অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାୟୁମଣ୍ଡଲର ବିଭିନ୍ନ ସ୍ତର

ବାୟୁମଣ୍ଡଲର ବିଭିନ୍ନ ସ୍ତର

ଉପକ୍ରମ

ବୈଜ୍ଞାନିକମାନେ ବାୟୁମଣ୍ଡଳକୁ କେତେଗୁଡିଏ ସ୍ତର ବିଭିକ୍ତ କରିଛନ୍ତି । ଭୁପୃଷ୍ଠର ଊର୍ଦ୍ଧ୍ଵକୁ ଗଲେ କ୍ରମେ ଏଥିରେ ଚାପ ଏବଂ ଉତ୍ତାପର ପରିବର୍ତ୍ତନ ଆସେ । ଏହିସବୁ ଭୌତିକ ଗୁଣକୁ ଭିତ୍ତିକରି ଉଚ୍ଚ ସ୍ତରଗୁଡିକୁ ନିମ୍ନ ପ୍ରକାରେ ନିର୍ଦ୍ଧାରିତ କରାଯାଇଛି ।

ବିଭିନ୍ନ ସ୍ତର

  1. ଟ୍ରେପୋସ୍ପିଅର: ଟ୍ରୋପୋସ୍ପିଅର ହେଉଛି ବାୟୁମଣ୍ଡଳର ନିମ୍ନତମ ସ୍ତର ଏବଂ ଏହା ପୃଥିବୀର ଠିକ୍ ଉପରେ ଅବସ୍ଥିତ । ପୃଥିବୀ ପୃଷ୍ଠର ୧୧ କିଲୋମିଟର ଉଚ୍ଚ ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ । ବାୟୁମଣ୍ଡଳ ଓଜନର ପ୍ରାୟ ୭୫ ଶତାଂଶ ନେଇ ଏହା ସ୍ତରଟି ଗଠିତ । ଏଥିରେ ତାପମାନ ଉଚ୍ଚତା ଅନୁସାରେ କମି କମି ଯାଏ । ଏହି ସ୍ତରରେ ଝଡ, ବର୍ଷା, ବାଦଲ ଏବଂ ତୁଷାର ଆଦି ସୃଷ୍ଟି ହୁଏ । ତେଣୁ ଏହାକୁ “ପାଣି’ପାଗ ସ୍ତର” ବୋଲି  ମଧ୍ୟ କୁହାଯାଏ । ଅତଏବ ଜୀବନପାଇଁ ଏହା ବାୟୁମୁଣ୍ଡଳର ସବୁଠାର ଗୁରୁତ୍ଵପୂର୍ଣ୍ଣ ସ୍ତର ଯାହା ଯୋଗୁଁ ପାଣିପାଗ ଓ ଜଳବାୟୁର ପରିବର୍ତ୍ତନ ହୁଏ । ଏହାର ଉପରି ଭାଗରେ ଟ୍ରପୋପଜ ନାମକ ଏକ ପତଳା ବଳୟ ଅଛି । ଇଚ୍ଚତା ଅନୁସାରେ ତାପମାତ୍ରାର ପରିବର୍ତ୍ତନକୁ ଅତିପାତାହାର ବୋଲି କୁହାଯାଏ । ଏହି ସ୍ତରରେ ଉଚ୍ଚତା ବଢିବା ସଂଗେ ସଂଗେ ତାପମାନ ହ୍ରାସ ପାଇଥାଏ ଯାହାକୁ ‘ ବାସ୍ଵ ଅତିପାତ ହାର’ (+ve lapse rate ଆଖ୍ୟା ଦିଆଯାଇଛି ।
  2. ୨. ଷ୍ଟ୍ରାଟୋସ୍ପିଅର (stratosphere) : ଏହି ସ୍ତରଟି ଟ୍ରୋପୋସ୍ପିଅରର ଠିକ୍ ଉପରକୁ ଅବସ୍ଥିତ । ଏହା ପୃଥିବୀ ପୃଷ୍ଟ ଠାରୁ ୫୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ରହିଛି । ଏଠାରେ ଉଚ୍ଚତା ଅନୁସାରେ ତାପମାନର ବୃଦ୍ଧି ଘଟେ ଯାହାକୁ ‘negative lapse rate’ ହୁହନ୍ତି । ଏହି ସ୍ତରରେ ଝଡ, ବର୍ଷା କିମ୍ବା ମେଘ ନ ଥାଏ । ଏଠାରେ ଓଜୋନ୍ (Ozone) ଗ୍ୟାସ ରହିଥିବାରୁ ଏହି ସ୍ତରକୁ ଓଜୋନ୍ ସ୍ତର (Ozone sphere) ବୋଲି ମଧ୍ୟ କୁହାଯାଏ । ଏହା ସୂର୍ଯ୍ୟଠାରୁ ଆସୁଥିବା ଜୀବଜଗତ ପ୍ରତି ବିପଜନକ ଅତି ଘନ ବାଇଗଣୀ ରଶ୍ମୀ (Ultraviolet  ray) କୁ ଶୋଷଣ କରିନିଏ । ତେଣୁ ଏହାକୁ ପୃଥିବୀର ରକ୍ଷାକବଚ ବୋଲି କୁହାଯାଏ ।  ଏହାର ଉପରି ଭାଗରେ ‘ଷ୍ଟ୍ରାଟୋପଜ୍’ ନାମକ ଏକ ପତଳା ବଳୟ ରହିଛି ।
  3. ୩ . ମେଜୋସ୍ପିଅର  (Mesosphere) : ଏହି ସ୍ତରଟି ଷ୍ଟ୍ରାଟୋପଜର ଉପରି ଭାଗରେ ବାୟୁମଣ୍ଡଳରେ ତୃତୀୟ ସ୍ତର ହିସାବରେ ଅବସ୍ଥିତ । ଏହା ପୃଥିବୀ ପୃଷ୍ଟ ଠାରୁ ୮୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ । ଏଠାରେ ଉଚ୍ଚତା ଅନୁସାରେ ତାପମାନ ହ୍ରାସ ପାଏ ଏବଂ ଏହା ଅତ୍ୟନ୍ତ ଶୀତଳ ସ୍ତର ଅଟେ । ମେଜୋସ୍ପିଅରର ଉପରିଭାଗରେ ‘ମେଜୋପଜ୍’ (Mesopause) ନାମକ ଏକ ପତଳା ବଳୟ ରହିଛି ।
  4. ୪ . ଥର୍ମୋସ୍ପିଅର (Thermosphere) : ମେଜୋପଜର ଉପରିଭାଗରେ ‘ଥର୍ମୋସ୍ପିଅର’ ଅବସ୍ଥିତ । ଏହା ପୃଥିବୀ ପୃଷ୍ଟ ଠାରୁ ୮୫ କି. ମି. ରୁ ୫୦୦ କିଲୋମିଟର ଉର୍ଦ୍ଧ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଉଚ୍ଚତା ବୃଦ୍ଧି ସଙ୍ଗେ ସଙ୍ଗେ ଏହି ସ୍ତରର ତାପମାତ୍ରାର ଅଭିବୃଦ୍ଧି ଘଟିଥାଏ । ସୂର୍ଯ୍ୟଙ୍କ ଉତ୍ତାପହେତୁ ଏଥିରେ ଗ୍ରୀଷ୍ମ ଅଣୂଗୁଡିକ ବିଭାଜିତ ହୋଇ ବୈଦୁତିକ ଚାର୍ଜଯୁକ୍ତ କରିକା ବା ‘ଆୟନ’ ରେ ପରିଣତ ହୋଇଥାଆନ୍ତି । ସେଥିପାଇଁ ଏହି ସ୍ତରକୁ ‘ଆୟୋନୋସ୍ପିଅର’ (Ionosphere) ମଧ୍ୟ କୁହାଯାଏ । ଏହି ଆୟନ କଣିକାର ଉପସ୍ଥିତି ହେତୁ ଭୁପୃଷ୍ଟରୁ ପ୍ରସାରିତ ହେଉଥିବାରୁ ବେତାର ତରଙ୍ଗ ଏହି ସ୍ତରରେ ପ୍ରତିଫଳିତ ହୋଇ ପୁନର୍ବାର ପୃଥିବୀ ପୃଷ୍ଟକୁ ପତ୍ୟାବର୍ତ୍ତନ କରିଥାଏ । ଯାହା ଫଳରେ ଯୋଗା ଯୋଗ ଆଦି କାର୍ଯ୍ୟ ଯଥା : ରେଡିଓ, ଦୂରଦର୍ଶନ, ବେତାର ସଂଯୋଗ (Wireless)ଏବଂ ବର୍ତ୍ତମାନ ଯୁଗରେ ବହୁଳ ବ୍ୟବହ୍ରୁତ ହେଉଥିବା ମୋବାଇଲ୍ ଫୋନ୍ ମଧ୍ୟ ଏହି ଆୟନ କଣିକା ପାଇଁ ସମ୍ଭବପର ହୋଇପାରୁଛି ।
  5. ୫ . ଏକସୋସ୍ପିଅର୍(Exosphere) : ଏହି ସ୍ତର ଥର୍ମୋସ୍ପିଅରର ଉପରି ଭାଗାରେ ଅବସ୍ଥିତ । ଏହା ବାୟୁମଣ୍ଡଳର ବାହ୍ୟସ୍ତର ଏବଂ ପୃଥିବୀ ସର୍ବୋଚ୍ଚ ସ୍ତର ଯାହାକି ମହାଶୂନ୍ୟ ପର୍ଯ୍ୟନ୍ତ ବିସ୍ତ୍ରୁତ । ଏହି ସ୍ତର ମୁଖ୍ୟତଃ ହିଲିୟମ୍ ଓ ଉଦଜାନ ଭଳି ହାଲୁକା ଗ୍ୟାସକୁ ନେଇ ଗଠିତ । ସୂର୍ଯ୍ୟଙ୍କ କିରଣ ଏଠାରେ ପ୍ରତ୍ୟକ୍ଷଭାବରେ ପଡୁଥିବାରୁ ଏହାର ଉତ୍ତାପ ଖୁବ୍ ଅଧିକ ।
  6. ୬ . ବାୟୁମଣ୍ଡଳର ଗୁରୁତ୍ଵ : ପୃଥିବୀପୃଷ୍ଟରେ ଜୀବନଧାରଣ ପାଇଁ ବାୟୁମଣ୍ଡଳ ଅତ୍ୟାବଶ୍ୟକ । ବାଯୁମଣ୍ଡଳ ଗରମ ଏବଂ ଥଣ୍ଡାର ପଖରତାକୁ ଯଥାଯଥ ଭାବରେ ସ୍ଥିର ରଖେ । ଦିନବେଳେ ସୂର୍ଯ୍ୟଙ୍କ ଠାରୁ ଉତ୍ତାପ ଗ୍ରହଣକରି ଭୁପୃଷ୍ଟକୁ  ଉତ୍ତପ୍ତ କରାଏ ଏବଂ ଉତ୍ତାପ ମହାଶୂନ୍ୟକୁ ଖୁବ୍ ଧୀରେ ଧୀରେ ବିକିରିତ  ହେବା ଫଳରେ ରାତିରେ ଥଣ୍ଡା ହୁଏ । ଏତଦବ୍ୟତୀତ ବାଯୁମଣ୍ଡଳ ପ୍ରାଣୀ ଓ ଉଦ୍ଭିଦମାନଙ୍କୁ ଶ୍ଵାସକ୍ରିୟା ତଥା ଖାଦ୍ୟ ପ୍ରସ୍ତୁତି ଲାଗି ଆବଶ୍ୟକ ଉପାଦାନ ଯୋଗାଏ । ପୁନଶ୍ଚ, ସୂର୍ଯ୍ୟର ବିପଜନକ ରଶ୍ମିରୁ ଭୁପୃଷ୍ଟ ଏବଂ ଜୀବଜଗତକୁ ରକ୍ଷା କରେ । ଏହାଛଡା, ବାୟୁମଣ୍ଡଳ ପୃଥିବୀକୁ ଉଲକାପାତରୁ ରକ୍ଷାକରେ । ଉଲକାଖଣ୍ଡ ବାୟୁମଣ୍ଡଳ ଦେଇ ଗତି କରିବା ସମୟରେ ଘର୍ଷଣ ଯୋଗୁଁ  ଜଳି ଗ୍ୟାସ କିମ୍ବା  ପାଉଁଶରେ ପରିଣତ ହୋଇଯାଏ ।  ତେଣୁ ବାୟୁମଣ୍ଡଳ ବିନା ପୃଥିବୀରେ ଜୀବଜଗତର ସୃଷ୍ଟି, ବିକାଶ କିମ୍ବା ସ୍ଥିତି ଅସମ୍ଭବ ।
  7. (ଖ) ବାରିମଣ୍ଡଳ (Hydrosphere) :
  8. ବାରିମଣ୍ଡଳ କହିଲେ ପୃଥିବୀରେ ଥିବା ସମସ୍ତ ଜଳରାଶିକୁ ବୁଝାଏ । ସେଥିପାଇଁ ଏହାକୁ ଜଳମଣ୍ଡଳ ମଧ୍ୟ କୁହାଯାଏ । ଜଳମଣ୍ଡଳ ପୃଥିବୀର ୬୫% ସ୍ଥାନ ଅଧିକାର କରିଥିବାରୁ ପୃଥିବୀକୁ ‘ନୀଳଗ୍ରହ’ ଆଖ୍ୟା ଦିଆଯାଇଛି । ମହାସାଗର, ସମୁଦ୍ର, ହ୍ରଦ, ପୋଖରୀ, ଜଳାଶୟ, ନଦୀ, ଝରଣା, ଇତ୍ୟାଦି ଜଳମଣ୍ଡଲର ଅନ୍ତର୍ଭୁକ୍ତ । କେବଳ ମହାସାଗର ଏବଂ ସମୁଦ୍ରରେ ସମଗ୍ର ଜଳରାଶିର ଶତକଡା ୯୭ ଭାଗ ଜଳ ରହିଛି । ସମୁଦ୍ର ଜଳରେ ଦ୍ରବୀଭୂତ ଲବଣର ପରିମାଣ ୩.୫%, କିନ୍ତୁ ନଦୀ, ଝରଣା, ପୋଖରୀ ଇତ୍ୟାଦିରେ ଦ୍ରବୀଭୂତ ଲବଣର ପରିମାଣ ୦.୨% । ପ୍ରତ୍ୟେକ ଜୀବର ଓଜନର ଶତକଡା ୬୦ ରୁ ୯୫ ଭାଗ ହେଉଛି ବାସ୍ତବରେ ଜଳ । ଜୀବଧାରଣ ପାଇଁ ଜଳ ହେଉଛି ଏକାନ୍ତ ଅପରିହାର୍ଯ୍ୟ  ଉପାଦାନ । ଏହା ବିନା ପୃଥିବୀ ପୃଷ୍ଟରେ ଜୀବଜଗତର ସୃଷ୍ଟି ଅସମ୍ଭବ । ତେଣୁ ‘ଜଳ ହିଁ ଜୀବନ’ ବୋଲି କୁହାଯାଏ ।
  9. ଜଳର ଆଣବିକ ସୂତ୍ର ହେଲା H2 o । ଏହା ଏକ ଯୌଗିକ ପଦାର୍ଥ ଯାହା ଦୁଇଟି ଉଦଜାନ ପରମାଣୁ ଓ ଗୋଟିଏ ଅମ୍ଳଜାନ ପରମାଣୁ ଦ୍ଵାରା ଗଠିତ । ଏହା କଠିନ, ତରଳ ଓ ବାଷ୍ପୀୟ ଅବସ୍ଥାରେ ରହିପାରେ । ସୌରଶକ୍ତିର ପ୍ରଭାବରେ ଜଳରାଶି ଉତ୍ତପ୍ତ ହୋଇ ବାଷ୍ପରେ  ପରିଣତ ହୁଏ ଏବଂ ଏହା ହାଲୁକା ହୋଇଥିବାରୁ ବାୟୁମଣ୍ଡଳର ଉପରିଭାଗକୁ ଚାଲିଯାଏ । ଶୀତଳିକରଣ ପ୍ରକ୍ରିୟାରେ ଜଳୀୟବାଷ୍ପ ବର୍ଷା  ଆକାରରେ ପୁନଶ୍ଚ  ପୃଥିବୀପୃଷ୍ଟକୁ ଫେରିଆସେ । ଏହି ପ୍ରକ୍ରିୟାକୁ ‘ ଜଳଚକ୍ର ‘ କୁହାଯାଏ ।

ଆଧାର

ଡକ୍ଟର ମନୋରମା ପତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate