଳମଗ୍ନ ହୋଇ ଲକ୍ଷ ଲକ୍ଷ ଲୋକ , ମୁଖ୍ୟତଃ ଆଦିବାସୀମାନେ ବାସଚ୍ୟୁତ ହୋଇଛନ୍ତି   ।  ଏହା ବ୍ୟତୀତ ନୂଆ ନୂଆ ସ୍ଥାନରେ ଖଣି ଖନନ  ଏହି ଖଣିକୁ ଭିତ୍ତିକରି କଳକାରଖାନା ପ୍ରତିଷ୍ଠା ଯୋଗୁଁ ମଧ୍ୟ ବହୁଲୋକ ବାସଚ୍ୟୁତ ହୋଇ ନିଜ ନିଜ ଦେଶରେ ଶରଣାର୍ଥୀରେ ପରିଣତ ହୋଇଛନ୍ତି   । କେବଳ ଏତିକି ନୁହେଁ   , ନିଜର ସନ୍ନିହିତ ପରିବେଶ ଉପରେ ଜମି, ଜଙ୍ଗଲ ଓ ଜଳ ପାଇଁ ସଂପୂର୍ଣ୍ଣ ନିର୍ଭର କରି ବଞ୍ଚି  ରହିବା ପାଇଁ ଭିଟାମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି ଏବଂ ଉଦବାସ୍ତୁରେ ପରିଣତ  ହେଉଛନ୍ତି   ।  ଏମାନେ ହେଉଛନ୍ତି ଉନ୍ନୟନ ମୂଳକ କାର୍ଯ୍ୟକଳାପର ପରୋକ୍ଷ ଶିକାର   ।  ସ୍ଵାଧୀନତା ଅର୍ଜନ ପରେ ଆମ ଦେଶର ଏହିଭଳି କୋଟି କୋଟି ଲୋକ ସିଧାସଳଖ ବା ପ୍ରକାରାନ୍ତେରେ ଉଦବସ୍ତୁରେ ପରିଣତ ହୋଇଛନ୍ତି ଏବଂ ସେମାନଙ୍କର ପୁନର୍ବାସ ଏକ ଉତ୍କଟ ସମସ୍ୟାରେ ପରିଣତ ହୋଇଛି   । ଏହି ପ୍ରକ୍ରିୟା ଆଯ ମଧ୍ୟ ଚାଲୁ ରହିଛି ଓ “ ଉନ୍ନୟନ ବନାମ ଭିଟାମାଟି “ ର ଲଢେଇ ଆଜି ବି ଦେଖିବାକୁ ମିଳୁଛି  ।  ଏହାର ନିଷ୍ପତ୍ତି ଆଜି ପର୍ଯ୍ୟନ୍ତ ହୋଇନାହିଁ   । ମାତ୍ର ଏହି ପ୍ରକ୍ରିୟାରେ ଅଧିକରୁ ଅଧିକ ଲୋକ ବିସ୍ଥାପିତ ହୋଇ ସହରମାନଙ୍କରେ ଦିନ ମଜୁରିଆରେ ପରିଣତ ହୋଇଛନ୍ତି ଓ ସହରବସ୍ତି ମାନଙ୍କ ରେ ଜୀବନ ଧାରଣ ପାଇଁ ଆବଶ୍ୟକ ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଜୀବନଜାପାନ କରୁଛନ୍ତି   ।  ସ୍ଵାଭାବିକ ଭାବରେ ଏହା ଅନେକ ସାମାଜିକ ପ୍ରଶ୍ନ ଉତଥାପନ କରୁଛି   ।

ବିସ୍ଥାପିତମାନଙ୍କର ଦୁର୍ଦ୍ଦଶାର ମୂଳକାରଣ ହେଉଛି ଯୋଜନା ପ୍ରଣଯନ ସମୟରେ ଏହି ସୂକ୍ଷ୍ମ ଓ ସଂବେଦନଶୀଳ ମାନବୀୟ ସମସ୍ୟା ଉପରେ ଗୁରୁତ୍ଵ ଦିଆନଯିବା   ।  ଅର୍ଥାତ , ଉନ୍ନୟନ ପ୍ରକଳ୍ପ ପରିକଳ୍ପନା ଓ କାର୍ଯ୍ୟକାରୀ କଳାବେଳେ ସେଠାରେ ଯୁଗ ଯୁଗ ଧରି ରହିଆସୁଥିବାବେଳେ ଲୋକମାନଙ୍କର ପୁନର୍ବାସକୁ ସାମାଜିକ ଯୋଜନାର ଗୁରୁତ୍ଵପୂର୍ଣ୍ଣ ଓ ଅବିଛେଦ୍ୟ ଅଙ୍ଗଭାବରେ ବିବେଚନା କରାନଯାଇ କେବଳ ଲାଭଖ୍ଯାତିର ଅଙ୍କ କଷାଯିବା ଫଳରେ ହିଁ ଏହିଭଳିତ ମାନବୀୟ ସମସ୍ଯା ସୃଷ୍ଟି ହେଉଛି   ।  ଏକଥା ଆମେ ଜାଣୁ ଯେ ଆଦିବାସୀମାନେ ଜଙ୍ଗଲରେ ପ୍ରଚ୍ନ କାଳରୁ ରହିଆସୁଥିଲେ ମଧ୍ୟ ବ୍ରିଟିଶ ଶାସନ କାଳରୁ ପ୍ରଚଳିତ ତଥା ବର୍ତ୍ତମାନ ମଧ୍ୟ ଅନୁସୃତ ଜଙ୍ଗଲ ଆଇନ ଏମାନଙ୍କୁ ବସବାସ କରୁଥିବା ଓ ଚାଷବାସ କରି ବଞ୍ଚିଥିବା ଜମି ଉପରେ କୌଣସି ଆଇନଗତ ଅଧିକାର ଦେଇନାହିଁ   ।  ଦେଶର ଆଦିବାସୀ ଜନସଂଖ୍ୟାର ଶତକଡା 90 ବାଗ ଲୋକଙ୍କ ପାଖରେ କୌଣସି ଜମିପଟା  ନାହିଁ  ।  ସ୍ଵାଭାବକ କୌଣସି କାରଣରୁ ବିସ୍ଥାପିତ ହେବାକୁ ପଡିଲେ ଏମାନଙ୍କୁ କୌଣସି କ୍ଷତି ପୂରଣମିଳେ ନାହିଁ   । ସରକାରୀ ନିୟମ ଅନୁଯାୟୀ ମାନକୁ ମାତ୍ର କ୍ଷତି ପୂରଣ ଦେଇ ସେମାନଙ୍କୁ ଭିଟାମାଟିରୁ ଉଚ୍ଛେଦ କରିଦିଆଯାଏ   ।  ସେମାନେ ଯାହା କ୍ଷତି ପୁରାଣ ପାଇଥାଆନ୍ତି ସେ ଟଙ୍କା ଖୁବ ଶୀଘ୍ର ଶେଷ ହୋଇଯାଏ   । ପୂର୍ବରୁ ଚାଷବାସ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ଆଦିବାସୀମାନେ ସହରମାନଙ୍କରେ ଗୃହ ନିର୍ମାଣକାରୀ ଶ୍ରମିକ ,  ଦିନ ମଜୁରିଆ କିମ୍ବା ଭିକାରିରେ ପରିଣତ ହୁଅନ୍ତି   ।  ଏହି ଲୋକମାନେ କାମଧନ୍ଦା ଆଶାରେ ବାହାର ପ୍ରଦେଶମାନଙ୍କୁ ଯାଇ ଆମାନୁଷିକ ଶୋଷକର ଶିକାର ହୁଅନ୍ତି କିମ୍ବା ଅନୈତିକ ଜୀବନଯାପନ କରିବାକୁ ବାଧ୍ୟ ହୁଅନ୍ତି   ।

ଏହି ପ୍ରସଙ୍ଗ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ହେଉଛି   କଳକାରଖାନା ବା ସେହିଭଳି ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତ ଲୋକମାନଙ୍କର ଯଥାର୍ଥ ଭାଗୀଦାରିର ଅଭାବ   ।  ଅର୍ଥାତ କଳ କାରଖାନା ବା ସେହିଭଳି ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତ ଲୋକମାନଙ୍କର ଯଥାର୍ଥ ଭାଗୀଦାରିର ଅଭାବ   ।  ଅର୍ଥାତ କାରଖାନାଟିଏ ପ୍ରତିଷ୍ଠା ହେଲେ ତାହାଦ୍ଵାରା ବିସ୍ଥାପିତ ହେଉଥିବା ଲୋକ ସେଥିରେ ନିଯୁକ୍ତି ପାଆନ୍ତି ନାହିଁ  କିମ୍ବା ବହୁମୂଖୀ ନଦୀବନ୍ଧ ଯୋଜନାର ସଫଳ ବିସ୍ଥାପିତ ଲୋକମାନେ ପକାନ୍ତି ନାହିଁ   ।  କାରଖାନାର ମାଲିକମାନେ ଏଥିରେ ମୁନାଫା ଲୁଟ କରନ୍ତି ଏବଂ ସମାଜ ସମସ୍ତ ସମ୍ପଦକୁ ଉପଭୋଗ କରୁଥିବା ଗୋଷ୍ଠୀଟି କାରଖାନାରୁ ସମସ୍ତ ସୁବିଧା ସୁଯୋଗ ଉପଭୋଗ କରେ   ।  ଆମ ରାଜ୍ୟରେ ଏହିଭଳି ଯେତେଗୁଡିଏ ବହୁମୂଖୀ ନଦୀବନ୍ଦ ଯୋଜନା କିମ୍ବା ପ୍ରତିଷ୍ଟା ହୋଇଛି ସେ ସମସ୍ତ ସ୍ଥାନରେ ଆମେ ସେଇ ଏକା ଅବସ୍ଥା ଦେଖିବାକୁ  ପାଇଛୁ   ।  ସୁତରାଂ ଶିଳ୍ପାୟନ ବା ଉନ୍ନୟନ ପ୍ରକ୍ରିୟାରେ ଯଥାଯଥ ଭାଗୀଦାର ନ ରହିବାରୁ ବିସ୍ଥାପିତ ଲୋକମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାର ଶିକାର ହୁଅନ୍ତି   ।

ଏ ପ୍ରସଙ୍ଗରେ ଆହୁରି ଗୋଟିଏ ବିଷୟ ପ୍ରଣିଧାନଯୋଗ୍ୟ   ।  ସ୍ଵାଧୀନତା ଅର୍ଜନ ପରେ ପରେ ଦେଶରେ ଜୁନ ସବୁ ଶିଳ୍ପ ପ୍ରତିଷ୍ଠା କରାଯାଉଥିଲା ସେଗୁଡିକ ଥିଲା ମୁଖ୍ୟତଃ ଶ୍ରମଭିତ୍ତିକ ବା ନିଯୁକ୍ତି ଭିତ୍ତିକ   ।  ଅର୍ଥାତ ପୁଞ୍ଜି ବିନିଯୋଗ କରି ପ୍ରଚୁର ସଂଖ୍ୟକ ଶ୍ରମିକଙ୍କ ପାଇଁ ସିଧାସଳଖ ବା ପ୍ରକାରାନ୍ତେ ରେ ନିଯୁକ୍ତର ସୁଯୋଗ ସୃଷ୍ଟି କରି ସରକାରୀ ଉଦ୍ୟୋଗରେ ଏହିଭଳି ଶିଳ୍ପମାନ ଗଢିଉଠୁଥିଲା   ।  ସ୍ଵାଭାବିକ ଭାବରେ ସମସ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ନ ହେଲେ ମଧ୍ୟଜ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ପାଇଁ ସେଠାରେ କର୍ମସଂସ୍ଥାନ କରାଯାଇ ପାରୁଥିଲା  ।  ମାତ୍ର ଧୀରେ ଧୀରେ ପରିସ୍ଥିତି ବଦଳିବାକୁ ଲାଗିଲା ଏବଂ ଶ୍ରମଭିତ୍ତିକ ଶିଳ୍ପ ପରିବର୍ତ୍ତେ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ପୁଞ୍ଜିଭିତ୍ତିକ ଶିଳ୍ପମାନ ଗଢି ଉଠିଲା   ।  ଏହି ସବୁ ଶିଳ୍ପ ଓ କାରଖାନାମାନଙ୍କରେ ନିଯୁକ୍ତିର ସୁଯୋଗ ସଙ୍କୁଚିତ ହୋଇଗଲା  । ଫଳରେ ଏହିସବୁ କଳାକାରଖାନାରେ ବିସ୍ଥାପିତ ଲୋକମାନଙ୍କୁ ନିଯୁକ୍ତ  ହେବାକୁ ପଡିଲା   ।  ପୁନଶ୍ଚ , ବିଗତ ଶତାଦ୍ଦୀର ନବେ ଦଶକରୁ ଦେଶରେ ଆରମ୍ଭ ହୋଇଥିବା ଜଗତୀକାରଣ ପ୍ରକ୍ରିୟା ଫଳରେ ନିଯୁକ୍ତି ସମସ୍ୟା ଅତ୍ୟନ୍ତ ଗୁରୁତର ଆକାର ଧାରଣ କରିଛି  ,  କାରଣ ଆଜି ଯନ୍ତ୍ର ମଣିଷ ହାତରୁ କାମ ଛଡେଇ ନେଇଛି   ।  ଏହି ପରିସ୍ଥିତିରେ ବିସ୍ଥାପିତମାନଙ୍କର ସମସ୍ୟା ମଧ୍ୟ ଗୁରୁତର ଆକାର ଧାରଣ କରିଛି   ।  ଆହୁରି ମଧ୍ୟ କ୍ରମବର୍ଦ୍ଧମାନ ମୂଲ୍ୟବୃଦ୍ଧି ଓ ଟଙ୍କାର ଆବମୂଲ୍ୟାଙ୍କନ ଯୋଗୁଁ ବିସ୍ଥାପିତମାନଙ୍କୁ ଯେଉଁ କ୍ଷତିପୂରଣ ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ଭଳି ହେଉଛି   ।

ମାତ୍ର ସ୍ଵାଧୀନତା ପରେ କୌଣସି ସରକାର ଏହି ଗୁରୁତ୍ଵପୂର୍ଣ୍ଣ ଦିଗଗୁଡିକ ଉପରେ ବିଚାର ନ କରି ଏହିଭଳି ଲୋକମାନଙ୍କୁତ ଦେଶର ପ୍ରଗତି ଓ ସ୍ଵାର୍ଥ ପାଇଁ ଆତ୍ମତ୍ୟାଗ କରିବାକୁ ଆହ୍ଵାନ ଦେଇଚାଲିଛନ୍ତି   ।  1948 ମସିହାରେ ହୀରାକୁଦ ନଦୀବନ୍ଧ ଯୋଜନାର ଶିଳାନ୍ୟାସ କରିବା ସମୟରେ ପଣ୍ଡିତ ନେହେରୁ ସେଠାକାର ବିସ୍ଥାପିତ ଲୋକମାନଙ୍କୁ ଭାଷଣ ଦେଇ କହିଥିଲେ  “ ଆପଣମାନଙ୍କୁ ଯଦି କ୍ଷତିଗ୍ରସ୍ତ ହେବାକୁ ପଡେ ତା ହେଲେ ଆପଣମାନେ ଦେଶର ସ୍ଵାର୍ଥରୁ ତାହା ସ୍ଵୀକାର କରିନେବା ଆବଶ୍ୟକ  “ ଆମ ମତରେ ଏହାଠାରୁ ଆଉ ଦୁଃଖଦାୟକ କଥା କିଛି ନଥାଇପାରେ   । ଯେଉଁ ଲୋକମାନଙ୍କୁ ସଭ୍ୟତା କିଛି ହିନ ଦେଇ ନାହିଁ ,  ଯେଉଁ ଲୋକମାନେ ସେହି ପ୍ରାକ ଐତିହାସିକ ଯୁଗର ଲୋକମାନଙ୍କ ଭଳି ବଣଜଙ୍ଗଲରେ ବାସ କରୁଛନ୍ତି   , ଆଇନ ପ୍ରଣୟନକରି ଯେଉଁମାନଙ୍କ ହାତରୁ ଜଙ୍ଗଲ , ଜମି ଓ ଜଳ ଉପରେ ସେମାନଙ୍କ ସ୍ଵାଭାବିକ ଅଧିକାରକୁ ଛଡେଇ ନିଆଯାଇଛେ   ,  ସେହି ଲୋକମାନେ ଆତ୍ମତ୍ୟାଗ କରିବେ ଏବଂ ଯେଉଁମାନେ ସଭ୍ୟତା ଓ ପ୍ରଗତିର ସମସ୍ତ ସୁଯୋଗ ଲୁଣ୍ଠନ କରିଛନ୍ତି ସେମାନେ ଆହୁରି ଭଲ ଭାବରେ ଓ ଅଧିକ ଲୁଣ୍ଠନ କରିବେ   ।

ଏହା ବାସ୍ତବିକ ଅତ୍ୟନ୍ତ ଦୁଃଖଦାୟକ   ।  ମୋଟ ଉପରେ ଏହା ହିଁ ହେଉଛି ଆମ ଦେଶର ବିସ୍ଥାପିତ ମାନଙ୍କର ଅବସ୍ଥା ଓ ସେମାନଙ୍କର ପ୍ରତି ସରକାରୀ ଆଭିମୁଖ୍ୟ   ।

ମାତ୍ର ବର୍ତ୍ତମାନ ପରିସ୍ଥିତିରେ ସୁଯୋଗ ଆସିଛି   ।  ଆମର ପରମ୍ପରିକ ଶକ୍ତିକୁ କୌଶଳ ପୂର୍ବକ ବ୍ୟବହାର କରି ଏକ ସୁସ୍ଥ ସମାଜ ଗଢିବା ପାଇଁ ଚେଷ୍ଟା କରିବା ଏବଂ ଆଧୁନିକ ବିଜ୍ଞାନ ଓ ବୈଷୟିକ ଅଭିବୃଦ୍ଧିର ସଫଳ ବିନିଯୋଗ କରି ପୃଥିବୀ ପୃଷ୍ଠରେ ଜୀବନର ସ୍ଥିତି ପ୍ରତି ଦେଖାଦେଇଥିବା ବିପଦରୁ ନିଜକୁ ମୁକ୍ତ କରିବା ପାଇଁ ବର୍ତ୍ତମାନ ସମୟ ସବୁଠାରୁ ଅନୁକୂଳ   ।  ଏହା ବ୍ୟତିତ ପରିବେଶଗତ ସମସ୍ୟାର ପ୍ରକୃତ କାରଣ ନିର୍ଦ୍ଧାରଣ କରି ପରିବେଶକୁ ଉତ୍କୃଷ୍ଟ କରିବା ପାଇଁ ବର୍ତ୍ତମାନ ସୁଚିନ୍ତିତ ପଦକ୍ଷେପ ନେବା ତଥା ଏହାର ସଦବ୍ୟବହାର କରି ପରିବେଶ ସୁପରିଚାଳନା କରି ପରିବେଶକୁ ଉତ୍କୃଷ୍ଟ କରିବା ପାଇଁ ବର୍ତ୍ତମାନ ସୁଚିନ୍ତିତ ପଦକ୍ଷେପ ନେବା ତଥା ଏହାର ସଦବ୍ୟବହାରକରି ପରିବେଶ ସୁପରିଚାଳନା ଦାୟିତ୍ଵ ସମସ୍ତେ ଆନ୍ତିରିକତାର ସହ ତୁଲାଇ ପାରିଲେ ହିଁ ପ୍ରକୃତ ପରିବେଶ ପରିଚାଳନା ସମ୍ଭବ ହୋଇପାରିବ ଏବଂ “ ଉନ୍ନୟନ ବିନାମ ଭିଟାମାଟି “ ର ଲଢେଇର ନିଷ୍ପତି ହୋଇପାରିବ   ।

ପରିବେଶ ପରିଚାଳନା ପାଇଁ ପଦକ୍ଷେପ ଗୁଡିକ ହେଲା  :-

  1. ଆଧୁନିକ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ଅଧିକାରୀ ସୁଯୋଗ୍ୟ ବ୍ୟକ୍ତିଙ୍କୁ ନେଇ ସ୍ଵତନ୍ତ୍ର  “ ଏକୋ କଲଚର  “ ପ୍ରତିଷ୍ଠା କିବା  ।
  2. ଉନ୍ନତ ଗବେଷଣାଗାର ପ୍ରତିଷ୍ଠା କରାଯାଇ ନିୟମିତ ଭାବରେ ଗବେଷଣା ମାଧ୍ୟମରେ ପ୍ରକୃତ ବିଶ୍ଳେଷଣ ପ୍ରସୂତ ତଥ୍ୟ ସ୍ଥାନୀୟ ପତ୍ର ପତ୍ରିକାରେ ପ୍ରକାଶ କରାଇବା   ।
  3. ସମସ୍ତ ବୃକ୍ଷରାଜିକୁ ଜାତୀୟ ସମ୍ପଦ ଭାବେ ବିଚାରକୁ ନେଇ ସେଗୁଡିକର ବୃଦ୍ଧି ଓ ପୁନଃବୃକ୍ଷ ରୋପଣ ଯୋଜନାମାନ ପ୍ରସ୍ତୁତ କରିବା   ।
  4. ପ୍ରଦୂଷନକାରୀ ଶିଳ୍ପସଂସ୍ଥା ଗୁଡିକରୁ ନିର୍ଗତ ଧୂଆଁ ସିଧାସଳଖ ବାୟୁମଣ୍ଡଲକୁ ନଛାଡି   ,  ସେଗୁଡିକ ସୁଉଚ୍ଚ ଚିମିନି ଦ୍ଵାରା ବାହାରକୁ ନିର୍ଗତ କରାଇବାର ବ୍ୟବସ୍ଥା କରାଇବା ଓ ଏହିଭଳି ବ୍ୟବସ୍ଥା କରୁନଥିବା ଶିଳ୍ପଗୁଡିକର ଲାଇସେସନ୍ସ ରଦ୍ଦ କରିଦେବା   ।
  5. ନାଳନର୍ଦ୍ଦମା , ଡାକ୍ତରଖାନାମାନଙ୍କର ତରଳ ତଥା କଠିନ ଆବର୍ଜନା ସ୍ଵତନ୍ତ୍ର ସ୍ଥାନରେ ରଖାଯିବାର ବ୍ୟବସ୍ଥା କରାଯିବା ତଥା ସର୍ବ ସାଧାରଣ ସ୍ଥାନରେ ମୂଳସୂତ୍ର ନିଷ୍କାସନ ପାଇ ଶୌଚାଳୟ ଓ ସର୍ବସାଧାରଣ ଶବଦାହ ଗୃହର ବ୍ୟବସ୍ଥା କରାଯିବା   ।
  6. ବୃହତ୍ତ ସହର ଓ ପୌରାଞ୍ଚଳମାନଙ୍କରେ ସର୍ବସାଧାରଣ ପାର୍କ ଓ ବଗିଚାମାନ ତିଆରି କରିବା  ,  ଗୋଚର ତଥା ଚାରଣ ଭୂମି ସୃଷ୍ଟି କରିବା ଏବଂ ସେଗୁଡିକର ସୁପରିଚାଳନା ପାଇଁ ନୀତି ନିୟମ ପ୍ରଣୟନ କରି ସେଗୁଡିକୁ କଡା କଡି ଭାବରେ ପାଳନ କରାଯିବା   ।

ଆନ୍ତଃର୍ଜାତିକ ମାନକ ସଂଗଠନ  :

ଏହି ମାନକ ସଂଗଠନ ପରିବେଶ ପରିଚାଳନା ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ବିଶ୍ଵସ୍ତରୀୟ 110 ଦେଶର ନିର୍ଦ୍ଧିଷ୍ଟ ପ୍ରଣାଳୀର ପରିପ୍ରକାଶ ଅଟେ   ।  ଏହି ମାନକଗୁଡିକ ଯେକୌଣସି ସଂଗଠନ ପାଇଁ ପ୍ରଯୁଜ୍ୟ ହୋଇପାରେ   ।

ବିସ୍ଥାପିତ ମାନଙ୍କର ପୁନର୍ବାସ   :

ବିସ୍ଥାପିତମାନଙ୍କର ଦୁଃଖ ଦୁର୍ଦ୍ଦଶା ଲାଘବ କରିବାକୁ ହେଲେ ପ୍ରଥମେ ଶିଳ୍ପକାରଖାନା ପ୍ରତିଷ୍ଠା ହେଲେ ସରକାରଙ୍କର ବା ବ୍ୟକ୍ତିଗତ ପୁଞ୍ଜିପତିମାନଙ୍କର କେତେ ଲାଭ ହେବ ବା ସରକାର କେତେ ରାଜସ୍ୱ ପାଇବେ ସେତିକି ହିସାବକୁ ନ ନେଇ ପ୍ରକଳ୍ପ ଦ୍ଵାରା କ୍ଷତିଗ୍ରସ୍ତ ହେଉଥିବା ଜନସାଧାରଣ ଓ ପରିବେଶର କ୍ଷତିର ମଧ୍ୟ ଆକଳନ କରାଯିବା ଆବଶ୍ୟକ   ।  ବିସ୍ଥାପିତମାନଙ୍କ ପାଇଁ ନିଯୁକ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକ   ।  ଅଠର ବର୍ଷ ବୟସ  ହୋଇ ନଥିଲେ ମଧ୍ୟ ପ୍ରତ୍ୟେକ ଯୁବକ ଯୁବତୀକୁ ଏକ ସ୍ଵାଧୀନ ପରିବାର ଭାବରେ ବିଚାରକରି ପ୍ରତ୍ୟେକ ପରିବାକୁ ପର୍ଯ୍ୟାପ୍ତ ଓ ଆବଶ୍ୟକ କ୍ଷତିପୂରଣ ଦିଆଯିବା ଆବଶ୍ୟକ   ।  ଏଥିପାଇଁ ଆବଶ୍ୟକ ହେଲେ ସରକାରୀ ଆଇନର ପରିବର୍ତ୍ତନ କରାଯିବା ଆବଶ୍ୟକ   ।  ଗୋଟିଏ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ପ୍ରତ୍ୟେକ ବିସ୍ଥାପିତ ପରିବାରର ପୁନର୍ବାସ ନିଶ୍ଚିତ କରାଯିବ ଆବଶ୍ୟକ   ।  ବିସ୍ଥାପିତମାନଙ୍କର ପୁନର୍ବାସନ ପାଇଁ ସାଧାରଣତଃ ନିର୍ମାଣ କରାଯାଇଥିବା କଲୋନୀ ଓ ସେହି କଲୋନୀମାନଙ୍କରେ ଥିବା ଘରଗୁଡିକ ବାସପୋଯୋଗୀ ନ ହେବାରୁ ସେଠାରେ ରହିବାପାଇଁ ବିସ୍ଥାପିତମାନେ ଆଗ୍ରହ ପ୍ରକାଶ କରନ୍ତି ନାହିଁ   ।  ଏହିସବୁ ପୁନର୍ବାସ କଲୋନୀ ନିର୍ମାଣ ବେଳେ ବିସ୍ଥାପିତ ହେଉଥିବା ଲୋକମାନଙ୍କର ଜୀବନଯାତ୍ରା ପ୍ରଣାଳୀକୁ ଗୁରୁତର ସହିତ ବିଚାର କରାଯିବା ଏବଂ ସେହି ଅନୁସାରେ ଗୃହ ନିର୍ମାଣ କରାଯିବା ଆବଶ୍ୟକ   ।   ଏହା ନ କରି ପୁନର୍ବାସ ଆଳରେ ଲୋକମାନଙ୍କୁ ଏକ ବଖରିଆ ଇନ୍ଦିରା ଆବାସ ଗୃହ ଯୋଗାଇବା ବିସ୍ଥାପିତମାନଙ୍କୁ ଉପହାସ ସହିତ ସମାନ    ।  ଏହିସବୁ ଦିଗଗୁଡିକୁ ଭଲ ଭାବରେ ଦ୍ରୁଷ୍ଟିରେ ରଖିଲେ ବିସ୍ଥାପିତମାନଙ୍କର ଯଥାଯଥ ପୁନର୍ବାସ ହୋଇପାରିବ ଓ ଶିଳ୍ପାୟନ ଏବଂ ବିକାଶ ପ୍ରକୃତରେ ଜନସାଧାରଣଙ୍କ ଉପକାରରେ ଲାଗିପାରିବେ   । ମାତ୍ର ଅତ୍ୟନ୍ତ ଦୁଃଖଦାୟକ ହେଲେ ମଧ୍ୟ ଏକଥା ସତ୍ୟ ଯେ ଏବାବଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆଭିମୁଖ୍ୟ ଅତ୍ୟନ୍ତ ବେଦନାଦାୟକ   ।

