অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରକୃତିର ଦାନ ପିଣ୍ଡାରେ ପ୍ରାଣ

ପ୍ରକୃତି ପ୍ରତି ପ୍ରତିକୂଳାତ୍ମକ ମାନସିକତା

ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ବାର୍ତ୍ତା ସମଗ୍ର ମାନବସମାଜକୁ ଦିଆଯାଇଛି । ପ୍ରକୃତି ସହିତ ଜନସାଧାରଣ ଯୋଡ଼ିହେବା, ମେରୁରୁ ବିଷୁବମଣ୍ଡଳ ପର୍ଯ୍ୟନ୍ତ, ସହରରୁ ଗ୍ରାମ ପର୍ଯ୍ୟନ୍ତ- ଏହି ସନ୍ଦେଶଟି ପୂରା ବିଶ୍ଵବାସୀଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଆହ୍ଵାନ ରଖେ । ପ୍ରକୃତି ପରିପନ୍ଥା କାର୍ଯ୍ୟକଳାପରୁ ନିବୃତ୍ତ ରହିବାର ଏକ ନିରନ୍ତର ପ୍ରୟାସକୁ ପ୍ରୋତ୍ସାହିତ କରିବାର ଅଭିପ୍ରାୟ ସ୍ଵରୁପ ପ୍ରକୃତି ସହିତ ଯୋଡ଼ିହେବା ବିଷୟଟି ଖୁବ୍ ରୋଚକ ତଥା ବାସ୍ତବଧର୍ମା ମନେହୁଏ । ଶରୀରର

କୌଣସି ଅଙ୍ଗକୁ ଆଘାତ ଲାଗିଲେ ଯେମିତି ସମଗ୍ର ଶରୀର ପୀଡ଼ା ଅନୁଭବ କରେ, ସେମିତି ସ୍ଥାନୀୟ କିମ୍ବା ଆଞ୍ଚଳିକ ପରିବେଶୀୟ ଅବକ୍ଷୟ ସାର ବିଶ୍ଵ ପାଇଁ ବିପଦମୟ । ଏହି ପରିପ୍ରେକ୍ଷୀରେ ଆମେରୁବିଷୁବାଞ୍ଚଳର ଜନସାଧାରଣଙ୍କୁ ପ୍ରକୃତି ସହିତ ଯୋଡ଼ି ହୋଇ ରହିବାର ସଚେତନତା ଧର୍ମୀ ସନ୍ଦେଶ ପ୍ରକୃତି ପ୍ରତି ପ୍ରତିକୂଳାତ୍ମକ ମାନସିକତାକୁ କେତେ ମାତ୍ରାରେ ପରିହାର କରୁଛି, ତାହା ଦେଖିବା  କଥା ।

ମନରେ ଦ୍ଵନ୍ଦ୍ଵ ସୃଷ୍ଟି ହେଉଥିବ, ପ୍ରକୃତି ମଧ୍ୟରେ ବସବାସ କରୁଥିବା ମଣିଷ ପ୍ରକୃତିକୁ କ’ଣ ଛାଡିଦେଇଛି ଯେ ଯୋଡିହେବା କଥା ଉଠୁଛି । ବାସ୍ତବରେ ଅର୍ଥଟା ସେଇଆ ନୁହେଁ । ପ୍ରକୃତି ବିନା ପ୍ରାଣ ଅସମ୍ଭବ । ତେବେ ଟିକେ ଭିତିରିଆ ଭାବିଲେ ଲାଗିବ ଆମେ ବୋଧହୁଏ

