ପବନ ପାଇଁ ମରୁତ , ମଳୟ , ସମୀରଣ, ବାତ, ବତାସ ଇତ୍ୟାଦି ଶବ୍ଦ ବ୍ୟବହାର କରାଯାଇଥାଏ । ଏହି ଶବ୍ଦଗୁଡିକ ଗୁଣାତ୍ମକ ଶବ୍ଦ । ଏହି ଶବ୍ଦ ଗୁଡିକରୁ ପବନର ବେଗ ଓ ପ୍ରଭାବ ବିଷୟରେ ସଠିକ ଧାରଣା ସୃଷ୍ଟି ହୋଇପାରେ ନାହିଁ । ଏହାକୁ ପରିମାଣାତ୍ମକ କରିବା ପାଇଁ ସାର୍ ଫ୍ରାନସିସ୍ ବୟଫର୍ଟ ନାମକ ଜଣେ ବ୍ରିଟିଶ ନୌ – ସେନାଧ୍ୟକ୍ଷ ଏକକ ମାପାରା ବ୍ୟବାହର କରିବା ପ୍ରବର୍ତ୍ତନ କଲେ । ଏହି ଏକକକୁ ବୟଫର୍ଟ ଏକକ କୁହାଯାଏ । ସାରଣୀ – ରେ ବୟଫର୍ଟ ଏକକ, ପବନର ବେଗ ଏବଂ ଏହାର ସୂଚିତ କରାଯାଇଛି ।
ପବନ ହେତୁ ବାୟୁ ଚାପ ଓ ତାପମାନ ତାରତମ୍ୟ ହ୍ରାସ ପାଏ, ସୌରତାପ ପରିବାହିତ ହୋଇଯାଉଥିବାରୁ ଉତ୍ତାପକୁ ପ୍ରଭାବ ଅନୁଭୂତ ହୁଏ ନାହିଁ । ବାୟୁମଣ୍ଡଳ ତାପମାନ ସମାନ ଥିଲେ ସୁଦ୍ଧା ପବନ ବହୁ ନଥିଲେ ଖରା ଓ ତାପମାନ ସାହି ହୁଏନାହିଁ । ଦେହରୁ ବହୁତ ଝାଳ ବାହାରେ । ଦେହ ଗମଗମିଆ ଲାଗେ । ପବନ ହେତୁ ଅଙ୍ଗାରକାମ୍ଳ ଗ୍ୟାସ ସହଜରେ ଅପସରି ଯାଏ ଏବଂ ଗଛ ପାତ୍ର ସହଜରେ ଅମ୍ଳଜାନ ଗ୍ୟାସ ବହୁତ ପରିମାଣରେ ବ୍ୟବହାର କରିପାରନ୍ତି । ଶ୍ଵେତସାର ସଂଶ୍ଳେଷଣ ପରିମାଣ ବୃଦ୍ଧିପାଏ ।
ଓଡିଶାରେ ଆଷାଢ , ଶ୍ରାବଣ , ଭାଦ୍ରବ ଓ ଆଶ୍ଵିନ ମାସରେ ପବନର ବେଗ ଖୁବ୍ କମ୍ ଥାଏ । କାର୍ତ୍ତିକ , ମାର୍ଗଶିର ମାସରେ ବର୍ଷେ ବର୍ଷେ ଝଡ ଓ ବାତ୍ୟା ହୁଏ । ନଚେତ ଆକାଶ ପ୍ରାୟ ସ୍ଥିର ଥାଏ । ମାର୍ଗଶିର ଓ ପୌଷ ମାସରେ ପୂର୍ବ ଦିଗରୁ ଧୀର ପବନ ବହେ । ମାଘ ମାସ ଶେଷଋ ଦକ୍ଷିଣ ପୂର୍ବ ଦିଗରୁ ପବନ ବହିବା ଆରମ୍ଭ କରେ । ଚୈତ୍ର , ବୈଶାଖ ଜ୍ୟୋଷ୍ଠ ମାସରେ ପ୍ରଚଣ୍ଡ ଖରା ସହିତ ଦକ୍ଷିଣ ଓ ଦକ୍ଷିଣ ପୂର୍ବରୁ ଖୁବ୍ ଜୋରରେ ଝାଞ୍ଜି ପବନ ବହେ । ମୌସୁମୀ ବୃଷ୍ଟି ଆରମ୍ଭ ହୋଇଗଲେ ପବନର ବେଗ ହ୍ରାସ ପାଏ ।
ଚୈତ୍ର ମାସରେ ବେଳେବେଳେ ଘୂର୍ଣ୍ଣିବାତ୍ୟା ହୋଇ ଅନେକ ଧାନ ଜୀବନ ନଷ୍ଟ କରେ ।
ବାୟୁ ମଣ୍ଡଳରେ ଜଳୀୟ ବାଷ୍ପ ପରିମାଣକୁ ଆର୍ଦ୍ରତା କୁହାଯାଏ । ଶୁଖିଲା ପାଗ , ଓଦା ପାଗ , ଗମଗମିଆ ପାଗ ଇତ୍ୟାଦି ଆର୍ଦ୍ରତାର ପ୍ରକାଶକ । ବାୟୁ ମଣ୍ଡଳର ଜଳଧାରଣ ଶକ୍ତି ତାପମାନ ଉପରେ ନିର୍ଭର କରେ । ତାପମାନ ବୃଦ୍ଧି ପାଇଲେ ବାୟୁମଣ୍ଡଳର ଜଳୀୟ ବାଷ୍ପ ଧାରଣ ଶକ୍ତି ବୃଦ୍ଧିପାଏ । ଗ୍ରୀଷ୍ମଦିନେ ବାୟୁମଣ୍ଡଳର ହାରାହାରି ତାପମାନ ଶୀତ ଦିନର ତାପମାନଠାରୁ ବେଶୀ ଗ୍ରୀଷ୍ମଦିନେ ବାୟୁମଣ୍ଡଳରେ ଶୀତ ଦିନ ଅପେକ୍ଷା ବେଶୀ ଜଳୀୟ ଅଂଶ ଥାଏ , ଏହି ଗ୍ରୀଷ୍ମ ଦିନରେ ବାୟୁ ମଣ୍ଡଳର ବୃଷ୍ଟିକାରୀ ଶକ୍ତି ଶୀତ ଦିନଠାରୁ ବେଶୀ । କୌଣସି ନିର୍ଦ୍ଧିଷ୍ଟ ତାପମାନରେ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ୧୦୦ ଭାଗ ହେଲେ ବାୟୁ ଜଳକଣାରେ ପରିପ୍ଳୁକ୍ତ ବୋଲି କୁହାଯାଏ । ଏକ ନିର୍ଦ୍ଧିଷ୍ଟ ତାପମାନ ଓ ଚାପରେ ବାୟୁମଣ୍ଡଳରେ ଥିବା ଜଳୀୟ ବାଷ୍ପର ପ୍ରକୃତ ପରିମାଣ ଏବଂ ପରିପ୍ଳୁକ୍ତ ଅବସ୍ଥା ଲାଗି ଦରକାର ସର୍ବୋଚ୍ଚ ଜଳୀୟ ବାଷ୍ପ ପରିମାଣ ଅନୁପାତକୁ ଆପେକ୍ଷିକ ଆର୍ଦ୍ରତା କୁହାଯାଏ ।
ଆପେକ୍ଷିକ ଆର୍ଦ୍ରତା = ବାୟୁମଣ୍ଡଳରେ ଜଳୀୟ ବାଷ୍ପ ପରିମାଣ / ଏହି ତାପମାନ ପରିପୁକ୍ତ ଲାଗି ଦରକାର * ୧୦୦
ଜଳୀୟବାଷ୍ପ ପରିମାଣ ଆପେକ୍ଷିକ ଆର୍ଦ୍ରତା ଶତକଡା ଭାଗ ହିସାବରେ ପ୍ରକାଶ କରାଯାଏ । ଜଳୀୟବାଷ୍ପ ପରିମାଣ , ଚାପ ବା ତାପମାନ ବଦଳିଲେ ଆର୍ଦ୍ରତା ବଦଳି ଥାଏ ।
ଓଡିଶାରେ ହାରାହାରି ଆପେକ୍ଷିକ ଆର୍ଦ୍ରତା ଶତକଡା ୫୭ – ୮୫ ଭାଗ ମଧ୍ୟରେ ରହେ । ସର୍ବନିମ୍ନ ଆପେକ୍ଷିକ ଆର୍ଦ୍ରତା (୪୯%) ଚୈତ୍ର (ମାର୍ଚ୍ଚ) ମାସରେ ରହେ । କ୍ରମେ ଆପେକ୍ଷିକ ଆର୍ଦ୍ରତା ବୃଦ୍ଧିପାଇ ଆଷାଢ ଓ ଶ୍ରାବଣ ମାସରେ ହାରାହାରି ୮୭ ଭାଗ ହୁଏ ।
ଅନେକ ଅଞ୍ଚଳରେ ଆପେକ୍ଷିକ ଆର୍ଦ୍ରତା ଶତକଡା ୯୫ – ୯୭ ଭାଗ ପର୍ଯ୍ୟନ୍ତ ବୃଦ୍ଧିପାଏ । ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଶୀତଦିନେ ଓ ବର୍ଷାଦିନେ ଆର୍ଦ୍ରତା ମଧ୍ୟରେ ବେଶୀ ତାରତମ୍ୟ ଦେଖାଯାଏ ନାହିଁ । ସର୍ବନିମ୍ନ ଆପେକ୍ଷିକ ଆର୍ଦ୍ରତା ୭୦ ଓ ସର୍ବୋଚ୍ଚ ଆପେକ୍ଷିକ ଆର୍ଦ୍ରତା ୮୫ ଭାଗ ହୋଇଥାଏ, କିନ୍ତୁ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କର ସର୍ବନିମ୍ନ ଆର୍ଦ୍ରତାକୁ ୩୬ – ୫୦ % ଏବଂ ସର୍ବୋଚ୍ଚ ଆର୍ଦ୍ରତା ୮୦ – ୯୫ ଭାଗ ହୋଇଥାଏ । କିନ୍ତୁ ଆଷାଢ ଓ ଶ୍ରାବଣ ମାସରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳ ମଧ୍ୟରେ ଆପେକ୍ଷିକ ଆର୍ଦ୍ରତାରେ ବିଶେଷ ତାରତମ୍ୟ ଦେଖାଯାଏ ନାହିଁ । ଏପରିକି ସକାଳ ଓ ସନ୍ଧ୍ୟାବେଳରେ ଆପେକ୍ଷିକ ଆର୍ଦ୍ରତା ମଧ୍ୟରେ ତଫାତ ବେଶୀ ନଥାଏ । ଏହି ସମୟରେ ତାପମାନ ବାୟୁ ଚାପ ପ୍ରାୟ ସମାନ ଥାଏ । ସାରଣୀ (୪) ରେ ବିଭିନ୍ନ ମାସରେ ଓଡିଶାର ହାରାହାରି ଆର୍ଦ୍ରତା ଭାଗ ଦର୍ଶାଯାଇଛି ।
ବାୟୁମଣ୍ଡଳରେ ଆର୍ଦ୍ରତା ମାପିବା ଯନ୍ତ୍ରକୁ ସାଇକ୍ରୋମିଟର କୁହାଯାଏ । ଏଥିରେ ଆର୍ଦ୍ର ଏବଂ ଶୁଷ୍କ ଥର୍ମୋମିଟର ଥାଏ । ଆର୍ଦ୍ର ଥର୍ମୋମିଟରଋ ତାପମାନ ହ୍ରାସ ପରିମାଣ ବାୟୁମଣ୍ଡଳର ଆର୍ଦ୍ରତା ଉପରେ ନିର୍ଭର କରେ । ବାୟୁମଣ୍ଡଳରେ ଜଳକଣା କମ୍ ଥିଲେ ଆର୍ଦ୍ର ଥର୍ମୋମିଟରର ତାପମାନ ବେଶୀ ହ୍ରାସ ପାଏ । ବାୟୁମଣ୍ଡଳ ପରିପ୍ଳୁକ୍ତ ହେଲେ ବାଷ୍ପୀଭବନ ହୁଏ ନାହିଁ । ଏଣୁ ଆର୍ଦ୍ର ଥର୍ମୋମିଟର ତାପମାନ ହ୍ରାସ ପାଏନାହିଁ । ଶୁଷ୍କ ଓ ଆର୍ଦ୍ର ଥର୍ମୋମିଟର ତାପମାନ ସମାନ ରହିଲେ ବାୟୁମଣ୍ଡଳ ଜଳକଣାରେ ପରିପ୍ଳୁକ୍ତ ବୋଲି ଜଣାପଡେ । ଦୁଇ ଥର୍ମୋମିଟର ତାପମାନର ପାର୍ଥକ୍ୟ ବେଶି ହେଲେ ବାଯୁମଣ୍ଡଳର ଶୁଷ୍କତା ବେଶି ବୋଲି ଜଣାଯାଏ । ଦୁଇ ଥର୍ମୋମିଟର ତାପମାନର ପାର୍ଥକ୍ୟରୁ ଆର୍ଦ୍ରତା ହିସାବ କରାଯାଇଥାଏ । ଏଥିଲାଗି ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ହିସାବ ସାରଣୀ ବ୍ୟବହାର କରାଯାଇଥାଏ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 4/17/2020