ହୋମ / ଶକ୍ତି / ପରିବେଶ / ପ୍ରାକୃତିକ ସମ୍ପଦ
ସେଆର କରନ୍ତୁ

ପ୍ରାକୃତିକ ସମ୍ପଦ

ପ୍ରାକୃତିକ ସମ୍ପଦ ବିଷୟରେ ସୂଚନା

 

ଉପକ୍ରମ

ଅରଣ୍ୟ ଶୋଭିତା , ସାଗର ଚୁମ୍ବିତା , ତଟିନୀ ସେବିତା ପୃଥିବୀମାତା ପ୍ରକୃତିର ଗନ୍ତାଘର   ।  ଏହା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଯେପରି ଅନବଦ୍ୟ କରି ତୋଳିଛି  ,  ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟର ମଧ୍ୟ ପରିଚୟ ପ୍ରଦାନ କରିପାରିଛି   ।  ପୃଥିବୀର ବିସ୍ତୁତ ପର୍ବତ୍ୟାଞ୍ଚଳରେ ,  ସୁବିସ୍ତୁତ ଅରଣ୍ୟାନୀ ଭିତରେ କେତେ ଯେ ସମ୍ପଦ ଅନାବିଷ୍କୃତ ହୋଇ ରହିଛି ତାର ଇୟତ୍ତା ନାହିଁ    ।  ମନୁଷ୍ୟ ସଭ୍ୟତା କ୍ରମବିକାଶ ଫଳରେ ଏହାର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିଛି   ।  ମନୁଷ୍ୟ ତାର ଉତ୍କୃଷ୍ଟ ବୋଧଶକ୍ତି ବା ଜ୍ଞାନବଳରେ ,  ଏହି ସମ୍ପଦକୁ ବ୍ୟବହାର ଉପଯୋଗୀ କରିବାରେ ସମର୍ଥ ହୋଇପାରିଛି  ।  ଯେଉଁ ଦେଶ ଏହି ସମ୍ପଦକୁ ଗଚ୍ଛିତ ଅବସ୍ଥାରୁ ନେଇ ବିଭିନ୍ନ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଜ୍ଞାନ ପ୍ରୟୋଗ କରି ଯେତିକି ପରିମାଣରେ ବିକଶିତ ବା ବିନିଯୋଗ କରିପାରିଛି   ,  ସେ ଦେଶର  ଅର୍ଥନୈତିକ ଅବସ୍ଥା ସେତିକି ପରିମାଣରେ ସମୃଦ୍ଧ ହୋଇପାରିଛି   ।  ଅନ୍ୟପକ୍ଷରେ କେତେକ ଦେଶରେ ପ୍ରାକୃତିକ ସମ୍ପଦ ଭରପୂର ଥିଲେ ମଧ୍ୟ ଉନ୍ନତ ମାନବିକ ସମ୍ବଳ ଅଭାବ ଯୋଗୁଁ ଏହାର ଯଥେଷ୍ଟ ଉପଯୋଗ ହୋଇପାରୁନାହିଁ   ।  ତେଣୁ ଦେଶର ପ୍ରଗତି ପ୍ରାକୃତିକ ସମ୍ପଦର ଉପଯୁକ୍ତ ବିନିଯୋଗ ଯେତିକି ଗୁରୁତ୍ଵପୂର୍ଣ୍ଣ ,ମାନବ ସମାଜରେ ଏହି ସମ୍ପଦ ସଚେତନା ସୃଷ୍ଟି କରିବା ସେତିକି ଅପରିହାରର୍ଯ୍ୟ    ।

ପ୍ରାକୃତିକ ସମ୍ପଦ

ପ୍ରାକୃତିକ ସମ୍ପଦ ହେଉଛି ପ୍ରକୃତିର ଉପାଦାନ ଯାହା ଜୀବଜଗତ ପାଇଁ ଏକାନ୍ତ ଆବଶ୍ୟକ   ।  ଶବ୍ଦ ପ୍ରକରଣ ଅନୁସାର “ ସମ୍ପଦ” ର ଅର୍ଥ ହେଉଛି ଗଚ୍ଛିତ ହୋଇ ରହିଥିବା ସରବରାହ ବା ଭରଣପୋଷଣର ଉତ୍ସ ବା ଉତ୍ପତ୍ତିସ୍ଥଳ ଯାହାକି ମଣିଷର ସୁଖ , ସମୃଦ୍ଧି ଏବଂ ଜୀବନଧାରଣର ଆବଶ୍ୟକତାକୁ ପୂରଣ କରିଥାଏ     ।  “ ପ୍ରାକୃତିକ ସମ୍ପଦ “ କହିଲେ ବାୟୁମଣ୍ଡଲ , ବାରିମଣ୍ଡଲ , ଅଶ୍ମମଣ୍ଡଲ ଏବଂ ଜୈବମଣ୍ଡଲର ବିଭିନ୍ନ ଭାଗରେ ଥିବା ଉଭୟ ସଜୀବ ଏବଂ ନିର୍ଜୀବ ଉପାଦାନଗୁଡିକର ସମାହାରକୁ ବୁଝାଏ   ।  ସୁତରାଂ ପ୍ରକୃତି ଦ୍ଵାରା ଗଚ୍ଛିତ ହୋଇ ରହିଥିବା ସମ୍ପଦକୁ “ ପ୍ରାକୃତିକ ସମ୍ପଦ “ କୁହାଯାଏ  । ଏହା ପୃଥିବୀ ପୃଷ୍ଠରେ ସହଜଲଭ୍ୟ ହୋଇଥିବାରୁ ଏହାକୁ  “ ପାର୍ଥିବ ସମ୍ପଦ “ କୁହାଯାଏ   ।

ଉଦାହରଣ ସ୍ୱରୂପ ଆଣ୍ଡାମାନ ଦ୍ଵୀପପୁଞ୍ଜରେ ଅବସ୍ଥିତ ଅଙ୍ଗ ଜନଜାତି  , ସୁନା ରୂପା ବ୍ୟବହାର କରନ୍ତି ନାହିଁ   ।  କିନ୍ତୁ ସୁନା , ରୂପା ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ଏହା ଅମୂଲ୍ୟ ସମ୍ପଦ ଅଟେ   ।  ସେହିପରି ନ୍ୟୁକ୍ଲିଅର ଶକ୍ତି ଉତ୍ପର୍ଣ୍ଣ ପାଇଁ ୟୂରାନିୟମ ମୁଖ୍ୟ ସମ୍ପଦ ରୂପେ ବ୍ୟବହାର କରାଯାଇଥାଏ  ,  କିନ୍ତୁ ସାଧାରଣ  ଲୋକଙ୍କ ପାଇଁ ଏହି ଧାତୁ ଗୁରୁତ୍ଵପୂର୍ଣ୍ଣ ନୁହେଁ    ।

ପ୍ରାକୃତିକ ସମ୍ପଦର ପ୍ରକାର ଭେଦ

ବିଭିନ୍ନ ଧରଣର ସମ୍ପଦ ଆମ ପ୍ରାକୃତିକ ପରିବେଶର ଅନ୍ତର୍ଗତ   ।  ଏହି ପ୍ରାକୃତିକ ସମ୍ପଦ ପୃଥିବୀର ସବୁସ୍ଥାନରେ ସମାନ ପରିମାଣରେ ବାନ୍ତି ହୋଇରହି ନାହିଁ   ।  ମାତ୍ର ସବୁ ଅଞ୍ଚଳରେ ଏହାର ସମାନ ବିନିଯୋଗ କରାଯାଇଥାଏ  ।  ପୃଥିବୀର ବିଭିନ୍ନ ଅଞ୍ଚଳର ଅଧିବାସୀମାନଙ୍କ ମଧ୍ୟରେ ବ୍ୟବସାୟ ବାଣିଜ୍ୟ ଓ ପାରସ୍ପରିକ ସମ୍ପଦ ଏହି ସମ୍ପଦ ଉପରେ ନିର୍ଭର କରି ବିକାଶ ଲାଭ କରିଛି   ।  ତେଣୁ ବିଭିନ୍ନ ଦୃଷ୍ଟିକୋଣରୁ ପ୍ରାକୃତିକ ସମ୍ପଦଗୁଡିକର ଭିନ୍ନ ଭିନ୍ନ ଶ୍ରେଣୀ ବିଭାଗ କରାଯାଇଥାଏ   ।

ପ୍ରାକୃତିକ ସମ୍ପଦର ରାସାୟନିକ ସଂଗଠନ ,  ସହଜ ଲଭ୍ୟତା ଏବଂ ବିତରଣ ଅନୁଯାୟୀ ଏହାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି ଯାହା ନିମ୍ନରେ ବର୍ଣ୍ଣନା କରାଗଲା   ।

( 1) ରାସାୟନିକ ସଂଗଠନ ଅନୁଯାୟୀ  : ପ୍ରାକୃତିକ ସମ୍ପଦର ରାସାୟନିକ ସଂଗଠନ ଅନୁଯାୟୀ ,  ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି ,  ଯଥା –

(କ) ଅଜୈବ ସମ୍ପଦ  : ଏହି ସମ୍ପଦର ମୂଳପିଣ୍ଡ ନିର୍ଜୀବ ଅଟେ   ।  କାରଣ ଏଥିରେ ଜୈବ ଉପାଦାନ ନଥୈଆ   ।  ଉଦାହରଣ ସ୍ୱରୂପ :- ବାୟୁ ,  ଜଳ ଇତ୍ୟାଦି   ।

(ଖ) ଜୈବ ସମ୍ପଦ  : ପ୍ରାଣୀ ଓ ଉଦ୍ଭିଦ ସମ୍ପୃକ୍ତ ସମ୍ପଦ ଯଥା : ବନ୍ୟଜନ୍ତୁ ,  ପଶୁପକ୍ଷୀ , ଅରଣ୍ୟ ଆଦି ସମ୍ପଦକୁ ଜୈବ ସମ୍ପଦ କୁହାଯାଏ  ।

(ଗ) ମିଶ୍ରିତ ସମ୍ପଦ  : ଏହା ଉଭୟ ଅଜୈବ ଏବଂ ଜୈବ ସମ୍ପଦକୁ ନେଇ ଗଠିତ ଉଦାହରଣ ସ୍ୱରୂପ : ମୃତ୍ତିକା   ।

(2)  ସହଜଲଭ୍ୟତା ଅନୁଯାୟୀ  : ବ୍ୟାପକତା ବା ବାହୁଲତା , ପରିମାଣ ଓ କ୍ଷୟଶୀଳତା ଦୃଷ୍ଟିରୁ ପ୍ରାକୃତିକ ସମ୍ପଦକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି  ।  ଯଥା :- ଅସରନ୍ତି ବା ଅକ୍ଷୟ ସମ୍ପଦ ଏବଂ ସୀମିତ ବା କ୍ଷୟଶୀଳ ସମ୍ପଦ   ।

(କ) ଅସରନ୍ତି ସମ୍ପଦ  : ଯେଉଁ ସମ୍ପଦଗୁଡିକ ବର୍ଷ ବର୍ଷ ଧରି ବ୍ୟବହାର କରିବା ସତ୍ତ୍ୱେ ମଧ୍ୟ ନଷ୍ଟ ହୋଇନଥାଏ   ,  ସେଗୁଡିକୁ ଅସରନ୍ତି ସମ୍ପଦ କୁହାଯାଏ   ।  ଏହାକୁ ନବୀକରଣ ଯୋଗ୍ୟ ସମ୍ପଦ ମଧ୍ୟ କୁହାଯାଏ   ।  ଉଦାହରଣ ସ୍ୱରୂପ  : ବାୟୁ ,  ଜଳ,  ପବନ ଇତ୍ୟାଦି   ।

(ଖ) ସରନ୍ତି ବା କ୍ଷୟଶୀଳ ସମ୍ପଦ  : ଏହି ସମ୍ପଦଗୁଡିକ ସୀମିତ ପରିମାତରେ ଥାଏ  । ଏଗୁଡ଼ିକୁ ବ୍ୟବହାର ଦ୍ଵାରା ପରିମାଣର ହ୍ରାସ ଘଟି ଘଟି ପରିଶେଷରେ ନିଃଶେଷ ହୋଇଯିବାର ସମ୍ଭାବନା ରହିଛି   ।  ଏହାକୁ ଅଣନବୀକରଣ ଯୋଗ୍ୟ ସମ୍ପଦ ମଧ୍ୟ କୁହାଯାଏ   ।

ଉଦାହାରଣ ସ୍ୱରୂପ  : କୋଇଲା , ପେଟ୍ରୋଲିୟମ , ଖଣିଜଦ୍ରବ୍ୟ ଇତ୍ୟାଦି   ।

(3) ବିତରଣ ଅନୁଯାୟୀ  : ବିରତନ ବା ଅବସ୍ଥାନ ଅନୁଯାୟୀ ପ୍ରାକୃତିକ ସମ୍ପଦକୁ ତିନି ଭାଗରେ ବିଭକ୍ତ କରାଯାଇଛି  ।  ଯଥା – ଜାତୀୟ , ବହୁଜାତୀୟ ଏବଂ ଆନ୍ତର୍ଜାତୀୟ ସମ୍ପଦ   ।

(କ) ଜାତୀୟ ସମ୍ପଦ  : ଯେଉଁ ସମ୍ପଦ ରାଷ୍ଟ୍ରର ସୀମାଭିତରରେ ଥାଏ ତାହାକୁ ଜାତୀୟ ସମ୍ପଦ କୁହାଯାଏ   ।  ଯଥା : ଭୂସମ୍ପଦ , ଖଣିଜ ସମ୍ପଦ ଇତ୍ୟାଦି   ।

(ଖ) ବହୁଜାତୀୟ ସମ୍ପଦ  : ଯେଉଁ ସମ୍ପଦ ଏକାଧିକ ରାଷ୍ଟ୍ର ଦ୍ଵାରା ବ୍ୟବହୃତ ହେଉଥିଆଏ   ,  ତାହାକୁ ବହୁ ଜାତୀୟ ସମ୍ପଦ କୁହାଯାଏ   ।  ଯଥା : କେତେକ ନଦୀ , ସ୍ଥାନାନ୍ତରଗାମୀ ପକ୍ଷୀ ଇତ୍ୟାଦି   ।

(ଗ) ଆନ୍ତର୍ଜାତୀୟ ସମ୍ପଦ  : ପୃଥିବୀରେ ବାସ କରୁଥିବା ସମସ୍ତ ଅଧିବାସୀମାନଙ୍କ ଦ୍ଵାରା ଯେଉଁ ସମ୍ପଦ ବ୍ୟବହୃତ ହେଉଥାଏ   ,  ତାହାକୁ ଆନ୍ତର୍ଜାତୀୟ ସମ୍ପଦ କୁହାଯାଏ    ।

ନବୀକରଣଯୋଗ୍ୟ ସମ୍ପଦ  : ଯେଉଁ ପ୍ରାକୃତିକ ସମ୍ପଦକୁ ବାରମ୍ବାର ବ୍ୟବହାର କରିବା ପରେ ମଧ୍ୟ ତାହା ସଂପୂର୍ଣ୍ଣ ରୂପେ କ୍ଷୟହୋଇନଥାଏ   ,  ତାହାକୁ “ ନବୀକରଣ ଯୋଗ୍ୟ ସମ୍ପଦ  “ କୁହାଯାଏ   ।  ଏହି ସମ୍ପଦ  କୌଣସି ପ୍ରକାରେ ନଷ୍ଟ ହେବା ପରେ ମଧ୍ୟ ପୂର୍ବାବସ୍ତା ପ୍ରାପ୍ତ ହୋଇପାରେ ଏବଂ ଶେଷ ହୋଇଗଲେ ଉପଯୁକ୍ତ ଯୋଜନା ବଳରେ ପୁନର୍ବାର ସୃଷ୍ଟି କରାଯାଇପାରେ   ।  ତେଣୁ ଏହାକୁ ପୂରଣୀୟ ବା ଅସରନ୍ତି ସମ୍ପଦ କୁହାଯାଏ  ।  ବାୟୁ , ସୂର୍ଯ୍ୟାଲୋକ , ଅରଣ୍ୟ , ଜୀବଜନ୍ତୁ ଇତ୍ୟାଦି ଏହି ଶ୍ରେଣୀର ଅନ୍ତର୍ଗତ   ।

ଉଦାହରଣ ସ୍ୱରୂପ :

ଅରଣ୍ୟ ପରିମାଣ ହ୍ରାସ ପାଇଲେ ବୃକ୍ଷ ରୋପଣ ବା ବନୀକାରଣ ଦ୍ଵାରା ତାହାକୁ ପୂରଣ କରାଯାଇପାରେ    ।  ସେହିପରି ବନ୍ୟଜନ୍ତୁ ସଂରକ୍ଷଣ ଦ୍ଵାରା ହ୍ରାସପାଉଥିବା ବା ଲୋପ ପାଉଥିବା ପଶୁପକ୍ଷୀମାନଙ୍କର ସୁରକ୍ଷା ମଧ୍ୟ ସମ୍ଭବପର ହୋଇଥାଏ   । ପ୍ରଜନନ କ୍ଷମତାଦ୍ଵାରା ଏମାନେ ନିଜକୁ ସୃଷ୍ଟି କରିଥାନ୍ତି  ।  ତେଣୁ ଏଗୁଡିକର କ୍ଷୟ ପ୍ରାକୃତିକ ଉପାୟରେ ପୂରଣ ହେଉଥିବାରୁ ଏହାକୁ ଅକ୍ଷୟ ସମ୍ପଦ ମଧ୍ୟ କୁହାଯାଏ   ।

ଅଣନବୀକାରଣ ଯୋଗ୍ୟ ସମ୍ପଦ  ;

ସବୁ ପ୍ରକାର ପ୍ରାକୃତିକ ସମ୍ପଦ ଅସରନ୍ତି ଭଣ୍ଡାର ନୁହେଁ   ।  ଯେଉଁ ପ୍ରାକୃତିକ ସମ୍ପଦ ଠାରେ ବ୍ୟବହୃତ ହେବାପରେ ସେସ ହୋଇଯାଏ   , ତାହାକୁ ସରନ୍ତି ବା କ୍ଷୟଶୀଳ ସମ୍ପଦ କୁହାଯାଏ   ।  ଏହି ସମ୍ପଦର ପରିମାନ ସୀମିତ ହୋଇଥିବାରୁ ଏହାକୁ  “ ସୀମିତ ସମ୍ପଦ ‘ ମଧ୍ୟ କୁହାଯାଏ   ।  ଏହି ସମ୍ପଦକୁ ପୁନର୍ବାର ବ୍ୟବହାର ଉପଯୋଗୀ ବା ନୂତନ ଭାବରେ କରାଯାଇପାରେ ନାହିଁ   ।  ତେଣୁ ଏହାକୁ  ‘ ଅଣନବୀକରଣ ଯୋଗ୍ୟ ସମ୍ପଦ ‘ ମଧ୍ୟ କୁହାଯାଏ   । ମୁଖ୍ୟତଃ ଗଚ୍ଛିତ କୋଇଲା  , ଖଣିଜତୈଳ ଓ ପ୍ରାକୃତିକ ଗ୍ୟାସ ଠାରେ ବ୍ୟବହୃତ ହେବାପରେ ଏହାକୁ ପୁନର୍ବାର ସୃଷ୍ଟି କରାଯାଇପାରେ ନାହିଁ   ।  ସେଗୁଡିକର ଅତ୍ୟନ୍ତ ସୀମିତ , କ୍ଷୟଶୀଳ ଓ ଅପୂରଣୀୟ ସମ୍ପଦ   ।  ଆଜିକାଲୀ କୋଇଲା , ଖଣିଜ ତୈଳ ଓ ପ୍ରକୃଇକ ଗ୍ୟାସର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି   ।  ଏଗୁଡିକର ଭଣ୍ଡାର ମଧ୍ୟ କ୍ରମଶଃ ଶେଷ ହେବାରେ ଲାଗିଛି   ।  ତେଣୁ ବୈଜ୍ଞାନିକମାନେ ବିକଳ୍ପ ଶକ୍ତି ସାମଗ୍ରୀ ରୂପେ ସୌରଶକ୍ତି , ବାୟୁଶକ୍ତି , ଜୁଆର ଶକ୍ତି ଆଦି ଉପଯୋଗରେ ମାନବ ସଭ୍ୟତାକୁ ଶକ୍ତି ସଙ୍କଟରୁ ରକ୍ଷା କରିବାକୁ ଉଦ୍ୟମ କରିଚାଲିଛନ୍ତି   ।

ପୁନଶ୍ଚ ପ୍ରାକୃତିକ ସମ୍ପଦକୁ ଏହାର ବିକାଶର ପର୍ଯ୍ୟାୟକ୍ରମ ଅନୁସାରେ ମଧ୍ୟ ଦୁଇଭାଗରେ ବିଭକ୍ତ କରାଯାଇଥାଏ   ।  ଯଥା

(କ) ପ୍ରଚ୍ଛନ୍ନ ସମ୍ପଦ

(ଖ) ବିକଶିତ ସମ୍ପଦ

ଯେଉଁ ସମ୍ପଦ ପ୍ରାକୃତିକ ଗନ୍ତାଘରେ ଗଚ୍ଛିତ ଆଚି  , ମାତ୍ର ତାହାର ଉପଯୁକ୍ତ ବିନିଯୋଗ ହୋଇପାରିନାହିଁ   , ତାହାକୁ “ ପ୍ରଛନ୍ନ ସମ୍ପଦ “ କୁହାଯାଏ   ।  ଅନ୍ୟପକ୍ଷରେ ଯେଉଁ ପ୍ରାକୃତିକ ସମ୍ପଦର ସନ୍ଧାନ କରାଯାଇ ତାକୁ ବ୍ୟବହାର ଉପଯୋଗୀ କରାଯାଇପାରିଛି   ,  ତାକୁ “ ବିକଶିତ ସମ୍ପଦ “ କୁହାଯାଏ   ।  ଅଷ୍ଟାଦଶ ଶତାଦ୍ଦୀ ପୂର୍ବରୁ କୋଇଲାର ଉପଯୋଗୀତା ଜଣାନଥିଲା   ; ତେଣୁ ଏହାକୁ ପ୍ରଚ୍ଛନ୍ନ ସମ୍ପଦ କୁହାଯାଉଥିଲା  ।  ଏହାକୁ ବ୍ୟବହାର କଲାପରେ ଏହା ବିକଶିତ ସମ୍ପଦରେ ପରିଣତ ହେଲା  ।

ଆଜିକାଲି ମନୁଷ୍ୟତାର ବୃଦ୍ଧି ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ଵାରା ବିଭିନ୍ନ ପ୍ରାକୃତିକ ସମ୍ପଦକୁ ମୌଳିକ ଉପାଦାନରୂପେ ବ୍ୟବହାର କରି ଭୌତିକ ଓ ରାସାୟନିକ ପ୍ରକ୍ରିୟାରେ ନାନା ପ୍ରକାର କୃତିମ ଦ୍ରବ୍ୟ ପ୍ରସ୍ତୁତି କରିପାରୁଛି  ।  ଏହାଦ୍ଵାରା ଦେଶର ଆର୍ଥିକ ଉନ୍ନତି ହେବା ସଙ୍ଗେ ସଙ୍ଗେ ଲୋକମାନଙ୍କର ଜୀବନ ଧାରଣର ମାନ ମଧ୍ୟ ଉନ୍ନତ ହୋଇପାରୁଛି   ।

ଶକ୍ତି ସମ୍ପଦ

କୌଣସି ବସ୍ତୁର କାର୍ଯ୍ୟ କରିବାର କ୍ଷମତାକୁ ଶକ୍ତି କୁହାଯାଏ    ।  ବିକାଶ ସାଧନ ପାଇଁ ଶକ୍ତି ମୁଖ୍ୟ input ରୂପେ କାର୍ଯ୍ୟ କରିଥାଏ   । ଯଦିଓ ସବୁ ପ୍ରକାରର ଶକ୍ତି କୌଣସି ନା କୌଣସି କାମରେ ଲାଗିଥାଏ , ତେବେ ଉପଲ୍ଲବ୍ଧ ଶକ୍ତିଗୁଡିକ ମଧ୍ୟରୁ କେତେକ ଶକ୍ତି ମାନବ ସଭ୍ୟତା ପାଇଁ ନିହାତି ଅପରିହରଜୀ   । ଘରୋଇ ବ୍ୟବହାର  , କୃଷି , ପରିବହନ ଏବଂ ଶିଳ୍ପ ନିମନ୍ତେ ଶକ୍ତିର ଆବଶ୍ୟକତା ବେସ ତତ୍ପର୍ଯ୍ୟପୂର୍ଣ୍ଣ   ।  ଆଦିମ ମାନବ ବିଭିନ୍ନ କାର୍ଯ୍ୟ ପାଇଁ ମୁଖ୍ୟତଃ ନିଜର ଶାରୀରିକ ଶକ୍ତି ଉପରେ ନିର୍ଭର କରୁଥିଲା  ।  କାଳକ୍ରମେ ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ମନୁଷ୍ୟର ଜ୍ଞାନ ଓ କାରିଗରୀ ବିଦ୍ୟା ସାହାଯ୍ୟରେ ବାଷ୍ପୀୟ ଇଞ୍ଜିନ , ଆଭ୍ୟନ୍ତରୀଣ ଦହନ ଇଞ୍ଜିନ ଏବଂ ବିଦ୍ୟୁତ ଶକ୍ତିକୁ ଯାନ୍ତ୍ରିକ ଶକ୍ତି ରୂପେ ବ୍ୟବହାର କରିବା ଫଳରେ ଆମେ ଆଜି ଏକ ସମୁନ୍ନତ ଯନ୍ତ୍ର ଯୁଗରେ ଉପନୀତ ହୋଇପାରିଛୁ  ।  ଆଧୁନିକ ଶିଳ୍ପ ସଭ୍ୟତା ଶକ୍ତି ଉପରେ ଅଧିକ ନିର୍ଭରଶୀଳ   ।  କୋଇଲା ,  ଖଣିଜତୈଳ , ପ୍ରାକୃତିକ ବାଷ୍ପ ଏବଂ ବିଦ୍ୟୁତ ଶକ୍ତି ଆଦି ଶକ୍ତିର ପ୍ରଧାନ ଉତ୍ସ ରୂପେ ବ୍ୟବହୃତ ହେଉଛି   ।  ଆଜିକାଲୀ ଏହି ଶକ୍ତି ସମ୍ପଦଗୁଡିକ ସହିତ ପୃଥିବୀର ବିଭିନ୍ନ ଅଞ୍ଚଳରେ ସୌରଶକ୍ତି , ପବନଶକ୍ତି , ଜୁଆର ଶକ୍ତି , ଭୂତାପଯ ଶକ୍ତି ଇତ୍ୟାଦିକୁ ମଧ୍ୟ ବିନିଯୋଗ କରାଯାଉଛି   ।

ଶକ୍ତିର ଉତ୍ସ

ସାଧାରଣତଃ ଶକ୍ତି ଉତ୍ସଗୁଡିକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ  ।  ଯଥା :

୧. ପାରମ୍ପରିକ ଶକ୍ତିର ଉତ୍ସ

୨. ଅଣ ପାରମ୍ପରିକ ଶକ୍ତିର ଉତ୍ସ

୧. ପାରମ୍ପରିକ ଶକ୍ତିର ଉତ୍ସ  : ଏହି ଉତ୍ସଗୁଡିକ ସୁଲଭ ଉପାୟରେ ବିନିଯୋଗ କରାଯାଇ ପାରୁଥିବାରୁ ଏବଂ ଏଥିରୁ ପ୍ରହକୁର ପରିମାଣର ଶକ୍ତି ମିଳୁଥିବାକୁ  ,  ଏହି ଉତ୍ସଗୁଡିକୁ ପାରମ୍ପରିକ ବା ପ୍ରଚଳିତ ଶକ୍ତିର ଉତ୍ସ  କୁହାଯାଏ   ।  କାଠ , କୋଇଲା , ଖଣିଜତେଲ , ପ୍ରାକୃତିକ ଗ୍ୟାସ  , ଆଣବିକ ଶକ୍ତି ପ୍ରଭୃତି ଏହାର ଅନ୍ତର୍ଗତ   ।

ବର୍ତ୍ତମାନ ଶିଳ୍ପାୟନ ଯୁଗରେ ଅଧିକ ପରିମାଣର ଶକ୍ତି ଆବଶ୍ୟକ ହେଉଥିବାରୁ ପ୍ରଚଳିତ ଶକ୍ତି ଉତ୍ସଗୁଡିକର ଦ୍ରୁତକ୍ଷୟ ଘଟୁଛି   ।  ଉଦାହରଣ ସ୍ୱରୂପ :

ଜଙ୍ଗଲ ନଷ୍ଟ ହେଉଥିବାରୁ ଆସ୍ତେ ଆସ୍ତେ କାଠ ଉତ୍ପାଦନ କମିଯାଉଛି   ।  ସେହିପରି କୋଇଲା ଏବଂ ପେଟ୍ରୋଲ ଭଣ୍ଡାର ମଧ୍ୟ ସଋ ଆସୁଛି   । ଯେହେତୁ ଏହି ଉତ୍ସଗୁଡିକ ସୀମିତ , ତେଣୁ ଏଗୁଡିକର ଯେ ଶୀଘ୍ର ନିଃଶେଷ ହୋଇଜୀବ , ଏଥିରେ ସନ୍ଦେହ ନାହିଁ   ।  ତେଣୁ ଏହି ଉତ୍ସକୁ  “ ଅଣନବୀକରଣ ଯୋଗ୍ୟ ଉତ୍ସ “ ମଧ୍ୟ କୁହାଯାଇଥାଏ   ।

ଭୂଗର୍ଭରେ ପ୍ରାୟ  6000 ବିଲିଅନ ଟନ କୋଇଲା ରହିଛି   ।  ବର୍ତ୍ତମାନ ପର୍ଯ୍ୟନ୍ତ  200 ବିଲିଅନ ଟନ କୋଇଲା ବ୍ୟବହୃତ ହୋଇ ସାରିଲାଣି   ।  ଭାରତର ମୁଖ୍ୟ କୋଇଲା କ୍ଷେତ୍ରଗୁଡିକ ହେଲା ରାଣିଗଞ୍ଜ , ଝରିଆ , ପୂର୍ବ ଏବଂ ପଶ୍ଚିମ , ବୋକାରୋ , ମଧ୍ୟପ୍ରଦେଶ , ଓଡିଶା (ତାଳଚେର) ଏବଂ ମହରାଷ୍ଟ୍ର ଇତ୍ୟାଦି   ।  ତାମିଲନାଡୁର ନେୟଭେଲିରେ ପ୍ରାୟ 3,300 ମିଲିୟନ ଟନ କୋଇଲା ଗଚ୍ଛିତ ଅଛି   ।  ଯାହାକି  600 ମେଗାୱାଟ ତାପଶକ୍ତି ଉତ୍ପର୍ଣ୍ଣ କରୁଛି  । କୋଇଲାରେ କାର୍ବନ , କେତେକ ଉଦବାୟୀ ବସ୍ତୁ ଏବଂ ବାଷ୍ପ ଥାଏ   ।  ଏହାକୁ ବାୟୁରେ ଜଳାୟଲେ ଏଥିରେ ଯଥେଷ୍ଟ ଶକ୍ତି ମିଳେ   ।   ଏତତବ୍ୟତୀତ ଅଙ୍ଗାରକାମ୍ଳ ବାଷ୍ପ ମଧ୍ୟ ସୃଷ୍ଟି ହୁଏ   ।  ସଲଫର ଡାଇଅକସାଇଡ ଓ ନାଇଟ୍ରୋଜେନ ଅକସାଇଡ ମଧ୍ୟ ବାହାରିଥାଏ   ।  କୋଇଲା ଜଳିସାରିବା ପରେ ଯେଉଁ ପାଉଁଶ ରହିଯାଏ   ,ତାହା ଖୁବ ହାଲୁକା ହୋଇଥିବାରୁ ଚିମିନିର ଧୂଆଁ ସହିତ ବାହାରକୁ ଆସେ   ।  ଏହି ଗ୍ୟାସ ଏବଂ ପାଉଁଶ ପରିବେଶକୁ ଦୂଷିତ କରିଦିଏ  ।  ଏହା ଶ୍ଵାସକ୍ରିୟାରେ ବାଧାସୃଷ୍ଟି କରି କେତେକ ରୋଗ ମଧ୍ୟ ଜାତ କରିଥାଏ   ।  ଯେଉଁ କଳକାରଖାନାଗୁଡିକ କୋଇଲାରେ ଚାଲେ ସେଠାରେ ପରିବେଶ ଦୂଷିତ ହେବାର ସମ୍ଭାବନା ଅଧିକ  ।  ଏହି ଦୂଷିତ ପଦାର୍ଥଗୁଡିକୁ କିପରି ବିଶୋଧନ କରାଯାଇପାରିବ   ,  ତାହାର ମଧ୍ୟ କେତେକ ଉପାୟ ଉଦ୍ଭାବିତ ହୋଇଛି   ।  ସରକାର କଳକାରଖାନାର କର୍ତ୍ତୁପକ୍ଷଙ୍କୁ ଏହି ଉପାୟଗୁଡିକ ଅବଲମ୍ବନ କରିବା ପାଇଁ ନିୟମମାନ ଜାରି କରିଛନ୍ତି   ।

୨. ଖଣିଜ ତୈଳ ଓ ପ୍ରକୃତିକ୍କ ଗ୍ୟାସ  :

ତୈଳ ଓ ପ୍ରାକୃତିକ  ଗ୍ୟାସ  ଜୀବାବଶେଷରୁ ସୃଷ୍ଟି   ।  ଏହା ପୃଥିବୀର ଆଭ୍ୟନ୍ତରରେ ସଞ୍ଚିତ ହୋଇ ରହିଥାଏ  ।  ଏ ଉତ୍ସଗୁଡିକୁ ଜୀବାଶ୍ମ ଇନ୍ଧନ କୁହାଯାଏ   ।  ତୈଳକୂପକୁଗୁଡିକରୁ ଉତ୍ତୋଳନ କରାଯାଉଥିବା ଅଶୋଧିତ ତୈଳକୁ ବିଶୋଧନ କରି ପେଟ୍ରୋଲ , ଡିଜେଲ , କିରୋସିନି , ଭେସଲିନ , ପରାଫିନ ଇତ୍ଯାଦି ଉତ୍ପାଦନ କରାଯାଏ  ,  ଆମ ଭାରତରେ ଗୁରୁରାଟର କାମ୍ବେ ଅଞ୍ଚଳ , ଆସାମ ଏବଂ ଅରୁଣାଚଳପ୍ରଦେଶରେ ଯଥେଷ୍ଟ ପରିମାଣରେ ତୈଳ ଭୂଗର୍ଭରେ ସଞ୍ଚିତ ହୋଇ ରହିଛି  । ବମ୍ବେ ନିକଟସ୍ଥ ସମୁଦ୍ର ମଧ୍ୟରୁ ପ୍ରଚୁର ପରିମାଣର ତୈଳ ଉତ୍ତୋଳିତ ହେଉଛି  । ପୃଥିବୀର ମୁଖ୍ୟ ତୈଳ ଉତ୍ପାଦନକାରୀ ଦେଶଗୁଡିକ ହେଲେ ଆମେରିକା , ମେକସିକୋ , ଇରାକ କୁଏତ ଓ ବାହରେନ ଇତ୍ୟାଦି   ।  ୧୯୮୭ ମସିହାରେ ଏକ ଗଣନାରୁ ଗଚ୍ଛିତ ତୈଳର ପରିମାଣ ୫୮୦ ମିଲିୟନ ଟନ ବୋଲି ଜଣାପଡିଥିଲା  ।  କଳକାରଖାନା ପାଇଁ ତୈଳ ଏବଂ ତୈଳରୁ ଜାତ ପଦାର୍ଥର ଉପଯୋଗୀତା ଖୁବ ବେସୀ   ।ପ୍ରତ୍ୟେକ ଶିଳ୍ପ କିଛି ନା କିଛି ତୈଳଜାତ ପଦାର୍ଥ ଉପରେ ନିର୍ଭର କରେ   ।

ଖଣିଜତୈଳ ସହିତ ଏବଂ ସ୍ଵତନ୍ତ୍ର ଭାବରେ ଭୂଗର୍ଭରୁ ପ୍ରାକୃତିକ ବାଷ୍ପ ନିଷ୍କାସନ କରାଯାଏ   ।  ଏହାକୁ ଆଜିକାଲି ଘରୋଇ ଇନ୍ଧନରୂପେ ବହୁଳ ଭାବରେ ବ୍ୟବହାର କରାଯାଉଛି ଯାହାକୁ ଏଲ.ପି.ଜି. କୁହାଯାଉଛି   ।  ଆମେ ଜାଣିଛୁ ଯେ ଜୀବାବଶେଷ ଇନ୍ଧନର ଉତ୍ସ ସୀମିତ ଅଟେ   ।  ତେଣୁ ଆମେ ଯଦି ଏହାକୁ ବେପରୁଆ ଭାବରେ ଖର୍ଚ୍ଚ କରିବା ତେବେ ଅଳ୍ପ ଦିନରେ ଏହା ଭୂଗର୍ଭରୁ ସରିଯିବ   । ସେଥିପାଇଁ ଶକ୍ତିର ବିକଳ୍ପ ଉତ୍ସଗୁଡିକର ବିନିଯୋଗ ପାଇଁ ଆମ୍ଭେମାନେ ଆଜିଠାରୁ ଚେଷ୍ଠିତ ହେବା ଉଚିତ   ।

ତୈଳ ଏବଂ ପ୍ରାକୃତିକ ଗ୍ୟାସର ଦହନରେ ଶକ୍ତିର ଉତ୍ପାଦନ ସଙ୍ଗେ ସଙ୍ଗେ ଅଙ୍ଗାରକାମ୍ଳ ବାଷ୍ପ , ସଲଫର ଡାଇଅକସାଇଡ , ନାଇଟ୍ରୋଜେନ ଅକସାଇଡ ଇତ୍ୟାଦି ଗ୍ୟାସ ନିର୍ଗତ ହୁଏ   ।  ଏହି ଗ୍ୟାସଗୁଡିକ ପରିବେଷକୁ ଦୂଷିତ କରିଦିଏ   ।  ମୋଟର ଗାଡିରେ ପେଟ୍ରୋଲ ଏବଂ ଡିଜେଲକୁ ଇନ୍ଧନ ଭାବରେ ବ୍ୟବହାର କରାଯାଏ    ।  ଏହି ସବୁ ଯାନରୁ ନିର୍ଗତ ଗ୍ୟାସରେ , ସଲଫର ଡାଇଅକସାଇଡ , ନାଇଟ୍ରୋଜେନ ଅକସାଇଡ ଏବଂ କାର୍ବନ ଡାଇଅକସାଇଡ ରହିଥାଏ . । ଏହି ଗ୍ୟାସଗୁଡିକ ପରିବେଶକୁ ବିଶେଷ ଭାବରେ ଦୂଷିତ କରିଦିଏ   ।  କେତେକ ଜନାର୍କୀର୍ଣ୍ଣ ଅଞ୍ଚଳରେ ଏହା ସ୍ମଗ ନାମକ ଏକ କୁହୁଡି ସୃଷ୍ଟି କରେ   ।  ତେଣୁ ପରିବେଶ ଯେପରି ଦୂଷିତ ନହୁଏ ସେଥିପାଇଁ ଆମକୁ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାକୁ ହେବ   ।

୩. ଜାଳେଣୀ କାଠ  :

ପାରମ୍ପରିକ ଶକ୍ତି ମଧ୍ୟ ଜାଳେଣୀ କାଠରୁ ଉତ୍ପର୍ଣ୍ଣ ହୋଇଥାଏ   ।  ସହର ଓ ଗ୍ରାମାଞ୍ଚଳର ପ୍ରାୟ ୭୦ ଭାଗ ଲୋକ ରୋଷେଇ କାର୍ଯ୍ୟପାଇଁ ଜାଳେଣୀ କାଠ ବ୍ୟବହାର କରନ୍ତି  ।  ଦୁଇ ବିଲିୟନ ଲୋକ ବର୍ଷରୁ ପ୍ରାୟ  ୧.୮ ବିଲିୟନ କ୍ୟୁବିକ ମିଟରର କଥା ଅପଚୟ କରିଥାନ୍ତି   ।  ଭାରତରେ  ୩୦୦ ମିଲିୟନ କ୍ୟୁବିକ ମିଟର କଥା ଅପଚୟ ହେଉଥିବା ବେଳେ ଜଙ୍ଗଲରୁ  ୫୮ ମିଲିୟନ କ୍ୟୁବିକ ମିଟର ପରିମାଣର କାଠ ଉପଲ୍ଲବ୍ଧ ହୋଇଥାଏ  ।  ତେଣୁ ନୂତନ ଭାବେ ବୃକ୍ଷରୋପଣ କରି ଏହା ସମାଧାନ କରିବାକୁ ହେବ   ।  ଅଣକୃଷି ଯୋଗ୍ୟ ଜମି,  ପତିତ , ଜଙ୍ଗଲ , କ୍ଷୋଦିତ ଅଞ୍ଚଳ ତଥା ଅନାବାଦି ଜମି ଗୁଡିକରେ ବୃକ୍ଷରୋପଣ କରାଗଲେ  ,  ଜାଳେଣୀ କାଠର ଅଭାବ କିଛିଟା ଦୂର ହେବ   ।  IIT ନୂଆଦିଲ୍ଲୀ ଏକ ଉନ୍ନତ କୌଶଳରେ କରତଗୁଣ୍ଡକୁ ଧୂମବିହୀନ ଜାଳେଣୀରେ ପରିଣତ କରିପାରୁଛି   ।

ବାୟୋମାସକୁ ବାଷ୍ପୀକାରଣ କରାଯାଇ ବ୍ୟବହାର ଉପଯୋଗୀ କରାଯାଉଛି   ।  ଉନ୍ନତ ଧାରଣର ଚୁଲା ତିଆରି କାଠି ଚୁଲାଦ୍ଵାରା ଅପବ୍ୟୟ ଏବଂ ଜଙ୍ଗଲକ୍ଷୟକୁ ରୋକିବା ପାଇଁ ଚେଷ୍ଟା କରୁଛି   ।

ବିଦ୍ୟୁତ ଶକ୍ତି

ବିଦ୍ୟୁତଶକ୍ତି ବିଭିନ୍ନ ଉତ୍ସରୁ ସୃଷ୍ଟି କରାଯାଏ   ।  ଯଥା  -

(କ) ନିଉକ୍ଲିୟସର ଶକ୍ତି   :

ବ୍ୟବସାୟିକ ଭିତ୍ତିରେ ନିଉକ୍ଲିୟାର ଶକ୍ତି ଉତ୍ପାଦନ କରିବା ପାଇଁ ଅସ୍ଥିର ତଥା ଉଜାଣିଆ ୟୁରାନିୟମ , ପ୍ଳୁଟୋନିମ ଏବଂ ଥୋରିୟମ ଭଳି ମୌଲିକ ପଦାର୍ଥଗୁଡିକୁ ଜାଳେଣୀ ରୂପେ ବ୍ୟବହାର କରାଯାଉଛି  ।  ୟୂରାନିୟମ -୨୩୫ ସମ୍ଭବ   ।  ଏକ ରିଆକଟର ମଧ୍ୟରେ ଉପରୋକ୍ତ ନିଉକ୍ଲିୟସକୁ ଏକ ନିଉଟ୍ରନ ଧକ୍କା ଦେଲେ ନିଉକ୍ଲିଯାସ ବିଖଣ୍ଡିତ ହୋଇଯାଏ   ।  ଏହାକୁ ନିଉକ୍ଲିୟର ବିଭାଜନ କୁହାଯାଏ  ।  ଏହି ପ୍ରକ୍ରିୟାରେ ପ୍ରଚୁର ଶକ୍ତି ଜାତ ହୋଇଥାଏ   ।  ଏହି ଶକ୍ତି ଦ୍ଵାରା ପାଣିକୁ ଗରମ କରି ବାଷ୍ପଦ୍ଵାରା ଟରବାଇନ ଘୂରାଯାଏ  । ଟରବାଇନ ସହତ ଜେନେରିଟରକୁ ସଂଯୋଗ କଲେ ସେଥିରୁ ବିଦ୍ୟୁତ ଶକ୍ତି ଉତ୍ପର୍ଣ୍ଣ ହୁଏ   ।  ଭାରତର ପ୍ରଥମ ବିଭାଜନ ରିଆକ୍ଟର “ ଅପସରା  “ ମୁମ୍ବାଇର ଟ୍ରେମ୍ବେଠାରେ ଅବସ୍ଥିତ  ।  ଏଥୁରୁ ପ୍ରାୟ  ୨୦୦ ମେଗାବାତ ବିଦ୍ୟୁତ ଶକ୍ତି ମିଳୁଛି   ।  ଏତତବ୍ୟତିତ , ତାମିଲନାଡୁର କଳ୍ପକମ ଏବଂ ରାଜସ୍ଥାନର ରାଣାପ୍ରତାପ ସାଗର ଠାରେ ଗୋଟିଏ ଗୋଟିଏ ରିଆକ୍ଟର ବସାଯାଇଛି    ।  ଭାରତ ପୃଥିବୀର ନିଉକ୍ଲିୟସର ଶକ୍ତି ଉପଯୋଗ କରିବା ଦେଶମାନଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ଅଛି   ।

(ଖ) ତାପଜ ଶକ୍ତି  :

ବଡ ବଡ ଶିଳ୍ପକାରଖଣାଗୁଡିକ କୋଇଲା ଜାଲି ବିଦ୍ୟୁତ ଶକ୍ତି ଉତ୍ପର୍ଣ୍ଣ କରୁଛନ୍ତି ଯାହାକୁ ତାପଜ ବିଦ୍ୟୁତ କୁହାଯାଉଛି   ।  ଓଡିଶାର ତାଳଚେରରେ ଏପରି ଏକ କେନ୍ଦ୍ର ଅଛି   ।  ଭାରତ ସରକାର ବିଭିନ୍ନ ସ୍ଥାନରେ ଅତି ବଡ ତାପଜ ବିଦ୍ୟୁତ କେନ୍ଦ୍ର ମାନ ସ୍ଥାପନ କରୁଅଛନ୍ତି  ,  ଏହା ଦ୍ଵାରା ଭାରତରେ ୧୭% ବାଣିଜିକ ଶକ୍ତି ଉତ୍ପର୍ଣ୍ଣ ହୋଇପାରୁଛି   ।

(ଗ) ଜଳବିଦ୍ୟୁତ ଶକ୍ତି   :

ଳବିଦ୍ୟୁତ କେନ୍ଦ୍ରରୁ ବିଦ୍ୟୁତ ଶକ୍ତି ଉତ୍ପର୍ଣ୍ଣ ହୋଇଥାଏ   ।  ଜଳ ଉଚ୍ଚସ୍ଥାନରୁ ନିମ୍ନ ସ୍ଥାନରୁ ପ୍ରବାହିତ ହେଲାବେଳେ   , ଜେନେରେଟର ସଂଯୁକ୍ତ ହୋଇଥିବା ଏକ ଟରବାଇନକୁ ଯଦି ଏହି ସମୟରେ ଘୂରାଯାଏ   ,  ଟରବାଇନ ଘୂର୍ଣ୍ଣନ ଫଳରେ ଜେନେରେଟର ମଧ୍ୟରେ ଥିବା ତାର କୁଣ୍ଡଳୀ ଘୁରେ ଏବଂ ବିଦ୍ୟୁତ ଶକ୍ତି ଉତ୍ପର୍ଣ୍ଣ ହୁଏ   ।  ଏହାକୁ ଜଳବିଦ୍ୟୁତ କେନ୍ଦ୍ର କୁହାଯାଏ   ।  ଏହା ଏକ ସ୍ଵଚ୍ଛ ଏବଂ ପ୍ରଦୂଷଣ ମୁକ୍ତ ଶକ୍ତିର ଉତ୍ସ ଅଟେ   ।  କିନ୍ତୁ ଏହି ଶକ୍ତିକୁ ଭବିଷ୍ୟତ ପାଇଁ ସାଇତି ରଖାଯାଇପାରେ ନାହିଁ  ।  ସେଥିପାଇଁ ଏହି ଶକ୍ତି ଉତ୍ପାଦନ କରିବା ପୂର୍ବରୁ ଏହାର ଭିତ୍ତିଭୂମି ସ୍ଥିର କରାଯାଇଥାଏ   ।  ମିନି ହାଇଡେଲ ସେଟ ଦ୍ଵାରା ନଦୀଜୁଆରକୁ ବ୍ୟବହାର କରି ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଏ  ।  ଏହା ସ୍ଥାନୀୟ ଭାବେ ବସାଜାଇ ସେହି ଅଞ୍ଚଳର ସମସ୍ୟା  ଦୂର କରିବାରେ ସହାୟକ ହୋଇଥାଏ   ।

୨. ଅଣପାରମ୍ପରିକ ଶକ୍ତିର ଉତ୍ସ  :

ପାରମ୍ପରିକ ଶକ୍ତି ଉତ୍ସଗୁଡିକର ଦ୍ରୁତ ଗତିରେ କ୍ଷୟ ଘଟୁଥିବାରୁ ବର୍ତ୍ତମାନ ଅକ୍ଷୟ ବା ଅଣପାରମ୍ପରିକ ଶକ୍ତି ଉତ୍ସ ପ୍ରତି ଗୁରୁତ୍ଵ ଦିଆଯାଉଛି   ।  ଅକ୍ଷୟ ଶକ୍ତିର ମାନେ ହେଉଛି ଯେଉଁ ଶକ୍ତି ଉତ୍ସର କ୍ଷୟ ନାହିଁ କିମ୍ବା ଜାହ ପୁନଃପୁନଃ ଉତ୍ପର୍ଣ୍ଣ ହେଉଛି  ।  ଏହି ଅକ୍ଷୟ ଶକ୍ତିର ଉତ୍ସ ହେଉଛି କେତେଗୁଡିଏ ପ୍ରାକୃତିକ ପଦ୍ଧତି ଯାହାକୁ ପ୍ରକୃତିରେ ସବୁବେଳେ ଘଟୁଛି   ।

ଉଦାହରଣ ସ୍ୱରୂପ  :

ସୂର୍ଯ୍ୟ ସବୁଦିନ ଉଦୟ ହେବ ଏବଂ ଆମକୁ ଶକ୍ତି ଦେଉଥିବ   ।  ସେହିପରି ସମୁଦ୍ର – ତରଙ୍ଗ ,  ଜୁଆର – ଭଟ୍ଟା , ଝରଣା , ପବନ ଏସବୁ ପ୍ରାକୃତିକ ପ୍ରକ୍ରିୟା କିମ୍ବା ଏଥିରୁ ଆମେ ସବୁବେଳେ ଶକ୍ତି ପାଇ ପାରିବା  ।

ଏହାକୁ “ ଅପ୍ରଚଳିତ ଓ ଅସରନ୍ତି ଶକ୍ତି “ ମଧ୍ୟ କୁହାଯାଏ   ।  ଆଧୁନିକ ଯୁଗର ଶକ୍ତି ସଙ୍କଟ ଯୋଗୁଁ ଏହି ଅସରନ୍ତି ଶକ୍ତିର ବିନିଯୋଗ କରାଯାଉଛି   ।  ଏହି ଅପ୍ରଚଳିତ ବା ଅସରନ୍ତି ଶକ୍ତି ଉତ୍ସଗୁଡିକ ହେଉଛି ସୌରଶକ୍ତି  , ପବନଶକ୍ତି , ସମୁଦ୍ର ଜଳରାସୀକୁ ଶକ୍ତି , ଜୁଆରରୁ ଶକ୍ତି , ସମୁଦ୍ର ସ୍ରୋତରୁ ଶକ୍ତି  , ଭୂ – ତାପୀୟ ଶକ୍ତି , ଜୈବିକ ପଦାର୍ଥରୁ ଶକ୍ତି ଇତ୍ୟାଦି  ।

ଏହି ଅଣପାରମ୍ପରିକ ଶକ୍ତି ଉତ୍ସଗୁଡିକ ସମ୍ପର୍କରେ ନିମ୍ନରେ ବର୍ଣ୍ଣନା କରାଗଲା  ।

୧। ସୌରଶକ୍ତି  :

ସୂର୍ଯ୍ୟଙ୍କ ଠାରୁ ମିଳୁଥିବା ଟାପ ଏବଂ ଆଲୋକ ଶକ୍ତିକୁ ସୌରଶକ୍ତି କୁହାଯାଏ   ।  ସୂର୍ଯ୍ୟ ଅସରନ୍ତି ଶକ୍ତିର ଉତ୍ସ   ।  ସୌର ରଶ୍ମୀ ଦ୍ଵାରା ଜୀବମଣ୍ଡଲର ସୃଷ୍ଟି ସମ୍ଭବପର ହୋଇପାରିଛି  ।  ସୌରଶକ୍ତି ବିଶୁଦ୍ଧ ଏବଂ ଏହା ଜୀବନ ସଂଚାର କରିଥାଏ   ।  ଏହି ଶକ୍ତି ଦ୍ଵାରା କୌଣସି ପରିବେଶ ପ୍ରଦୂଷଣ ଘଟେ ନାହିଁ   ।  ଏହା ଉଦ୍ଭିଦର ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାକୁ ସଂଘଠିତ କରାଏ   ।  ବାର୍ଷିକ ପ୍ରାୟ  ୧.୫ X   kwh ସୌରଶକ୍ତି ବାୟୁମଣ୍ଡଲ ଗ୍ରହଣ କରେ   ।  ସେଥିରୁ ଆକ୍ଷାଂଶ ଉପରେ ନିର୍ଭର କରେ   ।  ସୂର୍ଯ୍ୟଙ୍କ ମଧ୍ୟରେ ଅହରହ ଉଦଜାନ “ ଗ୍ୟାସ ଚଳନ” ପ୍ରକ୍ରିୟାରେ ହିଲିୟମ ଗ୍ୟାସରେ ପରିଣତ ହୁଏ   ।  ଏହି ପ୍ରକ୍ରିୟାରେ ବହୁତ ପରିମାଣର ଶକ୍ତି ଉତ୍ପର୍ଣ୍ଣ ହୁଏ   ।  ସୂର୍ଯ୍ୟଙ୍କ ଠାରୁ ଶକ୍ତି ବିକିରିତ ହୋଇ ପୃଥିବୀପୃଷ୍ଠରେ ପହଞ୍ଚିବାକୁ ପ୍ରାୟ ଆଠ ମିନିଟ ସମୟଲାଗେ   ।  ଯଦି ସୌରଶକ୍ତିକୁ ଆହରଣ କରି ରାଜାଯାଇପାରିବ ଏବଂ ଏହି ସଞ୍ଚିତ ଶକ୍ତିକୁ ପାରେ କାର୍ଯ୍ୟରେ ଲଗାଯାଇପାରିବ ,  ତେବେ ଆମର ଶକ୍ତି ସଙ୍କଟ ସହରରେ ଦୂର ହୋଇଯାଇପାରିବ   ।  ତେଣୁ ବର୍ତ୍ତମାନ ସୌରଶକ୍ତିର ସଞ୍ଚୟ ଏବଂ ବ୍ୟବହାର ଉପରେ ଧ୍ୟାନ ଦିଆଯାଉଛି   ।

ସୌରଶକ୍ତିର ପ୍ରୟୋଗ  : ସୌରଶକ୍ତିର ଉପଯୋଗର ବିଭିନ୍ନ ଉପାୟଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା   ।

ସୌରଟାପ କଲେକଟର  : ଘରେ ସୌରଟାପ କଲେକଟର ଲଗାଯାଇ   ,  ସେହି ତାପଶକ୍ତିକୁ ଖାଦ୍ୟ ରାନ୍ଧିବା କିମ୍ବା ଜଳ ଗରମ କାର୍ଯ୍ୟରେ ବ୍ୟବହାର କରାଯାଇପାରେ ଏବଂ ଏହାଦ୍ଵାରା ବିଦ୍ୟୁତ ଶକ୍ତି ଉତ୍ପର୍ଣ୍ଣ କରାଯାଇପାରେ   ।

ସୌର ପୋଖରୀ  : ଏହା ସୌରତାପ ସଂଗ୍ରହ କରି ରଖିବା ପାଇଁ ଏକବ୍ୟବସ୍ଥା   ।  ଏହା ପ୍ରଥମେ ଇସରାଏଲ ଦେଶରେ ବ୍ୟବହାର କରାଯାଇଥିଲା   ।  ଏହି ତାପ ଜଳଗରମ କରିବା ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ   ।

ତାପପମ୍ଫ  : ଏହା ଗୋଟିଏ ବୈଦ୍ୟୁତିକ ଯନ୍ତ୍ର ଯାହାକୁ ଘର ଭୀତରେ ଲଗାଯାଇଥାଏ ଏବଂ ଏହାକୁ ସୌରତାପ ସଂଗ୍ରହକାରୀ

ସହିତ ସଂଯୁକ୍ତ କରାଯାଇଥାଏ   ।  ଏହି ଯନ୍ତ୍ରକୁ ବଡ ବଡ କୋଠାଘର ଭିତର ଗରମ କରାଇବାକୁ ବ୍ୟବହାର କରାଯାଏ   ।

ସୌର ସେଲ ବା ବ୍ୟାଟେରୀ   :

ସିଲିକମ ସ୍ପଟିକଗୁଡିକ ସୌରବ୍ୟାଟେରୀରେ ବ୍ୟବହୃତ ହୁଏ   ।  ଏହା ସୌରଶକ୍ତି ସଂଗ୍ରହ କରି ଏହାକୁ ବୈଦ୍ୟୁତିକ ଶକ୍ତିରେ ପରିଣତ କରିଥାଏ   ।  ଏହି ବୈଦ୍ୟୁତିକ ଶକ୍ତି ଦ୍ଵାରା ଛୋଟ ଛୋଟ ଯନ୍ତ୍ର , ଏପରିକି ମୋଟର ଗାଡି ଇତ୍ୟାଦି ଚଳାଯାଇପାରେ   ।

ଯୁକ୍ତରାଷ୍ଟ୍ର ଆମେରିକାରେ ସୌରଶକ୍ତିର ବିନିଯୋଗରେ କୃତ୍ରିମ ଶସ୍ୟ ଉତ୍ପାଦନ କରାଯାଉଛି   । ଏହି ଶସ୍ୟର ନାମ ହେଉଛି କ୍ଳୋରେଲା ପାଇରେନ ଡୋସା   ।  ଏହା କେତେକ ଦେଶରେ ଖାଦ୍ୟ ରୂପେ ବ୍ୟବହୃତ ହେଉଛି   ।  ଏତତବ୍ୟତୀତ ବୈଜ୍ଞାନିକ ପଦ୍ଧତିରେ ସୌରଚୁଲା ଦ୍ଵାରା ତାପଶକ୍ତି ବିନିଯୋଗ ସମ୍ଭବପର ହୋଇପାରିଛି   ।

୨. ପବନ ଶକ୍ତି  :

ଭୂପୃଷ୍ଠ ଅଭିମୁଖୀ ସୌରଶକ୍ତିର ପ୍ରାୟ ଶତକଡା  ୧୮ ଭାଗ ବାୟୁମଣ୍ଡଳ ଦ୍ଵାରା ଆବଶୋଷିତ ହୁଏ   ।  ଏହାଫଳରେ ବିଭିନ୍ନ ଅଞ୍ଚଳରେ ଥିବା ବାୟୁମଣ୍ଡଳରେ ଭିନ୍ନ ଭିନ୍ନ ତାପମାତ୍ରା ସୃଷ୍ଟି ହୋଇ ପବନର ପ୍ରବାହ ସଂଘଠିତ କରାଏ   ।  ପବନ ଗତିଜ ଶକ୍ତି ଦ୍ଵାରା ଜେନେରେଟକୁ ଚଳାଇ ବିଦ୍ୟୁତଶକ୍ତି ଉତ୍ପର୍ଣ୍ଣ କରାଯାଇପାରୁଛି   ।  ପବନ କାଳ ରେ କେତେଗୁଡିଏ ପ୍ରୋପେଲର ଖଞ୍ଜା ଯାଇଥାଏ   ।  ପବନର ପ୍ରବାହରେ ପ୍ରୋପେଲରଟି ବୁଲେ ଏବଂ ଏହା ଜେନେରେଟକୁ ବୁଲାଏ  ।  ଏହା ଫଳରେ ବିଦ୍ୟୁତ ଶକ୍ତି ଜାତ ହୁଏ   ।  କେବଳ ଡେନମାର୍କରେ ୫୦୦୦ ପବନ କାଳ ଚାଲୁଅଛି  ।  ଏଥିରେ ପ୍ରାୟ ୨,୦୦,୦୦୦ kw ପାୱାର ମିଳୁଛି   ।  ପବନକାଳ ସାହାଯ୍ୟରେ ଭୂଗର୍ଭରୁ ପ୍ରାଣୀ ଉଠାଇ ଜଳସେଚନ କରାଯାଇ ପାରିବ ଏବଂ ବାସଗୃହମାନଙ୍କୁ ବିଦ୍ୟୁତ ଆଲୋକ ଯୋଗାଇ ହେବ   ।  ପବନକଳର ବହୁଳ ବ୍ୟବହାରର ଯୋଗୁଁ ନେଦରଲ୍ୟାଣ୍ଡକୁ  “ ପବପନ କଳର ଦେଶ  “ ବୋଲି କୁହାଯାଏ  ।  ଡେନମାର୍କ ସରକାରଙ୍କ ସହାୟତାରେ ପୁରୀର ସମୁଦ୍ରକୁଳ,  ବଳିଆପଣ୍ଡା ଠାରେ ଓଡିଶା ସରକାର ୨୦ ଟି ପବନ ଚାଳିତ କଳ ବସାଇଛନ୍ତି   ।

୩. ଜଳଶକ୍ତି  : ଜୀବନଧାରଣ ନିମନ୍ତେ ଜଳର ଆବଶ୍ୟକତା ସହଜରେ ଅନୁମେୟ   ।  ଜଳରୁ ବିଦ୍ୟୁତ ଶକ୍ତି ଉତ୍ପର୍ଣ୍ଣ ହୋଇ ବହୁ ଆବଶ୍ୟକତା ପୂରଣ କରିଥାଏ  ।  ଜଳବିଦ୍ୟୁତ ଶକ୍ତି ଉତ୍ସର କ୍ଷୟ ନାହିଁ   ।  ଏହି ଅକ୍ଷୟ ଶକ୍ତିର ଉତ୍ସଗୁଡିକ ଉପରେ ନିମ୍ନ ବର୍ଣ୍ଣନା କରାଗଲା  ।

ସମୁଦ୍ର ଜଳରାସୀରୁ ଶକ୍ତି ସଂଗ୍ରହ : ନିମ୍ନଲିଖିତ ଉପାୟରେ ଆମେ ସମୁଦ୍ରର ଜଳରାଶିରୁ କିଛି ଶକ୍ତି ସଂଗ୍ରହ କରି କାର୍ଯ୍ୟରେ ଲଗାଇ ପାରିବା   ।

ସମୁଦ୍ରଜଳର ଉତ୍ତାପ ପାର୍ଥକ୍ୟ   :

ସମୁଦ୍ରର ଉପର ଅଂଶ ଜଳର ତାପ ଓ ତଳ ଅଂଶ ଜଳର ତାପ ଭିତରେ ସ୍ଥାନେ ସ୍ଥାନେ ୧୫ ରୁ ୨୦ ଡିଗ୍ରୀ ସେଲସିୟମ ପାର୍ଥକ୍ୟ ରହିଥାଏ   ।  ଏହାର ସୁଯୋଗ ନେଇ ବୈଜ୍ଞାନିକମାନେ ସମୁଦ୍ର ଜଳରାଶିରୁ ଶକ୍ତି ଆହରଣ କରିପାରୁଛନ୍ତି   ।  ଉପରିଭାଗରେ ଗରମ ଜଳକୁ ଭ୍ୟାକୁମରେ ବାଷ୍ପୀକାରଣ କରାଯାଇ ଏହି ବାଷ୍ପକୁ କଣ୍ଡେନସାର ମଧ୍ୟ ଦେଇ ଥଣ୍ଡା ଜଳଆଡକୁ ପ୍ରଭାବିତ କରାଇଲେ  ,  କଣ୍ଡେନସର ମଧ୍ୟରେ ଥିବା ଟରବାଇନକୁ ବାଷ୍ପ ଦ୍ଵାରା ଘୂରାଯାଇ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇପାରେ   ।  ଭାରତର ଲକ୍ଷାଦ୍ଵୀପରେ ଏପରି ଏକ କାରଖାନା ସ୍ଥାପନ କରାଯାଇଛି   ।  ଏହାକୁ ସମୁଦ୍ର ତାପୀୟ ଶକ୍ତି ରୂପାନ୍ତର କୁହାଯାଏ    ।  ଏହି OTEC ଟେକ୍ନୋଲୋଜି ଅବଲମ୍ବନରେ ସେଠାରେ ଏକ ମେଗାୱାଟ ବିଦ୍ୟୁତ କ୍ଷମତାର ପ୍ଳାଣ୍ଟ ବସାଯାଇଛି   ।

ସମୁଦ୍ର ଜୁଆରରୁ ଶକ୍ତି  :

ଚନ୍ଦ୍ରର ଆକର୍ଷଣ ଯୋଗୁଁ ସମୁଦ୍ରର ଜଳପତ୍ତନରେ ବିଶେଷ ବିଶେଷ ସମୟରେ ହ୍ରାସ ବୃଦ୍ଧି ଘଟେ   ।  ଏହି ଜଳପତ୍ତନର ପରିବର୍ତ୍ତନକୁ ଆମେ ଜୁଆର କହୁ  ।  ଚନ୍ଦ୍ରର ଅବସ୍ଥିତି , ଭୂପୃଷ୍ଠରେ ଜଳର ଅନିୟମିତ ବିତରଣ ଓ ସୂର୍ଯ୍ୟର ଅବସ୍ଥିତି ଉପରେ ଜୁଆରର ତୀବ୍ରତା ନିର୍ଭର କରିଥାଏ   ।  ସାଧାରଣତଃ ଜଳପତ୍ତନରେ ଘଟୁଥିବା ବୃଦ୍ଧି  ୨ ମିଟରରୁ ୩ ମିଟର ମଧ୍ୟରେ ରହେ   ।  ପୃଥିବୀର କେତେକ ସ୍ଥାନରେ ,  ଏହି ବୃଦ୍ଧି ମାତ୍ର  ୯ ମିଟର ଠାରୁ ୧୪ ମିଟର ପର୍ଯ୍ୟନ୍ତ ହୋଇଥାଏ   ।  ବୈଜ୍ଞାନିକମାନେ ଅନୁଧ୍ୟାନ କରି ଜାଣି ପଡ଼ିଛନ୍ତି ଯେ ଯଦି ଜଳପତ୍ତନର ବୃଦ୍ଧି ୫ ମିଟର ହୁଏ   ,  ତେବେ ବ୍ୟବଶାୟିକ ଭିତ୍ତିରେ ସେହି ଜୁଆରକୁ ବିଦ୍ୟୁତ ଶକ୍ତି କରିହେବ   ।  ଫ୍ରାନ୍ସର ସେଣ୍ଟାମାଲୋ ଅଞ୍ଚଳରେ ଏପରି ଏକ ପାୱାର ଷ୍ଟେସନ ବସାଯାଇଛି  ।  ସେହି ପ୍ଳାଣ୍ଟରେ ୨୦ ଟି ପ୍ରତ୍ୟାବର୍ତ୍ତୀ ଟରବାଇନ ଖଞ୍ଜା ଯାଇ ମୋଟ ୨୪୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ କାଯାଉଛି  ।  ଆମ ଦେଶର ଗୁଜୁରାଟଠାରେ ଏବଂ ପଶ୍ଚିମବଂଗ ର ସୁନ୍ଦରବନଠାରେ ଏପରି କେନ୍ଦ୍ର ସ୍ଥାପନ କରି ବିଦ୍ୟୁତ ଶକ୍ତି ଉତ୍ପର୍ଣ୍ଣ ହୋଇପାଉଛି   ।

ସମୁଦ୍ର ଜଳ ସ୍ରୋତରୁ ଶକ୍ତି  :

ସାମୁଦ୍ରିକ ସ୍ରୋତର ଗତିଜଶକ୍ତିରୁ ବିଦ୍ୟୁତ ଆହରଣ କରାଯାଇପାରିବ   ।  ପୃଥିବୀର ଯେଉଁ ସ୍ଥାନରେ ସାମୁଦ୍ରିକ ସ୍ରୋତର ବେଗ ଅଧିକ ସେଠାରେ ଟରବାଇନ ଏବଂ ଜେନେରେଟର ବସାଇ ବିଦ୍ୟୁତ ,  ଶକ୍ତି ଉତ୍ପର୍ଣ୍ଣ କରିହେବ   ।

ପ୍ରାକୃତିକ ଝରଣା  :

ପ୍ରାକୃତିକ ଝରଣା ନିର୍ଗତ ହେଉଥିବା ଜଳର ଉପଯୋଗ କରି ଟରବାଇନ ଘୂରାଯାଇପାରେ ଏବଂ ଏଥିରୁ ବିଦ୍ୟୁତ ଶକ୍ତି ଉତ୍ପର୍ଣ୍ଣ କରାଯାଇପାରେ   ।  ସେହିପରି ଉତ୍ତପ୍ତ ଝରଣା ବା ଗରମବାଷ୍ପ ଜାତ ହୋଇଥାଏ   । ଏହି ତାପଜଶକ୍ତିକୁ ଉପଯୁକ୍ତ ଉପାୟରେ ବିଦ୍ୟୁତଶକ୍ତି ଉତ୍ପାଦନରେ ବ୍ୟବହାର କରାଯାଇପାରେ ବା ସିଧାସଳଖ ଏହି ତାପଶକ୍ତିର ବିନିଯୋଗ କରାଯାଇପାରେ   ।

୪. ଭୂ-ତାପୀୟ ଶକ୍ତି  :

ଭୂଗର୍ଭରେ ତେଜଷ୍କ୍ରିୟ ପଦାର୍ଥଗୁଡିକର କ୍ଷୟ ଯୋଗୁଁ ତାପଜଶକ୍ତି ଜାତ ହୁଏ   ।  ଭୂ –କେନ୍ଦ୍ରର ପଦାର୍ଥମାନ ତରଳ ଅବସ୍ଥାରେ ରହିଅଛି   ।  ଏଠାରେ ତାପମାନ ପ୍ରାୟ ୨୦୦୦ ରୁ ୩୦୦୦୦ ଡିଗ୍ରୀ ସେଣ୍ଟିଗ୍ରେଡ   ।  ବିଶେଷଜ୍ଞ ମାନଙ୍କ ମତରେ ଭୂତାପୀୟ ଶକ୍ତି ବିନିଯୋଗ କରି ପ୍ରାୟ ୧୦୦୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇପାରିବ   ।  ହିମାଞ୍ଚଳ ପ୍ରଦେଶର ମଣିକାରଣଠାରେ ଏଥିପାଇଁ ଏକ ପ୍ଳାଣ୍ଟ କରାଯାଇଛି   ।

୫. ଉଦଜାନରୁ ଶକ୍ତି  :

ଉଦଜାନ ଏବଂ ଅମ୍ଳଜାନର ସଂଯୋଗରେ ଜଳ ଉତ୍ପର୍ଣ୍ଣ ହେଉଥିବାରୁ ଏବଂ ଜଳରୁ ପୁନଃ ଉଦଜାନ ଉତ୍ପର୍ଣ୍ଣ ହେଉଥିବାରୁ ଏହି ପ୍ରକାର ପଦ୍ଧତି ଶକ୍ତିର ଆଧାର   ।  ଉଦଜାନକୁ ଶକ୍ତିର ଏକ ଉତ୍ସ ଭାବରେ ବ୍ୟବହାର କରିବାର କାରଣ ହେଉଛି ଏହି ପ୍ରକ୍ରିୟା ଦ୍ଵାରା ପ୍ରଦୂଷଣ ଘଟିଣଥାଏ   , ଯାହାକି ସାଧାରଣ ମୋଟର ଗାଡି ପ୍ରଭୁତିରେ ପ୍ରେଟ୍ରୋଲ ବା ଡିଜେଲ ବ୍ୟବହାର ଯୋଗୁଁ ଘଟିଥାଏ  ।  କାରଣ ଉଦଜାନରୁ ଶକ୍ତି ଉତ୍ପର୍ଣ୍ଣ କରିବା ବେଳେ କେବଳ ଜଳ ଉତ୍ପର୍ଣ୍ଣ ହୋଇଥାଏ   ।

୬. ଜୈବିକ ପଦାର୍ଥରୁ ଶକ୍ତି  :

ବାୟୋଗ୍ୟାସ  : ପ୍ରାଣୀଜ ଆବର୍ଜନା ଯଥା ଗୋବର ଓ ଅନ୍ୟାନ୍ୟ ପ୍ରାଣୀମାନଙ୍କର ମଳ , ପଚା , ଡାଳପତ୍ର ଇତ୍ୟାଦିରୁ ମଧ୍ୟ ଶକ୍ତି ଉତ୍ପାଦନ କରାଯାଇପାରିବ   ।  ଭାରତବର୍ଷଏ ମଫସଲ ଏବଂ ସହର ଅଞ୍ଚଳରେ ଅନେକ ବାୟୋଗ୍ୟାସ ପ୍ଳାଣ୍ଟ ତିଆରି କରାଯାଇଛି   ।  ଏଥିରେ ସାଧାରଣତଃ ଗୋବର ବ୍ୟବହାରକରି ବାୟୋଗ୍ୟାସ ଉତ୍ପାଦନ କରାଯାଉଛି   ଅଣପାରମ୍ପରିକ ଶକ୍ତି ଉତ୍ପର୍ଣ୍ଣ କରିବା ପାଇଁ ଏହା ଗୋଟିଏ ପ୍ରଧାନ ଉପାୟ ଯାହାକି ପ୍ରତ୍ୟେକ ବ୍ୟକ୍ତି ଖୁବ କମ ଖର୍ଚ୍ଚର କରିପାରିବେ . ।  ଏହି ଗ୍ୟାସ ଏକ ଧୂମବିହୀନ ଜାଳେଣୀ ଏବଂ ଉପଯୋଗରେ ବତୀ ମଧ୍ୟ ଜଳିପାରେ  । ଗ୍ୟାସ ବ୍ୟତୀତ ଏହା ଉତ୍କଷ୍ଟ ଜୈବସାର ମଧ୍ୟ ଯୋଗାଇଥାନ୍ତି   ।

ପେଟ୍ରୋପ୍ଳାଣ୍ଟ  :

ଅନେକଗୁଡିକଏ ବୃକ୍ଷରେ ତରଳ ହାଇଡ୍ରୋକାର୍ବନ ଥିବାର ସନ୍ଧାନ ମିଳିଛି   ।  ଏହି ବୃକ୍ଷଗୁଡିକ ଇୟୁଫୋରବିସି ,  ଏପୋସିନାସି ,  କନଭୋଲଭୁଲାସି ଇତ୍ୟାଦି ବଂଶର ଅନ୍ତର୍ଭୁକ୍ତ   ।  ଏହିଭଳି ବୃକ୍ଷକୁ  ଚାଷକରି ଏହାର ରସରୁ ବାଷ୍ପ , ନାପଥା   ,  କିରୋସିନି ଆଦି ଉତ୍ପାଦନ କରାଯାଇପାରେ ଡେରାଡୁନରେ ଥିବା ଇଣ୍ଡିଆନ ଇନଷ୍ଠିଚ୍ୟୁଟ ଅଫ ପେଟ୍ରୋଲିୟମ ଏ କ୍ଷେତ୍ରରେ ଉତ୍କୃଷ୍ଟ ଧାରଣର କାର୍ଯ୍ୟ ସଂପାଦାନ କରୁଛି   ।

ଶକ୍ତି ସଙ୍କଟ  :

ଶକ୍ତିର ବ୍ୟବହାର ଉପରେ ଆମର ଆଧୁନିକ ସଭ୍ୟତା ଗଢି ଉଠିଛି ଏବଂ ତିଷ୍ଠି ରହିଛି   ।  ଜନସଂଖ୍ୟା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଜୀବନଧାରଣମାନ ମଧ୍ୟ ଉନ୍ନତ ହୋଇଚାଲିଛି   । ଏଥିପାଇଁ ଦିନକୁ ଦିନ ଶକ୍ତିର ଆବଶ୍ୟକତା ବଢି ଚାଲିଛି   ।  ଯେଉଁ ଗତିରେ ଜନସଂଖ୍ୟା ବଢୁଛି ଏବଂ ଶିଳ୍ପର ପ୍ରସାର ଘଟୁଛି   ।  ସେଥିରୁ ଜଣାପଡୁଛି ଯେ ପୃଥିବୀରୁ ଇନ୍ଧନ ନିଃଶେଷ ହୋଇଯିବ   ।  କାରଣ ଏହାର ଉତ୍ସ ହେଉଛି ସୀମିତ   ,  ତେଣୁ ଖୁବ ନିକଟରେ ଶକ୍ତି ସଙ୍କଟ ସୃଷ୍ଟି ହେବାକୁ ଯାଉଛି   ।  ଏହାର ସମାଧାନ ପାଇଁ ବୈଜ୍ଞାନିକମାନେ ଚେଷ୍ଠିତ   ।

ବିକଳ୍ପ ଶକ୍ତିର ଉତ୍ସ  :

ଚଳିତ ଶତାଦ୍ଦୀର ସବୁଠାରୁ ବଡ ଚାହିଦା ହେଲା ଶକ୍ତି   ।  ସୁବିଧାରେ ପେଟ୍ରୋଲ , ଡିଜେଲ , ତୈଳସମ୍ପଦ ଯଥେଷ୍ଟ ମିଳିବା ଯୁଗ ସରିଗଲାଣି   ।  ଜନସଂଖ୍ୟା ବଢିବା ସଙ୍ଗେ ସଙ୍ଗେ ତୈଳ ବା ଜାଳେଣୀ ଶକ୍ତିର ଚାହିଦା ମଧ୍ୟ ବଢି ବଢି ଚାଲିଛି  ।  ଅବିକଶିତ ଦେଶ ଦେଶ ସବୁ କ୍ରମଶଃ ବିକଶିତ ଦେଶ ଦେବାରେ ଲାଗିଲେଣି   ।  ବିକାଶଶୀଳ ରାଷ୍ଟ୍ରରେ ଜୀବନଧାରଣର ମାନ ଉନ୍ନତ ହେବାରେ ଲାଗିଛି   । ଏହି କାରଣରୁ ସେମାନେ ବେଶୀ ବେଶୀ ତୈଳ ସମ୍ପଦ ବିଯୋଗ କରୁଛନ୍ତି   ।  ଆହୁରି ଅଧିକ ଚାହିଦା କିପରି ମେଣ୍ଟିବ , ସେଥିପାଇଁ ବୈଜ୍ଞାନିକମାନେ ବିକଳ୍ପ ଶକ୍ତିର ସନ୍ଧାନରେ ଲାଗିଛନ୍ତି   ।  ଭବିଷ୍ୟତରେ ଯେଉଁ ଉତ୍ସଗୁଡିକରୁ ଶକ୍ତି ମିଳିବାର ଆସା ରହିଛି   ,  ତାହା ନିମ୍ନରେ ବର୍ଣ୍ଣନା କରାଗଲା   ।

¾    ମିଥାଇଲ ଆଲକହଲ ଓ ଇଥାଇଲ ଆଲକହଲକୁ ଇନ୍ଧନ ରୂପେ ବ୍ୟବହାର କରି ମଟରଗାଡି ଚଲାଯାଇ ପାରିବ   ।  ଏହି ଇନ୍ଧନର ବିନିଯୋଗ ଦ୍ଵାରା ପ୍ରଦୂଷଣ ମଧ୍ୟ ରୋକାଯାଇପାରିବ   ।

¾    ଉଦଜାନକୁ ଇନ୍ଧନରୂପେ ବ୍ୟବହାର କରାଯାଇପାରିବ   ।  କୃତ୍ରିମ ଉପାୟରେ ପ୍ରସ୍ତୁତ ହରିତ କଣିକାର  ସାହାଯ୍ୟରେ ଜଳରୁ ଉଦଜାନ ପ୍ରସ୍ତୁତ କରିବା ସମ୍ଭବ ହୋଇପାରିଛି   । ଏହାଛଡା ସୌରଶକ୍ତି ବିନିଯୋଗ ରେ ଜଳରୁ ଉଦଜାନ ବାହାର କରିବା ପାଇଁ ଚେଷ୍ଟା କରିଛି  । ଉଦଜାନକୁ ତରଳ ଅବସ୍ଥା ରେ ମଧ୍ୟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରିବ   ।  ଏହାକୁ ଭବିଷ୍ୟତରେ ମଟରଗାଡି ,  ଉଡାଜାହାଜ ପ୍ରଭୁତିରେ ଇନ୍ଧନରୂପେ ବ୍ୟବହାର କରାଯାଇପାଇବ   ।

¾    ସୌରଶକ୍ତି କୁ ବିକଳ୍ପ ଉତ୍ସ ଭାବ ରେ ବିନିଯୋଗ କରାଯାଇ ପାରିବ   । କେତେକେ ଦେଶ  ସୌରଶକ୍ତି ଚାଳିତ କାର ବ୍ୟବହାର ଆରମ୍ଭ ହେଲାଣି   ।

¾    ପରିତ୍ୟକ୍ତ ଜୈବିକ ପଦାର୍ଥ ଯଥା – ଗୃହପାଳିତ ପଶୁମାନଙ୍କର ମୂଳମୁତ୍ରରୁ  “ ଗୋବର ଗ୍ୟାସ “ ପ୍ଳାଣ୍ଟ ସାହାଯ୍ୟରେ ଶକ୍ତି ଆହରଣ କରିବାଦ୍ଵାରା ଜାଳେଣୀ ସଙ୍କଟରୁ କିଛି ପରିମାଣରେ ମୁକ୍ତି ମିଳିପାରିବ   । ଜଳସମ୍ପଦର ବିନିଯୋଗରେ ଜଳବିଦ୍ୟୁତ ଯୋଜନା କାର୍ଯ୍ୟକାରୀ କାଲେ   ,  ସେଥିରୁ ଜାତ ବିଦ୍ୟୁତ ଶକ୍ତି ଆମର ଆବଶ୍ୟକତାର କିଛି ଅଂଶ ମେଣ୍ଟାଇପାରିବ   ।

¾     ପବନ ଏବଂ ସମୁଦ୍ର ଜଳରୁ ଶକ୍ତି ବାହାର କରାଯାଇପାରିଲେ ଶକ୍ତି ସମସ୍ୟା କିଛି ମାତ୍ରା ସମାଧାନ ହୋଇପାରିବ   ।

¾    ବର୍ତ୍ତମାନ ବୈଜ୍ଞାନିକମାନେ ପେଟ୍ରେପ୍ଳାଣ୍ଟ ର ସନ୍ଧାନ ପାଇଲେଣି , ଯେଉଁ ବୃକ୍ଷରୁ ନିସୃତ କ୍ଷୀର ପେଟ୍ରୋଲରେ ମିଶାଇବା ଫଳର କମ ପେଟ୍ରୋଲ ଖର୍ଚ୍ଚ ହେବ   ।

ଉପରୋକ୍ତ ପ୍ରସ୍ତାବଗୁଡିକରୁ ବିଚାରକୁ ନେଇ କାର୍ଯ୍ୟ କଲେ ଶକ୍ତି ସଙ୍କଟରୁ ମୁକ୍ତି ମିଳିପାରିବ   ।

ଶକ୍ତିର ସଂରକ୍ଷଣ  :

ଶକ୍ତିର ସଂରକ୍ଷଣର ଅତ୍ୟନ୍ତ ଜରୁରୀ ଅଟେ   ।  ଏହା ବର୍ତ୍ତମାନ ସମାଜର ଭାର ସମ୍ଭାଳିବା ସହ ଆମ ଭାବି ବଂଶଧରମାନଙ୍କର ଆଶା ଏବଂ ଆବଶ୍ୟକତାକୁ ପୂରଣ କରିପାରିବ   ।  ଶକ୍ତିର ସଂରକ୍ଷଣ  ନିମ୍ନଲିଖିତ ଉପାୟରେ କରାଯାଇପାରିବ   ।

  1. ନିରବଛିନ୍ନ ଭାବରେ ମୋଟରଗାଡି ପ୍ରଭୁତିର ଇଞ୍ଜିନର କାର୍ଯ୍ୟ ଦକ୍ଷତାରେ ଉନ୍ନତି କରିବା   ।
  2. ସୌରଶକ୍ତି ଚଳିତ ଯନ୍ତ୍ର ଓ ମୋଟର ଗାଡି ଆଦିର ବିକାଶ କରିବା   ।
  3. ଶକ୍ତିର ବିକଳ୍ପ ଉତ୍ସର ବ୍ୟବହାକୁ ଉତ୍ସାହିତ କରିବା   ।
  4. ଜଳବିଦ୍ୟୁତ ଶକ୍ତି ଉତ୍ପାଦନ ବୃଦ୍ଧି କରିବା   ।
  5. ଜୀବାଶ୍ମ ଇନ୍ଧନ ଥିବା ନୂଆ ଅଞ୍ଚଳର ଅନୁସନ୍ଧାନ କରିବା   ।
  6. ନିଃଶେଷ ହୋଇ ଆସୁଥିବା ପ୍ରାକୃତିକ ସମ୍ପଦରୁ ନୂଆ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟଏ ଇନ୍ଧନ ପ୍ରସ୍ତୁତ  କରିବା   ।
  7. କୋଇଲା ଖଣି ଏବଂ ତୈଳପ୍ରତିଷ୍ଠାନ ଗୁଡିକୁ ନିଆଁରେ ଆକସ୍ମିକ ଦୁର୍ଘଟଣାରୁ ରକ୍ଷା କରିବା   ।
  8. ପରିଷ୍କରଣ ସମୟରେ ଅଯଥା ଅପବ୍ୟୟକୁ କମାଇବା
  9. କାଠ , କୋଇଲା ଓ ଘସି ଜଳିବା ବର୍ଜନ କରିବା ବାୟୋଗ୍ୟାସ ଉତ୍ପର୍ଣ୍ଣକୁ ଉତ୍ସାହିତ କରିବା   ।

10. ଅନାବଶ୍ୟକ ଭାବରେ ଶକ୍ତିର ଅପଚୟ ନ କରିବା   ।

11. ଇନ୍ଧନ ଯୋଗ୍ୟ ଏବଂ ଧୂମହୀନ ଚୁଲ୍ଲାର ବିକାଶ କରିବା   ।

12. ଜଙ୍ଗଲ କଠୋର ଚାହିଦା କମାଇବା ପାଇଁ ସାମାଜିକ ନବୀକାରଣ ବ୍ୟବସ୍ଥାର ସମ୍ପ୍ରସରନ କରିବା ଇତ୍ୟାଦି   ।

ଜଙ୍ଗଲ ସମ୍ପଦ

ପ୍ରାକୃତିକ ସମ୍ପଦଗୁଡିକ ମଧ୍ୟରେ ଜଙ୍ଗଲ ସମ୍ପଦ ହେଉଛି ପୃଥିବୀର ଜୀବଜଗତକୁ ଏକ ଅନନ୍ୟ ଅବଦାନ   ।  ଜୀବନର ସୁସ୍ଥତା ପାଇଁ ଏହା ଉପଯୁକ୍ତ ପରିବେଶ ସୃଷ୍ଟି କରିଥାଏ   ।  ଜଙ୍ଗଲ ହେଉଛି ଏକ ନବୀକରଣ ଯୋଗ୍ୟ ପ୍ରାକୃତିକ ସମ୍ପଦ  ।  ସମଗ୍ର ଭୁପୃଷ୍ଠର ଶତକଡା  ୩୦ ଭାଗ ଅଞ୍ଚଳ ଜଙ୍ଗଲ ଦ୍ଵାରା ଆଚ୍ଛାଦିତ  ଏହବା ଆବଶ୍ୟକ   । ଏହା ସ୍ଵୟଂ ସାବ୍ୟସ୍ତ କରିପାରୁଥିବା ଏକ ବଡ ଜୈବ ଗୋଷ୍ଠୀ ଯାହାକ ବୃକ୍ଷମାନଙ୍କ ଜରିଆରେ ପ୍ରାଧାନ୍ୟ ବିସ୍ତାର କରିଥାଏ   ।  ଉଦ୍ଭିଦଭେଦରେ ବିଭିନ୍ନ ଜଙ୍ଗଲ ଦ୍ରୁଷ୍ଟିଗୋଚର ହୋଇଥାଏ  ।  ଋତୁ ଅନୁସାରେ ପତ୍ରଝଡା  ଦେଉଥିବା ଜଙ୍ଗଲଗୁଡିକ  “ ପର୍ଣ୍ଣମୋଚୀ ଜଙ୍ଗଲ  “ କୁହାଯାଏ   ।  ଯେଉଁ ଜଙ୍ଗଲରେ ଉଦ୍ଭିଦର ପତ୍ରଗୁଡିକ ବହୁଦିନ ପର୍ଯ୍ୟନ୍ତ ନଝଡି ହରିତବର୍ଣ୍ଣ ହୋଇ ରହିଥାଆନ୍ତି  , ସେହି ଜଙ୍ଗଲକୁ “ ଚିରହରିତ ଜଙ୍ଗଲ  “ ଆଖ୍ୟା ଦିଆଯାଇଥାଏ   ।  ଏହାବ୍ୟତିତ ପାର୍ବତ୍ୟାଞ୍ଚଳରେ “ ପାର୍ବତ୍ୟା ଜଙ୍ଗଲ  ,  ବିଭିନ୍ନ ନଦୀର ଅବବାହିକା ଅଞ୍ଚଳରୁ ମନୁଷ୍ୟ ବିଶେଷ ଭାବରେ ଉପକୃତ ହୋଇଥାଏ   ।

ଜଙ୍ଗଲର ଗୁରୁତ୍ଵ   :

ଜଙ୍ଗଲ ଆମର ଅର୍ଥନୈତିକ ଜୀବନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସଙ୍ଗେ ସଙ୍ଗେ ଉପଯୁକ୍ତ ପାରିପାର୍ଶ୍ଵିକ ଅବସ୍ଥା ମଧ୍ୟ ସୃଷ୍ଟି କରିଥାଏ   ।

ଅର୍ଥନୈତିକ ଗୁରୁତ୍ଵ  :

ଜଙ୍ଗଲ ସଂପଦର ଅର୍ଥନୈତିକ ଜୀବନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସଙ୍ଗେ ସଙ୍ଗେ ଉପଯୁକ୍ତ ପାରି ପାର୍ଶ୍ଵିକ ଅବସ୍ଥା ମଧ୍ୟ ସୃଷ୍ଟି କରିଥାଏ   ।

ଅର୍ଥନୈତିକ ଗୁରୁତ୍ଵ  :

ଜଙ୍ଗଲ ସଂପଦର ଅର୍ଥନୈତିକ ଗୁରୁତ୍ଵଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା   ।

  1. ଜଙ୍ଗଲରୁ ଘର ତିଆରି ଓ ଆସବାବ ପାଇଁ କାଠ  ,  କାଗଜ ତିଆରି ପାଇଁ ଘାସ ଓ ବାଉଁଶ ,  ଡିଆସିଲି କାଠି ,  ଖେଳ ଉପକାରଣ ,  କାର୍ଡବୋର୍ଡ ଆଦି ପ୍ରସ୍ତୁତ ନିମନ୍ତେ କଞ୍ଚାମାଳ ସଂଗ୍ରହ କରାଯାଇଥାଏ  ।
  2. ମନୁଷ୍ୟର ଖାଦ୍ୟ ନିମନ୍ତେ ବିଭିନ୍ନ ପ୍ରକାରର ଫଳ ,  ମୂଳ ,  ପତ୍ର ମସଲା ଜାତୀୟ ଦ୍ରବ୍ୟ ଇତ୍ୟାଦି ଜଙ୍ଗଲରୁ ସଂଗ୍ରହ କରାଯାଏ   ।
  3. ଜଙ୍ଗଲରୁ ଝୁଣା ,  ଲାଖ,  ଅଠା ,  ମହୁ, ତେଲ ,  ଖଇର ଇତ୍ୟାଦି ମିଳିଥାଏ   ।
  4. ଅଁଳା ,  ହରିଡା , ବହାଡା,  ମହୁଲ ,  ପାଳୁଅ ତେନ୍ତୁଳି , କେନ୍ଦୁ ଆଦି ଅରଣ୍ୟ ନିକଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକମାନେ ସେମାନଙ୍କ ଜୀବନଧାରଣ ପାଇଁ ସଂଗ୍ରହ କରିଥାଆନ୍ତି   ।
  5. ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ଜଙ୍ଗଲରୁ ସଂଗ୍ରହ କରାଯାଇଥାଏ   ।  ଯଥା : ସିଂକୋନା ଗଛର ଛାଲିରୁ କୁଇନାଇନ ଔଷଧ ,  ସରପେନଟିନା ଗଛର ଚେରରୁ ରିସରପାଇନ ଔଷଧ  ,  ବେଲାଡୋନା ଗଛରୁ ବେଲାଡୋନା ,  ଏଟ୍ରୋପାଇନ ଔଷଧ ଇତ୍ୟାଦି  ।
  6. ଏହାଛଡା ରୁଦ୍ରାକ୍ଷ , କର୍କ , କର୍ପୁର ,  ଶିଠାଫଳ ,  ବେତ,  ରେଜିନ, ଟାନିନ ଇତ୍ୟାଦି ମଧ୍ୟ ଜଙ୍ଗଲରୁ ମିଳିଥାଏ   ।
  7. ଅନ୍ୟାନ୍ୟ ପ୍ରାଣିଜ ପଦାର୍ଥ ଯଥା  - ଶିଙ୍ଘ , ଦନ୍ତ , ପଶୁଲୋମ ,  ପଶୁ ଚମଡା , କସ୍ତୁରୀ ଇତ୍ୟାଦି ମୂଲ୍ୟବାନ ଦ୍ରବ୍ୟ ମଧ୍ୟ ଜଙ୍ଗଲରୁ ସଂଗ୍ରହ କରାଯାଇଥାଏ   ।
  8. ଜଙ୍ଗଲର ଉପଯୁକ୍ତ ରକ୍ଷଣାବେକ୍ଷଣା ଏବଂ ସୁପରିଚାଳନା କରାଯାଇପାରିଲେ ଜଙ୍ଗଲ ଅନେକ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବାରେ ମଧ୍ୟ ସହାୟକ ହୋଇପାରିବ   ।

ପାରିପାର୍ଶ୍ଵିକ ଗୁରୁତ୍ଵ

ସୁସ୍ଥ ପରିବେଶ ବଜାୟ ରଖିବା କ୍ଷେତ୍ରରେ ମଧ୍ୟ ଜଙ୍ଗଲର ଭୂମିକା ଉଲ୍ଲେଖଯୋଗ୍ୟ   ।

  1. ବାୟୁମଣ୍ଡଲରେ ଅଙ୍ଗାରକାମ୍ଳ ଓ ଅମ୍ଳଜାନ ପରିମାଣର ସନ୍ତୁଳନ ରକ୍ଷା ଜଙ୍ଗଲ ଦ୍ଵାରା ସମ୍ଭବ ହୋଇଥାଏ    ।
  2. ଜଙ୍ଗଲ ଦୂଷିତ ବାୟୁକୁ ବିଶୁଦ୍ଧ କରିବା ସଙ୍ଗେ ସଙ୍ଗେ ବାୟୁପ୍ରଦୂଷନକୁ ମଧ୍ୟ ପ୍ରତିରୋଧ କରିଥାଏ   ।
  3. ଉଦ୍ଭିଦମାନଙ୍କ ଉସ୍ୱେଦନ ପ୍ରକ୍ରିୟା ଦ୍ଵାରା ବାୟୁମଣ୍ଡଳରେ ଆର୍ଦ୍ରତା ରକ୍ଷା ହୁଏ   ।
  4. ଜଙ୍ଗଲ ମୃତ୍ତିକା ଉର୍ବରତା ବଢାଏ  ।  ମୃତ୍ତିକା କ୍ଷୟ ଏବଂ ଭୂଚଳନ ରୋକିବାରେ ମଧ୍ୟ ଜଙ୍ଗଲର ମୁଖ୍ୟ ଭୂମିକା ରହିଛି   ।
  5. ଜଙ୍ଗଲଗୁଡିକର ଜଳଧାରଣ କରି ରଖିବାର ଶକ୍ତିର ଅଥବା ଏହା ବନ୍ୟା ଏବଂ ମରୁଡି ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ   ।
  6. ଜଙ୍ଗଲ ବର୍ଷା କରାଇବାରେ ସାହାଯ୍ୟ କରୁଥିବାବେଳେ ଭୂନିମ୍ନସ୍ଥ ଜଳର ପରିମାଣ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ   ।
  7. କୌଣସି ଅଞ୍ଚଳର ତାପମାତ୍ରା ଓ ଜଳବାୟୁକୁ ନିୟନ୍ତ୍ରଣ କରିବାରେ ଜଙ୍ଗଲ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ   ।
  8. ଜଙ୍ଗଲ ଅନେକ ବୃକ୍ଷ ଏବଂ ପ୍ରାଣୀମାନଙ୍କର ପ୍ରାକୃତିକ ଆବାସସ୍ଥଳୀ ହୋଇଥିବାରୁ ନୂତନ ପ୍ରକାରର ଜୀବନ ସୃଷ୍ଟିରେ ମଧ୍ୟ ସହାୟକ ହୋଇଥାଏ   ।
  9. ସୌର୍ନ୍ଦର୍ଯ୍ୟାତ୍ମକ ମୂଲ୍ୟବୋଧର ପରିପ୍ରକାଶ ମଧ୍ୟ ଜଙ୍ଗଲ ଦ୍ଵାରା ସମ୍ଭବ ହୋଇଥାଏ   ।

10. ପରିଶେଷରେ ପରିବେଶର ଭାରସାମ୍ୟ ରକ୍ଷାକରିବାର ଜଙ୍ଗଲ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ   ।

ଜଙ୍ଗଲ କ୍ଷୟ  :

ଅରଣ୍ୟ ସଂପଦ ଦୃଷ୍ଟିରୁ ଆମ୍ଭେମାନେ ନିଶ୍ଚିତ ଭାବରେ ସଂପଦଶାଳି    ।  କିନ୍ତୁ ଜଙ୍ଗଲ ସୁରକ୍ଷା ପାଇଁ ଯେପରି ସଚେତନତା ଏବେ ବି ଦେଖା ଦେଇନାହିଁ   ।  ସହରୀକାରଣ ,ରାସ୍ତା ନିର୍ମାଣ , ଜଳବିଦ୍ୟୁତ ଉତ୍ପାଦନକେନ୍ଦ୍ର ନିର୍ମାଣ ,  ଶିଳ୍ପକେନ୍ଦ୍ର ସ୍ଥାପନ ଇତ୍ୟାଦି ଅନେକ ଗୁଡିଏ ମାନବୀୟ କର୍ମପାଇଁ ଜଙ୍ଗଲ କ୍ଷୟ ହେଉଛି   । ଜଙ୍ଗଲରୁ ବୃକ୍ଷକଟା ହେବାଦ୍ଵାରା ଏବଂ ତୃଣଭୋଜି ପ୍ରାଣୀମାନେ ଘାସଦ୍ଵାରା ଆଚ୍ଛାଦିତ ଅଞ୍ଚଳକୁ ଖାଇଯିବା ଫଳରେ ଜଙ୍ଗଲ ତାର ସବୁଜିମା ହରାଇ ବସୁଛି  ।  ସ୍ଵାଧୀନତା ପରବର୍ତ୍ତୀ କାଳରେ ପ୍ରଗତି ଏବଂ ଶିଳ୍ପୀକାରଣ ନିଆଁରେ ବହୁ ଜଙ୍ଗଲ ବୃକ୍ଷଶୂନ୍ୟ ହୋଇ ଅଣ ବ୍ୟବହାର ଯୋଗ୍ୟ ଭୂ-ଖଣ୍ଡରେ ପରିଣତ ହୋଇଛି  ।  ତେଣୁ ଜଙ୍ଗଲ କ୍ଷୟ ବର୍ତ୍ତମାନ ଏକ ବୃହତ୍ତମ ସମସ୍ଯାର ରୂପ ନେଇଛି   ।  ଏହି ପରିସଂଖ୍ୟାନ ଅନୁଯାୟୀ  1900 ମସିହାରେ ପୃଥିବୀରେ 7000 ମିଲିୟନ ହେକ୍ଟର ଜଙ୍ଗଲ ଥିବାବେଳେ  1975 ମସିହାରେ ଏହା  2890 ମିଲିୟନ ହେକ୍ଟର ଏବଂ 2000 ମସିହାରେ  2500 ମିଲିୟନ ହେକ୍ଟରକୁ ସଂକୁଚିତ ହୋଇଯାଇଥିଲା   ।  ଜଳସଂଖ୍ୟା ବୃଦ୍ଧିଯୋଗୁଁ କ୍ରାନ୍ତୀୟ ଏବଂ ଉପ-କ୍ରାନ୍ତୀୟ ଅଞ୍ଚଳରେ ଜଙ୍ଗଲ କ୍ଷୟ ସର୍ବାଧିକ ହୋଇଥିବା ବିଷୟ ଏକ ଅନୁଧ୍ୟାନରୁ ଜଣାପଡୁଛି   ।  ଆମ ଦେଶର ସ୍ଵାଧୀନତା ପ୍ରାପ୍ତିପରେ 22% ଭୂମି ଜଙ୍ଗଲ ଦ୍ଵାରା ଆଚ୍ଛାଦିତ ଥିଲା   ।  ଏବେ ଏହା  10% କୁ କମି ଆସିଲାଣି   ।   ପୃଥିବୀର ମୁଣ୍ଡପିଛା ଜଙ୍ଗଲ ଏକ ହେକ୍ଟର ଥିଲାବେଳେ ଭାରତରେ ଏହା  0.1% ହେକ୍ଟର ଖସି ଗଲାଣି   ।  ଏଣୁ ଅନୁପାତରେ ଯଦି ଜଙ୍ଗଲ ଘଟେ   , ତେବେ କିଛି ବର୍ଷ ପରେ ଭାରତ ଜଙ୍ଗଲ ଶୂନ୍ୟ ହୋଇଯିବାର ଆଶଙ୍କା ରହିଛି  ।  ତେଣୁ ଏ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଉନ୍ମେଷ ନ ଘଟିବା ନିଶ୍ଚିତ ଭାବରେ ଅନ୍ତ୍ୟନ୍ତ ଦୁଃଖଦାୟକ   ।

ଜଙ୍ଗଲ କ୍ଷୟ କାରଣ  : ଜଙ୍ଗଲର କ୍ଷୟ ମୁଖ୍ୟ କାରଣଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା   ।

  1. ସବ୍ୟତାର ଆଲୋକ ପ୍ରାପ୍ତି ପରଠାରୁ ମନୁଷ୍ୟ ଜଙ୍ଗଲ ସଫା କରି କୃଷିକ୍ଷେତ୍ର ଏବଂ ଚାରଣ କ୍ଷେତ୍ର ପ୍ରସ୍ତୁତ କରିବାଦ୍ଵାରା ଜଙ୍ଗଲ ଧ୍ଵଂସ ପାଇବାରେ ଲାଗିଛି   ।
  2. ଜନସଂଖ୍ୟା ବୃଦ୍ଧି ହେବାଦ୍ଵାରା ଜଙ୍ଗଲ ସଫାକରି ଜନବସତି ସ୍ଥାପନ କରାଯାଉଛି   ।
  3. କାଠ , ବାଉଁଶ ଏବଂ ଜଙ୍ଗଲର ଉଦ୍ଭିଦକୁ ଜାଳେଣୀ ରୂପେ ବ୍ୟବହାର କରାଯାଉଛି  ।
  4. ଜଙ୍ଗଲ ସଫାକରି ବହୁତ ଶିଳ୍ପକାରଖାନା ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ କଞ୍ଚାମାଲର ଚାହିଦା ମଧ୍ୟ ମେଣ୍ଟାଯାଇ ପାରୁଛି   ।
  5. ଗୃହ ତିଆରି ସରଞ୍ଜାମ ଏବଂ ଆସବାବ ପତ୍ର ତିଆରି କରିବା ପାଇଁ ମୂଲ୍ୟବାନ ବୃକ୍ଷ ସବୁ କାଟିନେବା ଫଳରେ ଅରଣ୍ୟର ଦ୍ରୁତ ଅବକ୍ଷୟ ଘଟୁଛି   ।
  6. ଜଙ୍ଗଲ ସଫା କରାଯାଇ ବିଭିନ୍ନ ଜଳବିଦ୍ୟୁତ ପ୍ରକଳ୍ପ ଏବଂ ନଦୀବନ୍ଧ ନିର୍ମାଣ କରାଯାଉଛି  ।
  7. ସଡକ ରାସ୍ତା ,  ରେଳରାସ୍ତା ନିର୍ମାଣ ଓ ପଥର ଖନନ ଆଦି ଦ୍ଵାରା ମଧ୍ୟ ଜଙ୍ଗଲ ଧ୍ଵଂସ ପାଉଛି  ।
  8. ଉତ୍ତର ପୂର୍ବାଞ୍ଚଳର ଝୁମଚାଷ ଏବଂ ଓଡିଶାରେ ଆଦିବାସୀମାନଙ୍କ ଦ୍ଵାରା ପୋଡୁଚାଷ ଫଳରେ ଜଙ୍ଗଲ ଅନେକ ପରିମାଣରେ ନଷ୍ଟ ହେଉଛି  ।
  9. ବ୍ୟବସାୟିକ ଚାହିଦାପୂରଣ କରିବା ନିମନ୍ତେ ଜଙ୍ଗଲ ଜାତ ପଦାର୍ଥର ବହୁଳ ବ୍ୟବହାର କରିବାଦ୍ଵାରା ଜଙ୍ଗଲ କ୍ଷୟ ହେଉଛି   ।

10. କଳକାରଖାନାରୁ ନିର୍ଗତ ପ୍ରଦୂଷିତ ଦ୍ରବ୍ୟଗୁଡିକ ଦ୍ଵାରା ମଧ୍ୟ ଜଙ୍ଗଲ ଧ୍ଵଂସ ହେଉଛି  ।

11. ଜଙ୍ଗଲ ଜମି ଉପଯୋଗ କରି ଭୂମିହୀନମାନଙ୍କୁ ଜମି ପ୍ରଦାନ କରାଯାଉଛି  ।

12. ପ୍ରାକୃତିକ କିମ୍ବା ମନୁଷ୍ୟକୃତ ଉପାୟରେ ହେଉ , ଜଙ୍ଗଲର ନିଆଁ ଲାଗିବା ଦ୍ଵାରା ଜଙ୍ଗଲ ଧ୍ଵଂସ ପାଇଥାଏ    ।  ହିମାଞ୍ଚଳ ପ୍ରଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଖରାଦିନେ ଜଙ୍ଗଲରେ ନିଆଁ ଲାଗିବା ଏକ ସାଧାରଣ ଘଟଣା   ।

ଜଙ୍ଗଲ କ୍ଷୟା ପରିମା : ଜଙ୍ଗଲ କ୍ଷୟ ହେବାଦ୍ଵାରା ଅନେକ ପ୍ରକାର ପ୍ରାକୃତିକ ଏବଂ କୃତ୍ରିମ ପ୍ରକ୍ରିୟାର ମାନହ୍ରାସ ହୁଏ ଯାହା ନିମ୍ନରେ ବର୍ଣ୍ଣନା କରାଗଲା   ।

  1. ଜଙ୍ଗଲ କ୍ଷୟ ହେବାଦ୍ଵାରା ବାୟୁମଣ୍ଡଳରେ ଅମ୍ଳଜାଣ ପରିମାଣ ହ୍ରାସ ଏବଂ ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧି ଘଟିଥାଏ   ।
  2. ଏହାଦ୍ଵାରା ସବୁଜ ଗୃହର ପ୍ରଭାବ ବୃଦ୍ଧି ହୋଇ ପୃଥିବୀ ପୃଷ୍ଠର ତାପମାତ୍ରା ଅଧିକ ହୋଇଥାଏ   ।
  3. ବହୁ ମୂଲ୍ୟବାନ ଜଙ୍ଗଲଜାତ ପଦାର୍ଥର ଅଭାବ ଦେଖା ଦେଇଥାଏ   ।
  4. ବନ୍ୟ ମୂଲ୍ୟବାନ ଜଙ୍ଗଲଜାତ ପଦାର୍ଥର ଅଭାବ ଦେଖା ଦେଇଥାଏ   ।
  5. ବନ୍ୟ ଜୀବଜନ୍ତୁମାନଙ୍କ ବାସସ୍ଥଳୀ ନଷ୍ଟ ହେବ ଫଳରେ ସେମାନଙ୍କର ସଂଖ୍ୟା ମଧ୍ୟ ହ୍ରାସ ଘଟିଥାଏ  ।
  6. ଅମୂଲ୍ୟ ଉଦ୍ଭିଦ ସଂପଦଗୁଡିକ ନଷ୍ଟ ବିନଷ୍ଟ ହୋଇଯାଇଥାନ୍ତା   ।
  7. ବାୟୁ ପ୍ରଦୂଷଣର ମାତ୍ରା ବଢି ଯାଇଥୈଆ   ।
  8. ଜଳଚକ୍ର ଉପର ପ୍ରତିକୁଳ ପଡିଥାଏ  ।
  9. ଜଳବାୟୁରେ ପରିବର୍ତ୍ତନ ଘଟି ବୃଷ୍ଟିପାତର ପରିମାଣରେ ହ୍ରାସ ଘଟୁଛି  ।

10. ପାହାଡ ଦେଇ ରାସ୍ତା ନିର୍ମାଣ ଭୂଚଳନ କରାଏ   ।

11. ମୃତ୍ତିକା ଉର୍ବରତା ନଷ୍ଟ ହୁଏ   ।

12. ଖଣି ଖାଦାନ ଶିଳା ଅପସାରନ ଦ୍ଵାରା ବ୍ୟବହାର ଅନୁପଯୋଗୀ ଭୂଖଣ୍ଡ ସୃଷ୍ଟି ହୁଏ   ।  ଏହାଦ୍ଵାରା ମୃତ୍ତିକା କ୍ଷୟ,  ଜଳ ପ୍ରଦୂଷଣ ଇତ୍ୟାଦି ଘଟେ   ।

13. ଅନୁପଯୋଗୀ ଭାବରେ ଜମି ବ୍ୟବହାର ଦ୍ଵାରା ମରୁ ଅଞ୍ଚଳର ସୃଷ୍ଟି ହୁଏ  ।

14. ଜଙ୍ଗଲକ୍ଷୟ ହେବାଦ୍ୱ୍ରା ବନ୍ୟା, ବାତ୍ୟା ଏବଂ ମରୁଡିର ଆଶଙ୍କା ବୃଦ୍ଧି ଘଟିଥାଏ   ।  ଓଡିଶାର ସମୁଦ୍ର ଉପକୁଳରେ ଥିବା ଇଚ୍ଛାଶାକାଳି ଜଙ୍ଗଲ ବା ଅବକ୍ଷୟ 1999 ମସିହାର ମହାବାତ୍ୟାର କାରଣ ଅଟେ   ।

15. ଜଙ୍ଗଲ ଧ୍ଵଂସ ହେବାଦ୍ଵାରା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥାଏ   ।

16. ପରିଶେଷର ପରିସଂସ୍ଥାରେ ଅସନ୍ତୁଳିତ ଅବସ୍ଥା ସୃଷ୍ଟି ହୋଇ ଜୀବଜଗତକୁ ଧ୍ଵଂସମୁଖକୁ ଟାଣି ନେଇଥାଏ   ।

ଜଙ୍ଗଲ ସଂରକ୍ଷଣ :

ଜଙ୍ଗଲ ଏକ ପ୍ରକୃତିଦତ୍ତ ଲାଭଜନକ ସଂପଦ  ।  ମାତ୍ର ଏବେ ଜନ ସଂଖ୍ୟା ବୃଦ୍ଧି , ଆର୍ଥିକ ସମସ୍ୟା ଓ ଲୋକମାନଙ୍କର ଲୋଭଗ୍ରସ୍ତ ମନୋବୃତ୍ତି ଯୋଗୁଁ ଏହା କ୍ରମଶଃ ହ୍ରାସ ପାଇ ଆସୁଛି   ।  ତେଣୁ ବର୍ତ୍ତମାନ ଏବଂ ଭବିଷ୍ୟତ ବଂଶଧରମାନଙ୍କର ଅଭିବୃଦ୍ଧି ପାଇଁ ଜଙ୍ଗଲର ସଂରକ୍ଷଣ ଏବଂ ସୁରକ୍ଷା ଏକାନ୍ତ ଆବଶ୍ୟକ   ।  ଭାରତୀୟ ଜଙ୍ଗଲ ନୀତି 1988 ପରାମର୍ଶ ଅନୁସାରେ ପର୍ବତ୍ୟାଞ୍ଚଳର ଶତକଡା  60 ଭାଗ ଓ ସମତଳ ଅଞ୍ଚଳର ଶତକଡା  20 ଭାଗ ଜଙ୍ଗଲ ଦ୍ଵାରା ଆଚ୍ଛାଦିତ ହୋଇ ରହିଲେ ଜନସାଧାରଣଙ୍କର ସାମାଜିକ ଏବଂ ଆର୍ଥିକ ହିତ ସାଧିତ ହୋଇପାରିବ   ।

ଜଙ୍ଗଲ ସଂରକ୍ଷଣ ଉଦ୍ଦେଶ୍ୟ  : ଜଙ୍ଗଲ ସଂରକ୍ଷଣ ଦ୍ଵାରା ତିନୋଟି ଉଦ୍ଦେଶ୍ୟ ହାସଲ ହୋଇପାରିବ   ।

  1. ଜଙ୍ଗଲ ସଂରକ୍ଷଣ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରାକୃତିକ ସଂପଦଗୁଡିକର ସୁରକ୍ଷା କରିବା  ।
  2. ଅତ୍ୟାବଶ୍ୟକ ନିର୍ଦ୍ଧିଷ୍ଟ ପରିବେଶୀୟ ପ୍ରକ୍ରିୟା ଏବଂ ଜୀବନ ଧାରଣ ତନ୍ତ୍ରକୁ ଚଳାଇ ରଖିବା  ।
  3. ଜୀବନ୍ତ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ବିଭିନ୍ନତା ସଂରକ୍ଷଣ କରି ରଖିବା   ।

ଜଙ୍ଗଲ ସଂରକ୍ଷଣର ବିଭିନ୍ନ ପ୍ରଣାଳୀ : ନିମ୍ନବର୍ଣ୍ଣିତ ପ୍ରଣାଳୀ ଗୁଡିକ  ଦ୍ଵାରା ସଂରକ୍ଷଣ କରାଯାଇପାରିବ  ।

  1. ପତିତ ଜମିର ଉଦ୍ଧାର କରାଯାଇ ନୂତନ ଜଙ୍ଗଲ ସୃଷ୍ଟି କରିବା  ।
  2. ଅତୀତରେ ଯେଉଁ ଜଙ୍ଗଲ ଥିଲା ସେଠାରେ ନୂତନ ଭାବରେ ପୁନଃ ଜଙ୍ଗଲ ସୃଷ୍ଟି କରିବା ସହ ଅନ୍ୟାନ୍ୟ ଉଦ୍ଭିଦଶୂନ୍ୟ ଅଞ୍ଚଳରେ ଏବଂ ରାସ୍ତାକଡରେ ବୃକ୍ଷରୋପଣ ବ୍ୟବସ୍ଥା କରିବା   ।
  3. ଶୁଖିଲା,  ପୁରୁଣା ଏବଂ ଅଣବ୍ୟବସାୟିକ ବୃକ୍ଷଗୁଡିକ ଜଙ୍ଗଲରୁ ଅପସରନ କରି ସେହି ସ୍ଥାନରେ ନୂତନ ବୃକ୍ଷରୋପଣ କରିବା  ।
  4. ଯେକୌଣସି କାର୍ଯ୍ୟ ନିମନ୍ତେ ବୃକ୍ଷ ଛେଦନକୁ ନିଷେଧ କରିବା   ।  ଯଦି ଛେଦନ କରାଯାଏ ତା ହେଲେ ସମାନ ସଂଖ୍ୟକ ଅନୁରୂପ ବୃକ୍ଷରୋପଣ ବାଧ୍ୟତାମୂଳକ କରିବା ଆବଶ୍ୟକ   ।
  5. ନିଆଁର ପ୍ରାଦୁର୍ଭାବରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଏହି ଅଞ୍ଚଳରେ ଆଧୁନିକ ଅଗ୍ନିଶ୍ରମ ଜନ୍ତ୍ରପାତିର ବ୍ୟବସ୍ଥା କରିବା ଏବଂ ତାର ପରିଚାଳନା ପାଇଁ ଉପଯୁକ୍ତ ତାଲିମପ୍ରାପ୍ତ ବ୍ୟକ୍ତିମାନଙ୍କୁ ନିଯୁକ୍ତି ହେବା ଆବଶ୍ୟକ   ।
  6. " ଝୁମଚାଷ ଏବଂ " ପୋଡୁଚାଷ " କୁ ସଂପୂର୍ଣ୍ଣ ନିଷିଦ୍ଧ କରିବା   ।
  7. ଇନ୍ଧନ ନିମନ୍ତେ ଜାଳେଣୀ କାଠର ବିକଳ୍ପ ଭାବରେ ଜୈବବାଷ୍ପ ,  ସୌରଶକ୍ତି ଆଦିକୁ ନିଯୋଜିତ କରିବା   ।
  8. ଜଙ୍ଗଲର ଉଦ୍ଭିଦଗୁଡିକ ନିରୋଗ ରଖିବା ପାଇଁ ବିହିତ ବ୍ୟବସ୍ଥା କରିବା   ।
  9. ତୃଣଭୋଜି ପ୍ରାଣୀମାନଙ୍କ ଦ୍ଵାରା ଜଙ୍ଗଲର ଅତ୍ୟଧିକ ବ୍ୟବହାରକୁ ନିୟନ୍ତ୍ରଣ କରିବା  ।

10. ଅଗଛା ଏବଂ ରୋଗପୋକ ମାନଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଜଙ୍ଗଲରେ ଅଗଛାମାରି ଏବଂ ରୋଗପୋକନାଶକ ର ପ୍ରୟୋଗ କରିବା   ।

11. ଜଙ୍ଗଲଗୁଡିକର ଉପଯୁକ୍ତ ତତ୍ତ୍ବାବଧାନ ଏବଂ ଯତ୍ନପୂର୍ବକ ନିରୀକ୍ଷଣ ପ୍ରତି ଧ୍ୟାନ ଦିଆଯିବା  ।

12. ସଂରକ୍ଷଣ ଜଙ୍ଗଲରେ ପଶୁଚାରଣ ,  ବୃକ୍ଷଛେଦନ ଏବଂ କୌଣସି ବ୍ୟବସାୟିକ କାର୍ଯ୍ୟ ନିଷେଧ କରିବା   ।

13. ପ୍ରାକୃତିକ ଜଙ୍ଗଲ ଉପରେ ଚାଷ କାମାଇବା ପାଇଁ ଉପାର୍ଜନକ୍ଷମ ଜଙ୍ଗଲ ସୃଷ୍ଟିକରିବା ଦରକାର ଯାହାଦ୍ଵାରା କଳକାରଖାନା ଦରକାର କରୁଥିବା କଞ୍ଚାମାଳର ଚାହିଦା ପୂରଣ ହୋଇପାରିବ   ।

14. ଗ୍ରାମାଞ୍ଚଳମାନଙ୍କରେ ଗୃହୋପକାରଣ ଏବଂ ଜାଳେଣୀ କାଠର ଚାହିଦା ପୂରଣ କରିବା ପାଇଁ ସାମାଜିକ ନବୀକାରଣ ସହରାଞ୍ଚଳରେ ବିଭିନ୍ନ ପ୍ରକାରର ଫୁଲ ଓ ଫଳ ଉଦ୍ୟାନ ଏବଂ ମୃତ୍ତିକା ସଂରକ୍ଷଣ ପାଇଁ ତୃଣବନୀକାରଣ ଯୋଜନାକୁ ଉତ୍ସାହିତ କରାଯିବା ଦରକାର   ।

15. ଏତତବ୍ୟତୀତ , ଜନସଚେତନା ବୃଦ୍ଧି ନିମନ୍ତେ ବନମହୋତ୍ସବ , ବୃକ୍ଷରୋପଣ ସପ୍ତାହ ଆଦି କାର୍ଯ୍ୟକ୍ରମ ଯୋଜନା ପରିସରଭୁକ୍ତ କରାଯିବା ଦରକାର   ।

ବନୀକରଣ

ପ୍ରାକୃତିକ ପରିବେଶର ଅବକ୍ଷୟ ମଣିଷର ଅର୍ଥନୈତିକ ବିକାଶର ପରିକଳ୍ପନାକୁ ବ୍ୟାହତ କରିବା ସଙ୍ଗେ ସଙ୍ଗେ ମଣିଷର ଅତ୍ୟାବଶ୍ୟକ ଚାହିଦାର ପୂରଣ ପାଇଁ ବାଧା ସୃଷ୍ଟି କରୁଛି  ।  ପୃଥିବୀର ପ୍ରାକୃତିକ ଭଣ୍ଡାର କ୍ରମଶଃ ସଂକୁଚିତ ହେଉଛି ଏବଂ ଏହାଦ୍ଵାରା ବିକାଶନୋଖି ଯୋଜନାର ସଫଳ ନେଇ ଅନିଶ୍ଚିତତା ଦେଖାଯାଇଛି   । ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଏବଂ ଏହାର ଚାଷ କମାଇବା ପରେ ଏକ ନୂତନ ଯୋଜନା କାର୍ଯ୍ୟକାରୀ ହୋଇଛି ଯାହାକୁ 'ବନୀକାରଣ କୁହାଯାଉଛି  । ଅଦରକରି ପତିତ ଜମିରେ ବିଭିନ୍ନ ପ୍ରକାର ବୃକ୍ଷରୂପନ ଦ୍ଵାରା ନୂତନ ଜଙ୍ଗଲ ସୃଷ୍ଟି କରିବା ପ୍ରକ୍ରିୟାକୁ ବନୀକାରଣ କୁହାଯାଇଛି   ।  ଜାତୀୟ ପତିତ ଜମି ଉନ୍ନୟନ୍ନ  ସଂସ୍ଥା   ଦେଶ ବ୍ୟାପୀ ସମସ୍ତ ପତିତ ଜମିକୁ ବନୀକାରଣ ଯୋଜନା ଅନ୍ତର୍ଭୁକ୍ତ କରିଛି   । ସ୍ଥାନୀୟ ଅଞ୍ଚଳର ମୃତ୍ତିକା ଏବଂ ଜଳବାୟୁ ଉପରେ ନିର୍ଭର କରି ଶୀଘ୍ର ବଢିପାରୁଥିବା ବୃକ୍ଷରୋପଣ କରିବା ଦ୍ଵାରା ସେହି ଅଞ୍ଚଳରେ ନୂତନ ଜଙ୍ଗଲ ସୃଷ୍ଟି କରଯାଇ ପାରୁଛି  ।

ବନୀକରଣ ଉଦ୍ଦେଶ୍ୟ

ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟଗୁଡିକ ହେଲା  -

  1. ଟାଙ୍ଗରା ସ୍ଥାନରେ ବୃକ୍ଷରୋପଣ କରି ସବୁଜିମା ବଢାଇବା   ।
  2. ନୂତନ ଜଙ୍ଗଲ ସୃଷ୍ଟି କରି ଆଞ୍ଚଳିକ ଅଭିବୃଦ୍ଧି ଘଟାଇବା    ।
  3. ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ଜାଳେଣୀ ଏବଂ ପଶୁଖାଦ୍ୟ ଉତ୍ପାଦନ ବୃଦ୍ଧି କରିବା   ।
  4. ମୃତ୍ତିକା କ୍ଷୟର ପ୍ରତିରୋଧ କରିବା   ।
  5. ବୃକ୍ଷରୋପଣ ଦ୍ଵାରା ପତିତ ଜମିକୁ ବ୍ୟବହାର ଉପଯୋଗି କରିବା   ।
  6. ନଦୀ ଅବବାହିକା  ,  ପର୍ବତ୍ୟାଞ୍ଚଳ , ପରିତ୍ୟକ୍ତ ଖଣି ଅଞ୍ଚଳର ଆଦିରେ ବନୀକରଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବା   ।
  7. ବିଭିନ୍ନ ପ୍ରକାର  ଔଷଧୀୟ ବୃକ୍ଷ ରୋପଣକରି ପରିବେଶକୁ ସୁସ୍ଥ ଏବଂ ନିର୍ମଲ ରଖିବା  ।
  8. ପରିବେଶର ଭାରସାମ୍ୟ ରକ୍ଷା କରିବା   ।

ତେଣୁ ବନୀକରଣ ଯୋଜନା ମାଧ୍ୟମରେ ଦେଶର ଆର୍ଥିକ ଏବଂ ସାମାଜିକ ସମସ୍ୟାର ସମାଧାନ ହେବ ସଙ୍ଗେ ସଙ୍ଗେ ପରିବେଶର ସୁରକ୍ଷା ମଧ୍ୟ ହୋଇପାରିବ   ।  ସମ୍ପ୍ରତ୍ତି ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟର କରଣଗୁଡିକ ଜଣାପଡିବା ପରେ ସବୁସ୍ତରରେ ଏହାକୁ ନେଇ ସଚେତନା ସୃଷ୍ଟି ଉଦ୍ୟମ ଆରମ୍ଭ ହୋଇଛି  ।

ସାମାଜିକ ବନୀକରଣ

ପରିବେଶ ସୁରକ୍ଷା ପାଇଁ  1976 ମସିହାରୁ ସାମାଜିକ ବନୀକରଣ ଯୋଜନା ଆରମ୍ଭ କରାଯାଇଛି   ।  ଏଥିପାଇଁ କେନ୍ଦ୍ର ସରକାର , ବିଭିନ୍ନ ବେସରକାରୀ ସଂସ୍ଥା , ସ୍ଵେଚ୍ଛାସେବୀ ସଂଗଠନ , ଆମେରିକୀୟ ଆନ୍ତର୍ଜାତିକ ସଂସ୍ଥା ,  ସ୍ଵୀଡେନ ଆନ୍ତର୍ଜାତିକ ଉନ୍ନୟନ ସଂସ୍ଥା ବା ବିଶ୍ଵବ୍ୟାଙ୍କ ସଂସ୍ଥା ଆଦି ବହୁ ଅନୁଦାନ ଏବଂ ପ୍ରୋତ୍ସାହନ ଯୋଗାଉଛନ୍ତି   ।  ଏହାଛଡା ଆମ ଦେଶରେ ଗ୍ରାମ ବିକାଶ ସଂସ୍ଥା ଦ୍ଵାରା ମଧ୍ୟ ଅନେକ ସ୍ଥାନରେ ସାମାଜିକ ବନୀକରଣ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି  ।  ନୂତନ ଭାବରେ ଜଙ୍ଗଲ ସୃଷ୍ଟିକରିବା ସହିତ ତାର ରକ୍ଷଣାବେକ୍ଷଣ ଦାୟିତ୍ଵ ଲୋକଙ୍କୁ ଦେବା ନିଶ୍ଚିତ ଭାବରେ ଏକ ସୁନିଶ୍ଚିତ ଯୋଜନା  ।

ତେଣୁ ସମାଜର ଆବଶ୍ୟକତା ପୂରଣ ପାଇଁ ସ୍ଥାନୟୟ ଲୋକମାନଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇଥାଏ   ।  ପ୍ରାକୃତିକ ଜଙ୍ଗଲ ଉପରେ ସବୁବେଳେ ନିର୍ଭର ନକରି ସର୍ବସାଧାରଣ ଜାଗା ,  ରାସ୍ତାକଡ , ରେଲ ଲାଇନର ଉଭୟ ପାର୍ଶ୍ଵ ଆଦି ସ୍ଥାନରେ ବିଭିନ୍ନ ଅର୍ଥକାରୀ ଉଦ୍ଭିଦ ଯଥା କାଜୁ , ଲେମ୍ବୁ ,  ଆମ୍ବ, ପଣସ ,  ବାଉଁଶ ,  ଶାଳ,  ପିଆଶାଳ ,  ନଡିଆ ଆଦି ଗଛର ଚାରାରୋପଣ କରି ଜନସାଧାରଣ ନିଜର ଆବଶ୍ୟକତା ପୂରଣ କରିବା ହେଲା ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ  ।

ଉଦାହରଣ ସ୍ୱରୂପ  :

ବାଉଁଶର ପ୍ରାକୃତିକ ଗୁଣ ଏହାକୁ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରରେ ସହାୟକ କରି ଗଢି ତୋଳିଛି   ।  ଏହି କାରଣରୁ ଚୀନ ବାଉଁଶରୁ ପ୍ରାୟ 8000 ଉପକରଣ ତିଆରିକରି ରପ୍ତାନିରୁ ବାର୍ଷିକ ପ୍ରାୟ 130 ନିୟୁତ ଆମେରିକୀୟ ଡଲାର ଉପାର୍ଜନ କରୁଛି   ।

ଏହି ଯୋଜନା ଅନୁଯାୟୀ ଲୋକମାନଙ୍କୁ ମାଗଣାରେ କିମ୍ବା ଅତିକମ ଦାମରେ ଉନ୍ନତମାନର ଉପରୋକ୍ତ ଚାରା ସବୁ ଯୋଗାଇ ସେମାନଙ୍କ କୃଷିକ୍ଷେତ୍ରର ହିଡରେ , ରାସ୍ତାର ଉଭୟ ପାର୍ଶ୍ଵରେ , ପୋଖରୀ ହୁଡାରେ , କେନାଲ ହୁଡାରେ କିମ୍ବା ଗ୍ରାମର ସାଧାରଣ ସ୍ଥାନରେ ଅବସ୍ଥିତ ଖୋଲା ଜାଗାରେ ରୋପଣ କରିବା ନିମନ୍ତେ ପରାମର୍ଶ ଦିଆଯାଇଥାଏ  ।  ତେଣୁ ସାମାଜିକ ବନୀକରଣ ଦ୍ଵାରା ସମାଜର ଅର୍ଥନୈତିକ ଚାହିଦା ପୂରଣ ହେବା ସଙ୍ଗେ ସଙ୍ଗେ ନୂତନ ଜଙ୍ଗଲ ସୃଷ୍ଟି ହେବା ଦ୍ଵାରା ପରିବେଶରେ ସନ୍ତୁଳନ ରକ୍ଷା କରାଯାଇଥାଏ   ।

ଜଙ୍ଗଲ ସଂରକ୍ଷଣ ଏବଂ ଜନ ସଚେତନା  :

ଜଙ୍ଗଲର ସଂରକ୍ଷଣ ଏବଂ ସୁରକ୍ଷା ନିମନ୍ତେ କର୍ତ୍ତୃପକ୍ଷଙ୍କ ନିଷ୍ଠାପର ସମନ୍ଵୟ ରକ୍ଷା ସହ ସଚେତନତା ସୃଷ୍ଟି ଅନିବାର୍ଯ୍ୟ   । ଜନସହୋଯୋଗ ଏବଂ ଜନ ସଚେତନା ବିନା ଏହାର ସଂରକ୍ଷଣ ଅସମ୍ଭବ  ।  ଏଥିପାଇଁ  ସାରା ଦେଶରେ  1950 ମସିହାରୁ " 'ବନ ମହୋତ୍ସବ " ପାଳନ କରଯାଉଛି   ।  ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥା ଜରିଆରେ ବର୍ଷକୁ ଦୁଇଥର ଜୁଲାଇ ଏବଂ ଫେବୃୟାରି ମାସରେ ବୃକ୍ଷରୋପଣ କରାଯାଇ ନୂତନ ଜଙ୍ଗଲ ସୃଷ୍ଟିର ପ୍ରୟାସ କରାଯାଉଛି  । ଏହାଛଡା , ଛାତ୍ରଛାତ୍ରୀମାନଙ୍କର ସକ୍ରିୟ ସହଯୋଗ ଏବଂ ଜନସାଧାରଣଙ୍କ ନିଃସାର୍ଥପର କାର୍ଯ୍ୟ ଦ୍ଵାରା ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବହୁ ଯୋଜନା ପ୍ରଣୟନ କରାଯାଉଛି  ।  ସ୍ଥାନୀୟ ଲୋକମାନେ ଜନଆନ୍ଦୋଳନ ମାଧ୍ୟମରେ ଏହାର ରୂପାଯନ କରିପାରିବ   ।  ଉଦାହରଣ ସ୍ୱରୂପ - ସୁନ୍ଦରଲାଲ ବହୁଗୁଣାଙ୍କ ଦ୍ଵାରା 1972 ରେ ସଂଗଠିତ " ଚିପକୋ ଆନ୍ଦୋଳନ " ରେ ଉତ୍ତର ପ୍ରଦେଶର ଗରୱାଲ ଜିଲାର ତେହରି ଅଞ୍ଚଳର ହଜାର ଯାହାର ମହିଳା ହିମାଳୟର ଢାଲୁ ଅଞ୍ଚଳରେ ଗଛଗୁଡିକ କୁଣ୍ଢାଇଧରି କଣ୍ଟ୍ରାକ୍ଟରଙ୍କ କାଠୁରିଆମାନଙ୍କୁ ଗଛକାଟିବାକୁ ନିବୃତ୍ତ କରିଥିଲେ   ।  ଏହି ଚିପକୋ ଏକ ହିନ୍ଦୀ ଶବ୍ଦ , ଯାହାର ଅର୍ଥ ବୃକ୍ଷକୁ ବାହୁଦ୍ୱୟ ମଧ୍ୟରେ ଆଲିଙ୍ଗନ ପୂର୍ବକ ଧାରଣ କରିବା   ।  ଏହି ଆନ୍ଦୋଳନର ମୁଖ୍ୟମାନେ 5 ଟି "F" ଉପରେ ବିଶ୍ଵାସ କରୁଥିଲେ ଯାହାକି ଜଙ୍ଗଲ ସେମାନଙ୍କୁ ଯୋଗାଇ ପାରୁଥିଲେ   ।  ଏହି ପାଞ୍ଚ " F " ର ଅର୍ଥ ହେଉଛି food(ଖାଦ୍ୟ ) , fodder(ଗୋ ଖାଦ୍ୟ) fuel (ଜାଳେଣୀ) fibre (ତନ୍ତୁ ) ଓ fertilizer (ସାର)  ।  ପରବର୍ତ୍ତୀ ସମୟରେ କର୍ଣ୍ଣାଟକରେ ପାଣ୍ଡୁରାଙ୍ଗ ହେଗଡେଙ୍କ ତତ୍ତ୍ବାବଢାଣରେ ଏକା ଧାରଣର ଆନ୍ଦୋଳନ " ଏପିକୋ " ନାମରେ ଲୋକପ୍ରିୟ ହୋଇଥିଲା   , ଯାହାକି ଜଙ୍ଗଲ ସଂରକ୍ଷଣ ପାଇଁ ଉଦ୍ଧିଷ୍ଟ ଥିଲା   ।  ଏହି ଏପିକୋ ଆନ୍ଦୋଳନ ର 3 ଟି ମୁଖ୍ୟ ଉଦ୍ଦେଶ୍ୟ ହେଲା  " ୟୁଲିସୋ" ଯାହାର ଅର୍ଥହେଉଛି ସଂରକ୍ଷଣ,  ବେଲେସୁ ର ଅର୍ଥ ହେଉଛି ଚାରା ରୋପଣ ଏବଂ ବାଲସୁ ଯାହାର ଅର୍ଥ ବିଚାର ସମ୍ମତ ପ୍ରୟୋଗ   ।

ତେଣୁ ଜଙ୍ଗଲର ଉପାଦେୟତା ସମ୍ପର୍କରେ ଜନସାଧାରଣ ଅନୁଭବ ନ କରିବା ପର୍ଯ୍ୟନ୍ତ ଏବଂ ଜଙ୍ଗଲର ସୁରକ୍ଷା ପାଇ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ନ ହେବା ପର୍ଯ୍ୟନ୍ତ ଜଙ୍ଗଲ କ୍ଷୟ ଘଟୁଥିବ   ।  ତେଣୁ ବର୍ତ୍ତମାନ ସରକାରୀ ଉଦ୍ୟୋଗ , ବିଭିନ୍ନ ବେସରକାରୀ ସଂସ୍ଥା , ସ୍ଵେଛାସେବୀ ସଂଗଠନ , ବ୍ୟକ୍ତି ବିଶେଷ  ଆଦିଙ୍କ ସହଯୋଗରେ ଜଙ୍ଗଲ ସଂରକ୍ଷଣ ନିମନ୍ତେ ଜନସଚେତନତା ସୃଷ୍ଟି କରାଯାଉଛି  ,  ଯାହାଫଳରେ ଜଙ୍ଗଲ ସଂପଦ ସହିତ ପରିବେଶ ସୁରକ୍ଷା ମଧ୍ୟ ସମ୍ଭବ ହୋଇପାରିବ   ।

 

ବନ୍ୟଜୀବ ସଂପଦ

ଜଙ୍ଗଲରେ ମୁକ୍ତ ଭାବରେ ବିଚରଣ କରୁଥିବା ବିଭିନ୍ନ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ସମୂହକୁ  " ବନ୍ୟଜୀବ ବୋଲି କୁହାଯାଏ  ।  " ବନ୍ୟଜୀବ ଶବ୍ଦର ସୃଷ୍ଟି 1913 ମସିହାରେ ବୈଜ୍ଞାନିକ ୱିଲିୟାମ ହୋରନାଡେଙ୍କ ଦ୍ଵାରା ହୋଇଥିଲା  ।  ବନ୍ୟପ୍ରାଣୀମାନେ ଗୃହପାଳିତ ନୁହନ୍ତି ଏବଂ ବନ୍ୟ ଉଦ୍ଭିଦମାନେ ମଧ୍ୟ ଚାଷୋପଯୋଗୀ ହୋଇପାରନ୍ତି ନାହିଁ   ।  ମନୁଷ୍ୟ ଅଧିକୃତ ଅଞ୍ଚଳଠାରୁ ବହୁ ଦୂରରେ ଥିବା ଜଙ୍ଗଲ ହେଉଛି ବନ୍ୟଜୀବମାନଙ୍କର ପ୍ରାକୃତିକ ବାସସ୍ଥଳୀ   ।  ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଜବାହାରଲାଲ ନେହେରୁଙ୍କ ଭାଷାରେ  " ବନଜୀବମାନେ ହେଉଛନ୍ତି ଜଙ୍ଗଲର ଐସ୍ଵର୍ଯ୍ୟ ଏବଂ ଏମାନେ ମଧ୍ୟ ଆମ ଜୀବନକୁ ସରସ ସୁନ୍ଦର ଏବଂ ଉଜ୍ଜ୍ଵଳ କରିବାରେ ସହାୟକ ହୋଇଥାନ୍ତି  । " କେତେକ ବନ୍ୟଜୀବ ସେମାନଙ୍କର ଏନଆଇଡ଼ି ଦେଶପାଇଁ ଏତେ ତତ୍ପର୍ଯ୍ୟପୂର୍ଣ୍ଣ ହୋଇଥାଆନ୍ତି ଯେ,  ସେମାନେ ସେହି ଦେଶର ଜାତୀୟ ପ୍ରତୀକରେ ପରିଗଣିତ ହୁଅନ୍ତି   ।  ଉଦାହରଣ ସ୍ୱରୂପ : "ବାଘ" ହେଉଛି ଭାରତର ଜାତୀୟପଶୁ  ।  ସେହିପରି " ମୟୂର " ଜାତୀୟ ପକ୍ଷୀ , ଏବଂ " ପଦ୍ମ" ଜାତୀୟ ଫୁଲଭାବରେ ପରିଚିତ   ।  ରୁଷିଆର ଧଳାଭାଲୁ,  , ଚୀନର ବୃହତପଣ୍ଡା ,  ଆଷ୍ଟ୍ରେଲିଆର କଙ୍ଗାରୁ, ଦକ୍ଷିଣ ଆଫ୍ରିକାର ଷ୍ଟିଙ୍ଗବକ ଆଦି ସେମାନଙ୍କ ଜାତୀୟ ସଂକେତ ଚିହ୍ନ ଭାବରେ ମାନ୍ୟତା ଲାଭ କରିଛନ୍ତି  ।

ବନ୍ୟପ୍ରାଣୀମାନଙ୍କର ବାସ ସ୍ଥାନ ଏବଂ ବିସ୍ତୁତିକୁ ବିଚାର କରି ସମଗ୍ର ପୃଥିବୀକୁ ଛଅଟି ପ୍ରାଣୀ ଭୌଗୋଳିକ ମଣ୍ଡଳ ରେ ବିଭକ୍ତ କରାଯାଇଛି  ।  ଯଥା  - ଅଷ୍ଟ୍ରେଲିଆ , ପ୍ରାଚ୍ୟମଣ୍ଡଳ ,  ଇଥିଓପୀୟ, ନୂତନ ଉଷ୍ମମଣ୍ଡଳ, ନୂତନ ସୁମେରୁ ମଣ୍ଡଳ ଓ ପୁରାତନ ସୁମେରୁ ମଣ୍ଡଳ  ।  ହିମାଳୟ ପର୍ବତମାଲାର ଦକ୍ଷିଣକୁ ଥିବା ଏସିଆ ଅଞ୍ଚଳ ପ୍ରାଚ୍ୟମଣ୍ଡଳର ଅନ୍ତର୍ଭୁକ୍ତ   । ପ୍ରାଚ୍ୟମଣ୍ଡଳ କହିଲେ ଭୌଗୋଳିକ ଭାବରେ ଭାରତ , ଶ୍ରୀଲଙ୍କା , ମାଳୟ ଉପଦ୍ଵୀପ ,  ସୁମାତ୍ରା ,  ଜାଭା ,  ଫିଲିପାଇନ ଦୀପପୁଞ୍ଜର ପ୍ରାଣୀକୁଳକୁ ବୁଝାଏ   ।

ବନ୍ୟଜୀବଜନ୍ତୁଙ୍କ ଗୁରୁତ୍ଵ  :

ଭାରତର ପ୍ରାକୃତିକ ଓ ଜୈବସଂପଦର ବିସ୍ତୁତି ଓ ଐସ୍ଵର୍ଯ୍ୟ ସମଗ୍ର ପୃଥିବୀରେ ଅନନ୍ୟ ସାଧାରଣ  ।  ସଭ୍ୟତାର ପ୍ରସାର ସଙ୍ଗେ ସଙ୍ଗେ ବନ୍ୟଜନ୍ତୁମାନଙ୍କ ସଂଖ୍ୟା ହ୍ରାସ ଓ ଅବଲୋପ ଦ୍ରୁତଗତିରେ ଆଗେଇ ଚାଲିଛି  ।  ଆନ୍ତର୍ଜାତିକ ପ୍ରକୃତି ଓ ପ୍ରାକୃତିକ ସଂରକ୍ଷଣ ସଂସଦ  ଙ୍କ ପରିସଂଖ୍ୟାନ ଅନୁସାରେ ଭାରତରେ ଥିବା ବନ୍ୟପ୍ରାଣୀମାନଙ୍କର ବର୍ତ୍ତମାନ ଅବସ୍ଥିତି ହେଉଛି କୀଟପତଙ୍ଗ 30,000 ପ୍ରଜାତି , ମତ୍ସ୍ୟ 250 ପ୍ରଜାତି , ଉଭୟଚର ଏବଂ ସରୀସୃପ 500 ପ୍ରଜାତି , ପକ୍ଷୀ 1200 ପ୍ରଜାତି ଏବଂ ସ୍ତନ୍ୟପାୟୀ ପ୍ରାଣୀ 350 ପ୍ରଜାତି   ।

ମନୁଷ୍ୟ ବନ୍ୟ ଜୀବମାନଙ୍କ ଦ୍ଵାରା ଅନେକ ଉପକୃତ ହେଉଥିବାରୁ ଏମାନଙ୍କର ଗୁରୁତ୍ଵ ବା ମୂଲ୍ୟବୋଧ ଉପଲ୍ଲବ୍ଧି କରିବାର ଆବଶ୍ୟକତା ରହିଛି  ।  ବନ୍ୟଜୀବମାନଙ୍କର ବିଭିନ୍ନ ମୂଲ୍ୟବୋଧ ନିମ୍ନରେ ବର୍ଣ୍ଣନା କରାଗଲା  ।

(1)  ପରିବେଶୀୟ ମୂଲ୍ୟବୋଧ  : ଜଙ୍ଗଲରେ ଥିବା ପ୍ରତ୍ୟେକ ପ୍ରଜାତି ତାର ନିଜ ପରିସଂସ୍ଥାର ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟ ସଂପାଦାନ କରୁଥିବାରୁ ପରିସଂସ୍ଥାରେ ଶକ୍ତି ପ୍ରବାହ ଘଟିଥାଏ   ।  ଖାଦ୍ୟଶୃଙ୍ଖଳ ଓ ପ୍ରାକୃତିକ ଚକ୍ର ସାହାଯ୍ୟରେ ସେମାନେ ପରସ୍ପର ମଧ୍ୟରେ  ବାନ୍ଧି ହୋଇ ରହିଥାଆନ୍ତି ଏବଂ ଏକ ପରିବେଷିୟ ଗୋଷ୍ଠୀ ପ୍ରତି କର୍ତ୍ତବ୍ୟ କରିଥାଆନ୍ତି   ।  ତେଣୁ ବନ୍ୟଜୀବନ ଧ୍ଵଂସ ହେଲେ ପରିବେଶ ଅସନ୍ତୁଳିତ ହେବାର ସମ୍ଭାବନା ରହିଛି   ।

(2)  ବ୍ୟବସାୟିକ ମୂଲ୍ୟବୋଧ  : ବନ୍ୟଜୀବମାନେ ମୁଖ୍ୟ ପ୍ରାକୃତିକ ସଂପଦର ଅନ୍ତର୍ଭୁକ୍ତ   ।  ଉପଯୁକ୍ତ ଯତ୍ନ ଏବଂ ପରିଚାଳନା ଦ୍ଵାରା ଏମାନଙ୍କଠାରୁ ଲାଭ ଫାଇଦା ଅର୍ଜନ କରିହୁଏ  ।  ଏପରିକି ବିଦେଶୀ ମୁଦ୍ରା ମଧ୍ୟ ଉପାର୍ଜନ କରିହୁଏ  ।  ସବୁଠାରୁ ଭଲ ଅର୍ଥନୈତିକ ଫାଇଦା ସାମୁଦ୍ରିକ ମତ୍ସ୍ୟ ବ୍ୟବସାୟରୁ ମିଳିଥାଏ   ।  ବନ୍ୟଜୀବମାନଙ୍କ ଶରୀରର କିଛି ଅଂଶ ବା ସେମାନଙ୍କ ଦ୍ଵାରା ଉତ୍ପାଦିତ ବିଭିନ୍ନ କିସମର ଦ୍ରବ୍ୟକୁ ମନୁଷ୍ୟ ନିଜ ପାଇଁ ବ୍ୟବହାର କରିଥାଏ   ।  ଯଥା : ମାଂସ ,  ମସଲା ,  ଖାଇବା ତେଲ,  ମହୁ,  ଲାଖ,  ଝୁଣା ,  ରବର ,  ଲୋମ,  ଚମଡା , ଶିଙ୍ଘ ଇତ୍ୟାଦି  ।  ଏହାଛଡା ହାତୀର ଦାନ୍ତ, ଗନ୍ଦାର ଶିଙ୍ଗ , କସ୍ତୁରୀ ମୃଗର ଗ୍ରନ୍ଥି , ହରିଣର ଶିଙ୍ଗ ଇତ୍ୟାଦି ପୃଥିବୀ ବଜାରରେ ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ   ।  ବୃକ୍ଷର ପରାସଂଗମ ବିଭିନ୍ନ ପ୍ରକାର କୀଟମାନଙ୍କ ଦ୍ଵାରା ଆକର୍ଷିତ ହୋଇ ବେସୀ ସଂଖ୍ୟାରେ ଆମେ ଦେଶକୁ ଭ୍ରମଣରେ ଆସିବା ଦ୍ଵାରା ଆମକୁ ଅଧିକ ବିଦେଶୀମୁଦ୍ରା ମିଳିବା ସଙ୍ଗେ ସଙ୍ଗେ ଜାତୀୟ ଆୟ ବଢିବାରେ ମଧ୍ୟ ସହାୟକ ହୋଇଥାଏ   ।

(3)  ଔଷଧୀୟ ମୂଲ୍ୟ  : ଜଙ୍ଗଲରେ ଥିବା ଅନେକ ବୃକ୍ଷରୁ ଔଷଧ ତିଆରି ହୁଏ   ।  ଏହିପରି ଏକ ଜୀବନ ରକ୍ଷାକାରୀ ଔଷଧ ହେଉଛି ପେନସିଲିନ ଯାହାକି ଏକ ପ୍ରକାର ଛତୁ ବୃକ୍ଷର ଦାନ   ।  ସିଙ୍କୋନା ଗଛରୁ ମଧ୍ୟ କୁଇନାଇନ ତିଆରି ହୁଏ   ।  ବିଭିନ୍ନ ପ୍ରକାରର ଆଣ୍ଟିବାୟୋଟିକସ ଯଥା - ଟେଟ୍ରାସାଇକ୍ଳିନ ,  ଷ୍ଟ୍ରେପତୋମାଇସିନ ଆଦି ବୀଜାଣୁମାନଙ୍କ ଠାରୁ ପ୍ରସ୍ତୁତ ହୁଏ   । ଷ୍ଟାଇରୋଜେନ ଏକ ଔଷଧୀୟ ଖାଦ୍ୟ ଯାହାକି ସ୍ପିରୁଲୀନା ନାମକ ଜୀବାଣୁରୁ ପ୍ରସ୍ତୁତ ହୁଏ   ।

 

(4)  ବୈଜ୍ଞାନିକ ମୂଲ୍ୟ :

ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ କେତେକ ପ୍ରଜାତିର ବନ୍ୟଜୀବମାନଙ୍କର ପ୍ରତ୍ୟେକ୍ଷ ମୂଲ୍ୟ ମନୁଷ୍ୟ ସହିତ ରହିଛି ଯଥା  - ମନୁଷ୍ୟର ଭ୍ରୁଣତତ୍ଵକୁ ଠିକ ଭାବରେ ବୁଝିବା ପାଇଁ ସମୁଦ୍ର କନ୍ଦୁକ ବିଶେଷ ଭାବରେ ସାହାଯ୍ୟ କରିଥାଏ   ।  ମଣିଷମାନଙ୍କର ବ୍ଲଡ଼ ଗ୍ରୁପ ଜାଣିବାରେ ରିସସ ବାନାରର ଭୂମିକା ଗୁରୁତ୍ଵପୂର୍ଣ୍ଣ   ।  ସେହିପରି ମୃଗର ଶାଖାନ୍ଵିତ ଶୃଙ୍ଗ ସାହାଯ୍ୟରେ ପ୍ରାକୃତିକ ପରିବେଶରେ ହେଉଥିବା ତେଜଷ୍କ୍ରିୟ ଦୂଷଣ ର ମାତ୍ରା ନିରୂପଣ କରିହୁଏ  ।  ଏତତବ୍ୟତିତ , ଡାକ୍ତରୀ ଗବେଷଣା କ୍ଷେତ୍ରରେ ମଧ୍ୟ ବନ୍ୟଜୀବମାନଙ୍କ ଭୂମିକା ଯଥେଷ୍ଟ ଅଧିକ   ।  କୌଣସି ନୂତନ ଔଷଧ ଉଦ୍ଭାବନ ହେବାବେଲେ ମନୁଷ୍ୟ ଦେହରେ ପ୍ରୟୋଗ ପୂର୍ବରୁ ମୂଷା,  ଠେକୁଆ,  ମାଙ୍କଡ ଆଦିଙ୍କ ଦେହରେ ତାର ପ୍ରତିକ୍ରିୟାକୁ ପ୍ରଥମେ ପରୀକ୍ଷା ନିରୀକ୍ଷା କରାଯାଏ   ।  ଆମେରିକାରେ ବ୍ରଜକାପ୍ତା ଦେହରେ କୁଷ୍ଠ ରୋଗର ବେସିଲସ ପ୍ରବେଶ କରାଇ ସେହି ରୋଗର ଆରୋଗ୍ୟ ପାଇଁ ଔଷଧ ପ୍ରସ୍ତୁତ କାର୍ଯ୍ୟ ଚାଲୁ ରହିଛି   ।

(5)   ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟ  : " A thing of beauty is joy for ever" ।  ବାସ୍ତବିକ ଆମ ପ୍ରକୃତିରେ ଥିବା ସୁନ୍ଦର ସୁନ୍ଦର ଜୀବଜନ୍ତୁଙ୍କ ପାଇଁ ଏହି କଥା ଏକାନ୍ତ ପ୍ରଣିଧାନ ଯୋଗ୍ୟ   । ପକ୍ଷୀମାନଙ୍କର ସୁଲଳିତ କଣ୍ଠସ୍ଵର , ପ୍ରଜାପତିର ଦୃଷ୍ଟି ଆକର୍ଷଣକାରୀ ଅଙ୍ଗଭଙ୍ଗୀ ଏବଂ ବନ୍ୟଜୀବମାନଙ୍କର ଚିତ୍ତାକର୍ଷକ ହାବଭାବ ପ୍ରକୃତରେ ମନକୁ ଖୁବ ଶାନ୍ତି ଏବଂ ଆନନ୍ଦ ହେଇଥାଏ  ।  ଚିଡିଆଖାନା , ଜାତୀୟ ଉଦ୍ୟାନ , ଅଭୟାରଣ୍ୟ ଇତ୍ୟାଦିକୁ ପରିଭ୍ରମଣ ଦ୍ଵାରା ମଧ୍ୟ ଚିତ୍ତ ବିନୋଦନ ହୋଇଥାଏ   ।  ତେଣୁ ସେମାନଙ୍କ ବିନା ଜନସାଧାରଣଙ୍କ ଜୀବନ ନୀରସ ହେବାର ସମ୍ଭାବନା ଅଧିକ   ।

(6)  ନୈତିକ ମୂଲ୍ୟ  : ବର୍ତ୍ତମାନ ପୃଥିବୀରେ ଥିବା ସମସ୍ତ ଉଦ୍ଭିଦ , ପ୍ରାଣୀ ଓ ଅଣୁଜୀବମନ ହେଉଛନ୍ତି 3.5 ବିଲିୟନ ବର୍ଷର କ୍ରମାଗତ କ୍ରମ ବିକାଶର ଫଳ   ।  ତେଣୁ ସେମାନଙ୍କୁ ନିଶ୍ଚିତ କରିବାର ଅଧିକାର ଆମ୍ଭମାନଙ୍କର ନାହିଁ   ପରନ୍ତୁ ପ୍ରକୃତି  ଏବଂ ବନ୍ୟଜୀବମାନଙ୍କୁ ସଂରକ୍ଷଣ ଏବଂ ସୁରକ୍ଷା ଦେବା ଆମର ଏକ ନୈତିକ କର୍ତ୍ତବ୍ୟ ବୋଲି ଭାବିବା ଉଚିତ   ।

(7)  ଜିନ ବ୍ୟାଙ୍କ  : ଆଜିର ପ୍ରାଣୀ ଏବଂ ଉଦ୍ଭିଦମାନେ ସେମାନଙ୍କର ପୂର୍ବପୁରୁଷଙ୍କ ଜିନ ବଦନ କରି ଚାଲିଛନ୍ତି   ।  ବନ୍ୟଜୀବମାନେ ଜିନବ୍ୟାଙ୍କ ପରି କାର୍ଯ୍ୟକାରୀଥାନ୍ତି , କରଣ ଏହା ହେଉଛି ଏକ ପ୍ରାକୃତିକ ସ୍ଥାନ ଯେଉଁଠାରେ ପ୍ରାଣୀମାନଙ୍କର ପ୍ରଜନନର ଆନ୍ତର୍ନିହିତ ଶକ୍ତି ସଂରକ୍ଷଣ ହୋଇଥାଏ   ।  ଏମାନେ ପ୍ରଜନନ ଭଣ୍ଡାର ହିସାବରେ ନିଜକୁ ପ୍ରଦର୍ଶନ କରିଥାଆନ୍ତି , ଯାହାଦ୍ଵାରା ଆଜିକଲି ନୂଆ ନୂଆ ପ୍ରକାରର ଧାନ ଗହମ, ଫଳ,  ପନିପରିବା ଇତ୍ୟାଦି ଉତ୍ପନନ ହୋଇପାରୁଛି   ।  ତେଣୁ ଆଜିର ଜିନ କ୍ଳୋନିଂ ଯୁଗରେ ମନୁଷ୍ୟ ଅନେକ ସଫଳତା ହାସଲ କରିପାରୁଛି   ।

ବନ୍ୟଜୀବନର ବିଲୋପ  :

ନୂତନ ପ୍ରଜାତିର ଉନ୍ମେଶ ଏବଂ ପୁରାତନ ପ୍ରଜାତିର ଅବଲୋପ  ହେଉଛି ଏକ ପ୍ରାକୃତିକ ପ୍ରକ୍ରିୟା  ।  ଏହା ଏକ ଧୀର ମନ୍ଥର କ୍ରମବିକାଶ ପ୍ରକ୍ରିୟା   ।  କୌଣସି ପ୍ରାକୃତିକ କରଣରୁ ଅନେକ ବର୍ଷ ପୂର୍ବେ ବହୁ ଜାତିର ଉଦ୍ଭିଦ ଏବଂ ପ୍ରାଣୀ ଭୂପୃଷ୍ଠରୁ ନିଃଶେଷ ହୋଇଯାଇଛନ୍ତି    ।  କିନ୍ତୁ ବର୍ତ୍ତମାନ ଯୁଗରେ ମନୁଷ୍ୟମାନଙ୍କରେ ଚିନ୍ତାଶୂନ୍ୟ କାର୍ଯ୍ୟକଳାପଯୋଗୁଁ ବନ୍ୟଜୀବମାନଙ୍କ ବିଲୋପ ଅତ୍ୟାଧିକ ମାତ୍ରାରେ ବୃଦ୍ଧି ପାଉଛି  ।  ଜନସଂଖ୍ୟା ବୃଦ୍ଧି ,  କୃଷି କ୍ଷେତ୍ର ନିର୍ମାଣ ,  ସହରୀକରଣ ଏବଂ ପରିଶେଷରେ ମଣିଷ ଓ ତାର ଅଗ୍ରଗତିର ଅନ୍ଵେଷଣ ପାଇଁ ବନ୍ୟଜନ୍ତୁ ଏବଂ ସେମାନଙ୍କ ବାସସ୍ଥଳୀକୁ ବରାବର ନିଜର ସ୍ଵାର୍ଥ ସାଧନ ନିମନ୍ତେ ବ୍ୟବହାର  କରିଆସୁଛନ୍ତି  । ଏହା ଫଳରେ ଅନେକ ଜାତିର ପ୍ରାଣୀ ସଂପୂର୍ଣ୍ଣ ଲୋପପାଇଗଲେଣି ଏବଂ ବର୍ତ୍ତମାନ ପାଇଁ ଯେତେକ ବଞ୍ଚିଛନ୍ତି ସେମାନେ ବିଲୋପ ହେବା ନିକଟବର୍ତ୍ତୀ ହୋଇ ଆସିଲେଣି   ।

ଜୀବଜନ୍ତୁ ବିଲୋପର କରଣ  :

ମନୁଷ୍ୟମାନଙ୍କ ଦ୍ଵାରା ନିମ୍ନବର୍ଣ୍ଣିତ ଦୁଇଟି କରଣ ପାଇଁ ବନ୍ୟଜନ୍ତୁମାନଙ୍କ ବିଲୋପ ଘଟି ଆସିଛି   ।  (1)  ପ୍ରତ୍ୟକ୍ଷ ବିନାଶ ଓ  (2) ପରୋକ୍ଷ  ବିନାଶ   ।

( 1 ) ପ୍ରତ୍ୟକ୍ଷ ବିନାଶ  :

ବନ୍ୟଜୀବମାନଙ୍କ ପ୍ରତ୍ୟକ୍ଷ ବିନାଶ ମଧ୍ୟରେ ମନୁଷ୍ୟ ଦ୍ଵାରା ଶିକାର କରିବା   ,  ବଳପୂର୍ବକ ଧରିନେଇ ବନ୍ଦୀକରି ରଖିବା ଏବଂ ନିର୍ବିଚାର ଭାବରେ ହତ୍ୟାକରିବା ଇତ୍ୟାଦି ଅନ୍ତର୍ଭୁକ୍ତ  ।  ଏହାଦ୍ଵାରା ମଣିଷ ନିଜର ମନୋରଞ୍ଜନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ପଶୁମାନଙ୍କର ମାଂସ , ଲୋମ ପର ଇତ୍ୟାଦି ହସ୍ତଗତ କରିଥାଏ   ।

ଶିକାର  :

ଅତୀତରେ ରାଜରାଜୁଡା ଏବଂ ସମ୍ବ୍ରାନ୍ତ ଶ୍ରେଣୀର ଲୋକମାନଙ୍କ ପାଇଁ ଶିକାର କରିବା ଏକ ମର୍ଯ୍ୟାଦାର ସଂକେତ ଥିଲା  ।  ଏପରିକି  ଏବେ ମଧ୍ୟ ମଣିଷ ନିଜର ଆମୋଦ ପ୍ରମୋଦ ଏବଂ ସମୟ ଅତିବାହିତ କରିବା ପାଇଁ ଶିକାର କରିବା ଚାଲୁ ରଖୁଛି   ।  ତିନିଗୋଟି ଉଦ୍ଦେଶ୍ୟ ପାଇଁ ଶିକାର କରାଯାଇଥାଏ   ।   ଯଥା  :

(କ) ବଞ୍ଚିବା ପାଇଁ ଶିକାର  : ମନୁଷ୍ୟ ନିଜର ଖାଦ୍ୟ ଏବଂ ନିରାପତ୍ତା ପାଇଁ ବନ୍ୟଜନ୍ତୁମାନଙ୍କୁ ଶିକାର କରାଯାଏ  ।

(ଖ) ଆମୋଦ ପ୍ରମୋଦ ପାଇଁ ଶିକାର  : ରାଜା , ଜମିଦାର ବା ବିତ୍ତଶାଳି ଲୋକମାନେ ନିଜର ଚିତ୍ତ ବିନୋଦନ ପାଇଁ ବିଭିନ୍ନ ପକ୍ଷୀ ,  ହରିଣ , ବାଘ ସିଂହ , ହାତୀ ଇତ୍ୟାଦି ଶିକାର କରୁଥିଲେ   ।

(ଗ) ବ୍ୟବସାୟ ପାଇଁ ଶିକାର  :

ମାଂସ , ଲୋମ,  ଶିଙ୍ଘ,  ଚମଡା , ହାତୀଦାନ୍ତ କସ୍ତୁରୀ ଇତ୍ୟାଦି ଆବଶ୍ୟକ ସାମଗ୍ରୀ ଉପାର୍ଜନ କରି ବିକ୍ରି କରିଦେବା ପାଇଁ ଶିକାର କରାଯାଏ   ।

ଶିକାର କରିବା ଫଳରେ ଅନେକ ବନ୍ୟଜନ୍ତୁ ପୃଥିବୀ ପୃଷ୍ଠରୁ ଲୋପ ପାଇଗଲାଣି   ।  ଉଦାହରଣ ସ୍ୱରୂପ ଏକ ଶାନ୍ତିପୂର୍ଣ୍ଣ ପକ୍ଷୀ ଡୋଡୋ 1681 ମସିହାରୁ ଏବଂ ଭ୍ରମଣକାରୀ କପୋତ  1914 ମସିହାରୁ ଲୋପ ପାଇଗଲାଣି  ।  କୁସଂସ୍କାର ଏବଂ ଅନ୍ଧବିଶ୍ଵାସ ଫଳରେ ମଧ୍ୟ ଅନେକ ବନ୍ୟଜୀବ ଧ୍ଵଂସ ହେଉଛନ୍ତି   ।  ଜୀବନ୍ତ ପଶୁପକ୍ଷୀମାନଙ୍କୁ ଚିଡିଆଖାନା ,  ଗବେଷଣାଗାର ଆଦିକୁ ଯୋଗାଇ ଦେବା ଫଳରେ ସେମାନଙ୍କ ସଂଖ୍ୟା ହ୍ରାସ ଘଟୁଛି  ।  ବିଭିନ୍ନ ପ୍ରକାର ଔଷଧ ତିଆରି କରିବା ପାଇଁ ମଧ୍ୟ ସେମାନଙ୍କୁ ହତ୍ୟା କରାଯାଇଛି  ।

(2) ପରୋକ୍ଷ ବିନାଶ  :

ପରୋକ୍ଷ ଭାବରେ ବନ୍ୟଜୀବନ ବିଲୋପ ହେବାର କରଣ ଅନେକ   ।  ମୁଖ୍ୟ କାରଣଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା    ।

(କ) ବାସସ୍ଥଳୀ ବିନାଶ  :

ବାସସ୍ଥଳୀ ଯାହାକି ବନ୍ୟଜୀବମାନଙ୍କୁ ସୁରକ୍ଷା ଏବଂ ଆଶ୍ରୟ ଦେଇଥାଏ   ,  ତାହା ନଷ୍ଟ ହେବା ଫଳରେ ବନ୍ୟଜୀବମାନେ ଗୁରୁତର ସମସ୍ୟା ସମ୍ମୁଖୀନ ହୋଇଥାନ୍ତି   ।  ମନୁଷ୍ୟ ବନ୍ୟଜୀବମାନଙ୍କର ବାସସ୍ଥଳୀ ନଷ୍ଟକରି ସେ ଜାଗାରେ ନିଜର କୃଷିକ୍ଷେତ୍ର, ଚାରଣ କ୍ଷେତ୍ର ଇତ୍ୟାଦି ତିଆରି କରିଥାଏ     ।  ପରିବର୍ତ୍ତିତ ପରିବେଶରେ ସେମାନେ ସହଜରେ ଖାଦକର ଶିକାର ହୋଇ ଜୀବନ ହାରନ୍ତି   ।  କେତେକ ଖାଦ୍ୟାଭାବ ଜନିତ ମୃତ୍ୟୁ ମୁଖରେ ସମ୍ମୁଖୀନ ହୁଅନ୍ତି    ।  ବାସସ୍ଥଳୀ ନଷ୍ଟ ହେବାଫଳରେ ସେମାନଙ୍କ ପ୍ରଜନନ ଚକ୍ରରେ ବ୍ୟାଘାତ ସୃଷ୍ଟି ହୁଏ   ,  ଯାହା ଫଳରେ ସେମାନଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଏ   ।

(ଖ) ନଦୀବନ୍ଧ ଏବଂ ଜଳଭଣ୍ଡାର ସ୍ଥାପନ : ନଦୀ ବନ୍ଧ ଏବଂ ଜଳଭଣ୍ଡାର ସ୍ଥାପନ କରିବା ଫଳରେ ମାଛମାନଙ୍କର ଗତିପଥରେ ପ୍ରତିବନ୍ଧକ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ପ୍ରଜନନରେ ମଧ୍ୟ ବାଧ୍ୟା ସୃଷ୍ଟି ହୋଇଥାଏ   ।

(ଗ) ରାଜପଥ ନିର୍ମାଣ  :

ଏହାଦ୍ଵାରା ବନ୍ୟଜୀବନ ବିଶୃଙ୍ଖଳିତ ହୋଇଯାଏ ରାଜପଥରେ ଯାନବାହାନ ଅତିକ୍ରମ କରିବା ବେଳେ ମଧ୍ୟ କେତେକ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥାଏ   ।

(ଘ) ଜଙ୍ଗଲ କ୍ଷୟ  :

ଜଙ୍ଗଲ ସଫେଇ ଦ୍ଵାରା କେତେକ ମୁଖ୍ୟ ଜୀବଜନ୍ତୁଙ୍କର ବାସସ୍ଥଳୀ ନଷ୍ଟ ହୋଇଯାଏ   , ଯାହା ଫଳରେ ସେମାନଙ୍କ ସଂଖ୍ୟା ହ୍ରାସ ଘଟେ   ।

(ଙ) ପ୍ରଦୂଷଣ  :

ଅମ୍ଳବର୍ଷା ଉଭୟ ସ୍ଥଳ ଏବଂ ଜଳଛାଡ଼ ପ୍ରାଣୀମାନଙ୍କର ଜୀବନ ବିନାଶ କରିଥାଏ   ।  ଜଳ ପ୍ରଦୂଷଣ ଦ୍ଵାରା ଜଳଦ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ଅନେକ ଖ୍ଯାତି ହୋଇଥାଏ  ।  ବାୟୁ ପ୍ରଦୂଷଣ ଦ୍ଵାରା କେତେକ ଉଦ୍ଭିଦଙ୍କର କ୍ରମବିକାଶ ଠିକ ଭାବରେ ହୋଇପାରେ ନାହିଁ   ।  ଏପରିକି କେତେକ ଶୈବାଳ ଜାତୀୟ ଉଦ୍ଭିଦ ମଧ୍ୟ ମୃତ୍ୟୁମୁଖରେ ପଡିଥାଆନ୍ତି   ।

(ଚ) ନିର୍ମଳତା  :

ପରିବେଶକୁ ନିର୍ମଲ ରଖିବା ପାଇଁ ଆଜିକାଲି ମୃତଦେହଗୁଡିକୁ ପୋଡି କିମ୍ବା ପୋତିଦିଆଯାଉଛି  ଯାହା ଫଳରେ ଖାଦ୍ୟାଭାବ ଯୋଗୁଁ ସବୁଣାମାନଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି   ।

(ଛ) ଅଜ୍ଞାତ  :

ସାଧାରଣ ଲୋକମାନେ ବନ୍ୟଜୀବନର ମହତ୍ଵ ବିଷୟରେ ଅଜ୍ଞ ଥାଆନ୍ତି  ।  ତେଣୁ ମନୁଷ୍ୟ ନିଜର ପ୍ରକୃତ ପରିବର୍ତ୍ତନ ଆଣିବା ସଙ୍ଗେ ସଙ୍ଗେ ବନ୍ୟଜୀବମାନଙ୍କ ପ୍ରତି ଏକ ସକାରାତ୍ମକ ମନୋଭାବ ପ୍ରକାଶ କରିବା ଦରକାର   ।

(ଜ) ଅତିରିକ୍ତ ଶୋଷଣ  :

ଅତ୍ୟଧିକ ମାତ୍ରାରେ ଶିକାର କରିବା  , ଘାସ ଖୁଆଇବା   ,  ଗଛ କାଟିବା  , ମାଛ ଧରିବା ଯୋଗୁଁ ବନ୍ୟଜୀବମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି  ।  ଅନେକ ଜାତିର ମାଛ , ଗେଣ୍ଡା , ଆଦିକୁ ଯାନ୍ତ୍ରିକ ଟ୍ରଲର ସାହାଯ୍ୟ ରେ ଧରି ସାମୁଦ୍ରିକ ଖାଦ୍ୟ ଉଦ୍ୟୋଗକୁ ଯୋଗାଇବା ଦ୍ଵାରା ସେମାନେ ଅଦୃଶ୍ୟ ହେବାକୁ ବସିଲେଣି   ।

(ଝ) ବ୍ୟବସାୟ  :

ବର୍ତ୍ତମାନ ଯୁଗରେ ବିଭିନ୍ନ ପଶୁପକ୍ଷୀମାନଙ୍କର ଚମଡା , ପର , ଲୋମ , ହାତୀଦାନ୍ତ , କସ୍ତୁରୀ , ଶିଙ୍ଗ ଇତ୍ୟାଦି ବହୁ ମୂଲ୍ୟବାନ ପଦାର୍ଥମାନଙ୍କର ଚାହିଦା ଅନ୍ତର୍ଜାତିକ ସ୍ତରରେ ବୃଦ୍ଧି ପାଇବାରେ ଲାଗିଛି   ।  କେତେକ ପ୍ରାଣୀ ଏବଂ ଉଦ୍ଭିଦମାନଙ୍କୁ ବ୍ୟବଶାୟିକ ଭିତ୍ତିରେ ବିଭିନ୍ନ ଗବେଷଣାଗାର ଏବଂ ଚିଡିଆଖଣାକୁ ମଧ୍ୟ ଯୋଗାଇ ଦିଆଯାଉଛି , ଯାହା ଦ୍ଵାରା ବନ୍ୟଜୀବମାନଙ୍କର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି   ।

(ଞ) ନୂତନ ପ୍ରଜାତିର ଅନୁପ୍ରବେଶ  :

ନୂତନ ପ୍ରଜାତିର ଅନୁପ୍ରବେଶ ଫଳରେ ସ୍ଵାଭାବିକ ପ୍ରଜାତିର ଜୀବମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି   ।  ଖାଦ୍ୟ ଏବଂ ବାସସ୍ଥାନ ପାଇଁ ସେମାନଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ଆରମ୍ଭ ହୋଇଥାଏ   । ଇଉରୋପରୁ କେତେକ ତୃଣଭୋଜି ପ୍ରାଣୀ ଆଷ୍ଟ୍ରେଲିଆକୁ ଆସିବା ପରେ ଅଳ୍ପ କେତେ ବର୍ଷରେ ସେମାନଙ୍କ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଇଲା ଯେ ଘାସର ଅଭାବ ଯୋଗୁଁ ମେଣ୍ଢା ବଂଶ ଦ୍ରୁତ ଗତିରେ ହ୍ରାସ ପାଇବାକୁ ଲାଗିଲା   ।

କୁପ୍ତ ଏବଂ ଶଙ୍କାକୂଳ ପ୍ରଜାତିଙ୍କ ବିଷୟରେ ଧାରଣା  :

ଲୁପ୍ତ ପ୍ରଜାତି  :

ଯେଉଁ ପ୍ରଜାତିର ଜୀବମାନେ ପୃଥିବୀ ପୃଷ୍ଠରୁ ନିଃଶେଷ ହୋଇଗଲାଣି ସେମାନଙ୍କୁ ଲୁପ୍ତ ପ୍ରଜାତି ବୋଲି କୁହାଯାଇଥାଏ  ।  ଏମାନେ କେବଳ ସଂଗ୍ରହାଳୟ ଏବଂ ଫଟୋଚିତ୍ର ମାଧ୍ୟମରେ ଦେଖିବାକୁ ମିଳନ୍ତି    । ଲୁପ୍ତ ପ୍ରଜାତିଙ୍କ ମାଧ୍ୟରେ ଡୋଡୋ,  ପାସେଞ୍ଜରମ  ପିଜନ, କରୋଲିନା ,  ହଥହେନ ,  ଭାରତୀୟ ଚିଟା , ଜଙ୍ଗଲୀପେଚା ଇତ୍ୟାଦି ଅନ୍ୟତମ  ।  ବର୍ତ୍ତମାନ ସୁଦ୍ଧା ଭାରତରେ ସହସହ ପ୍ରଜାତିର ଉଦ୍ଭିଦ ଲୋପ ପାଇସାରିଲେଣି ଏବଂ ଏମାନଙ୍କ ମାଧ୍ୟରେ ସୁଗନ୍ଧ ପୁଷ୍ପ ଉଦ୍ଭିଦ ଅତ୍ୟଧିକ ଲୋପ ପାଇଛନ୍ତି   ।

ଶଙ୍କାକୂଳ ପ୍ରଜାତି  :

ବର୍ତ୍ତମାନ ଅନେକ ପ୍ରଜାତିର ଉଭିଦ ଏବଂ ପ୍ରାଣୀ ଲୁପ୍ତ ହେବାର ଦ୍ଵାର ଦେଶରେ ପହଞ୍ଚିଲେଣି  ।  ସେମାନଙ୍କୁ ଶଙ୍କାକୂଳ ପ୍ରଜାତି ବୋଲି କୁହାଯାଉଛି  ।  ଯଦି ଅବିଳମ୍ବେ ଏମାନଙ୍କୁ ସୁରକ୍ଷା ଦିଆନଯାଏ   ,  ତେବେ ନିକଟ ଭବିଷ୍ୟତରେ ଏମାନେ ମାଧ୍ୟ ଲୁପ୍ତ ହୋଇଯିବାର ଆଶଙ୍କା ରହିଛି   ।  ଆନ୍ତର୍ଜାତିକ ପ୍ରକୃତି ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ସଂସଦ ଦ୍ଵାରା ଏକ ନାଲି ତଥ୍ୟ ସମ୍ବଳିତ ପୁସ୍ତକ   ରେ ଏହି ଶଙ୍କାକୂଳ ପ୍ରଜାତିର ପ୍ରାଣୀ ଉଦ୍ଭିଦମାନଙ୍କ ତାଲିକା ଲିପିବଦ୍ଧ କରାଯାଇହି  ।  ଚାରିଟି ଲକ୍ଷଣଉପରେ ଭିତ୍ତିକରି IUCN ଏହି ଜୀବମାନଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରିଛି  ।  ଏହି ଲକ୍ଷଣଗୁଡିକ ହେଲା  -

(କ) ବିତରଣ : ପ୍ରାଣୀ ମାନଙ୍କର ଅତୀତ , ବର୍ତ୍ତମାନ , ବିଚ୍ଛିନ୍ନ ,  ଅବିଚ୍ଛନ୍ନ ବଣ୍ଟନକୁ ଭିତ୍ତିକରି ସେମାନଙ୍କୁ ଶ୍ରେଣୀ ବିଭାଗ କରାଯାଉଛି   ।

(ଖ) ଜୀବସଂଖ୍ୟା : ପ୍ରାଣୀମାନଙ୍କର ଶେଷ ହୋଇଯିବାର ସଂଖ୍ୟାର ଅନୁପାତକୁ ଭିତ୍ତିକରି   ।

(ଗ) ପ୍ରାକୃତିକ ବାସସ୍ଥଳୀ  : ଉପଯୁକ୍ତ ପ୍ରାକୃତିକ ବାସସ୍ଥଳୀ ସହଜ ଲଭ୍ୟତାକୁ ଭିତ୍ତିକରି   ।

(ଘ) ଗୁରୁତ୍ବ  : ବିଭିନ୍ନ ପ୍ରଜାତିର ଜୀବମାନଙ୍କର ପ୍ରଜନନ ସକ୍ଷମତା ଅନ୍ତର୍ନିହିତ ମୂଲ୍ୟକୁ ଭିତ୍ତିକରି   ।

ଉପରୋକ୍ତ ଚାରିଟି ଲକ୍ଷଣକୁ ଭିତିକରି , ଶଙ୍କାକୂଳ ପ୍ରଜାତିମାନଙ୍କୁ ନିମ୍ନ ପ୍ରକାରର ଶ୍ରେଣୀ ବଣ୍ଟନ କରାଯାଇଛି  ।

(1 ) ବିପଦଗ୍ରସ୍ତ ପ୍ରଜାତି  :

ଏହି ପ୍ରଜାତିର ଜୀବମାନଙ୍କର ସଂଖ୍ୟା ହ୍ରାସ ପାଇ ଏକ ସଙ୍କଟାପନ୍ନ ସ୍ତରରେ ପହଞ୍ଚିଲାଣି  ।  ଯଦି ସେମାନଙ୍କର ସଂଖ୍ୟା ହ୍ରାସର କାରଣମାନ ଚିହ୍ନଟ କାରନଯାଏ ଏବଂ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନିଆନଯାଏ   ,  ତେବେ ସେମାନେ ଅତିଶୀଘ୍ର ଲୋପପାଇଯିବାର ସମ୍ଭାବନା ଅଧିକ  ।  ତେଣୁ ଏମାନଙ୍କୁ ବିପଦଗ୍ରସ୍ତ ପ୍ରଜାତି ଆଖ୍ୟା ଦିଆଯାଇଛି   ।

ଉଦାହରଣ  :

କେସରୀ ପାତି ମାଙ୍କଡ ,  ଏସିଆର ବଣୁଆ ଗଧ , ନୀଳଗିରି ବାନର , ବଣୁଆ ମଇଁଷି , ତୁଷାର କଲରାପତ୍ରିଆ ବାଘ,  ଲାଲ ପାଣ୍ଡା , ଭାରତୀୟ ହୁକୁନା ପକ୍ଷୀ  ,  ଭାରତୀୟ ଗୋଧି ,  ଭାରତୀୟ ପ୍ରକାଣ୍ଡ ସର୍ପ ଇତ୍ୟାଦି ଶ୍ରେଣୀରେ ଅନ୍ତର୍ଭୁକ୍ତ ।

(2) ବିପଦ ପ୍ରବଣ ଦୁର୍ବଳ ପ୍ରଜାତି  :

ପରିବେଶରେ ବିଶୃଙ୍ଖଳତା ଅତ୍ୟଧିକ ଶୋଷଣ ଏବଂ ବାସସ୍ଥଳୀର ବିନାଶ ଯୋଗୁଁ ଏହି ପ୍ରଜାତିର ଜୀବମାନଙ୍କର ସଂଖ୍ୟା ହ୍ରାସ ହେବାରେ ଲାଗିଛି   ।  ଏହା ଯଦି କ୍ରମାଗତ ଭାବରେ ଲାଗି ରହେ ତେବେ ନିକଟ ଭବିଷ୍ୟତରେ ଏମାନେ ମଧ୍ୟ ବିପଦଗ୍ରସ୍ତ ପ୍ରଜାତିରେ ପରିଣତ ହୋଇପାରନ୍ତି   ।

ଉଦାହରଣ  - ସ୍ଵର୍ଣ୍ଣକେଶୀ ହନୁ , କଲରା ବିଲେଇ , ଶାଗୁଣା , ଚିଲ ଇତ୍ୟାଦି   ।

(3) ବିରଳ ପ୍ରଜାତି  :

ବିରଳ ପ୍ରଜାତିର ଜୀବମାନଙ୍କର ସଂଖ୍ୟା ଅତିକମ ଏବଂ ଏମାନେ ସୀମିତ ଆଞ୍ଚଲ ରେ ଦେଖାଯାଆନ୍ତି   ।  ଯଦି ଏମାନଙ୍କ ଉପଯୁକ୍ତ ଯତ୍ନ ନିଆନଯାଏ  , ତେବେ ଏମାନେ ବିଲୟ ହୋଇଯିବାର ସମ୍ଭାବନା ଅଧିକ   ।

ଉଦାହରଣ :- ହାୱାଇଆଣ ମଙ୍ଗ ସିଲ ,  ସ୍ନୋ ଲୋରିସ , ଭାରତୀୟ ମରୁଭୁମି ବାଇଲ   , ଚମରୀ ଗାଈ ଇତ୍ୟାଦି   ।

(4) ବିପଦମୁକ୍ତ ପ୍ରଜାତି  :

ଏହି ପ୍ରଜାତିର ଜୀବମାନଙ୍କୁ ପୂର୍ବରୁ ବିପଦଗ୍ରସ୍ତ , ଦୁର୍ବଳ କିମ୍ବା ବିରଳ ପ୍ରଜାତିର ବୋଲି ବିବେଚନା କରାଯାଉଥିଲା  ।  କିନ୍ତୁ ବର୍ତ୍ତମାନ ଉପଯୁକ୍ତ ସଂରକ୍ଷଣ ପହତି ସାହାଯ୍ୟରେ ଏମାନେ ତୁଳନାତ୍ମକ ଭାବେ ନିରାପଦରେ ଅଛନ୍ତି ବୋଲି ଗଣନା କରାଯାଇଛି   ।

(5) ଅଣନିର୍ଦ୍ଧାରିତ ପ୍ରଜାତି  :

ଏହି ପ୍ରଜାତିର ଜୀବମାନେ ବିପଦଗ୍ରସ୍ତ ବୋଲି ଜଣାପଡୁଥିଲେ ବି ଏମାନଙ୍କ ବିଷୟରେ କିଛି ସଠିକ ତଥ୍ୟ ନାହିଁ   ।

ଉଦାହରଣ  : ବ୍ରାଜିଲ ତିନିପଟିଆ ଆରମାଡିଲୋ , ସୁମାତ୍ରାର କ୍ଷୁଦ୍ର କର୍ଣ୍ଣ ଥିବା ଠେକୁଆ , ମେକ୍ସିକୋର ପ୍ରେରୀ କୁକୁର ଇତ୍ୟାଦି   ।

ଲାଲ ତଥ୍ୟ ତତ୍ତ୍ଵ ପୁସ୍ତକ  :

red data book ହେଉଛି ଆନ୍ତର୍ଜାତିକ ପ୍ରକୃତି ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ସଂସଦ ଦ୍ଵାରା ପ୍ରଣୀତ ଏକ ମୁକ୍ତ ପୃଷ୍ଠାର ପୁସ୍ତକ   ।  ଏହା ସୁଇଜରଲ୍ୟାଣ୍ଡର ମୋଜେର୍ସ ସହରରେ ରଖାଯାଇଛି   ।  ଏହା ପୁସ୍ତକରେ ବିପଦଗ୍ରସ୍ତ ପ୍ରାଣୀ ଏବଂ ଉଦ୍ଭିଦମାନଙ୍କ ବିଷୟରେ ବିସ୍ତୁତ ତଥ୍ୟ ସବ୍ୟ ରହିଛି   ।  ଏଥିରେ ବିଭିନ୍ନ ପ୍ରାଣୀମାନଙ୍କର ବର୍ତ୍ତମାନର ଅବସ୍ଥାକୁ ନେଇ ସଂଗୃହିତ ତଥ୍ୟ ସବ୍ୟ ବିଭିନ୍ନ ବର୍ଣ୍ଣର କାଗଜରେ ସଜାଯାଇଛି  । ପାଟଳ  ବର୍ଣ୍ଣର ପୃଷ୍ଠାରେ ଦୟନିୟ ଭାବେ ବିପଦଗ୍ରସ୍ତ ଜୀବମାନଙ୍କର ନାମ ରହିଛି   । ସବୁଜ ବର୍ଣ୍ଣ ପୃଷ୍ଠାରେ ପୂର୍ବରୁ ବିପଦଗ୍ରସ୍ତ ଥିବା ବର୍ତ୍ତମାନଙ୍କୁ ବିପଦମୁକ୍ତ ହୋଇଥିବା ପ୍ରାଣୀମାନଙ୍କୁ  ରଖାଯାଇଛି   । ପଟଳ ପୃଷ୍ଠାର ସଂଖ୍ୟା ଦ୍ରୁତଗତିର ବୃଦ୍ଧି ପାଉଥିବା ବେଳେ ସବୁଜ ପୃଷ୍ଠାଗୁଡିକ ଅତିକମ ସଂଖ୍ୟକ ଅଟେ   ।

ବନ୍ୟଜନ୍ତୁ ସଂରକ୍ଷଣ

ବନ୍ୟଜନ୍ତୁମାନଙ୍କୁ ସୁରକ୍ଷା ପ୍ରଦାନ କରି ରଖିବାକୁ ସଂରକ୍ଷଣ କୁହାଯାଏ   ।ଭାରତରେ ବନ୍ୟଜନ୍ତୁମାନଙ୍କର ସଂଖ୍ୟା କ୍ରମଶଃ ହ୍ରାସ ପାଉଥିବାରୁ ଏମାନଙ୍କର ସଂରକ୍ଷଣ ଏକାନ୍ତ ଆବଶ୍ୟକ  ।  ଜୀବଜନ୍ତୁମାନଙ୍କ ପ୍ରତି ଶ୍ରଦ୍ଧା ଭାବ ବଢାଇବା ଲାଗି ଆର୍ଯ୍ୟ ରୁଷିସେମାନଙ୍କ ଦେବାଦେବୀମାନଙ୍କ ପ୍ରିୟବହନ ରୂପେ ସମ୍ମାନିତ ଆସନ ଦେଇ ଅଛନ୍ତି  ।  ଭାରତ ସରକାର ଦେଶରେ ସେମାନଙ୍କ ସଂରକ୍ଷଣ ପାଇଁ  1952 ମସିହା ଏପ୍ରିଲ 4 ତାରିଖରେ  “ ବନ୍ୟ ଜୀବନ ପାଇଁ ଭାରତୀୟ ସଂସ୍ଥା  “ ନାମକ ଏକ ପରାମର୍ଶଦାତା ସଂସ୍ଥା ଗଠନ କଲେ   ।  ବନ୍ୟଜୀବନ ପାଇଁ କେନ୍ଦ୍ରୀୟ ବୋର୍ଡର ସୁପାରିକ କ୍ରମେ ଓ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତିବର୍ଷ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଜଣସାଧାରଣଙ୍କୁ ବନ୍ୟ ଜୀବନ ସଂରକ୍ଷଣ ପ୍ରତି ସଚେତନ କରାଇବା ପାଇଁ  “ ବନ୍ୟଜନ୍ତୁ ସପ୍ତାହ “ ପାଳନ କରାଯାଇଛି   ।  ଏହାଛଡା ବନ୍ୟଜନ୍ତୁ ସଂରକ୍ଷଣ ଲାଗି କେନ୍ଦ୍ର ସରକାରଙ୍କ ଅଧୁନାତନ ଆଇନ  “ ବନ୍ୟଜନ୍ତୁ ଆଇନ  1972  “ ସମ୍ବିଧାନର  252 ଧାରା 1 ଉପଧାରା ଅନୁସାରେ ପାସ ହୋଇଛି   ।

ବନ୍ୟଜନ୍ତୁ ସଂରକ୍ଷଣ ଆବଶ୍ୟକତା  : ନିମ୍ନଲିଖିତ କାରଣ ପାଇଁ ଜୀବଜନ୍ତୁମାନଙ୍କ ସଂରକ୍ଷଣ ଏକାନ୍ତ ଆବଶ୍ୟକ   ।

(1)  ବଣର ଜୀବଜନ୍ତୁ ହିଁ ପ୍ରକୃଷ୍ଟ ସୌନ୍ଦର୍ଯ୍ୟ ଓ ଆକର୍ଷଣ   ।  ତେଣୁ ଏମାନଙ୍କର ସୁରକ୍ଷା ନିହାତି ଦରକାର   ।

(2)  ଜୈବମଣ୍ଡଲରେ ସନ୍ତୁଳନ ରକ୍ଷା କରିବା ପାଇଁ  ବନ୍ୟଜୀବ ସଂରକ୍ଷଣ ଆବଶ୍ୟକତା ରହିଛି   ।

(3)  ଜୈବ ବିଭିନ୍ନତା ରେ ଏହା ସହାୟକ ହୋଇଥାଏ   ।

(4)  ବନ୍ୟଜୀବମାନଙ୍କୁ ସମୁଚିତ ଭାବରେ ରକ୍ଷା କରିବା ଦ୍ଵାରା ହିଁ ମନୁଷ୍ୟ ସେମାନଙ୍କ ଦୌରାତ୍ମ୍ୟରୁ ନିଜକୁ ରକ୍ଷା କରିପାରେ   ।

(5)  ବନ୍ୟଜନ୍ତୁ ସଂରକ୍ଷଣ ଦ୍ଵାରା ପ୍ରକୃତିକ ଉପାୟରେ ଜଙ୍ଗଲର ସୁରକ୍ଷା ସମ୍ଭବପର ହୋଇଥାଏ   ।

ବନ୍ୟଜନ୍ତୁ ସଂରକ୍ଷଣର ବିଭିନ୍ନ ଉପାୟ  : ବନ୍ୟଜନ୍ତୁ ସଂରକ୍ଷଣରେ ବିଭିନ୍ନ ଉପାୟଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା   ।

(1)  ବାସସ୍ଥାନ ପୁନରୁଦ୍ଧାର  : ବନ୍ୟଜନ୍ତୁ ସଂରକ୍ଷଣ ନିମନ୍ତେ ବାସସ୍ଥାନ ର ବିଶେଷ ଗୁରୁତ୍ଵ ରହିଅଛି   ।  ବାସସ୍ଥାନ ସଂରକ୍ଷଣ ଏବଂ ନଷ୍ଟ ହୋଇଯାଇଥିବା ବାସସ୍ଥାନର ପୁନରୁଦ୍ଧାର ବନ୍ୟଜନ୍ତୁଙ୍କ ନିମନ୍ତେ ଏକାନ୍ତ ଆବଶ୍ୟକ   ।  ଜାତୀୟ ବନ୍ୟଜନ୍ତୁ ଆଚରଣ ଯୋଜନା , ବାସସ୍ଥାନ ରଚନା ନିମନ୍ତେ ନିମ୍ନଲିଖିତ କେତେକ ବିଷୟରେ ଉପରେ ଧ୍ୟାନ ଦେଇଥାଆନ୍ତି   ।

¾     ସଂରକ୍ଷଣ ଜଙ୍ଗଲ ସୃଷ୍ଟି କାଇବା   ।

¾    ଉଦ୍ଭିଦ ଓ ପ୍ରାଣୀ ଉଦ୍ୟାନ ଗଠନ କରିବା   ।

¾    ଜାତୀୟ ଏବଂ ଅନ୍ତର୍ଜାତିକ ସ୍ତରରେ ବନ୍ୟଜନ୍ତୁ ବ୍ୟବସାୟକୁ ନିଷେଧ କରିବା   ।

¾    ଶିକାରକୁ ସଂପୂର୍ଣ୍ଣ ନିଷେଧ ଓ ଶିକାରକୁ କଠିନ ଦଣ୍ଡ ଦେବାର ବ୍ୟବସ୍ଥା କରିବା   ।

(2)  ବାସସ୍ଥାନର ଉନ୍ନତି  : କ୍ଷତିଗ୍ରସ୍ତ ହୋଇଥିବା ପ୍ରାକୃତିକ ବାସସ୍ଥଳୀଗୁଡିକ ଭରଣାକରି ତାର ପୂର୍ବ ସୌଷ୍ଠବ ଫେରାଇ ଆଣିବା ଦରକାର  ।  ଆବଶ୍ୟକ ସ୍ଥଳେ କୃତ୍ରିମ ବାତାବାରାଁ ସୃଷ୍ଟି କରିବା ଦ୍ଵାରା ବାସସ୍ଥାନର ଉନ୍ନତି ହୋଇପାରିବ   ।

(3)  ଆବଦ୍ଧ ସନ୍ତାନ ଉତ୍ପାଦନ  : ଜିଙ୍କୋ ଏବଂ ମେଟାସିକୋୟା ଆଦି ଜୀବମାନଙ୍କୁ ଆବଦ୍ଧ କରି ରଖିବା ଦ୍ଵାରା ସେମାନେ ଦୀର୍ଘତର ଜୀବନଧାରଣ କରିପାରୁଛନ୍ତି   ।   ଯେଉଁ ଜୀବମାନଙ୍କର ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ସେମାନଙ୍କୁ ଆବଦ୍ଧ କରି ଯତ୍ନର ସହ ତାଙ୍କ ଠାରୁ ସନ୍ତାନ ଉତ୍ପାଦନ କରିହେବ   ।  ସେମାନଙ୍କର ସଂଖ୍ୟାରେ ଉନ୍ନତି ପରିଲିଖିତ ହେବାରେ   କେତେକଙ୍କୁ ତାଙ୍କର ପ୍ରାକୃତିକ ବାସସ୍ଥାନ ପୁନର୍ବାର ସଂଖ୍ୟା ବୃଦ୍ଧିପାଇଁ ମୁକ୍ତ କରିଦେବା  ଦରକାର  ।  ଏଥିପାଇଁ ଚିଡିଆଖାନା , ଜୀବଉଦ୍ୟାନ  ଇତ୍ୟାଦିର ସାହାଯ୍ୟ ନିଆଯାଇଥାଏ   ।

(4)  ପୁନଃ ପ୍ରବର୍ତ୍ତଣ  : ଯେଉଁ ନିର୍ଦ୍ଧିଷ୍ଟ ବାସସ୍ଥାନରେ ବନ୍ୟଜୀବମାନଙ୍କର ସଂଖ୍ୟା ହ୍ରାସ ପାଇଗଲାଣି  ,ସେଠାରେ ଅନ୍ୟ ବାସସ୍ଥାନରୁ ବନ୍ୟ ଜୀବମାନଙ୍କୁ ସଂଗ୍ରହ କରାଯାଇ ପୁନଃ ସ୍ଥାପନ କରିବା ଦରକାର   ।

(5)  ନିଷିଦ୍ଧାଞ୍ଚଳ ସୃଷ୍ଟି  : ବନ୍ୟଜୀବ ସଂରକ୍ଷଣ ନିମନ୍ତେ କେତେକ ଜାଗାରେ ନିସିଦ୍ଧାଞ୍ଚଳ ସୃଷ୍ଟି କରିବା ଦରକାର   ।  ଏହା ମୂଳ ଲକ୍ଷ ହେଉଛି  - ବନ୍ୟଜୀବମାନଙ୍କୁ ସେମାନଙ୍କର ନିଜ ବଣ ରାଜ୍ୟରେ ସଂରକ୍ଷିତ କରି ରଖିବା  ,  ବୈଜ୍ଞାନିକ , ଶିକ୍ଷାଗତ ଏବଂ ଚିତ୍ତବିନୋଦନ ନିମନ୍ତେ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ଏବଂ ଭ୍ରମଣକାରୀମାନଙ୍କୁ ଆକର୍ଷିତ କରି ରାଜସ୍ଵ ଆଦାୟ କରିବା   ।   ଭାରତରେ ପ୍ରାୟ  80 ଟି ଜାତୀୟ ଉଦ୍ୟାନ ,  421 ଅଭ୍ୟୟାରଣ୍ୟ,19 ଟି ବ୍ୟାଘ୍ରନିସିଦ୍ଧାଞ୍ଚଳ ଏବଂ 9 ଟି ଜୈବମଣ୍ଡଳ ରହିଛି   ।

(6)   ଆଇନ ଦ୍ଵାରା ସୁରକ୍ଷା ଦେବା  : ଭାରତୀୟ ସରକାରଙ୍କ ଦ୍ଵାରା  1972 ମସିହାରୁ  “ ଜୀବଜନ୍ତୁ ସୁରକ୍ଷା ଆଇନ “ ପ୍ରଣୟନ ହୋଇଛି   ।  ଏହି ନିୟମର ଅନ୍ତର୍ଭୁକ୍ତ ଥିବା ବନ୍ୟଜୀବମାନେ ହେଲେ ଅଜଗର,  ସାମୁଦ୍ରିକ କଚ୍ଛପ , କୁମ୍ଭୀର ,  ହୁକୁନା ପକ୍ଷୀ,  ବ୍ଲାକ ବକ, ପାଙ୍ଗୋଲିନ, ଲିଓପୋଡ ଇତ୍ୟାଦି   ।  ଏସବୁ ପ୍ରାଣୀଙ୍କୁ  “ ମୁଖ୍ୟ ବନ୍ୟଜନ୍ତୁ ୱାର୍ଡେନ “ ଙ୍କ ପ୍ରଦତ୍ତ ଲାଇସେନ୍ସ ବିନା କୌଣସି ଶିକାର କରି ପାରିବେ ନାହିଁ   ।  ଉକ୍ତ ଆଇନ ଅନୁସାରେ କୌଣସି ବନ୍ୟଜନ୍ତୁକୁ ଧରିଆଣି ପାଳନ କରିବା ,  ଶିକାର କରିବା ବା ବିଦେଶକୁ ରପ୍ତାନି କରିବା  - ଏ ସମସ୍ତ କାର୍ଯ୍ୟ ମୁଖ୍ୟ ବନ୍ୟନ୍ତୁ ୱାର୍ଡେନ ‘ ଙ୍କ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ   ।

(7)  ଜନସଚେତନା  : କେବଳ ଆଇନ ,  ଜାତୀୟ ଉଦ୍ୟାନ ବା ଅଭୟାରଣ୍ୟଗୁଡିକର ସଂସ୍ଥାପନ ଦ୍ଵାରା ବନ୍ୟଜନ୍ତୁ ସଂରକ୍ଷଣ ହୋଇପାରିବ ନାହିଁ   ।  ସାଧାରଣ ଲୋକେ ଏକ ଡ଼ିଆଇଜିରେ ସଚେତନତ ହୋଇ ବନ୍ୟ ସମ୍ପଦ ଯେ ସେମାନଙ୍କର ସମ୍ପଦ ଏହା ଉପଲ୍ଲବ୍ଧି  କରି ପରିବେଶ ପ୍ରତି ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ    ।  ଲୋକମାନଙ୍କୁ ଏ ବିଷୟରେ ଅବଗତ କରିବା ପାଇଁ ବିଭିନ୍ନ ଖବର ସରବରାହ ସଂସ୍ଥା ଯଥା : ଦୂରଦର୍ଶନ , ବେତାର, ସମ୍ବାଦପତ୍ରର ପ୍ରଚାର  ,  ବନ୍ୟଜୀବ ସମ୍ପର୍କିତ ବହି ଏବଂ ପତ୍ରିକା ପ୍ରକାଶନ ,  ସଭାସମିତିର ଆୟୋଜନ ଆଦି ଆଜିକାଲି , ଜୋରସୋରରେ ଚାଲିଛି  । ପ୍ରତିବର୍ଷ ଜୁନ 5 ତାରିଖରେ  “ ବିଶ୍ଵ ପରିବେଶ ଦିବସ  “ ଜୁଲାଇ ମାସ ପ୍ରଥମ ସପ୍ତାହରେ  “ ବନ ମହୋତ୍ସବ ସପ୍ତାହ “ ଏବଂ ଅକ୍ଟୋବର 2 ତାରିଖରୁ ସପ୍ତାହ ବ୍ୟାପୀ “ ବନ୍ୟପ୍ରାଣୀ ସପ୍ତାହ “ ପାଳନ କରାଯାଉଛି   ।

(8)  ବନ୍ୟଜନ୍ତୁ ପରିଚାଳନା ପାଇଁ ପ୍ରଶିକ୍ଷଣ /  ତାଲିମ  : ବନ୍ୟଜନ୍ତୁମାନଙ୍କ ସୁପରିଚାଳନା ପାଇଁ ଜଙ୍ଗଲ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀ , ପରିବେଶବିଆଇଟି ଏବଂ ବନବିଭାଗର ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ ଦେବାର ଆବଶ୍ୟକତା ରହିଛି   ।  ଏଥିପାଇଁ ଭାରତ ସରକାରଙ୍କ ଦ୍ଵାରା ଡେରାଡୁନ ଠାରେ ବନ୍ୟଜନ୍ତୁ ପରିଚାଳନା କ୍ଷେତ୍ରରେ ଉପାଧ୍ୟୁତ୍ତର ଡିପ୍ଲୋମା ପାଇଁ ଏକ ଶିକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି  ।  ଏହି ଅନୁଷ୍ଠାନରେ ବନ୍ୟଜନ୍ତୁ ପରିଚାଳନା , ଚିଡିଆଖାନା ପରିଚାଳନା ତଥା ବନ୍ୟଜନ୍ତୁ ସଂକ୍ରାନ୍ତୟ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ ଦେବାର ଆବଶ୍ୟକତା ରହିଛି  ।  ଏହାଛଡା , ମୁମ୍ବାଇ,  ଠାରେ ନେଚୁରାଳ ହିଷ୍ଟ୍ରି ସୋସାଇଟି  ଏବଂ ସାଲିମଆଲ୍ଲୀ ପକ୍ଷୀ ଗବେଷଣା କେନ୍ଦ୍ରରେ ବନ୍ୟପଶୁପକ୍ଷୀ ସଂରକ୍ଷଣ ସଂକ୍ରାନ୍ତୀୟ ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇଛି    ।

ଏତତବ୍ୟତୀତ , ବର୍ତ୍ତମାନ ବନ୍ୟଜି ସଂରକ୍ଷଣ ପାଇଁ ଆଉ ଦୁଇଟି ଉପାୟ ଅବଲମ୍ବନ କରାଯାଇଛି   ।

(କ) ସୁପରିବେଶୀୟ ସଂରକ୍ଷଣ  :

ବନ୍ୟଜୀବମାନଙ୍କୁ ସେମାନଙ୍କ ପ୍ରାକୃତିକ ବାସସ୍ଥଳୀରେ ସୁରକ୍ଷିତ ରାଖୀ ସେମାନଙ୍କର ଜିନପୁଲକୁ ଅକ୍ଷତ ରଖିବାକୁ ସ୍ଵରପରିବେଶୀୟ ସଂରକ୍ଷଣ କୁହାଯାଏ   ।  ଆମ ଦେଶରେ ବନ୍ୟଜନ୍ତୁମାନଙ୍କର ସୁପରିବେଶୀୟ ସଂରକ୍ଷଣ ପାଇଁ  4 ପ୍ରକାରର ସଂରକ୍ଷିତ ଆଞ୍ଚଲ ରହିଛି  ।  ସେଗୁଡିକ ହେଲା  - ଜାତୀୟ ଉଦ୍ୟାନ ,  ଅଭୟାରଣ୍ୟ , ବ୍ୟାଘ୍ର ନିସିଦ୍ଧାଞ୍ଚଳ ଏବଂ ସଂରକ୍ଷିତ ଜୈବ ମଣ୍ଡଳ   ।

(ଖ) ବାହ୍ୟ – ପରିବେଶୀୟ ସଂରକ୍ଷଣ  :

କୃତ୍ରିମ ବାସସ୍ଥଳୀରେ ଯଥା  : ଚିଡିଆଖାନା   , ଉଦ୍ଭିଦ ଉତୟାନ ,  ଜିନୀୟ ଗବେଷଣା କେନ୍ଦ୍ର ,  ସାଂସ୍କୃତିକ ସଂଗ୍ରହାଳୟ ଇତ୍ୟାଦିରେ ବନ୍ୟଜୀବମାନଙ୍କୁ ଯତ୍ନର ସହ ସାଇତି ରଖି ସେମାନଙ୍କର ବଂଶବୃଦ୍ଧି କରାଇବା କାର୍ଯ୍ୟକୁ ବାହ୍ୟ ପରିବେଶୀୟ ସଂରକ୍ଷଣ କୁହାଯାଏ  ।  ଓଡିଶାର ନନ୍ଦନକାନନ ଚିଡିଆଖାନାରେ ଧଳାବାଘମାନଙ୍କ ପାଇଁ ଏକ ବାହ୍ୟ ପରିବେଶୀୟ ସଂରକ୍ଷଣ କେନ୍ଦ୍ର ରହୁଛି   ।

ଓଡିଶାର ବନ୍ୟଜନ୍ତୁ ସମ୍ପଦ  :

ଭାରତର ଅନ୍ୟ ରାଜ୍ୟମାନଙ୍କ ଭଳି ଓଡିଶାରେ ମାଧ୍ୟ ବିଭିନ୍ନ ଜାତି ବନ୍ୟଜନ୍ତୁ ବିଶେଷକରି ବିଭିନ୍ନ ଜାତିର ହରିଣ ବହୁ ସଂଖ୍ୟାରେ ମିଳୁଥିବାରୁ ଓଡିଶା  “ ଶିକାରୀଙ୍କ ଖେଳ ପଡିଆ  “ ବୋଲି ବିଖ୍ୟାତ  କରିଛି   । ଓଡିଶାର ମୋଟ କ୍ଷେତ୍ରଫଳର 18.73 ଭାଗ ଜଙ୍ଗଲ ଦ୍ଵାରା ଆଛାଦିତ   ।  ଆମ ଜଙ୍ଗଲର ସାଧାରଣ ବନ୍ୟ ପ୍ରାଣୀମାନେ ହେଲେ ବାଘ,  ବଣବିରାଡି ,  ଗଧିଆ,  କୋକିଶିଆଳି , ନୀଳଗାଈ , ଘରିଆଲ , ମଗର , କୁମ୍ଭୀର , ସମୁଦ୍ର କଇଁଛ,  ଶାଳିଆପାତିନୀ , ଭାଲୁ , ଗୟଳ , ସମ୍ବର , ହରିଣ , କୁଟୁରା , ବରାହ ଓ ବଜ୍ରକାପ୍ତା ଇତ୍ୟାଦି  । ପ୍ରାଚୀନ କଳିଙ୍ଗ ହାତୀ ପାଇଁ ପ୍ରସିଦ୍ଧ   ।  ଓଡିଶାର ମୁଖ୍ୟ ବନ୍ୟପ୍ରାଣୀମାନଙ୍କ ମାଧ୍ୟରେ  86 ପ୍ରଜାତିର ସ୍ତନ୍ୟପ୍ରାଣୀ  , 473 ପ୍ରଜାତିର ପକ୍ଷୀ ,  110 ପ୍ରଜାତିର ସରୀସୃପ 19 ପ୍ରକାରର ଉଭୟଚର ପ୍ରାଣୀ ଆଦି ଅନ୍ତର୍ଭୁକ୍ତ   ।

ଓଡିଶାରେ ବନ୍ୟ ପ୍ରାଣୀ ସଂରକ୍ଷଣ  :

ପୂର୍ବେ ଜଙ୍ଗଲମାନଙ୍କରେ ବନ୍ୟ ପ୍ରାଣୀମାନେ ବହୁ ସଂଖ୍ୟରେ ଦେଖାଯାଇଥିଲେ   ।  କିନ୍ତୁ ସ୍ଵାଧୀନତା ପ୍ରାପ୍ତି ପରେ ବନ୍ୟଜନ୍ତୁମାନଙ୍କ ସଂଖ୍ୟା ଧୀରେ ଧୀରେ କମିବାର ଲାଗିଲା   ।  1972 ମସିହାର ବନ୍ୟପ୍ରାଣୀ ସୁରକ୍ଷା ଆଇନ ପାସ ହେବାପରେ ଓଡିଶାରେ ବନ୍ୟଜୀବମାନଙ୍କର ସଂରକ୍ଷଣ ପ୍ରତି ବିଶେଷ ଧ୍ୟାନ ଦିଆଗଲା  । ପ୍ରାଦେଶିକା ସରକାର  “ ବନ୍ୟଜୀବନ  ନିୟମ 1974 ପ୍ରଣଯନ କରି  “ ମୁଖ୍ୟ ବନ୍ୟ ଜୀବନ ରକ୍ଷକ ନିଯୁକ୍ତ କରିଅଛନ୍ତି ଏବଂ ପ୍ରାଦେଶିକ ବନ୍ୟ ଜୀବନ ପରାମର୍ଶଦାତା ବୃକ୍ଷ ,  “ ଅଶୋକ ଫୁଲ ‘ କୁ ପ୍ରାଦେଶିକ ଫୁଲ “ ସମ୍ବର “ କୁ ପ୍ରାଦେଶିକ ପଶୁ ଏବଂ  “ ଭଦଭଦଳିଆ କୁ ପ୍ରାଦେଶିକ ପକ୍ଷୀ ହିସାବରେ ଘୋଷଣା କରିଛନ୍ତି  ।

ଓଡିଶାର ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟ   :

ଜାତୀୟ ଉଦ୍ୟାନ  :

ବର୍ତ୍ତମାନ ପାଇଁ ଓଡିଶାରେ ଜାତୀୟ ଉଦ୍ୟାନ ନାହିଁ   ।  ଶିମିଳିପାଳ ଏବଂ ଭିତରକନିକା ଏ ଦୁଇଟି ଅଭୟାରଣ୍ୟକୁ ପ୍ରସ୍ତାବିତ ଜାତୀୟ ଉଦ୍ୟାନ ହିସାବରେ ଗ୍ରହଣ କରାଯାଉଛି   ।  ବନ୍ୟପ୍ରାଣୀ ସୁରକ୍ଷା ଆଇନ  (1972) ର ସର୍ତ୍ତ ଅନୁସାର ଜାତୀୟ ଉଦ୍ୟାନ ମାଧ୍ୟଭାଗ ଆଞ୍ଚଲଗୁଡିକ ଜନବସତି ଶୂନ୍ୟ ହେବା ଦରକାର  । କିନ୍ତୁ ଶିମିଳିପାଳର ମାଧ୍ୟ ଭାଗ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏବଂ ଭିତରକନିକାରେ ଧୀବରମାନେ ସ୍ଥାୟୀ ହୋଇଗଲେଣି   ।  ତେଣୁ ଭବିଷ୍ୟତରେ ଓଡିଶା ଜାତୀୟ ଉଦ୍ୟାନ ହୋଇପାରିବ କି ନାହିଁ ସନ୍ଦେହ   ।

ଅଭୟାରଣ୍ୟ : ଓଡିଶାର ବିଭିନ୍ନ ଜିଲ୍ଲାରେ 18 ଟି ଅଭୟାରଣ୍ୟ ରହିଛି  ।  ଏମାନଙ୍କ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା   ।

(1)  ଶିମିଳିପାଳ  : ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳ ଅବସ୍ଥିତ   ।  ଏହାର କ୍ଷେତ୍ରଫଳ ହେଉଛି  845.70 ବର୍ଗ କିଲୋମିଟର   ।  ଏହା ଏକ ପ୍ରସ୍ତାବିତ ଜାତୀୟ ଉଦ୍ୟାନ  ।  1973 ମସିହାରେ ଏହାକୁ  “ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ  “ ହିସାବରେ ଘୋଷଣା କରାଯାଇଥିଲା ଏବଂ ଏହାକୁ ଭାରତର 8ମ ସଂରକ୍ଷିତ ଜୈବମଣ୍ଡଳ ଭାବରେ ଗ୍ରହଣ କରାଯାଇଛି   ।  ବାଘମାନଙ୍କ ସଂରକ୍ଷଣ ଏବଂ ପରିଚାଳନା ପାଇଁ ଏକ  “ ବ୍ୟାଘ୍ର  ଯୋଜନା  “ ଏଠାରେ କାର୍ଯ୍ୟକାରୀ ହେଉଛି   ।

ଏହା କହଡା ଶିମିଳିପାଳ ରାମତୀର୍ଥ ଠାରେ  1979 ମସିହାରେ ଏକ ଥଣ୍ଟିଆ କୁମ୍ଭୀର ଗବେଷଣା ଏବଂ ସଂରକ୍ଷଣ କେନ୍ଦ୍ର ମାଧ୍ୟ ସ୍ଥାପିତ ହୋଇଛି  ।  ଏହି ଜଙ୍ଗଲରେ ଥିବା ଅନ୍ୟଜୀବଜନ୍ତୁମାନେ ହେଲେ  - ବାଘ, କଲରା ପତ୍ରିଆ ବାଘ,  ହାତୀ, ଗୟଳ, ହରିଣ, ସମ୍ବର ,  ଭାଲୁ, ଗଧିଆ,  କଟାସ,  ମୟୂର, ମଇନା , ଥଣ୍ଟିଆ କୁମ୍ଭୀର ଇତ୍ୟାଦି   ।

(2)   ଭିତରକନିକା  : ଭିତରକନିକା କେନ୍ଦ୍ରାପଡା ଜିଲ୍ଲାରେ ଅବସ୍ଥିତ   ।  ଏହାର କ୍ଷେତ୍ରଫଳ ହେଉଛି  3,670,00 ବର୍ଗ କିଲୋମିଟର   ।  ଏହା ମଧ୍ୟ ପ୍ରସ୍ତାବିତ ଜାତୀୟ ଉଦ୍ୟାନ   ।  ମ୍ୟାନଗୃଭ ଜାତୀୟ ଯଥା : ସୁନ୍ଦରୀ , ରାଈ , ହେଣ୍ଟାଳ ଆଦି ଗଛ ଏହି ଜଳାଭୂମିର ବିଶେଷତ୍ଵ  ।  ଏହି ଜଙ୍ଗଲରେ ଥିବା ବନ୍ୟଜନ୍ତୁମାନେ ହେଲେ  - କଲରାପତ୍ରିଆ ବାଘ, ବଣଭୁଆଁ ,  ହରିଣ ,  ସମ୍ବର , ଝିଙ୍କ , ଡଲଫିନ, ସମୁଦ୍ର କଇଁଛ , କୁମ୍ଭାର ପାଣି ଗୋଧି ,  ଅହିରାଜ ସାପ ଇତ୍ୟାଦି   ।  ଶୀତଦିନେ  ଏ ଅଞ୍ଚଳକୁ ନାନାଜାତିର ପକ୍ଷୀ ଆସନ୍ତି   ।  ସେଥିପାଇଁ ଏହାର ପ୍ରାକୃତିକ ଦୃଶ୍ୟ ଅତି ମନୋରମ   ।  ଭିତରକନିକାର ଡାଙ୍ଗମାଳଠାରେ ବଉଳା କୁମ୍ଭୀର ମାନଙ୍କର ସଂରକ୍ଷଣ ଲାଗି ଏକ ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଅଛି   ।

(3)  ଗହିରମଥା  : ଗହିରମଥା ଏକ ସାମୁଦ୍ରିକ ଅଭୟାରଣ୍ୟ ।  ଏହା ଅଲିଭ ରେଡଲେ କଇଁଛ ମାନଙ୍କ ପାଇଁ ପୃଥିବୀର ସର୍ବ ବୃହତ ଅଣ୍ଡାଦେବା ସ୍ଥଳ   । କେନ୍ଦ୍ରାପଡା ଜିଲ୍ଲାର ଭିତରକନିକାର ପୂର୍ବ ସୀମାରେ ଗହୀର ମଥା ସମୁଦ୍ର ଉପକୂଳ ରହିଛି ଯାହାକି ଧାମରା ନଦୀମୁହାଁ ଠାରୁ ବରୁଣେଇ ନଦୀ ମୁହାଣ ପର୍ଯ୍ୟନ୍ତ 35 କିଲୋମିଟର ବ୍ୟାପୀ ପ୍ରସାରିତ ହୋଇଛି  ।  ଏକ ଗଣନା ଅନୁଯାୟୀ  , ବର୍ଷକୁ ଦୁଇଥର 6.9 ଲକ୍ଷ ମାଈ ଅଲିଭ କଇଁଛ ଗହୀରମଥା ଉପକୂଳରେ ଅଣ୍ଡାଦେବା ପାଇଁ ଏକତ୍ରିତ ହୁଅନ୍ତି  । ପ୍ରଥମ ଥର ଡିସେମ୍ବରରୁ ମାଛ ମଧ୍ୟଭାଗ ଭିତରେ ଏବଂ ଦ୍ଵିତୀୟ ଥର ଏପ୍ରିଲ ମାସରେ  ।  ଏହାର ସ୍ଥଳଚର ଜୀବମାନେ ଭିତରକନିକା ଜଙ୍ଗଲରେ ଥିବା ଜୀବମାନଙ୍କ ସହିତ  ।  ସାମୁଦ୍ରିକ ଜୀବମାନଙ୍କ ମଧ୍ୟରେ ପ୍ରୋଟିଷ୍ଟ ,  ପୋଲିକିଟସ , ମୋଲୁସ୍କ ଏବଂ ମାଛ ଅନ୍ୟତମ   ।

(4)  ସାତକୋଶିଆ ଗଣ୍ଡ  : ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ଟି ତିନିଟି ଜିଲ୍ଲାଯଥା ନୟାଗଡ ,  ଫୁଲବାଣୀ,  ଏବଂ ଅନୁଗୁଳର ସଂଗମସ୍ଥଳର ଅବସ୍ଥିତ  ।  ମହାନଦୀର ସାତକୋଶିଆ ଗଣ୍ଡ ସାତକୋଶ 14 ମାଇଲ ବା 22 କିଲୋମିଟର    ଲାମ୍ବା   ।  ଏହାର କ୍ଷେତ୍ରଫଳ 795 ବର୍ଗ କିଲୋମିଟର  ।  ଜାଙ୍ଗଲରେ ହାତୀ , ବାଘ କଲରାପତ୍ରିଆ ବାଘ, ହରିଣ , କୁଟୁରା,  ଭାଲୁ,  ବଳିଆ କୁକୁର,  ଗୟଳ ଓ ସାପ ଏବଂ ଅନେକ ପ୍ରକାରର ପକ୍ଷୀ ଦେଖାଯାନ୍ତି   ।  ପୂର୍ବେ ଏହି ଗଣ୍ଡରେ ଶହ ଶହ ସଂଖ୍ୟାରେ ଘଡିଆଳ ବାସ କରୁଥିଲେ   ।  ଘଡିଆଳ – ସଂରକ୍ଷଣ ଲାଗି  ଏ ଅଞ୍ଚଳକୁ  1975 ମସିହାରେ ଅଭୟାରଣ୍ୟ ରୂପେ ଘୋଷଣା କରାଯାଇଅଛି   ।  ଟିକରପଡାଠାରେ ଘଡିଆଳ କୁମ୍ଭୀର ଉପରେ ଗବେଷଣା କରାଯାଉଅଛି  ।  ଏହା ଅନୁଗୁଳଠାରୁ 62 କିଲୋମିଟର ଦୂରରେ ଅବସ୍ଥିତ   ।

(5)  ନନ୍ଦନକାନନ  : ନନ୍ଦନକାନନ ଅଭୟାରଣ୍ୟ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ   ।  ଏହାର କ୍ଷେତ୍ରଫଳ 14.26 ବର୍ଗ କିଲୋମିଟର   ।  ଏହି ଅଭ୍ୟୟାରଣ୍ୟରେ ଚିତ୍ତବିନୋଦନ ଏବଂ ଗବେଷଣା ପିନ ଏକ ପ୍ରାଣୀ  ଉଦ୍ୟାନ ଏବଂ ଏକ ଉଦ୍ଭିଦ ଉଦ୍ୟାନ ରହିଛି  ।  ନନ୍ଦନକାନନ ଧଳାବାଘ ମାନଙ୍କର ବଂଶବୃଦ୍ଧି କରିବାରେ ସଫଳ ହୋଇଛି ଏବଂ ବର୍ତ୍ତମାନ ଚିଡିଆଖଣାରେ  11 ଟି ଧଳାବାଘ ଅଛନ୍ତି   ।  1991 ମସିହାରେ ପୃଥିବୀର ସିଂହ ସଫାରି ଏହାରେ ସ୍ଥାପିତ ହୋଇଥିଲା    ।  ଏଠାରେ ଥିବା ଅନ୍ୟ ଜୀବମାନେ ହେଲେ – ହରିଣ ,  ସମ୍ବର, ମାଙ୍କଡ , ଭାଲୁ , ହାତୀ , ସାପ ଏବଂ ଅନେକ ପ୍ରକାରର ପକ୍ଷୀ ସମୂହ   ।

(6)  ଚିଲିକା  : ଚିଲିକା ଭାରତର ପୂର୍ବ ଉପକୁଳରେ ଅବସ୍ଥିତ ଏବଂ ବୃହତ୍ତ ଲବଣାକ୍ତ ଜଳ ବିଶିଷ୍ଟ ହ୍ରଦ ଯାହାକି ପୁରୀ ଜିଲାରେ ଅବସ୍ଥିତ   ।  ଏହି ଜଳମାୟା ଅଭୟାରଣ୍ୟର ଏକ ବିଶେଷତ୍ଵ ଏହି ଯେ ଏଠାରେ ଉଭୟ ସାମୁଦ୍ରିକ ଏବଂ ନଦୀମୁହାଁର ପ୍ରାଣୀମାନେ ଦେଖାଯାଆନ୍ତି   ।  ଚିଲିକା ର କ୍ଷେତ୍ରଫଳ ହେଉଛି  15.68 ବର୍ଗ କିମି    ।  ଏଠାରେ ସିଟ ଦିନରେ ଅନେକ ପ୍ରକାରର ପକ୍ଷୀ ଙ୍କର ସମାଗମ ହୁଏ  ।  ତେଣୁ ନଭେମ୍ବର ଠାରୁ ଫେବୃୟାରି ମାସ ମଧ୍ୟରେ ଚିଲିକା ହ୍ରଦ ଏକ ପକ୍ଷୀ ବସତିରେ ପରିଣତ ହୁଏ   ।  ଏହି ହ୍ରଦରେ ଥିବା ଅନ୍ୟପ୍ରାଣୀ ମାନଙ୍କ ମଧ୍ୟରେ କଙ୍କଡା , ଚିଙ୍ଗୁଡି ,  ଡଲଫିନ ଆଦି ଅନ୍ତର୍ଭୁକ୍ତ   ।

(7)  ଚନ୍ଦକା – ଦମାପଡା  - ଏହି ଅଭୟାରଣ୍ୟ ଟି ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ଅବସ୍ଥିତ   ।  ଏହାର କ୍ଷେତ୍ରଫଳ 175.79 ବର୍ଗ କିମି  ।  ଚନ୍ଦକା ଜଙ୍ଗଲ ହାତୀମାନଙ୍କର ଉପଯୁକ୍ତ ବାସସ୍ଥଳୀ ଏବଂ ଏଠାରେ ବହୁ ସଂଖ୍ୟାରେ ହାତୀ ଦେଖାଯାନ୍ତି  ।  ଏହାକୁ ହାତୀ ସଂରକ୍ଷଣ ଅଞ୍ଚଳ ବୋଲି କୁହାଯାଇଛି   ।  ଦିନବେଳେ ହାତୀମାନଙ୍କୁ ପରୀକ୍ଷଣ କରିବା ପାଇଁ ଦୁଇଟି ପର୍ଯ୍ୟବେକ୍ଷଣ ସ୍ଥଳ ନିର୍ମାଣ କରାଯାଇଛି  ।  ଏହି ଜଙ୍ଗଲରେ ବାଘ, କଲରାପତ୍ରିଆ ବାଘ   , ସମ୍ବର , ହରିଣ ,  ଭାଲୁ ଆଦି ଅଛନ୍ତି   ।

(8)  ହଦଗଡ  : ଏହି ଅଭୟାରଣୀଟି କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ   ।  ଏହାର କ୍ଷେତ୍ରଫଳ ହେଉଛି  10 କିମି   ।  ଏହି ଜଙ୍ଗଲରେ ହାତୀ   , ସମ୍ବର , ଭାଲୁ , ବଳିଆ କୁକୁର ଆଦି ଦେଖାଯାନ୍ତି   ।  ଏହା ମଧ୍ୟ ଥଣ୍ଟିଆ କୁମ୍ଭୀରମାନଙ୍କର ଉପଯୁକ୍ତ ବାସସ୍ଥଳୀ ଅଟେ  ।

(9)  ବୈଶିପାଲ୍ଲୀ   : ବୈଶିପାଲ୍ଲୀ ଅଭୟାରଣ୍ୟ ଖୋର୍ଦ୍ଧା ଜିଲାରେ ଅବସ୍ଥିତ  ।  ଏହାର କ୍ଷେତ୍ରଫଳ 170 ବର୍ଗ  କିମି  ।  ଏହି ଜଙ୍ଗଲରେ ବାଘ , ହାତୀ , ଗୟଳ , ସମ୍ବର ହରିଣ, ମୟୂର , ଝାର କୁକୁଡା , ଚଉଶିଙ୍ଘା , ନୀଳଗାଈ ଆଦି ଦେଖାଯାଆନ୍ତି   ।

(10)                     କୋଟଗଡ  : ଏହି ଅଭୟାରଣ୍ୟଟି ଫୁଲବାଣୀ ଜିଲ୍ଲାରେ ଅବସ୍ଥିତ   ।  ଏହା କ୍ଷେତ୍ରଫଳ  400 ବର୍ଗ କିମି  ।  ଏହି ଜଙ୍ଗଲରେ ବାଘ,  ହାତୀ ,  ଗୟଳ ,  ହରିଣ , ମୟୂର,  ଝର କୁକୁଡା  ଆଦି  ଦେଖାଯାଆନ୍ତି   ।

(11)                     କୁଲଡ଼ିହା  : ଏହି ଅଭୟାରଣ୍ୟଟି ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ   ।  ଏହାର କ୍ଷେତ୍ରଫଳ 115 ବର୍ଗ କିମି   ।  ଏଠାରେ ବାଘ  , ହାତୀ , ଗୟଳ , ବଣୁଆ କୁକୁର , ସମ୍ବର ମୟୂର , କୋଚିଲାଖାଇ ଏବଂ ଅନେକ ସରୀସୃପ ଦେଖାଯାନ୍ତି   ।

(12)                     ବଦ୍ରମା  : ସମ୍ବଲପୁର ଜିଲ୍ଲାରେ ବଦ୍ରମା ଅଭୟାରଣ୍ୟ ଅବସ୍ଥିତ   ।  ଏହାର କ୍ଷେତ୍ରଫଳ ହେଉଛି  300 ବର୍ଗ କିମି  ।  ଏହି ଜଙ୍ଗଲରେ ବାଘ , ଗଧିଆ , ହାତୀ ,  ହରିଣ ,  ଗୟଳ ଆଦି ବନ୍ୟଜନ୍ତୁମାନେ ଦେଖାଯାନ୍ତି   ।

(13)                     ଦେବ୍ରୀଗଡ  :  ବରଗଡ ଜିଲ୍ଲାରେ ଦେବ୍ରୀଗଡ ଅଭୟାରଣ୍ୟ ଅବସ୍ଥିତ   ।  ଏହାର କ୍ଷେତ୍ରଫଳ ହେଉଛି  350 ବର୍ଗ କିମି   ।  ବାଘ,  କଲରାପତ୍ରିଆ ବାଘ,  ଗଧିଆ ,  ଗୟଳ ,  ସମ୍ବର ,  ହରିଣ ,  ଚଉସିଙ୍ଗା ଏବଂ ନାନା ଜାତିର ପକ୍ଷୀ ଏହି ଅଭୟାରଣ୍ୟର ଦେଖାଯାନ୍ତି   ।  ଚଉଶିଙ୍ଗାମାନଙ୍କର କ୍ରମବିକାଶ ପାଇଁ ଏହା ଏକ ଉପଯୁକ୍ତ ବାସସ୍ଥଳୀ ଅଟେ   ।  ତେଣୁ ଚଉଶିଙ୍ଘା ମାନେ ଏହାରେ ଅଧିକ ସଂଖ୍ୟାରେ ଦେଖାଯାନ୍ତି   ।

(14)                     ବାଲୁଖଣ୍ଡ କୋଣାର୍କ : ଏହି ଅଭୟାରଣ୍ୟଟି ପୁରୀ ଜିଲ୍ଲାର ସମୁଦ୍ର ଉପକୁଲରେ ଅବସ୍ଥିତ   ।  ଏହାର କ୍ଷେତ୍ରଫଳ 70 ବର୍ଗ କିମି   ।  ଏହି ଛୋଟ ଅଭୟାରଣ୍ୟରେ ହରିଣ ,  ମାଙ୍କଡ ,  ଗଧିଆ ,  ସମୁଦ୍ର କଇଁଛ ଇତ୍ୟାଦି ଦେଖାଯାଆନ୍ତି   ।

(15)                     ଳାଖେରୀ ଭାଲି  : ଏହି ଅଭୟାରଣ୍ୟ ଗଜପଟି ଜିଲ୍ଲାରେ ଅବସ୍ଥିତ  ।  ଏହାର କ୍ଷେତ୍ରଫଳ 185 ବର୍ଗ କିମି   ,  ଏହି ଜଙ୍ଗଲରେ ବାଘ,  କଲରାପତ୍ରିଆ ବାଘ ,  ଗଧିଆ ,  ହାତୀ ଇତ୍ୟାଦି ଦେଖାଯାନ୍ତି   ।

(16)                     କରଲାପାଟ  : ଏହି ଅଭୟାରଣ୍ୟଟି କଳାହାଣ୍ଡି ଜିଲ୍ଲାରେ ଅବସ୍ଥିତ  ।  ଏହାର କ୍ଷେତ୍ରଫଳ 150 ବର୍ଗ କିମି  ।  ବାଘ,  କଲରାପତ୍ରିଆ ବାଘ ,  ନୀଳଗାଈ , ସମ୍ବର  ଅନେକଜ ଜାତିର ପକ୍ଷୀ ଏବଂ ସରୀସୃପ ଏଠାରେ ବାସ କରନ୍ତି   ।

(17)                     ସୁନାବେଡା  : ନୂଆପଡା ଜିଲ୍ଲାରେରେ ଏହି ଅଭୟାରଣ୍ୟ ଅବସ୍ଥିତ   ।  ଏହାର କ୍ଷେତ୍ରଫଳ 600 ବର୍ଗ କିମି   ।  ଏହାର ବାରଶିଙ୍ଗା ମୃଗମାନଙ୍କର ଉପଯୁକ୍ତ ବାସସ୍ଥଳୀ ଅଟେ   ।  ଏହି ଜଙ୍ଗଲରେ ବାଘ , ଗଧିଆ ,  ଚିତ୍ତଳ ,  ହାତୀ , ମୟୂର ନୀଳଗାଈ ଆଦି ଦେଖାଯାନ୍ତି   ,।

ଓଡିଶାରେ ବନ୍ୟଜନ୍ତୁ ପରିଚାଳନା ଯୋଜନା

ଭରତ ସରକାରଙ୍କ ସହାୟତାରେ ଆମ ରାଜ୍ୟରେ ସରକାର ବନ୍ୟଜନ୍ତୁ ପରିଚାଳନା ପାଇଁ ନିମ୍ନଲିଖିତ ଯୋଜନାମାନ ପ୍ରଣୟନ କରିଛନ୍ତି   ।  ଏହା ଦ୍ଵାରା ଅବଲୁପ୍ତ ଏବଂ ହ୍ରାସ ହୋଇଯାଉଥିବା ବନ୍ୟ ଜୀବମାନଙ୍କର ସଂରକ୍ଷଣ କରାଯାଉଛି   ।

  1. ବ୍ୟାଘ୍ର   ଯୋଜନା  : ଓଡିଶାରେ ବାଘ ସଂଖ୍ୟାକୁ ସୁରକ୍ଷା ଦେବା ପାଇଁ ଶିମିଳିପାଳଠାରେ ବ୍ୟାଘ୍ର ଯୋଜନା କାର୍ଯ୍ୟ କରି ହେଉଛି    ।  ତେଣୁ ଶିମିଳିପାଳକୁ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ବୋଲି କୁହାଯାଉଛି  ।
  2. ହସ୍ତୀ ଯୋଜନା  : ହାତୀମାନଙ୍କର ସୁରକ୍ଷା ଏବଂ ବଂଶବିସ୍ତାର ପାଇଁ ଚନ୍ଦକା ଜଙ୍ଗଲରେ ହସ୍ତୀ ଯୋଜନା କାର୍ଯ୍ୟକାରୀ ହେଉଅଛି   ।  ତେଣୁ ଚନ୍ଦକାକୁ ହାତୀ ସଂରକ୍ଷିତ ଅଞ୍ଚଳ ବୋଲି କୁହାଯାଉଛି   ।
  3. କୁମ୍ଭାର ଯୋଜନା : ଟିକରପଡାଠାରେ କୁମ୍ଭାର ଯୋଜନା କାର୍ଯ୍ୟକାରୀ କାଯାଇ ମହାନାଦୀଙ୍କୁ ଘଡିଆଳ କୁମ୍ଭାରଗୁଡିକ ଛଡାଯାଇଛି   ।  ଏହାଛଡା ଭିତର କନିକାରେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ ହେଉଛି   ।
  4. ଚିଲିକା ହ୍ରଦରେ ଜଳଦ ପକ୍ଷୀମାନଙ୍କର ପରିସଂସ୍ଥା ସମ୍ବନ୍ଧରେ ଯୋଜନା କାର୍ଯ୍ୟକାରୀ ହେଉଛି   ।

ପ୍ରସ୍ତାବିତ ଜାତୀୟ ଉଦ୍ୟାନ

  1. ଶିମିଳିପାଳ
  2. ଭିତରକନିକା ଅଭୟାରଣ୍ୟ

ଅଭୟାରଣ୍ୟ  :

  1. ଶିମିଳିପାଳ
  2. କୁଳଡ଼ିହା
  3. ହଦଗଡ
  4. ଭିତରକନିକା
  5. ନନ୍ଦନକାନନ
  6. ଚନ୍ଦକା – ଡମପଡା
  7. ବାଲୁଖଣ୍ଡ – କୋଣାର୍କ
  8. ଚିଲିକା
  9. ବୈଶିପାଲ୍ଲୀ

10. ସାତକୋଶିଆ

11. ବ୍ରଦମା

12. ଖଲସୁଣୀ

13. ଦେବ୍ରୀଗଡ

14. ସୁନାବେଡା

15. କାରଳାପୋର୍ଟ

16. କୋର୍ଟଗଡ

ଜଳ ସମ୍ପଦ

ଜଳ ଏକ ବହୁମୂଲ୍ୟ ପ୍ରାକୃତିକ ଓ ଜାତୀୟ ସମ୍ପଦ   ।  ଜୀବନ ଧାରଣ ପାଇଁ ଏହା ଏକ ଗୁରୁତ୍ଵପୂର୍ଣ  ଉପାଦାନ   । ପୃଥିବୀର ତିନି ତୃତୀୟାଂସ ଜଳରେ ଆଚ୍ଛାଦିତ   ।  ଜଳର ପରିମାଣ ସର୍ବାଧିକ ଯୋଗୁଁ ପୃଥିବୀର ଅନ୍ୟନାମ  “ ଜଳୀୟ ଗ୍ରହ  । ଦୈନନ୍ଦିନ ଜୀବନର ଆମେ ପାନ, ସ୍ନାନ ଏବଂ ପରିଚ୍ଛନ୍ନତା ପାଇଁ ଜଳ ଆବଶ୍ୟକ କରୁ  ।  କୃଷିକାର୍ଯ୍ୟ ,  କଳକାରଖଣା , ଜଳସେଚନ , ମତ୍ସ୍ୟଚାଷ , ନୌକା ଓ ଜାହାଜ ଚାଳାଚଳ ପାଇଁ ମଧ୍ୟ ଜଳ ଆବଶ୍ୟକ ହୁଏ   ।  ଆଉ ବେସୀ ଜଳ ଦରକାର ହୁଏ   ,  ଉଦ୍ଭିଦ ଜଗତ ଓ ପ୍ରାଣୀମାନଙ୍କର ଜୀବନ ଧାରଣ ପାଇଁ   ।  ତେଣୁ ଜଳକୁ  “ ଜୀବନ “ ଆଖ୍ୟା ଦିଆଯାଇଛି  । ପୃଥିବୀରେ ଭୂପୃଷ୍ଟରେ ଜଳର ପରିମାଣ ସମୁଦ୍ର ଜଳ ତୁଳନାରେ ବହୁତ କମ   ।  ଭୂତଳଜଳର ପରିମାଣ ନିରୂପଣ କରିବା ଏକ କଷ୍ଟକର ବ୍ୟାପାର    ।  ଆକାଶ , ଜୀବଜଗତ , ଭୂପୃଷ୍ଠ ଏବଂ ଭୂତଳକୁ ନେଇ ଜଳରାସୀ ଚକ୍ର ଆକାରରେ ଘୂରୁଛି   ।  ଏହାକୁ  “ ଜଳଚକ୍ର  “ କୁହାଯାଏ  ।  ଆକାଶର ବାଦଳରୁ ବର୍ଷ ହୁଏ   ।  ବର୍ଷାଜଳର କିଛି ଅଂଶ ଭୂପୃଷ୍ଠରେ ଗଚ୍ଛିତ ହୁଏ ଓ କିଛି ଭାଗ ଭୂତଳକୁ ଭେଦିଯାଏ   ।  ଜୀବଜଗତ ଦ୍ଵାତା ଭୂପୁଷ୍ଠ ଓ ଭୂତଳ ଜଳ ବ୍ୟବହାର ହୁଏ   ।  ମଣିଷ ଜୀବନ ଧାରଣ ମାନ ଜଳର ଶୁଦ୍ଧତା – ଅଶୁଦ୍ଧତା ,  ସଙ୍କଟ – ପ୍ରାଚୁର୍ଯ୍ୟ ଦ୍ଵାରା ବିଶେଷ ଭାବରେ ପ୍ରଭାବିତ ହୋଇଥାଏ   ।

ଜଳର ଉତ୍ସ

ଜଳର ମୁଖ୍ୟ ଉତ୍ସଗୁଡିକ ହେଲା  :

୧ ବୃଷ୍ଟିଜଳ ଓ ତୁଷାର

୨ ଭୂ- ପୃଷ୍ଠ ଜଳ

୩ ଭୂ- ତଳ ଜଳ

୪ ସମୁଦ୍ର ଓ ମହାସମୁଦ୍ର ଜଳ

୧.     ବୃଷ୍ଟିଜଳ ଓ ତୁଷାର   :

ବର୍ଷାଜଳ ମୁଖ୍ୟତଃ ଜଳର ମୁଖ୍ୟ ଉତ୍ସ ଅଟେ   । ପୃଥିବୀରେ ଥିବା ଜଳର ଉତ୍ସଗୁଡିକ ରେ ବାଷ୍ପୀଭବନ ଘଟି ,  ଜଳ ଜଳୀୟ ବାଷ୍ପ ରୂପ ଧାରଣ କରି ବାୟୁମଣ୍ଡଲରେ ଅବସ୍ଥାନ କରେ ଓ ମେଘ ରୂପେ ଭାସି ବୁଲେ   । ମେଘ ଥଣ୍ଡା ହୋଇ ଘନୀଭୁତ ହୁଏ ଏବଂ ତରଳ ଜଳବିନ୍ଦୁ ରୂପେ ଭୂପୃଷ୍ଠରେ ପତିତ ହୁଏ   ।  ଏହାକୁ ବର୍ଷାଜଳ କୁହାଯାଏ  ।  ବର୍ଷାଜଳ ପ୍ରାୟ ବିଶୁଦ୍ଧ ହେଲେ ହେଁ  ବାୟୁମଣ୍ଡଲର ଦେଇ ଭୂପୃଷ୍ଠକୁ ଆସିଲବାବେଳେ ଅନେକ ଉପଦ୍ରବ ସହିତ ମିଳିଲେ ମଧ୍ୟ ପ୍ରଦୂଷିତ ହୁଏ ନାହିଁ   ।  ଏହି ଜଳକୁ ଠିକ ଉପାୟରେ ସଂଗ୍ରହ କରିପାରିଲେ ନିରାପଦ ପାନୀୟଜଳ ଭାବେ ବ୍ୟବହାର କରାଯାଇପାରିବ   ।  ବର୍ଷାଜଳର କିଛି ଅଂଶ ମାଟି ଭେଦି ଭୂତଳ ଜଳ ଭାବରେ ସଞ୍ଚିତ ହୋଇରହେ ଓ ଅବଶିଷ୍ଟ ଜଳ ଭୂପୃଷ୍ଠସ୍ଥ ଜଳାଶୟ ମାନଙ୍କରେ ସଞ୍ଚିତ ହୁଏ   ।  ମେରୁ ଅଞ୍ଚଳ ଓ ଉଚ୍ଚତର ସ୍ଥାନମାନଙ୍କରେ ଏହି ବର୍ଷାଜଳ ଅତ୍ୟଧିକ ଘନୀଭୁତ ହୋଇ ତୁଷାର ଆକାରରେ ଖସିପଡେ ଓ ଭୂମିରେ ତୁଷାର ବର୍ଷା ସୃଷ୍ଟି କରିଥାଏ   ।

ଭୂ- ପୃଷ୍ଠ ଜଳ  :

ବର୍ଷାଜଳ ଭୂପୃଷ୍ଠରେ ପଡିବା ପରେ ବହିଯାଇ ନଦୀ ,  ନାଳ ,  ପୁଷ୍କରିଣ ହ୍ରଦ ଆଦିରେ ସଂଗୃହିତ ହୋଇଥାଏ   ।  ଜଳାଶୟ ମାନଙ୍କରେ ସଞ୍ଚିତ ହୁଏ   ।  ମେରୁ ଅଞ୍ଚଳ ଓ ଉଚ୍ଚତର ସ୍ଥାନମାନଙ୍କରେ ଏହି ବର୍ଷାଜଳ ଅତ୍ୟଧିକ ଘନୀଭୁତ ହୋଇ ତୁଷାର ଆକାରରେ ଖସିପଡେ ଓ ଭୂମିରେ ତୁଷାର ବର୍ଷା ସୃଷ୍ଟି କରିଥାଏ   ।

(କ) ନଦୀଜଳ  :

ମୁଖ୍ୟତଃ ବର୍ଷା ଜଳର ସ୍ରୋତାମାନଙ୍କ ଦ୍ଵାରା ନଦୀ ସୃଷ୍ଟି ହୋଇଥାଏ   ।  ନଦୀଜଳ ଭୂପୃଷ୍ଠ ଉପରେ ଦେଇ ପ୍ରବାହିତ ହେବା ସମୟରେ ଥିବା ବିଭିନ୍ନ ଅପଦ୍ରବ ଓ ଭାସମାନ ପଦାର୍ଥ ସଂସ୍ପର୍ଶରେ ଆସିଥାଏ   ।  ଏହା ବ୍ୟତୀତ ଅଧିକାଂଶ ଜନବସତି ଏବଂ କଳକାରଖାନାରୁ ବାହାରିଥିବା ନାଳନର୍ଦମା ନଦୀରେ ପଡିଥିବାରୁ ନଦୀଜଳ ଦୂଷିତ ହୋଇଥାଏ   ।  ଏହା ଜଳକୁ ପ୍ରଦୂଷଣ କରି ରହିତ କରାଯାଇ ପାରିଲେ ଏହା ଉତ୍ତମ ପାନୀୟ  ଜଳ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ   ।

(ଖ) ପୁଷ୍କରିଣୀ ଜଳ  :

ପୁଷ୍କରିଣୀ ବା ପୋଖରୀ ଅନ୍ୟ ଏକ ଭୂପୃଷ୍ଠ ଜଳ ଉତ୍ସ ଅଟେ   ।  ଏହା ଖାଲୁଆ  ଅଞ୍ଚଳରେ ଆବଦ୍ଧ ହୋଇ ରହିଥାଏ   ।  ବିଭିନ୍ନ ଭାସମାନ ଏବଂ ଦ୍ରବୀଭୂତ ପଦାର୍ଥ ଯୋଗୁଁ ଏହା ସହଜରେ ଦୂଷିତ ହୋଇଥାଏ   ।

(ଗ) ଦ୍ରହଜଳ  :

ଦ୍ରହ ଭୂପୃଷ୍ଠ ଜଳର ଅନ୍ୟ ଏକ ଉତ୍ସ ଅଟେ   ।  ସ୍ଥଳ ବିଶେଷରେ ହ୍ରଦ ମଧୁର କିମ୍ବା ଲବଣାକ୍ତ ଜଳ ବିଶିଷ୍ଟ ହୋଇଥାଏ  । ପୋଖରୀ ଜଳ ସଦୃଶ ଏହି ଜଳ ମଧ୍ୟ ଭାସମାନ ଓ ଦ୍ରବୀଭୂତ ଉପଦ୍ରବ ସଂସ୍ପର୍ଶରେ ଆସି ଦୂଷିତ ହେବାର ସମ୍ଭାବନା ବିଶେଷ ଥାଏ   ।

୩. ଭୂତଳ ଜଳ  :

ବର୍ଷାଜଳର କିଛି ଅଂଶ ପୃଥିବୀ ପୃଷ୍ଠରୁ ମୃତ୍ତିକା ବିଭିନ୍ନ ସ୍ତର ଦେଇ ଭୂତଳ ଜଳ ଭାବରେ ସଂରକ୍ଷିତ ହୋଇ ରହିଥାଏ   ।  ପ୍ରଚୁର ପରିମାଣର ଜଳ ଭୂପୃଷ୍ଠର ନିମ୍ନ ଭାଗରେ ସଂଚିତ ହୋଇ ରହିଅଛି   ।  କୂପ,  ଉତ୍ସକୂପ ,  ଝରଣା ଇତ୍ୟାଦିର ଜଳ ଏହି ଭୂତଳ ଜଳର ଅନ୍ତର୍ଭୁକ୍ତ   ।  ଭୂତଳ ଜଳ ସବୁସ୍ଥାନରେ ସମାନ ଗଭୀରତା ରହେ ନାହିଁ  ।  ଏହି ଜଳକୁ କୂପ ଖୋଳି କିମ୍ବା ପମ୍ଫ ସାହାଯ୍ୟରେ ଉପରକୁ ଆଣି ବ୍ୟବହାର କରାଯାଏ   ।  ଭୂତଳ ଜଳର ଉତ୍ସଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା   ।

(କ) କୂପଜଳ  :

କୂପଜଳରେ ପ୍ରାୟତଃ ଅପଦ୍ରବ ନଥାଏ      ।  ମୃତ୍ତିକାରୁ ଏହି ଜଳ ବାହାରୁଥିବାରୁ ପ୍ରାୟ ସ୍ଵଚ୍ଛ ଥାଏ   ।  ବାସମାନ ମଇଳା ଏହି ଜଳରେ ଦେଖାଯାଏ ନାହିଁ   ।  କିନ୍ତୁ କେତେକ ଧାତୁର ଲବଣ ଓ ଗ୍ଯାସ ଏଥିରେ ଦ୍ରବୀଭୂତ ହୋଇ ରହିଥାଏ   ।  ଏହି ଜଳ ବ୍ୟବହାର ପାଇଁ ଅପେକ୍ଷାକୃତ ବିଶୁଦ୍ଧ ଅଟେ   ।  ନଳକୂପ ବସାଇ ଭୂତଳ ଜଳକୁ ଭୂପୃଷ୍ଠକୁ ଆଣି ମଧ୍ୟ ବ୍ୟବହାର କରାଯାଇଥାଏ   ।  ଏହି କୂପ ଜଳଠାରୁ ଅଧିକ ବିଶୁଦ୍ଧ ଅଟେ   ।

(ଖ) ଝରଣା ଜଳ  :

ବର୍ଷାଜଳ ନିମ୍ନଗାମୀ ହେବା ସମୟରେ କଠିନ ଶିଳାସ୍ତରର ସଂସ୍ପର୍ଶରେ ଆସିବା ଯୋଗୁଁ ଆବଦ୍ଧ ହୋଇ ରହିଥାଏ   ।  ଏହି ଆବଦ୍ଧଜଳ ମାଟିତଳେ ସପେଜ ଭାବରେ ରହି ମୃତ୍ତିକା କିମ୍ବା ପ୍ରସ୍ତର ସ୍ତରର ଫାଟ ଦେଇ ଭୂପୃଷ୍ଠକୁ ନିର୍ଗତ ହୁଏ  ।  ଏହାକୁ ଆମେ ଝରଣା ଜଳ କହିଥାଉ  ।  ଝରଣା ଜଳ ସାଧାରଣତଃ ପାନୀଯ ଉପଯୋଗୀ କିନ୍ତୁ ସ୍ଥଳ ବିଶେଷରେ କେତେକ ଝରଣା ଜଳରେ ଗନ୍ଧକ ବହୁ ପରିମାଣରେ ଦ୍ରବୀଭୂତ ହୋଇ ରହିଥିବାର ଦେଖାଯାଏ   ।

୪. ସମୁଦ୍ର ଓ ମହାସମୁଦ୍ର ଜଳ  :

ସମୁଦ୍ର ଜଳର ଏକ ପ୍ରଧାନ ଉତ୍ସ   ।  ବର୍ଷାଜଳ ଭୂମିରେ ପ୍ରବାହିତ ହୋଇ ନଦୀ ଜରିଆରେ ସମୁଦ୍ରରେ ମିଶେ  ।  ସମୁଦ୍ର ଜଳ ବହୁଳ ଭାବରେ ଦ୍ରବୀଭୂତ ଅବସ୍ଥାରେ ଥିବା ସାଧାରଣ ଲୁଣ ଯୋଗୁଁ ଲୁଣିଆ ଲାଗେ   ।  ଅନ୍ୟାନ୍ୟ ବିଭିନ୍ନ ଲବଣ ଏବଂ ଜୈବିକ ଓ ଅଜୈବିକ ପଦାର୍ଥ ସମୁଦ୍ର ଜଳରେ ଦେଖାଯାଏ   ।  ଏହି ଜଳ ପାନୀଯ ଉପଯୋଗୀ ହୋଇନଥାଏ   ।

ଜଳର ବିଭିନ୍ନ ଉପଯୋଗୀତା  : ସାଧାରଣତଃ ଜଳର ବ୍ୟବହାରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି   ।

୧ ବାହ୍ୟପ୍ରବାହ ବ୍ୟବହାର

୨ ଅଭ୍ୟନ୍ତରପ୍ରବାହ ବ୍ୟବହାର

ଜଳସେଚନ ଘରୋଇ , ବ୍ୟବହାର , କାରଖଣା ତାପଜ ଏବଂ ଆରଣବିକ ଶକ୍ତି ଉତ୍ପାଦନ ପାଇଁ ଅପଚୟ ହେଉଥିବା ଜଳ ବାହ୍ୟପ୍ରାହ ବ୍ୟବହାରର ଅନ୍ତର୍ଭୁକ୍ତ   ।  ଅଭ୍ୟନ୍ତର ପ୍ରବାହ ବ୍ୟବହାରରେ ଜଳର ଅପଚୟ ହୁଏ ନାହିଁ   ।  ଏହା ଜଳବିଦ୍ୟୁତ ଶକ୍ତି ଉତ୍ପାଦନ  , ମତ୍ସ୍ୟପାଳନ , ଜଳଯାତ୍ରା , କ୍ରିଡା କୌତୁକ ପାଇଁ ବ୍ୟବହାର ହୋଇଥାଏ   ।

ଜଳସେଚନ  :

ଚାଷକାର୍ଯ୍ୟ ପାଇଁ ଜଳ ଏକାନ୍ତ ଅପରିହାର୍ଯ୍ୟ   ।  ବର୍ଷାଜଳ ଉପରେ ନିର୍ଭର କରି ସବୁ ସମୟରେ ଚାଷ କାର୍ଯ୍ୟ କରିହୁଏ ନାହିଁ   ।  ତେଣୁ ଶସ୍ୟ ଉତ୍ପାଦନ ପାଇଁ କୃତିମ ଉପାୟରେ ଜମିକୁ ଜଳ ଯୋଗାଇବା ପ୍ରକ୍ରିୟାକୁ  “ ଜଳସେଚନ “ କୁହାଯାଏ  ।  ଭାରତ ଏକ କୃଷି ପ୍ରଧାନ ଦେଶ   ।  ପ୍ରାୟ ଶତକଡା ୬୦ ଭାଗ ଲୋକ ଏଠାରେ କୃଷି ଉପରେ ନିର୍ଭର କରୁନଥିବାରୁ ବ୍ୟାପକ ଜଳସେଚନର ଆବଶ୍ୟକତା ରହିଛି  ।

ଘରୋଇ ବ୍ୟବହାର  :

ଆମେ ଗୃହରେ ଜଳକୁ ମୁଖ୍ୟତଃ ପାନୀଯ ରୂପେ ବ୍ୟବହାର କରୁ  ।  ଏହାଛଡା ରନ୍ଧନ ,  ସ୍ନାନ ,  ପରିଷ୍କାର ପରିଚ୍ଛନ୍ନତା ପାଇଁ ମଧ୍ୟ ଜଳ ବ୍ୟବହୃତ ହୁଏ   ।  ଏହା ସ୍ଵଚ୍ଛ ଓ ନିରାପଦ ଜଳ ଓ ଏହାକୁ କୁହାଯାଏ ପାନୀୟ ଜଳ   ।

କାଳକାରଖାନା :

କଳକାରଖାନା ପାଇଁ ଅଧିକ ପରିମାଣରେ ଆବଶ୍ୟକ ହୋଇଥାଏ ଯାହାର ଗୁଣାତ୍ମକମାନ ପାନୀୟ  ଜଳ ଠାରୁ କମ   ।  ବିଶେଷକଇ ଖଣିକର୍ମ ,  ରାସାୟନିକ କାରଖାନ , ସାରକାରଖାନା , ବୟାନ ସଂକ୍ରାନ୍ତ କାରଖାନାଗୁଡିକ ଅତ୍ୟଧିକ ମାତ୍ରାରେ ଜଳ ଆବଶ୍ୟକ କରିଥାନ୍ତି  ।

ଶକ୍ତି ଉତ୍ପାଦନ  :

ଶକ୍ତି ଉତ୍ପାଦନ ପାଇଁ ଜଳର ବ୍ୟବହାର ଉଲ୍ଲେଖନୀୟ   । ଜଳର ବାହ୍ୟ ପ୍ରବାହ ବ୍ୟବହାର ଦ୍ଵାରା ତାପଜ ଏବଂ ଆଣବିକ ଶକ୍ତି ଉତ୍ପନ୍ନ କରାଯାଇଥାଏ  ।  କିନ୍ତୁ ଜଳରୁ ବିଦ୍ୟୁତ ଶକ୍ତି ଉତ୍ପନ୍ନ କଲେ ଜଳର ଆଭ୍ୟନ୍ତର ପ୍ରବାହ ବ୍ୟବହାର ଦ୍ଵାରା ହୋଇଥାଏ   ।

ବନ୍ୟା ଓ ମରୁଡି ସମସ୍ୟା  :

କ୍ରମାଗତ ଜନଗଳ ଅବକ୍ଷୟ ହେତୁ ମୌସୁମୀ ବର୍ଷାରେ ଅନିୟମିତତା ଦେଖାଦେଇଛି   ।  ଫଳରେ ଆମ ଦେଶରେ ବନ୍ୟା ଓ ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି   ।

ବନ୍ୟା ସମସ୍ୟା  :

ବନ୍ୟା ଏକ ପ୍ରାକୃତିକ ବିପତ୍ତିର ପରିପ୍ରକାଶ ଯାହାକି ସବୁ ନଦୀ ମାନଙ୍କର ଏକ ବିଶେଷତ୍ଵ   ।  ଆବାହମାନ କାଳରୁ , ବନ୍ୟା ପ୍ରଳୟଙ୍କାରୀ ଲୀଳା ଦ୍ଵାରା ଭାରତର ଅନେକ ଅଂଶ ବିଧ୍ଵଂସ ହୋଇଥିବାର ଉଲ୍ଲେଖନୀୟ ଦୃଷ୍ଟାନ୍ତ ରହିଛି   ।  ବନ୍ୟାଦ୍ଵାରା କ୍ଷତିଗ୍ରସ୍ତ ରାଜ୍ୟ ଗୁଡିକ ହେଲେ ଆସାମ,  ଆନ୍ଧ୍ରପ୍ରଦେଶ , ଓଡିଶା , ପଶ୍ଚିମବଙ୍ଗ , ବିହାର ଏବଂ ଉତ୍ତର ପ୍ରଦେଶ ବନ୍ୟାଦ୍ଵାରା ଜଳପ୍ରଦୂଷିତ ହେବା ସଙ୍ଗେ ସଙ୍ଗେ ବହୁ ଧନଜୀବନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ   ଓ ଚାଷ ଜମିରେ ବାଲିଛାଡ଼ ସୃଷ୍ଟି ହୁଏ   ।  ଦୂଷିତଜଳ ପାନ କରିବା ଫଳରେ ଏବଂ ଅସ୍ଵାସ୍ଥ୍ୟକର ସନ୍ତସନ୍ତିଆ ପରିବେଶ ଯୋଗୁଁ ଲୋକମାନେ ବିଭିନ୍ନ ରୋଗରେ ପଡନ୍ତି   ।  ତେଣୁ ବନ୍ୟାଗ୍ରସ୍ତ ରାଜ୍ୟ ଓଡିଶାକୁ ଏହି ପ୍ରାକୃତିକ ବିପତ୍ତିରୁ ରକ୍ଷା କରିବା ବିହିତ ପଦକ୍ଷେପ ଏକାନ୍ତ ଆବଶ୍ୟକ   ।

ନିମ୍ନଲିଖିତ କାରଣଗୁଡିକ ଯୋଗୁଁ ଦେଶରେ ଧ୍ଵଂସକାରୀ ବନ୍ୟା ସୃଷ୍ଟି ହୋଇଥାଏ   ।

(1)  ନଦୀର ଉପରେ ମୁଣ୍ଡରେ କ୍ରମାଗତ ପ୍ରବଳବର୍ଷା ହେଲେ ନଦୀରେ ବନ୍ୟା ସୃଷ୍ଟି ହୁଏ   ।

(2)  ବାତ୍ୟା ଓ ଝଡ ଫଳରେ ସମୁଦ୍ର ଜୁଆର ଉପକୁଳବର୍ତ୍ତୀ ଖାଲ ଅଞ୍ଚଳ ଆଡକୁ ମାଡି ଆସେ    ।  ଏହାଫଳରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ହୋଇଥାଏ ଏବଂ ନଦୀର ଜଳ ନିଷ୍କାସନ ବାଧ୍ୟାପ୍ରାପ୍ତ ହୋଇ ବନ୍ୟା ସୃଷ୍ଟି ହୁଏ   ।

(3)  ନଦୀଶଯ୍ୟାରେ ପଟୁମାଟି ଜମି ନଦୀ ଅଗଭୀର ହେବା ଫଳରେ ଜଳନିଷ୍କାସନରେ ପ୍ରତିବନ୍ଧକ ସୃଷ୍ଟି କରେ  ।  ଫଳରେ ନଦୀ ବନ୍ଧ ଡେଇଁ ବା ଭାଙ୍ଗି ବନ୍ୟାଜଳ କ୍ଷତି ଘଟାଏ   ।

(4)  ନଦୀ ମୁହାଁରେ ପଟୁମାଟି ଜମାହେଲେ ସେଠାରେ ଚଡା , ପ୍ରାକୃତିକ ବନ୍ଧ ଓ ବାଲୁକାବନ୍ଧ ସୃଷ୍ଟି ହୋଇଥାଏ   ।  ଏହାଦ୍ଵାରା ନଦୀ ଜଳ ନିଷ୍କାସନରେ ବାଧାପଡେ ଏବଂ ବନ୍ୟା ସୃଷ୍ଟି ହୁଏ   ।

(5)  ସମତଳ ଅଞ୍ଚଳରେ ଅଧିକ ବନ୍ଧବାଡ , କେନାଲ ଆଦି ନିର୍ମିତ ହେବା ଫଳରେ ଜଳ ନିଷ୍କାସନ ବାଧା ପାଇବା ହେତୁ ବନ୍ୟା ସୃଷ୍ଟି ହୁଏ   ।

ବନ୍ୟା ନିୟନ୍ତ୍ରଣ  :

ଭାରତର ପ୍ରଗତି ପଥରେ ବନ୍ୟା ଏକ ପ୍ରଧାନ ପ୍ରତିବନ୍ଧକ   ।  ତେଣୁ ଦେଶରେ ବନ୍ୟାନିୟନ୍ତ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ଜାତୀୟ ବନ୍ୟାନୀତି  ଅନୁଯାୟୀ ନିମ୍ନଲିଖିତ କେତୋଟି କର୍ମପନ୍ଥା ସ୍ଥିର ହୋଇଅଛି   ।

  1. ସ୍ୱଳ୍ପମିଆଦି ବ୍ୟବସ୍ଥା   :

ବନ୍ଧବାଡ ଓ ବୁରୁଜ ନିର୍ମାଣ ନଦୀ ମୁହାଣକୁ ଗଭୀର କରିବା   ,  ବାରମ୍ବାର ବନ୍ୟାଗ୍ରସ୍ତ ହେଉଥିବା ଗ୍ରାମଗୁଡିକର ପତ୍ତନ ବୃଦ୍ଧି କରିବା ଏବଂ ସେହି ଅଞ୍ଚଳରେ କେତେକ ଉଚ୍ଚ କୁଦ ନିର୍ମାଣ କରିବା ଦ୍ଵାରା ବନ୍ୟା ଦାଉରୁ କେତେକ ପରିମାଣରେ ରକ୍ଷା ମିଳିଥାଏ   ।

  1. ଦୀର୍ଘମିଆଦୀ ବ୍ୟବସ୍ଥା  :

ନଦୀରେ ବନ୍ଧ ବା ଡ୍ୟାମ ନିର୍ମାଣ , ଜଳଭଣ୍ଡାର, ସୃଷ୍ଟି , ନଦୀ ଅବବାହିକାରେ ମୃତ୍ତିକା ସଂରକ୍ଷଣ ନିମନ୍ତେ ବୃକ୍ଷରୋପଣ ଓ ଅରଣ୍ୟ ସୃଷ୍ଟି ଏବଂ ବଡ ବଡ ନାଳଦ୍ଵାରା ବନ୍ୟା ସମୟରେ ନଦୀ ଜଳର ଶୀଘ୍ର ନିଷ୍କାସନ ବ୍ୟବସ୍ଥା କରାଯାଇଅଛି   ।  ଏହା ବ୍ୟୟ ବହୁଳ ହେଲେ ମଧ୍ୟ ବନ୍ୟାର ସ୍ଥାୟୀ ପ୍ରତିକାର   ।

  1. ଜରୁରୀକାଳୀନ ବ୍ୟବସ୍ଥା  :

ଭୂପୃଷ୍ଠସ୍ଥ ଜଳ ନିଷ୍କାସନ ବ୍ୟବସ୍ଥା  ,  ଅଧିକ ବନ୍ୟାଗ୍ରସ୍ତ ଗ୍ରାମ ଗୁଡିକୁ ବନ୍ୟାଜଳ ପତ୍ତନର ଉର୍ଦ୍ଧ୍ଵରେ ଥିବା ନିରାପଦ ସ୍ଥାନକୁ ଉଠାଇନେବା ବ୍ୟବସ୍ଥା ଏବଂ ବନ୍ୟା ପୂର୍ବରୁ ରେଡିଓ ,  ଟେଲିଭିଜନ ମାଧ୍ୟମରେ ସତର୍କ କରାଇବାଦ୍ଵାରା ବନ୍ୟାଜନିତ କ୍ଷୟକ୍ଷତିରୁ ଅନେକ ପରିମାଣରେ ରକ୍ଷା ମିଳିପାରିଛି  ।  ଏଥିପାଇଁ ଅନେକ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି   ।

ମରୁଡି ସମସ୍ୟା  :

ପ୍ରବଳ ଜଳାଭାବ ଏବଂ ବାୟୁମଣ୍ଡଲର ପ୍ରଚଣ୍ଡ ଶୁଷ୍କତା ହେଉଛି ମରୁଡିର ମୂଳକାରଣ   ।  ବୃଷ୍ଟିପାତର ଅଭାବ କିମ୍ବା ଯଥେଷ୍ଟ ସମୟ ବ୍ୟବଧାନରେ କମ ବୃଷ୍ଟିପାତ ହେଲେ ମରୁଡି ହେବାର ଆଶଙ୍କା ଥାଏ   ।  ୭୫ % ରୁ କମ ବୃଷ୍ଟିପାତ ହେଉଥିବାରୁ ଅଞ୍ଚଳକୁ ମରୁଡିଗ୍ରସ୍ତ ବୋଲି କୁହାଯାଇଥାଏ  ।  ଗୁଜୁରାଟର ଉତ୍ତରାଞ୍ଚଳ ଓ ରାଜସ୍ଥାନର ଦକ୍ଷିଣାଞ୍ଚଳ ସ୍ୱଳ୍ପବୃଦ୍ଧି ହେତୁ ମରୁଡିଗ୍ରସ୍ତ ହୋଇଥାଏ   ।  ଓଡିଶାର କଳାହାଣ୍ଡି ଜିଲ୍ଲା  , ଆନ୍ଧ୍ରପ୍ରଦେଶ ରାୟାଲସୀମା ଓ ତେଲେଙ୍ଗାନା , ମହାରାଷ୍ଟ୍ରର ମରାଠାୱାଡା, ଦେଶର ପ୍ରଧାନ ମରୁଡିଗ୍ରସ୍ତ ଅଞ୍ଚଳ ରୂପେ ପରିଚିତ   ।

ମରୁଡି ଦ୍ଵାରା ଜଳଜୀବ ଏବଂ ବନ୍ୟଜୀବମାନେ କ୍ଷତିଗ୍ରସ୍ତ ହେବା ସଙ୍ଗେ ସଙ୍ଗେ ଅଧିକ ମାତ୍ରାରେ ଫସଲ ହାନି ଘଟିଥାଏ   ।  ଏହା ଫଳରେ ସାଧାରଣଙ୍କୁ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହେବାକୁ ପଡିଥାଏ   ।  ଏହାଛଡା , ଖାଦ୍ୟଶସ୍ୟ ,  ପଶୁଖାଦ୍ୟ ଉତ୍ପାଦନ ଆଦି ଅସ୍ଵାଭାବିକ ଭାବରେ କମିଯିବା ଦ୍ଵାରା ତାହାର ପ୍ରଭାବରେ ମନୁଷ୍ୟ ନିଜର ସୁଖସ୍ଵାଚ୍ଛନ୍ଦ୍ୟ ହରାଇବସେ   ।  କମ ବୃଷ୍ଟିପାତ ଫଳରେ ପୋଖରୀ , ଝରଣା ଏବଂ ନଦୀଶର୍ଯ୍ୟା  ଆଦି ଶୁଷ୍କ ହୋଇ ଫାଟିଯାଏ  ।  ଜଳଜୀବମାନେ ମୃତ୍ୟୁମୁଖରେ ପଡନ୍ତି ଏବଂ ମୃତ୍ତିକାର ଉପରସ୍ତରର ଆର୍ଦ୍ରତା କମ ହୋଇ ମୃତ୍ତିକା କ୍ଷୟ ହୋଇଥାଏ   । ମରୁଡି ସମୟରେ ଭୂତଳ ଜଳକୁ ଅଧିକ ବ୍ୟବହାର କରିବାଦ୍ଵାରା ଜଳସ୍ତର ନିମ୍ନଗାମୀ ହୁଏ   ।  ଯାହାଫଳରେ ସମୁଦ୍ରର ଲୁଣିଜଳ କୁଆମାନଙ୍କରେ ଝଋ ଆସିବାର ସମ୍ଭାବନା ଥାଏ   ।  ଦିଲ୍ଲୀରେ ଭୂତଳ ଜଳସ୍ତର ଉଦବେଗଜନକ ଭାବରେ ତଳକୁ ଖସିଯାଇଛି  ।  ଚୀନର ଶସ୍ୟ ଭଣ୍ଡାର କୁହାଯାଇଥିବା ବିସ୍ତୁତ ଅଞ୍ଚଳରେ ଗୋଟିଏ ବର୍ଷରେ ଭୂତଳଜଳସ୍ତର ଆଠ ମିଟର ତଳକୁ ଖସିଯାଇଛି ଯାହା ଅତି ଉଦବେସଜନକ   ।  ଏସବୁକୁ ବିଚାର କଲେ ଭବିଷ୍ୟତରେ ଉପଲ୍ଲବ୍ଧ ଜଳ ଆମ ଚାହିଦା ମେଣ୍ଟାଇ ପାରିବ ନାହିଁ ବୋଲି ସାରା ବିଶ୍ଵରେ ଆଲୋଡନ ସୃଷ୍ଟି ହେଲାଣି   ।

ତେଣୁ ମରୁଡି ସମସ୍ୟାର ପ୍ରତିକାର ନିମନ୍ତେ ସେହି ଅଞ୍ଚଳରେ ମିଳୁଥିବା ବୃଷ୍ଟିଜଳ ,  ଭୂପୃଷ୍ଠଜଳ ଏବଂ ଗର୍ଭସ୍ଥ ଜଳର ଉପଯୁକ୍ତ ସଂରକ୍ଷଣ ଓ ଉପାଯୋଗ କରାଯିବା ଆବଶ୍ୟକ   ।  ଅଳ୍ପଜଳ ଆବଶ୍ୟକ କରୁଥିବା ଫସଲ ଚାଷ ଫଳରେ ସେହି ଅଞ୍ଚଳରେ କୃଷି ଉତ୍ପାଦନ ସମ୍ଭବପର ହୋଇପାରେ   ।  କୂପ ଓ ନଳକୂପ ଦ୍ଵାରା ଜଳକୁ ଜଳସେଚନ ନିମନ୍ତେ ବ୍ୟବହାର କରାଯାଇପାରିବ  ।

ଜଳବିବାଦ  :

ଜଳ ଏକ ଅମୂଲ୍ୟ ସମ୍ପଦ  । କିନ୍ତୁ ଆବଶ୍ୟକ ଜଳ ଉପଲ୍ଲବ୍ଧ ଣ ହେବାରୁ ସମାଜରେ ବିଭିନ୍ନ ସମସ୍ୟା ଦେଖାଗଲାଣି   ।  ଭବିଷ୍ୟତରେ ଏ ସମସ୍ୟା ଉଗ୍ର ଧାରଣ କରିବାର ସମ୍ଭାବନାର ରହିଛି   ।  ଅନେକ ଚିନ୍ତାଶୀଳ ବ୍ୟକ୍ତି ଏବଂ ବୈଜ୍ଞାନିକଙ୍କ ମତରେ , ଭବିଷ୍ୟତରେ ଯଦି ବିଶ୍ଵଯୁଦ୍ଧ ଲାଗେ ,  ତେବେ ତାହା ଜଳ ପାଇଁ ହିଁ ହେବ  ।  ତେଣୁ ଜଳ ପାଇଁ ବର୍ତ୍ତମାନ ଦେଶ ଦେଶ ଏବଂ ରାଜ୍ୟ ରାଜ୍ୟ ମଧ୍ୟରେ ବିବାଦ ମୁଣ୍ଡ ଟେକିଲାଣି   ।  ନଦୀଜଳକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଦେଖାଦେଲାଣି   ।  ବଂଶଧାରା ନଦୀ ଉଭୟ ରାଜ୍ୟରେ ପ୍ରବାହିତ   ।  ଆନ୍ଦ୍ରପ୍ରଦେଶ ଏ ନଦୀରେ ବ୍ୟାରେଜ ନିର୍ମାଣ କରି ହୀରାମଣ୍ଡମ ଜଳ ଭଣ୍ଡାର ଓ ସେତୁ ପ୍ରକଳ୍ପ ନିମନ୍ତେ ଆମ ନଦୀଜଳ ନେଇଯିବାକୁ ଯୋଜନା କରିଛି   ।  ଦକ୍ଷିଣ ଓଡିଶାର ବଂଶଧାରା ନଦୀକୁ ଜୀବନଧାରା ବୋଲି କୁହାଯାଏ  ।  ଆନ୍ଧ୍ରପ୍ରଦେଶ ଜଳ ନେଇଗଲେ ଗଜପତି , କଳାହାଣ୍ଡି ଓ ରାୟଗଡା ଜିଲ୍ଲାରେ ଲକ୍ଷାଧିକ ଲୋକ ସେବା ଓ ପାନୀଯ ଜଳରୁ ବଞ୍ଚିତ ହେବେ  ।  ଆନ୍ତଃ ରାଜ୍ୟ ବିବାଦ ମଧ୍ୟରେ ସବୁଠାରୁ ଅଧିକ ବିବାଦୀୟ ହେଉଛି କାବେରୀ ଜଳବଣ୍ଟନକୁ କେନ୍ଦ୍ରକରି କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ  ।  ଭାରତ , ନେପାଲ , ପାକିସ୍ଥାନ ଓ ବଙ୍ଗଳା ଦେଶ ମଧ୍ୟରେ ମଧ୍ୟ ଜଳ ବିବାଦ ମୁଣ୍ଡ ଟେକିଛି   ।   ଏମିତି ଦେଶ ଦେଶ ମଧ୍ୟରେ ଜଳ ବିବାଦର ସୂତ୍ରମାତ ହୋଇ ଜଳପାଇଁ ଯେ ସଘର୍ଷ ଣ ହେବ – ଏକଥା କହି ହେବନାହିଁ   ।  ତେଣୁ ସବୁ ବିଷୟରେ ସଚେତନା ଜାଗ୍ରତ କରିବାକୁ ସାରା ବିଶ୍ଵରେ ମାର୍ଚ୍ଚ ୨୨ ତାରିଖକୁ  “ ବିଶ୍ଵ ଜଳରାଶି ଦିବସ  “ ଭାବେ ପାଳନ କରାଯାଉଛି   ।

ନଦୀବନ୍ଧର ଉପକାରିତା ଓ ସମସ୍ୟା  :

ନଦୀବନ୍ଧ ହେଉଛି ଆଧୁନିକତା ଏବଂ ସମୃଦ୍ଧିର ମଧ୍ୟ ପ୍ରତୀକ   ।  ଦେଶର ବିକାଶ ପଥରେ ବହୁ ଉଦ୍ଦେଶ୍ୟ ସାଧନ କରିବା ପାଇଁ ଏହା ଏକ ମାଧ୍ୟମ ଅଟେ   ।

ଉପକାରିତା  :

ବନ୍ଧଦ୍ଵାରା ବନ୍ୟା ନିୟନ୍ତ୍ରଣ ,  ବିଦ୍ୟୁତ ଶକ୍ତି ଉତ୍ପାଦନ ,  ଆର୍ଥିକ ଉନ୍ନତି ଏବଂ ଅଭିବୃଦ୍ଧି ଯଥା  : କୃଷିକାର୍ଯ୍ୟ , ମତ୍ସ୍ୟଚାଷ  , ପରିଭ୍ରମଣ , କଳକାରଖାନା , ନିଯୁକ୍ତି ଆଦି ସମ୍ଭବ ହୋଇଥାଏ   ।

ସମସ୍ୟା  :

ନଦୀବନ୍ଧକ ଜଳଦ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କ ପାଇଁ ଅନେକ ପ୍ରତିବନ୍ଧକ ସୃଷ୍ଟି କରିଥାଏ   ।  ଏହାଦ୍ଵାରା ବିପଦଗ୍ରସ୍ତ ପ୍ରଜାତିର ଜୀବମାନେ ଲୋପ ପାଇଯିବାକୁ ବସିଲେଣି   ।  ସ୍ଥଳ ପରିସଂସ୍ଥା ଉପରେ ଏହାର ପ୍ରଭାବ ମଧ୍ୟ ଅନେକ ମାତ୍ରାରେ ପଡିଥାଏ   ।  ବାସସ୍ଥଳୀ ନଷ୍ଟ ହେବା   , ବନ୍ୟ ଜୀବମାନଙ୍କର ସଂଖ୍ୟା ହ୍ରାସ ହେବା ଔଷଧୀୟ ବୃକ୍ଷଗୁଡିକ ନଷ୍ଟ ହେବା ପାଇଁ ଏହା କେତାକାଂଶରେ ଦାୟୀ ହୋଇଥାଏ   ।  ଏହାଛଡା ଭୂଚଳଣ , ଜଳପ୍ରଦୂଷଣ , ବିଭିନ୍ନ ରୋଗ ସଂକ୍ରମଣ ଆଦି ଅନେକ ସାମ୍ୟ ଦେଖାଦେଇଥାଏ   ।  ନଦୀବନ୍ଧ ଫଳରେ କେତେକ ଗାଁ ଓ ସମତଳ ଅଞ୍ଚଳ ଜଳାର୍ଣ୍ଣବ ହୋଇଥାଏ   ।  ତେଣୁ ଅନେକ ଲୋକ ବାସଚ୍ୟୁତ ହୁଅନ୍ତି   ।

ଜଳସମ୍ପଦର ସୁପରିଚାଳନା  :

ଜଳ ସଙ୍କଟର ସମାଧାନ ଓ ଜଳର ସୁପରିଚାଳନା ପାଇଁ ଜାତୀୟ ଏବଂ ଅନ୍ତର୍ଜାତିକ ସ୍ତରରେ ଅନେକ ସଂଗଠନ ଗଢାହେଲାଣି   ।  ୧୯୯୬ ମସିହାରେ ଏକ ବିଶ୍ଵ ସଂଗଠନ ଗଠନ କରାଯାଇଛି  , ଯାହାକୁ “ ବିଶ୍ଵ ଜଳ ପରିଷଦ  “ ବୋଲି କୁହାଯାଉଛି   ।  ଏହାର ଉଦ୍ଦେଶ୍ୟ ହେଲା ପ୍ରତି ତିନି ବର୍ଷରେ ଥରେ ବସି ଜଳ ପରିଚାଳନା ଉପରେ ଦିଗଦର୍ଶନ ଦେବା   ।  ବିଶ୍ଵ ସଂଗଠନ ଆମ ଦେଶରେ ଏକ ସଂଗଠନ ଗଠନ କରାଯାଇଛି   ।  ଏହାକୁ ଜାତୀୟ ପୂର୍ଣ୍ଣାଙ୍ଗ ଜଳ ସମ୍ପଦ ଉନ୍ନୟନ ଆୟୋଗ   କୁହାଯାଇଛି  ।  ଆମ ଦେଶରେ ସବୁ ବଡ ନଦୀଗୁଡିକ ସଂଯୋଗ କଲେ  , ଜଳାଭାବ ଏଡାଇ ହେବ ବୋଲି ଆକଳନ କରାଯାଇଛି  ।  ତେଣୁ ଜଳସମ୍ପଦ ସୁପରିଚାଳନା ପାଇଁ ବୃହତ ଯୋଜନାକୁ ଅପେକ୍ଷା ନକରି ଆବଶ୍ୟକ ନିୟମର ବ୍ୟବସ୍ଥା କରି ଏହାର ଉପଯୁକ୍ତ ପରିଚାଳନା କରାନଗଲେ   ଅନେକ ସ୍ଥାନରେ ଜଳାଭାବ ସୃଷ୍ଟି ହେବ   ।  ଜଳର ସୁପରିଚାଳନା ନିମ୍ନଲିଖିତ ଉପାୟରେ କରାଯାଇପାରିବ   ।

(୧) ଜଳଭଣ୍ଡାର ପ୍ରତିଷ୍ଠା  :

ମନୁଷ୍ୟର ଏକାନ୍ତ ପଦାର୍ଥଗୁଡିକ ମଧ୍ୟରୁ ଜଳ ଏକ ବିଶେଷ ସ୍ଥାନ ଅଧିକାର କରିଥାଏ   । ଜଣେ ପ୍ରାପ୍ତ ବୟସ୍କ ଲୋକ ଦୈନିକ କେବଳ ପିଇବା  ପାଇଁ  ତିନିରୁ ଚାରି ଲିଟର ପର୍ଯ୍ୟନ୍ତ ପାଣି ଆବଶ୍ୟକ  କରିଥାଏ   ।  ତେଣୁ ଜଳର ପରିମାଣ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାରର ନଦୀ ବନ୍ଧ , ଜଳଭଣ୍ଡାର ଇତ୍ୟାଦି ସୃଷ୍ଟି କରି ଜଳକୁ ସଂଗ୍ରହ କରି ବର୍ଷସାରା ବ୍ୟବହାର କରାଯାଇପାରିବ   ।  ଗ୍ରୀଷ୍ମଋତୁରେ ମଧ୍ୟ ଏଗୁଡିକ ଜଳର ଆବଶ୍ୟକଟା ମେଣ୍ଟାଇ ଥାଆନ୍ତି  ।  ଜଳଭଣ୍ଡାର ଦ୍ଵାରା କୃଷିକାର୍ଯ୍ୟ , ମତ୍ସ୍ୟଚାଷ  , ଜଳବିଦ୍ୟୁତଶକ୍ତି ଆଦି ଉତ୍ପାଦନ କରାଯାଏ  ।  ଏହାଦ୍ଵାରା ବନ୍ୟା ନିୟନ୍ତ୍ରଣ ମଧ୍ୟ କେତେକାଂଶରେ ସମ୍ଭବ ହୋଇଥାଏ   ।

(୨) ଜଳ ସ୍ରୋତର ଦିଗ ପରିବର୍ତ୍ତନ  :

ସ୍ଵଚ୍ଛ ଜଳର ଆବଶ୍ୟକତା ପୂରଣ କରିବା ପାଇଁ ଉନ୍ନତ ଦେଶଗୁଡିକ ଜଳବହୁଳ ଅଞ୍ଚଳରୁ କେନାଲ ଦ୍ଵାରା କେନାଲ ଦ୍ଵାରା ମରୁଡିଗ୍ରସ୍ତ ଅଞ୍ଚଳକୁ ଜଳ ଯୋଗାଇ ଦେଉଛନ୍ତି   ।  ଭାରତରେ ମଧ୍ୟ ବଡ ବଡ ନଦୀଗୁଡିକୁ କେନାଲଦ୍ଵାରା ଯୋଡି ଦେବା ପାଇଁ ସରକାରୀ ସ୍ତରରେ ବିଚାର ଚାଲିଛି ଯାହା ଫଳରେ ଶୁଷ୍କ ଅଞ୍ଚଳକୁ ଜଳଯୋଗାଣ ହୋଇପାରିବ   ।

(୩) ଭୂତଳ ଜଳସଂଗ୍ରହରେ ନିୟନ୍ତ୍ରଣ  :

ଭୂତଳ ଜଳର ବହୁଳ ବ୍ୟବହାର ଦ୍ଵାରା ଜଳ ନିମ୍ନଗାମୀ ହୋଇ ଜଳସ୍ତର ହ୍ରାସ ହୋଇଥାଏ   । ଉପକୁଲ ଅଞ୍ଚଳରେ ଅତ୍ୟଧିକ ଜଳ ଉଠାଇବା ଦ୍ଵାରା ନିକଟରେ ଥିବା ସମୁଦ୍ରର ଲୁଣିଜଳ କୁଅମାନଙ୍କରେ ଝଋ ଆସୁଛି   ।  ତେଣୁ ଭୂଗର୍ଭସ୍ଥ ଜଳ ଉତ୍ତୋଳନ କମ କରିବା ଆବଶ୍ୟକ   ।

(୪) ଜଳର ଅପବ୍ୟବହାର ନିୟନ୍ତ୍ରଣ  :

ସାଧାରଣତଃ ଲୋକମାନେ ଜଳ ନଷ୍ଟହେବା ଦିଗରେ ଆଦୌ ସଚେତନ ହୋଇନଥାନ୍ତି   ।  ଏହା ଫଳରେ ଜଳ ଅନେକ ପରିମାଣରେ ନଷ୍ଟ ହୋଇଯାଏ   ।  ଆମେ ସେ ଦିଗର ଯତ୍ନଶୀଳ ହେଲେ ଅଯଥାରେ ନଷ୍ଟ ହୋଇଯାଉଥିବା ଜଳକୁ ସଂରକ୍ଷିତ କରିପାରିବା ଏବଂ ଜଳ ସଂଗ୍ରହ କରି ରାଖୀପାରିବା   ।  ସେହିପରି କୃଷିକ୍ଷେତ୍ରରେ ଆବଶ୍ୟକତାଠାରୁ ଅଧିକ ଜଳ କ୍ଷୟ ହୁଏ  ।  କେନାଲ ଦ୍ଵାରା ଚାଷକଲେ  ୪୦% ଜଳକ୍ଷୟ କମିଯାଇଥାଏ   । ଆଜିକାଲି ଛିଞ୍ଚା ଜଳସେଚନ ଓ ବୁନ୍ଦା ଜଳସେଚନ ପ୍ରଣାଳୀରେ ଅଳ୍ପଜଳରେ ବେସୀ ପରିମାଣରେ ଜମିସେଚିତ ହୋଇପାରୁଛି   ।  ଯେପରି ସର୍ବନିମ୍ନ ଆବଶ୍ୟକ ପରିମାଣରେ ଜଳ ସେମାନେ ବ୍ୟବହାର କରିବେ ,  ସେ ଦିଗରେ ଯଥେଷ୍ଟ ଦ୍ରୁଷ୍ଟିଦେବା ଏକାନ୍ତ ଆବଶ୍ୟକ   ।  ଏତତବ୍ୟତୀତ ବ୍ୟବହୃତ ଜଳର ପୁନଃବିନିଯୋଗ ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରିବା ଦରକାର  ।

(୫) ଜଳ ପ୍ରଦୂଷଣ ନିୟନ୍ତ୍ରଣ  :

ପ୍ରଦୂଷିତ ଓ ସଂକ୍ରମିତ ଜଳ ସମଗ୍ର ଜୀବଜଗତ ପାଇଁ ବିପଦ   ।  ଏକ ନିରୋଗ ଜୀବନ ଜଳର ଶୁଦ୍ଧତା ଉପରେ ହିଁ ନିର୍ଭରକରେ   ।  ତେଣୁ ଜଳ ପ୍ରଦୂଷଣକୁ ଆମେ ଯଥାସମ୍ଭବ ନିୟନ୍ତ୍ରଣ କଲେ ଓ ପ୍ରଦୂଷିତ ଜଳକୁ ବିଶୋଧନ କରାଇଲେ   ,  ଜଳ ଶୁଦ୍ଧ ଓ ବ୍ୟବହାର ଉପଯୋଗୀ ହୋଇପାରିବ   ।  ଜଳ ବିଷୟରେ ସଚେତନା ଜାଗ୍ରତ କରାଗଲେ   , ଭବିଷ୍ୟତର ଜଳ ସଙ୍କଟକୁ ସାମ୍ନା କରିହେବ   ।

(୬) ଜଳ ସଂରକ୍ଷଣ ଏବଂ ଏହାର ସୁପରିଚାଳନା  : ଜଳ ସଂରକ୍ଷଣ ନିମ୍ନଲିଖିତ ଉପାୟରେ କରାଯାଇପରେ   ।

  1. ଚାଷକାର୍ଯ୍ୟରେ ନଷ୍ଟ ହେଉଥିବା ଅଧିକ ଜଳକୁ ଜଳସେଚନ ପ୍ରଣାଳୀରେ ନିୟନ୍ତ୍ରଣ କରି ସଂରକ୍ଷଣ କରାଯାଇପାରିବ   ।
  2. କଳାକାରଖାନାରେ ପାଣିକୁ ବାରମ୍ବାର ବ୍ୟବହାର କଲେ ଜଳର ଅନାବଶ୍ୟକ କ୍ଷୟକୁ ରୋକାଯାଇପାରିବ   ।
  3. ପତିତ ଜଳକୁ ବିଶୋଧିତ କରି ପୁନଃ ବ୍ୟବହାର ଉପଯୋଗୀ କରିବା  ।
  4. ବର୍ଷା ଜଳକୁ ସଂରକ୍ଷିତ କରି ରଖିବା   ।
  5. ଜଳମଣ୍ଡଲରେ ସୁରକ୍ଷା କରି ଜଳର ମିତବ୍ୟୟିତାରେ ଉନ୍ନତି କରିବା   ।

ଖଣିଜ ସମ୍ପଦ

ପୃଥିବୀ ପୃଷ୍ଠରେ ପ୍ରକୃତି ଅମାପ ଖଣିଜ ସମ୍ପଦ ଭରି ରଖିଛି  ।  ଏହାକୁ ପ୍ରକୃତିର ଦାନ ବୋଲି କୁହାଯାଏ  ।  ଏହା ଏକ ସୀମିତ ପ୍ରାକୃତିକ ସମ୍ପଦ  ।  ଖଣିରୁ ବାହାରକରାଯାଇ ବ୍ୟବହାରରେ ଲାଗିଲାପରେ ଏହା  ଆଉ ପୂର୍ବାବସ୍ତାକୁ ଫେରିନଥାଏ    ।  ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ବିକାଶ ଫଳରେ ପୃଥିବୀରେ ଗଚ୍ଛିତ ଖଣିଜ ଦ୍ରବ୍ୟର ଉପଯୋଗ ଦ୍ରୁତଗତିରେ ବୃଦ୍ଧିପାଇଛି  । ଖଣିରୁ ବାହାରିବାବେଳେ ଖଣିଜଦ୍ରବ୍ୟଗୁଡିକ ବିଭିନ୍ନ ଶିଳା ସହିତ  ମିଶ୍ରିତ ଅବସ୍ଥାରେ ଥାଏ   ।  ସେତେବେଳେ ତାହାକୁ ଖଣିଜ ପିଣ୍ଡ କୁହାଯାଏ   । ଖଣିରୁ ବାହାରିବା ପରେ ଖଣିଜ ପିଣ୍ଡଗୁଡିକୁ ବିଭିନ୍ନ ପଢାତ୍ତିରେ ପରିଷ୍କୃତ କରାଯାଇ ତହିଁରୁ ପ୍ରକୃତ ଖଣିଜ ପଦାର୍ଥ କୁ ପୃଥକ କରାଯାଏ  ।  ଉଦ୍ଭିଦ ଏବଂ ପ୍ରାଣୀମାନଙ୍କ ଲାଗି ଖଣିଜ ଦ୍ରବ୍ୟର ଆବଶ୍ୟକତା ରହିଛି  । ପ୍ରାଣୀମାନଙ୍କ ଶରୀର ଆବଶ୍ୟକ କରୁଥିବା ମୁଖ୍ୟ ଖଣିଜ ଦ୍ରବ୍ୟ   ଗୁଡିକ ହେଲେ କାଳସିୟମ , ଫସଫରସ , ସୋଡିୟମ,  କ୍ଳୋରିନ , ମାଗ୍ନେସିୟମ , ସଲଫର   ।  କ୍ଷୁଦ୍ର ଖଣିଜଦ୍ରବ୍ୟ ଗୁଡିକ ହେଲା   ।  ଲୁହା , କାଫର,  କୋବାଲାତ , ମାଙ୍ଗାନିଜ , କ୍ରୋମାଇଟ , ଅଭ୍ର , କୋଇଲା , ଚୂନପଥର ପ୍ରଭୁତି ଖଣିଜ ସମ୍ପଦ ପ୍ରଚୁର ପରିମାଣରେ ରହିଅଛି  ।  ଭାରତରେ ଖଣିଜ ସମ୍ପଦର ଅନୁସନ୍ଧାନ କରିବା ପାଇଁ ଭାରତୀୟ ଭୂତତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ଏବଂ ତୈଳ ଓ ପ୍ରାକୃତିକ ବାଷ୍ପ ଆୟୋଗ ଭଳି କେତେକ ରାଷ୍ଟ୍ରାୟତ୍ତ ସଂସ୍ଥାମାନ ଗଠନ କରାଯାଇଛି   ।

ଭାରତର ଖଣିଜ ସମ୍ପଦକୁ ମୁଖ୍ୟତଃ ତିନିଶ୍ରେଣୀରେ ବିଭକ୍ତ କରାଯାଇଛି  ।  ଯଥା  :

୧. ଧାତବ ଖଣିଜ

୨. ଅଧାତବ ଖଣିଜ

୩. ଜାଳେଣୀ ଖଣିଜ

(୧)ଧାତବ ଖଣିଜ  :

ଧାତୁଥିବା ଖଣିଜପଦାର୍ଥକୁ ଧାତବ ଖଣିଜ ପଦାର୍ଥ କୁହାଯାଏ  । ଲୁହାପଥର , ମାଙ୍ଗାନିଜ , କ୍ରୋମାଇଟ ,  ଆଦି ଭାରତର ମୁଖ୍ୟ ଧାତବ ଖଣିଜ   ।  ଏହା ବ୍ୟତୀତ ସୁନା,  ରୂପା ,  ତମ୍ବା , ସୀସା ,ଦସ୍ତା ଆଦି ଧାତବ ଖଣିଜ ଅନ୍ତର୍ଭୁକ୍ତ     ।

ଲୁହାପଥର   :

ଲୁହାପଥର ଉତ୍ପାଦନରେ ଭାରତର ସ୍ଥାନ ପୃଥିବୀରେ ଚତୁର୍ଥ   ।  ଭାରତର ମୁଖ୍ୟ ଲୁହାପଥର ଖଣିଜଗୁଡିକ ବିହାର , ଓଡିଶା ,  ଓ ମଧ୍ୟପ୍ରଦେଶରେ ରହିଅଛି   ।  ଅନ୍ୟାନ୍ୟ ରାଜ୍ୟଗୁଡିକ ମଧ୍ୟରେ ଗୋଆ , କର୍ଣ୍ଣାଟକ , ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ କିଛି ପରିମାଣରେ ଲୁହାପଥର ରହିଅଛି   ।  ଆମ ଦେଶରୁ ଉତ୍ପାଦିତ ଲୁହାପଥର ମୁଖ୍ୟତଃ ଦେଶରେ ଥିବା ବିଭିନ୍ନ ଲୌହଇସ୍ପାତ କାରଖଣାମାନଙ୍କରେ କଞ୍ଚାମାଳ ରୂପେ ବ୍ୟବହୃତ ହୋଇଥାଏ   ।  ଉତ୍ପାଦିତ ଲୁହାପଥର କିଛି ଅଂଶ ବିଶାଖାପାଟନମ , ମର୍ମାଗୋଆ ଏବଂ ପାରାଦ୍ଵୀପ ବନ୍ଧନ ଦେଇ ବିଦେଶକୁ ରପ୍ତାନି କରାଯାଇ ବୈଦେଶିକ ମୁଦ୍ରା ଅର୍ଜନ କରାଯାଉଛି  ।  ଚାରି ପ୍ରକାର ଲୌହପଥର ରହିଛି ଯଥା  - ହେମାଟାଇଟ ,  ଲିମୋନାଇଟ , ମାଗନେଟାଇଟ ଓ ସିଡେରାଇଟ   ।

ମାଙ୍ଗାନିଜ  :

ଏହା ମୁଖ୍ୟତଃ ମିଶ୍ରଧାତୁ ପ୍ରସ୍ତୁତିରେ ବ୍ୟବହୃତ ହୁଏ  ।  ଏହାଛଡା ଉନ୍ନତ ଧରଣର ଇସ୍ପାତ ତିଆରି କରିବା ପାଇଁ ମଧ୍ୟ ଏହା ବ୍ୟବହୃତ ହୋଇଥାଏ   ।  ମହାରାଷ୍ଟ୍ରର ନାଗପୁର ଓ ରତ୍ନଗିରି , ମଧ୍ୟପ୍ରଦେଶର ବାଲାଘାଟ ଓ ଛିନ୍ଦୱାର ,  ବିହାରର ସିଂହଭୂମି ଓ ଓଡିଶାର ସୁନ୍ଦରଗଡ ,  କୋରାପୁଟ ,  କଳାହାଣ୍ଡି ,  ଓ ବଲାଙ୍ଗୀର ଜିଲ୍ଲାମାନଙ୍କରେ ମାଙ୍ଗାନିଜ ଖଣିମାନ ରହିଅଛି   ।  ଦେଶରେ ଉତ୍ପାଦିତ ମାଙ୍ଗାନିଜ ବହୁଳ ପରିମାଣରେ ବିଶେଷକୁ ରପ୍ତାନି କରାଯାଉଛି   ।

ସୁନା  :

ଏହା ଏକ ଅତି ମୂଲ୍ୟବାନ ଖଣିଜପଦାର୍ଥ   ।  ଭାରତରେ ଅତି ଅଳ୍ପ ପରିମାଣରେ ସୁନା ମିଳିଥାଏ   ।  କର୍ଣ୍ଣାଟକର କୋଲାର ଓ ହୁଟ୍ଟୀ ଏବଂ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ରାମଗିରିଠାରେ ସୁନାଖଣିମାନ ରହିଅଛି   ।  ଏହା ବ୍ୟତିତ ତାମିଲନାଡୁର ନୀଳଗିରି,  କେରଲର କୋଜିକୋଡ ଓ ରାଜସ୍ଥାନର ଝୁନ ଝୁନ ଜିଲ୍ଲାରେ ସୁନାଖଣିର ସନ୍ଧାନ ମିଳିଛି   ।  ସାରା ପୃଥିବୀରେ ସୁନାକୁ ବୈଦେଶିକ ବିନିମୟ ମୁଦ୍ରାର ମାନକ ରୂପେ ଗଣନା କରାଯାଏ ।

ତମ୍ବା  :

ବର୍ତ୍ତମାନ ଯୁଗରେ ବୈଦୁତିକ ଶିଳ୍ପ ପାଇଁ ତମ୍ବାର ଆବଶ୍ୟକତା ଅଧିକ   ।  ଏହାଛଡା ପିତ୍ତଳ ବାସନ ତିଆରି ପାଇଁ ମଧ୍ୟ ତମ୍ବା ବ୍ୟବହୃତ ହୁଏ   ।  ଭାରତରେ ମୁଖ୍ୟ ତମ୍ବା ଖଣିଗୁଡିକ ବିହାରର ମୂଷାବଣି ଓ ପଥରଗଡ ଏବଂ ରାଜସ୍ଥାନର କ୍ଷେତ୍ରୀଠାରେ ରହିଅଛି   ।  ଏତତବ୍ୟତୀତ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକର କେତେକ ଜିଲ୍ଲାମାନଙ୍କରେ ମଧ୍ୟ ତମ୍ବା ଖଣିମାନ ରହିଛି  ।

ବକସାଇଟ  : ଏହି ଖଣିଜପିଣ୍ଡକୁ ଆଲୁମିନିୟମ ଉତ୍ପାଦନ ହୁଏ   ।  ବକସାଇଡ ଉତ୍ପାଦନରେ ଭାରତ ଆତ୍ମନିର୍ଭରଶୀଳ   । ବିହାର , ଗୁଜୁରାଟ , ମଧ୍ୟପ୍ରଦେଶ , କର୍ଣ୍ଣାଟକ ଏବଂ ଓଡିଶାର ବିଭିନ୍ନ ଆଞ୍ଚଲରେ ବକସାଇଡ ମିଳିଥାଏ   ।  ଏହା  ମୁଖ୍ୟତଃ ଶିଳ୍ପ ,  ବ୍ୟୋମଜାଣ , ତିଆରି , ପରିବହନ ସାମଗ୍ରୀ ପ୍ରସ୍ତୁତି ଏବଂ ଗୃହଉପକରଣ ତିଆରି ପାଇଁ ବ୍ୟବହୃତ ହୋଇଥାଏ   ।

ସୀସା, ଦସ୍ତା ଓ ରୂପା  : ସୀସା, ଦସ୍ତା ଓ ରୂପା ଭାରତରେ ଅଳ୍ପ ପରିମାଣରେ ମିଳିଥାଏ   ।  ରାଜସ୍ଥାନର ଜୱାର ଆଞ୍ଚଲରେ ସୀସା ଓ ଦସ୍ତା ଖଣି ଅଛି  ।  କର୍ଣ୍ଣାଟକର କୋଲାର ଏବଂ ହୁଟ୍ଟି ସୁନାଖଣି ଅଞ୍ଚଳରୁ ରୂପା ସଂଗ୍ରହ  କରିଯାଏ   ।  ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶ , ଗୁରୁରାଟ, ଓଡିଶା ଓ ସିକିମ ରାଜ୍ୟମାନଙ୍କରେ ଏହି ଧାତୁମାନ ଗଚ୍ଛିତ ଥିବାର ସନ୍ଧାନ ମିଳିଛି  ।

ପାରଦ  : ପାରଦ ଏକ ତରଳ ଧାତବ ପଦାର୍ଥ   ।  ଏହା ଥର୍ମୋମିଟର , ଦନ୍ତ ଏବଂ ବିଦ୍ୟୁତ ସ୍ଵିଚବୋର୍ଡରେ ବ୍ୟବହୃତ ହୁଏ   ।

(୨) ଅଧାତବ ଖଞ୍ଜ  :ଧାତୁ ବିହୀନ ଖଣିଜ ପଦାର୍ଥକୁ ଅଧାତବ ଖଣିଜ କୁହାଯାଏ   ।  ଏହି ଖଣିଜପଦାର୍ଥଗୁଡିକ ହେଲେ ଆଯବେଷ୍ଟସ ,  କୋରୁନଦମ , ଫସଫେଟ ସଲଫର ଇତ୍ୟାଦି  ।  ଭାରତରେ ଉତ୍ପାଦିତ ଅଧାତବ ଖଣିଜ ପଦାର୍ଥମାନଙ୍କ ମଧ୍ୟରେ ଚୂନପଥର ଓ ଅଭ୍ର ଅନ୍ୟତମ   ।

ଚୂନପଥର   :

ଚୂନପଥର ମୁଖ୍ୟତଃ ଲୌହ , ଇସ୍ପାତ ଓ ସିମେଣ୍ଟ ଶିଳ୍ପ ପାଇଁ ନିତାନ୍ତ ଆବଶ୍ୟକ   ।  ମଧ୍ୟପ୍ରଦେଶର କଟନି ଓ ରେୱା , ରାଜସ୍ଥାନରେ ବୁନ୍ଦି ଓ ଯୋଧପୁରଠାରେ ଚୂନପଥର ଖଣିମାନ ରହିଛି  ।

ଅଭ୍ର  :

ବୈଦୁତିକ ଶିଳ୍ପରେ ଅଭ୍ରର ବ୍ୟବହାର ଅଧିକ   ।  ବିହାରର ହଜାରବାଗ , ଗୟା , ଆନ୍ଧ୍ରପ୍ରଦେଶର ନେଲୋର ଏବଂ ରାଜସ୍ଥାନର ଭିଲୱାରା  ଜିଲ୍ଲାର ଅଭ୍ରଖଣି ଭାରତର ବିଖ୍ୟାତ   ।  ଅଭ୍ର ଉତ୍ପାଦନରେ ଭାରତର ସ୍ଥାନ ପୃଥିବୀରେ ପ୍ରଥମ  ।

ଜିପସମ  :

କାଗଜ ,  ସାର ,  ସିମେଣ୍ଟ ,  ଓ ରାସାଯନିକ ଶିଳ୍ପରେ ଜିପସମ ବ୍ୟବହୃତ ହୁଏ   ।  ତାମିଲନାଡୁର ତିରୁଚିରାପଲ୍ଲୀ ରାଜସ୍ଥାନର ଯୋଧପୁର ,  ବିକାନିରଠାରେ ଜିପସମ ଖଣିମାନ ଅଛି   ।

(୩) ଜାଳେଣୀ ଖଣିଜ  :

ଜାଳେଣୀ ଭାବରେ ବ୍ୟବହୃତ ହୋଇ ଶକ୍ତି ଯୋଗାଉଥିବା ପଦାର୍ଥଗୁଡିକ ଜାଳେଣୀ ଖଣିଜ କୁହାଯାଏ    ।  ଏଗୁଡିକ ମଧ୍ୟରେ କୋଇଲା   ,  ଖଣିଜତୈଳ ଓ ଆଣବିକ ଧାତୁଗୁଡିକ ପ୍ରଧାନ   ।

କୋଇଲା  :

ଭୂଗର୍ଭରେ ପୋତି ହୋଇପଡିଥିବା ଅରଣ୍ୟଗୁଡିକର ଜୀବାଶ୍ମରୁ କୋଇଲା ସୃଷ୍ଟି ହୋଇଥାଏ   ।  ତହିଁରେ ଥିବା ଅଙ୍ଗାରର ଅନୁଆପାତ ଓ ଉତ୍ତାପ ପ୍ରଦାନକାରୀ ଶକ୍ତିକୁ ବିଚାରକୁ ନେଇ କୋଇଲାକୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଇଛି   ।  ଯଥା  - ଆନ୍ଥାସାଇଟ ,  ବିଟୁମିନସ ,  ଲିଗନାଇଟ ଓ ପିଚୁ  ।  କୋଇଲାରୁ ଆଲକାତାରା   ।  ଆମେନିୟା ,  ବିଭିନ୍ନ ପ୍ରକାରର ରଙ୍ଗ ଓ ଅନେକ ରାସାଯନିକ ପଦାର୍ଥ ତିଆରି ହୋଇଥାଏ   ।  କୋଇଲାକୁ ଜାଳେଣୀ ରୂପେ ବ୍ୟବହାର କରି ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକରେ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଏ   ।  ଭାରତର ବିହାର ରାଜ୍ୟରେ ସର୍ବାଧିକ ପରିମାଣର  କୋଇଲା ଉତ୍ପାଦନ କରାଯାଏ   ।

ଖଣିଜତୈଳ :

ଭୂଗର୍ଭରେ ଜଳ,  ପ୍ରାକୃତିକ ବାଷ୍ପ ଓ ଅନ୍ୟାନ୍ୟ ପଦାର୍ଥ ସହ ମିଶି ସ୍ତରୀଭୁତ ଶିଳା ମଧ୍ୟରେ ଖଣିଜ ତୈଳ ସଞ୍ଚିତ ଥାଏ   ।  ଭୂଗର୍ଭରୁ ଖଣିଜତୈଳ ପାଇପ ସାହାଯ୍ୟରେ ପମ୍ଫକରି ନିଷ୍କାସନ କରାଯାଏ   ।  ଏହି ଖଣିଜତୈଳକୁ ବିଶୋଧନାଗାରରେ ବିଶୋଧନ କରାଯାଇ ପେଟ୍ରୋଲ , ଡିଲେଜ , କିରୋସିନ ,  ଭେସଲିନ ,  ପାରାଫିନ ଆଦି ପ୍ରସ୍ତୁତ କରାଯାଇଥାଏ   ।  ଭାରତରେ ଆସାମର ଦିଗବୋଇ ଓ ନହରକାଟିଆ , ମହାରାଷ୍ଟ୍ର ଉପକୁଳର ବମ୍ବେହାଇ ଠାରେ ତୈଳକୂପମାନଙ୍କଠାରୁ ଅଶୋଧିତ ତୈଳ ଉତ୍ପାଦନ କରାଯାଉଛି   ।

ଆଣବିକ ଧାତୁ  :

ୟୂରାନିୟମ ,  ଥୋରିୟମ  ,  ଇଲେମିନାଇଟ ,  ମୋନଜାଇଟ ଆଦି ତେଜଷ୍କ୍ରିୟ ଧାତୁକୁ ଆଣବିକ ଧାତୁ କୁହାଯାଏ   ।  ଏଗୁଡିକ ପରମାଣୁ ଶକ୍ତିର ଇନ୍ଧନ ରୂପେ ବ୍ୟବହୃତ ହୋଇଥାଏ   ।  ଭାରତରେ ବିହାର ରାଜ୍ୟର ଯାଦୁଗୁଡାଠାରେ ୟୂରାନିୟମ ମିଳେ   ।  ବିହାର ଓ ରାଜସ୍ଥାନର ଥୋରିୟମ ଏବଂ କେରଲ , ଓଡିଶା ଓ ତାମିଲନାଡୁର ଉପକୂଳବର୍ତ୍ତୀ ସମୁଦ୍ରବାଲିରୁ ଇଲେମିନାଇଟ ଓ ମୋନାଜାଇଟ ସଂଗ୍ରହ କରାଯାଏ   ।

ଖଣିଜ ସମ୍ପଦ ନିଷ୍କର୍ଷଣର ପରିବେଶ ଉପରେ ପ୍ରଭାବ

ଖଣିଜ ସମ୍ପଦ କିମ୍ବା ଖଣିଜ ଜାଳେଣିର ବ୍ୟବହାର ପରିବେଶ ଉପରେ ଯେତିକି ପ୍ରଭାବ ପକାଇନଥାଏ  , ଖଣିଜ ଦ୍ରବ୍ୟର ନିଷ୍କର୍ଷଣର ପ୍ରଭାବ ବିଶେଷ ଭାବରେ ପରିବେଶ ଉପରେ ପଡିଥାଏ   । କୋଇଲା ଖଣିଦ୍ଵାରା ଆମେରିକା ,  ଇଂଲଣ୍ଡ ଏବଂ ଜର୍ମାନୀ ଆଦି ଦେଶ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି   । ଖଣିକର୍ମଦ୍ଵାରା ଭୂ-ପୃଷ୍ଠର କାର୍ଯ୍ୟଧାରା ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ମୃତ୍ତିକା , ଜଳ ଏବଂ ବାୟୁ ପ୍ରଦୂଷଣ ମଧ୍ୟ ହୋଇଥାଏ  ।  ଖଣିକର୍ମ ଦ୍ଵାରା ଯେଉଁ ଭୂମି ନଷ୍ଟ ହୋଇଯାଇଥାଏ   ତାକୁ ପରିତ୍ୟକ୍ତ ଜମି କୁହାଯାଏ   ।  ସେହି ପରିତ୍ୟକ୍ତ ଜମିକୁ ଉଦ୍ଧାର କରିବା ପାଇଁ ପୁନଃଜଙ୍ଗଲୀକରଣ ପ୍ରକ୍ରିୟା ଆବଶ୍ୟକତା  ରହିଥାଏ । ଖଣିରୁ ବାହାରୁଥିବା ବର୍ଜ୍ୟବସ୍ତୁରେ ସଲଫର ଏବଂ ସଲଫ୍ୟୁରିକ ଏସିଡ ରହୁଥିବାରୁ ତାହା ଜଳଦ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ  ।  ସେହିପରି ସୁନା,  ରୂପା,  ଆଦି ଭୂଗର୍ଭରୁ ଖୋଳିବା ବେଳେ ମଧ୍ୟ ଅନେକ ଝରଣା ଏବଂ ନଦୀଶଯ୍ୟା କ୍ଷତିଗ୍ରସ୍ତ ହୋଇଥାନ୍ତି   ।

ଏହିପରି ଅନ୍ଧାଧୁନିଆ ଭାବରେ ଖଣିଜ ସାମଗ୍ରୀ ଉତ୍ତୋଳନ କରାଯାଉଥିବା ଯୋଗୁଁ ପ୍ରଦୂଷଣ ଜନିତ ସମସ୍ୟା ଉଦବେଗଜଣକ ହୋଇ ଜୀବଜଗତ ସ୍ଥିତିରେ ପହଞ୍ଚିଲାଣି   । ବିଜ୍ଞାନ ସମ୍ମତ ଉପାୟରେ ଖଣିଜ ସାମଗ୍ରୀ ଉତ୍ତୋଳନ ପାଇଁ ଇସ୍ପାତ ଓ ଖଣି ବିଭାଗ ଉଦ୍ୟମ କାଲେ ଏ ଭୟାବହ ପରିସ୍ଥିତିର ସମାଧାନ ହୋଇପାରନ୍ତା   ।

ଖଣିଜ ସମ୍ପଦ ସଂରକ୍ଷଣ ଓ ସୁବିନିଯୋଗ

ଖଣିଜ ସମ୍ପଦର ସଂରକ୍ଷଣ ଏବଂ ସୁବିନିଯୋଗ କରିବା ପ୍ରତ୍ୟେକ ଭାରତୀୟର କର୍ତ୍ତବ୍ୟ   ।  ଭାରତରେ ସରକାରୀ ଏବଂ ବେସରକାରୀ ସଂସ୍ଥାମାନେ ଏହି ସମ୍ପଦର ସଂରକ୍ଷଣ ଏବଂ ସୁବିନିଯୋଗ ପାଇଁ ବହୁ ପଦକ୍ଷେପ ନେଇଛନ୍ତି   ।

ଦେଶରେ ଖଣିଜ ସମ୍ପଦ ସୀମିତ ହୋଇଥିବାରୁ ଏହାର ସଂରକ୍ଷଣ ଏକାନ୍ତ ଆବଶ୍ୟକ   ।  ଖଣିମାନଙ୍କରୁ ଆବଶ୍ୟକତା ଅନୁସାଏ ଖଣିଜ ପଦାର୍ଥ ଉତ୍ତୋଳନ ଓ ତାର ଉପଯୁକ୍ତ ବିନିଯୋଗ ନିମନ୍ତେ ଅତ୍ୟାଧୁନିକ ପଦ୍ଧତିର ଉପଯୋଗ ଦ୍ଵାରା ତାହାର ସଂରକ୍ଷଣ ହୋଇପାରିଛି   ।  ଧାତୁ ନିମିତ୍ତ ଯନ୍ତ୍ରପାଟି ଏବଂ ଅନ୍ୟାନ୍ୟ ଧାତବ ପଦାର୍ଥଗୁଡିକ ପୁରୁଣା ହୋଇଗଲେ ସେଗୁଡିକୁ ନଷ୍ଟ କରାନଯାଇ ଆଧୁନିକ ପଦ୍ଧତି ସାହାଯ୍ୟରେ ପୁନଃ ବ୍ୟବହାର କରାଯାଉଛି   ।  ଏହାଦ୍ଵାରା ଖଣିଜ ପଦାର୍ଥର ସୁବିନିଯୋଗ ସାଙ୍ଗକୁ ସଂରକ୍ଷଣ ମଧ୍ୟ ହେଉଅଛି   ।  ଖଣିଜତୈଳ ଓ ପେଟ୍ରୋଲିୟମ ଜାତ ଦ୍ରବ୍ୟର ପ୍ରତିବଦଳରେ ଅଣପାରମ୍ପାରିକ ଶକ୍ତିର ବ୍ୟବହାର କରାଯାଇପାରିଲେ ପେଟ୍ରୋଲ ଭଳି ମୂଲ୍ୟବାନ ସମ୍ବଳର ସଂରକ୍ଷଣ ହୋଇପାରିବ । ଏହା ଫଳରେ ଦେଶର ପେଟ୍ରୋଲ ଆମଦାନୀ ସକାଶେ ବୈଦେଶିକ ମୁଦ୍ରାର ଖର୍ଚ୍ଚ ବହୁତ କମିଯାଇପାରିବ   ।  ଏହାଛଡା ଖଣିର ନିଷ୍କାସନ ବା ଉତ୍ତୋଳନ ବେଳେ କୌଣସି ଅଂଶ ନଷ୍ଟ ନକରିବା ଦ୍ଵାରା ଏହାର ସଂରକ୍ଷଣ କିଛି ପରିମାଣରେ ସମ୍ଭବପର ହେବ  ।  ସଂପୂର୍ଣ୍ଣ ସ୍ଵାକ୍ଷରତା ସହ ବ୍ୟବହାର କରାଯାଇ ପାରିଲେ ପେଟ୍ରୋଲ ଭଳି ମୂଲ୍ୟବାନ ସମ୍ବଳର ସଂରକ୍ଷଣ ହୋଇପାରିବ    । ଏହା ଫଳରେ ଦେଶର ପେଟ୍ରୋଲ ଆମଦାନୀ ସକାଶେ ବୈଦେଶିକ ମୁଦ୍ରାର ଖର୍ଚ୍ଚ ବହୁତ କମିଯାଇପାରିବ   ।  ଏହାଛଡା ଖଣିର ନିଷ୍କାସନ ବା ଉତ୍ତୋଳନ ବେଳେ କୌଣସି ଅଂଶ ନଷ୍ଟ ନକରିବା ଦ୍ଵାରା ଏହାର ସଂରକ୍ଷଣ କିଛି ପରିମାଣରେ ସମ୍ଭବପର ହେବ   ।  ସମ୍ପୁର୍ଣ୍ଣ ସ୍ଵାକ୍ଷରତା ସହ ଜନସଚେତନତା ଓ ସରକାରୀ ପ୍ରଚେଷ୍ଠା ବଳରେ  ଖଣିଜ ସମ୍ପଦର ସଂରକ୍ଷଣ ଓ ସୁବିନିଯୋଗ ନିଶ୍ଚିତ ହୋଇପାରିବ   ।

ଖାଦ୍ୟ ସମ୍ପଦ  :

ଖାଦ୍ୟ ମନୁଷ୍ୟର ଏକାନ୍ତ ଆବଶ୍ୟକ ପଦାର୍ଥ   ।  ଯେକୌଣସି କଠିନ ବା ତରଳ ପଦାର୍ଥ ଯାହାକୁ ଆହାରଣ କରି ପରିପାକ କରି ଶରୀରରେ ମିଶାଇଦେବା ଦ୍ଵାରା ଶରୀର ସୁସ୍ଥ ରହେ , ତାହାକୁ ଖାଦ୍ୟ କୁହନ୍ତି  ।  ଖାଦ୍ୟ ମନୁଷ୍ୟର ଏକାନ୍ତ ଆବଶ୍ୟକ ପଦାର୍ଥ   । ଆମେ ଯେଉଁ “ ଖାଦ୍ୟ “ ଖାଇଥାଉଁ ତାହା ଜହମ ହୋଇ ,  ଶରୀରରେ ମିଶି ,  ଶରୀରର ରକ୍ଷଣାବେକ୍ଷଣା ଓ ବୃଦ୍ଧିସାଧନ ପାଇଁ ବ୍ୟବହୃତ ହୋଇଥାଏ ଓ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଇଥାଏ   ।  ଖାଦ୍ୟ ଯେ ଆମର ସାମାଜିକ , ଜାତୀୟ ଗୋଷ୍ଠୀଗତ ଓ ଧାର୍ମିକ ଜୀବନର ଗୋଟିଏ ଅଂଶ ,  ଏହା ଆମେ ଅନୁଭବ କରିଆସୁଛୁ  ।  ଖାଦ୍ୟର ଯେଉଁ ଉପାଦାନ ଉପଯୁକ୍ତ ପରିମାଣରେ ଆହରଣ କରିବା ଦ୍ଵାରା ଶରୀରର ବୃଦ୍ଧିସାଧନ , ପ୍ରଜନନ ଓ ସୁସ୍ଥ ଜୀବନଧରଣ ସମ୍ଭବ ହୁଏ   ,  ତାହାକୁ ପୁଷ୍ଟି କହନ୍ତି   ।  ଖାଦ୍ୟ ଏବଂ କୃଷି ସଂଗଠନର ମତ ଅନୁସାରେ  ୧୫ ରୁ ୨୦ ଲକ୍ଷ ଶିଶୁ ପ୍ରତିବର୍ଷ ଅପପୃଷ୍ଟିର ଶିକାର ହୋଇ ମୃତ୍ୟୁମୁଖରେ ପଡନ୍ତି   ।  ଅନ୍ୟମାନେ ଖାଦ୍ୟର ଅଭାବଜନିତ ରୋଗ ,  ମାନସିକ ବିକାର ଏବଂ ବୃଦ୍ଧିରେ ଶାରୀରିକ ଓ ମାନସିକ ବିକାଶର ଆଦି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି   ।

ଖାଦ୍ୟ ସମସ୍ୟା  :

ଦେଶରେ ଜନସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବା ଯୋଗୁଁ ଖାଦ୍ୟ ସମସ୍ୟା ଏକ ମୁଖ୍ୟ ସମସ୍ୟାରୂପେ ଦେଖାଦେଇଛି    । ଯଦି ମିଳୁଥିବା ଖାଦ୍ୟଦ୍ରବ୍ୟ ଆବଶ୍ୟକତା ପୂରଣ କରିପାରେ ନାହିଁ   ,  ତେବେ ଦେଶ ଖାଦ୍ୟାଭାବର ସମ୍ମୁଖୀନ ହୋଇଛି ଓ ଦେଶରେ ଖାଦ୍ୟଶସ୍ୟର ସମସ୍ୟା ଦେଖାଦେଇଛି ବୋଲି ବିବେଚନା କରାଯାଏ   ।  ଆମ ଦେଶର ଖାଦ୍ୟ ବଜେଟରୁ ଜଣାପଡେ ଯେ ବହୁବର୍ଷ ଧରି ଦେଶ ଉତ୍କଟ ସମସ୍ୟାର ସମ୍ମୁଖୀନ ହେଲାପରେ ବର୍ତ୍ତମାନ ମୋଟମୋଟି ଭାରେ ସେହି ସମସ୍ୟାର ସମାଧାନ ହୋଇପାରିଛି   ।

ଖାଦ୍ୟ ଆବଶ୍ୟକତାର ର  ଦୁଇଗୋଟି ଦିଗ ରହିଛି   । ଯଥା : ଗୁଣାତ୍ମକ ଡ଼ିଆଇଜି ଓ ପରିମାଣତ୍ମକ ଡ଼ିଆଇଜି   । ପ୍ରତ୍ୟେକ ମଣିଷକୁ ସୁସ୍ଥ ସବଳ ଓ କାର୍ଯ୍ୟଦକ୍ଷ କରିବା ପାଇଁ ମାଛ  , ମାଂସ ,  ଅଣ୍ଡା , ଦୁଧ ଓ ଫଳ ଆଦି ପୃଷ୍ଟିକର ଖାଦ୍ୟ ଆବଶ୍ୟକ   ।  ମାତ୍ର ଆମେ ଦେଶର ଅଧିକାଂଶ ଲୋକ ଏ ଧରଣର ପୃଷ୍ଟିକର ଖାଦ୍ୟ ପାଇପାରିନଥାନ୍ତି   ।  ଏହା ଗୁଣାତ୍ମକ ଖାଦ୍ୟାଭାବର ଦିଗ   ।  ଉଚିତ ମୂଲ୍ୟରେ ଚାଉଳ ,  ଗହମ,  ଆଦି ଆବଶ୍ୟକତା ଶସ୍ୟଜାତୀୟ ଖାଦ୍ୟର ଅଭାବ ହିଁ ଆମ ଦେଶର ଖାଦ୍ୟ ସମସ୍ୟା   ।  ଏହା ଖାଦ୍ୟାଭାବର ପରିମାଣଗତ ଦିଗ   ।  ଏଥିରୁ ଜଣାପଡେ ଯେ ଆମେ ଦେଶର କୋଟି କୋଟି ଲୋକ ଲୋକ ପୃଷ୍ଟିକର ଖାଦ୍ୟ ଖାଇବା ତ ଦୂରରକଥା   ,  ଦରକାର ଅନୁଯାୟୀ ଅତ୍ୟାବଶ୍ୟକ ଖାଦ୍ୟଦ୍ରବ୍ୟ ମଧ୍ୟ ପାଇନଥାନ୍ତି   ।

ବିଭିନ୍ନ କାରଣରୁ ଆମ ଦେଶରେ ଖାଦ୍ୟଶସ୍ୟର ଅଭାବ ଦେଖାଦେଇଥାଏ  । ପ୍ରଥମତଃ , ଆମ ଦେଶର ଜନସଂଖ୍ୟା ବିଶାଳ ଏବଂ ଏହା ଯେଉଁ ହାରରେ ବୃଦ୍ଧି ପାଇଛି ସେହି ଅନୁପାତରେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଉନାହିଁ   ।  ଦ୍ଵିତୀୟତଃ ଲୋକଙ୍କର କ୍ରମ କ୍ଷମତାର ଅଭାବଯୋଗୁ  ସେମାନେ ଖାଦ୍ୟ ସାମଗ୍ରୀ ଖରିଦ କରିପାରୁନାହାନ୍ତି   ।

ସମାଧାନ  :

ଖାଦ୍ୟ ସମସ୍ୟାର ସମାଧାନ ପାଇଁ ସରକାର ନେଇଥିବା ପଦକ୍ଷେପ ମଧ୍ୟରେ ଦୀର୍ଘ ମିଆଦୀ ବ୍ୟବସ୍ଥା ହେଲା ପରିବାର ନିଯୋଜନ କାର୍ଯ୍ୟକ୍ରମ ଦ୍ଵାରା ଖାଦ୍ୟଚାହିଦାର କ୍ରମିକ ବୃଦ୍ଧିକୁ ନିୟନ୍ତ୍ରଣ କରିବା   ।  ମାତ୍ର ଏହା ସମୟାସାପେକ୍ଷ ।  ତେଣୁ ନିମ୍ନ ଲିଖିତ କେତେକ ସ୍ୱଳ୍ପ ମିଆଦୀ ବ୍ୟବସ୍ଥା ଗ୍ରହଣ କରଯାଇଅଛି  ।  ଯଥା  -

  1. ଉତ୍କଟ ଖାଦ୍ୟାଭାବ ସମୟରେ ଖାଦ୍ୟଶସ୍ୟର ମୂଲ୍ୟବୃଦ୍ଧିକୁ ରୋକିବା ପାଇଁ ବିଦେଶରୁ ଖାଦ୍ୟଶସ୍ୟ ଆମଦାନି   ।
  2. ଅଭାବ ସମୟର ମୁକାବିଲା ପାଇଁ ଖାଦ୍ୟଭଣ୍ଡାରରେ ଖାଦ୍ୟଶସ୍ୟ ମହଜୁତ ରଖିବା ଲାଗି ଭାରତୀୟ ଖାଦ୍ୟ ନିଗମକୁ ଦାୟିତ୍ଵ ଦିଆଯାଇଛି  ।
  3. ଖାଦ୍ୟଶସ୍ୟର ସୁଷମ ବଣ୍ଟନ ପାଇଁ ଉଚିତ ମୂଲ୍ୟ ଦୋକାନମାନ ଖୋଲାଯାଇଛି  । ପଡିକାର୍ଡ ଜରିଆରେ ପ୍ରତ୍ୟେକ ପରିବାରକୁ ଅତ୍ୟାବଶ୍ୟକ  ଖାଦ୍ୟଶସ୍ୟ , ଚିନୀ ଆଦି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି  ।
  4. ଖାଦ୍ୟଶସ୍ୟ ମହଜୁତ ରଖି ବ୍ୟବସାୟୀମାନେ ଯେପରି କୃତ୍ରିମ ଅଭାବ ସୃଷ୍ଟି ନକରନ୍ତି ସେଥିପାଇଁ ପ୍ରତିକାରମୂଳକ ପଦକ୍ଷେପ ନିଆଯାଉଛି  ।

କୃଷିକାର୍ଯ୍ୟ ଦ୍ଵାରା ପରିବର୍ତ୍ତନ  :

କୃଷି ଭାରତୀୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ସଦୃଶ    ।  ଆମର ଆବଶ୍ୟକ ସମସ୍ତ ଖାଦ୍ୟପଦାର୍ଥ କୃଷିରୁ ହିଁ ମିଳିଥାଏ   ।  କୃଷିଜାତ ଦ୍ରବ୍ୟ ରପ୍ତାନି କରି ଆମ ଦେଶ ମୂଲ୍ୟବାନ ବୈଦେଶିକ ମୁଦ୍ରା ଅର୍ଜନ କରିଥାଏ  । ବାୟୁମଣ୍ଡଲର ତାପମାତ୍ରା ,  ବୃଷ୍ଟିପାତ  ଏବଂ ମୃତ୍ତିକାର ଅବସ୍ଥିତିକୁ ନେଇ କୃଷିଜାତ ଦ୍ରବ୍ୟର ଗୁଣ ଏବଂ ପରିମାଣ ଭିନ୍ନ ଭିନ୍ନ ହୋଇଥାଏ   ।

ଭାରତର କୃଷି ପ୍ରଣାଳୀ   : ଭାରତର କୃଷି ପ୍ରଣାଳୀକୁ ନିମ୍ନ ଉପାୟରେ ବର୍ଣ୍ଣନା କରାଯାଇଛି   ।

(1 ) ଭୂମି ଯୋଗାଣ

(କ) ସଘନ କୃଷି  :

ଜନସଂଖ୍ୟାର ଘନତ୍ଵ ତୁଳନାରେ ଯେଉଁ ଦେଶରେ କୃଷି ଉତ୍ପାଦନ ସୀମିତ ହୋଇଥାଏ   ,  ସେଠାରେ ଯେଉଁ ପଦ୍ଧତିରେ କୃଷି କାର୍ଯ୍ୟ କରାଯାଏ  ତାହାକୁ କୃଷିର କେନ୍ଦ୍ରୀଭୂତ ପ୍ରଣାଳୀ ବୋଲି କୁହାଯାଏ  ।  ଅତ୍ୟାଧୁନିକ ବୈଜ୍ଞାନିକ ପ୍ରଣାଳୀରେ ଏହି ପ୍ରକାର ଚାଷକାର୍ଯ୍ୟ କରାଯାଇ ଅଧିକ ଶସ୍ୟ ଉତ୍ପାଦନ କରାଯାଇଥାଏ    ।    ଏହାକୁ “ ସଘନ କୃଷି “ ମଧ୍ୟ କୁହାଯାଏ     ।  ଚୀନ ,  ଜାପାନ ,  ଭାରତ,  ବ୍ରିଟେନ ,  ପ୍ରଭୁତି ଦେଶ ଏହି ପଦ୍ଧତିରେ ଚାଷକାର୍ଯ୍ୟ କରିଥାନ୍ତି   ।

(ଖ) ବ୍ୟାପକ କୃଷି  :

ଜନସଂଖ୍ୟାର ଘନତ୍ଵ କମ ଥିବା ଦେଶରେ ବ୍ୟାପକ ପ୍ରଣାଳୀରେ କୃଷି କାର୍ଯ୍ୟ କରଯାଇଥାଏ   ।  ଆମେରିକା ଏବଂ ଆଷ୍ଟ୍ରେଲିଆ ଆଦି ଦେଶରେ ପ୍ରଚୁର ଜମି ଥିଲେ ମଧ୍ୟ ଶ୍ରମିକମାନଙ୍କ ସଂଖ୍ୟା ସେ ତୁଳନାରେ କମ   ।  ତେଣୁ ଶ୍ରମିକମାନଙ୍କର ସଂଖ୍ୟାସ୍ୱଳ୍ପତା ଦୂର କରିବା ପାଇଁ ବିଭିନ୍ନ ଯନ୍ତ୍ରପାଟି ଯଥା ଟ୍ରାକ୍ଟର ,  ଥ୍ରେସାର ଆଦି ବ୍ୟବହାର କରି କୃଷି କାର୍ଯ୍ୟ ସମ୍ପାଦନ କରାଯାଇଥାଏ   ।  ଏଠାରେ ସାଧାରଣତଃ ମୃତ୍ତିକା ଉର୍ବର ଥାଏ   ।

୨. ଆର୍ଦ୍ରତା  ଏବଂ ଜଳଯୋଗାଣ  :

ଜଳର ବ୍ୟବହାର ଉପରେ ନିର୍ଭର କରି କୃଷିକାର୍ଯ୍ୟକୁ ୩ ଭାଗରେ ବିଭକ୍ତ କରଯାଇଛି    ।  ଯଥା  -

(କ) ଆର୍ଦ୍ରକୃଷି  :

ଶ୍ରୀଲଙ୍କା , ବଙ୍ଗଳାଦେଶ ଏବଂ ଭାରତର କେତେକ ରାଜ୍ୟରେ କୃଷିକାର୍ଯ୍ୟ ଲାଗି ପ୍ରଚୁର ପରିମାଣରେ ଜଳ ରହିଛି   ।  ଏଠାରେ ଜଳର ସମସ୍ୟା ନଥିବାରୁ , କୃଶକମାନଙ୍କୁ କୃଷିକାର୍ଯ୍ୟ ଲାଗି କୌଣସି ଅସୁବିଧା ହୋଇନଥାଏ   ।

(ଖ) ସେଚିତ କୃଷି  :

ଯେଉଁ ଅଞ୍ଚଳରେ ବର୍ଷାର ଅନିୟମିତତା ଓ ଅସାମନତା ଦେଖାଦେଇଥାଏ  ,  ସେଠାରେ କୃଷିକାର୍ଯ୍ୟ ସଂପାଦାନ ନିମନ୍ତେ ଜଳସେଚନ ଆବଶ୍ୟକତା ବିଶେଷ ଅନୁଭୂତ ହୋଇଥାଏ  । କେନାଲ କିମ୍ବା ଉଠାଜଳସେଚନ ଆବଶ୍ୟକ ଜଳ ଯୋଗାଇ ଦିଆଯାଇଥାଏ   । ଏହା ଏକ ବ୍ୟୟସାପେକ୍ଷ ପ୍ରଣାଳୀ ହେଲେ ମଧ୍ୟ ଏହା ସାହାଯ୍ୟରେ ବର୍ଷସାରା ଚାଷକାର୍ଯ୍ୟ କରିହୁଏ   ।

(ଗ) କୃଷିକାର୍ଯ୍ୟ  :

ସ୍ୱଳ୍ପବୃଷ୍ଟିପାତ ହେଉଥିବା ଅଞ୍ଚଳରେ କୃଷକମାନେ କମ୍ ଜଳ ଆବଶ୍ୟକ କରୁଥିବା ଫସଲ ଯଥା  : କପା ଗହମ ଆଦି ଚାଷ କରନ୍ତି  ।  ଏହି ପ୍ରକ୍ରିୟାରେ ଜମିକୁ ବିଭିନ୍ନ ଅଂଶରେ ବିଭକ୍ତ କରାଯାଇ ବର୍ଷାଜଳର ପ୍ରଖର ଗତିକୁ ପ୍ରତିରୋଧ କରାଯାଇଥାଏ  ।  ବର୍ଷାଜଳ ମାଟି ଭିତରକୁ ସହଜରେ ପ୍ରବେଶ କରିବା ପାଇଁ ଜମିକୁ ଗଭୀର ଭାବରେ ଚାଷ କରାଯାଏ   ।

ଫସଲ  ପ୍ରଣାଳୀ

(କ) ଏକ ଫସଲ  :

ବର୍ଷକ ଥରେ ଚାଷ କରାଗଲେ ତାକୁ ଏକ ଫସଲ ଚାଷ କୁହାଯାଏ  ।  ବର୍ଷାଜଳ ଉପରେ ନିର୍ଭରଶୀଳତା ଓ ଜଳବାୟୁର ଅନୁପଯୁକ୍ତତା ଏକ ଫସଲ ଚାଷର ଏକ କାରଣ ଅଟେ   ।

(ଖ) ଦ୍ଵି ଫସଲି  :

ଯେତେବେଳେ ଏକା ଜମିରୁ ବର୍ଷରେ ଦୁଇଥର ଶସ୍ୟ ଅମଳ କରାଯାଇଥାଏ   ତାହାକୁ ଦ୍ଵି-ଫସଲି ଚାଷ କୁହାଜେ  ।  ଜାପାନ,  କେରଳ,  ଓଡିଶା, ପ୍ରଭୃତି ଜନବହୁଳ ଅଞ୍ଚଳରେ ଏହି ପ୍ରଣାଳୀରେ ଚାଷ କରାଯାଇଥାଏ   ।

(ଗ) ବହୁ- ଫସଲି  :

ଏକା ଜମିରେ ବର୍ଷରେ ଦୁଇଥରରୁ ଅଧିକ ଚାଷ କରାଗଲେ ତାହାକୁ ବହୁ ଫସଲି ଚାଷ କୁହାଯାଏ  ।  ଏହା କେବଳ ବୈଜ୍ଞାନିକ ପଦ୍ଧତିରେ ମୃତ୍ତିକାର ଉର୍ବରତା ବଢାଇବା ଦ୍ଵାରା ଉନ୍ନତମାନର ବିହନ ,  ସାର, ଜଳ ,  ଯୋଗାଣ ଆଦି ଦ୍ଵାରା ଏହା ସମ୍ଭବ ହୋଇଥାଏ   ।

ପୁରାତନ କୃଷି :

ପୂର୍ବକାଳରେ କୃଷିକାର୍ଯ୍ୟ ପାଇଁ ଜଙ୍ଗଲ ସଫା କରିବା ଏକ ଧାରାବାହୀକ ପ୍ରକ୍ରିୟା ଥିଲା  ।  ଭାରତର ଅଧିକାଂଶ ଗ୍ରାମରେ ଚାଷକାର୍ଯ୍ୟ ଏହି ପୁରୁଣାକାଳିଆ ଢାଞ୍ଚାରେ ଚାଲିଛି   ।  ଜନସଂଖ୍ୟା ବୃଦ୍ଧି ହେବା ଫଳରେ ଅଧିକ ଜମି ଆବଶ୍ୟକ ହେବାରୁ ଜଙ୍ଗଲ ସଫାକରି ଚାଷକାମ କରାଯାଉଛି   ।  ଜଙ୍ଗଲ ସଫା ହେବାଦ୍ଵାରା ମୃତ୍ତିକାର ଉପର ସ୍ତର ପାଣି ଏବଂ ପବନ ଦ୍ଵାରା କ୍ଷତିଗ୍ରସ୍ତ ହୋଇ ମୃତ୍ତିକା କ୍ଷୟ ହେଉଛି  ।  ଗ୍ରାମାଞ୍ଚଳର ଲୋକମାନେ ପଶୁପାଳନ କରି ଗାଈ ଏବଂ ଛେଳିଠାରୁ କ୍ଷୀର ଏବଂ ମାଂସ ପାଇଥାନ୍ତି   ।  ଏହାଛଡା ଗୋବରରୁ ସେମାନେ ଜାଳେଣୀ ଏବଂ ସାର ପ୍ରସ୍ତୁତ କରନ୍ତି   ।  ବିଭିନ୍ନ ହସ୍ତକର୍ମ ଜିନିଷ ତିଆରି କରିବା ପାଇଁ ପଶୁପକ୍ଷୀମାନଙ୍କର ଶିଙ୍ଗ ,  ଚମଡା ,  ଖୁରା,  ଏବଂ ହାଡକୁ କଞ୍ଚାମାଳ ରୂପେ ବିଭିନ୍ନ କଳକାରଖାନା ଯୋଗାଇଥାନ୍ତି   ।  ଏହି ଉତ୍ପାଦନ କ୍ଷମତା ହ୍ରାସ ପାଇଥାଏ   ।  ଅଧିକାଂଶ କୃଷକ ନୂତନ କୃଷି ପ୍ରଣାଳୀ ଜାଣିବାକୁ ଆଗ୍ରହୀ ନୁହନ୍ତି , ଜାଣିଲେ ମଧ୍ୟ ନିଜର ଅଜ୍ଞତାଓ ଦାରିଦ୍ର୍ୟ ହେତୁ ତାହାକୁ ଅନୁସରଣ କରିବାକୁ ସେମାନେ ଅସମର୍ଥ  ।  ତେଣୁ ଉନ୍ନତ ଓ ଦକ୍ଷ କୃଷି ପ୍ରଣାଳୀର ଅଭାବରେ ପୂର୍ବରୁ କୃଷି ଉତ୍ପାଦନ ନିମ୍ନସ୍ତରରେ ରହୁଥିଲା   ।

ଆଧୁନିକ କୃଷିର ପ୍ରଭାବ  :

ବର୍ତ୍ତମନ ଯୁଗରେ ନୂତନ କୃଷି କୌଶଳଦ୍ଵାରା ଆଶାନୁରୂପ ଅମଳ ପାଇବା ସମ୍ଭବ ହୋଇପାରିଛି   ।  ରାସାୟନିକସାର,  କୀଟନାଶକ ଔଷଧ ,  ନୂତନ କିସମର ବିହନ ଏବଂ ନିୟନ୍ତ୍ରଣ ଜଳଯୋଗାଣ ବ୍ୟବସ୍ଥା ଦ୍ଵାରା କୃଷି କାର୍ଯ୍ୟର ଉନ୍ନତି ପରିଲିଖିତ ହେଉଛି  ।  ଏହାର ପ୍ରୟୋଗ ଫଳରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଅଦ୍ଭୁତପୂର୍ବ ଅଭିବୃଦ୍ଧି ଘଟିଛି  ।  ବୀଜ,  ଖାଦ୍ୟଶସ୍ୟ,  ବୃକ୍ଷଲତା,  ଫଳ,  ଫୁଲ ଆଦି ରକ୍ଷା କରିବାକୁ ରୋଗପୋକ ନାଶକ ବହୁଳ ଭାବରେ ବ୍ୟବହାର କରାଯାଉଛି   ।  ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଉଛି ସତ କିନ୍ତୁ ମନୁଷ୍ୟକୁ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ କୀଟବିଷ ମଧ୍ୟ ଖାଇବାକୁ ପଡୁଛି   ।  ଏହାଦ୍ଵାରା ଜନସାଧାରଣ ,  ବିଶେଷକରି ଶିଶୁମାନଙ୍କ ସ୍ୱାସ୍ଥ୍ୟପ୍ରତି ଦେଖାଯାଉଛି ବଡ ବିପଦ   ।  ରାସାୟନିକ ସାର ମାଟିର ଗଠନ ,  ଭୌତିକ ଓ ରାସାୟନିକ ଧର୍ମ ସମୂହକୁ ପରିବର୍ତ୍ତିତ କରିହେଉଛି  ।  ଯାହା ସକାରାତ୍ମକ ନୁହେଁ  ।  ମାଟିର ଗୁଣବତ୍ତା ଏପରି ଭାବରେ ପରିବର୍ତ୍ତିତ ହେଉଛି ଯେ ରାସାୟନିକ ସାର ପ୍ରୟୋଗବିନା ଭଲ ଫସଲ ଅମଳ କରିବା ସମ୍ଭବ ହେଉ ନାହିଁ   ।

ସାର ଏବଂ ରୋଗପୋକ ନାଶକ ସାହାଯ୍ୟ   :

କୃଷିକ୍ଷେତ୍ରର ଉତ୍ପାଦନ ବୃଦ୍ଧିକରି କ୍ରମବର୍ଦ୍ଧମାନ ଜନସଂଖ୍ୟାର ଖାଦ୍ୟ ଆବଶ୍ୟକତା ପୂରଣ କରିବା ତଥା ସେମାନଙ୍କର ଖାଦ୍ୟ ନିରାପତ୍ତାକୁ ନିଶ୍ଚିତ କରିବାର ଘୋଷିତ ଲକ୍ଷରେ ସତୁରୀ ଦେଶକରେ ଆମ ଦେଶରେ ବହୁ ଚର୍ଚ୍ଚିତ ସବୁଜ ବିପ୍ଲବ ସଂଗଠିତ ହୋଇଥିଲା   ।  ସେହି ସମୟରୁ ହିଁ ଛୋଟ ଛୋଟ ଚାଷ ଜମିରେ ସଘନ ପ୍ରଣାଳୀରେ ଉନ୍ନତ ବିହନ,  ସାରା ଓ ପୋକମରା ଔଷଧ ପ୍ରଭୁତି ବ୍ୟବହାର କୃଷି କାର୍ଯ୍ୟ ପରିଚାଳନାର ନୂତନ ଧାରା ଆମ ଦେଶରେ ଆରମ୍ଭ ହେଲା  ।  ଏହା ଫଳରେ ପୂର୍ବରୁ ପ୍ରଚଳିତ ଦେଶୀ ବିହନମ  କମ୍ପୋଷ୍ଟଖତ ତଥା ହଳଲଙ୍ଗଳକୁ ନେଇ ଭାରତୀୟ ଗ୍ରାମଟିର ଯେଉଁ ଚିତ୍ର ଆମେ ଦେଖିବାକୁ ପାଇଥିଲୁ ତାହା ଦ୍ରୁତ ପରିବର୍ତ୍ତିତ ହେବାରେ ଲାଗିଲା   ।  କୃଷିର ଯାନ୍ତ୍ରିକକରଣ ପ୍ରକ୍ରିୟା ଆରମ୍ଭ ହେଲା ଏବଂ ତା ସହିତ ଆରମ୍ଭ ହେଲା ଗବେଷଣାଗାରରେ ପ୍ରସ୍ତୁତ ବିଭାନ ,  ବୃହତ ଶିଳ୍ପକାରଖଣା ଦ୍ଵାର ପ୍ରସ୍ତୁତ ସାର ଓ ପୋକମରା ଔଷଧର କୃଷିକ୍ଷେତ୍ରରେ ଅଧିକରୁ ଅଧିକ ବ୍ୟବହାର   ।  ଏହିସବୁ ସାର ଓ ରୋଗଗୋପକ ନାଶକାର ଔଷଧର ସମସ୍ୟାଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା   ।

ସାର ସମସ୍ୟା  :

ଆଧୁନିକ ପଦ୍ଧତିରେ ଚାଷକରିବା ସମୟରେ କୃଷିକ୍ଷେତ୍ରରେ ଅଧିକରୁ ଅଧିକ ରାସାୟନିକ ସାର ବ୍ୟବହାର କରିବା ଦ୍ଵାରା ମୃତ୍ତିକା ପ୍ରଦୂଷିତ ହୋଇଥାଏ   ।  ମାଟିର ଶୋଷଣ କରିବା ଏବଂ ଧାରଣ କରିବା କ୍ଷମତା ବହୁପରିମାଣରେ ହ୍ରାସ ପାଏ   ।  ଭାରତରେ ରାସାୟନିକ ସାର ପ୍ରୟୋଗର ପରିମାଣ ହେକ୍ଟର ପିଚ୍ଛା 16 କିଗ୍ରା  ।  ଏହାଦ୍ଵାରା ମାଟିର କ୍ଷାର ଅଂଶ ବୃଦ୍ଧିପାଇ ମାଟି ଅନୁର୍ବର ହୋଇଥାଏ   ।  ରାସାୟନିକ ସାର ପାଣିରେ ଧୋଇହୋଇ ପୋଖରୀ, ନାଳରେ ମିଶେ ଏବଂ ପରିବେଶ ସନ୍ତୁଳନରେ ବିଶୃଙ୍ଖଳା ସୃଷ୍ଟି କରେ   ।  ସାର କୃଷି ଉତ୍ପାଦନ ବୃଦ୍ଧି କରେ ସତ କିନ୍ତୁ ରାସାୟନିକ ସାରଯୁକ୍ତ ମାଟିରେ ପ୍ରାଣୀମାନେ ତିଷ୍ଠି ପାରନ୍ତି ନାହିଁ   ।  ମାଟି ଭୀତରେ ଥିବା ପ୍ରାଣୀମାନଙ୍କ ପଚାସଢା ଘାସପତ୍ରରୁ ଜୈବିକ ସାର ଓ ରାସାୟନିକ ପଦାର୍ଥ ସୃଷ୍ଟି କରି ମାଟିର ଗୁଣବର୍ଦ୍ଧନ କରନ୍ତି    ।  ରାସାୟନିକ ସାର ପ୍ରୟୋଗ ଫଳରେ ଅନୁଜୀବମାନେ ମାରିଯାନ୍ତି  ,  ଯାହା ଫଳରେ ମାଟିରେ ଉର୍ବରତା ହ୍ରାସ ପାଇ ଉତ୍ପାଦନ କ୍ଷମତା କମିଯାଏ   ।

ଏହାଛଡା ଫାଶଫସଫେଟ ଓ ନେଇଟ୍ରେଟ ଜାତୀୟ ସାର ଜଳର ଦ୍ରବୀଭୂତ ଅମ୍ଳଜାଣ କ୍ଷୟ କରନ୍ତି   ।  ଫଳରେ ଜଳରେ BOD ବୃଦ୍ଧି ହୋଇ ଜଳଛାଡ଼ ପ୍ରାଣୀ ଓ ଉଦ୍ଭିଦମାନଙ୍କର ମୃତ୍ୟୁର କାରଣ ହୁଏ   ।  ନାଇଟ୍ରେଟ ସାର ପାନୀୟ ଜଳ ସହିତ ମଣିଷ ଦେହରେ ପ୍ରବେଶ କରି ପାକଯନ୍ତ୍ର ସ୍ଥିତ ଅଣୁଜୀବଦ୍ଵାରା ନାଇଟ୍ରୋଜେନରେ ରୂପାନ୍ତରିତ ହୁଏ   ।  ନାଇଟ୍ରାଇଟ ,  ହିମୋଗ୍ଲୋବିନର ଅମ୍ଳଜାଣ ଦହନ ଶକ୍ତି ହ୍ରାସ କରେ   ,  ଯାହାଦ୍ଵାରା ଶ୍ଵାସ ଓ ରକ୍ତ ସଞ୍ଚାଳନ ପ୍ରଣାଳୀ କ୍ଷତିଗ୍ରସ୍ତ ହୁଏ   ।

ରୋଗପୋକନାଶକ ସମସ୍ୟା  :

ରୋଗପୋକ ନାଶକର ବ୍ୟବହାର ଦ୍ଵାରା ପୃଥିବୀର ସର୍ବତ୍ର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି    ।  ଏହା ଚେର ବାଟେ ଉଦ୍ଭିଦ ଦେହରେ ପ୍ରବେଶ କରି ଶେଷରେ ମଣିଷ ଦେହରେ ପହଞ୍ଚିଥାଏ   ।  ତେଣୁ ଏମାନଙ୍କୁ ଧୀର ପ୍ରବେଶକାରୀ ମୃତ୍ୟୁ କୁହାଯାଏ   ।  ଅଧିକାଂଶ କୀଟନାଶକ ଯଥା : ଡି: ଡି:ଟି ,  ଏଲଡ୍ରିନ ,  ଡାଇଏଲଡ୍ରିନ   ,  ଆର୍ସେନିକଯୁକ୍ତ ,  ପେଷ୍ଟିସାଇଡ ,  ସୋଡିୟମମ ମୂଷା,  ବାଳୁଙ୍ଗା ,  ଓ ଅନ୍ୟାନ୍ୟ ଗଛଲତା ନଷ୍ଟ କରିବା ପାଇଁ ବ୍ୟବହାର କରାଯାଏ  ।  ଏମାନଙ୍କ ମଧ୍ୟରୁ କେତେକ ଆଦୌ ନଷ୍ଟ ନ ହେଉଥିବା ବେଳେ ଅନେକ ଖୁବ ମନ୍ଥର ଗତିରେ ନଷ୍ଟ ହୁଅନ୍ତି   ।  ଫଳରେ ଅନେକ ସମୟ ଧରି ସେମାନେ ପରିବେଶରେ ରହି ପୃଥିବୀର ପରିସଂସ୍ଥାକୁ ବହୁଳ ଭାବରେ ଆକ୍ରାନ୍ତ କରି ଖାଦ୍ୟଶୃଙ୍ଖଳ ଭୀତରେ ପ୍ରବେଶ କରନ୍ତି  ।  ଏହି ବିଷକ୍ତ ପଦାର୍ଥମାନଙ୍କର ପରିମାଣ ଖାଦ୍ୟ ଶୃଙ୍ଖଳର ଉଚ୍ଚତାର ସ୍ତରରେ ଥିବା ପ୍ରାଣୀମାନଙ୍କ ଦେହରେ ଅଧିକ ପରିମାଣରେ ଦେଖାଯାଏ   ।  ଅର୍ଥାତ ସବୁ ମାଂସାଶୀ ପ୍ରାଣୀଙ୍କ ଦେହକୁ ଏହି ବିଷକ୍ତ ପଦାର୍ଥ ଅଧିକ ଆକ୍ରାନ୍ତ କରିଥାଏ ।  ଅଧିକାଂଶ ମତ୍ସ୍ୟ ଭକ୍ଷଣକାରୀ ପକ୍ଷୀ ବର୍ତ୍ତମାନ କେବଳ ଏହି କାରଣ ଯୋଗୁଁ ସଙ୍କଟାପନ୍ନ ଅବସ୍ଥାରେ ପଡିଛନ୍ତି   ।  ଯଦି କିଛି ପଦକ୍ଷେପ ନିଆନଯାଏ   , ତେବେ ସେମାନଙ୍କର ବଂଶ ଲୋପ ପାଇଯାଇପାରେ   ।  କାରଣ ଉପରୋକ୍ତ ପଦାର୍ଥରେ ଥିବା କ୍ଳୋରିନଯୁକ୍ତ ହାଇଡ୍ରୋକାର୍ବନ ଏହି ପକ୍ଷୀମାନଙ୍କର ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇ କ୍ଷତି କରୁଛି   ।

ସମଗ୍ର ପୃଥିବୀରେ ଡି: ଡି:ଟି ର ବହୁଳ ବ୍ୟବହାର ହେଉଥିଲା   ।  ଏହା ମେଲେରିଆ , ଡେଙ୍ଗୁଜ୍ଵର ,  ମସ୍ତିସ୍କ ଜ୍ଵର ନିରାକରଣରେ ବ୍ୟବହୃତ ହେଉଥିଲା    ।  1972 ମସିହାରେ ଆମେରିକା ଡି: ଡି:ଟିର ମାରାତ୍ମକତା ବିଷୟରେ ଜଣାପଡିଲା   ।  ସେହି ଦିନଠାରୁ ଆମେରିକାରେ ଡି: ଡି:ଟି ଉତ୍ପାଦନ ଓ ବ୍ୟବହାର ବନ୍ଦ ରହିଛି  ।  ଏହା ମାଟିରେ ବହୁତ ବର୍ଷ ପର୍ଯ୍ୟନ୍ତ ଅପରିବର୍ତ୍ତିତ ଅବସ୍ଥାରେ ରହିପାରେ   ।  ତେଣୁ କୀଟନାଶକ ବିଷର ବ୍ୟବହାର ଯେତେକମ ହେବ ସେତେ ଭଲ   ।  ବିଶ୍ଵସ୍ୱାସ୍ଥ୍ୟ ସଂସ୍ଥା , ଖାଦ୍ୟ ଓ କୃଷି ସଂସ୍ଥା ଏହି ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ,  ଏହି ତିନୋଟି ଆନ୍ତର୍ଜାତିୟ ସଂସ୍ଥା ମିଶି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି   ।  ସେଥିରେ ଖୁବ କମ କୀଟନାଶକ ପ୍ରୟୋଗ କରିବା ଏବଂ ଜନସାଧାରଣଙ୍କୁ ଏହାର କୁପ୍ରଭାବ ସମ୍ବନ୍ଧରେ ଶିକ୍ଷାଦେବା ଅତ୍ୟନ୍ତ ଜରୁରୀ ବୋଲି କୁହାଯାଇଛି   ।

ରୋଗପୋକର ଜୈବିକ ନିୟନ୍ତ୍ରଣ   :

ଫସଲରେ ପୋକ ଲାଗିବା ଏକ ସାଧାରଣ ଘଟଣା  ।  ଆମର ପ୍ରତ୍ୟେକ ଦରକାରୀ ଗଛକୁ ଅନେକ ପ୍ରକାରର ପୋକ ଆକ୍ରମଣ କରିଥାନ୍ତି ଏବଂ ସେଗୁଡିକର ଗଛର କ୍ଷତି ମଧ୍ୟ କରିଥାନ୍ତି  ।  ଏହି ଆକ୍ରମଣକାରୀମାନଙ୍କୁ ପୀଡକ ବା ରୋଗପୋକ ବୋଲି କୁହାଯାଏ   ।  ଏମାନେ ଗଛର କାଣ୍ଡ , ଫୁଲ , ଫଳ ପତ୍ର ଇତ୍ୟାଦି ଆକ୍ରମଣ କରିଥାନ୍ତି  ।  ଆମର ଖାଦ୍ୟଶସ୍ୟ, ପନିପାରିବା ଓ ଫଳଗଛଗୁଡିକ କ୍ଷତିଗ୍ରସ୍ତ କରୁଥିବା ଏହି ରୋଗପୋକମାନେ ସମସ୍ତେ କିନ୍ତୁ ପ୍ରକୃତରେ ପୋକ ନୁହନ୍ତି   ।  କେବଳ କୀଟ ,  ଜୀବାଣୁ ,  ଭୂତାଣୁ ଇତ୍ୟାଦିକୁ ମଧ୍ୟ ରୋଗପୋକ ହିସାବରେ ଗ୍ରହଣ କରାଯାଇଥାଏ   ।

ଏହି ରୋଗପୋକମାନଙ୍କୁ ନଷ୍ଟକରି ଫସଲକ ଏମାନଙ୍କ ଦାଉ ରୁ ରକ୍ଷା କରିବା ପାଇଁ ବର୍ତ୍ତମାନ ମୁଖ୍ୟତହ ବ୍ୟବହାର କରାଯାଉଥିବା ରାସାୟନିକ ପଦାର୍ଥଗୁଡିକ ରୋଗପୋକ ନାଶକ ବା ପୋକମରା ଔଷଧ ବୋଲି କୁହାଯାଉଛି   । ଏହାଫଳରେ ରୋଗପୋକ ନିରାକରଣ କ୍ଷେତ୍ରରେ ଆମକୁ କିଛି ପରିମାଣରେ ସଫଳତା ମିଳିଥିଲେ ମଧ୍ୟ ଏହାର କେତେକ ମାରାତ୍ମକ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳୁଛି   ।  ତେଣୁ ବର୍ତ୍ତମାନ ପରିବେଶବିତମାନେ ଏହି ରୋଗପୋକ ନାଶକର ମାତ୍ରାଧିକ ବ୍ୟବହାରକୁ ଆଗ୍ରାହ୍ୟ କରି ଜୈବିକ ରୋଗପୋକ ନିୟନ୍ତ୍ରଣ ଉପରେ ଗୁରୁତ୍ଵ ଦେଉଛନ୍ତି   ।  ଏହି ଜୈବିକ ନିୟନ୍ତ୍ରଣ ପଦ୍ଧତି ଦ୍ଵାରା ପରିବେଶକୁ ଉତ୍କଟ ବିଷ ପ୍ରୟୋଗରୁ ରକ୍ଷା କରାଯିବା ସଙ୍ଗେ ପରିସଂସ୍ଥା ସମତା ରକ୍ଷା କରାଯାଇପାରିବ   ।

ଆମେ ଏକଥା ଜାଣୁ ଯେ ସାରା ପୃଥିବୀ ଏକ ବିଶାଳ ପରିସଂସ୍ଥା ଏବଂ ଏହା ମଧ୍ୟରେ ଅସଂଖ୍ୟ କ୍ଷୁଦ୍ରାକ୍ଷୁଦ୍ର ପରିସଂସ୍ଥା ରହିଛି   ।

ଉଦାହରଣ ସ୍ୱରୂପ  : ଗୋଟିଏ ଜଙ୍ଗଲ ଏକ ପରିସଂସ୍ଥା ହୋଇପାରେ ପୁଣି ଏହି ଜଙ୍ଗଲର କୌଣସି ଏକ ସ୍ଥାନରେ ପଡିଥିବା ଗଛର ଶୁଖିଲା ଗଣ୍ଡିଟିକୁ ମଧ୍ୟ ଏକ ପରିସଂସ୍ଥା ଭାବରେ ବିଚାର କରାଯାଇଥାଏ   । ପ୍ରତ୍ୟେକ ପରିସଂସ୍ଥାରେ ଶକ୍ତି ପ୍ରବାହ ଉଦ୍ଭିଦ ଓ ପ୍ରାଣୀମାନଙ୍କ ମଧ୍ୟରେ ଖାଦ୍ୟ ଓ ଖାଦକର ସମ୍ପର୍କ ଭୀତରେ ହିଁ ଗଢିଉଠିଛି   ।  ପ୍ରକୃତିର ଏହି ନିୟମକୁ ଆଧାରକରି ହିଁ ରୋଗପୋକର ଜୈବିକ ନିୟନ୍ତ୍ରଣ ବିଷୟଟିକୁ ପରିକଳ୍ପନା କରାଯାଇଛି  ।  ବାସ୍ତବରେ ଏହା ଏକ ନୂତନ ଉଦ୍ଭାବନ ନୁହେଁ  ।  ଏହା ମୂଳକଥା ହେଉଛି  - ଆମ ପାଇଁ ଉପକାରୀ ଉଦ୍ଭିଦଗୁଡିକ ନଷ୍ଟ କରୁଥିବା ପୋକମାନେ ମଧ୍ୟ କୌଣସି ନା କୌଣସି ପ୍ରାଣୀର ଖାଦ୍ୟ   ।  ସୁତରାଂ ଫସଲକୁ ପୋକମାନଙ୍କ ଦାଉରୁ ରକ୍ଷା କରିବାକୁ ହେଲେ   ,  ସେହି ପୋକମାନଙ୍କୁ ଖାଦ୍ୟଭାବରେ ଗ୍ରହଣ କରୁଥିବା ଅନ୍ୟାନ୍ୟ ପ୍ରାଣୀମାନଙ୍କୁ ଯଦି କ୍ଷେତରେ ଛାଡି ଦିଆଯାଏ  ତା ହେଲେ ଫସଲକୁ ପୋକ ଦାଉରୁ ରକ୍ଷା କରାଯାଇପାରିବ   ।  ତେଣୁ ଏହି ପ୍ରକ୍ରିୟାରେ ପ୍ରାଣୀମାନଙ୍କ ଦ୍ଵାରା କୀଟପତଙ୍ଗମାନଙ୍କର ନିୟନ୍ତ୍ରଣକୁ ଜୈବିକ ନିୟନ୍ତ୍ରଣ ବୋଲି କୁହାଜେ  ।

ମୁଖ୍ୟତଃ ତିନି ପ୍ରକାରର ଗୁଣ ଥିଲେ ଗୋଟିଏ ଜୀବକୁ ରୋଗପୋକର ଜୈବିକ ନିୟନ୍ତ୍ରଣ ବ୍ୟବହାର କରାଯାଇପାରିବ    । ପ୍ରଥମତଃ , ରୋଗମାନଙ୍କର ଶତ୍ରୁମାନେ କେବଳ ରୋଗପୋକକୁ ନଷ୍ଟ କରୁଥିବା ଆବଶ୍ୟକ  ।  ଗଛ, ଫଳ,  ଫୁଲବା ପତ୍ରକୁ ନୁହେଁ  ।  ଦ୍ଵିତୀୟତଃ ଏମାନଙ୍କର ପରିବେଶ ଉପରେ କୌଣସି କୁପ୍ରଭାପ ରହିବା ଉଚିତ ନୁହେଁ   ।  ତୃତୀୟତଃ , ରୋଗସୃଷ୍ଟିକାରୀ ପୋକମାନଙ୍କ ଅପେକ୍ଷା ଏମାନଙ୍କ ପ୍ରଜନନ କ୍ଷମତା ଅଧିକ ଥିବା ଆବଶ୍ୟକ   ।  ଏହି ସବୁ ଆବଶ୍ୟକତାକୁ ଭିତ୍ତିକରି ରୋଗପୋକର ଜୈବିକ ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପରଭକ୍ଷୀ ଓ ପରଜୀବୀ ମାନଙ୍କୁ ସେମାନଙ୍କର ପ୍ରାକୃତିକ ବାସସ୍ଥାନ ରୁ ସଂଗ୍ରହ କରାଯାଏ  କିମ୍ବା ରିକମ୍ବିନାଣ୍ଟ ,ଡି.ଏନ ,ଏ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥାକୁ ବ୍ୟବହାର କରି ଏମାନଙ୍କୁ ବିଜ୍ଞାନଗାରରେ culture କରାଯାଇ ଚାଷଜମିରେ ଛାଡି ଦିଆଯାଏ   ।

ରୋଗପୋକ ନିୟନ୍ତ୍ରଣର କେତେକ ଉଦାହରଣ ନିମ୍ନରେ ପ୍ରଦାନ କରାଗଲା  ।  “ଲେଡିବାର୍ଡ ବିଟିଲ” ଏକ ଅତି ଉତ୍ତମ ପରଭକ୍ଷୀ ପତଙ୍ଗ  ।  ଏହା ଫସଲ ନାସକାରୀ ପୋକମାନଙ୍କର ବିଲୋପ ସାଧନ କରେ   ।  ଏହାଛଡା ବେଙ୍ଗ , ପକ୍ଷୀ ,  ସରୀସୃପ ଆଦି ପତଙ୍ଗମାନଙ୍କୁ ବିଲୋପ କରନ୍ତି   ।  କେତେକ ପରଭକ୍ଷୀ ମାଛ ମଶାର  “ଲାର୍ଭା “ ଗୁଡିକୁ ଖାଇଯାନ୍ତି    ।  ଧାନକ୍ଷେତରେ ପୋକ ନିୟନ୍ତ୍ରଣ ପାଇଁ ଦକ୍ଷିଣ ଭାରତରେ ବାଟାକମାନଙ୍କୁ ବ୍ୟବହାର କରାଯାଏ   ।  ଆମେରିକାରେ ଧାନବିନ୍ଧା ପୋକ ନିୟନ୍ତ୍ରଣ ପାଇଁ ପେରେଜିଆ ନାମକ ଏକକୋସି ଜୀବ ବ୍ୟବହାର କରାଯାଏ   ।  ତେଣୁ କୃଷି ଉତ୍ପାଦନ ବୃଦ୍ଧି କରିବା ପାଇଁ ରୋଗପୋକ ନିୟନ୍ତ୍ରଣର ଯଥେଷ୍ଟ ଆବଶ୍ୟକତା ରହିଛି   ।  ଏହାର ଗୁରୁତ୍ଵ ସମସ୍ତେ ଉପଲ୍ଲବ୍ଧି କରିବା ଦରକାର   ।

ଜଳସିକ୍ତତା  : ଆଜିକାଲୀ କେନାଲ ଦ୍ଵାରା ଜଳସେଚନ ଏବଂ ଉଠାଜଳସେଚନ ପ୍ରଣାଳୀରେ କୃଷିକ୍ଷେତ୍ରରୁ ଅଧିକ ପାଣି ଯୋଗାଇ ଦିଆଯାଇଛି  ।  କିନ୍ତୁ ଜଳନିଷ୍କାସନର ଉପଯୁକ୍ତ ବ୍ୟବସ୍ଥା ନଥିଲେ  ,  ମୃତ୍ତିକା,  ଜଳ ଏବଂ ବାୟୁର ଅନୁପାତରେ ବିଶୃଙ୍ଖଳା ଦେଖାଯାଏ   ।  ଏହାଫଳରେ ମୃତ୍ତିକା ପୁରାପୁରୀ ଭାବରେ ପାଣିରେ ବୁଡିରହେ   ।  ଏହାକୁ  “ ୱାଟର ଲଗିଙ୍ଗ “ କୁହାଯାଏ   ।  ଏହି ପ୍ରକାର ମୃତ୍ତିକା ଗଛର ଅଭିବୃଦ୍ଧିରେ ସହାୟକ ହୁଏ ନାହିନ  ,  କାରଣ ଏହା ବାୟୁ ପାଏ ନାହିଁ ଯାହାକି ଚେରର ଶ୍ଵସନ ପାଇଁ ଆବଶ୍ୟକ ହୋଇଥାଏ   ।  ଏହି ଜଳସିକ୍ତ ମୃତ୍ତିକା ବୃକ୍ଷର ଭାର ବହନ କରିପାରେ ନାହିଁ  ଯାହା ଫଳରେ ବୃକ୍ଷ ପାଣି କାଦୁଅରେ ଡୁବିଯାଏ   ।  ଏହା ଗଛର ଉତ୍ପାଦନ କ୍ଷମତା ମଧ୍ୟ ହ୍ରାସ କରିଥାଏ   ।

ଲବଣତା  : ଅଧିକ ଜଳସେଚିତ ଅଞ୍ଚଳରେ ଉଚ୍ଚ ତାପମାତ୍ରା ଯୋଗୁଁ ଜଳ ଅତିଶୀଘ୍ର ବାଷ୍ପୀଭୁତ ହୋଇଯିବା ଦ୍ଵାରା ମୃତ୍ତିକା ଲବଣାକ୍ତ ହୋଇଯାଏ  ।  ଜଳସେଚନର ମାତ୍ରାଧିକ ଉପଯୋଗ ଦ୍ଵାରା ମୃତ୍ତିକା ଉପରେ ଧୂସର ରଙ୍ଗର ଏକ ମୋଟା ଲବଣ ଆସ୍ତରଣ ଜମା ହୋଇଯିବା ଫଳରେ ଉଭିଦଗୁଡିକ ଆବଶ୍ୟକ ପୃଷ୍ଟି ଗ୍ରହଣ କରିପାରନ୍ତି ନାହିଁ କିମ୍ବା ବଢିପାରନ୍ତି ନାହିଁ  ଏବଂ ମୃତ୍ତିକାର ଉର୍ବରତା ମଧ୍ୟ ହ୍ରାସ ପାଏ   ।

ଭୂ- ସମ୍ପଦ

ମନୁଷ୍ୟ ତାର ମୌଳିକ ଆବଶ୍ୟକତା ଯଥା  : ଖାଦ୍ୟ,  ବସ୍ତ୍ର ଓ ବାସଗୃହ ପ୍ରଭୁତି ଭୂମିରୁ ପାଇଥାଏ  ।  ଏହା ବ୍ୟତୀତ କୃଷି, ପଶୁଚରଣ,  ବାସଗୃହ,  ରାସ୍ତାଘାଟ ନିର୍ମାଣ, ଶିଳ୍ପକେନ୍ଦ୍ର ସ୍ଥାପନ ପ୍ରଭୁତି ସମସ୍ତ କାର୍ଯ୍ୟ ଭୂ- ପୃଷ୍ଠରେ ହିଁ ହୋଇଥାଏ   ।  ତେଣୁ ଭୂମିକୁ “ ମୌଳିକ ପ୍ରାକୃତିକ ସମ୍ପଦ “  କୁହାଯାଏ      ।

ଭୂପୃଷ୍ଠ ସବୁ ସ୍ଥାନରେ ସମାନ ନୁହେଁ    ।  ସବୁସ୍ଥାନରେ ଭୂ-ପୃଷ୍ଠରୁ ସମପରିମାଣର ପ୍ରାକୃତିକ ସମ୍ପଦ ମିଳିନଥାଏ   ।  ସଭ୍ୟତାର ବିକାଶ ଅନୁଯାୟୀ,  ମନୁଷ୍ୟ ଭୂ ପୃଷ୍ଠକୁ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରରେ ବ୍ୟବହାର କରି ଆସୁଅଛି   ।  ଆଦିମ ମନୁଷ୍ୟ ପାହାଡ ଗୁମ୍ଫାରେ ବାସକରି ,  ଅରଣ୍ୟରୁ ଫଳମୂଳ ସଂଗ୍ରହ କରି ଓ ପଶୁ ଶିକାର କରି ଜୀବନଜାପାନ କରୁଥିଲା  । କ୍ରମେ ବୃଦ୍ଧିର ବିକାଶ ହେବାରୁ ମନୁଷ୍ୟ କୃଷିକାର୍ଯ୍ୟ କରି ଶିଖିଲା ଏବଂ ଗୋଟିଏ ସ୍ଥାନରେ ସ୍ଥାୟୀଭାବରେ ବସବାସ କଳା  ।  ଭାରତରେ ସମୁଦାଯ ଭୂମିର ଆୟତନ 32 ଲକ୍ଷ 87 ହଜାର ବର୍ଗ କିଲୋମିଟର   ।  ଦେଶର ସମୁଦାୟ ଭୂମିକର ଶତକଡା ପ୍ରାୟ 29 ଭାଗ ପର୍ବତ୍ୟା ଭୂମି,  28 ଭାଗ ମାଳଭୂମି ଏବଂ 43 ଭାଗ ସମତଳ ଭୂମି ଅଟେ  ।

ମୃତ୍ତିକା – ଏକ ସମ୍ପଦ  :

“ ମୃତ୍ତିକା “ ଭୂ –ସମ୍ପଦର ଏକ ପ୍ରଧାନ ଅଙ୍ଗ   ।  ଜୀବର ଉତ୍ପତ୍ତି ଏବଂ ଅଭିବ୍ୟକ୍ତ ପାଇଁ ଏହାର ଅବଦାନ ଅନସ୍ଵୀକାର୍ଯ୍ୟ ପୃଥିବୀ ପୃଷ୍ଠର ମୋଟ କ୍ଷେତ୍ରଫଳର ପ୍ରାୟ 92.22% ମୃତ୍ତିକା ଦ୍ଵାରା ଗଠିତ   । କୃଷି ,  ଶିଳ୍ପ , କୁଟୀରଶିଳ୍ପ , ଘରସଜ୍ଜା ଇତ୍ୟାଦିଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମୃତ୍ତିକାର ଆବଶ୍ୟକତା ରହିଛି  । କ୍ରମବର୍ଦ୍ଧିଷ୍ଣୁ ଜନତା ନିଜର ଚାହିଦା ପୂରଣ କରିବା ପାଇଁ ଖାଦ୍ୟଶସ୍ୟ ଉତ୍ପାଦନ ଲାଗି ମୃତ୍ତିକା ଉପରେ ନିରାଭର କରିଥାନ୍ତି  । କୃଷିଭିତ୍ତିକ ଉତ୍ପାଦନ ପାଇଁ କେବଳ  11% ଭୂମି ଉପଯୁକ୍ତ ଅଟେ  ।  ବିଂଶ ଶତାଦ୍ଦୀରେ ପ୍ରଯୁକ୍ତିବିଦ୍ୟାର ଫଳପ୍ରଦ ବ୍ୟବହାର ଯୋଗୁଁ ଜମିର ଉତ୍ପାଦନ କ୍ଷମତା ବୃଦ୍ଧି ପାଉଛି   ।  ତେଣୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଭୂସମ୍ପତ୍ତିର ପ୍ରାଚୁର୍ଯ୍ୟତା ଏବଂ ଉର୍ବରତା ସହିତ ଜଡିତ  ।  ଯେହେତୁ ମଣିଷ ଜୀବନର ପରିଶୋଷଣ ଲାଗି ଉର୍ବର ଜମିର ଆବଶ୍ୟକତା ରହିଛି  ,  ତେଣୁ ଏହି ସମ୍ପଦର ସଂରକ୍ଷଣ ଏବଂ ଉପଯୁକ୍ତ ପରିଚାଳନା ଅତି ପ୍ରୟୋଜନୀୟ ଅଟେ   ।  ଏ ସୁନ୍ଦର ଧରିତ୍ରୀର ସବୁଜିମାକୁ ବଜାୟ ରଖିବା ପାଇଁ ମାଟି ମା ର ଆବଶ୍ୟକତା ରହିଥିବାରୁ ଲୋକମାନଙ୍କୁ ସଚେତନ କରାଇବା ପାଇଁ ପ୍ରତିବର୍ଷ ଏପ୍ରିଲ ମାସ 22 ତାରିଖଟିକୁ “ ବିଶ୍ଵ ଧରିତ୍ରୀ ଦିବସ  “ ରୂପେ ପାଳନ କରାଯାଉଛି  ।

ମୃତ୍ତିକା କ୍ଷୟ  :

ଭୂପୃଷ୍ଠର ଉପରଭାଗକୁ ମାଟି ବା ମୃତ୍ତିକା କୁହାଯାଏ  । ଶିଳାଖଣ୍ଡ ,  ଜୈବିକ ପଦାର୍ଥ ଓ ଅଣୁଜୀବମାନଙ୍କୁ ନେଇ ପ୍ରାକୃତିକ ଉପାୟରେ ମାଟି ସୃଷ୍ଟି ହୁଏ  ।  ଏକ ଇଞ୍ଚର ଉପର ମାଟି ସୃଷ୍ଟି ପାଇଁ ଏକ ସହ ବର୍ଷରୁ ଉର୍ଦ୍ଧ୍ଵ ସମୟ ଲାଗିଥାଏ  ।  ବିଭିନ୍ନ ସିଲ ଚୂର୍ଣ୍ଣୀଭୂତ ହୋଇ ମାଟିରେ ପରିଣତ ହୁଏ   ।  ବିଭିନ୍ନ ପ୍ରାକୃତିକ କାରଣ ଯଥା  - ଉତ୍ତାପ ,  ବୃଷ୍ଟିପାତ , ତୁଷାର ଏବଂ ମଣିଷ ତଥା ଅନ୍ୟାନ୍ୟ ମନବବାଦି ଜୀବମାନଙ୍କର ଦୀର୍ଘଦିନର କ୍ରିୟା ପ୍ରତିକ୍ରିୟାର ଫଳ ସ୍ୱରୂପ ଉପରୋକ୍ତ ଉପାଦାନଗୁଡିକ ମାଟିରେ ପରିଣତ ହୋଇଥାଏ   ।  ଏଥିରେ ଅସଂଖ୍ୟ ଅଣୁଜୀବ ସର୍ବଦା ସକ୍ରିୟ ରହି ମାଟିର ଉର୍ବରତା ବୃଦ୍ଧି କରିଥାନ୍ତି   ।  ମାଟିର ଉପରସ୍ତରକୁ ମୃତ୍ତିକା ସ୍ଥାନାନ୍ତରୀତ ହେବାକୁ “ ମୃତ୍ତିକା କ୍ଷୟ “ କୁହାଯାଏ   ।

କ୍ଷୟ ବା Erosion, ଲାଟିନ ଶବ୍ଦ “ Erodes “ ରୁ ଆସିଅଛି   । ମୃତ୍ତିକା କ୍ଷୟ ଏକ ବିଶ୍ଵବ୍ୟାପୀ ସମସ୍ୟା   ।  ଜନସଂଖ୍ୟା ବୃଦ୍ଧି , ପଶୁଚାରଣ ଏବଂ ପ୍ରାକୃତିକ ସମ୍ପଦର ଚାହିଦା ବୃଦ୍ଧି ପାଉଥିବାରୁ , ବୃକ୍ଷଲଟା ଦ୍ଵାରା ଆଚ୍ଛାଦିତ ହୋଇଥିବା ମୃତ୍ତିକା ଦ୍ରୁତଗତିରେ କ୍ଷୟ ହେବାରେ ଲାଗିଛି  । ମୃତ୍ତିକା କ୍ଷୟ ହେବାଦ୍ଵାରା ମୃତ୍ତିକା ଉର୍ବରତା ନଷ୍ଟ ହେଉଛି   ।  ତେଣୁ ଆଜିକାଲୀ ମୃତ୍ତିକା କ୍ଷୟର ହାର ମୃତ୍ତିକା ସୃଷ୍ଟିର ହାରଠାରୁ ଯଥେଷ୍ଟ ଅଧିକ  ।

ମୃତ୍ତିକା କ୍ଷୟର ପ୍ରଭାବ ଭେଦ  :

ମୃତ୍ତିକା କ୍ଷୟର ଗତି ଅନୁଯାୟୀ   ,  ଏହି ଦୁଇ ପ୍ରକାରରର ଅଟେ     ।

( 1)  ଧୀର ମୃତ୍ତିକା କ୍ଷୟ  : ଏହା ପ୍ରାକୃତିକ ପ୍ରକ୍ରିୟାରେ ଘଟିଥାଏ   ।  ମୃତ୍ତିକା ଗଠନ ଦେବା ପରିମାଣଠାରୁ କ୍ଷୟର ପରିମାଣ କମ ହୋଇଥାଏ   ।  ଏହାକୁ ସାଧାରଣ ମୃତ୍ତିକାକ୍ଷୟ ମଧ୍ୟ କୁହାଯାଏ   ।

(2 ) ଦ୍ରୁତର ମୃତ୍ତିକା କ୍ଷୟ   : ଏହି ପ୍ରକାର ମୃତ୍ତିକାକ୍ଷୟ ମାନବୀୟ କାର୍ଯ୍ୟ କଳାପ ଯୋଗୁଁ ଘଟିଥାଏ   । ମୃତ୍ତିକା କ୍ଷୟର ପରିମାଣ ଏହାର ଗଠନ ହେବା ପରିମାଣଠାରୁ ଅଧିକ  ହେଲେ ଏହାକୁ ଦ୍ରୁତତର ବା ତ୍ୱରାନିତ୍ଵ ମୃତ୍ତିକା କ୍ଷୟ କୁହାଯାଏ   ।

ମୃତ୍ତିକା କ୍ଷୟର କାରଣ  :

ଅତ୍ୟଧିକ ଅରଣ୍ୟକ୍ଷୟ ,  ଅତ୍ୟଧିକ ପଶୁଚରଣ ଓ ଅଧିକ ବୃଷ୍ଟିପାଟ ଯୋଗୁଁ ମୃତ୍ତିକା କ୍ଷୟ ହୋଇଥାଏ   ।  ଏହାଛଡା ମୃତ୍ତିକା କ୍ଷୟର ଅନ୍ୟକାରଣଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା   ।

ଜଳ : ଭୂପୃଷ୍ଠରେ ଜଳ ପ୍ରବାହ ମାଟିକୁ ଚଳମାନ କରି ସ୍ଥାନାନ୍ତର କରେ   ।  ବର୍ଷାଜଳ , ନଦୀଜଳ ଆଦି ଦ୍ଵାରା ମୃତ୍ତିକା ଧୋଇ ହୋଇ ବିଶେଷଭାବରେ କ୍ଷୟ ହୋଇଥାଏ   ।  ବନ୍ୟା ସମୟରେ ମଧ୍ୟ ମୃତ୍ତିକା କ୍ଷୟର ପରିମାଣ ଅଧିକ ହୋଇଥାଏ    । ନିମ୍ନ ପ୍ରକାରର ମୃତ୍ତିକାକ୍ଷୟ ଜଳର ପ୍ରଭାବରେ ହୋଇଥାଏ   ।

(କ) ଆସ୍ତରଣ କ୍ଷୟ  : ବର୍ଷାଜଳ ଦ୍ଵାରା ଭୂପୃଷ୍ଠର ଉପରିଭାଗରୁ ସମାନ ଭାବରେ ପତଳା ମୃତ୍ତିକା କ୍ଷୟ ହୋଇଯିବାରୁ ଆସ୍ତରଣ କ୍ଷୟ କୁହାଯାଏ   ।

(ଖ) ରିଲ କ୍ଷୟ  : ଏହି କ୍ଷୟ ଦ୍ଵାରା ଛୋଟ ଛୋଟ ନାଳ ସୃଷ୍ଟି ହୁଏ  ।  ବର୍ଷାଜଳ ଦ୍ରୁତଗତିରେ ପ୍ରବାହିତ ହେବାଦ୍ଵାରା ଭୂ-ପୃଷ୍ଠର ମୃତ୍ତିକା ଧୋଇ ହୋଇଯାଇ ଖାଲୁଆ ଅଞ୍ଚଳ ସୃଷ୍ଟି କରେ   ।

(ଗ) ଗଲିକ୍ଷୟ   : ଜଳ ନାଳ ମଧ୍ୟ ଦେଇ ପ୍ରବଳ ବେଗରେ ଗତି କରିବା ସମୟରେ ଗଲି କ୍ଷୟ କୁହାଯାଏ  ।

(ଘ) ନଦୀଦ୍ଵାରା କ୍ଷୟ   : ଅନେକ ଗଲି ବା ନାଳର ମିଶ୍ରଣରେ ନଦୀ ସୃଷ୍ଟି ହୁଏ  ।   ବନ୍ୟା ସମୟ ନଦୀର ଦୁଇ ପାର୍ଶ୍ଵର ଉର୍ବର ମୃତ୍ତିକା ନଷ୍ଟ ହୋଇଯାଇଥାଏ  ।  ନଦୀବଢି ଦ୍ଵାରା ଶସ୍ୟକ୍ଷେତ୍ରର ମୃତ୍ତିକା ମଧ୍ୟ ଧୋଇ ହୋଇଯାଏ  । ନଦୀ ଦ୍ଵାରା ମୃତ୍ତିକା କ୍ଷୟ ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ   ।

(2)  ବପନ  : ବାୟୁଚଳନ ଫଳରେ ପବନ ହୁଏ    ।  ସାଧାରଣତଃ ଶୁଷ୍କ ଅଞ୍ଚଳରେ ମୃତ୍ତିକା ବାଲୁକାମୟ ହୋଇଥାଏ   ।  ପବନର ଅଗତି ଦ୍ଵାରା ସୂକ୍ଷ୍ମଧୁଳିକଣା ଗୁଡିକ ସ୍ଥାନାନ୍ତରିତ ହୋଇଥାନ୍ତି  ।  ଏହାକୁ ବାୟୁ ଜନିତ ମୃତ୍ତିକା  କ୍ଷୟ କୁହାଯାଏ   ।  ମୁଖ୍ୟତଃ ବୃକ୍ଷଶୂନ୍ୟ ଅଞ୍ଚଳରେ ଏ ପ୍ରକାର ମୃତ୍ତିକା କ୍ଷୟ ହୋଇଥାଏ   ।

ନିମ୍ନ ପ୍ରକାରର ମୃତ୍ତିକାକ୍ଷୟ ପବନ ଦ୍ଵାରା ସଂଗଠିତ ହୋଇଥାଏ   ।

(କ) ଆକସ୍ମିକ ପରିବର୍ତ୍ତନ   : ମରୁ ଅଞ୍ଚଳର ଉପରିସ୍ଥ ମୃତ୍ତିକା ବିଭିନ୍ନ ପ୍ରକାର ଲବଣଦ୍ଵାରା ପରିପୁଷ୍ଟ ହୋଇଥାଏ  ।  ବାୟୁର କ୍ଷିପ୍ର ଗତି ଦ୍ଵାରା ଉକ୍ତ ମୃତ୍ତିକା କ୍ଷୟ ହୋଇ ପାଖରେ ଥିବା ଶସ୍ୟକ୍ଷେତ୍ରରେ ଜମାହୁଏ   ।  ବାୟୁର ଏହି ଆକସ୍ମିକ ପରିବର୍ତ୍ତନ ଦ୍ଵାରା ଲବଣଯୁକ୍ତ ମୃତ୍ତିକା କ୍ଷୟ ଛୋଟ ଛୋଟ ସ୍ତୂପ ଆକାର ଧାରଣ କରେ    ।

(ଖ) ସସପେନସନ   : ବାୟୁ ଚାଳନ ଦ୍ଵାରା କ୍ଷୁଦ୍ର ମୃତ୍ତିକା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିଲା  ।  ଛୋଟ ଛୋଟ ଆକାର ଏବଂ ହାଲୁକା ଯୋଗୁଁ କେତେକ ସହଜରେ ବହୁଦୂର ପର୍ଯ୍ୟନ୍ତ ବିକ୍ଷିପ୍ତ ହୋଇଥାନ୍ତି   ।  ମରୁଭୂମି ନିକଟସ୍ଥ ସମତଳ ଅଞ୍ଚଳରେ ଏ ପ୍ରକାର ମୃତ୍ତିକା କ୍ଷୟ ବିଶେଷ ଭାବରେ ଦେଖାଯାଏ   ।

(ଗ) ପୃଷ୍ଠ ସଞ୍ଚଳନ   : ମୃତ୍ତିକାର ବଡ ବଡ ଅଂଶ ବାୟୁର ଦ୍ରୁତ ଚାଳନ ପ୍ରକ୍ରିୟା ଦ୍ଵାରା ପାହାଡ ଢାଲୁ ପୃଷ୍ଠରୁ ନିମ୍ନ ଅଂଶକୁ ସ୍ଥାନାନ୍ତରିତ ହୋଇଥାନ୍ତି   ।  ଏପ୍ରକାର ମୃତ୍ତିକା କ୍ଷୟକୁ ପୃଷ୍ଠ ସଂଚାଳନ କୁହାଯାଏ  ।

(3) ଭୂଚାଳନ  : ଅତ୍ୟଧିକ ବର୍ଷା ହେବ ସହିତ ଜଳ ଶୋଷି ହୋଇ ଭୂଗର୍ଭକୁ ପ୍ରବେଶ କରେ   ।  ଏହାଦ୍ଵାରା ସେ ଅଞ୍ଚଳରେ ମୃତ୍ତିକା ଓଜନ ବୃଦ୍ଧି ହୋଇ ବିରାଟ ଭୂଖଣ୍ଡ ତଳକୁ ଖସିପଡେ   ।  ଏହାକୁ ଭୂ- ଚଳନ କୁହାଯାଏ   ।

(4)  ଜଙ୍ଗଲଧ୍ଵଂସ   : ମଣିଷ ନିଜର ସୁଖ ସମୃଦ୍ଧିପାଇଁ ଜଙ୍ଗଲର ପ୍ରକୃତିକ ଉଦ୍ଭିଦରାଜିକୁ ଧ୍ଵଂସ କରି ସେ ଜାଗାରେ ଶିଳ୍ପ – କାରଖଣା , ନଦୀବନ୍ଧ ଯୋଜନା ଆଦି ସ୍ଥାପନ କରିଚାଲିଛି   ।  ଜଙ୍ଗଲ ନଷ୍ଟ ହେବାଦ୍ଵାରା ଉର୍ବର ମୃତ୍ତିକା କ୍ଷୟ ହୋଇଯାଇ ମରୁଭୁମିରେ ପରିଣତ ହେଉଛି  ।

(5) ପଶୁଚାରଣ   : ତୃଣଭୋଜି ପ୍ରାଣୀମାନଙ୍କ ଦ୍ଵାରା ତୃଣଭୋଜି ତଥା ଚରଣ ଭୂମିଗୁଡିକ ଅତି ମାତ୍ରାରେ ବ୍ୟବହାର ହେବାଦ୍ଵାରା ମୃତ୍ତିକା କ୍ଷୁଦ୍ର କନିକାରେ ପରିଣତ ହୋଇଥାଏ  ।  ଜଳ ଏବଂ ବାୟୁ ଦ୍ଵାରା ମୃତ୍ତିକାର ଏକ କ୍ଷୁଦ୍ର କନିକାଗୁଡିକ ଅତ୍ୟଧିକ ମାତ୍ରାରେ କ୍ଷୟ ହୋଇ ଚରଣ ଭୂମିଗୁଡିକର ବିପର୍ଯ୍ୟୟ ଘଟାଇଥାଏ   ।

(6) ଆଧୁନିକ କୃଷି  : ଆଧୁନିକ କୃଷି କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ପ୍ରକାରର ରାସାୟନିକ ସାର ମୃତ୍ତିକାରେ ଥିବା ଅଣୁଜୀବମାନଙ୍କୁ ନଷ୍ଟ କରିଦେଇ  ।  ଏହାଦ୍ଵାରା ହ୍ୟୁମସ କମ ହୋଇ ମୃତ୍ତିକାକୁ ହାଲୁକା କରିଦିଏ   ।  ପବନ ଏବଂ ଜଳ ଦ୍ଵାରା ସହଜ ରେ ସ୍ଥାନାନ୍ତରରିତ ହୋଇଥାଏ   ।

ମୃତ୍ତିକା କ୍ଷୟର ପରିଣାମ  :

ମୃତ୍ତିକା ଥରେ କ୍ଷୟ ହେଲେ   , ପ୍ରାକୃତିକ ଉପାୟରେ ପୁଣି ଉର୍ବର ମୃତ୍ତିକା ତିଆରି ହେବା ପାଇଁ ବହୁତ ବର୍ଷ ଲାଗିଯାଏ   ।  ମୃତ୍ତିକା କ୍ଷୟର ପରିମାଣଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା   ।

  1. ମୃତ୍ତିକା କ୍ଷୟ ହେବା ମୃତ୍ତିକାରେ ଥିବା ଅନେକ ପୋଷାକ ନଷ୍ଟ ହୋଇଥାଏ  ।
  2. ମୃତ୍ତିକାର ଉର୍ବରତା ନଷ୍ଟ ହେବଦ୍ଵାରା ଜମିର ଉତ୍ପାଦନଶକ୍ତି କମିଯାଏ   ।
  3. ବର୍ଷାଜଳ ଦ୍ଵାରା ମୃତ୍ତିକାକ୍ଷୟ ହୋଇ ପୋଖରୀ ଏବଂ ହ୍ରଦ ଗୁଡିକରେ ଜମିବା ଦ୍ଵାରା ପଙ୍କର ପରିମାଣ ଅଧିକ ହୁଏ ଏବଂ ସେଗୁଡିକ ପୋତି ହୋଇ ଜଳ ଧାରଣ କ୍ଷମତା ହରନ୍ତି  ।
  4. ନଦୀଦ୍ଵାରା ମୃତ୍ତିକା କ୍ଷୟ ଘଟି ପଟଠୁ ମାଟି ଜମିଯିବା ଦ୍ଵାରା ନଦୀମୁହାଣ ଏବଂ ବନ୍ଦର ଏବଂ ବନ୍ଦର ଗୁଡିକ ପୋତି ହୋଇ ଗଭୀରତା କମିଯାଏ   ।
  5. ମୃତ୍ତିକା କ୍ଷୟ ହେବାଦ୍ଵାରା ମରୁଭୂମି ସୃଷ୍ଟି ହୁଏ  ।
  6. ମରୁ ଅଞ୍ଚଳରେ ମୃତ୍ତିକା ସ୍ଥାନାନ୍ତରିତ ହୋଇ ଅନ୍ୟ ସ୍ଥାନରେ ସ୍ତୂପ ଆକାରରେ ଜମା ହେବାଦ୍ଵାରା ଉକ୍ତ ଅଞ୍ଚଳର ସବୁଜିମା ନଷ୍ଟ ହୋଇଯାଇଥାଏ   ।
  7. ଭୂ- ଚଳନ ଦ୍ଵାରା ମୃତ୍ତିକାକ୍ଷୟ ହୋଇ ଅନେକ କୋଠବାଡି,  ରାସ୍ତାଘାଟ ,  ସୁଡଙ୍ଗ ଆଦି ଧସିପଡି ବହୁ ଧନଜୀବନ ନଷ୍ଟ କରିଥାଏ   ।  ସମୁଦ୍ର ଢେଉ ଦ୍ଵାରା ବେଳାଭୂମି କ୍ଷୟ ହେବାଫଳରେ ଧୀବରମାନଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି ହୁଏ   ।

ମୃତ୍ତିକା ସଂରକ୍ଷଣ

ମୃତ୍ତିକା କ୍ଷୟ ବର୍ତ୍ତମାନ ଏକ ମୁଖ୍ୟ ସମସ୍ଯା   ।  ଏହି ସମ୍ପଦର ସୁରକ୍ଷା ଏବଂ ସଂରକ୍ଷଣ ଏକାନ୍ତ ଆବଶ୍ୟକ   ।  ମୃତ୍ତିକା ସଂରକ୍ଷଣର ବିଭିନ୍ନ ଉପାୟଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା   ।

  1. ବନୀକରଣ  : ବୃକ୍ଷଶୂନ୍ୟ ଅଞ୍ଚଳରେ ମୃତ୍ତିକା କ୍ଷୟର ପରିମାଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ   ,  ଏହାର ସଂରକ୍ଷଣ ନିମନ୍ତେ ବନୀକରଣ ଏକାନ୍ତ ଆବଶ୍ୟକ   ।  ବନୀକରଣ ଦ୍ଵାରା ଅଦରକାରୀ ପତିତ ଜମିରେ ନୂତନ ବୃକ୍ଷରୋପଣ କରି ଏହାକୁ ଜଙ୍ଗଲରେ ରୂପାନ୍ତରିତ କରାଯାଇ ମୃତ୍ତିକା ସଂରକ୍ଷଣ କରାଯାଇପାରିବ   ।
  2. ପୁନଃ ଜଙ୍ଗଲୀକରଣ   : ଧ୍ଵଂସ ପାଇଯାଇଥିବା ପୁରାତନ ଜଙ୍ଗଲଗୁଡିକରେ ନୂତନ ବୃକ୍ଷରୋପଣ କରାଯାଇ ଏହାର ପୁନରୁଧାର କରାଯିବା ଆବଶ୍ୟକ   ।  ପୁରାତନ ଜଙ୍ଗଲଗୁଡିକର ଉପଯୁକ୍ତ ରକ୍ଷଣାବେଖାନା ଦ୍ଵାରା ମଧ୍ୟ ମୃତ୍ତିକା ସଂରକ୍ଷଣ କରାଯାଇପାରି   ।
  3. ନିୟନ୍ତ୍ରିତ ଚାରଣ  : ତୃଣଭୋଜୀ ପ୍ରାଣୀମାନଙ୍କର ଅତ୍ୟଧିକ ଚରଣ ଯୋଗୁଁ ତୃଣଭୂମିଗୁଡିକ ନଷ୍ଟ ହୋଇ ମରୁଭୁମିରେ ପରିଣତ ହୋଇଥାନ୍ତି  ।  ଫଳରେ ମୃତ୍ତିକାର ଉପର ସ୍ତର ହାଲୁକା ହୋଇଯାଇ ଜଳ ଏବଂ ବାୟୁଦ୍ଵାରା ସହଜରେ କ୍ଷୟ ହୋଇଥାଏ   ।  ତେଣୁ ମୃତ୍ତିକା ନିମନ୍ତେ ତୃଣଭୋଜୀ ପ୍ରାଣୀମାନଙ୍କର ନିୟନ୍ତ୍ରିତ ଚରଣ ଆବଶ୍ୟକତା ରହିଛି   ।
  4. ଶିଆର ଚାଷ  : ସ୍ୱଳ୍ପ ବୃଷ୍ଟିପାତ ଅଞ୍ଚଳରେ ଜମିରେ ସିଆରମାନ କରି ବର୍ଷାଜଳକୁ ସଞ୍ଚୟକରି ରଖାଯାଏ  । ଖାଲୁଆ ନାଳ ପାର୍ଶ୍ଵରେ ଥିବା ଉଚ୍ଛାମାଟି ହୁଡାରେ ବୃକ୍ଷରୋପଣ କରାଯାଇଥାଏ   ।  ଏହାଦ୍ଵାରା ଉଭୟ ମୃତ୍ତିକା ଏବଂ ଜଳ ସଂରକ୍ଷଣ କରାଯାଏ   ।
  5. ଫସଲ ପର୍ଯ୍ୟାକରଣ  : ସବୁବେଳେ ଗୋଟିଏ ଜମିରେ ଏକ ପ୍ରକାର ଚାଷ ନକରି ଗୋଟିଏ ପ୍ରକାର ଫସଲ ପରେ ଅନ୍ୟ ଏକ ପ୍ରକାର ଫସଲ ଜମିର ଉର୍ବରତା ବୃଦ୍ଧି ପାଇଥାଏ  ।  ଧାନ, ଗହମ,  ଆଦି ଚାଷ ପରେ ସେହି ଶସ୍ୟକ୍ଷେତ୍ରରେ ଡାଲି ଜାତୀୟ ଫସଲ ଯଥା  - ମୁଗ,  ବିରି,  ଶିମ୍ବ ,  ଆଦି ଚାଷ କରିବା ଦ୍ଵାରା  ମାଟିରେ ଯବକ୍ଷାରଜାନ ପରିମାଣର ବୃଦ୍ଧି ଘଟି ଅଧିକ ଉର୍ବର ହୋଇଥାଏ  ।
  6. ପଟି ଚାଷ   : ପଟିଚାଷ ପଦ୍ଧତିରେ ଢାଲୁ ଅଞ୍ଚଳର ମୃତ୍ତିକା କ୍ଷୟକୁ ପ୍ରତିହାତ କରାଯାଇଥାଏ   ।  ବର୍ଷାଜଳ ଦ୍ଵାରା ହୋଇଥିବା ସବୁ ନାଳ ଅଞ୍ଚଳରେ ଧାଡି ଧାଡି କରି ବୃକ୍ଷରୋପଣ କରିବା ଦ୍ଵାରା ବର୍ଷା ଜଳ ବାଧାପ୍ରାପ୍ତ ହୋଇଥାଏ   ।  ଫଳରେ ଜଳ ଏବଂ ପବନ ଦ୍ଵାରା ହେଉଥିବା ମୃତ୍ତିକା କ୍ଷୟକୁ ରୋକାଯାଇଥାଏ   ।
  7. ପଡିଆ ପକାଇବା   : ଏହି ପଦ୍ଧତିରେ ଫସଲ ଅମଳ ହେବାପରେ ଜମିକୁ ଗୋଟିଏ ଋତୁ ପର୍ଯ୍ୟନ୍ତ ପଡିଆ ପକାଯାଏ  ।  ଶସ୍ୟକ୍ଷେତ୍ରରେ ହ୍ରାସ ହୋଇଥିବା ଉଦ୍ଭିଦ ପୋଷାକଗୁଡିକ ଏହି ସମୟ ମଧ୍ୟରେ ପୁନର୍ବାର ସୃଷ୍ଟି ହୁଏ   ।  ଏହାଫଲରେ ପରବର୍ତ୍ତୀ ପର୍ଯ୍ୟାୟରେ ଉନ୍ନତମାନର ଶସ୍ୟ ଉତ୍ପାଦିତ ହେବା ସଙ୍ଗେ ସଙ୍ଗେ ମୃତ୍ତିକା ମଧ୍ୟ ସଂରକ୍ଷିତ ହୋଇଥାଏ   ।
  8. ଛାଦି କରଣ  : ଏହି ପ୍ରକ୍ରିୟାରେ ଉଭୟ ଜଳ ଏବଂ ପବନଦ୍ଵାରା ହେଉଥିବା ମୃତ୍ତିକା  କ୍ଷୟକୁ ରୋକାଯାଇଥାଏ   ।  ଉଦ୍ଭିଦର ବିଭିନ୍ନ ଅଂଶ ଯଥା  : ଡାଳ, ପତ୍ର, ନଡା ,, କୁଟା, ଘାସ ଆଦି ମୃତ୍ତିକା ଉପରେ ଆଚ୍ଛାଦିତ ହୋଇ ରହିବା ଦ୍ଵାରା ଏହାର ଉପରିଭାଗ ଜଳ ଏବଂ ବାୟୁଦ୍ଵାରା ପ୍ରଭାବିତ ନ ହୋଇ ମୃତ୍ତିକା ବାନ୍ଧି ହୋଇରହିଥାଏ   ।  ଏହା ଫଳରେ ମୃତ୍ତିକାର ଜଳୀୟ ଅଂଶ ବୃଦ୍ଧି ପାଏ ଏବଂ ଅଣୁଜୀବଗୁଡିକ ବଂଶବୃଦ୍ଧି କରି ଜମିର ଉର୍ବରତା ବଢାଇଥାନ୍ତି  ।
  9. ବେଦିକା ପାବଚ୍ଛ କୃଷି   : ଏହି ପ୍ରକାର କୃଷି କାର୍ଯ୍ୟ ସମତଳ ସ୍ଥାନରେ କରାଯାଇଥାଏ   ।  ନାଳଦ୍ଵାରା ବେଦିକ ପାବଚ୍ଛକୁ ଜଳଯୋଗାଣ କରାଯାଏ   । ପାହାଡ ପ୍ରଭୃତି କାଟି ସମତଳଭୂମି ପ୍ରସ୍ତୁତ କରି ତହିଁରେ ଚାଷ କରଜି କରିଆଯିବା ଦ୍ଵାରା ମୃତ୍ତିକା ସଂରକ୍ଷଣ ହୋଇପାରିଥାଏ   ।

10. ମୃତ୍ତିକା ଆବରଣ   : ବୃକ୍ଷରୋପଣ  କରି ମୃତ୍ତିକାକୁ ଠିକ ଭାବରେ ଆବରଣ କରାଗଲେ ମୃତ୍ତିକା  କ୍ଷୟ ବହୁପରିମାଣରେ ନିୟନ୍ତ୍ରିତ ହୋଇପାରିବ   ।

11. ମନ୍ଦା ନିକ୍ଷାଳନ  : ଢାଲୁ ଅଞ୍ଚଳରୁ ପ୍ରବାହିତ ବର୍ଷାଜଳକୁ ଛୋଟ ଛୋଟ ବେଶିନ ବା ମନ୍ଦାଦ୍ଵାରା ଆବଦ୍ଧ କରି ରଖାଯାଇଥାଏ   ।  ଏହି ସଙ୍କୁଚିତ ଜଳକୁ ଚାଷ କାର୍ଯ୍ୟରେ ଉପଯୋଗ କରାଯାଇଥାଏ   । ପାଣିକୁ ଅଟକାଇ ରଖିବା ଦ୍ଵାରା ମୃତ୍ତିକା କ୍ଷୟକୁ ହ୍ରାସ କରାଯାଏ   ।

12. ନଦୀବନ୍ଧ ନିର୍ମାଣ  : ନଦୀବନ୍ଧ ନିର୍ମାଣ ଦ୍ଵାରା ନଦୀର ଜଳକୁ ଆବଦ୍ଧ କରାଯାଇ ବିଭିନ୍ନ କାର୍ଯ୍ୟରେ ନିଯୋଜିତ କରିବା ସଙ୍ଗେ ସଙ୍ଗେ ବନ୍ୟାଦ୍ଵାରା ହେଉଥିବା ମୃତ୍ତିକା କ୍ଷୟକୁ ପ୍ରତିରୋଧ କରାଯାଇଥାଏ  ।

13. ନଦୀ କୁଳ ସୁରକ୍ଷା  : ନଦୀକୁଳର ଉଭୟପାର୍ଶ୍ଵ ଜଳଦ୍ଵାରା ଅତଡାଖାଇ ମୃତ୍ତିକା କ୍ଷୟ ହୋଇଥାଏ  ।  ତେଣୁ ମୃତ୍ତିକା ସଂରକ୍ଷଣ ନିମନ୍ତେ ନଦୀକୂଳରେ ବୃକ୍ଷରୋପଣର ଆବଶ୍ୟକତା ରହିଛି  ।  ଏହାଛଡା କଂକ୍ରିଟ ଦ୍ଵାରା ମଧ୍ୟ ନଦୀକୂଳର୍କୁ ସୁରକ୍ଷା କରାଯାଇପାରିବ  ।  ଫଳରେ ନଦୀକୂଳରେ ଥିବା ଗ୍ରାମଗୁଡିକ ରକ୍ଷା କରାଯାଇପାରିବ   ।

14. ଜନ ସଚେତନା  : ରାଷ୍ଟ୍ର ଏବଂ ସଭ୍ୟତାର ସ୍ଥିତି ଏବଂ ସମୃଦ୍ଧିରେ ମୃତ୍ତିକାର ଅବଦାନ ଅତୁଳନୀୟ  ।  କୃଷିକାର୍ଯ୍ୟ ଏବଂ ଉଦ୍ଭିଦ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ପୋଷାକ ଦ୍ରବ୍ୟର ମୃତ୍ତିକା ଗନ୍ତାଘର ଅଟେ   ।  ମୃତ୍ତିକା ସମ୍ପଦ ସୁରକ୍ଷା ଓ ଉତ୍ତମ ପରିଚାଳନା ନ କଲେ ଏହାର ଉତ୍ପାଦିକା ଶକ୍ତି ନଷ୍ଟ ହେବ     ।  ତେଣୁ ମୃତ୍ତିକା ସମ୍ପଦ ସମ୍ପର୍କରେ ଜଳ ସଚେତନା ଏକାନ୍ତ ଆବଶ୍ୟକ  ।  ଭବିଷ୍ୟତ ବଂଶଧରମାନନଙ୍କ ପାଇଁ ଏକ ଉତ୍ପାଦନକ୍ଷମ ,  ବଳିଷ୍ଟ , ନିରୋଗ ମୃତ୍ତିକା ସମ୍ପଦ ସୃଷ୍ଟି ହିଁ ସମସ୍ତଙ୍କ କର୍ତ୍ତବ୍ୟ ହେବା ବିଧେୟ   ।

ପ୍ରକୃତିକ ସମ୍ପଦର ସଂରକ୍ଷଣ ବ୍ୟକ୍ତିବିଶେଷର ଭୂମିକା

ମନୁଷ୍ୟ ହେଉଛି ପ୍ରକୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ   ।  ପ୍ରକୃତି ଏବଂ ପ୍ରାକୃତି ସମ୍ପଦକୁ ରକ୍ଷା କରିବା ହେଉଛି ତାର ଜୀବନବୋଧର ଆଦର୍ଶ   ।  ପ୍ରାକୃତିକ ସମ୍ପଦଗୁଡିକର ବିନାଶ ପରିବେଶର ଅସନ୍ତୁଳନ ଅବସ୍ଥା ନିମନ୍ତେ ଦାୟୀ  ।  ଏହା ସମଗ୍ର ବିଶ୍ଵର ଏକ ପ୍ରଧାନ ସମସ୍ଯା  ।  ତେଣୁ ପରିବେଶର ଭାରସାମ୍ୟ ରକ୍ଷା କରିବାରେ ଜଣ ସହଯୋଗ ଏକାନ୍ତ ଆବଶ୍ୟକ  ।  ଏହି ମର୍ମରେ ମାନବ ସମାଜରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆମ ଦେଶରେ ଜାତୀୟ ପରିବେଶ ସଚେତନତା ଆନ୍ଦୋଳନ ସରକାରଙ୍କ ତରଫରୁ ପ୍ରତିବର୍ଷ ଆୟୋଜିତ ହେଉଛି  ।  ଦେଶରେ ବିଭିନ୍ନ ବେସରକାରୀ ସଂଗଠନକୁ (NGO ) ଏହି କାର୍ଯ୍ୟକ୍ରମ ସହିତ ସଂଶ୍ଳିଷ୍ଟ କରାଯାଉଛି   ।  ଜାତିସଂଘ ତରଫରୁ ଆନ୍ତର୍ଜାତିକ ପ୍ରକୃତି ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ସମ୍ମିଳନୀ ଏବଂ ବିଭିନ୍ନ ଦେଶର ଜାତୀୟ ସରକାରଙ୍କ ସହିତ ମିଳିତ ଭାବରେ କାର୍ଯ୍ୟ କରୁଛି    ।

ଏହି ପ୍ରାକୃତିକ ସମ୍ପଦଗୁଡିକ ଅମୂଲ୍ୟ ଅଟନ୍ତି   ।  ଏଗୁଡିକର ଅବକ୍ଷୟ ଯେଉଁ ପରିମାଣରେ ବଢିଚାଲିଛି  ,  ଏହାର ସଂରକ୍ଷଣ ନିମନ୍ତେ ନିମ୍ନୋକ୍ତ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନ ହେବା ଉଚିତ   ।

  1. ପ୍ରାକୃତିକ ସମ୍ପଦର ମିତବ୍ୟୟିତା  ।
  2. ଅଣନବୀକରଣ ଯୋଗ୍ୟ ପ୍ରାକୃତିକ ସମ୍ପଦର ବ୍ୟବହାର ହ୍ରାସ   ।
  3. ଜନସଂଖ୍ୟା ନିୟନ୍ତ୍ରଣ   ।
  4. ନବୀକରଣ ଯୋଗ୍ୟ ପ୍ରାକୃତିକ ସମ୍ପଦର ସଂରକ୍ଷଣ  ।
  5. ଆବଶ୍ୟକତାଠାରୁ ଅଧିକ କଳକାରଖାନା ଆଦି ସ୍ଥାପନ ନ କରିବା ନିମନ୍ତେ ଉପଯୁକ୍ତ ଆଇନ ପ୍ରଣୟନ   ।
  6. ପରିବେଶର ସୁରକ୍ଷା ନିମନ୍ତେ ପରିବେଶ ସୁରକ୍ଷା ନିୟମଗୁଡିକ ଅନୁସରଣ କରିବା  ।
  7. “ ପ୍ରତ୍ୟେକଙ୍କ ପାଇଁ ଗୋଟିଏ ବୃକ୍ଷ “ ନବୀକରଣ ମୂଳମନ୍ତ୍ର ହେବା ଦରକାର   ।
  8. ପ୍ରାକୃତିକ ସମ୍ପଦର ବିନିଯୋଗ ପାଇଁ ଏକ ସୁଚିନ୍ତିତ ଯୋଜନା ଆବଶ୍ୟକ   ।
  9. ପ୍ରାକୃତିକ ସମ୍ପଦର ଗୁରୁତ୍ଵ ଉପଲ୍ଲବ୍ଧି କରିବା ପାଇଁ ଜନସଚେତନତା ସୃଷ୍ଟି କରିବା  ।

10. ଆଞ୍ଚଳିକ ଭିତ୍ତିରେ ସମ୍ପଦର ଆଦାନପ୍ରଦାନ କରିବା ଦରକାର   ।

ତେଣୁ ଜନସାଧାରଣ ସେମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ସଚେତନ ନ ହେବା ପର୍ଯ୍ୟନ୍ତ ପ୍ରାକୃତିକ ସମ୍ପଦର ଅବକ୍ଷୟ ହୋଇ ଚାଲିଥିବ   ।  ପ୍ରକୃତିର ଏହି ଅମୂଲ୍ୟ ସମ୍ପଦକୁ ଆମେ ରକ୍ଷାକଲେ ପ୍ରକୃତି ଆମକୁ ରକ୍ଷା କରିବ  - ଏହି ଚେୟାନା ଆମ୍ଭମାନଙ୍କ ମଧ୍ୟରେ ଉମ୍ସେଷ ଲାଭ କରିବାର ଦରକାର   ।

ବିପରର୍ଯ୍ୟୟ ପରିଚାଳନା   :

ବିନା ପ୍ରାକ ସୂଚନାରେ ସୃଷ୍ଟି ହୋଇ କୌଣସି ଏକ ସ୍ଥାନରେ ଜନଜୀବନକୁ ବିପର୍ଯ୍ୟସ୍ତ କରୁଥିବା ଏବଂ ସେହି ସ୍ଥାନର ଜନସାଧାରଣଙ୍କୁ ସାମଗ୍ରିକ ଭାବରେ ପ୍ରଭାବିତ କରୁଥିବା ପ୍ରାକୃତିକ ବିନାଶକାରୀ ଶକ୍ତିକୁ ସାଧାରଣତଃ  “ବିପରର୍ଯ୍ୟୟ ବା ପ୍ରାକୃତିକ ବିପରର୍ଯ୍ୟୟ “ କୁହାଯାଏ  ।  ବନ୍ୟା,  ବାତ୍ୟା,  ଭୂମିକମ୍ଫ ,  ସୁନାମୀ ,  ତୁଷାର,  ଝଡ,  ପ୍ରଭୁତି ହିଁ ଆମେ ସାଧାରଣତଃ ବିପରର୍ଯ୍ୟୟ ବା ପ୍ରାକୃତିକ ବିପର୍ଯ୍ୟୟ ପର୍ଯ୍ୟାୟଭୁକ୍ତ କରିଥାଉ   ।  ପ୍ରାକୃତିକ ବିପର୍ଯ୍ୟୟ ଫଳରେ ଜନସାଧାରଣଙ୍କ ଜୀବନଯାତ୍ରା ସାମୂହିକ ଭାବରେ ପ୍ରଭାବିତ ହୋଇଥାଏ ଏବଂ ଏହା ଫଳରେ ବହୁ ଧନଜୀବନ ନଷ୍ଟ ହେବାର ସମ୍ଭାବନା ମଧ୍ୟ ରହିଥାଏ   ।  ପୁନଶ୍ଚ ,  ବିପର୍ଯ୍ୟୟ ଜନସାଧାରଣଙ୍କୁ ଦୈହିକ ଓ ମାନସିକ ଦୁଇ ପ୍ରକାରରେ ପ୍ରଭାବିତ କରେ  ,।  ବିପର୍ଯ୍ୟୟର ଦୈନିକ ପ୍ରଭାବଗୁଡିକ ମଧ୍ୟରେ ଖାଦ୍ୟ,  ପାନୀୟଜଳ ,  ବିଦ୍ୟୁତ ଶକ୍ତି ,  ଜାଳେଣୀ ପ୍ରଭୁତି ଜରୁରୀ ଆବଶ୍ୟକତାର ହଠାତ ଅଭାବ ଇତ୍ୟାଦି ହେଉଛି ପ୍ରମୁଖ   ।  ଏହା ବ୍ୟତୀତ ଗମନାଗମନର ସୁଯୋଗ ନମିଳିବା , ସ୍କୁଲ କଲେଜ, ସରକାରୀ ଅଫିସ ତଥା ବ୍ୟାଙ୍କ ବୀମା ଇତ୍ୟାଦି ସେବା ଉପଲ୍ଲବ୍ଧ ନ ହେବା ମଧ୍ୟ ବିପର୍ଯ୍ୟୟରେ ଦୈନିକ ପ୍ରଭାବ ଭାବରେ ପରିଗଣିତ ହୁଏ   ।  ସେସବୁ ସହିତ ବିପର୍ଯ୍ୟୟ ସମୟରେ ଘଟୁଥିବା ବ୍ୟାପକ ଜୀବନହାନୀ ମଧ୍ୟ ବିପର୍ଯ୍ୟୟର ଦୈନିକ ପ୍ରଭାବ   ।

ଓଡିଶାରେ ଦେଖାଯାଇଥିବା ମହାବାତ୍ୟା ଭଳି ବିପର୍ଯ୍ୟୟ ଫଳରେ ହଜାର ହଜାର ଲୋକେ ପ୍ରାଣ ହରାଇବା ପରେ କୌଣସି ପ୍ରକାରେ ପ୍ରଳୟଙ୍କାରି ବାତ୍ୟା ଦାଉରୁ ରକ୍ଷା ପାଇ ଯାଇଥିବା ଲୋକମାନଙ୍କର ନାନାଧରଣର ମାନସିକ ବିକୃତି ଦେଖିବାକୁ ମିଳିଥିଲା  । ମୁଖ୍ୟତଃ,ମହାବାତ୍ୟାରେ ପରିବାରର  ସ୍ଵଜନମାନଙ୍କୁ କିମ୍ବା ଜୀବନରେ ସମସ୍ତ ସଞ୍ଚିତ ଧନ ହରାଇଥିବା ଲୋକମାନଙ୍କ ମଧ୍ୟରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ   ।  ଓଡିଶାର ମହାବାତ୍ୟା ଭଳି ଦେଶର ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଲୋକମାନଙ୍କ ମଧ୍ୟରେ ଏହିଭଳି ମାନସିକ ସମସ୍ୟା ସୃଷ୍ଟି କରିବା ଏକ ସାଧାରଣ କଥା   ।  ମାନସିକ ଆଘାତ,  ଅସ୍ଥିରତା ,  ଦୁର୍ବଳତା ,  ଭୟ ,  ଅସ୍ଵାଭାବିକ କ୍ରୋଧ ଇତ୍ୟାଦି   ହେଉଛି ବିପର୍ଯ୍ୟୟ ପରବର୍ତ୍ତୀ ମୁଖ୍ୟ ମାନସିକ ସମସ୍ୟା   ।  ଏହା ବ୍ୟତୀତ କ୍ଷତିଗ୍ରସ୍ତ ଲୋକମାନଙ୍କର ମାନସିକ ବିଷାଦ ,  ସାମାଜିକ ଅବ୍ୟବସ୍ଥା , ଏକକୀତ୍ଵ , ନିଦ୍ରାହୀନତା ପ୍ରଭୁତି ସମସ୍ୟା ମଧ୍ୟ ଦେଖା ଦେଇଥାଏ   ।  ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଦେଖା ଯାଉଥିଲେ ମଧ୍ୟ ଆମ ରାଜ୍ୟରେ ଜନଜୀବନକୁ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଗୁରୁତର ଭାବରେ ପ୍ରଭାବିତ କରୁଛି   ।  ଏ ସମ୍ପର୍କରେ ଏଠାରେ ଆଲୋଚନା କରାଯାଇଛି   ।  କୌଣସି ଏକ ବିପର୍ଯ୍ୟୟ ଘଟିଲା ପରେ ବା ବିପର୍ଯ୍ୟୟ ସମୟରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଖାଦ୍ୟ ,  ଆଶ୍ରୟ ,  ପିନ୍ଧିବାଲୁଗା ଇତ୍ୟାଦି ଯୋଗାଇବା ସହିତ ବିରର୍ଯ୍ୟୟ ଓ ତଦଜନିତ କ୍ଷତିକ୍ଷତିର ସାମ୍ନା କରିବା ପାଇଁ ମାନସିକ ଶକ୍ତି ଯୋଗାଇବାକୁ ମଧ୍ୟ ପ୍ରଶାସନ ତଥା ଏକ୍ଷେତ୍ରରେ କାମ କରୁଥିବା ସ୍ଵେଚ୍ଛାସେବୀ ସଂଗଠନମାନଙ୍କର ମୁଖ୍ୟ କାର୍ଯ୍ୟ   ।

(କ) ବନ୍ୟା

ବନ୍ୟା ହେଉଛି ଆମ ଦେଶର ଅନ୍ୟତମ ମୁଖ୍ୟ ପ୍ରାକୃତିକ ବିପର୍ଯ୍ୟୟ   ।  ଆମ ଦେଶର ବନ୍ୟାର ପ୍ରକୋପ ଦେଖାଯାଉଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡିଶା,  ଆସାମ,  ପଶ୍ଚିମବଙ୍ଗ ,  ବିହାର,  ଉତ୍ତରପ୍ରଦେଶ ପ୍ରଭୃତି ମୁଖ୍ୟ     ।  ଅନ୍ୟାନ୍ୟ କେତେକ ରାଜ୍ୟରେ ମଧ୍ୟ ସମୟେ ସମୟେ ବନ୍ୟାର ପ୍ରକୋପ ଦେଖିବାକୁ ମିଳେ   ।  ଗଙ୍ଗା,  ଯମୁନା,  ବ୍ରହ୍ମପୁତ୍ର ,  ମହାନଦୀ ଓ ଗୋଦାବରୀ ଭଳି ଦେଶର ମୁଖ୍ୟ ନଦୀମାନଙ୍କର ଅବବାହିକାରେ ବନ୍ୟା ଏକ ସାଧାରଣ ଘଟନା   ,।  ଓଡିଶାରେ ମହାନଦୀ ,  ବ୍ରାହ୍ମଣୀ,  ବୈତରଣୀ ,  ସୁବର୍ଣ୍ଣରେଖା,  ବୁଢାବଳଙ୍ଗ ଓ ବଂଶଧାର ପ୍ରଭୁତି ନଦୀରେ ବନ୍ୟା ମୁଖ୍ୟତଃ ରାଜ୍ୟବାସୀଙ୍କୁ କ୍ଷତିଗ୍ରସ୍ତ କରିଥାଏ    ।  ବନ୍ୟାଦାଉରୁ ଜନସାଧାରଣଙ୍କୁ ରକ୍ଷାକରିବାର ମୁଖ୍ୟ ଏବଂ ସବୁଠାରୁ ଫଳପ୍ରଦ ଉପାୟ ହେଉଛି ବନ୍ୟାନିୟନ୍ତ୍ରଣ କରିବା କ୍ଷେତରେରେ ପଦକ୍ଷେପ ଗ୍ରହଣ   । ସେଥିପାଇଁ ବନ୍ୟା ନିୟନ୍ତ୍ରଣକୁ ସ୍ଵାଧୀନତା ପରଠାରୁ ସବୁଠାରୁ ଅଧିକ ଗୁରୁତ୍ଵ ଦିଆଯାଇଛି   ।  ମାତ୍ରେ ଏକଥା ମଧ୍ୟ ସତ୍ୟ ଯେ ବନ୍ୟା ନିୟନ୍ତ୍ରଣ ପାଇଁ ସମସ୍ତ ସଂଭାବ୍ୟ ପଦକ୍ଷେପ ଗ୍ରହଣ କରାଗଲେ ମଧ୍ୟ ଦେଶରେ ଜନସାଧାରଣଙ୍କୁ ବନ୍ୟାଦାଉରୁ ସଂପୂର୍ଣ୍ଣ ଭାବରେ ରକ୍ଷା କରାଯାଇପାରିବ ନାହିଁ   ।  ବନ୍ୟା ଏକ ବାସ୍ତବ ସମସ୍ୟା ହୋଇଥିବାରୁ ବନ୍ୟର ମୁକାବିକା ପାଇଁ ସରକାରୀ କଳ ,  ସ୍ଵେଚ୍ଛାସେବୀ ସଂଗଠନ ତଥା ଜନସାଧାରଣଙ୍କ ମିଳିତ ଭାବରେ କେତେକ ପଦକ୍ଷେପ ଗ୍ରହଣ କଲେ ବନ୍ୟା ଜନିତ କ୍ଷୟକ୍ଷତି ହ୍ରାସ କରାଯିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କୁ ବନ୍ୟା ଦାଉରୁ ରକ୍ଷା କରାଯାଇପାରିବ   ।

(ଖ) ବନ୍ୟାପୂର୍ବର ସତର୍କତା  :

ବନ୍ୟା ପୂର୍ବରୁ ନଦୀବନ୍ଧଗୁଡିକ ମରାମତି ଓ ପୁନଃ ନିର୍ମାଣ କାର୍ଯ୍ୟ ଶେଷ କରିବା ହେଉଛି ସ୍ଥାନୀୟ ପ୍ରଶାସନର କାମ  ।  ବର୍ଷା ଆସିବା ପୂର୍ବରୁ ଏହା ଶେଷ ହେବା ଆବଶ୍ୟକ  ।  ମୌସୁମୀ ବର୍ଷା ସମୟରେ ପାଣିପାଗର ପୂର୍ବସୂଚୀ ଅନୁଯାୟୀ ନଦୀବନ୍ଧ ଦ୍ଵାରା ସୃଷ୍ଟି କରାଯାଇଥିବା ଜାଳାଶୟମାନଙ୍କରୁ ଜଳ ନିୟନ୍ତ୍ରଣ ଭାବରେ ନଦୀରେ ଛିଡାଯିବା ଆବଶ୍ୟକ   ।  ଏହା ଫଳରେ ନଦୀରେ ଜଳ ପ୍ରବାହ ନିୟନ୍ତ୍ରଣ ହେବା ସଙ୍ଗେ ସଙ୍ଗେ ଗ୍ରୀଷ୍ମଋତୁରେ ଜଳସେଚନ ପାଇଁ ଜାଳାଶୟରେ ଯଥେଷ୍ଟଜଳ ରହିପାରିବ   । ଜଙ୍ଗଲ କ୍ଷୟ ଫଳରେ ଅତ୍ୟଧିକ ଭୂକ୍ଷୟ ଘଟିଯିବା ଫଳରେ ଜଳାଶୟ ଓ ନଦୀଶଯ୍ୟାଗୁଡିକ ପୋତି ହୋଇଯିବା ଏକ ସାଧାରଣ ଘଟନା   ।  ଏହାର ମୁକାବିଲା ପାଇଁ ନୂତନ ଜଙ୍ଗଲ ସୃଷ୍ଟି କରିବା ଓ ଅବଶିଷ୍ଟ ଜଙ୍ଗଲକୁ ରକ୍ଷା କରିବା ପାଇଁ ସମସ୍ତ ସୁବନ୍ଦୋବସ୍ତ କରାଯିବା ଆବଶ୍ୟକ   । ଏହା ବ୍ୟତୀତ ନଦୀଶଯ୍ୟା ଓ ଜଳାଶୟଗୁଡିକ ଆବଶ୍ୟକ ସ୍ଥାନର ଖୋଳାଯିବା ଆବଶ୍ୟକ   ,  ଯାହା ଫଳରେ ଜଳାଶୟଗୁଡିକର ଜଳଧରଣ କ୍ଷମତା ବୃଦ୍ଧି ପାଇବ   ।  ଏହା ସଙ୍ଗେ ସଙ୍ଗେ ବନ୍ୟାର ଆସନ୍ନ ବିପଦ ସମ୍ପର୍କରେ ଜନସାଧାରଣଙ୍କୁ ଭଲ ଭାବରେ ସୂଚନା ଦେବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ଉପଯୋଗୀ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ   ।  ଏଥିପାଇଁ ସମସ୍ତ ଆଧୁନିକ ଗଣମାଧ୍ୟମକୁ ବ୍ୟବହାର କରାଯିବା ନିତ୍ୟାନ୍ତ ଆବଶ୍ୟକ   ।  ବନ୍ୟା ସମୟରେ ବୟସ୍କ ବ୍ୟକ୍ତି ଓ ଶିଶୁମାନଙ୍କୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଗ୍ରାମର ଯୁବକମାନଙ୍କୁ ନେଇ ସ୍ଵେଚ୍ଛାସେବୀ ବାହିନୀମାନ ଗଠନ କରାଯିବା ଆବଶ୍ୟକ   ।  ଗୋଟିଏ ବିଶେଷ ଭୌଗୋଳିକ ଅଞ୍ଚଳରେ ଜନସଂଖ୍ୟାକୁ ବିଚାରକୁ ନେଇ ଅନ୍ତତଃ 7 ଦିନ ପାଇଁ ଖାଦ୍ୟ , ବସ୍ତ୍ର ,  ଔଷଧ,  ଡିଆସିଲି ,  ମହମବତୀ ,  କିରୋସିନୀ ,  ପଶୁଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରି ରଖାଯିବା ଆବଶ୍ୟକ ଏବଂ ଖୁବଅଳ୍ପ ସମୟ ମଧ୍ୟରେ ସେସବୁକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯଥେଷ୍ଟ ସଂଖ୍ୟକ ଦେଶୀ ଓ ଯନ୍ତ୍ରଚାଳିତ ଡଙ୍ଗା ପ୍ରସ୍ତୁତକାରୀ ରଖାଯିବା ଆବଶ୍ୟକ   ।  ଗୃହପାଳିତ ପଶୁମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ପୂର୍ବରୁ ସ୍ଥିର କରି ସେଠାରେ ଯଥେଷ୍ଟ ପରିମାଣର ଗୋଖାଦ୍ୟ ସଞ୍ଚୟ କରି ରଖାଯିବା ଜରୁରୀ   ।  ଏସବୁ ବ୍ୟତୀତ ବନ୍ୟାଭଳି ବିପର୍ଯ୍ୟୟ ସମୟରେ ଗ୍ରାମ ମଧ୍ୟରେ ଏବଂ ଅନ୍ୟାନ୍ୟ ଗ୍ରାମ ମଧ୍ୟରେ ଯୋଗାଯୋଗ ରକ୍ଷା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବା ଆବଶ୍ୟକ   ।

(ଗ) ବନ୍ୟା ସମୟରେ ସତର୍କତା  :

ବନ୍ୟା ସମୟରେ ସାଧାରଣତଃ ସରକାରଙ୍କ ତରଫରୁ ବିଭିନ୍ନ ଧରଣର ସୂଚନା ଦିଆଯାଇଥାଏ   ।  ବନ୍ୟ ସମୟରେ ବିଷଧର ସାପମାନେ ଘରେ ଆଶ୍ରୟ ନିଅନ୍ତି ସେଥିପାଇଁ ଚଳପ୍ରଚଳ ହେବା ସମୟରେ ସାବଧାନତା ଅବଲମ୍ବନ କରାଯିବା ଆବଶ୍ୟକ  ।  ରାତ୍ରିକାଳୀନ ବ୍ୟବହାର ପାଇଁ ଶକ୍ତିଶାଳୀ ଟର୍ଚ୍ଚର ଆବଶ୍ୟକତା ଥିବାରୁ ସେଗୁଡିକୁ ଯଥା ସମୟରେ ସଂଗ୍ରହ କରାଯିବା ଆବଶ୍ୟକ   ।  ବନ୍ୟାଜଳ ପତ୍ତନ ବୃଦ୍ଧି ହେବା ସମୟରେ ଘରୁ ବାହାରକୁ ବା ବାହାରେ ଥିଲେ ଘରକୁ ଆସିବା ପାଇଁ ଉଦ୍ୟମ ନକରିବା ଉଚିତ  ।  ବନ୍ୟାଜଳ ଜମିଗଲେ ଯାଆସ କରିବା ସବୁଠାରୁ ଭଲ  ।  ମାଥେ ଏହି ସମୟରେ ସରକାରୀ କଳ ସବୁଠାରୁ ଅଧିକ କ୍ରିୟାଶୀଳ ରହିବା ଆବଶ୍ୟକ   ।  ବନ୍ୟା ଘେରରେ ରହିଥିବା ଲୋକମାନଙ୍କ ନିକଟରେ ଖାଦ୍ୟ ପାନୀଯ ଜଳ ଓ ଆବଶ୍ୟକ ଔଷଧ ପହଞ୍ଚାଇବା ଘେଉଛି ପ୍ରଶାସନ ନିକଟରେ ସବୁଠାରୁ ବଡଆହ୍ଵାନ   ।  ଏହାକୁ ସଫଳ ଭାବରେ କରିବା ପାଇଁ ପ୍ରଶାସନ ସମସ୍ତ ପୂର୍ବ ପ୍ରସ୍ତୁତି କରିବା ଆବଶ୍ୟକ  ।  ବନ୍ୟାଞ୍ଚଳ ପାଇଁ ଔଷଧ ,  ଡାକ୍ତର ଓ ସ୍ଵେଚ୍ଛାସେବୀ ଓ ଖାଦ୍ୟ ସାମଗ୍ରୀ ପୂର୍ବରୁ ପ୍ରସ୍ତୁତ କରି ରଖାଯିବା ଆବଶ୍ୟକ   ।  କେବଳ ସେତିକି ନୁହେଁ  , ଯେକୌଣସି ଧରଣର ବିପର୍ଯ୍ୟୟ ସମୟରେ କ୍ଷତିଗ୍ରସ୍ତ ଲୋକମାନଙ୍କର ମନୋବଳ ଦୃଢ ରଖିବା ହେଉଛି ପ୍ରଶାସନର ଅନ୍ୟତମ ମୁଖ୍ୟକାର୍ଯ୍ୟ   ।  ପ୍ରଶାସନ ପକ୍ଷରୁଇ ଏସବୁ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ   ।

(ଘ) ବନ୍ୟା ପରବର୍ତ୍ତୀ ସମୟରେ ପଦକ୍ଷେପ  :

ଏହି ସମୟଟି ହେଉଛି ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ  ।  ବନ୍ୟାପରବର୍ତ୍ତୀ ସମୟର ସ୍ୱାସ୍ଥ୍ୟସେବା ଓ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖାଯିବା ହେଉଛି ମୁଖ୍ୟ ସମସ୍ୟା   ।  ଏହା ବ୍ୟତୀତ ନଷ୍ଟ ହୋଇଥିବା ରାସ୍ତାଘାଟ ଓ ବନ୍ଧବାଡକୁ ମରାମତି କରି ତୁରନ୍ତ ଗମନାଗମନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା ତଥା ସ୍କୁଲ ,  କଲେଜ ,  ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଖୋଲି ଯେତେଶୀଘ୍ର ସମ୍ଭବ ସ୍ଵାଭାବିକ ଅବସ୍ଥା ଫେରାଇ ଆଣିବା ବନ୍ୟା ପରବର୍ତ୍ତୀ ସମୟର ପ୍ରଶାସନୀର ମୁଖ୍ୟ କାର୍ଯ୍ୟ   ।  ଏହି ସମୟରେ ଅନ୍ୟମାନଙ୍କର ବିଶେଷ କରି ଶିକ୍ଷିତ ବର୍ଗଙ୍କର ଗୁରୁଦାୟିତ୍ଵ ରହିଛି   ।  ବନ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକରେ ସ୍ଵାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ସମଗ୍ର ଅଞ୍ଚଳରେ ସଫେଇରେ ପ୍ରଶାସନିକକୁ ସହାୟତା କରିବା ଏବଂ ବନ୍ୟାଜନିତ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ପରିବାର ପାଇଁ ସରକାରୀ ନିଶ୍ଚିତ କରିବା ହେଉଛି ସଚେତନ ନାଗରିକମାନଙ୍କର ମୁଖ୍ୟ କର୍ତ୍ତବ୍ୟ   ।  ଏହିଭଳି ଭାବରେ ପ୍ରଶାସନ ଓ ଜଳସାଧାରଣଙ୍କର ମିଳିତ ଉଦ୍ୟମ ଫଳରେ ବନ୍ୟାଭଳି ଏକ ଗୁରୁତର ପ୍ରାକୃତିକ ବିପର୍ଯ୍ୟୟକୁ ସଫଳ ଭାବରେ ମୁକାବିଲା କରାଯାଇପାରିବ ଏବଂ କ୍ଷୟକ୍ଷତିକୁ ହ୍ରାସ କରାଯାଇପାରିବ   ।

(ଖ) ବାତ୍ୟା  :

ଭାରତର ଭୌଗୋଳିକ ଅବସ୍ଥାନ ଏହି ଦେଶକୁ ପ୍ରାକୃତିକ ଭାବରେ ବାତ୍ୟାପ୍ରବଣ କରିଛି   ।  ମୁଖ୍ୟତଃ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ନିମ୍ନଚାପ ଫଳରେ ପ୍ରତିବର୍ଷ ଦେଶର ପୂର୍ବ ଉପକୂଳରେ ବାତ୍ୟାର ତାଣ୍ଡବଲୀଳା ସଂଗଠନ ହୁଏ  ।

ଦେଶର ପଶ୍ଚିମ ଉପକୂଳରେ ପୂର୍ବ ଉପକୂଳ ଭଳି ବାତ୍ୟା ଦେଖାନଗଲେ ମଧ୍ୟ ସମୟେ ସମୟେ ଆରବସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ତୋଫାନ ସେଠାରେ ପ୍ରବଳ କ୍ଷୟକ୍ଷତି କରେ   ।  ତେବେ ମୁଖ୍ୟତଃ ଦେଶର ପୂର୍ବ ଉପକୂଳସ୍ଥ ପଶ୍ଚିମ ବଙ୍ଗ,  ଓଡିଶା ଓ ଆନ୍ଧ୍ରପ୍ରଦେଶରେ ପ୍ରାୟ ପ୍ରତିବର୍ଷ ବାତ୍ୟାର ପ୍ରକୋପ ଦେଖିବାକୁ ମିଳେ   ।  ଓଡିଶାର ୧୯୭୧,୧୯୮୨, ଓ ୧୯୯୯ ମସିହାରେ ଘଟିଯାଇଥିବା ପ୍ରଳୟଙ୍କାରୀ ବାତ୍ୟାର କ୍ଷତଚିହ୍ନ ଆଜି ପର୍ଯ୍ୟନ୍ତ ଲିଭିନାହିଁ   ।  ବିଶେଷକରି ୧୯୯୯ ମସିହାରେ ଓଡିଶା ଉପକୂଳରେ ସଂଗଠିତ ହୋଇଥିବା ମହାବାତ୍ୟାରେ ବହୁଗ୍ରାମ ଜନଶୂନ୍ୟ ହୋଇଯାଇଥିଲା   ,  ଲକ୍ଷ, ଲକ୍ଷ ଲୋକେ ବାସହରା ହୋଇଥିଲେ   । ଲକ୍ଷ ଲକ୍ଷ ସଂଖ୍ୟକ ଗୃହପାଳିତ ପଶୁ ମୃତ୍ୟୁ ମୁଖ୍ୟରେ ପଡିଥିଲେ ଓ କୋଟି କୋଟି ଟଙ୍କାର ନଷ୍ଟ ହୋଇଥିଲା   ।  ଓଡିଶାର ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏହି ମହାବାତ୍ୟା ଓ ଏହାର ପ୍ରଭାବରେ ଦେଖା ଦେଇଥିବା ବେଳେ ବନ୍ୟା ଧ୍ଵଂସ ତାଣ୍ଡବଲୀଳା ସୃଷ୍ଟି କରିଥିଲା   ।  କେବଳ ସେତିକି ନୁହେଁ   ,  ଏହିଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇ  ରାଜ୍ୟ ପ୍ରଶାସନର ଅପାରଗାତା ଓ ସ୍ଥାଣୁତା ଯୋଗୁଁ ମଧ୍ୟ ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ରିଲିଫ ଯୋଗାଣ,  କ୍ଷତିଗ୍ରସ୍ତମାନଙ୍କର ଥାଇଠାନ ,  ରାସ୍ତାଘାଟ ମରାମତି ଇତ୍ୟାଦି କ୍ଷେତ୍ରରେ ମଧ୍ୟ ବହୁ ଅସୁବିଧା ଦେଖାଦେଇ ଜନସାଧାରଣଙ୍କ ଜୀବନକୁ ଦୁର୍ବିସହ କରିଥିଲା   ।  ସବୁଦୃଷ୍ଟିରୁ ଏହାଥିଲା ଦେଶର ଇତିହାସରେ ସବୁଠାରୁ ବଡ ପ୍ରାକୃତିକ ବିପର୍ଯ୍ୟୟ  ।

ଏହି ମହାବାତ୍ୟା ପରଠାରୁ ହିଁ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ଉଦ୍ୟମ ହୋଇଛି ଏବଂ ଏଥିପାଇଁ ସରକାରୀ କଳ ଏବଂ ସ୍ଵେଚ୍ଛାସେବୀ ସଂଗଠନମାନଙ୍କୁ ମିଳିତ  କରି “ବିପର୍ଯ୍ୟୟ ପ୍ରଶମନ ସଂସ୍ଥା “ ନାମକଳ ଏକ ସ୍ଥାୟୀ ସଂଗଠନ ରାଜ୍ୟ ସରକାରଙ୍କ ଦ୍ଵାରା ଗଠିତ ହୋଇଛି   ।  ଆହୁରି ମଧ୍ୟ  ସରକାରଙ୍କ ତରଫରୁ ବିଶେଷ କରି ଏହି ସଂସ୍ଥା ତରଫରୁ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ବହୁ ପଦକ୍ଷେପ ନିଆଯାଉଛି  ।  ଏଠାରେ ବାତ୍ୟା ସମୟରେ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ କେତେକ ଗୁରୁତ୍ଵପୂର୍ଣ୍ଣ ଡ଼ିଆଇଜି ଉପରେ ଆଲୋକପାତ କରାଯାଇଛି   ।

ବାତ୍ୟା ପୂର୍ବରୁ ସତର୍କତା ମୂଳକ ପଦକ୍ଷେପ  :

ବର୍ତ୍ତମାନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ଫଳରେ ବାତ୍ୟା ସମ୍ପର୍କରେ ସମୟ ଉପଯୋଗୀ ପୂର୍ବସୂଚନା ମିଳିବା ସମ୍ଭବ ହେଉଛି   । ଗଣମାଧ୍ୟମ ବ୍ୟାପକ ବିକାଶ ଫଳରେ ବିଶେଷକରି ଟିଭିର ବ୍ୟପକ ପ୍ରସାର ଫଳରେ ବିପର୍ଯ୍ୟୟ ସମ୍ପର୍କରେ ସୂଚନା ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ତୁଳନାତ୍ମକ ଭାବରେ ଅଧିକ ସହଜସାଧ୍ୟ ହୋଇପାରିଛି  ।  ବାତ୍ୟା ଆସିବା ପୂର୍ବରୁ ତା”ର ପ୍ରାକ ସୂଚନା ପାଇବା ପରେ ନିମ୍ନଲିଖିତ ପଦକ୍ଷେପଗୁଡିକ ଗ୍ରହଣ କରାଯିବା ଏକାନ୍ତ ଆବଶ୍ୟକ  ।

  1. ବାତ୍ୟାର ପ୍ରାକସୂଚନା ପାଇବାପରେ ଅନ୍ୟମାନଙ୍କୁ ସେ ସମ୍ପର୍କରେ ସଚେତନ କରାଯିବା ଆବଶ୍ୟକ ଏବଂ ସମ୍ଭବ ହେଲେ ପ୍ରତ୍ୟେକ ଗ୍ରାମରେ ଗ୍ରାମସଭା ମାନ ଡକାଇ ସାଧାରଣ ଲୋକଙ୍କ ପାଇଁ କରଣୀୟ କାର୍ଯ୍ୟଗୁଡିକୁ ସେମାନଙ୍କୁ ବିଝାଇ ଦିଆଯିବା ଆବଶ୍ୟକ   ।
  2. ଏହାପରେ ନିଜ ଘରେ ଏବଂ ଗ୍ରାମରେ ଯଥେଷ୍ଟ ପରିମାଣର ଖାଦ୍ୟସଂଖ୍ୟା ମହଜୁତ କରି ରଖାଯିବା ଆବଶ୍ୟକ   ।  ବାତ୍ୟାର ପ୍ରାକ ସୂଚନା ମିଳିବା ସଙ୍ଗେ ସଙ୍ଗେ ପ୍ରଶାସନପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ ଯଥେଷ୍ଟ ପରିମାଣର ଖାଦ୍ୟଶସ୍ୟ ,  ଜୀବନରକ୍ଷାକାରୀ ଔଷଧ ,  ଜଳ ଓ ପରିବେଶ ବିଶୋଧନା ପାଇଁ ହାଲୋଜେନ ବଟିକା ,  ବ୍ଲିଚିଂ ପାଉଡର ,  ପାଲ,  ମହମବତୀ ,  ଦିଆସିଲ ଇତ୍ୟାଦି ଅତ୍ୟାବଶ୍ୟକ ଜିନିଷ ମହଜୁତ କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ   ।  ଏହା ବ୍ୟତୀତ ତୁରନ୍ତ ବ୍ୟବହାର ପାଇଁ ଯଥେଷ୍ଟ ପରିମାଣର ଶୁଖିଲାଖାଦ୍ୟ ମଧ୍ୟ ମହଜୁତ କରାଯିବା ଆବଶ୍ୟକ   ।
  3. ଶାରୀରିକ ଭାବରେ ଅକ୍ଷମ ,  ବୃଦ୍ଧ ,  ଶିଶୁ ,  ଓ ଗର୍ଭବତୀ ମହିଳାମାନଙ୍କୁ ବାତ୍ୟା ଆସିବାର ଯଥେଷ୍ଟ ପୂର୍ବରୁ ନିରାପଦ ସ୍ଥାନମାନଙ୍କୁ ନିଆଜିବା ଆବଶ୍ୟକ   ।  ଗୃହପାଳିତ ପଶୁମାନଙ୍କୁ ମଧ୍ୟ ଯଥେଷ୍ଟ ପୂର୍ବରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ଆବଶ୍ୟକ   । ଗୃହପାଳିତ ପଶୁମାନଙ୍କ ପାଇଁ ଯଥେଷ୍ଟ ପରିମାଣର ଗୋଖାଦ୍ୟ ପଞ୍ଚାୟତ ସ୍ତରରେ ମହଜୁତ କରାଯିବା ମଧ୍ୟ ଜରୁରୀ
  4. ବାତ୍ୟାପୂର୍ବରୁ ପ୍ରତିଗ୍ରାମରେ ନିରାପଦ ଆଶ୍ରୟ ସ୍ଥିଳ ଚିହ୍ନିତ କରାଯାଇ ସେଠାରେ ସାମୂହିକ ଭାବରେ ବହୁ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ  ସମସ୍ତ ଜିନିଷ ମହଜୁତ କରି ରଖାଯିବା ଦରକାର   ।  ମହାବାତ୍ୟାପରେ ଓଡିଶାର ପ୍ରାୟ ପ୍ରତ୍ୟେକ ଉପକୂଳବର୍ତ୍ତୀଗ୍ରାମରେ ବାତ୍ୟା  ଆଶ୍ରୟସ୍ଥଳ ମାନ ନିର୍ମାଣ କରାଯାଇଛି   ।  ବାତ୍ୟାପୂର୍ବରୁ ସମସ୍ତେ ସେଠାରେ ଆଶ୍ରୟ ନେବା ଆବଶ୍ୟକ  ।
  5. ବାତ୍ୟାର ପ୍ରାକସୂଚନା ପାଇବାପରେ ମତ୍ସଜୀବୀମାନେ ସମୁଦ୍ରକୁ ଯିବା କିମ୍ବା ଅନ୍ୟ କେହି ନିଜର ବାସସ୍ଥାନ ଛାଡି ବାହାରକୁ ଯିବା ଉଚିତ ନୁହେଁ   ।

ବାତ୍ୟା ପରବର୍ତ୍ତୀ ସମୟରେ ପଦକ୍ଷେପ  :

1)     ସ୍ଥାନୀୟ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ପକ୍ଷରୁ ସେଠାରେ ତୁରନ୍ତ ସାହାଯ୍ୟ ଓ ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବା ଆବଶ୍ୟକ   । ଏହି କାର୍ଯ୍ୟରେ ସ୍ଵେଚ୍ଛାସେବି ସଂଗଠନ ଏବଂ ଗ୍ରାମର ସ୍ଵେଚ୍ଛାସେବିମାନଙ୍କୁ ମଧ୍ୟ ନିଯୋଜିତ କରାଯିବା ଆବଶ୍ୟକ   । ବାତ୍ୟାରେ ବହୁ ଲୋକ ଓ ଗୃହପାଳିତ ପଶୁ ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ଥିବାରୁ ସେହି ମୃତଦେହଗୁଡିକର ତୁରନ୍ତ ସତ୍କାର କରାନଗଲେ ପରିବେଶ ପ୍ରଦୂଷିତ ହେବାର ଆଶଙ୍କା ଥାଏ   ।  ସେଥିପାଇଁ ଏହି କାର୍ଯ୍ୟଟିକୁ ମଧ୍ୟ ପ୍ରାଥମିକ ଭାବେ ଗୁରୁତ୍ଵ ଦିଆଯିବା ଉଚିତ   ।

2)     ବାତ୍ୟାସମୟରେ ରାସ୍ତାରେ ଗଛ ପଡି ସାଧରଣତଃ ସଡକ ପଥ ବିଚ୍ଛିନ୍ନ ହୋଇଯାଉଥିବାରୁ ରିଲିଫ ,  ଗୃହନିର୍ମାଣ ସାମଗ୍ରୀ ଓ ଅନ୍ୟାନ୍ୟ ଆବଶ୍ୟକ ଉପକାରଣ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯୋଗାଣ ପାଇଁ ପରିବହନର ବିକଳ୍ପ ବନ୍ଦୋବସ୍ତ କରାଯିବା ଆବଶ୍ୟକ   ।

3)     ଆମ ରାଜ୍ୟର ଗ୍ରାମାଞ୍ଚଳରେ ଅଧିକାଂଶ ଲୋକେ ଚାଳଘରେ ରହୁଥିବାରୁ ବାତ୍ୟାର ଠିକ ପରେ ପରେ ସେମାନଙ୍କୁ ଅସ୍ଥାୟୀ ଭାବେ ପୁନର୍ବାସ କରିବା ପାଇଁ ପ୍ରତ୍ୟେକ ଗ୍ରାମରେ ସରକାରୀ ଉଦ୍ୟମରେ ଅସ୍ଥାୟୀ ଶିବିରମାନ ପ୍ରତିଷ୍ଠା କରାଯାଇ ସେଠାରେ ଲୋକମାନଙ୍କୁ ଅନ୍ତଃ 15 ଦିନ ପାଇଁ ରନ୍ଧାଖାଦ୍ୟ ଯୋଗାଇବା ବନ୍ଦୋବସ୍ତ କରାଯିବା ଆବଶ୍ୟକ   ।

4)     ବାତ୍ୟାପରେ ଜଳାଶୟଗୁଡିକ ପ୍ରଦୂଷିତ ହେବା ଭୟ ଥିବାରୁ ସମଗ୍ର କ୍ଷତିଗ୍ରସ୍ତ ଅଞ୍ଚଳରେ ପାନୀଯ ଜଳ ଯୋଗାଣ ଯୁଦ୍ଧକାଳୀନ ଭିତ୍ତିରେ କରାଯିବା ଆବଶ୍ୟକ   ।

5)     ବାତ୍ୟା ପରବର୍ତ୍ତୀ ସମୟରେ ସାଧାରଣତଃ ଖାଦ୍ୟାଭାବ   ,  ଅଖାଦ୍ୟ ଭକ୍ଷଣ , ପ୍ରଦୂଷିତ ଜଳପାନ ଓ ସମଗ୍ର ପରିବେଶ ପ୍ରଦୂଷିତ ହେଉଥିବାର ଆଶଙ୍କା ରହୁଥିବାରୁ ଏହି ସମୟରେ ସମଗ୍ର ଅଞ୍ଚଳକୁ ପ୍ରଦୂଷିତ ମୁକ୍ତ କରି ରଖିବା ଓ ରୋଗୀମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ହେଉଛି ସବୁଠାରୁ କଷ୍ଟକର କାର୍ଯ୍ୟ   ।  କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ଉପଯୁକ୍ତ ବନ୍ଦୋବସ୍ତ କରାନଗଲେ ଏହି ସମୟରେ ବହୁଲୋକ ପ୍ରାଣ ହରାଇଥିବାର ଆଶଙ୍କା ସୃଷ୍ଟି ହୁଏ   ।

6)     ସର୍ବ ଶେଷରେ ଓଡିଶାର ମହାବାତ୍ୟା ଭଳି ପ୍ରଳୟଙ୍କାରୀ ବିପର୍ଯ୍ୟୟ ପରେ ବଞ୍ଚି ରହିଥିବା ଲୋକମାନଙ୍କର ମାନସିକ ସନ୍ତୁଳନା  ରକ୍ଷା କରିବା ଏକ ଅତ୍ୟନ୍ତ କଠିନ କାର୍ଯ୍ୟ   ।  ଏଥିପାଇଁ ବିଶେଷକରି ତାଲିମପ୍ରାପ୍ତ ସ୍ଵେଚ୍ଛାସେବୀମାନଙ୍କୁ କାମରେ ନିଯୋଜିତ କରାଯିବା ଆବଶ୍ୟକ   ।

7)     ଓଡିଶାର ମହାବାତ୍ୟାରେ ଶହଶହ ଶିଶୁ ଅନାଥ ହୋଇଗଲେ ଏବଂ ମହିଳା ବିଧବା ହୋଇଗଲେ   ।  ଏହି ଅନାଥ ଶିଶୁମାନଙ୍କୁ ଯଥାଯଥ ଭାବରେ ଥଇଥାନ କରିବା ଏବଂ ଭବିଷ୍ୟତରେ ଏମାନଙ୍କର ସମସ୍ତ ପ୍ରକାର ଯତ୍ନ ନେବା ପାଇଁ ସରକାର ଓ ସ୍ଵେଚ୍ଛାସେବୀ ସଂଗଠନମାନେ ଆଗେଇ ଆସିବା ଉଚିତ   । ବିଧବା ଓ ନିରାଶ୍ରୟମାନଙ୍କର ଅର୍ଥନୈତିକ ପୁନଃବାସ ପାଇଁ ସମସ୍ତ ବନ୍ଦୋବସ୍ତ କରାଯିବା ଆବଶ୍ୟକ   ।  ବାତ୍ୟାଫଳରେ କ୍ଷତିଗ୍ରସ୍ତ ହୋଇ ଏହିଭଳି ଭାବରେ ନିରାଶ୍ରୟ ହୋଇ ପଡିଥିବା ଶିଶୁ ଓ ମହିଳାମାନଙ୍କ ମଧ୍ୟରେ ମାନସିକ ସମସ୍ୟା ସୃଷ୍ଟି ହେବା ଏକ ସାଧାରଣ ଘଟଣା   ।  ଏ ଦିଗରେ ସରକାର ,  ସ୍ଵେଚ୍ଛାସେବୀ ସଂଗଠନ ଓ ଜନସାଧାରଣ ସତର୍କ ଦୃଷ୍ଟି ରଖିବା ଆବଶ୍ୟକ  ଏବଂ ଏହିଭଳି ଲୋକମାନଙ୍କ ମାନସିକ ଶକ୍ତି ଯୋଗାଇ ଦେବା ପାଇଁ ଆଗେଇ ଆସିବା ଉଚିତ   ।

8)     ସର୍ବଶେଷରେ ସମୁଦ୍ର କୂଳରେ ପ୍ରାକୃତିକ ଭାବରେ ସୃଷ୍ଟି ହୋଇଥିବା ହେନ୍ତାଳ ଜଙ୍ଗଲର ସୁରକ୍ଷା ଓ ସେଠାର ନୂତନ ଜଙ୍ଗଲ ସୃଷ୍ଟି କରାଯିବା ଆବଶ୍ୟକ   ।  ଏହି ଜଙ୍ଗଲ ହିଁ ହେଉଛି ବାତ୍ୟା ପାଇଁ ସବୁଠାରୁ ଫଳପ୍ରଦ ପ୍ରାକୃତିକ ପ୍ରତିରୋଧକ ବ୍ୟବସ୍ଥା   ।

ଗତ ମହାବାତ୍ୟାରେ ଅଭିଜ୍ଞତାରୁ ଶିକ୍ଷା ନେଇ ଏହିଭଳି ଭାବରେ ସୁସଂହତ ଓ ସଂଯୋଜିତ ପଦକ୍ଷେପ ଗ୍ରହଣ କରାଗଲେ ବାତ୍ୟାଭଳି ଏକ ମାରାତ୍ମକ ବିପର୍ଯ୍ୟୟର ସଫଳ ମୁକାବିଲା କରାଯାଇପାରିବ   ।

(ଗ) ଭୂମିକମ୍ଫ  :

ଭୂ- ଅଭ୍ୟନ୍ତରରେ କୌଣସି ଆଲୋଡନ ହେଲେ ଭୂପୃଷ୍ଠରେ କମ୍ଫନ ବା ସ୍ପନ୍ଦନ ସୃଷ୍ଟି ହୁଏ   ।  ଏହି କମ୍ଫନ କୁ “ ଭୂମିକମ୍ଫ ବା ଭୂ- କମ୍ଫ “ କୁହାଯାଏ   ।  ପୃଥିବୀର ନୂତନ ଭଙ୍ଗିତ ପର୍ବତ ପାର୍ଶ୍ଵ ,  ଆଗ୍ନେୟବଳୟ ପାର୍ଶ୍ଵ ଓ ଗ୍ରସ୍ତ ଉପତ୍ୟକା ,  ଭୂକମ୍ଫ ପ୍ରବଣ ଅଞ୍ଚଳରୂପେ ପରିଗଣିତ ହୁଏ   ।  ଭାରତ ,  ପୃଥିବୀର ଏକ ଅତ୍ୟଧିକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଦେଶ , ଏହାର ସମୁଦାୟ ଭୂ-ଭାଗର ଶତକଡା ପ୍ରାୟ ୫୫ ଭାଗରୁ ଅଧିକ ଅଞ୍ଚଳ ଭୂମିକମ୍ଫ ପ୍ରବଣ  ।  ହିମାଳୟ ପର୍ବତ୍ୟାଞ୍ଚଳ ,  ଉତ୍ତରପୂର୍ବ ଭାରତ ,  କଚ୍ଛ ଅଞ୍ଚଳ ,  ପଶ୍ଚିମ ଉପକୂଳବର୍ତ୍ତୀ ଅଧିକାଂଶ ଅଞ୍ଚଳ ଏବଂ ଆଣ୍ଡାମାନ – ନିକୋବର ଦ୍ଵିପପୁଞ୍ଜ ସବୁଠାରୁ ଅଧିକ ଭୂମିକମ୍ଫ ସଙ୍କୁଳ ଅଞ୍ଚଳ   ।

ଅଧିକାଂଶ ଧ୍ଵଂସକାରୀ ଭୂମିକମ୍ଫ ଭୂ-ଚଳ ଜନିତ କାରଣରୁ ଘଟିଥାଏ   ।  ଏହା ଫଳ;ରେ ବ୍ୟାପକ ଅଞ୍ଚଳରେ ବହୁ କ୍ଷତି ହୋଇଥାଏ   ।  ଏହାଛଡା ଭୂମିକମ୍ଫର ଅନ୍ୟ ପ୍ରାକୃତିକ କାରଣଗୁଡିକ ହେଲା ଆଗ୍ନେୟଗିରିର ଲାର୍ଭା ଉଦଗିରଣ ,  ଭୂପୃଷ୍ଠର ଭାରସାମ୍ୟର ପରିବର୍ତ୍ତନ  , ପୃଥିବୀ ପୃଷ୍ଠରେ ଭାଙ୍ଗ ଓ ଫାଟସୃଷ୍ଟି ଏବଂ ପୃଥିବୀର ଅଭ୍ୟନ୍ତରରୁ ଗ୍ୟାସ ନିର୍ଗତହେବା ଇତ୍ୟାଦି   । ଆମେ ବାସ କରୁଥିବା ପୃଥିବୀ ପୃଷ୍ଠର ଉପଋଭାଗ ଆମକୁ ନୀରବଛିନ୍ନ ଭାବର ଗୋଟିଏ ବୋଲି ମାନେ ହେଉଥିବା ବେଳେ ଏହାର ନିମ୍ନଭାବ ବିଭିନ୍ନ ଖଣ୍ଡ ଦ୍ଵାରା ଗଠିତ   ।  ଏହା ଖଣ୍ଡଗୁଡିକୁ ସାଧାରଣତଃ ପ୍ଳେଟ କୁହାଯାଏ   ।  ଏହି ଖଣ୍ଡଗୁଡିକ ଅସ୍ଥିର ଅବସ୍ଥାରେ ଥାଆନ୍ତି ଏବଂ ଏହିଭଳି ଅସ୍ଥିର ଅବସ୍ଥାରେ ଦୁଇଟି ପ୍ଳେଟ ମଧ୍ୟରେ ସଙ୍ଗର୍ଷ ଘଟିଲେ ଗୋଟିଏ ପ୍ଳେଟ ଉପରେ ଅନ୍ୟଟି ଚଢିଗଲେ ହିମାଳୟ ଭଳି ବିଶାଳପର୍ବତମାଳା ସୃଷ୍ଟି ସମ୍ଭବ ହୋଇଥାଏ   ।

ଦୁଇଟି ପ୍ଳେଟର ଯୋଡାସ୍ଥାନକୁ ବାଉଣ୍ଡାରୀ କୁହାଯାଏ   ।  ଏହି ଗତିକରିବା ବେଳେ ଚଳନ ଦ୍ଵାରା ପ୍ରଚଣ୍ଡ ଚାପ ସୃଷ୍ଟି ହୁଏ  ।  ଏହି ଚାପଶକ୍ତି ନିଷ୍କାସିତ ହେବା ସମୟରେ ତରଙ୍ଗରେ ରୂପାୟିତ ହୋଇ ବାହାରକୁ ବାହାରି ଆସିବା ସମୟରେ ଭୂପୃଷ୍ଠକୁ ଥରାଇ ଦେଇ ଭୂମିକମ୍ଫ ହୁଏ   ।  ଭୂମିକମ୍ଫର ତରଙ୍ଗର ତୀବ୍ରତାରୁ ହିଁ ତାହାର ଧ୍ଵଂସକାରୀ ଶକ୍ତି ନିର୍ଣ୍ଣୟ କରାଯାଇଥାଏ   ।  ଏହି ତୀବ୍ରତା  “ ରିକ୍ଟରସ୍କେଲ “ ଦ୍ଵାରା ମପାଜାଏ   ।  ଭୂମିକମ୍ଫର ତୀବ୍ରତାକୁ କଳନାକରାଇବା ପାଇଁ ଆମେରିକାର କଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ବୈଜ୍ଞାନିକ ସି.ଏଫ।  ରିଚାର୍ଡ ୧୯୩୨ ମସିହାରେ “ ସିମମୋଗ୍ରାଫ” ନାମକ ଏକ ଯନ୍ତ୍ର ଉଦ୍ଭାବନ କରିଥିଲେ   ।

ଏହା ଫଳରେ ଅନେକ ସମୟରେ ଭୂ-ପୃଷ୍ଠରେ ଫାଟ ସୃଷ୍ଟି ହୋଇ ଜଳନିର୍ଗତ ହୁଏ ଏବଂ ନଦୀର ଗତିପଥ ବଦଳିଯାଏ ଏବଂ ପର୍ବତ୍ୟାଞ୍ଚଳରେ ବଡ ବଡ ପଥର ଖସି ବହୁ କ୍ଷତି କରେ   ।  ବଡ ଧରଣର ଭୂକମ୍ଫ ଫଳରେ ସାଗର ତଟରେ ମଧ୍ୟ ପରିବର୍ତ୍ତନ ଆସେ ତଥା ସ୍ଥଳଭାବ ଜଳମଗ୍ନ ହୁଏ କିମ୍ବା ସାଗରର ଅଗଭୀର ଅଂସ ସ୍ଥଳଭାଗରେ ପରିଣତ ହୁଏ   ।  ଏହା ବ୍ୟତୀତ , କମ୍ଫନ ଯୋଗୁଁ କୋଠାଘର , ରାସ୍ତାଘାଟ ,  ରେଳପଥ , ପୋଲ , ନଦୀବନ୍ଧ , ଟେଲିଫୋନ ଓ ବିଦ୍ୟୁତ ବ୍ୟବସ୍ଥା ଆଦି ବିପର୍ଯ୍ୟସ୍ତ ହୁଏ    ।

ଭୂମିକମ୍ଫ ଭଳି ପ୍ରାକୃତିକ ବିପର୍ଯ୍ୟୟର ପ୍ରତିରୋଧ କରିବା ମନୁଷ୍ୟ ଆୟତ୍ତର ବହରେ   , ମାତ୍ର ପୂର୍ବରୁ କୌଣସି ସୂଚନା ପାଇଲେ ଆମେ ତାହାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୋଇପାରିବା  ।  ଭୂକମ୍ଫ ପ୍ରବଣ ଅଞ୍ଚଳରେ ଆଜିକାଲୀ କ୍ଷତିଗ୍ରସ୍ତ ଣ ହେବା ଭଳି ତିଆରି କରାଯାଉଛି   ।  ତେଣୁ ଏଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କି ପ୍ରତିଯକାର କରାଯାଇପରେ ଏବଂ ବିପର୍ଯ୍ୟୟ ଘଟିବାର ପରବର୍ତ୍ତୀ ଅବସ୍ଥାକୁ କିପରି ମୁକାବିଲା କରାଯାଇପାରେ   ,  ସେ ବିଷୟରେ ଜନସାଧାରଣ ସଚେତନ ହେବା ବିଶେଷ ଗୁରୁତ୍ଵପୂର୍ଣ୍ଣ   ।

(ଘ) ସୁନାମୀ  :

ପ୍ରକୃତି ଅତ୍ୟନ୍ତ ଶକ୍ତିଶାଳି ଏବଂ ରହସ୍ୟମାୟୀ  ,  ଅନେକ ପ୍ରାକୃତିକ ବିପର୍ଯ୍ୟୟ ଏହାଦ୍ଵାରା ସଂଗଠିତ ହୋଇଥାଏ   ।  ଏଗୁଡ଼ିକ ମଧ୍ୟରେ “ ସୁନାମୀ  “ ଏକ ଭୟାନିକ ପ୍ରାକୃତିକ ବିପର୍ଯ୍ୟୟ   ।  ସାଧାରଣତଃ ସ୍ଥଳଭାଗରେ ସୃଷ୍ଟି ହେଉଥିବା କମ୍ଫନକୁ ଭୂମିକମ୍ଫ କୁହାଯାଏ   ।  କିନ୍ତୁ ଭୂକମ୍ଫ ଯେତେବେଳେ ବିସ୍ତୃନ୍ନ ସମୁଦ୍ର ଗର୍ଭରେ ସୃଷ୍ଟି ହୁଏ   ଏବଂ ଏହା ଫଳରେ ପ୍ରବଳମାତ୍ରାରେ ଜୁଆର ସ୍ଥଳଭାଗ ଆଡକୁ ଆଦିଆସେ   ,  ଏହି ଜୁଆରକୁ ଜାପାନୀ ଭାଷାରେ  “ ସୁନାମୀ “ କୁହାଯାଏ   । ସାଧାରଣ ଭାବରେ ଜାପାନ ଉପକୂଳ , ଚୀନ,  ଉପକୂଳ,  ଇଣ୍ଡୋନେସିଆ ଓ ଆମେରିକାର ପଶ୍ଚିମ ଉପକୂଳବର୍ତ୍ତୀ ସମୁଦ୍ର ଗର୍ଭରେ ସୁନାମୀ ହେବାର ଦେଖାଯାଇଥାଏ  ।  ସମୁଦ୍ର ଗର୍ଭରେ ଏହି ପ୍ରକାର କମ୍ଫନ ସାଧାରଣତଃ ଯେଉଁସବୁ ଅଞ୍ଚଳରେ ଦୁଇଟି ପ୍ଳେଟରେ ସଂଯୋଗ ସ୍ଥଳ ରହିଥାଏ   ,  ସେହି ସ୍ଥାନମାନଙ୍କରେ ବେସୀ ଅନୁଭୂତ ହୁଏ  ।  ଏହି ସୁନାମର ପ୍ରଭାବରେ ପ୍ରଚଣ୍ଡ ଢେଉ ଉଠେ   ।  ବେଳେବେଳେ ଏହି ଢେଉର ଉଚ୍ଚତା ୧୦୦ ମିଟରକୁ ଟପିଯାଏ ଓ ସମୁଦ୍ର ଜଳ ସ୍ରୋତର ବେସ ଘଣ୍ଟାପ୍ରତି ୧୦୦ ମାଇଲରୁ ଅଧିକ ହୁଏ   ।  ୨୦୦୪ ମସିହା ଡିସେମ୍ବର ୨୬ ତାରିଖ ଭାରତୀୟ ସମୟ ସକାଳ ୬ ତା  ୨୯ ମିନିଟରେ ଇଣ୍ଡୋନେସିଆର ସୁମାତ୍ରା ଦ୍ଵୀପରେ ଘଟିଥିବା ପ୍ରଳୟଙ୍କାରୀ ସମୁଦ୍ରସ୍ରୋତ ଏଇଥିପାଇଁ ସୃଷ୍ଟି ହୋଇଥିଲା   । ଏହାର ମାପ ରିକ୍ଟର ସ୍କେଲରେ ୮.୯ ତ୍ଗୁକା   ।  ୭ ଟି ଦେଶର ପ୍ରାୟ ୩ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ଏବଂ ଧ୍ଵଂସବିଧ୍ଵସ୍ତ ହୋଇଯାଇଥିଲା ସମୁଦ୍ରତଟବର୍ତ୍ତୀ ବହୁ ଜନପଦ ଓ ଥଳକୂଳ ନମାନି ପ୍ରଳୟଙ୍କାରୀ ରୂପନେଇ ଆସି ଅଜାଡଇ ହୋଇପଡିଥିଲା ସ୍ଥଳଭାଗ ଉପରେ   ।  ଏହି ପ୍ରଚଣ୍ଡ ଭୀମ ସ୍ରୋତରେ ବଡଦିନର ଆନନ୍ଦଉଲ୍ଲାସ ମଧ୍ୟରେ ନିଦ୍ରାଭିଭୂତ ଅନେକ ମଣିଷ କଣ ଘଟିଲା ଜାଣିବା ପୂର୍ବରୁଇ ସମୁଦ୍ର ଗର୍ଭରେ ବିଲୀନ ହୋଇଯାଇଥିବାବେଳେ   ।  ହଠାତ ପାହାଡ ଉଚ୍ଚର ସ୍ଥଳଭାଗ ଉପରକୁ ମାଡିଆସି ଧ୍ଵଂସର ତାଣ୍ଡବଲୀଳା ସୃଷ୍ଟି କରିବା ଯେ କେତେ ଭୟଙ୍କର ତାହା ହିଁ କେବଳ ଅନୁଭବ କରାଯାଇପାରେ   ।  ଏପରି ଏହି ଘଟଣା ବୋଧହୁଏ ବିଗତ ଏକଶହ ବର୍ଷ ମଧ୍ୟରେ ଘଟିନଥିଲା   ।

ସୁନାମୀପରି ଭୟାନକ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ମିଳିପାରିଲେ ବହୁ ଧନଜୀବନ ରକ୍ଷା ପାଇଯିବ  ।  ସୁନାମୀ ଫଳରେ ଏବେ ବିପର୍ଯ୍ୟୟ ପ୍ରଶମିତ ଏବଂ ପରିଚାଳନା ଉପରେ ପ୍ରାଧାନ୍ୟ ପ୍ରଦାନ କରାଯାଉଛି   ।  ପରିମାଣର ୨୦୫ ମାର୍ଚ୍ଚ ୨୮ ତାରିଖ ସାମୁଦ୍ରିକ ଭୂକମ୍ଫ ଉପରେ ସମ୍ଭାବ୍ୟ ସୁନାମୀକୁ ନେଇ ବିପର୍ଯ୍ୟୟ ପରିଚାଳନା ଦିଗରେ ଦୃଢ ପଦକ୍ଷେପ କିଛି ମାତ୍ରାରେ ସମ୍ଭବ ହୋଇପାରିଥିଲା   ।  ୨୦୦୫ ମସିହା,  ମାର୍ଚ୍ଚ ୨୮ ତାରିଖରେ ହୋଇଥିବା ସାମୁଦ୍ରିକ ଭୂକମ୍ଫନ ସୁନାମୀ ସୃଷ୍ଟି କରିପାରିନଥିଲା   ।  ଏଥିପାଇଁ ଆବଶ୍ୟକ ତିନୋଟି ସର୍ତ୍ତ ହେଲା  : -

1)     ଭୂକମ୍ଫନ ତୀବ୍ରତା ଯଥେଷ୍ଟ ଅଧିକ ଅର୍ଥାତ ରିକ୍ଟରସେଲ୍ଲଲରେ ୮ ରୁ ୯ ପର୍ଯ୍ୟନ୍ତ ଦରକାର   ।

2)     ଏହାଫଳରେ ଭୂତଳର ପ୍ଳେଟ ଭାଙ୍ଗି ଉପରଆଡକୁ ଖୁବ ଜୋରରେ ଚାପ ପ୍ରଧାନ କରିବା ଦରକାର  ।

3)     ଏହା ଅଗଭୀର ସମୁଦ୍ରରେ ସଂଗଠିତ ହେବା ଦରକାର   ।

ଏହି କାରଣରୁ ୨୦୦୫ ମସିହାରେ ସାମୁଦ୍ରି ଭୂକମ୍ଫନ ବଡଧରଣର ସୁନାମୀ ସୃଷ୍ଟି କରିପାରି ନଥିଲା   ।  ଭୂକମ୍ଫନ ଦୁଇଟି ଏତେ କମ ସମୟ ବ୍ୟବଧାନରେ ସଂଘଟିତ ହୋଇଥିବା ଦୃଷ୍ଟିରୁ ଦ୍ଵିତୀୟଟି ପ୍ରଥମଟିର ସଙ୍ଘାତ ରୂପେ ମନେ କରାଯିବା ସ୍ଵାଭାବିକ  ।  କାରଣ, ପ୍ରତ୍ୟେକ ଭୂକମ୍ଫନ ପରେ ଏହା ଘଟିଥାଏ   ।  ଭୂବିଜ୍ଞାନୀମାନଙ୍କ ମତରେ ଡିସେମ୍ବର ୨୬ ତାରିଖ ଭୂକମ୍ଫନ ଫଳରେ ସୁମାତ୍ରା ନିକଟବର୍ତ୍ତୀ ଭୂତଳ ପ୍ଳେଟ ପୂର୍ବଦିଗକୁ ପରିବର୍ଦ୍ଧିତ ହୋଇଯାଇଥିଲା   ।

ଆଧାର :ଶକ୍ତି ବିଭାଗ

3.21052631579
କନିସ୍କା Oct 04, 2017 09:07 PM

ଧନ୍ୟବାଦ ଆପଣଙ୍କ ସାହାଯ୍ୟ ପାଇଁ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top