ବାୟୁମଣ୍ଡଳରେ ବିଭିନ୍ନ ପ୍ରକାର ଗ୍ୟାସ , ଜଳକଣା , ଧୂଳିକଣା ଇତ୍ୟାଦି ଅଛି । ଏ ସବୁର ଓଜନ ଅଛି । ପୃଥିବୀ ପ୍ରୁଷ୍ଠର ଏକ ଏକକ କ୍ଷେତ୍ରଫଳ ପ୍ରତି ଏହି ବସ୍ତୁର ବଳ କୁ ଚାପ କୁହାଯାଏ । ପୃଥିବୀର ପୃଷ୍ଠ ଦେଶରେ ବାୟୁର ଓଜନ ଖୁବ୍ ବେଶୀ । କ୍ରମେ ଉପରକୁ ହ୍ରାସ ପାଏ । ସମୁଦ୍ର ପତ୍ତନ ମାନ ଅନୁସାରେ ଏକ ବର୍ଗ ସେଣ୍ଟିମିଟର ସ୍ଥାନ ପ୍ରତି ୧୦୩୪. ୩୦ (ଏକ ବର୍ଗ ଇଞ୍ଚ ପ୍ରତି ୧୪.୭ ପାଉଣ୍ଡ , ୧ କି.ଗ୍ରା = ୨.୨୦୫ ପାଉଣ୍ଡ ) । ପୃଥିବୀର ୫୦୪ ନିୟୁତ ବର୍ଗ କିଲୋମିଟର ପୃଷ୍ଠଭୂମି ଉପରେ ପ୍ରାୟ ୫.୭୫ * ୧୦ ଟନ ଓଜନର ବାୟୁ ପୂରି ରହିଛି । (୧୧୪୦.୮ ଗ୍ରାମ / ବର୍ଗ ସେଣ୍ଟିମିଟର ) ।
ପବନର ଚାପ ପବନର ବେଗର ଉପରେ ନିର୍ଭର କରେ ଏବଂ ଏହା ବେଗ ବର୍ଗ ସହିତ ସମଆନୁପାତିକ ଅଟେ ( ପି = ) । ଏଥିପାଇଁ ବତାସର ଧ୍ଵଂସ ଶକ୍ତି ପ୍ରବଳ । ଏକଶହ କି.ମି. ବେଗରେ ବହୁଥିବା ପବନର ଧ୍ଵଂସ ଶକ୍ତି ୧୦ କି.ମି. ବେଗରେ ବହୁଥିବା ପବନର ଶହେ ଗୁଣ (୧୦୦ * ୧୦୦ / ୧୦*୧୦ ) । ଘଣ୍ଟାକୁ ୭ – ୧୦ କି.ମି. ବେଗରେ ବହୁଥିବା ପବନ ଏକ ବର୍ଗ ସେ.ମି. କ୍ଷେତ୍ର ଉପରେ ୩୬ ଗ୍ରାମ ଓଜନର ଚାପ ପ୍ରୟୋଗ କରିଥାଏ । କିନ୍ତୁ ୯୦ – ୧୨୦ କି.ମି. ବେଗରେ ବହୁଥିବା ପବନ ଏକ ବର୍ଗ ସେ.ମି. କ୍ଷେତ୍ର ଉପରେ ୬୦୦ ଗ୍ରାମ ଓଜନର ଚାପ ପ୍ରୟୋଗ କରିଥାଏ ।
ଘନଫଳ ପ୍ରତି ବସ୍ତୁତ୍ଵର ଅନୁପାତକୁ ସାନ୍ଧ୍ରତା କୁହାଯାଏ / ଘନଫଳ (ଘନ ସେ.ମି.) । ଜଳ ସାନ୍ଧ୍ରତା ୧ ଘନ ସେ.ମି. ପ୍ରତି ୧ ଗ୍ରାମ । ଏହି ଅନୁସାରେ ବାୟୁର ସାନ୍ଧ୍ରତା ଏକ ଘନ ସେ.ମି. ପ୍ରତି ୦.୦୦୧୨୯୩ ; ଅର୍ଥାତ୍ ଜଳ ସାନ୍ଧ୍ରତାର ପ୍ରାୟ ଏକ ହଜାର ଭାଗ । ଉଚ୍ଚତା ବଢିଲେ ବାୟୁର ସାନ୍ଧ୍ରତା କମେ । ଓଜନ ମଧ୍ୟ କମେ । ଆକାଶରେ ଥିବା ସମୁଦାୟ ବାୟୁର ଓଜନର ଅଧେ କେବଳ ପୃଥିବୀ ପୃଷ୍ଠକୁ ଲାଗି ରହିଥିବା ୫ – ୬ କି. ମି. ଉଚ୍ଚତା ଭିତରେ ଆବଦ୍ଧ ଥାଏ । ୧୦୫ କିଲୋମିଟର ଉଚ୍ଚରେ ବାୟୁର ଓଜନ ସମୁଦ୍ର ପତନଠାରେ ଏହାର ଓଜନର ୧/୧୦୦୦,୦୦୦ ଭାଗ ।
ଗତିଶୀଳ ବାୟୁକୁ ପବନ କୁହାଯାଏ । ବାୟୁ ଉତ୍ତପ୍ତ ହେଲେ ବାୟୁର ସାନ୍ଧ୍ରତା ହ୍ରାସ ପାଏ । ବାୟୁ ଉର୍ଦ୍ଧ୍ଵଗତି ହୁଏ । ଚାପ ହ୍ରାସ ପାଏ । ଚତୁପାର୍ଶ୍ଵସ୍ଥ ଘନ ଶୀତଳ ଓ ଗୁରୁବାୟୁ ଊର୍ଦ୍ଧ୍ଵଗାମୀ ଉତ୍ତପ୍ତ ଉଶ୍ଵାସ ଏବଂ ନିମ୍ନଚାପ ବାୟୁର ସ୍ଥାନ ପୂରଣ କରିଥାଏ । ଏହାଦ୍ଵାରା ଦୁଇସ୍ଥାନ ମଧ୍ୟରେ ବାୟୁଚାପ ଓ ଉତ୍ତାପର ପାର୍ଥକ୍ୟ ହ୍ରାସ ପାଇଥାଏ ।
ଓଡିଶାରେ ଖରାଦିନେ ଦକ୍ଷିଣା ପବନ ବହେ । ଭୂଭାଗରେ ବାୟୁମଣ୍ଡଳ ସୂର୍ଯ୍ୟତାପ ହୋଇ ଉତ୍ତପ୍ତ ହୋଇଯାଏ । ବାୟୁ ଊର୍ଦ୍ଧ୍ଵଗାମୀ ହୁଏ । ଏହାର ସ୍ଥାନ ପୂରଣ କରିବା ପାଇଁ ଭାରତ ମହାସାଗର ଉପରିସ୍ଥ ଘନବାୟୁ ପ୍ରବାହିତ ହୋଇଥାଏ । ଶୀତଦିନେ ଉତ୍ତର ଦିଗରୁ ଶୀତଳ ଓ ଥଣ୍ଡା ବାୟୁ ପ୍ରବାହିତ ହୋଇ ଶୀତ ମଧ୍ୟ ବଢାଇ ଦେଇଥାଏ । ପବନର ବର୍ଣ୍ଣନା ଲାଗି ଏହାର ଦିଗ ଓ ବେଗ ଉଲ୍ଲେଖ କରିବା ଆବଶ୍ୟକ । ଯେଉଁ ଦିଗରୁ ପବନ ବହିଥାଏ , ସେ ଦିଗକୁ ପବନର ଦିଗ ବୋଲି କୁହାଯାଏ । ଉତ୍ତର ଦିଗରୁ ପବନ ବହିଲେ ଉତ୍ତରା ପବନ , ପୂର୍ବ ଦିଗରୁ ପବନ ବହିଲେ ପୂବେଇ ପବନ , ଦକ୍ଷିଣ ଦିଗରୁ ପବନ ବହିଲେ ଦକ୍ଷିଣା ପବନ ବୋଲି କୁହାଯାଏ । ଯେଉଁ ଯନ୍ତ୍ର ସାହାଯ୍ୟରେ ପବନ କେଉଁ ଦିଗରୁ ବହୁଛି ବୋଲି ଜଣାପଡେ , ସେହି ଯନ୍ତ୍ରକୁ ପବନ ଦିଗ ବାରିଣୀ ଯନ୍ତ୍ର କୁହାଯାଏ । ପବନ ଦିଗ ବାରିଣୀ ଯନ୍ତ୍ରର ତୀର ଯେଉଁ ଦିଗକୁ ମୁହଁ କରିଥାଏ ପବନ ସେହି ଦିଗରୁ ବୋହୁଛି ବୋଲି ଜଣାଯାଏ । ପବନର ବେଗ ଘଣ୍ଟା ମିନିଟ ବା ସେକେଣ୍ଡ ପ୍ରତି କିଲୋମିଟର ବା ମିଟର ହିସାବରେ ପ୍ରକାଶ କରାଯାଏ । ଯେଉଁ ଯନ୍ତ୍ର ଦ୍ଵାରା ପବନର ବେଗ ମପାଯାଏ ତାହାକୁ ପବନ ବେଗ ମାପି ଯନ୍ତ୍ର କୁହାଯାଏ । ଘଣ୍ଟାକୁ ୬୦ କି.ମି. ବେଗରେ ବହିଲେ , ମିନିଟ ପ୍ରତି ୧୦୦୦ ମିଟର , ବା ସେକେଣ୍ଡ ପ୍ରତି ୧୬.୬୬ ମିଟର ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 4/22/2020