ହୋମ / ଶକ୍ତି / ପରିବେଶ / ମୃତ୍ତିକା ପରିଚ୍ଛେଦିକା
ସେଆର କରନ୍ତୁ

ମୃତ୍ତିକା ପରିଚ୍ଛେଦିକା

ମୃତ୍ତିକା ପରିଚ୍ଛେଦିକା ସମ୍ବନ୍ଧରେ ସୂଚନା ।

ଉପକ୍ରମ

ମୃତ୍ତିକା ଅବୟବର ଅନୁଶୀଳନ ପାଇଁ ଏହାର ଏକ ବିଭକ୍ତିକରଣ ବା ପରିଚ୍ଛେଦକ ଆବଶ୍ୟକ । ଏହାକୁ ମୃତ୍ତିକା ପରିଚ୍ଛେଦିକା କୁହାଯାଏ । ଚିତ୍ର ୧ – ୨ ରେ ଗୋଟିଏ ସାଧାରଣ ମୃତ୍ତିକା ପରିଚ୍ଛେଦିକା ଦର୍ଶାଯାଇଛି । ଏଥିରେ ବିଭିନ୍ନ ମୃତ୍ତିକା ସ୍ତରର ନାମକରଣ ଓ ସେଗୁଡିକର ପ୍ରକୃତି ସଂକ୍ଷେପରେ ଉଲ୍ଲେଖ କରାଯାଇଛି ।

OI ସ୍ତର – ଘଞ୍ଚ ଜଙ୍ଗଲ ଥିବା ଅଞ୍ଚଳରେ ମୃତ୍ତିକା ପୃଷ୍ଠରେ ନିୟମିତ ଭାବରେ ପତ୍ର, ଶୁଖିଲା ଡାଳ ଇତ୍ୟାଦି ପଡୁଥାଏ । ଏଗୁଡିକ ବିପଚନ ହେବା ପର୍ଯ୍ୟନ୍ତ ଏକ ଫସ୍ ଫସିଆ ସ୍ତର ହିସାବରେ ପଡି ରହେ ଏବଂ କାଳକ୍ରମେ ନିମ୍ନଭାଗରୁ ବିପଚନ ଆରମ୍ଭ ହୁଏ ।

Oa ସ୍ତର - ଜୈବ ପଦାର୍ଥ ଅଣୁଜୀବମାନଙ୍କ ଦ୍ଵାରା ବିପଚିତ ହେବା ପରେ ସୂକ୍ଷ୍ମ ଜୈବ ପଦାର୍ଥରେ ପରିଣତ ହୁଏ । ଏହା ଚିକ୍କଣ ଗାଢ ଧୂସର ରଙ୍ଗର ସ୍ତର ସୃଷ୍ଟି କରେ ।

A ସ୍ତର - ସୂକ୍ଷ୍ମ ଜୈବ ପଦାର୍ଥ ଜିଆ, ଭୃଙ୍ଗ କୀଟ, ଜନ୍ଦା, ପିମ୍ପୁଡି ପ୍ରଭୃତିଙ୍କ ଦ୍ଵାରା ନିମ୍ନସ୍ଥ ଅଜୈବ ପଦାର୍ଥ ସହିତ ମିଶେ । ଅତିସୂକ୍ଷ୍ମ ଚିକ୍କଣ ଜୈବ ପଦାର୍ଥ ବା ହ୍ୟୁମସ୍ ଅଜୈବ ପଦାର୍ଥ ଯଥା ବାଲୁକା, କର୍ଦ୍ଦମ ପ୍ରଭୃତି ସହିତ ଘନିଷ୍ଠ ଭାବରେ ମିଶି ମୃତ୍ତିକା ଦାନା ଗଠନ କରେ । ଏହା ଅପେକ୍ଷାକୃତ କମ୍ ଗାଢ ଧୂସର ରଙ୍ଗର ହାଲୁକା ସ୍ତର ।

ଚାଷ ହେଉଥିବା ମୃତ୍ତିକା ପୃଷ୍ଠରେ ଉପରୋକ୍ତ ୩ଟି ସ୍ତର ମିଶିଯାଏ ଏବଂ ଗୋଟିଏ ସ୍ତର ସୃଷ୍ଟି ହୁଏ । ଏବଂ ଗୋଟିଏ ସ୍ତର ସୃଷ୍ଟି ହୁଏ । ତାହାକୁ Ap ସ୍ତର କୁହାଯାଏ ।

E ସ୍ତର - ଜୈବ ଅମ୍ଳ ଜଳ ସହିତ ନିମ୍ନକୁ ଝରିବା ଫଳରେ ଉପରୁ ତଳ ସ୍ତରକୁ ସୂକ୍ଷ୍ମ କର୍ଦ୍ଦମ, ଲୌହ ଓ ଆଲୁମିନିୟମ ଇତ୍ୟାଦି ଅବକ୍ଷପିତ ହୁଏ । ତେଣୁ ଅଜୈବ ପଦାର୍ଥରେ ଏକ ଫିକାରଙ୍ଗର ସ୍ତର ସୃଷ୍ଟି ହୁଏ ଯାହାକୁ ସ୍ତର କୁହାଯାଏ ।

B ସ୍ତର - ଏହା ଅବକ୍ଷିପ୍ତ ବା ସ୍ତର । ଉପର ସ୍ତରରୁ ଅବକ୍ଷିପ୍ତ ସୂକ୍ଷ୍ମ କର୍ଦ୍ଦମ, ଅକ୍ ସାଇଡ କର୍ଦ୍ଦମ ଏହି ସ୍ତରରେ ସଞ୍ଚିତା ହୋଇଥାଏ । ଏହି ସ୍ତର ଅଧିକ ସାନ୍ଧ୍ର, ଅପେକ୍ଷାକୃତ ଗାଢ ରଙ୍ଗର ।

Cସ୍ତର - ଏହି ସ୍ତରରେ ବିଭିନ୍ନ ଆକାର ପ୍ରକାରର ଭଗ୍ନଶିଳା ଖଣ୍ଡ ଥାଏ । କିନ୍ତୁ ନିମ୍ନଭୂମି ବା ନଦୀ ଅବବାହିକା ଅଞ୍ଚଳରେ ଏହି ସ୍ତରରେ ଭଗ୍ନଶିଳା ବଦଳରେ ଅତୀତରେ ଅନ୍ୟ ଉଚ୍ଚ ସ୍ଥାନରୁ ସ୍ଥାନାନ୍ତରିତ ହୋଇ ଆସିଥିବା ବାଲୁକା ପଟୁ ଇତ୍ୟାଦି ଜମି ରହିଥାଏ । ଏହି ସ୍ତରଟି ମୂଳ ସୃଜନକାରୀ ପଦାର୍ଥ, କାରଣ ଏହି ପଦାର୍ଥ ଧୀରେ ଧୀରେ ମୃତ୍ତିକାରେ ପରିଣତ ହୁଏ ବା ‘B’ ସ୍ତରରେ ପରିଣତ ହୁଏ । ଉପରୋକ୍ତ ମୁଖ୍ୟ ସ୍ତରଗୁଡିକ ବ୍ୟତୀତ କେତେକ ବଦଳୁଥିବା ସ୍ତର ମଧ୍ୟ ଥାଏ । କୌଣସି ନିର୍ଦ୍ଧିଷ୍ଟ ମୃତ୍ତିକାରେ ସବୁଗୁଡିକ ମୃତ୍ତିକା ସ୍ତର ନ ଥାଇପାରେ କିମ୍ବା ଗୋଟିଏ ମୁଖ୍ୟସ୍ତର ମଧ୍ୟରେ ଦୁଇ ବା ତିନୋଟି ଉପସ୍ତର ଥାଇପାରେ ଯଥା କିମ୍ବା ଇତ୍ୟାଦି ।

ଗୋଟିଏ ମୃତ୍ତିକାଠାରୁ ଅନ୍ୟ ମୃତ୍ତିକାର ଉନ୍ନତା ମୃତ୍ତିକା ପରିଚ୍ଛେଦିକାରେ ଥିବା ମୃତ୍ତିକା ସ୍ତରଗୁଡିକର ବାହ୍ୟଗୁଣ ଓ ଭୌତିକ ଓ ରାସାୟନିକ ପ୍ରକୃତିରୁ ବିଚାର କରାଯାଏ । ମୃତ୍ତିକା ପରିଚ୍ଛେଦିକାର ଉନ୍ନତା ଉପରେ ନିର୍ଭର କରି ମୃତ୍ତିକାଗୁଡିକୁ ଶ୍ରେଣୀ ବିଭାଗ କରାଯାଏ ।

ଜୈବ ମୃତ୍ତିକା

ବର୍ଷତମାମ୍ ସନ୍ତସନ୍ତିଆ ରହୁଥିବା ସ୍ଥାନରେ କେବଳ ଜଳଜ ଉଦ୍ଭିଦ ବଢନ୍ତି ଏବଂ ସେମାନଙ୍କର ଦେହାବଶେଷ ନିରବଚ୍ଛିନ୍ନ ଭାବରେ ଜମା ହେବା ଫଳରେ ଏବଂ ଅତି ଧୀରେ ଧୀରେ ବିପଚନ ହେବା ଫଳରେ ଜୈବ ମୃତ୍ତିକା ସୃଷ୍ଟି ହୁଏ । ଏହି ମୃତ୍ତିକା ଗୁଡିକରେ ଜୈବିକ ପଦାର୍ଥ ଶତକଡା ୨୫ ଭାଗରୁ ଅଧିକ । ତେଣୁ ଅଜୈବ ପଦାର୍ଥର ଉପସ୍ଥିତି ଲୁଚିଯାଏ । ସାଧାରଣତଃ ମୃତ୍ତିକା ସ୍ତରଗୁଡିକ ନ ଥାଏ । ଅତ୍ୟଧିକ ଜୈବ ପଦାର୍ଥ ଥିବା ଏକ ବହଳା ସ୍ତର ଥାଏ । ଅନେକ କ୍ଷେତ୍ରରେ ଏଗୁଡିକ ଚାଷ ଅନୁପଯୋଗୀ ।

ମୃତ୍ତିକାର ଆୟତନ ଉଦ୍ଭିଦ ସଂଘଟନ

ଚାରିଗୋଟି ପ୍ରଧାନ ଉପାଦାନକୁ ନେଇ ମୃତ୍ତିକାର ଆୟତନ ସଂଘଟିତ । ଯଥା –

  1. ଖଣିଜ ପଦାର୍ଥ ବା ଜଡ ପଦାର୍ଥ
  2. ଜୈବିକ ପଦାର୍ଥ
  3. ମୃତ୍ତିକାସ୍ଥ ଜଳ
  4. ମୃତ୍ତିକାସ୍ଥ ବାୟୁ

ମୃତ୍ତିକାସ୍ଥ ଘାନା ପଦାର୍ଥ ଜଡ ପଦାର୍ଥ ଓ ଜୈବିକ ପଦାର୍ଥକୁ ନେଇ ଗଠିତ । ଏହି ଘନ ପଦାର୍ଥ ମୋଟ ଆୟତନର ପ୍ରାୟ ୫୦% ଅଧିକାର କରି ରହିଥାଏ । ଘନ ପଦାର୍ଥ ଦାନ ଗୁଡିକ ସନ୍ଧିରେ ଫାଙ୍କା ସ୍ଥାନ ଥାଏ । ଏହା ମଧ୍ୟ ମୋଟ ଆୟତନର ପ୍ରାୟ ୫୦% ଅବଶିଷ୍ଟ ଆୟତନକୁ ଅଧିକାର କରି ରହିଥାଏ । ଫାଙ୍କା ସ୍ଥାନ ଜଳ କିମ୍ବା ବାୟୁଦ୍ଵାରା ଅଧିକୃତ ହୋଇଥାଏ । ଶୁଷ୍କ ମୃତ୍ତିକାରେ ପ୍ରାୟ ସବୁତଳ ଫାଙ୍କାସ୍ଥାନରେ ବାୟୁ ରହିଥାଏ । ସେହିପରି ସମ୍ପୂର୍ଣ୍ଣ ଆର୍ଦ୍ର ବା ପରିପୃକ୍ତ ମୃତ୍ତିକାରେ ଫାଙ୍କା ସ୍ଥାନରେ ଜଳ ଭରି ରହିଥାଏ । କିନ୍ତୁ ଅର୍ଦ୍ଦଶୁଷ୍କ ମାଟିରେ ଜଳ ଓ ବାୟୁ ପ୍ରାୟ ଅଧାଅଧି ଫାଙ୍କା ସ୍ଥାନକୁ ଅଧିକାର କରି ରହିଥାନ୍ତି । ମୃତ୍ତିକାସ୍ଥ ଏହି ୪ଟି ଉପାଦାନ ପରସ୍ପର ଘନିଷ୍ଠ ଭାବରେ ଲଗାଲଗି ହୋଇ ରହିଥାନ୍ତି ପ୍ରତ୍ୟକ ଉପାଦାନ ଦ୍ଵାରା ଅଧିକୃତ ଆୟତନ ମୃତ୍ତିକା ବିଶେଷରେ ଭିନ୍ନ ଭିନ୍ନ ହୋଇଥାଏ । ଚିତ୍ର ୧.୩ ରେ ଦର୍ଶାଯାଇଥିବା ଆୟତନଭିତ୍ତିକ ସଂଘଟନ ଗୋଟିଏ କର୍ଷଣ ଉପଯୋଗୀ ଅର୍ଦ୍ଧ ଶୁଷ୍କ ଦୋରସା ମୃତ୍ତିକାର ଆନୁମାନିକ ସ୍ଥିତି ସ୍ଥଳବିଶେଷରେ ଏହା କମ୍ ବେଶି ହୋଇପାରେ ।

ନିମ୍ନରେ ଉପରୋକ୍ତ ପ୍ରତ୍ୟକ ଉପାଦାନ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କରାଗଲା ।

ଜଡ ପଦାର୍ଥ - ଏହି ଜଡ ପଦାର୍ଥ ବା ଅଜୈବିକ ପଦାର୍ଥ ଶିଳା ଓ ଖଣିଜ ପଦାର୍ଥ’ର ଅପକ୍ଷୟ ଯୋଗୁଁ ସୃଷ୍ଟି ହୋଇଥାଏ । ଏହା ପୂର୍ବରୁ ଆଲୋଚିତ ହୋଇଛି । ଏହି ଜଡ ପଦାର୍ଥ ବିଭିନ୍ନ ଆକାର ପ୍ରକାରର ଓ ରାସାୟନିକ ସଂଘଟନ ଥିବା ଖଣିଜ ପଦାର୍ଥର ସମଷ୍ଟି । ସେଥିରୁ କେତେକ କ୍ଷୟୀଭୂତ ଶିଳା ସନ୍ନିହିତ ମେଳିକ ଖଣିଜ ଆଉ କେତେକ ନୂତନ ଭାବରେ ସୃଷ୍ଟି ହୋଇଥିବା ବା ରୂପାନ୍ତରିତ ଖଣିଜ ।ଜଡ ପଦାର୍ଥ ମଧ୍ୟରେ କ୍ଷୁଦ୍ର ଶିଳା ଖଣ୍ଡ ମଧ୍ୟ ପରିଦୃଷ୍ଟ ହୁଏ । ବିଭିନ୍ନ ଆକାର ପ୍ରକାରର ଜଡ କଣିକା ପରସ୍ପର ଲଗାଲଗି ହୋଇ ରହିଥାଆନ୍ତି ।

ମୃତ୍ତିକା କଣିକା ଗୋଷ୍ଠୀ

ମୃତ୍ତିକାସ୍ଥ ଜଡ ପଦାର୍ଥ କଣିକାଗୁଡିକୁ ସେମାନଙ୍କର ଆକାର ଭିତ୍ତିରେ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ଯଥା - ବାଲୁକା, ପଟୁ ଓ କର୍ଦ୍ଦମ । ପ୍ରତ୍ୟକ ବର୍ଗ ବା ଗୋଷ୍ଠୀ ଭୁକ୍ତ ଜଡ କଣିକାଗୁଡିକର ଭୌତିକ ଓ ରାସାୟନିକ ସଂଘଟନ ସମ୍ବନ୍ଧରେ ନିମ୍ନ ସାରଣୀରେ ଉଲ୍ଲେଖ କରାଗଲା । ବର୍ଗକରଣ ଆନ୍ତର୍ଜାତିକ ବ୍ୟବସ୍ଥା ଅନୁସାରେ କରାଯାଇଛି ।

କ୍ର.ନଂ

ଗଠନ ଓ ପ୍ରକୃତିର ନାମ

ବାଲୁକା

ପଟୁ

କର୍ଦ୍ଦମ

ଆକାର , ଆନ୍ତର୍ଜାତୀୟ ପଦ୍ଧତି

ସ୍ଥଳ ସୂକ୍ଷ୍ମ

2.0 – 0.2 0.2 – 0.02

2.0 – 0.25 0.25 – 0.05

0.02 – 0.002

0.05 – 0.002

0.002 ରୁ କମ୍

0.002 ରୁ କମ୍

ଆକୃତି ଓ ପୃଷ୍ଠ ପ୍ରକୃତି

ବିଭିନ୍ନ ଆକୃତି , ଧାରୁଆ କୋଣ ବିଶିଷ୍ଟ, ଅନିୟମିତ ଆକୃତି

ଚେପେଟାଳିଆ ଓ ଅନିୟମିତ ଆକୃତି କିନ୍ତୁ ମସୃଣ

ଫଳକା କୃତି

ସ୍ପର୍ଶ

ରଗୁଡିଆ

ମସୃଣ ଓ କୋମଳ

ଚିକ୍କଣ ଓ ମସୃଣ

ପୃଷ୍ଠତଳ କ୍ଷେତ୍ରଫଳ (ଆପେକ୍ଷିକ)

ଅପେକ୍ଷାକୃତ କମ୍ ।

ମଧ୍ୟ ଭଳି

ବହୁ ଅଧିକ

ଖଣିଜ ସଂଘଟନ

ମୁଖ୍ୟତଃ କ୍ଵାର୍ଟଜ । କେତେକ କ୍ଷୁଦ୍ର ଶିଳାଖଣ୍ଡ ଓ ମୌଳିକ ଖଣିଜ ପଦାର୍ଥ ଖଣ୍ଡ ମଧ୍ୟ ଥାଏ ।

ଅଳ୍ପମାତ୍ରାରେ କ୍ଵାର୍ଟଜ, ଅଧିକ ମାଇକା ଓ ପେଲ୍ଡସ୍ପାର,ଲିମୋନାଇଟ ଓ ଅନ୍ୟାନ୍ୟ ଖଣିଜ ଥାଏ ।

ମୁଖ୍ୟତଃ ନବଗଠିତ ବା ରୂପାନ୍ତରିତ ଆଲୁମିନୋ ସିଲିକେଟ ଳିମୋନାଇଟ ଖଣିଜ ଥାଏ ।ଆଲୁମିନିୟମ ଓ ଲୌହ ଅକସାଇଡ କର୍ଦ୍ଦମ ଥାଏ ।

ଅଧିଶୋଷଣ,ପ୍ରସାରଣ ସଂକୋଚନ

ପୃଷ୍ଠତଳ କମ୍ ଥିବାରୁ ଅଧିକ ଜଳ ଓ ଅନ୍ୟାନ୍ୟ ସୂକ୍ଷ୍ମ ପଦାର୍ଥ – ଅଧି ଶୋଷଣ କରିପାରେ ନାହିଁ, ତେଣୁ ସଂକୋଚନ ପ୍ରସାରଣ ଶକ୍ତି କମ୍ ।

ବାଲୁକା ତୁଳିନାରେ ଏହି ସବୁ ପ୍ରକୃତି – ଗତ ଗୁଣ ଅଧିକ ପ୍ରକାଶ ପାଏ । ବିଶେଷତଃ ଅଧିକ ଜଳ ଅଧିଶୋଷଣ କରେ ।

କର୍ଦ୍ଦମ କଣିକା ଗୁଡିକର ପୃଷ୍ଠତଳ ଅତି ଅଧିକ। ତେଣୁ ଅଧିକ ଜଳ ଓ ଅନ୍ୟାନ୍ୟ ସୂକ୍ଷ୍ମ ପଦାର୍ଥ ଓ ମୌଳିକ ଓ ଯୌଗିକ ଅଧିଶୋଷଣ କରିପାରେ ଓ ପ୍ରସାରିତ ହୁଏ। ଶୁଖିଗଲେ ସଙ୍କୁଚିତ ହୁଏ ।

ମୃତ୍ତିକାର ଭୌତିକ ଗୁଣାବଳୀ ଉପରେ ପ୍ରଭାବ

ଅଧିକ ବାଲୁକା ଥିବା ମୃତ୍ତିକା ରୁଗୁଡିଆ ଓ ହୁଗୁଳା, ବେଳେ ଢେଲା ଉଠେ ଶୀଘ୍ର ଶୁଷ୍କ ହୋଇଯାଏ ।

ଅଧିକ ପଟୁଥିବା ମୃତ୍ତିକା କର୍ଷଣ ହାତକୁ ନରମ ଲାଗେ ନାହିଁ । ଆର୍ଦ୍ର ଅବସ୍ଥାରୁ ଶୁଷ୍କ ହେବାକୁ ବହୁଦିନ ଲାଗେ । ଚାଷ କରି ମଇ ଦେଲେ ଢେଲା ଗୁଡିକ ଗୁଣ୍ଡ ହୋଇଯାଏ ।

ଅଧିକ କର୍ଦ୍ଦମ ଥିବା ମୃତ୍ତିକା ଚିକିଟା ଓ ଅଠାଳିଆ କର୍ଷଣ କଲେ ଢେଲା ଉଠେ ଏବଂ ଢେଲା ଶୁଷ୍କ ହେଲେ କଠିନ ହୋଇଯାଏ । ଆର୍ଦ୍ର ମୃତ୍ତିକା ବହୁଦିନ ପର୍ଯ୍ୟନ୍ତ ପାଗେ ନାହିଁ । କିନ୍ତୁ ଶୁଖିଗଲେ ଇଡ ବଦ ବଦ ଫାଟ ହୁଏ ।

ଜୈବିକ ପଦାର୍ଥ

ମୃତ୍ତିକାରେ ବିପଚନଶୀଳ ତଥା ଅପଘଟିତ ଅବସ୍ଥାରେ ଥିବା ଉଦ୍ଭିଦ ଏବଂ ଜୀବଜନ୍ତୁମାନଙ୍କର ଦେହାବଶେଷ ଓ ସେମାନଙ୍କର ଶରୀର ନିସୃତ ପଦାର୍ଥକୁ ନେଇ ମୃତ୍ତିକାର ଜୈବିକ ପଦାର୍ଥ ଗଠିତ ।

ଜୈବିକ ପଦାର୍ଥର ଉତ୍ସ

  • ଉଦ୍ଭିଦ ଦେହାବଶେଷ
  • ମୃତ୍ତିକା ପୃଷ୍ଠରେ ବଢିଥିବା ଉଦ୍ଭିଦ ବୃକ୍ଷଲତାମାନଙ୍କର ମୃତ ଶରୀର ଡାଳପତ୍ର , ଚେର ପ୍ରଭୃତି ମୃତ୍ତିକାରେ ମିଶିଥାଏ ।

  • ପ୍ରାଣୀମାନଙ୍କର ଦେହାବଶେଷ
  • ଭୂପୃଷ୍ଠରେ ବା ମୃତ୍ତିକା ମଧ୍ୟରେ ବାସକରି ରହିଥିବା ପ୍ରାଣୀମାନଙ୍କର ମୃତଦେହାବଶେଷ ମଳମୂତ୍ର ପ୍ରଭୃତି ମୃତ୍ତିକାରେ ମିସିଥାଏ ।

  • ଖତ
  • ପ୍ରାଣୀମାନଙ୍କର ମଳମୂତ୍ର ଓ ଉଦ୍ଭିଦର ଦେହାବଶେଷ ପ୍ରଭୃତିକୁ ଶଢାଇ ଖତ , କମ୍ପୋଷ୍ଟ ପ୍ରଭୃତି କରାଯାଏ ଏବଂ ମୃତ୍ତିକାରେ ପ୍ରବିୟାଗ କରାଯାଏ ।

ଉପରୋକ୍ତ ଜୈବ ପଦାର୍ଥଗୁଡିକ ମୃତ୍ତିକାରେ ମିଶିଲା ପରେ ଜୀବଜନ୍ତୁମାନଙ୍କ ଦ୍ଵାରା ଖଣ୍ଡବିଖଣ୍ଡିତ ହୁଏ । ସୂକ୍ଷ୍ମଜୀବ ମାନଙ୍କ ଦ୍ଵାରା ବିପଚିତ ହୋଇ ସୂକ୍ଷ୍ମ ପଦାର୍ଥରେ ପରିଣତ ହେଲାପରେ ଅଜୈବ ଜଡପଦାର୍ଥ ସହିତ ଘନିଷ୍ଠ ଭାବେ ମିଶି ରହିଥାଏ ।

ମୃତ୍ତିକାସ୍ଥ ଜୀବଜନ୍ତୁ

ମୃତ୍ତିକାରେ ବାସକରୁଥିବା ଜୀବଜନ୍ତୁମାନଙ୍କୁ ସେମାନଙ୍କର ଆକାର ଭିତ୍ତିରେ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଏ ।

ବଡ ଜୀବଜନ୍ତୁ

ଏଗୁଡିକ ଜବକାଚର ସାହାଯ୍ୟ ନ ନେଇ ଖାଲି ଆଖିରେ ଦେଖି ହୁଏ । ଜିଆ, ଜନ୍ଦା, ପିମ୍ପୁଡି, ଉଇ, ଇତ୍ୟାଦି , ବିଛା, ତେଲୁଣୀ ପୋକ, ଭୃଙ୍ଗ ଜାତୀୟ କୀଟ ଓ ପତଙ୍ଗମାନଙ୍କର ଶୁକ, ସରିସୃପ, ବେଙ୍ଗ, ପ୍ରଭୃତି ପ୍ରାଣୀମାନେ ମୃତ୍ତିକା ମଧ୍ୟରେ ବାସକରି ରହନ୍ତି । ଏମାନେ ନିଜର କ୍ରିୟାକଳାପ ଦ୍ଵାରା ମାଟିକୁ ଓଲଟପାଲଟ କରନ୍ତି । ଏମାନଙ୍କ ମଧ୍ୟରୁ କେତେକ ମୃତ୍ତିକା ଭକ୍ଷଣ କରନ୍ତି ଏବଂ ସେମାନଙ୍କର ଅନ୍ତନଳୀରେ ପାଚନ କ୍ରିୟା ଯୋଗୁ ମୃତ୍ତିକା ଖଣିଜ ଓ ଜୈବ ପଦାର୍ଥ ଚୂର୍ଣ୍ଣ ବିଚୂର୍ଣ୍ଣ ହୁଏ ।

ସୂକ୍ଷ୍ମଜୀବ ଓ ଅଣୁଜୀବ

ଖାଲି ଆଖିକୁ ଦେଖାଯାଇ ନଥିବା ଅନେକ ପ୍ରକାର ଅଣୁବୀକ୍ଷଣୀୟ ସୂକ୍ଷ୍ମଜୀବ ମୃତ୍ତିକାରେ ରହିଥାନ୍ତି । ସେମାନଙ୍କ ମଧ୍ୟରୁ କବକ, ଶୂକ୍ରାଣୁ , ଇଷ୍ଟ, ଶୈବାଳ ଏବଂ ଭୂତାଣୁ ପ୍ରଧାନ । ଏମାନଙ୍କ ମଧ୍ୟରୁ ଅନେକ ମୃତ୍ତିକାରେ ମୁକ୍ତ ଭାବରେ ବାସ କରନ୍ତି, କିନ୍ତୁ କେତେକ ଶୂକ୍ରାଣୁ ଓ କବକ ଉଦ୍ଭିଦ ଚେର ମଧ୍ୟରେ ଆଶ୍ରୟ ନେଇ ସହଜୀବି ଭାବରେ ରହନ୍ତି । ମୃତ୍ତିକାରେ ଥିବା ସୂକ୍ଷ୍ମଜୀବିମାନଙ୍କ ମଧ୍ୟରୁ ଯଦିଓ କେତେକ ଉଦ୍ଭିଦ ମଧ୍ୟରେ ପରାଶ୍ରୟୀ ଭାବରେ ରହି ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରନ୍ତି , ତଥାପି ଅଧିକାଂଶ ଅଣୁଜୀବ ମୃତ୍ତିକାର ଗଠନ ଓ ତାହାର ଉତ୍ପାଦିକା ଶକ୍ତିର ବିକାଶ ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ମୃତ୍ତିକାରେ ଜୈବିକ ପଦାର୍ଥର ବିପଚନ , କେତେକ ଉଦ୍ଭିଦ ଖାଦ୍ୟସାରର ରୂପାନ୍ତର କରଣ , ଯବକ୍ଷାର ନିବନ୍ଧନ ପ୍ରଭୃତି ପ୍ରକଟିୟାଗୁଡିକ ଅଣୁଜୀବମାନଙ୍କ ବିନା ସମ୍ଭବ ହୋଇପାରନ୍ତା ନାହିଁ ।

ଆଧାର -ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.2
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top