କେତେକ ଉଦାହରଣ  :

ବିସ୍ଥାପିତମାନଙ୍କର ସମସ୍ୟାକୁ ଆହୁରି ଭଲ ଭାବରେ ତୋଳି ଧରିବାପାଇଁ ଆମେ ଆମଦେଶ ତଥା ରାଜ୍ୟର କେତୋଟି ଉଦାହରଣ ହେଉଛୁ   ।

(କ) ସର୍ଦ୍ଦାର ସରୋବର ପ୍ରକଳ୍ପ  :

ରାଜସ୍ଥାନ   , ଗୁରୁରାଟ , ମଧ୍ୟପ୍ରଦେଶ ଓ ମହରାଷ୍ଟ୍ରର ବିସ୍ତ୍ରୀର୍ଣ୍ଣ ଅଞ୍ଚଳକୁ ଜଳ ଯୋଗାଣରେ ଘୋଷିତ ଲକ୍ଷରେ ନର୍ମଦା ଓ ଏହାର ଉପନଦୀମାନଙ୍କ ଉପରେ 30 ଟି ବଡ ବନ୍ଧ ଓ ପ୍ରାୟ 300 ଟି ଛୋଟ ଓ ମଧ୍ୟମ ଧରଣର ବନ୍ଧ ନିର୍ମାଣ କରାଯାଉଛି  ।  ଏହାର ମୁଖ୍ୟ ବନ୍ଧଟି ଗୁରୁରାଟରେ ଅବସ୍ଥିତ   ।  ଏହି ପ୍ରକଳ୍ପ ଫଳରେ ଇତି ମଧ୍ୟରେ 12,000 ହେକ୍ଟର ଚାଷ ଜମି , 25,000 ହେକ୍ଟର ଅକ୍ଷତ ଜଙ୍ଗଲ ଓ ଅନ୍ୟାନ୍ୟ ଧରଣର ଜମି ସମେତ ୨୫୦ ଟି ରାଜସ୍ୱ ଗ୍ରାମ ଓ ସର୍ବୋପରି ୩ ଲକ୍ଷରୁ ଅଧିକ ଲୋକ କ୍ଷତିଗସ୍ତ ହୋଇଛନ୍ତି  ।  ଇତିମଧ୍ୟରେ ଏହି ସବୁ ବନ୍ଧ ଯୋଗୁଁ ବହୁ ଗ୍ରାମ ବର୍ତ୍ତମାନ ନର୍ମଦା ନଦୀର କୃତିମ ଜଳାଶୟ ଗର୍ଭରେ ଲୀନ ହୋଇଯାଇଛି  ଏବଂ ତା ସହିତ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଜୀବିକା ଜଳ ସମାଧି ଗ୍ରହଣ କରିଛି   ।

ମାତ୍ର ଏହିଭଳି ବିପୁଳ ସଂଖ୍ୟକ ଲୋକ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ଏବାବଦରେ ସରକାରୀ ଉଦାସୀନତା ସମସ୍ତ ସୀମା ଲଙ୍ଘନ କରିଛି   ।  ମଧ୍ୟ ପ୍ରଦେଶ ସରକାର ଓ କେନ୍ଦ୍ର ସରକାର ସିଧାସଳଖ କହିଛନ୍ତି ଯେ ଏତେ ସଂଖ୍ୟକ ଲୋକଙ୍କର ପୁନର୍ବାସ  ପାଇଁ ଜମି ଓ ଅନ୍ୟାନ୍ୟ ସାଧନ ଯୋଗାଇଦେବା ସରକାରଙ୍କ ପକ୍ଷରେ ସମ୍ଭବ ନୁହେଁ   ।  କେବଳ ସେତିକି ନୁହେଁ ,  ଦେଶ ପାଇଁ ତ୍ୟାଗ କରିବା ପାଇଁ ଚିରାଚରିତ ଢଙ୍ଗରେ ବିସ୍ଥାପିତମାନଙ୍କୁ ଆହ୍ଵାନ ଦିଆଯାଇଛି   । ଏବାବଦରେ ସବୁଠାରୁ ଦୁଃଖ ଦାୟକ କଥା ହେଉଛି ଏହି ଦୁର୍ଦଶାଗ୍ରସ୍ତ ଲୋକମାନଙ୍କର ଦୁର୍ଦଶାପ୍ରତି ସରକାରଙ୍କ ଆଭିମୁଖ୍ୟ   ।  ଭିଟାମାଟି ହରାଇ ଏହାର ପ୍ରତିବାଦ କରୁଥିବା ଓ ଉପଯୁକ୍ତ ପୁନର୍ବାସନ ଦାବି କରୁଥିବା ଆନ୍ଦୋଳନକାରୀମାନଙ୍କ ଉପରେ , ବିଶେଷକରି ମହିଳା ମାନଙ୍କ ଉପରେ ମଧ୍ୟ ରାଜରାସ୍ତାରେ ପୁଲିସ ବର୍ବରୋଚିତ ଅତ୍ୟାଚାର କରି ଆନ୍ଦୋଳନକୁ ଦମନ କରିବାକୁ ଉଦ୍ୟମ କରିଛି   ।

(ଖ) ହୀରାକୁଦ ବହୁମୂଖୀ ଯୋଜନା  :

ସ୍ଵାଧୀନତା ଅର୍ଜନର ଠିକ ପରେ ପରେ ଦେଶର ପ୍ରଥମ ବହୁମୂଖୀ ନଦୀବନ୍ଧ ଯୋଜନା ଭାବରେ ହୀରାକୁଦ ଠାରେ ମହାନଦୀ ଶଯ୍ୟାରେ ଏକ ବୃହତ ବହୁମୂଖୀ ନଦୀବନ୍ଧ ଯୋଜନା ହାତକୁ ନିଆଯାଇଥିଲା   ।  ମହାନଦୀ ଅବବାହିକରେ ବନ୍ୟା ନିୟନ୍ତ୍ରଣ , କୃଷି ଓ ବିଦ୍ୟୁତ ଶକ୍ତି ଉତ୍ପାଦନ ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ   ।  ଏହି ନଦୀବନ୍ଧ ଯୋଜନା ପାଇଁ ସେ ଅଞ୍ଚଳର ପ୍ରାୟ ୧୫,୦୦୦ ହେକ୍ଟର ଜମି ଜଳମଗ୍ନ ହୋଇଥିଲା ଓ ୧୦୦ ଟି ଗ୍ରାମର ଲୋକ ବାସଚ୍ୟୁତ ହୋଇଥିଲେ   ।

ସେତେବେଳେ ସ୍ଵୟଂ ଭାରତର ତତକାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ  ବିସ୍ଥାପିତମାନଙ୍କ ପାଇଁ କର୍ମନିଯୁକ୍ତି ଓ ଯଥାଯଥ ଥଇଥାନର ସମସ୍ତ ବନ୍ଦୋବସ୍ତ କରାଯିବ ବୋଲି ଦୃଢ ପ୍ରତିଶ୍ରୁତି ହେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି କ୍ଷତିଗ୍ରସ୍ତ ଲୋକମାନଙ୍କର ଥାଇଠାନ କରାଯାଇ ପାରିନାହିଁ   ।  ଇତିମଧ୍ୟରେ ପ୍ରାୟ ୬୫ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତିର ଅଭାବ , ଅମଲାତନ୍ତ୍ରିକ ନାଲିଫିତା ଓ ସରକାରୀ ଉଦାସୀନତା ଫଳରେ ହଜାର ହଜାର ବିସ୍ଥାପିତ ଜମି ଖଣ୍ଡିଏ କିମ୍ବା ଚାକିରି ଖଣ୍ଡିଏକୁ ଚାହିଁ ଚାହିଁ ମୃତ୍ୟୁବରଣ କରିସାରିଲେଣି   ।  ତଥାପି ସରକାର ତାଙ୍କର ପ୍ରତିସ୍ରୁତି ପାଳନ କରିନାହାନ୍ତି   ।  ଅନ୍ୟପାଟରେ ମହାନଦୀ ଅବବାହିକା ଅଞ୍ଚଳରେ ବ୍ୟାପକ ଜଙ୍ଗଲ କ୍ଷୟ ଫଳରେ ହୀରାକୁଦ ବନ୍ଧର ଜଳାଶୟ ଧୀରେ ଧୀରେ ପୋତି ହୋଇଯିବା ଫଳରେ ବନ୍ୟାନିୟନ୍ତ୍ରଣ ଓ ଜଳବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏହା ଧୀରେ ଧୀରେ ବିଫଳ ହେବାରେ ଲାଗିଛି   ।  ଏହା ବୃହତ ନଦୀବନ୍ଧ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଗୁରୁତର ପ୍ରଶ୍ନ ଉତଥାପନ କରିଛି   ।

ପରିବେଶ ସଙ୍କ୍ରାନ୍ତୀୟ ମୂଲ୍ୟବୋଧ  :

ଆମେ ପୂର୍ବରୁ ପରିବେଶର ବିଭିନ ଦିଗ , ପରିବେଶ ପ୍ରଦୂଷନ ଓ ଏହାକୁ ରୋକିବା କ୍ଷେତ୍ରରେ ସାଧାରଣ ଲୋକ ଓ ସରକାରୀକଳର ଭୂମିକା ଉପରେ ଆଲୋକପାଟ କରିଛୁ  । ମାତ୍ର ଏ ସମ୍ପର୍କରେ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ବିଷୟ ସ୍ମରଣ ରଖାଯିବା ଆବଶ୍ୟକ   ।  ସାଧାରଣ ଲୋକ ଯଦି ପରିବେଶକୁ ଭଲ ପାଇନପାରନ୍ତି ଓ ପରିବେଶର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଶିଖି ନପାରନ୍ତି ଓ ନିଜକୁ ପରିବେଶର ଅବିଚ୍ଛେଦ୍ୟ ଅଙ୍ଗ ହିସାବରେ ବିଚାର କରିନପାରନ୍ତି ତା, ହେଲେ କେବଳ ଆଇନ ପ୍ରଣୟନକରି ପରିବେଶର ସୁରକ୍ଷା ନିଶ୍ଚିତ କରାଯାଇପାରିବ ନାହିଁ      ।  ଏଥିପାଇଁ ମଣିଷ ମଧ୍ୟରେ ସୌନ୍ଦର୍ଯ୍ୟବୋଧର ବିକାଶ ଘଟାଇବା ସଙ୍ଗେ ସଙ୍ଗେ ପରିବେଶ  ସଙ୍କ୍ରାନ୍ତୀୟ ମୂଲ୍ୟବୋଧ ଗଢିତୋଳିବା ଆବଶ୍ୟକ   ।  ପୁଣି ପରିବେଶ ସଙ୍କ୍ରାନ୍ତୀୟ ଏହି ମୂଲ୍ୟବୋଧ ସାମଗ୍ରିକ ଭାବ ରେ ମଣିଷର ସାମାଜିକ ମୂଲ୍ୟବୋଧର ପରିପୂରକ ଭାବରେ ହିଁ ଗଢି ଉଠିପାରିବେ   ,  ଏହାଠାରୁ ବିଚ୍ଛିନ୍ନ ହୋଇ ନୁହେଁ    ।  ମଣିଷର ପରିବେଶ ସଙ୍କ୍ରାନ୍ତୀୟ ମୂଲ୍ୟବୋଧ  ର ମୂଳଦିଗ ଗୁଡିକ ହେଉଛି ନିମ୍ନ ଧରଣର   । ପ୍ରଥମତଃ ମଣିଷ ନିଜକୁ ଏକ ବିଶାଳ  ସୁନିୟନ୍ତ୍ରିତ , ସୁପରିଚାଳିତ , ପରସ୍ପର ଉପରେ ନିର୍ଭରଶୀଳ ଓ ଗତିଶୀଳ ପରିସଂସ୍ଥାର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବିଚାରକରି ପାଇବା ଆବଶ୍ୟକ   ।  ଏଥିପାଇଁ ସମାଜର ପ୍ରତ୍ୟେକ ମଣିଷ ମଧ୍ୟରେ ରାଜନୈତିକ , ଅର୍ଥନୈତିକ ଓ ସାମାଜିକ ସଚେତନତା ତଥା ସାମାଜିକ ଦାୟବଦ୍ଧତା ଗଢିତୋଳିବା ରାଷ୍ଟ୍ରର କାର୍ଯ୍ୟ   ।  ଏହି ଦାୟିତ୍ଵ ଭାରତର ଗଣତାନ୍ତ୍ରିକ ରାଷ୍ଟ୍ର ପାଳନ  କରିବା ଆବଶ୍ୟକ   ।  ଦ୍ଵିତୀୟତଃ ,  ଏକଥା ସମସ୍ତେ ହୃଦୟଙ୍ଗମ କରିବା ଆବଶ୍ୟକ ଯେ ଦେଶର ଖଣିଜ ସମ୍ପଦ ଓ ସେହିଭଳି ଅନେକ ପ୍ରାକୃତିକ ସମ୍ପଦ ନୂତନ ଭାବରେ ସୃଷ୍ଟି କରାଯାଇ ପାରିବନାହିଁ   ।  ସେଥିପାଇଁ ସେଗୁଡିକ ମାନବ ଜାତିର ଆବଶ୍ୟକତା ପୂରଣ ପାଇଁ ସଠିକ ଭାବରେ ବ୍ୟବହାର କରାଯିବା ଆବଶ୍ୟକ   ।  ମାତ୍ର ଦେଶର ସାଧରାନ ମଣିଷ ମଧ୍ୟରେ ଠି ସ୍ତରର ମୂଲ୍ୟବୋଧ ଗଢି ଉଠିବା କ୍ଷେତ୍ରରେ ମଧ୍ୟ ରାଷ୍ଟ୍ରର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି  ।  ଏହିମୂଲ୍ୟବୋଧ ଅନୁଯାୟୀ ପ୍ରଥମେ ରାଷ୍ଟ୍ର ପରିଚାଳିତ ହେବା ଆବଶ୍ୟକ   ।  ତା ନ ହେଲେ ଜନସାଧାରଣଙ୍କ ଠାରୁ ଏହା ଆସା କରାଯାଇପାରିବ ନାହିଁ   ।  ଏହା ବ୍ୟତିତ ପରିବେଶ ସଙ୍କ୍ରାନ୍ତୀୟ ମୂଲ୍ୟବୋଧ ର ଅନ୍ୟ କେତେଗୁଡିଏ ଦିଗ ରହିଛି   ।

  1. ପରିପାର୍ଶ୍ଵ ସମ୍ପର୍କରେ ସଚେତନ ହେବା ଏବଂ ପରିବେଶ ସମ୍ପର୍କରେ ପ୍ରାରମ୍ଭିକ ଧାରଣା ଅର୍ଜନ କରିବା   ।
  2. ପରିବେଶ ସହିତ ଆବେଗିକ ଭାବରେ ସମ୍ପୃକ୍ତ ହେବା   ।
  3. ପ୍ରାକୃତିକ ସମ୍ପଦର ଅଯଥା ବ୍ୟବହାର ବନ୍ଦ କରିବା   ।
  4. ପରିବେଶର ସୁରକ୍ଷା ପାଇ ଜନସାଧାରଣ ସ୍ଥାନୀୟ , ଆଞ୍ଚଳିକ ଓ ରାଷ୍ଟ୍ରୀୟ ସ୍ତରରେ ଗୋଷ୍ଠୀବଦ୍ଧ ହେବା   ।
  5. ପରିବେଶ ସମ୍ପର୍କରେ ବିଶ୍ଵ ସ୍ତରରେ ଚିନ୍ତାକରିବା ଓ ଆଞ୍ଚଳିକ ଭାବରେ କାମ କରିବା   ।

ପରିବେଶ ସଂକ୍ରାନ୍ତୀୟ ଆଇନ

ବିଜ୍ଞାନର ଅସଦ ବ୍ୟବହାର ଓ ସର୍ବୋଚ୍ଚ ମୁନାଫା ଅର୍ଜନ ପାଇଁ ଖଣିଜ ସମ୍ପଦର ବ୍ୟବହାର ଓ ପରିବେଶ ପ୍ରତି ଧ୍ୟାନ ନ ଦେଇ ଶିଳ୍ପାୟନ ଫଳରେ ବିଶ୍ଵ ସ୍ତରରେ ପରିବେଶ ପ୍ରଦୂଷଣ , ପରିବଶେର ଅବକ୍ଷୟ ଉଦବେଗଜନକ ଅବସ୍ଥାରେ ପହଞ୍ଚିଥିବା ବିଷୟ ପୂର୍ବରୁ ଆଲୋଚିତ ହୋଇଛି   ।  ଏହି ପରିସ୍ଥିତିର ମୁକାବିଲା ପାଇଁ ବିହିତ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ୧୯୭୨ ମସିହାରେ ସର୍ବ ପ୍ରଥମେ ପୃଥିବୀର ୧୧୩ ଟି ଦେଶର ପ୍ରତିନିଧି ଷ୍ଟିକହୋମଠାରେ ମିଳିତ ହୋଇ ଉପରୋକ୍ତ ସମସ୍ୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ଏ ସମ୍ପର୍କରେ ଏକ ମିଳିତ ଘୋଷଣାନାମା ପ୍ରସ୍ତୁତ କରିଥିଲେ   ।  ଏହି ବୈଠକ ମିଳିତ  ଜାତିସଂଘ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା   ।  ଏହି ସମ୍ମିଳନୀର ଘୋଷଣା ନାମାରେ କୁହାଯାଇଥିଲା ଯେ “ ମଣିଷର ପରିବେଶର ସୁରକ୍ଷା ଓ ବିକାଶ ହେଉଛି ଏକ ମୁଖ୍ୟ ବିଷୟ ଯାହା ସାରାବିଶ୍ଵର ଜନସାଧାରଣଙ୍କର ଅର୍ଥନୈତିକ ପ୍ରଗତି ଓ ସୁସ୍ଥତା ସହିତ ସୁସମ୍ପର୍କିତ ,  ସେଥିପାଇଁ ମଣିଷର ପରିବେଶର ସୁରକ୍ଷା ଓ ଏହାର ବିକାଶ ସମସ୍ତ ଦେଶର ସରକାର ଓ ନାଗରିକମାନଙ୍କର କର୍ତ୍ତବ୍ୟ   ।  ଏହା ସମସ୍ତ ସ୍ତରର ଜନସାଧାରଣ ଓ ସେମାନଙ୍କର ଭବିଷ୍ୟତ ପ୍ରଜନ୍ମ ପାଇଁ ଆବଶ୍ୟକ “ ।  ଏହି ସମ୍ମିଳନୀ ପରେ ପ୍ରଥମେ ଜାପାନରେ ପରବେଶ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରଯାଇଥିଲା ଏବଂ ଏହା ପରେ ଜର୍ମାନୀ   , ହଙ୍ଗେରୀ ,ପର୍ତ୍ତୁଗାଲ , ସ୍ପେନ ପ୍ରଭୁତି ଦେଶମାନଙ୍କରେ ଏ ସଂକ୍ରାନ୍ତୀୟ ଆଇନମାନ ପ୍ରଣୀତ ହେଲା  ।  ସେହି ସମୟରେ ଭାରତରେ ମଧ୍ୟ ପରିବେଶ  ସଂକ୍ରାନ୍ତୀୟ ଆଇନ ପ୍ରଣୟନ ହେଲା  । ପ୍ରଥମେ ଭାରତରେ ହିଁ ସମ୍ବିଧାନ ସଂଶୋଧନ କରାଯାଇ ରାଷ୍ଟ୍ର ଓ ଜନସାଧାରଣଙ୍କ ଉପରେ ପରିବେଶ ସୁରକ୍ଷା ଭାର ଦିଆଗଲା   ।

ପରିବେଶ ସୁରକ୍ଷା ଓ ଭାରତୀୟ ସଂବିଧାନ

ପ୍ରଦୂଷଣ ସୃଷ୍ଟି ଏକ ପ୍ରାକୃତିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଶିଳ୍ପ ସଭ୍ୟତାର ଅଗ୍ରଗତି ଯୋଗୁଁ ଏହାର ଗତି ଅତି ଭୟଙ୍କର ରୂପ ନେବାକୁ ବସିଛି   ।  ତେଣୁ ଏହାକୁ ରୋକିବା ପାଇଁ ବିକାଶଶୀଳ ଦେଶଗୁଡିକ ଆଇନଗତ ବ୍ୟବସ୍ଥାର ସାହାଯ୍ୟ ଲୋଡୁଛନ୍ତି   ।  ୧୯୭୨ ମସିହା ପରେ ଆମ ଦେଶରେ ଏ ବାବଦରେ ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରାଯିବାର ଆବଶ୍ୟକତା ଅନୁଭୂତ ହୋଇଥିଲା   ।

୧୯୭୬ ମସିହାରେ ଭାରତୀୟ ସଂବିଧାନରେ ସନ୍ନିବେଶିତ ୪୨ ତମ ସଂବିଧାନ ସଂଶୋଧନ ଜରିଆରେ ପରିବେଶ ସୁରକ୍ଷା ପାଇଁ ଦୁଇଟି ଅଣୁଚ୍ଛେଦ ଯୋଗ କରାଯାଇଛି   ।  ଯଥା ୪୮(କ) ଏବଂ ୫୧(କ)

୪୮(କ) ଅନୁଛେଦ  :

ଏହି ଅନୁଚ୍ଛେଦରେ ଦେଶର ପରିବେଶ ସୁରକ୍ଷା , ଜଙ୍ଗଲ ତଥା ବନ୍ୟପ୍ରାଣୀଙ୍କର ସଂପୂର୍ଣ୍ଣ ସୁରକ୍ଷା ପାଇଁ ରାଷ୍ଟ୍ର ପ୍ରଯତ୍ନ କରିବା କଥା ଉଲ୍ଲେଖ ରହିଛି  ।  ଏଥିପାଇଁ ରାଷ୍ଟ୍ର ଆବଶ୍ୟକୀୟ ଆଇନ ପ୍ରଣୟନ କରିପାରିବ ବୋଲି ମଧ୍ୟ ସୂଚନା ଦିଆଯାଇଛି   ।

୫୧(କ)  ଅନୁଚ୍ଛେଦ :

ପ୍ରକୃତି ବକ୍ଷରେ ଥିବା ଜଙ୍ଗଲ , ହ୍ରଦ ନଦୀ ତଥା ବନ୍ୟପ୍ରାଣୀମାନଙ୍କର ସୁରକ୍ଷା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ବୋଲି ଏହି ଅଣୁଚ୍ଛେଦରେ ଘୋଷଣା କରାଯାଇଛି    ।

ପରିବେଶ ସୁରକ୍ଷା ନିମନ୍ତେ ବିଚାର ବିଭାଗର ଭୂମିକା  :

(କ) ଅନୁଚ୍ଛେଦ  ୨୧ :

ଏହି ଅନୁଚ୍ଛେଦରେ ଭାରତର ପ୍ରତ୍ୟେକ ନାଗରିକର ସୁସ୍ଥ ଜୀବନଧରଣ କରିବାର ଅଧିକାର ଉପରେ ଗୁରୁତ୍ଵ ଆରୋପ କରାଯାଇଛି   । ନାଗରିକର ଜୀବନଧାରଣ କରିବା ଓ ବ୍ୟକ୍ତିଗତ ସ୍ଵାଧୀନତା ବିଚାରାଳୟର ବିଚାର ପରିସରର ଅନ୍ତର୍ଭୁକ୍ତ   ।

ଅନୁଚ୍ଛେଦ ୩୨  :

ପରିବେଶ ସୁରକ୍ଷା ସମ୍ପର୍କିତ ରିଟ ପିଟିସନ ମଧ୍ୟ ଗ୍ରହଣ କରାଯାଉଛି   । ଉଚ୍ଚତମ ତଥା ଉଚ୍ଚ ନ୍ୟାୟାଳୟମାନଙ୍କ ରାୟରେ ନାଗରିକର ପରିବେଶଗତ ଅଧିକାରକୁ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରାଯାଇଛି   ।

ଅନୁଚ୍ଛେଦ ୩୭୨  :

ଏହି ଅଣୁଚ୍ଛେଦରେ ପ୍ରଦୂଷଣ ସମ୍ବନ୍ଧୀୟ ମାମଲାଗୁଡିକର ନିର୍ଦ୍ଧିଷ୍ଟ ବିଧିବଦ୍ଧ ନ ଥିବା ସମୟରେ ଯୁକ୍ତିଯୁକ୍ତ ସମାଧାନ ପାଇଁ ଆନୁମୋଦିତ ହୋଇଥାଏ   ।

ଜନସ୍ଵାର୍ଥ ମାମଲା  :

