ହୋମ / ଶକ୍ତି / ପରିବେଶ / ପାଗ ଓ ଜଳବାୟୁ (ବାୟୁମଣ୍ଡଳ)
ସେଆର କରନ୍ତୁ

ପାଗ ଓ ଜଳବାୟୁ (ବାୟୁମଣ୍ଡଳ)

ବାୟୁମଣ୍ଡଳ ପୃଥିବୀ ଚାରିପଟେ ଏକ ଖୋଳ ଭଳି ଏହାକୁ ଆବରଣ କରି ରହିଛି ।

ବାୟୁମଣ୍ଡଳ

ପୃଥିବୀକୁ  ବ୍ୟାପୀ  ରହିଥିବା  ଅନନ୍ତ  ଶୂନ୍ୟ  ସ୍ଥାନ  ହିଁ   ଆକାଶ   । ଆକାଶ  ଖୁବ୍  ବିସ୍ତୃତ   । ଦୂର  ଦିଗବଳୟକୁ  ଚାହିଁଲେ  ଜଣାପଡେ   ସତେ   ଯେପରି  ଆକାଶ  ଏକ  ବୃତ୍ତର  ଚାପ   ଭଳି   ପୃଥିବୀ   ପୃଷ୍ଠ  ସହିତ  ଖୁବ୍  ଦୂରରେ  ମିଶିଯାଇଛି , ଯେତେ   ଉପରକୁ  ଯାଇ  ଚାହିଁବା  , ଏହି  ଚାପର  ଦୂରତା  ସେତେ  ବେଶୀ  ହୋଇଥାଏ   । ଏହା  ଆକାଶ  ବିସ୍ତୃତିର  ପରିଚାୟକ   । ପୃଥିବୀ  ପୃଷ୍ଠକୁ   ଘେରି  ରହିଥିବା  କେତେ  କି.ମି.  ଦୂରତାକୁ  ବାୟୁମଣ୍ଡଳ  କୁହାଯାଏ   । ଏହି  ଦୂରତା  ଭିତରେ  ବଉଦ  ଓ ମେଘ  ଘୁରି  ବୁଲନ୍ତି   । ଏହି  ମଣ୍ଡଳ   ଭିତରେ   ଘଟୁଥିବା  ଦୈନନ୍ଦିନ  ଘଟଣାବଳୀକୁ  ନେଇ  ପାଗ  ଓ  ଜଳବାୟୁର  ସୃଷ୍ଟି  । ବାୟୁମଣ୍ଡଳ   ପୃଥିବୀ  ଚାରିପଟେ  ଏକ  ଖୋଳ  ଭଳି  ଏହାକୁ  ଆବରଣ  କରି  ରହିଛି   । ଏହାର  ଦୂରତା  ସବୁଠାରେ  ସମାନ  ନୁହେଁ   । ବାୟୁମଣ୍ଡଳ  କେତେକ  ବାଷ୍ପର  ସମ୍ମିଶ୍ରଣ   । ଏଗୁଡ଼ିକର  ଶତକଡା   ପରିମାଣ  ବାୟୁମଣ୍ଡଳରେ  ପୃଥିବୀର  ଚାରିଆଡେ  ହାରାହାରି  ଭାବେ  ସମାନ   ବୋଲି  କହିଲେ  ଚଳେ   । କିନ୍ତୁ  ପ୍ରକୃତରେ  ଏହି  ପରିମାଣ  ବିଭିନ୍ନ  କାରଣ  ହେତୁ  ବିଭିନ୍ନ  ସ୍ଥାନରେ   ସାମାନ୍ୟ  ଭିନ୍ନ  ହୋଇଥାଏ   ।

ଘନଫଳ  ଅନୁସାରେ  ବାୟୁମଣ୍ଡଳର  ଶତକଡା  ୯୯.୯୯  ଭାଗ   । ଯବକ୍ଷାରଜାନ  (୭୮.୦୮୮%) , ଅମ୍ଳଜାନ (୨୦.୯୪୨ %) , ଆରଗନ (୦.୯୩%) , ଓ ଅଙ୍ଗାରକାମ୍ଳ (୦.୦୩%) ଗ୍ୟାସ  ଦ୍ଵାରା  ଗଠିତ   । ଏମାନଙ୍କ  ମଧ୍ୟରୁ  ଯବକ୍ଷାରଜାନ  ଓ  ଅମ୍ଳଜାନର  ପ୍ରାଧାନ୍ୟ  ବେଶୀ   । ଅବଶିଷ୍ଟ  ୦.୦୧ ଭାଗ  ନିୟନ , ହେଲଅମ୍ , ଜନନ୍  ଓ  ଜୋନ୍ , ରାଡନ୍ , ଉଦଜାନ , ଆମୋନିଆ  ଓ  ଆଇଓଡଇନ  ଗ୍ୟାସ  ଦ୍ଵାରା  ଗଠିତ  ପ୍ରଶ୍ଵାସନ  କ୍ରିୟା  ଲାଗି  ଅମ୍ଳଜାନ  ଆବଶ୍ୟକ   । ସବୁଜ  ବୃକ୍ଷଲତା  ଓ ଗୁଳ୍ମ  ଆଦି  ଅଙ୍ଗାର  ଆତ୍ମିକରଣ ଲାଗି  ଅଙ୍ଗାରକାମ୍ଳ  ବାଷ୍ପ  ଦରକାର  କରନ୍ତି  । ଅଙ୍ଗାରକାମ୍ଳ  ଗ୍ୟାସ   ପରିମାଣ  ବାୟୁମଣ୍ଡଳରେ  ଶୂନ୍ୟ   ହୋଇଗଲେ  ଜୀବ  ଜଗତ   ଲୋପ  ପାଇଯିବ  । ଅମ୍ଳଜାନ   ଗ୍ୟାସ  ଦହନ  କ୍ରିୟାରେ  ସାହାଯ୍ୟ  କରେ   । ଓଜନ  ଗ୍ୟାସର  () ଦହନୀୟ  ଧର୍ମ  ଥିଲେ  ମଧ୍ୟ   ଏହାର  ପରିମାଣ   ଏତେ  କମ୍ ଏବଂ  ଏହା  ଆକାଶର  ଏତେ  ଉପରେ  ଯେ  ଏହାର  ପ୍ରାଧାନ୍ୟ  ସହଜରେ  ଅନୁଭୂତ  ହୁଏ  ନାହିଁ   । ଉଦଜାନ  ଗ୍ୟାସ  ସୂର୍ଯ୍ୟର  ଘାନା  ବାଇଗଣି  ରଶ୍ମି   ବହୁ  ପରିମାଣରେ  ଶୋଷି  ରଖେ   । ଏଣୁ  ପୃଥିବୀ   ପୃଷ୍ଠକୁ  ଆସୁଥିବା   ଘନା  ବାଇଗଣି  ରଶ୍ମି  ପରିମାଣ  ହ୍ରାସ   ପାଇଥାଏ   ।

ପ୍ରାୟ  ୬୦ – ୮୫ କି.ମି  ( ୪୦ – ୫୦ ମାଇଲ ) ପର୍ଯ୍ୟନ୍ତ   ବାୟୁମଣ୍ଡଳରେ   ଉପାଦାନଗୁଡିକର  ପରିମାଣ  ସମାନ  ଥାଏ   । ଏହା  ଉପରକୁ  ଓଜନ  ଗ୍ୟାସ  ପରିମାଣ  ବଢେ   ।  ଅଙ୍ଗାରକାମ୍ଳ , ଜଳକଣା ଓ  ଧୂଳିକଣା  ପରିମାଣ  ହ୍ରାସ  ପାଏ   । ଧୂଳିକଣା  ଓ  ଜଳକଣା   ଗୁଡିକ  ଆକାଶରେ  ଭାସି  ବୁଲିବା  ଭଳି  ଜଣାପଡନ୍ତି   ।  ଏଗୁଡ଼ିକର  ଆକାର  ଏତେ  ଛୋଟ  ଯେ ଏଗୁଡିକ  ସହଜରେ  ଖାଲି  ଆଖିକୁ   ଦେଖାଯାଆନ୍ତି  ନାହିଁ   । ଧୂଳିକଣା   ପୃଥିବୀ  ପୃଷ୍ଠକୁ   ଆସୁଥିବା   ସୂର୍ଯ୍ୟ   କିରଣରେ  ବାଧା   ଦିଅନ୍ତି  ଏବଂ  ପ୍ରତିସରଣ  ପ୍ରତିକ୍ରିୟା   ପ୍ରଭାବ  ବୃଦ୍ଧି  କରନ୍ତି   ।

ପୃଥିବୀକୁ  ଘେରି  ରହିଥିବା  ବାୟୁ  ସମୁଦ୍ରର  ନିର୍ଦ୍ଧିଷ୍ଟ  ସ୍ତର  ବା  ବିଭାଗ  ନଥିଲେ  ମଧ୍ୟ  ଅଧ୍ୟୟନ  ସୁବିଧା  ଦୃଷ୍ଟିରୁ  ଏହାକୁ  ମୁଖ୍ୟତଃ  ୪ଟି  ବଳଯ  ବା  ସ୍ତରରେ  ବିଭକ୍ତ  କରାଯାଇଥାଏ   । ପୃଥିବୀର   ଉପର  ଭାଗରେ  ପ୍ରତି  ୧୦୦୦ ମିଟର  ଉଚ୍ଚତା  ଲାଗି  ତାପମାନ   ପ୍ରାୟ  ସେଲସିୟସ  ହାରରେ  ହ୍ରାସ  ପାଇଥାଏ   ।

ଛତ୍ରବଳୟ ବା  ଉଷ୍ମବଳୟ

ଏହା  ପୃଥିବୀ  ପୃଷ୍ଠକୁ  ଲାଗି   ରହିଥିବା  ବାୟୁମଣ୍ଡଳର  ସର୍ବନିମ୍ନ  ଭାଗ  ଅର୍ଥାତ୍  ପୃଥିବୀର  ଠିକ୍  ଉପର  ଭାଗ  ଅଟେ    । ଏହି  ବଳୟ  ମେରୁ  ପାଖରେ  ୮ କି.ମି  ଓ  ବିଷୁବରେଖା  ପାଖରେ  ୧୮ କି.ମି. ( ୧୧ ମାଇଲ ) ଅଟେ   । ସମସ୍ତ  ବାୟୁମଣ୍ଡଳର  ଶତକଡା  ୮୦ ଭାଗ  ବାୟୁ  ଏହି  ବଳୟରେ  ଘନିଭୂତ  ହୋଇଥାଏ   । ଏ  ବଳୟ  ମେଘ , ବତାସ , ବିଜୁଳି , ଘଡଘଡି  ତଥା  ପ୍ରବାହମାନ  ବାୟୁମଣ୍ଡଳର  କ୍ରିଡା  ଭୂମି   । ପାଣିପାଗ  ଓ  ଜଳବାୟୁ  ଦୃଷ୍ଟିରୁ  ଏ  ବଳୟର  ପ୍ରାଧାନ୍ୟ  ସବୁଠାରୁ  ବେଶୀ   । ଏହି  ବଳୟରେ  ୩୩୦ ମିଟର   ଉଚ୍ଚତା  ପ୍ରତି  ତାପମାନ  ପ୍ରାୟ  ୧୦ ସେଲସିୟସ  ହିସାବରେ   ହ୍ରାସପାଏ   । ଏହି  ବଳୟକୁ  ପାଗ  ବଳୟ   କୁହାଯାଏ   ।

ବିସ୍ତୃତ ବଳୟ  ବା  ସ୍ତର  ବଳୟ

ଏହି  ବଳୟ  ଉଷ୍ଣ  ବଳୟର  ଉପରିଭାଗ   । ଏହି  ବଳୟରେ  ତାପମାନ  ଉଚ୍ଚତା  ସହିତ  ପ୍ରାୟ  ସମାନ  ରହେ    । ଏହି  ବଳୟରେ  ଓଜନ ଗ୍ୟାସର   ପରିମାଣ  ବେଶୀ   । ଏହି  ବଳୟକୁ   ଓଜନ  ବଳୟ  ମଧ୍ୟ  କୁହାଯାଏ   । ଏହି  ବଳୟର   ବ୍ୟାପ୍ତି  ଉଷ୍ଣ  ବଳୟ   ଉପରେ  ପ୍ରାୟ  ୧୦୦ କି.ମି.   । ଏ  ବଳୟରେ  ଶୁଖିଲା  ମେଘ  ଖୁବ୍  କମ୍  ପରିମାଣରେ   ଦେଖାଯାଏ  ।

ଏହି  ବଳୟ  ଉର୍ଦ୍ଧ୍ଵରେ  ୧୦୦ କି.ମି.  ବ୍ୟାପୀ  ରହିଥିବା  ବଳୟକୁ  ମଧ୍ୟ  ବଳୟ  କୁହାଯାଏ   । ଏହାର  ଉର୍ଦ୍ଧ୍ଵରେ  ଥିବା  ୨୨୫ କି.ମି. ବ୍ୟାପି  ବଳୟକୁ   କଣିକାବଳୟ   କୁହାଯାଏ   । ଏହାର  ଉପର  ବଳୟକୁ   ବହିଁବଳୟ   କୁହାଯାଏ   ।

ଆଧାର -ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ  ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

2.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top