ହୋମ / ଶକ୍ତି / ପରିବେଶ / ମୃତ୍ତିକା କ୍ଷୟ ପରିମାଣ ଓ କାରଣ
ସେଆର କରନ୍ତୁ

ମୃତ୍ତିକା କ୍ଷୟ ପରିମାଣ ଓ କାରଣ

ମୃତ୍ତିକା କ୍ଷୟ ପରିମାଣ ଓ କାରଣ ର ସୂଚନା

ମୃତ୍ତିକା  କ୍ଷୟ   ପରିମାଣ

ସବୁବେଳେ   ସବୁଠାରେ  କିଛି  ନା  କିଛି   ମୃତ୍ତିକା  କ୍ଷୟ  ହେଉଥିଲେ  ହେଁ  ଏହା  ସହଜରେ   ସୃଷ୍ଟି   ଗୋଚର  ହୁଏ  ନାହିଁ   । ଏହାଦ୍ୱାରା  ମୃତ୍ତିକାର   ଉପର ସ୍ତର  କ୍ଷୟ  ହୋଇଥାଏ   । ଅନେକ   ପରିମାଣର  ଖାଦ୍ୟ   ଉପାଦାନ  ନଷ୍ଟ ହୁଏ   । ନଈ, ନାଳ ଓ  ଜଳ   ଭଣ୍ଡାର  ପୋତି   ହୋଇଯାଏ   । ରାସ୍ତାଘାଟ   ଅବରୋଧ   ହୋଇଯାଏ   । ବନ୍ୟା ଓ  ବାତ୍ୟା   ପ୍ରକୋପ  ବଢେ  ଓ  ମୃତ୍ତିକା  ଉତ୍ପାଦିକତା  ହ୍ରାସ  ପାଏ   । ଦେଶ  ଦରିଦ୍ର   ହୋଇଯାଏ   ।

ଭାରତ   ଭଳି   ବିରାଟ   ଉପମହାଦେଶରେ  ମୃତ୍ତିକା  କ୍ଷୟ – କ୍ଷତି  ପରିମାଣ  ଅକଳନୀୟ   । ପଶ୍ଚିମ   ଭାରତରେ   ପବନ  ଜନିତ   ମୃତ୍ତିକାକ୍ଷୟ,  ଦକ୍ଷିଣ  ଭାରତରେ   ଜଳ  ଓ  ପବନ   ମୃତ୍ତିକା  କ୍ଷୟ, ଉତ୍ତର ଓ  ପୂର୍ବ  ଭାରତରେ  ଜଳ   ଜନିତ  ମୃତ୍ତିକା   କ୍ଷୟ କ୍ଷତି  ପରିମାଣ   ଅତି  ଭୟଙ୍କର  । ଭାରତରେ   ବିଭିନ୍ନ   ଭାଗରେ   ହେକ୍ଟର   ପ୍ରତି  ବର୍ଷକୁ  ୩,୪୫୦  ଟନ   ମୃତ୍ତିକା   କ୍ଷୟ   ହେଉଛି   । ଛୋଟ   ନାଗପୁର   ମାଳଭୂମିରେ  ନାଳ   ମୁହଁ  ବଢି  ବଢି  କ୍ରମେ   ଅଧିକରୁ  ଅଧିକ  ଚାଷ   ଜମି  ଖାଇ  ଖାଇ   ଯାଉଛି   । ମହାରାଷ୍ଟ୍ର , ଗୁଜୁରାଟ ଓ  କର୍ଣ୍ଣାଟକର   ବିଭିନ୍ନ   ଅଂଶରେ   ପ୍ରାୟ   ୭୦ ଭାଗ   ଚାଷ  ଜମିରେ  ମୃତ୍ତିକା  କ୍ଷୟର   ଭୟାବହଃ  ଅନୁଭୂତ  ହେଉଛି   । ଏଥିରୁ  ପ୍ରାୟ  ୩୨ ଭାଗ  ଜମିରେ   ଚାଷ  କରିବା  ଅସମ୍ଭବ  ହୋଇ  ପଡିଲାଣି   । ସାଲାପୁର  ଜିଲ୍ଲାର  ବର୍ଷକୁ  ୬୫ ସେ.ମି. ବୃଷ୍ଟିପାତ  ଓ  ୨.୮%  ଢାଲୁ   ଅଞ୍ଚଳରେ  ବର୍ଷକୁ  ହେକ୍ଟର   ପିଛା  ୧.୫ ରୁ  ୧୧୨ ଟନ   ମୃତ୍ତିକା   କ୍ଷୟ  ହେଉଛି  । ପାହାଡିଆ  ଅଞ୍ଚଳରେ  ଅଧିକ  ଢାଲୁ   ହେତୁ   ଗୋଟିଏ   ଗୋଟିଏ   ହେକ୍ଟର  ପିଛା  ୩୨ – ୩୬ ଟନ   ମୃତ୍ତିକା  କ୍ଷୟ  ହେବାର  ପ୍ରମାଣ   ଅଛି  । ଅନେକ   ଜାଗାରେ   ଢାଲୁ   ପରିମାଣ   ଅଧିକ   ହୋଇଥିବାରୁ  କ୍ଷୟ  ପରିମାଣ  ଆହୁରି  ଅଧିକ  ବୋଲି  କଳନା   କରାଯାଉଛି   । ସାରା  ଦେଶରେ  ୮୦ ନିୟୁତ  ହେକ୍ଟରରୁ  ବେଶି  ଜମିରେ  ଜଳ  ବା  ପବନ  ଜନିତ   ମୃତ୍ତିକା  କ୍ଷୟ  ସମସ୍ୟା   ଲାଗି  ରହିଛି   । ଏଥିରୁ  ପ୍ରାୟ  ଅନ୍ୟୁନ  ୪୦ ନିୟୁତ  କ୍ଷୟ  ପ୍ରବଣ   ମୃତ୍ତିକା    । ଗବେଷଣାରୁ  ଜଣାପଡୁଛି  ଯେ  ବର୍ଷକୁ  ଆମ  ଚାଷ  ଜମିରୁ  ପ୍ରାୟ  ୪୦,୦୦୦ ହେକ୍ଟର  ମୃତ୍ତିକାକ୍ଷୟ  ହେତୁ  ପୂରାପୂରି  ଅକାମି  ହୋଇ  ପଡୁଛି   । ରାଜସ୍ଥାନ ଓ  ପଶ୍ଚିମ   ଉତ୍ତର  ପ୍ରଦେଶରେ  ବର୍ଷକୁ  ପ୍ରାୟ   ୧୨୮୦୦  ହେକ୍ଟର   ଜମି   ମରୁଭୁମିରେ   ପରିଣତ  ହୋଇଚାଲିଛି   । ଆନ୍ଧ୍ରପ୍ରଦେଶ , ଗୁଜୁରାଟ, ମହାରାଷ୍ଟ୍ର,  କର୍ଣ୍ଣାଟକ, ଓଡିଶା, ପଞ୍ଜାବ ଓ  ଉତ୍ତର ପ୍ରଦେଶରେ  ମୃତ୍ତିକା   କ୍ଷୟ   ହେତୁ   ୮.୧, ୭.୩, ୧୩.୮, ୯.୧, ୩.୧, ୩.୦ ଓ  ୩.୬  ନିୟୁତ   ହେକ୍ଟର   ଜମି   ମୃତ୍ତିକା   କ୍ଷୟ – ଗ୍ରସ୍ଥା  । ସାରା  ଦେଶରେ  ଥିବା   ସାର  କାରଖାନାମାନଙ୍କରୁ   ଉତ୍ପାଦିତ  ଉପାଦାନ   ପରିମାଣରୁ   ଅଧିକ   ଉପାଦାନ  ମୃତ୍ତିକା   କ୍ଷୟ   ହେତୁ   ନଷ୍ଟ   ହେଉଛି   । ମୃତ୍ତିକା   କ୍ଷୟ  ହେତୁ   ବର୍ଷକୁ   ହେକ୍ଟର   ପ୍ରତି  ୧୨୭ କି.ଗ୍ରା.  ଯବକ୍ଷାରଜାନ, ୧୩୦ କି.ଗ୍ରା. ଫସଫେଟ୍ , ୧୨୭୨ କି.ଗ୍ରା.  ପୋଟାସ୍  ଏବଂ  ୮୫୨୧ କି.ଗ୍ରା. ଚୂନ  ନଷ୍ଟ  ହେଉଛି   ।

ଓଡିଶା  ରାଜ୍ୟର   ଭୌଗଳିକ  କ୍ଷେତ୍ରଫଳ  ୧୫.୫୮  ନିୟୁତ  ହେକ୍ଟର   ।  ଏଥିରୁ  ୭.୮  ନିୟୁତ   ହେକ୍ଟର   ମୃତ୍ତିକା   କ୍ଷୟଗ୍ରସ୍ଥ  । ମୟୂରଭଞ୍ଜ, ସମ୍ବଲପୁର, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି,  ଫୁଲବାଣୀ, କୋରାପୁର ଓ  ଢେଙ୍କାନାଳ  ଜିଲ୍ଲାରେ  ଜଳ   ଜନିତ   ମୃତ୍ତିକା  କ୍ଷୟ ଓ  କଟକ , ପୁରୀ, ବାଲେଶ୍ଵର ଓ  ଗଞ୍ଜାମ ଜିଲ୍ଲାର  ସମୁଦ୍ର  କୁଳବର୍ତ୍ତୀ   ଅଞ୍ଚଳରେ   ପବନ   ଜନିତ   ମୃତ୍ତିକା  କ୍ଷୟ  ସମସ୍ୟା   ଭୟଙ୍କର   । ଏହାଦ୍ୱାରା  ଅନେକ   ଜାଗାରେ   ମୃତ୍ତିକାର   ଉତ୍ପାଦିକତା  ହ୍ରାସ   ପାଉଛି  ଓ  ବଢି  ଓ  ମରୁଡି  ସମସ୍ୟା   ଗୁରୁତର   ହେଉଛି   । ଓଡିଶାରେ  ବିଭିନ୍ନ   ପ୍ରକାର   ମୃତ୍ତିକା  କ୍ଷୟ  ହେତୁ   କ୍ଷୟଗ୍ରସ୍ତ  ଜମି   ପରିମାଣ  ନିମ୍ନରେ   ଦିଆଗଲା

ମୃତ୍ତିକା  କ୍ଷୟ  ପ୍ରକାର

କ୍ଷୟଗ୍ରସ୍ତ   ଜମି

ସ୍ତର  କ୍ଷୟ

୩.୮୨

ଧାର  କ୍ଷୟ

୨.୫୪

ନାଳ  କ୍ଷୟ

୦.୯୩

ଗଭୀର ଓ  ସଂକୀର୍ଣ୍ଣ  ଗିରିଗହ୍ଵର   କ୍ଷୟ

୦.୧୨

ପୋଡୁ  ଚାଷ  ଜନିତ  କ୍ଷୟ

୦.୧୮

ତୀର ଓ  ବେଳାଭୂମି

୦.୨୧

୭.୮୦

ମୃତ୍ତିକା  କ୍ଷୟର  କାରଣ

ମୃତ୍ତିକା  କ୍ଷୟ   ଲାଗି   ମୁଖ୍ୟତଃ  ବୃଷ୍ଟି  ପରିମାଣ, ବଣ୍ଟନ  ଓ  ତୀବ୍ରତା, ଜଳ  ପରିମାଣ  ଓ  ପ୍ରବାହ  ବେଗ , ଅବବାହିକାରେ  ଆକାର, ଆୟତନ, ଢାଲୁ,  ପରିମାଣ  ମୃତିକା  ଗୁଣ – ବୟନ ଓ  ଗଠନ, ଶାକାଳି  ଆବରଣ  ପରିମାଣ  ଓ  ସଘନତା,  ଚାଷ   ପଦ୍ଧତି,  ତାପମାନ,  ବାୟୁ  ବେଗ  ଓ  ଦିଗ  ଇତ୍ୟାଦି  କାରକମାନ  ଦାୟୀ   । ବୃଷ୍ଟି  ଓ  ଅବବାହିକା  ବୈଶିଷ୍ଟ୍ୟ  ମୁଖ୍ୟ   କାରଣ  ଓ   ଅନ୍ୟାନ୍ୟ   ଗୌଣ  କାରଣ    ବୋଲି   ଧରାଯାଇପାରେ   ।

ବୃଷ୍ଟିପାତ

ବୃଷ୍ଟିପାତ  ମୃତ୍ତିକା  କ୍ଷୟର   ପ୍ରଧାନ   କାରଣ   । ବୃଷ୍ଟି  ପରିମାଣ  କମ୍  ହେଲେ  ଓ   ଧୀରେ  ଧୀରେ   ହେଲେ  ବେଶି   ଜଳ  ମୃତ୍ତିକା  ଭିତରକୁ   ପ୍ରବେଶ   କରିବା  ପାଇଁ   ସୁଯୋଗ  ପାଏ ;  କମ୍  ଜଳ   ଉପରେ  ବହିଯାଏ  । ବେଶି  ଖୋଳି  ହୋଇଯାଏ  ନାହିଁ   । ଏଣୁ   କମ୍  ମୃତ୍ତିକା   କ୍ଷୟ   ହୋଇଥାଏ   । ବର୍ଷା  ଯେତେ  ଟାଣ ଓ  ପ୍ରଖର   ହେବ   ସେତେ  ଜୋରରେ   ଜଳବିନ୍ଦୁ  ଗୁଡିକ  ମାଟିରେ   ବାଡେଇ   ହୋଇଯିବ  ଏବଂ   ମୃତ୍ତିକା   କଣିକାଗୁଡିକୁ   ସେତେ   ଶୀଘ୍ର   ବିଚ୍ଛିନ୍ନ  କରି  ପକାଇବ  । ଏଣୁ  ବହୁତ  ଜଳ  ଜମି  ଉପରେ  ବହିଯିବ  । ଗୋଟିଏ   ଜାଗାରେ   ମାସକୁ  ବର୍ଷା  ଯେତେ   ହେବାର  କଥା   ସେତେ   ବର୍ଷା   ଦିନାକା  ଭିତରେ   ହୋଇଗଲେ   ଲହି  ହେତୁ  ମୃତ୍ତିକା  କ୍ଷୟ   ପରିମାଣ  ସେତିକି   ବର୍ଷା  ବାଣ୍ଟିବୁଣ୍ଟି   ହୋଇ  ମାସକଯାକ   ହୋଇଗଲେ  ସେତିକି   ମୃତ୍ତିକା  କ୍ଷୟ  ହୋଇଥାନ୍ତା   ତାହାଠାରୁ   ଖୁବ୍  ବେଶି   । ହିସାବରୁ   ଜଣାପଡେ  ।   ଯେ  ୫୦  ବର୍ଷରେ  ଥରେ  ଅସାଧାରଣ  ଭାବେ   ଖୁବ୍  ଜୋରରେ  ବର୍ଷା  ହେତୁ   ଯେତେ   ମୃତ୍ତିକା  କ୍ଷୟ  ହୁଏ  ବିଗତ  ୪୯ ବର୍ଷରେ   ସାଧାରଣ   ପରିମାଣ   ବୃଷ୍ଟିହେତୁ  ସେତିକି   ପରିମାଣର  ମୃତ୍ତିକା   କ୍ଷୟ   ହୋଇ  ନଥାଏ  ।  ସାଧାରଣତଃ  ଦିନକୁ  ୫୦ ମିଲିମିଟରରୁ  ବେଶି   ବର୍ଷା   ହେଲେ   ମୃତ୍ତିକା  କ୍ଷୟ   ହୋଇଥାଏ   ।  ଦୈନିକ   ବୃଷ୍ଟି   ବାଷ୍ପୀଭବନ   ପରିମାଣ  ସହିତ   ସମାନ  ହେଲେ   ମୃତ୍ତିକା  କ୍ଷୟ   ହୁଏ  ନାହିଁ   ।

ଢାଲୁ  ପରିମାଣ  ଓ  ମୃତ୍ତିକା  କ୍ଷୟ

ବହିଯିବା   ଜଳ   ପରିମାଣ ଓ  ବେଗ  ଜମିର   ଢାଲୁ   ପରିମାଣ  ଉପରେ  ନିର୍ଭର   କରିଥାଏ   । ଢାଲୁ  ପରିମାଣ  ବେଶି   ହେଲେ   ଜଳର   ପ୍ରବାହ   ବେଗ  ବୃଦ୍ଧି   ପାଇଥାଏ   । ବସ୍ତୁର   ପତନ   ନିୟମ  ଅନୁସାରେ   ପତନ  ବେଗ   ପତନ   ଦୂରତାର   ବର୍ଗମୂଳାନୁପାତୀ   । ଏଣୁ   ଢାଲୁ   ଅରିମାନ  ୪ ଗୁଣ  ହେଲେ   ଏହି  ଢାଲୁରେ   ବହିଯାଉଥିବା  ଜଳର   ବେଗ  ୨ ଗୁଣ   ହୋଇଥାଏ   । ବହି   ଯାଉଥିବା   ଜଳର  ବେଗ   ଦୁଇଗୁଣ   ହୋଇଗଲେ , କ୍ଷୟ  କ୍ଷମତା  ୪ ଗୁଣ   ହୋଇଯାଏ   । ପ୍ରବାହ   ବେଗର  ୫ମ   ଘାତାନୁପାତରେ  କୌଣସି  ନିର୍ଦ୍ଧିଷ୍ଟ   ଆକାର   ବସ୍ତୁର   ପରିବହନ   ପରିମାଣ   ବୃଦ୍ଧି  ପାଇଥାଏ   । ପେଲି  ହୋଇ  ବା  ଗଡି  ଗଡି   ବୋହି   ହୋଇ   ଯାଉଥିବା   କଣିକାର   ଆକାର   ପ୍ରବାହ   ବେଗର  ୬ଷ୍ଠ  ଘାତାନୁପାତ   ଅନୁସାରେ   ବୃଦ୍ଧି  ପାଇଥାଏ   ।  ଏଣୁ   ଢାଲୁ  ପରିମାଣ  ବୃଦ୍ଧି   ପାଇଲେ  ମୃତ୍ତିକା  କ୍ଷୟ  ବହୁଗୁଣ   ବୃଦ୍ଧି  ପାଇଥାଏ  । ସାରଣୀ – ରେ  ଢାଲୁ  ପରିମାଣ   ବୃଦ୍ଧି  ହେତୁ  ମୃତ୍ତିକା  କ୍ଷୟ   ପରିମାଣ  ହିସାବ   ଦର୍ଶାଯାଇଛି   ।

ମୃତ୍ତିକା  ଗୁଣ

ମୃତ୍ତିକା  କ୍ଷୟ   ମୃତ୍ତିକାର   ସଂରଚନା , ବୟନ  ଏବଂ  ଏଥିରେ   ଥିବା  ଜୈବିକ  ପଦାର୍ଥ   ପରିମାଣ  ଉପରେ  ନିର୍ଭର  କରେ ।  ବାଲିଆ ଓ  ଫସଫସିଆ   ମାଟିରୁ  କାଦୁଅ ଓ  କଳାମାଟି   ଅପେକ୍ଷା  ପଟୁକ୍ତ   କର୍ଦ୍ଦମାଂଶ  ଶୀଘ୍ର  ଧୋଇ   ହୋଇଯାଏ । ଲୁଣି  କିମ୍ବା  କର୍ଦ୍ଦମାଳ   ମୃତ୍ତିକା  ଅତି  କ୍ଷୟ   ପ୍ରବଣ । ବର୍ଷା   ହେଲେ   ଏ  ପ୍ରକାର  ମୃତ୍ତିକା  ଫୁଲିଯାଏ  ଏବଂ   ଦତି  ହୋଇଯାଏ  ।  ତଳକୁ   ଜଳଗତି   ହାର  ହ୍ରାସ  ପାଏ ।  ଅଧିକ  ବର୍ଷା   ହେଲେ   ଉପର  ମାଟି   ପଙ୍କୁଆ  ହୋଇ  ଗୋଳି   ହୋଇଯାଏ   ଏବଂ  ଧୋଇ   ହୋଇଯାଏ।

କ୍ଷୟ  ଶକ୍ତି  ଓ  କ୍ଷୟ  ପ୍ରବଣତା

ବର୍ଷାର  ମୃତ୍ତିକା  କ୍ଷୟକାରୀ   ଶକ୍ତିକୁ  କ୍ଷୟଶକ୍ତି   କୁହାଯାଏ   । ବର୍ଷାର   କ୍ଷିପ୍ରତା  ଓ  ପରିମାଣ  ଅନୁସାରେ   କୌଣସି  ନିର୍ଦ୍ଧିଷ୍ଟ   ମୃତ୍ତିକାରୁ  ବିଭିନ୍ନ   ପରିମାଣର   ମୃତ୍ତିକା   କ୍ଷୟ   ହୋଇଥାଏ   ।

କ୍ଷୟ  ପ୍ରବଣତା  ମୃତ୍ତିକାର  ଭୌତିକ  ଗୁଣ   ଉପରେ   ନିର୍ଭର  କରେ   । ମୃତ୍ତିକାର  ପରିଚାଳନା   ଏହାକୁ   ଅନେକାଂଶରେ   ନିୟନ୍ତ୍ରଣ   କରିଥାଏ   । କ୍ଷୟ  ପ୍ରବଣମାନ   ବାଲି, ପଟୁ ଓ  କର୍ଦ୍ଦମାଂଶ  ଉପରେ  ନିର୍ଭର   କରିଥାଏ   ।

ଏହା    ଅନୁପାତ   ସହିତ  ସମାନୁପାତି  । ଏହି  ଅନୁପାତ  ଜମି   ଫସଲ   ପରିମାଣ   ଓ  କର୍ଷଣାବସ୍ଥା   ଏବଂ  ମୃତ୍ତିକା  ସାନ୍ଧ୍ରତା   ଉପରେ   ନିର୍ଭର   କରିଥାଏ   ।

ସବୁଜ   ଆବରଣ

କୌଣସି   ପ୍ରକାର  ଫସଲ, ଏପରିକି  ଘାସ,  ଫସଲ  ମୂଳ  ଗଛଲତା , ବୁଦି  ବୁଦିଆ  ଜଙ୍ଗଲ   ଇତ୍ୟାଦି   ଥିଲେ   ପଡିଆ, ଚାଷ  ନ  ହୋଇଥିବା  ବା  ଟାଙ୍ଗରା  ଜମି  ତୁଳନାରେ   କମ୍  ମୃତ୍ତିକା  କ୍ଷୟ   ହୋଇଥାଏ   ।  ଏଣୁ  ମୃତ୍ତିକା   ଉପରେ   ଥିବା  ସବୁଜ  ଆବରଣ   ନଷ୍ଟ  ହେଲେ   ମୃତ୍ତିକା  ଉପରେ   ବିଭିନ୍ନ   ପ୍ରାକାର  ଶାକାଳି   ଆବରଣ  ହେତୁ   ମୃତ୍ତିକା   କ୍ଷୟ  ଅନୁପାତ   ନିମ୍ନରେ   ଦର୍ଶାଗଲା   ।

ସବୁଜ  ଆବରଣ

ମୃତ୍ତିକା   କ୍ଷୟ   ଅନୁପାତ

ଜମି  ସାଧାରଣ   ଭାବେ  ଆଚ୍ଛାଦିତ  କରି  ରଖିଥିବା  ଜଙ୍ଗଲ

ଜଙ୍ଗଲ  ପୋଡି,  ଜଙ୍ଗଲ  କଟା ଏବଂ  କାଠ  ଡାଳ  ପତ୍ର ଇତ୍ୟାଦି  ଅପସାରଣ

୨୦

ଭଲ  ଭାବରେ  ଓ  ଯତ୍ନ  ନିଆଯାଉଥିବା  ଘାସ  ପଡିଆ

୧୪

ସାଧାରଣ  ଘାସ  ପଡିଆ

୧୩୦

ଖାଲି ପଡିଆ

୩୨୫୦

ଜଙ୍ଗଲ  ଧ୍ଵଂସ

ଜଙ୍ଗଲ   ଧ୍ଵଂସ   ହେଲେ  ଭୂମି   ଉପର   ଆବରଣ  ନଷ୍ଟ  ହୋଇଯାଏ   । ଜଳ  ଓ  ମୃତ୍ତିକା   କ୍ଷୟ  ହୁଏ   । ଭୂମି   ଉପରେ   ଗଛ  ଲତାର   ଆବରଣ   ଥିଲେ : -

  1. ବର୍ଷା   ବେଳେ   ଟୋପା   ଗଛପତ୍ର   ଉପରେ  ପଡେ   । ଏହାଦ୍ୱାରା   ତା’ର  ଶକ୍ତି  ହ୍ରାସ  ପାଏ  । କିଛି  ଅଂଶ  ଗଛ  ଡାଳ ଓ  ପତ୍ରରେ   ଅବରୋକ୍ଷ   ହୋଇ  ରହିଥାଏ   । ଆଉ  କିଛି  ଅଂଶ   ଆକାଶକୁ   ବାଷ୍ପୀଭୂତ  ହୋଇଯାଏ   । ଗଛ   ଡାଳପତ୍ର   ପାଣି   ପାଇ  ସତେଜ   ରହେ   । ଅବଶିଷ୍ଟ   ଜଳ  ଧୀରେ  ଧୀରେ   ଝରି  ମାଟିରେ   ମିଶେ   ।
  2. ବର୍ଷା  ଟୋପା   ମାଟି   ଉପରେ   ପ୍ରତ୍ୟକ୍ଷଭାବେ   ନ  ପଡିବାରୁ, ମାଟିରେ  ବାଡେଇ  ହୋଇଯାଏ   ନାହିଁ   । ଏହାଦ୍ୱାରା   ମାଟି  ଛିରିକି   ନଷ୍ଟ   ହୋଇଯାଏ  ନାହିଁ   । ଲୁଗା   ପାଣିରେ   ଓଦା   ହେଲା   ଭଳି   ଧୀରେ  ଧୀରେ   ମାଟିରେ   ଶୋଷି  ହୋଇ  ତଳକୁ   ଚାଲିଯାଏ  ।
  3. ମାଟି   ବତୁରିଲେ   ପାଣି   ଧୀରେ  ଧୀରେ   ବହିଯାଏ   । ଏହାର  ବେଗ   ହ୍ରାସ   ପାଏ   । ଗୋଟିଏ   ଜାଗାରୁ   ଆଉ   ଗୋଟିଏ   ଜାଗାରେ   ପହଞ୍ଚିବା   ପାଇଁ   ବେଶି   ସମୟ   ଲାଗେ   । ଏହାଦ୍ଵାରା   କମ୍  ମାଟି   କ୍ଷୟ  ହୁଏ   । ଚେର   ମାଟିକୁ   ବାନ୍ଧି  ରଖୁଥିବାରୁ   ମାଟି   ସହଜରେ   ଚେରରୁ   ଧୋଇଯାଏ  ନାହିଁ   ।
  4. ମାଟି   ଭିତରେ   ଚେର  କ୍ରମେ  ସଢିଗଲେ   ଜିଆନାଳ   ଫାଙ୍କ  ଭଳି   ସରୁ   ସରୁ ନଳୀ  ସୃଷ୍ଟି   ହୋଇଯାଏ   ।  ଏହି  ଫାଙ୍କା  ନଳୀରେ   ପାଣି  ଶୀଘ୍ର   ତଳକୁ   ଝରିଯାଏ   । ମାଟି  ବେଶି   ପାଣି  ଧରି   ରଖେ   ।  ବେଶି   ପାଣି  ବହିଯାଏ   ନାହିଁ   ।
  5. ମାଟି   ତଳୁ  ଚେର  ଶୋଷି   ଗଛକୁ   ଯୋଗାଇବା   ପାଇଁ   ବହୁତ   ପାଣି   ପାଏ   । ଚେର  ମାଟି   ଭିତରେ   ଚାରିଆଡକୁ   ମାଡିଯାଇ   ଗଛକୁ  ବଢାଏ  ଓ  ଟାଣ   କରି  ଧରି   ରଖେ  ।
  6. ଗଛ   ପତ୍ର   ପଡି  ମାଟି  ଉପରେ   ଗୋଟିଏ   ଆଚ୍ଛାଦନ   ସୃଷ୍ଟି   କରେ   । ଏହି  ପତ୍ରସବୁ   ସଢିଗଲେ   ମାଟିରେ   ଜୈବିକ  ପରିମାଣ  ବୃଦ୍ଧିପାଏ   । ମାଟିର   ଗଠନ   ବଦଳି   ଯାଏ   । ମାଟି   ବେଶି   ପାଣି   ଧରି   ରଖିପାରେ  ବେଶି   ପାଣି  ବୋହିଯାଏ   ନାହିଁ   । ବୋହି  ଯାଉଥିବା   ପାଣି   ଚାଲୁଣିରେ   ଛାଣି   ହୋଇଗଲା   ଭଳି   ନିର୍ମଳ   ହୋଇ   ବୋହିଯାଏ   । ଏହାଦ୍ଵାରା   ମୃତ୍ତିକା   ଓ  ଜଳର   କ୍ଷୟ   ପରିମାଣ  ହ୍ରାସ   ପାଏ   ।  ଜଙ୍ଗଲ  କ୍ଷୟ  ହେଲେ   ଏସବୁ   ଉପକାର   ମିଳେ  ନାହିଁ   । ଏଣୁ   ମୃତ୍ତିକା   ଓ  ଜଳ  କ୍ଷୟ  ବନ୍ଦ  କରିବା  ଲାଗି  ଜଙ୍ଗଲ  ସଂରକ୍ଷଣ  ଓ  ଜଙ୍ଗଲ   ସୃଷ୍ଟି   ଏକାନ୍ତ   ଆବଶ୍ୟକ   । ଗବେଷଣାରୁ  ଜଣାପଡିଛି  ଯେ  ଉପର   ୧୭ ସେ.ମି.  ଧୋଇ   ନେବା   ପାଇଁ   ଘାସ  କଟା   ହେଉ   ନଥିବା  ବିଲରେ  ୧୯୬୫  ବର୍ଷ , ଘାସ  କଟା   ହେଉଥିବା   ବିଲରେ   ୫୦ ବର୍ଷ, ଚିନାବାଦାମ  ଫସଲ   ଥିବା   ବିଲରେ  ୩୨୪ ବର୍ଷ , ଜମି   ଖାଲି  ପଡିଥିବା   ବିଲରେ  ୨୦୧ ବର୍ଷ, ବାଜରା ଓ  ହରଡ ଫସଲ   ଥିବା   ବିଲରେ   ୫୦ ବର୍ଷ  ଓ  ଜୁଆର   ଫସଲ   ଥିବା   ବିଲରେ  ୨୪ ବର୍ଷ  ଲାଗିଥାଏ   । ବିଲ   ପଡିଆ ଓ  ନାଣ୍ଡିଆ  ହେଲେ   ଜଳ  ଓ  ମୃତ୍ତିକା   କ୍ଷୟ   ସୁନିଶ୍ଚିତ    ।

ଅଧିଚାରଣ

ଆମ  ଦେଶରେ  ଗୋରୁ, ଗାଈ, ମେଣ୍ଢା, ଛେଳି  ଇତ୍ୟାଦି   ପଶୁମାନଙ୍କ  ପାଇଁ  ଚାରଣ   ଭୂମି   ଖୁବ୍ କମ୍    । ଏମାନେ   ଜଙ୍ଗଲ, ବଣ  ପାହାଡ  ଢାଲୁ, ଦଣ୍ଡା, ପଡିଆ  ଇତ୍ୟାଦି  ଜାଗାରେ   ବୁଲି  ଚରନ୍ତି  । ସବୁ  ଜାଗାରେ   ସବୁବେଳେ   ଘାସ   ନଥାଏ   । ସବୁବେଳେ   ବେଶି   ଗୋରୁ   ଗାଈ   ଅଳ୍ପ   ଜାଗାରେ   ଚରି   ବୁଲିରେ  ଘାସ  ମୂଳ   ବି  ରହେନି  । ଚାଷ  ପରେ  ଗୋରୁ  ଛାଡି  ବା  ଆମର  ଗୋଟିଏ   ସାମାଜିକ  ଅଭ୍ୟାସରେ   ପଡିଯାଇଛି   । ସେମାନେ  ମନଇଚ୍ଛା  ଚରିବୁଲି  ଫସଲ   ମୂଳ   ମଧ୍ୟ   ଉପାଡି   ଖାଇଯାଆନ୍ତି   । ନଈକୂଳ , ହିଡ, ବନ୍ଧ  ଇତ୍ୟାଦି   ଚାଞ୍ଚି  ସଫାକରି   ଘାସ   ନେଇଯିବା   ସାଧାରଣ   କଥା   । ଗୋରୁଗାଈଙ୍କ   ଖୁରାରେ  ମାଟି   ଖୋଳି   ହୋଇଯାଏ   ।  ଘୁଷୁରି  ମାଟି   ତାଡି   ଗଦାକରି   ଦିଅନ୍ତି  । ବିଲ   ପଡିଆ  ରହିଲେ, ବିଲରେ  ଘାସ   ଚେର   ମୂଳ   ଇତ୍ୟାଦି  ନ  ରହିଲେ   ପବନ  ଓ  ପାଣିରେ  ମୃତ୍ତିକା   କ୍ଷୟ  ବୃଦ୍ଧି   ପାଏ   । ଖରାଦିନେ   ଦକ୍ଷିଣା  ପବନରେ   ନଈକୂଳ   ବନ୍ଧ   ପାଖାପାଖି   ଜାଗାମାନଙ୍କରେ   ଧୂଳିଝଡ  ସାଧାରଣ   କଥା   । ଏହା  ମୃତ୍ତିକା   କ୍ଷୟକୁ   ତ୍ୱରାନ୍ୱିତ   କରେ   ।

ପୋଡୁ  ଚାଷ

ପାହାଡ  ଉପରେ   ଥିବା  ଜଙ୍ଗଲକୁ   ପାହାଡୀମାନେ   ଅରା ଅରା   କରି  ସେଥିରେ   ଥିବା  ଗଛଲତା   ଇତ୍ୟାଦି  କାଟି   ପକାନ୍ତି   ଏବଂ  ଶୁଖିଗଲେ   ପୋଡି   ଦିଅନ୍ତି  । ସେଠି  ୩/୪ ବର୍ଷ  ଫସଲ  ଚାଷ  କଲାପରେ   ସେ  ଆରାକ  ଛାଡି   ଆଉ  ଅରାଏ   ଏମିତି   ଜଙ୍ଗଲ  କାଟି   ପୋଡି  ଚାଷ  କରନ୍ତି   । ଏହିପରି  ଜଙ୍ଗଲ   କାଟି   ପୋଡି  ଓ  ଚାଷ  କରି  ୮ – ୧୦ ବର୍ଷ  ପରେ   ପୁଣି   ଆଗ  ଜାଗାକୁ   ଫେରି  ଆସନ୍ତି   । ଏହି  ପ୍ରକାର  ଚାଷକୁ   ପୋଡୁ  ଚାଷ, ଝୁମୁଚାଷ,  ବେୱାର ଚାଷ,  ଦହ୍ୟ  ଚାଷ,  ଖିଲ ଚାଷ  ବା   କୁମାରି  ଚାଷ   ବୋଲି   ଭାରତର   ବିଭିନ୍ନ   ଅଞ୍ଚଳରେ  କୁହାଯାଏ   ।  ଓଡିଶାରେ   ଏପରି   ଚାଷକୁ  ପୋଡୁ  ବା   ବଗଡ   ଚାଷ   କୁହାଯାଏ   । ଆସାମ   ସମେତ   ପୂର୍ବ   ଭାରତୀୟ  ପାର୍ବତ୍ୟ  ରାଜ୍ୟ, ମଧ୍ୟ  ପ୍ରଦେଶ,  ଓଡିଶା,  ହିମାଳୟ  ପାଦଦେଶରେ   ଓ ପଶ୍ଚିମଘାଟ   ପର୍ବତମାଳା   ସନ୍ନିକଟ   ଅଞ୍ଚଳରେ  ଏ  ପ୍ରକାର   ଚାଷ  କରାଯାଏ   ।  ଓଡିଶାର  ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ,  ସମ୍ବଲପୁର,  ଫୁଲବାଣୀ,  ବଲାଙ୍ଗିର, କଳାହାଣ୍ଡି,  କୋରାପୁଟ ଓ   ଢେଙ୍କାନାଳ  ଜିଲ୍ଲାରେ  ପାହାଡିଆ   ଅଞ୍ଚଳରେ  ଏବେ  ମଧ୍ୟ   ଚାଲିଛି   । ଖରାଦିନେ   ବିସ୍ତୃତ  ଜଙ୍ଗଲ  ଅଞ୍ଚଳ   ପୋଡୁଥିବା   ଦୃଶ୍ୟ  ଅତି  ଭୟଙ୍କର   । ଏହି  ଚାଷ   ପ୍ରଣାଳୀ   ଜଙ୍ଗଲ   ଧ୍ଵଂସ  ଓ   ଜଙ୍ଗଲ  ସମ୍ପଦ  ତଥା   ବନ୍ୟଜନ୍ତୁ   ନଷ୍ଟର  ଅନ୍ୟ   କାରଣ   ।

ଏହି  ଚାଷ  ପ୍ରଣାଳୀ   ଏକ  ଭୟଙ୍କର  ପରିବେଶ  କ୍ଷୟକାରୀ   ପ୍ରଣାଳୀ   । ଜଙ୍ଗଲ  ସମ୍ପଦ  ନଷ୍ଟ  ହୁଏ , ଉପର  ମାଟି   ତଳୁ  ବହିଆସି   ଉପର   ଜମିର   ଉର୍ବତା   ନଷ୍ଟ  କରେ , ବୃଷ୍ଟିପାତ  ହ୍ରାସପାଏ  ଓ  ତାପମାନ  ବୃଦ୍ଧିପାଏ   । ଖରାଦିନେ   ବେଶି   ଗରମ  ଓ  ଶୀତ   ଦିନେ   ବେଶି  ଥଣ୍ଡା   ପଡେ   । ପରିବେଶ   ନଷ୍ଟ  ହୁଏ  । ଜଳବାୟୁ   ଶୁଷ୍କ  ହୋଇ  ଆସେ   । ପାର୍ବତ୍ୟ   ଢିପ   ଅଞ୍ଚଳରେ  ମରୁଡି  ଓ  ନିମ୍ନ   ଅଞ୍ଚଳରେ  ବନ୍ୟା   ପ୍ରକୋପ   ବୃଦ୍ଧିପାଏ   ।

ତ୍ରୁଟିପୂର୍ଣ୍ଣ  ଚାଷ   ପ୍ରଣାଳୀ

ପାହାଡିଆ  ଢାଲୁ  ଜମିରେ   କର୍ଷଣ   ପ୍ରଣାଳୀ   ମଧ୍ୟ   ମୃତ୍ତିକା  କ୍ଷୟର  କାରଣ  ହୋଇଥାଏ   । ଜମିର   ଢାଲୁ  ଦିଗରେ   ଚାଷ   କଲେ   ଉପରୁ  ତଳକୁ   ପାଣି   ଶୀଘ୍ର  ବହିଯାଏ   ଏବଂ  ଅଧିକ  ମୃତ୍ତିକା   କ୍ଷୟ   ହୁଏ   । କ୍କିନ୍ତୁ  ଢାଲୁର  ବିପରୀତ   ଦିଗରେ   ଚାଷ   କଲେ   ଜଳ   ସ୍ରୋତ   ସମ୍ମୁଖରେ  ଧାଡି  ଧାଡି  ହୋଇ  ହିଡ  ରହିଯାଏ   । ଏହାଦ୍ୱାରା ଜଳ   ତଳକୁ   ଶୀଘ୍ର  ବହି  ଆସିପାରେ  ନାହିଁ   । ଫଳତଃ  ମୃତ୍ତିକା  କ୍ଷୟ  ମଧ୍ୟ   ହ୍ରାସ   ପାଇଥାଏ    ।

ଧାଡି  ଧାଡି  ଓ  ଛଡା  ଛଡା  ହୋଇ   ଲଗାଯାଉଥିବା   ଫସଲ   ଗଛ   ମଧ୍ୟରେ   ବେଶି   ଜାଗା   ଖାଲି  ରହୁଥିବାରୁ   ଏଥିରେ   ବେଶି   ମୃତ୍ତିକା   କ୍ଷୟ   ହୁଏ   । କିନ୍ତୁ  ପାଖାପାଖି   ଲାଗୁଥିବା   ଫସଲ  ମାଟିକୁ  ସମ୍ପୂର୍ଣ୍ଣ  ଘୋଡେଇ   ବାନ୍ଧି   ରଖୁଥିବାରୁ   ଜଳ  ଓ  ମୃତ୍ତିକା  କ୍ଷୟ   ହ୍ରାସ   ପାଇଥାଏ   ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top