ହୋମ / ଶକ୍ତି / ପରିବେଶ / ପାଗ ଓ ଜଳବାୟୁ (ବାଷ୍ପୀଭବନ ଏବଂ ସୂର୍ଯ୍ୟାଲୋକ)
ସେଆର କରନ୍ତୁ

ପାଗ ଓ ଜଳବାୟୁ (ବାଷ୍ପୀଭବନ ଏବଂ ସୂର୍ଯ୍ୟାଲୋକ)

ଜଳର ତରଳ ଅବସ୍ଥାରୁ ବାଷ୍ପୀୟ ଅବସ୍ଥାକୁ ରୂପାନ୍ତରିଣ ପ୍ରକ୍ରିୟାକୁ ବାଷ୍ପୀଭବନ କୁହାଯାଏ । ଧରାପୃଷ୍ଠରେ ଜୀବନ ଧାରଣ ପାଇଁ ସୂର୍ଯ୍ୟାଲୋକ ଅପରିହାର୍ଯ୍ୟ ।

ବାଷ୍ପୀଭବନ

ଜଳର  ତରଳ  ଅବସ୍ଥାରୁ  ବାଷ୍ପୀୟ  ଅବସ୍ଥାକୁ  ରୂପାନ୍ତରିଣ  ପ୍ରକ୍ରିୟାକୁ   ବାଷ୍ପୀଭବନ   କୁହାଯାଏ  । ବାଯୁମଣ୍ଡଳରେ  ଭାସି  ବୁଲୁଥିବା   ଜଳକଣା  ଗୁଡିକ   ବାଷ୍ପୀଭବନ  ପ୍ରକ୍ରିୟାର  ଫଳ   । ବାୟୁ  ମଣ୍ଡଳର  ଆପେକ୍ଷିକ  ଆର୍ଦ୍ରତା  ତାପମାନ , ଓ  ବାୟୁବେଗ   ଉପରେ   ବାଷ୍ପୀଭବନ   ପରିମାଣ  ଓ  ମାତ୍ରା  ନିର୍ଭର   କରିଥାଏ   । ତାପମାନ  ଓ  ବାୟୁବେଗ  ଅଧିକ  ହେଲେ  ବାଷ୍ପୀଭବନ  ବୃଦ୍ଧି  ପାଇଥାଏ    । ବାଯୁମଣ୍ଡଳ  ଜଳୀୟ  ବାଷ୍ପରେ  ପରିପ୍ଳୁକ୍ତ  ହେଲେ   କିମ୍ବା  ତାପମାନ  କମିଗଲେ   ବାଷ୍ପୀଭବନ   ପରିମାଣ  ହ୍ରାସ  ପାଇଥାଏ   । ବାୟୁ  ସ୍ତରର  ମନ୍ଥନ  ବୃଦ୍ଧି  ପାଇଲେ  ବାଷ୍ପୀଭବନ  ମଧ୍ୟ  ବୃଦ୍ଧି  ପାଇଥାଏ   । ଏହି  କାରଣରୁ  ସମୁଦ୍ରରୁ  ଶୀତଦିନେ  ଗ୍ରୀଷ୍ମ  ଦିନ  ଅପେକ୍ଷା  ବେଶି  ବାଷ୍ପୀଭବନ  ହୋଇଥାଏ   । ଜଳଭାଗରୁ   ବାଷ୍ପୀଭବନ  ପରିମାଣ  ସ୍ଥଳ  ଭାଗରୁ  ବାଷ୍ପୀଭବନ  ପରିମାଣଠାରୁ  ଖୁବ୍  ବେଶି   । ଉତ୍ତର  ଗୋଲାର୍ଦ୍ଧରେ  ଜଳଭାଗ  ପରିମାଣ  ସ୍ଥଳଭାଗ   ତୁଳନାରେ  କମ୍   । ଏଣୁ  ଉତ୍ତର  ଗୋଲାର୍ଦ୍ଧରେ  ବାର୍ଷିକ  ବାଷ୍ପୀଭବନ   ପରିମାଣ  ୯୪୪ ମିଲିମିଟର   ।  କିନ୍ତୁ  ଦକ୍ଷିଣ   ଗୋଲାର୍ଦ୍ଧରେ  ଜଳଭାଗ   ପରିମାଣ  ବହୁତ  ହୋଇଥିବାରୁ   ବାର୍ଷିକ   ବାଷ୍ପୀଭବନ   ପରିମାଣ  ୧୦୦୪  ମିଲିମିଟର   ଅଟେ   ।

ବାଷ୍ପୀଭବନ  ଲାଗି  ଶକ୍ତି  ଆବଶ୍ୟକ   । ଏକ  ଗ୍ରାମ  ଜଳ  ବାଷ୍ପୀଭବନ  ପାଇଁ  ପ୍ରାୟ  ୫୯୦ କିଲୋକାଲୋରୀ  ଶକ୍ତି  ଆବଶ୍ୟକ  ହୋଇଥାଏ , ବାଷ୍ପୀଭବନ , ପରିମାଣ  ପାଗ  ଉପାଦାନ  ଉପରେ  ନିର୍ଭର  କରେ   । ଏମାନଙ୍କ  ମଧ୍ୟରେ  ସମ୍ବନ୍ଧ  ନିମ୍ନମତେ  ପ୍ରକାଶ   କରାଯାଇପାରେ   ।

ବାଷ୍ପୀଭବନ  ପରିମାଣ = ୧.୪୭୫ – ୦.୦୧୮୬  ହାରାହାରି  ବାୟୁଚାପ (B)

(ସେ.ମି.) (E)  ୦.୪୪ +୦.୧୧୮ ବାୟୁବେଗ  (W) ବାଷ୍ପୀୟ

ଚାପକୁ  - ଶିଶିରାଙ୍କ   ବାଷ୍ପୀରୂପ

E  = ବାଷ୍ପୀଭବନ  (ସେ.ମି.)

B = ହାରାହାରି  ବାୟୁଚାପ

W = ବାୟୁର  ଦୈନିକ  ହାରାହାରି  ବେଗ  ( ଘଣ୍ଟାପ୍ରତି  କି.ମି.)

Es  = ବାଷ୍ପୀୟ  ଚାପ , ed = ଶିଶିରାଙ୍କ   ବାଷ୍ପୀୟ  ଚାପ    ।

କେବଳ  ତାପମାନର  ହିସାବକୁ  ମଧ୍ୟ  କୌଣସି  ସ୍ଥାନର   ସର୍ବୋଚ୍ଚ   ବାଷ୍ପୀଭବନ  ପରିମାଣ  ହିସାବ  କରାଯାଇପାରେ   । ଏହି  ଅନୁସାରେ  ଓଡିଶାରେ  ବର୍ଷକୁ  ୧୮୨ ସେ.ମି.ଜଳ  ବାଷ୍ପୀଭୂତ  ହୋଇଥାଏ   । ବିଭିନ୍ନ  ଜିଲ୍ଲାରେ  ବାଷ୍ପୀୟଭବନ  ପରିମାଣ  ସାରଣୀ  (୫) ରେ  ଦିଆଗଲା   ।

ଏହି ପରିମାଣ   କେବଳ  ତାପମାନ  ଅନୁସାରେ  ହିସାବ  କରାଯାଉଥିବାରୁ  ପ୍ରକୃତ  ବାଷ୍ପୀଭବନ  ପରିମାଣଠାରୁ  ଖୁବ୍  ବେଶି  ଅଟେ   । ବାଷ୍ପୀଭବନ  କୁଣ୍ଡରୁ  ମପାଯାଉଥିବା  ପରିମାଣ  ଅନୁସାରେ  ଓଡିଶାରେ  ବାର୍ଷିକ  ବାଷ୍ପୀଭବନ  ପରିମାଣ  ପ୍ରାୟ  ୧୭୧ ସେ.ମି  । ବର୍ଷାଦିନେ  ତାପମାନ  ବେଶି  ଥିଲେ  ମଧ୍ୟ  ବାଯୁମଣ୍ଡଳ  ସମ୍ପୂର୍ଣ୍ଣ  ଆର୍ଦ୍ର  ରହୁଥିବାରୁ  ବାଷ୍ପୀଭବନ  ପରିମାଣ   ଖୁବ୍  କମ୍  । ଏହି  ତିନି  ମାସରେ  ଦୈନିକ  ବାଷ୍ପୀଭବନ  ମାତ୍ର  ୨.୮୩  ମିଲି ମିଟର   । ଚୈତ୍ର , ବୈଶାଖ , ଜ୍ୟୋଷ୍ଠ  ମାସରେ  ଏହି  ପରିମାଣ  ଖୁବ୍  ବେଶି  ଓ  ଦୈନିକ  ପ୍ରାୟ  ୮.୨୫  ମିଲିମିଟର   ହୋଇଥାଏ   ।

ମେଘ ଓ ବୃଷ୍ଟି

ତାପମାନ  ହ୍ରାସ  ପାଇଲେ  ବାୟୁମଣ୍ଡଳର  ଜଳଧାରଣ  ଶକ୍ତି   ହ୍ରାସ  ପାଏ  । ତାପମାନ   ନିର୍ଦ୍ଧିଷ୍ଟ  ମୂଲ୍ୟରୁ  କମ୍  ହୋଇଗଲେ   ଘନିକରଣ  ସୃଷ୍ଟି  ହୁଏ   । ଏହି  ନିର୍ଦ୍ଧିଷ୍ଟ   ତାପମାନଙ୍କୁ  ଶିଶିରାଙ୍କ   କୁହାଯାଏ   । ଶିଶିରାଙ୍କ  ଆପେକ୍ଷିକ  ଆର୍ଦ୍ରତା   ଉପରେ  ନିର୍ଭର  କରେ  । ଆପେକ୍ଷିକ   ଆର୍ଦ୍ରତା   ବଢିଯାଇ   ପରିପ୍ଳୁକ୍ତ  ଅବସ୍ଥାରେ  ପହଞ୍ଚିଲେ  ସାମାନ୍ୟ   ତାପମାନ   ହ୍ରାସ  ଦ୍ଵାରା  ଶିଶିରାଙ୍କ  ଆସିଥାଏ  ଏବଂ  ଘନିକରଣ  ସୃଷ୍ଟି   ହୁଏ  ।

କୁହୁଡି , କାକର , ବରଫ  ଓ ମେଘ  ଘନିକରଣ  ପ୍ରଣାଳୀର  ଫଳ   । ମେଘମୁକ୍ତ  ନିର୍ମଳ  ଆକାଶ , ବଡ ରାତି , ପବନର  ଗତି  ସ୍ଥିର  ଓ  ବାଯୁମଣ୍ଡଳର  ଆର୍ଦ୍ରତା  ସାମାନ୍ୟ  ବେଶି  ହେଲେ  କୁହୁଡି  ସୃଷ୍ଟି  ହୁଏ  । ଶୀତଦିନେ   ରାତି  ବଡ , ବାଯୁମଣ୍ଡଳ  ସ୍ଥିର  ଆକାଶ  ନିର୍ମଳ  ଓ  ତାପମାନ  କମ୍  ଏବଂ  ଏହି  ତାପମାନ  ଦୃଷ୍ଟିରୁ   ସାମାନ୍ୟ  ମାତ୍ରାରେ  ବେଶି  ଜଳକଣା  ରହୁଥିବାରୁ  କୁହୁଡି   ଦେଖାଯାଏ  । କୁହୁଡି  ଖୁବ୍  ଅଳ୍ପ   ପରିମାଣରେ   ଫସଲକୁ  ସାହାଯ୍ୟ   କରେ   ।

କୁହୁଡି ଓ  କାକର  ସୃଷ୍ଟିଲାଗି  ବାଯୁମଣ୍ଡଳର  ଅବସ୍ଥା  ଊଣା  ଅଧିକେ  ସମାନ   । ଭୂପୃଷ୍ଠ ନିକଟସ୍ଥ   ନିର୍ମଳ  ବାଯୁମଣ୍ଡଳରୁ  ଘନୀଭୂତ   ହୋଇଥିବା  ଜଳକଣାଗୁଡିକ  ନୌଶ  ବିକିରଣ  ଦ୍ଵାରା  ଶୀତଳ   ହେଉଥିବା  ବସ୍ତୁଗୁଡିକ  ଉପରେ  ପଡିଲେ   ସେଗୁଡିକୁ  କାକର  କୁହାଯାଏ   । ଯେଉଁ  ଦିନ  ସକାଳେ  କୁହୁଡି  ହୋଇଥାଏ   । ସେ  ଦିନ  କାକର  ମଧ୍ୟ  ପଡିଥାଏ  । ଓଡିଶାରେ  କାର୍ତ୍ତିକ , ମାର୍ଗଶିର ଓ  ପୌଷ   ମାସରେ  ବେଶି  ଓ  ମାଘ ଓ  ଫାଲ୍ଗୁନ  ଖୁବ୍  କମ୍ କାକର  ପଡେ , ଅନ୍ୟ  ମାସ   ଗୁଡିକରେ  କାକର  ପଡେ  ନାହିଁ   । ଓଡିଶାରେ  ମୋଟ  ୧୯ – ୨୦ ମିଲିମିଟର  କାକର   ଏହି  ମାସଗୁଡିକରେ  ପଡୁଥିବା   ହିସାବରୁ   ଜଣାପଡେ    ।

ମେଘ ଓ ବର୍ଷା

ମେଘ ଓ  ଘନିକରଣ  ପ୍ରକ୍ରିୟାର  ଫଳ  । ବାଯୁମଣ୍ଡଳର  ତାପମାନ  ଶିଶିରାଙ୍କ  ତଳକୁ  ଖସି  ଆସିଲେ  ଏବଂ  ଜଳୀୟ  ବାଷ୍ପ  ଘନୀଭୂତ  ହୋଇ  ଆକାଶରେ   ଘୁରି  ବୁଲିଲେ  ମେଘ  ସୃଷ୍ଟିହୁଏ   ।  ବୃଷ୍ଟି  ପରିମାଣ  ମାପ  ଯନ୍ତ୍ରକୁ  ଇଂରାଜୀରେ  ରେନ୍ ଗଜ୍  କୁହାଯାଏ  । ପରିମାଣକୁ  ଏକର  ଇଞ୍ଚ  ବା  ହେକ୍ଟର  ସେଣ୍ଟିମିଟର  ବା  ହେକ୍ଟର  ମିଟର   ରୂପେ  ପ୍ରକାଶ   କରାଯାଏ   । ଏକ  ଏକର  ଜମିରେ   ଏକ  ଇଞ୍ଚ  ଉଚ୍ଚାର   ଜଳ   ପରିମାଣକୁ  ଏକ  ଏକର  ଇଞ୍ଚ  ଗାଲେନ   କୁହାଯାଏ  । ଏକ  ହେକ୍ଟର  ଜମିରେ  ଏକ  ସେଣ୍ଟିମିଟର  ଉଚ୍ଚର   ଜଳ  ପରିମାଣକୁ   ଏକ  ହେକ୍ଟର  ସେଣ୍ଟିମିଟର   କୁହାଯାଏ   । (୧୦୦,୦୦୦ ଲିଟର)  । (ଏକ  ହେକ୍ଟର  ସେଣ୍ଟିମିଟର  =୦.୯୮୦ ଏକର  ଇଞ୍ଚ = ଏକ  ଏକର  ଇଞ୍ଚ )  ।

୧ ଗ୍ୟାଲେନ  = ୨୭୭ . ୪ ଘନ ଇଞ୍ଚ  = ୪.୫୪୫  ଲିଟର

ଓଡିଶାର  ବାର୍ଷିକ  ହାରାହାରି  ବୃଷ୍ଟିପାତ  ୧୪୦୦  ମିଲିମିଟର , ଅର୍ଥାତ୍  ଓଡିଶାରେ   ବର୍ଷକୁ   ଯେତେ  ବର୍ଷା  ହୁଏ  ସେ  ସବୁ  ସଂଗ୍ରହ   କରି  ଓଡିଶାର କ୍ଷେତ୍ରଫଳ  ଉପରେ   ଜମାକରି   ରଖିଲେ  ୧୪୦୦  ମିଲିମିଟର  ଉଚ୍ଚ  ହେବ    ।

ସୂର୍ଯ୍ୟାଲୋକ

ଧରାପୃଷ୍ଠରେ   ଜୀବନ  ଧାରଣ  ପାଇଁ  ସୂର୍ଯ୍ୟାଲୋକ  ଅପରିହାର୍ଯ୍ୟ   । ସୂର୍ଯ୍ୟଙ୍କଠାରୁ  ମିଳୁଥିବା   ଆଲୋକ  ଦ୍ଵାରା  ଉଦ୍ଭିଦ  ଶର୍କରା ଓ  ଶ୍ଵେତସାର  ପ୍ରସ୍ତୁତ  କରେ   । ଏହି  ଶ୍ଵେତସାର   ପ୍ରତ୍ୟକ୍ଷ  ଓ  ପରୋକ୍ଷ  ଭାବରେ  ସମଗ୍ର  ପ୍ରାଣୀ  ଜଗତର  ଜୀବନଧାରଣର  ମୂଳମନ୍ତ୍ର    ।

ସୂର୍ଯ୍ୟଙ୍କର  ସ୍ଥିତି  ଅନୁସାରେ  ସୂର୍ଯ୍ୟାଲୋକ  ପରିମାଣ  ସମୟ  ଭିନ୍ନ  ହୋଇଥାଏ   । ସୂର୍ଯ୍ୟ  ମାର୍ଚ୍ଚ  ମାସ ତା ୨୧ରିଖରେ  ବିଷୁବ  ରେଖାର  ଅବସ୍ଥାନ  କରନ୍ତି   । କ୍ରମେ  ଉତ୍ତରାୟଣ   ହୋଇ  ଜୁନ ତା ୨୩ରିଖ  ସୁଦ୍ଧା  କର୍କଟ  କ୍ରାନ୍ତି  ରେ  ଅବସ୍ଥାନ  କରନ୍ତି   । ପୁଣି  ଦକ୍ଷିଣକୁ   ଫେରି  ସେପ୍ଟେମ୍ବର  ମାସ  ତା ୨୩ ରିଖ  ସୁଦ୍ଧା  ବିଷୁବ  ରେଖାକୁ  ଫେରନ୍ତି   । ଏହିଠାରୁ  କ୍ରମେ  ଦକ୍ଷିଣାୟାନ  ହୋଇ   ଡିସେମ୍ବର   ତା ୨୩ ରିଖରେ   ମକର  କ୍ରାନ୍ତି  ରେ  ଅବସ୍ଥାନ   କରନ୍ତି   ।  ଏଠୁ  ପୁଣି  ଉତ୍ତରକୁ   ଫେରି  ମାର୍ଚ୍ଚରେ  ବିଷୁବ  ରେଖାରେ  ପହଞ୍ଚନ୍ତି   । ସେପ୍ଟେମ୍ବର  ୨୩ ଓ  ମାର୍ଚ୍ଚ ତା ୨୧ ରିଖରେ  ସୂର୍ଯ୍ୟ  ବିଷୁବ  ରେଖାରେ  ରହୁଥିବାରୁ  ପୃଥିବୀ  ସାରା   ଦିନ  ଓ  ରାତି  ସମାନ   ଥାଏ    । ଉତ୍ତର  ଗୋଲାର୍ଦ୍ଧକୁ  ଗତି  କଲେ  ଉତ୍ତର  ଗୋଲାର୍ଦ୍ଧରେ   ଦିନ  ୧୨ ଘଣ୍ଟା  ବେଶି   ହୁଏ  ଏବଂ  ଦକ୍ଷିଣ  ଗୋଲାର୍ଦ୍ଧରେ  ୧୨ ଘଣ୍ଟାରୁ  କମ୍ ହୁଏ   । ଜୁନ୍ ତା  ୨୧ ରିଖରେ  ଉତ୍ତର  ଗୋଲାର୍ଦ୍ଧରେ  ଦିନ  ସବୁଠାରୁ  ବଡ ଓ  ରାତି  ସବୁଠାରୁ  ଛୋଟ   । ସେହିପରି  ଦକ୍ଷିଣ  ଗୋଲାର୍ଦ୍ଧରେ  ଦିନ  ସବୁଠାଏଉ  ଛୋଟ  ଓ  ରାତି  ସବୁଠାରୁ   ବଡ   । ଡିସେମ୍ବର  ମାସ  ତା  ୨୩ ରିଖରେ  ଦକ୍ଷିଣ  ଗୋଲାର୍ଦ୍ଧରେ  ସବୁଠାରୁ  ବଡ ଓ  ରାତି  ସବୁଠାରୁ  ଛୋଟ   ।

ଅକ୍ଷାଂଶ  ଅନୁସାରେ  ସୂର୍ଯ୍ୟାଲୋକ  ପରିମାଣ  ତତୀବ୍ରତା  ଭିନ୍ନ  ହୋଇଥାଏ   । ଆକାଶରେ  ମେଘ  ଘୋଡାଇଲେ  ଉଜ୍ଜ୍ଵଳ ସୂର୍ଯ୍ୟାଲୋକ  ଆସିବାରେ  ବାଧା  ସୃଷ୍ଟି  ହୁଏ  । ଦିନ  ବଡ  ହେଲେ  ସୁଦ୍ଧା  ଉଜ୍ଜ୍ଵଳ  ଦିବାଲୋକ  ସେତିକି  ସମୟ  ଧରି  ଆସେ   ନାହିଁ   । ଏହା  ଫଳରେ   ଅଙ୍ଗାର  ସଂଶ୍ଳେଷଣ   ପ୍ରକ୍ରିୟାରେ   ବାଧା  ସୃଷ୍ଟି  କରେ   । ଓଡିଶାରେ  ଜୁନ  ମାସ  ତା  ୨୨ ରିଖରେ  ଦିନ  ୧୩ ଘଣ୍ଟା  ୧୮ ମିନିଟ୍  ଓ  ରାତି  ଘ ୧୦.୪୨ ମିନିଟ୍   । କିନ୍ତୁ  ଏହି  ସମୟରେ  ଆକାଶ  ମେଘାଚ୍ଛନ୍ନ  ରହୁଥିବାରୁ , ମୌସୁମୀ  ବୃଷ୍ଟି  ପ୍ରକୋପ  ବଳବତ୍ତର  ରହୁଥିବାର  ପ୍ରକୃତ  ଉଜ୍ଜ୍ଵଳ  ଦିବାଲୋକ  ୩ – ୪ ଘଣ୍ଟା  ହୋଇଥାଏ  । ଏପରିକି  ସମ୍ପୂର୍ଣ୍ଣ   ଦିନତି  ସୂର୍ଯ୍ୟାଲୋକ  ଦେଖି ନ ପାରେ   । ସାରଣୀରେ  ଭାରତର  ବିଭିନ୍ନ  ସ୍ଥାନରେ  ପ୍ରକୃତ  ଦିବାଲୋକ  ପରିମାଣ  ଓ  ଆକାଶରେ  ମେଘ  ପରିମାଣ  ଦର୍ଶାଯାଇଛି  ।

ଭାରତରେ  ହାରାହାରି  ଭାବେ  ଏକ  ବର୍ଗ  ସେ.ମି. ସ୍ଥାନ  ପ୍ରତି  ପଡୁଥିବା  ସୂର୍ଯ୍ୟାଲୋକର  ପରିମାଣ  ପ୍ରାୟ  ୮୫୦ ଗ୍ରାମ  କାଲୋରୀ   । ଆକାଶ   ମେଘାଚ୍ଛନ୍ନ  ରହିଲେ  ଏହି  ପରିମାଣ  ଦିନକୁ  ୧୧୬  ଗ୍ରାମ  କାଲୋରୀକୁ  ହ୍ରାସ  ପାଇପାରେ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ  ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.28571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top