ହୋମ / ଶକ୍ତି / ପରିବେଶ / ଭାରତର ପ୍ରାକୃତିକ ଗଠନ ଓ ଅବସ୍ଥିତି
ସେଆର କରନ୍ତୁ

ଭାରତର ପ୍ରାକୃତିକ ଗଠନ ଓ ଅବସ୍ଥିତି

ଭାରତର ପ୍ରାକୃତିକ ଗଠନ ଓ ଅବସ୍ଥିତି ର ସୂଚନା

ବସ୍ଥିତିଗତ ଗୁରୁତ୍ଵ

କ୍ଷେତ୍ରଫଳ ଏବଂ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଦକ୍ଷିଣ ଏସିଆର ସବୁଠାରୁ ବଡ ଦେଶ ଅଟେ । ଏହା ମହାସାଗର ଦ୍ଵାରା ବେଷ୍ଟିତ  । ଗଣନା ଅନୁଯାୟୀ ଭାରତ, ଭାରତ ମହାସାଗରରେ ଅବସ୍ଥିତ  । ଏହା ୟୁରୋପ ଏବଂ ଆଫ୍ରିକା ମଧ୍ୟରେ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ ଦୂର ପ୍ରାଚ୍ୟ ଏସିଆ ଏବଂ ଓସେଆନିଆଁ ମଧ୍ୟରେ ସାମୁଦ୍ରିକ ପଥକୁ ନିର୍ଦ୍ଦେଶିତ କରୁଅଛି  । ଏଥିଯୋଗୁଁ ଭାରତର ବହୁ ପୁରାତନ କାଳରୁ ବହୁ ଦେଶ ମଧ୍ୟରେ ବାଣିଜ୍ୟିକ ସୁସମ୍ପର୍କ ସ୍ଥାପନ କରିପାରିଥିଲା  । ଭାରତର ଅବସ୍ଥିତି ଜଳ ଓ ସ୍ଥଳରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଛି  । ନାଥୁଲା ଗିରିପଥ (ସିକିମ), ସିପକିଲା (ହିମାଚଳ ପ୍ରଦେଶ), ଯୋଜିଲା ଏବଂ ଦୂରଜିଲା (ଜାମ୍ମୁ ଓ କାଶ୍ମୀର) ପ୍ରଭୃତି ବିଭିନ୍ନ ଗିରିପଥର ଗୁରୁତ୍ଵ ଏଠାରେ ରହିଅଛି  । ଭାରତ ଓ ତିବ୍ଦତର ପ୍ରଧାନ ବାଣିଜ୍ୟ ପଥ ଦାର୍ଜିଲିଂ ନିକଟରେ କାଲିମ୍ ପଙ୍ଗକୁ ତିବ୍ଦତର ଲାସା ସହିତ ଜେଲପେଲା ଗିରିପଥ ଦ୍ଵାରା ଯୋଗ କରାଯାଇଛି  । ପ୍ରାଚୀନ ପରିବ୍ରାଜକମାନଙ୍କୁ ଆହୁରି ଅନେକ ଗିରିପଥ ଭାରତକୁ ପଥ ଦେଖାଇଥିଲା  । ଏହି ପଥଗୁଡିକ କେବଳ ଯେ ବାଣିଜ୍ୟିକ ଗୁରୁତ୍ଵ ରହିଅଛି ତାହା ନୁହେଁ ଏବଂ ସଭ୍ୟତାର ବିନିମୟ କ୍ଷେତ୍ରରେ ଏହା ଗୁରୁତ୍ଵ ହାସଲ କରିଛି  ।

ଭାରତରେ ଥିବା ରାଜ୍ୟ ସମୂହ ଓ କେନ୍ଦ୍ରଶାସିତ ଅଞ୍ଚଳ

ଭାରତ ପୃଥିବୀର ସପ୍ତମ ବୃହତ୍ତମ ଦେଶ ଅଟେ  । ଏହାର ସ୍ଥଳ ଭାଗର ସୀମାରେଖା ୧୫,୨୦୦ କି.ମି. ଏବଂ ଉପକୂଳର ସୀମାରେଖା ୬୧୦୦ କି.ମି. ଅଟେ  । ଭାରତର ଭୂ-ଭାଗର କ୍ଷେତ୍ରଫଳ ୩.୨୮ ଲକ୍ଷ ବର୍ଗ କି.ମି. ଅଟେ  । ପୃଥିବୀରେ ଥିବା ଭୂ-ଭାଗର ୨.୪୨ ଭାଗ ଭାରତରେ ରହିଛି  ।

ଶାସନର ସୁବିଧା ଦୃଷ୍ଟିରୁ ଭାରତକୁ ୨୮ଗୋଟି ରାଜ୍ୟ ଓ ୭ ଗୋଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଛି  । ଏହି ମାନଚିତ୍ର ପ୍ରତ୍ୟକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ସେମାନଙ୍କର ରାଜଧାନୀକୁ ସୂଚାଉଛି  । ଏହା ଚିତ୍ତାକର୍ଷକ ଯେ ଦିଲ୍ଲୀ ଭାରତର ରାଜଧାନୀ ହୋଇଥିଲା ବେଳେ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀର ମଧ୍ୟ ରାଜଧାନୀ ଅଟେ  । ଅନ୍ୟ କୌଣସି ରାଜଧାନୀ ଏହିପରି ଥିବାର ତୁମେ ଚିହ୍ନିତ କରିପାରିବ କି ? ହଁ ଅଛି  । ଚଣ୍ଡିଗଡ, ପଞ୍ଜାବ ଓ ହରିୟାଣ ରାଜ୍ୟ ଦ୍ୱୟର ରାଜଧାନୀ ଅଟେ  । ପୁଣି ଚଣ୍ଡିଗଡ କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ ଅଟେ  ।

ଭାରତରେ ଭୂମି ରୂପର ଗଠନରେ ବ୍ୟତିକ୍ରମ ଦେଖାଦେଇଥାଏ  । ଏହା ବୃହତ୍ ହିମାଳୟ ପର୍ବତ ଶ୍ରେଣୀ, ଉତ୍ତରସ୍ଥ ସମତଳ ଭୂମି, ଥର ମରୁଭୁମି, ଉପକୂଳବର୍ତ୍ତୀ ସମତଳ ଭୂମି ଏବଂ ଉପଦ୍ଵୀପୀୟ ମାଳଭୂମିକୁ ଅନ୍ତର୍ଭୁକ୍ତ କରୁଅଛି  । ଟୋପୋଗ୍ରାଫିରେ ଯେଉଁ ବ୍ୟତିକ୍ରମ ଦେଖାଯାଇଅଛି ତାହାର ନିମ୍ନଲିଖିତ କାରଣ ହୋଇପାରେ  ।

  • ଶିଳା ଗଠନରେ ପାର୍ଥକ୍ୟ ଏହିପରି ଗଠନ ବିଭିନ୍ନ ଭୂତାତ୍ତ୍ଵିକ ସମୟରେ ହୋଇଅଛି  ।
  • ବହୁ ସଂଖ୍ୟକ ପ୍ରଣାଳୀ ଦ୍ଵାରା ଯାହାକି ପାଣିପାଗ, ଭୁକ୍ଷୟ ଏବଂ ସଞ୍ଚୟଗତ ଭୂମି ରୂପ ସୃଷ୍ଟି କରି ବର୍ତ୍ତମାନର ଭୂମିରୂପ ଅବସ୍ଥାରେ ପହଞ୍ଚିଛି  ।

ଭାରତରେ ପ୍ରାକୃତିକ ବିଭେଦତା ଦେଖାଯାଏ  । କେତେକ ଅଞ୍ଚଳରେ ଉଚ୍ଚ ଗିରିଶୃଙ୍ଗ ରହିଛି ତ ଅନ୍ୟ ସ୍ଥାନମାନଙ୍କରେ ନଦୀ ଦ୍ଵାରା ଗଠିତ ସମତଳ ଭୂମି ରହିଛି  । ଭୂ-ପ୍ରକୃତି ଅନୁସାରେ ଭାରତକୁ ନିମ୍ନଲିଖିତ ଛଅ ଭାଗରେ ବିଭକ୍ତ କରାଯାଇଅଛି  ।

ଭାରତର ପ୍ରାକୃତିକ ବିଭାଗ

  1. ଉପରିସ୍ଥ ପର୍ବତ ଶ୍ରେଣୀ – ଏହାକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଅଛି  ।
  • ହିମାଳୟ ପର୍ବତ ଶ୍ରେଣୀ
  • ଟ୍ରାନ୍ସ ହିମାଳୟ
  • ପୂର୍ବାଞ୍ଚଳ ପର୍ବତ

ହିମାଳୟ ପର୍ବତ ଶ୍ରେଣୀ

ହିମାଳୟ ଏକ ତରୁଣା ଭଙ୍ଗିଳ ପର୍ବତ ଅଟେ  । ଏହା ପୃଥିବୀର ଉଚ୍ଚତମ ପର୍ବତଶ୍ରେଣୀ ଅଟେ  । ହିମାଳୟ ପ୍ରାକୃତିକ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରୁଅଛି  । ହିମାଳୟ ଦେଇ ଭାରତର ପଡୋଶୀମାନେ ପ୍ରବେଶ କରିବାକୁ ଏହାର ଅତ୍ୟଧିକ ଥଣ୍ଡା, ବରଫ ଏବଂ ବନ୍ଧୁର ଭୂମିରୂପ ନିରୂତ୍ସାହିତ କରୁଅଛି  । ଏହାର ବିସ୍ତୃତି ପଶ୍ଚିମରୁ ପୂର୍ବକୁ ସିନ୍ଧୁ ନଦୀଠାରୁ ବ୍ରହ୍ମପୁତ୍ର ନଦୀ ପର୍ଯ୍ୟନ୍ତ ୨୫୦୦ କି.ମି. ଅଟେ  । ଏହାର ପ୍ରସ୍ତ ପଶ୍ଚିମରେ ୪୦୦କି.ମି. ଓ ପୂର୍ବରେ ୧୫୦ କି.ମି. ରହିଅଛି  । ହିମାଳୟ ପର୍ବତଶ୍ରେଣୀ ତିନିଗୋଟି ସମାନ୍ତରାଳ ପର୍ବତ ଶ୍ରେଣୀରେ ବିଭକ୍ତ ହୋଇଅଛି  ।

  • ବୃହତ୍ ହିମାଳୟ ବା ହିମାଦ୍ରି
  • ଉଚ୍ଚ ହିମାଳୟ ବା ହିମାଞ୍ଚଳ
  • ବାହ୍ୟ ହିମାଳୟ ବା ସିୱାଲିକ

ବୃହତ୍ ହିମାଳୟ ବା ହିମାଦ୍ରି

ଉତ୍ତରସ୍ଥ ପର୍ବତ ଶ୍ରେଣୀ ଏବଂ ଗିରିଶୃଙ୍ଗକୁ ନେଇ ହିମାଦ୍ରି ଗଠିତ  । ଏହାର ହାରାହାରି ଉଚ୍ଚତା ୬୦୦୦ ମିଟର ଏବଂ ପ୍ରସ୍ଥ ୧୨୦ ରୁ ୧୯୦ କି.ମି.  । ଏହା ଏକ ନିରବଚ୍ଛିନ୍ନ ପର୍ବତ ଶ୍ରେଣୀ  । ଏହା ବରଫ ଦ୍ଵାରା ଆଚ୍ଛାଦିତ ଅନେକ ତୁଷାର ସ୍ରୋତ ଏଠାରେ ଅବତରଣ କରୁଅଛି  । ଏଠାରେ ଅନେକ ଉଚ୍ଚ ପର୍ବତ ଶୃଙ୍ଗ ଯଥା – ଏଭେରେଷ୍ଟ, କାଞ୍ଚନଜଙ୍ଘୀ, ମାକାଲୁ, ଧବଳଗିରି, ନଙ୍ଗା ପର୍ବତ ପ୍ରଭୃତି ରହିଅଛି  । ଏମାନଙ୍କର ଉଚ୍ଚତା ୮୦୦୦ ମିଟରରୁ ଅଧିକ ଅଟେ  । ମାଉଣ୍ଟ ଏଭେରେଷ୍ଟ ପୃଥିବୀର ଉଚ୍ଚତମ ଶୃଙ୍ଗ ଅଟେ  । ଏହାର ଉଚ୍ଚତା ୮୮୪୮ ମିଟର ଅଟେ  । କାଞ୍ଚନ ଜଙ୍ଘୀ ଭାରତୀୟ ହିମାଳୟର ଉଚ୍ଚତମ ଶୃଙ୍ଗ ଅଟେ  । ଏହି ଅଞ୍ଚଳରେ ଅନେକ ଉଚ୍ଚ ଗିରିପଥମନ ରହିଅଛି  । ସେଗୁଡିକ ହେଲା ବାରାଲାଛା-ଲା, ନାଥୁ-ଲା, ଯୋଜି-ଲା, ବୋମିଡି-ଲା ହିମାଳୟ ଗଙ୍ଗା ଏବଂ ଯମୁନା ନଦୀର ଉତ୍ପତ୍ତି ସ୍ଥଳ ଅଟେ  ।

ଉଚ୍ଚ ହିମାଳୟ ବା ହିମାଚଳ

ଏହି ପର୍ବତ ଶ୍ରେଣୀର ଉଚ୍ଚତା ୧୦୦୦ ମିଟରରୁ ୪୫୦୦ ମିଟର ମଧ୍ୟରେ ଏବଂ ଏହାର ପ୍ରସ୍ଥ ୫୦ କି.ମି. ଅଟେ  । ଏହାର ପ୍ରମୁଖ ପର୍ବତ ଶ୍ରେଣୀ ହେଲା ପିରପଞ୍ଜଲ, ଧଉଳଧର ଏବଂ ମହାଭାରତ ପର୍ବତଶ୍ରେଣୀ, ଏଠାରେ ସିମଲା, ଡେଲାହାଉସୀ, ଦାର୍ଜିଲିଂ, ଛକ୍ରାଟା, ମସୌରୀ, ନୌନୀତାଲ ପ୍ରଭୃତି ଅନେକ ଶୈଳନିବାସ ରହିଅଛି  । ଏଠାରେ କାଶ୍ମୀର, କୁଲୁ, କାଙ୍ଗ୍ରି ପ୍ରଭୃତି ପ୍ରସିଦ୍ଧ ଉପତ୍ୟକାମାନ ରହିଅଛି  ।

ବାହ୍ୟ ହିମାଳୟ ବା ସିୱାଲିକ

ଏହି ହିମାଳୟ ପର୍ବତ ଶ୍ରେଣୀର ବାହାରେ ରହିଅଛି  । ଏହାର ଉଚ୍ଚତା ୯୦୦ ମିଟରରୁ ୧୧୦୦ ମିଟର ମଧ୍ୟରେ ଏବଂ ଏହାର ପ୍ରସ୍ଥ ୫୦ କି.ମି. ଅଟେ  । ଏଠାରେ ଅଳ୍ପୋଚ୍ଚ କେତେକ ପାହାଡ଼ ରହିଅଛି  । ସେଗୁଡିକ ହେଲା ଜାମ୍ମୁ ପାହାଡ, ମିଜୋ, ମିସମି ପାହାଡ ପ୍ରଭୃତି  । ହିମାଚଳ ଏବଂ ସିୱାଲିକ ପର୍ବତ ଶ୍ରେଣୀ ମଧ୍ୟରେ ରହିଥିବା ଉପତ୍ୟକାକୁ ଡୁନ୍ କହନ୍ତି  । ସେଗୁଡିକ ହେଲା ଡେରାଡୁନ, କେଟଲିଡୁନ, ଏବଂ ପାଟଲିଡୁନ  ।

ଟ୍ରାନ୍ସ ହିମାଳୟ ପର୍ବତଶ୍ରେଣୀ

ଏହା ବୃହତ୍ତର ହିମାଳୟ ଉତ୍ତରରେ ସମାନ୍ତରାଳ ଭାବରେ ଯାସକାର ପର୍ବତଶ୍ରେଣୀ ନାମରେ ଗତି କରିଅଛି  । ଯାସକାର ପର୍ବତଶ୍ରେଣୀର ଉତ୍ତରରେ ଲାଦାଖ ପର୍ବତଶ୍ରେଣୀ ଅବସ୍ଥିତ  । ସିନ୍ଧୁ ନଦୀ ଯାସକାର ଏବଂ ଲାଦାଖ ପର୍ବତଶ୍ରେଣୀ ମଧ୍ୟ ଦେଇ ଗତି କରୁଅଛି  । ଦେଶର ସବା ଉତ୍ତରରେ କାରାକୋରମ ପର୍ବତଶ୍ରେଣୀ ଅବସ୍ଥିତ  । କେ-୨ ପୃଥିବୀର ଦ୍ଵିତୀୟ ଉଚ୍ଚତମ ଏବଂ ଭାରତର ଉଚ୍ଚତମ ଶୃଙ୍ଗ ଅଟେ  ।

ପୂର୍ବାଞ୍ଚଳ ପର୍ବତ

ଭାରତର ପୂର୍ବରେ ଥିବା ମିସମି, ପାତକୋଇ, ନଗା, ମିଜୋ ପ୍ରଭୃତି ପର୍ବତଶ୍ରେଣୀ ଏଠାରେ ରହିଅଛି  । ମେଘାଳୟ ମାଳଭୂମି ଏହାର ଅଂଶ ବିଶେଷ  । ଯାହାକି ଗାରୋ, ଖାସି ଏବଂ ଜୟନ୍ତିଆ ପର୍ବତ ମଧ୍ୟରେ ରହିଅଛି  ।

  1. ଉତ୍ତରସ୍ଥ ସମତଳ ଭୂମି

ଭାରତର ଉତ୍ତରସ୍ଥ ସମତଳ ଭୂମି ହିମାଳୟର ଦକ୍ଷିଣ ଏବଂ ଉପଦ୍ଵୀପୀୟ ମାଳଭୂମିର ଉତ୍ତର ମଧ୍ୟରେ ଅବସ୍ଥିତ  । ସିନ୍ଧୁ, ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀମାନଙ୍କ ଦ୍ଵାରା ଆନିତ ପଟୁମାଟି ଦ୍ଵାରା ଏହା ଗଠିତ ହୋଇଅଛି  । ପଶ୍ଚିମରେ ଥିବା ପଞ୍ଜାବଠାରୁ ପୂର୍ବରେ ଥିବା ଆସାମ ପର୍ଯ୍ୟନ୍ତ ଏହାର ଦୈର୍ଘ୍ୟ ୨୪୦୦ କି.ମି. ଅଟେ  । ଏହାର ପ୍ରସ୍ଥ ପଶ୍ଚିମରେ ୩୦୦ କି.ମି. ଥିଲାବେଳେ  । ପୂର୍ବରେ ପ୍ରାୟ ୧୫୦ କି.ମି. ରହିଅଛି  । ଏହା ପ୍ରଧାନତଃ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଆସାମ ମଧ୍ୟରେ ରହିଅଛି  । ଏହି ସମତଳ ଭୂମି ଅଧିକ ଉର୍ବର ଅଟେ । କାରଣ ହିମାଳୟରୁ ବାହାରିଥିବା ନଦୀମାନଙ୍କ ଦ୍ଵାରା ଆନିତ କ୍ଷୟଶୀଳ ଉର୍ବର ମୃତ୍ତିକା ଦ୍ଵାରା ଏହା ଗଠିତ  । ଏହା ପୃଥିବୀର ବୃହତ୍ତମ ଉର୍ବର ସମତଳ ଭୂମି ମଧ୍ୟରୁ ଅନ୍ୟତମ ଅଟେ  । ଏଠାରେ ମୁଖ୍ୟତଃ ଗହମ, ଧାନ, ଆଖୁ, ଡାଲିଜାତୀୟ ଶସ୍ୟ ତୈଳବୀଜ ଏବଂ ଝୋଟ ଚାଷ କରାଯାଏ  । ଜଳସେଚନର ସୁବିଧା ଥିବାରୁ ଏଠାରେ ଅଧିକ ଖାଦ୍ୟଶସ୍ୟ ଉତ୍ପାଦିତ ହୁଏ  । ଉତ୍ତରସ୍ଥ ସମତଳ ଭୂମି ବିସ୍ତୃତ ଭାବରେ ଦୁଇ ଭାଗରେ ବିଭକ୍ତ   ।

  • ପଶ୍ଚିମସ୍ଥ ସମତଳ ଭୂମି
  • ଗଙ୍ଗା ବ୍ରହ୍ମପୁତ୍ର ସମତଳ ଭୂମି

ପଶ୍ଚିମସ୍ଥ ସମତଳ ଭୂମି – ଏହି ସମତଳ ଭୂମି ସିନ୍ଧୁ ନଦୀ ଦ୍ଵାରା ସୃଷ୍ଟି ହୋଇଅଛି  । ଏହା ଆରାବଳୀ ପର୍ବତର ପଶ୍ଚିମରେ ଅବସ୍ଥିତ ଅଟେ  । ଏହା ସତଲେଜ, ବେୟାସ ଏବଂ ରାବିନଦୀ ଦ୍ଵାରା ଆନିତ ପଟୁମାଟି ଦ୍ଵାରା ଗଠିତ  । ସମତଳ ଭୂମିର ଏହି ଅଂଶକୁ ଦୋଆବ କୁହାଯାଏ  ।

ଗଙ୍ଗା ବ୍ରହ୍ମପୁତ୍ର ସମତଳ ଭୂମି – ଏହି ଭୂମି ଦୁଇଗୋଟି ପ୍ରଧାନ ନଦୀ ଦ୍ଵାରା ଆନିତ କ୍ଷୟଶୀଳ ପଦାର୍ଥ ଜମା ହୋଇ ସୃଷ୍ଟି ହୋଇଅଛି  । ସେ ନଦୀ ଦୁଇଗୋଟି ହେଉଛନ୍ତି ଗଙ୍ଗା ଏବଂ ବ୍ରହ୍ମପୁତ୍ର  । ମୂଳ ସଭ୍ୟତା ମହେଞ୍ଜୋଦାରେ ଏବଂ ହରପ୍ପା ସଭ୍ୟତାକୁ ନଦୀ ଉପତ୍ୟକା ସଭ୍ୟତା କୁହାଯାଏ  । ଏହି ସଭ୍ୟତା ଏହି ସମତଳ ଅଞ୍ଚଳରେ ବ୍ୟାପୀ ରହିଥିଲା  । କାରଣ ସେଠାରେ ନଦୀ ବେଷ୍ଟିତ ଉର୍ବର ସମତଳ ଭୂମି ଥିଲା  ।

ଦୋଆବ – ଦୁଇନଦୀ ମଧ୍ୟରେ ଥିବା ଉର୍ବର ଭୂମି  । ଉଦାହରଣ ପଞ୍ଜାବର ବୋୟାଆବ ଅଞ୍ଚଳ  ।

ଖଦାର – ପ୍ରାୟ ପ୍ରତିବର୍ଷ ବନ୍ୟାପ୍ଲାବିତ ଅଞ୍ଚଳ  ।

ଭାଙ୍ଗର – ଯେଉଁ ଅଞ୍ଚଳ କେବେ ହେଲେ ବନ୍ୟାପ୍ଲାବିତ ହୁଏ ନାହିଁ  ।

  1. ଉପଦ୍ଵୀପୀୟ ମାଳଭୂମି

ଏହା ପ୍ରାଚୀନ ଭୂଭାଗ ଗଣ୍ଡୱାନାଲ୍ୟାଣ୍ଡର ଅଂଶ ବିଶେଷ ଅଟେ  । ଏହା ୫ ଲକ୍ଷ ବର୍ଗ କି.ମି. ଅଞ୍ଚଳକୁ ଅଧିକାର କରିଅଛି  । ଏହାର ବିସ୍ତାର ଗୁଜୁରାଟ, ମହାରାଷ୍ଟ୍ର, ବିହାର, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ରହିଅଛି  । ଯେଉଁଥିରେ ଭାରତର ଉପଦ୍ଵୀପୀୟ ମାଳଭୂମିକୁ ଦର୍ଶାଯାଇଅଛି ।

ନର୍ମଦା ନଦୀ ଉପଦ୍ଵୀପୀୟ ମାଳଭୂମିକୁ ଦୁଇ ଭାଗରେ ବିଭକ୍ତ କରୁଅଛି  ।

  • କେନ୍ଦ୍ରୀୟ ମାଳଭୂମି
  • ଦାକ୍ଷିଣାତ୍ୟ ମାଳଭୂମି

କେନ୍ଦ୍ରୀୟ ଉଚ୍ଚଭୂମି – ଏହା ନର୍ମଦା ନଦୀ ଏବଂ ଉତ୍ତରସ୍ଥ ସମତଳ ଭୂମି ମଧ୍ୟରେ ବିସ୍ତୃତ  । ଗୁରୁତ୍ୱପୂର୍ଣ୍ଣ ପର୍ବତ ଆରାବଳୀ ଗୁଜୁରାଟ ରାଜସ୍ଥାନ ଦେଇ ଦିଲ୍ଲୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଅଛି  । ଆରାବଳୀ ପର୍ବତର ଉଚ୍ଚତମ ଶୃଙ୍ଗ ଗୁରୁଶିଖ (୧୭୨୨m) ମାଉଣ୍ଟଆବୁ ନିକଟରେ ରହିଅଛି  । ମାଳବ ମାଳଭୂମି ଓ ଛୋଟ ନାଗପୁର ମାଳଭୂମି କେନ୍ଦ୍ରୀୟ ଉଚ୍ଚଭୂମିର ଅଂଶ ବିଶେଷ ଅଟେ  । ମାଳବ ମାଳଭୂମିର ପ୍ରଧାନ ନଦୀ ବେତୱା, ଚମ୍ବଇ ଏବଂ କେନ ଅଟେ  । ସେହିପରି ଛୋଟ ନାଗପୁର ମାଳଭୂମିର ପ୍ରଧାନ ପାହାଡ ମହାଦେବ, କୈସୁର ଏବଂ ମୌକାଲ ଅଟେ  । ବିନ୍ଧ୍ୟ ସାତପୁରା ପାହାଡ ମଧ୍ୟରେ ନର୍ମଦା ନଦୀର ଉପତ୍ୟକା ରହିଅଛି  । ଏହି ନଦୀ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହୋଇ ଆରବ ସାଗରରେ ପଡିଅଛି  ।

ଦାକ୍ଷିଣାତ୍ୟ ମାଳଭୂମି – ଦାକ୍ଷିଣାତ୍ୟ ମାଳଭୂମି ଛୋଟ ନାଗପୁର ମାଳଭୂମି ପର୍ଯ୍ୟନ୍ତ ବିସ୍ତୃତ ଅଟେ  । ଦାକ୍ଷିଣାତ୍ୟ ମାଳଭୂମିର କଳାମାଟି ଥିବା ଅଞ୍ଚଳକୁ ‘ଡେକାନଟ୍ରାପ’ କୁହାଯାଏ  । ଏହା ଅଗ୍ନି ଉଦ୍ଗିରଣ ଫଳରେ ସୃଷ୍ଟି ହୋଇଅଛି  । କୃଷ୍ଣ ମୃତ୍ତିକା କପା ଚାଷ ଏବଂ ଆଖୁଚାଷ ପାଇଁ ଉତ୍କୃଷ୍ଟ ଅଟେ । ଦାକ୍ଷିଣାତ୍ୟ ମାଳଭୂମି ଦୁଇ ଭାଗରେ ବିଭକ୍ତ  ।

  • ପଶ୍ଚିମ ଘାଟ
  • ପୂର୍ବଘାଟ ପର୍ବତ ଶ୍ରେଣୀ

ପଶ୍ଚିମ ଘାଟ – ଏହା ପଶ୍ଚିମ ଉପକୂଳ ସହିତ ସମାନ୍ତରାଳ ଭାବରେ ୧୬୦୦ କି.ମି. ପର୍ଯ୍ୟନ୍ତ ବିସ୍ତୃତ ଅଟେ  । ଏହାର ହାରାହାରି ଉଚ୍ଚତା ଉଚ୍ଚତା ୧୦୦୦ ମିଟର ଅଟେ  । ଏହାର ପ୍ରସିଦ୍ଧ ଗିରିଶୃଙ୍ଗଗୁଡିକ ହେଲା ଦୋଦୋବେତ୍ତା, ଆନାଇମୁଡି ଏବଂ ମାକୃତ୍ତି  । ଏହି ଅଞ୍ଚଳର ଉଚ୍ଚତମ ଶୃଙ୍ଗ ଆନାଇମୁଡି (୨୬୯୫ ମିଟର) ଅଟେ  । ପଶ୍ଚିମଘାଟ ଏକ ନିରବଚ୍ଛିନ୍ନ ପର୍ବତ ଶ୍ରେଣୀ ଅଟେ  । ଏହାକୁ ଅତିକ୍ରମ କରିବା ପାଇଁ ପାଲଘାଟ, ଥାଲଘାଟ ଏବଂ ଭୋର ଘାଟ ଗିରିପଥ ରହିଅଛି  । ଗୋଦାବରୀ, ଭୀମା ଏବଂ କୃଷ୍ଣନଦୀ ଏହାର ପୂର୍ବଦିଗରେ ଏବଂ ତାପ୍ତିନଦୀ ଏହାର ପଶ୍ଚିମ ଦିଗରେ ପ୍ରବାହିତ ହେଉଛନ୍ତି  । ଆରବ ସାଗରରେ ପ୍ରବେଶ କରିବା ପୂର୍ବରୁ ଏହାର ସ୍ରୋତ ପ୍ରଖର ଅଟେ  । ପ୍ରସିଦ୍ଧ ଯୋଗ ଜଳପ୍ରପାତ ସରାବତୀ ନଦୀଶାଖାରେ ଏବଂ ଶିବସସମୁଦ୍ର ଜଳପ୍ରପାତ କାବେରୀ ନଦୀ ଶଯ୍ୟାରେ ରହିଅଛି  ।

ପୂର୍ବଘାଟ ପର୍ବତ ଶ୍ରେଣୀ – ପୂର୍ବଘାଟ ପର୍ବତ ଶ୍ରେଣୀ ନିରବଚ୍ଛିନ୍ନ ପର୍ବତ ଶ୍ରେଣୀ ନୁହେଁ  । ଏହାର ହାରାହାରି ଉଚ୍ଚତା ୬୦୦ ମିଟର  ଅଟେ  । ଏହି ମହାନଦୀ ଉପତ୍ୟକାର ଦକ୍ଷିଣରୁ ନୀଳଗିରି ପର୍ବତ ପର୍ଯ୍ୟନ୍ତ ପୂର୍ବ ଉପକୂଳ ସହିତ ସମାନ୍ତର ଭାବରେ ଗତି କରିଅଛି  । ଏହି ଅକନ୍ହଲର ଉଚ୍ଚତମ ଶୃଙ୍ଗ ମହେନ୍ଦ୍ରଗିରି  (୧୫୦୧ ମିଟର) ଅଟେ  । ପ୍ରସିଦ୍ଧ ପାହାଡ ମହେନ୍ଦ୍ରଗିରି, ଓଡିଶାର ନିମାଇଗିରି, ଦକ୍ଷିଣ ଆନ୍ଧ୍ର ପ୍ରଦେଶର ନାଲାମଲାଇ, ତାମିଲନାଡୁର କୋଲିମାଲାଇ ଏବଂ ପଚାଇମାଲାଇ ଅଟେ  । ଏହି ଅଞ୍ଚଳର ଜଳ ମହାନଦୀ, ଗୋଦାବରୀ, କୃଷ୍ଣା ଓ କାବେରୀ ନଦୀ ଦ୍ଵାରା ନିଷ୍କାସିତ ହୁଏ  । ପୂର୍ବଘାଟ ଏବଂ ପଶ୍ଚିମଘାଟକୁ ଦକ୍ଷିଣରେ ନୀଳଗିରି ସଂଯୁକ୍ତ କରୁଅଛି  ।

  1. ଭାରତୀୟ ମରୁଭୁମି

ଭାରତୀୟ ମରୁଭୁମି ଆରାବଳୀ ପର୍ବତର ପଶ୍ଚିମ ସୀମାରେ ରହିଅଛି  । ଏହାଥର ମରୁଭୁମି ନାମରେ ନାମିତ  । ଏହା ପୃଥିବୀର ନବମ ଉଷ୍ମ ମରୁଭୁମି ଅଟେ  । ଏହା ଗୁଜୁରାଟ ଓ ରାଜସ୍ଥାନ ରାଜ୍ୟମଧ୍ୟରେ ବିସ୍ତୃତ  । ଏହି ଅଞ୍ଚଳର ପାଣିପାଗ ଶୁଷ୍କ ଏବଂ ଅର୍ଦ୍ଧଶୁଷ୍କ ଅଟେ  । ଏହା ବାର୍ଷିକ ୧୫୦ ମିଲିମିଟର  ବର୍ଷା ପାଏ  । ଏଠାରେ କଣ୍ଟକ ଉଦ୍ଭିଦ ଜନ୍ମେ  । ‘ଲୁନି’ ଏହି ଅଞ୍ଚଳର ପ୍ରଧାନ ନଦୀ ଅଟେ  । ଅନ୍ୟ ଜଳ ସ୍ରୋତ ବର୍ଷା ସମୟରେ ଦେଖାଦିଏ  । ଅନ୍ୟ ସମୟରେ ବାଲୁକା ମଧ୍ୟରେ ଅଦୃଶ୍ୟ ହୋଇଯାଏ  ।

  1. ଉପକୂଳବର୍ତ୍ତୀ ସମତଳ ଭୂମି

ଭାରତର ଉପକୂଳବର୍ତ୍ତୀ ସମତଳ ଭୂମି, ଆରବ ସାଗର ଓ ବଙ୍ଗୋପ ସାଗର ସହିତ ଉପଦ୍ଵୀପୀୟ ମାଳଭୂମିର ଉଭୟ ପାର୍ଶ୍ଵରେ ଗତିକରିଅଛି  । ପଶ୍ଚିମ ଉପକୂଳସ୍ଥ ସମତଳଭୂମି ଅଣଓସାରିଆ ଅଟେ  । ଏହା ଆରବସାଗରକୁ ଲାଗି ରହିଅଛି  । ଏହାର ଓସାର ୧୦-୨୦ କି.ମି. ଅଟେ  । ଏହା କନ୍ଥର ରାନଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତୃତ ଅଟେ  । ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଅଛି । (କ) କୋଙ୍କଣ ଉପକୂଳ (ମୁମ୍ବାଇଠାରୁ ଗୋଆ ପର୍ଯ୍ୟନ୍ତ) (ଖ) କର୍ଣ୍ଣାଟକ ଉପକୂଳ (ଗୋଆଠାରୁ ମାଙ୍ଗାଲୋର ପର୍ଯ୍ୟନ୍ତ) (ଗ) ମାଲବାର ଉପକୂଳ (ମାଙ୍ଗାଲୋର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ) ପୂର୍ବ ଉପକୂଳ ସମତଳ ଭୂମି ବଙ୍ଗୋପସାଗର ସହିତ ସମାନ୍ତରାଳ ଭାବରେ ରହିଅଛି  । ଏହା ପଶ୍ଚିମ ଉପକୂଳସ୍ଥ ସମତଳ ଭୂମିଠାରୁ ଅଧିକ ପ୍ରଶସ୍ଥ ଅଟେ  । ଏହାର ହାରାହାରି ପ୍ରସ୍ଥ ୧୨୦ କି.ମି. ଅଟେ  । ଏହାର ଉତ୍ତର ଭାଗକୁ ଉତ୍ତର ସରକାର ଏବଂ ଦକ୍ଷିଣ ଭାଗକୁ କରମଣ୍ଡଳ ଉପକୂଳ କୁହାଯାଏ  । ପୂର୍ବଉପକୂଳସ୍ଥ ସମତଳ ଭୂମି ମହାନଦୀ, ଗୋଦାବରୀ, କୃଷ୍ଣା ଏବଂ କାବେରୀ ନଦୀର ତ୍ରିକୋଣ ଭୂମିକୁ ନେଇ ଗଠିତ ହୋଇଅଛି  । ଭାରତର ବୃହତ୍ତମ ଲବଣାକ୍ତ ହ୍ରଦ ଓଡିଶାର ଚିଲିକା ମହାନଦୀ ତ୍ରିକୋଣ ଭୂମିର ଦକ୍ଷିଣରେ ଅବସ୍ଥିତ  । ଏହି ଉପକୂଳବର୍ତ୍ତୀ ସମତଳ ଭୂମିରେ ଧାନ, ମସଲା, ନଡିଆ, ଲଙ୍କା ପ୍ରଭୃତି ଉତ୍ପାଦିତ ହୋଇଥାଏ  । ଏହା ବାଣିଜ୍ୟ ବ୍ୟବସାୟର କେନ୍ଦ୍ରସ୍ଥଳୀ ଅଟନ୍ତି  । ଉପକୂଳ ଅଞ୍ଚଳ ମାଛଧରା କାର୍ଯ୍ୟପାଇଁ ଜଣାଶୁଣା  । ତେଣୁକରି ଅନେକ ମାଛଧରା ଗାଁ ଏହାର କୂଳରେ ଗଢି ଉଠିଛି  । ମାଲବାର ଉପକୂଳରେ ‘ଭୂମନାଡୁ’ ପ୍ରସିଦ୍ଧ ଉପହ୍ରଦ ରହିଅଛି  ।

  1. ଦ୍ଵୀପ ସମୂହ

ଭାରତର ଦୁଇଗୋଟି ଦ୍ଵୀପପୁଞ୍ଜ ରହିଅଛି  । ବଙ୍ଗୋପସାଗରରେ ଥିବା ୨୦୪ଗୋଟି ଦ୍ଵୀପ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜ ନାମରେ ନାମିତ ହୋଇଅଛି ଏବଂ ଆରବ ସାଗରରେ ଥିବା ୪୩ଗୋଟି ଦ୍ଵୀପ ଲାକ୍ଷା ଦ୍ଵୀପପୁଞ୍ଜ ନାମରେ ଅଭିହିତ ହୋଇଅଛି  । ବଙ୍ଗୋପସାଗରରେ ଉତ୍ତରରୁ ଦକ୍ଷିଣକୁ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ ଲମ୍ବିଅଛି  । ସେମାନେ ଆକାରରେ ଅଡ ଅଟନ୍ତି  । ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ‘ବରେନ’ ଠାରେ ଗୋଟିଏ ଜୀବନ୍ତ ଆଗ୍ନେୟଗିରି ରହିଅଛି  । ଆରବ ସାଗରରେ କେରଳର ମାଲବାର ଉପକୂଳରୁ ଲାକ୍ଷା ଦ୍ଵୀପପୁଞ୍ଜକୁ ଚିହ୍ନଟ କରାଯାଇଛି  । ଏହାର କ୍ଷେତ୍ରଫଳ ୩୨ ବର୍ଗ କି.ମି. ଅଟେ  । ଲାକ୍ଷା ଦ୍ଵୀପର ରାଜଧାନୀ କାଭାର୍ତ୍ତି ଅଟେ  । ଏହି ଦ୍ଵୀପପୁଞ୍ଜ ପ୍ରବାଳ କୀଟ ଦ୍ଵାରା ଗଠିତ ହୋଇଅଛି  । ଏଠାରେ ବିଭିନ୍ନ ପ୍ରକାର ଉଦ୍ଭିଦ ଓ ପ୍ରାଣୀ ଦେଖାଯାଆନ୍ତି  । ପର୍ଯ୍ୟଟକ ପାଇଁ ଏହା ଏକ ଆକର୍ଷଣର ବିନ୍ଦୁ ଅଟେ  । ଏହା ବିଭିନ୍ନ ପ୍ରକାର ଜଳକ୍ରୀଡା ସ୍ନୋକଳିଙ୍ଗ, ଡାଇଭିଙ୍ଗ ପାଇଁ ଏବଂ ଅନ୍ୟ ଖେଳ ପାଇଁ ଜଣାଶୁଣା ଅଟେ  ।

ଭାରତରେ ଜଳ ନିଷ୍କାସନ ପ୍ରଣାଳୀ

ଭୂପୃଷ୍ଠସ୍ଥ ଜଳ ନଦୀମାନଙ୍କ ଦ୍ଵାରା ପ୍ରବାହିତ ହୋଇ ବୋହି ଯିବାକୁ ଜଳ ନିଷ୍କାସନ କୁହାଯାଏ  । ଗୋଟିଏ ଅଞ୍ଚଳର ଜଳ ନଦୀ ଏବଂ ଏହାର ଉପନଦୀମାନଙ୍କ ଦ୍ଵାରା ବହିଯିବାକୁ ଡ୍ରେନଏଜ ବେସିନ ବୁଝାଇଥାଏ  । ଜଳ ନିଷ୍କାସନ ପ୍ରଣାଳୀର ଅନେକ କାରକ ରହିଅଛି  । ସେଗୁଡିକ ହେଲା ଭୂମିର ଢାଲୁ, ଭୌଗୋଳିକ ଗଠନ, ଜଳର ପରିମାଣ ଏବଂ ଗତି (ତୀବ୍ରତା)  । ଗୋଟିଏ ନଦୀ ଜଳ ନିଷ୍କାସନ ସମୟରେ ଅନେକ କାର୍ଯ୍ୟ କରିଥାଏ  । ଗୋଟିଏ ନିର୍ଦ୍ଧିଷ୍ଟ ଅଞ୍ଚଳର ଅତ୍ୟଧିକ ଜଳକୁ ସ୍ଥାନାନ୍ତରିତ କରିବା, କ୍ଷୟିତ ଦ୍ରବ୍ୟକୁ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ବୋହିନେବା, ପ୍ରାକୃତିକ ଭାବେ ଜଳସେଚନ ବ୍ୟବସ୍ଥା ଏବଂ ଗୋଟିଏ ଅଞ୍ଚଳର ଜଳସ୍ତରକୁ ନିର୍ବାହ କରିବା  । ପରମ୍ପରାଗତ ଭାବରେ ନଦୀର ପ୍ରଚୁର ସ୍ଵଚ୍ଛ ଜଳ ଲୋକଙ୍କ କାମରେ ଲାଗିଥାଏ ଏବଂ ଏହା ନୌଚାଳନା ପାଇଁ ସାହାଯ୍ୟ କରିଥାଏ  । ଆଜିର ଦୁନିଆଁରେ ନଦୀର ଗୁରୁତ୍ଵ ବଢିଯାଇଅଛି  । ନଦୀର ଜଳକୁ ବ୍ୟବହାର କରି ଜଳବିଦ୍ୟୁତ ଶକ୍ତି ଉତ୍ପାଦନ କରିବା ସହିତ ଜଳ ଭିତ୍ତିକ କାରଖାନାମନ ସ୍ଥାପିତ ହୋଇଅଛି  । ଆହୁରି ମଧ୍ୟ ଏହା ଟୁରିଷ୍ଟମାନଙ୍କୁ ଆକୃଷ୍ଟ କରୁଛି  । ସେମାନେ ନୌଚାଳନ ରାଫଟିଙ୍ଗ ଏବଂ ତୀଖରୁ ଲମ୍ଫ ପ୍ରଦାନ କରୁଛନ୍ତି । ବିଭିନ୍ନ ବ୍ୟବହାର ଦୃଷ୍ଟିରୁ ନଦୀଗୁଡିକ ମାନବ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି  । ଏମାନେ ମନୁଷ୍ୟର ଜୀବନରେଖା ରୂପେ ବିବେଚିତ ହେଉଛନ୍ତି  । ଅନେକ ସହର ନଦୀକୂଳରେ ସ୍ଥାପିତ ହୋଇଅଛି  ଏବଂ ନଦୀକୂଳ ଘନ ଜନସଂଖ୍ୟାରେ ପୂର୍ଣ୍ଣ ଅଟେ  । ଯମୁନା ନଦୀକୂଳରେ ଦିଲ୍ଲୀ, ଗଙ୍ଗାନଦୀ କୂଳରେ ପାଟଣା, ବ୍ରହ୍ମପୁତ୍ର ନଦୀ କୂଳରେ ଗୌହାଟୀ, ଗୋଦାବରୀ ନଦୀ କୂଳରେ ନାସିକ ଏବଂ ମହାନଦୀ କୂଳରେ କଟକ ସହର ଏହାର ଉଦାହରଣ  ଅଟେ  । ଉତ୍ପତ୍ତି ଦୃଷ୍ଟିରୁ ନଦୀଗୁଡିକୁ ଦୁଇ ଭାଗରେ ବିଭକ୍ତ କରାଯାଇଅଛି  ।

  • ହିମାଳୟ ଜଳ ନିଷ୍କାସନ ପ୍ରଣାଳୀ
  • ଉପଦ୍ଵୀପୀୟ ଜଳନିଷ୍କାସନ ପ୍ରଣାଳୀ

ଉପନଦୀ – ଯେଉଁ ଜଳସ୍ରୋତ କିମ୍ବା ନଦୀ ପ୍ରଧାନ ନଦୀରେ ମିଶି ଜଳ ନିଷ୍କାସିତ କରିଥାଏ  ତାକୁ ଉପନଦୀ କୁହାଯାଏ  । ଯମୁନା ଏହାର ଉଦାରହଣ ଅଟେ  ।

ତ୍ରିକୋଣ ଭୂମି – ନଦୀର ମୁହାଣରେ ପଟୁ, ବାଲି, ଗୋଡି, ଜମାହୋଇ ଯେଉଁ ତ୍ରିଭୁଜାକାର ଭୂମି ସୃଷ୍ଟି ହୁଏ ତାକୁ ତ୍ରିକୋଣଭୂମି କହନ୍ତି  । ଗାଙ୍ଗେୟ ତ୍ରିକୋଣଭୂମି ଏହାର ଉଦାହରଣ ଅଟେ ।

ଏସଟୁଆରୀ – ଗୋଟିଏ ଉପକୂଳବର୍ତ୍ତୀ ଅଞ୍ଚଳ ଯେଉଁଠାରେ ଜୁଆର ସମୟରେ ଲବଣାକ୍ତ ଜଳ ନଦୀର ମଧୁର ଜଳ ସହିତ ମିଶିଥାଏ ତାକୁ ଏସଟୁଆରୀ କୁହାଯାଏ  । ନର୍ମଦା ନଦୀରେ ଏସଟୁଆରୀ ଅଛି  ।

ପ୍ରଧାନ ଜଳ ନିଷ୍କାସନ ପ୍ରଣାଳୀ

ଉତ୍ପତ୍ତି ଦୃଷ୍ଟିରୁ ଭାରତୀୟ ନଦୀଗୁଡିକୁ ଦୁଇଗୋଟି ପ୍ରଧାନ ନିଷ୍କାସନ ପ୍ରଣାଳୀରେ ବିଭକ୍ତ କରାଯାଇଅଛି  । ଆସ ଉଭୟଙ୍କ ମଧ୍ୟରେ ତୁଳନାତ୍ମକ ଆଲୋଚନା କରିବା  ।

ହିମାଳୟରୁ ନିର୍ଗତ ନଦୀ –

  1. ଏମାନେ ଚିରସ୍ରୋତା ନଦୀ କାରଣ ଏମାନେ ତୁଷାର ସ୍ରୋତରୁ ଉତ୍ପତ୍ତି ଲାଭ କରିଛନ୍ତି  ।
  2. କ୍ଷୟିତ ପ୍ରଣାଳୀରେ ଉପତ୍ୟକାରୁ ବାହାରିଥିବା ନଦୀ  ।
  3. ଏଆନେ ଯେତେବେଳେ ଉର୍ବର ସମତଳ ଭୂମି ଦେଇ ପ୍ରବାହିତ ହେଉଥାନ୍ତି, ଜଳସେଚନ କାର୍ଯ୍ୟରେ ଲାଗିଥାନ୍ତି  ।
  4. ଏହି ନଦୀମାନଙ୍କର ବଜ୍ର ଗତିପଥ ରହିଅଛି  । ସମୟକ୍ରମେ ଏହା ବଦଳିଯାଇଥାଏ  ।

ହିମାଳୟ ଜଳ ନିଷ୍କାସନ ପ୍ରଣାଳୀ

ଅଧିକାଂଶ ହିମାଳୟରୁ ବାହାରିଥିବା ନଦୀ ଚିରସ୍ରୋତା ଅଟନ୍ତି  । ଚିରସ୍ରୋତା ଅର୍ଥ ନଦୀରେ ବର୍ଷସାରା ଜଳ ରହିଥାଏ  । ଏହାର କାରଣ ଅଧିକାଂଶ ନଦୀ ତୁଷାର ସ୍ରୋତ ଏବଂ ବରଫାବୃତ୍ତ ଶୃଙ୍ଗରୁ ଉତ୍ପତ୍ତି ଲାଭ କରିଛନ୍ତି  । ଏମାନେ ବୃଷ୍ଟିଜଳ ମଧ୍ୟ ପାଇଥାନ୍ତି  । ଏହି ଶ୍ରେଣୀର ନଦୀଗୁଡିକ ହେଲେ –

  1. ସିନ୍ଧୁ ନଦୀ ପ୍ରଣାଳୀ – ଝେଲମ, ରାବି, ବେୟାସ, ସତଲେଜ
  2. ଗଙ୍ଗା ନଦୀ ପ୍ରଣାଳୀ – ଯମୁନା, ରାମଗଙ୍ଗା, ଘରଘରା, ଗୋମତୀ, ଗଣ୍ଡକ ଏବଂ କୋଶୀ
  3. ବ୍ରହ୍ମପୁତ୍ର ନଦୀ ପ୍ରଣାଳୀ – ଦିବଙ୍ଗ, ଲୋହିତ, ତିସ୍ତା, ମେଘନା ପ୍ରଭୃତି

ଉପଦ୍ଵୀପୀୟ ନିଷ୍କାସନ ପ୍ରଣାଳୀ

ତୁମେମାନେ ଉପଦ୍ଵୀପୀୟ ମାଳଭୂମି ବିଷୟରେ ପଢିସାରିଛ  । ଅଧିକାଂଶ ଉପଦ୍ଵୀପୀୟ ନଦୀ ପୂର୍ବଦିଗକୁ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପଡିଛନ୍ତି  । କେବଳ ନର୍ମଦା ଏବଂ ତାପ୍ତିନଦୀ ପଶ୍ଚିମଘାଟର ପଶ୍ଚିମ ଦିଗରେ ପ୍ରବାହିତ ହେଉଛନ୍ତି  । ଏମାନେ ଜଳବିଦ୍ୟୁତ ଶକ୍ତି ଉତ୍ପାଦନ କରିଥାନ୍ତି  । କାରଣ ଏଥିରେ ଜଳ ପ୍ରପାତ ସୃଷ୍ଟି ହୋଇଅଛି  । ପ୍ରଧାନ ଉପଦ୍ଵୀପୀୟ ନଦୀଗୁଡିକ ହେଲା – ମହାନଦୀ, ଗୋଦାବରୀ, କୃଷ୍ଣା ଏବଂ କାବେରୀ  ।

ନଦୀଗୁଡିକୁ ପରିଷ୍କାର ରଖିବା

ପୃଥିବୀର ସମୁଦାୟ ଜଳ ଭାଗର ୯୭% ଲବଣାକ୍ତ ଜଳ ଏବଂ ବାକି ମଧୁର ଜଳ  । ଏହା ମେରୁ ଅଞ୍ଚଳରେ ବରଫ ଆକାରରେ ରହିଅଛି  । ବୃଷ୍ଟିପାତ, ନଦୀ, ହ୍ରଦ ଭୂମି ତଳେ ଥିବା ମଧୁର ଜଳର ପରିମାଣ ୧% ରୁ କମ୍ ଅଛି  । ପୃଥିବୀର ସମୁଦାୟ ଜନସଂଖ୍ୟାର ଆବଶ୍ୟକତା ଏହି ସ୍ୱଳ୍ପ ମଧୁର ଜଳ ପୂର୍ଣ୍ଣ କରୁଅଛି  । ମଧୁର ଜଳ ଗୋଟିଏ ମୁଲ୍ୟବାନ ସମ୍ପଦ ଅଟେ ଏବଂ ବର୍ଦ୍ଧିତ ଜନସଂଖ୍ୟା ନଦୀ ଏବଂ ହ୍ରଦ ପାଇଁ ସତର୍କ ଘଣ୍ଟି ଅଟେ  । ସହର, ଗ୍ରାମ ବା ଅନ୍ୟ ସ୍ଥାନରେ ନଦୀ ପ୍ରବାହିତ ହେଉଥିବାର ତୁମେ ଦେଖିବ  । ଭାରତରେ ବହୁ ସଂଖ୍ୟକ ନଦୀ ରହିଅଛି  ତାହା ତାହାର କୂଳରେ ବାସ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କର ଜୀବନରେଖା ଅଟେ  । ଏହି ନଦୀଗୁଡିକୁ ବିସ୍ତୃତ ଭାବରେ ଚାରିଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଅଛି  ।

  1. ନଦୀ ଯେଉଁଗୁଡିକ କି ହିମାଳୟର ବରଫ ତରଳା ପାଣି ଓ ହିମବାହରୁ ଉତ୍ପତ୍ତି ଲାଭ କରିଛନ୍ତି  । ଏଥିଯୋଗୁଁ ଏମାନେ ଚିରସ୍ରୋତା ଅଟନ୍ତି । ଏମାନେ ବର୍ଷର କୌଣସି ସମୟରେ ଶୁଖିଯାଆନ୍ତି ନାହିଁ  ।
  2. ଦକ୍ଷିଣାତ୍ୟ ମାଳଭୂମିର ନଦୀ ଯେଉଁମାନେ କି ବର୍ଷାଜଳ ଉପରେ ନିର୍ଭର କରନ୍ତି  ।
  3. ଉପକୂଳବର୍ତ୍ତୀ ନଦୀ ଖାସ କରି ପଶ୍ଚିମ ଉପକୂଳରେ ନଦୀ, ଯେଉଁମାନେ କି ନୀତିଦୀର୍ଘ  । ଯେଉଁଥିରେ କି ବର୍ଷସାରା ଜଳ ରହି ନ ଥାଏ  ।
  4. ପଶ୍ଚିମ ରାଜସ୍ଥାନର ମଧ୍ୟଭାଗରେ ଥିବା ନଦୀ, ଯେଉଁମାନେ କି ବୃଷ୍ଟିଜଳ ଉପରେ ନିର୍ଭର କରନ୍ତି ଓ ନଦୀ ପ୍ରାୟ ସିଲ୍ଟ ହ୍ରଦ ବା ବାଲି ମଧ୍ୟରେ ଜଳ ନିଷ୍କାସନ କରନ୍ତି ।

ଜୀବନ ଧାରଣ ପଥରେ ନଦୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଅନେକ ସହର ଆଉ ମଧ୍ୟ ପବିତ୍ର ତୀର୍ଥସ୍ଥାନ ନଦୀକୂଳରେ ଅବସ୍ଥିତ – ଆଉ ମଧ୍ୟ ଏହା ବିଚିତ୍ର ଯେ ଗଙ୍ଗା ଏବଂ ଯମୁନା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପବିତ୍ର ଅଟେ  । ଏହା ବ୍ୟତୀତ ସେମାନେ ପରିବେଶ ଏବଂ ଅସଂଖ୍ୟ ମନ୍ଦ ଅଭ୍ୟାସ ଦ୍ଵାରା ପ୍ରଦୂଷିତ ହେଉଛନ୍ତି  । ନର୍ଦ୍ଦମାର ଦୂଷିତ ଜଳ ମିଶିବା ଦ୍ଵାରା ଭାରତ ନଦୀମାନଙ୍କର ୭୦% ଭାଗ ଜଳ ଦୂଷିତ ହୋଇଥାଏ  ।

ପ୍ରାଣିଜ ଏବଂ ରାସାୟନିକ ଦ୍ରବ୍ୟର ମିଶ୍ରଣ ଫଳରେ ପ୍ରବାହିତ ହଲ ଦୂଷିତ ହୋଇଥାଏ  । ଏହା ଜଳୀୟ ଜୀବନକୁ ପ୍ରବାହିତ କରିବା ସହିତ ସ୍ୱାସ୍ଥ୍ୟହାନୀର ଅନେକ କାରଣ ହୋଇଥାଏ  । ଏହି ପ୍ରଦୂଷଣ ସହିତ ନଦୀମାନଙ୍କ ପ୍ରତି ମନୁଷ୍ୟର କାର୍ଯ୍ୟକଳାପ ଅନେକ ସମସ୍ୟା ସୃଷ୍ଟି କରେ  । ସହରବାସୀ ନଦୀମାନଙ୍କୁ ଦୂଷିତ କରିବା କାର୍ଯ୍ୟରେ ସମ୍ପୂର୍ଣ୍ଣ ଲିପ୍ତ  । ଉଦାହରଣ ସ୍ୱରୂପ ଦିଲ୍ଲୀରେ ଯମୁନାର ସଂକ୍ରମିତ କଳାପାଣି ଯାହାକି ରାଜଧାନୀ ବାସିନ୍ଦାଙ୍କ କ୍ଵଚିତ ଦୃଷ୍ଟି ଆକର୍ଷଣ କରେ  ।

ଏଣୁକରି ଭାରତର ରାଜ୍ୟ ସରକାରଗୁଡିକ ଜଳ ସମସ୍ୟାକୁ ନିଜର କାର୍ଯ୍ୟ ରୂପେ ଗ୍ରହଣ କରିବା ଉଚିତ୍  । ପ୍ରତ୍ୟକ ନଦୀକୁ ନିଜର ବୋଲି ଭାବି ଅଳ୍ପେ ବହୁତେ କାର୍ଯ୍ୟ କରିବା ଉଚିତ୍  । ଧ୍ଵନୀ ବିଜ୍ଞାନୀ ଏବଂ ରକ୍ଷଣଶୀଳମାନଙ୍କର ଦୀର୍ଘ ଦାବୀ ଯେ ନଦୀଗୁଡିକ ସମୟୋଚିତ ସତ୍ତାଯୁକ୍ତ ବ୍ୟବହାର ଚାହାନ୍ତି ଏହା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ  । ଏହା ନଦୀମାନଙ୍କ ଜଳର ଗୁଣାତ୍ମକ ବିକାଶ କରିପାରେ  । ସରକାର ଜଳ ଶୁଦ୍ଧିକରଣ ଉଦ୍ଦେଶ୍ୟ ରଖି କାର୍ଯ୍ୟକାରୀ କରିବା ଉଚିତ୍ । ଦେଶରେ ଜଳଚାଷ ଲୋକଙ୍କ ସମର୍ଥନ ଲାଭ କରୁଅଛି  । ଏହାଦ୍ଵାରା ମୌସୁମୀ ବୃଷ୍ଟିପାତ ନଦୀ ମଧ୍ୟରେ ସାଇତି ରଖାଯାଇପାରିବ  । କେତେକ ନାଗରିକ, ଅନୁଷ୍ଠାନ ଏବଂ ଜନ ଆନ୍ଦୋଳନ ମଧ୍ୟ ଲୋକମାନଙ୍କ ମଧ୍ୟରେ ଦୂଷିତ ନଦୀମାନଙ୍କ ଜଳ ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି କରୁଛନ୍ତି  ।

ଆଧାର  : ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top