ଭାରତର ନ୍ୟାୟ ବ୍ୟବସ୍ଥାର ଇତିହାସରେ ଏହା ଏକ ଅଭିନବ ବ୍ୟବସ୍ଥା   ।  ଏହି ବ୍ୟବସ୍ଥା ଅନୁଯାୟୀ ଭାରତର ଯେକୌଣସି ନାଗରିକ ନ୍ୟାୟ ପାଇବା ପାଇଁ ସିଧା ସଳଖ ଦେଶର ସର୍ବୋଚ୍ଚ ନ୍ୟାୟଳୟରେ ଆବେଦନ କରିପାରିବ   ।  ଏପରି କି ଖଣ୍ଡିଏ ପୋଷ୍ଟକାର୍ଡ ଚିଠିକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ରିଟ ପିଟିସନ ଭାବରେ ଗ୍ରହଣ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନର ବନ୍ଦୋବସ୍ତ କରିପାରନ୍ତି   ।  ଦେଶର ପରିବେଶର ସୁରକ୍ଷା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯଥେଷ୍ଟ ଗୁରୁତ୍ଵ ଦେଇଛନ୍ତି ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ସମସ୍ତ ରାଜ୍ୟର ଉଚ୍ଚ ନ୍ୟାୟାଳୟ ମାନଙ୍କରେ  “ ଗ୍ରୀନ ବେଞ୍ଚ ବା ସବୁଜ ଆସନ “ ପ୍ରତିଷ୍ଠା କରାଯାଇଛି  ।  ଏହି ବେଞ୍ଚ କେବଳ ପରିବେଶ ପ୍ରଦୂଷଣ ସମ୍ବନ୍ଧୀୟ ଅଭିଯୋଗର ବିଚାର କରିଥାଏ   ।

ଭାରତୀୟ ସଂବିଧାନର ୪୮ (କ) ଧାରାରେ ପରିଷ୍କାର ଭାବରେ କୁହାଯାଇକି ଯେ  “ ରାଷ୍ଟ୍ର ଦେଶର ପରିବେଶ ଓ ଜଙ୍ଗଲକୁ ସୁରକ୍ଷିତ ଓ ଉନ୍ନତ କରିବା ପାଇଁ ଉଦ୍ୟମ କରିବ  । “ ପୁନଶ୍ଚ ସମ୍ବିଧାନର ୫୧ (୧) ଧାରା ଅନୁଯାୟୀ “ ଜଙ୍ଗଲ , ହ୍ରଦ , ନଦୀ ଓ ବନ୍ୟ ଜନ୍ତୁଙ୍କ ସମେତ ପରିବେଶର ସୁରକ୍ଷା ଓ ବିକାଶ ସଙ୍ଗେ ସଙ୍ଗେ ସମସ୍ତ ପ୍ରାଣୀମାନଙ୍କ ପାଇଁ ଦୟାଶୀଳ ହେବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ହେବ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି   । “

ପରିବେଶ ସୁରକ୍ଷା ଆଇନ  :

ସମ୍ବିଧାନର ଉପରୋକ୍ତ ବିଶେଷଧାରା ଗୁଡିକ ଅନୁଯାୟୀ ପରବର୍ତ୍ତୀ ସମୟରେ ଦେଶରେ ପରିବେଶ, ବାୟୁ , ଜଳ , ଜଙ୍ଗଲ ଓ ବନ୍ୟଜନ୍ତୁମାନଙ୍କର ସୁବିଧା ପାଇଁ ନିମ୍ନଲିଖିତ ଆଇନ ମାନ ପ୍ରଣୀତ ହୋଇଛି   ।

(କ)  ପରିବେଶ ସୁରକ୍ଷା ଆଇନ  ୧୯୮୬

(ଖ) ବାୟୁ ପ୍ରଦୂଷଣ ଓ ନିରାକରଣ ଆଇନ  - ୧୯୮୧

(ଗ) ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନ  -  ୧୯୭୪

(ଘ) ଜଙ୍ଗଲ ସଂରକ୍ଷଣ ଆଇନ  - ୧୯୮୦

(ଙ) ବନ୍ୟଜନ୍ତୁ ସୁରକ୍ଷା ଆଇନ  - ୧୯୭୨

(କ) ପରିବେଶ ସୁରକ୍ଷା ଆଇନ  ୧୯୮୬ :

୧୯୮୪ ମସିହା ଭୋପାଳ ଗ୍ୟାସ ଦୁର୍ଘଟଣାପରେ , ପରିବେଶ ସୁରକ୍ଷା ଆଇନର ଗୁରୁତ୍ଵ ବିଶେଷଭାବରେ ଉପଲ୍ଲବ୍ଧ ହୋଇଥିଲା   ।  ଏହି ଗ୍ୟାସ ଦୁର୍ଘଟଣାକୁ ଦୃଷ୍ଟିରେ ରଖି  ୧୯୮୬ ମସିହା ମାଈ ମାସ ୨୩ ତାରିଖ ଦିନ ପାର୍ଲାମେଣ୍ଟରେ ପରିବେଶ ସୁରକ୍ଷା ଆଇନ ପ୍ରଣୟନ କରାଯାଇଥିଲା  ।  ଏହି ଆଇନ ଅନୁଯାୟୀ ଭରତ ସରକାର ପରିବେଶ ପ୍ରଦୂଷଣ କରୁଥିବା ଯେକୌଣସି ବ୍ୟକ୍ତି ବା ସଂସ୍ଥା ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିପାରିବେ   ।  ଏହି ଆଇନ ସରକାରଙ୍କୁ ନିମ୍ନଲିଖିତ କ୍ଷମତା ନେଇଛି   ।

  1. ଯେକୌଣସି କାରଖାନ ପ୍ରତିଷ୍ଠା ପ୍ରସ୍ତାବକୁ ପରିବେଶ ଦୃଷ୍ଟିରେ ନାମଞ୍ଜୁର କରି ଦେଇପାରିବେ   ।
  2. ପରିବୀଶ ପ୍ରଦୂଷଣ କରୁଥିବା କାରଖାନା ପାଇଁ ସେମାନେ ନିର୍ଗତ କରୁଥିବା ଧୂଆଁ , ଜଳ ବା ଅନ୍ୟାନ୍ୟ ପଦାର୍ଥର ସୁରକ୍ଷା ମାନ ନିର୍ଦ୍ଧାରଣ କରିପାରିବେ   ।
  3. ଏହିଭଳି ଶିଳ୍ପ କାରଖାନାର କାର୍ଯ୍ୟକଳାପର ତର୍ଜମା କରିପାରିବେ ଏବଂ ଏଗୁଡିକର କାର୍ଯ୍ୟ କଳାପକୁ ତନଖି କରିପାରିବେ   ।

ପରିବେଶ ବିଷୟକ ଜରୁରୀକାଳୀନ ପରିସ୍ଥିତିଗୁଡିକର ମୁକାବିକ ନିମିତ୍ତ ସଂବେଦନଶୀଳ ତଥା ଦୃଢ ପଦକ୍ଷେପ ଆବଶ୍ୟକତା ଥିବାରୁ ପ୍ରଣୀତ ପରିବେଶ ସୁରକ୍ଷା ଆଇନ ୧୯୮୬କୁ ଏକ ସାମଗ୍ରିକ ଆଇନ ଭାବରେ ବିବେଚନା କରାଯାଏ   ।

(ଖ) ବାୟୁ ପ୍ରଦୂଷଣ ନିରାକରଣ ଆଇନ  :

ଏହି ଆଇନ ୧୯୮୧ ମସିହାରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା  ଯାନବାହାନଓ କଳକାରଖାନା ରୁ ନିର୍ଗତ ହେଉଥିବା ଧୂଆଁରେ ଥିବା ବିଷାକ୍ତ ପଦାର୍ଥର ସୁରକ୍ଷାସୀମା ନିର୍ଦ୍ଧାରଣ କରିବା ସଙ୍ଗେ ସଙ୍ଗେ କଳକାରଖାନାରୁ ନିର୍ଗତ ହେଉଥିବା ଧୂଆଁରେ ଥିବା ବିଭିନ୍ନ ମାରାତ୍ମକ ରାସାଯନିକ ପଦାର୍ଥ ଗୁଡିକର ମଧ୍ୟ ନିରାପଦ ସୀମା ନିର୍ଦ୍ଧାରଣ କରାଯାଇଛି  ।  ଏହି ଆଇନ ଅନୁଯାୟୀ ପ୍ରଦୂଷଣ ରୋକିବାରେ ବିଫଳ ହେଉଥିବା ଯାନବାହାନ ଓ କଳକାରଖାନାମାନଙ୍କଠାରୁ ଜୋରିମାନା ଆଦାୟ କରିବା , ଯାନବାହାନ ଗୁଡିକ ଅଟକ ରଖିବା ଓ ଏହିଭଳି କଳକାରଖାନାକୁ ବନ୍ଦ କରି ଦେବାର ଅଧିକାର ମଧ୍ୟ ସରକାରଙ୍କର ରହିଛି   ।

ବାୟୁ ପ୍ରଦୂଷଣ ନିରାକରଣ ଆଇନ ପ୍ରଣୟନର କାରଣ  -

(କ)  ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା ସେହି ଅଞ୍ଚଳର ପ୍ରଦୂଷଣ ସମସ୍ୟାକୁ ଅତି ଉତ୍କଟ କରିଥାଏ   ।  ନାଗପୁରସ୍ଥ NEERI ଦ୍ଵାରା ଅନୁଧ୍ୟାନ କରାଯାଇ ଜଣାଯାଇଛି ଯେ କୋଲକତା , ମୁମ୍ବାଇ ଓ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ସର୍ବାଧିକ   ।

(ଖ) କଳକାରଖାନା ତଥା ମନୁଷ୍ୟକୃତ କେତେକ କାର୍ଯ୍ୟରୁ ନିର୍ଗତ ହେଉଥିବା ପ୍ରଦୂଷକଗୁଡିକର ମାତ୍ରା ଅଧିକ ରହିବାରୁ ଜନଜୀବନ ତଥା ଉଦ୍ଭିଦଜଗତ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ପହଞ୍ଚିଛି   ।

(ଗ) ଏହି ସମସ୍ୟାର ସମାଧାନ ପାଇଁ ଐକ୍ୟବଦ୍ଧ ଯୋଜନା ପ୍ରଣୟନର ଆବଶ୍ୟକତା ରହିଛି ଏବଂ ସେଥିପାଇଁ ଗଠିତ ରାଜ୍ୟ ପରିଷଦଗୁଡିକ ମଧ୍ୟ ବାୟୁପ୍ରଦୂଷଣ ପ୍ରତିରୋଧ ଓ ନିୟନ୍ତ୍ରଣ କରିବାର ଦାୟିତ୍ଵ ଦିଆଯାଇଛି   ।

ବାୟୁ ପ୍ରଦୂଷଣ ଓ ନିରାକରଣ ଆଇନ  ୧୯୮୧ ସଂଶୋଧିତ ୧୯୮୭ ଆଇନ ପ୍ରଣୟନ କାରଣ  :

  1. ବାୟୁ ପ୍ରଦୂଷଣ ଓ ନିୟନ୍ତ୍ରଣ ଆଇନ  ୧୯୮୧ ସମ୍ବିଧାନର ଅନୁଚ୍ଛେଦ ୨୫୩ ର ଆଧାରରେ ପ୍ରଣୀତ ହୋଇଥିଲା   ।
  2. ୧୯୮୧ ଆଇନକୁ କାର୍ଯ୍ୟକାରୀ କରାଯିବା ସମୟରେ ସମ୍ମୁଖୀନ ହେବାକୁ ପଡିଥିବା ସମସ୍ୟାବଳୀକୁ ବିଚାରକୁ ନେଇ ରାଜ୍ୟ ସରକାରମାନଙ୍କ ପରାମର୍ଶ ଅନୁସାରେ ଏହି ଆଇନକୁ ୧୯୮୭ ମସିହାରେ ସଂଶୋଧିତ କରାଗଲା   ।

(କ) ଏହି ନୂତନ ଆଇନ ଅନୁଯାୟୀ ଜଣେ ବ୍ୟକ୍ତି ଶିଳ୍ପ ସଂସ୍ଥା ପ୍ରତିଷ୍ଠା ନିମନ୍ତେ ବିଶେଷଭାବରେ ଗଠିତ ପରିଷଦଠାରୁ ଅନୁମତି ଗ୍ରହଣ କରିବା ପାଇଁ ଗ୍ରହଣ କରିବା ପାଇଁ ବାଧ୍ୟ ହେଲେ    ।

(ଖ)ଶିଳ୍ପସଂସ୍ଥାମାନେ ନିର୍ଗତ କରୁଥିବା ପ୍ରଦୂଷିତ ପଦାର୍ଥ ନିର୍ଦ୍ଧିଷ୍ଟ ମାନକ ଭିତରେ ରହିବା ଉଚିତ ଏବଂ ସେ ସମ୍ପର୍କରେ ସୂଚନା ଗ୍ରହଣ କରିବାର ଅଧିକାର ଉପରୋକ୍ତ ପରିଷଦ ମାନଙ୍କର ରହିଲା   ।

(ଗ) ଏହା ବ୍ୟତୀତ ଏହି ନୂତନ ଆଇନରେ ବାୟୁ ପ୍ରଦୂଷଣକୁ ସଠିକ ଭାବରେ ରୋକିବାପାଇଁ ବାୟୁ ପ୍ରଦୂଷଣକୁ ସଠିକ ଭାବରେ ରୋକିବାପାଇଁ ବାୟୁ  ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ କଠୋର ଦଣ୍ଡର ପ୍ରସ୍ତାବ ରଖାଗଲା   ।

(ଗ) ଜଳ ପ୍ରଦୂଷଣର ନିୟନ୍ତ୍ରଣ ଆଇନ 1974 :-

ଏଇ ଆଇନ ଭାରତୀୟ ସଂବିଧାନର 252 (1) ଅନୁଛେଦର ଅନୁସରଣରେ ସାଂସଦରେ ଅନୁମୋଦନ ହୋଇଥିଲା   । ପ୍ରାଥମିକ ଅବସ୍ଥାରେ ଯେଉଁ ରାଜ୍ୟମାନେ ଏଇ ଆଇନ ପ୍ରଣୟନ କରିବା ପାଇଁ ସାଂସଦକୁ ଅନୁରୋଧ କରିଥିଲେ   , କେବଳ ସେହି ରାଜ୍ୟମାନଙ୍କ ପାଇଁ ଆଇନଟି ଉଦ୍ଧିଷ୍ଟ ଥିଲା   । ପରବର୍ତ୍ତୀ ସମୟରେ   , ଅନ୍ୟ ସମସ୍ତ ରାଜ୍ୟର ବିଧାନସଭାଗୁଡିକ ଏଇ ଆଇନକୁ ସେମାନଙ୍କ ରାଜ୍ୟରେ ପ୍ରଣୟନ କରିଛନ୍ତି   ।  ଏହା ପରବର୍ତ୍ତୀ ସମୟରେ ବହୁବାର ସଂଶୋଧିତ ହୋଇଅଛି   ।  1975 ମସିହାରେ ସର୍ବ ପ୍ରଥମେ ଓ ପରେ 1977,1978,ଓ 1988 ମସିହାରେ ଏହି ଆଇନ ସଂଶୋଧିତ ହୋଇଛି   ।

ଜଳ ଆଇନ : -

  1. ଜଳ ପ୍ରଦୂଷଣ ପ୍ରତିରୋଧ ଓ ନିୟନ୍ତ୍ରଣ କରିବା ସହିତ ଜଳର ଗୁଣାତ୍ମକମାନ ବଜାୟ ରଖିବା ପାଇଁ ଉଦ୍ଧିଷ୍ଟ   ।
  2. ଜଳ ପ୍ରଦୂଷଣ ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ପ୍ରତିଷ୍ଠିତ ପରିଷଦଗୁଡିକୁ କାର୍ଯ୍ୟକାରୀ କରାଇବା   ।
  3. ଏହି ପରିଷଦମାନଙ୍କଠାରୁ ପରାମର୍ଶ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା   ।
  4. ପରିଷଦମାନଙ୍କୁ ଉପରୋକ୍ତ କାର୍ଯ୍ୟ କରିବା ପାଇଁ କ୍ଷମତା ତଥା ତଦନୁଯାୟୀ କାର୍ଯ୍ୟଭାର ଅର୍ପଣ କରିବା   ।
  5. ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ପ୍ରଣୟନ କରାଯାଇଛି  ।  କୌଣସି ରାଜ୍ୟ ସରକାର ,  ରାଜ୍ୟର ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ପରାମର୍ଶ କ୍ରମେ ସରକାରୀ ଗେଜେଟ ଦ୍ଵାରା ନୋଟିସ ଜାରି କରି ହିଁ ଏହି ଆଇନ ସେମାନଙ୍କ ଅଞ୍ଚଳରେ ଲାଗୁ କରିବାକୁ ଏକମତ ହୋଇନପାରନ୍ତି   ।

(ଘ) ଜଙ୍ଗଲ ସଂରକ୍ଷଣ ଆଇନ  1980 –

ଏହି ଆଇନ ଜାତୀୟ ଜଙ୍ଗଲ ଆଇନ ଭାବରେ 1980 ମସିହାରେ ପାର୍ଲାମେଣ୍ଟରେ ଗୃହିତ ହୋଇଥିଲା  ।  ଏହି ଆଇନ ଅନୁସାରେ ଜଙ୍ଗଲ ଭାବରେ ଘୋଷିତ କୌଣସି ଅଞ୍ଚଳକୁ ରାଜ୍ୟ ସରକାରମାନ ମଧ୍ୟ କେନ୍ଦ୍ର ସରକାରଙ୍କ ବିନା ଅନୁମୋଦନରେ ଅନ୍ୟ କୌଣସି କାମରେ ବ୍ୟବହାର କରିପାରିବେ ନାହିଁ   ।  ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ    ।  ଜଙ୍ଗଲର ଆଦିମ ଅଧିବାସୀଙ୍କର ସୁଖସ୍ଵାଚ୍ଛନ୍ଦ୍ୟ ପ୍ରତି ଦ୍ରୁଷ୍ଟି ଦେବା ସଙ୍ଗେ ସଙ୍ଗେ ସମଗ୍ର ସ୍ଥଳ ଭାଗର ଶତକଡା 30 ଭାଗରେ ଜଙ୍ଗଲ ସୃଷ୍ଟିକରିବା ହେଉଛି ଏହି ଆଇନର ଉଦ୍ଦେଶ୍ୟ   ।

ବନ୍ୟଜନ୍ତୁ ସୁରକ୍ଷା ଆଇନ  - 1972  :

  1. ଏହି ଆଇନ ଅନୁସାରେ ବନ୍ୟପ୍ରାଣୀଙ୍କୁ କେହି ଗୃହପାଳିତ କରି ରଖିପାରିବେ ନାହିଁ   ।
  2. ବନ୍ୟପ୍ରାଣୀ ଶିକାର କରିବା ଏକ ଦଣ୍ଡନୀୟ ଅନୁରୋଧ ଭାବରେ ପରିଗଣିତ ହୋଇଛି   ।
  3. ବନ୍ୟପ୍ରାଣୀମାନଙ୍କର ମାଂସ ହୋଟେଲମାନଙ୍କରେ ପରବେଶିତ କରାଯିବା ଅପରାଧ ଭାବରେ ଘୋଷିତ ହୋଇଛି ତଥା ବନ୍ୟପ୍ରାଣୀମାନେ ମୃତ ବା ଜୀବିତ ଅବସ୍ଥାରେ କିଣାବିକା ହୋଇପାରିବେ ନାହିଁ  ବୋଲି ଉଲ୍ଲେଖ କରାଯାଇଛି   ।

ଏହି ଆଇନ ଅନୁଯାୟୀ କେନ୍ଦ୍ର ସରକାରଙ୍କର କେତେକ ନିର୍ଦ୍ଧିଷ୍ଟ ନିୟମ ପ୍ରଣୟନର କ୍ଷମତା ରହିଛି   ।  ସେଗୁଡିକ ବ୍ୟତୀତ ଅନ୍ୟାନ୍ୟ ବିଷୟରେ ରାଜ୍ୟ ସରକାର ନିୟମ ପ୍ରସ୍ତୁତ କରିପାରିବେ   ।  1974 ରେ ବନ୍ୟପ୍ରାଣୀ ସଂରକ୍ଷଣ ନିୟମ ପ୍ରଣୟନ ହୋଇଥିଲା ଏବଂ 1975 ରେ ସରକାର ଏହାର କାର୍ଯ୍ୟକାରିତା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଥିଲେ   ।

ବନ୍ୟଜନ୍ତୁ ସୁରକ୍ଷା ଆଇନ  1972  :

ଏହି ଆଇନ 1972 ମସିହାରେ ପ୍ରଣୟନ କରାଯାଇଥିଲା   ।  ବନ୍ୟଜନ୍ତୁ ସଂରକ୍ଷଣ ଓ ସୁରକ୍ଷା ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟଥିଲା    ।  ଏହି ଆଇନ ଅନୁସାରେ ସରକାର ବିଜ୍ଞପ୍ତି ଜରିଆରେ ଗୋଟିଏ ପ୍ରାଣୀକୁ ଲୁପ୍ତପ୍ରାୟ ଜୀବ ଘୋଷଣା କରିପାରିବେ ଏବଂ ଏହାକୁ ଧରିବା   ,  ଘରେ ରଖିଆବା କିମ୍ବା ଏହାର ବ୍ୟବସାୟ କରିବାକୁ ବେଆଇନ ଘୋଷଣା କରିପାରିବେ   ।  ଏହି ଆଇନ ଅନୁସାରେ ଦେଶର ମାନ ପ୍ରତିଷ୍ଠା କରାଯାଇଛି ଏବଂ ସେଥିପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି   ।

ପରିବେଶ ସଂକ୍ରାନ୍ତୟ ଆଇନ ଏବଂ ସେଗୁଡିକର କାର୍ଯ୍ୟକାରିତା  :

ଏ ସମସ୍ତ ଆଇନ ରହିଥିବା ସତ୍ତ୍ୱେ ଆମ ଦେଶରେ ଜଳବାୟୁ , ତଥା ସାମଗ୍ରିକ ଭାବରେ ପରିବେଶ ମାରାତ୍ମକ ଭାବରେ ପ୍ରଦୂଷିତ ହେଉଛି ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ କ୍ଷୟ ନିରବଚ୍ଛିନ୍ନ ଭାବରେ ଚାଲିଛି  ।  ଗୋଟିଏ ସମୟରେ ଦେଶର ସମଗ୍ର ଭୂଭାଗରେ ହାରାହାରି ଶତକଡା  50 ଭାଗ ସ୍ଥାନରେ ଜଙ୍ଗଲ ଥିବା ବେଳେ ବର୍ତ୍ତମାନ ଏହା କମି କମି ଶତକଡା  12-13 ଭାଗରେ ଆସି ପହଞ୍ଚିଛି   ।  ଏହାପୁଣି ସରକାରୀ କାଗଜ କଲମରେ  ।  ବାସ୍ତବରେ ଆମ ଦେଶରେ ଶତକଡା  8 ଭାଗ ଭୂଭାଗରୁ ହିଁ ବାର୍ତ୍ତମାନ ଜଙ୍ଗଲ ରହିଛି  ।  ଏକ୍ଷେତ୍ରରେ ସରକାରୀ କାଗଜ କଲମରେ  ।  ବାସ୍ତବରେ ଆମ ଦେଶର ଶତକଡା  8 ଭାଗ ଭୂଭାଗରେ ହିଁ ବାର୍ତ୍ତମାନ ଜଙ୍ଗଲ ରହିଛି  । ଏ କ୍ଷେତ୍ରରେ ସରକାର   , ଅମଲାତନ୍ତ୍ର ଓ ଅନ୍ୟାନ୍ୟ ଆଇନ ପ୍ରୟୋଗକରି ସଂସ୍ଥାମାନଙ୍କର ଆଭିମୁଖ୍ୟ ଅତ୍ୟନ୍ତ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ   ।  ଆମେ ଜାଣୁ ଯେ ବ୍ରାହ୍ମଣ ନଦୀ ଓଡିଶାର ଅନ୍ୟତମ ବଡନଦୀ ଓ ଏହାର ଦୁଇକୁଳରେ ବାସ କରୁଥିବା ଲକ୍ଷ ଲକ୍ଷ ଲୋକ ପ୍ରାଣୀ ପାଇଁ ଏହି ନଦୀ ଉପରେ ନିର୍ଭର କାରନ୍ତି   ।  ମାତ୍ର ଏହି ନଦୀ କୁଳରେ ଥିବା ରାଉଲକେଳା ଇସ୍ପାତ କାରଖାନାରୁ ଆରମ୍ଭ କରି ଅନୁଗୁଳର ନାଲକୋ ,  ଏନଟିପିସି ତଥା ଅନ୍ୟାନ୍ୟ ବହୁ କାରଖାନାରୁ ନିର୍ଗତ ଦୂଷିତ ଜଳକୁ ସିଧାସଖଳ ଏହି ନଦୀ ଛାଡି ଦିଆଯିବା ଫଳରେ ଏକ ବିଷମନଦୀରେ ପରିଣତ ହୋଇଛି  ।  ଏହାରେ ସୂଚନା ଯୋଗ୍ୟଯେ ଏହି ନଦୀକୁ ପ୍ରଦୂଷିତ କରୁଥିବା ପ୍ରମୁଖ କାରଖାନାଗୁଡିକ ହେଉଛି ରାଷ୍ଟ୍ରାୟତ୍ତ  ,  ଅର୍ଥାତ ସରକାରୀ ପରିଚାଳନଧିନ  ।  ସରକାର ଯଦି ନିଜର କାରଖାନାମାନଙ୍କରେ ନିଜଦ୍ଵାରା ପ୍ରଣୀତ ଆଇନ କଡାକଡି ଭାବରେ ଲାଗୁ ନକରନ୍ତି ତା ହେଲେ ଏହି ଆଇନକୁ ଆଉ କେହି ଯେ ଲାଗୁ କରିବେ ସେ କଥା ଉଲ୍ଲେଖ କରିବା ବାହୁଲ୍ୟ ମାତ୍ର  ।  ଏଠାରେ ସୂଚନାଯୋଗ୍ୟ ଯେକୌଣସି ଉପାୟରେ ସର୍ବୋଚ୍ଚ ମୁନଫା ଅର୍ଜନ କରିବା ଓ ଜଗତୀକରଣ ଯୁଗରେ ପ୍ରତିଯୋଗୀତାମୂଳକ ବଜାରରେ ତିଷ୍ଠି ରହିବା ବର୍ତ୍ତମାନ ପ୍ରତ୍ୟେକ ଶିଳ୍ପ କାରଖାନାର ମୂଳ ଲକ୍ଷ୍ୟ   । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଅର୍ଥ ବ୍ୟୟ କରିବାପାଇଁ ସରକାରୀ କାରଖାନାମାନେ ମଧ୍ୟ କୁଣ୍ଠାବୋଧ କରୁଛନ୍ତି ଏବଂ ଏହି ଅର୍ଥବ୍ୟୟ ହେଲେ କମ୍ପାନୀ କ୍ଷତିକରିବ ଓ ଶେଷରେ ବନ୍ଦ ହୋଇଯିବ ବୋଲି ଯୁକ୍ତି କରାଯାଉଛି   ।  ଏହି ପରିସ୍ଥିତିରେ ଉପରୋକ୍ତ ପରିବେଶ ସୁରକ୍ଷା ଆଇନଗୁଡିକ ଯେ କେବଳ କାଗଜ କାଳରେ ସୀମିତ ରହିଛି ସେକଥା ଉଲ୍ଲେଖ କରିବା ନିସ୍ପ୍ରୋୟୋଜନ  ।  ସରକାରଙ୍କର ଏହିଭଳି ଉଦାସୀନତା ସୁଯୋଗ ନେଇ ଲାଭଖୋର ଘରୋଇ ଶିଳ୍ପପଟିମାନେ ସମଗ୍ର ପରିବେଶକୁ ବିଷାକ୍ତ କରିବା ପାଇଁ ପଶ୍ଚାଦପଦ ହେଉ ନାହାନ୍ତି   । ମାତ୍ର ଏହା ଫଳରେ ଲକ୍ଷ ଲକ୍ଷ ଲୋକ ସ୍ଵଚ୍ଛ ପାନୀଯ ଜଳ , ମୁକ୍ତ ବାୟୁ ଓ ସୁସ୍ଥ ପରିବେଶକୁ ବଞ୍ଚିତ ହୋଇ ନାନାଦି ପ୍ରକାରର ରୋଗର ଶୀକାର ହେଉଛନ୍ତି   ।

ଏହିଭଳି ଏକ ଅବସ୍ଥାରେ ପରିବେଶ ସୁରକ୍ଷା ଦିଗରେ ଜନସଚେତନା ସୃଷ୍ଟି ଏବଂ ତୃଣମୂଳ ସ୍ତରରୁ ଶକ୍ତିଶାଳୀ ପରିବେଶ ଆନ୍ଦୋଳନ ଗଢିତୋଳିବା ଏକାନ୍ତ ଆବଶ୍ୟକ   ।  ଜନସାଧାରଣ ହୃଦୟଙ୍ଗମ କରିବା ଆବଶ୍ୟକ ଯେ କେବଳ ପରିବେଶକୁ ଭଲ ପାଇଲେ ବା ଗଛ ଲଗାଇଲେ ପରିବେଶର ପ୍ରଦୂଷଣକୁ ରୋକାଯାଇ ପାରିବ ନାହିଁ   ।  ଶିଳ୍ପାୟନ ପରିବେଶ ସହିତ ସହନ୍ତିପୂର୍ଣ୍ଣ କରିବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି ତକରିବା ଆଭିମୁଖ୍ୟ ଏହି ଆନ୍ଦୋଳନଗୁଡିକ  ପରିଚାଳିତ ହେବା ଆବଶ୍ୟକ   ।

ଏ ପ୍ରସଙ୍ଗର ଆଉ ଏକ ଦିଗ ରହିଛି  ।  ଆମ ଦେଶର ପ୍ରଚଳିତ ଜଙ୍ଗଲ ଆଇନ ଜଙ୍ଗଲରେ ଆବାହମାନ କାଳରୁ ବସବାସ କରି ଆସୁଥିବା ଆଦିମ ଅଧିବାସୀମାନଙ୍କର ଅଧିକାରକୁ ସ୍ଵୀକାର କରୁନାହିଁ   ।  ଫଳରେ ଏହି ଜଙ୍ଗଲ ଆଇନ କାର୍ଯ୍ୟକାରୀ ହେବା କ୍ଷେତ୍ରରେ ବାଧା ସୃଷ୍ଟି ହେଉଛି   ।  ବରଂ ,  ଏହିଆଇନ ଗୁଡିକର ଅପବ୍ୟବହାର କରି ଜଙ୍ଗଲ ଅଧିକାରମାନେ ଆଦିବାସୀମାନଙ୍କୁ ହଇରାଣ ହରକତ କରୁଛନ୍ତି  ଓ ସେମାନଙ୍କ ସହିତ ଶତ୍ରୁତା ସୃଷ୍ଟି କରୁଛନ୍ତି   ।  ଏହି ପରବର୍ତ୍ତେ ଲଘୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ପାଇଁ ଆଦିବାସୀମାନଙ୍କୁ ଆଇନଗତ ଅଧିକାର ଦିଆଯିବା ଆବଶ୍ୟକ ଏବଂ ସେମାନଙ୍କ ଠାରୁ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ମୂଲ୍ୟରେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରାଯିବା ଆବଶ୍ୟକ   ।  ଏହା ଫଳରେ ଆଦିବାସୀମାନଙ୍କର ଆର୍ଥିକ ଅବସ୍ଥାର ଉନ୍ନତି ଘଟିବ ଓ ଜଙ୍ଗଲ ସେମାନଙ୍କର ଏବଂ ଜଙ୍ଗଲ ଅତୁଟ ରହିଲେ ସେମାନଙ୍କର ଜୀବନ ଧାରଣ ଅଧିକ ସ୍ବଚ୍ଛନ୍ଦପୂର୍ଣ୍ଣ ହେବ ବୋଲି ସେମାନେ ଅନୁଭବ କରିପାରିବେ   ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁମାନଙ୍କୁ ଜଙ୍ଗଲ ମାଫିଆମାନଙ୍କ ହାତରୁ ରକ୍ଷା କରାଯାଇ ପାରିବ  । ଜଙ୍ଗଲ ଆଦିମ ଅଧିବାସୀମାନଙ୍କୁ ବିଶ୍ଵାସକୁ ନନେଇ ଜଙ୍ଗଲ  ସୁରକ୍ଷା ବା ବନ୍ୟଜନ୍ତୁମନଙ୍କର ସୁରକ୍ଷା ସେ ସମ୍ଭବ ନୁହେଁ ସେକଥା ଆମ ଦେଶର ଆଇନ ପ୍ରଣୟନକାରୀମାନେ ବୁଝିବା ଆବଶ୍ୟକ ଏବଂ ସେଇ ଅନୁସାରେ ଜଙ୍ଗଲ ଆଇନରେ ବ୍ୟାପକ ପରିବତ୍ତନ କରାଯିବା ଆବଶ୍ୟକ   ।

ଏହାଛଡା ଏସମ୍ପର୍କରେ ସ୍କୁଲ କଲେଜମାନଙ୍କରେ ଶିକ୍ଷା ଦିଆଯିବା ସଙ୍ଗେ ସଙ୍ଗେ ସମସ୍ତ ପ୍ରକାରର ଗୁଣ ମାଧ୍ୟମରେ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ପ୍ରଚାର କରାଯାଇ ଏଥିପାଇଁ ଜନସଚେତନତା ସୃଷ୍ଟି କରାଯିବା ଆବଶ୍ୟକ   ।  ଏହି ସବୁ କାର୍ଯ୍ୟରେ ସରକାରୀ ଜଳ ବ୍ୟତିତ ସ୍ଵେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କୁ ସକ୍ରିୟ ଭାବରେ ଜଡିତ କରାଯାଇ ପାରିଲେ ଜନସଚେତନା କାର୍ଯ୍ୟକ୍ରମ ଆହୁରି ଫଳପ୍ରଦ ହୋଇପାରିବ   ।

ପ୍ରଦୂଷଣ ନିୟନ୍ତ୍ରର ବୋର୍ଡ ଓ ଏହାର କାର୍ଯ୍ୟ ପରିସର  :

ପରିବେଶ ସୁରକ୍ଷା ପାଇଁ ସରକାରଙ୍କୁ ବିଭିନ୍ନ ସୁଚିନ୍ତିତ ପରାମର୍ଶ ଦେବା ଓ ବିଭିନ୍ନ ସ୍ଥାନରେ ଓ କଳକରଖାନାମାନଙ୍କର ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ ଓ ନିର୍ଦ୍ଧାରଣ କରିବା ତଥା ଏସମ୍ପର୍କରେ ଗବେଷଣା ପାଇଁ କେନ୍ଦ୍ର ସରକାର ପ୍ରଦୂଷଣ ବୋର୍ଡ ଗଠନ କରିଛନ୍ତି   ।  ସେଇ ଧାରାରେ ଦେଶର ସମସ୍ତ ରାଜ୍ୟରେ ମଧ୍ୟ ରାଜ୍ୟ ପ୍ରଦୂଷଣ ବୋର୍ଡମାନ ଗଠିତ ହୋଇଛି   ।  ଏହି ବୋର୍ଡଗୁଡିକର କାର୍ଯ୍ୟକାରିତା ଓ କ୍ଷମତା ନିମ୍ନଧରଣର   ।

ରାଜ୍ୟ ପ୍ରଦୂଷଣ ବୋର୍ଡ

1974 ମସିହାରେ ପ୍ରତ୍ୟେକ ରାଜ୍ୟରେ ଏହି ବୋର୍ଡମାନ ଗଠନ କରାଯାଇଥିଲା  । ପ୍ରଥମତଃ ଏହି ବୋର୍ଡଗୁଡିକ ସରକାରଙ୍କୁ ଜଳ , ବାୟୁ,  ଓ ମୃତ୍ତିକା ପ୍ରଦୁଷଣ ହ୍ରାସ କରିବା ସଂକ୍ରାନ୍ତୀୟ ନାନା ଧରଣର ପରାମର୍ଶ ଦିଏ   ।  ଦ୍ଵିତୀୟତଃ ଏହି ବୋର୍ଡର ଅନୁମୋଦନ ଲାଭ କରିବାକୁ ହୁଏ   ।  ବୋର୍ଡ ସବୁଦିଗରୁ ବିଚାରକରି ଏକ ବିଶେଷ ସ୍ଥାନରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମତି ଦିଏ   ।  ବୋର୍ଡ  ପକ୍ଷରୁ ସମସ୍ତ ଶିଳ୍ପ ସଂସ୍ଥାଗୁଡିକୁ ବିଭିନ୍ନ ସମୟରେ ଅନୁଧ୍ୟାନ କରାଯାଇ ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ନେଉଥିବା ପଦକ୍ଷେପଗୁଡିକର ସମୀକ୍ଷା କରେ ଏବଂ ସେମାନଙ୍କୁ ଏ ଦିଗରେ ସମସ୍ତ ସହାୟତା ଯୋଗାଇ ଦିଏ  ।  କୌଣସି ଶିଳ୍ପସଂସ୍ଥା ଉଦ୍ଦେଶ୍ୟମୂଳକ ବା ଇଚ୍ଛାକୃତ ଭାବରେ ପରିବେଶ ସୁରକ୍ଷା ପାଇଁ ଯଥାଯଠ ପଦକ୍ଷେପ ଗ୍ରହଣ ଣ କାଲେ ସମ୍ପୃକ୍ତ ଶିଳ୍ପ ସଂସ୍ଥାକୁ ସଂପୂର୍ଣ୍ଣ ବନ୍ଦ କରିଦେବା କିମ୍ବା ସେହି ଶିଳ୍ପ ସଂସ୍ଥାକୁ ବିଜୁଳି ଓ ଜଳ ଯୋଗାଣ ବନ୍ଦ କରିଦେବାର କ୍ଷମତା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରହିଛି  ।  ଏହା ବ୍ୟତିତ ପରିବେଶ ଆଇନ ଅମାନ୍ୟ କରୁଥିବା ଶିଳ୍ପସଂସ୍ଥାଗୁଡିକ ଠାରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜୋରିମାନା ମଧ୍ୟ ଆଦାୟ କରିପାରିବ   ।  ଏହି କାର୍ଯ୍ୟଗୁଡିକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବହୁ ଆଞ୍ଚଳିକ ଶିକ୍ଷା ମଧ୍ୟ ପ୍ରତିଷ୍ଠା କରାଯାଇଛି   ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରତ୍ୟେକ ନିଯୁକ୍ତି ରାଜ୍ୟ ସରକାରଙ୍କ ଦ୍ଵାରା କରାଯାଇଥାଏ   ।  ଏହି ବୋର୍ଡର ଜଣେ ଚେୟାରମ୍ୟାନ ନିଯୁକ୍ତ ହୋଇଥାନ୍ତି   , ଯାହାଙ୍କର ପ୍ରଦୂଷନ ସମ୍ବନ୍ଧରେ ବ୍ୟବହାରିକ ଜ୍ଞାନ ତଥା ଆନୁଷ୍ଠାନ ପରିଚାଳନାର ଅଭିଜ୍ଞତା ରହିଥିବ   ।  ଏହି ବୋର୍ଡ ଅନ୍ୟାନ୍ୟ ସଭ୍ୟ ମଧ୍ୟ ରହିଥାନ୍ତି ଯଥା  -

  1. ସର୍ବାଧିକ ପାଞ୍ଚଜଣ ରାଜ୍ୟ ସରକାରୀ କର୍ମଚାରୀ
  2. ସର୍ବାଧିକ ପାଞ୍ଚଜଣ ସ୍ଥାନୀୟ ଅଧିବାସୀମାନଙ୍କର ପ୍ରତିନିଧି   ।
  3. ସର୍ବାଧିକ ତିନିଜଣ ଶିଳ୍ପପତି
  4. ରାଜ୍ୟ ସରକାରଙ୍କର ଶିଳ୍ପନିଗମର ଦୁଇଜଣ ପ୍ରତିନିଧି   ।
  5. ଜଣେ ସଂପାଦକ ଜିଏକି ପ୍ରଦୂଷଣ ସମ୍ପର୍କୀୟ ପ୍ରତ୍ୟକ୍ଷ ବ୍ୟବହାରିକ ଜ୍ଞାନର ଅଧିକାରୀ ହୋଇଥିବେ   ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟ  :

(କ) ଜଳ, ବାୟୁ, ମୃତ୍ତିକା, ଓ ଜଙ୍ଗଲ ପ୍ରଦୂଷଣର ପ୍ରତିରୋଧ , ନିୟନ୍ତ୍ରଣ ତଥା ପ୍ରଦୂଷଣ ରୋକିବା ପାଇଁ ସରକାରଙ୍କୁ ଉପଯୁକ୍ତ ପରାମର୍ଶ ପ୍ରଦାନ କରିବା   ।

(ଖ) ପ୍ରଦୂଷଣ ସମ୍ପର୍କୀତ କାରଣର ଅନୁସନ୍ଧାନ ପାଇଁ ଯଥାଯଥ ଗବେଷଣାଗାରାର ସୁବିଧା ସୁଯୋଗ ପ୍ରଦାନ କରିବା ଏସମ୍ବନ୍ଧୀୟ ସୂଚନା ସମସ୍ତଙ୍କୁ ଜଣାଇବାର ବ୍ୟବସ୍ଥା କରିବା ତଥା ଏ ସମ୍ପର୍କରେ ତାମିଲ ପ୍ରଦାନ କରିବା   ।

(ଗ) ସାମାଜିକ ଗୋଷ୍ଠୀ ଓ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପରିବେଶ ସମ୍ପର୍କୀୟ ସଠିକ ମୂଲ୍ୟବୋଧ ସୃଷ୍ଟି କରିବା   ।

(ଘ) ଜନସାଧାରଣଙ୍କୁ ପରିବେଶ ସଂକ୍ରାନ୍ତୀୟ ସମସ୍ୟାର ସମାଧାନ କରିବା ପାଇଁ ଉପଯୁକ୍ତ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ଶିକ୍ଷା ଦେବା   ।

ପରିବେଶରେ ଏତିକି କୁହାଯାଇ ପରେ ଯେ ଆମ ଦେଶ ସମେତ ପୃଥିବୀର ପ୍ରାୟ ସମସ୍ତ ବିକାଶଶୀଳ ଦେଶମାନଙ୍କର ପରିବେଶ ପ୍ରଦୂଷଣ ଓ ଅବକ୍ଷୟକୁ ରୋକିବା ପାଇଁ ବହୁ କଠୋର ଆଇନ ରହିଥିବା ସତ୍ତ୍ୱେ ଦିନକୁ ଦିନ ଏହିସବୁ ଦେଶର ପରିବେଶର ଅବସ୍ଥା ଶୋଚନୀୟ ହୋଇପଡୁଛି  ।  ଗୋଟିଏ ହିସାବ ଅନୁଯାୟୀ 2020 ମସିହା ସୁଦ୍ଧା ଜନସଂଖ୍ୟା ବୃଦ୍ଧି ଓ ପରିବେଶ ପ୍ରଦୂଷଣ ସାରା ପୃଥିବୀର ଜନସମାଜ ପାଇଁ ,  ବିଶେଷକରି ବିକାଶଶୀଳ ଦେଶମାନଙ୍କ ପାଇଁ ମାରାତ୍ମକ ଅବସ୍ଥା ସୃଷ୍ଟି କରିବ   ।

ଏହାର ମୁକାବିଲା କରି ମଣିଷ ସମାଜର ଭବିଷ୍ୟତକୁ ସୁରକ୍ଷିତ କରିବାକୁ ହେଲେ ସମସ୍ତ ସ୍ତରର ତୁରନ୍ତ ଆନ୍ତରିକ ଉଦ୍ୟମ ଆରମ୍ଭ ହେବା ଆବଶ୍ୟକ   ।

ପରିବେଶୀୟ ପ୍ରଭାବର ଆକଳନ  :

କୌଣସି ଏକ ବିକାଶମୂଳକ ପ୍ରକଳ୍ପ ପ୍ରସ୍ତୁତି ବେଳେ   ,  ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରସ୍ତାବିତ ଯୋଜନାରେ ପରିବେଶ ତଥା ଗଛଲତା , ଜୀବଜନ୍ତୁ ଏବଂ ମନୁଷ୍ୟ ଉପରେ କିପରି ପ୍ରଭାବ ପକାଇବ ତାର ଏକ ଆକଳନ କରାଯାଇଥାଏ   ।  ଏହି ଆକଳନକୁ ପରିବେଶୀୟ ପ୍ରଭାବର ଆକଳନ କୁହାଯାଏ   ।  ତେଣୁ କୌଣସି ଏକ ନୂତନ ପ୍ରକଳ୍ପର ନିଷ୍ପତ୍ତି ଗ୍ରହଣ ଏହି ଗୁରୁତ୍ଵପୂର୍ଣ୍ଣ ଆକଳନ ଉପରେ ହିଁ ନିର୍ଭର କରିଥାଏ   ।

ସାଧାରଣତଃ , ଯୋଜନା ପରିକଳ୍ପନା ସମୟରେ ପ୍ରକଳ୍ପକାରୀମାନେ ଏହାଦ୍ଵାରା ଆଶାକରା ଯାଉଥିବା   ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ ପ୍ରଗତି ଉପରେ ଆଲୋଚନା କରିଥାନ୍ତି  ।  ମାତ୍ର , ପରିବେଶଗତ ସମସ୍ୟା ଉପରେ ବିଶେଷ ଗୁରୁତ୍ଵ ଦେଇନଥାନ୍ତି   ।  ଫଳରେ ଯୋଜନାଟି କାର୍ଯ୍ୟକାରୀ ହେଉଥିବା ଅଞ୍ଚଳର କ୍ଷତିଗ୍ରସ୍ତ ଜୀବମଣ୍ଡଳୀର ପ୍ରକୃତ ରୂପ ବିଚାରକୁ ଆସିପାରେ ନାହିଁ   ।  ଏଥିରୁ ସ୍ପଷ୍ଟ ଯେ , ଏକ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବାକୁ ହେଲେ   , ଆୟୋଜକମାନେ ଯୋଜନାରେ ବ୍ୟୟ ହେଉଥିବା ଅର୍ଥ ଓ ଆଶା କରାଯାଉଥିବା ଲାଭାଂଶକୁ କେବଳ ବିଶ୍ଳେଷଣ ନକରି ଏହାର ପରିବେଶୀୟ ପ୍ରଭାବକୁ ଅଧିକଅଧିକ ଗୁରୁତ୍ଵ ଦେବା ଉଚିତ   ।

ପରିବେଶୀୟ ପ୍ରଭାବର ଆକଳନ ଏକ ନିଷ୍ପତ୍ତି ପ୍ରସ୍ତୁତକାରୀ ପ୍ରଣାଳୀ  ।  କୌଣସି ସହନଶୀଳ ବିକାଶ ଯୋଜନା ପ୍ରସ୍ତୁତି ସମ୍ପର୍କରେ ଚୁଡାନ୍ତ ନିଷ୍ପତ୍ତି ନିଆଜିବା ପୂର୍ବରୁ ପରିବେଶ ଉପରେ ଏହାର ଆକଳନ କରିବା ନିହାତି ଆବଶ୍ୟକ   ।  ଏହି ପ୍ରସ୍ତୁତି ନିଃସ୍ଵାର୍ଥପର ବ୍ୟକ୍ତିଙ୍କ ଦ୍ଵାରା କରାଯିବା ଉଚିତ  ।  ଏହି ଆକଳନ ପ୍ରସ୍ତୁତି କେତେକ ସୋପାନ ଦେଇ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥାଏ   ।  ଯଥା – ପ୍ରଥମତଃ ,  ପ୍ରକଳ୍ପ ସମ୍ବନ୍ଧୀୟ ମୌଳିକ ଧାରଣା ,  ଯୋଜନା ପ୍ରସ୍ତୁତି ସ୍ୱରୂପ , ମୂଳପଦ୍ଧତି ନିରୂପଣ , ପ୍ରଭାବର ଆକଳନ , ଜନସାଧାରଣଙ୍କ ଦ୍ରୁଷ୍ଟିଭଙ୍ଗୀ ଏବଂ ଶେଷ ନିଷ୍ପତ୍ତି ହିଁ ଉପରୋକ୍ତ ଉପାଦାନଗୁଡିକର ମୌଳିକ ସୂଚନା ଦେଇପାରିବେ   ।

ପରିବେଶୀୟ ଯାଞ୍ଚ

ଏକ ସ୍ଥୁଳ ପରିବେଶୀୟ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବା ପ୍ରଣାଳୀକୁ ପରିବେଶୀୟ ଯାଞ୍ଚ କୁହାଯାଏ   ।  ଏହି ଖର୍ଚ୍ଚ ଅଟକଳ ପ୍ରସ୍ତୁତିଦ୍ଵାରା ପ୍ରକଳ୍ପକାରୀ ତାର ସର୍ବନିମ୍ନ ଖର୍ଚ୍ଚ ଆକଳନ କରିବାର ସୁଯୋଗ ପାଇଥାଏ   ।  ଏହାଦ୍ଵାରା କି ପ୍ରକଳ୍ପ ପ୍ରଣୟନକାରୀ ମଧ୍ୟ ପରିବେଶ ପରିଚାଳନା ପ୍ରଣାଳୀର ଦକ୍ଷତା ସମ୍ପର୍କରେ ଜାଣିବାକୁ ସକ୍ଷମ ହୋଇଥାନ୍ତି   ।  ଏଥିରେ ନିମ୍ନୋକ୍ତ ବିଷୟ ଗୁଡିକ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଏ   ।

  1. ଏହାଦ୍ୱାରା ପ୍ରକଳ୍ପ ପରିଚାଳନା ବ୍ୟବହୃତ ସମସ୍ତ ପ୍ରଦୂଷଣ ନିୟନ୍ତ୍ରଣକାରୀ ଯନ୍ତ୍ରପାତିର ମାନ ତଥା ସେଥିରୁ ସମ୍ଭାବ୍ୟ କ୍ଷତିର ମାତ୍ରା ଓ ପ୍ରତିକାର ବ୍ୟବସ୍ଥା ଜାଣିହୁଏ   ।
  2. ପ୍ରକଳ୍ପଟିରେ ବ୍ୟବହୃତ ହେଉଥିବା ସମସ୍ତ ସମ୍ବଳର ସଦୁପଯୋଗ ନିମିତ୍ତ ଯୋଜନା ପ୍ରସ୍ତୁତ କରି ହୁଏ   ।
  3. ପ୍ରକଳ୍ପରେ ନିୟୋଜିତ ପ୍ରାକୃତିକ ସମ୍ବଳର ସଂପୂର୍ଣ୍ଣ ଉପଯୋଗୀତାକୁ ବିଚାରକୁ ନେବା   ।
  4. ଭବିଷ୍ୟତ ପାଇଁ ପ୍ରାକୃତିକ ବ୍ୟବସ୍ଥା ନିର୍ଦ୍ଧାରଣ ନିମନ୍ତେ ସଠିକ ସୂଚୀ ପ୍ରସ୍ତୁତ କରିବା   ।
  5. ପରିବେଶ ସୁରକ୍ଷା ଦିଗରେ ସମସ୍ତ କର୍ମଚାରୀମାନଙ୍କୁ ସଠିକ ଶିକ୍ଷାପ୍ରଦାନର ବ୍ୟବସ୍ଥା ,  ସେମାନଙ୍କୁ ବିଭିନ୍ନ ଦାୟିତ୍ଵ ବଣ୍ଟନ ତଥା ସେମାନଙ୍କର ସର୍ବନିମ୍ନ ଭୂମିକା ସମ୍ପର୍କରେ ସତେନା କରାଇବା ଇତ୍ୟାଦି   ।

(କ) ପୂର୍ବ ତଦନ୍ତ ଏଥିରେ ଯୋଜନାଟିର ଲକ୍ଷ୍ୟ ସୁନିର୍ଦ୍ଧିଷ୍ଟ କରାଯାଇଥାଏ   ।

(ଖ) କାର୍ଯ୍ୟସ୍ଥଳ ପ୍ରସ୍ତୁତି ଏଥିରେ ଯୋଜନା ସମ୍ପର୍କୀୟ ସମସ୍ତ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ପରୀକ୍ଷା କରାଯାଇ କର୍ମଚାରୀ ମାନଙ୍କ କାର୍ଯ୍ୟଦକ୍ଷତା  ଆକଳନ କରାଯାଇଥାଏ   । ପ୍ରକଳ୍ପର ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ସ୍ଥାନ ନିରୂପଣ ମଧ୍ୟ ଏହି ଅଂଶରେ ଅନ୍ତର୍ଭୁକ୍ତ   ।

(ଗ) ଶୀର୍ଷ ତଦନ୍ତ – ଏଥିରେ ପରିବେଶ ସମ୍ବନ୍ଧୀୟ ସମସ୍ତ ବିବରଣୀ ବିସ୍ତୁତ ଭାବରେ ପ୍ରସ୍ତୁତ କରାଯାଇଥାଏ   ।  ଆବଶ୍ୟକୀୟ ସଂଶୋଧନ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଥାଏ     ।  ସୁଦକ୍ଷ ପ୍ରସ୍ତୁତକାରୀଙ୍କ ଉପରେ ଏଥର ସଠିକ କାର୍ଯ୍ୟକାରିତା ନିର୍ଭର କରେ   ।

ଆଧାର – ଡକ୍ଟର ମନୋରମା ପତ୍ରୀ

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate