ହୋମ / ଶକ୍ତି / ପରିବେଶ / ପରିବେଶ ପ୍ରଦୂଷଣ
ସେଆର କରନ୍ତୁ

ପରିବେଶ ପ୍ରଦୂଷଣ

ପରିବେଶ ପ୍ରଦୂଷଣ ଆମ ମଣିଷ ଜାତିର ଭବିଷ୍ୟତ ସମ୍ପର୍କରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି

ଉପକ୍ରମ

ଇତିହାସରେ ପ୍ରଥମଥର ପାଇଁ ମଣିଷ ଆଜି ଏକ ଭୟଙ୍କ ସଙ୍କଟମୟ ପରିସ୍ଥିତିର ସମ୍ମୁଖୀନ ହୋଇଛି  ।  ପରିବେଶ ପ୍ରଦୂଷଣ ଆମ ମଣିଷ ଜାତିର ଭବିଷ୍ୟତ ସମ୍ପର୍କରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି   ।  ଅତୀତରେ ଏକ ନିର୍ମଳ ,  ସନ୍ତୁଳିତ ପରିବେଶକୁ ଉପଭୋଗ କରିଆସୁଥିବା ମଣିଷ ଆଜି ତାର ପରିବେଷ୍ଟନୀରେ ଥିବା ପ୍ରାକୃତିକ ପ୍ରକ୍ରିୟାଗୁଡିକ ଅସନ୍ତୁଳିତ ବିପଦପୂର୍ଣ୍ଣ ଅବସ୍ଥାରେ ପହଞ୍ଚିଥିବାରୁ ଦେଖିବାକୁ ପାଉଛି   । ପ୍ରଶ୍ନ ଉଠୁଛି ,  ଏହି ଅଦରକାରୀ ଅସନ୍ତୁଳିତ ଅବସ୍ଥା ପାଇଁ ଦାୟୀ କିଏ ? ଏକଥା ଅନସ୍ଵୀକାର୍ଯ୍ୟ ଯେ ,  ମଣିଷର କ୍ରିୟାକଳାପ ହିଁ ଏଥିପାଇଁ ସଂପୂର୍ଣ୍ଣ ଦାୟୀ  ।  ସୁତରାଂ ପରିବେଶର ଏହିଅସୁସ୍ତ ପରିବର୍ତ୍ତନ ମାନବୀୟ କାର୍ଯ୍ୟଶୈଳୀର ଏକ ଅନାବଶ୍ୟକ ସୃଷ୍ଟି ଅଟେ   ।  ଯାହା ପ୍ରକୃତିର କାର୍ଯ୍ୟଧାରାକୁ ସଂପୂର୍ଣ୍ଣଭାବେ ପ୍ରଭାବିତ କରିବାର ସାହାଯ୍ୟ କରିଥାଏ   ।

୧୯୭୨ ମସିହାରେ ବୈଜ୍ଞାନିକ ଓଡମ ପ୍ରଦୂଷଣର ସଂଜ୍ଞା ନିରୂପଣ କରିବାକୁ ଯାଇ କହିଥିଲେ ଯେ  “ ପୃଥିବୀର ପ୍ରଦୂଷଣ ହେଉଛି ବାୟୁ, ଜଳ ଓ ମୃତ୍ତିକାର ଅନାବଶ୍ୟକ ରାସାଯନିକ ଓ ଜୈବିକ ପରିବର୍ତ୍ତନ , ଯାହା ଜୀବନ ପାଇଁ କ୍ଷତିକାରକ ହୋଇପାରେ ବା ଜୀବନ୍ତ ପ୍ରାଣୀ ଓ ଉଦ୍ଭିଦମାନଙ୍କ ପାଇଁ ଏକ ସମ୍ଭାବ୍ୟ ବିପଦ ସୃଷ୍ଟି କରିପାରେ  । “

ସାଧାରଣ ଭାବରେ କହିବାକୁ ଗଲେ ପରିସଂସ୍ଥାଗୁଡିକର ସ୍ଵାଭାବିକ କାର୍ଯ୍ୟକାରିତାରେ ବାଧାସୃଷ୍ଟି କରୁଥିବା ପଦାର୍ଥ ବା ଶକ୍ତିଗୁଡିକୁ ଆମେ ପ୍ରଦୂଷଣ ବୋଲି କହୁ  । କେତେକ ଧରଣର ପରିବେଶ ପ୍ରଦୂଷଣ କହିଥାଉ ଏବଂ ପରିବେଶରେ ଏହି ପ୍ରଦୂଷକମାନଙ୍କର ପ୍ରବେଶ ପ୍ରକ୍ରିୟାକୁ ସାଧାରଣ ଭାବରେ ପ୍ରଦୂଷଣ ବୋଲି କହୁ   ।  କେତେକ ଧରଣର ପରିବେଶ ପ୍ରଦୂଷଣ ଆଗ୍ନେୟଗିରିରୁ ଲାଭ ଉଦଗୀରଣ ଭଳି ପ୍ରାକୃତିକ କାରଣରୁ ଘଟୁଥିଲେ ମଧ୍ୟ ପ୍ରଦୂଷଣ ମୁଖ୍ୟତଃ ମନୁଷ୍ୟ କୃତ କ୍ରିୟା ଯୋଗୁଁ ହିଁ ସୃଷ୍ଟି ହୋଇଥାଏ   ।  କାରଣ ,  ଶିଳ୍ପ ସଭ୍ୟତାର ଅଗ୍ରଗତି ତଥା ଲାଭ ଭିତ୍ତିକ ଉତ୍ପାଦନ ବ୍ୟବସ୍ଥାର ପ୍ରତିଷ୍ଠା ,  ସଭ୍ୟତାର ବିକାଶ ଓ ବିଜ୍ଞାନର ଅପବ୍ୟବହାର ଫଳରେ ଆଧୁନିକ ସମାଜରେ ଭୋଗ୍ୟ ବସ୍ତୁର ଚାହିଦା ବଢି ଚାଲିଛି   । ମନୁଷ୍ୟ ସମାଜରେ ସୃଷ୍ଟି ହୋଇଥିବା ଏହି ଚାହିଦାକୁ ପୁଞ୍ଜିକରି ମୁନଫାଲୁଟ କରିବା ଉଦ୍ଦେଶ୍ୟରେ ପରିବେଶର ସୂକ୍ଷ୍ମ ଓ ସଂବେଦନଶୀଳକୁ ଭୂକ୍ଷେପ ନ କରି ଅନିୟନ୍ତ୍ରତ ଭୋଗ୍ୟବସ୍ତୁ ଉତ୍ପାଦନ ପାଇଁ ଏକ ପ୍ରକାର ପ୍ରତିଯୋଗୀତା ଚାଲିଛି   ।  ଏହାରି ଫଳଶ୍ରୁତିରେ ହିଁ ପରିବେଶ  ପ୍ରଦୂର୍ଷିତ ହେଉଛି   ।

ପରିପକ୍ଵ ଓ ସୁଚିନ୍ତିତ ଯୋଜନା ବିହୀନ ଶିଳ୍ପାୟନ , କୃଷି ଉତ୍ପାଦନ ବୃଦ୍ଧି ଆଳରେ ପ୍ରଚୁର କୃତ୍ରିମ ସାର ଓ ପୋକମରା ଔଷଧର ବ୍ୟବହାର , ବ୍ୟାପକ ପରିମାଣର ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି ,  ପରମାଣୁ ବୋମା ବିସ୍ଫୋରଣ , ଯାନବାହାନ ସଂଖ୍ୟାରେ ଅବିଶ୍ଵାସନୀୟ ବୃଦ୍ଧି ,  ବିଭିନ୍ନ ପ୍ରକାରର ରାସାଯନିକ ପଦାର୍ଥ ରଙ୍ଗ , କାଳକାରଖାନାରୁ ନିର୍ଗତ ବିଷକ୍ତ ଧୂଆଁ ଓ ପ୍ରଦୂଷିତ ଜଳ ଇତ୍ୟାଦି   । ଆଜିର ପରିବେଶକୁ ବିଷକ୍ତ କରିଛି   ।  ଫଳରେ ପ୍ରଦୂଷଣ ଜନିତ ସମସ୍ୟା ଧୀରେ ଧୀରେ ଗୁରୁତର ଆକାର ଧରଣ କରିବାକୁ ଯାଉଛି  ।  ସମଗ୍ର ଜୀବମଣ୍ଡଲରେ ପ୍ରଦୂଷଣ ଯୋଗୁଁ , ନାନା ପ୍ରକାରର ପ୍ରାଣୀ ଓ ଉଦ୍ଭିଦମାନଙ୍କର ଅବଲୁପ୍ତି , ତଥା ପରିଷ୍କାର ପାନୀୟ ଜଳ ଓ ବାୟୁର ଅଭାବ ଇତ୍ୟାଦି ହେତୁ ନାନା ଧରଣର ଜଟିଳ ସମସ୍ୟା ସୃଷ୍ଟି ହେଉଛି   ।

ଆମେ ମୁଖତଃ ଦୁଇ ପ୍ରକାରର ପ୍ରଦୂଷକ ଦେଖିବାକୁ ପାଉ  । ପ୍ରଥମ ଧରଣର ପ୍ରଦୂଷକମାନେ ହେଉଛନ୍ତି  - ଜୈବିକ ଉପାୟରେ ବିଘଟିତ ହେଉଥିବା ପ୍ରଦୂଷକ  ।  ଅର୍ଥାତ ଏହି ପ୍ରଦୂଷକମାନେ ପ୍ରାକୃତିକ ଉପାୟରେ ଦ୍ରୁତଗତିରେ ବିଘଟିତ ହୋଇ ମାଟିରେ ମିଶିଯାନ୍ତି ଏବଂ ମାଟିର ଉତ୍ପାଦିକା ଶକ୍ତି ବୃଦ୍ଧିରେ ସହାୟକ ହୁଅନ୍ତି   । ସହରମାନଙ୍କର ଅଳିଆ ଆବର୍ଜନା ହେଉଛି ଏହି ଧରଣର ପ୍ରଦୂଷକର ପ୍ରକୃଷ୍ଟ ଉଦାହରଣ   ।  ଏହି ଧରଣର ପ୍ରଦୂଷକର ପରିମାଣ ଅତ୍ଯାଧିକ ହେଲେ ଏଗୁଡିକ ସ୍ଵାଭାବିକ ପ୍ରକ୍ରିୟାରେ ବିଘଟିତ ନ ହୋଇପାରି ନ ଥିବା ପ୍ରଦୂଷକ  । ଏମାନେ ହୁଏତ ଆଦୌ ବିଘଟିତ ହୁଅନ୍ତି ନାହିଁ କିମ୍ବା ଅତ୍ୟନ୍ତ ଧୀରେ ଧୀରେ ବିଘଟିତ ହୋଇ ପରିବେଶ  ପ୍ରଦୂଷଣ କ୍ଷେତ୍ରର ମୁଖ୍ୟ ଭୂମିକା ପାଳନ କରନ୍ତି   ।  ଏହି ଧରଣର ପ୍ରଦୂଷକ ଧୀରେ ଧୀରେ ଜୀବମଣ୍ଡଲରେ ପ୍ରବେଶ କଲେ ସେଗୁଡିକ ଦୂର କରିବା ଅତ୍ୟନ୍ତ କଷ୍ଟସାଧ୍ୟ ବା ଅସମ୍ଭବ ହୋଇପଡେ   ।  ଡିଡିଟି ପଲିକ୍ଳୋରିନେଟେଡ ବାଇଫିନାଲ୍ଵ ଏବଂ ତେଜଷ୍କ୍ରିୟ ଧାତୁ ହେଉଛି ଏହିଭଳି ପ୍ରଦୂଷକର ଉଦାହରଣ  ।  ଏହିଭଳି ପ୍ରଦୂଷକମାନେ ଖାଦ୍ୟ ଶୃଙ୍ଖଳର ଉଚ୍ଚସ୍ତରରେ ଥିବା ପ୍ରାଣୀମାନଙ୍କ ଦେହରେ ପ୍ରବେଶ କଳା ବେଳକୁ ଏଗୁଡିକ ସାନ୍ଧ୍ରତା ବିପଦ ଜନକ ସ୍ତରରେ ପହଞ୍ଚିଥାଏ ଏବଂ ଏଗୁଡିକର ପ୍ରଭାବ ଉକ୍ତ ପ୍ରାଣୀମାନଙ୍କ ପାଇଁ ଅତ୍ୟନ୍ତ ମାରାତ୍ମକ  ପ୍ରମାଣିତ ହୋଇଥାଏ   । ମଣିଷ ଖାଦ୍ୟ ଶୃଙ୍ଖଳର ସର୍ବୋଚ୍ଚ ସ୍ଥାନରେ ଥିବାରୁ ଏହିଭଳି ବିଘଟିତ ହୋଇପାରୁଥିବା ପ୍ରଦୂଷକମାନଙ୍କ ପ୍ରଭାବରେ ମାରାତ୍ମକ ରୂପ ଧାରଣ କରିଥିଲା  ।  ୧୯୬୦ ଦଶକରେ ଜାପାନର ମିଆମାତା ଉପକୁଳରେ ପରାଦ ପ୍ରଦୂଷଣ ଫଳରେ ସେ ଅଞ୍ଚଳରେ ବାସ କରୁଥିବା ଲୋକମାନେ ଗୁରୁତୁର ଉପସର୍ଗର ଶୀକାର ହୋଇଥିଲେ   ।  ଏ ସମ୍ପର୍କରେ କେହି କିଛି ବୁଝିପାରିବା ପୂର୍ବରୁ ପାରଦ ପ୍ରଦୂଷଣ ଫଳତଃ ୧୦୦୦ ଲୋକ ମୃତ୍ୟୁବରଣ କରିସାରିଥିଲେ  ।  ସମ୍ପ୍ରତି ଗବେଷଣାରୁ ଜଣାପଡିଛି ଯେ ଡିଡିପି ,  ପି.ସି. ବି ଭଳି ପ୍ରଦୂଷକ ମଣିଷ ଶରୀରର ପ୍ରଜନନ ଓ ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ   ।

ଏହା ବ୍ୟତୀତ ପ୍ରଦୂଷଣ ଫଳରେ ମନୁଷ୍ୟରେ ବଞ୍ଚିରହିବା ପାଇଁ ଅତ୍ୟନ୍ତ ଜରୁରୀ ହୋଇଥିବା ଜଙ୍ଗଲ  ଆର୍ଦ୍ରଭୂମି,  ଜଳ ଏବଂ ବାୟୁ ମଣିଷର ବ୍ୟବହାର ପାଇଁ ଧୀରେ ଧୀରେ ଅନୁପଯୁକ୍ତ ହୋଇପଡିଛି   ।  ଆହୁରି ମଧ୍ୟ ପରିସଂସ୍ଥାରେ ଅବସ୍ଥାନ କରୁଥିବା ଜୈବିକ ଓ ଅଜୈବିକ  ଉପାଦାନ ମଧ୍ୟରେ ଥିବା ସୂକ୍ଷ୍ମ ସନ୍ତୁଳନଟି ପ୍ରଦୂଷଣ ଯୋଗୁଁ ନଷ୍ଟ ହୋଇ ଜୀବଜଗତ ତଥା ମନୁଷ୍ୟ ସମାଜ ପାଇଁ ନାନା ଧରଣର ସୁଦୂରପ୍ରସାରୀ ସମସ୍ୟା ସୃଷ୍ଟି କରିଛି   ।  ଜଳ,  ବାୟୁ , ମୃତ୍ତିକାକୁ ମଣିଷର ବ୍ୟବହାର ପାଇଁ ଅନୁପଯୁକ୍ତ କରିବା , ବ୍ୟତିତ ପ୍ରଦୂଷଣର ମଧ୍ୟ ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ସାମାଜିକ ପ୍ରଭାବ ରହିଛି  ।  ସାଧାରଣତଃ ଆମେ ଦେଖିବାକୁ ପାଉ ଯେ ,  ଅର୍ଥନୈତିକ ଭାବରେ ଦୁର୍ବଳ ଶ୍ରେଣୀର ଲୋକମାନେ ବସବାସ କରୁଥିବା ସ୍ଥାନ ନିକଟରେ ହିଁ ବିଷାକ୍ତ ବର୍ଯ୍ୟବସ୍ତୁଗୁଡିକୁ ଫୋପାଡି ଦିଆଯାଏ   ।  ସାରା ପୃଥିବୀରେ ଏହା ଏକ ସାଧାରଣ ଘଟନା ଭାବରେ ଆତ୍ମ ପ୍ରକରସ କରିଛି  ।  ଫଳରେ ସାରା ପୃଥିବୀର ଦରିଦ୍ର ଶ୍ରେଣୀର ଲୋକମାନେ ହିଁ ପରିବେଶ ପ୍ରଦୂଷଣର ମୁଖ୍ୟ ଶିକାର ହେଉଛନ୍ତି  ।

ପରିବେଶ ପ୍ରଦୂଷଣର ପ୍ରକାର ଭେଦ

ପରିବେଶ ପ୍ରଦୂଷଣକୁ ବହୁ ପ୍ରକାରରେ ଶ୍ରେଣୀ ବିଭାଗ କରାଯାଇପାରିବ   ।  ବାୟୁମଣ୍ଡଳର ଯେଉଁ ବିଶେଷ ଅଂଶରେ ପ୍ରଦୂଷଣ ଘଟେ   ,  ତାହାକୁ ଭିତ୍ତିକରି ପ୍ରଦୂଷଣକୁ ଆମେ ବାୟୁ ,  ଜଳ ଓ ମୃତ୍ତିକା ପ୍ରଦୂଷଣ ଭାବରେ ଚିହ୍ନିତ କରୁ   ।  ସୃଷ୍ଟିର ପ୍ରକ୍ରିୟା ଦ୍ରୁଷ୍ଟିରୁ  , ପ୍ରଦୂଷଣ ଦୁଇ ପ୍ରକାରର ହୋଇପାରେ   ।  ପ୍ରଥମଟି ପ୍ରାକୃତିକ ଉପାୟରେ ଘଟୁଥିବା ପ୍ରଦୂଷଣ ଓ ଦ୍ଵିତୀୟ ମନୁଷ୍ୟକୃତ ପ୍ରଦୂଷଣ  ।  ପ୍ରଦୂଷଣମାନଙ୍କର ଭୌତିକ ,  ରାସାୟନିକ କିମ୍ବା ଜୈବିକ ଚରିତ୍ରକୁ ଭିତ୍ତିକରି ପ୍ରଦୂଷଣକୁ ବାଷ୍ପ , ପ୍ରଦୂଷଣ,  ତାପ ପ୍ରଦୂଷଣ ଶବ୍ଦ ପ୍ରଦୂଷଣ, ଓ ତେଜସ୍କିୟ ପ୍ରଦୂଷଣ ପ୍ରଭୁତି ବିଭିନ୍ନ ଭାଗରେ ଶ୍ରେଣୀଭୁକ୍ତ କରାଯାଇପାରିବ   ।  ସର୍ବୋପରି ପରିପାର୍ଶ୍ଵ ବିଜ୍ଞାନ   ଦ୍ରୁଷ୍ଟିକୋଣରୁ ବିଚାର କାଲେ ପ୍ରଦୂଷକ  ସାଧାରଣତଃ ଦୁଇ ପ୍ରକାର ହୋଇପାରେ – ଜୈବିକ ଉପାୟରେ ବିଘଟିତ ହେଉଥିବା ଏବଂ ଅଜୈବିକ ଉପାୟରେ ବିଘଟିତ ହେଉନଥିବା ପ୍ରଦୂଷକ    ।  ଏଠାରେ କେତେକ ବିଶେଷ ଧରଣର ପ୍ରଦୂଷଣ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କରାଯାଇଛି   ।

ବାୟୁପ୍ରଦୂଷଣ

ବାୟୁରେ ନାନା ଧରଣର ଅନାବଶ୍ୟକ ପଦାର୍ଥ ମିଶିବା ଦ୍ଵାରା ,  ବାୟୁର ଗୁଣଗତ ପରିବର୍ତ୍ତନ ଘଟେ   ,  ଏହା ବ୍ୟବହାର ଉପଯୋଗୀ ହୋଇପାରେ ନାହିଁ   ।  ଆମେ ଏହାକୁ ବାୟୁ ପ୍ରଦୂଷଣ ବୋଲି କହିଥାଉ   ।  ପ୍ରାକୃତିକ ପରିବେଶରେ ବାୟୁ ,  ଜଳ ଓ ମୃତ୍ତିକାର ଯେଉଁ ସମସ୍ତ ସାଧାରଣ ଧର୍ମ ବା ପ୍ରକୃତି ରହିଛି ତାହା ଆମେ ବ୍ୟବହାର ପାଇଁ ଉପଯୁକ୍ତ ଅଟେ   ।  କିନ୍ତୁ କୌଣସି କାରଣରୁ ବାୟୁ, ଜଳ ଓ ମୃତ୍ତିକାର ଧର୍ମରେ ସାମାନ୍ୟ ପରିବର୍ତ୍ତନ ଘାତିଳେ   ,  ତାହା ଆମର ବ୍ୟବହାର ଉପଯୋଗୀ ହୋଇପାରେ ନାହିଁ କିମ୍ବା ଆମେ ଏହାକୁ ବ୍ୟବହାର କାଲେ ଆମର ପ୍ରଭୂତ କ୍ଷତି ହୋଇଥାଏ   ।  ପ୍ରାକୃତିକ ପରିବେଶରେ ଏହି ସମସ୍ତ ପରିବର୍ତ୍ତନକୁ ପରିବେଶ ପ୍ରଦୂଷଣ ଆଖ୍ୟା ଦିଆଯାଇଛି  ।  ଆଦିମ ମଣିଷ ଅଗ୍ନିର ବ୍ୟବହାର କଳା ଦିନଠାରୁ ହିଁ ବାୟୁ ପ୍ରଦୂଷଣ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କୁହାଯାଇପରେ  ।  ମାତ୍ର ଶକ୍ତି ବିପ୍ଲବ ପରେ ଅର୍ଥାତ ,  ସପ୍ତଦଶ ଓ ଅଷ୍ଟାଦଶ ଶତାଦ୍ଦୀରୁ ହିଁ ବାୟୁ ପ୍ରଦୂଷଣ ଏକ ମୁଖ୍ୟ ସମସ୍ୟା ଭାବରେ ଆତ୍ମ ପ୍ରକାଶ କରିଛି   । ୧୬୬୧ ମସିହାରେ ବ୍ରିଟିଶ ରୟାଲ ସୋସାଇଟି ର ଅନ୍ୟତମ ପ୍ରତିଷ୍ଠାତା ଜନ ଇଭେଲିନ ଲଣ୍ଡନର ବାୟୁ ପ୍ରଦୂଷଣ ସମ୍ପର୍କରେ ତାଙ୍କ ରଚିତ ପ୍ରସିଦ୍ଧ ଦଲିଲ ଫ୍ୟୁମିଫ୍ୟୁଜିୟମ ରେ ପୁଙ୍ଖାନୁପୁଙ୍ଖ ଭାବରେ ଉଲ୍ଲେଖ କରିଥିଲେ  ।  ସେହି ସମୟରୁ ଆଜି ପର୍ଯ୍ୟନ୍ତ ପରିସ୍ଥିତିରେ ଦ୍ରୁତ ଅବନତି ଘଟିଛି ଏବଂ ବାର୍ତ୍ତମାନ ପୃଥିବୀରେ ଏହି ବାୟୁ ପ୍ରଦୂଷଣ ଜନିତ ସମସ୍ୟା ଅତ୍ୟନ୍ତ ଉତ୍କଟ ଆକାର ଧାରଣ କରିଛି   ।

ବାୟୁ ପ୍ରଦୂଷଣର ମୁଖ୍ୟ ଉତ୍ସ  :

ବାୟୁ ପ୍ରଦୂଷଣର ମୁଖ୍ୟତଃ ଦୁଇ ପ୍ରକାରର ଉତ୍ସ ରହିଛି  ।  ସେଗୁଡିକ ପ୍ରାଥମିକ ଉତ୍ସ ଓ ଦ୍ଵିତୀୟକ ଉତ୍ସ ବୋଲି କୁହାଯାଏ   ।  ପ୍ରାଥମିକ ଉତ୍ସଗୁଡିକ ମଧ୍ୟରେ ସୂକ୍ଷ୍ମ କନିକା  ,  କାର୍ବନ , ମନୋକସାଇଡ , କାର୍ବନ ଡାଇ ଅକସାଇଡ ,  ସଲଫର ଡାଇଅକସାଇଡ ,  ହାଇଡ୍ରୋଜେନ ସଲଫାଇଡ ,  ହାଇଡ୍ରୋଜେନ ଫ୍ଲୋରାଇଡ , ନାଇଟ୍ରୋଜେନର ଅକ୍ୱାଇଡ ସମୂହ ,  ଅଲଡିହାଇଡ ଓ ଅର୍ଗାନିକ ଏସିଡ ଏବଂ ଓଜୋନ ପ୍ରଭୁତି ଅଟେ   ।

ବିଭିନ୍ନ ବାୟୁ ପ୍ରଦୂଷକର ମୁଖ୍ୟ ଉତ୍ସ ଏବଂ ମଣିଷର ଉପରେ ସେଗୁଡିକର ପ୍ରଭାବ ତାଲିକା

 

ବାୟୁ ପ୍ରଦୂଷକ ଓ ନିମ୍ନତମ ମାତ୍ରା

ମୁଖ୍ୟ ଉତ୍ସ

ମଣିଷ ଉପରେ ପ୍ରଭାବ

ସୂକ୍ଷ୍ମ ମୃତ୍ତିକା ଅଙ୍ଗାରକାମ୍ଳ ଚର୍ମରୋଗ  ।

କଳାକାରଖାନା ନିର୍ଗତ , ଦହନରୁ ଉତ୍ପତ୍ତି କଳକାରଖାନା , ଜୀବାଶ୍ମ,

ଦୃଷ୍ଟିଶକ୍ତି ଜନିତ ସମସ୍ୟା ଦୃଷ୍ଟି ଶକ୍ତି ହ୍ରାସ ଅମ୍ଳବର୍ଷା ,  ଶ୍ଵାସକ୍ରିୟାରେ ସମସ୍ୟା

କାର୍ବନ ମନୋକସାଇଡ , ସଲଫର ଡାଇଅକସାଇଡ  ।

ଦହନ,  ସଜୀବମାନଙ୍କ ଶ୍ଵାସକ୍ରିୟା ଜୀବାଶ୍ମ ଦହନ , କଳକାରଖାନା ତଥା ଜାନବାହାନରୁ ନିର୍ଗତ ଧୂଆଁ ଜୀବାଶ୍ମ ଦହନ

ମୁଣ୍ଡବିନ୍ଧା , ହୃଦରୋଗ ତଥା ରକ୍ତରେ ଅମ୍ଳଯାନ ପରିବହନ ହ୍ରାସ ଆଜମା ଓ ଫୁସଫୁସର କାର୍ଯ୍ୟରେ ବାଧା ସୃଷ୍ଟି କରେ  ।

ହାଇଡ୍ରୋଜେନ ସଲଫାଇଡ ଗ୍ୟାସ ହାଇଡ୍ରୋନେ ଫ୍ଲୋରାଇଡ ଅକସାଇଡ ଅଫ ନାଇଟ୍ରୋଜେନ ,

ରାସାୟନିକ କାରଖାନା ଜୀବାଶ୍ମ ଦହନ ଆଲୁମିନିୟମ କାରଖାନା ଓ ଅନ୍ୟାନ୍ୟ ରାସାୟନିକ ପ୍ରକ୍ରିୟା ତାପଜ ବିଦ୍ୟୁତ କେନ୍ଦ୍ର ତଥା ଯାନବାହାନରୁ ନିର୍ଗତ

ଦୃଷ୍ଟିଶକ୍ତି ହ୍ରାସ , ଦାନ୍ତ ଓ ହାଡର କ୍ଷତି , ଚକ୍ଷୁ ଓ ଶ୍ଵାସନଳୀରେ ଜ୍ବଳନ ସୃଷ୍ଟି କରେ   ।  ଶ୍ଵାସନଳୀରେ କ୍ଷତି ସୃଷ୍ଟି କରେ   ।

ଆଲଡିହାଇଡ ଏବଂ ଆର୍ଗାନିଜ ଏସିଡସ

ଦ୍ଵିତୀୟକ ପ୍ରଦୂଷକ ,  ଏହା ବାୟୁମଣ୍ଡଳରେ ସୃଷ୍ଟି ହୁଏ   ।  ଯାନବାହାନ , କଳକାରଖାନାରୁ ନିର୍ଗତ ତଥା କୃଷିଜାତ ଦ୍ରବ୍ୟର ଦହନରୁ ସୃଷ୍ଟି ହୋଇଥାଏ   ।  ଚର୍ବିଜାତୀୟ ପଦାର୍ଥ ଦହନରୁ ସୃଷ୍ଟି ହୁଏ   ।

ନାକ କୁଣ୍ଡାଇ ହୁଏ ଶ୍ଵାସନଳୀରେ କ୍ଷତ ସୃଷ୍ଟି କରେ ଲାଳବାହୀ ଗ୍ରନ୍ଥିରେ ଯନ୍ତ୍ରଣା ସୃଷ୍ଟି କରିଥାଏ   ।

ଶ୍ଵାସକ୍ରିୟା ସମସ୍ୟା

 

ବାୟୁ ପ୍ରଦୂଷଣର ଉପରୋକ୍ତ ପ୍ରାଥମିକ ଉତ୍ସଗୁଡିକ ସହିତ ବାୟୁମଣ୍ଡଳରେ ଥିବା ଅନ୍ୟାନ୍ୟ ଉପାଦାନଗୁଡିକର ରାସାୟନିକ କ୍ରିୟା ପ୍ରତିକ୍ରିୟା ଫଳରେ ବାୟୁ ପ୍ରଦୂଷଣର ଦ୍ଵିତୀୟକ ଉତ୍ସଗୁଡିକ ସୃଷ୍ଟି ହୋଇଥାଏ   ।  ଏଠାରେ ବାୟୁ ପ୍ରଦୂଷଣର ପ୍ରାଥମିକ ଦ୍ଵିତୀୟକ ଉତ୍ସଗୁଡିକ ଉପରେ ସାମାନ୍ୟ ବିସ୍ତାରରେ ଆଲୋଚନା କରାଯାଇଛି   ।

କ୍ଷୁଦ୍ର ସୂକ୍ଷ୍ମ କଣିକା :

ନାନା ଧରଣର କଳକାରଖାନାରୁ ନିର୍ଗତ ହେଉଥିବା ୧୦୦ ମାଇକ୍ରନ ବ୍ଯାସ ବିଶିଷ୍ଟ କଣିକା ,  ବାୟୁମଣ୍ଡଳରେ ମିଶୁଥିବା କଠିଣ ସୂକ୍ଷ୍ମ କଣିକା ଓ ବୁଦା ଗୁଡିକୁ ସୂକ୍ଷ୍ମ କଣିକା ଭାବେ ଆଖ୍ୟାୟିତ କରାଯାଇଛି   ।  ଏହି ତରଳ ବୁଦା ଓ କଠିଣ କଣିକାଗୁଡିକ ଏତେ କ୍ଷୁଦ୍ର ଯେ ସେଗୁଡିକ ମଣ୍ଡଳରେ ସାଧାରଣତଃ ଭାସି ବୁଲନ୍ତି   ।  ଧୂଆଁ ଅଳନ୍ଧୁ , ଧୂଆଁ ,  ଧୁଳି ,  ଆଜବେଷ୍ଟସ  , କୀଟନାଶକ ପଦାର୍ଥ ,  ପାରଦ , ସୀସା ଓ ତମ୍ବା ପ୍ରଭୁତି କ୍ଷୁଦ୍ର କଣିକା ଓ ପରାଗରେଣୁ ପ୍ରଭୁତି ଏହି ଶ୍ରେଣୀଭୁକ୍ତ କରାଯାଇପାରେ   ।  ଦଶମାଇକ୍ରନ ବା ତାଠାରୁ ଅଧିକ ବ୍ୟାସାର୍ଦ୍ଧ ଥିବା ବାୟୁମଣ୍ଡଳୀୟ କଣିକାଗୁଡିକ ହେବାର ୨୪ ଘଣ୍ଟା ମଧ୍ୟରେ ଭୂପୃଷ୍ଠରେ ଜମାଟ ବାନ୍ଧି ଯାଆନ୍ତି   । ମାତ୍ର ତା ଠାରୁ କ୍ଷୁଦ୍ର କଣିକାଗୁଡିକ ବହୁଦିନ ଧରି ବାୟୁମଣ୍ଡଳରେ ଭାସି ବୁଲନ୍ତି   ।  ବାୟୁମଣ୍ଡଳର ନିମ୍ନାଂଶ ଅର୍ଥାତ ଟ୍ରାପୋସ୍ପିୟର ଥିବା ଏହିଭଳି ଭାସମନ ଧୁଳିକଣା ଦ୍ଵାରା ଆଜମା ,  ବ୍ରୋଙ୍କଇଟିସ ପ୍ରଭୁତି ଶ୍ଵାସକ୍ରିୟା ଜନିତ ସମସ୍ୟା ସୃଷ୍ଟି ହୁଏ   ।  ପୁଣି ଏହି ଧୁଳିକଣାଗୁଡିକ ବାୟୁମଣ୍ଡଳର ଉପରସ୍ତରରେ ଅର୍ଥାତ ଷ୍ଟାଟ୍ରୋସ୍ପିୟରରେ ପ୍ରବେଶ କଲେ ପ୍ରଥିବୀର ତାପମାତ୍ରା ହ୍ରାସ ହୁଏ   ।

ଅଙ୍ଗାରକାମ୍ଳ ଗ୍ୟାସ  :

ଏହା ହେଉଛି ବାୟୁମଣ୍ଡଳରେ ସବୁଠାରୁ ଅଧିକ ପରିମାଣରେ ଥିବା ପ୍ରଦୂଷକ  । ଏହି ଚିନିକାରଖାନା, ଇସ୍ପାତକାରଖାନା, ତୈଳ ବିଶୋଧାନାଗାର ,  କରତକଳ ଇତ୍ୟାଦିରୁ ନିର୍ଗତ ହୋଇବାୟୁମଣ୍ଡଳରେ ମିଶିଥାଏ   ।

କାର୍ବନ ମନୋକସାଇଡ  :

ବାୟୁମଣ୍ଡଳରେ ଏହି ପ୍ରଦୂଷକର ପରିମାଣ ଅଙ୍ଗାରକାମ୍ଳ ଗ୍ୟାସଠାରୁ କମ ହେଲେ ମଧ୍ୟ ଅନ୍ୟାନ୍ୟ ସମସ୍ତ ପ୍ରଦୂଷକ ମାନଙ୍କ ଠାରୁ ଅଧିକ  ।  ଏହାର ମୁଖ୍ୟ ଉତ୍ସ ହେଉଛି ଯାନବାହାନରୁ ନିର୍ଗତ ହେଉଥିବା ବିଷାକ୍ତ ଧୂଆଁ  ।  ଦିନର ସବୁଠାରୁ କର୍ମଚଞ୍ଚଳ ସମୟରେ ବାୟୁମଣ୍ଡଳରେ ଏହାର ପରିଣାମ ବହୁତ ଭାବରେ ବୃଦ୍ଧି ପାଏ   ।  ରାଜଧାନୀ ଦିଲ୍ଲୀରେ ଯାନବାହାନମାନଙ୍କରୁ ପ୍ରତିଦିନ ପ୍ରାୟ ୭୦୦ କିଲୋଗ୍ରାମ ମନୋକସାଇଡ ନିର୍ଗତ ହୋଇଥାଏ   । ଏହା କୋଇଲା ଓ ପେଟ୍ରୋଲ ଜାତ ଜାଳେଣୀରୁ ମଧ୍ୟ ସୃଷ୍ଟି ହୋଇ ବାୟୁ ମଣ୍ଡଳରେ ମିଶିଥାଏ   ।

ସଲଫର ଡାଇଅକସାଇଡ  :

ଏହା ହେଉଛି ଅନ୍ୟତମ ମୁଖ୍ୟ ବାୟୁ ପ୍ରଦୂଷଣକାରୀ ଉତ୍ପାଦକ ଦ୍ରବ୍ୟ ଗନ୍ଧକ ଯୁକ୍ତ ଜାଳେଣୀର ଦହନ ଫଳରେ  ଏହା ସାଧାରଣତଃ ସୃଷ୍ଟି ହୁଏ  ।  ତାପଜ ବିଦ୍ୟୁତ କେନ୍ଦ୍ରମାନଙ୍କରେ କୋଇଲା ଦହନର ଉପଜାତ ଭାବରେ ଏହି ଗ୍ୟାସ ପ୍ରଚୁର ପରିମାଣରେ ନିର୍ଗତ ହୁଏ   ।  ତୈଳ ବିଶୋଧନାଗାର ଓ ସଲଫ୍ୟୁରିକ ଏସିଡ ତିଆରି କାରଖାନାରୁ ମଧ୍ୟ ଏହା ପ୍ରଚୁର ପରିମାଣରେ ନିର୍ଗତ ହୋଇଥାଏ   ।

ହାଇଡ୍ରୋଜେନ ସଲଫାଇଡ :

ଏଗୁଡିକ ପ୍ରାକୃତିକ ଗ୍ୟାସ ଶିଳ୍ପ ଓ କରତକଳମାନଙ୍କରୁ ନିର୍ଗତ ହୁଏ   ।  ଏହାଛଡା ଆଲକାତରା ,  ପେଟ୍ରୋଲଜାତ ଦ୍ରବ୍ୟ ଓ ରେୟନ ଶିଳ୍ପର ଉପଜାତ ଭାବରେ ମଧ୍ୟ ଏହି ଗ୍ୟାସ ନିର୍ଗତ ହୁଏ   ।

ହାଇଡ୍ରୋଜେନ ଫ୍ଲୋରାଇଡ  :

ଆଲୁମିନିୟମ ବିଶୋଧନ ଶିଳ୍ପରୁ ମୁଖ୍ୟତଃ ଏହି ଗ୍ୟାସ ନିର୍ଗତ ହୁଏ   ।  ଏହାଛଡା ଫସଫେଟ ସାର ଓ ଶିରାମିକ କାରଖାନାମାନଙ୍କରୁ ମଧ୍ୟ ଏହି ଗ୍ୟାସ ନିର୍ଗତ ହୁଏ   ।

ନାଇଟ୍ରୋଜେନର ଅକସାଇଡ ସମୂହ   :

ବାୟୁମଣ୍ଡଳରେ ପରିମାଣ ଦୃଷ୍ଟିରୁ କାର୍ବନ ମନୋକସାଇଡ ପରେ ପରେ ହିନ ଏହାର ସ୍ଥାନ  ।  ମାତ୍ର ଏଗୁଡିକ କାର୍ବନ ମନୋକସାଇଡ ଠାରୁ ବହୁଗୁଣରେ ଅଧିକ କ୍ଷତିକାରକ   ,  ଯାନବାହାନ ନାଇଟ୍ରିକ ଏସିଡ ଶିଳ୍ପ ,  ସଲଫ୍ୟୁରିକ ଏସିଡ କାରଖାନା ଓ ନାଇଲନ କାରଖାନାରୁ ମୁଖ୍ୟତଃ ଏହାର ନିର୍ଗତ ହୁଏ   ।  ଗୋଟିଏ ଟିନ କୋଇଲା ଜଳିଲେ ସେଥିରୁ ୫ ରୁ ୧୦ କିଲୋ ନାଇଟ୍ରୋଜେନରୁ ନାନା ଧରଣର ଅକସାଇଡ ନିର୍ଗତ ହୁଏ   ।

ବାୟୁ ପ୍ରଦୂଷଣର ପ୍ରଭାବ  :

ମାନବ ସମାଜ , ପ୍ରକୃତି , ପ୍ରାଣୀ , ଉଦ୍ଭିଦ , ପୁରାତନ କୀର୍ତ୍ତିରାଜି ତଥା ପୃଥିବୀର ପରିବେଶିକ ଉପରେ ବାୟୁ ପ୍ରଦୂଷଣର ସୁଦୂର ପ୍ରସାରୀ ପ୍ରଭାବ ରହିଛି   ।  ବାର୍ତ୍ତମାନ ସେ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା କରାଯାଉ  ।

ମଣିଷ ଉପରେ ପ୍ରଭାବ  :

ମୁଖ୍ୟତଃ ସମସ୍ତ ପ୍ରକାରର ବାୟୁ ପ୍ରଦୂଷକ , ମଣିଷର ଶ୍ଵାସନଳୀକୁ ପ୍ରଭାବିତ କରିଥାଏ   ; ମାତ୍ର ବାୟୁମଣ୍ଡଳରେ କାର୍ବନ ମନୋକସାଇଡ ପରିମାଣ ବୃଦ୍ଧି ହେଲେ ତାହା ମଣିଷର ଫୁସଫୁସ ମଧ୍ୟକୁ ପ୍ରବେଶ କରି ରକ୍ତରେ ଥିବା ହେମୋଗ୍ଲୋବିନ ସହିତ ମନୋକସାଇଡର ଆକର୍ଷଣ ଦୃଢ ହେତୁ ଅମ୍ଳଯାନ ସ୍ଥାନରେ ହେମୋଗ୍ଲୋବିନ ସହିତ କାର୍ବନ ମନୋକସାଇଡ ମିଳିତ ହୋଇଥାଏ   ।  ଫଳରେ ଶ୍ଵାସକ୍ରିୟା ସମୟରେ ଅମ୍ଳଯାନ ଅଭାବରୁ ମଣିଷର ମୃତ୍ୟୁ ହୁଏ  ।  ସେହିପରି ସଲଫର ଡାଇଅକସାଇଡ ହୃତପିଣ୍ଡ କାର୍ଯ୍ୟରେ ବାଧାସୃଷ୍ଟି ତଥା ଶ୍ଵାସନଳୀରେ ଜ୍ଵଳନ୍ତ ଏବଂ ନାକରୁ ରକ୍ତ ପଡିବାର ସମ୍ଭାବନା ସୃଷ୍ଟି କରିବା ସହିତ ଅନ୍ୟାନ୍ୟ ପ୍ରଦୂଷକମାନଙ୍କ ସହିତ ମିଳିତ ଭାବରେ ଆଜମା ଓ ବ୍ରୋଙ୍କାଇଟିସ ଭଳି ରୋଗ ସୃଷ୍ଟି କରେ  ।

ପ୍ରାଣୀ ଓ ଉଦ୍ଭିଦମାନଙ୍କ ଉପରେ ପ୍ରଭାବ  :

ଉଦ୍ଭିଦମାନେ ଫ୍ଲୋରାଇଟ ଆରସେନିକ ଓ ସୀସାଭଳି ପ୍ରଦୂଷକ ଦ୍ଵାରା  ପ୍ରଦୂଷିତ  ହେଲେ ସେହି ଉଦ୍ଭିଦମାନଙ୍କୁ ଖାଦ୍ୟ ଭାବରେ ବ୍ୟବହାର କରୁଥିବା ତୃଣଭୋଜି ପ୍ରାଣୀମାନେ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି  ।  ବିଶେଷକରି ଫ୍ଲୋରାଇଡ ପ୍ରଦୂଷଣ ଫଳରେ ପ୍ରାଣୀମାନଙ୍କର ଅସ୍ଵାଭାବିକ ହାଡ ବୃଦ୍ଧି ସଙ୍ଗେ ସଙ୍ଗେ ଡାଇରିଆ,  ହାଡ , ଫୋରିଆ ହୋଇଯିବା , ଓଜନ ହ୍ରାସ  , ପ୍ରଜନନ କ୍ଷମତା ହ୍ରାସ ପ୍ରଭୁତି ଲକ୍ଷଣ ଦେଖିବାକୁ ମିଳେ  । ଉଦ୍ଭିଦମାନଙ୍କରେ ଫ୍ଲୋରାଇଡ ପ୍ରଦୂଷଣ ଯୋଗୁଁ ପତ୍ରର ଆଗ ମଧ୍ୟ ଜଳିଯାଏ   ।

ସଲଫର ଡାଇଅକସାଇଡ ଗ୍ୟାସର ପ୍ରଭାବରେ ଗଛରୁ ପତ୍ର ଝଡିପଡେ   ।  ଏହି ଗ୍ୟାସ ଗଛର ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାକୁ ବ୍ୟାହତ କରେ     ।  ଗହମ , ଲିଚୁ , କମଳା ପ୍ରଭୁତି ଫଳ ଗଛକୁ ସଲଫର ଡାଇଅକସାଇଡ କ୍ଷତିଗ୍ରସ୍ତ କରେ ଓ ଏସବୁ ଫଳର ଅମଳ ପରିମାଣ କମିଯାଏ   ।  ନାଇଟ୍ରୋଜେନ ଅକସାଇଡ ଓ ହାଇଡ୍ରୋଜେନ କ୍ଳୋରାଇଡ ସାନ୍ଧ୍ରତା ଅଧିକ ହେଲେ ଉଦ୍ଭିଦର ବୃଦ୍ଧି ବାଧାପ୍ରାପ୍ତ ହୁଏ  ।

ପୁରାତନ କୀର୍ତ୍ତିରାଜି ଉପରେ ପ୍ରଭାବ  :

ବାୟୁମଣ୍ଡଳରେ ଥିବା ଜଳୀୟ କଣାର ସଂସ୍ପର୍ଶରେ ଆସି ସଲଫର ଡାଇଅକସାଇଡ ସଲଫ୍ଲ୍ୟୁରିକ ଏଡିସ ମଣିଷର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହେବା ସଙ୍ଗେ ସଙ୍ଗେ ସମସ୍ତ ଚୂନ ପଥର , ମାର୍ବଲ କିମ୍ବା ଧାତୁ ନିର୍ମିତ ସ୍ମାରକୀକୁ କ୍ଷତିଗ୍ରସ୍ତ କରେ  ।   ସମସ୍ତ ପୁରାତନ କୀର୍ତ୍ତିରାଜି ବାୟୁ ପ୍ରଦୂଷଣ ଦ୍ଵାରା କ୍ଷତିଗ୍ରସ୍ତ ହେଉଛି  ।  ଏହାଛଡା ବାସଗୃହ ଓ ଗାଡି ମଟର ମଧ୍ୟ ବାୟୁ ପ୍ରଦୂଷଣ ଦ୍ଵାରା କ୍ଷତିଗ୍ରସ୍ତ ହେଉଛି   ।

ବାୟୁମଣ୍ଡଳର  ଉପରେ ପ୍ରଭାବ  :

ବାୟୁ ପ୍ରଦୂଷଣ ଫଳରେ ବାୟୁ ମଣ୍ଡଳରେ ଅନେକ ପ୍ରକାରର କୁପ୍ରଭାବ ଦେଖିବାକୁ ମିଳେ ଯାହାକି ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜଗତ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ   ।  ସେଗୁଡିକ ହେଉଛି ଓଜୋନ ସ୍ତର ହ୍ରାସ , ଅମ୍ଳବର୍ଷା , ସବୁଜ କୋଠରି ପ୍ରଭାବ ,  ପିଙ୍ଗଳ କୁହୁଡି ଏବଂ ଭୂମଣ୍ଡଳର ଉତ୍ତାପ ବୃଦ୍ଧି   ।

ଓଜୋନ ସ୍ତର ହ୍ରାସ  :

ଭୂପୃଷ୍ଠରୁ ୧୯ ରୁ ୪୮ କିଲୋମିଟର ଉଚ୍ଚତା ମଧ୍ୟରେ ଅବସ୍ଥିତ ବାୟୁମଣ୍ଡଳ ଶାନ୍ତ ମଣ୍ଡଳ କୁ ଓଜୋନ ସ୍ତର କୁହାଯାଏ  ।

ଏହି ସ୍ତର ୧୦ ପି ପି ଏମ ସାନ୍ଧ୍ରତାର ଓଜୋନ ଗ୍ୟାସ ରହିଥାଏ  । ଏହି ସ୍ତରରେ ଥିବା ଅମ୍ଳଯାନ ଉପରେ ସୂର୍ଯ୍ୟରଶ୍ମୀ ବିଶେଷକରି ସୂର୍ଯ୍ୟରୁ ଆସୁଥିବା ଅତିବାଇଗଣି ରଶ୍ମୀର ପ୍ରଭାବ ଫଳରେ ଓଜୋନ ଗ୍ୟାସ ସୃଷ୍ଟି ହୁଏ   ।  ଅମ୍ଳଜାନ ଉପରେ ସୂର୍ଯ୍ୟର ଅତିବାଇଗଣି ରଶ୍ମୀର ଏହି ପ୍ରଭାବ ହଜାର ହଜାର ବର୍ଷ ଧରି ଚାଲିଆସିଛି  ।  ଅତିବାଇଗଣି ରଶ୍ମୀ କେବଳ ଅମ୍ଳଜାନକୁ ଓଜୋନରେ ପରିଣତ କରେ ନାହିଁ   ଏକା ସମୟରେ ଓଜୋନର ବିଘଟନ ଘଟାଇ ସେଥିରୁ ଅମ୍ଳଜାନର ଅନୁ ଓ ପରମାଣୁ ମଧ୍ୟ ସୃଷ୍ଟି କରେ   ।  ପୁନଶ୍ଚ ଅମ୍ଳଜାନ ଅନୁ ଓ ପରମାଣୁ ମିଳିତ ହୋଇ ଓଜୋନ ଗ୍ୟାସ ସୃଷ୍ଟି ହୁଏ   । ସୂର୍ଯ୍ୟର ଅତିବାଇଗଣୀ ରଶ୍ମୀର ଏହି ପ୍ରଭାବ ହଜାର ହଜାର ବର୍ଷ ଧରି ଚାଲିଆସିଛି  ।  ଅତିବାଇଗଣୀ ରଶ୍ମୀ କେବଳ ଅମ୍ଳଜାନକୁ ଓଜୋନରେ ପରିଣତ କରେ ନାହିଁ ଏକା ସମୟରେ ଓଜୋନର ବିଘଟନ ଘଟାଇ ସେଥିରୁ ଅମ୍ଳଜାନର ଅଣୁ ଓ ପରମାଣୁ ମଧ୍ୟ ସୃଷ୍ଟି କରେ  ।  ପୁନଶ୍ଚ ଅମ୍ଳଜାନର ଅଣୁ ଓ ପରମାଣୁ ମିଳିତ ହୋଇ ଓଜୋନ ଗ୍ୟାସ ସୃଷ୍ଟି ହୁଏ   ।

ସୁତରାଂ ଓଜୋନର ସୃଷ୍ଟି ଓ ଧ୍ଵଂସର ଏହି ଦ୍ଵିମୁଖ୍ୟ ପ୍ରକ୍ରିୟାଟି ବାୟୁମଣ୍ଡଳର ଷ୍ଟ୍ରଟୋସ୍ପିୟରରେ ନିରବଚ୍ଛିନ୍ନ ଭାବରେ ଚାଲିଥାଏ ଏବଂ ଏହାଫଳରେ ସେଠାରେ ସୃଷ୍ଟି ଓ ଧ୍ଵଂସ ମଧ୍ୟରେ ଏକ ସନ୍ତୁଳିତ ଅବସ୍ଥାର ପ୍ରତିଷ୍ଠିତ ହୋଇଥାଏ   ।  ବାୟୁମଣ୍ଡରେ ଓଜୋନପରିମାଣ ମୋଟାମୋଟି ଭାବରେ ସ୍ଥିର ଥାଏ   ।  ଏହାକୁ ଓଜୋନ ଛତା କୁହାଯାଏ   ।

ଏହି ଓଜୋନ ଛତା ପୃଥିବୀର ପ୍ରାଣୀ ଓ ଉଦ୍ଭିଦ ଜଗତକୁ ସୂର୍ଯ୍ୟରଶ୍ମୀରେ ଥିବା ଅତିବାଇଗଣୀ ରଶ୍ମୀର କୁ –ପ୍ରଭାବରୁ ରକ୍ଷା କରେ   ।

ଷ୍ଟ୍ରାଟୋସ୍ପିୟରର ସମସ୍ତ ସ୍ଥାନରେ ଓଜୋନ ସ୍ତରର ମୋଟେଇ ସମାନ ନୁହେଁ   ।  ବିଷୁବ ମଣ୍ଡଳର ଉପର ଅଞ୍ଚଳରେ ଏହା କମ ଥିଲାବେଳେ ମେରୁ ଅଞ୍ଚଳରେ ଏହାର ମୋଟେଇ ସର୍ବାଧିକ  । ଯେଉଁ ସ୍ଥାନରେ ଓଜୋନସ୍ତରର ମୋଟେଇ ଯେତେବେଶୀ ସେହି ସ୍ଥାନରେ ଅତିବାଇଗଣୀ ରଶ୍ମୀ ପୋଷଣ କ୍ଷମତା ସେତେ ବେଶୀ   ।  ସେଥିପାଇଁ ସୂର୍ଯ୍ୟ ରଶ୍ମୀରୁ ନିର୍ଗତ ସର୍ବାଧିକ ପରିମାଣର ଅତିବାଇଗଣୀ ରଶ୍ମୀ ପୃଥିବୀର ବିଷୁବ ମଣ୍ଡଳୀୟ ଅଞ୍ଚଳକୁ ଆସିଥାଏ   ।  ଏହାର ପରିମାଣ ମେରୁ ଅଞ୍ଚଳରେ ସର୍ବାଧିକ   ।  ପୁନଶ୍ଚ , ଋତୁ ପରିବର୍ତ୍ତଣ ସହିତ ଷ୍ଟ୍ରାଟୋସ୍ପିୟରରେ ଓଜୋନର ସାନ୍ଧ୍ରତା ପରିବର୍ତ୍ତିତ ହୋଇଥାଏ  ।

୧୯୮୦ ମସିହାର ପ୍ରାରମ୍ଭିକ ବର୍ଷମାନଙ୍କରେ ଆଣ୍ଟାର୍କଟିକା ମହାଦେଶରେ ବସନ୍ତରିରୁର ଆଗମନ ପରେ ଓଜୋନ ସ୍ତର ଧୀରେ ଧୀରେ ପତଳା ହେବା ଓ ଏହିଭଳି ଅବସ୍ଥାରେ ୩/୪ ମାସ ରହିବା ପରେ ପୁନରାୟ ପୂର୍ବାବସ୍ଥାକୁ ଫେରି ଆସିବା କଥା ବୈଜ୍ଞାନିକମାନେ ଲକ୍ଷ କରିପଡ଼ିଥିଲେ   ।  ଆଣ୍ଟାର୍କଟିକା ମହାଦେଶର ଉପରି ଭାଗରେ ଓଜୋନସ୍ତରରେ ଏଭଳି ହ୍ରାସ ବୃଦ୍ଧିକୁ ବୈଜ୍ଞାନିକମାନେ ଓଜୋନ ଗର୍ତ୍ତ ବୋଲି ବର୍ଣ୍ଣନା କରିଥିଲେ  ।

ବହୁ ଉଚ୍ଚ ସ୍ତରରେ ଉଡିପାରୁଥିବା ବେଲୁନ ଓ କୃତିମ ପାଣିପାଗ ଉପଗ୍ରହମାନଙ୍କର ବିଶ୍ଲେଶଣରୁ ଜଣାପଡୁଛି ଯେ ବାସ୍ତବିକ ଆଣ୍ଟାର୍କଟିକା ଉପରେ ଓଜୋନ ସ୍ତରରେ ସାନ୍ଧ୍ରତା ହ୍ରାସ ପାଇବାରେ ଲାଗିଛି  ।

ବହୁ ଉଚ୍ଚ ସ୍ତରରେ ଉଡିପାରୁଥିବା ବେଲୁନ ଓ କୃତ୍ରିମ ପାଣିପାଗ ଉପଗ୍ରହମାନଙ୍କର ବିଶ୍ଳେଷଣରୁ ଜଣାପଡୁଛି ଯେ ବାସ୍ତବିକ ଆଣ୍ଟାର୍କଟିକା ଉପରେ ଓଜୋନ ସ୍ତରରେ ସାନ୍ଧ୍ରତା ହ୍ରାସ ପାଇବାରେ ଲାଗିଛି   ।

ଓଜୋନ ସ୍ତର ହ୍ରାସର କାରଣ ସମ୍ପର୍କରେ ଗବେଷଣା କରି ବୈଜ୍ଞାନିକମାନେ ଜାଣି ପାରିଛନ୍ତି  ଯେ , ବହୁଦିନ ଧରି ଶୀତତାପ ନିୟନ୍ତ୍ରଣ ଯନ୍ତ୍ରର ବ୍ୟବହୃତ ହେଉଥିବା କ୍ଳୋରୋଫ୍ଲୋରୋ କାର୍ବନ  ଏବଂ ମିଥେନ ତଥା ନାଇଟ୍ରୋଜେନ ଅକସାଇଡ,  ଷ୍ଟ୍ରାଟୋସ୍ପିୟରରେ ଓଜନ ସ୍ତରରେ ଅବକ୍ଷୟ ଘଟାଉଛନ୍ତି   । ଓଜୋନ ସ୍ତରକୁ ସବୁଠାରୁ କ୍ଷତି ପହଞ୍ଚାଉଥିବା କ୍ଳୋରୋଫ୍ଲୋରୋ କାର୍ବନ ,  ଷ୍ଟ୍ରାଟୋସ୍ପିୟର ପହଞ୍ଚିଗଲାପରେ ସୂର୍ଯ୍ୟର ଅତିବାଇଗଣୀ ରଶ୍ମୀ ଦ୍ଵାରା ବିଘଟିତ ହୋଇ ସକ୍ରିୟ କ୍ଳୋରିନ ଏବଂ କ୍ଳୋରିନର ଅକସାଇଡ ନିର୍ଗତ କରେ  ।  ଏହି ସକ୍ରିୟ କ୍ଳୋରିନ ଓଜୋନକୁ ଧ୍ଵଂସ କରେ ଏବଂ ଏହାକୁ ଅମ୍ଳଜାନରେ ପରିଣତ କରେ   । ପ୍ରାକୃତିକ ଭାବରେ ଓଜୋନର ସୃଷ୍ଟି ଓ ଧ୍ଵଂସ ମଧ୍ୟରେ ଥିବା ସମନ୍ଵୟ ଏହାଦ୍ଵାରା ନଷ୍ଟ ହୋଇଯାଏ   ଏବଂ ସୃଷ୍ଟି ଅପେକ୍ଷା ବହୁ ଅଧିକ ହାରରେ ଓଜୋନ ଧ୍ଵଂସ ହୋଇ ଅମ୍ଳଜାନରେ ପରିଣତ ହେବା ଫଳରେ ସାମଗ୍ରିକ ଭାବରେ ବାୟୁମଣ୍ଡଳର ଓଜୋନସ୍ତର ହ୍ରାସ ଘଟେ   ।  ହିସାବ କରି ଦେଖାଯାଇଛି ଯେ   , ପ୍ରତ୍ୟେକଟି କ୍ଳୋରୋଫ୍ଲୋରୋକାର୍ବନ ପରମାଣୁ ଏକ ଲକ୍ଷ ଓଜୋନ ପରିମାଣକୁ ଧ୍ଵଂସ କରିଥାଏ    । ଏହା ବ୍ୟତୀତ ବ୍ରୋମିନ ହାଲୋକାର୍ବନ ଏବଂ ନାଇଟ୍ରସ ଅକସାଇଡ ମଧ୍ୟ ଓଜୋନ ସ୍ତରକୁ କ୍ଷତିଗ୍ରସ୍ତ କରେ  ।

ପୂର୍ବରୁ କୁହାଯାଇଛି ଯେ ଓଜୋନ ସ୍ତର ହ୍ରାସ ଫଳରେ ଆବଶ୍ୟକତାଠାରୁ ଅଧିକ ପରିମାଣର ଅତିବାଇଗଣି ରଶ୍ମୀ ଭୂପୃଷ୍ଠକୁ ଆସେ   ।  ଏହାର ପ୍ରଭାବରେ ଚର୍ମ କର୍କଟ ,  ଅଧିକ ଦ୍ରୁତ ଭାବରେ ଆଖିରେ ମୋତିଆବିନ୍ଦୁ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ମଣିଷର ରୋଗ ପ୍ରତିଷେଧକ ଶକ୍ତି ହ୍ରାସ ପାଇଥାଏ   ।  ଏହି ଉଦ୍ଭିଦମାନଙ୍କର ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାକୁ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ ନ୍ୟୁକ୍ଲିକ ଏସିଡକୁ ମଧ୍ୟ କ୍ଷତିଗ୍ରସ୍ତ କରେ   ।  ଅଧିକ ପରିମାଣରେ ଅତି ବାଇଗଣୀ ରଶ୍ମୀ ସାମୁଦ୍ରିକ ଖାଦ୍ୟ ଜାଲି କୁ କ୍ଷତିଗ୍ରସ୍ତ କରିବା ସଙ୍ଗେ ସଙ୍ଗେ ଉଦ୍ଭିଦ ଓ ଫାଇଟୋଫ୍ଲାଙ୍କଟ୍ ନମାନଙ୍କ ସଂଖ୍ୟା ହ୍ରାସ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ   ।  ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧି ଭୂମଣ୍ଡଳୀୟ ତାପମାତ୍ରା ବୃଦ୍ଧି ପାଇଁ ମଧ୍ୟ ମୁଖ୍ୟତଃ ଦାୟୀ  ।

ମାରାତ୍ମକ ଗତିରେ ହ୍ରାସ ପାଉଥିବା ଓଜୋନ ସ୍ତରକୁ ରକ୍ଷା କରିବା ପାଇଁ ଆନ୍ତର୍ଜାତିକ ସ୍ତରରେ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି   ।  ୧୯୮୭ ମସିହାରେ ଓଜୋନ ସ୍ତରର ସୁରକ୍ଷା ପାଇଁ ଏକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା ଏବଂ ଏଥିରେ ୩୬ ଟି ଦେଶର ସ୍ଵାକ୍ଷର କରିଥିଲେ   । ୧୯୯୦ ମସିହା ପରେ ୟୁରୋପର ସମସ୍ତ ଦେଶ କ୍ଳୋରୋଫ୍ଲୋରୋ କାର୍ବନ ବ୍ୟବହାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ  । ୧୯୯୫ ମସିହା ଡିସେମ୍ବର ମାସରେ ୧୦୦ ରୁ ଊର୍ଦ୍ଦ୍ଵ ଦେଶର ପ୍ରତିନିଧିମାନେ ମିଥାଇଲ ବ୍ରୋମାଇଡ କରି କୀଟନାଶକ ବ୍ୟବହାର ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ  ।  ବିଶ୍ଵସ୍ତରରେ ଓଜୋନସ୍ତରର ହ୍ରାସ ଆକଳନ କରିବା ପାଇଁ ନ୍ୟାସନାଲ ଏରୋନେଟିକ୍ସ ଏଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ ପକ୍ଷରୁ ମହାକାଶକୁ ଏକ କୃତିମ ଉପଗ୍ରହ ପ୍ରେରଣ କରାଯାଇଛି   ।

ଅମ୍ଳବର୍ଷା :

ଅମ୍ଳବର୍ଷା ବାୟୁ ପ୍ରଦୂଷଣର ଅନ୍ୟ ଏକ ମାରାତ୍ମକ ପରିମାଣ ଅଟେ  ।  କୋଇଲା,  ଗ୍ୟାସ ,  ପ୍ରାକୃତିକ ତୈଳ ପ୍ରଭୁତିର ଦହନ ଏବଂ ଅନ୍ୟାନ୍ୟ କେତେ ପ୍ରକାରର ଶିଳ୍ପ କାରଖାନାରୁ ଅମ୍ଳବର୍ଷା ସୃଷ୍ଟି ହେବାର ପ୍ରକ୍ରିୟା ଆରମ୍ଭ ହୁଏ   ,  ଆମ ଜାଣୁ ଯେ ଦହନ ହେଉଛି ଏକ ରାସାୟନିକ ପ୍ରକ୍ରିୟା ଯେଉଁଥିରେ କି ବାୟୁମଣ୍ଡଳୀୟ ଅମ୍ଳଜାଣ ଦହନ ହେଉଥିବା ବସ୍ତୁତିରେ ଥିବା କାର୍ବନ ,  ନାଇଟ୍ରୋଜେଣ , ସଲଫର ଓ ଅନ୍ୟାନ୍ୟ ଉପାଦାନ ସହିତ ମିଶି ସେହିସବୁ ଉପାଦାନମାନଙ୍କର ଆକସାଇଡ ସୃଷ୍ଟି କରେ   ।  ଜାଳେଣୀରେ ଯଦି ସଲଫର ବା ନାଇଟ୍ରୋଜେଣ ଥାଏ ତା ହେଲେ ଅମ୍ଳଜାଣ ସହିତ ସେମାନଙ୍କ ରାସାୟନିକ କ୍ରିୟା ଫଳର ସଲଫର ଦାଇଆକସାଇଡ ଓ ନାଇଟ୍ରୋଜେଣ ଥାଏ ତା ଦେଲେ ଅମ୍ଳବର୍ଷା ସହିତ ସେମାନଙ୍କ ରାସାୟନିକ କ୍ରିୟା ଫଳର ସଲଫର ଡାଇଅକସାଇଡ ବା ନାଇତ୍ରୋଜେନ ଥାଏ   ।  ଗ୍ୟାସଗୁଡିକ ବାୟୁମଣ୍ଡଲରେ ପହଞ୍ଚିଗଲେ ସେଠାରେ ଥିବା ଜଳୀୟ ବାଷ୍ପ ଓ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟମାନଙ୍କ ସହିତ ଜଟିଳ ରାସାୟନିକ କ୍ରିୟା ଫଳରେ ସଲଫ୍ୟୁରିକ ଏସିଡ ଓ ନାଇଟ୍ରିକ ଏସିଡ ସମେତ ନାଇଟ୍ରେଟ ସଲଫେଟ ଭଳି ପ୍ରଦୂଷକ ସୃଷ୍ଟି କରେ   ।

ବହୁ ସମୟରେ ଏହି ଏସିଡ ଗୁଡିକ ପବନରେ ବହୁଦୂର ଭାସି ଚାଲିଯାଏ   ।  ଏଭିଭଳି ଏସିଡ ଥିବା ଆକାଶରେ କୁହୁଡି ବା ମେଘ ଦେଖାଦେଲେ ସେହି କୁହୁଡି ବା ମେଘ ମଧ୍ୟ ଅମ୍ଳଯୁକ୍ତ ହୋଇଯାଏ   ।  ଏହାପରେ ଅମ୍ଳବର୍ଷା ବା ତୁଷାର ଆକାରରେ ପୃଥିବୀ ପୃଷ୍ଠରେ ପଡେ   ।  ଅମ୍ଳତ୍ଵ ଥିବା ଏହି ବର୍ଷାଜଳକୁ ଅମ୍ଳବର୍ଷା କୁହାଯାଏ   ।

ଏହିପରି ଭାବରେ ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ଏଡିସ ,  ଶୁଷ୍କ କନିକା ଗ୍ୟାସ ରୂପରେ ଦେଖିବାକୁ ମିଳିପାରେ   ।  ଏଗୁଡିକ ଭୂପୃଷ୍ଠରେ ବା ଉଚ୍ଚକୋଠାବାଡି ଉପରେ କିମ୍ବା ପାହାଡ ଉପରେ ଜମି ରହେ   ।  ବର୍ଷା ଜଳରେ ସେଗୁଡିକ ଧୋଇ ହୋଇ ଆଶସେ ଏବଂ ବର୍ଷାଜଳକୁ ଅଧିକ ଅମ୍ଳଯୁକ୍ତ କରେ   ।

ଏହି ଅମ୍ଳବର୍ଷା ଯୋଗୁଁ ଉତ୍ତର ଆମେରିକାର ପୂର୍ବାଞ୍ଚଳ ଏବଂ ସମଗ୍ର ୟୁରୋପ, ଚୀନ , ଜାପାନ,  ଏବଂ ଦକ୍ଷିଣ ପୂର୍ବ ଏସିଆରେ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି    । ଆମେରିକାରେ ମୁଖ୍ୟତଃ ୭୦ ଭାଗ ସଲଫର ଡାଇଆକସାଇଡ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ରରୁ ନିର୍ଗତ ହେଉଛି  । କାନାଡାରେ ନିଗର୍ତ ହେଉଥିବା ଶତକଡା ୬୦ ଭାଗ ସଲଫର ଡାଇଅକସାଇଡ ଉତ୍ସ ହେଉଛି ତୈଳ ବିଶୋଧନାଗାର ଓ ଧାତୁ ତରଳିକାରଣ ଶିଳ୍ପ , ଯାନବାହାନରୁ ନିର୍ଗତ ଧୂଆଁ ହେଉଛି ନାଇଟ୍ରୋଜେଣ ଅକଅକସାଇଡ ଅନ୍ୟତମ ମୁଖ୍ୟ ଉତ୍ସ  ।

ଅମ୍ଳବର୍ଷାର ପ୍ରଭାବ  :

ବର୍ଷା ଜଳରେ ଥିବା ଅମ୍ଳର ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ବସ୍ତୁ ଏହି ଅମ୍ଳର ରାସାୟନିକ କ୍ରିୟା ପ୍ରତିକ୍ରିୟା ହୁଏ    ।  ଜଳରେ ଦ୍ରବୀଭୂତ ହେଲାପରେ ଯେଉଁ ରାସାୟନିକ ଯୌଗିକ ର ଯେତେ ମୁକ୍ତ ଉଦଯାନ ଅଣୁଥାଏ ସେହି ଯୌଗିକ ଟି ସେତେ ଅମ୍ଳଯୁକ୍ତ   ।  ଅମ୍ଳତ୍ଵ ମାପିବା ପାଇଁ ସାଧାରଣତହ ପିଏଚ ସ୍ଲେଲ ବ୍ୟବହାର କରୁ   ।  ଏଥିରେ ଶୂନ୍ୟ ଠାରୁ ୧୪ ପର୍ଯ୍ୟନ୍ତ ସମାନ ଭାବରେ ବିଭକ୍ତ ଏକକ  ଥାଏ   ।  ଯାହାର ph ୧ ଠାରୁ ୬ ପର୍ଯ୍ୟନ୍ତ ,  ସେସବୁ ହେଉଛି ଅମ୍ଳଯୁକ୍ତ ଏବଂ ଯାହାର ph ୮ ରୁ ୧୪ ସେମାନେ ହେଉଛନ୍ତି କ୍ଷାରୀୟ  ।  ଯାହାର ph ଯେତେ କମ ସେତେ ବେଶୀ ଅମ୍ଳଯୁକ୍ତ   ।  ସ୍ଵଚ୍ଛ ଜଳର ph ହେଉଛି ୭ ,  ଏହା ଅମ୍ଳ କିମ୍ବା କ୍ଷାର ନୁହେଁ  ଏହା ଅମ୍ଳ ଓ କ୍ଷାର ଉଭୟ ଗୁଣ ବିହୀନ  ।

ପ୍ରାକୃତିକ ଭାବରେ କ୍ଷାର ସର୍ବଦା ଗୁଣ ବିହୀନ ହୋଇଥାଏ   ।  ମାତ୍ର ଅମ୍ଳବର୍ଷା ph ୫.୬ ଠାରୁ ସାଧାରଣତଃ କମ ହୋଇଥିବାରୁ ସମସ୍ୟା ସୃଷ୍ଟି ହୁଏ ଏବଂ ଏହି ଅମ୍ଳକୁ ପୁନଃ ଗୁଣବାହିନୀ କରିବା ପାଇଁ ପ୍ରାକୃତିକ ଭାବରେ ଉପଲ୍ଲବ୍ଧ ହେଉଥିବା କ୍ଷାର ଅସମର୍ଥ ହୋଇପଡେ  ।  ସେଥିପାଇଁ ପୃଥିବୀ ପ୍ରତ୍ୟେକ ଜୀବଜନ୍ତୁ ଏପରିକି ମୃତ୍ତିକା ଓ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ  ।

ପ୍ରଥମେ ଅମ୍ଳବର୍ଷା ମୃତ୍ତିକା ଉପରେ ପ୍ରଭବ ବିଷୟ ଆଲୋଚନା କରାଯାଉ   ।  ଅମ୍ଳବର୍ଷା ଫଳରେ ଉଦ୍ଭିଦ ପାଇଁ  ଆବଶ୍ୟକ ପୋଷକ ଗୁଡିକ ମୃତ୍ତିକାକୁ ଧୋଇ ଚାଲିଯାଏ   । ଏହା ବ୍ୟତୀତ ସ୍ଵାଭାବିକ ଭାବରେ ମୃତ୍ତିକାରେ ରହିଥିବା ଆଲୁମିନିୟମ ଓ ପରଦା ଭଳି ଧାତୁକୁ ଅମ୍ଳବର୍ଷାରେ ଥିବା ଅମ୍ଳ ଦ୍ରବୀଭୂତ କରିଦେବା ଫଳରେ ଏହି ମୁକ୍ତ ଧାତୁ ଉଦ୍ଭିଦମାନଙ୍କୁ କ୍ଷତିଗ୍ରସ୍ତ  କରେ     ।  କେତେକ ପ୍ରକାରର ମୃତ୍ତିକାରେ ଯଥେଷ୍ଟ କ୍ଷାର ଅଂଶ ଥିବାରୁ ଏହା ବହୁଦିନ ଧରି ଅମ୍ଳ ଦୀର୍ଘଦିନ ଧରି ଲାଗିରହିଲେ ଏହି ମୃତ୍ତିକା   ବନ୍ଧ୍ୟା ହୋଇଯାଏ   ।

ଦ୍ଵିତୀୟ ଅମ୍ଳବର୍ଷାର ଉଦ୍ଭିଦ ମାନଙ୍କ ଉପରେ ବିଶେଷ ଆଲୋଚନା କରାଯାଉ   ।  ପୂର୍ବରୁ କୁହାଯାଇଛି ଯେ ଅମ୍ଳବର୍ଷା ମୃତ୍ତିକାର ଦରକାରୀ ପୋଷକ ଗୁଡିକୁ ନଷ୍ଟ କରିଦିଏ ଏବଂ ଏହା ଫଳରେ ଗଛର ଡାଳ ଓ ପତ୍ରଗୁଡିକ କଣା ହୋଇଯାଏ ଓ ଆଲୋକ ସଂଶ୍ଳେଷଣନ ଗୁରୁତର ଭାବରେ ବ୍ୟାହତ ହୁଏ   ।

ଏହି ସବୁ କ୍ଷତସ୍ଥାନମାନଙ୍କରେ ଅନ୍ୟାନ୍ୟ କୀଟମାନେ ସହଜେ ଉଦ୍ଭିଦମାନଙ୍କୁ ଆକ୍ରମଣ କରନ୍ତି   ।  ଏହିଭଳି ଭାବରେ ପୂର୍ବ ଆମେରିକାର ଆପଲାସିଆନ ପର୍ବତମାଲାରେ ଥିବା ବୃକ୍ଷରାଜି ଓ ଦକ୍ଷିର ପଶ୍ଚିମ ଜର୍ମାନୀ ବ୍ଲାକ ଫରେଷ୍ଟ ର ଅର୍ଦ୍ଧାଧିକ ବୃକ୍ଷ ଅମ୍ଳବର୍ଷା ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିବାର ଦେଖାଯାଏ   ।

ତୃତୀୟରେ କୃଷି ଉପରେ ଅମ୍ଳବର୍ଷାର କୁ ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଉ   । ଜଙ୍ଗଲ ତୁଳନାରେ କୃଷିଗୁଡିକ ଅମ୍ଳବର୍ଷା ଦ୍ଵାରା ତୁଳନାତ୍ମକ ଭାବରେ କମ ପ୍ରଭାବିତ ହେଉଥିବାର ଦେଖାଯାଏ   । ଅମ୍ଳବର୍ଷା ହେଉଥିବା ଅଞ୍ଚଳର କୃଷି କ୍ଷେତ୍ରରେ ଅଧିକ କ୍ଷାର ପ୍ରୟୋଗ କରି ଅମ୍ଳର କ୍ଷତିକାରକ ପ୍ରଭାବ ହ୍ରାସ କରାଯାଇପାରେ   ।

ଏସବୁ ବ୍ୟତୀତ ଅମ୍ଳବର୍ଷା ହେଉଥିବା ଅଞ୍ଚଳର ମୁଖ୍ୟତଃ ହ୍ରଦ ଜଳର ଅମ୍ଳଠାଆ ଅଧିକ ଥିବାର ଦେଖିବାକୁ ମିଳେ   ।  ଆମେରିକାର ଉତ୍ତର ପୂର୍ବାଞ୍ଚଳ , କାନାଡାର ଦକ୍ଷିଣ ପୂର୍ବାଞ୍ଚଳରେ ଅବସ୍ଥିତ କେତେକ ହ୍ରଦ ଜଳର ଅମ୍ଳତା ସାଧାରଣ ଜଳଠାରୁ ୧୦ ଗୁଣ ଅଧିକ ଏ ବିଷୟ ପରୀକ୍ଷା କରି ଦେଖାଯାଇଛି   ।  ଆମେରିକାର ନ୍ୟୁୟର୍କ ରାଜ୍ୟର ଏକତୃତୀୟାଂସ ହ୍ରଦରେ ଜଳର ଅମ୍ଳସ୍ତର ଅଧିକ  ।  ନରୱେର ସମସ୍ତ ମୁଖ୍ୟ ନଦୀର ଜଳ ଅମ୍ଳବର୍ଷା ଫଳରେ ପଦୁର୍ଷିତ ହୋଇଛି   ।  ଏହି ସବୁ ଜଳାଶୟ ଓ ନଦୀମାନଙ୍କରେ ଉଦ୍ଭିଦ ଓ ପ୍ରାଣୀମାନଙ୍କର ସଂଖ୍ୟା ଉଦବେଗ ଜନକ ଭାବରେ ହ୍ରାସ ପାଇଛି ସମଗ୍ର ପରିସଂସ୍ଥା ପ୍ରତିକୂଳ ଭାବରେ ପ୍ରଭାବିତ ହୋଇଛି   ।  ଆହୁରି ମଧ୍ୟ ଜଳଚର, ପ୍ରାଣୀ ଓ ଉଦ୍ଭିଦମାନଙ୍କ ଉପରେ ନିର୍ଭର କରୁଥିବା ସ୍ଥଳଚର ପ୍ରାଣୀମାନେ ମଧ୍ୟ ଏହାଦ୍ଵାରା କ୍ଷତିଗ୍ରସ୍ତ ହେଉଛନ୍ତି    ।  ସର୍ବୋପରି , ଅମ୍ଳବର୍ଷା ଫଳରେ ତାଜମହଲ ଭଳି କୀର୍ତ୍ତିରାଜି , ଅଟ୍ଟାଳିକା ତଥା ସୌଧ ଇତ୍ୟାଦି ମାରାତ୍ମକ ଭାବରେ କ୍ଷତିଗ୍ରସ୍ତ ହେଉଥିବା ବିଷୟ ମଧ୍ୟ ପ୍ରମାଣିତ ହୋଇଛି   ।

ସବୁଜ କୋଠରୀ ପ୍ରଭା ଓ ଭୂମଣ୍ଡଳର ଉତ୍ତାପ ବୃଦ୍ଧି   :

ସୂର୍ଯ୍ୟ ହେଉଛି ପୃଥିବୀ ର ସମସ୍ତ ଶକ୍ତି ର ଉତ୍ସ  ।  ସୂର୍ଯ୍ୟ ରଶ୍ମୀ ପୃଥିବୀ ପୃଷ୍ଠରେ ପଡିଲାପରେ ସୂର୍ଯ୍ୟରୁ ଆସିଥିବା ଆଲୋକ ଶକ୍ତି , ତାପଜ ଶକ୍ତି ରେ ରୂପାନ୍ତରିତ ହୋଇ ପୃଥିବୀକୁ ଉଷ୍ମ କରେ  ।  ପୁନଶ୍ଚ , ପୃଥିବୀ ପୃଷ୍ଠରୁ ଏହି ତାପର ଅଂଶ ଦୀର୍ଘ ତରଙ୍ଗ ଯୁକ୍ତ ଅବଲୋହିତ ବିକିରଣ ରେ ରୂପାନ୍ତରିତ ହୋଇ ବାୟୁମଣ୍ଡଳ ମଧ୍ୟକୁ ପ୍ରତିଫଳିତ ହୁଏ   ।  ମାତ୍ର ଏହି ଅବଲୋହିତ ରଶ୍ମୀର ବିକିରଣର ଅଧିକାଂଶ ଭାଗ ମହାଶୂନ୍ୟକୁ ଫେରି ଯାଉଥିଲା ବେଳ ଏହାର କ୍ଷୁଦ୍ର, ମାତ୍ର ଆବଶ୍ୟକ ଅଂଶ ବାୟୁମଣ୍ଡଳରେ ପ୍ରାକୃତିକ ଭାବରେ ଥିବା ଅଙ୍ଗାରକାମ୍ଳ , ମିଥେନ , ନାଇଟ୍ରସ ଅକସାଇଡ ଓ କ୍ଳୋରୋଫ୍ଲୋରୋ କାର୍ବନ ପ୍ରଭୁତି ଗ୍ଯାସ ଦ୍ଵାରା ଶୋଷୀ ହୋଇଯାଏ   ଏବଂ ପୁନର୍ବାର ପ୍ରାକୃତିକ ଉପାୟରେ ତାପଶକ୍ତିରେ ରୂପାନ୍ତରରିତ ହୋଇ ପୃଥିବୀ ପୃଷ୍ଠକୁ ପୁନଃ ପ୍ରତିଫଳିତ ହୁଏ  ।  ଅବଲୋହିତ ରଶ୍ମୀକୁ ଶୋଷୀ ନେଉଥିବା ଏହି ଗ୍ୟାସଗୁଡିକ ସବୁଜ କୋଠରୀ ଗ୍ୟାସ କୁହାଯାଏ   ଏବଂ ଦ୍ଵିତୀୟ ବିକିରଣର ଏହି ନିମ୍ନମୁଖ୍ୟ ପ୍ରବାହ କୁ ସବୁଜ କୋଠରୀକୁ ଫ୍ଲକ୍ଵ କୁହାଯାଏ   ।  ଏହା ଫଳରେ ପୃଥିବୀ ପୃଷ୍ଠର ତାପ ମହାଶୂନ୍ୟକୁ ଫେରିଯାଇ ପାରେ ନାହିଁ   ଏବଂ ପୃଥିବୀ ଓ ବାୟୁମଣ୍ଡଳର ଆବଶ୍ୟକ ଉତ୍ତାପ ବୃଦ୍ଧି ହୁଏ   ।  ଏହିଭଳି ଭାବରେ ସବୁଜ କୋଠରୀ ଗ୍ୟାସଗୁଡିକ ପୃଥିବୀ ଚାରିପଟେ ଗୋଟିଏ ଛତା ଭଳି ଘୋଡାଇ ହୋଇ ରହିଥାନ୍ତି  , ଯାହାଫଳରେ ପୃଥିବୀ ଉଷ୍ମ ରହେ   ।  ଉତ୍ତାପର ଏହି ସ୍ଥିରତା ଫଳରେ ହିଁ ପୃଥିବୀ ପୃଷ୍ଠରେ ଜୀବଜଗତ ସୃଷ୍ଟି ସମ୍ଭବ ହୋଇ ପାରିଛି ।  ଏହାକୁ ସବୁଜ କୋଠରୀ ପ୍ରଭାବ କୁହାଯାଏ  ।

ଏହାର ଏଭଳି ନାମକରଣ ଏକ କାରଣର ରହିଛି   ।  କାଚ ଦ୍ଵାରା ଆବୃତ୍ତ ହୋଇଥିବା ସବୁଜ କୋଠରୀ ଭିତରେ ତାପମାତ୍ରା ଅପେକ୍ଷା ଅଧିକ ଥିବା କଥା ଆମେ ଜାଣୁ   ।  ସାଧାରଣତଃ ମରୁଭୂମିରେ ଦେଖାଯାଉଥିବା ଏବଂ ତୁଳନାତ୍ମକ ଭାବରେ ଅଧିକ ଉତ୍ତାପ ଆବଶ୍ୟକ କରୁଥିବା କେତେକ ପ୍ରଜାତିର କ୍ୟାକଟସ ଓ ଅନ୍ୟାନ୍ୟ ମରୁଉଦ୍ଭିଦ ବୃଦ୍ଧି କରାଇବା ପାଇଁ ଏହିଭଳି ସବୁଜ ଗୃହଗୁଡିକୁ ବ୍ୟବହାର କରାଯାଇଥାଏ   ।  ଏହିଭଳି କାଚ ଦ୍ଵାରା ଆବୃତ୍ତ ହୋଇଥିବା ଘର ମଧ୍ୟରୁ ତାପଜ ଶକ୍ତି ବାହାରକୁ ବିକରିତ ହୋଇ ନପାରୁବାରୁ ହିଁ ସବୁଜ ଗୃହର ଆଭ୍ୟନ୍ତରର ତାପମାତ୍ରା ବାହାର ଅପେକ୍ଷା ଅଧିକ ରହେ   ।  ଠିକ ଏହିଭଳି ଭାବରେ ପୃଥିବୀର ଉଷ୍ମତା ରକ୍ଷା ହେଉଥିବାରୁ ଏହାକୁ ସବୁଜ କୋଠରୀ ପ୍ରଭାବ କୁହାଯାଏ   ।

ବର୍ତ୍ତମାନ ପୃଥିବୀର ହାରାହାରି ବାର୍ଷିକ ଉତ୍ତାପ  ସେଲସିୟମ   ।  ମାତ୍ର ଯଦି ଉପରବର୍ଣ୍ଣିତ ସବୁଜଗୃହ ଗ୍ୟାସଗୁଡିକ ନଥାନ୍ତେ ଏବଂ ସମସ୍ତ ଅବଲୋହିତ ବିକିରଣ ମହାଶୂନ୍ୟକୁ ଫେରି ଯାଉଥାନ୍ତା , ତା ହେଲେ ପୃଥିବୀର ହାରାହାରି ବାର୍ଷିକ ଉତାପ ହୋଇଥାଆନ୍ତା   ମାତ୍ର  ସେଲସିୟସ , ଫଳରେ ସାରା ପୃଥିବୀ ବରଫାବୃତ୍ତ ହୋଇ ରହିଥାଆନ୍ତା ଏବଂ ପୃଥିବୀରେ ଜୀବଜଗତ ସୃଷ୍ଟି ସମ୍ଭବ ହୋଇନଥାଆନ୍ତା   ।  ସୁତରାଂ , ପୃଥିବୀକୁ ବାସପୋଯୋଗୀ କରିବା କ୍ଷେତ୍ରରେ ଏହି ସବୁଜ କୋଠରୀ ଗ୍ୟାସଗୁଡିକର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି   ।

ମାତ୍ର ଅନେକ ମନୁଷ୍ୟକୃତ କାରଣରୁ ବାୟୁମଣ୍ଡଳରେ ଏହି ସବୁଜ କୋଠରୀ ଗ୍ୟାସଗୁଡିକ ପରିମାଣ ଆବଶ୍ୟକତାଠାରୁ ଅଧିକ ହେବା ଯୋଗୁଁ  ଆବଶ୍ୟକତା ଠାରୁ ଅଧିକ ଅବଲୋହିତ ବିକିରଣ ଶୋଷହିତ ହେଉଛି ଏବଂ ଆବଶ୍ୟକତାଠାରୁ ଅଧିକ ତାପ ପୃଥିବୀ ପୃଷ୍ଠକୁ ପୁନଃ ବିକିରଣ ହେଉଛ   ।  ଏହି ଫଳରେ ବାୟୁମଣ୍ଡଳରେ ସବୁଜ କୋଠରୀ ଗ୍ୟାସର ପରିମାଣ ବୃଦ୍ଧି ସହିତ ପୃଥିବୀର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି   । ପୃଥିବୀପୃଷ୍ଠର ଏହି ଉତ୍ତାପ ବୃଦ୍ଧିକୁ ଭୂମଣ୍ଡଳୀୟ ଉତାପ ବୃଦ୍ଧି କୁହାଯାଏ   ।

ବର୍ତ୍ତମାନ ସବୁଜ କୋଠରୀ ଗ୍ୟାସମାନଙ୍କ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନାର ଆବଶ୍ୟକ ରହିଛି  ।  ବାୟୁମଣ୍ଡଳରେ ସବୁଠାରୁ ଅଧିକ ପରିମାଣରେ ଥିବା ସବୁଜ କୋଠରୀ ଗ୍ୟାସ ହେଉଛି ଅଙ୍ଗାରକାମ୍ଳ ଗ୍ୟାସ   । ଆଗ୍ନେୟଗିରିର ଉଦଗିରଣ , ପ୍ରାଣୀମାନଙ୍କର ଶ୍ଵାସକ୍ରିୟା ଏବଂ ଜୈବିକ ପଦାର୍ଥମାନଙ୍କର ବିଘଟଣ ଭଳି ପ୍ରାକୃତିକ ପ୍ରକ୍ରିୟାରେ ଏହା ବାୟୁମଣ୍ଡଳ କୁ ଯାଏ   ।  ପୁନଶ୍ଚ , ଉଦ୍ଭିଦମାନଙ୍କର ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ବ୍ୟବହୃତ ହୁଏ  । ଆହୁରି ମଧ୍ୟ ପ୍ରଚୁର ପରିମାଣରେ ଅଙ୍ଗାରକାମ୍ଳ ଗ୍ୟାସ ସମୁଦ୍ର ଜଳରେ ଦ୍ରବୀଭୁତ ଅବସ୍ଥା ଥାଏ   ।  ଆଲୋକ ସଂଶ୍ଳେଷଣ ଫଳରେ ଅଙ୍ଗାରକାମ୍ଳ ଗ୍ୟାସ   , କାର୍ବନ ଓ ଅମ୍ଳଜାଣରେ ରୂପାନ୍ତରିତ ହୁଏ   ।  ଅମ୍ଳଜାନ ବାୟୁମଣ୍ଡଳରେ ମିଶେ ଓ କାର୍ବନ ଉଦ୍ଭିଦରେ ରାହିଯାଏ   ।

କୋଇଲା , ଗ୍ୟାସ , କଠିଣ ବର୍ଜ୍ୟବସ୍ତୁ ପ୍ରଭୁତି ଦହନ ତଥା ଯାନବାହାନ ବ୍ୟବହାର ଓ ବିଦ୍ୟୁତ ଶକ୍ତି ଉତ୍ପାଦନର ଉପାଜାତ ଭାବରେ ଅଧିକ ଅଙ୍ଗାରକାମ୍ଳ ଗ୍ରାସ ବାୟୁମଣ୍ଡଳରେ ମିଶେ   ।  ଅନ୍ୟଦିଗରେ ପରିବେଶ ପ୍ରଦୂଷଣ ଓ ବ୍ୟାପକ ଜଙ୍ଗଲ କ୍ଷୟ ଫଳରେ ଆଲୋକ ସଂଶ୍ଳେଷଣ ଜରିଆରେ ଅଙ୍ଗାରକାମ୍ଳ ଗ୍ୟାସ ବ୍ୟବହାର କରୁଥିବା ଉଦ୍ଭିଦମାନଙ୍କର ସଂଖ୍ୟା ଦିନରୁ ଦିନ ଦ୍ରୁତ ଗତିରେ ହ୍ରାସ ପାଇବା ଫଳରେ ମଧ୍ୟ ବାୟୁମଣ୍ଡଳରେ ପ୍ରତି ଏକ ମିଲିୟନ ବାୟୁ ପରମାଣୁ ୨୮୧ ଟି ଅଙ୍ଗାରକାମ୍ଳ ପରମାଣୁ ୨୮୧ pmm ଥିଲାବେଳେ   ,  ଅର୍ଥାତ ଇତି ମଧ୍ୟରେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ଶତକଡା ୩୧ ଭାଗ ବୃଦ୍ଧି ପାଇଛି   । ହିସାବ ଅନୁଯାୟୀ ଅବସ୍ଥାର ପରିବର୍ତ୍ତନ ଣ ଘଟିଲେ   ୨୧୦୦ ମସିହା ବେଳକୁ ଅଙ୍ଗାରକାମ୍ଳ ଗ୍ୟାସର ସଂଖ୍ୟା ପରିମାଣ ୯୭୦ppm ରେ ପହଞ୍ଚିବ   ।

ଅଙ୍ଗାରକାମ୍ଳ ଗ୍ୟାସ ଅପେକ୍ଷା ମିଥେନ ଶତକଡା ୨୦ ଭାଗ ଅଧିକ ତାପ ଶୋଷଣ କରେ   ।  କୋଇଲା , ପ୍ରାକୃତିକ ଗ୍ୟାସ ଓ ତୈଳ ଉତ୍ପାଦନର ସମୟରେ ମିଥେନ ଗ୍ୟାସ ନିର୍ଗତ ହୁଏ   । ଏହା ବ୍ୟତିତ ଜୈବିକ ପଦାର୍ଥର ବିଘଟନ ଓ ଗାଈର ପାକକ୍ରିୟାର ଉପଜାତ ଭାବରେ ମଧ୍ୟ ମିଥେନ ଗ୍ୟାସ ନିର୍ଗତ ହୁଏ   । ୧୭୦୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ମିଥେନ ଗ୍ୟାସର ପରିମାଣ ଦୁଇଗୁଣ ବୃଦ୍ଧି ପାଇଛି   । ନାଇଟ୍ରସ ଅକସାଇଡର ତାପ ଶୋଷଣ କରିବାର କ୍ଷମତା ଅଙ୍ଗାରକାମ୍ଳ ଠାରୁ ୩୦୦ ଗୁଣ ଅଧିକା   ।  ଜମିଚାଷ ଓ ଜୀବାଶ୍ମର ଦହନ ଫଳରେ ଏହି ଗ୍ୟାସ ନିର୍ଗତ ହୁଏ   । ଶିଳ୍ପ ବିପ୍ଲବ ପରଠାରୁ ବାୟୁମଣ୍ଡଳରେ ଏହି ଗ୍ୟାସର ପରିମାଣ ୧୭ ଗୁଣ ବୃଦ୍ଧି ପାଇଛି   ।

ଏସବୁ ବ୍ୟତିତ ଶୀତତାପ ନିୟନ୍ତ୍ରଣ ଯନ୍ତ୍ରରୁ ନିର୍ଗତ ହେଉଥିବା କ୍ଳୋରୋଫ୍ଲୋରୋ କାର୍ବନ ମଧ୍ୟ ଅନ୍ୟତମ ସବୁଜ ଗୃହ ଗ୍ୟାସ   ।  ଏହି ଗ୍ୟାସ ସମ୍ପର୍କରେ ଓଜୋନ ସ୍ତର ହ୍ରାସ ପରିଚ୍ଛେଦରେ ବିଷାଦ ଆଲୋଚନା କରାଯାଇଛି   ।

ସବୁଜ କୋଠରୀ ଗ୍ୟାସର ଏହିଭଳି ବୃଦ୍ଧି ଯୋଗୁଁ ବୈଜ୍ଞାନିକମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଏବଂ ତୁରନ୍ତ ଏହାର ସ୍ତର ହ୍ରାସ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଶ୍ଵ ସମୁଦାୟକୁ ଆହ୍ଵାନ ଦେଇଛନ୍ତି   ।

ପିଙ୍ଗୁଳ କୁହୁଡି  :

ପିଙ୍ଗଳ କୁହୁଡି ହେଉଛି ଦ୍ଵିତୀୟକ ବାୟୁ ପ୍ରଦୂଷଣର ପ୍ରକୃଷ୍ଟ ଉଦାହରଣ  ।  ପ୍ରଖର ସୂର୍ଯ୍ୟରଶ୍ମୀ ଓ ଉଷ୍ମ ଜଳବାଯୁ ଦେଖାଯାଇଥିବା ବଡ ବଡ ସହରମାନଙ୍କରେ ଏହି ପିଙ୍ଗଳ କୁହୁଡି ସୃଷ୍ଟି ହୁଏ  ।  ଏହା ବାୟୁମଣ୍ଡଳର ନିମ୍ନଅଂଶ ଅର୍ଥାତ ଟ୍ରୋଫୋସ୍ପିୟର ସୃଷ୍ଟି ହୁଏ   ।

ପିଙ୍ଗଳ କୁହୁଡି ମୁଖତଃ ଓଜୋନ ,  ଫ୍ଲେରୋକ୍ଵିଏସିଟିଲ ନାଇଟ୍ରେଟ ଭଳି ସହଜରେ ପରିବର୍ତ୍ତନ ଜୈବ ଯୌଗିକ ବା ଭୋଲାଟାଇଲ ଆର୍ଗାନିକ କମ୍ଫାଉଣ୍ଡ ଏବଂ ନାଇଟ୍ରୋଜିମଷ ଅକସାଇଡ ମାନଙ୍କ ଦ୍ଵାରା ସୂର୍ଯ୍ୟକିରଣ ଓ ଉଚ୍ଚ ତାପମାତ୍ରାରେ ସୃଷ୍ଟି ହୁଏ   ।  ଏହା ହେଉଛି ଏକ ଈଷତ ହଳଦୀରଙ୍ଗ ଯୁକ୍ତ ଧୂସର ରଙ୍ଗର କୁହୁଡି ଏହି କୁହୁଡି ବହୁ ସମୟରେ ସହରର ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖେ   ।  ଯାହା ଫଳରେ କୋଠାବାଡି   ,  ଗଛଲତା ପ୍ରଭୁତି ସ୍ପଷ୍ଟ ଦେଖାଯାଆନ୍ତି  ନାହିଁ   । ମାତ୍ର ମୁଖ୍ୟତଃ କୋଇଲା   , ପ୍ରାକୃତିକ ଗ୍ୟାସ ଓ ପ୍ରାକୃତିକ ତୈଳ ଦହନ ଫଳରେ ହିଁ ଅଧିକରୁ ଅଧିକ ଓଜୋନ ଓ ପିଙ୍ଗଳ କୁହୁଡି ସୃଷ୍ଟି କରୁଥିବା ଅନ୍ୟାନ୍ୟ ଯୌଗିକ ବାୟୁମଣ୍ଡଳରେ ମିଶିଥାନ୍ତି   ।  କେତୋଟି ସରଳ ରାସାୟନିକ ପ୍ରକ୍ରିୟା ସାହାଯ୍ୟରେ ପିଙ୍ଗଳ କୁହୁଡିର ଉତ୍ପତ୍ତିକୁ ଦର୍ଶାଯାଇପାରିବ   ।

ବାୟୁ ମଣ୍ଡଳରେ ନାଇଟ୍ରୋଜେନ ଡାଇଅକସାଇଡ ସମାନ ପରିମାଣର ନାଇଟ୍ରୋଜେନ ଅକସାଇଡ ଓ ଅମ୍ଳଜାନକୁ ପ୍ରସ୍ତୁତ ଏବଂ ବିଘଟିତ କରୁଥାଏ   ମାତ୍ର ହାଇଡ୍ରୋକାର୍ବନ ଉପସ୍ଥିତିରେ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ   ।  କାରଣ ଏହା ଅମ୍ଳଜାନ ଅଥବା ଓଜୋନ ପରମାଣୁ ସହିତ ରାସାୟନିକ ପ୍ରତିକ୍ରିୟା କରି ଉପରୋକ୍ତ ନାଇଟ୍ରୋଜେଣ ଚକ୍ରକୁ ବିପର୍ଯ୍ୟସ୍ତ  କରିଥାଏ   ।  ଏହା ଫଳରେ ଅମ୍ଳଜାଣ ଅଣୁ ଏବଂ ହାଇଡ୍ରୋକାର୍ବନ ମଧ୍ୟରେ ପ୍ରତିକ୍ରିୟା ଘଟି ହାଇଡ୍ରୋକାର୍ବନର ସ୍ଵତନ୍ତ୍ର ମୌଳିକ ସୃଷ୍ଟି ହୁଏ   ।  ଏହି ସ୍ଵତନ୍ତ୍ର ମୌଳିକ ଗୁଡିକ ପୁଣି ବିଭିନ୍ନ ପ୍ରକାର ଅଣୁ ଓ ପରମାଣୁ ଯଥା ନାଇଟ୍ରୋଜେନ ଅକସାଇଡ ,  ନାଇଟ୍ରୋଜେନ , ଅମ୍ଳଜାନ , ଓଜୋନ ଏବଂ ଅନ୍ୟ ହାଇଡ୍ରୋକାର୍ବନ ସହିତ ରାସାୟନିକ ପ୍ରତିକ୍ରିୟା ସଂଗଠିତ କରିଥାଏ   ।  ଏହି ସ୍ଵତନ୍ତ୍ର ମୌଳିକଗୁଡିକ ମଧ୍ୟ ଅମ୍ଳଜାଣ ତଥା ନାଇଟ୍ରୋଜେନ ଡାଇଅକସାଇଡ ସହ ପ୍ରତିକ୍ରିୟା କରି ପେରୋକ୍ଵି ଏସିଟିଲନାଇଟ୍ରେଟ  ସୃଷ୍ଟି କରେ   ।  ଉପରୋକ୍ତ କ୍ରିୟା ଏବଂ ପ୍ରତିକ୍ରିୟା ଯୋଗୁଁ ନାଇଟ୍ରୋଜେନ ଡାଇଅକସାଇଡ ପ୍ରସ୍ତୁତି ହାଇଡ୍ରୋକାର୍ବନ ଦ୍ଵାରା ବାଧାପ୍ରାପ୍ତ ହୋଇ ବିଭିନ୍ନ ପ୍ରକାର ଯୌଗିକ ପଦାର୍ଥ ସୃଷ୍ଟି ହୁଏ   ।  ଏହି ଯୌଗିକ ପଦାର୍ଥର ସମଷ୍ଟି କୁ “ ପିଙ୍ଗଳ କୁହୁଡି “ କୁହାଯାଏ   ।  ଏହା ମୁଖ୍ୟତଃ ଓଜୋନ ,  କାର୍ବନ ମନୋକଅକସାଇଡ ,  ପେରୋକ୍ସି ଏସିଟିଲନାଇଟ୍ରେଟ ଏବଂ ଆଲଡିହାଇଡ ,  କିଟୋନ ତଥା ଆଲକାଇଲ ନାଇଟ୍ରେଟ ପରି ଜୈବ ଯୌଗିକର ସମ୍ମିଶ୍ରଣରୁ ସୃଷ୍ଟି ହୋଇଥାଏ   ।

ଏହି ପିଙ୍ଗଳ କୁହୁଡି ପ୍ରାଣୀ ଓ ଉଦ୍ଭିଦ ଉଭୟକୁ କ୍ଷତିଗ୍ରସ୍ତ କରେ   ।  ଉଦ୍ଭିଦମାନଙ୍କର ମୁଖ୍ୟତଃ ପତ୍ରଗୁଡିକ ଅଧିକ କ୍ଷତିଗ୍ରସ୍ତ ହୁଏ   । ପିଙ୍ଗଳ କୁହୁଡି ଫଳରେ ଆମ ଶରୀରରେ ମୁଖତଃ ଫୁସଫୁସ ଜନିତ ଶ୍ଵାସକ୍ରିୟାରେ ବାଧା ଓ ଚକ୍ଷୁ ରୋଗ ଦେଖାଯାଏ   ।  ଆହୁରି ମଧ୍ୟ ଏହା ପ୍ରାଚୀନ ସୌଧ ,  ଅଟ୍ଟାଳିକା ଓ ବାସଗୃହଗୁଡିକୁ ନଷ୍ଟ କରେ   । ପିଙ୍ଗଳକୁହୁଡି ଉଦ୍ଭିଦମାନଙ୍କର ଆଲୋକ ସଂଶ୍ଳେଷଣ କ୍ଷମତା ହ୍ରାସ କରେ ଏବଂ ପାଚକଗ୍ରନ୍ଥ ନିର୍ଗତ ପାଚକରସଗୁଡିକର କାର୍ଯ୍ୟକାରିତା ବ୍ୟାହତ କରେ   । ସବୁଠାରୁ କୌତୁହଳପ୍ରଦ ବିଷୟ ହେଉଛି ମଣିଷର ନାନା ଧରଣର କାର୍ଯ୍ୟକ୍ରମ ଫଳରେ ବାୟୁମଣ୍ଡଲର ଉଚ୍ଚସ୍ତରରେ ଅର୍ଥାତ ଷ୍ଟ୍ରୋଟୋସ୍ପିୟରରେ ଓଜୋନ ସ୍ତର ହ୍ରାସ ପାଇବା ଫଳରେ ଗୁରୁତର ସମସ୍ୟା ସୃଷ୍ଟି ହେଉଥିବା ବେଳେ ବାୟୁମଣ୍ଡଲର ତଳ ସ୍ତରରେ ଠିକ ସେଇସବୁ କାରଣରୁ ଓଜୋନସ୍ତର ବୃଦ୍ଧି ଘଟି ଆହୁରି ଜଟିଳ ସମସ୍ୟା ସୃଷ୍ଟି ହୁଏ   ।  ସୁତରାଂ , ଏଥିରୁ ସ୍ପଷ୍ଟ ଭାବରେ ବୁଝି ହେଉଛି ଯେ ପ୍ରକୃତିକ ପରିବେଶର ସୂକ୍ଷ୍ମ ସନ୍ତୁଳନକୁ ଶିଳ୍ପାୟନ , ବିକାଶ , ପ୍ରଗତି ପ୍ରଭୂତ ଯେକୌଣସି ଉଦ୍ଦେଶ୍ୟରେ ନଷ୍ଟ କରାଗଲେ ସମଗ୍ର ମଣିଷ ଜାତି ପାଇଁ ଏହାର ପରିଣାମ ଭୟାବହ ହୋଇପାରେ ।

ବାୟୁ ପ୍ରଦୂଷଣ ନିୟନ୍ତ୍ରଣ

ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯାଇପାରିଲେ ବାୟୁପ୍ରଦୂଷଣ ନିୟନ୍ତ୍ରଣ କରାଯାଇପାରିବ   ।

  1. ଧୂମ୍ରହୀନ ଜାଳେଣୀର ବ୍ୟବହାର   ।
  2. ସୂକ୍ଷ୍ମକନିକା ସୃଷ୍ଟି ଣ ହେବା ପାଇଁ କଳକାରଖାନାରେ ଆବଶ୍ୟକ ଯନ୍ତ୍ରପାତିର ବ୍ୟବହାର   ।
  3. ଘରୋଇ ବ୍ୟବହାର ପାଇଁ ସୌରରଶ୍ମୀ ପରିଚାଳିତ ଚୁଲି ଓ ଗୋବର ଗ୍ଯାସର ବ୍ୟବହାର   ।
  4. କଳକାରଖାନାରେ ଯଥେଷ୍ଟ ଉଚ୍ଚ ଚିମିନିର ବନ୍ଦୋବସ୍ତ   ।
  5. ଯାନବାହନରୁ ନିର୍ଗତ ଧୂଆଁର ଗୁଣାତ୍ମକ ପରିବର୍ତ୍ତନ ପାଇଁ ବୈଷୟିକ ଉପଯୋଗ ଓ ପରିବହନ କ୍ଷେତ୍ରରେ ପେଟ୍ରୋଲ ଓ ଡିଜେଲ ପରିବର୍ତ୍ତେ ଗ୍ୟାସର ବ୍ୟବହାର   ।
  6. ସ୍ୱଳ୍ପ ପରିମାଣର ସଲଫରର ଥିବା ଇନ୍ଧନ ବ୍ୟବହାର   ।
  7. ଯାନବାହାନରେ ପ୍ରଦୂଷଣ ନିରୋଧ ବ୍ୟବସ୍ଥା   ।
  8. ଏ ବିଷୟରେ ଜନ ସଚେତନା ସୃଷ୍ଟି   ।

ଜଳ ପ୍ରଦୂଷଣ

ପୃଥିବୀ ପୃଷ୍ଠରେ ଜୀବଜଗତ ତିଷ୍ଠି ରହିବା ପାଇଁ ଜଳର ଆବଶ୍ୟକତା ରହିଛି    ।  ବିବର୍ତ୍ତନ ପ୍ରକ୍ରିୟାରେ ଜଳ ମଧ୍ୟରେ ଜୀବନର ସୃଷ୍ଟି   ।  ସୁତରାଂ, ଜଳ ବିନା ଜୀବନ ଅସମ୍ଭବ   ।  ପ୍ରତ୍ୟେକ ଜୀବିତ ପ୍ରାଣୀ ବା ଉଦ୍ଭିଦର ଶରୀରରେ ପ୍ରାୟ ୮୦ ଭାଗ ଜଳ ରହିଥିବା କଥା ବିଘାନ ପ୍ରମାଣ କରିଛି   ।  ଆମର ଦୈନନ୍ଦିନ ଜୀବନରେ ଆମ ଖାଦ୍ୟ ପ୍ରସ୍ତୁତ କରିବା , ଲୁଗାପଟା ସଫା କରିବା ତଥା ସର୍ବୋପରି ପିଇବା ପାଇଁ ଜଳ ଆବଶ୍ୟକ କରୁ   ।

ମାତ୍ର ବର୍ତ୍ତମାନ ବ୍ୟାପକ ପ୍ରଦୂଷଣ ଫଳରେ ସାରା ପୃଥିବୀରେ ନାନା ଧରଣର ସମସ୍ୟା ସୃଷ୍ଟି ହୋଇଛି । ଜଳ ପ୍ରଦୂଷଣ ଅର୍ଥ ହେଉଛି ଜଳ ରାସାୟନିକ ,  ଭୌତିକ ଓ ଜୈବିକ ଗୁଣାବଳୀର ପ୍ରତିକୂଳ ପରିବର୍ତ୍ତଣ  ।  ଯାହାଫଳରେ ଏହି ଜଳ ଆମର ଦୈନନ୍ଦିନ ବ୍ୟବହାର ପାଇଁ ଅନୁପଯୋଗୀ ହୋଇଥାଏ   ।  ପୁନଶ୍ଚ , ଜଳ ପ୍ରଦୂଷଣ ସାଧାରଣତଃ ଭୂପୃଷ୍ଠର ଜଳ ଏବଂ ଭୂତଳ ଜଳ ଉଭୟର ପ୍ରଦୂଷିତ ହୁଏ ଏବଂ ପ୍ରାଣୀ ଏପରିକି ଉଦ୍ଭିଦମାନଙ୍କର ବ୍ୟବହାର ପାଇଁ ମଧ୍ୟ ଅନୁପଯୁକ୍ତ ହୋଇଥାଏ   ।  ନିମ୍ନରେ ଜଳ ପ୍ରଦୂଷଣରେ ମୁଖ୍ୟ ଉତ୍ସଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଛି   ।

ଜଳପ୍ରଦୂଷଣ ଉତ୍ସ   :

ଜଳ ପ୍ରଦୂଷଣର ମୁଖ୍ୟତଃ ୮ ଟି ବିଭିନ୍ନ ଧରଣର ଉତ୍ସ ରହିଛି  ।  ସେଗୁଡିକ ହେଉଛି ପେଟ୍ରୋଲଜାତ ଦ୍ରବ୍ୟ   ,  କୃଷିକ୍ଷେତ୍ରରେ ବ୍ୟବହାର କରାଯାଉଥିବା କୀଟନାଶକ  ,  ଭାରୀଧାତୁ ,  କଳକାରଖାନା ଠାରୁ ନିର୍ଗତ ହେଉଥିବା କ୍ଷତିକାରକ ପଦାର୍ଥ ,  ନାଳ ନର୍ଦ୍ଦମାର ଜୈବିକ ପଦାର୍ଥ ତଥା କୃତିମ ଉପାୟରେ ଉତ୍ତପ୍ତ ହେଉଥିବା ଜଳ ଇତ୍ୟାଦି   ।

ପେଟ୍ରୋଲଜାତ ଦ୍ରବ୍ୟ   :

ପ୍ରାକୃତିକ ତୈଳର ବ୍ୟବହାର ଆମ ସମାଜରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି   ।  ଏହି ପେଟ୍ରୋଲଜାତ ଦ୍ରବ୍ୟ ମୁଖ୍ୟତଃ ଏଗୁଡ଼ିକୁ ପରିବହନ କରୁଥିବା ଜାହାଜ , ଟ୍ୟାଙ୍କର ,  ଟ୍ରକ ବା ପାଇପରୁ ନିର୍ଗତ ହୋଇ ଜଳରେ ମିଶେ  ।  ଏହି ସବୁ ତୈଳ ପ୍ରାଣୀମାନଙ୍କ ଶରୀରରେ ପ୍ରବେଶ କାଲେ କିମ୍ବା ପ୍ରାଣୀମାନେ ଏହି ତୈଳରେ ସଂସ୍ପର୍ଶରେ ଆସିଲେ ସେମାନଙ୍କର ବହୁ ପ୍ରକାରର କ୍ଷତି ହୁଏ   ।  ଏହା ବ୍ୟତୀତ ଏହି ତୈଳ ପଲିକ୍ଳୋରିନେଟେଣ ବାଇଫିନାଇଲସ ଭଳି ଅନ୍ୟାନ୍ୟ ମାରାତ୍ମକ ରାସାୟନିକ ପଦାର୍ଥ ସହିତ ମିଶି ଜଳ ପ୍ରଦୂଷଣର ମାତ୍ରା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଜଳଜ ପ୍ରାଣୀ ଓ ଉଦ୍ଭିଦମାନଙ୍କ ପାଇଁ ବିପଦ ସୃଷ୍ଟି କରେ   ।

କୃଷି କ୍ଷେତ୍ରରେ ବ୍ୟବହୃତ ରାସାୟନିକ ପଦାର୍ଥ  :

କୃଷି କ୍ଷେତ୍ରରେ କୀଟ ତଥା ଅଦରକାରୀ ଏବଂ କ୍ଷତିକାରକ ଜୀବଗୁଡିକୁ ମାରିବା ପାଇଁ ବହୁ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ  ।  ଏହିସବୁ ରାସାୟନିକ ପଦାର୍ଥ ବର୍ଷାଜଳରେ ଧୋଇହୋଇ ଜଳାଶୟମାନଙ୍କରେ ପ୍ରବେଶ କରେ   ।  ଏହି ରାସାୟନିକ ପଦାର୍ଥମାନଙ୍କ ମଧ୍ୟରେ ବହୁ ବିଘଟିତ ହୋଇ ପାରୁନଥିବା ପଦାର୍ଥ ରହିଥିବାରୁ ଜଳଦ ଉଦ୍ଭିଦ ଓ ପ୍ରାଣୀମାନଙ୍କର କ୍ଷତି କରିଥାଏ ଏବଂ ସମଗ୍ର ପରିସଂସ୍ଥାକୁ ଧ୍ଵଂସ କରିଥାଏ   ।  ଡି .ଡି. ଟି ଭଳି କେତେକ ବିଘଟିତ ହେଉନଥିବା ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିଥିବା ଉଦ୍ଭିଦଗୁଡିକ ତୃଣଭୋଜି ପ୍ରାଣୀମାନଙ୍କର ଆହାରରେ ପରିଣତ ହେଲେ ଏହି ରାସାୟନିକ ପଦାର୍ଥଗୁଡିକ ତୃଣଭୋଜୀ ପ୍ରାଣୀମାନଙ୍କ ଦେହରେ ପ୍ରବେଶ କରେ   ।  ଖାଦ୍ୟ ଶୃଙ୍ଖଳର ପ୍ରତ୍ୟେକଟି ସୋପାନ ଦେଇ ଉଚ୍ଚ ସୋପାନରେ ଉଦ୍ଭିଦ ଓ ପ୍ରାଣୀମାନେ ବିଶେଷ କ୍ଷତିଗ୍ରସ୍ତ ନ ହେଲେ ମଧ୍ୟ ଖାଦ୍ୟ ଶୃଙ୍ଖଳର ଉଚ୍ଚ ସ୍ତରରେ ଥିବା ମାଂସଭୋଜୀ ବା ସର୍ବଭୋଜୀ ପ୍ରାଣୀମାନଙ୍କ ଦେହରେ କର୍କଟରୋଗ , ପ୍ରଜନନ ସମ୍ପର୍କୀୟ ସମସ୍ୟା ପ୍ରଭୁତି ଦେଖାଯାଏ ଏବଂ ଶେଷରେ ଏହି ପ୍ରାଣୀମାନେ ମୃତ୍ୟୁ ମୁଖରେ ପଡନ୍ତି   ।  ଗୋଟିଏ ଅନୁସନ୍ଧାନରୁ ଦେଖିବାକୁ ମିଳିଥାଏ ଯେ ଗୋଟିଏ ବିଶେଷ ପ୍ରଜାତିର ମାଛକୁ ଖାଦ୍ୟ ଭାବରେ ବ୍ୟବହାର କରୁଥିବା ଚଢେଇ ଦେହରେ ସେ ଖାଉଥିବା ମାଛ ତୁଳନାରେ ଡିଡିଟିର ସାନ୍ଧ୍ରତା୧୦ ରୁ ୫୦ ଗୁଣ ଅଧିକ   । ପୁନଶ୍ଚ ସେହି ମାଛର ଖାଦ୍ୟ ଭାବରେ ବ୍ୟବହୃତ ହେଉଥିବା ପ୍ଲାଙ୍କଟନଙ୍କମାନଙ୍କ ତୁଳନାରେ ଚଢେଇ  ଦେହରେ ଥିବା ଡିଡିଟିର ପରିମାଣ ୬୦୦ ଗୁଣ ଅଧିକ ଥିଲା  ।  ଆହୁରି ମଧ୍ୟ ସେହି ପ୍ଲାଙ୍କଟନ ରହୁଥିବା ପାଣିରେ ଥିବା ଡିଡିଟିର ପରିମାଣ ଅପେକ୍ଷା ଚଢେଇଟି ଦେହରେ ଥିବା ଡିଡିଟିର ପରିମାଣ ୧୦ ମିଲିୟନ ଗୁଣ ଅଧିକ ଥିଲା  ।  ଗୋଟିଏ ପରିସଂସ୍ଥାରେ ଖାଦ୍ୟଶୃଙ୍ଖଳକୁ ବିଚାରକୁ ନେଲେ ପ୍ଲାଙ୍କଟନମାନେ ହେଉଛନ୍ତି ଉତ୍ପାଦକ ଓ ସେମାନେ ପରିସଂସ୍ଥାର ଜୈବିକ ଓ ଅଜୈବିକ ଉପାଦାନକୁ ବ୍ୟବହାର କରି ସୂର୍ଯ୍ୟରଶ୍ମୀ ସହାୟତାରେ ପରିସଂସ୍ଥା ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି ଏବଂ ସେମାନେ ପରିସଂସ୍ଥାର ଜୈବିକ ଓ ଅଜୈବିକ ଖାଦ୍ୟ ଶୃଙ୍ଖଳ ସର୍ବନିମ୍ନ ସ୍ତରରେ ଥାଆନ୍ତି   ।  ମାଛ, ପ୍ଲାଙ୍କଟନ ଖାଦ୍ୟ ଖାଇ ବଞ୍ଚେ ଏବଂ ଚଢେଇ ମାଛକୁ ଖାଇ ବଞ୍ଚେ  ।  ସୁତରାଂ , ମାଛ ହେଉଛି ଏହି ପରିସଂସ୍ଥାର ଦ୍ଵିତୀୟ ଖାଦ୍ୟସ୍ତର ଏବଂ ଚଢେଇ ହେଉଛି ତୃତୀୟ ଖାଦ୍ୟ ସ୍ତର ,  ଅର୍ଥାତ ବିଭିନ୍ନ ଉପାୟରେ ସେହି ଜଳାଶୟରେ ପ୍ରବେଶ କରୁଥିବା ଡିଡିଟି ଖାଦ୍ୟ ଶୃଙ୍ଖଳର ବିଭିନ୍ନ ସ୍ତରରେ ବିଭିନ୍ନ ପରିମାଣରେ ରହେ  ।  ଏହି ଡିଡିଟିକୁ ପ୍ଲାଙ୍କଟନମାନେ ଜଳରୁ ଆହରଣ କରନ୍ତି ଓ ଜଳକୁ ପ୍ଲାଙ୍କଟନମାନଙ୍କ କୋଷରେ ଏହା ପ୍ରବେଶ କଳାପରେ ପ୍ଲାଙ୍କଟନ ଦେହରେ ଡିଡିତର ସାନ୍ଧ୍ରତା ବୃଦ୍ଧି ପାଏ  ।  ଏହାପରେ ମାଛ ପ୍ଲାଙ୍କଟନକୁ ଖାଇଲେ ଏହି ଡିଡିଟି ପ୍ଲାଙ୍କଟନରୁ ମାଛ ଦେହରେ ପ୍ରବେଶ କରେ ଏବଂ ଏହାର ସାନ୍ଧ୍ରତା ଆହୁରି ବୃଦ୍ଧି ପାଏ   ।

