ହୋମ / ଶକ୍ତି / ପରିବେଶ / ଭୂତଳଜଳର ଅବସ୍ଥାନ ଓ ସଂଚାଳନ – ଜଳଭାର ଓ କୂପ
ସେଆର କରନ୍ତୁ

ଭୂତଳଜଳର ଅବସ୍ଥାନ ଓ ସଂଚାଳନ – ଜଳଭାର ଓ କୂପ

ଭୂତଳଜଳର ଅବସ୍ଥାନ ଓ ସଂଚାଳନ – ଜଳଭାର ଓ କୂପ ବିଷୟରେ ସୂଚନା ।

ଉପକ୍ରମ

ପୂର୍ବରୁ ଆମେ ଦେଖିଲେ ଯେ, କିପରି ଜଳ ପୃଥିବୀରେ ପଡେ ଏବଂ ଭୂପୃଷ୍ଠରେ ବିଭିନ୍ନ ପଥ ପାଇ ନଦୀକୁ ପ୍ରବାହିତ ହୋଇ ଅନ୍ତିମରେ ମହାସମୁଦ୍ର ପର୍ଯ୍ୟନ୍ତ ଯାଇଥାଏ  । ଆମେ ମଧ୍ୟ ଦେଖିଲେ ଯେ, ଯେଉଁ ଜଳ ଭୂପୃଷ୍ଠରେ ପହଞ୍ଚେ ତନ୍ମଧ୍ୟରୁ କିଛି ଅଂଶ ଭୂମି ମଧ୍ୟକୁ ଆନ୍ତଃସ୍ରାବିତ ହୋଇ ଭୂତଳଜଳ ଗଠନ କରେ  । ଜଳବିଜ୍ଞାନ ହେଉଛି ଏକ ବିଜ୍ଞାନ , ଯାହା ଅଧିକତର ଭାବରେ ଜଳଛାୟା ଅନ୍ତର୍ଗତ ଜଳର ଆଦେଖା ଅଂଶ ସହିତ ସମ୍ପୃକ୍ତ । ତେଣୁ ଭୂତଳଜଳର ସଂଚୟନ ଓ ସଂଚାଳନକୁ ନିୟନ୍ତ୍ରଣ କରୁଥିବା ମୌଳିକ ନିୟମଗୁଡିକୁ ବୁଝିବା ପାଇଁ ଏହା ନିର୍ଦ୍ଧିଷ୍ଟ ଭାବରେ ତତ୍ପର୍ଯ୍ୟପୂର୍ଣ୍ଣ । ଅନ୍ୟ ଶବ୍ଦରେ , ଭୂତଳଜଳର ଭଣ୍ଡାରଣ ଓ  ସଂଚାୟନ ବର୍ଣ୍ଣନା କରୁଥିବା ଭୂତଳଜଳର ଭୌତିକ ଓ ରାସାୟନିକ ଗୁଣ ବୁଝିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ।

ପ୍ରାୟତଃ ସମସ୍ତ ଭୂତଳଜଳକୁ ଭୂପୃଷ୍ଠ ଜଳ ଓ ବାୟୁମଣ୍ଡଳୀୟ  ଜଳ ସହିତ ଅନ୍ତର୍ଭୁକ୍ତ କରି ଜଳବିଜ୍ଞାନୀୟ ଚକ୍ରର ଅଂଶବିଶେଷ ରୂପେ ବିଚାର କରାଯାଇପାରେ। ବାୟୁମଣ୍ଡଳୀୟ ଜଳ ହେଉଛି ସେହି ଜଳ ଯାହା ବାୟୁମଣ୍ଡଲରେ ସୃଷ୍ଟି ହୋଇ ବୃଷ୍ଟିପାଟ ରୂପେ ଅଥବା ଭୂପୃଷ୍ଠ ଜଳଭାଗରୁ ପୃଥିବୀପୃଷ୍ଠକୁ ଭେଦକରି ପହଞ୍ଚିଥାଏ   ।

ଅପେକ୍ଷାକୃତ ଭାବରେ ସ୍ୱଳ୍ପ ପରିମାଣର ଜଳ ଅନ୍ୟ ଉତ୍ପତ୍ତିରୁ ଏହି ଚକ୍ର ମଧ୍ୟକୁ ପ୍ରବେଶ କରିପାରେ। ସେଗୁଡିକ ହେଲା : -

  • ସହଜାତ ଜଳ : ଏହି ଜଳ ସ୍ତରୀୟ ଶିଳା ମଧ୍ୟରେ ମୂଳ ଅବସାଦ ସହିତ ପ୍ରସ୍ତରୀକୃତ ହେବା ପୂର୍ବରୁ ଆବଦ୍ଧିତ ହୋଇ ରହିଯାଇଥାଏ ।  ଏହାକୁ ଜୀବାଶ୍ମ ଜଳ ମଧ୍ୟ କୁହାଯାଏ ।  ଜୀବାଶ୍ମ ଜଳ ଅନେକ ସ୍ଥଳରେ ଅତି ପୁରାତନ ଏବଂ ବେଳେବେଳେ ଲବଣାକ୍ତ ହୋଇଥାଏ ।
  • ଉତ୍ତାଳ ଜଳ : ମାଗ୍ନେୟ ପ୍ରକ୍ରିୟାରୁ ସୃଷ୍ଟି ହୋଇଥିବା ଜଳ ଶିକାର ଗଠନ କାଳରେ କିମ୍ବା ପରବର୍ତ୍ତୀ ସମୟରେ ଶିଳାର ଛିଦ୍ର ବା ଗର୍ତ୍ତଗୁଡିକ ମଧ୍ୟରେ ଆବଦ୍ଧିତ ହୋଇ ରହିଯାଇଥାଏ । ଉତ୍ତାଳ ଜଳ କେବେ ମଧ୍ୟ ବାୟୁମଣ୍ଡଲରେ ରହିନଥାଏ ।

ଉପପୃଷ୍ଠ ଜଳର ପ୍ରକାର

ରେଗୋଲିଥ ହେଉଛି ଏକ ଭୂବିଜ୍ଞାନୀୟ ଶବ୍ଦ , ଯାହା କଠିନ ଶିଳାଶଯ୍ୟା ଉପରେ ଅବକ୍ଷୟିତ ଶିଳା ଆବର୍ଜନାର ଅଦୃଢ ଓ ଅଧାରାବାହିକ ଉପେ ଅବସ୍ଥାପିତ ଏକ ଆବରଣୀୟ ବୁଝାଏ ।  ମୃତ୍ତିକା ଶବ୍ଦଟି ବେଳେବେଳେ ଏହି ଅଣଘନୀଭୁତ ପଦାର୍ଥ ପାଇଁ ବ୍ୟବହାର କରାଯାଇଥାଏ, କିନ୍ତୁ ମୃତ୍ତିକା ଆବଶ୍ୟକୀୟ ରୂପେ ରେଗୋଲିଥର ସବୁଠୁ ଉପର ଭାଗ ଅଟେ, ଯେଉଁଠାରେ ରାସାୟନିକ ଓ ଭୌତିକ ଅବକ୍ଷୟ ସର୍ବାଧିକ ସକ୍ରିୟ ରହିଥାଏ ।  ସମଶୀତୋଷ୍ଣ ଅଞ୍ଚଳରେ ରେଗୋଲିଥ କେବଳ ୨ ମିଟର ଗଭୀରତା ପର୍ଯ୍ୟନ୍ତ ରହିଥାଏ ।  କିନ୍ତୁ ଅନ୍ୟପକ୍ଷରେ, ଆର୍ଦ୍ର ଅଞ୍ଚଳରେ ଏହା ୭୦ ମିଟର ବା ତଦୁର୍ଦ୍ଧ୍ଵ ଗଭୀରତା ପର୍ଯ୍ୟନ୍ତ ରହିପାରେ  । ଗୋଟିଏ ଅଞ୍ଚଳର ଭୂତଳଜଳ ଅବସ୍ଥାକୁ ବୁଝିବା ପାଇଁ ରେଗୋଲିଥ ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ମାଧ୍ୟମ, କାରଣ ଏହା ଜଳର ଭଣ୍ଡାରଣ ମାଧ୍ୟମର ଭୂମିକା ଗ୍ରହଣ କରିପାରେ କିମ୍ବା ଏହା ଜଳକୁ ଉଲମ୍ବ ବା ଅନୁଭୂମିକ ଭାବରେ ନିମ୍ନଭାଗରେ ଥିବା ଶିଳାସ୍ତର ପର୍ଯ୍ୟନ୍ତ ସଞ୍ଚଳିତ କରିପାରେ   ।

ରେଗୋଲିଥ ମଧ୍ୟରୁ ଜଳ ବୃଷ୍ଟିପାତ କିମ୍ବା ଜଳାଧାର ସ୍ରୋତ ଦ୍ଵାରା ପ୍ରବେଶ କରିଥାଏ ।  ରେଗୋଲିଥ ମଧ୍ୟରେ ଜଳ ଦୁଇଟି ପରିବେଶରେ ରହିଥାଏ ।

  1. ଏକ ଅଧିଭୌମ୍ୟ ଜଳ ମଣ୍ଡଳ
  2. ଏକ ଅନାବଦ୍ଧିତ ଜଳ ମଣ୍ଡଳ

ଭେଡୋଜ ମଣ୍ଡଳ ମଧ୍ୟରେ ଭିନ୍ନ ଭିନ୍ନ ତିନିପ୍ରକାରର ଜଳ ରହିଥାଏ ।

  • ମୃତ୍ତିକା ଜଳ
  • ମଧ୍ୟମ ଅଧିଭୌମ୍ୟ ଜଳ ଏବଂ
  • କୈଶିକ ଜଳ

ମୃତ୍ତିକା ଜଳ ନିର୍ଦ୍ଧିଷ୍ଟ ରୂପେ କୃଷି ପାଇଁ ଗୁରୁତ୍ଵପୂର୍ଣ୍ଣ, କାରଣ ଏହି ଜଳ ଉଦ୍ଭିଦଙ୍କ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ  ।ମୃତ୍ତିକା ସ୍ତରରୁ ଜଳ ବାଷ୍ପୀକାରଣ , ପାରଶ୍ଵସନ ଏବଂ ଅନ୍ତଃସ୍ରବଣ ମାଧ୍ୟମରେ ନଷ୍ଟ ହୋଇଥାଏ  । ଜଳୀୟକନିକାରେ ସଂପୂର୍ଣ୍ଣ ସଂତୃପ୍ତରୁ ସଂପୂର୍ଣ୍ଣ ଜଳୀୟକଣାବିହୀନତା ପର୍ଯ୍ୟନ୍ତ ବିବିଧ ଅବସ୍ଥା ଦେଇ ମୃତ୍ତିକା ଅତିବାହିତ ହୋଇଥାଏ   । ମୃତ୍ତିକା ଜଳ ମଣ୍ଡଳର ଗଭୀରତା ସାଧାରଣ ଭାବରେ 1 ରୁ 10 ମିଟର ପର୍ଯ୍ୟନ୍ତ ହୋଇଥାଏ   ।

ମୃତ୍ତିକା ମଣ୍ଡଳର ଠିକ ନିମ୍ନ ଭାଗସ୍ଥିତ ମଣ୍ଡଳକୁ ମାଧ୍ୟମ ମଣ୍ଡଳ କୁହାଯାଏ  । ଏଥିରେ ରହିଥିବା ଜଳର ଅଧିକାଂଶ ଭାଗ ନିମ୍ନକୁ ଗତି କରିଥାଏ   , ଯଦିଓ ଏଥିରେ କିଛି ପରିମାଣରେ ଅଟକି ରହିଥାଏ ଓ ପୁନରୁଦ୍ଧାଋଟ ହୋଇପାରେ ନାହିନ  । ଆର୍ଦ୍ର ଅଞ୍ଚଳରେ ଏହି ମଣ୍ଡଳ ଅତି ପତଳା ହୁଏ କିମ୍ବା ଅନୁପସ୍ଥିତ ହୋଇପାରେ   । ଶୁଷ୍କାଞ୍ଚଳମାନଙ୍କରେ ଖୁବକମ ପରିମାଣର ଜଳ ସଂପୂର୍ଣ୍ଣ ରୂପେ ମାଧ୍ୟମ ମଣ୍ଡଳ ଦେଇ ଅତିକ୍ରମ କରିଥାଏ   । ଭୂତଳଜଳ ସ୍ତର ପର୍ଯ୍ୟନ୍ତ ପହଞ୍ଚୁଥିବା ସ୍ୱଳ୍ପ ପରିମାଣର ଜଳ ବାହିକାଶଯ୍ୟା ଦେଇ ଝଋ ଯାଇଥାଏ । ତେଣୁ ଜଳର ଉଲମ୍ବ ସ୍ଥାନାନ୍ତରଣରେ ମାଧ୍ୟମ ମଣ୍ଡଳ ଗୁରୁତ୍ଵପୂର୍ଣ୍ଣ ଅଟେ ।

ମାଧ୍ୟମ ମଣ୍ଡଳର ନିମ୍ନ ଭାଗରେ ଏକ କୈଶିକ ସୀମାଯୁକ୍ତ ସ୍ତର ରହିଥାଏ , ଯେଉଁଠାରେ ଭୂତଳଜଳ କୈଶିକ ଶକ୍ତି ବଳରେ ମାଧ୍ୟାକର୍ଷଣ ଶକ୍ତି ବିରୁଦ୍ଧରେ ଉପରକୁ ଉଠିଥାଏ । କୈଶିକ ସୀମାଯୁକ୍ତ ସ୍ତରର ବେଧ ହେଉଛି , ଏହି ମଣ୍ଡଳରେ ରହିଥିବା ପଦାର୍ଥର ହାରାହାରି କନିକାଦାନା ଆକାରଗୁଡିକର କାର୍ଯ୍ୟ । ବୃହତ କଣିକା ଦାନାବିଶିଷ୍ଟ ଅବସାଦରେ କୈଶିକତା ଅତ୍ୟନ୍ତ ପ୍ରଭାବୀ ହୋଇନଥାଏ । କିନ୍ତୁ ଅନ୍ୟପକ୍ଷରେ ସୂକ୍ଷ୍ମ ଅବସାଦ ମଧ୍ୟରେ ଜଳ 3 ମିଟର ପର୍ଯ୍ୟନ୍ତ ଊର୍ଦ୍ଧ୍ଵ ଉଠିପାରେ ।

ଶୁଷ୍କ ରୁକ୍ଷ ଅଞ୍ଚଳରେ ବହୁ ଗଭୀରତା ପର୍ଯ୍ୟନ୍ତ ପ୍ରବେଶ କରୁଥିବା କେତେକ ବୃକ୍ଷର ମୂଳଗୁଡିକ କୈଶିକ ସୀମାଯୁକ୍ତ ମଣ୍ଡଳ ଯାଏଁ କିମ୍ବା ତାଠୁଁ ତଳକୁ ଭେଦ କରିଥାଏ । ସେଗୁଡିକ ମୃତ୍ତିକା ଜଳ ବ୍ୟବହାର କରିନଥାନ୍ତି , ଯାହାକି କୌଣସି ପ୍ରକାରେ ଅତ୍ୟନ୍ତ ସୀମିତ । ଫ୍ରୋଟୋଫାଇଟସ କୁହାଯାଉଥିବା ଏହି ବୃକ୍ଷଗୁଡିକ କୈଶିକ ସୀମାଯୁକ୍ତ ମଣ୍ଡଳ ଗଭୀର ହୋଇନଥିବା ସ୍ଥଳେ ନାଳପଥଗୁଡିକର ପାର୍ଶ୍ଵରେ ବଢିଥାନ୍ତି, ତଦ୍ଵାରା ପୃଷ୍ଠ ନିକଟରେ ଭୂତଳଜଳର ସୂଚନା ଦେଇଥାନ୍ତି । ଭରତରେ ଅର୍ଦ୍ଧଶୁଷ୍କ ଅଞ୍ଚଳରେ ଅତି ସାଧାରଣ ଭାବରେ ଦେଖାଯାଉଥିବା ଫ୍ରିଟୋଫାଇଟ ହେଉଛି ତାଳଜାତୀୟ ବୃକ୍ଷ ଜଳଛାୟା କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ଏହି ବୃକ୍ଷଗୁଡିକର ଘନତ୍ଵ ଲିପିବଦ୍ଧ କରିବା ତତ୍ପର୍ଯ୍ୟ , କାରଣ ଅଧିକାଂଶ ଫ୍ରିଟୋଫାଇଟିସ ଅତି କମ ଲାଭକରି ହେବା ସଙ୍ଗେ ସଙ୍ଗେ ବିପୁଳ ପରିମାଣର ଜଳ ଶୋଷଣ କରି ଉକ୍ତ ଅଞ୍ଚଳରେ ଜଳସଙ୍କଟର କାରଣ ହୋଇପାରନ୍ତି ।

କୈଶିକ ସୀମାଯୁକ୍ତ ମଣ୍ଡଳର ଠିକ ନିମ୍ନଭାଗରେ ଭୂତଳଜଳ ସ୍ତର ରହିଥାଏ । ଯଦି ଏକାଧିକ ପର୍ଯ୍ୟବେକ୍ଷଣ କୂପ କୈଶିକ ସୀମାଯୁକ୍ତ ମଣ୍ଡଳ ମଧ୍ୟ ଦେଇ ଖନନ କରାଯାଏ , ତେବେ ପ୍ରତ୍ୟେକ କୂପରେ ଜଳର ସ୍ତର ଭୂତଳଜଳ ସ୍ତରର ଉଚ୍ଚତା ଦର୍ଶାଇବ । ସାଧାରଣ ଭାବରେ ଜଳସ୍ତରର ନିମ୍ନରେ ଥିବା ଜଳକୁ ଭୂତଳଜଳ କୁହାଯାଇଥାଏ ।  ତେଣୁ କୌଣସି ଭ୍ରମକୁ ଦୂରେଇବା ପାଇଁ ଏକ ସରଲ ପରିଭାଷା ଉପଯୋଗ କରିବା ଉପାଦେଯ ହେବ, ଭୂତଳଜଳ ହେଉଛି ଭୂନିମ୍ନଭାଗର ଜଳ ଯାହାକି କୂପ ଓ ଏଭଳି ଅନ୍ୟାନ୍ୟ ଜଳକୌଶଳ ଦ୍ଵାରା ବାହାର କରାଯାଇପାରେ  । ଭୂମି ଅନ୍ତର୍ଭୁକ୍ତ ଅନ୍ୟ ସମସ୍ତ ଜଳକୁ ଉପପୃଷ୍ଟିୟ ଜଳ ର ସଂଜ୍ଞା ଦିଆଯାଇପାରେ ଏବଂ ଏହା ପ୍ରତ୍ୟେକ୍ଷ ରୂପେ ଆମର ବ୍ୟବହାର ପାଇଁ ଉପଲ୍ଲବ୍ଧ ହୋଇନଥାଏ  ।

ଭୂତଳଜଳ ମଣ୍ଡଳର ନିମ୍ନଭାଗ ନକ୍ସାଙ୍କିତ କରିବା ଅସମ୍ଭବ, କାରଣ ଏହା ପ୍ରାୟତଃ ଆଗୋଚର ରୂପେ ସେହି ଅଞ୍ଚଳରେ ଆନୁକ୍ରମିକ ହୋଇଥାଏ, ଯେଉଁଠାରେ ଶିଳା ଅନ୍ତର୍ଭୁକ୍ତ ଛିଦ୍ରଗୁଡିକ ଅଧିକରୁ ଅଧିକତର ଭାବରେ ପୃଥକ ହୋଇ ରହିଥାନ୍ତି  । ପ୍ରତ୍ୟେକ ଛିଦ୍ରଗୁଡିକ କିମ୍ବା ଭଣ୍ଡାରଣ ସ୍ଥଳ ଏହି ଗଭୀରତାରେ ହୁଏତ ଅନ୍ତଃସଂଯୁକ୍ତ ନ ହୋଇ ଜଳର ମୁକ୍ତ ସ୍ରୋତକୁ ବାଧା ଦେଇଥାନ୍ତି   ।  ଭୂତଳଜଳ ମଣ୍ଡଳର ନିମ୍ନଭାଗର ବିବିଧତା  ଏହି ତଥ୍ୟ ଦ୍ଵାରା ବୁଝିବାକୁ ହେବ ଯେ, ଆଗ୍ନେୟଶିଳାର ନିମ୍ନମାର୍ଗ ଭୂପୃଷ୍ଠଠାରୁ ମିଟରରେ ଦଶକ ଅଙ୍କବିଶିଷ୍ଟ ଅଥବା ଶତକ ଅଙ୍କବିଶିଷ୍ଟ ମଧ୍ୟରେ ଗଭୀରତା ହୋଇଥିବ, ଅନ୍ୟପକ୍ଷରେ ସ୍ତରୀୟ ଶିଳା ମଧ୍ୟରେ ଏହା ଭୂପୃଷ୍ଠଠାରୁ ସହସ୍ର ଅଙ୍କବିଶିଷ୍ଟ ମିଟର ଗଭୀରତା ରହିଥିବ  । ଭୂତଳଜଳର ବେଧ ସ୍ଥାନୀୟ ଭୂତତ୍ଵ ଶିଳାରେ ଛିଦ୍ର ଓ ଉନ୍ମୁକ୍ତପଥ ର ଉପଲବ୍ଧତା , ପୁନଃଭରଣ ଓ ଜଳର ପୁନଃଭରଣ ବିନ୍ଦୁଠାରୁ ବିସର୍ଜନ ବିନ୍ଦୁ ପର୍ଯ୍ୟନ୍ତ ସଂଚାଳନ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ  ।  ଏହା ସ୍ପଷ୍ଟ ସୂଚନା ଦିଏ ଯେ ଭୂତଳଜଳ ମଣ୍ଡଳ ନିଶ୍ଚିତ ଭାବରେ ଦୁଇଟି ମୌଳିକ ଗୁଣ ଧାରଣ କରିଥିବ, ଯଥା :- ଭଣ୍ଡାରଣ (ସଞ୍ଚାୟନ ଓ ସଂଚାଳନ (ପ୍ରବାହ ) ।  ଏହିସବୁ ଗୁଣଧର ଏହି ଅଧ୍ୟାୟରେ ପରେ ବର୍ଣ୍ଣନା କରାଯିବ ।

ଭୂତଳଜଳ ଭଣ୍ଡାରଣ ଓ ସଂଚାଳନ ମୁଖ୍ୟତଃ ଶିଳାଗୁଡିକର ପ୍ରକୃତି ଓ ଉନ୍ମକ୍ତପଥ ମଧ୍ୟରେ ଥିବା ସଂଯୋଗ ସହ ସଂଶ୍ଳିଷ୍ଟ ଯେଉଁ ସମସ୍ତ ପ୍ରକାରର ଭୂତତ୍ତ୍ଵିକ ପରିବେଶରେ ଜଳ ରହିପାରେ , ତାହାକୁ ଯଥାର୍ଥ ରୂପେ ସଂକ୍ଷେପରେ ପ୍ରକାଶ କରିବା ଅତ୍ୟନ୍ତ କଠିନ, କିନ୍ତୁ ନିମ୍ନ ପ୍ରଦର୍ଶିତ ସୂଚୀ ଶିଳାଗୁଡିକ ମଧ୍ୟରେ ଦେଖାଯାଉଥିବା ଉନ୍ମକ୍ତପଥଗୁଡିକର କେତେକ ନମୁନା ରୂପକ ପ୍ରକାର ଦର୍ଶାଏ ।

  • ଅଦୃଢ ବାଲି ଓ ଗୁଟିକା ଦାନାଗୁଡିକ ମଧ୍ୟରେ ଥିବା ଛିଦ୍ର  ।
  • ଗୋଟିଏ ବାଲୁକାପଥର କିମ୍ବା ଚୂନପଥରର ଦାନାଗୁଡିକ ମଧ୍ୟରେ ଥିବା ଛିଦ୍ର
  • କର୍ଦ୍ଦମପଥରର ଦାନାଗୁଡିକ ମଧ୍ୟରେ ଥିବା ଛିଦ୍ର
  • ରୂପାନ୍ତରିତ ଶିଳା ଓ ଆଗ୍ନେୟଶିଳା ମଧ୍ୟରେ ଥିବା ଉନ୍ମକ୍ତପଥ ଯଥା  : ପତ୍ରାୟଣ ଓ ଯୋଡ   ।
  • ଶୀତଳିକରଣ ଯୋଗୁଁ ବାସାଲଟରେ ଥିବା ଭଞ୍ଜନ ବା ଫାଟ
  • ଚୂନପଥରର ଦ୍ରବଣ ଗର୍ତ୍ତ
  • ବାସାଲାଟର ବାଷ୍ପୀୟ ବୁଦ ବୁଦନ ଗର୍ତ୍ତ ଓ ଲାଭା ନଳୀ
  • ଚୂନ ପଥରରେ ଫାଟ ଓ ଯୋଡ
  • ସଂଚ୍ୟୁତି ମଣ୍ଡଳ ଗୁଡିକରେ ଉନ୍ମକ୍ତପଥ

ଦୁର୍ଭାଗ୍ୟବଶତଃ , ଶିଳା ସମୂହ କଦାପି ସମଜାତୀୟ ହୋଇନଥାନ୍ତି ଏବଂ ପାର୍ଶ୍ଵବର୍ତ୍ତୀ ଶିଳାଗୁଡିକର ପ୍ରକାର ସେଗୁଡିକର ଜଳଧାରଣ କ୍ଷମତା ଅନୁଯାୟୀ ଗୁରୁତ୍ଵପୂର୍ଣ୍ଣ ଭାବରେ ଭିନ୍ନ ଭିନ୍ନ ହୋଇପାରେ    । ତେଣୁ କିପରି ଭାବରେ ପ୍ରତ୍ୟେକ କିସମର ଶିଳା କିମ୍ବା ଅବସାଦ ମଧ୍ୟରେ ଜଳ ଅବସ୍ଥାନ କରିଥାଏ ତାହା ବୁଝିବାକୁ ଭୂତଳଜଳର ଅଧ୍ୟୟନ ନିମନ୍ତେ ଏକ କ୍ରମବଦ୍ଧ ପ୍ରବେସ ମାର୍ଗ ଆବଶ୍ୟକ ହୋଇଥାଏ   ।  ଏହି କରଣରୁ ପ୍ରତ୍ୟେକ ଜଳଛାୟା କାର୍ଯ୍ୟକ୍ରମରେ ଜଳଭୂବିଜ୍ଞାନୀୟ ମାନଚିତ୍ରଣ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଅଟେ   ।

ଜଳଭର

ଆମେ ସାଧାରଣ ଭାବରେ ଦେଖିଥାଉଁ ଯେ କୂପଗୁଡିକ ଜଳ ପୂର୍ଣ୍ଣ ହୋଇଥାଏ   ।  ଆମେ ବେଳେବେଳେ ଦେଖୁଁ ଯେ , ବିଦ୍ଧକୂପ ବା ନଳକୂପ ଉପରେ କୌଣସି ପମ୍ଫ ସହାୟତା ବିନା ମଧ୍ୟ ଜଳ ନିର୍ଗତ ହୋଇଥାଏ    । କୂପ ମଧ୍ୟକୁ ଜଳ କେଉଁଠାରୁ ଆସିଥାଏ  ? କଲଭାର ବା ଜଳବାହୀ ସ୍ତରଗୁଡିକ କୂପମାନଙ୍କୁ ଜଳ ଯୋଗାଇଥାନ୍ତି   ।  ଗୋଟିଏ କଳଭର ହେଉଛି ସଂତୃପ୍ତ ବସ୍ତୁସମୂହ ଯାହା ମିତବାୟୀ ବିନିଯୋଗ ପାଇଁ ପର୍ଯ୍ୟାପ୍ତ ଜଳ ନିଷ୍କାସନର କ୍ଷମତା ରଖେ   ।  ସରଲ ଶବ୍ଦ , କଲଭର ହେଉଛି ଭୂତଳଜଳବାହୀ (ଶିଳା କିମ୍ବା ଶିଳା ବସ୍ତୁ)ସ୍ତର ବା ଭୂତଳଜଳ ଭଣ୍ଡାର   ।

କଳଭର  : ଗୋଟିଏ କଲଭର ହେଉଛି ଶିଳା ପିଣ୍ଡ ବା ଶିଳା ବସ୍ତୁ ଯାହା ମହତ୍ଵପୂର୍ଣ୍ଣ ପରିମାଣର ଜଳ ସଞ୍ଚିତ ରାଖୀ କୂପଗୁଡିକୁ ଜଳ ଯୋଗାଇବାର କ୍ଷମତା ବହନ କରେ   । ଗୋଟିଏ ଭୂତଳଜଳଭଣ୍ଡାର ରୂପେ ଯୋଗ୍ୟ ହେବା ପାଇଁ ଭୂତତ୍ତ୍ଵିକ ସ୍ତର ନିଶ୍ଚିତ ଭାବରେ ଛିଦ୍ରଯୁକ୍ତ ହେବା ସଙ୍ଗେ ସଙ୍ଗେ ଫାଙ୍କ ସ୍ଥାନ ବିଶିଷ୍ଟ   ହୋଇଥିବା ଆବଶ୍ୟକ, ଯେଉଁତିରେ ଜଳ ପୂର୍ଣ୍ଣ ହୋଇ ରହିପାରିବ   ।  ଏହି ଅନ୍ତର୍କଣାଗୁଡିକ ଯଥେଷ୍ଟ ବଡ ହେବ ସହିତ କୂପଗୁଡିକ ବିନିଯୋଗକ୍ଷମ ହାରରେ ଜଳ ସଂଚାଳନ କରିବା ନିମନ୍ତେ ଅନ୍ତଃସଂଯୁକ୍ତ ହୋଇଥିବା ଆବଶ୍ୟକ   ।  ବିଭିନ୍ନ ପ୍ରକାରର ଭୂତଳଜଳଭଣ୍ଡାରଗୁଡିକୁ ବୁଝିବା ନିମନ୍ତେ ଭୂତତ୍ତ୍ଵିକ ସ୍ତରଗୁଡିକୁ ବିଚାର କରିବା ବିଧେୟ , ଯାହା ମାଧ୍ୟମ ଦେଇ ଅତି ସ୍ୱଳ୍ପ ପରିମାଣର ଜଳ ଅତିକ୍ରମ କରିପାରେ ଅଥବା କୌଣସି ଜଳ ଯାଇପାରି ନଥାଏ  ।  ସାଧାରଣଭାବରେ , ଏକ ଫାଙ୍କ ବା କର୍ଦ୍ଦମପଥର ସ୍ତର ପ୍ରାୟତଃ ଅପାରଗମ୍ୟ  ହୋଇଥାଏ , ଯାହାକୁ ମିତଜଳବାହୀସ୍ତର କୁହାଯାଏ   । ଏଭଳି ସ୍ତର ମଧ୍ୟ ରହିଛି , ଯାହା କିଛି ପରିମାଣର ଜଳ ନିଷ୍କାସନ କରିପାର , କିନ୍ତୁ ଏହି ଜଳର ପରିମାଣ ଏତେ କମ ହୋଇଥାଏ ଯେ ତାହା ଆବଶ୍ୟକ ସାଧାରଣ ଚାହିଦାକୁ ମେଣ୍ଟାଇ ପାରିନଥାଏ , ଯାହାକୁ ସ୍ୱଳ୍ପଜଳବାହୀ ସ୍ତର କୁହାଯାଏ ।  ବାସ୍ତବ ପକ୍ଷେ , ସମସ୍ତ ସ୍ତର କିଛି ପରିମାଣର ଜଳ ଉତ୍ପନ୍ନ କରିପାରନ୍ତି, ତେଣୁ ସେଗୁଡିକୁ ଜଳଭର କିମ୍ବା ସ୍ୱଳ୍ପଜଳବାହୀସ୍ତର ରୂପେ ଶ୍ରେଣୀଭୁକ୍ତ କରାଯାଇଥାଏ   । ଏହା ମନେ ରଖିବା ଗୁରୁତ୍ଵପୂର୍ଣ୍ଣ ଯେ ଜଳକ୍ଳିଷ୍ଟ ଅଞ୍ଚଳରେ ସ୍ୱଳ୍ପ ପରିମାଣର ଜଳ ଉତ୍ପନ୍ନ କରିପାରୁଥିବା ଏକ ସ୍ତର ବା ଶିଳା ଜଳଭର କୁହାଯାଇପାରେ , କିନ୍ତୁ ଅନ୍ୟପକ୍ଷରେ ଏକ ଜଳ ପ୍ରଚ୍ଛନ୍ନ ଅଞ୍ଚଳରେ ସେଭଳି ସମାନ ସ୍ତର ଏକ ସ୍ୱଳ୍ପଜଳବାହୀସ୍ତର ରୂପେ ପରିଗଣିତ ହେବ   ।

ମିତଜଳବାହୀସ୍ତର  : ଅତି କମ୍ ପାରଗମ୍ୟତାବିଶିଷ୍ଟ ଏକ ଶିଳା, ଯାହାକି ଭୂତଳଜଳ ଦ୍ଵାରା ଅତ୍ୟନ୍ତ ସଂତୃପ୍ତ ହୋଇଥିଲେ ମଧ୍ୟ ଭୂତଳଜଳ ପ୍ରବାହ ପାଇଁ ପ୍ରାୟତଃ ଅପାରଗମ୍ୟ ହୋଇଥାଏ   । ଏଭଳି ଶିଳାଗୁଡିକ ଭୂତଳଜଳ ପ୍ରବାହର ସୀମା ରୂପେ କାର୍ଯ୍ୟ କରିଥାନ୍ତି ଏବଂ ଶିଳାର ଉଲମ୍ବ ଅନୁକ୍ରମରେ ଅବଦ୍ଧିକାରୀ ସ୍ତର ଗଠନ କରିଥାନ୍ତି   ।

ସ୍ୱଳ୍ପଜଳବାହୀସ୍ତର   : ସ୍ୱଳ୍ପ ପାରଗମ୍ୟତା ସମ୍ପର୍ଣ୍ଣ ଏକ ଶିଳା , କିନ୍ତୁ ଜଳକୁ କିଛି ପରିମାଣରେ ଗତି କରିବାକୁ ଦେଇଥାଏ ଏବଂ ଯେଉଁଥିରେ ପ୍ରବାହର ହାର ପାର୍ଶ୍ଵବର୍ତ୍ତୀ ଜଳଭର ତୁଳନାରେ ଖୁବ କମ ହୋଇଥାଏ   ।

ଜଳଭର ଗୁଡିକ ପ୍ରକାର

ଜଳଭର ବା ଜଳବାହୀ ସ୍ତର ମଧ୍ୟରେ ଦୁଇଟି ସଂପୂର୍ଣ୍ଣ ଭିନ୍ନ ଭିନ୍ନ ଭୌତିକ ଅବସ୍ଥାରେ ଜଳ ଅବସ୍ଥାନ କରିପାରେ   । ସବୁଠାରୁ ସାଧାରଣ ଅବସ୍ଥା ହେଉଛି , ଯେତେବେଳେ ଜଳସ୍ତର ଉପରିଶାୟୀ ରେଗୋଲିଥ ମଧ୍ୟରେ ଥିବା ଫାଙ୍କ ଦେଇ ବାୟୁମଣ୍ଡଳକୁ ପ୍ରକାଶିତ ହୋଇଥାଏ   ।

ଏ ପ୍ରକାରର ଜଳଭର ଏକ ଅନାବଦ୍ଧିତ ଜଳଭର ରୂପେ ବର୍ଣ୍ଣିତ ହୋଇଥାଏ । ଅବଦ୍ଧିତ ଭୂତଳଜଳର ବାୟୁମଣ୍ଡଳ ସହିତ କୌଣସି ସଂଯୋଗ ନଥାଏ , କାରଣ ଜଳଭରଟି ନିଷ୍କାସନ ବିନ୍ଦୁଠାରୁ , ଅର୍ଥାତ ଯେଉଁଠାରେ ଅବସ୍ଥିତ , ଅପରଗମ୍ୟ ଭୂତତ୍ତ୍ଵିକ ସ୍ତରଗୁଡିକ ଦ୍ଵାରା ସୀମାବଦ୍ଧିତ ହୋଇଥାଏ ।  ଅବଦ୍ଧିତ ଜଳଭରଗୁଡିକ ସାଧାରଣ ଭାବରେ ବାୟୁମଣ୍ଡଳୀୟ ଚାପ ଅପେକ୍ଷା ବୃହତ୍ତର ଚାପରେ ରହିଥାନ୍ତି  । ଅବଶ୍ୟ ଗୋଟିଏ ଅବଦ୍ଧିତ ଜଳଭର ହୁଏତ ସ୍ୱଳ୍ପ ଗଭୀରତାରେ (ଏହାର ପୁନଃଭରଣ ଅଞ୍ଚଳ ନିକଟରେ ) ଦେଖାଯାଇପାରେ, ଯେଉଁଠାରେ ସମାନ ଭୂତତ୍ତ୍ଵିକ ସ୍ତର ଅନାବଦ୍ଧିତ ଅବସ୍ଥା ଗଠନ କରିପାରେ ।  ଏହା ମଧ୍ୟ ସମ୍ଭବ ଯେ , ଗୋଟିଏ ଜଳଛାୟାର ତଳମୁଣ୍ଡସ୍ଥିତ ଏକ ଅନାବଦ୍ଧିତ ଜଳଭର ହୁଏତ ଉପରମୁଣ୍ଡର ପାହାଡିଆ ଭାଗରେ ଆବଦ୍ଧିତ ଜଳଭର ଗଠନ କରିପାରେ ।

ଅନାବଦ୍ଧିତ ଜଳଭର  :ଗୋଟିଏ ଜଳଭର, ଯେଉଁଠାରେ ଜଳସ୍ତର ଉପରିଶାୟୀ ବସ୍ତୁ ମଧ୍ୟରେ ଥିବା ଫାଙ୍କ ଦେଇ ବାୟୁମଣ୍ଡଳକୁ ପ୍ରକାଶିତ ହୋଇଥାଏ   ।

ଆବଦ୍ଧିତ ଜଳଭର   : ଗୋଟିଏ ସ୍ତର (ଶିଳା କିମ୍ବା ଶିଳା ସମୂହର )ଯେଉଁତିରେ ଭୂତଳଜଳ ବାୟୁମଣ୍ଡଳଠାରୁ ଏହାର ନିଷ୍କାସନ ବିନ୍ଦୁଠାରେ ଅପରଗମ୍ୟ ଭୂତତ୍ତ୍ଵିକ ସ୍ତର ଦ୍ଵାରା ପୃଥକ ହୋଇଥାଏ   । ସାଧାରଣ ଭାବରେ ଆବଦ୍ଧିତ ଭୂତଳଜଳ ବାୟୁମଣ୍ଡଳୀୟ ଚାପ ଅପେକ୍ଷା ଅଧିକ ଉଚ୍ଚ ଚାପରେ ରହିଥାଏ   ।

ଭୂତଳଜଳ ଆବଶ୍ୟକ ରୂପେ ଶକ୍ତିର ତିନୋଟି ଘଟକ ଧାରଣ କରିଥାଏ , ଯଥା – ଚାପ , ବେଳେ ଓ ଉତଥାନ ମୁଣ୍ଡ  ।  ଏହି ଧାରଣାକୁ ଗୋଟିଏ ପ୍ରତିରୋଧୀବନ୍ଧ ର ପଶ୍ଚାଦଭାଗରେ ସଞ୍ଚିତ ହୋଇଥିବା ଜଳର ଏକ ସରଲ ରେଖାଚିତ୍ରକୁ ବୁଝିବା ପାଇଁ ସହଜ ହେବ   । ଭୂପୃଷ୍ଠ ଭାଗରେ ଜଳ ଆବରୋଧୀବନ୍ଧର ମୂଳଥାଏଉ ଉଚ୍ଚତା ଯୋଗୁଁ ଶକ୍ତି ଧାରଣ କରିଥାଏ   ।  ଅବରୋଧି ବନ୍ଧର ମୂଳଠାରୁ ଥିବା ଜଳ ଏହା ଉପରେ ଥିବା ଜଳସ୍ତମ୍ଭର ଚାପରେ ରହିଥାଏ   । ମଧ୍ୟବର୍ତ୍ତୀ ଭାଗର ଜଳ ଉପର ମୁଣ୍ଡ ସହିତ ଚାପ ଗ୍ରସ୍ତ ହୋଇଥିବା ଯୋଗୁଁ ଶକ୍ତି ବହନ କରିଥାଏ  ।

ଜଳର ସୀମାବଦ୍ଧକରଣ ହେତୁ ଆବଦ୍ଧିତ ଜଳଭାର ପାଇଁ ଚାପ ଶକ୍ତି ବିଶେଷ ରୂପେ ଗୁରୁତ୍ଵପୂର୍ଣ୍ଣ  ।  ଏହି ଚାପ ଖଲାସ ହେବା ପରେ ଜଳ ପ୍ରସାରଣ ହୁଏ ଏବଂ ଗତି କରିଥାଏ   ।  ଏହି କାରଣ ଯୋଗୁଁ କେତେକ ସ୍ତର ଦେଇ ବେଧନ କରାଯିବା ପରେ ଜଳ ପୃଷ୍ଠଭାଗକୁ ତୀବ୍ରବେଗରେ ନିର୍ଗତ ହୁଏ ଏବଂ କୌଣସି ଫମ୍ଫ ପ୍ରୟୋଗ କରାନଯାଇ ମଧ୍ୟ ପ୍ରଭାବିତ ହୋଇଥାଏ   ।

ଅନାବଦ୍ଧିତ ଜଳଭର   : ଯେକୌଣସି ଗଭୀରତାରେ ଏକ ଅନାବଦ୍ଧିତ ଜଳଭର ଅନ୍ତର୍ଭୁକ୍ତ ଜଳ ଉପରିଶାୟୀ ଜଳର ଚାପ ତଥା ବାୟୁମଣ୍ଡଳୀୟ ଚାପର ବଶବର୍ତ୍ତୀ ହୋଇ ରହିଥାଏ ।  ଯେତେବେଳେ ଏକ କୂପ ମଧ୍ୟରେ ଫମ୍ଫ ଚାଲୁ କରାଯାଏ, ସେତେବେଳେ କୂପ ଭିତରର ଜଳପୃଷ୍ଠ ଓ ଜଳଭର ଚତୁଃପାର୍ଶ୍ଵ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ଉଚ୍ଚତାର ପାର୍ଥକ୍ୟ ସୃଷ୍ଟି ହୋଇଥାଏ  ।  ଏହାର ଅର୍ଥ ହେଉଛି ଜଳଭର ଉତଥାନ ମୁଣ୍ଡ କୂପ ଭିତରର ଜଳପୃଷ୍ଠରେଖାଠାରୁ ବୃହତ୍ତମ  ।  ଉତଥାନ ମୁଣ୍ଡର ଭିନ୍ନ ଜଳକୁ ଜଳଭରରୁ କୂପ ପ୍ରବାହିତ ହେବାକୁ ବାଧ୍ୟ କରିଥାଏ  ।  ସାଧାରଣା ଭାବରେ, ଏହି ଉଚ୍ଚତାର ଭିନ୍ନତାରେ ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ପ୍ରବାହର ହେବାକୁ ବାଧ୍ୟ କରିଥାଏ । ସାଧାରଣ ଭାବରେ , ଏହି ଉଚ୍ଚତାର ଭିନ୍ନତାରେ ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ପ୍ରବାହର ହାରରେ ମଧ୍ୟ ବୃଦ୍ଧି ଘଟିଥାଏ  ।

କେତେକ ସ୍ଥାନରେ ଭୂତତ୍ତ୍ଵିକ ଗଠନ ଏଭଳି ହୋଇପାରେ ଯେ , ଆଞ୍ଚଳିକ ଜଳସ୍ତର ଉପରେ କୌଣସି ସମତଳରେ ସ୍ଥାନାନ୍ତରଣ ସଂତୃପ୍ତି ମଣ୍ଡଳ ରହିପାରେ ।  ଏଭଳି ପରିସ୍ଥିତି ସେତେବେଳେ ଘଟିପାରେ ଯେତେବେଳେ ଅଧିଭୌମ୍ୟ ଜଳ ଏକ ଅଭେଦ୍ୟ ସ୍ତର କିମ୍ବା ପରସ୍ତ ନିମ୍ନଗାମୀ ଜଳ ଅନ୍ତଃଶ୍ରବଣକୁ ବାଧା ଦେଇଥାଏ ଏବଂ ସେଥିରୁ କିଛି ପରିମାଣରେ ଉକ୍ତ ସ୍ତର ଉପରେ ଏକତ୍ରିତ କରିବାର କାରଣ ହୋଇଥାଏ । ଏହି ଦଶାରେ ଭୂତଳଜଳର ଉପର ପୃଷ୍ଠକୁ ଉଦ୍ଧସ୍ଥ ଜଳସ୍ତର କୁହାଯାଏ । ଉପପୃଷ୍ଠ ସ୍ତର ଅନ୍ତର୍ଭୁକ୍ତ ସ୍ଥାନୀୟ ସଂତୃପ୍ତ ଭାଗକୁ ଉପରିସ୍ଥ ବା ଉର୍ଦ୍ଧସ୍ଥ ଜଳଭର କୁହାଯାଏ ।  ସାଧାରଣ ଭାବରେ , ଯେଉଁଠାରେ ଗେରେଡାଖଣ୍ଡଗୁଡିକର ନିକ୍ଷେପ ଭଳି ବଡ ଦାନାବିଶିଷ୍ଟ ଅବସାଦର ମୋଟା ଅନୁକ୍ରମ ମଧ୍ୟରେ କର୍ଦ୍ଦମର ଲେସନ ରହିଥାଏ, ସେଠାରେ ଉର୍ଦ୍ଧ୍ଵସ୍ଥ ଜଳସ୍ତର ଦେଖାଯାଇଥାଏ   ।

ଉର୍ଦ୍ଧ୍ଵସ୍ଥ ଜଳଭରର ଅନ୍ୟ ସାଧାରଣ ଉଦାହରଣ ରହିଛି ଡେକ୍ୱାନ ବାସାଲଟ ମାଳଭୂମି ଶୀର୍ଷ ଭାଗରେ   । ଏଠାରେ ଆଞ୍ଚଳିକ ଜଳସ୍ତର ନିମ୍ନାଞ୍ଚଳଗୁଡିକରେ ରହିଥିବାବେଳେ ଉର୍ଦ୍ଧ୍ଵସ୍ଥ ଜଳଭର ଆଞ୍ଚଳିକ ଜଳସ୍ତରର ଶତାଧିକ ମିଟର ଉପରେ ରହିଛି  । ଏଭଳି ଉର୍ଦ୍ଧ୍ଵସ୍ଥ ଜଳଭର ଉକ୍ତ ଅଞ୍ଚଳରେ ଥିବା ଐତିହାସିକ ଦୁର୍ଗ ଗୁଡିକ ପାଇଁ ଜଳ ଉତ୍ସ ରୂପେ କାର୍ଯ୍ୟ କରିଛି ।

ଅନାବଦ୍ଧିତ ପରିସ୍ଥିତି ମଧ୍ୟରେ ଜଳଭର ଭଣ୍ଡରଣର ପରିବର୍ତ୍ତନ ଅନୁଯାୟୀ ଜଳସ୍ତରକୁ ଉଠିବା ଓ ନିମ୍ନକୁ ଖସିବା ପାଇଁ ମୁକ୍ତ ହୋଇଥାଏ । ଅନାବୃଷ୍ଟି କାଳରେ, ଯେହେତୁ ଝରଣା, ନାଳ ଓ କୂପ କୁ ବହିଃପ୍ରବାହର ଭୂତଳଜଳ ଭଣ୍ଡାରେ ଜଳର ପରିମାଣକୁ ହ୍ରାସ କରିଥାଏ , ତେଣୁ ଜଳସ୍ତର ପ୍ରାୟ 2 ରୁ 5 ମିଟର ପର୍ଯ୍ୟନ୍ତ ବା ତଦୁର୍ଦ୍ଧ୍ଵ  ନିମ୍ନକୁ ଖସିଆସିଥାଏ ।  ଯେତେବେଳେ ପୁନର୍ବାର ବୃଷ୍ଟିପାଟ ଆରମ୍ଭ ହୁଏ , ସେତେବେଳେ ଜଳଭର ସ୍ଵାଭାବିକ ଭାବରେ ଶୀଘ୍ର ପୁନଃ ପୂର୍ଣ୍ଣ ହୋଇଯାଏ ।  ଯଦି ବୃଷ୍ଟିପାତ  ଅଧିକ ସମୟ ପର୍ଯ୍ୟନ୍ତ ଅବ୍ୟାହତ ରହେ, ତେବେ ଭୂତଳଜଳ ପୃଷ୍ଠରେଖା ଅସ୍ଵାଭାବିକ ଭାବରେ ନିକଟସ୍ଥ ଝରଣା ଓ ନାଳଗୁଡିକୁ ଉଚ୍ଚ ନିଃସରଣ କରିଥାଏ । ଯେଉଁଠାରେ ପ୍ରାକୃତିକ ହ୍ରଦ ଭୂତଳଜଳର ଦ୍ଵାରା ପରିପୋଷଣ ହୋଇଥାଏ , ସେଠାରେ ହ୍ରଦର ଜଳସ୍ତରରେ ବୃଦ୍ଧିର କରଣ ହୋଇପାରେ ।

ଗୋଟିଏ ଅନାବଦ୍ଧିତ ଜଳଭର ମଧ୍ୟରୁ ଜଳ ନିଷ୍କାସନ କରିବା ସହଜ କଳ୍ପନା ସାପେକ୍ଷ  । ଜଳ ସରଲଭାବେ ଶିଳାବସ୍ତୁ ମଧ୍ୟରେ ଥିବା ଉନ୍ମୋକ୍ତପଥ ଦେଇ ନିଷ୍କାସିତ ହୋଇଥାଏ ଏବଂ ସେଠାରେ ଏହା ଅଭିକର୍ଷ ପ୍ରଭାବ ଦ୍ଵାରା ସଞ୍ଚିତ ହୋଇ ରହିଥାଏ  । ଏହି ଛିଦ୍ର ଦେଇ ନିଷ୍କାସିତ ହୋଇଥିବା ଜଳର ଆୟତନ ବ୍ୟାବହାରିକ ରୂପେ ନିର୍ଗମ ଛିଦ୍ରଗୁଡିକର ଆୟତନ ସହିତ ସମାନ ହୋଇଥାଏ । ଛିଦ୍ରଗୁଡିକ ମଧ୍ୟରେ ଆଣବିକ ବଳ ଯୋଗୁଁ କିଛି ପରିମାଣର ଜଳ ଧାରଣ ହୋଇ ବହିଯାଇଥାଏ ।

ଆବଦ୍ଧିତ ଜଳଭର  : ଯେତେବେଳେ ଗୋଟିଏ ଆବଦ୍ଧିତ ମଧ୍ୟକୁ ଉପରିଶାୟୀ ଅପ୍ରବେଶ୍ୟ ସ୍ତର ଦେଇ ଏକ କୂପ ବେଧନ କରାଯାଏ   ।  ସେତେବଳେ କୂପ ମଧ୍ୟରେ ଜଳଭରର ଶୀର୍ଷ ଭାଗର କିଛି ଉପର ପର୍ଯ୍ୟନ୍ତ ଜଳ ଉଠିଯାଇଥାଏ   । କୂପଅନ୍ତର୍ଗତ ଜଳପୃଷ୍ଠରେଖା ଜଳଭାରର ଶୀର୍ଷ ଭାଗ ଉପରେ ଥିବା ଆବଦ୍ଧିତ ଚାପର ପ୍ରତିନିଧିତ୍ଵ କରିଥାଏ । ଅବଦ୍ଧିତ ଚାପକୁ କୂପ ଅନ୍ତର୍ଭୁକ୍ତ ଜଳପୃଷ୍ଠରେଖା ଓ ଜଳଭର ର ଶୀର୍ଷ ଭାଗ ମଧ୍ୟରେ ଥିବା ଉଲମ୍ବ ଦୁରତ୍ଵକୁ ବୁଝାଏ ।  ଏହା ଉଦସ୍ଥାଇତିକ ମୁଣ୍ଡ ସହିତ ସମାନ, ଯାହାକୁ ମିଟର ରୂପେ ପ୍ରକାଶ କରାଯାଇଥାଏ   ।

ଗୋଟିଏ ଆବଦ୍ଧିତ ଜଳଭରରେ କୂପରୁ ନିଷ୍କାସିତ ହୋଇ ଯେଉଁ ଉଚ୍ଚତାକୁ ଜଳ ଉଠିଥାଏ ତାହାକୁ ଅନ୍ତର୍ନିହିତ ଜଳପୃଷ୍ଠରେଖା କୁହାଯାଏ ।  ଆବାଧିତ ପରିସ୍ଥିତିରେ ଅନ୍ତର୍ନିହିତ ପୃଷ୍ଠଭାଗ ହେଉଛି ଏକ କାଳ୍ପନିକ ପୃଷ୍ଠଭାଗ, ଯାହାକି ସମଗ୍ର ଆବଦ୍ଧିତ ଜଳଭର ମଧ୍ୟରେ ଆବଦ୍ଧିତ ଚାପ ର ପ୍ରତିନିଧିତ୍ଵ କରିଥାଏ । କାଳ୍ପନିକ ପୃଷ୍ଠଭାଗ ଏକ ପ୍ରକୃତ ଜଳପୃଷ୍ଠର ଅନୁରୂପ ଅଟେ ଏବଂ ଏକ ଅନାବଦ୍ଧିତ ଜଳଭର ମଧ୍ୟରେ ଥିବା ଜଳସ୍ତର ସହିତ ପ୍ରାୟତଃ ସମାନ ହୋଇଥାଏ ।

ଗୋଟିଏ ଆବଦ୍ଧିତ ଜଳଭର ଅନ୍ତର୍ଗତ ଉଦସ୍ଥତିକ ଚାପ ବେଳେ ବେଳେ କୂପ ଜଳକୁ କୂପର ବାହାରକୁ ଏପରି ଭାବରେ ଅତି ଉଚ୍ଚକୁ ନିର୍ଗତ କରିପାରେ ଯେ ଭୂମିର ପୃଷ୍ଠଭାଗ ଉପରକୁ ମଧ୍ୟ ଜଳ ପହଞ୍ଚି  ଯାଇହାଏ  ।  ଏଭଳିକୁପକୁ  ସ୍ରୋତୀୟ କୂପ କୁହାଯାଏ   ।  ପୂର୍ବରୁ ଏହି କୂପଗୁଡିକ ପ୍ରସବଣ  କୂପ ରଖାଯାଇଥିଲା । ଅଥଚ ଏବେ ଆବଦ୍ଧିତ ଜଳଭରକୁ ଏକ ଉତ୍ସ ରୂପେ ଏବଂ ପ୍ରସରବନକୂପକୁ ସରଲଭାବରେ ଆବାଧିତ ଜଳଭରକୁ ନିଷ୍କାସିତ କରୁଥିବା କୂପକୁ ବୁଝାଇଥାଏ । ଜଳର ସ୍ଥିର ପୃଷ୍ଠରେଖା ଏହି ପରିସ୍ଥିତିରେ ପ୍ରକୃତ ପକ୍ଷେ ଭୂମି ପୃଷ୍ଠରେଖାଠାରୁ ଊର୍ଦ୍ଧ୍ଵରେ ଥାଏ ।  ଯଦି ବିଦ୍ଧକୂପ ବା ନାଳକୂପର ଆବରକ ନାଲି ଭୂମିର ଯଥେଷ୍ଟ ଉପର ଭୂମି ପର୍ଯ୍ୟନ୍ତ ଉଠାଇ ରଖାଯାଇଥାଏ ତେବେ ଏହା ମାପ କରାଯାଇପାରିବ ।  ଭୂମିର ପୃଷ୍ଠରେଖା ନିକଟରେ କୂପକୁ ଆବରଣର ଏବଂ ତାପରେ ଭିତରୁ ବନ୍ଦକରିହେଉଥିବା ମୁଣ୍ଡକୁ ଏକ ଚାପ ପ୍ରମାପ ସାହାଯ୍ୟରେ ମାପ କରାଯାଇ ଉଦସାଇତିକ ମୁଣ୍ଡନିର୍ଦ୍ଧାରଣ କରାଯାଇପାରେ । ପ୍ରତି 1 ପିଏସଆଇ ମାପ କରାଯାଉଥିବା ଚାପ କ୍ଷେତ୍ରରେ ଜଳ ଆପାତତହ ୦.୭ ମିଟର ପର୍ଯ୍ୟନ୍ତ ପ୍ରମାଣ ଉପରକୁ ଉଠିବ ।

ଗୋଟିଏ ଆବଦ୍ଧିତ ଅନ୍ତର୍ନିହିତ ପୃଷ୍ଠଭାଗ ଜଳଭରର ଭଣ୍ଡାରରେ ପରିବର୍ତ୍ତନ ପ୍ରତିବେଦନ ଅନୁଯାୟୀ ଠିକ ଏକ ଅନାବଦ୍ଧିତ ଜଳଭାର ମଧ୍ୟରେ ଜଳସ୍ତର ଭଳି ଊର୍ଦ୍ଧ୍ଵଗାମୀ ଓ ନିମ୍ନଗାମୀ ହେବାକୁ ମୁକ୍ତ ହୋଇଥାଏ । ଯେତେବେଳେ ଏକ ଆବଦ୍ଧିତ ଜଳଭାରକୁ ଭେଦ କରିଥିବା କୂପ ଜଳକୁ ଫମ୍ଫ ଦ୍ଵାରା ନିଷ୍କାସିତ କରାଯାଏ ସେତେବେଳେ ଆଭ୍ୟନ୍ତରିଣ ଛିଦ୍ରର ଚାପ ହ୍ରାସ ପାଏ ଏବଂ ଉପରିଶାୟୀ ଅବସାଦ ଜଳଭରକୁ ସଙ୍କୁଚିତ କରିଥାଏ । କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ନିଷ୍କାସିତ ଜଳର ପୃଷ୍ଠରେଖା ଜଳଭରର ଶୀର୍ଷଠାରୁ ଉପରେ ରହିଥାଏ ସେତେବେଳ ଯାଏଁ ଶିଳାର ଛିଦ୍ରଗୁଡିକ ସଂତୃପ୍ତ ରହିଥାଏ   ।

ଆବନ୍ଧିତ ଜଳଭରରୁ ଜଳ ନିଷ୍କାସନର ଭୌତିକ ସ୍ଥିତି ଅନାବଦ୍ଧିତ ଜଳଭାର ତୁଳନାରେ ଆପେଖିତ ରୂପେ ଅଧିକ ଜଟିଳ   ।  କାରଣ ଏକ ଆବଦ୍ଧିତ ଜଳଭାର ଭିତରକୁ ଖନନ କରାଯାଇଥିବା କୂପରୁ ଜଳଉତ୍ସର ଅଧିକତର ଭାଗ   :

  • ଜଳଭାରରୁ କୂପ ଆଡକୁ ଜଳର ଗତି
  • ଉପରିଶାୟୀ ଶିଳାସ୍ତରଗୁଡିକ ଓଜନ ଯୋଗୁଁ ଜଳଭରରୁ ସଂହନନ ଦ୍ଵାରା ଜଳର ବାଧ୍ୟତାପୂର୍ବକ ନିର୍ଗମନ   ।
  • ଜଳଭରରୁ ଚାପ ଖଲାସ ହେବା ଯୋଗୁଁ ଜଳର ସ୍ଵୟଂ  ବିସ୍ତାର ଏବଂ   ।
  • ସଂହନନ ଦ୍ଵାରା ପାର୍ଶ୍ଵବର୍ତ୍ତୀ ମିତଜଳବାହୀସ୍ତରରୁ ଜଳର ବାଧ୍ୟତାପୂର୍ବକ ନିର୍ଗମନ

ଏହା ସ୍ପଷ୍ଟ ଯେ , ଅନାବଦ୍ଧିତ ଓ ଆବଦ୍ଧିତ ଜଳଭାରଗୁଡିକ ଜଳଶକ୍ତିଚାଳିତ ବ୍ୟବହାର ଅସମାନ । ତେଣୁ ଗୋଟିଏ ଜଳଛାଯା ମଧ୍ୟରେ ପ୍ରାଥମିକ ଜଳଭୂବିଜ୍ଞାନୀୟ ଅନୁସନ୍ଧାନ କାଳରେ ଜଳଭରର ଚରିତ୍ର ଚିହ୍ନିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ   ।

ସ୍ରବଣଶୀଳ ଜଳଭାର

ଉପରିଶାୟୀ ଓ ଆଧାରୀ ସ୍ତରଶଯ୍ୟାଗୁଡିକ ଆପେକ୍ଷିତ ଭାବରେ ଜଳର ପ୍ରବାହ ପାଇଁ ଅଭେଦ୍ୟ ହୋଇଥିବା କାରଣରୁ ଆବଦ୍ଧିତ ଜଳଭର ଅବସ୍ଥାନ କରିଥାଏ ।  ଏହି ଆଭେଦ୍ୟ ଚରିତ୍ର ଭୂତତ୍ତ୍ଵିକ ସଂରଞ୍ଚନା ଅନୁଯାୟୀ ଭିନ୍ନ ହୋଇଥାଏ ।  ବେଳେ ବେଳେ ଏକ ଜଳବାହୀ ସ୍ତର ହୁଏତ ଗୋଟିଏ ସ୍ୱଳ୍ପଜଳବାହୀ ସ୍ତର ର ଉପରେ ଅଥବା ନିମ୍ନରେ ଅବସ୍ଥାର କରିପାରେ, ଯିଏ ଜଳଭାରର ଉଦସୈତିକ ମୁଣ୍ଡ ଉପରେ ନିର୍ଭର କରି ଜଳର ମନ୍ଥର ଗତିରେ ଉପରକୁ ଜଳଭାର ବାହାରରେ କିମ୍ବା ନିମ୍ନକୁ ଜଳଭାର ମଧ୍ୟକୁ ଯିବାକୁ ସୁଯୋଗ ଦେଇଥାଏ ।  ବେଳେବେଳେ ସ୍ୱଳ୍ପଜଳବାହୀ ସ୍ତର ଜଳଭାରର ନିମ୍ନଭାଗରେ ରହିଥାଏ ଏବଂ ସେତେବେଳେ ଜଳଭାର ମଧ୍ୟରୁ ଜଳ ନିମ୍ନ ଭାଗର ଶିଳାକୁ ଯାଇଥାଏ ଅଥବା ନିମ୍ନଭାଗର ଶିଳାକୁ ଆସି ତନ୍ମଧ୍ୟରେ ମିଶିଥାଏ । ଏହି ପରିଘଟନା ପରିପାର୍ଶ୍ଵ ସ୍ତରରୁ ଜଳ ଗ୍ରହଣ ଅଥବା ପରିପାର୍ଶ୍ଵ ସ୍ତର ମଧ୍ୟକୁ ଜଳ ନିଷ୍କାସନ କରୁଥିବା ଆବଦ୍ଧିତ ଜଳଭାରର ଏକ ସ୍ଵତନ୍ତ୍ର ସ୍ଥିତି ବର୍ଣ୍ଣନା କରିଥାଏ । ଏଭଳି ଜଳଭାରକୁ ଶ୍ରବଣସିଲ ଆବାଧିତ ଜଳଭାର ସରଲ ଭାବେ ଶ୍ରବଣସୀଳ ଜଳଭର କୁହାଯାଏ   ।

ଜଳଭାରଗୁଡିକରୁ ଜଳ ନିଷ୍କାସନ ପାଇଁ ଉପଯୋଗ କରାଯାଉଥିବା ସାଧାରଣ ପ୍ରକାରର କୂପ  :

ଏ ଯାବତ ଆମେ ବିଭିନ୍ନ ପ୍ରକାରର ଜଳଭରଗୁଡିକୁ ଅଧ୍ୟୟନ କଲେ ଯେଉଁଗୁଡିକ ଗୋଟିଏ ଜଳଛାୟା ମଧ୍ୟରେ ଥାଇ ପାରନ୍ତି   ।  ବର୍ତ୍ତମାନ ଜଳଭରରୁ ଜଳ ନିଷ୍କାସନର ସାଧାରଣ ପଦ୍ଧତିଗୁଡିକୁ କନିକା ଉପଯୋଗୀ ହେବ   । ଆମେ ସଭିଏଁ କୌଣସି କୌଣସି ସମୟରେ ଏକ କୂପ ବା ଅନେକ   କୂପ ଦେଖିଛେ   ।  ଗୋଟିଏ ଜଳକୁପ କୁ ବର୍ଣ୍ଣନା କରିବାକୁ ସବୁଠାରୁ ସରଲ ମାର୍ଗ ହେଉଛି , ଜଳକୁ ଭୂପୃଷ୍ଠଭାଗ ପର୍ଯ୍ୟନ୍ତ ଆଣିବା ନିମନ୍ତେ ସାଧାରଣତଃ ଉଲମ୍ବରେ ଭୂମି ତଳକୁ ଖନନ କରାଯାଇଥିବା ଏକ ଗର୍ତ୍ତ ।  ବେଳେବେଳେ କୂପଗୁଡିକ ଉପପୃଷ୍ଠ ପ୍ରସନ୍ଧାନ ପର୍ଯ୍ୟବେକ୍ଷଣ , କୃତ୍ରିମ ପୁନଃଭରଣ ଏବଂ ବର୍ଜ୍ୟଜଳ ବିକ୍ଷେପଣ ଭଳି ଅନ୍ୟାନ୍ୟ ଉଦ୍ଦେଶ୍ୟଗୁଡିକୁ ତୁଲାଇଥାନ୍ତି ।  କୂପ ନିର୍ମାଣ କରିବା ପାଇଁ ଅନେକଗୁଡିଏ ଉପାୟ ରହିଛି, ତନ୍ମଧ୍ୟରୁ ନିର୍ଦ୍ଧିଷ୍ଟ ଉପାୟ ଚୟନ କରିବା ନିମ୍ନମତେ ନିର୍ଭର କରେ   :-

  • କୂପର ଉଦ୍ଦେଶ୍ୟ
  • ଭୂତତ୍ତ୍ଵିକ ଅବସ୍ଥା
  • ଭୂତଳଜଳର ଗଭୀରତା
  • ଆବଶ୍ୟକ ଜଳର ପରିମାଣ
  • ଆର୍ଥିକ ଘଟକ

ଗୋଟିଏ କୂପ ନିର୍ମିତ ହେବା ପରେ ତାକୁ ସଂପୂର୍ଣ୍ଣ କରାଯିବା ଏବଂ ଅନୁକୁଳତଳ ଉପଯ ନିମନ୍ତେ ତାହା ବିକଶିତ ଓ ପରୀକ୍ଷିତ ହେବା ଆବଶ୍ୟକ । କୂପର ପ୍ରଣାଳୀ ଓ ଅଭିକଳ୍ପର ମନୋନୟନ ଏହି କୂପଗୁଡିକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ବ୍ୟବହାରଯୋଗ୍ୟ ହେବାକୁ ସୁନିଶ୍ଚିତ କରିଥାଏ  । କୂପଗୁଡିକୁ ପ୍ରଦୂଷଣ ରୁ ମୁକ୍ତ ରଖିବା ସହ କାଳକ୍ରମିକ ରକ୍ଷଣାବେକ୍ଷଣା କରାଯିବା ଆବଶ୍ୟକ । ଆନୁଭୂମିକ ରୂପେ ପ୍ରସାରିତ କୂପଗୁଡିକ ମଧ୍ୟ ସ୍ଵତନ୍ତ୍ର ଭୂତଳଜଳ ଅବସ୍ଥା ମଧ୍ୟରେ ନିର୍ମାଣ କରାଯାଏ ।

ଆମ ବର୍ଣ୍ଣନାରେ , ଆମେ ଜଳଛାଯା କାର୍ଯ୍ୟକ୍ରମଗୁଡିକରେ ବ୍ୟବହାର କରାଯାଉଥିବା ଅତି ସାଧାରଣପ୍ରକାରର କୂପଗୁଡିକୁ ବୁଝିବା ପାଇଁ ଚେଷ୍ଟା କରିବା। ଜଳଛାୟା କାର୍ଯ୍ୟକ୍ରମଗୁଡିକରେ ଅତି ସାଧାରଣ ଭାବରେ ପରିଲିଖିତ ହେଉଥିବା କୂପଗୁଡିକ ହେଲା  ।

  • ଖୋଲାକୂପ
  • ନଳ କୂପ
  • ବିଦ୍ଧକୂପ ଓ ବେଧ କୂପ

ଖୋଲାକୂପ

ଖୋଲାକୂପଗୁଡିକ ହୁଏତ ଏ ପର୍ଯ୍ୟନ୍ତ ଭାରତର ଅନେକ ଗ୍ରାମରେ ମୁଖ୍ୟତଃ ଅନାବଦ୍ଧିତ ଜଳଭାରଗୁଡିକରୁ ନିଷ୍କାସନ କରାଯାଉଥିବା ଅତି ସାଧାରଣ ଜଳ ଯୋଗାଣର ଉତ୍ସ ହୋଇ ରହିଛି ।  ଏହି କୂପଗୁଡିକ ପୃଥିବୀର ଅନେକ ଅଞ୍ଚଳରେ ଜଳଯୋଗାଣର ପାରମ୍ପରିକ ଉତ୍ସର ପ୍ରତିନିଧିତ୍ଵ କରନ୍ତି , କାରଣ ପୃଥିବୀର ପ୍ରାୟତଃ ସମସ୍ତ ଭାଗରେ ସେଗୁଡିକ ଅନେକ ଶତାଦ୍ଦୀ ପ୍ରାଚୀନ । ଖୋଲାକୂପ ଗୁଡିକ ଅତି ସ୍ୱଳ୍ପ ଗଭୀରତା ହୋଇ ପାରେ, ସାଧାରଣଭାବରେ ମାତ୍ର କେଇ ମିଟରରୁ ୨୦ ମିଟର ବା ତଦୁଦ୍ଦ୍ୱ ପର୍ଯ୍ୟନ୍ତ ।  ଅବଶ୍ୟ ଭାରତର ଅନେକ ଭାଗରେ ଗଭୀର ଖୋଲାକୂପଗୁଡିକ ମଧ୍ୟ ସାଧାରଣ ଭାବରେ ପରିଲିଖିତ ହୋଇଥାଏ । ଏହି ଖୋଲାକୂପଗୁଡିକର ବ୍ୟାସ ସାଧାରଣତଃ ୧ ରୁ ୧୦ ମିଟର ହୋଇଥାଏ । ଖୋଲାକୂପର ମୌଳିକ ଧାରଣା ହେଉଛି , ଏହା ବିପୁଳ ପରିମାଣର ଜଳ ରଖିପାରୁ ।  ଯେଉଁ ଅଞ୍ଚଳରେ କୂପ ମଧ୍ୟକୁ ଅନ୍ତବର୍ହା ମନ୍ଥର ସେଠାରେ ଏହା ଏକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଘଟକ ହୋଇପରେ, ଯଦିଓ ଜଣକୁ ଦୀର୍ଘ କାଳ ଯାଏଁ କୂପକୁ ଅକର୍ମଣ୍ୟ କରି ରଖିବାକୁ ପଡିପାରେ, ଯେପରିକି କୂପକୁ ପୁନର୍ଜୀବିତ ହେବା ପର୍ଯ୍ୟନ୍ତ ଏବଂ ଦୀର୍ଘ ସମୟଧରି ପୂର୍ଣ୍ଣ ହେବାକୁ ଛାଡି ଦେବାପରେ   ।

ସୁବିବେଚିତ ରୂପେ ବ୍ୟବହାର କରିବା ପାଇଁ   । ଅବଶ୍ୟ , ଅତିରିକ୍ତ ସଞ୍ଚୟର ସୁବିଧା ଉପଲ୍ଲବ୍ଧ ଥିବାସ୍ଥଳେ ବୃହତ୍ତମ ଆୟତନବିଶିଷ୍ଟ ଖୋଲାକୂପ ଏକ ସ୍ୱଳ୍ପ ଗଭୀର ଉତ୍ସରୁ ପ୍ରଚୁର ପରିମାଣରେ ଜଳ ଉତ୍ପାଦନ କରିପାରେ  , ଯଦି କୂପଟି ଜଳ ସ୍ତରଠାରୁ କିଛି ଗଭୀରତା ତଳକୁ ସଂପ୍ରସାରିତ ହୋଇଥାଏ ଏବଂ ନିଷ୍କାସିତ ଜଳଭାର ଅଧିକ ଛିଦ୍ରାଳ ଓ ପାରଗମ୍ୟ ହୋଇଥାଏ   ।

ନଳ କୂପ

ଅଧିକାଂଶ ଖୋଲାକୂପଗୁଡିକୁ ଗଇଁତି ଓ କୋଦାଳ ଭଳି ଖନନର ମୌଳିକ ହାତହତିଆର ଦ୍ଵାରା ଖନନ କରାଯାଇଥାଏ  । ବେଳେବେଳେ ବିସ୍ପୋରକ ମଧ୍ୟ ବ୍ୟବହାର କରାଯାଏ , ବିଶେଷତଃ ଯେତେବଳେ ଶିଳାବସ୍ତୁଗୁଡିକ କଠିନ କିମ୍ବା ହସ୍ତ ଦ୍ଵାରା ଖନନ କରିବା କଷ୍ଟକର ହୋଇଥାଏ   ।  ବର୍ତ୍ତମାନ ଯୁଗରେ ଖୋଳାକୂପ ଖନନ କରିବା ପାଇଁ କେତେକ ନୂତନ କୌଶଳର ବିକାଶ ଘଟିଛି, ଯେଉଁଠିରେ ମୁଖ୍ୟତଃ କ୍ଷୋଦିତ ପଦାର୍ଥକୁ ଭୂମି ଉପର ଯାଏଁ ସ୍ଥାନାନ୍ତରିତ କରିବା ସୁବିଧା ନିମନ୍ତେ ଯନ୍ତ୍ର ଉପଯୋଗ କରାଯାଇଥାଏ  ।  ଆଧୁନିକ ଖୋଲାକୂପଗୁଡିକୁ ପାର୍ଶ୍ଵକାନ୍ଥର କ୍ଷୟ ପ୍ରତିରୋଧ ନିମନ୍ତେ ରୀତିମତ ଇଟା,  ପଥର, କଂକ୍ରିଟ କିମ୍ବା ମେଟାଳ ଦ୍ଵାରା ଆସ୍ତରଣ (ପ୍ରତିବନ୍ଧନ ) ବନ୍ଧା ଯାଇଥାଏ ।

ଖୋଳାକୂପଗୁଡିକ ଗଭୀର ହେବା ଆବଶ୍ୟକ , ଜଳସ୍ତର ଠାରୁ କିଛି ମିଟର ତଳ ପର୍ଯ୍ୟନ୍ତ ଏବଂ ଏଭଳି ଭାବରେ ଅଭିକଳ୍ପିତ ହୋଇଥିବା ଆବଶ୍ୟକ ଯେ, କୂପ ମଧ୍ୟକୁ ଜଳର ଅନୁପ୍ରବେଶ ସୁନିଶ୍ଚିତ କରାଯାଇଥିବ , ଯେପରିକି ବାରବର୍ଷଣ ଗର୍ତ୍ତ ର ଉପାୟ ଆୟୋଜନ ମାଧ୍ୟମରେ ଖୋଲାକୂପଗୁଡିକ ନିଶ୍ଚିତ ଭାବରେ ଫମ୍ଫ ବ୍ୟବସ୍ଥାକୁ ରଖିବା ନିମନ୍ତେ ସୁବିଧାଜନକ ହୋଇଥିବ   ।  ବୃହତ୍ତ ଉନ୍ମୋକ୍ତ ଖୋଲାକୂପଗୁଡିକର ଏକ ଗମ୍ଭୀର ସୀମାବଧାରଣ ଏହି ଯେ , ଏଗୁଡିକ ଭୂପୃଷ୍ଠ ଜଳ , ବାୟୁବାହିତ ପଦାର୍ଥ ଓ ବିଭିନ୍ନ ଦ୍ରବ୍ୟଗୁଡିକର ପଡିବା କିମ୍ବା କୂପ ମଧ୍ୟକୁ ପ୍ରବେଶ ପଥ ପାଇବା ଦ୍ଵାରା ସହଜରେ ପ୍ରଦୂଷିତ ହୋଇଥାନ୍ତି ।

ବିଦ୍ଧକୂପ ବା ବେଧକୂପ

ଗଭୀର ଭୂତଳଜଳ ଉତ୍ସରୁ ଜଳ ନିଷ୍କାସନ କରିବା ନିମନ୍ତେ ଅଧିକାଂଶ କୂପଗୁଡିକ ବେଧନ ଦ୍ଵାରା ନିର୍ମାଣ କରାଯାଇଥାଏ   ।  ଏଥିପାଇଁ ଉପଲ୍ଲବ୍ଧ ଅନେକ ପଦ୍ଧତି ମଧ୍ୟରୁ ଯେକୌଣସି ଗୋଟିଏ କିମ୍ବା ଏକାଧିକ ପଦ୍ଧତିର ମିଶ୍ରଣ ମାଧ୍ୟମରେ ନିର୍ମାଣ ସମ୍ପନ୍ନ କରାଯାଇଥାଏ । ଏହି ପଦ୍ଧତିଗୁଡିକ ହେଲା ଘୂର୍ଣ୍ଣୟ ବେଧନ କେବୁଲ ଟୁଲ ବେଧନ, ଆଘାତୀ ବେଧନ ଇତ୍ୟାଦି।  ପ୍ରତ୍ୟେକ ପଦ୍ଧତିର ନିଜସ୍ୱ ନିର୍ଦ୍ଧିଷ୍ଟ ସୁବିଧା ରହିଛି, ତେଣୁ ବେଧନ ପ୍ରକ୍ରିୟାର ବିବିଧତା ଦ୍ରୁଷ୍ଟିରୁ ଆଜିକାଲି ବେଧନକାରୀଗଣ ଅତି ସୁବିଧାଜଣକ ହସ୍ତଯନ୍ତ୍ରଗୁଡିକୁ ବ୍ୟବହାର କରିଥାନ୍ତି ।

ଭାରତର ଅତି ସାଧାରଣ ପ୍ରକାରର ବେଧିତ କୂପ ହେଉଛି ନଳକୂପ ଓ ବିଦ୍ଧକୂପ । ନଳକୂପଗୁଡିକରେ  ଘୂର୍ଣ୍ଣୟ ବେଧନ ପଦ୍ଧତି ନିଯୋଜନ କରାଯାଏ ଏବଂ ସେଗୁଡିକର ଅଭିକଳ୍ପ ସାମାନ୍ୟ ଜଟିଳ ।  ବେଧିତ କୂପଗୁଡିକ ପ୍ରକୃତପକ୍ଷେ ହସ୍ତଚାଳିତ ଅଥବା ଶକ୍ତିଚାଳିତ  ବେଧନୀଯନ୍ତ୍ର ଦ୍ଵାରା ନିର୍ମାଣ କରାଯାଏ, ଯେଉଁଠାରେ ଜଳସ୍ତର ଅଗଭୀର ହୋଇଥାଏ । ଅବଶ୍ୟ ଆଜିକାଲି ବିଦ୍ଧକୂପଗୁଡିକକୁ ଗର୍ତ୍ତନିମ୍ନକୁ ହାତୁଡି ପ୍ରହାର ପଦ୍ଧତି ଅନୁସରଣ ଦ୍ଵାରା ବେଧନ କରାଯାଇଥିବା ସୂଚନା ମିଳେ, ବିଶେଷତଃ ଭାରତର କଠିନ ଶିଳାଞ୍ଚଳଗୁଡିକରେ   ।

ବେଧିତ କୂପଗୁଡିକ ପାଇଁ ଆଘାତୀ, ଜଳଶକ୍ତିଚାଳିତ ଘୂର୍ଣ୍ଣୟ କିମ୍ବା ଘୂର୍ଣ୍ଣୟ ଆଘାତୀ ବାତୀୟ ବେଧନ ପଦ୍ଧତି ନିୟୋଜନ କରାଯାଇଥାଏ ।  ବେଳେବେଳେ କ୍ରୋଡ ବେଧନ ମଧ୍ୟ ବ୍ୟବହାର କରାଯାଇଥାଏ, କିନ୍ତୁ କେବଳ ଅସାଧାରଣ ପରିସ୍ଥିତିରେ ଯେଉଁଠାରେ ଖୋଦିତ ପଦାର୍ଥର କ୍ରୋଡ ନମୁନାର ଆବଶ୍ୟକତା ପଡିଥାଏ । ଏବେ ଆମେ ଏହି ପଦ୍ଧତିଗୁଡିକ କଣ ତାହା ନିମ୍ନପ୍ରଦର୍ଶିତ ସାରଣୀରେ ସଂକ୍ଷେପରେ ଜାଣିବା   ।

ଆଘାତି (କେବୁଲ ଟୁଲ) ବେଧନ

ଜଳଶକ୍ତିଚାଳିତ ଘୂର୍ଣ୍ଣୀୟ ବେଧନ

ଘୂର୍ଣ୍ଣୀୟ – ଆଘାତୀ ବାତିୟ ବେଧନ

କ୍ରୋଡ ବେଧନ

କେବୁଲଠାରୁ ଝୁଲା ଯାଇଥିବା ଏକ ତାରର ସରଞ୍ଜାମରେ ଗୋଟିଏ ତିଖ୍ନପାର୍ଶ୍ଵବିଶିଷ୍ଟ ଓଜନିଆ ବେଧନ ବିଟକୁ ଉପରକୁ ଉଠାଇ ଓ ତଳକୁ ପକାଇ ବେଧନ କାର୍ଯ୍ୟ କରାଯାଇଥାଏ । ହାତୁଡି ମାରିବା ପ୍ରକ୍ରିୟା (ଆଘାତୀ ପ୍ରକ୍ରିୟା) କଠିନ ଶିଳା ସ୍ତରକୁ ମଧ୍ୟ ହୁଗୁଳା କରିଦେଇଥାଏ । କିନ୍ତୁ ଏହି ପଦ୍ଧତି ସାଧାରଣତଃ ଅଦୃଢୀଭୁତ ସ୍ତର ଯେଉଁଥିରେ ବୋଲଡର ଓ ବଡ ବଡ ପଥର ଖଣ୍ଡଗୁଡିକ ରହିଥିବା ସ୍ଥାନରେ ବ୍ୟବହାର କରାଯାଏ ।  ଏହି ପଦ୍ଧତି ଦ୍ଵାରା ୧.୫ ମିଟର ବ୍ୟାସ ବିଶିଷ୍ଟ ଗର୍ତ୍ତ ମଧ୍ୟ ବେଧିତ କରାଯାଇପାରେ ।  ଅସଂଲଗ୍ନିତ ପଦାର୍ଥ ବା ଖଣ୍ଡଗୁଡିକୁ ଭୂମି ଉପରକୁ ଥୋପ (ନିମ୍ନ ଭାଗରେ ଗୋଟିଏ ଉପରକୁ ବୁଲି ପଡିଥିବା ଆବରକ କପାଟ ସହିତ ଏକ ଫାମ୍ଫ ପାଇପ )କିମ୍ବା ଏକ ବାଲି ଉଠା ଫମ୍ଫ ସାହାଯ୍ୟରେ ଉଠାଯାଇଥାଏ   ।

ଏହି ପଦ୍ଧତି ଅତ୍ୟନ୍ତ ବ୍ୟାପକ ଭାବରେ ବ୍ୟବହାର କରାଯାଉଥିବା ଉଚ୍ଚ କ୍ଷମତାସମ୍ପର୍ଣ୍ଣ ଗଭୀର କୂପ ବେଧନ ପଦ୍ଧତି (୭୫୦ ମିଟର କିମ୍ବା ତଦୁର୍ଦ୍ଧ୍ଵ)ଅଟେ ।  ଏହି ବେଧନରେ ଗୋଟିଏ ଖନନଯନ୍ତ୍ର ଦ୍ଵାରା ଶିଳାସ୍ତରକୁ ଘୂର୍ଣ୍ଣନ ପ୍ରକ୍ରିୟା ଦ୍ଵାରା କର୍ତ୍ତନ କରାଯାଏ ଏବଂ ପଙ୍କ ମନ୍ଦ ଏକା ସମୟରେ ଗର୍ତ୍ତ ମଧ୍ୟ ଦେଇ ଘୂର୍ଣ୍ଣନ କରି କଟାଜାଇଥିବା ପଦାର୍ଥଗୁଡିକୁ ଉପରକୁ ଆଣିଥାଏ । ଏହି ପଙ୍କମଣ୍ଡ ଏକ ଲେପ ସଦୃଶ ଗର୍ତ୍ତ ପାର୍ଶ୍ଵରେ ଲାଗିରହି ଗର୍ତ୍ତକୁ କ୍ଷୟରୁ ପ୍ରତିରୋଧ କରେ ଏବଂ ବେଧନ କାଳରେ ଗର୍ତ୍ତ ଭିତରକୁ ଜଳର ପ୍ରବେଶ ମଧ୍ୟ ଅବରୋଧ କରିଥାଏ

ଗତ ଦୁଇଦଶନ୍ଧି ହେବ କଠିନ ଶିଳାକୁ ବେଧନ କରିବା ପାଇଁ ସଂଚାପୀତ ବାୟୁ ବ୍ୟବହାର କରାଯାଇ ଗୋଟିଏ ଗର୍ତ୍ତର ନିମ୍ନ ଶଯ୍ୟାଭାଗକୁ ହାତୁଡି ପ୍ରହାର ପଦ୍ଧତି ପ୍ରୟୋଗ କରାଯାଉଛି ।  ବାୟୁଚାଲିତୁ ହାତୁଡିଟି କ୍ରମାଗତ ଭାଗରେ କଠିନ ଶିଳା ଉପରେ ବେଧନ ବିତର ପ୍ରଭାବ ପକାଇ ଭାଙ୍ଗି ଦେଇଥାଏ ।  ଏହି ଗର୍ତ୍ତ ଉପରିଭାଗରେ ସାଧାରଣତହ ୧୫ ରୁ 20 ସେମି ଓ କଠିନ ଶିଳା ମଧ୍ୟରେ ୧୦ ରୁ ୧୫ ସେମି  ବ୍ୟାସ ବିଶିଷ୍ଟ ହୋଇଥାଏ ।  ଏହା ୩୦୦ ମି ପର୍ଯ୍ୟନ୍ତ ବେଧନ କରିପାରେ । ବେଧନ କରିପାରେ । ବେଧନ କାଳରେ ବାୟୁର ପରିସଂଚରଣ କଟିଥିବା ଶିଳା ପଦାର୍ଥଗୁଡିକ ଭୂମି ଉପରକୁ ଆଣିଥାଏ ।

ଏହା ମୌଳିକ ରୂପେ ଏକ ଘୂର୍ଣ୍ଣୀୟ ବେଧନ ଅଟେ । ଏହା ଶିଳାକୁ ଏକ ବୃତ୍ତିୟ କର୍ତ୍ତନ ସରଞ୍ଜାମ ଦ୍ଵାରା କାଟିଥାଏ ଏବଂ ସ୍ତମ୍ଭ ଆକାରେର କ୍ରୋଡ ଖଣ୍ଡକୁ ବାହାର କରିପାରେ ଏହି ବେଧନ ମନ୍ଥର ଓ ଖର୍ଚ୍ଚ ସାପେକ୍ଷ । ନଳକୂପ ପାଇଁ ଆଜିକାଲି ଏହା କ୍ଵଚିତ ବ୍ୟବହାର କରାଯାଏ ।  ଅବଶ୍ୟକ ଖଣିଜ ଅନୁସନ୍ଧାନ ଓ ଶିଳାର ସଂରଚନା ଅନୁଧ୍ୟାନ ପାଇଁ ଏଭଳି ବେଧନ ଆବଶ୍ୟକ ହୋଇଥାଏ ।

ଗୋଟିଏ କୂପର ବେଧନ କରାଯିବା ପରେ ତାହା ସଂପୂର୍ଣ୍ଣ ହେବା ଆବଶ୍ୟକ । ଏହାର ସମ୍ପୂର୍ଣ୍ଣୀକରଣ  ଆବରକ ବା କେସିଙ୍ଗର ଉପଯୁକ୍ତ ଚୟନ ଓ ଅବସ୍ଥାପନ, କେସିଙ୍ଗର ସିମେଟିଙ୍ଗ, କୂପ ଛଣାପରଦା ର ଅବସ୍ଥାପନ ଏବଂ ଗେରେଡା ପ୍ୟାକିଙ୍ଗ ଅନ୍ତର୍ଭୁକ୍ତ ହୋଇଥାଏ । କଠିନ ଶିଳାସମୂହ ଅନ୍ତର୍ଭୁକ୍ତ କୂପକୁ ଉନ୍ମୋକ୍ତ ଗର୍ତ୍ତ (ଅନାବୃତ୍ତ) ରୂପେ ଛାଡି ଦିଆଯାଇପାରେ ଏବଂ ଉପରୋକ୍ତ ଏବଂ ଉପାଦାନ ଆବଶ୍ୟକ ହୋଇନଥାଏ ।

କୂପ ଆବରକ : କୂପ ଆବରକ ବା କେସିଙ୍ଗ ମୁଦ ସଦୃଶ ଭୂପୃଷ୍ଠଜଳ (ତଥା ଅନ୍ୟାନ୍ୟ ଆନାବଶ୍ୟକ ଭୂତଳଜଳ)କୁ ଗର୍ତ୍ତ ଭିତରକୁ ପ୍ରବେଶ କରାଇନ ଦେବା କାର୍ଯ୍ୟ କରିବା ନ ଦେବା କାର୍ଯ୍ୟ କରିବା ବ୍ୟତୀତ ବିଶେଷତଃ ଶିଳା ପଦାର୍ଥର ଅସଂଲଗ୍ନ ଓ ଅଦୃଢ ସ୍ତର କ୍ଷେତ୍ରରେ କୂପ ପାର୍ଶ୍ଵରୁ କ୍ଷୟ ପ୍ରତିରୋଧ ମଧ୍ୟ କରିଥାଏ । କେସିଙ୍ଗ ପାଇପ ହୁଏତ ଦସ୍ତା ପ୍ରଲେପିତ ଲୁହା , ମିଶ୍ରଧାତୁ କିମ୍ବା ଅଣମିଶ୍ର ଲୁହା ଏବଂ ପାଳିଭିନାଇଲ କ୍ଳୋରାଇଡ ହୋଇପାରେ ।

ସିମେଣ୍ଟକରଣ : କୂପରେ ଅନାବଶ୍ୟକ ଜଳର ପ୍ରବେଶକୁ ଅବରୋଧ କରିବା ପାଇଁ ତଥା କେସିଙ୍ଗକୁ ବାହ୍ୟ ଅପଘର୍ଷନରୁ ରକ୍ଷା କରିବା ପାଇଁ କିମ୍ବା ଶିଳାସ୍ତର ଗୁହାୟନ କୁ ଦୃଢ କରିବା ପାଇଁ କୂପର କେସିଙ୍ଗକୁ ଘଋ ରହିଥିବା ବଳୟାକାର ସ୍ଥାନର ସିମେଣ୍ଟିକରଣ କରାଯିବା ଆବଶ୍ୟକ   ।

ଛଣାପରଦା : ଗୋଟିଏ ଅନାବୃତ୍ତ କୂପରେ, ଯେଉଁଠାରେ କୂପକୁ ଘେରି ରହିଥିବା ପଦାର୍ଥଗୁଡିକ ସ୍ଥିର ସେଠାରେ ସମଗ୍ର ଶିଳାପୃଷ୍ଠଭାଗ ଉନ୍ମୋକ୍ତ ରହିଥିବା ଯୋଗୁଁ ଜଳ ପ୍ରବେଶର କୌଣସି ସମସ୍ୟା ନଥାଏ ଏବଂ ଭୂତଳଜଳ ସିଧାସଳଖ କୂପ ମଧ୍ୟକୁ ପ୍ରବେଶ କରିପାରେ ।  ଅବଶ୍ୟ ଯେଉଁ କୂପଗୁଡିକରେ କେସିଙ୍ଗ କରାଯିବା ଆବଶ୍ୟକ । (ଅଦୃଢ କିମ୍ବା ଅସଂଲଗ୍ନ ଶିଳା ସ୍ତର ମଧ୍ୟରେ) ସେଠାରେ ଏକ କୌଶଳ ଆବଶ୍ୟକ ହୋଇଥାଏ , ଯାହା କେସିଙ୍ଗକୃତ କୂପ ମଧ୍ୟକୁ ଜଳ ପ୍ରବେଶ ସୁବିଧା ଦେଇଥାଏ । ଛଣାପରଦାଗୁଡିକ (ବେଳେବେଳେ ସରଲ ଛିଦ୍ରଯୁକ୍ତ କେସିଙ୍ଗ ପାଇପ ମଧ୍ୟ ବ୍ୟବହୃତ ହୋଇଥାଏ ) ଗର୍ତ୍ତର ପାର୍ଶ୍ଵଗୁଡିକ ଦୃଢୀଭୂତ କରିବା ପାଇଁ ବ୍ୟବହାର କରାଯାଏ ।  ଏହାଦ୍ଵାରା କୂପ ମଧ୍ୟକୁ ବାଲୁକା ସଂଚରଣ ଅବରୋଧିତ ହୁଏ ଏବଂ ସର୍ବନିମ୍ନ ଜଳଶକ୍ତିଚାଳିତ ପ୍ରତିରୋଧୀ ସ୍ଥିତିରେ ସର୍ବାଧିକ ପରିମାଣର  ଜଳ କୂପ ମଧ୍ୟକୁ ପ୍ରବେଶ କରିପାରେ । କେସିଙ୍ଗ ପାଇପ ଭଳି ବିବିଧ ପଦାର୍ଥର ଓ ବ୍ୟାସରେ ଛଣାପରଦା ଏବେ ଉପଲ୍ଲବ୍ଧ ହେଉଛି   ।

ଗେରେଡା ବା ବଜୁରୀ ପ୍ୟାକିଙ୍ଗ : ଗେରେଡା ଦ୍ଵାରା ପ୍ୟାକ କରାଯାଇଥିବା କୂପ ହେଉଛି, କୂପ  ଛଣାପରଦାର ଚତୁଃପାର୍ଶ୍ଵକୁ ଘେରି ଆବସ୍ଥାପିତ କରାଯାଇଥିବା ଏକ କୃତ୍ରିମ ଗେରେଡା ପରଦା ଓ ଆବରଣୀ   । ଗେରେଡା ପ୍ୟାକ ଜଳଭାରକୁ ଦୃଢିଭୂତ କରିଥାଏ , ପମ୍ଫରେ ବାଧା ସୃଷ୍ଟିକାରୀ ସୂକ୍ଷ୍ମ ପଟୁ ଓ ବାଲିକୁ ହ୍ରାସ କରେ , ବଡ ଫାଙ୍କବିଶିଷ୍ଟ ଛଣାପରଦାର ଉପଯୋଗ କରାଏ ଏବଂ ଉଚ୍ଚତର ପାରଗମ୍ୟ ଛିଦ୍ରଯୁକ୍ତ ମଣ୍ଡଳ ଯୋଗାଇଥାଏ ଯଦ୍ଵାରା କୂପର ଉତ୍ପାଦନ ବୃଦ୍ଧି ପାଇଥାଏ ।

କୂପବିକାଶ

କୂପ ସଂପୂର୍ଣ୍ଣ ହେବା ପରେ ଉତ୍ପାଦ ବୃଦ୍ଧି ନିମନ୍ତେ, ବାଲି ନିକ୍ଷେପଣକୁ ପ୍ରତିହତ କରିବା ଏବଂ ସର୍ବାଧିକ ମିତବ୍ୟୟୀ କୂପ ଆୟୁକୁ ସୁନିଶ୍ଚିତ କରିବା ପାଇଁ ଏକ ନୂତନ କୂପର ବିକାଶ କରାଯାଇଥାଏ । ଏହାର ଫଳାଫଳ ମିଳିଥାଏ କେସିଙ୍ଗ ର ଛିଦ୍ରିତ ଭାଗକୁ ଘେରି ରହିଥିବା ପ୍ରାକୃତିକ ସ୍ତରରୁ ସୂକ୍ଷ୍ମ ପଦାର୍ଥଗୁଡିକର ଅପସାରଣ ଦ୍ଵାରା । ଏହି ବିକାଶର ଲକ୍ଷ୍ୟ ହେଉଛି, କୂପକୁ ସଂପୂର୍ଣ୍ଣ ପ୍ରଚ୍ଛନ୍ନ ଉତ୍ପାଦ ଅମଳ କରିବା । ବିକାଶ ପାଇଁ କାର୍ଯ୍ୟବିଧି ବିବିଧ ଏବଂ ସେଗୁଡିକ ହେଲା  ।

  1. ପମ୍ଫୀକରଣ ବା ପମ୍ଫିଙ୍ଗ : ଏଥିରେ ଅସ୍ଥିର କରି ସୂକ୍ଷ୍ମପଦାର୍ଥଗୁଡିକୁ ବାହାର କରିବା ପାଇଁ ଅନିୟମିତ ଓ ବିରତିପୂର୍ବକ ପମ୍ଫିକରଣ ଅନ୍ତର୍ଭୁକ୍ତ ହୋଇଥାଏ) ।
  2. ମହାଉର୍ମି ବା ସର୍ଜିଙ୍ଗ (ଏଥିରେ ଉପର ଓ ତଳକୁ ହୋଇପାରୁଥିବା ଏକ କଠିନ ସର୍ଜ ଖଣ୍ଡ ଗୋଟିଏ ତ୍ରିଲ ଖଚିତ କରାଯାଇଥାଏ, ଯଦ୍ଵାରା ଗର୍ତ୍ତ ମଧ୍ୟରେ ଜଳର ବଡ ଢେଉ ସୃଷ୍ଟି ହୁଏ ଏବଂ ତାପରେ ସୂକ୍ଷ୍ମ ପଦାର୍ଥଗୁଡିକୁ କାଢିବା କାର୍ଯ୍ୟ ଅନ୍ତର୍ଭୁକ୍ତ ହୋଇଥାଏ   ।
  3. ବାୟୁଦ୍ଵାରା ସର୍କିଙ୍ଗ( ଜଳକୁ ଅସ୍ଥିର କରିବା ପାଇଁ ସଞ୍ଚାପିତ ବାୟୁ ବ୍ୟବହାର କରାଯାଏ ଯାହା ଅନାବଶ୍ୟକ ପଦାର୍ଥ ଗୁଡିକ କୂପ ପାର୍ଶ୍ଵମୁଖଠାରୁ ସ୍ଥାନାନ୍ତରିତ କରେ ଏବଂ ଏଗୁଡିକକୁ ଜଳ ସହିତ ଭୂମିପୃଷ୍ଠକୁ ନେଇ ଆସେ । ଏହାକୁ ସାଧାରଣ ଭାବରେ ଦ୍ରୁତପ୍ରବାହ କୁହାଯାଏ ।
  4. କେଟିଙ୍ଗ (ଏକ ଅତି ତୀବ୍ର ବେଗସମ୍ପର୍ଣ୍ଣ ଜଳର ଧାର ବା ଝରଣା )ଦ୍ଵାରା ।
  5. ରସାୟନ (ଏସିଡ , ପଲିଫସ୍ପେଟସ ଓ କଠିନ କାର୍ବନ ଡାଇଆକ୍ଵାଇଡ ବ୍ୟବହୃତ ହୁଏ । ଏବଂ
  6. ଜଳଶକ୍ତି ଚାଳିତ ଭଞ୍ଜନ ଓ ବିସ୍ପୋରକ (ଅଧିକ ଉପକ ପାଇବା ପାଇଁ ଶିଳାଗୁଡିକର ଭଞ୍ଜନକୁ ବୃଦ୍ଧି କରାଯାଇ)

ଖନନ ଅଥବା ବେଧନ କାଳରେ କୂପ /ଗର୍ତ୍ତରୁ ବାହାରିଥିବା ଶିଳାବସ୍ତୁ ନମୁନାର ପର୍ଯ୍ୟବେକ୍ଷଣ ଓ ଲିପିବଦ୍ଧ କରିବା ତତ୍ପର୍ଯ୍ୟର୍ପୂର୍ଣ୍ଣ ଅଟେ । ପର୍ଯ୍ୟବେକ୍ଷଣର ଏହି ପଦ୍ଧତିକୁ ସଂଲେଖନ କୁହାଯାଏ । ଏଥିରେ ଜଳ ମିଳୁଥିବା ସ୍ତର ପ୍ରତ୍ୟେକ ଉତ୍ପାଦନଶୀଳ ମଣ୍ଡଳରେ ଜଳର ପରିମାଣ, ପ୍ରତ୍ୟେକ ଜଳଭାରର ପ୍ରକାର ଓ ଗଭୀରତା ଇତ୍ୟାଦି ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥାଏ । ଏ ସମସ୍ତ ନିରୀକ୍ଷଣ ବିଶେଷତଃ ଜଳପୃଷ୍ଠରେଖା ପର୍ଯ୍ୟବେକ୍ଷଣ ଓ ପମ୍ଫିଙ୍ଗ ପରୀକ୍ଷା କାଳରେ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ (ଯାହାକୁ ପରେ ବର୍ଣ୍ଣନା କରାଯାଇଛି)

ସଂଗୃହିତ - ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top