ହୋମ / ଶକ୍ତି / ପରିବେଶ / ଫସଲ ଉତ୍ପାଦନ (ବାତ ନିରୋଧନ ଓ ଛାୟା ମଣ୍ଡଳ)
ସେଆର କରନ୍ତୁ

ଫସଲ ଉତ୍ପାଦନ (ବାତ ନିରୋଧନ ଓ ଛାୟା ମଣ୍ଡଳ)

ବାତ ନିରୋଧନ ଓ ଛାୟା ମଣ୍ଡଳ ର ସୂଚନା ।

ମୌସୁମୀ  ବାୟୁ  ପ୍ରବାହ  ଫାଲଗୁନ  ମାସରୁ  ଆଶ୍ଵିନ   ମାସ  ପର୍ଯ୍ୟନ୍ତ   ଚାଲିଥାଏ   । ଖରାଦିନେ   ଦକ୍ଷିଣା   ଝାଞ୍ଜି  ପବନରେ   ବହୁତ  ଧୁଳି  ଓ  ବାଲି  ଉଡିଯାଏ, ବାଲିଝଡ  ସୃଷ୍ଟିହୁଏ   ।

ବର୍ଷାଦିନେ   ଝଡ  ତୋଫାନ  ହେତୁ   ଘର  ଭାଙ୍ଗିଯାଏ , ଜୁଆର  ଉଠେ   । ଲୁଣୀ  ପାଣି   ମାଡିଆସେ  । ଧାନ  ଜୀବନ  କ୍ଷୟହୁଏ   । ଏଣୁ  ସମୁଦ୍ର  କୂଳେ  ଉଚ୍ଚା ଓ ଟାଣୁଆ  ଗଛ  ଲଗାଇବା   ଦରକାର   । ଏହାଦ୍ଵାରା   ପବନ  ସହଜରେ  କୁଳ  ଲଘଂନ   କରି  ଗାଁ   ଭିତରେ  ପଶେ  ନାହିଁ  । ଏହାର  ବେଗ  ହ୍ରାସପାଏ   । ଲୁଣି  ପବନ  ଓ  ପାଣି  ଅଟକି  ଯାଉଥିବାରୁ   ଜମି  ଲୁଣି  ମାରେ  ନାହିଁ   ।

ଏପରି  ଅଞ୍ଚଳରେ  ଗଛ  ଲଗାଇ   ଜଙ୍ଗଲ  ସୃଷ୍ଟି  କରିବା  ଆବଶ୍ୟକ   । ସମୁଦ୍ର  କୂଳେ  କୂଳେ   ଆଗରୁ  ଘଞ୍ଚ  ହେନ୍ତାଳ  ବନଥିଲା   । ଏହି  ହେନ୍ତାଳ  ବନ  କ୍ରମେ  ଧ୍ଵଂସ   ପାଇବାରୁ   ଓଡିଶାରେ  ବାତ୍ୟା ଓ  ସମୁଦ୍ର   ଜୁଆର   ପ୍ରକୋପ  ବୃଦ୍ଧିପାଇଛି   । ବାତ  ନିରୋଧକ  ଓ  ଛାୟା   ମଣ୍ଡଳ ସୃଷ୍ଟିଲାଗି   ପ୍ରଥମେ  ମଧ୍ୟମ  ଉଚ୍ଚ, ପରେ  ଖୁବ୍ ଉଚ, ପରେ  ମଧ୍ୟମ  ଉଚ୍ଚ, ତାପରେ   କମ୍  ଉଚ୍ଚ ଗଛ  ଲଗାଇବା   ଆବଶ୍ୟକ   । ଏହାଦ୍ଵାରା  ପ୍ରବାହିତ  ବାୟୁ   ପ୍ରଥମେ   ଉପରକୁ   ଧୀରେ  ଧୀରେ   ତଳକୁ   ଖସି   ଭିତର   ଅଞ୍ଚଳକୁ   କ୍ଷତି   ନକରିବା   ଭଳି  ବେଗରେ  ପ୍ରବାହିତ   ହେବ   ଘଣ୍ଟାକୁ   ୨୫ କି.ମି. ବେଗରେ   ବହୁଥିବା   ପବନର  ବେଗ  ବାତ  ନିରୋଧୀ  ଗଛର   ବିପରୀତ  ପଟେ  ଗଛ   ଉଚ୍ଚତାର  ୫ ଗୁଣ   ଦୂରତାରେ  ୧୫  କି.ମି. କୁ  ହ୍ରାସ  ପାଏ  ଏବଂ  ୩୦ ଗୁଣ   ଦୂରତାରେ   ଏହା  ମୂଳ  ବେଗରେ   (୨୫ କି.ମି.) ବେଗରେ   ବହେ   । ଆର୍ଥାତ୍  ଗଛର   ୩୦ ଗୁଣ   ଉଚ୍ଚତାର  ଦୂରତ୍ଵ  ପର୍ଯ୍ୟନ୍ତ   ବାତ   ନିରୋଧକ   ପ୍ରଭାବ  ରହିଥାଏ   ।

