ହୋମ / ଶକ୍ତି / ପରିବେଶ / ପାଗ ଓ ଜଳବାୟୁ (ଜଳବାୟୁ କରକ)
ସେଆର କରନ୍ତୁ

ପାଗ ଓ ଜଳବାୟୁ (ଜଳବାୟୁ କରକ)

ଅକ୍ଷାଂଶ , ଦ୍ରାଘିମା , ସମୁଦ୍ର ପତନଠାରୁ ଉଚ୍ଚତା ଜଙ୍ଗଲ ପରିମାଣ ଓ ପରିବେଶ ପରିବର୍ତ୍ତନ ବାହ୍ୟ ଉପାଦାନ ଇତ୍ୟାଦି ଯେ କୌଣସି ସ୍ଥାନର ଜଳବାୟୁର କରକ ଅଟନ୍ତି ।

ଅକ୍ଷାଂଶ , ଦ୍ରାଘିମା , ସମୁଦ୍ରଠାରୁ ଦୂରତା , ସମୁଦ୍ର ପତନଠାରୁ ଉଚ୍ଚତା ଜଙ୍ଗଲ ପରିମାଣ ଓ ପରିବେଶ ପରିବର୍ତ୍ତନ ବାହ୍ୟ ଉପାଦାନ ଇତ୍ୟାଦି ଯେ କୌଣସି ସ୍ଥାନର ଜଳବାୟୁର କରକ ଅଟନ୍ତି ।

ଅକ୍ଷାଂଶ

ବିଷୁବ  ରେଖାଠାରୁ  ଉତ୍ତର  ଓ  ଦକ୍ଷିଣକୁ  ଅବସ୍ଥିତ  ଯେ  କୌଣସି  ସ୍ଥାନର  କେନ୍ଦ୍ର  ସହିତ କୌଣିକ  ଦୂରତାକୁ  ସେହି  ସ୍ଥାନର  ଅକ୍ଷାଂଶ  କୁହାଯାଏ   । ଭୂପୃଷ୍ଠରେ  ଦୁଇ  ଅକ୍ଷାଂଶ  ସମାନ୍ତରାଳ  ରେଖା  ମଧ୍ୟରେ  ଦୂରତା  ପ୍ରାୟ  ୧୧୧ କି.ମି. (୬୯ ମାଇଲ)  । ବିଷୁବ  ରେଖା  ପାଖରେ  ଦିନରାତି  ପ୍ରାୟ  ସମାନ   । ବିଷୁବ  ରେଖାର  ୨୩ .  ଓ  ଉତ୍ତରକୁ  (କର୍କଟ  କ୍ରାନ୍ତି  ଓ  ୨୩ .  ଦକ୍ଷିଣକୁ  ଥିବା  ଅକ୍ଷାଂଶ ( ମକର  କ୍ରାନ୍ତି) ମଧ୍ୟରେ  ଥିବା  ମଣ୍ଡଳକୁ   କ୍ରାନ୍ତିମଣ୍ଡଳ   କୁହାଯାଏ   । ଏହି  ମଣ୍ଡଳ  ଭିତରେ  ସୂର୍ଯ୍ୟଙ୍କର   ପ୍ରତୀୟମାନ  ଗତି   ସୀମିତ   ରହୁଥିବାରୁ   ଏଠାରେ   ବେଶି   ଆଲୋକ   ପଡେ , ବେଶି  ଗରମ  ହୁଏ , ବେଶି  ବର୍ଷା  ହୁଏ   । ଏହି  ମଣ୍ଡଳ  ବିଭିନ୍ନ  ଗଛଲତା   ଓ  ଜଙ୍ଗଲପୂର୍ଣ୍ଣ   । ଏଠାରେ  ଦୈନିକ  ଓ  ଋତ୍ଵିକ  ତାପମାନ   ତାରତମ୍ୟ  ଖୁବ୍  କମ୍   । ଏହି  ମଣ୍ଡଳରେ  ସବୁଠାରୁ  ବଡଦିନ  ୧୨ ଘଣ୍ଟା ୩୫ ମିନିଟ୍  ହୋଇଥାଏ   । ବିଷୁବ  ରେଖାରୁ   ଯେତେ  ଉତ୍ତର  ଓ  ଦକ୍ଷିଣକୁ  ଯିବା  ସୂର୍ଯ୍ୟାଲୋକ  ତାରତମ୍ୟ   ବୃଦ୍ଧି  ପାଇବ   । ସାରଣୀ  ୯ ରେ  ବିଷୁବ  ରେଖାର  ଉତ୍ତର  ଓ  ଦକ୍ଷିଣକୁ   ଅକ୍ଷାଂଶ  ପର୍ଯ୍ୟନ୍ତ  ଅଞ୍ଚଳର ସର୍ବୋଚ୍ଚ  ଦିବାଲୋକ  ପରିମାଣ  ଦର୍ଶାଯାଇଛି  । ଜୁନ  ମାସରେ  ଶ୍ରୀନଗରରେ  ଦିନ  ୧୪.୫ ଘଣ୍ଟା , ଭୁବନେଶ୍ଵରରେ ୧୩.୩ ଘଣ୍ଟା  ଓ  ମାନ୍ଦ୍ରାଜରେ  ୧୨.୮୮ ଘଣ୍ଟା  ମାନ୍ଦ୍ରାଜଠାରୁ  ଭୁବନେଶ୍ଵର , ଭୁବନେଶ୍ଵର ଠାରୁ  ଶ୍ରୀନଗରରେ  ବେଶି  ଶୀତ  ପଡେ   । ମାନ୍ଦ୍ରାଜ  ଓ  ଭୁବନେଶ୍ଵର  ଜଙ୍ଗଲ  ବାଉଁଶ  ଓ ଶାଳର  ଜଙ୍ଗଲ  । ଫଳ – ନଡିଆ , ପଣସ , କଦଳୀ  । କିନ୍ତୁ  ଶ୍ରୀନଗରର  ଜଙ୍ଗଲ  - ପାଇନ ଜଙ୍ଗଲ ; ଫଳ – ସେଓ ଓ  ନାସପତି   । ଶ୍ରୀନଗରର  ଲୋକମାନେ  ଦକ୍ଷିଣର  ଲୋକମାନଙ୍କଠାରୁ   ବେଶି  ଗୋରା   । ମାନ୍ଦ୍ରାଜ ଓ  ଭୁବନେଶ୍ଵର  ଜଳବାୟୁ  ମୁଖ୍ୟତଃ  ଉଷ୍ଣ  ଓ ଆର୍ଦ୍ର   । ଶ୍ରୀନଗରର  ଜଳବାୟୁ  ଶୀତଳ  ଓ  ଶୁଷ୍କ  । ଏହା  ବହୁମାତ୍ରାରେ  ଅକ୍ଷାଂଶର  ପ୍ରଭାବ  । କ୍ରମେ  ଏହି  ପ୍ରଭାବ  ନାତିଶୀତୋଷ୍ଣ  ମଣ୍ଡଳ  ଓ  ହିମମଣ୍ଡଳ   ଆହୁରି   ତୀବ୍ରତର   । ହିମମଣ୍ଡଳର  ଉଦ୍ଭିଦ  ଶୈବାଳ  ଜାତୀୟ  ମାତ୍ର   । କୃଷି  ଦୃଷ୍ଟିରୁ  କ୍ରାନ୍ତିମଣ୍ଡଳ   ସର୍ବୋତକୃଷ୍ଟ   । ଏଠାରେ   ବର୍ଷସାରା   ଫସଲ  ଉତ୍ପାଦନ   କରାଯାଇପାରେ   ।

ଦ୍ରାଘିମା

ଅକ୍ଷାଂଶ  ଦ୍ଵାରା  ସ୍ଥାନଟି  ବିଷୁବ  ବୃତ୍ତର  କେତେକ  ଉତ୍ତରରେ  ବା  ଦକ୍ଷିଣରେ  ଅବସ୍ଥିତ  ସୂଚିତ  ହୋଇଥାଏ   । ମୂଳ  ଦ୍ରାଘିମାଠାରୁ  ସେହି  ସ୍ଥାନଟି   କେତେ  ଡିଗ୍ରୀ  ପୂର୍ବ  ବା  ପଶ୍ଚିମରେ  ଅବସ୍ଥିତ  ଦ୍ରାଘିମା  ରେଖା  ଦ୍ଵାରା  ସୂଚିତ  ହୋଇଥାଏ   । ଏଣୁ  ଅକ୍ଷାଂଶ  ଓ  ଦ୍ରାଘିମା  ସାହାଯ୍ୟରେ  ଭୂପୃଷ୍ଠରେ  ସ୍ଥାନର   ସମସ୍ତ  ସ୍ଥାନରେ  ଏକ  ସମୟରେ   ମଧ୍ୟାନ୍ନ  ହୁଏ  । କିନ୍ତୁ , ଗୋଟିଏ  ଅକ୍ଷାଂଶ  ରେଖାରେ  ଅବସ୍ଥିତ  ସମସ୍ତ  ସ୍ଥାନମାନଙ୍କରେ  ଭିନ୍ନ  ଭିନ୍ନ  ସମୟରେ  ମଧ୍ୟାନ୍ନ   ହୁଏ  । ପୃଥିବୀ  ଏହାର ଅ ଅକ୍ଷ  ଚାରିପଟେ   ୨୪ ଘଣ୍ଟାରେ   ଥରେ  ଘୁରି  ଯାଉଥିବାରୁ  ଏକଡିଗ୍ରୀ  ଦ୍ରାଘିମା  ପାଇନ  ୪ ମିନିଟ୍  ସମୟ  ଲାଗେ   । ଏଣୁ  ଏକ ଡିଗ୍ରୀ  ଦ୍ରାଘିମା  ରେଖା  ବ୍ୟବଧାନରେ  ଥିବା  ଦୁଇଟି  ସ୍ଥାନ  ମଧ୍ୟରେ  ସମୟର  ବ୍ୟବଧାନ  ୪ ମିନିଟ୍   । ପୂର୍ବରେ  ଥିବା  ସ୍ଥାନରେ  ପଶ୍ଚିମରେ  ଥିବା  ସ୍ଥାନ  ଅପେକ୍ଷା  ସୂର୍ଯ୍ୟ  ଆଗରୁ  ଉଦିତ  ହୁଅନ୍ତି   । ଏହି  ବ୍ୟବଧାନ  ପାଗ  ଓ  ବ୍ୟବଧାନ  ଉପରେ  କିଛି  ପ୍ରଭାବ  ପକାଇଥାଏ   । ମାତ୍ର  ଅକ୍ଷାଂଶ  ତୁଳନାରେ  ଦ୍ରାଘିମାର  ପ୍ରଭାବ  ଜଳବାୟୁ  ଉପରେ  କମ୍  । ସାରଣୀ  ୯ ସନ୍ନିବିଷ୍ଟ  କେତେକ  ଉଦ୍ଦାହରଣରୁ  ଜଳବାୟୁ  ଉପରେ  ଅକ୍ଷାଂଶ , ଦ୍ରାଘିମା  ଓ  ଅନ୍ୟାନ୍ୟ  କାରକର  ପ୍ରଭାବର  ସୂଚନା  ମିଳିପାରିବ   ।

ମାନ୍ଦ୍ରାଜ  ବାଙ୍ଗାଲୋର  ଓ  ମାଙ୍ଗାଲୋର  ପ୍ରାୟ  ଏକ  ଅକ୍ଷାଂଶରେ  ଅବସ୍ଥିତ  ବୋଲି  ଧରାଯାଇ  ପାରେ   । ମାନ୍ଦ୍ରାଜ  ମାଙ୍ଗାଲୋର   – ୨୪ ପୁର୍ବରେ  ଅବସ୍ଥିତ   । ସ୍ଥାନୀୟ  ସମୟର  ବ୍ୟବଧାନ  ମାତ୍ର  ୨୨ ମିନିଟ୍   । କିନ୍ତୁ  ମାନ୍ଦ୍ରାଜ  ଓ  ବାଙ୍ଗାଲୋର   ଅପେକ୍ଷା  ମାଙ୍ଗାଲୋରରେ  ବର୍ଷା  ଓ  ଶୀତ   ବେଶି   । ମାନ୍ଦ୍ରାଜରେ  ଶୀତଋତୁ  ଓ  ଗ୍ରୀଷ୍ମଋତୁ   ତାରତମ୍ୟ  ଖୁବ୍  କମ୍ ନାହିଁ  କହିଲେ  ଚଳେ   ।  ଜଳବାୟୁ   ସାମୁଦ୍ରିକ   । ଏହା  ମୁଖ୍ୟତଃ  ମାଙ୍ଗାଲୋର  ଉପରେ  ପଶ୍ଚିମ  ଘାଟ  ଅତ୍ୟୁଚ୍ଚ  ପର୍ବତମାଳା   ଓ  ମାନ୍ଦ୍ରାଜ   ଉପରେ  ସମୁଦ୍ରର   ନିକଟତା  ସହ  ପୂର୍ବଘାଟ  ପର୍ବତମାଳାର  ପ୍ରଭାବ  ଶୂନ୍ୟତାର  କାରଣ   ।

ସେହିପରି  ବାଲେଶ୍ଵର , ରାୟପୁର  ଓ  ନାଗପୁରର  ଅବସ୍ଥିତି ଏକ  ଅକ୍ଷାଂଶରେ  ବୋଲି  ଧରାଯାଇପାରେ   । ବାଲେଶ୍ଵର  ଓ  ନାଗପୁର  ମଧ୍ୟରେ  ଦ୍ରାଘିମା  ବ୍ୟବଧାନ  ୭୦ – ୪୦   । ସ୍ଥାନୀୟ  ସମୟ  ବ୍ୟବଧାନ  ପ୍ରାୟ  ୩୧ ମିନିଟ୍  । ଚାନ୍ଦିପୁର  ଜଳବାୟୁ  ଉଷ୍ମ ଓ  ଆର୍ଦ୍ର   । ଏହା  ସମୁଦ୍ର  କୂଳରେ  ଅବସ୍ଥିତ   । ରାୟପୁରର  ଜଳବାୟୁ  ଉଷ୍ମ  ଓ  ଶୁଷ୍କ  । ନାଗପୁରରେ  ବୃଷ୍ଟିପାତ  ଆହୁରି  କମ୍   । ଜଳବାୟୁ  ଅତି  ଗରମ  ଓ  ଶୁଷ୍କ  ମହାଦେଶୀୟ   । ଏହି  ଦୁଇଜାଗା  ଦକ୍ଷିଣା  ମାଳଭୂମିର  ଉତ୍ତରାଂଶରେ  । ସମୁଦ୍ରଠାରୁ  ଦୂରତା  ବେଶି   । ନାଗପୁର   ଉପରେ  ପଶ୍ଚିମଘାତ  ପର୍ବତମାଳା  ଓ  ବିନ୍ଧ୍ୟ ପର୍ବତରେ   ପ୍ରଭାବ  ଏବଂ  ରାୟପୁର  ଉପରେ  ପୂର୍ବଘାଟ   ପାର୍ବତ୍ୟ ମାଳାର   ପ୍ରଭାବ  ସୃଷ୍ଟିର   କାରଣ    ।

ସମୁଦ୍ରଠାରୁ ଦୂରତା

ସମୁଦ୍ର  ପାଖରେ  ଥିବା  ସ୍ଥାନଗୁଡିକ  ଅଧିକ  ଗରମ  କିମ୍ବା  ଅଧିକ  ଥଣ୍ଡା  ନୁହଁନ୍ତି   । ନିକଟସ୍ଥ  ଜଳରାଶି  ତାପମାନ  ତାରତମ୍ୟ  ହ୍ରାସ  କରିଥାଏ   । ଗ୍ରୀଷ୍ମ  କାଳରେ  ସ୍ଥାନଟିର  ତାପମାନ  ବୃଦ୍ଧି  ପାଇଲେ  ସମୁଦ୍ରସ୍ଥ  ଶୀତଳ  ଓ  ଆର୍ଦ୍ରବାୟୁ  ତାହା  ପୂରଣ  କରି  ତାପମାନ  ହ୍ରାସ  କରାଏ   । ଜଳଭାଗ  ସ୍ଥଳଭାଗ  ଭଳି  ଶୀଘ୍ର  ଉତ୍ତପ୍ତ  ହୁଏ  ନାହିଁ  କି  ଶୀତଳ   ହୁଏ  ନାହିଁ  । ଏହା  ଜଳର  ଅତି  ଉଚ୍ଚ  ନିର୍ଦ୍ଧିଷ୍ଟ  ତାପଶକ୍ତି   ଯୋଗୁଁ  ଘଟିଥାଏ   । ଶୀତଦିନେ  ଭୂପୃଷ୍ଠ  ଶୀତଳ  ହେଲେ  ଜଳଭାଗରୁ  ଉଷ୍ମ ଓ  ଆର୍ଦ୍ରବାୟୁ   ଭୂଭାଗକୁ  ପ୍ରବାହିତ  ହୋଇ  ତାପମାନ  ବୃଦ୍ଧିରେ  ସାହାଯ୍ୟ  କରେ    । ସେହି  କାରଣରୁ  ଖରାଦିନେ   ଯେତେ   ଖରା  ଓ  ଗରମ  ହେଲେ  ମଧ୍ୟ  ଉପରବେଳାକୁ  ଶୀତଳ  ବାୟୁ  ସମୁଦ୍ରରୁ  ପ୍ରବାହିତ  ହୁଏ  । ସାରଣୀରେ  ଦିଆଯାଇଥିବା   ସ୍ଥାନମାନଙ୍କ  ମଧ୍ୟରେ  ଚାନ୍ଦିପୁର , ପୁରୀ ଓ  ମାନ୍ଦ୍ରାଜ  ଏହାର  ପ୍ରମାଣ   । ସମୁଦ୍ରକୂଳେ  ସବୁବେଳେ  ପବନ  ବୋହୁଥାଏ   । ସମୁଦ୍ରଠାରୁ   ସ୍ଥାନର  ଦୂରତା  ବୃଦ୍ଧି  ପାଇଲେ   ଏହି  ପ୍ରଭାବ  ହ୍ରାସ  ପାଉଥିବାରୁ  ଭିତ୍ତ୍ଵିକ  ଓ  ଦୈନିକ  ତାପମାନ  ତାରତମ୍ୟ   ବୃଦ୍ଧିପାଏ   । ରାୟପୁର , ନାଗପୁର  ଏହାର   ଉଦାହରଣ   ।

ସମୁଦ୍ର ପତ୍ତନଠାରୁ  ଦୂରତା

ଆଗରୁ  ସୂଚିତ  ହୋଇଛି  ଯେ  ଉଚ୍ଚତା  ସହିତ   ତାପମାନ  ହ୍ରାସପାଏ   । (୩୩୦ ମିଟର  ପ୍ରତି   ସେଲସିଅସ )  । ଏକ  ଅକ୍ଷାଂଶ  ବା  ଦ୍ରାଘିମା  ରେଖାରେ  ଦୁଇଟି  ସ୍ଥାନ  ମଧ୍ୟରେ  ଉଚ୍ଚତର  ସ୍ଥାନର  ତାପମାନ  ସବୁବେଳେ  କମ୍  ରହେ  । ବାଲେଶ୍ଵର  ( - ପୂ.ଅ.) , କେନ୍ଦୁଝର ( -  ପୂ.ଅ.) ଓ  ସମ୍ବଲପୁର  ( -  ପୂ . ଅ. )  ଏକ  ଅକ୍ଷାଂଶରେ  ଅବସ୍ଥିତ  ହେଲେ  ହେଁ  କେନ୍ଦୁଝର   ଓ  ସମ୍ବଲପୁର  ସମୁଦ୍ରଠାରୁ  ଦୂରରେ  ଓ  ସମୁଦ୍ରପତ୍ତନ  ଠାରୁ  ବେସୀ  ଉଚ୍ଚରେ  ଥିବାରୁ  ଉଭୟ  କେନ୍ଦୁଝର ଓ  ସମ୍ବଲପୁର  ବାଲେଶ୍ଵରଠାରୁ  ଗ୍ରୀଷ୍ମ ଋତୁରେ   ବେଶୀ  ଉତ୍ତପ୍ତ  ଓ  ଶୀତ  ଋତୁରେ   ବେଶୀ   ଶୀତଳ   ହୋଇଥାନ୍ତି   । କେନ୍ଦୁଝର  ଓ  ସମ୍ବଲପୁର  ମଧ୍ୟରେ  କେନ୍ଦୁଝର  ସମ୍ବଲପୁରଠାରୁ  ବେଶୀ   ଉଚ୍ଚରେ  ଥିବାରୁ  ଏଠାରେ   ଶୀତ  ଦିନେ  ବେଶୀ   ଶୀତ  ହୁଏ  । କେନ୍ଦୁଝର  ତୁଳନାରେ   ଗ୍ରୀଷ୍ମଋତୁ  ସମ୍ବଲପୁରରେ  ବୋଈ   ଅସହ୍ୟ   । ସମ୍ବଲପୁର  ବନ୍ୟସମ୍ପଦ  ଓ  ଜଙ୍ଗଲ  କେନ୍ଦୁଝର  ଅପେକ୍ଷା  ବହୁତ  କମ୍   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ  ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

2.88888888889
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top