ଓଡିଶାରେ ଦୈନିକ ହାରାହାରି ସୂର୍ଯ୍ୟାଲୋକ ପରିମାଣ ୭.୩ ଘଣ୍ଟା । ଆଷାଢ ଓ ଶ୍ରାବଣ ମାସରେ ଏହି ପରିମାଣ ଦୈନିକ ୩ – ୪ ଘଣ୍ଟାକୁ ହ୍ରାସପାଏ ଏବଂ ଫାଲ୍ଗୁନ ମାସରେ ୧୦୫ ଘଣ୍ଟା ହୁଏ । ଦୈନିକ ହାରାହାରି ନଟ୍ ସୌରତାପ ପରିମାଣ ୩୫୭ ଲାଙ୍ଗାଲି । ଆଷାଢ – ଶ୍ରାବଣ ମାସରେ ଏହି ପରିମାଣ ୩୦୬ – ୩୦୮ ଲାଙ୍ଗାଲି ହୁଏ ଏବଂ ମେ ମାସରେ ୪୩୫ – ୪୫୦ ଲାଙ୍ଗାଲିକୁ ବୃଦ୍ଧି ପାଇଥାଏ । ଆଷାଢ ଶ୍ରାବଣ ମାସରେ ଦିନେ ଦିନେ ସୂର୍ଯ୍ୟାଲୋକ ମୋତେ ପଡେ ନାହିଁ । ଏହି ପରିମାଣ ୫୦ – ୧୫୦ ଲାଙ୍ଗାଲିକୁ ହ୍ରାସ ପାଇଥାଏ ।
ଓଡିଶାର ହାରାହାରି ତାପମାନ ୨୦୨୦ ସେଲସିଅସ । ପୌଷ ଓ ମାଘ ମାସରେ ତାପମାନ ନିମ୍ନତମ ପ ରିମାଣକୁ ହ୍ରାସ ପାଏ । ଏହି ସମୟ ଓଡିଶାର ଶୀତକାଳ । ପୌଷ ମାସ ଶେଷ ଓ ମାଘ ମାସ ପ୍ରଥମ ଭାଗରେ ଡିସେମ୍ବର ଶେଷ ଓ ଜାନୁଆରୀ ପ୍ରଥମ ସପ୍ତାହ ସର୍ବନିମ୍ନ ତାପମାନ ୪୦ ସେ.ମି.କୁ କମିଯାଏ । ଫୁଲବାଣୀ , ତୁମୁଡିବନ୍ଧ , ଦାରିଙ୍ଗିବାଡି , କେନ୍ଦୁଝର ଜିଲ୍ଲାରେ ବର୍ଷେ ବର୍ଷେ ତୁହିନ ପଡିଥାଏ । ବୈଶାଖ ଜ୍ୟୋଷ୍ଠ ମାସରେ ତାପମାନ ୪୪ – ସ୍ଥାନେ ସ୍ଥାନେ ହୋଇଥାଏ । ସମ୍ବଲପୁରର ଝାରସୁଗୁଡା , ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ମୟୂରଭଞ୍ଜ ଜିଲ୍ଲାର ବାରିପଦା , ଓଡିଶାର ଗରମ ଅଞ୍ଚଳ । ଏହି ଜିଲ୍ଲା ଗୁଡିକ ଅନ୍ତଃ – ଜିଲ୍ଲା ଏବଂ ଜଳବାଯୁ ମହାଦେଶୀୟ । ଅଧିକ ଗରମ ଓ ଅଧିକ ଥଣ୍ଡା ମଧ୍ୟ । ଓଡିଶାର ହାରାହାରି ସର୍ବନିମ୍ନ ତାପମାନରେ ଦର୍ଶାଯାଇଛି ।
ତାପମାନ , ଉଜ୍ଜ୍ଵଳ ଦିବାଲୋକ , ଆର୍ଦ୍ରତା ଓ ବୃଷ୍ଟିପାତ ଦୃଷ୍ଟିରୁ ଓଡିଶାର ଜଳବାୟୁ କୃଷି ଲାଗି ଅତ୍ୟନ୍ତ ଅନୁକୂଳ । ଜଳଭାବ ସମୟରେ ଜଳସେଚନ ଦ୍ଵାରା ଅଭାବ ପୂରଣ କରାଯାଇପାରିଲେ ବର୍ଷସାରା ଏ ରାଜ୍ୟରେ ବିଭିନ୍ନ ପ୍ରକାର କୃଷି କରାଯାଇପାରେ ।
ସାରଣୀ - ଓଡିଶାର ହାରାହାରି ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାନ (ଶେଲସିଆସ)
|
ବୈଶାଖ |
ଜ୍ୟୋଷ୍ଠ |
ଆଷାଢ |
ଶ୍ରାବଣ |
ଭାଦ୍ରବ |
ଆଶ୍ଵିନ |
ସର୍ବୋଚ୍ଚ |
୩୭.୭ |
୩୮.୦ |
୩୫.୦ |
୩୧.୪ |
୩୦.୮ |
୩୧.୬ |
ସର୍ବନିମ୍ନ |
୨୩.୨ |
୨୪.୮ |
୨୦.୮ |
୨୩.୮ |
୨୩.୯ |
୨୩.୫ |
|
କାର୍ତ୍ତିକ |
ମାର୍ଗଶିର |
ପୌଷ |
ମାଘ |
ଫାଲ୍ଗୁନ |
ଚୈତ୍ର |
ସର୍ବୋଚ୍ଚ |
୩୧.୩ |
୨୯.୭ |
୨୭.୩ |
୨୬.୯ |
୩୧.୦ |
୩୪.୦ |
ସର୍ବନିମ୍ନ |
୨୧.୨ |
୧୭.୩ |
୧୩.୨ |
୧୩.୬ |
୧୭.୦ |
୧୯.୭ |
ଉଦ୍ଭିଦ ଜୀବନରେ ପ୍ରତ୍ୟକ କ୍ରିୟା ସହିତ ଉତ୍ତାପର ସମ୍ବନ୍ଧ ରହିଛି । ଉତ୍ତାପ ପରିମାଣ ବୃଦ୍ଧି ପାଇଲେ ରାସାୟନିକ ପ୍ରକ୍ରିୟା ବୃଦ୍ଧିପାଏ ଓ ତାପମାନର ତାରତମ୍ୟ ହେତୁ ପୃଥିବୀର ବିଭିନ୍ନ ଫସଲ ଚାଷ କରାଯାଏ । ସବୁ ସ୍ଥାନରେ ସବୁ ପ୍ରକାର ଫସଲ ହୁଏ ନାହିଁ ତାଳ , ନଡିଆ , ଆମ୍ବ , ସପୁରୀ , ଧାନ , ଆଖୁ ଝୋଟ , ବିଷୁବ ମଣ୍ଡଳୀୟ ଫସଲ , ବିଷୁବରେଖାରୁ ଭିତରେ ଏ ଫସଲ ଭଲ ଅମଳଦିଏ । କିନ୍ତୁ ଏହାର ଦକ୍ଷିଣକୁ ବା ଉତ୍ତରକୁ ଗଲେ ଏ ଫସଲ ଗୁଡିକ ବଢନ୍ତି ନାହିଁ । ପ୍ରତ୍ୟକ ଫସଲ ପାଇଁ ସର୍ବନିମ୍ନ , ସର୍ବୋଚ୍ଚ ଓ ଅନୁକୂଳତମ ତାପମାନ ପ୍ରାୟ ନିର୍ଦ୍ଧିଷ୍ଟ । ଏହି ତିନି ପରିମାଣକୁ ତାପମାନ – ଆଧାର ବିନ୍ଦୁ କୁହାଯାଏ । ଯଅ , ଧାନ , ଗହମ ପାଇଁ ୦ – ୫ , ୨୫ – ୩୧ , ୩୧ – ୩୭ ସେଲସିଅସ ସର୍ବନିମ୍ନ ଅନୁକୂଳତମ ଓ ସର୍ବୋଚ୍ଚ ତାପମାନ । ୪୫ – ୪୭୦ ସେଲସିଅସରୁ ତାପମାନ ବେଶି ହେଲେ ଧାନ ଫସଲ ହୁଏ ନାହିଁ । କେତେକ ଫସଲ ଉପରେ ଦିବା ତାପମାନ ତୁଳନାରେ ରାତି ରାତି ତାପମାନର ପ୍ରଭାବ ବେଶି । ବିଲାତି ବାଇଗଣ , ବିଲାତି ଆଳୁ ଲଙ୍କା ମରିଚ ଧୂଆଁପତ୍ର ପାଇଁ ରାତି ତାପମାନ ହ୍ରାସ ପାଇଲେ ଭଲ । ରାତି ତାପମାନ କମ୍ ହେଲେ ଆଳୁ ବଡହୁଏ । ବିଲାତି ବାଇଗଣ ଫସଲର ଜୀବନକାଳ ବଢିଯାଏ । ରାତି ତାପମାନ କମିଗଲେ ଆଖୁ ଫସଲରେ ଶର୍କରା ପରିମାଣ ବଢେ । ଓଡିଶାରେ ଗହମ ଚାଷ ଶୀତ ଋତୁରେ ତାପକ୍ରମ ଓ ପରିମାଣ ଉପରେ ନିର୍ଭର କରେ । ଉପକୂଳ ଜିଲ୍ଲାଗୁଡିକର ହାରାହାରି ତାପମାନ ବେଶି ରହୁଥିବାରୁ ଅମଳ ହେକ୍ଟର ପିଛା ୧୪ – ୧୬ କ୍ଵିଣ୍ଟାଲ ହୋଇଥାଏ । ଏହି ଜିଲ୍ଲାମାନଙ୍କରେ ସର୍ବନିମ୍ନ ତାପମାନ ୧୦ – ୧୨ ଡିଗ୍ରୀ ରୁ କମ୍ ହୁଏ ନାହିଁ । ଖୁବ୍ ବେଶିରେ ଗହମ ଫସଲ ୯୫ ଦିନ ଭିତରେ ଅମଳ ହୋଇଥାଏ । କିନ୍ତୁ କୋରାପୁଟ , କେନ୍ଦୁଝର , ସମ୍ବଲପୁର ଇତ୍ୟାଦି ଅନ୍ତଃ ଜିଲ୍ଲାରେ ଗହମ ଫସଲ ହେକ୍ଟର ପିଛା ୩୫ – ୪୦ କ୍ଵିଣ୍ଟାଲ ଅମଳ ଦିଏ । ଏଠାରେ ଶୀତଦିନେ ସର୍ବନିମ୍ନ ତାପମାନ ୪ଡିଗ୍ରୀ ସେଲସିଅସକୁ ହ୍ରାସପାଏ । ଫସଲର ଜୀବନକାଳ ୧୧୫ – ୧୨୦ ଦିନ ହୋଇଥାଏ ।
ଫସଲର ଅଙ୍ଗାର ଆତ୍ମିକରଣ ପ୍ରଣାଳୀ ଏକ ଆଲୋକ ନିୟନ୍ତ୍ରିତ ପ୍ରଣାଳୀ । ଏହାଦ୍ୱାରା ଅଙ୍ଗାରକାମ୍ଳ ବାଷ୍ପ ଓ ଜଳ ଆଲୋକ ସାହାଯ୍ୟରେ ଶର୍କରା ରୂପେ ପ୍ରସ୍ତୁତ ହୋଇଥାଏ । ପୃଥିବୀ ପୃଷ୍ଠକୁ ଆସୁଥିବା ସୌର ଶକ୍ତିର ପ୍ରାୟ ୧ ଭାଗ ଶର୍କରା ରୂପେ ପ୍ରସ୍ତୁତ ହୋଇଥାଏ । ପୃଥିବୀ ପୃଷ୍ଠକୁ ଆସୁଥିବା ସୌର ଶକ୍ତିର ପ୍ରାୟ ୧ ଭାଗ ଶର୍କରା ପ୍ରସ୍ତୁତି ଲାଗି ବ୍ୟବହୃତ ହେଉଛି । ଯେଉଁ ଅଞ୍ଚଳରେ ଯେତେ ବେଶି ସୂର୍ଯ୍ୟାଲୋକ ପଡେ ସେ ଅଞ୍ଚଳରେ ଉତ୍ପାଦନ ବୃଦ୍ଧି କରିବା ସୁଯୋଗ ସେତେ ବେଶି । ସାଧାରଣତଃ ଫସଲର ବୃଦ୍ଧି ଓ ବିକାଶ ଦିବାଲୋକ ପରିମାଣ ଉପରେ ନିର୍ଭର କରିଥାଏ । ଦିବାଲୋକ ପରିମାଣ ୧୦ ଘଣ୍ଟାରୁ ବେଶି ହେଲେ ବିଲାତି ଆଳୁର ପରିମାଣ , ଆକାର ଓ ଅମଳ ହ୍ରାସପାଏ । ଦିବାଲୋକ ୧୮ ଘଣ୍ଟା ହେଲେ ଆଦୌ ଅମଳ ମିଳେ ନାହିଁ । ଦିବାଲୋକ ୧୦ ଘଣ୍ଟା ଅଧିକ ହେଲେ ପିଆଜ ଓ ରସୁଣର ମୂଳ ଭଲ ଫୁଲେ ନାହିଁ । ପ୍ରତ୍ୟକ ଫସଲ ପାଇଁ ଆବଶ୍ୟକ ଆଲୋକ ପରିମାଣ ନ ମିଳିଲେ , ଏହାଠାରୁ କମ୍ କିମ୍ବା ବେଶି ହେଲେ ଫସଲ ହୁଏନାହିଁ । ଫୁଲ ଧରିବା ପାଇଁ ଆବଶ୍ୟକ ଦିବା ଆଲୋକ ପରିମାଣ ଅନୁସାରେ ଫସଲଗୁଡିକୁ କ୍ଷୁଦ୍ର ବା ଦୀର୍ଘ ଦିବାଲୋକ ଗ୍ରାହୀ ଫସଲ ରୂପେ ଶ୍ରେଣୀ ବିଭାଗ କରାଯାଇଥାଏ । ଏଣୁ ପୃଥିବୀର ସବୁ ସ୍ଥାନରେ ସବୁ ପ୍ରକାର ଫସଲ ଚାଷ କରାଯାଇପାରେ ନାହିଁ । ଫୁଲ ଧରିବା ପାଇଁ ଦୈନିକ ୧୨ ଘଣ୍ଟା ଠାରୁ ଅଧିକ ଦିବାଲୋକ ଦରକାର କରୁଥିବା ଫସଲ ବିଷୁବରୈଖିକ ଅଞ୍ଚଳରେ ସହଜରେ ଚାଷ କରାଯାଏ ନାହିଁ । ସେହିପରି କ୍ଷୁଦ୍ର ଦିବାଲୋକ ଭୋଗୀ ନିମ୍ନ ଅକ୍ଷାଂଶ ଫସଲଗୁଡିକ ବୃହତ୍ ଦିବାଲୋକ ବା ଉଚ୍ଚ ଅକ୍ଷାଂଶରେ ଚାଷ କରାଯାଇପାରେ ନାହିଁ । ନାତିଶୀତୋଷ୍ଣ ମଣ୍ଡଳରେ କ୍ଷୁଦ୍ର , ବୃହତ ଓ ମଧ୍ୟ ଦିବାଲୋକୀ ଫସଲ ଚାଷ କରାଯାଇପାରେ । ଦେଶି ଧାନ ଡାଳୁଅ ଋତୁରେ ଚାଷକଲେ ଫୁଲ ଧରେ ନାହିଁ । ପୁଣି ଦିବାଲୋକ ୧୧ ଘଣ୍ଟାରୁ କମ୍ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥାଏ । ମକା , ଚିନାବାଦାମ , ମାଣ୍ଡିଆ ଦିବାଲୋକ କ୍ଲାବୀ – ଅର୍ଥାତ୍ ବର୍ଷର ସବୁ ସମୟରେ ଚାଷ କରାଯାଇପାରେ । କିନ୍ତୁ ଦେଶିଧାନ କ୍ଷୁଦ୍ର ଦିବାଲୋକ ଗ୍ରାହୀ ; ଆଖୁ ବୃହତ୍ ଦିବାଲୋକଗ୍ରାହୀ ଫସଲ । ଆଳୁ କ୍ଷୁଦ୍ର ଦିବାଲୋକଗ୍ରାହୀ । ଗହମ ବୃହତ୍ ଦିବାଲୋକଗ୍ରାହୀ । ଅଧୁନା ନୂତନ ବୈଜ୍ଞାନିକ କୌଶଳ ପ୍ରୟୋଗ ଦ୍ଵାରା ଫସଲର ଆଲୋକ ମାତ୍ରା ପ୍ରତି ସମ୍ବେଦନତା ହ୍ରାସ କରାଯାଇ ବର୍ଷର ଯେକୌଣସି ସମୟରେ ଅନ୍ୟାନ୍ୟ ଉପାଦାନ ଅନୁକୂଳ ଥିଲେ ଚାଷ କରାଯାଇପାରୁଛି । ଅଧିକ ଅମଳକ୍ଷମ ଧାନ ଉଭୟ ଖରିଫ ଓ ଡାଳୁଅ ଋତୁରେ ଚାଷ କରାଯାଇ ପାରୁଛି । କାରଣ ଏହି କିସମଗୁଡିକର ଦିବାଲୋକ ପରିମାଣ ପ୍ରତି ଅସମ୍ବେଦନଶୀଳ ଅଟନ୍ତି । ଆଲୋକ ଅଭାବରେ ଗଛ ଡେଙ୍ଗା ହୁଏ । ଏକା କିସମ ଭେଣ୍ଡି ଖରିଫ ଋତୁରେ ୨.୩ ମିଟର ଉଚ୍ଚହୁଏ କିନ୍ତୁ ରବି ଓ ଗ୍ରୀଷ୍ମ ଋତୁରେ ୦.୫ – ୦.୬ ସେ.ମି. ଉଚ୍ଚହୁଏ । ଓଡିଶାର ଆଲୋକ ମାତ୍ରା ଓ ପରିମାଣ ଅନୁସାରେ ଅନ୍ୟ ସମସ୍ତ ଉତ୍ପାଦନକାରୀ ଉପାଦାନ ଅନୁକୂଳ ରହିଲେ ହେକ୍ଟର ପିଛା ୧୭ ଟନ ଧାନ ଓ ୧୭ ଟନ ଶୁଖିଲା ନଡା ଉତ୍ପାଦନ କରାଯାଇ ପାରିବ ବୋଲି କଳନା କରାଯାଇଛି ।
ପବନହେତୁ ଗଛର ପ୍ରଶ୍ଵେଦନ ଓ ଅଙ୍ଗାରକାମ୍ଳ ଶକ୍ତି ପରିବର୍ତ୍ତିତ ହୋଇଥାଏ । ଟାଣ ପବନ ହେଲେ ପତ୍ର ଫାଟିଯାଏ , ଭାଙ୍ଗିଯାଏ ଓ ଝଡିପଡେ । ଫସଲର ଆବଶ୍ୟକ ଜଳ ପରିମାଣର ଶତକଡା ୨ – ୬ ଭାଗ ପବନ ଦ୍ଵାରା ଖର୍ଚ୍ଚ ହୋଇଥର । ତାପମାନ ଓ ଆର୍ଦ୍ରତା ଉପରେ ନିର୍ଭରକରି ପବନର ବେଗ ପ୍ରଭାବ ଫସଲ ଉପରେ ଭିନ୍ନ ହୋଇଥାଏ । ପବନର ପ୍ରଭାବ ଫସଲର ଉଚ୍ଚତା ଓ ବିସ୍ତାର ଉପରେ ନିର୍ଭର କରେ । ଘଣ୍ଟାକୁ ୧୦୦ କି.ମି. ବେଗରେ ପବନ ବହିଲେ ୦.୩ ମିଟରରୁ କମ୍ ଉଚ୍ଚ ଗଛ ବା ଫସଲର କିଛି କ୍ଷତି ହୁଏନାହିଁ । ସମାନ ବେଗ ପବନରେ ଧାନଗଛ ଅପେକ୍ଷା ମକା ଗଛର ବେଶି କ୍ଷତିହୁଏ । ପବନର ବେଗ ଘଣ୍ଟାକୁ ୧୮ କି.ମି. ରୁ କମ୍ ହେଲେ ଫସଲର ଉପକାର ହୁଏ କିନ୍ତୁ ବେଶି ହେଲେ କ୍ଷତିହୁଏ ।
ଅନେକ ଫସଲ ଆର୍ଦ୍ର ବାୟୁମଣ୍ଡଳରୁ ଜଳ ସଂଗ୍ରହ କରିଥାନ୍ତି । ଏଣୁ ଫସଲ ଲାଗି କମ୍ ଜଳସେଚନ ଆବଶ୍ୟକ ହୋଇଥାଏ । ଆର୍ଦ୍ର ବାୟୁମଣ୍ଡଳ ଫସଲର ଅଙ୍ଗାର ଆତ୍ମିକରଣରେ ସାହାଯ୍ୟକରେ । କେତେକ ଫସଲରେ ଫୁଲ ଓ ଫଳ ସଂଖ୍ୟା ବୃଦ୍ଧିପାଏ । ଆର୍ଦ୍ର ଜଳବାୟୁରେ ତନ୍ତୁ ଜାତୀୟ ଫସଲ ଯଥା – ଝୋଟ କାଉଁରିଆ ଓ ଖଟା ପାଳଙ୍ଗ ଭଳି ଫସଲ ଭଲ ହୁଏ । କାକୁଡି ଓ ଶାଗ ଜାତୀୟ ଫସଲ ଅଧିକ ଆର୍ଦ୍ରତାରେ ଭଲ ଅମଳ ଦିଅନ୍ତି । ବନ୍ଧାକୋବି , ମୂଳା , ଗାଜର ସାଲଗମ୍ ଇତ୍ୟାଦି ଫସଲ ଅଳ୍ପ ଆର୍ଦ୍ର ଜଳବାୟୁରେ ଭଲ ଅମଳ ଦିଅନ୍ତି । ବିଲାତି ବାଇଗଣ , ଶିମ , ବାଇଗଣ , ଲଙ୍କାମରିଚ ଇତ୍ୟାଦି ଫସଲ ୪୦ – ୬୦ ଆର୍ଦ୍ରତାରେ ୭୦ ଭାଗରୁ ବେଶି ହେଲେ ପରାଗ ସଙ୍ଗମ ହ୍ରାସପାଏ ଏଣୁ କମ୍ ଫଳ ଧରେ । ଧାନ ଏକ ଅତି ଆର୍ଦ୍ରତାଗ୍ରାହୀ ଫସଲ ହୋଇଥିଲେ ହେଁ ପାଚିଲାବେଳକୁ ବେଶି ଆର୍ଦ୍ରତା ରହିଲେ ଧାନ ଶୀଘ୍ର ପାଚେ ନାହିଁ । ହଠାତ୍ ଆର୍ଦ୍ରତା କମିଯାଇ ଝାଞ୍ଜି ହେଲେ ଅଗାଡି ସଂଖ୍ୟା ବୃଦ୍ଧିପାଏ ।
ଆର୍ଦ୍ରତା ବଢିଲେ ଫସଲରେ ନାନାପ୍ରକାର ରୋଗ ଦେଖାଯାଏ । ଅଳ୍ପ ଫସଲରେ ପତ୍ରପୋଡା ରୋଗ ବ୍ୟାପେ । ଧାନର ଚିତାରୋଗ ଓ ପତ୍ରପୋଡା ରୋଗ ଆର୍ଦ୍ରତା ବଢିଲେ ବ୍ୟାପେ ଓ ଅମଳ ହ୍ରାସକରେ । ଅଧିକ ଆର୍ଦ୍ରତା ହେତୁ ଧାନ ଫସଲରେ ଖରିଫ ଋତୁରେ ଡାଳୁଅ ଋତୁ ଅପେକ୍ଷା ବେଶି ରୋଗ ଦେଖାଯାଏ । ଆର୍ଦ୍ରତା ୬୦ ଭାଗରୁ ବେଶି ହେଲେ ଗହମ ଫସଲର ରଷ୍ଟ ରୋଗ ବ୍ୟାପେ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 12/10/2019