ପୁଣି ଚଢେଇ ମାଛକୁ ଖାଇଲେ ଦେହରେ ଡିଡିଟିର ସାନ୍ଧ୍ରତା ଆହୁରି ବୃଦ୍ଧି ପାଏ  ।  ଯଦି ଚଢେଇକୁ ଆଉ କୌଣସି  ପ୍ରାଣୀ ଶିକାର କରି ଖାଦ୍ୟ ଭାବରେ ବ୍ୟବହାର କରିବା ତା ହେଲେ ତା ହେବ ଖାଦ୍ୟ ଶୃଙ୍ଖଳର ଚତୁର୍ଥ ଖାଦ୍ୟସ୍ତର ଏବଂ ଏଠାରେ ଡିଡିଟିର ସାନ୍ଧ୍ରତା ମାରାତ୍ମକ ସ୍ତରକୁ ଚାଲିଯିବା ଏବଂ ଚତୁର୍ଥ ଖାଦ୍ୟସ୍ତରରେ ଥିବା ପ୍ରାଣୀଟି ଦେହରେ କର୍କଟ ରୋଗ , ପ୍ରଜନନ ଜନିତ ସମସ୍ୟା ଦେଖାଦେବ ଓ ଶେଷ ପର୍ଯ୍ୟନ୍ତ ଏହି ପ୍ରାଣୀଟି ମୃତ୍ୟୁମୁଖରେ ପଡିବ  ।  ଏହାକୁ ବୈଜ୍ଞାନିକ ପରିଭାଷାରେ ଜୈବବର୍ଦ୍ଧନ କୁହାଯାଏ   ।  ସୁତରାଂ ,  ଡିଡିଟି ଭଳି ପ୍ରଦୂଷକ ପରିବେଶରେ ଯେତେ କମ ପରିମାଣର ଥିଲେ ମଧ୍ୟ ଜୈବ ବିବନ୍ଧନ କୁହାଯାଏ   ।  ସୁତରାଂ, ଡିଡିଟି ଭଳି ପ୍ରଦୂଷକ ପରିବେଶରେ ଯେତେ କମ ପରିମାଣରେ ଥିଲେ ମଧ୍ୟ ଜୈବ ବିବନ୍ଧନ ବା ବାୟୋମ୍ୟାଗନିଫିକେସନ ପ୍ରକ୍ରିୟା ଏହିସବୁ ରାସାୟନିକ ପଦାର୍ଥ ଆମର ପ୍ରଭୂତ କ୍ଷତି ସାଧନ କରନ୍ତି  ।

ଭାରୀଧାରୁ  :

ପାରଦ , ତମ୍ବା, ଜିଙ୍କ, ଲେଡ , କ୍ୟାଡମିୟମ , ସେଲନିୟମ ପ୍ରଭୁତି ଧାତୁମାନଙ୍କୁ ଭାରୀଧାତୁ କୁହାଯାଏ   । ଏହିସବୁ ଧାତୁ ଯାନବାହାନରୁ ନିର୍ଗତ ଧୂଆଁ, ଶିଳ୍ପ କାରଖାନାମାନଙ୍କର ବର୍ଯ୍ୟବସ୍ତୁ ଖଣି , ପ୍ରାକୃତିକ ଗ୍ୟାସ ଏପରିକି ପ୍ରାକୃତିକ ଭାବରେ ମୃତ୍ତିକାରୁ ମଧ୍ୟ ନିର୍ଗତ ହୁଏ  ।  ଡିଡିଟି ଭଳି ଏହି ଭାରୀଧାତୁ ମାଏ ମଧ୍ୟ ବାୟୋମାଗ୍ନିଫିକେସନ ଘଟାଇଥାନ୍ତି   ।  ଖାଦ୍ୟ ଶୃଙ୍ଖଳର ଉଚ୍ଚ ସ୍ତରରେ ପହଞ୍ଚିଲେ ଏହି ଧାତୁମାନଙ୍କର ପରିମାଣ ବୃଦ୍ଧି ପାଇବ ଫଳରେ ପ୍ରାଣୀମାନଙ୍କ ତୁରନ୍ତ ମୃତ୍ୟୁ ହୁଏ କିମ୍ବା ସେମାନେ ଦୀର୍ଘସ୍ଥାୟୀ ଶାରୀରିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି   ।

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ  :

ବିଭିନ୍ନ ଧରଣର କଳକାରଖାନାରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁରେ ମୁଖ୍ୟତଃ ୩ ଧରଣର ପ୍ରଦୂଷକ ରହିଥାଏ   । ସେଗୁଡିକ ହେଉଛି ଖଣିଜ ପଦାର୍ଥ ସହିତ ରହିଥିବା ବର୍ଜ୍ୟବସ୍ତୁ , କ୍ଷୟକାରୀ ବର୍ଜ୍ୟବସ୍ତୁ ଏବଂ ବିଦ୍ୟୁତଶକ୍ତି ଉତ୍ପାଦନ ପ୍ରକ୍ରିୟାରେ ନିର୍ଗତ ବର୍ଜ୍ୟବସ୍ତୁ   ।  ଆମ ଦେଶର ସବୁଠାରୁ ବଡ ନଦୀ ଗଙ୍ଗା ପ୍ରଦୂଷନର ମୁଖ୍ୟ କାରଣ ହେଉଛି ଏଥିରେ ପ୍ରତିଦିନ ମିଶୁଥିବା କଳକାରଖାନାରେ ବର୍ଜ୍ୟବସ୍ତୁ ଓ ଦୂଷିତ ଜଳ   ।  ଓଡିଶାର ବ୍ରାହ୍ମଣୀ ନଦୀ ମଧ୍ୟ ଏଥିପାଇଁ ବିଷ ନଦୀରେ ପରିଣତ ହୋଇଛି  ।

କେତେକ ଜଳପ୍ରଦୂଷଣ ଓ ସେଗୁଡିକ ପ୍ରଭାବ

ସମସ୍ତ କଠିନ ତଥା ଦ୍ରବୀଭୂତ କଠିନ ପଦାର୍ଥ

ମୃତ୍ତିକାରେ ଥିବା ଛିଦ୍ର ବନ୍ଦ ହୋଇବାୟୁଚଳାଚଳ ବାଧାପ୍ରାପ୍ତ ହୁଏ ତଥା ଜମିରେ ପାଣି ଜମି ରହେ   ।

BOD ( ବାଇଓଲୋଜିକାଲ ) ଅକସିଜେନ ଡିମାଣ୍ଡ

ଅମ୍ଳଜାନ ହ୍ରାସ ତଥା ଜୈବିକ ଅପଘଟନ ଦ୍ଵାରା ଦୁର୍ଗନ୍ଧ ସୃଷ୍ଟି ହୁଏ   ।

ନାଇଟ୍ରୋଜେନ (N) ଏବଂ ଫସଫେଟ (P)

ଜୈବିକ ଉତ୍ପାଦନ ବୃଦ୍ଧି ଘଟି ଅପଘଟନ ଫଳରେ ପ୍ରଦୂଷିତ ହୋଇ ବାୟୋଟି ପିକେସନ ହୁଏ  । ଅମ୍ଳଯୁକ୍ତ ମୃତ୍ତିକାର ଉତ୍ପାଦିକା ଶକ୍ତି ହ୍ରାସ ହୁଏ  ।

PH

ଜଳ ଓ ମୃତ୍ତିକା ଲବଣାକ୍ତ ହୁଏ   .

ଖଣିଜ ଲବଣ (Nacl , Kcl )

ଅମ୍ଳଜାନ ଅଭାବ ଘଟି ମୃତ୍ତିକା କ୍ଷୟ ହୁଏ

ସୋଡିୟମ (Na)

ଦୁର୍ଗନ୍ଧ ସୃଷ୍ଟି କରେ

ସଲଫର (S)

ଅମ୍ଳଜାନ ତ୍ୟାଗ କରିବା ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ  ।

(COD) କେମିକାଲ ଅକସିଜେନ ଡିମାଣ୍ଡ

ଜଳାଶୟ ପାଣି ପଚି ଦୁର୍ଗନ୍ଧ ସୃଷ୍ଟି କରେ

 

ସହରାଞ୍ଚଳର ତରଳ ଓ କଠିନ ବର୍ଜ୍ୟବସ୍ତୁ  :

ସହରାଞ୍ଚଳମାନଙ୍କରେ ସୃଷ୍ଟି ହେଉଥିବା କଠିନ ବର୍ଜ୍ୟବସ୍ତୁ ଏବଂ ନାଳନର୍ଦ୍ଦମାର ଦୂଷିତ ଜଳ ଆମ ନଦୀରେ ଜଳ ପ୍ରଦୂଷଣର ଅନ୍ୟତମ ମୁଖ୍ୟ କାରଣ   ।  ସହରାଞ୍ଚଳର କଠିନ ଓ ତରଳ ବର୍ଜ୍ୟବସ୍ତୁ ଯୋଗୁଁ ସାରା ପୃଥିବୀରେ ଗୁରୁତ୍ଵପୂର୍ଣ୍ଣ ନଦୀ ଓ ହ୍ରଦ ଜଳ ମାରାତ୍ମକ ଭାବରେ ପ୍ରଦୂଷିତ ହୋଇଛି ତଥା ମଣିଷର ବ୍ୟବହାର ପାଇଁ ଅନୁପଯୁକ୍ତ ହୋଇଛି   । ଆମ ଦେଶର ଗଙ୍ଗା ଓ ଯମୁନା ନଦୀ ଏହାର ମୁଖ୍ୟ ଉଦାହରଣ   । ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁରେ ମୁଖ୍ୟତଃ ବିଘଟନ ଯୋଗ୍ୟ ଜୈବିକ ପଦାର୍ଥମାନ ଥାଏ   । ଏହାର ପ୍ରଭାବରେ ଜଳରେ ଦ୍ରବୀଭୂତ ହୋଇ ରହିଥିବା ଅମ୍ଳଜାନ ସ୍ତର ହ୍ରାସ ପାଏ    । ତରଳ ବର୍ଜ୍ୟବସ୍ତୁରେ ମୁଖ୍ୟତଃ ସୋଡିୟମ , ପୋଟାସିୟମ , କ୍ୟାଲସିୟମ,  ଆମୋନିୟମ , ମ୍ୟାଗନେସିୟମ ପ୍ରଭୁତି ଧାତୁର କ୍ଳୋରାଇଡ , ଫସଫେଟ ଓ କାର୍ବୋନେଟ ପ୍ରଭୁତି ଥାଏ   ।  ଏହା ବ୍ୟତୀତ ସାବୁନ , ବିଭିନ୍ନ ଶୋଧକ , ଫ୍ୟାତି ଏସିଡ  , ଟାଟା ଅନେକ ଅନୁଜୀବ ଇତ୍ୟାଦି ମଧ୍ୟ ଏଥରେ ଥାଏ   । ଆମ ରାଜ୍ୟର ବିଭିନ୍ନ ସହରର ନର୍ଦ୍ଦମା ପାଣି ନଦୀକୁ ଛାଡି ଦିଆଯିବା ଫଳରେ ନଦୀର ତଳ ଅଞ୍ଚଳରେ ବାସ କରୁଥିବା ଲୋକମାନେ ପ୍ରଦୂଷିତ ଜଳ ବ୍ୟବହାର କରି ନାନା ଧରଣର ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି   ।

କୃତ୍ରିମ ଉପାୟରେ ଉତ୍ତପ୍ତ ହେଉଥିବା ଜଳ  :

ବିଦ୍ୟୁତ ଉତ୍ପାଦନ ହେଉଥିବା ଶକ୍ତି କେନ୍ଦ୍ର , ଇସ୍ପାତ କାରଖାନା, ତୈଳ ବିଶୋଧାନାଗାର ଓ ନାଭିକୀୟ ଶକ୍ତି କେନ୍ଦ୍ର ପ୍ରଭୁତିରୁ ଅତ୍ୟନ୍ତ ଉତ୍ତପ୍ତ ଜଳ ସାଧାରଣତଃ ନଦୀ , ହ୍ରଦ ବା ସମୁଦ୍ରକୁ ଛାଡି ଦିଆଯାଏ   ।  ଏହା ଫଳରେ ସେହିସବୁ ଜଳାଶୟର ତାପମାତ୍ରା ସ୍ଥାନୀୟ ଭାବରେ ବୃଦ୍ଧିପାଏ   । ଏହା ଫଳରେ , ଜଳରେ ଦ୍ରବୀଭୂତ ହୋଇଥିବା ଅମ୍ଳଜାନର ପରିମାଣ ହ୍ରାସପାଇ ଜଳଦ ଉଦ୍ଭିଦ ଓ ପ୍ରାଣୀମାନଙ୍କର କ୍ଷତି ଘଟାଏ   ।

ତେଜସ୍କିୟ ବିକିରଣ  :

ପାରମାନବିକ ଉଦ୍ୟୋଗ ମାନଙ୍କରୁ ତରଳ ତେଜସ୍କିୟ ବର୍ଜ୍ୟବସ୍ତୁ ସାଧାରଣତଃ ସମୁଦ୍ର ବା ଅନ୍ୟାନ୍ୟ ଜଳାଶୟମାନଙ୍କରେ ପ୍ରବେଶ କରେ ଏବଂ ସେଗୁଡିକ ସମୁଦ୍ରରୁ ଅନ୍ୟାନ୍ୟ ସ୍ଥାନକୁ ବ୍ୟାପୀଯାଏ   । ଜୀବନ୍ତ ପ୍ରାଣୀ ବା ଉଦ୍ଭିଦମାନଙ୍କ ଦେହରେ ଏହା କର୍କଟ ରୋଗ ସୃଷ୍ଟି ସଙ୍ଗେ ସଙ୍ଗେ ସେମାନଙ୍କର ଗୁଣସୂତ୍ରକୁ ମଧ୍ୟ କ୍ଷତିଗ୍ରସ୍ତ କରେ  ।

ଜଳ ପ୍ରଦୂଷଣର ପ୍ରଭାବ  ;

ଜଳ ପ୍ରଦୂଷଣ ଯୋଗୁଁ ବହୁ ଧରଣର ପ୍ରଭାବ ଦେଖିବାକୁ ମିଳେ   । ସେଗୁଡିକର ମୁଖ୍ୟ ଦିଗ ଗୁଡିକ ଏଠାରେ ଆଲୋଚନା କରାଯାଇଛି   ।

ଅତ୍ୟଧିକ ପୋଷକ :

କୌଣସି ଜଳାଶୟରେ ବହୁକାରଣରୁ ସ୍ଵାଭାବିକ ସ୍ତରଠାରୁ ବହୁଗୁଣ ଅଧିକ ପୋଷକ ମାତ୍ରା ବୃଦ୍ଧି ପାଇପାରେ   ।

ପୋଷକର ଏହି ଅସ୍ଵାଭାବିକ ବୃଦ୍ଧି ଜଳଦ ପ୍ରାଣୀ ଓ ଉଦ୍ଭିଦମାନଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରେ ଓ ସେମାନଙ୍କ ଜୀବନ ବିପଦ ସଙ୍କୁଳ କରେ  ।

ନାଳନର୍ଦମାରେ ଆସୁଥିବା ବିଘଟିତ ଜୈବିକ ପଦାର୍ଥ ଓ କୃଷିକ୍ଷେତ୍ରରୁ ବର୍ଷାଜଳରେ ଧୋଇହୋଇ ଆସୁଥିବା ସାଗର ଅବଶିଷ୍ଟନ ପ୍ରଭୁତି ଅନେକ ସମୟରେ ନିକଟସ୍ଥ ଜଳାଶୟମାନଙ୍କରେ ପ୍ରବେଶ କରି ସେହି ଜଳାଶୟମାନଙ୍କ ପୋଷକର ପରିମାଣ ଆବଶ୍ୟକତା ଅପେକ୍ଷା ବହୁ ପରିମାଣରେ ବୃଦ୍ଧି ଘଟାଇଥାନ୍ତି   । ସ୍ଵାଭାବିକ ଭାବରେ ସେଠାର ପ୍ରଚୁର ପରିମାଣର ଶୈବାଳ ଜାତୀୟ ଉଦ୍ଭିଦ ସୃଷ୍ଟି ହୋଇ ସମଗ୍ର ଜଳାଶୟକୁ ସବୁଜ କରିଦିଅନ୍ତି   ।  ଶୈବାଳ ଓ ଅନ୍ୟାନ୍ୟ ଉଦ୍ଭିଦମାନଙ୍କର ଏହିଭଳି ଶୈବାଳ ବୃଦ୍ଧି ସ୍ଵାଭାବିକ ଭାବରେ ଜଳାଶୟରେ ବିଘଟମାନଙ୍କର ସଂଖ୍ୟା ବୃଦ୍ଧି ପାଇଥାଏ   ।  ଏହି ବିଘଟକମାନେ ଜଳରେ ଦ୍ରବୀଭୂତ ଅମ୍ଳଜାନ ବ୍ୟବହାର କରି ଶୈବାଳମାନଙ୍କର ମୃତ ଦେହକୁ ବିଘଟିତ କରନ୍ତି   । ଏହା ବ୍ୟତୀତ ପ୍ରଚୁର ସଂଖ୍ୟାରେ ସୃଷ୍ଟି ହୋଇଥିବା ଶୈବାଳମାନେ ମଧ୍ୟ ଶ୍ଵାସକ୍ରିୟା ପାଇଁ ଅମ୍ଳଜାନ ଆବଶ୍ୟକ କରନ୍ତି   ।  ଏହି ପ୍ରକ୍ରିୟା ପରିମାଣରେ ଜଳରେ ଦ୍ରବୀଭୂତ ଅମ୍ଳଜାନର ପରିମାଣ କମିଯାଏ ଏବଂ ଏହା ଜଳଚର ପ୍ରାଣୀମାନଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରେ   ।  ଅତ୍ୟଧିକ ପୋଷକର ଉପସ୍ଥିତି ଯୋଗୁଁ ଜଳର ଅମ୍ଳଜାନ ପରିମାଣ ହ୍ରାସ ହେବା ପ୍ରକ୍ରିୟା ଅତ୍ୟଧିକ ପୋଷକ ବା ୟୁଟ୍ରୋଫିକେସନ ବୋଲି କୁହାଯାଏ   ।

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁର ପ୍ରଭାବ  :

କଳକାରଖାନାରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁରେ ମୁଖ୍ୟତଃ ଅମ୍ଳ , କ୍ଷାର , ଓ ଅନ୍ୟାନ୍ୟ ବହୁ  ରାସାୟନିକ ପଦାର୍ଥ ମିଶି ରହିଥାଏ   । ଏହି ରାସାୟନିକ ପଦାର୍ଥଗୁଡିକ ଜଳରେ ମିଶିଲେ ଏହାର ପ୍ରଭାବ PH ପରିବର୍ତ୍ତିତ ହୋଇଯାଏ  ।  ଏହା ଫଳରେ ଜଳଦ ପ୍ରାଣୀମାନେ ନାନାଦି ପ୍ରକାରରେ କ୍ଷତିଗ୍ରସ୍ତ ହୁଅନ୍ତି   ।

କୃଷିକ୍ଷେତ୍ର ଆସୁଥିବା ରାସାୟନିକ ପଦାର୍ଥର ପ୍ରଭାବ  :

ପୂର୍ବରୁ ଆଲୋଚିତ ଡିଡିଟି ମସ୍ତିଷ୍କର କ୍ଷତି ଘଟାଏ ଓ ଯକୃତର କୋଷଗୁଡିକୁ ନଷ୍ଟ କରେ   ।  ଏହାଛଡା ଡିଡିଟିର ପ୍ରଭାବରେ ଅପେକ୍ଷାକୃତ କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀମାନଙ୍କର ଯକୃତର ଆକାର ବୃଦ୍ଧି ହୁଏ   । ଡିଡିଟି ଚଢେଇମାନଙ୍କର ପ୍ରଜନନ ପାଇଁ ଆବଶ୍ୟକ ବହୁ ହରମୋନକୁ ନଷ୍ଟ କରିବା ସଙ୍ଗେ ସଙ୍ଗେ ବହୁ ପ୍ରାଣୀଙ୍କର ପ୍ରଜନନ କ୍ଷମତା ହ୍ରାସ କରାଏ   ।  ଡିଡିଟି ଭଳି ଅନ୍ୟାନ୍ୟ ଧରଣର କୀଟନାଶକ ପଦାର୍ଥ ହୃତପିଣ୍ଡ ରୋଗ  , ମୁଣ୍ଡବ୍ୟଥା  , ବାନ୍ତି , ଦୁର୍ବଳତା ତଥା ମାଂସପେଶୀଗୁଡିକର କାର୍ଯ୍ୟ କ୍ଷମତା ହ୍ରାସ କରୁଥିବା କଥା ପ୍ରମାଣିତ ହୋଇଛି   ।

ଧାତୁ ପ୍ରଦୂଷକମାନଙ୍କର ପ୍ରଭାବ   :

ପୂର୍ବରୁ ଅବତାରଣା କରାଯାଇଛି ଯେ ଭାରୀ ଧାତୁଗୁଡିକର ବାୟୋମ୍ୟାଗନିଓଫିକେନର କ୍ଷମତା ରହିଛି   । ପାରଦ ପ୍ରଦୂଷଣ ଫଳରେ ପ୍ରାଣୀମାନଙ୍କର ସ୍ନାୟୁ ମଧ୍ୟ ପ୍ରଭାବିତ ହୁଏ   ।  ଆଖିକୁ ଭଲଭାବରେ ଦେଖାନଯିବା ,ଓଠ , ହାତଗୋଡ ଓ ମାଂସପେଶୀ ଠିକଭାବରେ କାମ ନ କରିବା ପ୍ରଭୁତି ମଧ୍ୟ ପାରଦ ପ୍ରଦୂଷଣର ପରିମାଣ    । ସୀମା ପ୍ରଦୂଷଣ ମଧ୍ୟ ମସ୍ତିସ୍କକୁ କ୍ଷତିଗ୍ରସ୍ତ କରେ ଏବଂ କ୍ୟାଲସିୟମ ପ୍ରଦୂଷଣ ସ୍ନାୟୁ   , ଫୁସଫୁସ ଓ ହାଡକୁ କ୍ଷତିଗ୍ରସ୍ତ କରେ   । ଆରସେନିକ ପ୍ରଦୂଷଣ ଫଳରେ ଫୁସଫୁସ ଓ ଚର୍ମ କର୍କଟ ରୋଗ ହୁଏ   । ଏହା ବ୍ୟତୀତ ଆରସେନିକ ପ୍ରଦୂଷଣ ଫଳରେ ଫୁସଫୁସ ଓ ଚର୍ମ କର୍କଟ ରୋଗ ହୁଏ   ।  ଏହା ବ୍ୟତୀତ ଆରସେନିକ ପ୍ରଦୂଷଣ ସ୍ନାୟୁକୁ ମଧ୍ୟ ପ୍ରଭାବିତ କରିଥାଏ   । ଏହିଭଳି ଭାବରେ ବିଭିନ୍ନ ଭାରୀଧାତୁ ପ୍ରଦୂଷଣ ମଣିଷ ପାଇଁ ମାରାତ୍ମକ ସମସ୍ୟା ସୃଷ୍ଟି କରେ   ।

ଜଳ ପ୍ରଦୂଷଣ ନିୟନ୍ତ୍ରଣ

ଜଳ ପ୍ରଦୂଷଣ ପାଇଁ ନିମ୍ନଲିଖିତ ପଦକ୍ଷେପମନ ଗ୍ରହଣ କରାଯିବା ଏକାନ୍ତ ଆବଶ୍ୟକ   ।

  1. I.            ଜଳ ପ୍ରଦୂଷଣ ନିୟନ୍ତ୍ରଣ କରିବା ପ୍ରଣିତ ଆଇନକୁ କଡାକଡି ଭାବରେ ଲାଗୁ କରିବା ଆବଶ୍ୟକ   ।
  2. II.            ପାନୀଯ ଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ନଳକୂପ ଖନନ କରାଯିବା ଆବଶ୍ୟକ ସହରାଞ୍ଚଳର ମ୍ୟୁନିସିପାଲଟି ମାନଙ୍କ ଦ୍ଵାରା ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ଜଳକୁ ଉପଯୁକ୍ତ ଭାବରେ ବିଶୋଧନ କରାଜବା ଏବଂ ଏହାର ଗୁଣାତ୍ମକ ମାନକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଆକଳନ କରାଯିବା ଆବଶ୍ୟକ   ।
  3. III.            ସହରାଞ୍ଚଳ ବର୍ଜ୍ୟବସ୍ତୁ ତଥା ନାଳନର୍ଦ୍ଦମା ଜଳକୁ ବିଶୋଧନ କରିବା ପାଇଁ ବର୍ଜ୍ୟବସ୍ତୁ ବିଶୋଧନ କେନ୍ଦ୍ର ପ୍ରତିଷ୍ଠା କରାଯିବା ଆବଶ୍ୟକ   ।
  4. IV.            କଳକାରଖାନାରୁ ନିର୍ଗତ ହେଉଥିବା ବିଷକ୍ତ ତରଳ ଓ କଠିନ ବର୍ଜ୍ୟବସ୍ତୁକୁ ନଦୀ , ହ୍ରଦ ବା ସମୁଦ୍ର ମଧ୍ୟକୁ ଛଡାଯିବା ପୂର୍ବରୁ ସଠିକ ପଦ୍ଧତିରେ ବିଶୋଧନ କରାଯିବା ଆବଶ୍ୟକ   ।
  5. V.            ଏହା ବ୍ୟତୀତ ସହରାଞ୍ଚଳରୁ ନିର୍ଗତ ହେଉଥିବା ନାଳନର୍ଦ୍ଦମା ପାଣିକୁ ମଧ୍ୟ ବିଶେଷ ଭାବରେ ନିର୍ମିତ ଅଳ୍ପ ଗଭୀର ପୋଖରୀମାନଙ୍କରେ କିଛିଦିନ ପାଇଁ ସଞ୍ଚୟ କରି ରଖାଯାଏ   ।  ଏଗୁଡ଼ିକୁ ଜାରଣ ଏବଂ ସ୍ଥିରୀକରଣ ପୋଖରୀ କୁହାଯାଏ   ।  କିଛି ଦିନ ମଧ୍ୟରେ ସୂର୍ଯ୍ୟାଲୋକ ଯୋଗୁଁ ଏହି ପୋଖରୀରେ ଯଥେଷ୍ଟ ପରିମାଣରେ ଶୈବାଳ ଓ ଜୀବାଣୁ ସୃଷ୍ଟି ହୁଅନ୍ତି  ।  ଏହା ଫଳରେ ଜଳ ବିଶୋଧନ ହୁଏ  ।  ଏହା ଜଳ ଜଳସେଚନ ପାଇଁ ଅତ୍ୟନ୍ତ ଉପାଦେୟ   ।
  6. VI.            ଚୂନ ଓ ବ୍ଲିଚିଂ ପାଉଡର ଦ୍ଵାରା ମଧ୍ୟ ଦୂଷିତ ଜଳକୁ ବିଶୋଧନ କରାଯାଇପାରିବ   ।
  7. VII.            ସର୍ବୋପରି ଜଳ ପ୍ରଦୂଷଣ ରୋକିବା ପାଇଁ ଜନସଚେତନତା ସୃଷ୍ଟି କରାଯିବା ସଙ୍ଗେ ସଙ୍ଗେ ବିଶୁଦ୍ଧ ପାନୀୟ ଜଳର ବ୍ୟବହାରର ଉପାଦେୟତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବା ଆବଶ୍ୟକ   ।

ଏଥିପାଇଁ ସାଧାରଣତଃ ୩ ପ୍ରକାର ଉପାୟ ଅବଲମ୍ବନର କରାଯାଇଥାଏ   । ପ୍ରଥମେ ଏହି ଜଳରେ ଥିବା କଠିନ ପଦାର୍ଥଗୁଡିକ ଜନ୍ତ୍ର ଚାଳିତ ଚାଲୁଣୀରୁ ଛାଣି ଅଲଗା କରିଦିଆଯାଏ   ।  ଏହାକୁ ପ୍ରାଥମିକ ବିଶୋଧନ ପଦ୍ଧତି କୁହାଯାଏ  । ଏହାପରେ ତରଳ ବର୍ଜ୍ୟବସ୍ତୁଗୁଡିକୁ ଏକ ଟାଙ୍କିରେ ସ୍ଥିର ଭାବରେ କିଛି ସମୟ ଛାଡି ଦିଆଯାଏ   ।  ଏହା ଫଳରେ ଏହି ଆବର୍ଜନାଗୁଡିକ ପରିଚାଳନା ପାଇଁ ସ୍ଵତନ୍ତ୍ର ଭାବରେ ନିର୍ମିତ ବିଭିନ୍ନ ପ୍ରକାର ପଥରର ଶଯ୍ୟା ଉପରେ ଦେଇ ଏହାକୁ ଯିବାକୁ ଦିଆଯାଏ ।  ଏଠାରେ ବର୍ଜ୍ୟବସ୍ତୁ ଗୁଡିକର ତୁରନ୍ତ ବିଘଟନ ପାଇଁ ଜୀବାଣୁମାନଙ୍କ ଦ୍ଵାରା ଏହାର ବିଶୋଧନ କରାଯାଏ   ।  ଏହା ଜୈବନିମ୍ନୀକରଣଯୋଗ୍ୟ ବସ୍ତୁଗୁଡିକର ତୁରନ୍ତ ବିଘଟନ ପାଇଁ ଜୀବାଣୁମାନଙ୍କ ଦ୍ଵାରା ଏହାର ବିଶୋଧନ କରାଯାଏ  ।  ଏହା ଫଳରେ ବର୍ଜ୍ୟବସ୍ତୁର ଶତକଡା ୯୦ ଭାଗରୁ ଅଧିକ ଜୈବନିମ୍ନିକରଣଯୋଗ୍ୟ ପ୍ରଦୂଷକ ଦୂର ହୁଏ   ।  ଏହାକୁ ଦ୍ଵିତୀୟସ୍ତରର ବିଶୋଧନ ପଦ୍ଧତି କୁହାଯାଏ  ।  ଏହାପରେ ଅନ୍ୟାନ୍ୟ ଶିଳ୍ପଜାତ ଆବର୍ଜନାକୁ ଶୋଧକ ଧାତବ ଆୟନ   , ନାଇଟ୍ରେଟ ଏବଂ କୀଟନାଶକଗୁଡିକ ଦୂର କରିବାପାଇଁ ଏହାର ଅଙ୍ଗାରଶଯ୍ୟା ମଧ୍ୟ ଦେଇ ଛିଡାଯାଏ   ।  ଏହା ହେଉଛି ତୃତୀୟ ସତ ବିଶୋଧକ ପଦ୍ଧତି   ।

ଜଳ ବିଶୋଧନ  :

ସାଧାରଣତଃ ଆମେ ବର୍ଷାଜଳ , ନଦୀ ପୋଖରୀ ବା ଦ୍ରହର ଜଳ ତଥା କୂଅ ଓ ନଳକୂପର ଜଳ ପାନୀୟ ଜଳଭାବରେ ବ୍ୟବହାର କରିଥାଉ   । ଏହା ବ୍ୟତୀତ ଏହି ଜଳକୁ ମଧ୍ୟ ଆମେ ନାନାଦି ପ୍ରକାର ଗୃହକାର୍ଯ୍ୟ ପାଇଁ ବ୍ୟବହାର କରୁ   । ମାତ୍ର ଆପାତତଃ ବିଶୁଦ୍ଧ ମାନେ ହେଉଥିଲେ ମଧ୍ୟ ଏହି ଜଳରେ ପ୍ରାୟ ନାନା ପ୍ରକାରର ଦୂଷିତ ପଦାର୍ଥ ମିଶି ରହିଥାଏ   ।  ସେଥିପାଇଁ ବ୍ୟବହାର କରିବା ପୂର୍ବରୁ ଏହି ଜଳକୁ ଭଲ ଭାବରେ ବିଶୋଧନ କରାଯିବା ଆବଶ୍ୟକ   । ସହରାଞ୍ଚଳମାନଙ୍କରେ ଜଳ ଯୋଗାଣ ପୂର୍ବରୁ ଜଳ ବିଶୋଧନ ପାଇଁ ସାଧାରଣତଃ ନିମ୍ନଲିଖିତ ପଦକ୍ଷେପମାନ ଗ୍ରହଣ କରାଯାଏ  ।

ଜଳ ବିଶୋଧନ  :

ସାଧାରଣତଃ ଆମେ ବର୍ଷାଜଳ , ନଦୀ ପୋଖରୀ ବା ହ୍ରଦର ଜଳ ତଥା କୂଅ ଓ ନଳକୂଅର ଜଳ ପାନୀୟ ଜଳଭାବରେ ବ୍ୟବହାର କରିଥାଉ   ।  ଏହା ବ୍ୟତୀତ ଏହି ଜଳକୁ ମଧ୍ୟ ଆମେ ନାନାଦି ପ୍ରକାର ଗୃହକାର୍ଯ୍ୟ ପାଇଁ ବ୍ୟବହାର କରୁ   ।  ମାତ୍ର ଆପାତତଃ ବିଶୁଦ୍ଧ ମନେ ହେଉଥିଲେ ମଧ୍ୟ ଏହି ଜଳରେ ପ୍ରାୟ ନାନା ପ୍ରକାରର ଦୂଷିତ ପଦାର୍ଥ ମିଶି ରହିଥାଏ  ।  ସେଥିପାଇଁ ବ୍ୟବହାର କରିବା ପୂର୍ବରୁ ଏହି ଜଳକୁ ଭଲ ଭାବରେ ବିଶୋଧନ କରାଯିବା ଆବଶ୍ୟକ   ।  ସହରାଞ୍ଚଳମାନଙ୍କରେ ଜଳ ଯୋଗାଣ ପୂର୍ବରୁ ଜଳ ବିଶୋଧନ ପାଇଁ ସାଧାରଣତଃ ନିମ୍ନଲିଖିତ ପଦକ୍ଷେପମାନ ଗ୍ରହଣ କରାଯାଏ   ।

(କ) ପ୍ରଥମେ ବିଶୋଧନ ପାଇଁ ଉଦ୍ଧିଷ୍ଟ ଜଳକୁ ବଡ ବଡ ଖୋଲା ଟାଙ୍କିରେ ୨୪ ଘଣ୍ଟା ସ୍ଥିର ଭାବରେ ଛାଡି ଦିଆଯାଏ   ।  ଏହାଫଳରେ ଜଳରେ ଅବସ୍ଥିତ ଥିବା ଦୂଷିତ ପଦାର୍ଥଗୁଡିକ ଟାଙ୍କି ତଳେ ବସିଯାଏ  ।  ଏହି ସମୟରେ ଜଳରେ ଥିବା କ୍ଷୁଦ୍ର ଜଳଦ ଉଦ୍ଭିଦ ଆଲୋକ ସଂଶ୍ଳେଷଣ କରି ଅମ୍ଳଜାନ ଗ୍ୟାସ ନିର୍ଗତ କରନ୍ତି   ।  ଜଳରେ ଥିବା ଜୀବାଣୁମାନେ ଏହି ଅମ୍ଳଜାନକୁ ବ୍ୟବହାର କରି ଜୈବିକ ଦୂଷିତ ପଦାର୍ଥଗୁଡିକ ନଷ୍ଟ କରିଦିଅନ୍ତି   ।

(ଖ) ଏହାପରେ ଏହି ଜଳରୁ ବିଭିନ୍ନ ମାପର ବାଲି ଶଯ୍ୟା ଉପରେ ଦେଇ ଛାଡି ଦିଆଯାଏ  ।  ଏହି ଜଳ ବାଲି ଶଯ୍ୟା ମଧ୍ୟ ଦେଇ ଗତିକଳା ପରେ ଏକ ନଳା ଦେଇ ସଂଗୃହିତ ହୁଏ   ।  ଏହାପରେ ଏହି ଜଳକୁ ପୁଣିଠାରେ ଟାଙ୍କିରେ ସଂଗ୍ରହକରି ୨୪ ଘଣ୍ଟା ଛାଡି ଦିଆଯାଏ   ଓ ଏଥିରେ ଫିଟିକିରି ଓ ଅନ୍ୟାନ୍ୟ ବିଶୋଧକ ପକାଯାଏ   । ଏଠାରେ ବଳକା ଦୂଷିତ ପଦାର୍ଥଗୁଡିକ ତଳେ ବସିଗଲାପରେ ଉପର ଜଳକୁ ପୁନର୍ବାର ବାଲିଶଯ୍ୟା ଉପରେ ଛାଡି ଦେଇ ଆଉ ଏକ ନଳା ଦ୍ଵାରା ସଂଗ୍ରହ କରାଯାଏ  ।

(ଗ) ଏହି ଜଳକୁ କ୍ଳୋରିନରେ ବିଶୋଧନ କରାଯାଏ   ।  ଏହା ଫଳରେ କ୍ଷତିକାରକ ଅଣୁଜୀବ ମାନଙ୍କୁ ଜଳରୁ ଦୂର କରାଯାଏ ଏବଂ ଲୌହ , ମାଙ୍ଗାନିଜ ଓ ହାଇଡ୍ରୋଜେନ ସଲଫାଇଡ ପ୍ରଭୁତିକୁ ଜାରଣ କରି ଜଳ ସଂପୂର୍ଣ୍ଣ ଭାବରେ ବିଶୋଧନ କରିବା ସଙ୍ଗେ ସଙ୍ଗେ ଏହାର ଦୁର୍ଗନ୍ଧ ଦୂର କରେ   । କ୍ଳୋରିନ ଦ୍ଵାରା ବିଶୋଧନ ସହିତ ଓଜୋନ , ଅତିବାଇଗଣି ରଶ୍ମୀ ଇତ୍ୟାଦି ମଧ୍ୟ ବ୍ୟବହାର କରି ଜଳର ସଂପୂର୍ଣ୍ଣ ବିଶୋଧନ ସମ୍ଭବ ହୋଇପାରେ   ।

ଏହା ବ୍ୟତିତ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ସ୍ୱଳ୍ପ ପରିମାଣ ଜଳ ବିଶୋଧ ପାଇଁ ମଧ୍ୟ ନାନାଦି ଉପାୟ ଗ୍ରହଣ କରାଯାଏ   ।  ଜଳ ବିଶୋଧନ ସବୁଠାରୁ ସହଜ ଉପାୟ ହେଉଛି ଏହାକୁ ଫୁଟାଇବା ପରେ ଥଣ୍ଡାକରି ପାନୀୟ ଜଳ ଭାବରେ ବ୍ୟବହାର କରିବା   ।  ଏହାଦ୍ଵାରା ଜଳ ଜୀବାଣୁ ସମେତ ଅନ୍ୟାନ୍ୟ ଅଣୁଜୀବମାନଙ୍କର ଡିମ୍ବ ଓ ଲାର୍ଭା ଇତ୍ୟାଦିରୁ ମୁକ୍ତ ହୁଏ   ।  ଏହା ଦ୍ଵାରା ଜଳର ଖରତ୍ଵ ମଧ୍ୟ ହ୍ରାସ ହୁଏ  । ଏହା  ସଙ୍ଗେ ସଙ୍ଗେ ଏହାକୁ ପାନୀୟ ଭାବରେ ବ୍ୟବହାର କରିବାର ଆବଶ୍ୟକତା ଥିଲେ ଜଳ ବିଶୋଧନ ପାଇଁ ଆୟୋଡିନ ମଧ୍ୟ ବ୍ୟବହାର କରାଯାଇପରେ   । ମାତ୍ର ଏହା ତୁଳନାତ୍ମକ ଭାବରେ ଅଧିକ ବ୍ୟୟସାପେକ୍ଷ ହୋଇଥିବାରୁ ସାଧାରଣତଃ ଏହି ଉପାୟ ଅବଲମ୍ବନ କରାଯାଏ ନାହିଁ   ।  ଜଳ ବିଶୋଧନ ପାଇଁ କ୍ଳୋରିନ ସବୁଠାରୁ ଅଧିକ ବ୍ୟବହୃତ ହୁଏ   ।  ସାଧାରଣତଃ କ୍ଳୋରିନକୁ ବିଚିଂ ପାଉଡର ଭାବେ ହିଁ ବ୍ୟବହାର କରାଯାଏ   ,  ଏହାଛଡା ବଟିକା ଆକାରର ମଧ୍ୟ ଏହା ବଜାରରେ ମିଳେ   ।  ଏସବୁ ବ୍ୟତୀତ ଧନୀ ଲୋକମାନଙ୍କର ଜଳ ବିଶୋଧନ ପାଇଁ ବର୍ତ୍ତମାନ ବଜାରରେ ବହୁ ପ୍ରକାରର ଆଧୁନିକ ଜଳବିଶୋଧନ ଯନ୍ତ୍ର ମଧ୍ୟ ଉପଲ୍ଲବ୍ଧ ହେଉଛି   ।

ପତିତ ଜଳ ପରିଚାଳନା :

ଆମେ ଦୈନନ୍ଦିନ ବହୁ ପରିମାଣରେ ଜଳ ଅକାରଣରେ ନଷ୍ଟ କରୁ   ।  ଘରୋଇ ବ୍ୟବହାର ବେଳେ ପାଣି କାଳ ଠିକ ଭାବରେ ବନ୍ଦ ନ କରିବା , ଘରେ ଅନାବଶ୍ୟକ ପରିମାଣ ଜଳ ବ୍ୟବହାର କରିବା, ସଠିକ ଜଳ ସଂଗ୍ରହ ନ କରିବା ଏବଂ କୃଷି କ୍ଷେତ୍ରରେ ଅନାବଶ୍ୟକ ପରିମାଣର ଜଳ ବ୍ୟବହାର କରିବା ଫଳରେ ହିଁ ପ୍ରତିଦିନ ଲକ୍ଷ ଲକ୍ଷ ଗ୍ୟାଲନ ଜଳନଷ୍ଟ ହୋଇଯାଏ   । ପିଇବା ପାଣି ସଙ୍କଟ ସୃଷ୍ଟି ହେଉଥିବା ଯୋଗୁଁ ଏହାର ସୁପରିଚାଳନା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ   ।  ବ୍ୟବହାର ପାଇଁ ମିଳୁଥିବା ଜଳର ସୁପରିଚାଳନା ପାଇଁ ପ୍ରଥମତଃ   । ପ୍ରତ୍ୟେକ ବ୍ୟକ୍ତି ତାଙ୍କର ଜଳଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ହେବ   ।  ଏହା ବ୍ୟତିତ ବିଘାନ ସମ୍ମତ ଉପାୟରେ ଜଳ ସଞ୍ଚୟ କରିବା , ନାଳନର୍ଦ୍ଦମା ଜଳକୁ କୃଷି ପାଇଁ ଉପଯୁକ୍ତ ଭାବରେ ବିଶୋଧନ କରି କୃଷିକ୍ଷେତ୍ର ଓ କଳକାରଖାନାରେ ତା ପୁନଃ ବ୍ୟବହାର କରିବା ଇତ୍ୟାଦି ପଦକ୍ଷେପ ପାନୀୟ ଜଳ ନଷ୍ଟ ପରିମାଣକୁ କମ କରିପାରିବ   । ଏଠାରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ବର୍ଷାଜଳକୁ ଅଟକାଇ ରାଖୀ ଭୂତଳଜଳ ସ୍ତରକୁ ଊର୍ଦ୍ଦ୍ଵଗାମୀ କରାଇବା   ।  ପାନୀୟ ଜଳ ପାଇଁ ଭୂତଳ ଜଳ ଉପରେ ହିଁ ସାରା ପୃଥିବୀର ଅଧିକାଂଶ ଲୋକ ନିର୍ଭର କରୁଥିବାରୁ ଭୂତଳ ଜଳସ୍ତର ଧୀରେ ଧୀରେ ନିମ୍ନଗାମୀ ହେଉଛି   । ବିଶେଷ କରି ବଡ ବଡ ସହରରେ ଭୂତଳ ଜଳସ୍ତର ଦ୍ରୁତ  ନିମ୍ନଗାମୀ ହେବାରୁ ସେସବୁ ସ୍ଥାନ ଗୁରୁତର ଜଳ ସଙ୍କଟ ସୃଷ୍ଟି ହେଉଛି   ।  ଏହାର ମୁକାବିଲା ପାଇଁ ପୋଖରୀ , ଚୁହା ଓ ବର୍ଷାଜଳକୁ ଅଟକାଇ ରଖିବାପାଇଁ ଉଦ୍ଦିଷ୍ଟ ବିଭିନ୍ନ ବନ୍ଧ ନିର୍ମାଣ କରି ବର୍ଷାଜଳକୁ ଅଟକାଇ ରଖାଯିବା ଆବଶ୍ୟକ   ।  ଏହା ଫଳରେ ଭୂତଳ ଜଳସ୍ତର ଉର୍ଦ୍ଧ୍ଵଗାମୀ ହେବା ସଙ୍ଗେ ସଙ୍ଗେ ଏହି ଜଳକୁ ଘରୋଇ କାମରେ ବା ଚାଷକାମରେ ମଧ୍ୟ ବ୍ୟବହାର କରାଯାଇପାରିବ   ।  ଅଧିକ ବର୍ଷା ହେଉଥିବା ଅଞ୍ଚଳମାନଙ୍କୁ ବର୍ଷାଜଳକୁ ସ୍ୱଳ୍ପ ବୃଷ୍ଟି ହେଉଥିବା ସ୍ଥାନମାନଙ୍କୁ ପ୍ରବାହିତ କରିବା ପାଇଁ ସ୍ଥଳବିଶେଷରେ ପରିବେଶିକ ଦିଗଗୁଡିକ ବିଚାରକୁ ନେଇ କେନାଲ ଆଦି ଖନନ କରାଯିବା ମଧ୍ୟ ଆବଶ୍ୟକ   ।

ସର୍ବୋପରି ସମୁଦ୍ର ଜଳକୁ ମଧୁର ଜଳରେ ପରିଣତ କରିବା ପାଇଁ ସୌରଚାଳିତ ଯନ୍ତ୍ରର ବ୍ୟବହାର କରାଯିବା ଆବଶ୍ୟକ   ।  ଏହାଦ୍ଵାରା ଖୁବ କମ ଖର୍ଚ୍ଚରେ ବିଶୁଦ୍ଧ ପାନୀୟ ଜଳ ଜନସାଧାରଣଙ୍କୁ ଯୋଗାଇ ଦେଇ ହେବ   ।  ଜଳର ପରିଚାଳନା ପାଇଁ ମୁଖ୍ୟତଃ ଉପରୋକ୍ତ ପଦକ୍ଷେପଗୁଡିକ ଗ୍ରହଣ କରି ଆମେ ଜଳର ଅପବ୍ୟବହାର ହ୍ରାସ କରି ଆଗାମୀ ପ୍ରଜନ୍ମ ଜଳ ସଞ୍ଚୟ କରିପାରିବା   ।

ମୃତ୍ତିକା ପ୍ରଦୂଷଣ

ମୃତ୍ତିକା ହେଉଛି ଅନ୍ୟତମ ମୂଲ୍ୟବାନ ପ୍ରାକୃତିକ ସମ୍ପଦ   ।  ପୃଥିବୀ ବହିଃଭାଗର ସବୁଠାରୁ ଉପର ଅଂଶଟିକୁ ମୃତ୍ତିକା କୁହାଯାଏ ଏବଂ ଲକ୍ଷ ଲକ୍ଷ ବର୍ଷ ଧରି ଚାଲିଥିବା ପ୍ରାକୃତିକ ପ୍ରକ୍ରିୟା ଫଳରେ ଏହା ସୃଷ୍ଟି ହୋଇଛି  ।  ଭୂପୃଷ୍ଟର ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଏହା ଉପରେ ନିର୍ଭର କରି ବଞ୍ଚେ  ରହିଛନ୍ତି   ।  ନାନାଦି କାରଣରୁ ବାୟୁ ଓ ଜଳ ଭଳି ମୃତ୍ତିକା ମଧ୍ୟ ପ୍ରଦୂଷିତ ହୋଇ ଉଭୟ ପ୍ରାଣୀ ଉଦ୍ଭିଦମାନଙ୍କ ପାଇଁ ସଙ୍କଟ ଜନକ ପରିସ୍ଥିତି ସୃଷ୍ଟି କରୁଛି   ।

ମୃତ୍ତିକା ପ୍ରଦୂଷଣ ଉତ୍ସ  : ଘରୋଇ ବ୍ୟବହାର ପରେ ଆମେ ବାହାରେ ଫିଙ୍ଗି ଦେଉଥିବା ଅନେକ ଜିନିଷ ମୃତ୍ତିକା ପ୍ରଦୂଷଣ ପାଇଁ ଦାୟୀ ଛିଣ୍ଡାକାଗଜ , ଭଙ୍ଗା ଗ୍ଲାସ, ପ୍ଲାଷ୍ଟିକ ବୋତଲ   , ଭଙ୍ଗା କପପ୍ଳେଟ , ପାରିବା ଚୋପା ଇତ୍ୟାଦି ଦ୍ଵାରା ଆମ ଅଜାଣତରେ ମୃତ୍ତିକା ପ୍ରଦୂଷଣ ହୁଏ   ।  ସେହିଭଳି ମ୍ୟୁନିସପାଲିଟିର ନାଳନର୍ଦମା ଓ କଠିନ ବର୍ଜ୍ୟବସ୍ତୁ  , କଂସେଇଖାନାର ବର୍ଜ୍ୟବସ୍ତୁ , ଇତଃସ୍ତତ ହୋଇ ରହୁଥିବା ଅନେକ ପ୍ରକାରର ଧାତବ ପଦାର୍ଥ ଇତ୍ୟାଦି ମଧ୍ୟ ମୃତ୍ତିକାକୁ ଗୁରୁତର ଭାବରେ ପ୍ରଦୂଷିତ କରେ   ।  ଏହା ସହିତ ହାସପାତାଳମାନଙ୍କରୁ ନିର୍ଗତ ହେଉଥିବା ତରଳ ଓ କଠିନ ବର୍ଜ୍ୟବସ୍ତୁ  ମଧ୍ୟ ମୃତ୍ତିକା ପ୍ରଦୂଷଣ ପାଇଁ ବହୁପରିମାଣରେ ଦାୟୀ   ।  ମୃତ୍ତିକା ପ୍ରଦୂଷଣ କ୍ଷେତ୍ରରେ କୃଷିକ୍ଷେତ୍ରରୁ ବାହାରୁଥିବା ବର୍ଜ୍ୟବସ୍ତୁ ସବୁଠାରୁ ମାରାତ୍ମକ ଭୂମିକା ଗ୍ରହଣ କରେ  ।  ଡିଡିଟି ଆଲତ୍ରିନ ,ଏନଡ୍ରିନ , ମାଲାଥିଅନ ପ୍ରଭୁତି ହେଉଛି ଆମ ଦେଶରେ ସବୁଠାରୁ ଅଧିକ ବ୍ୟବହୃତ ପୋକମରା ଔଷଧ  ।ଏସବୁ ବ୍ୟତୀତ ଡାଇନାଇଟ୍ରୋ କମ୍ଫାଉଣ୍ଡ , ମୋନୁରାନ ଇତ୍ୟାଦି ମଧ୍ୟ ଅନାବଶ୍ୟକ ଗୁଳ୍ମଗୁଡିକୁ ମରିବା ପାଇଁ କୃଷିକ୍ଷେତ୍ରରେ ବହୁଳ ଭାବ ବ୍ୟବହାର କରାଯାଏ   ।  ଏସବୁ ସହିତ ଖଣି ଖୋଦନ ଓ କ୍ଷଣୀରୁ ବିଭିନ୍ନ ପ୍ରକାରର ଖଣିଜ ସମ୍ପଦ ଉତ୍ତୋଳନ ସମୟରେ ମଧ୍ୟ ମୃତ୍ତିକା ପ୍ରଦୂଷିତ ହୁଏ   ।  କଳକାରଖାନାରୁ ନିର୍ଗତ ହେଉଥିବା ସଲଫର ଡାଇଅକସାଇଡ ଓ ନାଇଟ୍ରିକ ଅକସାଇଡ ଭଳି ଗ୍ୟାସ ବର୍ଷା ଜରିଆରେ ଭୂପୃଷ୍ଟକୁ ଆସେ ଏବଂ ମୃତ୍ତିକା ପ୍ରଦୂଷଣ କରେ   ।  ଏକ୍ଷେତ୍ରରେ ତେଜସ୍କ୍ରିୟ ଧାତୁମାନଙ୍କର ଭୂମିକା ମଧ୍ୟ କମ ନୁହେଁ   ।  ପାରମାନବିକ ଶକ୍ତିକେନ୍ଦ୍ର , ପ୍ରୟୋଗସଲା , ପରମାନବିକ ପରୀକ୍ଷଣ ଇତ୍ୟାଦି ଫଳରେ ମଧ୍ୟ ମୃତ୍ତିକା ପ୍ରଦୂଷିତ ହୁଏ   ।

ମୃତ୍ତିକା ପ୍ରଦୂଷଣର ପ୍ରଭାବ
ମୃତ୍ତିକା ପ୍ରଦୂଷଣର ମଣିଷ ସମାଜ ପାଇଁ ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଏହା ଫଳରେ ଜଳ ଓ ବାୟୁ ମଧ୍ୟ ପ୍ରକାରାନ୍ତେ ପ୍ରଦୂଷିତ ହୁଏ  । ପ୍ରଦୂଷଣ ଫଳରେ ମୃତ୍ତିକାର ଉତ୍ପାଦିକା ଶକ୍ତି ହ୍ରାସ ହେବା ଫଳରେ ଖାଦ୍ୟଶସ୍ୟର ଉତ୍ପାଦନ କମି ଯାଉଛି   ।  ଏହାର ମୁକାବିଲା ପାଇଁ କୃଷି କ୍ଷେତ୍ରରେ ଅଧିକ ରୁ ଅଧିକ ସାର ଓ କୀଟନାଶକ ଔଷଧର ବ୍ୟବହାର ହେବା ଫଳରେ ମୃତ୍ତିକା ଆହୁରି ପ୍ରଦୂଷିତ ହେଉଛି  ।  ଏହି ପ୍ରକ୍ରିୟାରେ ବର୍ତ୍ତମାନ ସାରା ଦେଶର କୃଷି ଅଧିକ ପରିମାଣରେ ସାର ଉପରେ ନିର୍ଭରଶୀଳ ହୋଇପଡିବାର କୃଷିଜାତ ଦ୍ରବ୍ୟ ଉତ୍ପାଦନର ବର୍ତ୍ତମାନ ସାରା ଦେଶର କୃଷି ଅଧିକ ପରିମାଣରେ ସାର ଉପରେ ନିର୍ଭର କରେ  । କୃଷିଜାତ ଦ୍ରବ୍ୟ ଉତ୍ପାଦନର ମୂଲ୍ୟବୃଦ୍ଧି ଘଟୁଛି ଏବଂ ଏହାକୁ କ୍ରୟ କରିବା ସାଧାରଣ ଲୋକପକ୍ଷରେ ସହଜ ହେଉନାହିଁ   ।  ଆହୁରି ମଧ୍ୟ କୃଷକମାନେ ସେମାନଙ୍କ ଦ୍ଵାରା ଉତ୍ପନ୍ନ ଖାଦ୍ୟଶସ୍ୟର ଉଚିତ ମୂଲ୍ୟ ନ ପାଇ ସର୍ବସାନ୍ତ ହେଉଛନ୍ତି   ।

ମୃତ୍ତିକା ପ୍ରଦୂଷଣର ନିୟନ୍ତ୍ରଣ   :

ମୃତ୍ତିକା ପ୍ରଦୂଷଣକୁ ସର୍ବନିମ୍ନ ସ୍ତରରେ ରୋକିବା ପାଇଁ ହେଲେ ଉପରେ ବର୍ଣ୍ଣନା କରାଯାଇଥିବା ସମସ୍ତ ପ୍ରଦୂଷଣକାରୀ ବାହକଗୁଡିକର ସୁରକ୍ଷିତ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଜିବା ଆବଶ୍ୟକ   ।  ମୃତ୍ତିକାର ନିରାପଦ ବ୍ୟବହାରକୁ ଦ୍ରୁଷ୍ଟିରେ ରଖି ସହରୀକାରଣ ଓ ଶିଳ୍ପାୟନକୁ ଯୋଜନାବଦ୍ଧ ଭାବରେ କରାଯିବା ଆବଶ୍ୟକ   ।  ବିଘଟିତ ହେଉନଥିବା ବର୍ଜ୍ୟବସ୍ତୁ , ମୁଖ୍ୟତଃ ପ୍ଲାଷ୍ଟିକ ଓ ପଲିଥିନ ନିର୍ମିତ ଜିନିଷଗୁଡିକର ପୁନଃ ବ୍ୟବହାର ପାନ ଉଦ୍ୟମ ହେବା ଆବଶ୍ୟକ   ।  କୃଷିକ୍ଷେତ୍ରରେ କୃତିମ ସାରା ଓ ପୋକମରା ଔଷଧର ବହୁଳ ବ୍ୟବହାର ପରିବର୍ତ୍ତେ କମ୍ପୋଷ୍ଟ କ୍ଷତ ଏବଂ ରୋଗପୋକର ଜୈବିକ ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ଵ ଦିଆଯିବା ଆବଶ୍ୟକ    ।  କଳକାରଖାନାରୁ ନିର୍ଗତ ହେଉଥିବା ବିଷାକ୍ତ ଧୂଆଁ ଓ ତେଜସ୍କ୍ରିୟ ଧାତୁଗୁଡିକର ବିକିରଣକୁ ନିଷ୍କ୍ରିୟ କରିବା ପାଇଁ ଉପଯୁକ୍ତ ପଦ୍ଧତି ନିର୍ଦ୍ଧାରଣ କରି ସେଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଆବଶ୍ୟକ   ।

ଶବ୍ଦ (ଧ୍ୱନି ) ପ୍ରଦୂଷଣ

ଯେ କୌଣସି ଅଦରକାରୀ ଏବଂ ଅପ୍ରୀତିକର ଶବ୍ଦକୁ କୋଳାହଳ କୁହାଯାଏ  ।  ଆମର ଦୈନନ୍ଦିନ କର୍ମକାଣ୍ଡ ଯୋଗୁଁ ନାନାଧରଣର ଶବ୍ଦ ସୃଷ୍ଟି ହେବା ଏକ ସାଧାରଣ ବିଷୟ   । ପାରସ୍ପରିକ କଥାବାର୍ତ୍ତା ବ୍ୟତୀତ ଗାଡିମଟର , କଳକାରଖାନା ପ୍ରଭୁତିରୁ ବିଭିନ୍ନ ସମୟରେ ବିଭିନ୍ନ ଧରଣର ଶବ୍ଦ ସୃଷ୍ଟି ହୁଏ  , ମାତ୍ର ସମସ୍ତ ପ୍ରକାର ଶବ୍ଦ ବା ସମସ୍ତ ଶବ୍ଦର ତୀବ୍ରତା କୁ ଆମେ ଧ୍ୱନି ପ୍ରଦୂଷଣର ଅନ୍ତର୍ଭୁକ୍ତ କରିପାରିବା ନାହିଁ   ।  ଶବ୍ଦ ଯେତେବେଳେ ସ୍ତୃତିକଟୁ ଓ ବିରକ୍ତିକର ହୁଏ କିମ୍ବା ଏହାର ସ୍ଵାଭାବିକ ମଧୁରତା ହରାଇ ଶୁଣିବା ପାଇଁ କର୍କଶ ହୁଏ ସେତେବେଳେ ଏହାକୁ ଧ୍ୱନି ପ୍ରଦୂଷଣ “ ବା ଶବ୍ଦ ପ୍ରଦୂଷଣ “ ଭାବରେ ଚିହ୍ନିତ କରାଯାଏ   ।  ଶବ୍ଦ ତରଙ୍ଗ ଆକାରରେ ଜଳ,  ବାୟୁ ବା ଗ୍ଯାସ ମାଧ୍ୟମ ଦେଇ ହିଁ ଗତିକରିଥାଏ   ।  କୌଣସି ଗୋଟିଏ ଉତ୍ସରୁ ପ୍ରତି ସେକେଣ୍ଡରେ ଉତ୍ପନ୍ନ ହେଉଥିବା ଶବ୍ଦ ତରଙ୍ଗର ସଂଖ୍ୟା ପିଚ କୁହାଯାଏ ଏବଂ ଏହି ଶବ୍ଦ ତରଙ୍ଗ ବିସ୍ତାର କୁ ଶବ୍ଦର ବିସ୍ତୁତି କୁହାଯାଏ   ।  ଶବ୍ଦର ବିସ୍ତୁତି ର ଏକକ ହେଉଛି ଡେସିବଲ, ଶୂନ୍ୟଠାରୁ ଆରମ୍ଭ କରି 100 ଡେସିବେଳ ପର୍ଯ୍ୟନ୍ତ ବିସ୍ତୁତିର ଶବ୍ଦ ଆମ ପାଇଁ ଶ୍ରୁତି ମଧୁର ହୋଇଥିଲାବେଳେ 100 ଡେସିବେଲରୁ ଅଧିକ ବିସ୍ତୁତିର ଶବ୍ଦ ଆମ ପାଇଁ ଶ୍ରୁତିକଟୁ ହୁଏ   ।  100-120 ଡେସିବେଲରୁ ଅଧିକ ବିସ୍ତୁତର ଶବ୍ଦ ଆମ ପାଇଁ ସ୍ତୁତିକଟୁ ହୁଏ   ।  100-120 ଡେସିବେଳ ପର୍ଯ୍ୟନ୍ତ ଶବ୍ଦ ଆମର ଶ୍ରବଣ ଯନ୍ତ୍ର ସହିବାର ସୀମା ଭିତରର ଶବ୍ଦ ହୋଇଥିଲା ବେଳେ ଏହାଠାରୁ ଅଧିକ ବିସ୍ତୁତିର ଶବ୍ଦ ଆମର ଶ୍ରବଣେନ୍ଦ୍ରିୟର କ୍ଷତି ଘଟାଏ ଓ ମାନସିକ ଅଶାନ୍ତି ସୃଷ୍ଟି କରେ  ।  ସାଧାରଣତଃ ଏହି ବିସ୍ତୁତ ବା ଏହାଠାରୁ ଅଧିକ ବିସ୍ତୁତିର ଶବ୍ଦକୁ ଶବ୍ଦ ପ୍ରଦୂଷଣ ଶ୍ରେଣୀଭୁକ୍ତ କରାଯାଏ   ।

ଶବ୍ଦ ସୃଷ୍ଟିର ଉତ୍ସ

ଡେସିବେଲ

ଶ୍ରୁତି ମଧୁର ଶବ୍ଦ

0

ହୃଦସ୍ପନ୍ଦନ

୧୩

ଫୁସଫୁସ କଥା

୨୦

ଖବରକାଗଜ ପଢିବା

୩୦

ଟାଇପ କରିବା

୪୦

ସହର କୋଳାହଳ

୪୦-୭୦

କୁକୁର ଭୁକିବା

୬୬

ମଟର ଗାଡି ଶବ୍ଦ

୮୦-୯୦

ମଣିଷର କାଶ

୮୬

କଳକାରଖାନା ଶବ୍ଦ

୯୦-୧୪୦

 

ଧ୍ୱନି ପ୍ରଦୂଷଣର ଉତ୍ସ

ଧ୍ୱନି ପ୍ରଦୂଷଣର ମୁଖ୍ୟ ଉତ୍ସ ହେଉଛି ମନୁଷ୍ୟକୃତ   ।  କଳକାରଖାନା, ଯାନବାହାନ, ଉଡାଜାହାଜ , ବଜାରହାତ , ଡାକବାଜି ଯନ୍ତ୍ର ପ୍ରଭୃତି ଶବ୍ଦ ପ୍ରଦୂଷଣ ମଧ୍ୟ ମନୁଷ୍ୟକୃତ ଉତ୍ସ   । ଆହୁରି ମଧ୍ୟ ପ୍ରାକୃତିକ କାରଣରୁ କେତେକ ସମୟରେ ଧ୍ୱନି ପ୍ରଦୂଷଣ ହୁଏ ଘଡି , ଭୂକମ୍ଫ , ଆଗ୍ନେୟଗିରି ଲାଭା ଉଦଗୀରଣ ପ୍ରଭୃତି ହେଉଛି ଶବ୍ଦ ପ୍ରଦୂଷଣର ପ୍ରାକୃତିକ ଉତ୍ସ    ।  ଆମେ ଦୈନଦିନ ସମ୍ମୁଖୀନ ହେଉଥିବା ଶବ୍ଦର ଉତ୍ସ ଏବଂ ଏଠାରେ ସୃଷ୍ଟି ହେଉଥିବା ଶବ୍ଦ ବିସ୍ତୁତିକୁ ଲକ୍ଷ୍ୟ କାଲେ ଦେଖିକୁ ପାଇବା ଯେ ଅଫିସ , ଦପ୍ତର , ସ୍ଵାଭାବିକ ଯାନବାହାନ ଚଳାଚଳ , ଘରୋଇ କାମରେ କଥାବାର୍ତ୍ତା ଇତ୍ୟାଦିରୁ ସୃଷ୍ଟି ହେଉଥିବା ଶବ୍ଦ ଫଳରେ ଶବ୍ଦ ପ୍ରଦୂଷଣ ହେଉନଥିବା ବେଳେ ଉଡାଜାହାଜ ,ବସ ଓ ଟ୍ରକରେ ବ୍ୟବହାର ହେଉଥିବା ଉଚ୍ଚ ଶକ୍ତି ସମ୍ପନ୍ନ ହର୍ଣ୍ଣ ରେଳଗାଡି ଚାଲିବାର ଶବ୍ଦ ପ୍ରଭୁତି ଶବ୍ଦ ପ୍ରଦୂଷଣ କରେ   ।  ବିଶେଷକରି ବିମାନଘାଟି , ବ୍ୟସ୍ତ ରାସ୍ତା ଓ ରେଳଧାରଣା ନିକଟରେ ଏହି ଧରଣର ଶବ୍ଦ ସଦାସର୍ବଦା ସୃଷ୍ଟି ହେଉଥିବାରୁ ସେହିସବୁ ସ୍ଥାନରେ ବାସକରୁଥିବା ଲୋକମାନଙ୍କ ପାଇଁ ଏହା ଦୁର୍ବିସହ ଅବସ୍ଥା ସୃଷ୍ଟି କରେ   ।

ଧ୍ୱନି ପ୍ରଦୂଷଣର ପ୍ରଭାବ

ଶବ୍ଦ ପ୍ରଦୂଷଣର ସବୁଠାରୁ ମାରାତ୍ମକ ପ୍ରଭାବ ମଣିଷର ଶ୍ରବଣେନ୍ଦ୍ରିୟର ଉପରେ ହିଁ ପଡିଥାଏ   । ଦୀର୍ଘଦିନ ଧରି  ବହୁ ଉଚ୍ଚ ଶବ୍ଦ ଶୁଣିବା ପାଇଁ ହେଲେ କାନର ପରଦା ସ୍ଥାୟୀଭାବେ ନଷ୍ଟ ହୋଇଯାଏ କିମ୍ବା ଶବ୍ଦ ଶୁଣିବାର କ୍ଷମତା ହ୍ରାସ ହୁଏ   ।  ବହୁଦିନଧରି ତୁଳନାତ୍ମକ ଭାବେ ଅଧିକ ବିସ୍ତୃତିର ଶବ୍ଦ ଅପେକ୍ଷା ହଠାତ ଖୁବ ଅଧିକ ବିସ୍ତୁତିର ଶବ୍ଦ କାନର ପରଦା ପାଇଁ ଅଧିକ କ୍ଷତିକାରକ   ।  କେବଳ ଶ୍ରବଣେନ୍ଦ୍ରିୟ ନୁହେଁ , ଶବ୍ଦ ପ୍ରଦୂଷଣ ଫଳରେ ହୃତପିଣ୍ଡର କ୍ରିଳାକଳାପରେ ଅସାମ୍ଞ୍ଜସ୍ୟ, ରକ୍ତ ଚାପ ବୃଦ୍ଧି  ,  ଶ୍ଵାସପ୍ରଶ୍ଵାସ  ନେବାର ସମସ୍ୟା ଇତ୍ୟାଦି ମଧ୍ୟ ଦେଖିବାକୁ ମିଳେ   । ଏହାଛଡା ଶବ୍ଦ ପ୍ରଦୂଷଣ ବହୁ ଜଟିଳ ମାନସିକ ସମସ୍ୟା ମଧ୍ୟ ସୃଷ୍ଟି କରେ   ।  ବିଶେଷକରି ଅସୁସ୍ଥ ଲୋକ , ହୃତଯନ୍ତ୍ରରେ ରୋଗ ଥିବା ଲୋକମାନଙ୍କ ପାଇଁ ଶବ୍ଦ ପ୍ରଦୂଷଣ ମାରାତ୍ମକ ପ୍ରମାଣିତ ହୋଇପାରେ   ।  ଏହା ସାଧାରଣତଃ କର୍ଣ୍ଣମଧ୍ୟକୁ ଉଚ୍ଚ ଧ୍ୱନିର ପ୍ରବେଶ ଯୋଗୁଁ ହୋଇଥାଏ   ।

କଳକାରଖାନା ଓ ଅନ୍ୟାନ୍ୟ ଯନ୍ତ୍ରପାଟିଗୁଡିକ ଚାଲିଲା ବେଳେ ସେଥିରୁ ସୃଷ୍ଟି ହେଉଥିବା ଶବ୍ଦ ହ୍ରାସ କରିବା ପାଇଁ ଶବ୍ଦ ରୋଧକ ଯନ୍ତ୍ର ଲଗାଯିବା ଆବଶ୍ୟକ   ।  ଡାକବାଜି ଯନ୍ତ୍ର ର ବ୍ୟବହାରକୁ ଯନ୍ତ୍ରର ବ୍ୟବହାର ନିଷିଦ୍ଧ ହେବା ଉଚିତ ଏବଂ ସେଗୁଡିକୁ ନିଃଶବ୍ଦମଣ୍ଡଳ ଭାବେ ଘୋଷିତ କରାଯିବା ଆବଶ୍ୟକ   ।  ଜନବସତି ଥିବା ଅଞ୍ଚଳମାନଙ୍କରେ ମଧ୍ୟ ଡାକବାଡି ଯନ୍ତ୍ରମାନଙ୍କ ଶବ୍ଦ ନିୟନ୍ତ୍ରଣ ହେବା ଆବଶ୍ୟକ   ।  ଏହା ବ୍ୟତୀତ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟିକ ପ୍ରତିଷ୍ଠାନମାନେ ଖୁବ ଉଚ୍ଚ ବିସ୍ତୁତିରେ ଗୀତ ବଜାଉଥିବାର ଆମେ ଦେଖିବାକୁ ପାଉ  । ଏସବୁ ଶବ୍ଦ ପ୍ରଦୂଷଣ ନିଷିଦ୍ଧ ହେବା ଆବଶ୍ୟକ  ।  ସାମାଜିକ କାର୍ଯ୍ୟକ୍ରମମାନଙ୍କରେ ମଧ୍ୟ ଆତସବାଜି ଓ ଡାକଯନ୍ତ୍ର ଯନ୍ତ୍ରକୁ ଖୁବ ଜୋରରେ ବଜାଇବା ଦ୍ଵାରା ଧ୍ୱନି ପ୍ରଦୂଷଣ ହୁଏ   । ଧର୍ମୀୟ, ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଡାକବାଜି ଯନ୍ତ୍ର ବ୍ୟବହାର ଉପରେ କଟକଣା ଜାରୀ କରାଯିବା ଜରୁରୀ ଅଟେ   ।  ଏହାଦ୍ଵାରା ଧ୍ୱନି ପ୍ରଦୂଷଣ ଅନେକ ମାତ୍ରାରେ ରୋକା ଯାଇପାରିବ   ।


ଆଧାର :ଡକ୍ଟର ମନୋରମା ପତ୍ରୀ

3.64705882353
ବିଜୟ jena Oct 18, 2017 05:01 PM

best

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top