ପ୍ରକୃତିଛଡା ହୋଇଯାଇଛେ । ପ୍ରକୃତି ବିପକ୍ଷରେ ଯେତେ ସ୍ଵେଚ୍ଛାଚାରୀ କାର୍ଯ୍ୟକଳାପ ଆମେ ହିଁ କରିଚାଲିଛୁ। ପ୍ରକୃତି ବି କୋଉ ଛାଡୁଛି, ଦାଉ ସାଧି ଚଲିଛି । ପ୍ରତିକ୍ରିୟାଶୀଳ ପ୍ରକୃତିରେ ଜୀବନ କଷ୍ଟ ଯେ କେତେ ଅଧିକ ତାହା ଉପଲବ୍ଧି କରିବା ବାକି ନାହିଁ । ୫୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଜୀବନଯାପନ କରିବା ପାଇଁ ଜୁ ଲଗାଇ ଦେଇଛୁ ଆମେ । ସୁରକ୍ଷିତ ଭାବେ ବଞ୍ଚିବା ପାଇଁ ବୈଜ୍ଞାନିକ ତଥା ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଏକ କୃତ୍ରିମ ସହାବସ୍ଥାନ ଯୋଗାଡ଼ରେ ତତ୍ପରତା ଦେଖାଉଛୁ । ପ୍ରକୃତିରେ ବିପରୀତ ପ୍ରକ୍ରିୟା ପଇଁତରା ମାରୁଥିବା ବେଳେ ବାତାନୁକୁଳିତ ବାସସ୍ଥାନ ବିଳାସ ଓ ଆଭିଜାତ୍ୟର ପ୍ରତୀକ ଛାଡି ସର୍ବନିମ୍ନ ଆବଶ୍ୟକତାକୁ ଖସିଆସିଲାଣି। ଏପରି ସ୍ଥଳେ ଗାଡ଼ି ମୋଟର, ଦପ୍ତର, କାର୍ଯ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ ଇତ୍ୟାଦି କଥା କ'ଣ କହିବା । ଝରକା କାଚ ଖୋଲୁ ନ ଥିବା ଗାଡ଼ି, କାଚ ଆବଦ୍ଧ ନିବୁଜ କୋଠରି, ବହୁତଳ ପ୍ରାସାଦରେ ହଜାର ହଜାର ରୁଦ୍ଧ କୋଠରିରେ ଥଣ୍ଡା ଓ ଆରାମଦାୟକ ପରିବେଶରେ ଆମେ କାର୍ଯ୍ୟ ସମ୍ପାଦନ କରିବାରେ ବ୍ୟସ୍ତ। ଏପଟେ କିନ୍ତୁ କାନ୍ଥ, ବାଡ଼, ଛାତକୁ ଜାବୁଡ଼ି ଧରିଥବା ଏସି ମେଶିନରୁ ଅହରହ ନିର୍ଗତ ଗରମ ତଥା ବିଷାକ୍ତ ଗ୍ୟାସ ପ୍ରକୃତିକୁ ଯେ କେତେ ମାତ୍ରାରେ ପ୍ରତାରଣା କରିଚାଲିଛି, ସେ ବିଷୟରେ ଭାବିବାକୁ ତର ନାହିଁ । କର୍ମମୟ ତ କୁହାଯିବନି, ପ୍ରତିଯୋଗିତାମୟ ଧାଁ ଧଉଁଡ ଜୀବନରେ ନିଜ ପରିବାର ସଦସ୍ୟଙ୍କୁ ଭେଟିବାଟା ରାତିମତ ହେଉଛି କି ନାହିଁ ତାହା ସନ୍ଦେହଜନକ । ରୁଦ୍ଧ କୋଠରିରୁ ପ୍ରକୃତି ପର୍ଯ୍ୟବେକ୍ଷଣର ମଉକା କେଉଁଠି ମିଳୁଛି । ସେଥିଯାଇଁ ପ୍ରକୃତି ସହିତ ଯୋଡ଼ି ହେବାର କଥା ଉଠୁଛି, ପ୍ରକୃତିକୁ ଚିହ୍ନିବା, ଜାଣିବାର ଆବଶ୍ୟକତା ଉପୁଜିଛି । ପୁଣି ନୂଆ ନୂଆ ପିଢି ପାଇଁ ପ୍ରକୃତିର ଚିହ୍ନିବା, ଜାଣିବାର ଆବଶ୍ୟକତା ଉପଜିଛି । ପୁଣି ନୂଆ ନୂଆ ପିଢି ପାଇଁ ପ୍ରକୃତିର ପ୍ରତିପାଳନ ଏବଂ ପ୍ରକୃତି ପ୍ରତି ପ୍ରତିବଦ୍ଧତା କଥା ତ ସ୍ଵପ୍ନ ଭଳି ମନେହେଉଛି ।   ଅନ୍ୟୁନ ୫୦ ବର୍ଷ ବୟସ୍କଙ୍କ ପାଇଁ ଗପ ପରି ମନେହୁଏ। ପ୍ରକୃତିରେ ହସି ଖେଳି ବଡ଼ ହେବାର ଅନୁଭୂତି ଓ ଆତ୍ମବିଭୋରତା । ସତରେ ପ୍ରାଣ ସହିତ ପ୍ରକୃତି ନିବିଡ ଭାବେ ଯୋଡ଼ିହୋଇ ଜୀବନକୁ ଆହ୍ଲାଦିତ କରୁଥିଲା  । ସମୟକ୍ରମେ ପରିସ୍ଥିତି ନେଡ଼ିରୁ ଆସି କହୁଣିକୁ ବୋହିଗଲା ଯେ ପ୍ରକୃତି ସମ୍ପୂର୍ଣ୍ଣ ରୂପେ ପ୍ରତାରିତ ହେବାକୁ ବସିଲା । ମାଟି ଲୁଚିଗଲା, କଂକ୍ରିଟ ତଳେ, ଗଛ ସବୁ କଟିଚାଲିଲେ ରାସ୍ତାଘାଟ, ସହରୀକରଣ ଓ ଶିଳ୍ପ ସମ୍ପ୍ରସାରଣ ପାଇଁ, କୂ ପୋଖରା। ଅଦୃଶ୍ୟ ହୋଇଗଲେ, ନଈ ସବୁ ଶୁଖିବାକୁ ଲାଗିଲେ, ଜୈବବିବିଧତା ସଙ୍କୁଚିତ ହେବାକୁ ଲାଗିଲା, ଅନେକ ପ୍ରଜାତି ବିଲୁପ୍ତପ୍ରାୟ ହୋଇଗଲେ ତ ଆଉ କିଛି ବିରଳ ପ୍ରଜାତିର ଆଖ୍ୟା ପାଇଲେ । ଜଳ, ସ୍ଥଳ, ବାୟୁମଣ୍ଡଳରେ ପ୍ରଦୂଷଣ ବଢିବାକୁ ଲାଗିଲା । ଅଳିଆ ଆବର୍ଜନା ବିଶେଷକରି ପ୍ଲାଷ୍ଟିକ ବର୍ଜାବସ୍ତୁର ପ୍ରାଦୁର୍ଭାବରେ ପରିବେଶ ପୁତିଗନ୍ଧମୟ ହୋଇଗଲା । ଏକ ସ୍ଵଚ୍ଛ ବିଶୁଦ୍ଧ ପ୍ରକୃତିକୁ ଏପରି ସ୍ଥିତିକୁ ଆଣିବାରେ ଆମେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଛେ । ଏତିକିରେ ବନ୍ଦ ହୋଇନି ଆମର କାର୍ଯ୍ୟକଳାପ ବରଂ କ୍ରମାଗତ ଭାବେ ଅଧିକରୁ ଅଧିକ ଏ ପ୍ରକାର ଜୁଲମ୍ ଜାରି ରହିଛି ।

ପରିବେଶୀୟ ବିଘଟନ ପାଇଁ ବ୍ୟକ୍ତିରୁ ଦେଶ ପର୍ଯ୍ୟନ୍ତ ସମପ୍ତ ଙ୍କ ଅବଦାନ ଥିଲେ ମଧ୍ୟ ପ୍ରତ୍ୟେକେ ଅନ୍ୟକୁ ଦୋଷାରୋପ କରି ନିଜର ପ୍ରକୃତିମାରଣ ନୀତିରୁ ନିବୃତ ରହୁନାହାନ୍ତି । ଫଳସ୍ଵରୂପ ପ୍ରକୃତିପ୍ରଦତ୍ତ ଉପାଦାନ ସବୁକୁ  ହରାଇ ଆମେ ବ୍ୟସ୍ତ ବିବ୍ରତ ପ୍ରାକୃତିକ ଉତ୍ସ ଉଜୁଡିଯିବାର ପରିଣାମକୁ ଦେଖି ସୁଧୁରି ଯିବାର ବେଳେ ଆସି ପହଞ୍ଚିଛି । ପିଣ୍ଡରେ ପ୍ରାଣ,ପ୍ରକୃତିର ଦାନ ଏହାକୁ ମର୍ମେ ମର୍ମେ ବୁଝିବା ଦରକାର ନକାରାତ୍ମକ ମନୋବୃତ୍ତି ଛାଡି ପ୍ରାକୃତିକ ପ୍ରାଣଭରି ଭଲ ପାଇବା ସହିତ ପ୍ରକୃତିପ୍ରେମୀ ବନିଯିବା ଦରକାର । ପ୍ରକୃତି ପୁନଶ୍ଚ ପ୍ରକୃତିସ୍ଥ ହେବ- ଜଗତ ମଙ୍ଗଳମୟ ହେବ ।

ପ୍ରଦୂଷଣମୁକ୍ତ ପରିବେଶ

‘ଆସ ପ୍ରକୃତି ସହ ଯୋଡିହେବା’

ପ୍ରକୃତି ଆଉ ପରିବେଶ ଓତପ୍ରୋତ ଭାବରେ ମାନବ ସମାଜ

ସହ ଜଡିତ । ପୃଥିବୀ  ପୃଷ୍ଠରେ ଆମେ ବଞ୍ଚି ରହିବା ପାଇଁ ଖାଦ୍ୟ ବ୍ୟତୀତ ଏହି ଦୁଇଟି ଜିନିଷର ପ୍ରମୁଖ ଆବଶ୍ୟକତା ରହିଛି । ପରିବେଶ ପ୍ରଦୂଷଣମୁକ୍ତ ରହିଲେ ତାହା ଏକ ସୁସ୍ଥ ଜୀବନ ପାଇଁ ସହାୟକ ହୋଇଥାଏ ।

ତେଣୁ ଏହାର ଯତ୍ନ ନେବା ନିହାତି ଦରକାର । ଏଭଳି ବିଷୟକୁ ପ୍ରାଥମିକତା ଦେଇ ସମଗ୍ର ବିଶ୍ଵରେ ଏକ ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି କରିବା

ଉଦ୍ଦେଶରେ ପ୍ରତିବର୍ଷ ଜୁନ୍ ୫କୁ ‘ବିଶ୍ଵ ପରିବେଶ ଦିବସ' ଭାବରେ ପାଳନ କରାଯାଇଆସୁଅଛି । ଏହି ଦିବସ ଅବସରରେ ଚଳିତବର୍ଷର ବାର୍ତ୍ତା ରହିଛି। ‘ଆସ ପ୍ରକୃତି ସହ ଯୋଡିହେବା’ । ଅର୍ଥାତ୍ ଆମେ ପରିବେଶକୁ ନେଇ ଯେତେ ସଚେତନ ହେବା ଏହା ସେତେ ପ୍ରଦୂଷଣମୁକ୍ତ ରହିବ ।

ପରିବେଶକୁ କିପରି ପ୍ରଦୂଷଣମୁକ୍ତ କରାଯାଇପାରିବ ସେଥନେଇ ମିଳିତ ଜାତିସଂଘ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥଲା । ୧୯୭୨ରେ ଆୟୋଜିତ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ବିଶ୍ଵ ପରିବେଶ ଦିବସ ନେଇ ଏକ ରୂପରେଖ ପ୍ରସ୍ତୁତ କରାଯାଇଥଲା । ପରିବେଶ ପ୍ରଦୂଷିତ ହେବା ପଛରେ ମଣିଷ ସମାଜର ମଧ ଭୂମିକା ରହିଛି- ଏହା ଉପରେ ଜାତିସଂଘର ସଦସ୍ୟମାନେ ସହମତି ପ୍ରକାଶ କରିଥଲେ । ଠିକ୍ ଏହାର ଦୁଇବର୍ଷ ପରେ ଅର୍ଥାତ୍ ୧୯୭୪ ଜୁନ୍ ୫ରେ ପ୍ରଥମ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଥଲା ।  ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି ।

ଆଧାର: ଶକ୍ତି ବିଭାଗ

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate