অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭୁମଣ୍ଡଳୀୟ ପରିବେଶୀୟ ସମସ୍ୟା

ଆମେ ବାସ କରୁଥିବା ପୃଥିବୀରେ ଖୁସି ମନାଇବା ଏବଂ ପ୍ରଶଂସା କରିବା ପାଇଁ ଅନେକ ଜିନିଷ ଭରି ହୋଇ ରହିଛି । ଏଥିରେ ଆମ ପରିବେଶ ମଧ୍ୟ ଆନ୍ତର୍ଭୁକ୍ତ ଅଟେ । ମାତ୍ର ଆମେ ସେହି ପରିବେଶକୁ, ଯିଏ ଆମକୁ ଅବଧାରଣ କରି ରଖିଛି, ଆମର ଅକାଶ କାର୍ଯ୍ୟକଳାପ ଦ୍ଵାରା ପରିବର୍ତ୍ତିତ କରିଚାଲିଛୁ । ଏକ ଅସହଯୋଗୀ ପରିବେଶରେ ବାସ କରିବା ଆମ ସମୟଙ୍କ ପାଇଁ ଅଧିକ କଠିନ ବା କାଠିକର ହେବ । ବିଭିନ୍ନ ଭୂମଣ୍ଡଳୀୟ / ଜାଗତୀୟ (global) ବିଷୟ ସମସ୍ୟା କିମ୍ବା ଉଦବେଗ (concern) ସେଗୁଡିକର ସମାଯୋଜନ (coping) ନିମିତ୍ତ ସମାବ୍ୟ ରଣକୌଶଳଗୁଡିକ ବିଷୟରେ ଆଲୋକ ପାତ କରିବ ।

ପ୍ରମୁଖ ଭୂମଣ୍ଡଳୀୟାଜଗତୀୟ ପରିବେଶୀୟ ସମସ୍ୟା

ବଦ୍ଧିଷ୍ଣୁ ମାନବୀୟ କାର୍ଯ୍ୟକଳାପ ସହରୀକରଣ, ଶିଳ୍ପାୟନ ଯୋଗୁ ପରିବେଶର ତୀବ୍ରହୁତ ଅବକ୍ଷୟ ହୋଉଛି । ଏହା ଜୀବନ ସହାୟକ ତନ୍ତ୍ର ବ୍ୟବସ୍ଥାକୁ ଭୀଷଣଭାବେ ପ୍ରଭାବିତ କରିଛି । ବିଶ୍ୱର ବିଭିନ୍ନ ଅଞ୍ଚଳରେ ବିକାଶାତ୍ମକ ଅସାମଞ୍ଜସ୍ୟ ଭିନ୍ନତା (developmental discripancies) ଆମ ସାଧାରଣ ଭୂମଣ୍ଡଳୀୟ ପରିବେଶ ପ୍ରତି ଗଭୀର ସଙ୍କଟ ସୃଷ୍ଟି କରୁଛି । ପରିଣାମ ସ୍ଵରୂପ ଆମକୁ ଜଟିଳ ପରିବେଶୀୟ ସମସ୍ୟା, ଯେଉଁଗୁଡିକର ଧ୍ୟାନ ଦେବା ଯୋଗ୍ୟ, ସମ୍ମୁଖୀନ ହେବାକୁ ପଡୁଛି । ଗୁରୁତ୍ଵପୂର୍ଣ୍ଣ ଜଗତୀୟ ପରିବେଶୀୟ ସମସ୍ୟାଗୁଡିକ ହେଲା ।

  • ସବୁଜ ଗୃହ ପ୍ରଭାବ ଓ ବିଶ୍ୱ ତାପାୟନ
  • ଜୈବବିବିଧତା ନଷ୍ଟ
  • ମରୁଭୂମିକରଣ
  • ଓଜୋନ୍ ସ୍ତରର କ୍ଷୟ (depletion)
  • ଅମ୍ଳ ବର୍ଷା ତୈଳ ଅଦ୍ଭାବ (oil spills)
  • ବିପଜନକ ଅପଶିଷ୍ଟର ସନ୍ତିକ୍ଷେପଣ (duping)

ସବୁଜ ଗୃହପ୍ରଭାବ ଓ ବିଶ୍ଵତାପାୟନ

ସବୁଜ ଗୃହ ପ୍ରଭାବ କ’ଣ ?

ନିକଟ ଅତିତରେ ପୃଥବୀ ଚାରିପଟର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହା ସବୁଜ ଗୃହ ପ୍ରଭାବ ଯୋଗୁଁ ହେଉଛି । ସବୁଜ ଗୃହ ଏକ କାଚ ନିର୍ମିତ କୋଠରୀ ହୋଇଥାଏ । ଯେଉଁଥିରେ ସୂର୍ଯ୍ୟାଲୋକକୁ ଆବଦ୍ଧ କରି ଉଷ୍ମତା ପ୍ରଦାନ ପୂର୍ବକ ଉଭିଦମାନଙ୍କୁ ବଢ଼ା ଯାଇଥାଏ । ସୂର୍ଯ୍ୟାଲୋକ (ଏକ ପ୍ରକାର ଶକ୍ତି) କାଚ ମଧ୍ୟ ଦେଇ ପ୍ରବଶେ କରିଥାଏ ଏବଂ ଭିତରେ ଅବ ଶୋଷିତ ହୋଇ ଉତ୍ତାପ ବିକିରଣ ବା ବିମୋଚନ କରିଥାଏ । ସୂର୍ଯ୍ୟଲୋକର ବିପରୀତ, କାଚଘର ଭିତରେ ସୃଷ୍ଟି ଏହି ତାପ ବିକିରଣ କାଚ ମଧ୍ୟ ଦେଇ ବାହାରକୁ ଯାଇପାରେ ନାହିଁ । ଫଳରେ ଶୀତ ଦିନରେ ମଧ୍ୟ ସବୁଜ ଗୃହ ଭିତରେ ଉଭିଦର ବିକାଶବୃଦ୍ଧିକୁ ସହାୟତା | ଦେବା ପାଇଁ ଯଥେଷ୍ଟଉଷ୍ଠ ଥାଏ । ଗୋଟିଏ କାଚ କୋଠରୀ/ଘର ଭିତରେ ସୌର ବିକୀରଣର ଅବଶୋଷଣ ଦ୍ୱାରା ଉତ୍ତାପ ତିଆରି ହେବା ବୃଦ୍ଧି ହେବା ପରିଘଟଣାକୁ ସବୁଜ ଗୃହ ପ୍ରଭାବ ବୋଲି କୁହାଯାଏ।

ବିଶ୍ଵତାପାୟନ ଓ ସବୁଜ ଗୃହ ପ୍ରଭାବ

ସବୁଜ ଗୃହ ପ୍ରଭାବ ଏକ ପ୍ରାକୃତିକ ଘଟଣା ଏବଂ ଏହା ପୃଥିବୀରେ ଲକ୍ଷଲକ୍ଷ ବର୍ଷ ଧରି ଘଟିଆସୁଛି । ଏହି ପ୍ରାକୃତିକ ସବୁଜ ଗୃହପ୍ରଭାବ, ଯାହା ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଏବଂ କ୍ଷୁଦ୍ର କଣିକା ସବୁର । ଉପସ୍ଥିତି ଯୋଗୁଁ ହୋଇଛି, କାରଣରୁ ପୃଥିବୀ ପୃଷ୍ଠରେ ଜୀବନ ସମ୍ଭବ ହୋଇପାରିଛି । ଏସବୁ ଗୁଡିକୁ ମିଶି ସବୁଜ ଗୃହ ତାପାୟନ ଉଷ୍ମନ (avarting)ର ୯୫%ରୁ ଅଧୂକ ତାପଉତ୍ପନ୍ନ କରିଥାନ୍ତି । ସବୁଜ ଗୃହ  ପ୍ରଭାବ ଯୋଗୁଁ ହାରାହାରି ଭୁମଣ୍ଡଳୀୟ ତାପମାତ୍ରା ପ୍ରାୟ ୧୫°c ରେ ଅନୁରକ୍ଷିତ ହୋଇଥାଏ । ଏହି ନିମ୍ନ ତାପମାତ୍ରାରେ ଜୀବନର ଅସ୍ତିତ୍ଵ ରହିପାରନ୍ତା ନାହିଁ ।

ସୌର ବିକିରଣ ପୃଥିବୀ ପୃଷ୍ଠରେ ପହଞ୍ଚିଥାଏ । ବାୟୁମଣ୍ଡଳ ଦ୍ଵାରା ଏହି ବିକିରଣ ମଧ୍ୟ କିଛି ମହାକାଶକୁ ପ୍ରତିଫଳିତ ହୋଇ ଫେରିଯାଇଥାଏ । ମାତ୍ର ଆଉ କିଛି ବାୟୁମଣ୍ଡଳ ଦେଇ ଅତିକ୍ରମ କରି ପୃଥିବୀରେ ପହଞ୍ଚି ଥାଏ । ସେଗୁଡିକ ମଧ୍ୟରୁ ପ୍ରାୟ ଅତ୍ୟେକ ବାୟୁମଣ୍ଡଳ ଦ୍ଵାରା ଅବଶୋଷିତ ହୋଇଥାଏ। ଏବଂ ବାୟୁକୁ ଉତ୍ତପ୍ତ କରିଥାଏ । ବଳକା ବିକିରଣ ପୃଥିବୀ ପୃଷ୍ଠରେ ପହଞ୍ଚିଥାଏ । ବଉଁମାନ ପୃଥିବୀ ପୃଷ୍ଠତଳ ଉତ୍ତପ୍ତ ହୋଇଥାଏ ଏବଂ ଦୀର୍ଘ ତରଙ୍ଗ, କମ୍ ଶକ୍ତି (ଉଜାଣୀଲାଲ(infrared) ବିକିରଣ) ଉତ୍ସର୍ଜନ କରିଥାଏ । ଏହି ଅବଲୋହିତ ବିକିରଣ ବାୟୁମଣ୍ଡଳକୁ ଫେରିଯାଇଥାଏ । ମହାକାଶକୁ ଶତପ୍ରତିଶତ ବିକିରିତ ହୋଇ ଫେରିଯିବା ପରିବର୍ତ୍ତେ ଏହାର ଅଧିକାଂଶ ବାୟୁମଣ୍ଡଳ ଦ୍ଵାରା ଅବଶୋଷିତ ହୋଇଥାଏ ଏବଂ ପୃଥିବୀ ପୃଷକୁ ପୁନଃ ବିକିରିତ ହୋଇ ଫେରିଆସିଥାଏ । ପୃଥିବୀ ପୃଷ୍ଠର ନିକଟବର୍ତ୍ତୀ ଏବଂ ବାୟୁମଣ୍ଡଳର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ ।

ଶିଳ୍ପାୟନ ପୂର୍ବରୁ ସରଳ ମାନବୀୟ କାର୍ଯ୍ୟକଳାପଗୁଡିକ ବାୟୁମଣ୍ଡଳୀୟ ତାପମାତ୍ରାରେ କୌଣସି ଉଲ୍ଲେଖନୀୟ ଆଦୃଶିଆ ବୃଦ୍ଧି କରି ନ ଥିଲା । ସହରୀ କରଣ ଏବଂ ଶିଳ୍ପାୟନ ଯୋଗୁଁ ସବୁଜ ଗୃହ/ ଗ୍ୟାସଗୁଡିକର ଉତ୍ସର୍ଜନ ଉଦ୍‌ବେଗର କାରଣ ପାଲଟିଛି । ଆଧୁନିକ ସମୟରେ ବାୟୁମଣ୍ଡଳରେ ସବୁଜ । ଗୃହ ଗ୍ୟାସଗୁଡିକ ଉଲ୍ଲେଖନୀୟଭାବେ ବୃଦ୍ଧି ପାଇଛି ।

ସବୁଜ ଗୃହ ଗ୍ୟାସ – ସେଗୁଡିକର ଉତ୍ସ ଓ କାରଣ

ଗ୍ୟାସ

ଉତ୍ସ ଓ କାରଣ

ଅଙ୍ଗାରକାମ୍ଳ (Co2)

ଜୀବାଶ୍ମ ଇନ୍ଧନର ଜ୍ଵଳନ, ବିନୋନ୍ଜୁଳନ

କ୍ଲୋରୋଫ୍ଲୋରକାର୍ବନ୍ (CFC)

ପ୍ରଶୀତନ (refrigeretion), ଦୁବକ (solvents), ତାପରୋଧିଫୋମ୍, ବିମାନ ଇନ୍ଧନ, ଔଦ୍ୟୋଗିକ ଓ ବାଣିଜ୍ୟିକ ଉପଯୋଗ ।

ମିଥେନ (CH4)

ଧାନଚାଷ, ଗୋରୁଗାଈ ତଥା ଅନ୍ୟ ପଶୁଧନର ମଳମୂତ୍ର, ଉଇ,ଜୀବାଶ୍ମ ଇନ୍ଧନର ଜ୍ଵଳନ, କାଠ, ଭୂମ ଭରଣ (landfills)

ନାଇଟ୍ରୋଜେନ୍‌ ଅକ୍ସାଇଡ୍ (N20)

ଜୀବାଶ୍ମ ଇନ୍ଧନର ଜ୍ଵଳନ, ଉର୍ବରକ, କାଠ ଓ ପଓଲ ଅବଶେଷର ଜ୍ଵଳନ ।

ବିଶ୍ଵତାପାୟନ ଆମ ଗ୍ରହର ଉଭୟ ସଜୀବ ଓ ନିର୍ଜୀବ ଘଟକମାନଙ୍କୁ ପ୍ରଭାବିତ କରିଥାଏ ।

ଜଳବାୟୁ ଉପରେ ପ୍ରଭାବ

ନିମ୍ନ ଲିତ ଚିତ୍ରକୁ ପର୍ଯ୍ୟବେକ୍ଷଣ କର ଏବଂ ବିଶ୍ୱ ତାପାୟନର ପ୍ରଭାବଗୁଡିକୁ ଦେଖ :

ଜୀବମାନଙ୍କ ଉପରେ ପ୍ରଭାବ

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ (CO2)ର ସାନ୍ଦ୍ରତା ବୃଦ୍ଧି ଉଭିଦଗୁଡିକର ଆଲୋକ ସଂଶ୍ଳେଷଣ ଜନିତ ଉତ୍ପାଦକତାକୁ ବୃଦ୍ଧି କରିପାରେ । ଏହା ପ୍ରକାରାନ୍ତରେ ଅଧିକ ଜୈବିକ ପଦାର୍ଥ ଉତ୍ପନ୍ନ କରିଥାଏ । ଏହା ଏକ ସକାରାତ୍ମକ ପ୍ରଭାବ ପ୍ରତୀତ ହେଉଛି ମାତ୍ର ।

  • ଅପତ୍ରଣଗୁଡିକ ଦୁତ ବେଗରେ ପ୍ରଗୁଣିତ (prolifecrate) ହୋଇଥାନ୍ତି ଏବଂ ତାହା ମଧ୍ୟ ଉପଯୋଗୀ ଉଭିଦର ନଷ୍ଟ ହେବା କାରଣ ହୋଇଥାନ୍ତି ।
  • ଉଭିଦକୁ ଖାଉଥିବା କୀଟ ଏବଂ ଅନ୍ୟ ପୀଡକମାନଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ।
  • ଅନ୍ୟ ଜୀବମାନଙ୍କର ଉତ୍ତର ଜୀବିତା ପ୍ରଭାବିତ ହୋଇଥାଏ ।

ସବୁଜ ଗୃହ ପ୍ରଭାବ ସହ ସମାଯୋଜନ କରିବାର କାର୍ଯ୍ୟପନ୍ଥା

ସବୁଜ ଗୃହ ଗ୍ୟାସ୍ ବିଶେଷତଃ ଅଙ୍ଗାରକାମ୍ଳର ଉତ୍ସର୍ଜନକୁ ହ୍ରାସ ଦ୍ଵାରା ବିଶ୍ୱ ତାପାୟନକୁ ନ୍ୟୁନ ତମ କରିବା ପାଇଁ ଆମକୁ ନିହାତି ତୁରନ୍ତ ପଦକ୍ଷେପ ନେବାକୁ ପଡିବ । ବାୟୁମଣ୍ଡଳକୁ ସବୁଜ ଗୃହ ଗ୍ୟାସଗୁଡିକର ଉତ୍ସର୍ଜନ ହ୍ରାସ କରିବାରେ ନିମ୍ନଲି ପଦକ୍ଷେପଗୁଡିକ ଉପଯୋଗୀ ହେବ ।

  • ଶକ୍ତି ସଂଯନ୍ତ୍ର (poverplants) ଏବଂ ଯାନବାହନଗୁଡିକର ଇନ୍ଧନଦକ୍ଷତା ବୃଦ୍ଧି।
  • ସୌର ଶକ୍ତି / ଅଣ-ଜୀବାଶ୍ମ ଇନ୍ଧନ ବିକଳ୍ପଗୁଡିକର ବିକାଶ ।
  • ବନୋନ୍ଜୁଳନ ବନ୍ଦ କର ।
  • ବନୀକରଣର ସମର୍ଥନ ଏବଂ ବୃକ୍ଷରୋପଣ ।
  • ବାୟୁ ପ୍ରଦୂଷଣ ହାସ ।

ଜୈବ ବିବିଧତା (BIODIVERSITY)

କୌଣସି ଏକ ଅଞ୍ଚଳର ଉଭିଦ ଓ ପ୍ରାଣୀମାନେ ମିଶି ଜୈବବିବିଧତା ସଂଘଟନ ସଂସ୍ଥାପନ କରିଥାନ୍ତି । ଜୈବ ବିବିଧତା ମଣିଷର ଉତ୍ତରଜୀବିତା ପାଇ ଅପରିହାର୍ଯ୍ୟ ଏକ ପ୍ରାକୃତିକ ସମ୍ପଦ ଅଟେ ।

ଶ୍ରେଣୀ ବିଭାଗ (CLASSIFICATION)

ଜୈବ ବିବିଧତାତାକୁ ନିମ୍ନ ପ୍ରକାରେ ଶ୍ରେଣୀ ବିଭାଗ କରାଯାଇପାରେ ।

  • ପ୍ରଜାତି ଜୈବବିବିଧତା (speices bio lersity) : ଏଥିରେ ବିଭିନ୍ନ ବର୍ଗୀକୃତ (taxonoini cal) ଅଥବା ଜୈବିକ ପ୍ରଜାତିର ମୋଟ ସଂଖ୍ୟା ସମ୍ମିଳିତ ହୋଇଥାଏ । ଭାରତରେ 2,00,000ରୁ ଅଧିକ ପ୍ରଜାତି ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ଅନେକେ କେବଳ ଭାରତରେ ହିଁ ସୀମିତ ଅଟନ୍ତି (ସ୍ଥାନିକ) ।
  • ଆନୁବଂଶିକ ଜୈବବିବିଧତା (Genetic biodiversity): ଏଥିରେ ଭୂମି ଅନୁରେଖ (land traces) ଉଦ୍ୟାନୀୟ ବିଚିତ୍ର। (varieties), ବିଭିନ୍ନ ତା କୃଷି ଉପଜାତି (cultivers) ବାସପ୍ରରୂପ (ecotypes) (ପରିବେଶୀ ବାତାବରଣରେ ପାର୍ଥକ୍ୟ ଯୋଗୁ ସମ୍ପର୍କିତ ପ୍ରରୂପରେ ବିଭିନ୍ନତା) ସବୁ ଏକ ଜୈବିକ ପ୍ରଜାତି ଭିତରେ ମଧ୍ୟରେ ଅନ୍ତର୍ଭୁକ୍ତ ଅଟେ ।
  • ପରିସଂସ୍ଥା ଜୈବବିବିଧତା (ecosystem biodiversity): ଏଥିରେ ହ୍ରଦ, ମରୁଭୂମି, ଉପକୂଳ, ଜୁଆରିଆ ନଦୀ ମୁହାଁଣ ଆର୍ଦ୍ରଭୂମି (wetlands), ମେଙ୍ଗ୍ରୋଭ(mangrove), ପ୍ରବାଳ ଭିତ୍ତ (coral rects) ଆଦି ଭଳି ଅନ୍ତର୍ଭୁକ୍ତ ଅଟେ।

ସମଗ୍ର ବିଶ୍ଵରେ ବିଭିନ୍ନ ପ୍ରକାର ନିର୍ବିଚାର ମାନବୀୟ କାର୍ଯ୍ୟକଳାପ ଯୋଗୁଁ ଉଭୟ ଉଭିଦ କୂଳ  ଓ ପ୍ରାଣୀକୂଳମାନେ (flora and fauna) ଆକ୍ରାନ୍ତ ହେଉଛନ୍ତି । ଏହି କାର୍ଯ୍ୟ କଳାପଗୁଡିକ ପ୍ରାୟତଃ ମାନବ ଜନ ସଂଖ୍ୟାର ଦୁତ ବୃଦ୍ଧି, ବନୋଜ୍ଜଳନ, ସହରୀକରଣ ଓ ଶିଳ୍ପାୟନ ସହ ସମ୍ପର୍କିତ ହୋଇଥାନ୍ତି ।

ଜୈବବିବିଧତା ନଷ୍ଟର କାରଣ

ଜୈବ ବିବିଧତାର ଦୁତ ଅବନତି ବିଭିନ୍ନ କାରଣର ପରିଣାମ ଅଟେ ।

  • ଆବାସ ନଷ୍ଟ (loss of habitat) : ବର୍ଦ୍ଧିଷ୍ଣୁ ମାନବ ଜନସଂଖ୍ୟା ଯୋଗୁଁ ଭୂମିର ଚାହିଦା ବୃଦ୍ଧି  ପାଉଥିବାରୁ ଆର୍ଦ୍ରଭୂମିଗୁଡିକ ପୋତି ଦିଆଯାଉଥିବାରୁ ସେଗୁଡିକ ଶୁଖୁ ଯାଉଛି । ଶିଳ୍ପ, କୃଷି, ବନ୍ଧ (dams), ଜନବସତି, ମନେରାଞ୍ଜନ ଖେଳ ଇତ୍ୟାଦି ପାଇଁ ପ୍ରାକୃତିକ ଅରଣ୍ୟ କଟାଯାଉଛି । ଏହା ପରିଣାମ ସ୍ଵରୂପ ସେହି ପରିସଂସ୍ଥାରେ ରହୁଥିବା ପ୍ରତ୍ୟେକ ଉଭିଦ ଓ ପ୍ରାଣୀ ପ୍ରଜାତି ସାମୟିକ ଅଥବା ସ୍ଥାୟୀରୂପେ ପ୍ରଭାବିତ ହେଉଛି । ସେଇ ଆବାସକୁ ପ୍ରବାସନ କରୁଥିବା ପକ୍ଷୀମାନେ ଅଥବା ଅନ୍ୟ ପ୍ରାଣୀମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । ଏହା ଫଳରେ ସେହି ଆବାସରେ ରହୁଥିବା ବିଭିନ୍ନ ପ୍ରଜାତିମାନଙ୍କର ଜନସଂଖ୍ୟା ଅସ୍ଥିର ହୋଇଯାଇଥାଏ । ଏକ ପରିବର୍ତ୍ତିତ ପରିସଂସ୍ଥା ପଡୋଶୀ ପରିସଂସ୍ଥାରେ ମଧ୍ୟ ପରିବର୍ତନ ଆଣିଥାଏ ।
  • ପ୍ରଦୂଷଣ: ପ୍ରଦୂଷଣ ମଧ୍ୟ ଆବାସର ଏତେଦୂର ପରିବର୍ତ୍ତନ କରିଥାଏ ଯେ, ଏହା କେତେକ ପ୍ରଜାତିର ଉତ୍ତରଜୀବିତା ପାଇଁ ସଙ୍କଟର କାରଣ ହୋଇଯାଇଥାଏ । ଉଦାହରଣ ସ୍ୱରୂପ ପ୍ରଦୂଷଣ ଯୋଗୁଁ ସବୁଜ ଗୃହ ପ୍ରଭାବ ସୃଷ୍ଟି ହୋଇ ବିଶ୍ଵତାପାୟନ ହୋଇଥାଏ ବା ବୃଦ୍ଧି ପାଇଥାଏ । ଯେଉଁ  ସମସ୍ତ ପ୍ରଜାତି ପରିବର୍ତ୍ତନ ପରିବେଶରେ ସମାଯୋଜିତ ହେବା ପାଇଁ ଅଧିକ ସମୟ ନିଅନ୍ତି, ସେହି ପ୍ରଜାତିମାନେ ବିଲୁପ୍ତ ହୋଇଯାଆନ୍ତି ।
  • ଅତ୍ୟଧିକ ଉପଯୋଗ ବ୍ୟବହାର ପ୍ରୟୋଗ (overise): ତେଲ ପାଇଁ ତିମି, ଖାଦ୍ୟ ପାଇଁ ମାଛ, କାଠ ପାଇଁ ଗଛ, ଔଷଧ ପାଇଁ ଉଭିଦ ଆଦି ମଣିଷମାନଙ୍କ ଦ୍ଵାରା ସେଗୁଡିକର ପୁନଃ ସ୍ଥାପନ ଅପେକ୍ଷା ଅଧିକ ହାରରେ ବ୍ୟବହାର କରାଯାଉଛି । ଅତ୍ୟଧିକ ଗଛ କଟା ହେବା, ଅତି ଚାରଣ (overgrazing), ଜାଳେଣି କାଠ ସଂଗ୍ରହ, ଚମଡା ପାଇଁ ବନ୍ୟ ପ୍ରାଣୀଙ୍କର ଶିକାର (ଉଦାହରଣ ସ୍ଵରୂପ-ଭାରତର ସଂରକ୍ଷିତ ଅରଣ୍ୟରୁ ବାଘ, ହାତୀ ଦାନ୍ତ ଇତ୍ୟାଦି ଯୋଗୁଁ ପ୍ରଜାତିମାନେ କ୍ରମଶଃ  ହ୍ରାସ ପାଉଛନ୍ତି ।
  • ବିଦେଶୀ ପ୍ରଜାତିମାନଙ୍କର ଆବେଶନ ପ୍ରବର୍ତ୍ତନ (Introduction of foreign species): ଆନ୍ତର୍ଜାତିକ ଯାତ୍ରାର ମାତ୍ରା ବୃଦ୍ଧି ସହ ନୂତନ କ୍ଷେତ କିମ୍ବା ବିଦେଶରେ ପ୍ରଜାତିମାନଙ୍କର ଆକସ୍ମିକ ପ୍ରବନ ଏବେ ସହଜ ହୋଇଗଲାଣି । ଏଭଳି ଅନେକ ପ୍ରଜତି ଯେଉଁମାନେ ନୁତନ ଅଞ୍ଚଳରେ ଅଜାଣତରେ ପବତ ହୋଇଛନ୍ତି । ସେହି ଅଞ୍ଚଳକୁ ସମ୍ପୂର୍ଣ୍ଣରୂପେ ଅଧିକାର କରି ନେଇଛନ୍ତି । ନୁତନ ଅଞ୍ଚଳଗୁଡିକରେ ପ୍ରବର୍ତ୍ତିତ ଅନେକ ପ୍ରଜାତି ଦେଶୀ ପ୍ରଜାତିମାନଙ୍କ ବଦଳରେ ସମୃଦ୍ଧ ( thrive ) ହେଉଛନ୍ତି । ଉଦାହରଣ ସ୍ଵରୂପ ଆମ ଦେଶରେ ଦେଖାଯାଉଥୁବା ପାର୍ଥିନିୟମ୍(Parthenium), ଆର୍ଜମୋନେ (Argemone) ଲାଣ୍ଟାନା (Lantana) ବିଦେଶୀ ମୂଳର ଅପତୃଣ ଅଟନ୍ତି ।

ଆମ ଦେଶର ସାଧାରଣ ବିଦେଶୀ ମୂଳର ଅପତୃଣ ।

  • ପରିବେଶୀୟ ଅବକ୍ରମଣ (environmental degradalion): ପରିବେଶୀୟ ଅବକ୍ରମଣର ଅନେକ ଗୁଡିଏ କାରକ ଜୈବ ବିବିଧତାକୁ ନଷ୍ଟ କରିଥାନ୍ତି । ଏଗୁଡିକ ମଧ୍ୟରୁ କେତେକ କାରକ ହେଲେ, ବିଶ୍ଵତାପାୟନ, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ (CO2)ର ସାନ୍ଦ୍ରତା ବୃଦ୍ଧି, ନ୍ୟୁକ୍କାୟ ବିକିରଣ, ଅତି ବାଇଗଣି ଉଦ୍ଭାସନ (UV-exposure); ତୈଳ ଅଦ୍ଭାବ (oil spills) ଇତ୍ୟାଦି ।
  • ଏକ ଉଦାହରଣ ରୂପେ ନିମ୍ନରେ ସାମୁଦ୍ରିକ ଜୈବବିବିଧତାକୁ ନଷ୍ଟ କରୁଥିବା କାରଗଡିକର ଏକ ସମାବେଶର ସଂକଳନ କରିବା ।

ମରୁଭୂମିକରଣ (DESERTIFICATION)

ମରୁଭୂମିକରଣ କୌଣସି ଏକ ଭୂଖଣ୍ଡର ଜୈବିକ କ୍ଷମତାର ନିମୀକରଣ ଅଥବା ବିନାଶନ ଯାହା ଫଳରେ ପରିବେଶରେ ମରୂଭୂମିର ସଂରଚନା ହୋଇଥାଏ ।

ଯେଉଁ ଭୂମିର ଉତ୍ପାଦକତା (ଉଭିଦ ବୃଦ୍ଧି/ବିକାଶ) କରିବାର କ୍ଷମତା ନଷ୍ଟ ହୋଇଥାଏ, ତାକୁ ମରୁଭୂମି କୁହାଯାଏ । ମରୁଭୂମି ବନସ୍ପତିର ବହୁତ ସୀମିତ ବିକାଶ ତଥା ଉଭିଦମାନଙ୍କର ସ୍ତମ୍ଭିତ (stunted) ବୃଦ୍ଧିକୁ ସହାୟତା କରିଥାଏ । ମାନବୀୟ କାର୍ଯ୍ୟକଳାପ ପାଇଁ ଭୂ-ସମ୍ପଦର ଅତ୍ୟଧିକ ଦୋହନ ଏବଂ କୁପରିଚାଳନା ଯୋଗୁଁ ପୃଥିବୀର ସ୍ଥଳ ଭାଗର ଏକ ବୃହତ୍ ଅଂଶ (132.4 ଲକ୍ଷବର୍ଗ କି.ମି.) ମରୁସ୍ଥଳୀ କରଣର ସମ୍ମୁଖୀନ ହେଉଛି । ମରୁଭୂମି କରଣକୁ ପ୍ରୋତ୍ସାହିତ କରୁଥିବା କେତେ ମୁଖ୍ୟ କାରଣ ଗୁଡିକ ହେଲା ।

  • ଅତ୍ୟଧିକ ଚାଷ (over cultivation)
  • ଅତିଚାରଣ (overgrazing)
  • ବନୋନ୍ଜୁଳନ (detorestation) ଏବଂ
  • ଜଳ ସେଚନ ଯୋଗୁଁ ଲବଣ କେତ୍ରୀକରଣ (accumulation) /ସଞ୍ଚୟ

ଅତ୍ୟଧିକ ଚାଷ (OVER CULTIVATION)

ଚାଷର ପ୍ରତ୍ୟେକ ଚକ୍ର ପୂର୍ବରୁ ହଳ କରି ଜମିରୁ ଅପଣଗୁଡିକୁ ଦୂରୀଭୂତ କରାଯାଇ ଥାଏ । ହଳ କରାହୋଇଥିବା ଜମିର ମାଟି ତଳଉପର ହେବା ଫଳରେ ହାଲୁକା ମୃତ୍ତିକା ପବନ ଏବଂ ଜଳର ସଂସ୍ପର୍ଶରେ ଆସି କ୍ଷୟ ହୋଇଥାଏ । ଏପରି ଜମି ବର୍ଷର ଅର୍କଶ ସମୟ ପଡିଆ ହୋଇ ପଡିରହିଲେ ଅଧିକ ମୃତ୍ତିକା ନଷ୍ଟ ହୋଇଥାଏ । ଏହିଭଳି ମୃତ୍ତିକା କ୍ଷୟ (erosion) ଢ଼ାଲୁଜମିରେ ଅଧିକ ଦେଖାଯାଇଥାଏ । ଯେଉଁଠି ବୃଷ୍ଟିପାତ କମ୍ ହୋଇଥାଏ, ସେଠାରେ ମୃତ୍ତିକା ପ୍ରାୟତଃ ଶୁଷ୍କ ହୋଇଥାଏ ଫଳରେ ପବନ ଦ୍ଵାରା ଉଡ଼ିଯାଇଥାଏ, ଅଥବା ଜଳଦ୍ଵାରା ଧୋଇହୋଇ କ୍ଷୟ ହୋଇଥାଏ । ହଳ କରାହୋଇଥିବା ମାଟିରୁ ବାଷ୍ପୀଭବନ ଦ୍ଵାରା ଅଧିକ ଜଳ ବାହାରିଯିବାରୁ ମାଟି ଶୁଷ୍କ ହୋଇଯାଏ ଓ ମୃତିକା କ୍ଷୟ ହୋଇଥାଏ ।

ଅତିବାଣ (OVER-GRAZING)

ମରୁଭୂମିରେ କମ୍‌ ବର୍ଷା ହୋଇଥାଏ । ମରୁଭୂମିରେ ପତଳା ଭାବେ ଆସ୍ତରଣର ବନସ୍ପତି ଥାଏ ଯେଉଁଥିରୁ ଅଧିକାଂଶ ଘାସ ଏବଂ ତୃଣ ଜାତୀୟହୋଇଥାନ୍ତି ଏବଂ ଏଗୁଡିକ ଚାରଣ ପାଇଁ ସର୍ବୋତ୍ତମ ହୋଇଥାନ୍ତି । ଛେଳି, ଗାଈଗୋରୁ ଦ୍ଵାରା ଅତି ଚାରଣ ଫଳରେ ସୁରକ୍ଷା ପ୍ରଦାନ କରୁଥିବା ବନସ୍ପତି ଦୂରୀଭୂତ ହୋଇଥାଏ ଏବଂ ମୃତ୍ତାକା ଉଦ୍ଭାସିତ ହୋଇଥାଏ । ପୁନଶ୍ଚ ଚରୁଥିବା ପଶୁମାନଙ୍କର ଚଳନ ଯୋଗୁ ସେମାନଙ୍କର ଖୁର ଦ୍ଵାରା ମୃତ୍ତିକା ପୃଷ୍ଟ ଢିଲା ହୋଇଯାଏ ଥାଏ । ଅସୁରକ୍ଷିତ ଢ଼ିଲା ମାଟି ପବନ ଓ ଜଳ ଦ୍ଵାରା କ୍ଷୟ ହୋଇଥାଏ।

ବନୋଜ୍ଵଳନ / ନିର୍ବନୀକରଣ (DEFORESTATION)

ଅରଣ୍ୟ ଏବଂ ବନସ୍ପତି ମୃତ୍ତିକା କ୍ଷୟକୁ ନିବାରଣ କରିଥାନ୍ତି ଏବଂ ମୃତ୍ତିକାରେ ଜଳ ଧାରଣ କ୍ଷମତା ରକ୍ଷା କରିଥାନ୍ତି । ଉଭିଦର ମୂଳ ଚାପ-ସଢ଼ା ବୈବିକ ପଦାର୍ଥରୁ ନିର୍ଗତ ପୋଷକତତ୍ତ୍ଵ ଗୁଡିକୁ ଅବଶୋଷଣ ଏବଂ ପୁନଚକ୍ରଣ କରିଥାଏ । ଅରଣ୍ୟଗୁଡିକ ପ୍ରାୟତଃ କୃଷି, ନିର୍ମାଣପାଇଁ କାଠ, ଜାଳେଣିକାଠ, କାଗଜ ପାଇଁ କଞ୍ଚାମାଲ ଆଦି ପାଇଁ କଟା ଯାଇଥାଏ ବା ସଫା କରି ଦିଆଯାଇଥାଏ । ଏସବୁ ଯୋଗୁଁ ଭୂମି ବନ୍ଧା ହୋଇ ମରୁଭୂମି ସୃଷ୍ଟି ହୋଇଥାଏ ।

ଜଳସେଚନ ଯୋଗୁଁ ଲବଣନ (salting due to irrigation)

କୃଷିପାଇଁ ଅଧିକ ଭୂମିର ଚାହିଦା ଯୋଗୁଁ. ଏପରି ଅଞ୍ଚଳରେ ଏବେ ଫସଲ ବୁଣାଯାଇଛି । ଯେଉଁଠି କୌଣସି ପ୍ରାକୃତିକ ଜଳାଧାର ନାହିଁ । ଏହି ବର୍ଦ୍ଧିଷ୍ଣୁ ଅଞ୍ଚଳଗୁଡିକୁ କୁତିମ ଉପାୟରେ ଏବଂ ଉନ୍ନତ ଜଳସେଚନ ପଦ୍ଧତି ମାଧ୍ୟମରେ ଜଳ ଯୋଗାଣ ହୋଇଥାଏ । ଏହି ଭଳି ଜଳ ତା’ସହ ଦ୍ରବୀଭୂତ ଲବଣ ମଧ୍ୟ ଆଣିଥାଏ । ଏପରିକି କି ସବୁଠାରୁ ଭଲମାନର ସେଚ ଜଳରେ 200-500 ପିପିଏମ୍ ଲବଣ ଥାଏ । ଜଳସେଚନ ପାଇଁ ବ୍ୟବହୃତ ଜଳ ଚାଷ ଜମିରୁ ବାଷ୍ପୀଭବନ ଏବଂ ଦ୍ରବୀଭୂତ ଲବଣ କେନ୍ଦ୍ରୀତ ହେବାରେ ଲାଗିଥାଏ ଏବଂ ମୃତ୍ତାକାକୁ ଅଧିକ ଲବଣୀୟ କରିଥାଏ । ମୃତ୍ତିକାର ଅତ୍ୟଧିକ ଲବଣୀୟ ଏକତ୍ରୀକରଣ ଉଭିଦର ବୃଦ୍ଧି ବିକାଶରେ ବାଧା ସୃଷ୍ଟି କରିଥାଏ । ଉଭିଦ ଆଚ୍ଛାଦନ ରହିତ ଭୂମି ସହଜରେ ମର୍ ଭୂମି ପାଲଟିଥାଏ । ମୃତ୍ତିକାରେ ଅତ୍ୟଧିକ ଲବଣ କେତ୍ରୀକରଣ ଅଥବା ଲବଣାକ୍ତକରଣ (salinization) ମୃତ୍ତିକାକୁ କୃଷି ପାଇଁ ଅନୁପଯୁକ୍ତ /  ଅଯୋଗ୍ୟ କରିଦେଇଥାଏ ।

ଓଜୋନ୍ ସ୍ତରର ଅବକ୍ଷୟ / ନିବେଷକର

ଓଜୋନ୍ ସ୍ତରର ସଂରଚନା (formation of ozone layer)

ଓଜୋନ ତିନୋଟି ଅମ୍ଳଜାନ ପରମାଣୁକୁ ଧାରଣ କରିଥିବା ଏକ ଉଚ୍ଚ ପ୍ରତ୍ରିକୟାଶୀଳ ଅଣୁ ଅଟେ । ପୃଥିବୀର ବାୟୁମଣ୍ଡଳର ଉପର ଅଂଶ ଅର୍ଥାତ୍ ପୃଥିବୀ ପୃଷ୍ଠତଳ ଉପରେ ୧୦ କିମି ଓ ୫୦ କିମି ମଧ୍ୟବର୍ତ୍ତୀ ସ୍ତରକୁ ସମତାପମଣ୍ଡଳ ବା ଷ୍ଟାଟୋସ୍ପିୟର୍ କୁହାଯାଏ । ଏହି ସମତାପ ମଣ୍ଡଳ ଓଜୋନର ଏକ ପତଳା ସ୍ତର ଧାରଣ କରିଥାଏ । ଏହି ଓଜୋନ୍ ସ୍ତର ସୂର୍ଯ୍ୟଠୁ ଅସୁଥିବା ଘାତକ ଅତିବାଇଗଣି ବିକିରଣକୁ ବାଧାଦେବା ପାଇଁ ଏକ ପ୍ରାକୃତିକ ପରିସ୍ରବକ ବା ଫିଲର ରୂପେ କାର୍ଯ୍ୟ କରିଥାଏ ।

ଅତି ବାଇଗଣି ବିକିରଣ (UV-radiation), ପରି ଦୃଶ୍ୟମାନ (1isible) ବର୍ଣ୍ଣାଳୀ | ( spectrum)ଠାରୁ କମ୍ ତରଙ୍ଗ ଦୂରତା ସହ, ଉଚ୍ଚ ଅଧିକ ଶକ୍ତି ଯୁକ୍ତ ହୋଇଥାଏ । UV ବିକିରଣକୁ ତିନି ଭାଗରେ ବିଭକ୍ତ କରାଯାଇ ପାରେ UV-A (ଅତିବାଇଗଣି-କ) (ତରଙ୍ଗ ଦୂରତା 320ରୁ 440 ଏମ୍ ଏମ୍ ମଧ୍ୟରେ) UV-B (ଅତିବାଘଣି-ଖ) (280NMରୁ କମ ତରଙ୍ଗ ଦୂରତା) ଏବଂ UV-C (ଅତିବାଘଣି-ଗ) (ତରଙ୍ଗ ଦୂରତା 280NMରୁ କମ୍) । UV-C ଜୈବିକ ତନ୍ତ୍ର ବ୍ୟବସ୍ଥାରେ ସର୍ବାଧୂକ କ୍ଷତିକାରକ ହୋଇଥାଏ ।

1970ର ପ୍ରାରମ୍ଭର ହିଁ ସମତାପମଣ୍ଡଳୀୟ (stratospheric) ଓଜୋନ୍ ପୃଥିବୀର କେତେକ ଅଞ୍ଚଳରେ, ବିଶେଷତଃ ଆଣ୍ଟର୍କଟିକ୍ ଅଞ୍ଚଳରେ ଉଲ୍ଲେଖନୀୟ ଭାବେ ପତଳା ହେବାକୁ ଲାଗିଛି । ଆଣ୍ଟାର୍କଟିକ ଅଞ୍ଚଳ ବିଶ୍ଵର ଅନ୍ୟତମ ସର୍ବାକ ଫଳପ୍ରସୁ ସାମୁଦ୍ରିକ ପରିସଂସ୍ଥାଗୁଡିକୁ ଧାରଣ କରିଥାଏ । ସମତାପମଣ୍ଡଳୀୟ ଓଜୋନ୍‌ସ୍ତରର ପତଳା (thinning) ହେବାକୁ ଓଜୋନ୍ ରନ୍ଧୁ (ozone hole) କୁହାଯାଏ ।

ଓଜୋନ୍ ସ୍ତରର ଅବକ୍ଷୟ କାରଣ

ଓଜୋନ୍ (O3)ସ୍ତର ଉଭୟ ପ୍ରାକୃତିକ ତଥା ମନୁଷ୍ୟ କୃତ କାରଣ ଯୋଗୁଁ ଧ୍ଵଂସ କରାଯାଇପାରେ :

  • ପ୍ରାକୃତିକ କାରଣ : ପ୍ରାକୃତିକ ଭାବେ ଉତ୍ପନ୍ନ ଅନେକ ପଦାର୍ଥ ସମତାପମଣ୍ଡଳୀୟ ଓଜୋନ୍‌କୁ ନଷ୍ଟ କରିଥାନ୍ତି । ସେଗୁଡିକ ମଧ୍ୟରୁ ସର୍ବାକ ଗୁରୁତ୍ଵପୂର୍ଣ୍ଣ ଯୌଗିକଗୁଡିକ ହେଲେ :
  • ହାଇଡ୍ରୋଜେନ୍ ଅକ୍ସାଇଡ୍ (HO), ମିଥେନ୍ (CH4), ଉଜାନ ଗ୍ୟାସ (H2), ନାଇଟ୍ରୋଜେନ୍ ଅକ୍ସାଇଡ୍ (NO), କ୍ଲୋରିନ୍‌ ମନୋକ୍ସାଇଡ୍ (CLO), ଆଗ୍ନେୟ ଉଦ୍‌ଗୀରଣ ସମୟରେ ଉଲ୍ଲେଖନୀୟ ଯୋଗ୍ୟ ପରିମାଣର କ୍ଲୋରିନ୍ ସମତାପମଣ୍ଡଳରେ ବିମୋଚିତ ହୋଇପାରେ । ସମତାପମଣ୍ଡଳର କ୍ଷୁଦ୍ର କଣିକୀପଦାର୍ଥଗୁଡିକ ଯାହାକୁ ସମତାପମଣ୍ଡଳୀୟ ଏରୋସୋଲ୍ କୁହାଯାଇଥାଏ, ମଧ୍ୟ ଓଜୋନ୍ ବିନାଶର କାରଣ ହୋଇଥାନ୍ତି ।

  • ମାନବୀୟ କାର୍ଯ୍ୟକଳାପ ସମ୍ପର୍କିତ କାରଣ :
  • ବାୟୁମଣ୍ଡଳକୁ କ୍ଲୋରିନ୍ ପରମାଣୁ ବିମୋଚନ କରୁଥିବା ଯେ କୌଣସି ଘଟଣା ଓଜୋନ୍ ବିନାଶର କାରଣ ପାଲଟିଥାଏ । ସମତାପ ମଣ୍ଡଳରେ କ୍ଲୋରିନ୍ ପରମାଣୁ ଅଧିକ ଦକ୍ଷତାର ସହ ଓଜୋନ୍ ବିନାଶ/ସ କରିପାରେ । ଏପରି କାରକଗୁଡିକ ମଧ୍ୟରେ ସର୍ବାଧିକ କ୍ଷତିକାରକ ହେଲେ ମାନବ ନିର୍ମିତ ସ୍କୋରୋଫ୍ଲୋରୋ କାର୍ବନ୍ (chlorofluro corbon-CFCs), ଯାହା ବହୁଳ ଭାବେ ପ୍ରଶୀତକ (refrigerants) ରୂପେ ଏବଂ ସିଞ୍ଚନଡାବା (spray can )ଗୁଡିକ ଚାପାନୁକୂଳିତ (pressurize) କରିବା ପାଇଁ ବ୍ୟବହୃତ ହୋଇଥାଏ । ସମତାପ ମଣ୍ଡଳରେ କ୍ଲୋରୋଫ୍ଲୋରୋକାଟିନ୍ (CFCs)ରୁ କ୍ଲୋରିନ୍ ପରମାଣୁ ଓଜୋନ୍ ସହ ପ୍ରତିକ୍ରିୟା କରି କ୍ଲୋରିନ୍‌ ମନୋକ୍ସାଇଡ୍ ଏବଂ ଅମ୍ଳଜାନ ଅଣୁ ସଂରଚନା କରିଥାଏ ।

    CI+O3 – ClO + O2

    କ୍ଲୋରିନ୍‌ ମନୋକ୍ସାଇଡ୍ ଏହାପରେ ଅମ୍ଳଜାନ୍ ପରମାଣୁସହ ପ୍ରତ୍ରିକିୟା କରି ଅଧିକ କ୍ଲୋରିନ୍ ପରମାଣୁ ବିମୋଚନ କରିଥାଏ ।

    2ClO + O2 - 2Cl+2O2, ଗୋଟିଏ କ୍ଲୋରିନ୍ ପରମାଣୁ 1, 0.000 ଓଜୋନ୍ ଅଣୁକୁ ଭାଙ୍ଗି ନେଇ ପାରେ ।

ଗୁରୁତ୍ଵପୂର୍ଣ୍ଣ ଓଜୋନ୍ କ୍ଷୟକାରୀ ରାସାୟନିକ ଏବଂ ସେଗୁଡିକର ଉପଯୋଗ

ଯୌଗିକର ନାମ

ବ୍ୟବହାର

CFC3

ପ୍ରଶୀତନ (Refrigeration), ଏରୋସୋଲ୍, ଫୋମ୍, ଖାଦ୍ୟ ପ୍ରଶୀତନ ଉଷ୍ଣ ପ୍ରଦାନ କାରୀ ଉପକରଣ, ପ୍ରସାଧନ ସାମଗ୍ରୀ (Cosmetics), ତାପ ସୂଚକ /ପରିଚାୟକ ଦ୍ରାବକ, ପ୍ରଶୀତକ (refrigerants ) ଅଗ୍ନିନିର୍ବାପନନ /  ଅଗ୍ନିର୍ଗମନ (firefighting)

ହେଲନ୍ (Halon)

ଅଗ୍ନିଶମନ

FCFC-22

ପ୍ରଶୀତନ, ଏରୋସୋଲ୍, ଫୋମ୍, ଅଗ୍ନିଶମନ

ମିଥାଇଲ୍ କ୍ଲୋରୋଫର୍ମ

ଦ୍ରାବକ

କାର୍ବନ୍‌ ଟେଟ୍ରାକ୍ଲୋରାଇଡ୍

ଦ୍ରାବକ

ଓଜୋନ୍ ସ୍ତରର ଅବକ୍ଷୟର ପ୍ରଭାବ

ଆମେ ଓଜୋନ୍ ରନ୍ଧୁ ବିଷୟରେ ଏତେ ଚିନ୍ତିତ କାହିଁକି ? ଏହାର କାରଣ ଓଜୋନ୍ ଢ଼ାଲ (shield) ବିନା ଘାତକ ଅତିବାଇଗଣି ବିକିରଣ ବାୟୁମଣ୍ଡଳ ଅତ୍ରିକ୍ରମ କରି ପୃଥିବୀ ପୃଷ୍ଠରେ ପହଞ୍ଚି ଯିବ । ଅତିବାଇଗଣି ବିକିରଣର ଏକ କ୍ଷୁଦ୍ର ଅଂଶ ମଣିଷ ତଥା ଅନ୍ୟ ଜୀବମାନଙ୍କର ହିତ ପାଇଁ ଦରକାରୀ ହୋଇଥାଏ । ଯେପରିକି ଅତିବାଇଗଣି-ଖ (UV- B) ଜୀବନିକା - ଘ (vitamin - D)ର ସଂଶ୍ଳେଷଣକୁ ପ୍ରୋତ୍ସାହିତ କରିଥାଏ। ଅତିବାଇଗଣି ବିକିରଣ ଅଣୁଜୀବମାନଙ୍କର ନିୟନ୍ତ୍ରଣ ପାଇଁ ଜୀବାଣୁନାଶକ ରୂପେ ମଧ୍ୟ କାର୍ଯ୍ୟ କରିଥାଏ । ଯଦ୍ୟପି, ଅତିବାଇଗଣି ବିକିରଣର ବର୍ଦ୍ଧିତ ମାତ୍ରା ଜୀବିତ ଜୀବମାନଙ୍କର ପାଇଁ ଭୀଷଣ ସଙ୍କଟଜନକ ହୋଇଥାଏ ।

ମଣିଷଙ୍କ ଉପରେ କ୍ଷତିକାରକ ପ୍ରଭାବ

  • ଚର୍ମ - କର୍କଟର ସୁଗ୍ରାହିତା ବୃଦ୍ଧି
  • ମୋତିଆବିନ୍ଦୁ ବୃଦ୍ଧି
  • ଡିଏନଏର କ୍ଷତି
  • ସ୍ଵଚ୍ଛ ପଟଳ / କର୍ଣ୍ଣିଆ (cornea)ର କ୍ଷତି
  • ଦୃଷ୍ଟିପଟଳୟ ରୋଗ ସୃଷ୍ଟି
  • ମାନବ ପ୍ରତିରୋଧ ବ୍ୟବସ୍ଥା ଦୂର୍ବଳ ହେବ

ଉଦ୍ଭିଦଙ୍କ ଉପରେ କ୍ଷତିକାରକ ପ୍ରଭାବ

  • ଆଲୋକ ସଂଶ୍ଳେଷଣ ସଂଦମନ
  • ଉପାପଚୟ ସଂଦମନ
  • ପ୍ରଦମିତ ବିକାଶବୃଦ୍ଧି (repressed tovth)
  • କୋଷମାନଙ୍କୁ ବିନାଶ କରିଥାଏ ।
  • ଉତ୍ପରିବର୍ତ୍ତନ ସୃଷ୍ଟି କରିଥାଏ ।
  • ଅରଣ୍ୟ ଉତ୍ପାଦକତାର ଅବନତି

ଅନ୍ୟଜୀବଙ୍କ ଉପରେ କ୍ଷତିକାରକ ପ୍ରଭାବ

  • ସାମୁଦ୍ରିକ-ମଧୁରଜଳ ଜୀବମାନେ ଅତିବାଇଗଣି ରଶ୍ମି ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାନ୍ତି ।
  • ମାଛମାନଙ୍କର ଶୂକ / ଲାର୍ଭା ଅତି ସଂବେଦୀ (sensitive) ହୋଇଥାନ୍ତି ।

ନିର୍ଜାବ ପଦାର୍ଥ ଉପରେ କ୍ଷତିକାରକ ପ୍ରଭାବ

  • ରଙ୍ଗ (paint ) ଝଡିବା ତ୍ଵରାନ୍ୱିତ

ହୋଇଥାଏ ।

  • ପ୍ଲାଷ୍ଟିକ୍ ଭାଙ୍ଗିବା ତ୍ଵରାନ୍ୱିତ ହୋଇଥାଏ ।

 

ଓଜୋନ୍ ସ୍ତର ଅବକ୍ଷୟ ନିବାରଣର ଉପାୟ

ହେଲସିଙ୍କି (1989), ମଣ୍ଡିଲ୍ (1990s) ସମ୍ମିଳନୀର ମୂଳଲେଖ (protocol) ରୂପେ ବିଶ୍ୱ ସଚେତନତା ଏବଂ ବିଶ୍ଵ ସମୁଦାୟର କ୍ରିୟାଶୀଳତାଙ୍କୁ ଏଦିଗରେ କେତେକ ସଫଳତା ମିଳିଛି । CFCs ତଥା ଅନ୍ୟାନ୍ୟ ଓଜୋନ୍ ବିନାଶକ ରାସାୟନିକର ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ସୁପାରିଶ କରିଯାଇଛି । ପୁନଶ୍ଚ, CFCs(କ୍ଲୋରୋଙ୍କାରେ କାର୍ବନ ର ଏକ ପ୍ରତିକଳ୍ପ (substitute) ରୂପେ ହାଇଡ୍ରୋକ୍ଲୋରିକ୍ ଫୋରୋକାର୍ବନ୍ (HCF CS)ର ବ୍ୟବହାର ସାମୟିକ ଅସ୍ଥାୟୀ ଆଧାରରେ ସୁପାରିଶ କରାଯାଉଛି, କାରଣ CFCs ତୁଳନାରେ HCFCsଓଜୋନ ସ୍ତରକମ୍ କ୍ଷତିକରିଥାଏ, ମାତ୍ରଏଗୁଡିକ (HCFCS) ମଧ୍ୟ ଓଜୋନ୍ ପାଇଁ ସମ୍ପୂର୍ଣ୍ଣଭାବେ ନିରାପଦ ନୁହନ୍ତି ।

ଅମ୍ଳବର୍ଷା (Acid Rain)

ଅମ୍ଳ ବର୍ଷା ସ୍ଵାଭାବିକଠାରୁ ଅଧିକ ଯେ କୌଣସି ଅବକ୍ଷେପଣ (precipitation ବର୍ଷା, ଘନ କୁହୁଡି fog), ପତଳା କୁହୁଡି mist ତୁଷାରପାତ ଅଧିକ ଅମ୍ଳତା ରହିବାକୁ ବୁଝାଏ । ଜୀବାଶ୍ମ ଇନ୍ଧନର ଜ୍ଵଳନ ଯୋଗୁ ଉତ୍ସର୍ଜିତ ସଲ୍‌ଫର ଡାଇଅକ୍ସାଇଡ୍‌ ତଥା ନାଇଟ୍ରୋଜେର ଅକ୍ସାଇଡ଼ଗୁଡ଼ିକ ଭଳି ଅମୀୟ ଗ୍ୟାସ ଦ୍ଵାରା ସୃଷ୍ଟ ବାୟୁମଣ୍ଡଳୀୟ ପ୍ରଦୂଷଣ ଯୋଗୁ ଅମ୍ଳ ବର୍ଷା ହୋଇଥାଏ । ଅମ୍ଳ ବର୍ଷା ସଂରଚନା ସେତେବେଳେ ହୋଇଥାଏ, ଯେତେବେଳେ କଳକାରଖାନା ଏବଂ ଯାନବାହନରୁ ଉତ୍ସର୍ଜିତ ଅମୀୟ ଗ୍ୟାସଗୁଡିକୁ ଧାରଣ କରିବା ବାୟୁ ବର୍ଷା ବିନ୍ଦୁ ସହ ସଂଯୁକ୍ତ ହୋଇଥାଏ । ଅମ୍ଳ ବର୍ଷା ପରିସଂସ୍ଥାକୁ ବିବିଧ ଉପାୟରେ ପ୍ରଭାବିତ କରିଥାଏ ।

ସୁତରାଂ, ବାୟୁମଣ୍ଡଳକୁ ସଫର୍ ଡାଇଅକ୍ସାଇଡ଼ ଏବଂ ନାଇଟ୍ରେଜେର ଅକ୍ସଇଡ ଗୁଡିକ ଉତ୍ସର୍ଜନ ଅମ୍ଳ ବର୍ଷା ସଂରଚନାର କାରଣ ହୋଇଥାଏ । ଏହା ମଧ୍ୟ ସ୍ୱୀକାର୍ଯ୍ୟ ଯେ, ଅମ୍ଳୀୟ ଧୂମକୁହଡ଼ି, ଘନ କୁହୁଡ଼ି, ପତଳା କୁହୁଡି ବାୟୁମଣ୍ଡଳର ବାହାରକୁ ଚାଲିଯାଆନ୍ତି ଏବଂ ଧୂଳିକଣାଗୁଡିକ ଉପରେ ଜମାହୋଇଆନ୍ତି, ଯେଉଁଗୁଡିକ ବନସ୍ପତି ଉପରେ ଅମ୍ଳ ନିକ୍ଷେପଣ ରୂପେ ଏକତ୍ରୀତ ହୋଇଥାନ୍ତି । ଯେତେବେଳେ ବର୍ଷା ହୁଏ ଏହି ନିକ୍ଷେପଣରୁ ଅମ୍ଳକ୍ଷରଣ ହୋଇ ଅମ୍ଳକାକର / ଶିଶିର ସଂରଚନା ହୋଇଥାଏ ।

ନିମ୍ନ ସାରଣୀରେ ଅମ୍ଳ ବର୍ଷାରେ ଅବଦାନ ରଖୁଥିବା ଗ୍ୟାସ / ପଦାର୍ଥମାନଙ୍କର ଉତ୍ସଗୁଡିକୁ ଜାଣିବାରେ ସାହାଯ୍ୟ କରିବ ।

ଅମ୍ଳୀୟ ଗ୍ୟାସ ଏବଂ ସେଗୁଡ଼ିକର ଉତ୍ସର୍ଜନ ଉତ୍ସ

ଅମ୍ଳୀୟ ଗ୍ୟାସ

ଉତ୍ସ

ଅଙ୍ଗାରକାମ୍ଳ CO2

ଜୀବାଶ୍ମ ଇନ୍ଧନଳନ, ଔଦ୍ୟୋଗିକ ପ୍ରକ୍ରିୟା, ଶ୍ଵସନ

ମିଥେନ CH4

ଧାନଖେତ, ଆର୍ଦ୍ରଭୂମି, ଗ୍ୟାସଡ୍ରିଲିଙ୍ଗ, ଭୂମିଭରଣ (Landfills) ପ୍ରାଣୀ (ପଶୁମାନେ) ଉଇ ।

କାର୍ବନ୍‌ ମନୋକ୍ସାଇଡ୍ (CO)

ଜୈବପିଣ୍ଡ ଜ୍ଵଳନ, ଔଦ୍ୟୋଗିକ ଉତ୍ସ, ଜୈବସୃଜନ, ଉଦ୍ଭିଦ ଆଇସୋପ୍ରିନ୍

ସଲଫର ଅକ୍ସାଇଡ୍ (SOx)

ଜୀବାଶ୍ମ ଇନ୍ଧନ ଜ୍ଵଳନ, ଔଦ୍ୟୋଗିକ ଉତ୍ସ, ଆଗ୍ନେୟଗିରି ମହାସାଗର ।

ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ (NOx)

ଜୀବାଶ୍ମ ଇନ୍ଧନ ଜ୍ଵଳନ, ବିଜୁଳି, ଜୈବପିଣ୍ଡ ଜ୍ୱଳନ, ମହାସାଗର, ଶକ୍ତି ସଂଯନ୍ତ୍ର।

ଅମ୍ଳ ବର୍ଷାର କ୍ଷତିକାରକ ପ୍ରଭାବ

ଅମ୍ଳୀୟ ଅବକ୍ଷେପଣ ଉଭୟ ଜଳୀୟ ତଥା ସ୍ଥଳୀୟ ଜୀବମାନଙ୍କୁ ପ୍ରଭାବିତ କରିଥାଏ । ଏହା   କୋଠାଘର / ଭବନ ଏବଂ ସ୍ମରକୀଗୁଡିକର ମଧ୍ୟ କ୍ଷତି କରିଥାଏ ।

  • ଜଳୀୟ ଜୀବନ ଉପରେ ପ୍ରଭାବ (Effects on aquatic life)
  • ଜଳୀୟ ଜୀବମାନଙ୍କର ଉୟାପଚୟ ପ୍ରକ୍ରିୟା (metabolic processes) ପାଇଁ ପରିପାର୍ଶ (surrounding) ମାଧ୍ୟମର PH ଅତି ମହତ୍ଵପୂର୍ଣ୍ଣ ଅଟେ । ମାଛ, ବେଙ୍ଗ ତଥା ଅନ୍ୟାନ୍ୟ ଜଳୀୟ ଜୀବମାନଙ୍କର ଅଣ୍ଡା କିମ୍ବା ଶୁକ୍ରାଣୁ (PH) ପରିବନ ପ୍ରତି ଅତି ସମ୍ବେଦନଶୀଳ ହୋଇଥାନ୍ତି । ଅମ୍ଳ ବର୍ଷା ସେମାନଙ୍କର ଯୁଗ୍ଧକ (gamets)ଗୁଡିକୁ ମାରିଦେଇଥାଏ । ଯଦ୍ୱାରା ସେମାନଙ୍କର ଜୀବନ ଚକ୍ର ଏବଂ ଉତ୍ପାଦକତା ପ୍ରଭାବିତ ହୋଇଥାଏ । ମୃତ୍ୟୁ ଅଥବା ସଂଖ୍ୟା ବୃଦ୍ଧି କରିବାରେ ସେମାନଙ୍କର ଅସମର୍ଥତା ଅମ୍ଳୀୟ ଜଳାଶୟମାନଙ୍କରେ ଜଳୀୟଖାଦ୍ୟ ଶୃଙ୍ଖଳକୁ ପ୍ରଭାବିତ କରିଥାଏ । ଫଳରେ ତୀବ୍ର ପରିସଂସ୍ଥା ଅସନ୍ତୁଳନ ସୃଷ୍ଟି ହୋଇଥାଏ । ଅମ୍ଳୀୟ ହ୍ରଦ ଜଳ ଜୀବାଣୁକ୍ଷ୍ମଜୀବ (microbes) /  ପ୍ଳବକମାନଙ୍କୁ ମାରିଦେଇ ପାରେ ଏବଂ ଅମ୍ଳୀୟ ହ୍ରଦଗୁଡିକ ଉତ୍ପାଦକ ତଥା ପ୍ରାଣହୀନ ହୋଇପାରନ୍ତି । ଏହିଭଳି ଅମ୍ଳୀୟ ତଥା ପ୍ରାଣହୀନ ପୁଷ୍କରିଣୀ/ହ୍ରଦଗୁଡିକ ମସ୍ୟ ଉଦ୍ୟୋଗ ତଥା ଜୀବିକାକୁ ପ୍ରତିକୂଳ ଭାବେ ପ୍ରଭାବିତ କରିଥାନ୍ତି ।

  • ସ୍ଥଳୀୟ ଜୀବନ ଉପରେ ପ୍ରଭାବ (Effects on terrestrial life)
  • ଅମ୍ଳ ବର୍ଷା ଉଦ୍ଭିଦର ପତ୍ରମାନଙ୍କ ତ୍ଵଚାବରଣ (cuticle)ର କ୍ଷତି କରିଥାଏ ଫଳରେ ପସମ୍ବହି (foliage )ର ପତନ (efiolation) ହୋଇଥାଏ । ଫଳରେ ଏହା ଆଲୋକ ସଂଶ୍ଳେଷଣକୁ ହ୍ରାସ କରିଥାଏ । ଅପରିମିତ ଆଲୋକ ସଂଶ୍ଳେଷଣ ଫସଲ ଉତ୍ପାଦକତାକୁ ହ୍ରାସ କରିଥାନ୍ତି । ଅମ୍ଳୀୟ ମାଧ୍ୟମ । ଆଲୁମିନିୟ, ସୀସା ଓ ପାରଦ ଭଳି ଭାରି ଧାତୁଗୁଡିକର ପ୍ରକ୍ଷରଣ ନିକ୍ଷାଳନ (leaching )କୁ ପ୍ରତ୍ସାହିତ କରିଥାଏ । ଏହିଭଳି ଧାତୁଗୁଡିକ ଯେତେବେଳେ ଭୂଗର୍ଭସ୍ଥ ଜଳରେ ଧରିଯାଇ ମିଶନ୍ତି ସୂକ୍ଷ୍ମ ଉଦ୍ଭିଦରାଜି ସକ୍ଷପ୍ରାଣୀରାଜିଙ୍କୁ ପ୍ରଭାବିତ କରିଥାନ୍ତି । ମୃତ୍ତିକା ପ୍ରାଣହୀନ ହୋଇଯାଏ । ଉଦ୍ଭିଦ ଏବଂ ସୂକ୍ଷ୍ମଜୀନମାନଙ୍କ ଦ୍ଵାରା ଏହି ଆବିଷାଳୁ (toric) ଧାତୁ ଆୟନଗୁଡିକର ଅବଶୋଷଣ ସେମାନଙ୍କର ଉପାପଚୟକୁ ପ୍ରଭାବିତ କରିଥାଏ ।

ଅରଣ୍ୟ ଉପରେ ପ୍ରଭାବ

ଅମ୍ଳବର୍ଷ ଅରଣ୍ୟର କ୍ଷତି କରିଥାଏ ଓ ବନସ୍ପତିମାନଙ୍କୁ ମାରିଦେଇଥାଏ ଏବଂ ଭୂ-ଦୃଶ୍ୟ (land scape)ର ପ୍ରଭୂତ କ୍ଷତି କରିଥାଏ।

  • କୋଠାଘର /ଭବନ ଏବଂ ସ୍ମାରକୀଗୁଡିକରେ ପ୍ରଭାବ
  • ଅନେକ ପୁରାତନ, ଐତିହାସିକ, ପ୍ରାଚୀନ ଭବନ ଏବଂ କଳାକୃତି ଅମ୍ଳ ବର୍ଷା ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଚୁନପଥର ଏବଂ ମାର୍ବଲ, ଅମ୍ଳ ବର୍ଷା ଯୋଗୁଁ ନଷ୍ଟ ହୋଇଥାଏ । ଧୂଆଁ ଏବଂ ଅଳନ୍ଧୁ ଏଭଳି ବସ୍ତୁଗୁଡିକୁ ଆଛାଦିତ କରି ରଖୁଥାନ୍ତି । ବାୟୁରେ ଅମ୍ଳଧୂଆଁ କାରଣରୁ ସେଗୁଡ଼ିକ ଧୀରେ ଧୀରେ ପୃଷତଳକୁ ଦ୍ରବୀଭୂତ ପତ୍ରକ (flake) କରିଥାନ୍ତି । ଆଗ୍ରାର ତାଜମଲର ଭଳି ଅନେକ ଭବନ / ସ୍ମାରକୀ ଅମ୍ଳ ବର୍ଷା ଯୋଗୁଁ ଖରାପ ହେଉଛି ।

  • ଅମ୍ଳବର୍ଷା ସହ ସମାଯୋଜନ ପାଇଁ କାର୍ଯ୍ୟପନ୍ଥା
  • ବାୟୁମଣ୍ଡଳକୁ ସଲଫର (ଗନ୍ଧକ) ଏବଂ ନାଇଟ୍ରୋଜେନ୍‌ ଅକ୍ସାଇଡ୍ର ଉତ୍ସର୍ଜନକୁ ହ୍ରାସ କରୁଥିବା ।  ଯେକୌଣସି ପ୍ରକ୍ରିୟା ଅମ୍ଳ ବର୍ଷାକୁ ନିୟନ୍ତ୍ରଣ କରିପାରିବ । ତାପଜ ବିଦ୍ୟୁତ୍ କାରଖାନା ଗୁଡିକରେ କମ୍ ସଫଲର ଯୁକ୍ତ ଇନ୍ଧନ ଅଥବା ପ୍ରାକୃତିକ ଗ୍ୟାସ କିମ୍ବା ଧୂଆଁ ହୋଇଥିବା କୋଇଲା (ଚୁନା ହୋଇଥିବା କୋଇଲାର ରାସାୟନିକ ଧୂଲେଇ (washing) ଅମ୍ଳବର୍ଷର ଘଟଣାକୁ ହ୍ରାସ କରିପାରିବ ।

ନ୍ୟୁକ୍ଲୀୟ / ନାଭିକୀୟ ବିପର୍ଯ୍ୟୟ

ନ୍ୟୁକ୍ଲୀୟ ଶକ୍ତି ଅନେକ ପରିବେଶୀୟ ତଥା ସାମାଜିକ ସମସ୍ୟାର ବିକଳ୍ପ ପ୍ରଦାନ କରିଥାଏ । ଏହା ଯୋଗୁଁ କେତେକ ଗଭୀର ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଯଦିଓ ଏହା ପରିବେଶ ଅନୁକୂଳ ଅଟେ, ଆଜି ସୁଦ୍ଧା ଏହା ଆର୍ଥିକ ଦୃଷ୍ଟିରୁ ଅନୁକୂଳ ନୁହେଁ । ନ୍ୟୁକ୍ଲୀୟ ସଂଯୁକ୍ତରୁ ଦୁର୍ଘଟଣାର ସାମ୍ଭବ୍ୟ ବିପଦର ଆଶଙ୍କା ଥାଏ । ପରିବେଶକୁ ବିପଦଜ୍ଜନକ ତେଜସ୍କ୍ରିୟ ପଦାର୍ଥ ସବୁ ବିମୋଚନ କରି ପାରେ । ସମସ୍ୟାଗୁଡିକ ଦୁଇ ପ୍ରକାର ହୋଇପାରେ: (i) ନ୍ୟୁକ୍ଲୀୟ ବିପର୍ଯ୍ୟୟ ଏବଂ ସେଗୁଡିକ ଘଟିବା ଏବଂ (ii) ନ୍ୟୁକ୍ଲୀୟ ସଂଯନ୍ତ୍ରରୁ ସୃଷ୍ଟି ନ୍ୟୁକ୍ଲୀୟ ଅପଶିଷ୍ଟର ନିରାପଦ ସ୍ଥାନାନ୍ତର (disposal) । କେତେକ ପ୍ରମୁଖ ନ୍ୟୁକ୍ରୀୟ ବିପର୍ଯ୍ୟୟ ପ୍ରଦତ୍ତ ହେଲା ।

କେତେକ ପ୍ରମୁଖ ନ୍ୟୁକ୍ଲୀୟ ବିପର୍ଯ୍ୟସ୍ତର ତାଲିକା

ବର୍ଷ

ନ୍ୟୁକ୍ଲୀୟ ଶକ୍ତି ସଂଯନ୍ତ୍ର / କାରଖାନା

ଡିସେମ୍ବର, 1952

ଚକ୍ ନଦୀ, ଟରୋଣ୍ଡା, କାନାଡା

ଅକ୍ଟୋବର, 1957

ୱିଣ୍ଡେସ୍କେଲ୍ ପ୍ଲୁଟୋନିୟମ ଉତ୍ପାଦନ କେନ୍ଦ୍ର, ଯୁକ୍ତରାଜ୍ୟ (uk)

26 ଏପ୍ରିଲ 1986

ଚେର୍ଣ୍ଣୋବିଲ ନ୍ୟୁକ୍ଲୀୟ ରିଆକ୍ଟର, କିଏଭ, ସୋଭିଏତ୍ ଋଷିଆ

ନଭେମ୍ବର 1995

ମୋଞ୍ଜୁ, ଜାପାନ

ପରିବେଶ ଉପରେ ନ୍ୟୁକ୍ଲୀୟ ବିପର୍ଯ୍ୟୟର ପ୍ରଭାବ

ନ୍ୟୁକ୍ଲୀୟ କ୍ଷରଣ (leakage)ର କ୍ଷତିକାରକ ପ୍ରଭାବ ତୁରନ୍ତ କିମ୍ବା ଧୀର ହୋଇପାରେ । ନ୍ୟୁକ୍ଲୀୟ ବିକିରଣ ତୁରନ୍ତ ବିଧ୍ଵଂସ (quick devastating)ଙ୍କ ତତ୍‌କ୍ଷଣାତ୍ ପ୍ରଭାବ (immediate effects) ସର୍ବଜନ ବିଦିତ ଯେହେତୁ ଦ୍ଵିତୀୟ ବିଶ୍ୱଯୁଦ୍ଧରେ ଜାପାନର ହିରୋସୀମାଓ ନାଗାସାକିରେ ଏହାର ପ୍ରଭାବ ସାକ୍ଷୀ ହୋଇରହିଛି । ସୁତରାଂ ନ୍ୟୁକ୍ଲୀୟ ଶକ୍ତିର ସାମରିକ ଉପଯୋଗ ସର୍ବଦା ଅକଳ୍ପନୀୟ । ଧୀରମନ୍ତର ନ୍ୟୁକ୍ଲୀୟ ବିକିରଣ, ନ୍ୟୁକ୍ଲୀୟ ରିଆକ୍ଟର, ଗବେଷଣାଗାର, ଚିକିତ୍ସାଳୟ, ନିଦାନ ସୂଚକ ଉଦ୍ଦେଶ୍ୟରେ ବିକିରଣର ପ୍ରତିକ୍ଷୀ ଉଦ୍‌ଭାସନ (exposure) ଏକ୍ସ-ରେ ଭଳି ବିଭିନ୍ନ ଉତ୍ସରୁ ପ୍ରସଜ୍ଜିତ (emante ) ହୋଇଥାଏ । ଏହି ପରି କମ୍ ମାତ୍ରା ବିକିରଣ ଜୀବନ ଏବଂ ପରିସସ୍ଥା ଉପରେ ଅଧିକ ମହତ୍ଵପୂର୍ଣ୍ଣ ପ୍ରଭାବ ପକାଇଥାଏ । ଏହା ବର୍ତ୍ତମାନ ପ୍ରତିଷ୍ଠିତ ହୋଇସାରିଛି ଯେ ନ୍ୟୁକ୍ଲୀୟ ବିକିରଣ ପ୍ରତି ନିରନ୍ତର କମ୍ ମାତ୍ରା ଉଦଭାସନ ମଧ୍ୟ ଅଧିକ କ୍ଷତିକାରକ ହୋଇଥାଏ । ଏହା, ଶୈଶବ ରକ୍ତକର୍କଟ (childhood leuteili), ଗର୍ଭପାତ, କମ୍ଓଜନ ଶିଶୁ, ଶିଶୁମୃତ୍ୟୁ, ଏସ୍ (AIDs) ଏବଂ ଅନ୍ୟାନ୍ୟ ଶରୀରର ପ୍ରତିରକ୍ଷା (immune) ବିକାର ସୃଷ୍ଟି କରିପାରେ ।

ଭୂତଳ ବୋମା ପରୀକ୍ଷା (underground bob testing) ମୂଳକ (radicals) ଗୁଡିକର ଅତିକମ୍ ମାତ୍ରାରେ ବିକିରଣ ଛାଡିଥାଏ ଏବଂ ଭୂଗର୍ଭସ୍ଥ ଜଳରେ ପ୍ରବେଶ କରିଥାଏ । ଏହି ତେଜସ୍କ୍ରିୟ ଜଳ ମୂଳ ମାଧ୍ୟମରେ ଉଦ୍ଭିଦ ଦ୍ଵାରା ଗୃହୀତ ହୋଇଥାଏ । ଏଭଳି ଉଦ୍ଭିଦକୁ ପ୍ରାଣୀ ଏବଂ ମଣିଷମାନେ ଖାଇଲେ ତେଜସ୍କ୍ରିୟତା ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରିଥାଏ । ଏଭଳି ତେଜସ୍କ୍ରିୟତା କ୍ଷୀରରେ ମଧ୍ୟରେ ସୂଚିତ ହୋଇଛି / ମିଳିଛି ।

ତୈଳ ପ୍ରଦୂଷଣ

ତୈଳ ପ୍ରଦୂଷଣ ଜଳାଧାର ଉପରେ ତେଲର ସ୍ତରକୁ ସୂଚିତ କରିଥାଏ । ତୈଳ ଅଦ୍ଭାବ (oil spills) ସମସ୍ତ ମହାସାଗର ପ୍ରଦୂଷଣର ଅନ୍ୟତମ ଉଦାହରଣ ଅଟେ । ପ୍ରତ୍ୟେକ ସାମୁହିକ ପରିବହନ ଜଳଯାନ ତୈଳ ଅଧ୍ୟୟାବର ସମ୍ଭାବ୍ୟ ବିପଦ ଧାରଣ କରିଥାଏ ।

ସାମୁଦ୍ରିକ ଜୀବନ ଉପରେ ତୈଳ ଅଧିପ୍ଲାବନ ପ୍ରଭାବ

ତୈଳ ଅଧ୍ୟୟାବର କିଛି ଘଣ୍ଟା ମଧ୍ୟରେ ମାଛ, କବଚ ପ୍ରାଣୀ/ସେପିସ୍. ପ୍ଳବକଗୁଡିକ ଶ୍ଵାସରୋଧ ଚୟାପଚାୟ (metabolic) ବିକାଶ ଯୋଗୁଁ ମୃତ୍ୟୁବରଣ କରିଥାନ୍ତି । ତୈଳ ଅଧିପ୍ଲାବନ ଗୋଟିଏ ଦିନ ମଧ୍ୟରେ ପକ୍ଷୀ ଏବଂ ସାମୁଦ୍ରିକ ସ୍ତନ୍ୟପାୟୀ ମରିଯାନ୍ତି । ଏହି ଜୀବମାନଙ୍କର ମୃତ୍ୟୁ ସାମୁଦ୍ରିକ ପରିସଂସ୍କାର ଭୀଷଣ କ୍ଷତି କରିଥାଏ । ତୈଳ ଅଧିପ୍ଲାବ ଶୈବାଳ ପ୍ରସ୍ପୁଟନ (algal bloos)କୁ ବିଷାକ୍ତନ କିମ୍ବା ଶ୍ଵାସରୋଧ କରିଥାଏ । ଏହା ପ୍ରକାରନ୍ତରେ ଜଳଧାର ମାନଙ୍କରେ ଅମ୍ଳଜାନ କମ୍‌ କରିଥାଏ । ଅମ୍ଳଜାନ କମ୍ ଥିବା ଜଳ ଅସଂଖ୍ୟ ମାଛ / ସାମୁଦ୍ରିକ ଜୀବନ ମୃତ୍ୟୁ ପାଇଁ ଉତ୍ତରଦାୟୀ ହୋଇଥାଏ ।

ବିପଦଜ୍ଜନକ ଅପଶିଷ୍ଟ (HAZARD0US WASTES)

କୌଣସି ପଦାର୍ଥଯିଏ ପରିବେଶରେ ବିଦ୍ୟମାନ ଥାଏ ଅଥବା ପରିବେଶରେ ବିମୋଚିତ ହୋଇଥାଏ ଏବଂ ଜନ ସ୍ଵାସ୍ଥ୍ୟ ଏବଂ ପରିବେଶ ମଙ୍ଗଳର ବେଶ୍ କ୍ଷତିକରିଥାଏ, ତାକୁ ବିପଦଜ୍ଜନକ ପଦାର୍ଥ କୁହାଯାଏ ।

ଯେ କୌଣସି ପଦାର୍ଥ ଯାହାର ବିକରଣରେ ଏକମାତ୍ର ଉଦ୍ଭାସନ ଦ୍ଵାରା ସ୍ଵାସ୍ଥ୍ୟ ଉପରେ ଗଭୀର ଅପ୍ରତ୍ୟାବର୍ତ୍ତୀ ପ୍ରଭାବ ପଡିଥାଏତାକୁ ଅତି ବିପଦଜ୍ଜନକ ପଦାର୍ଥ କୁହାଯାଏ । ଯେ କୌଣସି ବିପଦଜ୍ଜନକ ପଦାର୍ଥ ନିମ୍ନଲିତ କୌଣସି ଏକ ବା ଅଧିକ ଅଭିଲେକ୍ଷଣ (characteristics) ପ୍ରଦର୍ଶିତ କରିଥାଏ ।

  • ଆବିଷାଳୁତା (toxicity)
  • ଜ୍ଵଳନଶୀଳତା (ignibility)
  • କ୍ରମଶଃ କ୍ଷୟକାରୀତା (corrosivity)

ଏହିପରି କୌଣସି ଅପଶିଷ୍ଟ ବିପଦଜ୍ଜନକ ଅଥବା ଅତି ବିପଦଜ୍ଜନକ ପଦାର୍ଥ ଧାରଣ କରିଥିଲେ, ତାହାକୁ ବିପଦଜ୍ଜନକ ଅପଶିଷ୍ଟ ବର୍ଜ୍ୟବସ୍ତୁ କୁହାଯାଏ । ବିପଦଜ୍ଜନକ ଅପଶିଷ୍ଟର ବିଭିନ୍ନ ଉନ୍ଥ ଯେପରି - ଘରୋଇ ବସୁରାଜି, ସ୍ଥାନୀୟ ଅଞ୍ଚଳ ସହରାଞ୍ଚଳ, ଉଦ୍ୟୋଗ, କୃଷି, ନିର୍ମାଣ କାର୍ଯ୍ୟକଳାପ, ଚିକିତ୍ସାଳୟ ଏବଂ ଗବେଷଣାର ଶକ୍ତି ସଂଯନ୍ତ୍ର ତଥା ଅନ୍ୟାନ୍ୟ ଉତ୍ସରୁ ସୃଷ୍ଟି ହୋଇଥାଏ ।

ବିପଦଜ୍ଜନକ ପଦାର୍ଥର ନିକ୍ଷେପଣ (damping) ସମ୍ପର୍କିତ ସମସ୍ୟା ବିପଦଜ୍ଜନକ ଅପଶିଷ୍ଟ ଆପେ ଆପେ କିମ୍ବା ଯେତେବେଳେ ନିଷ୍କାସିତ (disposed off) ହୋଇଥାଏ । ଅନେକଗୁଡିଏ ପରିବେଶୀୟ ଅସହଯୋଗୀ (environmentally unfriendly) ପଦାର୍ଥ ବିଶୋଧନ କରିଥାଏ । ସେଗୁଡିକ ମଧ୍ୟରୁ କେତେକ ନିମ୍ନ ସାରଣୀରେ ପ୍ରଦତ୍ତହେଲା ।

ବିପଦଜ୍ଜନକ ଅପଶିଷ୍ଟ, ତା’ର ନିଷ୍କାସନ ଏବଂ ପ୍ରଭାବ

ଉତ୍ସ

ନିଷ୍କାସନ /  ଉପଯୋଗର ରୂପ

ପ୍ରଦୂଷଣକାରୀ କାରକ (pollufing agent)

ପ୍ରଭାବ

ଔଦ୍ୟୋଗିକ ଅପଶିଷ୍ଟ

ଅପଶିଷ୍ଟର ଭସ୍ମୀକରଣ (incineration)

ଆବିଷାଳୁ ଧୂମ, ଉଦାହରଣ କ୍ଳୋରିନ ପଲିଭିନାଇଲ୍ କ୍ଲୋରିନ୍

କ୍ଲୋରିନ୍ ଅମ୍ଳ ବର୍ଷା

ଯୋଗୁଁ ହୋଇପାରେ

ଅସମ୍ପୂର୍ଣ୍ଣ ଦହନ

 

ଡାଇଅକ୍ସିନ/ଅର୍ଗାନୋ  କ୍ଲୋରାଇଡ଼ସ

କ୍ୟାନସରଜନ (carcinogenic)

ଜଳ ନିକାୟଗୁଡିକ ବିମୋଚନ

କ୍ଲୋରୋଫେନଲ୍, ଫ୍ଲୋରନ ଯୌଗିକ, ଆଲଡିହାଇଡସ୍, ସଲଫଡାଇ ଅକ୍ସାଇଡ (SO2) କାର୍ବନ ମନୋକ୍ସାଇଡ୍ (co)

ପରିବେଶୀୟ ପ୍ରଦୂଷଣ ସୃଷ୍ଟି କରିଥାନ୍ତି ।

 

ପ୍ଲାଷ୍ଟିକ୍

ପଲିଥିନ୍, ପଲିପ୍ରୋପାଇଲିନ୍ ପଲିଷ୍ଟର ଇତ୍ୟାଦି ଜଳିବା ଯୋଗୁଁ ଗ୍ୟାସର ବିମୋଚନ

ଆବିଷାଳୁ (toxic) ପରିବେଶୀ  (eclogical) ପ୍ରଦୂଷଣ

ନ୍ୟୁକ୍ଲୀୟ ଅପଶିଷ୍ଟ

ଚିକିତ୍ସାଳୟ ଡାକ୍ତରଖାନା ଗବେଷଣାଗାର

ଔଷଧିୟ (medical) କୃଷିରେ ମନ୍ଥର /  ଅବଧାରିତ (sustained) ଉପଯୋଗ No3 / No3 ରେ ସମୃଦ୍ଧ ଖତ / ଗୋବର

ସ୍ଵାସ୍ଥ୍ୟ ସଙ୍କଟ, କ୍ୟାନସର୍ ଜଳ (corcinogenic) ଉତ୍ପରିବର୍ତ୍ତନ (mutation) ପନିପରିବାରେ ଏକତ୍ରିତ ହୋଇଥାନ୍ତି ମିଥାନୋଗ୍ଲୋବେ ନେମିଆ ସୋନୋସିସର କାରଣ

 

ନାଇଟ୍ରୋସାମାଇନସ No3 / No2, No2o NH3 + (ପଶୁଧନଙ୍କ ପ୍ରଜନନରୁ)

କ୍ୟାନସରଜନ  ଅମ୍ଳ ବର୍ଷାରେ ଅବଦାନ ସବୁଜ ଗୃହ ପ୍ରଭାବ ଜଳୀୟ ଜୀବନକୁ ପ୍ରଭାବିତ କରିଥାଏ, କବକ ବୃଦ୍ଧି, ଅଧା ପାଦପ, ବୃକ୍ଷରୁହା, ଅରଣ୍ୟ କ୍ଷୀଣ ହେବା।

ଫସଫେଟ

ଉଦ୍ଭିଦପରିଶୋଧ ଉତ୍ପାଦ (phyto sanitary products)

କୀଟନାଶକ / ପୀଡକନାଶକ /  କବକ ନାଶକ  /ତୃଣନାଶକ

ଜଳୀୟ ପରିବେଶର ସୁପୋଷଣ । ପ୍ରବାହରୂପେ ମାଟିରେ ପ୍ରବେଶ କରିଥାଏ, ଭୂଗର୍ଭସ୍ଥଳ ସ୍ତରକୁ ପ୍ରଦୂଷିତ କରିଥାଏ, ଜଳୀୟ ଜୀବନକୁ ପ୍ରଭାବିତ କରିଥାଏ କ୍ୟାନ୍ସର ଜନ, ବୃକକୀୟ, ଆକୃତକାର୍ଯ୍ୟତା (rent a failure)

ମିଥେନ୍

 

ରୋମନ୍ଥନ କରୁଥିବା ଗୋରୁଗାଈ, ଜୈନିକ ପଦାର୍ଥର କିଣ୍ଵନ (ferementation)

 

ଶକ୍ତିଶାଳୀ ସବୁଜ ଗୃହ ପ୍ରଭାବ।

ଆଧାର - "ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ"

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate