ହୋମ / ଶକ୍ତି / ପରିବେଶ / ଭୂବିଜ୍ଞାନ, ଜଳବିଜ୍ଞାନ ଓ ଜଳଭୂବିଜ୍ଞାନ ପରିଚୟ
ସେଆର କରନ୍ତୁ

ଭୂବିଜ୍ଞାନ, ଜଳବିଜ୍ଞାନ ଓ ଜଳଭୂବିଜ୍ଞାନ ପରିଚୟ

ଭୂବିଜ୍ଞାନ, ଜଳବିଜ୍ଞାନ ଓ ଜଳଭୂବିଜ୍ଞାନ ପରିଚୟ ର ସୂଚନା

ପୃଷ୍ଟଭୂମି

ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ଭୂମି ଉପଯୋଗର ବ୍ୟାପକତା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି   ।  ଭୂମି ଉପଯୋଗର ବ୍ୟାପକତା ସହ ତାଳ ଦେଇ କୃଷିଉଦ୍ଦେଶ୍ୟରେ ଭୂତଳଜଳର ବ୍ୟବହାର ତଥା ଆନୁଷଙ୍ଗିକ ଉତ୍ପରତାରେ ମଧ୍ୟ ବୃଦ୍ଧି ଘଟିଛି   ।  ଜଳ ବିନିଯୋଗରେ ବୃଦ୍ଧି ହେତୁ ତାହା ସ୍ପଷ୍ଟ ରୂପେ ଉଭୟ ଭୂପୃଷ୍ଟ ଜଳ ଓ ଭୂତଳଜଳ ଯୋଗାଣକୁ ବ୍ୟାପକ ଭାବରେ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ ଦେଶର ଅନେକ ଅଞ୍ଚଳରେ ଉତ୍କଟ ଜଳାଭାବ ଜନିତ ସମସ୍ୟାର ପଦଧ୍ୱନି ପ୍ରଘଟିତ ହେଉଛି   ।  ଏହାର କେତେକ ଆନୁଷଙ୍ଗିକ ପ୍ରଭାବ ମଧ୍ୟରେ କ୍ଷୁଦ୍ର ଜଳାଧାରଗୁଡିକ ଋତୁସ୍ରାବୀ ହେଉଥିବାବେଳେ ଭୂତଳଜଳ ଭଣ୍ଡାର ଗୁଡିକର ସ୍ତର ନିମ୍ନଗାମୀ ହେବା ସହ ସ୍ୱଳ୍ପ ଉତ୍ପାଦନଶୀଳ ହୋଇପଡୁଥିବା ଜଣାପଡୁଛି   ।  ଫଳରେ ଜଳର ଉତ୍ସର ସର୍ବ ନିମ୍ନ ଉପଲ୍ଲବ୍ଧତା ଏଡାଇବା ଶ୍ରେୟସ୍କର ହେଉଛି   ।  କ୍ରମବର୍ଦ୍ଧିଷ୍ଣୁ ଜଳ ସଙ୍କଟକୁ ଏଡାଇବା ପାଇଁ ଏକମାତ୍ର ବିକଳ୍ପ ହେଉଛି  ,  ସର୍ବପ୍ରଥମେ ଜଳ ଉତ୍ତୋଳନକୁ ଏକ ସହନଶୀଳ ସ୍ତର ମଧ୍ୟରେ ସୀମିତ ରଖିବା ଏବଂ ଉକ୍ତ ସହନୀୟ ସ୍ତରକୁ ଅବ୍ୟାହତ ରଖିବା ନିମନ୍ତେ ଜଳଛାୟା , ବିକାଶ ଓ ପରିଚାଳନା ଭଳି କାର୍ଯ୍ୟପନ୍ଥା ଅବଲମ୍ବନ କରି ଏକ ମଧ୍ୟବର୍ତ୍ତୀ ଉପାୟଗ୍ରହଣ କରିବା   , ଯେଉଁଥିରେ ଭୂତଳ ଜଳ ପୁନଃଭରଣ ବୃଦ୍ଧି ଭଳି ମହତ୍ଵପୂର୍ଣ୍ଣ ଉପାଦାନ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥାଏ   ।  ଜଳ ବିନିଯୋଗକୁ ସୀମିତ କରିବା ମଧ୍ୟ ସ୍ଵୟଂଏକ ବହୁମୂଖୀ ସମସ୍ଯା ଏବଂ ଏହା ଦେଶର ବିଭିନ୍ନ ମଞ୍ଚମାନଙ୍କରେ ଆଲୋଚିତ ଓ ପର୍ଯ୍ୟାଲୋଚିତ ହେଉଅଛି  ।  ଏଭଳି ଆଲୋଚନାକୁ ଯେଉଁ ସମାଧାନ ପନ୍ଥା ବାହାରୁଛି ,  ତାହା ଜଳ ବିନିଯୋଗ (ବିଶେଷତଃ ଭୂତଳଜଳ ) କ୍ଷେତ୍ରରେ ବିଧେୟକ ମାଧ୍ୟମରେ ନିୟନ୍ତ୍ରଣ   / ବିନିୟମନ ଓ ସଂଯମତା ଅବଲମ୍ବନ ସୀମିତ ଯାହା ପୁନଶ୍ଚ କାର୍ଯ୍ୟାନ୍ଵୟର କରିବା କ୍ଷେତ୍ରରେ ମଧ୍ୟ କଷ୍ଟକର   ।

ସଂପ୍ରତି ଜଳଛାୟା ପରିଚାଳନା କାର୍ଯ୍ୟକ୍ରମଗୁଡିକ କ୍ରମଶଃ ସମଗ୍ର ଦେଶରେ ଅତି ସାଧାରଣ ଭାବରେ ଗ୍ରହଣ କରାଯାଉଥିବା ଦୃଷ୍ଟିରୁ ଅନ୍ତତଃ ପରୀକ୍ଷାମୂଳକ ଭାବେ ଗୋଷ୍ଠୀ ପରିଚାଳନା ପାରମ୍ପରିକ ପଦ୍ଧତି ତଥା ସହନଶୀଳ ରୀତିରେ ସ୍ଥାନୀୟ ଜଳସମ୍ବଳ ମାଧ୍ୟମରେ ପଦ୍ଧତିଗତ ଭୂତଳଜଳ ପରିଚାଳନା ଉଦ୍ୟମ ପ୍ରସଙ୍ଗୋଚିତ ଅଟେ   ।

ଜଳଛାୟା ବିକାଶ ଓ ପରିଚାଳନା

ସାମ୍ପ୍ରତିକାଳରେ ଭାରତରେ ଜଳଛାୟା ବିକାଶ ଓ ପରିଚାଳନା ଏକ ପ୍ରକାରର ଆନ୍ଦୋଳନ ରୂପେ ପ୍ରତିଷ୍ଠିତ ହୋଇଅଛି   ।  ଏକଥା ଉତ୍ତମ ରୂପେ ଜ୍ଞାତ ଯେ , ଜଳଛାୟାପ୍ରକଳ୍ପଗୁଡିକ ଗ୍ରାମୀଣ ଭାରତର କେତେକ ଜଟିଳ ସାମାଜିକ – ଅର୍ଥନୈତିକ ସମାଧାନ ଦିଗରେ ଯଥେଷ୍ଟ ସୁଯୋଗ ସୃଷ୍ଟି କରିଥାଏ  ।  ଅବଶ୍ୟ ଜଳଛାୟା ପରିଚାଳନା ଏକ ଭୌତିକ ପଦ୍ଧତି ରୂପେ ଏଯାବତ ଅନେକ ଜଳଛାୟା କାର୍ଯ୍ୟକ୍ରମଗୁଡିକରେ ବହୁ ଅଭିଳାଷ ଛାଡିଥାଏ   ।  ଏ ସମସ୍ୟା ମୁଖ୍ୟତଃ ଉଭୟ ଭୂପୃଷ୍ଠ ଓ ଭୂତଳ ଜଳର ସଂରକ୍ଷଣ ତଥା ବାହକ ସମ୍ବନ୍ଧିତ ଭୌତିକ ପଦ୍ଧତିର ଅସମ୍ପୂର୍ଣ୍ଣ ତଥା ଅନୁଚିତ ବୁଝାମଣାରୁ ସୃଷ୍ଟି ହୋଇଥାଏ   ।

ବୈଜ୍ଞାନିକ ଭିତ୍ତି ସ୍ୱରୂପ ଏକ ଭୌତିକ ପଦ୍ଧତି ଗଣ୍ୟ ଜଳଛାୟାର ନିୟନ୍ତ୍ରଣକାରୀ ଘଟକଗୁଡିକ ଯଥାକ୍ରମେ ଭୂବିଜ୍ଞାନୀ,  ଭୂ ଆକୃତିବିଜ୍ଞାନ , ଜଳବିଜ୍ଞାନ ଓ ଜଳଭୂବିଜ୍ଞାନ ହୋଇଥିଲେ ମଧ୍ୟ ସେଗୁଡିକୁ ଜଳଛାୟା ମଧ୍ୟରେ ଜଳ ସଂଯମର ପ୍ରଣାଳୀ ନିମିତ୍ତ ବିଶେଷତଃ ଯେଉଁ ବିଭିନ୍ନ ଘଟକଗୁଡିକ ଜଳଛାୟା ମଧ୍ୟରେ ଭୂତଳଜଳର ଅବସ୍ଥିତି , ସଂଚାଳନ ଓ ବିତରଣକୁ ନିୟନ୍ତ୍ରଣ କରିଥାନ୍ତି , ସେସମ୍ବନ୍ଧିତ ଅଧିକ ସଂପୂର୍ଣ୍ଣ ତଥା ଉନ୍ନତ ବୁଝାମଣାର ଉପାୟ ନିର୍ଦ୍ଧାରଣ ଅତ୍ୟନ୍ତ ତତ୍ପର୍ଯ୍ୟପୂର୍ଣ୍ଣ  ।

ଏହା ଏକ ସୁବିଦିତ ତଥ୍ୟ ଯେ , ସମ୍ପ୍ରତି ଜଳ ସଂପଦର ଜାତୀୟ ଦୃଶ୍ୟପଟରେ ଭୂତଳଜଳ ଏକ ଅତ୍ୟନ୍ତ ନିର୍ଣ୍ଣାୟକ ଜଳ ଯୋଗାଣକରି ଉତ୍ସର ଭୂମିକା ଗ୍ରହଣ କରେ  ।  ତଥାପି ଏହି ଉତ୍ସଆରଆର ଉଭୟ ଅହେତୁକ ବିନିଯୋଗ ଓ ଅପୟବହାର ଅବ୍ୟାହତ ରହିଛି   ।  ଅନେକ ସମୟରେ ଜଳଛାୟା ପ୍ରକଳ୍ପଗୁଡିକ ଅପର୍ଯ୍ୟାପ୍ତ ନିବେଶ  (ବିଶେଷତଃ ଜଳଭୂବିଜ୍ଞାନଜନିତ କବଳିତ ହେବା ଯୋଗୁଁ ଜଳଛାୟା ଅନ୍ତର୍ଗତ ଭୂତଳଜଳର ସନ୍ତୁଳନ ତଥା ପ୍ରତ୍ୟେକ ଜଳଛାୟା ମଧ୍ୟରେ ଭୂତଳଜଳ ସନ୍ତୁଳନରେ ଘଟୁଥିବା ପରିବର୍ତ୍ତନ ଉପରେ ଅଧ୍ୟୟନ କରାଯିବା ଆବଶ୍ୟକ   ।  ଏଭଳି ଅନୁଧ୍ୟାନ ଜଳଛାୟା ମଧ୍ୟରେ ଜଳବିଜ୍ଞାନ ଓ ଜଳଭୂବିଜ୍ଞାନର ଦ୍ରୁଷ୍ଟିକୋଣ ଅନୁଯାୟୀ ଏକ ଉତ୍ତମ ତଥ୍ୟଭିତ୍ତି ବିକାଶ କରାଇବାର ସୁଯୋଗ ଯୋଗାଇଥାଏ   ।  ଏକ ସୂକ୍ଷ୍ମ ଜଳଛାୟା ମାନକରେ ଭୂତଳଜଳର ନୀତି ନିର୍ଦ୍ଧାରଣ ସହଜ ହେବା ସହ ଅଧିକ ପ୍ରୟୋଗାତ୍ମକ ରୂପେ କାର୍ଯ୍ୟକାରୀ କରାଯାଇପାରିବ   ।  ଅଧିକନ୍ତୁ , ଏହି ତଥ୍ୟଭିତ୍ତି ଏକ ଉତ୍ତମ ଜଳ ପରିଚାଳନା ପଦ୍ଧତିର ସୂତ୍ର ବାହାର କରିବା ପାଇଁ ସମଗ୍ର ଦେଶରେ ଏକ ମଞ୍ଚ ରୂପେ ଆବିର୍ଭୂତ ହୋଇ ଜଳଛାୟା ଆନ୍ଦୋଳନକୁ ସୁବ୍ୟବସ୍ଥିତ କରାଇବାରେ ଉପଯୋଗୀ ହୋଇପାରିବ   ,  ଯାହାକି ଭୂତଳଜଳ ପରିଚାଳନା ଅଭ୍ଯାସ ଓ ନୀତିର ସାଧାରଣ ମାର୍ଗ ବ୍ୟତିରେକ ଏକ ପ୍ରୟୋଗାତ୍ମକ ବିକଳ୍ପ ମଧ୍ୟ ଅଟେ  ।

ଜଳଛାୟା (ପରିଭାଷା) : କୌଣସି ନଦୀ ଅବବାହିକା କିମ୍ବା ନାଳ ଦେଇ ଜଳାଧାରର ବହିର୍ଗମନ ବିନ୍ଦୁ [ଅର୍ଥାତ ସର୍ବୋଚ୍ଚ ବିନ୍ଦୁ ( ପୃଷ୍ଠର ଉର୍ଦ୍ଧ୍ଵଦେଶ ଅନୁରୂପ ) ଠାରୁ ସର୍ବନିମ୍ନ ବିନ୍ଦୁ ] ପର୍ଯ୍ୟନ୍ତ ଜଳ ନିଷ୍କାସନ ଅଞ୍ଚଳକୁ ଜଳଛାୟା କୁହାଯାଏ   ।

ଭୂବିଜ୍ଞାନ

ସରଳ ଶବ୍ଦରେ କହିବାକୁ ଗଲେ , ଗୋଟିଏ ଜଳଛାୟାର ଭୂବିଜ୍ଞାନ , ଜଳଛାୟା ମଧ୍ୟରେ ମିଳୁଥିବା ଶିଳାର ପ୍ରକାର ଓ ଚରିତ୍ର ଏବଂ ଶିଳା ଅନ୍ତର୍ଗତ ସଂରଚନା ବର୍ଣ୍ଣନା କରେ  ।  ଉକ୍ତ ଶିଳା ହୁଏତ ଭୂମି ଉପରେ ଦୃଶ୍ୟ ହୋଇପାରେ ଅଥବା ଭୂନିମ୍ନ ଭାଗରେ ରହିଥାଇପାରେ  । କୌଣସି ଅଞ୍ଚଳର ଭୂମିରୂପ ବା ଭୂଆକୃତି ଓ ଭୂପୃଷ୍ଠୟ ଅବୟବର ଭୂତାତ୍ଵିକ ଅବସ୍ଥା ଯୋଗୁଁ ଭୂପୃଷ୍ଠରେ ବିକଶିତ ହୋଇଥାଏ   ,  ଯାହାକି ଭୂବିଜ୍ଞାନର ଏକ ସ୍ଵତନ୍ତ୍ର ଶାଖା   “ ଭୂଆକୃତୀୟ ବିଜ୍ଞାନ “ ମାଧ୍ୟମରେ ଅଧ୍ୟୟନ କରାଯାଏ   ।

ଶିଳାତତ୍ଵ   : ଜଳଛାୟା ଅନ୍ତର୍ଗତ ଶିଳାତତ୍ଵ ମଧ୍ୟରେ ଶିଳାର ପ୍ରକାର , ଖଣିଜ ପଦାର୍ଥ ସଂଯୋଜନା ଏବଂ ପ୍ରତ୍ୟେକ ପ୍ରକାରର ବୟନ ଓ ସମୟକ୍ରମ (ଶିଳାର ଆୟୁ ) ତଥା ସ୍ଥାନ (ଭୌଗୋଳିକ ଆବଣ୍ଟନ ) ଅନ୍ତର୍ଭୁକ୍ତ   ।

ସଂରଚନା ବା ଅବୟବ  : ଜଳଛାୟା ଅନ୍ତର୍ଗତ  ବିଭିନ୍ନ ପ୍ରକାରର ଆକୃତିକ ଅବୟବ ଯଥା  - ଯୋଡ , ଫାଟ , ସଂଚ୍ୟୁତି (ଯେଉଁ ଭଞ୍ଜନ ଦେଇ ଆପେକ୍ଷିକ ବିସ୍ଥାପନ ଘଟିଥାଏ   ) ଏବଂ ଭଙ୍ଗ (ଯେଉଁ ଶିଳା ଭୂତାତ୍ଵିକ ସମୟକ୍ରମେ ବିଭିନ୍ନ ପ୍ରତିବଦଳର ବସବର୍ତ୍ତୀ ହୋଇ ଭଙ୍ଗିଳ ହୋଇଛି   ) ପ୍ରଦର୍ଶିତ ହୋଇଥାଏ   ।

ଶିଳାସମୂହର ଶିଳାତତ୍ଵ ଓ ଅବୟବ ଉଭୟେ ମିଶି ଭୂତଳଜଳର ସଂରଚନା ନିମନ୍ତେ ଜ୍ୟାମିତିକ ଢାଞ୍ଚା ବ୍ୟାଖ୍ୟା କରିଥାନ୍ତି  ।  କିଛି ମାତ୍ରାରେ ଏହି ଘଟକଗୁଡିକ ମଧ୍ୟ ଭୂପୃଷ୍ଠ ଜଳର ସଂଚାଳନକୁ ନିୟନ୍ତ୍ରଣ କରିଥାନ୍ତି  ।  ଅନ୍ୟର ଶବ୍ଦରେ ଶିଳାଗୁଡିକର ଭୌତିକ ପରିବେଶ ଓ ଶିଳା ବସ୍ତୁଗୁଡିକ ଜଳର ଧାରଣ କରିଥାନ୍ତି    ।  ତେଣୁ ଜଳଛାୟାର ଭୂତତ୍ଵ ଗୋଟିଏ ଜଳଛାୟା ମଧ୍ୟରେ ଜଳ ସମ୍ବଳର ଅଧ୍ୟୟନ ନିମନ୍ତେ ଏକ ମୌଳିକ ବା ଆଧାରୀ ବିଜ୍ଞାନ ସଦୃଶ ହୋଇଥାଏ   ।  ସାଂପ୍ରତିକ କାଳରେ ଜଳଛାୟା ବୃତ୍ତିଜୀବୀମାନେ ଭୂତତ୍ଵ ଅପେକ୍ଷା ଭୂମିରୂପ  (ଭୂଆକୃତି   ) ସହିତ ଅଧିକ ସମ୍ପୃକ୍ତ  ।  କିନ୍ତୁ ପ୍ରକୃତ ପକ୍ଷେ   ,  ଭୂତତ୍ଵ ବୁଝିବା ଦ୍ଵାରା ଜଳଛାୟାର ଭୂମିରୂପ ବୁଝିବାରେ ମଧ୍ୟ ସହାୟକ ହୋଇଥାଏ  ,  କାରଣ ଏହି ଘଟକ ଦ୍ୱୟ ପରସ୍ପର ସହିତ ଅତି ନିବିଡ ଭାବରେ ସଂଶ୍ଳିଷ୍ଟ   ।

ଜଳଛାୟା ଯୋଜନା ସହିତ ପ୍ରତ୍ୟକ୍ଷ ରୂପେ ପ୍ରାସଙ୍ଗିକ ଭୂବିଜ୍ଞାନର ବିଭିନ୍ନ ବିଭାଗ

ଭୂବିଜ୍ଞାନର ଅଧିକାଂଶ ବିଭାଗ  ଜଳଛାୟା ଯୋଜନା ପରିପ୍ରେକ୍ଷରେ ପ୍ରାସଙ୍ଗିକ , କାରଣ ଭୂବିଜ୍ଞାନ ସବିଶେଷ ଅଧ୍ୟୟନ ଜଳଛାୟାକୁ ଏକ ଭୌତିକ ପଦ୍ଧତି ରୂପେ ଆମୂଳଚୁଲ ବୁଝିବାରେ ସାହାଯ୍ୟ କରିଥାଏ  ।  ଅବଶ୍ୟ , ଯେହେତୁ ଜଳ ସମ୍ବଳ ଜଳଛାୟାର ବିକାଶ ଓ ପରିଚାଳନା ପାଇଁ ଏକ ମୌଳିକ ମାନଦଣ୍ଡ , ତେଣୁ ଅତ୍ୟନ୍ତ ପ୍ରାସଙ୍ଗିକ ବିଭାଗଗୁଡିକ ହେଲା   ।

(କ) ଜଳବିଜ୍ଞାନ  : ଜଳବିଜ୍ଞାନ ଏଭଳି ଏକ ବିଜ୍ଞାନ ବିଭାଗ ଅଟେ ଯାହା ପୃଥିବୀରେ ବାୟୁମଣ୍ଡଳ ସମେତ ସମସ୍ତ ଜଳର ଉତ୍ପତ୍ତି , ଆବଣ୍ଟନ ଓ ଗୁଣ ସହିତ ସମ୍ପୃକ୍ତ  ।  ଅବଶ୍ୟ ବ୍ୟାବହାରିକ ଉଦ୍ଦେଶ୍ୟ ପାଇଁ ଜଳବିଜ୍ଞାନ ଭୂପୃଷ୍ଠଜଳ ଏବଂ ଭୂତଳଜଳ ସହିତ ତାହାର ସମ୍ପୃକ୍ତି ସମ୍ବନ୍ଧିତ ଅଧ୍ୟୟନ ଉପରେ ଗୁରୁତ୍ଵ ପ୍ରଦାନ କରିଥାଏ  ।  ଏଥିରେ ଜଳଚକ୍ର  ( ଜଳବିଜ୍ଞାନୀୟ ଚକ୍ର ) ର ଅଧ୍ୟୟନ ସହିତ ସାଧାରଣ ଭୂବିଜ୍ଞାନ , ସାମୁଦ୍ରିକ ବିଜ୍ଞାନ ଓ ଜଳବାୟୁବିଜ୍ଞାନ ଦିଗଗୁଡିକ ଅନ୍ତର୍ଭୁକ୍ତ ହୋଇଥାଏ  ।  ଏହା ଭୂଭାଗରେ ଭୂପୃଷ୍ଠ ଜଳର ଅଧ୍ୟୟନ ଏବଂ ସମୟାନୁକ୍ରମେ ଭୂପୃଷ୍ଠ ଜଳର ପରିବର୍ତ୍ତନ ଉପରେ ଅଧିକ ଗୁରୁତ୍ଵ ଦେଇଥାଏ   ।

(ଖ) ଜଳଭୂବିଜ୍ଞାନ   : ପୃଥିବୀର ଭୂତ୍ଵକ ମଧ୍ୟରେ ରହିଥିବା ଜଳର ଅଧ୍ୟୟନ ସହିତ ଏହାର ପଦାର୍ଥବିଜ୍ଞାନ  ,  ରାସାୟନିକବିଜ୍ଞାନ ଏବଂ ପରିବେଶିକ ସମ୍ପୃକ୍ତି ସମ୍ବନ୍ଧରେ ଅନୁଧ୍ୟାନ କରିବା   ।  ଏହି ବିଭାଗ ଦ୍ୱୟ ଅତି ଘନିଷ୍ଟ ଭାବେ ସମ୍ପୃକ୍ତି ଏବଂ ବିଶେଷତଃ ଜଳଛାୟା ବିକାଶ କାର୍ଯ୍ୟକ୍ରମ ଗୁଡିକ , ଗୋଟିଏକୁ ଅନ୍ୟଠାରୁ ପୃଥକ କରାଯାଇନପରେ   ।  ଜଳଛାୟା ବିକାଶ ଏବଂ ପରିଚାଳନା ହେଉଛି ଏକ ସମନ୍ଵିତ ପ୍ରକ୍ରିୟା ଯେଉଁଥିରେ ଉଭୟ ଭୂପୃଷ୍ଠ ଓ ଭୂତଳଜଳ ଅନ୍ତର୍ଭୁକ୍ତ  ।  ଅଧିକନ୍ତୁ , ଯେହେତୁ ଜଳ ଭୂପୃଷ୍ଟରେ ହେଉଥିବା ଭୂନିମ୍ନ ଭାଗରେ , ମୌଳିକ ରୂପେ ଭୂମିର ଅବକ୍ରମଣ , ଭୂମିରୂପ ଓ ଶିଳାତାତ୍ତ୍ୱିକ ବିବିଧତା ଦ୍ଵାରା ନିୟନ୍ତ୍ରଣ ହୋଇଥାଏ ଏବଂ ଜଳଛାୟାର ଭୌତିକ ଢାଞ୍ଚା ଅନ୍ତର୍ଗତ  ଜଳ ଉତ୍ସକୁ ବୁଝିବା ନିମନ୍ତେ ମୌଳିକ ବିଜ୍ଞାନ ରୂପେ ଭୂବିଜ୍ଞାନ ସହାୟକ ହୋଇଥାଏ  ।  ଜଳବିଜ୍ଞାନ ଓ ଜଳଭୂବିଜ୍ଞାନ ହେଉଛି ବିଶିଷ୍ଟୀକୃତ ବିଭାଗ , ଯେଉଁଥିରେ ଗୋଟିଏ ଅଞ୍ଚଳ କିମ୍ବା ଜଳଛାୟାର ଆଧାରୀ ଭୂ- ବିଜ୍ଞାନ ସମ୍ବନ୍ଧିତ ଉତ୍ତମ ଜ୍ଞାନର ଆବଶ୍ୟକତା ପଡିଥାଏ    ।

ଝରଣା ହେଉଛି ଭୂପୃଷ୍ଠ ଜଳ ଓ ଭୂତଳ ଜଳ ମଧ୍ୟରେ ଘନିଷ୍ଠ ସମ୍ପୃକ୍ତି ସର୍ବୋତ୍ତମ ଉଦାହରଣ   ।  ଜଳସ୍ତର ବେଳେବେଳେ ଭୂଆକୃତି କିମ୍ବା ଭୂମିର ପୃଷ୍ଠ ଭାଗକୁ ଛେଡ କରି ଝରଣାର ରୂପ ନେଇଥାଏ ,  ଯେଉଁଥିରେ ଭୂତଳଜଳ ଭୂପୃଷ୍ଠରେ ପ୍ରବାହିତ ହୋଇ ନାଳ ଓ ନଦୀ ଦେଇ ଯାଇଥାଏ, ଯାହାକୁ ଆଧାର ସ୍ରୋତ କୁହାଯାଏ     ।  ସେହିପରି ନଦୀ ନାଳ ଦେଇ ପ୍ରବାହିତ ଜଳ କୌଣସି ହ୍ରଦରେ ଏକତ୍ରିତ ହୋଇ ଭୂନିମ୍ନଭାଗକୁ ଅନ୍ତଃସ୍ରାବିତ ହୋଇ ଭୂତଳଜକଳର ପୁନଃଭରଣ କରିଥାଏ   ।

ଯେହେତୁ ଭୂପୃଷ୍ଠ ଜଳ ଓ ଭୂତଳଜଳ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି  ,  ତେଣୁ ସେ ସମ୍ବନ୍ଧିତ ଉତ୍ତମ ଜ୍ଞାନ ଜଳଛାୟା ବିକାଶ ଓ ପରିଚାଳନାକୁ ପ୍ରଭାବୀ କରାଇବାରେ ସୁନିଶ୍ଚିତ କରିଥାଏ   ।

ବିଶ୍ଵ ଜଳ ସଂପଦ

ପୃଥିବୀ ପୃଷ୍ଠରେ ଥିବା ଜଳ ସମୂହକୁ ଜଳମଣ୍ଡଳ କୁହାଯାଏ   ।  ଭୂପୃଷ୍ଠର ପ୍ରାୟ 74% ଜଳ ଦ୍ଵାରା ଆବୃତ୍ତ , ଯେଉଁଥିରେ ମହାସମୁଦ୍ର ସାଗର,  ହ୍ରଦ ଓ ନଦୀ ଅନ୍ତର୍ଭୁକ୍ତ   ।

ଏକ ବିଶ୍ଵସ୍ତରୀୟ ଜଳ ଖସଡା ପ୍ରତିବର୍ଷ ଜଳ ବିଜ୍ଞାନୀ ଚକ୍ରରେ ଅନ୍ତର୍ଭୁକ୍ତ ଜଳର ପରିମାଣର ଅଟକଳ କରିଥାଏ  ।  ସମଗ୍ର ବିଶ୍ଵରେ ବାର୍ଷିକ ହାରାହାରି ବୃଷ୍ଟିପାତ ପରିମାଣ ପ୍ରାୟ ୮୬ ସେଣ୍ଟିମିଟର  ।  ଏଥିମଧ୍ୟରୁ ପ୍ରାୟ ୭୭ %ସମୁଦ୍ରଏ ଏବଂ ୨୩% ସ୍ଥଳଭାଗରେ ପଢିଥାଏ   ।  ସ୍ଥଳଭାଗରୁ ବାଷ୍ପୀୟ ପାରଶ୍ଵସନ ମାଧ୍ୟମରେ ମୋଟ ଭୂପୃଷ୍ଠିୟ ବୃଷ୍ଟିପାତର ୧୬% ମିଳୁଥିବାବେଳେ ୭% ବିଶ୍ଵସ୍ତରୀୟ ବୃଷ୍ଟିଜଳ ନଦୀ ଓ ଭୂତଳଜଳ ପ୍ରବାହ ମାଧ୍ୟମରେ ଫେରିଯାଇଥାଏ    । କିଛି ଜଳ ଭୂଭାଗରୁ ଜଳସ୍ରୋତ କିମ୍ବା ଭୂତଳଜଳ ରୂପେ ପ୍ରବାହିତ ହୋଇ ସମୁଦ୍ରକୁ ଚାଲିଯାଏ   ।  ଅନ୍ୟ ପକ୍ଷରେ ଜଳ କଣିକା ବାୟୁ ପ୍ରବାହ ଦ୍ଵାରା ସମୁଦ୍ରରୁ ଭୂଭାଗକୁ ବୋହି ଆସିଥାଏ   ।  ବିଶ୍ଵସ୍ତରୀୟ ଜଳଚକ୍ରରେ ବାର୍ଷିକ ପ୍ରାୟ ୪୯୬୦୦୦ ଘନ କିଲୋମିଟର ଜଳ ସଂଶ୍ଳିଷ୍ଟ ହୋଇଥାଏ   ।  ସେହିପରି ଏକ ଅନୁଶୀଳନୀ ଅନୁଯାୟୀ ପୃଥିବୀରେ ମୋଟ ଜଳର ପରିମାଣ ପ୍ରାୟ ୧୪୦୦ ନିୟୁତ ଘନ କିଲୋମିଟର , ଯେଉଁଥିରୁ ୯୪% ହେଉଛି ସମୁଦ୍ର ଜଳ   । ପ୍ରକୃତ ପକ୍ଷେ, ଅବଶିଷ୍ଟ ୬% ହେଉଛି ଭୂତଳଜଳ   । ନିର୍ଦ୍ଧିଷ୍ଟ ରୂପେ ଜଣେ ଯଦି ହିମବାହରେ କଠିନ ହୋଇ ଆବଦ୍ଧିତ ଥିବା ଜଳକୁ ବାଦ ଦିଏ ତେବେ ଭୂତଳଜଳର ପରିମାଣ ଅଣସାମୁଦ୍ରିକ ଜଳର ପ୍ରାୟ  ୯୭% ହେବ   ।  ନଦୀ ଓ ହ୍ରଦ ରୂପରେ ଭୂପୃଷ୍ଠିୟ ଜଳ , ବାୟୁମଣ୍ଡଳୀୟ ଜଳ ଏବଂ ଅସନ୍ତୃପ୍ତ କ୍ଷେତ୍ରରେ ଜଳ ଏକତ୍ର ମିଶି ପୃଥିବୀରେ ଥିବା ମୋଟ ଜଳର ପ୍ରାୟ ୦.୬୬% ହେବ   ।  ଅବଶ୍ୟ ସମସ୍ତ ଭୂତଳଜଳ ବ୍ୟବହାର ପାଇଁ ଉପଲ୍ଲବ୍ଧ ହୋଇନଥାଏ , କାରଣ ଏଥିରୁ କିଛି ଲବଣାକ୍ତ ହୋଇଥିବାବେଳେ ଆଉ କିଛି ମନୁଷ୍ୟର ପହଞ୍ଚଠାରୁ ଦୂରରେ ରହିଛି   ।

ଉତ୍ସ

ଘନଫଳ (ନିୟୁତ ଘନ କିଲୋମିଟର )

ଆପେକ୍ଷିକ ଆନୁପାତ (%)

ମହାସମୁଦ୍ର

୧୩୭୦

୯୩.୯୩

ଭୂତଳଜଳ

୬୪

୪.୩୯

(ସକ୍ରିୟ ବିନିମୟ)

୦.୨୭

ମେରୁ ବରଫ ହିମବାହ

୨୪

୧.୬୫

ହ୍ରଦ

୦.୨୩

୦.୦୧୬

ନଦୀ

୦.୦୦୧

୦.୦୦୦୧

ମୃତ୍ତିକା ଆର୍ଦ୍ରତା

୦.୦୭୫

୦.୦୦୫

ବାୟୁମଣ୍ଡଳୀୟ

୦.୦୧୪

୦.୦୦୧

 

ଜଳର ଭଣ୍ଡାରଣ ଓ ସଂଚାଳନ

ପୃଥିବୀ ପୃଷ୍ଠ କିମ୍ବା ତାର ଅଭ୍ୟନ୍ତରରେ ରହିଥିବା ଜଳର ଦୁଇଟି ମୌଳିକ ଚରିତ୍ର ହେଉଛି ଏହାର ଏକତ୍ରୀକରଣ ଏବଂ ସଂଚାଳନ ବା ପ୍ରବାହ   ।  ଏହି ଚରିତ୍ର ଦ୍ୱୟ ଜଳର ସ୍ଵଚରିତ୍ର ତଥା ଯେଉଁ ମାଧ୍ୟମ ଉପରେ ଓ ଯାହା ମଧ୍ୟରେ ଏହାର ଅବସ୍ଥିତି,  ତାର ଚରିତ୍ର ଦ୍ଵାରା ନିୟନ୍ତ୍ରଣ ହୋଇଥାଏ   । ଜଳବିଜ୍ଞାନ , ଭୂପୃଷ୍ଠରେ ଜଳର ଭଣ୍ଡାରଣ ଓ ସଂରଞ୍ଚନାର ଅନୁଧ୍ୟାନ ଅନ୍ତର୍ଭୁକ୍ତ  କରେ   ।  ତେଣୁ ପୃଷ୍ଠ ଭାଗରେ ଯାହା ଉପରେ ଜଳ ପ୍ରବାହିତ ହୁଏ ଏବଂ ଯେଉଁଠାରେ ଏକା ଏକତ୍ରିତ ହୋଇଥାଏ ,  ତାକୁ ଜଳବିଜ୍ଞାନ ଗମ୍ଭୀର ଭାବରେ ବିଚାର କରିଥାଏ   ।  ମୃତ୍ତିକା ଓ ଶିଳାର ପ୍ରକାର , ସେଗୁଡିକ ସଂରଚନା , ସ୍ଥଳାକୃତିଜୀବିଜ୍ଞାନ ଏବଂ ପୃଷ୍ଠିୟ ଜଳାଧାର ପଥ ଜଳର ଏହି ଚରିତ୍ରକୁ ବୁଝିବା ନିମନ୍ତେ ଅତ୍ୟନ୍ତ ତତ୍ପର୍ଯ୍ୟପୂର୍ଣ୍ଣ   ।  ଅନ୍ୟପକ୍ଷରେ ଜଳ କିପରି ଭାବରେ ଭୂମିର ନିମ୍ନଭାଗରେ ଏକତ୍ରିତ ହୁଏ ତଥା ସଂଚାଳିତ ହୋଇଥାଏ ତାହା ଜାଣିବାର ପ୍ରଚେଷ୍ଟା ନିମିତ୍ତ ଏକ ଅଧ୍ୟୟନ ଜଳ ଭୂବିଜ୍ଞାନ ଅନ୍ତର୍ଭୁକ୍ତ କରେ   ।  ସରଳ ଶବ୍ଦରେ , ଜଳଭୂବିଜ୍ଞାନ , ମୃତ୍ତିକା ଓ ଶିଳାର ଢାଞ୍ଚା ମଧ୍ୟରେ ଭୂତଳଜଳର ସଞ୍ଚୟନ ଓ ସଂଚାଳନ ପ୍ରବାହପଥର ପ୍ରକାର ସମ୍ବନ୍ଧରେ ବୁଝିବାକୁ ଅନ୍ତର୍ଭୁକ୍ତ କରେ   । ଶିଳା ମଧ୍ୟରେ କେତେ ପରିମାଣର ଭୂତଳଜଳ ସଞ୍ଚିତ ହୋଇଅଛି   ,  କେଉଁ ହାରରେ ଏହା ଗୋଟିଏ ବିନ୍ଦୁରୁ ଅନ୍ୟତ୍ର ପ୍ରବାହିତ ହେଉଅଛି ଏବଂ ପ୍ରାକୃତିକ ଓ ମାନବକୃତ କାରଣ ଯୋଗୁଁ ତାର ମାନରେ କି ପରିବର୍ତ୍ତନ ଘଟିଛି ,  ସେ ସମ୍ବନ୍ଧରେ ଜଳଭୂବିଜ୍ଞାନ ସମ୍ପୃକ୍ତ ହୋଇଥାଏ   ।

ଆଧାର – ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top