ଜଳ  ବିଭାଜିକା  ପରିଚାଳନା

ପ୍ରତ୍ୟକ   ଜଳାଶୟକୁ  ତା’ର   ଚାରିପଟେ   ଥିବା  ଜାଗାରୁ  ଜଳ  ବହିଆସେ   । ଯେଉଁ   ଜାଗାମାନଙ୍କରୁ   ଜଳ  ବହିଆସି   ଜଳାଶୟ   ପୂରଣ  କରେ, ସେହି  ଜାଗା  ସେହି   ଜଳାଶୟର  ଅବବାହିକା  କୂପ, ପୁଷ୍କରିଣୀ, ନାଳ, ନଦୀ,  ଇତ୍ୟାଦି  ଜଳାଶୟ   । ଏମାନଙ୍କ  ଆକାର   ଭିନ୍ନ   । ନାଳରୁ   ନଦୀକୁ  ଓ  ନଦୀରୁ  ସମୁଦ୍ରକୁ   ଜଳ  ପ୍ରବାହିତ   ହୁଏ   । ଏଣୁ   ଜଳାଶୟ  ଅନୁସାରେ   ବବାହିକାର  କ୍ଷେତ୍ରଫଳ   ଅଳ୍ପ   କେତେ   ବର୍ଗମିଟର   ହୋଇପାରେ   । ବା  କେତେ  ଲକ୍ଷ୍ୟବର୍ଗ  କିଲୋମିଟର  ହୋଇପାରେ   । ୧ ବର୍ଗ କି.ମି. = ୧୦୦ ହେକ୍ଟର  । ଜଳ  ବହିଆସୁଥିବା   ଅଞ୍ଚଳର  କ୍ଷେତ୍ରଫଳ   ପ୍ରାୟ  ୪୦,୦୦୦  ହେକ୍ଟର ରୁ   ବେଶୀ   ହେଲେ   ଏହାକୁ   ବବାହିକା  କୁହାଯାଏ   । ଯଥା   ମହାନଦୀ ଓ  ବ୍ରାହ୍ମଣୀ  ନଦୀର   ଅବବାହିକା   । ଜଳ  ବାହିଆସୁଥିବା  ଅଞ୍ଚଳର  କ୍ଷେତ୍ରଫଳ ୪୦,୦୦୦ ହେକ୍ଟରରୁ   କମ୍  ହେଲେ   ତାହାକୁ   ଜଳ   ବିଭାଜିକା   କୁହାଯାଏ    । ବାଘଧରା  ନାଳର   ଜଳଛାୟା   ସାନଘାଗରା   ନାଳର  ଜଳଛାୟା   ଇତ୍ୟାଦି   ।

ଜଳ ଓ  ମୃତ୍ତିକା  ସଂରକ୍ଷଣଲାଗି   ଜଳ   ବିଭାଜିକାର  ଉନ୍ନତି  ଆବଶ୍ୟକ   । ଜଳ  ବିଭାଜିକା   ସମସ୍ୟା  ବିବିଧ   । ଏଥିରୁ   ପାହାଡ  ମଥାରୁ   ଉପତ୍ୟକା   ତଳ   ପର୍ଯ୍ୟନ୍ତ   ବିଭିନ୍ନ  ସମସ୍ୟା  ଜଡିତ  । ଜଙ୍ଗଲ, କୃଷି, ଫଳ,  ପନିପରିବା,  ଗୋ – ସମ୍ପଦ, ବନ୍ୟ  ସମ୍ପଦ,  ସମସ୍ୟା   ନିହିତ   । କୌଣସି   ଅଞ୍ଚଳରେ  ଜଳ  ଓ  ମୃତ୍ତିକା  ସଂରକ୍ଷଣ   ଲାଗି   କମ୍  ଚଳା  ଭିତ୍ତିରେ   ଛୋଟ  ଛୋଟ   ଜାଗାରେ   କାମ  ହାତକୁ   ନେଲେ  ଏ  ଅଞ୍ଚଳର  ସର୍ବାଙ୍ଗୀନ   ଉନ୍ନତି   ହୋଇପାରିବ  ନାହିଁ   ।  ଏଣୁ  ବିଭାଜିକାକୁ   ଏକ  ସଂପୂର୍ଣ୍ଣ  ଏକକ   କ୍ଷେତ୍ର   ରୂପେ   ଗ୍ରହଣ   କରି   ସମୂହ   ଉନ୍ନତି   ସାଧନ   ଆବଶ୍ୟକ   ।  ଏହାଦ୍ଵାରା  ପରିବେଶ   ସଂରକ୍ଷିତ   ହୋଇପାରିବ  । ଏଥିରେ   ଥିବା   ନାନାପ୍ରକାର   ବିଭବର   ଉପଯୁକ୍ତ   ବିନିଯୋଗ   ହୋଇପାରିବ   । କୃଷି  ଓ ତତ୍ ସମ୍ପର୍କୀୟ   ବିଭିନ୍ନ   କର୍ମ   ପୋଷଣୀୟ  ଧାରାରେ   ପରିଚାଳିତ   ହୋଇପାରିବ   । ଜଳବିଭାଜିକା   ପରିଚାଳନା  ଏକ  ସମନ୍ଵିତ   ଯୋଜନା   ।

ଅବବାହିକା  ଓ  ଜଳ   ବିଭାଜିକାମାନାଙ୍କର  ଶ୍ରେଣୀ   ବିଭାଗ  ନିମ୍ନରେ  ପ୍ରଦତ୍ତ -

ଅବବାହିକା  ଓ  ଜଳ   ବିଭାଜିକାମାନାଙ୍କର  ଶ୍ରେଣୀ   ବିଭାଗ  ନିମ୍ନରେ  ପ୍ରଦତ୍ତ   ହେଲା   ।

  1. ପ୍ରଧାନ  ନଦୀ
  2. ଏହି  ନଦୀର   ଏକାଧିକ   ଉପନଦୀ  ଥାଏ   । ଏହାର   ଅବବାହିକା  କେତେ   ଲକ୍ଷ୍ୟ   ହେକ୍ଟର   ।  ପ୍ରଧାନ   ନଦୀର  ଜଳ   ମୁଖ୍ୟତଃ  ସମୁଦ୍ରକୁ   ନିଷ୍କାସିତ   ହୋଇଥାଏ   ।

  3. ମାଧ୍ୟମିକ  ନଦୀ
  4. ଏହା  ପ୍ରଧାନ  ନଦୀର   ଏକ  ଉପନଦୀ   । ଏହାର  ଅବବାହିକା   ୪୦,୦୦୦  ହେକ୍ଟରରୁ  ଅଧିକ   । ଏହା  ବ୍ୟତୀତ   ଅନେକ   ଛୋଟ  ନଦୀ  ଓ  ନାଳ  ଦେଇ  ଜଳ  ପ୍ରବାହିତ  ହେଇଅଛି  ବଡ  ନଦୀମାନଙ୍କରେ  ପଡିଥାଏ   ।

ଅବବାହିକା

ଏହାର  ଜଳ  ପ୍ରଧାନ  ନଦୀକୁ   ନିଷ୍କାସିତ   ହୁଏ  । ଏହାର  ପ୍ରବାହ  କ୍ଷେତ୍ର  ପ୍ରାୟ  ୧ ଲକ୍ଷ୍ୟ  ହେକ୍ଟର   ।

ଉପ – ଅବବାହିକା

ଏହା  ମାଧ୍ୟମିକ   ନଦୀକୁ   ଜଳ  ନିଷ୍କାସିତ  କରିଥାଏ   । ଏହାର  ନିଷ୍କାସିତ  ଅଞ୍ଚଳରେ  କ୍ଷେତ୍ରଫଳ  ୪୦,୦୦୦ ହେକ୍ଟରରୁ  ବେଶି   । ଏହା  ବ୍ୟତୀତ   ଛୋଟ  ଛୋଟ  ଅଞ୍ଚଳମାନଙ୍କର  ବର୍ଷା  ଜଳ  ପ୍ରବାହିତ   ହୋଇ  ଛୋଟ  ଛୋଟ   ନଦୀଜଳକୁ   ନିଷ୍କାସିତ   ହୋଇଥାଏ   ।

ଓଡିଶାର   ବିଭିନ୍ନ  ମୁଖ୍ୟ  ନଦୀ  ଓ  ଅବବାହିକା

ନଦୀ

ଅବବାହିକା  (ହେକ୍ଟର)

ମହାନଦୀ

୬,୯୭୬,୦୦୦

ବ୍ରାହ୍ମଣୀ

୨୧୧୦,୦୦୦

ବୈତରଣୀ

୧୭୦୭,୦୦୦

ଋଷିକୁଲ୍ୟା

୧୦୧୮,୦୦୦

ସୁବର୍ଣ୍ଣରେଖା

୨୭୬,୦୦୦

ବୁଢାବଳଙ୍ଗ

୪୪୬୩,୦୦୦

ବଂଶଧାରା

୮୦୧୫,୦୦୦

ଇନ୍ଦ୍ରାବତୀ

୧୧୨୨୪,୦୦୦

ମାଛକୁଣ୍ଡ

୭୮୮୨,୦୦୦

ନାଗାବଳୀ

୩୩୬୫,୦୦୦

ଜଳ – ବିଭାଜିକା ପରିଚାଳନା ଉଦ୍ଦେଶ୍ୟ

  1. ବୃଷ୍ଟି ଜଳର ସଦୁପଯୋଗ
  2. ବୃଷ୍ଟିରୁ ମିଳୁଥିବା ଜଳକୁ ବହିଯାଇ ନଷ୍ଟ ହେବାକୁ ନଦେବା, ସଂଗ୍ରହ କରି ରଖିବା ଏବଂ ଆବଶ୍ୟକ ସ୍ଥଳେ ଉପଯୋଗ କରିବା, ଉଦ୍ ବୃତ୍ତ ଜଳକୁ ଉପଯୁକ୍ତ ଉପାୟରେ ମୃତ୍ତିକା କ୍ଷୟ କରୁ ନଥିବା ବେଗରେ ପ୍ରବାହିତ କରାଇବା ଜଳ ଓ ମୃତ୍ତିକା ସଂରକ୍ଷଣ କରିବା , ତଳପଟ ବନ୍ୟା ପ୍ରକୋପ ହ୍ରାସ କରିବା ଇତ୍ୟାଦି ।

  3. ଅବବାହିକାରେ ଉପଯୁକ୍ତ ପ୍ରଣାଳୀ ଅବଲମ୍ବନ କରି ଅବବାହିକାରେ ବିଭିନ୍ନ ଫସଲ ଚାଷ କରିବା, ମୃତ୍ତିକା ଉର୍ବରତା ରକ୍ଷା କରିବା ଏବଂ ଉତ୍ପାଦିକା ବୃଦ୍ଧି କରିବା ପରିବେଶ ସନ୍ତୁଳନ ସୃଷ୍ଟି କରିବା ।

ଜଳ ବିଭାଜିକା ପରିଚାଳନା ଲାଗି କେତୋଟି ମୁଖ୍ୟ ବିଷୟ

ପରିଚାଳନା ଲାଗି ଆବଶ୍ୟକ ବିଷୟଗୁଡିକର ପରସ୍ପର ସହିତ ସମ୍ବନ୍ଧ ଭଲ ଭାବରେ ଜାଣିବା ଉଚିତ । କାରଣ ଗୋଟିଏ କାରଣ ଅନ୍ୟ ଗୋଟିଏ ବା ଏକାଧିକ କାରଣ ସହିତ ଘନିଷ୍ଠ ଭାବେ ସମ୍ପୃକ୍ତ । ଏହି କାରଣଗୁଡିକୁ ନିମ୍ନଲିଖିତ ଶ୍ରେଣୀଭୂକ୍ତ କରାଯାଇପାରେ ।

  1. ଅବବାହିକା  କ୍ଷେତ୍ରଫଳ  ଓ  ଭୂ- ପ୍ରକୃତି
  2. ଆକାର, ଆକୃତି, ଜଳଧାରଣ  ଶକ୍ତି  , ଢାଲୁ  ପରିମାଣ,  ବିଭିନ୍ନ   ଢାଲୁର   କ୍ଷେତ୍ରଫଳ, ସମୟ  ଆନ୍ଧ୍ରତା  ପାର୍ଥକ୍ୟ ଓ  ନିଷ୍କାସନ  ଘନତା  - ବିଷୟରେ  ଜ୍ଞାନ   ଆବଶ୍ୟକ   ।

  3. ବୃଷ୍ଟିପାତ
  4. ପରିମାଣ,  ସମୟ,  ବିସ୍ତୃତି  ଓ  ପୌନଃପୁନ୍ୟତା

  5. ମୃତ୍ତିକା
  6. ମାତୃଶାଳା  ବିବରଣୀ, ଅନୁପ୍ରସ୍ଥଚ୍ଛେଦ   ଗୁଣ ଓ  ଚରିତ୍ର, ଗଭୀରତା  ବୟନ  ଓ  ଗଠନ, ଜଳଭେଦ୍ୟତା  ଓ  ପରିବାହିତା   ଏବଂ  ବ୍ୟବହାର  ଯୋଗ୍ୟ   ଶ୍ରେଣୀ  ବିଭାଗ

  7. ସାମାଜିକ   ଓ  ଅର୍ଥନୈତିକ  ଅବସ୍ଥା
  8. ଉପରୋକ୍ତମାନଙ୍କର   ସାମାଜିକ  ଓ ଆର୍ଥିକ  ଅବସ୍ଥା, ଅବବାହିକା  ଉନ୍ନତି   ପରେ   ସମ୍ଭାବ୍ୟ  ପରିବର୍ତ୍ତନ  ଓ  ସେମାନଙ୍କର   ଉପକାର  ଏବଂ   ଏହାର   ଉନ୍ନତି  ପାଇଁ   ସେମାନଙ୍କର   ସଂଶ୍ଳଷ୍ଟତା   ।

    କୌଣସି  ଜଳ  ବିଭାଜିକାର   ଉନ୍ନତି   ପାଇଁ  ଆବଶ୍ୟକ   ଯୋଜନା  ଓ  କାର୍ଯ୍ୟାବଳୀ  ପ୍ରସ୍ତୁତି  ଲାଗି   ଏଥିରେ  ଥିବା   ପ୍ରତ୍ୟକ   ଉପବିଭାଜିକା  ବା  କ୍ଷୁଦ୍ର   ବିଭାଜିକାର  ଅନୁସନ୍ଧାନ  ପାଇଁ  ଆକାଶ   ମାର୍ଗରୁ  ଫଟୋ  ଚିତ୍ର   ଉତ୍ତୋଳନ  କରି   ପ୍ରତ୍ୟକର  ମାନଚିତ୍ର   ପ୍ରସ୍ତୁତ  କରିବା  ଆବଶ୍ୟକ   । ଏହି  ମାନଚିତ୍ର   ସାଙ୍ଗରେ  ଅବବାହିକାର   ପ୍ରକୃତ  ଅବସ୍ଥା  ତୁଳନାକରି   ପ୍ରତ୍ୟକ   ସମସ୍ୟାର   ପରିସର   ଓ  ସଘନତା   ସ୍ଥିର  କରି  କାର୍ଯ୍ୟପନ୍ଥା   ଗ୍ରହଣ   କରିବା  ଆବଶ୍ୟକ   । ଏହାର  କେତେକ   ଉଦାହରଣ   ଦର୍ଶାଗଲା   ।

ସ୍ଥିତି

ସମସ୍ୟା

ସମାଧାନ  ପନ୍ଥା

ପାହାଡ ଢାଲୁ, ଗଛଲତା ଶୂନ୍ୟ, ମୃତ୍ତିକା  ଧୋଇହୋଇ   ନଷ୍ଟ  ହୋଇଯାଇଛି  ।

ମୃତ୍ତିକାକ୍ଷୟ,ଜଳ  ସଂରକ୍ଷଣ, ବହିଯାଉଥିବା ପାଣିକୁ   ବାନ୍ଧି  ରଖିବା, ଧୀରେ  ଧୀରେ  ତଳକୁ   ଛାଡିବା  ଗଛଲତା  ସୃଷ୍ଟି   ।

ସମପତନ  ଖାଇ, ହିଡ, ପାବଚ୍ଛନ, ବନୀକରଣ, ଘାସ ଓ କୃଷି  ବନୀକରଣ ।

ଢାଲୁ ପରିମାଣ ଖୁବ ବେଶି, ଧ୍ଵଂସ ପ୍ରାପ୍ତ  ଓ  ଲଗ୍ନ ପାହାଡ  ପାଦଦେଶ  ।

ବହିଯାଉଥିବା   ପାଣିକୁ  ବାନ୍ଧିରଖିବା, ଧୀରେ  ଧୀରେ  ତଳକୁ  ଛାଡିବା  ଏବଂ   ଗଛ  ଲତା  ସୃଷ୍ଟି   ।

ସମପତନ  ଖାଇ ଓ  ହିଡ, ତୃଣାଛାଦିତ  ଜଳ  ପ୍ରବାହୀ  ନାଳୀ, ସମପତନ  ଚାଷ, ଫଳଚାଷ, ଘାସ  ମିଶ୍ରିତ  ପଟି  ଚାଷ  ।

କୃଷି ଉପଯୋଗୀ  ମଧ୍ୟମ  ଧରଣର   ଢାଲୁ   ଜମି  ।

ଜଳ ଓ  ମୃତ୍ତିକା  ସଂରକ୍ଷଣ  ଉଦ୍ ବୃତ୍ତ ଜଳ  ସଂରକ୍ଷଣ  ଓ  ପୁନର୍ବିନିଯୋଗ  ।

ସମପତନ ଚାଷ, ପଟି  ଚାଷ  ।

କୃଷି ଉପଯୋଗୀ  ମଧ୍ୟମ  ଧରଣ  ଓ  ଅଳ୍ପ ଢାଲୁ   ଅଞ୍ଚଳ   ।

ଜଳ  ପରିଚାଳନା  ଆବଶ୍ୟକ  ଅନୁସାରେ  ଜଳସେଚନ ଓ ନିଷ୍କାସନ ।

ଜମି  ସମାନ  କରିବା, ସେଚନ ପ୍ରଣାଳୀ, ଆବଶ୍ୟକ ପରିମାଣ  ଜଳସେଚନ  ଏବଂ  ନିଷ୍କାସିତ  ଜଳର  ପୁନର୍ବିନିଯୋଗ ।

ସମତଳ ଓ  ଖାଲୁଆ କୃଷି ଉପଯୋଗୀ  ଜମି।

ଜଳ  ନିଷ୍କାସନ

ଉପଯୁକ୍ତ  ଜଳ  ନିଷ୍କାସନ  ପ୍ରଣାଳୀ  ଅବଲମ୍ବନ  ଓ  ପୁନର୍ବିନିଯୋଗ  ।

ସମୁଦ୍ରକୂଳ ଓ  ବାଲିଚର

ପବନଜନିତ  ମୃତ୍ତିକା  କ୍ଷୟ  ବାଲିଚର  ସୃଷ୍ଟି  ନିରୋଧକ  ଓ  ସ୍ଥିରୀକରଣ  ।

ବାତ ନିରୋଧ ଓ  ଛାୟା  ବଳୟ  ସୃଷ୍ଟି  ଲାଗି  ବନୀକରଣ  । ବାଲିଚର ଓ ବାଲିହୁଙ୍କା  ଉନ୍ନୟନ  ।

ନାଳ ଓ  ନଈକୂଳ  ମୃତ୍ତିକା  କ୍ଷୟ

ମୃତ୍ତିକା  କ୍ଷୟ  ଉଦ୍ ବୃତ୍ତ  ଜଳ  ସଂଗ୍ରହଣ ଓ  ନିଷ୍କାସନ  ।

ନଈକୂଳ ଓ  ନାଳ କୂଳ ରକ୍ଷା, ଛୋଟ ଛୋଟ  ଗଡିଆ  ତିଆରି  ଓ  ବୃକ୍ଷରୋପଣ  ।

ଉଜୁଡା  ଜଙ୍ଗଲ

ଜଳ  ଓ  ମୃତ୍ତିକାକ୍ଷୟ   ବନୀକରଣ

ଗଛ କାଟିବା  ବନ୍ଦ କରିବା, ଅତ୍ୟଧିକ  ଗୋଚାରଣ  ନିବଦ୍ଧ  କରିବା, ପୋଡୁଚାଷ ନିଷେଧ  କରିବା  ବନୀକରଣ  କୃଷି  ବନୀକରଣ   ।

ଜଳ  ବିଭାଜିକା   ଗୁଡିକର   ସମସ୍ୟା  ଭିନ୍ନ  ଭିନ୍ନ  ହୋଇପାରେ   । ଯାନ୍ତ୍ରିକ  ପଦ୍ଧତିରେ   ଜଳ  ଓ  ମୃତ୍ତିକା  ସଂରକ୍ଷଣ  ସମୟସାପେକ୍ଷ  ଓ  ଖର୍ଚ୍ଚ  ବହୁଳ   ହୋଇଥିବାରୁ   ସାଧାରଣ  କୃଷି  ଓ ଅଳ୍ପ  ଖର୍ଚ୍ଚ  ବହୁଳ   ପନ୍ଥା  ଅବଲମ୍ବନ  କରିବା  ଆବଶ୍ୟକ  । ପାହାଡ  ଉପରେ   ଜଙ୍ଗଲ   ପାହାଡର   ମଧ୍ୟଭାଗ   ପର୍ଯ୍ୟନ୍ତ   ଜଙ୍ଗଲ ଓ  ଫଳଗଛ  ରୋପଣ, ବର୍ଷାଦିନିଆ  ପନିପରିବା  ଚାଷ  ଓ  ତଳ  ଜମିରେ  ସାଧାରଣ   କୃଷି  କରିବା  ଆବଶ୍ୟକ  । ଜଳ  ବିଭାଜିକାର  ସମସ୍ତ  ସମସ୍ୟାକୁ  ସମାଧାନ  କରି  ସମନ୍ଵିତ  ଉନ୍ନତି   ସାଧନ   ଏକମାତ୍ର  ଲକ୍ଷ୍ୟ  ହେବା  ଉଚିତ୍  ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top